विवेचन सारांश
ଅର୍ଜୁନଙ୍କର ଆତ୍ମଜ୍ଞାନ ପ୍ରାପ୍ତି
ଉପକ୍ରମଣିକା -:
ସୁମଧୁର ଗୀତ, ଦୀପ ପ୍ରଜ୍ଜ୍ବଳନ ଓ ଗୁରୁ ବନ୍ଦନା ସହିତ ଆଜିର ସତ୍ର ଆରମ୍ଭ ହେଲା । ଶ୍ରୀ ଭଗବାନଙ୍କର ଅତି ମଙ୍ଗଳକରୀ କରୁଣାରୁ ଆମେ ସୌଭାଗ୍ୟ ପ୍ରାପ୍ତ ହୋଇ ଗୀତା ଶିକ୍ଷା କରୁଛନ୍ତି । ଆମେ ଏହି ଜନ୍ମର କେଉଁ ସୁକର୍ମରୁ, ପୂର୍ବ ଜନ୍ମର କେଉଁ ସୁକୃତରୁ, ଆମ ପୂର୍ବ ପୁରୁଷଙ୍କ ଆଶୀର୍ବାଦରୁ ବା କୌଣସି ଜନ୍ମରେ କେଉଁ ମହାପୁରୁଷଙ୍କ ଦୟା ଦୃଷ୍ଟି ଆମଉପରେ ପଡିଥିବାରୁ ଆମେ ସେଭଳି କୃପା ପ୍ରାପ୍ତ ହୋଇ ଶ୍ରୀମଦ୍ଭାଗବଦ୍ଗୀତାର ପଠନ, ଚିନ୍ତନ ଓ ମନନ କରି ଜୀବନରେ ଆପଣେଇଛନ୍ତି, ତାହା ଆମକୁ ଜଣାନାହିଁ ।
ବିଗତ ସମସ୍ତ ଅଧ୍ୟାୟର ଚିନ୍ତନ କରି କରି ଆମେ ଦ୍ଵିତୀୟ ଅଧ୍ୟାୟରେ ଉପନୀତ ହେଲେଣି । ମଜା କଥା ହେଉଛି ଚିନ୍ତନ କରୁ କରୁ ଆମେ ଆଗକୁ ବଢୁଛେ କି ପଛକୁ ଫେରୁଛେ, ତାହା ଜଣା ନପଡିଲେ ବି, ଆମେ ଦ୍ଵିତୀୟ ଅଧ୍ୟାୟ ଆଡକୁ ଆଗେଇଯାଉଛନ୍ତି । ସଂଖ୍ୟା ଦୃଷ୍ଟିରୁ ଏହି ଅଧ୍ୟାୟ ଦ୍ଵିତୀୟ କିନ୍ତୁ ଏହି ଅଧ୍ୟାୟ ଅତ୍ୟନ୍ତ ଗହନ ବି । ଆପଣ ଏହି ଅଧ୍ୟାୟର ବିବେଚନ ଆଗେ ଶୁଣିନଥିବାର କାରଣ ହେଉଛି, ଶ୍ରୀମଦ୍ଭଗବଦ୍ ଗୀତା ଅଧ୍ୟୟନର ଆରମ୍ଭରେ ଆପଣଙ୍କୁ ଏହି କଷ୍ଟ ତଥା ଗହନ ଅଧ୍ୟାୟର ବିବେଚନ ଶୁଣେଇଥିଲେ, ଆପଣ ଆଗକୁ ପଢିବା ଛାଡିଦେବାର ସମ୍ଭାବନା ଥାଏ । ଏଣୁ ପଠନ ଆରମ୍ଭ କରୁଥିବା ସାଧକମାନଙ୍କୁ ଆଗେ ଦ୍ଵିତୀୟ ଅଧ୍ୟାୟ ପଢେଇବାର ପରମ୍ପରା ନାହିଁ ।
ଏହି ଗୂଢ ତଥା ମହତ୍ତ୍ବପୂର୍ଣ୍ଣ ଅଧ୍ୟାୟର ନାମ ହେଉଛି ସାଙ୍ଖ୍ୟ ଯୋଗ । ଆମର ଭାରତୀୟ ପରମ୍ପରାରେ ‘ଛ’ ଟି ଶାସ୍ତ୍ରର ବିଧାନ ଅଛି । ଆମେ ଆରତୀରେ ମଧ୍ୟ ଗାୟନ କରନ୍ତି -
"छहों शास्त्र सब ग्रन्थन को रस”
ଭାରତୀୟ ଧର୍ମର ଦୁଇଟି ମୂଳ ଭାଗ ଅଛି - ପ୍ରଥମଟି ଦର୍ଶନ ଓ ଦ୍ଵିତୀୟଟି ସାଧନ ।
ଦର୍ଶନର ଛ’ ଗୋଟି ଅଙ୍ଗ ଅଛି । ଷଷ୍ଠ ଦର୍ଶନକୁ ହିଁ ଶାସ୍ତ୍ର କୁହାଯାଇଛି । ଏହି ଷଡ଼ ଦର୍ଶନରୁ ଆମ ସଂସ୍କୃତିର ଆରମ୍ଭ ହୋଇଛି
- ପ୍ରଥମ - ମହର୍ଷି ଗୌତମଙ୍କ ଦ୍ୱାରା ରଚିତ ନ୍ୟାୟ ଶାସ୍ତ୍ର ।
- ଦ୍ଵିତୀୟ - ମହର୍ଷି କଣାଦଙ୍କ କୃତ ବୈଶେଷିକ ଶାସ୍ତ୍ର
- ତୃତୀୟ - ମହର୍ଷି ପତଞ୍ଜଳି କୃତ ଯୋଗ ଶାସ୍ତ୍ର
- ଚତୁର୍ଥ - କପିଳ ମୁନିଙ୍କ ଦ୍ୱାରା ରଚିତ ସାଙ୍ଖ୍ୟ ଶାସ୍ତ୍ର
- ପଞ୍ଚମ - ମହର୍ଷି ଜୈମିନି କୃତ ପୂର୍ବ ମିମାଂସା ବା ମିମାଂସା
- ଷଷ୍ଠ - ମହର୍ଷି ବାଦରାୟଣ ରଚିତ ଉତ୍ତର ମିମାଂସା ବା ବେଦାନ୍ତ ।
ଆମ ଜୀବନରେ ଏହି ଷଡ଼ଶାସ୍ତ୍ରଙ୍କ ସୂତ୍ର ହିଁ କାର୍ଯ୍ୟରେ ତ ଲାଗେ, ତଥାପି ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡରେ ପ୍ରଚଳିତ ଠିକ - ଭୁଲ ଧାରଣା, କରଣୀୟ - ଅକରଣୀୟ ବିଚାର, ( do’s and don't )ସବୁ ଏହି ଷଡ଼ ଶାସ୍ତ୍ରରେ ଉପଲବ୍ଧ । ରାମାୟଣ, ମହାଭାରତ, ପୁରାଣ, ସ୍ମୃତି ବା ଶ୍ରୀମଦଭଗବଦ୍ଗୀତା, ସାଙ୍ଖ୍ୟ ଦର୍ଶନ ଅନ୍ତର୍ଗତ । ଏହି ଷଡ଼ଦର୍ଶନ ଆମର ମାନସିକ ବିଚାରର ମୂଳସ୍ରୋତ ଓ ସହାୟକ ।
ଧର୍ମର ଦ୍ଵିତୀୟ ଅଙ୍ଗ ହେଉଛି ସାଧନ । ସାଧନର ରୀତି ଚାରିପ୍ରକାର - ଜ୍ଞାନ, କର୍ମ, ଯୋଗ ଓ ଭକ୍ତି । ଏଠାରେ ଯୋଗର ଅର୍ଥ ଅଷ୍ଟାଙ୍ଗଯୋଗ ନୁହେଁ, ତାହା ଯୋଗର ଏକ ଅଂଶ । ଶ୍ରୀମଦଭଗବଦ୍ଗୀତାର ପ୍ରତ୍ୟେକ ଅଧ୍ୟାୟ ଗୋଟିଏ ଗୋଟିଏ ଯୋଗ, ଯଥା - ଅର୍ଜୁନ ବିଷାଦ ଯୋଗ, ସାଙ୍ଖ୍ୟ ଯୋଗ, କର୍ମ ଯୋଗ, କର୍ମସନ୍ୟାସ ଯୋଗ, ମୋକ୍ଷ ସନ୍ୟାସ ଯୋଗ, ଭକ୍ତି ଯୋଗ ଇତ୍ୟାଦି । ମହର୍ଷି ପତଞ୍ଜଳି କୃତ ଅଷ୍ଟାଙ୍ଗ ଯୋଗ ହେଉଛି ଯୋଗର ଏକ ଅଂଶ । ଶ୍ରୀ ଭଗବାନ ଶ୍ରୀମଦ୍ଭଗବଦ୍ଗୀତାରେ କହିଥିବା ଯୋଗ, ଅଷ୍ଟାଙ୍ଗ ଯୋଗ ଠାରୁ ପୃଥକ୍ । ଶ୍ରୀମଦ୍ଭଗବଦ୍ଗୀତାରେ ଶ୍ରୀ ଭଗବାନ କହିଛନ୍ତି -
"समत्वं योग उच्यते”
ଅର୍ଥାତ୍ ସମତା ହିଁ ମୂଳ ଯୋଗ । balancing is the best thing (ସନ୍ତୁଳନ ରକ୍ଷା ମହତ୍ତ୍ୱପୂର୍ଣ୍ଣ )। ଷଷ୍ଠ ଅଧ୍ୟାୟର ଛୟାଳିଶ(୪୬)ତମ ଶ୍ଳୋକରେ ଶ୍ରୀଭଗବାନ ଅର୍ଜୁନଙ୍କୁ କହିଛନ୍ତି
“तस्मात् योगी भवार्जुन।”
ଅର୍ଥାତ୍ “ହେ ଅର୍ଜୁନ ତୁମେ ଯୋଗୀ ହୋଇଯାଅ ।” ଏହା ଆମର ଲର୍ନ ଗୀତାର ଧ୍ୟେୟ ବାକ୍ୟ ମଧ୍ୟ।
ଏଠାରେ ଶ୍ରୀ ଭଗବାନ ଅର୍ଜୁନଙ୍କୁ ଯୋଗୀ ହେବାକୁ କହିଛନ୍ତି, ତାର ଅର୍ଥ ନୁହେଁ ଏକ ଗୋଡ଼ରେ ଠିଆ ହୋଇ ତପ ଆଚରଣ କରିବା ।
ସମସ୍ତ ସାଧନ ପଦ୍ଧତି ସମତା ଆଡକୁ ପ୍ରେରିତ କରେ ।
- ପ୍ରଥମ ସାଧନ ଜ୍ଞାନ ମାର୍ଗ କହେ - “ଏକୋ ବ୍ରହ୍ମ ଦ୍ବିତୀୟୋନାସ୍ତି” - ବ୍ରହ୍ମ ଏକ ହିଁ, ଦ୍ଵିତୀୟ ନାହିଁ ।
- ଦ୍ଵିତୀୟରେ ଭକ୍ତିମାର୍ଗ କହେ - ମୁଁ ଓ ସଂସାରର ସବୁକିଛି ଭଗବାନଙ୍କର।
- ତୃତୀୟ ମାର୍ଗ କର୍ମ ଯୋଗ କହେ -ଏହି ଶରୀର ସଂସାରର, ଏଣୁ ସଂସାର ସେବାପାଇଁ ଉଦ୍ଧିଷ୍ଟ । ଏଣୁ ନିଜର ବୁଦ୍ଧିକୁ ସମଭାବାପନ୍ନ କରିବା ଉଚିତ୍ ।
- ଚତୁର୍ଥ ମାର୍ଗ ହେଉଛି ଧ୍ୟାନମାର୍ଗ । ମହର୍ଷି ପତଞ୍ଜଳି ଅଷ୍ଟାଙ୍ଗଯୋଗ ଦ୍ୱାରା ଭଗବତ ପ୍ରାପ୍ତି କଥା କହିଛନ୍ତି ।
ଯମ, ନିୟମ, ଆସନ, ପ୍ରାଣାୟାମ, ପ୍ରତ୍ୟାହାର, ଧାରଣା, ଧ୍ୟାନ ଓ ସମାଧି । ଶେଷ ସ୍ଥିତି ସମାଧିର ସନ୍ଧି ବିଚ୍ଛେଦ ହେଉଛି ସମ+ଧି, ଅର୍ଥାତ ବୁଦ୍ଧିର ସମାନତା । ବୁଦ୍ଧି ନିର୍ବିକଳ୍ପ ହେବା । ସଂକଳ୍ପ ବା ବିକଳ୍ପ ଆସେନାହିଁ( The state of blank) ଉଭୟର ସଂଯୋଗ ହୁଏ, ଏହାକୁ ଯୋଗ କୁହାଯାଏ । ଯେ କୌଣସି ଉପାୟରେ ଭଗବାନଙ୍କ ସହିତ ଯୋଡି ହେବାକୁ ଯୋଗ କୁହାଯାଏ ।
जब मैं था तब हरि नहीं, अब हरि हैं मैं नाहिं।
प्रेम गली अति साँकरी, जामें दो न समाहिं।।
ଶ୍ରୀ ଭଗବାନଙ୍କର ଅନେକ ଅବତାର ଅଛି ଓ ଆମେମାନେ ମଧ୍ୟ ଅନେକ ରୂପରେ ଶ୍ରୀ ଭଗବାନଙ୍କର କଳ୍ପନା କରୁ । କେବଳ ଶ୍ରୀକୃଷ୍ଣଙ୍କ ଅବତାରକୁ ଯୋଗେଶ୍ୱର କୁହାଯାଏ । ସେ ସର୍ବଦା ସମତା (ସନ୍ତୁଳନ ) ରକ୍ଷା କରିଥିବାରୁ ଯୋଗେଶ୍ୱର, ଅର୍ଥାତ୍ ସମସ୍ତ ଯୋଗର ଈଶ୍ୱର । ଯାହା ବି ଘଟଣା ଘଟୁ, ଶ୍ରୀକୃଷ୍ଣ କୌଣସି ପରିସ୍ଥିତିରେ ବିଚଳିତ ହୁଅନ୍ତି ନାହିଁ ।
ଜରାସନ୍ଧ ମଥୁରାକୁ ତେରଥର ଆକ୍ରମଣ କରିଥିଲେ । ଶ୍ରୀକୃଷ୍ଣ ସେତେବେଳେ ଜରାସନ୍ଧକୁ ମାରିବାକୁ ଚାହୁଁନଥଲେ, ତେଣୁ ମଥୁରା ଛାଡି ଦ୍ଵାରକା ଚାଲିଗଲେ ଓ “ରଣଛୋଡ” ନାମରେ ନାମିତ ହେଲେ । ଅଭିମନ୍ୟୁଙ୍କର ବିବାହ କରେଇଲାବେଳେ ଯେପରି ସ୍ଥିର ଥିଲେ, ଅଭିମନ୍ୟୁଙ୍କ ମୃତ୍ୟୁରେ ମଧ୍ୟ ସେହିପରି ସ୍ଥିର ଥିଲେ ।
ମହାଭାରତ ଯୁଦ୍ଧ ଆରମ୍ଭ ପୂର୍ବରୁ ଉଭୟ ପକ୍ଷର ସେନା ପରସ୍ପର ସମ୍ମୁଖରେ ଏକତ୍ରିତ ହେଲେ । ସେଠାରେ ଅର୍ଜୁନ ଯେତେବେଳେ ଯୁଦ୍ଧ କରିବେ ନାହିଁ ବୋଲି କହିଲେ, ସେତେବେଳେ ଶ୍ରୀ ଭଗବାନଙ୍କ ଠାରେ ବିବ୍ରତ ଭାବ ନଥିଲା, କେବଳ ସ୍ମିତହାସ୍ୟ ଥିଲା । ଚିନ୍ତା କରନ୍ତୁ ତାଙ୍କ ସ୍ଥାନରେ ଆମପରି କେହି ସାଧାରଣ ବ୍ୟକ୍ତି ହୋଇଥିଲେ ଏପରି କଥା ଶୁଣି ତା'ର ଅବସ୍ଥା କଣ ହୋଇଥାନ୍ତା ! ଏହା ମ୍ୟାଚ୍ ଆରମ୍ଭରେ କ୍ୟାପଟେନ୍ ବିରାଟ କୋହିଲିଙ୍କର ନ ଖେଳିବା କଥା କହିଲା ପରି । ଏହିପରି ସମୟରେ ଚିନ୍ତାଗ୍ରସ୍ତ ନହୋଇ ସ୍ମିତହାସ୍ୟ କରୁଥିବା ଶ୍ରୀ ଭଗବାନ ହେଉଛନ୍ତି ଯୋଗେଶ୍ୱର, ଯାହାଙ୍କର ବୁଦ୍ଧି ସର୍ବଦା ସ୍ଥିର ଥାଏ ।
ଶ୍ରୀ ଭାଗବତ ଅନୁସାରେ ସାଙ୍ଖ୍ୟଯୋଗର ରଚୟିତା କପିଳ ମୁନିହେଉଛନ୍ତି ଶ୍ରୀବିଷ୍ଣୁଙ୍କର ଚବିଶ ଅବତାରରୁ ପଞ୍ଚମ ଅବତାର ।
ସୃଷ୍ଟି ରଚନାର ଆରମ୍ଭରେ ବ୍ରହ୍ମଦେବ ସପ୍ତର୍ଷିଙ୍କୁ ସୃଷ୍ଟି କରିଲେ । ଗୃହସ୍ଥ ନହୋଇ ତପସ୍ୱୀ ହେବାକୁ ଋଷିମାନେ ଇଚ୍ଛା କରିଲେ ।
ଗୋଟିଏ ସନ୍ତାନ ହେବା ପର୍ଯ୍ୟନ୍ତ କର୍ଦମ ଋଷିଙ୍କୁ ଗୃହସ୍ଥ ହେବାପାଇଁ ବ୍ରହ୍ମଦେବ ଆଦେଶ ଦେଲେ । କର୍ଦମ ଋଷି ଆଜ୍ଞା ପାଳନ କରିବାକୁ ପ୍ରଣାମ ଜଣେଇ ଚାଲିଗଲେ । ମନୁ ଓ ସତରୁପାଙ୍କର ଦେବହୁତି ନାମ୍ନୀ କନ୍ୟା ଜାତହେଲେ । ଦେବହୁତି ଅତି ସୁନ୍ଦରୀ ଓ ଗୁଣବତୀ ଥିଲେ। ସେ ବିବାହ ଯୋଗ୍ୟା ହେଲାପରେ ତାଙ୍କୁ କର୍ଦମ ଋଷିଙ୍କ ସହିତ ବିବାହ ଦେବାକୁ ବ୍ରହ୍ମଦେବ ମନୁ ଓ ଶତରୁପାଙ୍କୁ ଆଜ୍ଞା ଦେଲେ । ଦେବହୁତିଙ୍କୁ ବିବାହ କରିବାକୁ କର୍ଦମ ଋଷିଙ୍କୁ ମଧ୍ୟ ବ୍ରହ୍ମଦେବ ଆଜ୍ଞା ଦେଲେ । ଦେବହୁତି ତାଙ୍କୁ ପସନ୍ଦ ନଆସିଲେ କଣ କରିବେ ବୋଲି କର୍ଦମ ଋଷି ପ୍ରଶ୍ନ କରିବାରୁ ପସନ୍ଦ ନହେଲେ ବିବାହ ନ କରିବାକୁ ବ୍ରହ୍ମଦେବ କହିଲେ । ଋଷି ତିନୋଟି ଆସନ ପକେଇଲେ ଓ ନିଜେ ବୃକ୍ଷ ତଳେ ବସି ତପସ୍ୟା କରିଲେ । ଦେବହୁତି ସହ ମନୁ ଓ ଶତରୁପା ସେଠାକୁ ଆସିବାରୁ ଋଷି ତାଙ୍କୁ ଆସନରେ ବସିବାକୁ କହିଲେ । ମନୁ ଓ ଶତରୂପା ଦୁଇଟି ଆସନରେ ବସିଲେ । ଋଷିଙ୍କୁ ବୃକ୍ଷ ତଳେ ବିନା ଆସନରେ ବସିଥିବାର ଦେଖି ଦେବହୁତି ଆସନରେ ନ ବସି ଆସନ ପାଖରେ ବସିଲେ ଓ ଋଷିଙ୍କ ଆଜ୍ଞା ମାନି ଆସନ ଉପରେ ତାଙ୍କର ଗୋଟିଏ ହାତ ରଖିଦେଲେ । ତାଙ୍କର ଏହି ଶିଷ୍ଟାଚାରରେ ଋଷି ପ୍ରସନ୍ନ ହୋଇ ବିବାହ କରିବାପାଇଁ ସମ୍ମତ ହେଲେ । ଗୋଟିଏ ସନ୍ତାନ ପ୍ରାପ୍ତି ପର୍ଯ୍ୟନ୍ତ ସେ ଗୃହସ୍ଥାଶ୍ରମରେ ରହିବେ ବୋଲି ସର୍ତ୍ତ ରଖିଲେ । ବ୍ରହ୍ମଦେବଙ୍କ ଆଜ୍ଞା ସେହିପରି ଥିବାରୁ ଦେବହୁତି ସମ୍ମତ ହେଲେ । ମନୁ ଓ ଶତରୂପା ସେମାନଙ୍କ ବିବାହ ସାରି ସେଠାରୁ ପ୍ରସ୍ଥାନ କରିଲେ । ତା ପର ଦିନଠାରୁ କର୍ଦମ ଋଷି ପୂର୍ବ ପରି ନିଜ ଦିନଚର୍ଯ୍ୟାରେ ବ୍ୟସ୍ତ ରହିଲେ । ପ୍ରାତଃରୁ ଶଯ୍ୟା ତ୍ୟାଗ କରି ଧ୍ୟାନ, ପୂଜା ଧର୍ମ ଗ୍ରନ୍ଥ ପଠନ, ଶାସ୍ତ୍ର ପଠନ ଓ ବିଶ୍ରାମ ଇତ୍ୟାଦିରେ ତାଙ୍କର ସମୟ ବ୍ୟତୀତ ହୁଏ । ଏହିପରି ବହୁତ ବର୍ଷ ବିତିଗଲା । ପତି କର୍ଦମଙ୍କର ସମସ୍ତ ବ୍ୟବସ୍ଥା ଦେବହୁତି କରୁଥାନ୍ତି । ଏପରି ଦେବହୁତି ଦୁର୍ବଳ ଓ ପକ୍ଵକେଶା ହୋଇଗଲେ । ତାଙ୍କର ବସ୍ତ୍ର ମଳିନ ହୋଇଗଲା। ଦିନେ ଋଷି ସନ୍ଧ୍ୟାରେ ଦୀପ ଲଗେଇ କିଛି ଲେଖୁଥିଲାବେଳେ ଦୀପରୁ ତୈଳ ସରିଗଲା । ଦେବହୁତି ଦୀପରେ ତେଲ ଦେଲାବେଳେ ଦୀପର ଉଜ୍ବଳ ଆଲୋକରେ ଵୃଦ୍ଧା ଦେବହୁତିଙ୍କୁ ଦେଖି, ସେ କିଏ ବୋଲି କର୍ଦମ ପଚାରିବାରୁ ଦେବହୁତି ତାଙ୍କର ପରିଚୟ ଦେଇ ସମସ୍ତ ବିଷୟ ଜଣେଇଲେ । ଏକଥା ତାଙ୍କୁ ପୂର୍ବରୁ କାହିଁକି ଜଣେଇନଥିଲେ ବୋଲି କହିଲେ । କର୍ଦମ ଋଷି ଦେବହୁତିଙ୍କ ସେବାରେ ପ୍ରୀତ ହୋଇ ତାଙ୍କୁ ବର ମାଗିବାକୁ କହିଲେ । ଦେବହୁତି ଚିନ୍ତା କଲେ ଏହି କୁଟୀରରେ କଣ ଅଛି ଯେ ମୁଁ ମାଗିଲେ ମୋତେ ମିଳିବ । କର୍ଦମ ତାଙ୍କୁ ସ୍ନାନ କରି ଆସିବାକୁ କହିଲେ । ଦେବହୁତି ନିକଟସ୍ଥ ସରୋବରରେ ସ୍ନାନ କରିବା ପରେ ପୂର୍ବପରି ଯୌବନ ପ୍ରାପ୍ତ ହେଲେ ଓ ଅତି ଆନନ୍ଦିତା ହୋଇ ଆଶ୍ରମକୁ ଆସିଲେ । ପୁଣି ତାଙ୍କର କଣ ଆବଶ୍ୟକ ବୋଲି ମୁନି ପଚାରିବାରୁ ସେ ଚିନ୍ତାରେ ପଡିଗଲେ । ମୁନି ତାଙ୍କର ଇଚ୍ଛା ଜାଣି ଯୋଗ ବଳରେ ଗୋଟିଏ ସୁନ୍ଦର ସୁବର୍ଣ୍ଣ ମହଲ ନିର୍ମାଣ କରିଲେ । ସେ ମହଲରେ ଅନେକ ଦାସ ଦାସୀ ଥିଲେ । ଏ ସବୁରେ ତାଙ୍କର ପ୍ରୟୋଜନ ନାହିଁ, କର୍ଦମ ଋଷିଙ୍କ ପତ୍ନୀ ଭାବରେ ସମୟ ବ୍ୟତୀତ କରିବାକୁ ତାଙ୍କର ଇଚ୍ଛା ବୋଲି ଦେବହୁତି ଜଣେଇଲେ । କର୍ଦମ ସେଥିରେ ସମ୍ମତ ହେଲେ। ସେ ଯେଉଁଠାକୁ ସଂକେତ କରିଲେ ସେଠାରେ ଏକ ବିମାନ ସୃଷ୍ଟି ହେଲା । ଭାଗବତରେ ଦେଢ଼ପୃଷ୍ଠାରେ ସେ ବିମାନର ବର୍ଣ୍ଣନା କରାଯାଇଛି । ସେ ବିମାନରେ ବୃକ୍ଷ ଲତା ପଶୁପକ୍ଷୀ ଶୋଭିତ ଉଦ୍ୟାନ ପ୍ରଭୃତି ସମସ୍ତ ଆନନ୍ଦ ଦାୟକ ସୁବିଧା ଉପଲବ୍ଧ ଥିଲା । ସେହି ବିମାନରେ ସେ ଦେବହୁତିଙ୍କୁ ନ ବର୍ଷରେ ନବଲୋକ ଭ୍ରମଣ କରେଇଲେ । ସେହି ଭ୍ରମଣ କାଳରେ ଦେବହୂତି ନବ କନ୍ୟାଙ୍କର ଜନନୀ ହେଲେ । ସେ କନ୍ୟା ମାନଙ୍କର ନାମ ହେଉଛି - କଳା, ଅରୁନ୍ଧତୀ, ଅନସୂୟା, ଶ୍ରଦ୍ଧା, ଗତି କ୍ରିୟା, କ୍ଷତି, ଶାନ୍ତି ଓ ହବିର୍ଭୁ । ନ ବର୍ଷ ପରେ ଯେତେବେଳେ ସେହି ସ୍ଥାନକୁ ଫେରିଲେ କର୍ଦମ ଋଷି ପତ୍ନୀଙ୍କୁ କହିଲେ ‘ଏବେ ତମେ ସେ ମହଲରେ ନିଜ କନ୍ୟାମାନଙ୍କ ସହିତ ରୁହ । ଦେବହୁତି ପୁତ୍ର କଥା ମନେପକେଇବାରୁ ଯଥା ସମୟରେ ସ୍ୱୟଂ ନାରାୟଣ ତମ ପୁତ୍ର ରୂପରେ ଜାତ ହେବେ ବୋଲି କର୍ଦମ ଋଷି କହିଲେ । ଉଚିତ ସମୟରେ ପୁତ୍ର ଜାତ ହେବାପରେ ମୋର ସର୍ତ୍ତ ପୁରଣ ହେଲା, ମୁଁ ଯାଉଛି ବୋଲି କହି କର୍ଦମ ଯିବାକୁ ବାହାରିଲେ । କିଛିଦିନ ପୁତ୍ର ସୁଖ ଅନୁଭବ କରିବାକୁ ପତ୍ନୀଙ୍କ କଥା ଅସ୍ବୀକାର କରିଲେ। ଦେବହୁତି ନିଜର ଉଦ୍ଧାର ପାଇଁ ତାଙ୍କ ସହିତ ଯିବାକୁ ବାହାରିଲେ । ସେତେବେଳେ ଋଷି ତାଙ୍କୁ କହିଥିଲେ ‘ସ୍ୱୟଂ ନାରାୟଣ ତମର ପୁତ୍ର ରୂପରେ ନୂତନ ଯୁଗ ଆରମ୍ଭ କରିବାକୁ ଜନ୍ମ ନେଇଛନ୍ତି, ସେ ବଡହେଲେ ତମକୁ ଉପଦେଶ ଦେବେ ଓ ତୁମର ମୋକ୍ଷ ହେବ । ପୁତ୍ର କପିଳ ମୁନିଙ୍କୁ ଯେତେବେଳେ ବାର ବର୍ଷ ହେଲା ସେ ଦେବହୁତିଙ୍କୁ ସାଙ୍ଖ୍ୟ ଯୋଗର ଉପଦେଶ ଦେଲେ । ତାହା ସଂସାରରେ ସାଙ୍ଖ୍ୟଦର୍ଶନ ନାମରେ ପ୍ରସିଦ୍ଧ ହେଲା । ଏହି ଦର୍ଶନ ଓ ଏହି ଯୋଗ ଅତ୍ୟନ୍ତ ଅଲୌକିକ ।
ଆମର ସମସ୍ତ ଶାସ୍ତ୍ର, ପୁରାଣ, ସମସ୍ତ ଗ୍ରନ୍ଥ-ରାମାୟଣ, ମହାଭାରତ, ସ୍ମୃତି, ଶ୍ରୀମଦ୍ଭଗବଦଗୀତା, ଏସବୁ ସାଙ୍ଖ୍ୟ ଦର୍ଶନ ଉପରେ ଆଧାରିତ। ଏହାର ରଚୟିତା କପିଳ ମୁନି ଶ୍ରୀ ଭଗବାନଙ୍କର ଏକ ଅବତାର ସହିତ ଜଣେ ଋଷି ମଧ୍ୟ ଅଟନ୍ତି। କପିଳ ମୁନିଙ୍କର ଅଭିଶାପ ଫଳରେ ସଗର ରାଜାଙ୍କର ସାତ ହଜାର ପୁତ୍ର ଭସ୍ମ ହୋଇଯାଇଥିଲେ ଓ ପରେ ସେହି ସାଗର ରାଜାଙ୍କର ବଂଶଧର ରାଜା ଭଗୀରଥ କଠୋର ତପସ୍ୟା ବଳରେ ଗଙ୍ଗାମାତାଙ୍କୁ ପୃଥିବୀ ପୃଷ୍ଠକୁ ଆଣି ତାଙ୍କ ପୂର୍ବପୁରୁଷଙ୍କୁ ମୋକ୍ଷ କରାଇଥିଲେ। ଯେଉଁ ସ୍ଥାନରେ କପିଳ ମୁନି ଦେବହୂତିଙ୍କୁ ଉପଦେଶ ଦେଇଥିଲେ ସେହି ସ୍ଥାନ କପିଳବାସ୍ତୁ ନାମରେ ପ୍ରସିଦ୍ଧ, ସେହିଠାରେ ମହାତ୍ମା ବୁଦ୍ଧ ଜନ୍ମଲାଭ କରିଥିଲେ ।
ସାଙ୍ଖ୍ୟର ଅର୍ଥ ସଂଖ୍ୟା । ଏହି ସାଙ୍ଖ୍ୟ ଯୋଗରେ ଦୁଇ ଠାରୁ ଅଠେଇଶ ଶ୍ଳୋକ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ସଂଖ୍ୟା ମାନ Character। ଏହାକୁ ଏକ ସ୍ଲାଇଡ୍ ମାଧ୍ୟମରେ ବୁଝିବାକୁ ଚେଷ୍ଟା କରିବା ।
ସର୍ବ ପ୍ରଥମେ ଏକ ର ବିଚାର କରାଗଲା । ଏକୋବ୍ରହ୍ମା ଦ୍ଵିତୀୟୋନାସ୍ତି। ଏହା ପ୍ରଥମ ସଂଖ୍ୟା ହୋଇଗଲା । କିନ୍ତୁ ସାଂଖ୍ୟ ଯୋଗୀ ମାନେ କହିଲେ ଗୋଟିଏରେ କାମ ଚଳିବ ନାହିଁ । ଅତି କମ୍ରେ ଦୁଇଟିକୁ ତ ମାନିବାକୁ ପଡ଼ିବ। ପ୍ରକୃତି ଓ ପୁରୁଷ । ଗୋଟିଏ ଜଡ ତତ୍ତ୍ଵ, ଅନ୍ୟଟି ଚେତନ ତତ୍ତ୍ଵ ଅଟେ ।
ପୁଣି ଚିନ୍ତା କରାଗଲା ଯେପର୍ଯ୍ୟନ୍ତ ମହତ୍ (ବୁଦ୍ଧି) ଓ ସମଷ୍ଟି (ଅହଙ୍କାର) ଏଥିରେ ନ ମିଶିବ ତେବେ ବ୍ରହ୍ମାଣ୍ଡର ନିର୍ମାଣ ହେଇପାରିବ ନାହିଁ। ଏହିପରି ଭାବେ ତିନି ଓ ଚାରି ସଂଖ୍ୟା ଆସିଗଲା । ପୁଣି କେହି କହିଲେ ଚାରିଟି ସଂଖ୍ୟାରେ କ'ଣ ହେବ?
ପଞ୍ଚମରେ ମନ, ଛ ରୁ ଦଶମ ପଯ୍ୟନ୍ତ ପାଞ୍ଚ କର୍ମେନ୍ଦ୍ରିୟ, ଏଗାରରୁ ପନ୍ଦର ପର୍ଯ୍ୟନ୍ତ ପାଞ୍ଚ ଜ୍ଞାନେନ୍ଦ୍ରିୟଙ୍କୁ ସାମିଲ କରାଗଲା । କେହି କେହି କହିଲେ ମାତ୍ରା ଓ ମହାଭୂତ ବିନା ଏସବୁ କ'ଣ ହେବ। ତେଣୁ ଶଦ୍ଦ, ସ୍ପର୍ଶ, ରୂପ, ରସ, ଗନ୍ଧ ଆଦି ପାଞ୍ଚ ମାତ୍ରା ତଥା ପାଞ୍ଚ ମହାଭୂତ ଯଥା , ଆକାଶ, ବାୟୁ, ଅଗ୍ନି, ଜଳ ଓ ପୃଥିବୀ । ଏହିପରି ଭାବେ ସାଙ୍ଖ୍ୟଯୋଗୀମାନେ ନିଜ ନିଜ ଦୃଷ୍ଟିରେ ଭିନ୍ନ ଭିନ୍ନ ଏହି ପଚିଶିଟି ସଂଖ୍ୟାର ବିଚାର କଲେ । ଅନ୍ୟ କେହି ସତ୍ତ୍ଵ, ରଜୋ,ଓ ତମୋକୁ ଯୋଡିଲେ । ତେଣୁ ଏହିପରି ଭାବେ ସାଙ୍ଖ୍ୟଯୋଗୀମାନେ ମୋଟ ଅଠେଇଶି ସଂଖ୍ୟାର ବ୍ୟାଖ୍ୟା କରିଛନ୍ତି।
ଏହି ସମଷ୍ଟି ଅଙ୍ଗର ସତ୍ତ୍ଵ ଅଂଶ - ମନ, ଜ୍ଞାନେନ୍ଦ୍ରିୟ ଓ କର୍ମେନ୍ଦ୍ରିୟ ଅଟେ । ତାମସ ଅଂଶ ପାଞ୍ଚ ମାତ୍ରା ଓ ପାଞ୍ଚ ମହାଭୂତ ଅଟେ । ତଥା ରାଜସ ଅଂଶରେ ସମସ୍ତ ପ୍ରକାର ପ୍ରେରଣା ଓ କାର୍ଯ୍ୟ ରହିଛି। ଏହି ବିଷୟ ବହୁତ ବଡ଼, ଏହାକୁ କେବଳ ସଂକ୍ଷିପ୍ତ ରୂପରେ ବର୍ଣ୍ଣନା କରାଯାଇଅଛି।
ଦ୍ଵିତୀୟ ଅଧ୍ୟାୟ ଆରମ୍ଭ ପୂର୍ବରୁ ଅର୍ଜୁନ ନିଜ ରଥକୁ ଦୁଇ ସୈନ୍ୟବାହିନୀ ମଝିରେ ଛିଡ଼ା କରିବାକୁ ଭଗବାନଙ୍କୁ ନିବେଦନ କରିଛନ୍ତି। ଯଦି ଭଗବାନ ଚାହିଁଥାନ୍ତେ ତେବେ ସେ ରଥକୁ ଦୁର୍ଯ୍ୟୋଧନ ସମ୍ମୁଖରେ ଛିଡ଼ା କରି ପାରିଥାନ୍ତେ। ତାହେଲେ ଏହି ଭଗବଦ୍ ଗୀତା କୁହାଯାଇ ପାରିନଥାନ୍ତା। ଭଗବାନ ଜଣେ ଉତ୍ତମ ବୈଦ୍ୟ ଭାବେ ମୋହଗ୍ରସ୍ତ ଅର୍ଜୁନଙ୍କୁ ପିତାମହ ଭୀଷ୍ମ ଓ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ସମ୍ମୁଖରେ ଛିଡ଼ା କଲେ । ଯେତେବେଳେ ଅର୍ଜୁନ ସେମାନଙ୍କୁ ସାମ୍ନାରେ ଦେଖିଲେ ସେତେବେଳେ ସେ ଯୁଦ୍ଧ ନକରିବାପାଇଁ ଭଗବାନଙ୍କ ସହିତ ଯୁକ୍ତି ରଖିଲେ । ସେତେବେଳେ ଭଗବାନ ସ୍ମିତ ଭାବେ ହସୁଥିଲେ ।
2.1
ସଞ୍ଜୟ ଉବାଚ
ତଂ(ନ୍) ତଥା କୃପୟାବିଷ୍ଟମ୍, ଅଶ୍ରୁପୂର୍ଣ୍ଣାକୁଲେକ୍ଷଣମ୍।
ବିଷୀଦନ୍ତମିଦଂ(ୱ୍ଁ) ବାକ୍ୟମ୍, ଉବାଚ ମଧୁସୂଦନଃ॥2.1॥
ସଞ୍ଜୟ କହିଲେ- ସେପରି କରୁଣାବିଷ୍ଟ ଏବଂ ଅଶ୍ରୁପୂର୍ଣ୍ଣ ବ୍ୟାକୁଳ ନେତ୍ର ଶୋକାକୁଳ ଅର୍ଜୁନଙ୍କୁ ଭଗବାନ ମଧୁସୂଦନ ଏହି କଥା କହିଲେ,-
ବିବେଚନ -:
ସଂଜୟ କହିଲେ - “ଏହିପରି ଦୁଃଖିତ, ଅଶ୍ରୁ ପୂର୍ଣ୍ଣ ବ୍ୟାକୁଳିତ ନୟନ ସହ ଶୋକାକୁଳ ଅର୍ଜୁନଙ୍କୁ ଭଗବାନ ମଧୁସୂଦନ ଏହି ବଚନ କହିଲେ” -
ଶ୍ରୀ ଭଗବାନୁବାଚ
କୁତସ୍ତ୍ୱା କଶ୍ମଲମିଦଂ(ୱ୍ଁ), ବିଷମେ ସମୁପସ୍ଥିତମ୍।
ଅନାର୍ୟଜୁଷ୍ଟମସ୍ୱର୍ଗ୍ୟମ୍, ଅକୀର୍ତିକରମର୍ଜୁନ॥2.2॥
ଶ୍ରୀ ଭଗବାନ କହିଲେ- ହେ ଅର୍ଜୁନ ! ତୁମକୁ ଏହି ଅସମୟରେ ଏହି ମୋହ କେଉଁଠୁ ଆସିଗଲା ? କାରଣ ଏହା ଶ୍ରେଷ୍ଠ ପୁରୁଷମାନଙ୍କ ଦ୍ୱାରା ଆଚରିତ ନୁହେଁ, କିମ୍ବା ସ୍ୱର୍ଗପ୍ରଦାୟକ କି କୀର୍ତ୍ତିପ୍ରଦାୟକ ମଧ୍ୟ ନୁହେଁ ।
ବିବେଚନ -:
ଏହି ଶ୍ଳୋକରେ ପାଞ୍ଚଟି ବାକ୍ୟ ଦ୍ଵାରା ଭଗବାନ ଅର୍ଜୁନଙ୍କୁ ଭର୍ତ୍ସନା ମଧ୍ୟ କରିଛନ୍ତି । କଶ୍ମଳର ଅର୍ଥ ମୋହ ବା ଅନାସକ୍ତ । ଶ୍ରୀ ଭଗବାନ ଅର୍ଜୁନଙ୍କୁ କହିଲେ କି “ଏହି ଅସମୟରେ ତୁମକୁ ଏପରି ମୋହଗ୍ରସ୍ତ ଭାବ କାହିଁକି ପ୍ରାପ୍ତ ହେଲା ?”
ଏହି ଶ୍ଳୋକରେ ପାଞ୍ଚଟି ବାକ୍ୟ ଦ୍ଵାରା ଭଗବାନ ଅର୍ଜୁନଙ୍କୁ ଭର୍ତ୍ସନା ମଧ୍ୟ କରିଛନ୍ତି । କଶ୍ମଳର ଅର୍ଥ ମୋହ ବା ଅନାସକ୍ତ । ଶ୍ରୀ ଭଗବାନ ଅର୍ଜୁନଙ୍କୁ କହିଲେ କି “ଏହି ଅସମୟରେ ତୁମକୁ ଏପରି ମୋହଗ୍ରସ୍ତ ଭାବ କାହିଁକି ପ୍ରାପ୍ତ ହେଲା ?”
ତୁମେ ଉତ୍ତମ କୂଳରେ ଜନ୍ମିତ ,ତୁମର ଆଚରଣ ମଧ୍ୟ ଉତ୍ତମ। ତୁମେ ସବୁବେଳେ ଦେବତାମାନଙ୍କର ସାନ୍ନିଧ୍ୟ ପାଇଛ । ଅଥଚ ଏବେ ତୁମେ ଅନାର୍ଯ୍ୟଙ୍କ ପରି କଥା କହୁଛ । ତୁମେ ସାଧାରଣ ମନୁଷ୍ୟଙ୍କ ପରି କଥା କହୁନାହିଁ। ତୁମେ ଯାହା କହୁଛ ସେଥିରେ ତୁମକୁ ସ୍ଵର୍ଗ ପ୍ରାପ୍ତ ହେବନାହିଁ। ତୁମେ ନିମ୍ନ ପୁରୁଷମାନଙ୍କ ଭଳି କଥା କହୁଛ ଏଥିରେ ନା ତୁମର କଲ୍ୟାଣ ହେବ ନା ତୁମକୁ ଯଶ ଓ ସମ୍ମାନ ମିଳିବ । ଅନାର୍ଯ୍ୟ ଶଦ୍ଦର ଅର୍ଥ ଏଠାରେ ଆର୍ଯ୍ୟ ଜାତିକୁ ବୁଝାଏ ନାହିଁ, ଏହାର ଅର୍ଥ ଉତ୍ତମ ଅଟେ ।
କ୍ଲେବ୍ୟଂ(ମ୍) ମା ସ୍ମ ଗମଃ(ଫ୍) ପାର୍ଥ, ନୈତତ୍ତ୍ୱୟ୍ୟୁପପଦ୍ୟତେ
କ୍ଷୁଦ୍ରଂ(ମ୍) ହୃଦୟଦୌର୍ବଲ୍ୟଂ(ନ୍), ତ୍ୟକ୍ତ୍ୱୋତ୍ତିଷ୍ଠ ପରନ୍ତପ॥3॥
ତେଣୁ ହେ ଅର୍ଜୁନ ! ନପୁଂସକତା ପ୍ରାପ୍ତ ହୁଅ ନାହିଁ । ତୁମ ପକ୍ଷରେ ଏହା ଉଚିତ୍ ନୁହେଁ । ହେ ଶତୃତାପନ ! ହୃଦୟର ତୁଚ୍ଛ ଦୁର୍ବଳତା ତ୍ୟାଗକରି ଯୁଦ୍ଧ କରିବାକୁ ଠିଆ ହୋଇଯାଅ ।
ବିବେଚନ -:
ଏବେ ଶ୍ରୀଭଗବାନ୍ ଅର୍ଜୁନଙ୍କୁ ଆହୁରି ଅଧିକ କଠୋର ବାକ୍ଯ କହିଲେ। ଅର୍ଜୁନଙ୍କ ପରି ବୀରଯୋଦ୍ଧା, ଯିଏ ପ୍ରତ୍ୟେକ ଯୁଦ୍ଧକୁ ଜୟକରିଛନ୍ତି, ଶ୍ରୀଭଗବାନ କହୁଛନ୍ତି,
“ହେ ଅର୍ଜୁନ ତୁମେ ନପୁଂସକ ଅଟ।”
ଅର୍ଜୁନ, ଯିଏ ସମସ୍ତ ଦେବୀ-ଦେବତାମାନଙ୍କୁ ପରାସ୍ତ କରିଛନ୍ତି, ଏକା ନିଜେ ସମସ୍ତ କୌରବ ସେନାଙ୍କୁ ପରାସ୍ତ କରିଛନ୍ତି, ତାଙ୍କୁହିଁ ଶ୍ରୀଭଗବାନ୍ କହୁଛନ୍ତି, “ଅର୍ଜୁନ ! ତମେ ନପୁଂସକ ହେବାପାଇଁ ଚେଷ୍ଟା କରନି। ଏହା ତୁମପାଇଁ କଦାପି ଠିକ୍ ନୁହେଁ। ତୁମେ ପରମ ତପସ୍ବୀ ଅଟ, ତୁମ ତପସ୍ୟା ବଳରେ ମହାଦେବ ପ୍ରସନ୍ନ ହୋଇପାରିଛନ୍ତି। ତେଣୁ ହୃଦୟରେ ସ୍ଥାନପାଇଥିବା ଏହି ସାମାନ୍ୟ ଦୁର୍ବଳତାକୁ ଦୂରକରି ତୁମେ ଯୁଦ୍ଧପାଇଁ ଅଗ୍ରସର ହୁଅ।”
ଅର୍ଜୁନ ଉବାଚ
କଥଂ(ମ୍) ଭୀଷ୍ମମହଂ(ମ୍) ସଙ୍ଖ୍ୟେ, ଦ୍ରୋଣଂ(ଞ୍) ଚ ମଧୁସୂଦନ
ଇଷୁଭିଃ(ଫ୍) ପ୍ରତି ୟୋତ୍ସ୍ୟାମି, ପୂଜାର୍ହାବରିସୂଦନ॥4॥
ଅର୍ଜୁନ କହିଲେ- ହେ ମଧୁସୂଦନ ! ରଣଭୂମି ରେ ଭୀଷ୍ମ ପିତାମହ ଓ ଦ୍ରୋଣାଚାର୍ଯ୍ୟଙ୍କ ବିରୁଦ୍ଧରେ ମୁଁ କିପରି ବାଣ ମାରି ପାରିବି କାରଣ, ହେ ଅରିସୂଦନ ! ସେ ଦୁହେଁ ମୋର ପୂଜନୀୟ ।
ବିବେଚନ -:
ଅର୍ଜୁନ ଭାବିଲେ କି ଶ୍ରୀଭଗବାନ ହୁଏତ ତାଙ୍କ କଥାକୁ ଠିକ୍ରେ ବୁଝିପାରି ନାହାଁନ୍ତି ତେଣୁ ସେ ପୁଣି ଆଉଥରେ ତାଙ୍କୁ ସେହି କଥା କହୁଛନ୍ତି ଏବଂ ତାଙ୍କ ସହିତ ଦୁଇପ୍ରକାର ସମ୍ବୋଧନ ମଧ୍ୟ କରିବାକୁ ଯାଇ କହୁଛନ୍ତି, “ହେ ମଧୁସୂଦନ! ଆପଣ ମଧୁ ନାମକ ରାକ୍ଷସର ସଂହାର କରିଛନ୍ତି। ହେ ଅରିସୂଦନ! ମୁଁ ଯୁଦ୍ଧ କ୍ଷେତ୍ରରେ ଭୀଷ୍ମ ପିତାମହ ଏବଂ ଆଚାର୍ଯ୍ୟ ଦ୍ରୋଣଙ୍କ ସହିତ ଅସ୍ତ୍ରଶସ୍ତ୍ର ଦ୍ୱାରା କେମିତି ଯୁଦ୍ଧ କରିବି? ଏ ଦୁଇଜଣ ହିଁ ମୋର ପୂଜନୀୟ ଅଟନ୍ତି।” ଏବେ ଅର୍ଜୁନ ତାଙ୍କ ପିଲାଦିନର ସେହି ଅଲିଭା ସ୍ମୃତିକୁ ମନେ ପକାଉଛନ୍ତି। ସାଥିମେଳରେ ଖେଳିସାରି ଘରକୁ ଫେରିଲାପରେ ଜେତେବେଳେ ପିତାମହ ମତେ ଦେଖିଦିଅନ୍ତି, ସେତେବେଳେ ତାଙ୍କ ଶ୍ଵେତବସ୍ତ୍ର ମଇଳା ହୋଇଯିବା ପ୍ରତି ଧ୍ୟାନ ନଦେଇ ଦୁଇହାତ ପ୍ରସାରି କହି ପକାନ୍ତି, “ଆରେ ଅର୍ଜୁନ! ତୁମେ ମୋ ପାଖକୁ ତ ଟିକେ ଆସ।” ଅର୍ଜୁନ କହୁଥିଲେ ନା ପିତାମହ, ମୋ ଅଙ୍ଗବସ୍ତ୍ର ସବୁ ଏବେ ମଇଳା ହୋଇଛି, ଯାହା ଫଳରେ ଆପଣଙ୍କ ଏହି ଶ୍ଵେତବସ୍ତ୍ର ସବୁ ମଇଳା ହୋଇଯିବ। କିନ୍ତୁ ଏ ସବୁ ପ୍ରତି ସେ ତିଳେମାତ୍ର ଭୃକ୍ଷେପ ନକରି ଅର୍ଜୁନଙ୍କୁ କୋଳାଗ୍ରତ କରି ନେଉଥିଲେ। ଯେଉଁ ଗୁରୁଦେବ ମତେ ନିଜ ପୁତ୍ର ଠାରୁ ବି ଅଧିକ ମାନୁଥିଲେ ଏବଂ ଅଧିକ ଶିକ୍ଷା ବି ପ୍ରଦାନ କରୁଥିଲେ, ଯିଏ ମତେ ଦିନେ କଥା ଦେଇଥିଲେ କି ମୁଁ ତୁମକୁ ସର୍ବଶ୍ରେଷ୍ଠ ଧନୁର୍ଦ୍ଧର ଯୋଦ୍ଧା ବନେଇବି ଓ ତାହା ମଧ୍ୟ ପୁରା କରିଥିଲେ। ଅଶ୍ଵତ୍ଥାମାକୁ ବ୍ରହ୍ମାସ୍ତ୍ର ଚାଳନା ଶିଖାଇଥିଲେ ମଧ୍ୟ ତାହା ଫେରେଇ ଆଣିବାର ବିଧି ଶିଖାଇ ନଥିଲେ। କିନ୍ତୁ ଅର୍ଜୁନଙ୍କୁ ଏହି ଦୁଇଟି ବିଦ୍ୟା ଶିଖାଇ ଥିଲେ। ସେ ନିଜ ପୁତ୍ରକୁ ସେହି ବିଦ୍ୟା ଦେଇ ନଥିଲେ ଯାହା ଅର୍ଜୁନଙ୍କୁ ଦେଇଥିଲେ । ଅର୍ଜୁନ ମନରେ ଏହା ବିଚାର କରୁଥିଲେ କି ସେ କିପରି ଗୁରୁ ଦ୍ରୋଣଙ୍କର ହତ୍ୟା କରିବେ । ଯେଉଁ ଗୁରୁ ତାଙ୍କ ପାଇଁଁ ଏକଲବ୍ୟର ଆଙ୍ଗୁଠି ମାଗିନେଲେ ଓ କର୍ଣ୍ଣଙ୍କୁ ଶିକ୍ଷାଦାନ ପାଇଁ ମନା କରି ଦେଇଥିଲେ। ମୋ ପ୍ରତି ତାଙ୍କର ସ୍ନେହ ପାଇଁ ସେମାନେ କେତେ କ'ଣ ନ କରିଛନ୍ତି । ମୁଁ କିପରି ସେ ଦୁଇଜଣଙ୍କୁ ଉପରକୁ ବାଣ ଚଲାଇ ପାରିବି ?
ଗୁରୂନହତ୍ୱା ହି ମହାନୁଭାବାନ୍,
ଶ୍ରେୟୋ ଭୋକ୍ତୁଂ(ମ୍) ଭୈକ୍ଷ୍ୟମପୀହ ଲୋକେ
ହତ୍ୱାର୍ଥକାମାଂସ୍ତୁ ଗୁରୂନିହୈବ,
ଭୁଞ୍ଜୀୟ ଭୋଗାନ୍ରୁଧିରପ୍ରଦିଗ୍ଧାନ୍॥5॥
ତେଣୁ ଏହି ମହାନୁଭବ ଗୁରୁଜନମାନଙ୍କୁ ମାରିବା ଅପେକ୍ଷା ମୁଁ ଏହି ଲୋକରେ ଭିକ୍ଷାନ୍ନ ଦ୍ୱାରା ଜୀବିକା ନିର୍ବାହ କରିବା କଲ୍ୟାଣକର ବୋଲି ମନେ କରୁଛି; କାରଣ ଗୁରୁଜନମାନଙ୍କୁ ମାରିଲେ ଏହି ଲୋକରେ ସେମାନେ ରକ୍ତସିକ୍ତ ଅର୍ଥ ଓ କାମରୂପକ ଭୋଗ ସାମଗ୍ରୀ ହିଁ ତ ଭୋଗ କରିବି ।
ବିଵେଚନ -:
ଅର୍ଜୁନ କହିଛନ୍ତି କି “ଗୁରୁଜନମାନଙ୍କୁ ମାରିବା ଅପେକ୍ଷା ମୋତେ ଏହି ପୃଥିବୀରେ ଭିକ୍ଷା ମାଗିକରି ଖାଇବା ଶ୍ରେୟସ୍କର ମନେହେଉଛି । ଗୁରୁଜନଙ୍କୁ ମାରି ସେମାନଙ୍କ ରକ୍ତରେ ରଞ୍ଜିତ ହୋଇଥିବା ସୁଖ ଭୋଗ କରିବା କ'ଣ ଠିକ୍ ? ଏହି ସୁଖ ଲାଭ ପାଇଁ କ'ଣ ମୁଁ ଏହି ମହାପୁରୁଷମାନଙ୍କୁ ବଧ କରିବି ?” ଏପରି ନୁହେଁ କି ଅର୍ଜୁନଙ୍କୁ ଭିକ୍ଷା ମାଗି ବଞ୍ଚିବା ଜଣାନାହିଁ। ଜତୁଗୃହ ଦାହ ଘଟଣା ପରେ ପାଣ୍ଡବମାନେ ଗୋଟିଏ ବର୍ଷ ଛଦ୍ମ ବେଶରେ ରହିଥିବା ସମୟରେ ଅର୍ଜୁନ ବ୍ରାହ୍ମଣ ବେଶରେ ଭିକ୍ଷା ମାଗି ଜୀବନ ବ୍ୟତୀତ କରୁଥିଲେ । ତାଙ୍କର ଭିକ୍ଷା ମାଗିବାର ଅନୁଭବ ଥିଲା ।
ନ ଚୈତଦ୍ୱିଦ୍ମଃ(ଖ୍) କତରନ୍ନୋ ଗରୀୟୋ,
ୟଦ୍ୱା ଜୟେମ ୟଦି ବା ନୋ ଜୟେୟୁଃ
ୟାନେବ ହତ୍ୱା ନ ଜିଜୀବିଷାମଃ(ସ୍)
ତେଽବସ୍ଥିତାଃ(ଫ୍) ପ୍ରମୁଖେ ଧାର୍ତରାଷ୍ଟ୍ରାଃ॥6॥
ଆମର ଯୁଦ୍ଧ କରିବା ଓ ନ କରିବା- ଏ ଦୁଇଟି ମଧ୍ୟରୁ କେଉଁଟି ଶ୍ରେଷ୍ଠ, ଆମେ ତାହା ଜାଣିନାହୁଁ; ଆମେ ସେମାନଙ୍କୁ ଜିତିବୁ, କି ସେମାନେ ଆମକୁ ଜିତିଲେ, ତାହା ମଧ୍ୟ ଜାଣିନାହୁଁ; ଯେଉଁ ମାନଙ୍କୁ ମାରି ଆମେ ବଞ୍ଚିବାକୁ ଇଚ୍ଛା ମଧ୍ୟ କରୁନାହୁଁ, ଆମର ସେହି ଆତ୍ମୀୟ ଧୃତରାଷ୍ଟ୍ରଙ୍କ ପୁତ୍ର ମାନେ ହିଁ ଆମ ସମ୍ମୁଖରେ ଯୁଦ୍ଧ କରିବାକୁ ଠିଆ ହୋଇଛନ୍ତି ।
ବିଵେଚନ -:
ଅର୍ଜୁନ କହିଛନ୍ତି କି ଯୁଦ୍ଧ କରିବା ଓ ନ କରିବା ଭିତରୁ କେଉଁଟା ଶ୍ରେଷ୍ଠ ତାହା ମୁଁ ଜାଣିନାହିଁ। ଯଦି ଆପଣଙ୍କ ଆଜ୍ଞା ଅନୁସାରେ ଯୁଦ୍ଧ କରାଯାଏ ତେବେ କିଏ ବିଜୟ ଲାଭ କରିବ ତାହା ମଧ୍ୟ ଜଣାନାହିଁ। ସେମାନଙ୍କ ସୈନ୍ୟ ବାହିନୀରେ ଭୀଷ୍ମ ପିତାମହ, ଗୁରୁ ଦ୍ରୋଣାଚାର୍ଯ୍ୟ, ଦୁର୍ଯ୍ୟୋଧନ, ଅଶ୍ଵତ୍ଥାମାଙ୍କ ଭଳି ବଡ଼ ବଡ଼ ଧନୁର୍ଦ୍ଧର ଅଛନ୍ତି । ଯୁଦ୍ଧ ହେଲେ କେହି ମଧ୍ୟ ଜିତି ପାରିବେ । ହୋଇପାରେ ଯୁଦ୍ଧରେ ଆମର ମୃତ୍ୟୁ ହେବ। ଯେଉଁମାନଙ୍କୁ ମାରି ଆମେ ଯୁଦ୍ଧରେ ବିଜୟୀ ହେବୁ ସେମାନେ ଆମର ନିଜ ପରିବାର ଓ ବନ୍ଧୁବାନ୍ଧବ। ଯୁଦ୍ଧ କରିବା ଠିକ୍ କିମ୍ବା ଭୁଲ୍ ତାହା ଜାଣିନାହିଁ । ପରିଣାମ କ'ଣ ହେବ ତାହା ମଧ୍ୟ ଜଣାନାହିଁ।
କାର୍ପଣ୍ୟଦୋଷୋପହତସ୍ୱଭାବଃ(ଫ୍),
ପୃଚ୍ଛାମି ତ୍ୱାଂ(ନ୍) ଧର୍ମସମ୍ମୂଢଚେତାଃ
ୟଚ୍ଛ୍ରେୟଃ(ସ୍) ସ୍ୟାନିଶ୍ଚିତଂ(ମ୍) ବ୍ରୂହି ତନ୍ମେ,
ଶିଷ୍ୟସ୍ତେଽହଂ(ମ୍) ଶାଧି ମାଂ(ନ୍) ତ୍ୱାଂ(ମ୍) ପ୍ରପନ୍ନମ୍॥7॥
ତେଣୁ କାପୁରୁଷତାରୂପକ ଦୋଷହେତୁ ନଷ୍ଟ ସ୍ୱଭାବଯୁକ୍ତ ତଥା ଧର୍ମ ବିଷୟରେ ମୋହିତ ଚିତ୍ତ ହୋଇଥିବା ମୁଁ ଆପଣଙ୍କୁ ପଚାରୁଛି, ମୋ ପକ୍ଷରେ କ'ଣ କରିବା ନିଶ୍ଚିତ କଲ୍ୟାଣକର , ତାହା ମୋତେ କହନ୍ତୁ; କାରଣ ମୁଁ ଆପଣଙ୍କର ଶିଷ୍ୟ । ମୋ ପରି ଶରଣାଗତକୁ ଆପଣ ଉପଦେଶ ଦିଅନ୍ତୁ ।
ବିବେଚନ -:
ଏହା ଏକ ଅଦ୍ଭୂତ ଶ୍ଳୋକ । ଏହି ଗୋଟିଏ ଶ୍ଳୋକକୁ ଗୀତାର ମୌଳିକ ଶ୍ଳୋକ ବୋଲି କୁହାଯାଏ । ଶାସ୍ତ୍ରରେ କୁହାଯାଇଛି ଯେ ଯଦି ଅର୍ଜୁନ ଏହି ଶ୍ଳୋକକୁ ନ କହିଥାନ୍ତେ ତେବେ ସମ୍ଭବତଃ ଶ୍ରୀ ଭଗବାନ ଶ୍ରୀମଦ୍ ଭଗବଦ୍ ଗୀତା କହିନଥାନ୍ତେ। ଏହି ଶ୍ଳୋକକୁ ଶ୍ରୀମଦ୍ ଭଗବଦ୍ ଗୀତାର ମୂଳ ଉତ୍ସ ବୋଲି ବିବେଚନା କରାଯାଏ । ଏହା ପୂର୍ବରୁ କେବଳ କଥା କାହାଣୀ ରହିଛି। ଅର୍ଜୁନ ଏଠାରେ ଯେଉଁ ବୀଜ ବପନ କରିଛନ୍ତି, ତାହା ଶ୍ରୀ ଭଗବାନ ଶ୍ରୀମଦ୍ ଭଗବଦ୍ ଗୀତା ଆରମ୍ଭର କାରଣ ଅଟେ।
ଶ୍ରୀ ଭଗବାନଙ୍କ ସହ ଅର୍ଜୁନଙ୍କର ଅନେକ ପ୍ରକାରର ସମ୍ପର୍କ ଅଛି - ଅର୍ଜୁନ ଜଣେ ଯୋଦ୍ଧା ଏବଂ ଶ୍ରୀ ଭଗବାନ ତାଙ୍କର ସାରଥୀ । ଅର୍ଜୁନ ହେଉଛନ୍ତି ଶ୍ରୀ ଭଗବାନଙ୍କ ଭିଣୋଇ। ଅର୍ଜୁନ ତାଙ୍କ ଭଉଣୀ ସୁଭଦ୍ରାଙ୍କୁ ବିବାହ କରିଛନ୍ତି। ଦୁହିଁଙ୍କ ମଧ୍ୟରେ ବନ୍ଧୁତାର ସମ୍ପର୍କ ମଧ୍ୟ ରହିଛି, କିନ୍ତୁ ଅର୍ଜୁନ ଏହି ସବୁ ସମ୍ପର୍କକୁ ପ୍ରତ୍ୟାଖ୍ୟାନ କରି ଶ୍ରୀ ଭଗବାନଙ୍କ ସହ ଗୁରୁ-ଶିଷ୍ୟ ସମ୍ପର୍କ ସ୍ଥାପନ କରିଥିଲେ। ଅର୍ଜୁନ କହନ୍ତି, "ମୁଁ ତୁମ ଦ୍ୱାରା ଭୀରୁତା ରୂପକ ଦୋଷକୁ ସ୍ୱୟଂ ପାଇଁ ସ୍ୱୀକାର କରେ ଏବଂ ବିଶ୍ୱାସ କରେ ଯେ ମୋ ମନକୁ ଭୀରୁତା ଆସିଛି । ମୁଁ ମୋ ବୁଦ୍ଧି ବଳରେ ଏ ବିଷୟରେ କିଛି ନିର୍ଣ୍ଣୟ ନେବାକୁ ସକ୍ଷମ ନୁହେଁ ।”
ଯେତେବେଳେ ମହାଭାରତ ଯୁଦ୍ଧ ହୋଇଥିଲା, ଅର୍ଜୁନଙ୍କ ବୟସ ସେତେବେଳେ ପ୍ରାୟ ତେୟାଅଶୀ (୮୩) ବର୍ଷ ଏବଂ ଭଗବାନ ଶ୍ରୀକୃଷ୍ଣଙ୍କ ବୟସ ପ୍ରାୟ ସତାଅଶୀ (୮୭) ବର୍ଷ ଥିଲା । ଏହି ସମୟରେ ଜଣେ ୮୩ ବର୍ଷୀୟ ରଣନୀତିଜ୍ଞ ଥିଲେ, ସର୍ବ ଶ୍ରେଷ୍ଠ ଧନୁର୍ଦ୍ଧର, ଯିଏ ଯୁଦ୍ଧରେ ଦେବତାମାନଙ୍କୁ ପରାସ୍ତ କରିଥିବା ଅର୍ଜୁନ ଅଟନ୍ତି। ସେ ଭଗବାନ ଶିବଙ୍କୁ ଦେଖିଥିଲେ, ସେ ଜଣେ ସାଧାରଣ ମନୁଷ୍ୟ ନଥିଲେ। ସେ ଜୀବନରେ ଯେଉଁ ସଫଳତା ପ୍ରାପ୍ତ କରିଛନ୍ତି ତାହା ଅନ୍ୟ କାହା ଜୀବନରେ ମିଳିବା କଷ୍ଟକର । ଅର୍ଜୁନ ତାଙ୍କ ଜୀବନରେ ଯେତିକି ଦିବ୍ୟ ଅସ୍ତ୍ର ପ୍ରାପ୍ତ କରିଛନ୍ତି ଇତିହାସରେ ତାହା କେହି ପ୍ରାପ୍ତ କରିନାହାନ୍ତି। ଅର୍ଜୁନଙ୍କ ପଶ୍ଚାତରେ ଯଦି କାହା ପାଖରେ ସର୍ବାଧିକ ଦିବ୍ୟାସ୍ତ୍ର ଥାଏ ତେବେ ସେ ହେଉଛନ୍ତି ପର୍ଶୁରାମ । ଅର୍ଜୁନଙ୍କ ସମୀପରେ ପ୍ରାୟ ସମସ୍ତ ଦିବ୍ୟ ଅସ୍ତ୍ର ଥିଲା ।
ସେହି ବ୍ୟକ୍ତି ଯିଏ ଧର୍ମ ଓ ନୀତିକୁ ଏତେ ଅନୁସରଣ କରିଥିବା ଅର୍ଜୁନ ସମଗ୍ର ମହାଭାରତ ଗ୍ରନ୍ଥରେ ନୀତି ଓ ଧର୍ମର ତ୍ରୁଟି କରିନଥିଲେ। ଯେତେବେଳେ କୌରବମାନେ ଦ୍ୟୂତକ୍ରୀଡ଼ା ସମୟରେ ପାଣ୍ଡବମାନଙ୍କ ଉପରେ ଏତେ ଅତ୍ୟାଚାର କରିଥିଲେ, ଅର୍ଜୁନ ଗୋଟିଏ ଶବ୍ଦ ମଧ୍ୟ କହିନଥିଲେ । ଉର୍ବଶୀଙ୍କ ଭଳି ଜଣେ ଅପ୍ସରା ଅର୍ଜୁନଙ୍କ ସମ୍ମୁଖରେ ଦଣ୍ଡାୟମାନ ହୋଇଥିଲେ। ଉର୍ବଶୀ ତାଙ୍କୁ ଅଭିଶାପ ଦେବାକୁ ଉଦ୍ୟତ ହୁଅନ୍ତେ, ତା'ପରେ ଅର୍ଜୁନ କହିଲେ, “ମୁଁ ତୁମର ଅଭିଶାପକୁ ସ୍ୱୀକାର କରୁଛି, କିନ୍ତୁ ମୁଁ ତୁମ ଭିତରେ କେବଳ ମାତୃତ୍ବ ହିଁ ଦେଖିପାରିବି ।” କୌଣସି ଅପରାଧ ନ କରି ବର୍ଷେ ପର୍ଯ୍ୟନ୍ତ ନପୁଂସକ ହେବାର ଅଭିଶାପକୁ ସ୍ୱୀକାର କରିଥିଲେ। ଅର୍ଜୁନ ବୋଧହୁଏ ଏକମାତ୍ର ବ୍ୟକ୍ତି ଯିଏ କି ତାଙ୍କ ବିନମ୍ରତା ପାଇଁ ଅଭିଶାପିତ ହୋଇଛନ୍ତି ।
ଏତେ ଧାର୍ମିକ ବ୍ୟକ୍ତି ଶ୍ରୀ ଭଗବାନଙ୍କୁ କହୁଛନ୍ତି, “ଏହି ସମୟରେ ମୋର ବୁଦ୍ଧି ଧର୍ମ ପ୍ରତି ମୋହିତ ହୋଇଛି । ମୁଁ ଠିକ୍ ଓ ଭୁଲ ମଧ୍ୟରେ ପାର୍ଥକ୍ୟ କରିପାରିବି ନାହିଁ । ତେଣୁ, ହେ ମଧୁସୂଦନ ! ମୋର କଲ୍ୟାଣ କର, କାରଣ ମୁଁ ତୁମର ଶିଷ୍ୟ ।”
ଯଦି ଆମେ କୌଣସି ସମସ୍ୟାର ସମାଧାନ ପାଇଁ ବୟସ୍କ ବ୍ୟକ୍ତିଙ୍କ ପରାମର୍ଶ ନେବାକୁ ଯାଇଥାଉ, ତେବେ ଆମେ ଚାହୁଁଛୁ ଯେ ଆମ ମନରେ ଯାହା ଚାଲିଛି, ଆମେ ସେହି ପରାମର୍ଶ ଅନ୍ୟ ବ୍ୟକ୍ତିଙ୍କଠାରୁ ପାଇଥାଉ । ଅର୍ଜୁନ କହିଲେ ନାହିଁ, "ମୁଁ ଯୁଦ୍ଧ କରିବା ଉଚିତ ନୁହେଁ, ମୋତେ ପ୍ରତିକାର କୁହ। ସେ କହିଛନ୍ତି ଯେ, ଯେଉଁଥିରେ ମୋର ଶତ ପ୍ରତିଶତ କଲ୍ୟାଣ ଅଛି, ମୋତେ ଏଭଳି ସମାଧାନ କୁହନ୍ତୁ। ଆପଣ ଆପଣଙ୍କ ଶରଣ ପ୍ରଦାନ କରି ମୋତେ ସ୍ୱୀକାର କରନ୍ତୁ ।
ଅର୍ଜୁନଙ୍କ ଠାରୁ ଏକଥା ଶୁଣି ଶ୍ରୀ ଭଗବାନ ଆଶ୍ଚର୍ଯ୍ୟ ହୋଇଗଲେ । ସେ କହିଲେ ଆଉ ଚିନ୍ତା କର ନାହିଁ। ମୁଁ ଆପଣଙ୍କୁ ଏପରି ଏକ କଲ୍ୟାଣ ବିଷୟରେ କହିବି ଯାହା ଦୁନିଆରେ କେବେ କୁହାଯାଇ ନାହିଁ । ତା'ପରେ ଶ୍ରୀ ଭଗବାନ କଲ୍ୟାଣର ଭଣ୍ଡାର ଖୋଲିଲେ। ସମୟ କମ୍ ଥିଲା, ତେଣୁ ସୂତ୍ରାତ୍ମକ ଭାବେ ଗୀତା ବାଣୀକୁ ଭଗବାନ ମୁଖରୁ ନିସୃତ କଲେ । ସାତ ଶହ ଶବ୍ଦରେ ସେ ଏପରି ଏକ ଗୀତା ପ୍ରକାଶ କରିଛନ୍ତି ଯେଉଁଥିରେ ୫୩ଶହ ବର୍ଷ ପରେ ମଧ୍ୟ ସମ୍ପୂର୍ଣ୍ଣ ନୂତନତ୍ବ ଭରିରହିଛି। ଆଜିର ଯୁଗରେ ମଧ୍ୟ ଏହା ଏତେ ଉପଯୋଗୀ ମନେ ହୁଏ ଯେ ଏହା ସେହି ସମୟର କଥା , ଏହା ଆମ ପାଇଁ କୌଣସି କାମରେ ଆସୁନାହିଁ ବୋଲି ମନେହୁଏ ନାହିଁ ।
ଏହି ଶ୍ଳୋକଟି ଅଦ୍ଭୁତ ଅଟେ । ସନ୍ଥ ମହାପୁରୁଷମାନେ ଏହି ଶ୍ଳୋକର ବହୁତ ପ୍ରଶଂସା ଗାଇଛନ୍ତି । ଏହା ଅତ୍ୟନ୍ତ ମଙ୍ଗଳକାରୀ ଅଟେ। ସାଧୁମାନେ କହିଛନ୍ତି ଯେ ଯଦି ଆପଣ ଜୀବନରେ କୌଣସି ଦ୍ୱନ୍ଦ୍ୱରେ ଫସିଯାଆନ୍ତି, ମନ ଅଶାନ୍ତ ରହିଥାଏ, ଯେଉଁଠାରେ ଆପଣଙ୍କୁ କୌଣସି ଉତ୍ତର ମିଳୁନାହିଁ, ସେଠାରେ ଏହି ଶ୍ଳୋକର ଶହେ ଆଠଟି ମାଳା ଜପ କରିବା ଦ୍ୱାରା ନିଶ୍ଚିତ ଭାବରେ ଆପଣଙ୍କ ଉତ୍ତର ମିଳିବ । ଏହି ଶ୍ଳୋକକୁ ଏଗାର ଥର ଲେଖନ୍ତୁ, ତା'ପରେ ସେହି ପୃଷ୍ଠାକୁ ଶ୍ରୀମଦ୍ ଭଗବଦ୍ ଗୀତାରେ ରଖନ୍ତୁ ଏବଂ ତା'ପରେ ଏହି ପୁସ୍ତକକୁ ନିଜ ହୃଦୟରେ ରଖନ୍ତୁ ଏବଂ ଏହି ଶ୍ଳୋକକୁ ସ୍ମରଣ କରି ଶୋଇଯାଆନ୍ତୁ । ଶାସ୍ତ୍ରରେ କୁହାଯାଇଛି ଯେ ମହାପ୍ରଭୁ କୌଣସି ନା କୌଣସି ରୂପରେ ଆସି ଆପଣଙ୍କ ସନ୍ଦେହଦୂର କରିବାକୁ ପ୍ରେରଣା ଦେବେ। ଅର୍ଜୁନ ଶ୍ରୀ ଭଗବାନଙ୍କୁ ନିଜର ଗୁରୁ ଭାବରେ ଗ୍ରହଣ କରିଥିଲେ । ଆସନ୍ତୁ ଏକ ଗୁରୁ ସ୍ତୁତି କରିବା ଏବଂ ନିଜ ନିଜ ଗୁରୁଦେବଙ୍କୁ ସ୍ମରଣ କରିବା ।
ଆସନ୍ତୁ ଜାଣିବା ଆମର କଲ୍ୟାଣ ବିଷୟରେ । ଆମେ ଗୁରୁଙ୍କ ବିଷୟରେ ସମ୍ପୂର୍ଣ୍ଣ ଭାବରେ ସମ୍ମୋହନରେ ଅଛୁ ଏବଂ ଆମେ କହିଛୁ ଯେ ଯେତେବେଳେ ବି ଆମକୁ ଜୀବନରେ ଠିକ୍ ଏବଂ ଭୁଲ ନିଷ୍ପତ୍ତି ନେବାକୁ ପଡିଥାଏ, ଆମେ ସବୁଠାରୁ ସହଜ ଚୟନ କରିଥାଉ । ଗୁରୁଙ୍କ କୃପାରୁ ଧର୍ମରେ ଆମବୁଦ୍ଧି ମଧ୍ୟ ପ୍ରତିଷ୍ଠା ହେବା ଦରକାର।
'जेहि बिधि नाथ होइ हित मोरा,
करहु सो बेगि दास मैं तोरा'
ଯଦି ସେ ଏହି ଚୌପାଇ ନ କହିଥାନ୍ତେ ତେବେ ନାରଦଙ୍କ ମୋହ ନଷ୍ଟ ହୋଇନଥାନ୍ତା । ଶ୍ରୀ ଭଗବାନ ମଧ୍ୟ ମର୍କଟ କରି ତାଙ୍କର କଲ୍ୟାଣ କରିଥିଲେ। ଅନେକ ସମୟରେ ଏପରି ହୋଇଥାଏ ଯେ ଯେତେବେଳେ ଆପଣ ଶ୍ରୀ ଭଗବାନଙ୍କ ଶରଣାପନ୍ନ ହୁଅନ୍ତି, ପରିସ୍ଥିତି ଅଧିକ ପ୍ରତିକୂଳ ଦେଖାଯାଏ । ମନେରଖନ୍ତୁ ଯେ ଯେତେବେଳେ ବି ଏପରି ଘଟୁଛି, ଏହା ଆମ କଲ୍ୟାଣର ସଙ୍କେତ।
ନ ହି ପ୍ରପଶ୍ୟାମି ମମାପନୁଦ୍ୟାଦ୍,
ୟଚ୍ଛୋକମୁଚ୍ଛୋଷଣମିନ୍ଦ୍ରିୟାଣାମ୍
ଅବାପ୍ୟ ଭୂମାବସପତ୍ନମୃଦ୍ଧଂ(ମ୍),
ରାଜ୍ୟଂ(ମ୍) ସୁରାଣାମପି ଚାଧିପତ୍ୟମ୍॥8॥
କାରଣ ଇହଲୋକ ରେ ନିଷ୍କଣ୍ଟକ, ଧନଧାନ୍ୟ ସମ୍ପନ୍ନ ରାଜ୍ୟ ଏବଂ ଦେବତାମାନଙ୍କର ଆଧିପତ୍ୟ ପାଇଗଲେ ମଧ୍ୟ ମୁଁ ମୋର ଇନ୍ଦ୍ରିୟମାନଙ୍କୁ ଶୁଷ୍କ କରିଦେଉଥିବା ଶୋକକୁ ଦୂର କରିପାରିବା ପରି କୌଣସି ଉପାୟ ଦେଖିପାରୁ ନାହିଁ ।
ବିବେଚନ -:
ଅର୍ଜୁନ କହୁଛନ୍ତି, ଏ ପୃଥିବୀରେ ଧନଧାନ୍ୟ ଭରା ରାଜ୍ୟ ନିଷ୍କଣ୍ଟକ ଭୋଗ କରିବାକୁ ବା ଇନ୍ଦ୍ରପଦ ମିଳିଲେ ମଧ୍ୟ ମୋର ଏହି ଶୋକକୁ ଦୂର କରି ପାରିବ ନାହିଁ। ଏଠାରେ ଅର୍ଜୁନ ଗୋଟିଏ ବିଶେଷ କଥା କହିଛନ୍ତି । ମହାଭାରତ ଯୁଦ୍ଧ ଜିତିଗଲେ ଅର୍ଜୁନ ଇନ୍ଦ୍ରପଦ ପ୍ରାପ୍ତ ହେବେ ନାହିଁ, ଏକଥା ସତ, କିନ୍ତୁ ଏହାର ଅନୁଭବ ସେ ପୂର୍ବରୁ କରି ସାରିଛନ୍ତି । କହିବା ପାଇଁ ବୋଲି ନୁହେଁ, ଅର୍ଜୁନଙ୍କ କ୍ଷେତ୍ରରେ ଏହା କିନ୍ତୁ ଏହା ସତ୍ୟ । ଆମେମାନେ କେବେ କେବେ କହିଥାଉ “ସାରା ପୃଥିବୀ ଗୋଟିଏ ପଟେ ହୋଇଗଲେ ମଧ୍ୟ ……” କିନ୍ତୁ ଆମେ ଜାଣୁ ଆମ ପାଇଁ କୌଣସି ପୃଥିବୀ ଏପାଖରୁ ସେପାଖ ହେବାର ନୁହେଁ ଏହା କେବଳ ଆମେ କହିବା ଛଳରେ କହିଥାଉ। ପରନ୍ତୁ ଅର୍ଜୁନଙ୍କ ପାଇଁ ଏହା ସମ୍ଭବ।
ଅର୍ଜୁନ କହୁଛନ୍ତି, ଏ ପୃଥିବୀରେ ଧନଧାନ୍ୟ ଭରା ରାଜ୍ୟ ନିଷ୍କଣ୍ଟକ ଭୋଗ କରିବାକୁ ବା ଇନ୍ଦ୍ରପଦ ମିଳିଲେ ମଧ୍ୟ ମୋର ଏହି ଶୋକକୁ ଦୂର କରି ପାରିବ ନାହିଁ। ଏଠାରେ ଅର୍ଜୁନ ଗୋଟିଏ ବିଶେଷ କଥା କହିଛନ୍ତି । ମହାଭାରତ ଯୁଦ୍ଧ ଜିତିଗଲେ ଅର୍ଜୁନ ଇନ୍ଦ୍ରପଦ ପ୍ରାପ୍ତ ହେବେ ନାହିଁ, ଏକଥା ସତ, କିନ୍ତୁ ଏହାର ଅନୁଭବ ସେ ପୂର୍ବରୁ କରି ସାରିଛନ୍ତି । କହିବା ପାଇଁ ବୋଲି ନୁହେଁ, ଅର୍ଜୁନଙ୍କ କ୍ଷେତ୍ରରେ ଏହା କିନ୍ତୁ ଏହା ସତ୍ୟ । ଆମେମାନେ କେବେ କେବେ କହିଥାଉ “ସାରା ପୃଥିବୀ ଗୋଟିଏ ପଟେ ହୋଇଗଲେ ମଧ୍ୟ ……” କିନ୍ତୁ ଆମେ ଜାଣୁ ଆମ ପାଇଁ କୌଣସି ପୃଥିବୀ ଏପାଖରୁ ସେପାଖ ହେବାର ନୁହେଁ ଏହା କେବଳ ଆମେ କହିବା ଛଳରେ କହିଥାଉ। ପରନ୍ତୁ ଅର୍ଜୁନଙ୍କ ପାଇଁ ଏହା ସମ୍ଭବ।
ଅର୍ଜୁନ ଯେବେ ଇନ୍ଦ୍ରଙ୍କ ରାଜସଭାରେ ପହଞ୍ଚିଲେ, ସମସ୍ତ ଦେବତା ଛିଡା ହୋଇ ତାଙ୍କୁ ସ୍ବାଗତ କଲେ। ଅର୍ଜୁନ ନିଜ ପାଇଁ ଆସନ ଖୋଜିଲେ ଯେ ସେ କେଉଁଠି ବସିବେ। ଇନ୍ଦ୍ର ଅର୍ଜୁନଙ୍କୁ କହିଲେ, ତୁମେ ସିଧା ମୋ ପାଖକୁ ଚାଲିଆସ। ଅର୍ଜୁନଙ୍କୁ ଆଶ୍ଚର୍ଯ୍ୟ ଲାଗିଲା, କିନ୍ତୁ ଏହା ଇନ୍ଦ୍ରଙ୍କ ଆଦେଶ ଥିଲା, ତେଣୁ ମାନିବାକୁ ହେଲା। ଇନ୍ଦ୍ର, ଅର୍ଜୁନଙ୍କ ହାତ ଧରି ନିଜ ଆସନ ଯାଏଁ ନେଇ ଗଲେ ଓ ତାଙ୍କୁ ସେ ଆସନରେ ବସିବାକୁ କହିଲେ। ଇନ୍ଦ୍ର କହିଲେ, ତୁମେ ମୋର ପୁଅ ପରି, ମୋର ପ୍ରିୟ ଓ ଗୁଣୀ ମଧ୍ୟ। ଆସ, କିଛି ସମୟ ପାଇଁ ଇନ୍ଦ୍ରପଦର ଆନନ୍ଦ ମଧ୍ୟ ନିଅ। ଅର୍ଜୁନ ଦେଖିଲେ ସମସ୍ତ ଦେବତା ଧାଡ଼ିରେ ଛିଡା ହୋଇଛନ୍ତି ଓ ସେ ସିଂହାସନରେ ବସିଛନ୍ତି। ଅର୍ଜୁନ କିଛିକ୍ଷଣ ପାଇଁ ହେଲେ ମଧ୍ୟ ଇନ୍ଦ୍ରପଦର ଅନୁଭବ ଲାଭ କଲେ।
ସଞ୍ଜୟ ଉବାଚ
ଏବମୁକ୍ତ୍ୱା ହୃଷୀକେଶଂ(ଙ୍), ଗୁଡାକେଶଃ(ଫ୍) ପରନ୍ତପ
ନ ୟୋତ୍ସ୍ୟ ଇତି ଗୋବିନ୍ଦ ମ୍, ଉକ୍ତ୍ୱା ତୂଷ୍ଣୀଂ(ମ୍) ବଭୂବ ହ॥9॥
ସଞ୍ଜୟ ଧୃତରାଷ୍ଟ୍ରଙ୍କୁ କହିଲେ- ହେ ରାଜନ୍ ! ନିଦ୍ରାଜୟୀ ଅର୍ଜୁନ ଅନ୍ତର୍ଯ୍ୟାମୀ ଭଗବାନ୍ ଶ୍ରୀକୃଷ୍ଣଙ୍କୁ ଏପରି କହିଲେ ଏବଂ ଶ୍ରୀ ଗୋବିନ୍ଦ ଭଗବାନ ଙ୍କୁ 'ମୁଁ ଯୁଦ୍ଧ କରିବି ନାହିଁ' ବୋଲି ସ୍ପଷ୍ଟ ଭାବରେ କହିଦେଇ ଚୁପ୍ ହୋଇଗଲେ ।
2.9 writeup
ତମୁବାଚ ହୃଷୀକେଶଃ(ଫ୍), ପ୍ରହସନ୍ନିବ ଭାରତ।
ସେନୟୋରୁଭୟୋର୍ମଧ୍ୟେ,ବିଷୀଦନ୍ତମିଦଂ(ୱ୍ଁ) ବଚଃ॥2.10॥
ହେ ଭରତବଂଶୀ ଧୃତରାଷ୍ଟ୍ର ! ଅନ୍ତର୍ଯ୍ୟାମୀ ଶ୍ରୀକୃଷ୍ଣ ପରମାତ୍ମା ଦୁଇ ସେନାଙ୍କ ମଧ୍ୟରେ ଶୋକ କରୁଥିବା ସେହି ଅର୍ଜୁନଙ୍କୁ ସ୍ମିତହାସ୍ କରି କହିଲେ,-
ବିବେଚନ -:
ସଞ୍ଜୟ କହିଲେ, ନିଦ୍ରାକୁ ଜୟ କରିଥିବା ଅର୍ଜୁନ, ଭଗବାନଙ୍କୁ କହିଲେ, “ହେ ଗୋବିନ୍ଦ, ମୁଁ ଯୁଦ୍ଧ କରିବି ନାହିଁ” ଏବଂ ଅର୍ଜୁନ ଚୁପ୍ ହୋଇଗଲେ। ଏଭଳି କଥା ଶୁଣି ଭଗବାନ ଚିନ୍ତିତ ହେବା କଥା, କିନ୍ତୁ ସଞ୍ଜୟ କହୁଛନ୍ତି, “ହେ ଭରତ ବଂଶୀ ଧୃତରାଷ୍ଟ୍ର ! ଅନ୍ତର୍ଯ୍ୟାମୀ ଭଗବାନ ଦୁଇ ସେନାର ମଧ୍ୟ ଭାଗରେ ଶୋକାକୁଳ ଅର୍ଜୁନଙ୍କୁ ହସି ହସି ବୁଝାଇବାକୁ ଲାଗିଲେ।”
ଏହାପରେ ହରିନାମ ସଙ୍କୀର୍ତ୍ତନ ସହିତ ଆଜିର ବିବେଚନ ସତ୍ରର ସମାପ୍ତି ହେଲା ଏବଂ ତତ୍ ସହିତ ପ୍ରଶ୍ନୋତ୍ତର ସତ୍ରର ଆରମ୍ଭ ହେଲା ।
हरि शरणम्, हरि शरणम् हरि शरणम्, हरि शरणम्,
-:ପ୍ରଶ୍ନୋତ୍ତରୀ :-
ପ୍ରଶ୍ନକର୍ତ୍ତା :- ଭାରତୀ ଦିଦି
ପ୍ରଶ୍ନକର୍ତ୍ତା :- ବଜରଙ୍ଗ ଭାଇ
ପ୍ରଶ୍ନକର୍ତ୍ତା :- ବିଦ୍ୟାଧର ଭାଇ
ପ୍ରଶ୍ନକର୍ତ୍ତା :- ଓମ୍ ପ୍ରସାଦ ଭାଇ
ସଞ୍ଜୟ କହିଲେ, ନିଦ୍ରାକୁ ଜୟ କରିଥିବା ଅର୍ଜୁନ, ଭଗବାନଙ୍କୁ କହିଲେ, “ହେ ଗୋବିନ୍ଦ, ମୁଁ ଯୁଦ୍ଧ କରିବି ନାହିଁ” ଏବଂ ଅର୍ଜୁନ ଚୁପ୍ ହୋଇଗଲେ। ଏଭଳି କଥା ଶୁଣି ଭଗବାନ ଚିନ୍ତିତ ହେବା କଥା, କିନ୍ତୁ ସଞ୍ଜୟ କହୁଛନ୍ତି, “ହେ ଭରତ ବଂଶୀ ଧୃତରାଷ୍ଟ୍ର ! ଅନ୍ତର୍ଯ୍ୟାମୀ ଭଗବାନ ଦୁଇ ସେନାର ମଧ୍ୟ ଭାଗରେ ଶୋକାକୁଳ ଅର୍ଜୁନଙ୍କୁ ହସି ହସି ବୁଝାଇବାକୁ ଲାଗିଲେ।”
ଏବେ ଏଠାରେ ଏ କଥା ଅତ୍ୟନ୍ତ କଠିନ ମନେ ହୁଏ। ଅର୍ଜୁନଙ୍କ ଏଭଳି ଶୋକାକୁଳ ଅବସ୍ଥାରେ ଭଗବାନଙ୍କୁ ଅତ୍ୟନ୍ତ ଗମ୍ଭୀରତା ସହିତ କହିବାର ଥିଲା ବୋଲି ଆମର ମନେହୁଏ, କିନ୍ତୁ ଏହାର ବିପରୀତ ଭଗବାନ ଅତ୍ୟନ୍ତ ପ୍ରସନ୍ନ ଭାବରେ ଅର୍ଜୁନଙ୍କୁ କହୁଛନ୍ତି । ଅର୍ଜୁନ ଏଭଳି ଜଣେ ସାଧାରଣ ବ୍ୟକ୍ତି ନୁହନ୍ତି ଯେ ତାଙ୍କୁ ଏଭଳି ପରିହାସ କରିବେ, ପରନ୍ତୁ ସେ ସେମିତି ହିଁ କଲେ। ତେବେ ସେ କଣ କହିଲେ ତାହା ଆମେ ପରବର୍ତ୍ତୀ ଅଧ୍ୟାୟରେ ଶୁଣିବା।
ଏହାପରେ ହରିନାମ ସଙ୍କୀର୍ତ୍ତନ ସହିତ ଆଜିର ବିବେଚନ ସତ୍ରର ସମାପ୍ତି ହେଲା ଏବଂ ତତ୍ ସହିତ ପ୍ରଶ୍ନୋତ୍ତର ସତ୍ରର ଆରମ୍ଭ ହେଲା ।
हरि शरणम्, हरि शरणम् हरि शरणम्, हरि शरणम्,
हरि शरणम्, हरि शरणम्, हरि शरणम्, हरि शरणम्,
-:ପ୍ରଶ୍ନୋତ୍ତରୀ :-
ପ୍ରଶ୍ନକର୍ତ୍ତା :- ଭାରତୀ ଦିଦି
ପ୍ରଶ୍ନ :- ଅଷ୍ଟମ ଶ୍ଲୋକର ଅର୍ଥ କଣ !
ଉତ୍ତର :- ଅର୍ଜୁନ କହୁଛନ୍ତି, ଯୁଦ୍ଧ ଉପରାନ୍ତ, ପୃଥିବୀରେ କୌଣସି ନିଷ୍କଣ୍ଟକ ରାଜ୍ୟ ମିଳିଗଲେ ଆମକୁ ବହୁତ ସୁଖ ମିଳିଯିବ, ଏଭଳି ମନେ ହେଉନାହିଁ। ଏ ଯୁଦ୍ଧର ଦୁଃଖଦ ପରିଣତି ସହ ସ୍ବର୍ଗର ଇନ୍ଦ୍ରପଦ ମିଳିଗଲେ ଯେ ସୁଖ ମିଳିଯିବ ଏହା ବି ନୁହେଁ । ଅର୍ଜୁନ ଏଭଳି କହୁଛନ୍ତି କାରଣ ସେ ଏହା ଆଗରୁ ଅନୁଭବ କରିଛନ୍ତି । ଯେତେବେଳେ ଦିବ୍ୟାସ୍ତ୍ର ପାଇବା ପାଇଁ ଅର୍ଜୁନ ସ୍ବର୍ଗ ଗମନ କରିଥିଲେ, ସେତେବେଳେ ଇନ୍ଦ୍ର ତାଙ୍କୁ ନିଜ ଆସନରେ ବସାଇ ଥିଲେ। ତେଣୁ ଅର୍ଜୁନ ଇନ୍ଦ୍ରପଦ ପାଇଲେ ମଧ୍ୟ ନିଜ ପିତାମହ ଓ ଗୁରୁଙ୍କୁ ହତ୍ୟା କରିବାକୁ ଚାହିଁ ନାହାନ୍ତି।
ପ୍ରଶ୍ନକର୍ତ୍ତା :- ବଜରଙ୍ଗ ଭାଇ
ପ୍ରଶ୍ନ :- କର୍ମର ସିଦ୍ଧାନ୍ତ କଣ? ଅତୀତରେ ବହୁ ରାଜା ନିଜର ପିତା କିମ୍ବା ଭାଇଙ୍କୁ ହତ୍ୟା କରି ସିଂହାସନରେ ବସିଥିଲେ ଓ ଶହ ଶହ ବର୍ଷ ଶାସନ କଲେ, ଏହାକୁ କର୍ମର ସିଦ୍ଧାନ୍ତ ବୋଲି କିଭଳି କହିବା?
ଉତ୍ତର :- ଯଦି ଜଣକ ଭାଗ୍ୟରେ ରାଜଯୋଗ ଅଛି ତେବେ ସେ ରାଜା ହେବେ, କିନ୍ତୁ ହତ୍ୟା କରି ରାଜା ହେବାଯୋଗୁଁ ଯେଉଁ କର୍ମ କଲେ ତାହା ଭବିଷ୍ୟତ ପାଇଁ ଯୋଡ଼ି ହୋଇଗଲା ଯାହାର ପରିଣାମ ତାଙ୍କୁ ଭୋଗିବାକୁ ହେବ। ସେମାନଙ୍କର ପରବର୍ତ୍ତୀ ବଂଶଧର ମଧ୍ୟ ରାଜା ହେଲେ, କାରଣ ସେମାନଙ୍କ ଭାଗ୍ୟରେ ରାଜା ହେବାର ଥିଲା। ତେଣୁ ସେମାନେ ସେ ବଂଶରେ ଜନ୍ମ ନେଲେ। ଆଠଶହ ବର୍ଷ ଅତ୍ୟାଚାର କରି ରାଜତ୍ଵ କରିବା ଆମ ପାଇଁ ବହୁତ ସମୟ ହୋଇପାରେ, କିନ୍ତୁ ପ୍ରକୃତି ପାଇଁ କିଛି ନୁହେଁ। ଆମେ ଆମର ଆୟୁଷ ଅନୁଯାୟୀ ପ୍ରକୃତିର ଆୟୁଷ ଚିନ୍ତା କରିଥାଉ। ଆମର ତିନି ଶହ ଷାଠିଏ ବର୍ଷ ଦେବତାମାନଙ୍କର ଗୋଟିଏ ବର୍ଷ ସହିତ ସମାନ ଅଟେ। ସୂର୍ଯ୍ୟ, ଚନ୍ଦ୍ର ଅଥବା ବ୍ରହ୍ମାଣ୍ଡର ବୟସ ଅନୁପାତରେ ଆମର ଆୟୁଷ ଅତ୍ୟନ୍ତ ନଗନ୍ୟ।
ପ୍ରଶ୍ନକର୍ତ୍ତା :- ବିଦ୍ୟାଧର ଭାଇ
ପ୍ରଶ୍ନ :- କପିଳ ମୁନି ଓ ଭଗବାନ ଶ୍ରୀକୃଷ୍ଣ, ଉଭୟ ଭଗବାନ ବିଷ୍ଣୁଙ୍କ ଅବତାର । କିନ୍ତୁ ସାଙ୍ଖ୍ୟ ଦର୍ଶନ ଈଶ୍ୱରଙ୍କୁ ମାନନ୍ତି ନାହିଁ, ତେବେ ଉଭୟ ଭିନ୍ନ କିପରି ହେଲେ?
ଉତ୍ତର :- ସାଙ୍ଖ୍ୟ ଦର୍ଶନ ଈଶ୍ୱରଙ୍କୁ ଈଶ୍ୱର ରୂପରେ ମାନେ ନାହିଁ, କିନ୍ତୁ ପ୍ରକୃତି, ପୁରୁଷ ଓ ପରମାତ୍ମାଙ୍କୁ ତ ମାନନ୍ତି।
एकोब्रह्म द्वितीयो नास्ति- ଏହାହିଁ ସାଙ୍ଖ୍ୟ ଦର୍ଶନର ମୂଳ ।
ପ୍ରଶ୍ନକର୍ତ୍ତା :- ଓମ୍ ପ୍ରସାଦ ଭାଇ
ପ୍ରଶ୍ନ :- ବହୁତ ଲୋକ ନରକକୁ ମାନନ୍ତି ନାହିଁ। ସେମାନେ କୁହନ୍ତି ଯେ ଏସବୁ ସଂସାରରେ ଭୟ ଜାତ କରିବା ପାଇଁ ଉଦ୍ଦିଷ୍ଟ, କଣ ଏହା ସତ ?
ଉତ୍ତର :- ଏମାନେ ସେହି ଶିକ୍ଷିତ ବ୍ୟକ୍ତି ଯେଉଁମାନେ ଶାସ୍ତ୍ର ପଢ଼ି ନାହାନ୍ତି କିନ୍ତୁ ନିଜକୁ ଶିକ୍ଷିତ ବୋଲି ଭାବନ୍ତି। ନରକ ରହିଛି ଓ କର୍ମ ଅନୁଯାୟୀ ତାର ଫଳ ମଧ୍ୟ ଭୋଗିବାକୁ ହୋଇଥାଏ।
♦ ଓଁ ଶ୍ରୀ କୃଷ୍ଣାର୍ପଣମସ୍ତୁ ♦