विवेचन सारांश
ଭଗବତ୍ ପ୍ରାପ୍ତି ନିମନ୍ତେ ବୈରାଗ୍ୟ ରୂପକ ସିଢି

ID: 6008
उड़िया - ଓଡ଼ିଆ
ଶନିବାର, 30 ନଭେମ୍ବର 2024
ଅଧ୍ୟାୟ 15: ପୁରୁଷୋତ୍ତମ ଯୋଗ
1/2 (ଶ୍ଳୋକ 1-6)
ବିବେଚକ: ଗୀତା ବିଶାରଦ ଡାଃ ଆଶୂ ଗୋୟଲ ଜୀ


ଉପକ୍ରମଣିକା :

ସୁମଧୁର ଏବଂ ଆତ୍ମଶୁଦ୍ଧି କରିବାପରି କର୍ଣପ୍ରିୟ ଭଗବତ୍ ଭଜନ ପରେ ଈଶ୍ବରଙ୍କ ଅସୀମ ଅନୁକମ୍ପା ଏବଂ ଗୁରୁଦେବଙ୍କ ଆଶୀର୍ବାଦରୁ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରାର୍ଥନା ଏବଂ ଦୀପ ପ୍ରଜ୍ବଳନରୁ ଆଜିର ବିବେଚନ ସତ୍ରର ଶୁଭାରମ୍ଭ ହେଲା। ଆଜି ଶ୍ରୀ ଭଗବାନଙ୍କ ଦ୍ବାରା ଶ୍ରୀମୁଖରୁ ଉଚ୍ଚାରିତ ଶ୍ରୀ ମଦ୍ଭଗବଦ୍ଗୀତାର ଏହି ବିବେଚନ ସତ୍ର ପନ୍ଦର ଅଧ୍ୟାୟର ଅଟେ। ଏହି ସତ୍ରରେ ପନ୍ଦର ଅଧ୍ୟାୟର ପ୍ରଥମ ଶ୍ଳୋକରୁ ଏହି ଅଧ୍ୟାୟର ସୁନ୍ଦର ସୁବିସ୍ତାରିତ ବିବେଚନ ପ୍ରାରମ୍ଭ ହେଲା।  

ଆପଣ ସମସ୍ତେ ଏଠାରେ ଉପସ୍ଥିତ ଅଛନ୍ତି ଏଣୁ ଏତିକି ଜାଣିରଖନ୍ତୁ ଯେ ଆପଣ କୋୖଣସି ପୂଣ୍ୟ କର୍ମ କରିଛନ୍ତି, ପୂର୍ବପୁରୁଷମାନଙ୍କ ଆଶୀର୍ବାଦ କିମ୍ବା ସାଧୁସନ୍ଥ ମାନଙ୍କର କୃପାଦୃଷ୍ଟ ର ଫଳ ସ୍ବରୂପ ଶ୍ରୀ ଭଗବାନ ଗୀତାଜୀଙ୍କ ସେବା କରିବା ପାଇଁଁ ସ୍ବୟଂ ଆମର ଚୟନ କରିଛନ୍ତି, ଅର୍ଥାତ୍ ଶ୍ରୀମଦ୍ଭାଗବଦ୍ଗୀତାଙ୍କୁ ଆମେ ନୁହେଁ, ବରଂ ଗୀତାଜୀ ଆମକୁ ଚୟନ କରିଛନ୍ତି, ତାଙ୍କର ପଠନ ପାଇଁ, ମନ୍ତ୍ର ସଦୃଶ ଶ୍ଳୋକ ମାନଙ୍କର ଅର୍ଥକୁ ବୁଝିବାପାଇଁ ଏବଂ ତାହାକୁ ନିଜ ଜୀବନରେ, ଉଚ୍ଚାରଣରେ ବ୍ୟବହାର କରିବା ପାଇଁଁ। ଅଠର ଅଧ୍ୟାୟର ଅଠଷାଠି ନମ୍ବର ଶ୍ଳୋକରେ ଶ୍ରୀ ଭଗବାନ ବର୍ଣ୍ଣନା କରିଛନ୍ତି ଯେ-

य इमं परमं गुह्यं मद्भक्तेष्वभिधास्यति।

भक्ितं मयि परां कृत्वा मामेवैष्यत्यसंशयः।।18.68।।

ଶ୍ରୀ ଭଗବାନ କହୁଛନ୍ତି - ମୋର ଭକ୍ତମାନଙ୍କ ମଧ୍ୟରେ ଯେଉଁମାନେ ଏହି ପରମ ଗୁହ୍ୟ ଜ୍ଞାନର ଉପଦେଶ ଦିଅନ୍ତି, ସେମାନେ ସବୁଠାରୁ ମହାନ୍ ପ୍ରେମର କାର୍ଯ୍ୟ କରିଥାନ୍ତି। ସେମାନେ ନିଃସନ୍ଦେହରେ ମୋର ପାଖକୁ ଆସିବେ।

ତେଣୁ, ଶ୍ରୀମଦ୍ଭାଗବଦ୍ଗୀତାଙ୍କର ନିରନ୍ତର ପାରାୟଣ କରି ଚାଲିବା ଦ୍ବାରା, ସେ ନିଜେ ଭକ୍ତର ଚରିତ୍ରରେ, ତା'ର ଆଚରଣରେ ପ୍ରବେଶ କରି, ତା'ର ଭଗବତ୍ ପ୍ରାପ୍ତିର ମାର୍ଗକୁ ପ୍ରଶସ୍ତ କରନ୍ତି।

ଶ୍ରୀ କୃଷ୍ଣଙ୍କ ଦ୍ବାରା ବର୍ଣ୍ଣିତ ଗୀତାଜୀଙ୍କ ଉପଦେଶ ପାଇଁ ଅର୍ଜୁନ ହିଁ ଯୋଗ୍ୟ ପାତ୍ର ଥିଲେ। ଏହାର ବିବରଣୀ ଆମକୁ ମହାଭାରତର ଅନେକ ସ୍ଥାନରେ ଦେଖିବାକୁ ମିଳେ, ଯେପରିକି ପଶା ଖେଳରେ ପରାଜିତ ହେଇଥିବାରୁ ଏବଂ ଦୌପଦୀଙ୍କୁ ମଧ୍ୟ ବାଜୀ ଲଗେଇ ଦେଇଥିବାରୁ ସମସ୍ତେ ଯୁଧିଷ୍ଠିରଙ୍କୁ ଦୋଷ ଦେଲେ କିନ୍ତୁ ଅର୍ଜୁନ ଧୈର୍ଯ୍ୟ ଧରି ରହିଲେ ଏବଂ ନିଜର ବଡ଼ ଭାଇଙ୍କର ଅପମାନ କରିବା ଉପଯୁକ୍ତ ନୁହେଁ ବୋଲି ଚିନ୍ତା କରିଲେ। ଏହିପରି ଗୋଟିଏ ପ୍ରସଙ୍ଗ ପାଣ୍ଡବ ମାନେ ପଶା ଖେଳରେ ହାରିଲା ପରେ ତେର ବର୍ଷ ବନବାସ ସମୟର ମଧ୍ୟ ଅଛି।

ଅର୍ଜୁନ, ଯୁଧିଷ୍ଠିରଙ୍କ ଆଜ୍ଞା ପାଇ ଦିବ୍ୟାସ୍ତ୍ର ପ୍ରାପ୍ତ କରିବାପାଇଁ ମହାଦେବଙ୍କ ତପସ୍ୟା କରିବାକୁ ଯାଉଥିଲେ। ଯାଉଥିବା ସମୟରେ ରାସ୍ତାରେ ତାଙ୍କର ଇନ୍ଦ୍ର ଙ୍କ ସହିତ ଭେଟ ହେଲା, ଅର୍ଜୁନଙ୍କ ପିତା ହେଇଥିବାରୁ ସ୍ନେହରେ ବଶୀଭୂତ ହେଇ ସେ ଅର୍ଜୁନଙ୍କୁ‌ ତାଙ୍କ ସହିତ ସ୍ବର୍ଗଲୋକ ଯିବାପାଇଁ ପ୍ରସ୍ତାବ ଦେଲେ। ପରନ୍ତୁ ଅର୍ଜୁନ ତାଙ୍କୁ କହିଲେ ଯେ ମୋର ବଡଭାଇଙ୍କ କଥା ଅନୁଯାୟୀ ମୁଁ ଦିବ୍ୟାସ୍ତ୍ର ପ୍ରାପ୍ତ କରିବାପାଇଁ ମହାଦେବଙ୍କ ତପସ୍ୟାର୍ଥେ ଯିବା ହିଁ ମୋର କର୍ତ୍ତବ୍ୟ ଅଟେ, ଏବଂ ମୁଁ ସ୍ବର୍ଗ ସୁଖ ପ୍ରାପ୍ତି ପାଇଁ ମୋର କର୍ତ୍ତବ୍ୟରୁ କିପରି ମୁହଁ ଫେରାଇ ନେବି ।

ଅର୍ଜୁନଙ୍କ ଏହି କଥା ଶୁଣିବା ପରେ ପ୍ରଥମେ ଇନ୍ଦ୍ରଦେବ କ୍ରୋଧିତ ହେଲେ ପରନ୍ତୁ ପରେ ଅର୍ଜୁନଙ୍କ କର୍ତ୍ତବ୍ୟ ନିଷ୍ଠାକୁ ଦେଖି ତାଙ୍କ ଉପରେ ଗର୍ବିତ ହେଇ କହିଲେ, ”ହେ ଅର୍ଜୁନ! ମୁଁ ତୁମର ପରୀକ୍ଷା ନେଉଥୁଲି। ତୁମର ଦୃଢ଼ ଇଚ୍ଛାଶକ୍ତି, କର୍ତ୍ତବ୍ୟ ପରାୟଣତାକୁ ଦେଖି ମୁଁ ପ୍ରସନ୍ନ। ତୁମେ ନିଶ୍ଚିତ ରୂପରେ ସେ ସମସ୍ତ ଦିବ୍ୟାସ୍ତ୍ରଙ୍କୁ ପ୍ରାପ୍ତ କରିବାପାଇଁ ଯୋଗ୍ୟ ଯାହାକୁ ବର୍ତ୍ତମାନ ସୁଦ୍ଧା କୋୖଣସି ମାନବ ପ୍ରାପ୍ତ କରିପାରିନାହିଁ।”

ଏହାପରେ ଅର୍ଜୁନ ମହାଦେବଙ୍କ ତପସ୍ୟା କରି ସ୍ବର୍ଗ ଯିବାପାଇଁ ମାର୍ଗ ପ୍ରାପ୍ତ କରି ଦିବ୍ୟାସ୍ତ୍ର ମାନଙ୍କୁ ପ୍ରାପ୍ତ କରିଲେ। ଏଠାରେ ଆଉ ଏକ ପ୍ରସଙ୍ଗ ଆସୁଛି, ଯେଉଁଠି ଅର୍ଜୁନଙ୍କର ମହାଦେବଙ୍କ ସହିତ ମଲ୍ଲ ଯୁଦ୍ଧ ହେଇଥିଲା, ଭାରତର ସେହି ସ୍ଥାନକୁ ମଲ୍ଲିକାର୍ଜୁନ କୁହାଗଲା। ଭଗବାନ ଶିବ ଅର୍ଜୁନଙ୍କ ଉପରେ ପ୍ରସନ୍ନ ହେଇ ତାଙ୍କୁ ପଶୁପାତ ଅସ୍ତ୍ର ପ୍ରଦାନ କରିଥିଲେ।

ମହାଭାରତରେ ବର୍ଣ୍ଣିତ ଆଉ ଗୋଟିଏ ପ୍ରସଙ୍ଗ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଅଟେ ଯାହା ଅର୍ଜୁନଙ୍କ ସହୃଦୟତା ଏବଂ ତାଙ୍କର ସୁଦୃଢ ଚରିତ୍ର ଚିତ୍ରଣ କରେ। ଅର୍ଜୁନ ମହାଦେବଙ୍କ କଠୋର ଉପାସନା କରିଲେ ଏବଂ ତାଙ୍କଠାରୁ ଅସ୍ତ୍ରଶସ୍ତ୍ରର ଅଭ୍ୟାସ କରିବା ପାଇଁଁ ସ୍ବର୍ଗଲୋକ ଯିବାପାଇଁ ବରଦାନ ମାଗିଲେ। ସେଠାରେ ଇନ୍ଦ୍ର ଦେବତା କହିବାରୁ ତାଙ୍କୁ ନୃତ୍ୟ ବିଦ୍ୟା ଗ୍ରହଣ କରିବାପାଇଁ ଅପସରା ମାନଙ୍କ ନୃତ୍ୟ ଦେଖିବା ପାଇଁ ନିର୍ଦ୍ଦେଶ ଦିଆଗଲା, ଯେହେତୁ ଇନ୍ଦ୍ରଦେବ ଅର୍ଜୁନ ଉପରେ ଅତ୍ୟନ୍ତ ପ୍ରସନ୍ନ ଥିଲେ ତେଣୁ ସେ ଚାହୁଁଥିଲେ ଯେ ଅର୍ଜୁନ ଗୋଟିଏ ନିପୂଣ ଯୋଦ୍ଧା ହେବା ସହିତ ଅନ୍ୟ କଳାମାନଙ୍କରେ ମଧ୍ୟ ପାରଙ୍ଗମ ହୁଅନ୍ତୁ। ସେଥିପାଇଁ ତାଙ୍କୁ ଅପସରାମାନଙ୍କର ନୃତ୍ୟ ଦେଖିବା ଆବଶ୍ୟକ ଥିଲା।

ତେଣୁ ଉର୍ବଶୀ ନାମକ ଜଣେ ଅପସରା ଭୂଲ୍ ବୁଝିଲା, ଅର୍ଜୁନ ତାଙ୍କ ଉପରେ ମୋହିତ ହେଇଛନ୍ତି ବୋଲି ଭାବି ସେ ଅର୍ଜୁନଙ୍କୁ‌ ପ୍ରଣୟ ନିବେଦନ କରିପକାଇଲେ ପରନ୍ତୁ ଅର୍ଜୁନ ବିନୟତାପୂର୍ବକ ତାକୁ ଅସ୍ବୀକାର କରିବା ସହିତ ତାଙ୍କୁ ନିଜର ମାଁ ସଦୃଶ କହିଲେ କାରଣ ଉର୍ବଶୀ ତାଙ୍କର ପୂର୍ବଜ ଥିଲେ। ଏହାଦ୍ଵାରା ଉର୍ବଶୀ ନିଜକୁ ଅପମାନିତ ଅନୁଭବ କରିବା ସହିତ ଅର୍ଜୁନଙ୍କୁ ନପୁଂସକ ହେବାପାଇଁ ଅଭିଶାପ ଦେଇଦେଲେ। ଯେତେବେଳେ ଏହି ବିଷୟରେ ଇନ୍ଦ୍ରଦେବ ଜାଣିପାରିଲେ, ସେହି କ୍ଷଣ ସେ ଅର୍ଜୁନଙ୍କ ଅଭିଶାପର ସମୟ ଅବଧି ଗୋଟିଏ ବର୍ଷ ପାଇଁ ନିଶ୍ଚିତ କରିଦେଲେ, ଯାହାକୁ ଅର୍ଜୁନ ନିଜର ଇଚ୍ଛା ଅନୁସାରେ ଗ୍ରହଣ କରିପାରିବେ।

ତେଣୁ ଅର୍ଜୁନଙ୍କ ଏହି ମହତ୍‍‍ ଗୁଣ ମାନଙ୍କ କାରଣରୁ ସେ ଶ୍ରୀଭଗବାନଙ୍କ ମିତ୍ର ଏବଂ ଅନନ୍ୟ ଭକ୍ତ ହେଲେ। ତାଙ୍କର ଏହି ଦୈବୀୟ ଲକ୍ଷଣଗୁଡ଼ିକ ତାଙ୍କୁ ସାଧାରଣଠାରୁ ଅସାଧାରଣ ବନେଇ ଦେଲେ। ଶେଷରେ ଶ୍ରୀ ଭଗବାନଙ୍କ ଶ୍ରୀମୁଖରୁ ଉଚ୍ଚାରିତ ଗୀତାଞ୍ଜଳୀଙ୍କୁ ଶୁଣିବାର ପାତ୍ର ହେଲେ। ଯୁଦ୍ଧ ସମୟରେ ଅର୍ଜୁନଙ୍କ ଆୟୁଷ ଚୌରାଅଶୀ ବର୍ଷ ଏବଂ ଶ୍ରୀ କୃଷ୍ଣଙ୍କ ଆୟୁଷ ସତାଅଶୀ ବର୍ଷ ଥିଲା। ହଜାର ହଜାର ଯୁଦ୍ଧ ଜିତିବା ପରେ ମଧ୍ୟ ନାମ ମାତ୍ରକେ ଅହଂକାର ନ ଥିଲା। ଯୁଦ୍ଧ ମାନଙ୍କରେ ଅପରାଜିତ ରହିଥିବା କାରଣରୁ ତାଙ୍କୁ ଧନଞ୍ଜୟ କୁହାଗଲା।

ଅର୍ଜୁନ ଶ୍ରୀଭଗବାନଙ୍କର ଅତ୍ୟନ୍ତ ପ୍ରିୟ ମିତ୍ର ତଥା ଭକ୍ତ ଅଟନ୍ତି, ଏବଂ ଈଶ୍ୱର ନିଜେ ତାଙ୍କର ଚାରିତ୍ରିକ ବିଶେଷତା ମାନଙ୍କ କାରଣରୁ ଶ୍ରୀମଦ୍ଭଗବଦ୍ଗୀତାଙ୍କ ଉପଦେଶ ଦେବାପାଇଁ ତାଙ୍କୁ ଚୟନ କରିଲେ। ଶ୍ରୀମଦ୍ଭଗବଦ୍ଗୀତାରେ ସ୍ବୟଂ ଶ୍ରୀ ଭଗବାନ ଅର୍ଜୁନଙ୍କୁ ଅଲଗା ଅଲଗା ନାମରେ ସମ୍ବୋଧିତ କରିଲେ -

1. ଅନଘ - ଯିଏ ପାପହୀନ ଅଟେ।

2. ଅନସୂୟ - ଯିଏ କେବେ କାହାକୁ ନିନ୍ଦା କରେନାହିଁ।

ଶ୍ରୀ ଭଗବାନ ଦ୍ୱାରା ଅର୍ଜୁନଙ୍କ ପାଇଁ କରାଯାଇଥିବା ଏହି ଦୁଇଟି ସମ୍ବୋଧନର ଅତ୍ୟଧିକ ବିଶେଷତା ରହିଛି ତଥା ଯାହା ଶ୍ରୀ ଭଗବାନଙ୍କ ଦୃଷ୍ଟିରେ କୋୖଣସି ସାମାନ୍ୟ ବ୍ୟକ୍ତିଙ୍କୁ ମଧ୍ୟ ତାଙ୍କର ପରମ ଭକ୍ତ ରୂପରେ ସ୍ଥାପିତ କରିବାପାଇଁ ମହତ୍ତ୍ୱପୂର୍ଣ୍ଣ ଅଟେ। ଅର୍ଜୁନ ପରମ ଯୋଦ୍ଧା ହେବା ସହିତ ଶ୍ରୀ ଭଗବାନ ଙ୍କ ଦ୍ବାରା ବର୍ଣ୍ଣିତ ସମସ୍ତ ଅଣଚାଳିଶିଟି ଦୈବିକ ଗୁଣ ମାନଙ୍କ ସ୍ବାମୀ ମଧ୍ୟ ଅଟନ୍ତି। ତେଣୁ ତାଙ୍କ ଉପରେ ଭଗବତ୍ କୃପା ହେବା ସ୍ବାଭାବିକ ଅଟେ।

ଶ୍ରୀମଦ୍ଭାଗବଦ୍ଗୀତାଙ୍ ର ଏହି ଉପଦେଶ ଶ୍ରୀ ଭଗବାନ କେବଳ ଅର୍ଜୁନଙ୍କୁ ନଦେଇ ସମ୍ପୂର୍ଣ୍ଣ ବିଶ୍ଵ କଲ୍ୟାଣ, ମାନବ ଜାତିର ଉତ୍ଥାନ ପାଇଁ ଦେଲେ। ଅର୍ଜୁନଙ୍କ ମନରେ ଶ୍ରୀ କୃଷ୍ଣଙ୍କ ପାଇଁ ଅପାର ଶ୍ରଦ୍ଧା ନିହିତ ଥିଲା। ତେଣୁ ଯଦି ଶ୍ରୀକୃଷ୍ଣ ତାଙ୍କୁ ଯୁଦ୍ଧ କରିବା ପାଇଁଁ ଥରୁଟିଏ ଆଦେଶ ଦେଇଥାନ୍ତେ ତା'ହେଲେ ସେ କଦାପି ତାଙ୍କୁ ନିଜର ଅସ୍ବୀକାରତା ବ୍ୟକ୍ତ ନ କରିକି ଯୁଦ୍ଧ ପାଇଁ ତତ୍ପର ହେଇଯାଇଥାଆନ୍ତେ। ତେଣୁକରି, ଶ୍ରୀମଦ୍ଭାଗବଦ୍ଗୀତାଙ୍କ ଉପଦେଶ ଶ୍ରୀ ଭଗବାନଙ୍କ ଦ୍ବାରା ଅର୍ଜୁନଙ୍କ ମାଧ୍ୟମରେ ସମ୍ପୂର୍ଣ୍ଣ ମାନବ ଜାତି ପାଇଁ ଅଟେ। ସେ କେବଳ ନିମିତ୍ତ ମାତ୍ର ଥିଲେ।

ଶ୍ରୀମଦ୍ଭଗବଦ୍ଗୀତା ସ୍ୱୟଂ ହି ଏକ ବିଶିଷ୍ଟ ଗ୍ରନ୍ଥ କାରଣ ଏହା ଯୁଦ୍ଧ କ୍ଷେତ୍ରରେ ଯେବେ ପାଣ୍ଡବ ଏବଂ କୌରବ ସେନା ମାନଙ୍କ ମଝିରେ ଶ୍ରୀ ଭଗବାନ ଉପସ୍ଥିତ ରହିଥିଲେ ସେହି କ୍ଷଣରେ ଭଗବାନଙ୍କ ଶ୍ରୀ ମୁଖରେ ଉଚ୍ଚାରିତ ହେଇଥିଲା ଏବଂ ଯେବେ ଅର୍ଜୁନଙ୍କୁ ବିଷାଦ ପୂର୍ଣ୍ଣ ରୂପେ ବଶିଭୂତ କରିଦେଇଥିଲା ଏବଂ ସେ ନିଜର ବନ୍ଧୁବାନ୍ଧବ ମାନଙ୍କୁ, ଯେଉଁମାନେ କି ବାସ୍ତବରେ ଅଧର୍ମର ଛତ୍ରଛାୟାରେ ରହି ଧର୍ମକୁ ଆଘାତ ଦେବାପାଇଁ ତତ୍ପର ଥିଲେ, ସେମାନଙ୍କୁ କଦାପି ଆଘାତ ଦେବାକୁ ଚାହୁଁ ନଥିଲେ, ସେମାନଙ୍କ କ୍ଷତି କରିବାକୁ ଚାହୁଁ ନଥିଲେ। ମୋକ୍ଷଦା ଏକାଦଶୀ ଦିନ ଶ୍ରୀହରିଙ୍କ ଶ୍ରୀମୁଖରୁ ପାଞ୍ଚ ହଜାର ଏକ ଶହ ଏକଷଠୀ ବର୍ଷ ପୂର୍ବେ କୁରୂକ୍ଷେତ୍ର ଯାହାକୁ କି ଧର୍ମକ୍ଷେତ୍ର କୁହାଯାଏ, ସେଠାରେ ଶ୍ରୀମଦ୍ଭଗବଦ୍ଗୀତା ଙ୍କ ପ୍ରାଦୂର୍ଭାବ ହେଇଥିଲା।

ସାଧାରଣରେ ଭାରତ ଭୂମିରେ ଅନେକ ଗ୍ରନ୍ଥ ମାନଙ୍କର ରଚନା ହେଇଛି ପରନ୍ତୁ ସେମାନଙ୍କ ମଧ୍ୟରୁ କିଛିଙ୍କର ନଦୀତଟରେ ସ୍ଥିତି, କିଛି ଆଶ୍ରମ ମାନଙ୍କରେ, କିଛି ରାଜମହଲ ମାନଙ୍କରେ, କିଛି ଗୁମ୍ଫା ମାନଙ୍କରେ ରଚିତ ହୋଇଥିଲା। ଶ୍ରୀମଦ୍ଭଗବଦ୍ଗୀତା କେବଳ ଏକମାତ୍ର ଗ୍ରନ୍ଥ ଯାହାର ଉତ୍ପତ୍ତି ରଣକ୍ଷେତ୍ରରେ ହେଇଥିଲା ଏବଂ କେବଳ ଏକମାତ୍ର ଗ୍ରନ୍ଥ ଯାହାର ଜୟନ୍ତୀ ପାଳିତ ହେଉଛି। ଅନ୍ୟ ଗ୍ରନ୍ଥ ଯେପରିକି ରାମାୟଣ, କୋରାନ, ବାଇବଲ ଇତ୍ୟାଦିର ଜୟନ୍ତୀ ଉତ୍ସବ ପାଳନ କରାଯିବା ବିଷୟରେ ଆମେ ଶୁଣି ନାହୁଁ।

ମାନବତାର ଏହି ଶାସ୍ତ୍ର କୋୖଣସି ବିଶେଷ ପୂଜାର୍ଚ୍ଚନା ପଦ୍ଧତି ଇତ୍ୟାଦିର ବର୍ଣ୍ଣିନା ନକରି ଜୀବର ବର୍ତ୍ତମାନ ଜୀବନ ସହିତ ମୃତ୍ୟୁ ପରେ ସେ କିପରି ଈଶ୍ଵରୀୟ ତତ୍ତ୍ଵକୁ ପ୍ରାପ୍ତ କରି ଏହି ଜୀବନ ମରଣର ଚକ୍ରରୁ ମୁକ୍ତ ହୋଇପାରିବ, ତାହା ବର୍ଣ୍ଣନା କରେ।

ଶ୍ରୀକୃଷ୍ଣ ପୂର୍ଣତାବାଦୀ (Perfectionist), ବିଜେତା ଅଟନ୍ତି। ଶ୍ରୀମଦ୍ଭଗବଦ୍ଗୀତା ବିଜୟ ପ୍ରାପ୍ତିର ଶାସ୍ତ୍ର ଅଟେ। ଏହାର ପ୍ରତ୍ୟେକ ଶ୍ଳୋକ ମନ୍ତ୍ର ସଦୃଶ ଅଟେ, ଯାହାର ନିୟମିତ ପାରାୟଣ (ତାହା ଅଶୁଦ୍ଧ ହେଇଯାଉ ପଛେ) ଜୀବକୁ ଶ୍ରୀ ଭଗବାନଙ୍କ ପ୍ରିୟ କରି ଦିଏ।

ବାଳକ ଖନେଇ ଖନେଇ କଥା କହିଲେ ମଧ୍ୟ ମାଁଙ୍କ ପ୍ରିୟ ହୋଇଥାଏ। ସେହିପରି ପ୍ରାରମ୍ଭରେ ଅଶୁଦ୍ଧି ସହିତ ଶ୍ରୀମଦ୍ଭଗବଦ୍ଗୀତାଙ୍କ ପାରାୟଣ ଜୀବକୁ ଭଗବତ୍ କୃପାର ପାତ୍ର ବନେଇ ଦେଇଥାଏ। ଯେହେତୁ ଶ୍ରୀମଦ୍ଭଗବଦ୍ଗୀତା ମନ୍ତ୍ରାତ୍ମକ ଅଟେ ଏଣୁ ଶ୍ରୀମଦ୍ଭଗବଦ୍ଗୀତାର ନିରନ୍ତର ପାଠ, ଉଚ୍ଚାରଣ ମାନଙ୍କରେ ଶୁଦ୍ଧତା ସହିତ ବ୍ୟକ୍ତିର ଜୀବନରେ ଚମତ୍କାରୀ ଆଧ୍ୟାତ୍ମିକ ପ୍ରଭାବ ମାନଙ୍କର ପ୍ରାଦୁର୍ଭାବ କରିଥାଏ।

ଶ୍ରୀମଦ୍ଭଗବଦ୍ଗୀତା ର ଆଶୀର୍ବାଦ ଏବଂ ଗୁରୁଜୀ ଙ୍କ କୃପା ଦ୍ବାରା ବର୍ତ୍ତମାନ ସମୟରେ ଶ୍ରୀମଦ୍ଭଗବଦ୍ଗୀତାର ଜୟନ୍ତୀ ସପ୍ତାହ ଉପଲକ୍ଷେ ଅନେକ କାର୍ଯ୍ୟକ୍ରମ ଗୀତା ପରିବାର ଦ୍ବାରା ଆୟୋଜିତ କରାଯାଉଛି, ଯେଉଁଠି ଅନେକ ଭକ୍ତ ଅଂଶ ଗ୍ରହଣକାରୀ ହୋଇ ଭଗବତ୍ କୃପା ସହିତ ଓତଃପ୍ରୋତ ହେଉଛନ୍ତି ତଥା ଗୀତା ପରିବାର ସହିତ ଯୋଡିତ ବାର ହଜାର ସେବୀ ନିଃସ୍ବାର୍ଥ ଭାବରେ ନିଜର ସେବା ଦେଇ ଗୁରୁଜୀଙ୍କ ମନ୍ତ୍ର - ‘ଗୀତା ପଢ଼ନ୍ତୁ, ପଢାନ୍ତୁ, ଜୀବନରେ ଆପଣାନ୍ତୁ’, କୁ ସାର୍ଥକ କରିବା ପାଇଁଁ ପ୍ରୟାସରତ ରହିଛନ୍ତି।

ଶ୍ରୀମଦ୍ଭଗବଦ୍ଗୀତା ରେ କାହା ଦ୍ବାରା କେତୋଟି ଶ୍ଳୋକ କୁହାଯାଇଛି ତାହା ଜାଣିବା ମଧ୍ୟ ଆବଶ୍ୟକ ଅଟେ। ସମ୍ପୂର୍ଣ୍ଣ ସାତ ଶହ ଶ୍ଳୋକ ମାନଙ୍କ ମଧ୍ୟରେ -

ଗୋଟିଏ ଶ୍ଳୋକ ଧୃତରାଷ୍ଟ୍ରଙ୍କ ଦ୍ବାରା,

ଏକ ଚାଳିଶିଟି ଶ୍ଳୋକ ସଞ୍ଜୟଙ୍କ ଦ୍ବାରା,

ଚୌରାଅଶୀଟି ଶ୍ଳୋକ ଅର୍ଜୁନଙ୍କ ଦ୍ବାରା, ଏବଂ

ପାଞ୍ଚଶହ ଚୌସ୍ତୁରି ଶ୍ଳୋକ ଶ୍ରୀଭଗବାନଙ୍କ ଦ୍ବାରା କୁହାଯାଇଛି।

ପନ୍ଦର ଅଧ୍ୟାୟକୁ ସ୍ବୟଂ ଶ୍ରୀ ଭଗବାନ ଶାସ୍ତ୍ରର ସଂଜ୍ଞା ଦେଇଛନ୍ତି। ଏହି ଅଧ୍ୟାୟ ଜ୍ଞାନ ଯୋଗର ଧାରଣା ପ୍ରଦାନ କରିଥାଏ। ଈଶ୍ୱର, ପ୍ରକୃତି ଏବଂ ଜୀବ ଏହି ତିନିଜଣଙ୍କ ବିଶେଷତା ଶ୍ରୀ ଭଗବାନ ନିଜେ ଏହି ଅଧ୍ୟାୟରେ ବର୍ଣ୍ଣନା କରିଛନ୍ତି। ଏହି ଅଧ୍ୟାୟର ମହତ୍ତ୍ଵ ସେତେବେଳେ ଅଧିକ ହେଇଯାଏ ଯେତେବେଳେ ଶ୍ରୀ ଭଗବାନ ଏହାକୁ ସମ୍ପୂର୍ଣ୍ଣ ଶାସ୍ତ୍ର ବୋଲି ଉଲ୍ଲିଖିତ କରିଛନ୍ତି ଏବଂ ବର୍ତ୍ତମାନ ସମୟରେ ଭୋଜନ କରିବା ପୂର୍ବରୁ, କାହାର ମୃତ୍ୟୁ ପୂର୍ବରୁ, ମୃତ୍ୟୁ ପରେ, ବିବାହ ଉପଲକ୍ଷେ ଏହାର ଉଚ୍ଚାରଣ ଶ୍ରେଷ୍ଠ ଏହା ବିଶ୍ୱାସ କରାଯାଏ ।

ଶ୍ରୀ ଭଗବାନ ଏହି ଅଧ୍ୟାୟର ମାଧ୍ୟମରେ ସ୍ବୟଂ ନିଜର ଦିବ୍ୟ ପୁରୁଷୋତ୍ତମ ସ୍ବରୂପର ଦର୍ଶନ କରାଉଛନ୍ତି ।


15.1

ଶ୍ରୀଭଗବାନୁବାଚ
ଊର୍ଦ୍ଧ୍ୱମୂଲମଧଃ(ଶ୍) ଶାଖମ୍, ଅଶ୍ୱତ୍ଥଂ(ମ୍) ପ୍ରାହୁରବ୍ୟୟମ୍।
ଛନ୍ଦାଂସି ୟସ୍ୟ ପର୍ଣ୍ଣାନି, ୟସ୍ତଂ(ୱ୍ଁ) ବେଦ ସ ବେଦବିତ୍॥15.1॥

ଶ୍ରୀ ଭଗବାନ କହିଲେ --- ଉପରକୁ ମୂଳ ଓ ତଳକୁ ଶାଖା ବ୍ୟାପିଥିବା ଯେଉଁ ସଂସାରରୂପକ ଅଶ୍ବତ୍ଥ ବୃକ୍ଷକୁ (ପ୍ରବାହରୂପେ) ଅବ୍ୟୟ କହନ୍ତି ଓ ବେଦମାନେ ଯାହାର ପତ୍ର, ସେହି ସଂସାର-ବୃକ୍ଷକୁ ଯେ ଜାଣେ, ସେ ସମସ୍ତ ବେଦର ଜ୍ଞାତା ।

ବିବେଚନ -

ଶ୍ରୀମଦ୍ ଭଗବଦ୍ ଗୀତା ଏକ ସାଧାରଣ ପୁସ୍ତକ ନୁହେଁ ଯେଉଁଥିରେ ଲେଖାଗୁଡିକ ସରଳ ରହିଛି। ଗୁରୁ ବିନା ସେଗୁଡିକୁ ବୁଝିବା ସମ୍ଭବତଃ ଜଣେ ସାଧାରଣ ମଣିଷ ପାଇଁ ଅସମ୍ଭବ। ଉପନିଷଦ୍‍‍ର ବ୍ରହ୍ମସୂତ୍ରର ସାରାଂଶ ଥିବା ଶ୍ରୀମଦ୍ ଭଗବଦ୍ ଗୀତାକୁ ଜଣେ ପ୍ରାମାଣିକ ଆଚାର୍ଯ୍ୟ, ଗୁରୁ, ଜ୍ଞାନୀଙ୍କ ଦ୍ୱାରା ସଠିକ୍ ଭାବରେ ବ୍ୟାଖ୍ୟା କରାଯିବା ଉଚିତ, ତେବେ ଏହି ଶ୍ରୀମଦ୍ ଭଗବଦ୍ ଗୀତାରେ ବର୍ଣ୍ଣିତ ମନ୍ତ୍ରଗୁଡ଼ିକୁ ଅଧିକ ସ୍ପଷ୍ଟ ଭାବରେ ବୁଝିବାରେ ସାହାଯ୍ୟ କରିପାରିବ। ଶ୍ରୀମଦ୍ ଭଗବତ ଗୀତାର ନିରନ୍ତରତା ଓ ନିତ୍ୟ ନୂତନତା ସର୍ବଦା ରହିଥାଏ। ଏହି କାରଣରୁ ସମସ୍ତ ମହାନ ସନ୍ଥ ମାନେ ସର୍ବଦା ଶ୍ରୀମଦ୍ ଭଗବଦ୍ ଗୀତାର ନୂତନ ଚିନ୍ତାଧାରା ଉପରେ ଗବେଷଣା କରିବାକୁ ଚେଷ୍ଟା କରନ୍ତି। ଗୁରୁ ମହାରାଜ ଷୋଳ ବର୍ଷ ବୟସରୁ ଶ୍ରୀମଦ୍ ଭଗବତ ଗୀତାର ପାରାୟଣ ଆରମ୍ଭ କରି ମଧ୍ୟ, ପଞ୍ଚସ୍ତରୀ ବର୍ଷ ବୟସରେ ମଧ୍ୟ ଶ୍ରୀମଦ୍ ଭଗବଦ୍ ଗୀତାରେ ଉଲ୍ଲେଖ ଥିବା ମନ୍ତ୍ରରେ ନୂତନତା ଆଣିବା ପାଇଁ ପ୍ରୟାସ କରୁଛନ୍ତି।

ଏହି ଶ୍ଳୋକରେ ଶ୍ରୀ ଭଗବାନ ବର୍ଣ୍ଣନା କରିଛନ୍ତି ଯେ ଏକ ଅଶ୍ୱତ୍ଥ ଗଛ ଅଛି, ଯାହାର ଚେର ଉପରକୁ, ଡାଳ ତଳକୁ ଏବଂ ପତ୍ରଗୁଡିକ ବୈଦିକ ସ୍ରୋତ ଅଟେ। ଯିଏ ଏହି ଗଛକୁ ଜାଣିଯାଏ ସେ ବେଦକୁ ଜାଣିଯାଏ।

ଭୌତିକ ଜଗତରେ ଥିବା ବୃକ୍ଷ ଠାରୁ ଭିନ୍ନ ଏହି ଆଧ୍ୟାତ୍ମିକ ବୃକ୍ଷ। ଏଠାରେ ଉର୍ଦ୍ଧ୍ବ ଓ ଅଧ ସାଧାରଣତଃ ଉପର ଓ ତଳ ଭାବେ ପ୍ରତୀତ ହୁଏ, କିନ୍ତୁ ତାହା କଦାପି ଏହିପରି ନୁହେଁ। ଯେମିତି ଜଣେ ପିଲା ଦ୍ଵିତୀୟ ଶ୍ରେଣୀର ପରୀକ୍ଷା ଉତ୍ତୀର୍ଣ୍ଣ ହେବା ପରେ ସେ ତୃତୀୟ ଶ୍ରେଣୀକୁ ଯାଇଥାଏ, ଯଦି ତା'ର ପୂର୍ବ ଶ୍ରେଣୀ ଦ୍ଵିତୀୟ ମହଲାରେ ଥାଏ, ତା'ହେଲେ ତା'ର ପରବର୍ତ୍ତୀ ଶ୍ରେଣୀ କୋଠାର ତୃତୀୟ ମହଲାରେ ହେବା ଜରୁରୀ ନୁହେଁ। ସେହି ଶ୍ରେଣୀ ପ୍ରଥମ ମହଲାରେ ମଧ୍ୟ ହୋଇପାରେ। ତେଣୁ ଗୋଟିଏ ଶ୍ରେଣୀରୁ ଅନ୍ୟ ଶ୍ରେଣୀକୁ ଯିବା ଏକ ଦିଗର ଉନ୍ନତି ନୁହେଁ ବରଂ ଗୁଣର ଉନ୍ନତି।

ଏ ସଂକ୍ରାନ୍ତରେ ଏକ ବିବରଣୀ -

ସ୍ଵାମୀତୀର୍ଥ ନାମକ ଜଣେ ସନ୍ଥ (ଅଦ୍ଵୈତ ବାଦ), ଯିଏ କି ଯୁବାବସ୍ଥାରେ ଲାହୋର ବିଶ୍ଵବିଦ୍ୟାଳୟରେ ଗଣିତର ଶିକ୍ଷକ ଥିଲେ। ସେ ସ୍ୱାମୀ ବିବେକାନନ୍ଦଙ୍କ ସମକାଳୀନ ଥିଲେ। ସ୍ଵାମୀ ବିବେକାନନ୍ଦ ଚିକାଗୋରୁ ଫେରିବା ପରେ ଲାହୋରରେ ପହଞ୍ଚିଥିଲେ। ସେଠାରେ ସ୍ଵାମୀଜୀ ଯୁବ ଗଣିତ ଶିକ୍ଷକଙ୍କ କାର୍ଯ୍ୟଦକ୍ଷତା ଦେଖି ତାଙ୍କୁ ଉତ୍ସାହିତ କରିଥିଲେ। କିଛିଦିନ ପରେ ଶିକ୍ଷକ ନିଜେ ସାଧୁ ହୋଇଗଲେ ଏବଂ କେହି ଜଣେ ତ‘ଙ୍କୁ କହିଲେ ଯେ ତୁମେ ଏତେ ଶିକ୍ଷିତ ଅଛ ତେଣୁ ତୁମେ ଆମେରିକା ଯିବା ଉଚିତ। ତାଙ୍କର ଜଣେ ଭକ୍ତ ସ୍ଵାମୀଜୀଙ୍କ ପାଇଁ ଟିକଟ ବ୍ୟବସ୍ଥା କରିଥିଲେ ଯେତେବେଳେ ସ୍ଵାମୀ ଜୀ ଜାହାଜରେ ଆମେରିକା ଯିବାକୁ ଅପେକ୍ଷା କରିଥିଲେ, ତାଙ୍କର ଜଣେ ଭକ୍ତ ତାଙ୍କୁ କହିଲେ ଯେ ଜଣେ ମହାରାଜ ମଧ୍ୟ ଆପଣଙ୍କ ସହିତ ଏହି ଜାହାଜରେ ଯାତ୍ରା କରିବେ, ଏହା ଶୁଣି ସ୍ଵାମୀ ଜୀ କହିଲେ ଯେ ଦୁଇ ଜଣ ସମ୍ରାଟ ଜାହାଜରେ କିପରି ଯାତ୍ରା କରିପାରିବେ। ତେଣୁ ମୁଁ ଏହି ଜାହାଜରେ ଆମେରିକା ଯାଇପାରିବି ନାହିଁ। ଦୟାକରି ମୋ ପାଇଁ ଅନ୍ୟ ଏକ ଜାହାଜରେ ଟିକଟ ବ୍ୟବସ୍ଥା କରନ୍ତୁ। ଏହି ଘଟଣାରେ ସ୍ୱାମୀଜୀଙ୍କ କିଛି ଭକ୍ତ ଦୁଃଖ କରି ସେଠାରୁ ଚାଲିଯାଇଥିଲେ, ଯେଉଁମାନେ ବାକି ରହିଥିଲେ, କିଛି ଲୋକ ସ୍ୱାମୀଜୀଙ୍କ ପାଇଁ ଏକ ନୂତନ ଟିକେଟ ବ୍ୟବସ୍ଥା କରିଥିଲେ, ଯାହା ପରେ ସ୍ୱାମୀଜୀ ଅନ୍ୟ ଏକ ଜାହାଜରୁ ଆମେରିକା ଯାତ୍ରା ଆରମ୍ଭ କରିଥିଲେ। ସେତେବେଳେ ଆମେରିକା ଯିବାକୁ ଅଧିକ ସମୟ ଲାଗିଥିଲା। ସେମାନଙ୍କର ଆସବାବପତ୍ର ଏବଂ ଠିକଣା (ଯେଉଁଠାରେ ସେମାନଙ୍କର ପହଞ୍ଚିବାର ଥିଲା) ପ୍ରଥମ ଜାହାଜରେ ଚାଲି ଯାଇଥିଲା। ସେମାନଙ୍କ ପାଖରେ ଟଙ୍କା କିମ୍ବା ଜିନିଷପତ୍ର କିଛି ନଥିଲା। ଏଭଳି ପରିସ୍ଥିତିରେ ଦୀର୍ଘ ଯାତ୍ରା ପରେ ଯେତେବେଳେ ସେମାନେ ଆମେରିକା ଉପକୂଳରେ ପହଞ୍ଚିଲେ, ଜାହାଜର ଚାଳକ ସେମାନଙ୍କୁ ପଚାରିଲେ, ଆପଣ ଆମେରିକାରେ କୁଆଡ଼େ ଯିବେ? ତା'ପରେ ହସି ହସି ସ୍ୱାମୀଜୀ ଜାହାଜ ଚାଳକଙ୍କୁ ପଚାରିଲେ ଆପଣ କଣ ମୋତେ ଆପଣଙ୍କ ଘରକୁ ନେବେ ନାହିଁ? ସତକୁ ସତ ଜାହାଜ ଚାଳକ ସ୍ୱାମୀଜୀଙ୍କୁ ତାଙ୍କ ଘରକୁ ନେଇଗଲେ। ସେଠାରେ ସ୍ଵାମୀଜୀ ଦେଖିଲେ ଚାଳକଙ୍କ ପୁତ୍ର ତାଙ୍କ ପିତାଙ୍କୁ ଗଣିତ ପ୍ରଶ୍ନ ପଚାରୁଛି, ତା'ପରେ ଚାଳକ ସ୍ୱାମୀଜୀଙ୍କୁ ପରୀକ୍ଷା କରିବା ଉଦ୍ଦେଶ୍ୟରେ ପିଲାକୁ ସ୍ୱାମୀଜୀଙ୍କୁ ପ୍ରଶ୍ନ ପଚାରିବାକୁ କୁହନ୍ତି। ତା'ପରେ ପିଲାଟି ସ୍ୱାମୀଜୀଙ୍କୁ ସରଳରେଖା ବିଷୟରେ ପ୍ରଶ୍ନ କରେ। ସ୍ୱାମୀଜୀ ପିଲାଟିକୁ କୁହନ୍ତି ଯେ ତୁମେ ପ୍ରକୃତରେ ଏହି ପ୍ରଶ୍ନର ଉତ୍ତର ଚାହୁଁଛ ନା କେବଳ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ଚାହୁଁଛ। ଏହା ଶୁଣି ତାଙ୍କ ପିତା ଆଶ୍ଚର୍ଯ୍ୟ ହୋଇ ସ୍ୱାମୀଜୀଙ୍କୁ ସେହି ପ୍ରଶ୍ନର ପ୍ରକୃତ ଉତ୍ତର କହିବାକୁ ଅନୁରୋଧ କଲେ। ସ୍ୱାମୀଜୀ ସରଳ ରେଖାର ଉପସ୍ଥିତି ଏବଂ ଏହାର ବାସ୍ତବିକ ସ୍ଥିତି ଏବଂ ହିନ୍ଦୁ ଶାସ୍ତ୍ର, ଉପନିଷଦ ଇତ୍ୟାଦିରୁ ସେ ହାସଲ କରିଥିବା ଜ୍ଞାନ ବିଷୟରେ ବର୍ଣ୍ଣନା କରନ୍ତି। ଦୁଇଟି ବିନ୍ଦୁ ମଧ୍ୟରେ ଥିବା ସରଳରେଖା କୁ ଜାହାଜର ପରିଚାଳକ କେଉଁ ସମ୍ପର୍କରେ ଦେଖନ୍ତି? ସେ କହନ୍ତି, "ଯଦି ଏହି ଟେବୁଲକୁ ଆଧାର ଭାବରେ ଗ୍ରହଣ କରିବା, ତେବେ ଏହି ଟେବୁଲର ଆଧାର କ'ଣ?" ଏହି ଟେବୁଲର ଆଧାର କୋଠରୀ ହେଲେ, ଏହି କୋଠରୀର ଆଧାର ହେଉଛି ପୃଥିବୀ। ଯେତେବେଳେ ଆମେ ମହାକାଶରୁ ରେଳ ଧାରଣାକୁ ଦେଖୁ, ସେଗୁଡିକ ସିଧା ନହୋଇ ଗୋଲାକାର ଦେଖାଯାଏ। ତେଣୁ କୌଣସି ସିଧା ରେଖାକୁ ପ୍ରକୃତରେ ସିଧା କୁହାଯାଇପାରିବ ନାହିଁ କାରଣ ଏହାର ମୂଳ ହେଉଛି ପୃଥିବୀ, ଯାହା ଗୋଲାକାର ଅଟେ। ତାଙ୍କ ବୟାନ ଶୁଣି ଜାହାଜର ଚାଳକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତାଙ୍କର ଏହି ବୁଦ୍ଧିମତ୍ତା ବିଷୟରେ ଯେବେ ପ୍ରଥମ ନ୍ୟୁୟର୍କ ବିଶ୍ୱବିଦ୍ୟାଳୟ ଓ ପରେ ଷ୍ଟେଟ୍ ବିଶ୍ୱବିଦ୍ୟାଳୟକୁ ଜଣା ପଡିଲା, ତେବେ The community of maths of America ଏବଂ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଥିଓଡୋର ରୁଜଭେଲ୍ଟ ମଧ୍ୟ ଖବର ପାଇଗଲେ। ସ୍ୱାମୀଜୀଙ୍କ ଜ୍ଞାନକୁ ମାତ୍ର ଚଉଦ ଦିନ ମଧ୍ୟରେ ସମଗ୍ର ଆମେରିକା ଗ୍ରହଣ କରିନେଲା। ଆମେ କାହାକୁ ଧନ, କାହାକୁ ଉଚ୍ଚତା, କାହାକୁ ପଦ ଇତ୍ୟାଦି କାରଣରୁ ଆମେ ବଡ଼ ଭାବିଥାଉ, କିନ୍ତୁ ବାସ୍ତବରେ ସେ ବଡ଼ ନୁହଁନ୍ତି। ଜଣେ ବ୍ୟକ୍ତିର ଶ୍ରେଷ୍ଠତା ତା'ର ଚରିତ୍ର, ତା'ର ଜ୍ଞାନରେ ରହିଥାଏ।

ଶ୍ରୀଭଗବାନ କହିଲେ ଆଧ୍ୟାତ୍ମିକ ବୃକ୍ଷ ମନୁଷ୍ୟ ଶରୀର ପରି ମନେ ହୁଏ। ଯେତେବେଳେ କୌଣସି ବ୍ୟକ୍ତିର ଶରୀର କୌଣସି ହାତ, ପାଦ, ପେଟ ଇତ୍ୟାଦି କ୍ଷତିଗ୍ରସ୍ତ ହୁଏ, ଏଭଳି ପରିସ୍ଥିତିରେ ବ୍ୟକ୍ତିର ମୃତ୍ୟୁ ହେବା ଅନିବାର୍ଯ୍ୟ ନୁହେଁ। କିନ୍ତୁ ମସ୍ତିଷ୍କ ନଷ୍ଟ ହେବା କ୍ଷଣି ସେହି ବ୍ୟକ୍ତିଙ୍କ ଆରୋଗ୍ୟ ହେବା ପ୍ରାୟ ଅସମ୍ଭବ ହୋଇଯାଏ। ଯେମିତି ଗଛର ମୂଳ, ତା'ର ଆଧାର, ଯାହା କ୍ଷତିଗ୍ରସ୍ତ ହେଲେ ସେହି ଗଛ ନଷ୍ଟ ହୋଇଯାଏ।

ଅଶ୍ଵତ୍ହମ୍‍‍ -

ଏଠାରେ ଶ୍ରୀ ଭଗବାନ ସେହି ଆଧ୍ୟାତ୍ମିକ ବୃକ୍ଷକୁ ଏକ ପିପଳ ଗଛ ଭାବରେ ବର୍ଣ୍ଣନା କରିଛନ୍ତି ଯେପରି ପବନ ନଥିଲେ ମଧ୍ୟ ପିପଳ ଗଛର ପତ୍ର ହଲୁ ଥାଏ, ଠିକ୍ ସେହିପରି ଏହି ବୃକ୍ଷ ମଧ୍ୟ ନିରନ୍ତର ଗତିଶୀଳ, ଅର୍ଥାତ୍ ଏହା ନିରନ୍ତର ପରିବର୍ତ୍ତନରେ ପରିପୂର୍ଣ୍ଣ। ଏହି ସଂସାର ନିରନ୍ତର ପରିବର୍ତ୍ତନଶୀଳ। ଆମେ ପ୍ରତି ମୁହୂର୍ତ୍ତରେ ବୟସ୍କ ହେଉଛୁ, ମଣିଷ ଶରୀରରେ କୋଷ ସୃଷ୍ଟି ଏବଂ ସେଗୁଡିକର ବିନାଶ କ୍ରମାଗତ ଭାବରେ ଚାଲିଛି। ପ୍ରାୟ ସାଢ଼େ ତିନି ବର୍ଷ ମଧ୍ୟରେ ଆମ କୋଷଗୁଡିକ ପୁନରୁଦ୍ଧାର ହୋଇଥାଏ।

ଅବ୍ୟୟମ୍ -

ଏଠାରେ ଅବ୍ୟୟମ୍ ବା ଶାଶ୍ଵତର ଅର୍ଥ ହେଉଛି ଏହି ସଂସାର ପରିବର୍ତ୍ତନଶୀଳ କିନ୍ତୁ ନଷ୍ଟ ହେଉନାହିଁ। ଆମେ ଜାଣୁ ଯେ କେବଳ ପଦାର୍ଥର ପ୍ରକୃତି ବଦଳୁଥାଏ, ଯେମିତି ଏକ କାଗଜ ଖଣ୍ଡକୁ ଚିରି ଦେଲେ ଖଣ୍ଡ ଖଣ୍ଡ ହୋଇଯାଏ। ପାଣିରେ ଭିଜାଇଲେ ଏହା ଗୁଣ୍ଡ ହୋଇଯାଏ ଏବଂ ଜଳିବା ପରେ ଏହା ପାଉଁଶ ଅର୍ଥାତ୍ କାର୍ବନରେ ପରିଣତ ହୋଇଯାଏ।

ସେହିଭଳି ଯେତେବେଳେ ଏହି ମନୁଷ୍ୟ ଶରୀରରୁ ଆତ୍ମା ହଟିଯାଏ, ଶରୀର ଧୂଳିରେ ପରିଣତ ହୁଏ ଏବଂ ଶବ ସତ୍କାର ହେଲେ ଭୌତିକ ଶରୀରର ସମସ୍ତ ଉପାଦାନ ପାଞ୍ଚଟି ତତ୍ତ୍ୱ ଯଥା ଆକାଶ, ବାୟୁ, ଜଳ, ଅଗ୍ନି ଓ ମାଟିରେ ମିଶିଯାଏ।

ପୃଥିବୀର ଜୀବ ସଂଖ୍ୟା ବୃଦ୍ଧି ତଥା ସୁନାମି ଭଳି ପ୍ରାକୃତିକ ବିପର୍ଯ୍ୟୟ ଆସିଲେ, ଏହି ପୃଥିବୀର ଓଜନରେ କୌଣସି ପରିବର୍ତ୍ତନ ହୋଇପାରିବ ନାହିଁ, ଅର୍ଥାତ୍ ପୃଥିବୀର ଓଜନ ପ୍ରଭାବିତ ହୋଇନଥାଏ।

ବେଦ ହେଉଛି ଏହାର ପତ୍ର। ଯେତେବେଳେ ଜଣେ ଜ୍ଞାନୀ ଆଧ୍ୟାତ୍ମିକ ବୃକ୍ଷର ଏହି ରୂପକୁ ବୁଝନ୍ତି, ତାଙ୍କୁ ଜ୍ଞାନୀ କୁହାଯାଏ।

ଏହି ଦୁନିଆରେ ଭିନ୍ନ ଭିନ୍ନ ପ୍ରକୃତିର ବ୍ୟକ୍ତି ଅଛନ୍ତି। ଯଥା -

୧. ଯେଉଁମାନେ ଶ୍ରୀମଦ୍ ଭଗବଦ୍ ଗୀତା ବିଷୟରେ କିଛି ଜାଣନ୍ତି ନାହିଁ।

୨. ସେମାନଙ୍କ ମଧ୍ୟରୁ କେତେକଙ୍କର ଗୀତା ଜୟନ୍ତୀ ବିଷୟରେ କିଛି ଜ୍ଞାନ ଅଛି, ଅଥବା ଦୂରଦର୍ଶନରେ ପ୍ରଦର୍ଶିତ ଧାରାବାହିକରେ ଉଲ୍ଲେଖ କରାଯାଇଥିବା ଏକ ପୁସ୍ତକ ଭାବେ ଗୀତାକୁ ଜାଣିଛନ୍ତି।

୩. କିଛି ଲୋକ ଜାଣନ୍ତି ଯେ ଗୀତା, ନାଲି କପଡ଼ାରେ ଗୁଡ଼ାଇଥିବା ଏକ ପୁସ୍ତକ ଅଟେ, ଯାହାକୁ କୋର୍ଟରେ ଶପଥ ନେବା ପାଇଁ ବ୍ୟବହାର କରାଯାଏ, ଯାହା ଦ୍ୱାରା କେହି ମିଛ କହିବେ ନାହିଁ।

୪. କେହି କେହି ଜାଣନ୍ତି ଯେ ଏଥିରେ ଲିଖିତ ଶ୍ଲୋକଗୁଡିକୁ ଶ୍ରୀକୃଷ୍ଣ ଯୁଦ୍ଧ କ୍ଷେତ୍ରରେ ଅର୍ଜୁନଙ୍କୁ ବର୍ଣ୍ଣନା କରିଥିଲେ।

୫. ଯିଏ ଗୀତା ଶିଖିବା (learngeeta) କାର୍ଯ୍ୟକ୍ରମରେ ସମ୍ମାନିତ ହୋଇଥିବା ଶୁଦ୍ଧ ଶବ୍ଦ ଉଚ୍ଚାରଣ ଶିଖୁଛନ୍ତି।

୬. ଯିଏ ଶ୍ରୀମଦ୍ ଭଗବଦ୍ ଗୀତାର ବିବେଚନ ମାଧ୍ୟମରେ ଏହାର ଅର୍ଥକୁ ବ୍ୟାଖ୍ୟା କରି ବୁଝିବାକୁ ଚେଷ୍ଟା କରୁଛି।

୭. ଯେଉଁମାନେ ଜ୍ଞାନୀ, ସନ୍ଥ ସେମାନେ ଶ୍ରୀମଦ୍ ଭଗବଦ୍ ଗୀତାକୁ ନିଜ ଅଭ୍ୟାସରେ ପରିଣତ କରିଛନ୍ତି, ଆଚରଣରେ ଦେଖାଉଛନ୍ତି।

15.2

ଅଧଶ୍ଚୋର୍ଦ୍ଧ୍ୱଂ(ମ୍) ପ୍ରସୃତାସ୍ତସ୍ୟ ଶାଖା,
ଗୁଣପ୍ରବୃଦ୍ଧା ବିଷୟପ୍ରବାଲାଃ।
ଅଧଶ୍ଚ ମୂଲାନ୍ୟନୁସନ୍ତତାନି,
କର୍ମାନୁବନ୍ଧୀନି ମନୁଷ୍ୟଲୋକେ।।୨।।

ସେହି ସଂସାର-ବୃକ୍ଷର ନିମ୍ନଭାଗ, ମଧ୍ୟଭାଗ ଓ ଉପରିଭାଗ ସର୍ବତ୍ର, ତ୍ରିଗୁଣ ଦ୍ବାରା ବୃଦ୍ଧିପ୍ରାପ୍ତ ତଥା ବିଷୟରୂପୀ କୋମଳ ପତ୍ରଯୁକ୍ତ ଶାଖାମାନ ବ୍ୟାପି ରହିଛି । ମର୍ତ୍ତ୍ୟଲୋକରେ କର୍ମାନୁସାରେ ବନ୍ଧନରେ ପକାଉଥିବା ମୂଳଗୁଡିକ ମଧ୍ୟ ଅଧଃଲୋକ ଓ ଉର୍ଦ୍ଧ୍ବଲୋକ ସର୍ବତ୍ର ପରିବ୍ୟାପ୍ତ ହୋଇଛି ।

ବିବେଚନ -

ଏହା ହେଉଛି ଶାଶ୍ବତ ବୃକ୍ଷର ଚିତ୍ର ଯାହାକୁ ଶ୍ରୀ ଭଗବାନ୍ ନିଜେ ବର୍ଣ୍ଣନା କରିଛନ୍ତି, ଯେଉଁ ବୃକ୍ଷର ଚେର ଉପରକୁ ରହିଛି ଏବଂ ଆମେ ଜାଣୁ ଏହାର ପୋଷଣ ପାଇଁ ବୃକ୍ଷର ଚେର କେତେ ମହତ୍ତ୍ୱପୂର୍ଣ୍ଣ, ତେଣୁ ଏହି ଅଶ୍ୱତ୍ଥ ବୃକ୍ଷରେ, ଚେରର ମୂଳରେ ଯଥା ଉପର ଦିଗରେ, ପ୍ରଭୁ ନିଜେ ବାସ କରନ୍ତି ଏବଂ ପାଳନ ପୋଷଣ କରନ୍ତି। 

ସମଗ୍ର ବିଶ୍ୱରେ ଯାହାଙ୍କ ବିଭିନ୍ନ ଭକ୍ତମାନେ, ଭିନ୍ନଭିନ୍ନ ରୂପରେ ତାହାଙ୍କୁ ପୂଜା କରନ୍ତି। କେହି କେହି ତାଙ୍କୁ ସାକାର ପ୍ରତିମା ରୂପରେ ଏବଂ କେତେକ ନିରାକାର ଶୂନ୍ୟ ରୂପରେ ପୂଜା କରନ୍ତି, ସାକ୍ଷାତ୍‍‍ ବ୍ରହ୍ମ ପରି। ସମସ୍ତ ଶାଖା ପ୍ରଶାଖା, ଜୀବଜଗତର ବିଭିନ୍ନ ଯୋନି ବା ବିଭିନ୍ନ ପ୍ରଜାତି। ଯେପରି -

ଦେବଯୋନି - ଉତ୍ତମ ଯୋନି ଭାବରେ ପ୍ରତିଷ୍ଠିତ।

ମାନବ ଯୋନି - ଯାହା ଏହି ବୃକ୍ଷର ମଧ୍ୟ ଭାଗରେ ଅବସ୍ଥିତ।

ତୀର୍ଯ୍ୟକ୍ ଯୋନି - କୀଟ, ପ୍ରାଣୀ, ଭୂତ, ପିଶାଚ ପରି ସମସ୍ତ ନିମ୍ନ ପ୍ରଜାତି ଏହା ଅଧୀନରେ ଆସନ୍ତି।

ଏହ ବିଶ୍ୱରେ ଅଠେଇଶ ଲକ୍ଷ ପ୍ରଜାତିର ଜୀବ ବର୍ଣ୍ଣନା କରାଯାଇଛ।| ତେଣୁ, ଏହି ଗଛର ଶାଖାଗୁଡ଼ିକ ଉପର ଏବଂ ତଳ ପର୍ଯ୍ୟନ୍ତ ବିସ୍ତାର ହୁଏ ଏବଂ ପ୍ରକୃତିର ତିନୋଟି ଗୁଣ ଦ୍ୱାରା ପୋଷଣ ପ୍ରାପ୍ତ ହୁଏ। ଏହାର ଶାଖା ଇନ୍ଦ୍ରିୟମାନଙ୍କର ବିଷୟ ଅଟେ। ଏହି ଗଛର ଚେର ତଳକ ମଧ୍ୟ ଗତି କରୁଛି, ଯାହା ମାନବ ସମାଜର ସକାମ କର୍ମରେ ବନ୍ଧା ଅହଂକାର, ମମତା ଏବଂ ଇନ୍ଦ୍ରିୟାସକ୍ତି ହେଉଛି ବନ୍ଧନ ଯାହା ଜୀବକୁ ଏହି ଜଗତ ସହିତ ବାନ୍ଧି ରଖେ। ଏହି ପ୍ରକୃତି ତ୍ରିଗୁଣାତ୍ମକ ଅଟେ, ଅର୍ଥାତ୍ ଏହାର ଆଧାର ହେଉଛି ତିନୋଟି ଗୁଣ - ସତ୍ତ୍ୱ, ରଜ ଏବଂ ତମ। ଯେପରି ଚାରୋଟି ରଙ୍ଗ ବିଭିନ୍ନ ଅନୁପାତରେ ମିଶ୍ରିତ ହୋଇ ଶହ ଶହ ବିଭିନ୍ନ ରଙ୍ଗ ସୃଷ୍ଟି କରେ, ସେହିଭଳି, ଏହି ତିନୋଟି ଗୁଣ, ବିଭିନ୍ନ ଅନୁପାତରେ ଉପସ୍ଥିତ ରହି ଜୀବକୁ ବିଭିନ୍ନ ଶରୀର ଭୋଗ କରେ ବା ଭିନ୍ନ ଭିନ୍ନ ଜନ୍ମ ପ୍ରାପ୍ତ କରାଏ, ଏହା ତାଙ୍କ ପୂର୍ବ ଜନ୍ମର କର୍ମଉପରେ ଆଧାରିତ ଅଟେ। ଅତଏବ, ଜୀବ ଏହିପରି ସକାମ କର୍ମଦ୍ୱାରା ବନ୍ଧନ ଯୁକ୍ତ ହୋଇ ତିନୋଟି ଗୁଣ ଦ୍ବାରା ପରିଚାଳିତ ହୁଏ। ବାରମ୍ବାର ଜୀବନ ଏବଂ ମୃତ୍ୟୁ ଚକ୍ରରେ ଜଡିତ ହୋଇ ରହିଥାଏ।

ବ୍ରହ୍ମାଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ଏହି ଜଗତ ଅତ୍ୟନ୍ତ ଅନନ୍ୟ। କୌଣସି ଦୁଇ ଜଣଙ୍କର ରେଟିନା ଏବଂ ଫିଙ୍ଗର୍‍‍ ପ୍ରିଣ୍ଟ ସମାନ ନୁହେଁ। କିମ୍ବା କୌଣସି ଗଛର ଦୁଇଟି ପତ୍ର ସମାନ ନୁହେଁ। ଯେହେତୁ ଏଠାରେ ଅନେକ ପ୍ରଜାତିର ଜୀବ ଅଛନ୍ତି, ସେହିଭଳି ଏହି ପ୍ରଜାତିର ବାସସ୍ଥାନ ମଧ୍ୟ ଭିନ୍ନ, ଅର୍ଥାତ୍ ପୃଥିବୀ ସମେତ ବ୍ରହ୍ମାଣ୍ଡରେ ଚଉଦଟି ଜଗତ ଅଛି -

  • ସତ୍ୟଲୋକ

  • ତପୋଲୋକା

  • ଜନଲୋକ

  • ମହର୍ଲୋକ

  • ସ୍ୱର୍ଲୋକ (କିମ୍ବା ସ୍ୱର୍ଗ ଲୋକ)

  • ଭୁବର୍ଲୋକ

  • ଭୂର୍ଲୋକ

  • ଅତଳଲୋକ

  • ବିତଳଲୋକ

  • ସୁତଳଲୋକ

  • ତଳାତଳଲୋକ

  • ମହତଳ

  • ରସାତଳଲୋକ

  • ପଟଳ

ଦେବତା ଶରୀର ହେଉଛି ପ୍ରକାଶ ବା ଆଲୋକର ସ୍ୱରୂପ। ରାକ୍ଷସ ଶରୀର ହେଉଛି ବାୟୁର ସ୍ୱରୂପ। ମାନବ ଶରୀର ପଞ୍ଚ ତତ୍ତ୍ବକୁ ନେଇ ଗଠିତ। ତେଣୁ, ଏହି ସମଗ୍ର ବିବରଣୀରୁ ଏହା ସ୍ପଷ୍ଟ ହୋଇଯାଏ ଯେ ତାଙ୍କ ପରବର୍ତ୍ତୀ ଜନ୍ମରେ ଜୀବାତ୍ମା ​​ଦ୍ୱାରା ଯେଉଁ ଶରୀରର ପ୍ରାପ୍ତି ହୁଏ, ପୂର୍ବ ଜୀବନରେ ତାଙ୍କ ଦ୍ୱାରା କରାଯାଇଥିବା ସକାମ କର୍ମର ଫଳ, ଯାହାର ପ୍ରାପ୍ତି ହେବା ତିନୋଟି ଗୁଣର ଅନୁପାତ ଉପରେ ନିର୍ଭର କରେ। ଏହିପରି ଜୀବାତ୍ମା ଇନ୍ଦ୍ରିୟମାନଙ୍କ ଦ୍ୱାରା ବଶୀଭୂତ ହୋଇ ବିଭିନ୍ନ ଯୋନିରେ କ୍ରମାଗତ ଭାବରେ ଭ୍ରମଣ କରୁଥାଏ।

15.3

ନ ରୂପମସ୍ୟେହ ତଥୋପଲଭ୍ୟତେ,
ନାନ୍ତୋ ନ ଚାଦିର୍ନ ଚ ସମ୍ପ୍ରତିଷ୍ଠା।
ଅଶ୍ୱତ୍ଥମେନଂ(ମ୍) ସୁବିରୂଢମୂଲମ୍,
ଅସଙ୍ଗଶସ୍ତ୍ରେଣ ଦୃଢେନ ଛିତ୍ତ୍ୱା।।୩।।

ଏହି ସଂସାର-ବୃକ୍ଷର ରୂପ ଯେପରି ଦୃଶ୍ୟ ହୁଏ, ବିଚାର କଲେ ସେପରି ଉପଲବ୍ଧ ହୁଏ ନାହିଁ, କାରଣ ଏହାର ଆଦି ନାହିଁ , ଅନ୍ତ ନାହିଁ କି ସ୍ଥିତି ମଧ୍ୟ ନାହିଁ । ଏଣୁ ସୁଦୃଢ ମୂଳବିଶିଷ୍ଟ ଏହି ସଂସାରରୂପୀ ଅଶ୍ବତ୍ଥବୃକ୍ଷକୁ ଦୃଢ ଅସଙ୍ଗତାରୂପୀ ଶସ୍ତ୍ର ଦ୍ବାରା ଛେଦନ କରି।

ବିବେଚନ -

ଏହି ବୃକ୍ଷର ପ୍ରକୃତ ସ୍ୱରୂପକୁ ଏହି ଜଗତରେ କିଏ ଅନୁଭବ କରି ପାରିବେ ନାହିଁ। କେହି ବୁଝିପାରିବେ ନାହିଁ ଏହାର ଆରମ୍ଭ କେଉଁଠାରେ, ଏହାର ଶେଷ କେଉଁଠାରେ କିମ୍ବା ଏହାର ଆଧାର କେଉଁଠାରେ ଅଛି? ସଂସାର ରୂପୀ ଏହି ବୃକ୍ଷ କେବେ ଆରମ୍ଭ ହେଲା? ଏହା ସର୍ବଦା ଗତିଶୀଳ କିନ୍ତୁ ଅନନ୍ତ ଅଟେ। ନିଜର କର୍ମଗତ ବନ୍ଧନ ହେତୁ, ଜୀବ ଏହି ଜଗତରୁ ବିଚ୍ଛିନ୍ନ ହେବାକୁ ଅସମର୍ଥ ଏବଂ ଜନ୍ମ ଏବଂ ମୃତ୍ୟୁର ଏହି କୁଟିଳ ଚକ୍ରରେ କ୍ରମାଗତ ଭାବରେ ଜଡିତ ହୁଏ|

ଏପରି ଏକ କାହାଣୀ ଯାହାକି ଜୀବର ଭବ ସମୁଦ୍ରରୁ ଉଦ୍ଧାର ପାଇଁ ଅତ୍ୟନ୍ତ ଉପଯୁକ୍ତ, ଏଠାରେ ଶୁଣିବା ଭଲ ହେବ -

ଶୁକଦେବ, ଯିଏ ଦାର୍ଶନିକ ତଥା ମହାନ୍ ଋଷି ବେଦବ୍ୟାସଙ୍କର ପୁତ୍ର ଥିଲେ, ସେ ଥରେ ଜ୍ଞାନ ଆହରଣ କରିବା ଉଦ୍ଦେଶ୍ୟରେ ତାଙ୍କ ପିତାଙ୍କୁ ଏକ ପ୍ରଶ୍ନ ପଚାରିଥିଲେ କିନ୍ତୁ ବେଦବ୍ୟାସ ତାଙ୍କୁ ମିଥିଳାର ରାଜା ଜନକଙ୍କ ନିକଟକୁ ଯାଇ ସମାନ ପ୍ରଶ୍ନ ପଚାରିବାକୁ ନିର୍ଦ୍ଦେଶ ଦେଇଥିଲେ। ଶୁକଦେବ ନିଜ ବିଷୟରେ ଟିକେ ଅହଂକାରୀ ହୋଇଯାଇଥିଲେ। ତେଣୁ, ସେ ଭାବିଲେ ଯେ ଜଣେ କ୍ଷତ୍ରିୟ, ଜଣେ ଗୃହସ୍ଥ ସମ୍ରାଟ ମୋ ପରି ଜଣେ ମହାନ୍ ଜ୍ଞାନୀ ବ୍ୟକ୍ତିଙ୍କୁ କିପରି ଜ୍ଞାନ ଦେଇପାରିବେ। କିନ୍ତୁ ତାଙ୍କ ପିତାଙ୍କ ଆଦେଶକୁ ପ୍ରାଥମିକତା ଭାବରେ ବିଚାର କରି ସେ ମିଥିଳା ​​ସହର ଆଡକୁ ଗଲେ। ସେଠାରେ ପହଞ୍ଚିବା ପରେ ଶୁକଦେବ ଅହଂକାରରେ ନିଜକୁ ଦ୍ୱାରପାଳଙ୍କ ସହ ପରିଚିତ କରାନ୍ତି, ନିଜକୁ ମହାଜ୍ଞାନୀ, ଦାର୍ଶନିକ, ବେଦବ୍ୟାସଙ୍କ ପୁତ୍ର ଇତ୍ୟାଦି କହି ରାଜା ଜନକଙ୍କୁ ସାକ୍ଷାତ କରିବାକୁ ନିର୍ଦ୍ଦେଶ ଦିଅନ୍ତି। ଯେତେବେଳେ ଏହି ବାର୍ତ୍ତା ରାଜାଙ୍କ ନିକଟରେ ପହଞ୍ଚେ, ରାଜା ନିଜର ବ୍ୟସ୍ତତା ଦେଖାନ୍ତି ଏବଂ ଦ୍ୱାରପାଳଙ୍କୁ ଶୁକଦେବଙ୍କୁ ଦ୍ୱାରଦେଶରେ ଠିଆ ହେବାକୁ କୁହନ୍ତି। କେତେ ଦିନ ଗଲା, ଶୁକଦେବ ରାଜଭବନର ଦ୍ୱାରରେ ମହାରାଜଙ୍କ ଆଦେଶକୁ ଅପେକ୍ଷା କରନ୍ତି ଏବଂ ତାଙ୍କ ପିତାଙ୍କ ନିର୍ଦ୍ଦେଶ ଅନୁଯାୟୀ ସେ ତାଙ୍କ ପ୍ରଶ୍ନର ଉତ୍ତର ନ ପାଇ ସେଠାରୁ ଚାଲିଯାଇ ପାରୁନଥିଲେ, ତେଣୁ ସପ୍ତମ ଦିନରେ ଯେତେବେଳେ ନିରନ୍ତର ଶୁକଦେବ ଚିନ୍ତା କରୁଥିଲେ ଏବଂ ଏହା ଜାଣିବାକୁ ପାଇଲେ ଯେ ମୁଁ ଯାଚକ ଭାବରେ ଏଠାକୁ ଆସିଛି ଏବଂ ବୋଧହୁଏ ମୋର ଅହଂକାର ହେତୁ ରାଜା ଜନକ ମୋତେ ଭେଟିବାରେ ତାଙ୍କର ଅକ୍ଷମତା ଦେଖାଉଛନ୍ତି। ଏବେ ମୁଁ ସମସ୍ତ ଅହଂକାରକୁ ସମାପ୍ତ କରିଛି ତା’ପରେ ଶୁକଦେବ ନିଜକୁ ଦ୍ୱାରପାଳଙ୍କ ସହିତ ଏହିପରି ପରିଚିତ କରାନ୍ତି, ହେ ମହାରାଜ! ଉତ୍ସର୍ଗୀକୃତ, ଜ୍ଞାନର ଆକାଂକ୍ଷା କରୁଥିବା ଶୁକଦେବ ଆପଣଙ୍କ ଦର୍ଶନ ପାଇଁ ଇଚ୍ଛାପ୍ରକାଶ କରୁଛନ୍ତି। ତା’ପରେ ରାଜା ଜନକ ସାଧୁଙ୍କୁ ରାଜପ୍ରାସାଦ ସସମ୍ମାନେ ଭିତରକୁ ଆସିବାକୁ ଅନୁରୋଧ କରନ୍ତି। ଖାଦ୍ୟ ଏବଂ ବିଶ୍ରାମ ପରେ ରାଜା ଜନକ ପୁନର୍ବାର ତାଙ୍କୁ ଭେଟି ରାଜ୍ୟରେ ହେଉଥିବା ଉତ୍ସବ ବିଷୟରେ କହିଛନ୍ତି। ମିଥୀଳା ସହରର ପ୍ରତିଷ୍ଠାର ଏହି ପର୍ବ ସମ୍ପୂର୍ଣ୍ଣ ବିବେଚନା କରାଯାଏ ଯେତେବେଳେ ଜଣେ ମହାନ ସାଧୁ ସମଗ୍ର ସହରରେ ତେଲରେ ଭର୍ତ୍ତି ଏକ ପାତ୍ର ନେଇ ରାଜପ୍ରାସାଦକୁ ଫେରି କୁଳଦେବୀଙ୍କ ପୂଜା ସମାପ୍ତ କରନ୍ତି। କିନ୍ତୁ ସୂଚନାଯୋଗ୍ୟ ଯେ ପାତ୍ରରୁ ଗୋଟିଏ ବି ବୁନ୍ଦା ତେଲ ମଧ୍ୟ ଢଳିବା ଉଚିତ ନୁହେଁ, ନଚେତ୍ ସମଗ୍ର ପ୍ରକ୍ରିୟା ବୃଥା ହୋଇଯାଏ। ତା’ପରେ ରାଜା ତାଙ୍କ ହାତରେ ଥିବା ପାତ୍ରକୁ ଶୁକଦେବଙ୍କୁ ଦେଇ ତାଙ୍କୁ ସହର ପରିକ୍ରମା କରିବାକୁ ପଠାଇଲେ। ସାତ ଘଣ୍ଟା ପରେ, ସହର ଭ୍ରମଣ ସମାପ୍ତ ହେଲା ଏବଂ ଶୁକଦେବ ରାଜଭବନକୁ ଫେରି ଦେବୀଙ୍କୁ ପୂଜା କରି ପର୍ବ ସମାପ୍ତ କଲେ। ଏହା ପରେ ମହାରାଜ ଶୁକଦେବଙ୍କୁ ସହରରେ ବିସ୍ତାରିତ ସୌନ୍ଦର୍ଯ୍ୟ, ସେଠାରେ ଗାନ କରାଯାଉଥିବା ସ୍ୱାଗତ ସଂଗୀତ ଇତ୍ୟାଦି ବିଷୟରେ ପଚାରିଥିଲେ। ଶୁକଦେବ ଆଶ୍ଚର୍ଯ୍ୟ ହୋଇ ରାଜାଙ୍କୁ ଚାହିଁ କୁହନ୍ତି ଯେ ମୁଁ କେବଳ ସେହି ପାତ୍ରକୁ ଚାହିଁ ରହିଥିଲି ଯେପରି ତେଲ ଢଳିବ ନାହିଁ। ତେଣୁ ଭବ୍ୟ ମିଥିଳା ​​ସହର ଦେଖିବାର ସୁଯୋଗ ମୁଁ ପାଇପାରିଲି ନାହିଁ।

ରାଜା ଜନକ ତାଙ୍କ ଉତ୍ତର ଶୁଣି କହିଛନ୍ତି, “ଏହିପରି ଭାବରେ, ଆପଣଙ୍କର ଗୋଟିଏ ଶିକ୍ଷା ସମାପ୍ତ ହୋଇଛି ଯେ ଦୁନିଆରେ ବଞ୍ଚିବାବେଳେ ଜଣେ ଜୀବ ସର୍ବଦା ସାଂସାରିକ ବନ୍ଧନରୁ ମୁକ୍ତ ରହିବାକୁ ଚେଷ୍ଟା କରିବା ଉଚିତ, ଦୁନିଆ ଯେତେ ସୁନ୍ଦର ଏବଂ ଭବ୍ୟ ହେଉନା କାହିଁକି।“

जो जग रहो तो ऐसे रहो।

जो कमल फूल समान।।

ଏଠାରେ ଉଲ୍ଲେଖ କରାଯାଇଥିବା ରାଜା ଜନକ ସୀତାଙ୍କର ପିତା ନୁହଁନ୍ତି। ସେହି ସମୟରେ ଜନକ ଏକ ଉପାଧି ଥିଲା। ସୀତାଙ୍କର ପିତା ଥିଲେ ସିରଦ୍ଧ୍ୱଜ ଯିଏ ଅଣଚାଶତମ ଜନକ ଥିଲେ। ଏହି ପରମ୍ପରା ବୈରାଗ୍ୟରେ ପରିପୂର୍ଣ୍ଣ ଥିଲା। ତେଣୁ, ମନୁଷ୍ୟ ଏହି ଦୃଢ ମୂଳ ସାଂସାରିକ ବନ୍ଧନରୁ ନିଜକୁ ବିଚ୍ଛିନ୍ନ କରିବା ଉଚିତ୍।

15.4

ତତଃ(ଫ୍) ପଦଂ(ନ୍) ତତ୍ପରିମାର୍ଗିତବ୍ୟଂ(ୟ୍ଁ),
ୟସ୍ମିନ୍ଗତା ନ ନିବର୍ତନ୍ତି ଭୂୟଃ।
ତମେବ ଚାଦ୍ୟଂ(ମ୍) ପୁରୁଷଂ(ମ୍) ପ୍ରପଦ୍ୟେ,
ୟତଃ(ଫ୍) ପ୍ରବୃତ୍ତିଃ(ଫ୍) ପ୍ରସୃତା ପୁରାଣୀ॥15.4॥

ତା ପରେ ସେହି ପରମପଦ ପରମାତ୍ମାଙ୍କୁ ଅନ୍ବେଷଣ କରିବା ଉଚିତ । ଯାହାଙ୍କୁ ପାଇବା ପରେ ମନୁଷ୍ୟମାନେ ପୁନର୍ବାର ସଂସାରକୁ ଫେରି ଆସନ୍ତି ନାହିଁ ଏବଂ ଯାହାଙ୍କଠାରୁ ଅନାଦିକାଳରୁ ପ୍ରଚଳିତ ସୃଷ୍ଟି ବିସ୍ତାର ଲାଭ କରିଛି, ସେହି ଆଦିପୁରୁଷ ପରମାତ୍ମାଙ୍କ ଠାରେ ହିଁ ମୁଁ ଶରଣ ପଶୁଛି ।

ବିବେଚନ -

ଏହା ପରେ, ବୈରାଗ୍ୟରେ ପରିପୂର୍ଣ୍ଣ ଏକ ଜୀବ ​​ଏପରି ପରମ ସ୍ଥାନକୁ ଅନ୍ୱେଷଣ କରିବା ଉଚିତ୍ ଯେଉଁଠାକୁ ଯାଇ ଫେରିବାର କୌଣସି ଆବଶ୍ୟକତା ନାହିଁ ଏବଂ ଯେଉଁଠାରେ ସେ ଜଣେ ଭଗବାନଙ୍କ ଆଶ୍ରୟ ନେଇ ପାରିବେ, ଯେଉଁଠାରୁ ଅନାଦିକାଳରୁ ସବୁକିଛି ସୃଷ୍ଟ ହୋଇ ବିସ୍ତାର ହୋଇଆସୁଛି।

15.5

ନିର୍ମାନମୋହା ଜିତସଙ୍ଗଦୋଷା,
ଅଧ୍ୟାତ୍ମନିତ୍ୟା ବିନିବୃତ୍ତକାମାଃ।
ଦ୍ୱନ୍ଦ୍ୱୈର୍ବିମୁକ୍ତାଃ(ସ୍) ସୁଖଦୁଃଖସଞ୍ଜ୍ଞୈଃ(ର୍),
ଗଚ୍ଛନ୍ତ୍ୟମୂଢାଃ(ଫ୍) ପଦମବ୍ୟୟଂ(ନ୍) ତତ୍।।୫।।

ଯେଉଁମାନେ (ନିଜ ଦୃଷ୍ଟିରୁ ) ଅଭିମାନଶୂନ୍ୟ ଓ ମୋହରହିତ, ଆସକ୍ତିଜନିତ ଦୋଷ ଉପରେ ବିଜୟୀ, ପରମାତ୍ମାଙ୍କ ସହିତ ନିତ୍ୟନିରନ୍ତର ସଂଯୁକ୍ତ, ଯେଉଁମାନଙ୍କ ଠାରେ କୌଣସି କାମନା ନାହିଁ, ଯେଉଁମାନେ ସୁଖ ଦୁଃଖରୂପକ ଦ୍ବନ୍ଦ୍ବରୁ ମୁକ୍ତ, ସେପରି (ଉଚ୍ଚ ସ୍ତରର) ମୋହରହିତ ସାଧକଭକ୍ତ ସେହି ଅବିନାଶୀ ପରମପଦ ( ପରମାତ୍ମାଙ୍କୁ ) ପ୍ରାପ୍ତ ହୁଅନ୍ତି ।

ବିବେଚନ -

ଯେଉଁମାନେ ମିଥ୍ୟା ପ୍ରତିଷ୍ଠା, ମୋହ ଓ ଆସକ୍ତି ତଥା କୁସଙ୍ଗରୁ ମୁକ୍ତ, ଯେଉଁମାନେ ଶାଶ୍ୱତ ତତ୍ତ୍ବକୁ ବୁଝନ୍ତି ଯେଉଁମାନେ ପାର୍ଥିବ କାମନାକୁ ତ୍ୟାଗ କରିଛନ୍ତି ଏବଂ ଯେଉଁମାନେ ସୁଖ ଏବଂ ଦୁଃଖର ଦ୍ୱନ୍ଦରୁ ମୁକ୍ତ, ଯେଉଁମାନେ ମାୟା ମୋହରୁ ମୁକ୍ତ, ସେମାନେ କିପରି ପରମାତ୍ମାଙ୍କ ଶରଣାପନ୍ନ ହେବେ ତାହା ଜାଣନ୍ତି। ସର୍ବୋପରି, ସେମାନେ ଶାଶ୍ବତ ରାଜ୍ୟ ପ୍ରାପ୍ତ କରନ୍ତି। ଯେପରି ରୁଟି ଏବଂ ଆଖୁକୁ ଏକାଠି ଗ୍ରହଣ କରିବା ଅସମ୍ଭବ, ସେହିଭଳି ସଂସାରରେ ବୈରାଗ୍ୟ ଓ ଭୋଗକୁ ଏକାଠି ଗ୍ରହଣ କରିବା ଅସମ୍ଭବ ଅଟେ।

15.6

ନ ତଦ୍ଭାସୟତେ ସୂର୍ୟୋ, ନ ଶଶାଙ୍କୋ ନ ପାବକଃ।
ୟଦ୍ଗତ୍ୱା ନ ନିବର୍ତନ୍ତେ, ତଦ୍ଧାମ ପରମଂ(ମ୍) ମମ।।୬।।

ସେହି ପରମପଦକୁ ସୂର୍ଯ୍ୟ, ଚନ୍ଦ୍ର, ଅଗ୍ନି କେହିହେଲେ ପ୍ରକାଶିତ କରି ପାରନ୍ତି ନାହିଁ ଏବଂ ଯାହାକୁ ପ୍ରାପ୍ତ ହୋଇ ଜୀବମାନେ ପୁନର୍ବାର ସଂସାରକୁ ଲେଉଟି ଆସନ୍ତି ନାହିଁ, ତାହା ମୋର ପରମଧାମ ।

ବିବେଚନ -

ମୋର ସେହି ସର୍ବୋଚ୍ଚ ବାସସ୍ଥାନ (ପରମଧାମ) ସୂର୍ଯ୍ୟ, ଚନ୍ଦ୍ର , ଅଗ୍ନି କିମ୍ବା ବଜ୍ର ଦ୍ୱାରା ଆଲୋକିତ ନୁହେଁ। ଯେଉଁମାନେ ସେ ଧାମକୁ ପ୍ରାପ୍ତ କରନ୍ତି ସେମାନେ ଏହି ଭୌତିକ ଜଗତକୁ ଆଉ ଫେରି ଆସନ୍ତି ନାହିଁ।

ଏହା ସହିତ ଆଜିର ଆଲୋଚନା ଅଧିବେଶନ ସମାପ୍ତ ହେଲା ଏବଂ ପ୍ରଶ୍ନ ଏବଂ ଉତ୍ତର ଅଧିବେଶନ ଆରମ୍ଭ ହେଲା ।


ପ୍ରଶ୍ନୋତ୍ତର ସତ୍ର

ପ୍ରଶ୍ନକର୍ତ୍ତା - କାନ୍ତା ଦିଦି ।

ପ୍ରଶ୍ନ - ଆମ ନିକଟରେ ଗୀତା ଜୟନ୍ତୀ କେଉଁଠାରେ ପାଳନ କରାଯାଏ ଆମେ କିପରି ଜାଣିପାରିବା?

ଉତ୍ତର - ଆପଣ geetajayanti.com କୁ ଯାଇ ସହରର ନାମ ଏବଂ ପିନ୍ କୋଡ୍ ଲେଖିଲେ ଜାଣିପାରିବେ ।


ପ୍ରଶ୍ନକର୍ତ୍ତା - କୃଷ୍ଣରାଜ ଭୈୟା ।

ପ୍ରଶ୍ନ - ଜନ୍ମଦିନ ପାଳନ କରିବାର ଭାରତୀୟ ପଦ୍ଧତିକୁ ଜଣେ କିପରି ଅନୁସରଣ କରିପାରିବ?

ଉତ୍ତର - ଗୀତା ପରିବାରରେ, ଭାରତୀୟ ଶୈଳୀରେ ଜନ୍ମଦିନ ପାଳନ କରିବାର ପରମ୍ପରା ଅଛି, କାରଣ ଏଥିପାଇଁ ସ୍ୱାମୀଜୀ ଆମକୁ ଏକ ଗୀତ ମଧ୍ୟ ଦେଇଛନ୍ତି।

ସୁଦିନଂସୁଦିନଂଜନ୍ମଦିନତବ।     ଭବତୁ ମଙ୍ଗଲଂ ଜନ୍ମଦିନମ୍||

ଚିରଞ୍ଜୀବ କୁରୁ କୀର୍ତିବର୍ଧନମ୍| ଚିରଞ୍ଜୀବ କୁରୁ ପୁଣ୍ୟବର୍ଧନମ୍ ||

ବିଜୟୀ ଭବ ସର୍ବତ୍ର ସର୍ବଦା। ଜଗତୀ ଭବତୁ ତବ ସୁୟଶଗାନମ୍||

ସୁଦିନଂ ସୁଦିନଂ ଜନ୍ମଦିନଂ ତବ| ଭବତୁ ମଙ୍ଗଲଂ ଜନ୍ମଦିନମ୍||        

ଜୀବେତ୍ ଶରଦଃ ଶତଂ ଶତମ୍||

सुदिनं सुदिनं जन्मदिनं तव । भवतु मङ्गलं जन्मदिनम् ॥

चिरञ्जीव कुरु कीर्तिवर्धनम् । चिरञ्जीव कुरु पुण्यवर्धनम् ॥

विजयी भव सर्वत्र सर्वदा । जगती भवतु तव सुयशगानम् ॥

सुदिनं सुदिनं जन्मदिनं तव । भवतु मङ्गलं जन्मदिनम् ॥

जीवेत् शरदः शतं शतम् ॥


ପ୍ରଶ୍ନକର୍ତ୍ତା - ବଜରଙ୍ଗ ଭାଇ

ପ୍ରଶ୍ନ - ଯଦି ଆପଣ କାହାକୁ ସୁଧାରିବାକୁ ଚାହୁଁଛନ୍ତି, ତେବେ ଆପଣ କିପରି ସୁଧାରିବେ?

ଉତ୍ତର - ଯଦି କେହି ନିଜକୁ ସୁଧାରିବାକୁ ଚାହାଁନ୍ତି ତେବେ ତାଙ୍କୁ ସୁଧାରାଯାଇ ପାରିବ। ସ୍ବାମୀ ରାମତୀର୍ଥଜୀ 1922 ମସିହାରେ ଏକ ଇଂରାଜୀ ଖବରକାଗଜରେ ଏକ ବିଜ୍ଞାପନ ଦେଇଥିଲେ ଯେଉଁଥିରେ କହାଯାଇଥିଲା -

मुझे सुधारक चाहिए उनके स्वयं के लिए, दूसरों के लिए नहीं। (Reformers wanted for myselves, not for others).

ଷଷ୍ଠ ଅଧ୍ୟାୟରେ, ଭଗବାନ କହିଛନ୍ତି ଯେ ଯଦି ମଣିଷ ଇଚ୍ଛା କରେ, ସେ ନିଜର ଉନ୍ନତି କରିପାରିବ ଏବଂ ସେ ନିଜର ପତନ ମଧ୍ୟ କରି ପାରେ।

उद्धरेदात्मनाऽऽत्मानं नात्मानमवसादयेत्।

आत्मैव ह्यात्मनो बन्धुरात्मैव रिपुरात्मनः।।6.5।।

ଭଗବାନ ଏପରି ବ୍ୟବସ୍ଥା କରିଛନ୍ତି ଯେ ଆମେ ଯେ କୌଣସି ପ୍ରକାରେ ନିଜକୁ ଗଢ଼ି ପାରିବା, କିନ୍ତୁ ଆମର ସାମାନ୍ୟ ମାତ୍ର ମଧ୍ୟ ଅନ୍ୟ କାହାକୁ ପରିବର୍ତ୍ତନ କରିବାର ଅଧିକାର ଆମ ପାଖରେ ନାହିଁ।


ପ୍ରଶ୍ନ କର୍ତ୍ତା - ରକ୍ଷା ଦିଦି

ପ୍ରଶ୍ନ - ଆମେ ମୃତ୍ୟୁ ର ଦୁଃଖକୁ କିପରି ଅତିକ୍ରମ କରି ପାରିବା?

ଉତ୍ତର - ଜନ୍ମ ମୃତ୍ୟୁ ତ’ ସଂସାରର ନିୟମ।ଏହି ସଂସାରକୁ ଯିଏ ଆସନ୍ତି,ତାଙ୍କୁ ଯିବାକୁ ହୁଏ।ଯାହାର ଜନ୍ମ ଅଛି,ତା’ର ମୃତ୍ୟୁ ନିଶ୍ଚିତ।ଶ୍ରୀ ଭଗବାନ ଦ୍ଵିତୀୟ ଅଧ୍ୟାୟ ରେ କହିଛନ୍ତି -

आगमापायिनोऽनित्यास्तांस्तितिक्षस्व भारत।।2.14।।

ଗୋଟିଏ ସମୟର କଥା।ଜଣେ ବିଧବା ମାଆ ନିଜର ଆଠ ବର୍ଷର ମୃତ ସନ୍ତାନକୁ ଧରି ବିଳାପ କରି ଗୌତମ ବୁଦ୍ଧଙ୍କ ପାଖରେ ପହଞ୍ଚିଲେ ଓ କହିଲେ ମୁଁ ଜାଣିଛି ଆପଣ ଭଗବାନ। ମୋର ଏହି ପୁତ୍ରକୁ ଜୀବିତ କରିଦିଅ।

ମୁଁ କୌଣସି କଥା ଶୁଣିବି ନାହିଁ। ବୁଦ୍ଧ କହିଲେ,ଠିକ୍ ଅଛି ମୁଁ ତୁମ ପୁତ୍ରକୁ ଜୀବିତ କରିଦେବି, କିନ୍ତୁ ସେଥିପାଇଁ ଗ୍ରାମର ପାଞ୍ଚଟି ଘରୁ ମୁଠିଏ ଲେଖା ଚାଉଳ ଆଣିବାକୁ ହେବ, ଯେଉଁ ଘରୁ ଆଜି ପର୍ଯ୍ୟନ୍ତ କେହି ମରି ନଥିବେ।

ସେ ଶୀଘ୍ର ଗାଆଁ ଆଡ଼କୁ ଦଉଡ଼ି ଯାଆନ୍ତି ଓ କିଛି ସମୟ ପରେ ଧୀରେ ଧୀରେ ଚାଲି ଆସି ବୁଦ୍ଧଙ୍କ ପାଖରେ ପହଞ୍ଚନ୍ତି। ତାଙ୍କୁ ଦେଖି ବୁଦ୍ଧ ଚାଉଳ ମାଗିବାରୁ ସେ ମାତା କହୁଛନ୍ତି ଏହା କିପରି ସମ୍ଭବ ଯେ, କୌଣସି ଘରୁ ଆଜି ପର୍ଯ୍ୟନ୍ତ କାହାରି ମୃତ୍ୟୁ ହୋଇ ନଥିବ? ସେ ବୁଦ୍ଧଙ୍କ କଥା ବୁଝି ପାରିଲେ।

ଏହିପରି ଆଉ ଗୋଟିଏ କଥା ମଧ୍ୟ ଅଛି।

ମହାଭାରତ ଯୁଦ୍ଧ ସରିଲା ପରେ ରାଜା ଯୁଦ୍ଧିଷ୍ଠିର ପ୍ରତିଦିନ ଦାନ କରୁଥିଲେ। ସେ ତାହା ଏକ ନିର୍ଦିଷ୍ଟ ସମୟରେ କରୁଥିଲେ। ଥରେ ଦାନ ଦେବାର ସମୟ ପୂର୍ଣ୍ଣ ହେବା ପରେ ଜଣେ ଯାଚକ ଦଉଡ଼ି ଦଉଡ଼ି ଆସିଲେ ।ଯୁଧିଷ୍ଠିର ତାଙ୍କୁ ଆସନ୍ତା କାଲି ଆସିବା ପାଇଁ କହିଲେ। ଏହା ଶୁଣି ଭୀମ ଜୋରରେ ନଗଡା ବଜାଇବାକୁ ଲାଗିଲେ। କାରଣ ପଚାରିବାରୁ ସେ କହିଲେ ଆଜି ବହୁତ୍ ଖୁସିର ଦିନ। କାରଣ ଜ୍ୟେଷ୍ଠ ଭ୍ରାତା ମୃତ୍ୟୁ ଉପରେ ବିଜୟ ପ୍ରାପ୍ତ କରିଲେ। ଯୁଦ୍ଧିଷ୍ଠିର ଆଶ୍ଚର୍ଯ୍ୟ ହେବାରୁ ଭୀମ କହିଲେ ଆପଣ ଏବେ ଯାଚକକୁ ଦାନ ନେବାକୁ ଆସନ୍ତା କାଲି ଆସିବା ପାଇଁ କହୁଛନ୍ତି।

ଏହାର ଅର୍ଥ ହେଉଛି କି ଆପଣ ଜ୍ଞାତ ଅଛନ୍ତି କି ଆପଣ କାଲି ପର୍ଯ୍ୟନ୍ତ ଜୀବିତ ରହିବେ। ଏହାପରେ ଯୁଦ୍ଧିଷ୍ଠିର ନିଜର ଭୁଲ୍ ବୁଝି ପାରିଲେ।

ଏହାର ତାପ୍ତର୍ଯ୍ୟ ହେଉଛି କି ମୃତ୍ୟୁ ଅବଶ୍ୟମ୍ଭାବୀ ଓ କାହାକୁ ମଧ୍ୟ ଆଗାମୀ କାଲି ବିଷୟରେ ଜଣା ନାହିଁ।

ଗୀତା ଭବନରେ ଏହା କେବେ ମଧ୍ୟ କୁହା ଯାଏ ନାହିଁ କି ମୁଁ ଅମୁକ ଦିନକୁ ଯିବି। ଏହା କୁହାଯାଏ କି ମୁଁ ଅମୁକ ଦିନକୁ ଯିବାର ବିଚାର କରୁଛି। ଯାହାଦ୍ଵାରା ଆପଣଙ୍କ ଦ୍ଵାରା କୁହାଯାଉଥିବା କଥା ଅସତ୍ୟ ହେବ ନାହିଁ।


ପ୍ରଶ୍ନ କର୍ତ୍ତା - ପ୍ରସାଦ ଭାଇ

ପ୍ରଶ୍ନ - ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ରଣଭୂମିରେ ଶ୍ରୀମଦ୍ ଭଗବତ ଗୀତା କେତେ ସମୟରେ ଶୁଣାଇଥିଲେ।

ଉତ୍ତର - ଶ୍ରୀ କୃଷ୍ଣ ଅର୍ଜୁନଙ୍କୁ ରଣଭୂମୀରେ ଶ୍ରୀମଦ୍ ଭଗବତ ଗୀତା ପ୍ରାୟ ପଇଁଚାଳିସ ମିନିଟରେ ଶୁଣାଇଥିଲେ।


ପ୍ରଶ୍ନ କର୍ତ୍ତା - ଅମନଦୀପ ଭାଇ

ପ୍ରଶ୍ନ - ସାଧାରଣ ମନୁଷ୍ୟକୁ ଏହି ସଂସାରରୁ ମୁକ୍ତି ପାଇଁ କାହାକୁ ନିଜର ଗୁରୁ କରିବା ଦରକାର?

ଉତ୍ତର - ଗୁରୁଙ୍କ ର କିଛି ଲକ୍ଷଣ ଦେଖି ତାଙ୍କୁ ଆମେ ଗୁରୁ ଭାବରେ ଗ୍ରହଣ କରିବା ଦରକାର। ଏସବୁ ସ୍ୱାମୀଜୀ ଆମକୁ ନିମ୍ନ ଅନୁସାରେ କହିଛନ୍ତି -

୧) ସେ ସ୍ଵୟଂଭୂ ଗୁରୁ ହୋଇ ନଥିବେ।

୨) ଯିଏ କୌଣସି ଗୁରୁ ପରମ୍ପରା ସହ ଯୋଡ଼ି ହୋଇଥିବେ।

୩) ଯିଏ ଆମକୁ ଶାସ୍ତ୍ର ଓ ଉପନିଷଦର ଜ୍ଞାନ ଦେଇ ପାରିବେ

୪) ଯିଏ ଆମକୁ ଭଗବାନଙ୍କ ଭକ୍ତି ମାର୍ଗରେ ନେବେ ଓ ନିଜର ପୂଜା କରାଇବେ ନାହିଁ।


ପ୍ରଶ୍ନ କର୍ତ୍ତା - ଶ୍ଵେତା ଦିଦି

ପ୍ରଶ୍ନ - ଅନ୍ୟର ନିନ୍ଦା କରିବା ଦ୍ୱାରା କେଉଁ ଦୋଷ ଲାଗିଥାଏ ତଥା ଅନ୍ୟ କାହାକୁ ନିନ୍ଦା କରିବାରୁ କିପରି ନିଜକୁ ରକ୍ଷା କରିହେବ?

ଉତ୍ତର - ଆମ ସମସ୍ତଙ୍କ ମଧ୍ୟରେ କିଛି ନା କିଛି ଦୋଷ ଅବଶ୍ୟ ରହିଛି। ଆମକୁ ଅନ୍ୟର ଦୋଷ ଦେଖି ତାଙ୍କୁ ନିନ୍ଦା କରିବା ଅନୁଚିତ୍। ଶାସ୍ତ୍ର ଅନୁସାରେ ଆମେ ଅନ୍ୟର ଦୋଷ ବିଷୟରେ ଆଲୋଚନା କଲେ ଆମକୁ ମଧ୍ୟ ତାଙ୍କର ପାପର ଭାଗୀଦାର ହେବାକୁ ପଡ଼ିଥାଏ।

ଥରେ ଜଣେ ରାଜା ଏକ ଯଜ୍ଞ କରିଥିଲେ ଯେଉଁଥିରେ ହଜାରେ ବ୍ରାହ୍ମଣଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କରାଯାଇଥିଲା । ଖାଦ୍ୟ ଖୋଲାରେ ରୋଷେଇ କରୁଥିବା ବେଳେ ଏକ ଚିଲ ଏକ ବିଷାକ୍ତ ସାପକୁ ନିଜ ପଞ୍ଜାରେ ବୋହି ଯାଉଥିଲା। ସାପଟି ତା'ର ପଞ୍ଜାରୁ ବାହାରକୁ ବାହାରିବାକୁ ଚାହୁଁଥିଲା । ସାପଟି ବାହାରକୁ ବାହାରି ତରକାରୀରେ ପଡ଼ିଯାଏ।

ସାପଟି ବିଷାକ୍ତ ଥିଲା। ତା ପାଟିରୁ ବିଷ ବାହାରୁଥିଲା। ସାପଟି ତରକାରୀରେ ପଡ଼ିଥିବା କେହି ଦେଖିନଥିଲେ। ସମସ୍ତେ ଏହି ବିଷାକ୍ତ ଖାଦ୍ୟ ଖାଇଲେ ସେଠାରେ ଲୋକଙ୍କ ମୃତ୍ୟୁ ଆରମ୍ଭ ହୋଇଥିଲା। ତା'ପରେ ରାଜାଙ୍କ ସାବତ ଭାଇ ସେଠାକୁ ଆସି ରାଜାଙ୍କୁ ଗାଳିଗୁଲଜ କରିବା ସହ ନିନ୍ଦା କରିବା ଆରମ୍ଭ କଲେ । ତାଙ୍କ ନିନ୍ଦନୀୟ କଥା ଶୁଣି ରାଜାଙ୍କୁ ହୃଦଘାତ ହୋଇଥିଲା ଏବଂ ରାଜା ମଧ୍ୟ ମୃତ୍ୟୁବରଣ କଲେ। ରାଜାଙ୍କ ପୁତ୍ର ମଧ୍ୟ ତାଙ୍କ ସାବତ ଭାଇକୁ ହତ୍ୟା କଲା ।

ତେଣୁ ଯେତେବେଳେ ସମସ୍ତ ଲୋକ ୟମଲୋକରେ ପହଞ୍ଚିଲେ, ଚିତ୍ରଗୁପ୍ତ ଜୀ କହିଲେ ଯେ ଆଜି ଏକ ଅଜବ ଘଟଣା ଘଟିଛି । ଏସବୁ ଲୋକ ମରିଗଲେଣି, କିନ୍ତୁ ସେମାନଙ୍କ ମୃତ୍ୟୁ ପାଇଁ ଦାୟୀ କିଏ? ମୁଁ ଏହା ବୁଝିପାରୁନାହିଁ । ଯମଙ୍କ ଦୂତମାନେ କହିଲେ, "ସମସ୍ତଙ୍କ ମୃତ୍ୟୁ ପାଇଁ ଇଗଲକୁ ଦୋଷ ଦିଅ। ବାଘ କହିଲା, "ଏଥିରେ ମୋର କ'ଣ ଦୋଷ ? ସାପ ଟି ମୋର ଖାଦ୍ୟ, ମୁଁ ମୋର ଖାଦ୍ୟ ନେଇ ଯାଉଥିଲି । କିନ୍ନରମାନେ କହିଲେ, "ଏହି ଦୋଷ ସାପକୁ ଦିଅ। ସାପଟି କହିଲା, "ମୁଁ ମୋ ଜୀବନକୁ ସୁରକ୍ଷା ଦେଉଥିଲି। ତା'ପରେ ରୋଷେୟାଙ୍କୁ ସମସ୍ତ ଦୋଷ ନେବାକୁ କୁହାଯାଇଥିଲା। ରୋଷେୟା କହିଲେ ଯେ ମୁଁ ପୂରା ନିଷ୍ଠାର ସହ ଖାଦ୍ୟ ପ୍ରସ୍ତୁତ କରୁଛି । ଏହି ସାପଟି କେମିତି ଓ କେତେବେଳେ ଏଥିରେ ପଡ଼ିଲା ମୁଁ ଜାଣେ ନାହିଁ। ରାଜାଙ୍କୁ ଦୋଷ ଦେବାକୁ ପଚାରିବାରୁ ରାଜା କହିଲେ, ମୁଁ ଧର୍ମକାର୍ଯ୍ୟ କରିଥିଲି। ମୁଁ ଏକ ଯଜ୍ଞ ପରିବେଷଣ କରୁଥିଲି । ମୋର ଦୋଷ କ'ଣ?

ତା'ପରେ ସମସ୍ତେ ଯମରାଜଙ୍କୁ ଦେଖିବା ଆରମ୍ଭ କଲେ। ଯମରାଜ କହିଲେ ଯେ ସମସ୍ତଙ୍କ ମୃତ୍ୟୁ ପାଇଁ ସାବତ ଭାଇଦାୟୀ ହେବେ କାରଣ ସେ ଭଲ କାର୍ଯ୍ୟକୁ ନିନ୍ଦା କରିଥିଲେ । ତେଣୁ କୌଣସି ଭଲ କାମକୁ ନିନ୍ଦା କରିବା ଉଚିତ ନୁହେଁ। ଏପରିକି ଯଦି ଆମେ କାହା ବିଷୟରେ କିଛି ଜାଣିବାକୁ ପାଇଥାଉ, ତେବେ ଆମେ ଏହାକୁ ନିନ୍ଦା କରିବା ଉଚିତ୍‍‍ ନୁହେଁ । ଷୋଡ଼ଶ ଅଧ୍ୟାୟରେ ଶ୍ରୀ ଭଗବାନ ଛବିଶ ଦିବ୍ୟ ଗୁଣ ବର୍ଣ୍ଣନା କରିଛନ୍ତି। ଯେଉଁଥିରେ ଗୋଟିଏ ଆପିଶୁନାମ ଅଛି ଅର୍ଥାତ୍ କାହାକୁ ନିନ୍ଦା ନ କରିବା । ନିନ୍ଦା ଦ୍ୱାରା ଆମେ ପାପର ଅଂଶୀଦାର ହୋଇଥାଉ ।

॥॥ ଓଁ ଶ୍ରୀକୃଷ୍ଣା୍‍ର୍ପଣମସ୍ତୁ ॥॥