विवेचन सारांश
ଅନନ୍ୟ ଭକ୍ତିର ମହତ୍ତ୍ୱ
ଉପକ୍ରମଣିକା :
ଆଜିର ଅଧିବେଶନ ଶ୍ରୀ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା, ଶ୍ରୀ ହନୁମାନ ଚାଳିଶା ପାଠ ଏବଂ ଶ୍ରୀଗୁରୁଙ୍କ ପାଦ ପୂଜା ସହିତ ଆରମ୍ଭ ହୋଇଥିଲା।
ଆଜିର ଅଧିବେଶନ ଶ୍ରୀ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା, ଶ୍ରୀ ହନୁମାନ ଚାଳିଶା ପାଠ ଏବଂ ଶ୍ରୀଗୁରୁଙ୍କ ପାଦ ପୂଜା ସହିତ ଆରମ୍ଭ ହୋଇଥିଲା।
ଏବେ ଏବେ ସୂଚନା ମିଳିଛି ଯେ, ଗୀତା ଶ୍ରେଣୀର ଅଣଚାଳିଶତମ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଆପଣ ସମସ୍ତେ ଆପଣଙ୍କ ପରିବାରର ସଦସ୍ୟ, ଘନିଷ୍ଠ ବନ୍ଧୁ ଏବଂ ପରିଚିତମାନଙ୍କୁ ଗୀତା ଶ୍ରେଣୀ ବିଷୟରେ ଅବଗତ କରାଇ ପୂଣ୍ଯର ଲାଭ ଉଠାନ୍ତୁ।
ଶ୍ରୀମଦ୍ଭଗବଦ୍ଗୀତା ହେଉଛି ଶ୍ରୀଭଗବାନଙ୍କ ହୃଦୟ। ତେଣୁ ତାଙ୍କର ସେବା ବାସ୍ତବରେ ସାକ୍ଷାତ ଭଗବାନଙ୍କ ସେବା। ଯିଏ ଭଗବାନଙ୍କ ସେବା କରିବାକୁ ଚାହେଁ, ସେ ଶ୍ରୀମଦ୍ଭଗବଦ୍ଗୀତା ମାତାଙ୍କର ସେବା କରିବା ଉଚିତ।
ଆମର ପୂର୍ବ ଜନ୍ମର ପୂଣ୍ୟ ଯୋଗୁଁ ଆମେ ଶ୍ରୀମଦ୍ଭଗବଦ୍ଗୀତା ପାଠ କରି ଆଗକୁ ବଢ଼ିପାରିଛୁ କିମ୍ବା କୌଣସି ସନ୍ଥଙ୍କ ଆଶୀର୍ବାଦ ଯୋଗୁଁ ଆମେ ସୌଭାଗ୍ୟ ପ୍ରାପ୍ତ ହୋଇ ଶ୍ରୀମଦ୍ ଭଗବଦ୍ ଗୀତାର ସାନ୍ନିଧ୍ଯ ଲାଭ କରିଛୁ।
9.20
ତ୍ରୈବିଦ୍ୟା ମାଂ(ମ୍) ସୋମପାଃ(ଫ୍) ପୂତପାପା
ୟଜ୍ଞୈରିଷ୍ଟ୍ୱା ସ୍ୱର୍ଗତିଂ(ମ୍) ପ୍ରାର୍ଥୟନ୍ତେ
ତେ ପୁଣ୍ୟମାସାଦ୍ୟ ସୁରେନ୍ଦ୍ରଲୋକମ୍
ଅଶ୍ନନ୍ତି ଦିବ୍ୟାନ୍ଦିବି ଦେବଭୋଗାନ॥20॥
ଯେଉଁମାନେ ତିନିବେଦରେ ବର୍ଣ୍ଣିତ ଯଜ୍ଞାଦି ଅନୁଷ୍ଠାନ ସକାମଭାବରେ କରନ୍ତି ଏବଂ ସୋମରସ ପାନପୂର୍ବକ ପାପରହିତ ହୋଇ ଯଜ୍ଞ ଦ୍ବାରା ଇନ୍ଦ୍ରରୂପରେ ମୋତେ ପୂଜା କରି ସ୍ବର୍ଗ ପ୍ରାପ୍ତିନିମନ୍ତେ ପ୍ରାର୍ଥନା କରନ୍ତି, ସେମାନେ ପୂଣ୍ୟଫଳସ୍ବରୂପ ପବିତ୍ର ଇନ୍ଦ୍ରଲୋକ ପ୍ରାପ୍ତ ହୋଇ ସେଠାରେ ସ୍ବର୍ଗର ଦେବଗଣଙ୍କ ଯୋଗ୍ୟ ଦିବ୍ୟ ଭୋଗ ଉପଭୋଗ କରନ୍ତି।
ବିବେଚନ :
ଏଠାରେ ଶ୍ରୀ ଭଗବାନ ତିନୋଟି ବେଦ ବିଷୟରେ ଆଲୋଚନା କରିଛନ୍ତି କିନ୍ତୁ ଆମେ ଶୁଣିଛୁ କି ବେଦ ଚାରି ପ୍ରକାରର, ହେଲେ ପ୍ରକୃତ ତଥ୍ୟ ହେଉଛି, କେବଳ ଗୋଟିଏ ବେଦ ଅଛି।
ସେହିପରି, ନିଶ୍ଚିତ ଛନ୍ଦ ଯୁକ୍ତ ଋଚା(ମନ୍ତ୍ର) ମାନଙ୍କୁ ଋଗ୍ବେଦ କୁହାଯାଏ।
ଏଠାରେ ଶ୍ରୀ ଭଗବାନ ତିନୋଟି ବେଦ ବିଷୟରେ ଆଲୋଚନା କରିଛନ୍ତି କିନ୍ତୁ ଆମେ ଶୁଣିଛୁ କି ବେଦ ଚାରି ପ୍ରକାରର, ହେଲେ ପ୍ରକୃତ ତଥ୍ୟ ହେଉଛି, କେବଳ ଗୋଟିଏ ବେଦ ଅଛି।
ଯେପରି ଆମେ ଶ୍ରୀମଦ୍ଭଗବଦ୍ଗୀତାରେ ପଢ଼ିଛୁ। ଦୁଇ ପ୍ରକାରର ଶ୍ଳୋକ ପଢିଛେ, ଯାହା ତ୍ରିଷ୍ଟୁପ୍ ଛନ୍ଦ ଏବଂ ଅନୁଷ୍ଟୁପ୍ ଛନ୍ଦରେ ରଚିତ। ଅନୁଷ୍ଟୁପ ଛନ୍ଦରେ ଆଠ(୮) ଟି ମାତ୍ରା ଥାଏ, ତ୍ରିଷ୍ଟୁପ୍ରେ ଏଗାର(୧୧)ଟି ମାତ୍ରା ଥାଏ।
ସେହିପରି, ନିଶ୍ଚିତ ଛନ୍ଦ ଯୁକ୍ତ ଋଚା(ମନ୍ତ୍ର) ମାନଙ୍କୁ ଋଗ୍ବେଦ କୁହାଯାଏ।
ଯେଉଁ ମନ୍ତ୍ର ଗୁଡ଼ିକ ଗାୟନଯୋଗ୍ୟ ଥିଲା, ଅର୍ଥାତ୍ ଯେଉଁଗୁଡ଼ିକୁ ଗାନ କରାଯାଇପାରିବ, ତାକୁ ସାମ୍ବେଦ କୁହାଗଲା।
ଅନିୟତ ଛନ୍ଦ ଯୁକ୍ତ (ଗଦ୍ଯ-ପଦ୍ଯ ମିଶ୍ରିତ) ମନ୍ତ୍ରଗୁଡ଼ିକୁ ଯଜୁର୍ବେଦ କୁହାଗଲା।
ଯେଉଁ ମନ୍ତ୍ରଗୁଡ଼ିକ ସାଂସାରିକ ବିଷୟ ସହିତ ଜଡିତ ଯେପରିକି କୋଠା ନିର୍ମାଣ, ଅସ୍ତ୍ରଶସ୍ତ୍ର ନିର୍ମାଣ, ରଥ ନିର୍ମାଣ, ରୋଷେଇ ଇତ୍ୟାଦି ଚଉଷଠି କଳା ବିଷୟରେ ବର୍ଣ୍ଣିତ, ସେହି ମନ୍ତ୍ର ସମୂହକୁ ଅଥର୍ବବେଦ କୁହାଯାଏ। ଶ୍ରୀମଦ୍ ଭଗବଦ୍ ଗୀତାରେ ଅଥର୍ବବେଦକୁ ଅନ୍ତର୍ଭୁକ୍ତ କରାଯାଇ ନାହିଁ କାରଣ ଏଠାରେ ଏହି କଳାଗୁଡ଼ିକର କୌଣସି ବ୍ୟବହାର ନାହିଁ।
ଶ୍ରୀଭଗବାନ କହିଛନ୍ତି ଯେ ବେଦରେ ସମସ୍ତ ପ୍ରକାରର କାର୍ଯ୍ଯ ଯେପରି ଈଶ୍ୱରଙ୍କ ପ୍ରତି ଭକ୍ତି, ସକାମ ଯଜ୍ଞ କରି ଭୋଗ ପ୍ରାପ୍ତିର ଉପାୟ, ଈଶ୍ୱର ପ୍ରାପ୍ତିର ଉପାୟ ଭଳି ସମସ୍ତ ସାଧନ ଉପଲବ୍ଧ।
ଆମେ ପ୍ରାୟତଃ ସୋମରସକୁ ମଦିରା ବୋଲି ବୁଝୁ, କିନ୍ତୁ ସୋମରସ ମଦିରା ନୁହେଁ। ସୋମବଲ୍ଲୀ ନାମକ ଏକ ଲତା ଯାହା ସ୍ୱର୍ଗରୁ ଆସିଥିବାର ବିଶ୍ୱାସ କରାଯାଏ। ଏହାର ବିଶେଷତ୍ୱ ହେଉଛି ଏହାର ରସ ପିଇବା ଦ୍ୱାରା ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକ-ଶୋଷ ଅନୁଭୂତ ହୁଏ ନାହିଁ। ଏଥିପାଇଁ ଏହାର ବୀଜକୁ ପାରଦ ସହିତ ମିଶ୍ରିତ କରାଯାଇ ମାଟିରେ ବୁଣାଯାଏ। ପୂର୍ଣ୍ଣିମାର ପ୍ରଥମ ଦିନଠାରୁ ଅମାବାସ୍ୟା ପର୍ଯ୍ୟନ୍ତ, ପ୍ରତିଦିନ ଏହାର ଗୋଟିଏ ଗୋଟିଏ ପତ୍ର ଝଡ଼ୁଥାଏ, ଏବଂ ଅମାବାସ୍ୟାର ପ୍ରଥମ ଦିନଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ, ପ୍ରତିଦିନ ଏହାର ଗୋଟିଏ ଗୋଟିଏ ନୂଆ ପତ୍ର କଁଅଳେ। ଏହି ଲତାରେ, ପତ୍ର ବାହାରିବା ସ୍ଥାନ ନିକଟରେ ଏକ ଗଣ୍ଠି ସୃଷ୍ଟି ହୁଏ, ଯେଉଁଥିରୁ ରସ ବାହାର କରି ସେବନ କଲେ, କ୍ଷୁଧା ଓ ତୃଷା ନିୟନ୍ତ୍ରିତ ହୁଏ। ସେଥିପାଇଁ ଆମର ମୁନି-ୠଷିମାନେ ଏହାକୁ ସେବନ କରୁଥିଲେ ଯଦ୍ୱାରା ସେମନେ ନିର୍ବାଧ ତପସ୍ୟା କରିପାରିବେ। ଦେବତାମାନେ ମଧ୍ୟ ଏହାର ବ୍ୟବହାର କରନ୍ତି। ଆଜିର ଦୃଷ୍ଟିକୋଣରେ, ମଦ୍ୟକୁ ସୋମରସର ଉପମା ଦିଆଯାଉଛି। ଯଦିଓ ଚ ଏହି ଦୁଇଟି ମଧ୍ୟରେ କୌଣସି ସମ୍ପର୍କ ନାହିଁ।
ଶ୍ରୀ ଭଗବାନ କୁହନ୍ତି ଯେ ସକାମ ଉପାସନା ସହିତ ଭଗବଦ୍ ପ୍ରାପ୍ତ ହେବା ମଧ୍ୟ ଏକ ବିଧାନ। ଏପରି ବ୍ୟକ୍ତି ଏହି ଜୀବନରେ ଏବଂ ପରବର୍ତ୍ତୀ ଜୀବନରେ ନିଜର ସମସ୍ତ ଇପ୍ସିତକୁ ପାଇପାରନ୍ତି, ଯେପରିକି ସୁଖ, ସମୃଦ୍ଧି, ଐଶ୍ବର୍ଯ୍ଯ ଇତ୍ୟାଦି।
ତେ ତଂ(ମ୍) ଭୁକ୍ତ୍ୱା ସ୍ୱର୍ଗଲୋକଂ(ୱ୍ଁ) ବିଶାଲଂ(ଙ୍),
କ୍ଷୀଣେ ପୁଣ୍ୟେ ମର୍ତ୍ୟଲୋକଂ(ୱ୍ଁ) ବିଶନ୍ତି ।
ଏବଂ(ନ୍) ତ୍ରୟୀଧର୍ମମନୁପ୍ରପନ୍ନା,
ଗତାଗତଂ(ଙ୍) କାମକାମା ଲଭନ୍ତେ॥9.21॥
ସେମାନେ ସେହି ବିଶାଳ ସ୍ବର୍ଗଲୋକର ଭୋଗ ଉପଭୋଗ କରିସାରି ପୁଣ୍ୟ କ୍ଷୟ ହେଲେ ମୃତ୍ୟୁଲୋକକୁ ଫେରିଆସନ୍ତି। ଏହିପରି ତିନି ବେଦରେ ବର୍ଣ୍ଣିତ ସକାମ ଧର୍ମର ଆଶ୍ରିତ ଭୋଗକାମୀ ମନୁଷ୍ୟ ଜନ୍ମମରଣ ଲାଭ କରନ୍ତି।
ବିବେଚନ :
ଉଦାହରଣ ସ୍ୱରୂପ ଆମେ ପଞ୍ଚ ତାରକା ହୋଟେଲକୁ ଗଲେ ଆମର କ୍ରେଡିଟ୍ କାର୍ଡକୁ (ଉଧାର ପତ୍ରକ) ସ୍ବାଇପ୍ କରାଯାଏ । ଧରି ନିଆଯାଉ ଆମ କାର୍ଡର ସର୍ବୋଚ୍ଚ ଖର୍ଚ୍ଚ ସୀମା ସତର ହଜାର ଟଙ୍କା ଅଛି । ହୋଟେଲ କୋଠରୀର ଦୈନିକ ଭଡା ଦଶ ହଜାର ଟଙ୍କା । ଯେପର୍ଯ୍ୟନ୍ତ ଆମ କ୍ରେଡିଟ କାର୍ଡ ସୀମା ଥିବ ସେ ପର୍ଯ୍ୟନ୍ତ ଆମକୁ ଶ୍ରେଷ୍ଠ ସୁବିଧା ସବୁ ଉପଲବ୍ଧ ହେବ ଯେମିତିକି ସ୍ୱିମିଙ୍ଗ୍ ପୁଲ୍, ବ୍ରେକ୍ଫାଷ୍ଟ୍, ମଧ୍ୟାହ୍ନ ଭୋଜନ, ଜିମ୍। ଆମକୁ ବାରମ୍ବାର ଆମର ଇଚ୍ଛା ଓ ଆବଶ୍ୟକତା ବିଷୟରେ ପଚରା ଯାଉଥାଏ । କ୍ରେଡିଟ୍ କାର୍ଡ ସୀମା ସରିଗଲେ ରିସେପ୍ସନ୍ରୁ ଫୋନ୍ ଆସେ କି ଆପଣଙ୍କ କ୍ରେଡିଟ କାର୍ଡର ଜମାରାଶି ଶେଷ ହୋଇଯାଇଛି ଓ ଆପଣଙ୍କୁ ସକାଳ ଏଗାରଟା ଭିତରେ ରୁମ୍ (ପ୍ରକୋଷ୍ଠ) ଖାଲି କରିବାକୁ ହେବ ।
ଏହା କିଭଳି ସମ୍ଭବ ?
ଏଥିପାଇଁ ଦୁଇଟି କଥା ଉପରେ ଧ୍ୟାନ ଦେବାକୁ ହେବ ।
ଶ୍ରୀଭଗବାନ କହୁଛନ୍ତି କି ହେ ଅର୍ଜୁନ ! ବେଦରେ କୁହାଯାଇଥିବା ସକାମ ଅନୁଷ୍ଠାନ କରିବା ଦ୍ୱାରା ଯେଉଁ ପୁଣ୍ୟ ପ୍ରାପ୍ତି ହୋଇଥାଏ ତାହାର ଫଳ ସଦୃଶ ମନୁଷ୍ୟକୁ ସ୍ୱର୍ଗ ପ୍ରାପ୍ତି ତ ହୋଇଥାଏ କିନ୍ତୁ ପୁଣ୍ୟ କ୍ଷୟ ହେବାପରେ ତାକୁ ସ୍ବର୍ଗଲୋକ ତ୍ୟାଗ କରିବାକୁ ପଡିଥାଏ ।
ଉଦାହରଣ ସ୍ୱରୂପ ଆମେ ପଞ୍ଚ ତାରକା ହୋଟେଲକୁ ଗଲେ ଆମର କ୍ରେଡିଟ୍ କାର୍ଡକୁ (ଉଧାର ପତ୍ରକ) ସ୍ବାଇପ୍ କରାଯାଏ । ଧରି ନିଆଯାଉ ଆମ କାର୍ଡର ସର୍ବୋଚ୍ଚ ଖର୍ଚ୍ଚ ସୀମା ସତର ହଜାର ଟଙ୍କା ଅଛି । ହୋଟେଲ କୋଠରୀର ଦୈନିକ ଭଡା ଦଶ ହଜାର ଟଙ୍କା । ଯେପର୍ଯ୍ୟନ୍ତ ଆମ କ୍ରେଡିଟ କାର୍ଡ ସୀମା ଥିବ ସେ ପର୍ଯ୍ୟନ୍ତ ଆମକୁ ଶ୍ରେଷ୍ଠ ସୁବିଧା ସବୁ ଉପଲବ୍ଧ ହେବ ଯେମିତିକି ସ୍ୱିମିଙ୍ଗ୍ ପୁଲ୍, ବ୍ରେକ୍ଫାଷ୍ଟ୍, ମଧ୍ୟାହ୍ନ ଭୋଜନ, ଜିମ୍। ଆମକୁ ବାରମ୍ବାର ଆମର ଇଚ୍ଛା ଓ ଆବଶ୍ୟକତା ବିଷୟରେ ପଚରା ଯାଉଥାଏ । କ୍ରେଡିଟ୍ କାର୍ଡ ସୀମା ସରିଗଲେ ରିସେପ୍ସନ୍ରୁ ଫୋନ୍ ଆସେ କି ଆପଣଙ୍କ କ୍ରେଡିଟ କାର୍ଡର ଜମାରାଶି ଶେଷ ହୋଇଯାଇଛି ଓ ଆପଣଙ୍କୁ ସକାଳ ଏଗାରଟା ଭିତରେ ରୁମ୍ (ପ୍ରକୋଷ୍ଠ) ଖାଲି କରିବାକୁ ହେବ ।
ସେତେବେଳେ ଆମେ କହୁ ଯେ ସପ୍ତାହେ ହେଲା ଆମର କେତେ ଖାତିରଦାରୀ କରୁଥିଲେ । ଆମେ ଯାହା ଚାହୁଁଥିଲୁ ତାହା ଦେଉଥିଲେ । ହେଲେ ଆଜି ଏତେ କଠୋର କଥା କେମିତି କହି ପାରୁଛନ୍ତି ? ଆଉ ଅଧା ଘଣ୍ଟା ଅଧିକ ରହିବାକୁ ପ୍ରୟାସ କରିବା ଵି ବୃଥା । ଆମେ ଭାବୁ ଯେ ସପ୍ତାହେ କାଳ ଆମକୁ ଭଲ ପାଉଥିବା ଏହି ଲୋକମାନେ ଆମକୁ ଅଧଘଣ୍ଟା ଵି ଅଧିକ ରହିବାକୁ ଦେଉ ନାହାନ୍ତି । ଅର୍ଥାତ୍ ଆମର ରହିବାର ଅବଧି କ୍ରେଡିଟ୍ କାର୍ଡ୍ର ବାଲାନ୍ସ୍ ଉପରେ ନିର୍ଭର କରେ ।
ଯେ ପର୍ଯ୍ୟନ୍ତ ଆମ ଖାତାରେ ଧନ ଅଛି ସେ ପର୍ଯ୍ୟନ୍ତ ଆମକୁ ଆତିଥ୍ୟ ପ୍ରଦାନ କରାଯାଉଥିଲା । ଧନ ଶେଷ, ଆତିଥ୍ୟ ଶେଷ । ସ୍ବର୍ଗଲୋକରେ ଏହିଭଳି ହିଁ ହୋଇଥାଏ । ଆମ ଖାତାରେ ଯେ ପର୍ଯ୍ୟନ୍ତ ପୁଣ୍ୟ ଅଛି ସେ ପର୍ଯ୍ୟନ୍ତ ଆମକୁ ସେଠାରେ ସ୍ୱାଦିଷ୍ଟ ବ୍ୟଞ୍ଜନ, ସୁଖ ସୁବିଧା ଉପଲବ୍ଧ ହେବ । ପୁଣ୍ୟ ଶେଷ ହୋଇଗଲେ ଇନ୍ଦ୍ରଦେବ ବିନା ସୂଚନାରେ ମର୍ତ୍ତ୍ଯଲୋକକୁ ପଠେଇ ଦେବେ । ହୋଟେଲରେ ତ ସେତିକି ସୁବିଧା ଅଛି ଯେ ଆମକୁ ଆଗରୁ ସୂଚିତ କରାଯାଉଛି ।
ମୃତ୍ୟୁଲୋକକୁ ଆସିବା ପରେ ଆମେ ପୁନଃ ଜୀବନ ମୃତ୍ୟୁ ଚକ୍ରରେ ଫସି ଯାଇଥାଆନ୍ତି ।
पुनरपि जननं पुनरपी मरणं,
पुनरपि जननी जठरे शयनम् ।
ବାରମ୍ବାର ଆମେ ମାତା ଗର୍ଭରେ ନଅ ମାସ ପର୍ଯ୍ୟନ୍ତ ଓଲଟା ଲଟକି (ଓହଳି)। ରହି ପୁନର୍ବାର ଧରାଲୋକରେ ଜନ୍ମ ନେଉ ।
ପରବର୍ତ୍ତୀ ପର୍ଯ୍ୟାୟରେ ଶ୍ରୀଭଗବାନ କହୁଛନ୍ତି କି ଆମେ ଏହିସବୁ ସାଧନ ଲାଭ କଲେ ଵି ଆମେ ଜାଣୁ ଯେ ଏହି ସବୁ ସୁବିଧା ଶାଶ୍ୱତ ନୁହେଁ । ତେଣୁ ଆମେ ଏଭଳି ସାଧନ ପଛରେ କାହିଁକି ଧାଇଁବା ଯାହା କ୍ଷଣିକ ସୁଖ ହିଁ ଦେଇପାରିବ ।
ଗୋସ୍ୱାମୀ ତୁଳସୀଦାସ ଜୀ କହିଛନ୍ତି :-
एहि तन कर फल बिषय न भाई। स्वर्गउ स्वल्प अंत दुखदाई।।
କିଛି କ୍ଷଣ ପାଇଁ ମିଳୁଥିବା ବିଷୟ ସୁଖ ଶେଷରେ ଦୁଃଖଦାୟକ ହୋଇଥାଏ ।
ସଂସାରରେ ଏକମାତ୍ର ସନାତନ ଧର୍ମ ହିଁ ମନୁଷ୍ୟ ଜନ୍ମରେ ମୋକ୍ଷ ପ୍ରାପ୍ତିର ମାର୍ଗ ଦର୍ଶନ କରାଇଥାଏ । ମାନବ ଜୀବନରେ ଭୋଗ ଲାଳସା କେବେ ବି ସମାପ୍ତ ହୋଇ ନଥାଏ ।
ଷଷ୍ଠ ଅଧ୍ୟାୟର ଶ୍ଳୋକ ସଂଖ୍ୟା ଅଠତିରିଶରେ ଅର୍ଜୁନ ଜାଣିବାକୁ ଚାହିଁଛନ୍ତି କି, “ମୋର ସ୍ଥିତି ବାଦଲମାନଙ୍କ ଭଳି ଛିନ୍ନ ଭିନ୍ନ ହୋଇଯିବନି ତ ? ଏମିତି ଘଟିବନି ତ ମୁଁ ଥଳ କୂଳ ହରାଇ ଭାସି ଯାଉଥିବି। କାହିଁ ଏଭଳି ସ୍ଥିତି ତ ପହଞ୍ଚିବନି ଯେ ମୋ ହାତରୁ ଭୋଗ୍ୟ ବସ୍ତୁ ସବୁ ହାତଛଡା ହେବା ସହିତ ଆପଣଙ୍କୁ ଵି ହରେଇ ବସିବି ।”
ଏହା ଶୁଣି ଶ୍ରୀଭଗବାନ କହିଲେ ଯେ ଏଭଳି ହେବନାହିଁ । ହେ ପାର୍ଥ , ଯଦି କର୍ମ ଉତ୍ତମ ଅଛି ଓ କୌଣସି କାରଣ ବଶତଃ ମୋକ୍ଷ ପ୍ରାପ୍ତି ହୋଇ ପାରିଲା ନାହିଁ ତଥାପି ଏକ ଉତ୍ତମ କୂଳରେ ସେହି ମନୁଷ୍ୟର ଜନ୍ମ ହେବ ଏବଂ ସେହିଠାରୁ ତାହାର ଆଗାମୀ ଯାତ୍ରା ଆରମ୍ଭ ହେବ ।
ଅନେକ ବାର ଆମକୁ ଆଭାସ ମିଳେ ଯେ ଆମ ମନରେ କୌଣସି ଲାଳସା ନଥାଇ ମଧ୍ୟ କୌଣସି କାରଣ ବଶତଃ ଭୋଗରେ ଲିପ୍ତ ରହିବାକୁ ପଡିଥାଏ, ପାରିବାରିକ ବା ପିଲାଛୁଆଙ୍କ କାରଣରୁ । ଏହା ସତ୍ୟ ଯେ ଏଥିପାଇଁ ଆମେ ବିଷୟ ଭୋଗରୁ ଦୂରରେ ରହି ପାରୁନାହୁଁ ।
ଶ୍ରୀଭଗବାନ କହୁଛନ୍ତି କି ହେ ଅର୍ଜୁନ ! ମତେ ପାଇବା ପାଇଁ ଏହି ଜୀବନରେ ହେଉ ବା ଜୀବନ ପରେ ଵି ହେଉ ବିଷୟ ଲାଳସାରୁ ଉପରକୁ ଆସିବାକୁ ହେବ ।
ଏହା କିଭଳି ସମ୍ଭବ ?
ଏଥିପାଇଁ ଦୁଇଟି କଥା ଉପରେ ଧ୍ୟାନ ଦେବାକୁ ହେବ ।
ଅନନ୍ୟାଶ୍ଚିନ୍ତୟନ୍ତୋ ମାଂ(ୟ୍ଁ), ୟେ ଜନାଃ(ଫ୍) ପର୍ୟୁପାସତେ ।
ତେଷାଂ(ନ୍) ନିତ୍ୟାଭିୟୁକ୍ତାନାଂ(ୟ୍ଁ), ୟୋଗକ୍ଷେମଂ(ମ୍) ବହାମ୍ୟହମ୍॥9.22॥
ଯେଉଁ ଅନନ୍ୟ ଭକ୍ତଗଣ ମୋତେ ଚିନ୍ତନ କରି ସମ୍ୟକ୍ ଭାବେ ଉପାସନା କରନ୍ତି, ନିରନ୍ତର ମୋ ଠାରେ ନିମଗ୍ନ ରହୁଥିବା ସେହି ଭକ୍ତମାନଙ୍କର ଯୋଗକ୍ଷେମ (ଅପ୍ରାପ୍ତର ପ୍ରାପ୍ତି ଓ ପ୍ରାପ୍ତର ରକ୍ଷା ଦାୟୀତ୍ବ) ମୁଁ ବହନ କରେ।
ବିବେଚନ :
ଏଠାରେ ଶ୍ରୀଭଗବାନ ଦୁଇଟି କଥା କହିଛନ୍ତି : ଅନନ୍ୟ ଏବଂ ନିତ୍ୟଯୁକ୍ତ ।
ଅନନ୍ୟର ଅର୍ଥ ଅନ୍ୟର ନୁହେଁ। ବହୁତ ଲୋକ ଅନନ୍ୟ ଭକ୍ତିର ଅର୍ଥ ଅନ୍ୟ କେହି ନୁହେଁ ବୋଲି ଭାବନ୍ତି। ମୁଁ ଯଦି ଶ୍ରୀରାମଙ୍କର ଭକ୍ତି କରୁଛି ତେବେ ଭଗବାନ ଶ୍ରୀକୃଷ୍ଣ କିମ୍ବା ମହାଦେବ ଶିବଙ୍କର ମନ୍ଦିରକୁ ଯିବି ନାହିଁ । ଯଦି ମୁଁ ଦେବୀ ମାଆଙ୍କର ଉପାସକ, ତେବେ ଅନ୍ୟ ଦେବଦେବୀଙ୍କର ପୂଜା କରିବି ନାହିଁ । ଏହା କିନ୍ତୁ ସମ୍ପୂର୍ଣ୍ଣ ଅନୁଚିତ ।
ଅନନ୍ୟର ଅର୍ଥ ହେଉଛି କି ମୋତେ ଅନ୍ୟ କିଛି ବା ସଂସାର ଦରକାର ନାହିଁ । ମତେ ତ କେବଳ ତୁମେ ହିଁ ଦରକାର ।
ଆମେ ନିଜର ଇଷ୍ଟ ଦେବତାଙ୍କ ସମ୍ମୁଖରେ ବସି ସାଂସାରିକ ସୁଖ ଶାନ୍ତି କାମନା ବି କରନ୍ତି, ତାହାହେଲେ ଆମର ଇଷ୍ଟ କୌଣସି ଦେବୀ ଦେବତା ନୁହଁନ୍ତି, ବରଂ ଆମର ଇଷ୍ଟ ହେବ ସାଂସାରିକ ଭୋଗ ଲାଳସା । ଆମେ ଯାହାଙ୍କଠାରୁ ମାଗୁଛନ୍ତି ସେ ଆମର ଇଷ୍ଟ ନୁହଁନ୍ତି ପରନ୍ତୁ ଯାହା କାମନା କରୁଛନ୍ତି ସେହି ବସ୍ତୁ ହେଉଛି ଆମର ଇଷ୍ଟ । ଆମେ ଧନ କାମନା କରୁ, ସୁତରାଂ ଧନ ଆମର ହେଲା ଇଷ୍ଟ । ଆମେ ସ୍ୱାସ୍ଥ୍ୟ କାମନା କରୁ ତେବେ ସ୍ୱାସ୍ଥ୍ୟ ଆମର ଇଷ୍ଟ । ଯେଉଁ ବସ୍ତୁକୁ ପ୍ରାପ୍ତ କରିବାକୁ ଇଚ୍ଛା କରୁ ସେହି ବସ୍ତୁ ହେଉଛି ଆମର ଇଷ୍ଟ । ଅର୍ଥାତ୍ ଯେବେ ଶ୍ରୀଭାଗବାନଙ୍କ ପାଖକୁ ଯିବା, ତେବେ କେବଳ ଶ୍ରୀଭଗବାନ ଏବଂ ତାଙ୍କ ପ୍ରତି ଭକ୍ତି କାମନା ରଖି ଯିବା ।
तेरा रामजी करेंगे बेड़ा पार, उदासी मन काहे को करे।
नैया तेरी राम हवाले, लहर लहर हिरे आप सफहाले
हर आप ही उठायें तेरा भार, उदासी मन काहे को करे ।1।
काबू में मझधार उसी क, हाथों में पतवार उसी क
तेरी हार भी नहीं है तेरी हार, उदासी मन काहे को करे ।2।
सहज किनारा मिल जायेगा, परम सहारा मिल जायेगा डोरी सौप क तो देख एक बर, उदासी मन काहे को करे ।3।
तू निदोंष' तुझे वया डर है, पग पफग पर साथी ईधर है
सच्चि भावना से कर ले पकर, उदासी मन काहे को करे !
तेरा रामजी करेंगे बेड़ा पार, उदासी मन काहे को करे।
ଏଠାରେ ଶ୍ରୀଭଗବାନ ଦୁଇଟି କଥା କହିଛନ୍ତି : ଅନନ୍ୟ ଏବଂ ନିତ୍ୟଯୁକ୍ତ ।
ଅନନ୍ୟର ଅର୍ଥ ଅନ୍ୟର ନୁହେଁ। ବହୁତ ଲୋକ ଅନନ୍ୟ ଭକ୍ତିର ଅର୍ଥ ଅନ୍ୟ କେହି ନୁହେଁ ବୋଲି ଭାବନ୍ତି। ମୁଁ ଯଦି ଶ୍ରୀରାମଙ୍କର ଭକ୍ତି କରୁଛି ତେବେ ଭଗବାନ ଶ୍ରୀକୃଷ୍ଣ କିମ୍ବା ମହାଦେବ ଶିବଙ୍କର ମନ୍ଦିରକୁ ଯିବି ନାହିଁ । ଯଦି ମୁଁ ଦେବୀ ମାଆଙ୍କର ଉପାସକ, ତେବେ ଅନ୍ୟ ଦେବଦେବୀଙ୍କର ପୂଜା କରିବି ନାହିଁ । ଏହା କିନ୍ତୁ ସମ୍ପୂର୍ଣ୍ଣ ଅନୁଚିତ ।
ଅନନ୍ୟର ଅର୍ଥ ହେଉଛି କି ମୋତେ ଅନ୍ୟ କିଛି ବା ସଂସାର ଦରକାର ନାହିଁ । ମତେ ତ କେବଳ ତୁମେ ହିଁ ଦରକାର ।
ଆମେ କୌଣସି ଏକ ଭଗବାନଙ୍କୁ ଇଷ୍ଟ କହୁ । ପରନ୍ତୁ ଇଷ୍ଟର ଅର୍ଥ ଆମେ କଣ ଵୁଝିଛୁ ?
ଇଷ୍ଟର ଅର୍ଥ ଯାହା ଆମର ପ୍ରିୟ । ଅନିଷ୍ଟର ଅର୍ଥ ଯାହା ଆମର ଅପ୍ରିୟ ।
ଇଷ୍ଟର ଅର୍ଥ ଯାହା ଆମର ପ୍ରିୟ । ଅନିଷ୍ଟର ଅର୍ଥ ଯାହା ଆମର ଅପ୍ରିୟ ।
ବିବାହ ନିମନ୍ତ୍ରଣ ପତ୍ର ଉପରେ ବି ଇଷ୍ଟ ଓ ମିତ୍ରମାନଙ୍କ ସହିତ ଆମନ୍ତ୍ରଣ ଦେବାର ପ୍ରଥା ରହିଛି ।
ଧରି ନିଅନ୍ତୁ ଯେ ଭଗବାନ ଶିବ, ପ୍ରଭୁ ଶ୍ରୀରାମ ଅଥବା ଶ୍ରୀକୃଷ୍ଣ ଆମର ଇଷ୍ଟଦେବ ଅଟନ୍ତି, କଣ ଆମେ କେବଳ ଇଷ୍ଟଦେବଙ୍କୁ ପାଇବା ପାଇଁ ଇଚ୍ଛା ରଖୁଛନ୍ତି ? ଉତ୍ତର ହେବ 'ନାଁ' ।
ଆମେ ନିଜର ଇଷ୍ଟ ଦେବତାଙ୍କ ସମ୍ମୁଖରେ ବସି ସାଂସାରିକ ସୁଖ ଶାନ୍ତି କାମନା ବି କରନ୍ତି, ତାହାହେଲେ ଆମର ଇଷ୍ଟ କୌଣସି ଦେବୀ ଦେବତା ନୁହଁନ୍ତି, ବରଂ ଆମର ଇଷ୍ଟ ହେବ ସାଂସାରିକ ଭୋଗ ଲାଳସା । ଆମେ ଯାହାଙ୍କଠାରୁ ମାଗୁଛନ୍ତି ସେ ଆମର ଇଷ୍ଟ ନୁହଁନ୍ତି ପରନ୍ତୁ ଯାହା କାମନା କରୁଛନ୍ତି ସେହି ବସ୍ତୁ ହେଉଛି ଆମର ଇଷ୍ଟ । ଆମେ ଧନ କାମନା କରୁ, ସୁତରାଂ ଧନ ଆମର ହେଲା ଇଷ୍ଟ । ଆମେ ସ୍ୱାସ୍ଥ୍ୟ କାମନା କରୁ ତେବେ ସ୍ୱାସ୍ଥ୍ୟ ଆମର ଇଷ୍ଟ । ଯେଉଁ ବସ୍ତୁକୁ ପ୍ରାପ୍ତ କରିବାକୁ ଇଚ୍ଛା କରୁ ସେହି ବସ୍ତୁ ହେଉଛି ଆମର ଇଷ୍ଟ । ଅର୍ଥାତ୍ ଯେବେ ଶ୍ରୀଭାଗବାନଙ୍କ ପାଖକୁ ଯିବା, ତେବେ କେବଳ ଶ୍ରୀଭଗବାନ ଏବଂ ତାଙ୍କ ପ୍ରତି ଭକ୍ତି କାମନା ରଖି ଯିବା ।
ମହାଭାରତ ଯୁଦ୍ଧର ଅବ୍ୟବହିତ ପୂର୍ବରୁ ଅର୍ଜୁନ ଓ ଦୁର୍ଯ୍ୟୋଧନ ଶ୍ରୀକୃଷ୍ଣଙ୍କ ପାଖକୁ ଯାଇଥିଲେ। ଅର୍ଜୁନ ଶ୍ରୀକୃଷ୍ଣଙ୍କ ପାଦ ଦେଶରେ ଥିବାରୁ ନିଦ୍ରା ଭାଙ୍ଗୁ ଭାଙ୍ଗୁ ଶ୍ରୀଭଗବାନ ଅର୍ଜୁନଙ୍କୁ ପ୍ରଥମେ ଦେଖିଲେ । ଦୁର୍ଯ୍ୟୋଧନ ପ୍ରଥମେ ଆସିଥିବାର ଦାବି ଜଣାଇଲେ ମଧ୍ୟ ଶ୍ରୀଭଗବାନ ଅର୍ଜୁନଙ୍କୁ ପ୍ରଥମେ ଦେଖିଛନ୍ତି ବୋଲି କହିଲେ । ଅର୍ଜୁନଙ୍କୁ ପ୍ରଥମ ଅବସର ମିଳିବାରୁ ସେ ନିଶସ୍ତ୍ର ଶ୍ରୀକୃଷ୍ଣଙ୍କୁ ମାଗିଲେ ଓ ଦୁର୍ଯ୍ୟୋଧନ ଶ୍ରୀକୃଷ୍ଣଙ୍କ ଅକ୍ଷୌହିଣୀ ନାରାୟଣୀ ସେନା ମାଗି ସନ୍ତୁଷ୍ଟ ରହିଲେ ।
ଏହି ସ୍ଥାନରେ ଆମେ ଥିଲେ କହିଥାଆନ୍ତେ କି ପ୍ରଭୁ, ଆପଣ ଚାହୁଁଛନ୍ତି ଯେତେବେଳେ ମୁଁ ଆପଣଙ୍କୁ ହିଁ ନେବି କିନ୍ତୁ ଯୁଦ୍ଧ ସମୟରେ ସେନା ହିଁ କାମରେ ଆସିବ । ଅର୍ଜୁନଙ୍କୁ ଇଷ୍ଟ ଜ୍ଞାନ ଥିବାରୁ ତାଙ୍କ ପାଇଁ ଶ୍ରୀକୃଷ୍ଣ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଥିଲେ । ଏହି କାରଣ ଯୋଗୁଁ ଶ୍ରୀଭଗବାନ ଅର୍ଜୁନଙ୍କୁ ଗୀତାଜ୍ଞାନ ଶୁଣାଇବାକୁ ଯୋଗ୍ୟ ବିବେଚନା କରିଥିଲେ ।
ସ୍ମରଣ ଥାଉ କି ଆମେ ଈଶ୍ୱରଙ୍କୁ ଯାହା ମାଗିବା ତାହା ହିଁ ଆମର ଇଷ୍ଟ । ଯଦି ଆମେ ଭକ୍ତି ମାଗିବା ତେବେ ଈଶ୍ୱର ହିଁ ଆମର ଇଷ୍ଟ ହେବେ ।
ନିତ୍ୟ ପ୍ରତିଦିନ ଆମେ ଏହି ସ୍ଥିତିରେ ରହିବା ଉଚିତ। ଅର୍ଥାତ୍ ଆମେ ଅନନ୍ୟ ଭକ୍ତିର ନିରନ୍ତର ଅଭ୍ୟାସ କରିବା ଉଚିତ ।
ଥରେ ଜଣେ ଶିଷ୍ୟ ଗୁରୁଙ୍କ ପାଖକୁ ଆସି କହିଲା କି ମୁଁ ଯେତେବେଳେ ଆପଣଙ୍କ ପାଖକୁ ସାତ ଆଠ ବର୍ଷ ପୂର୍ବେ ଆସିଥିଲି ସେତେବେଳେ ଆପଣ ମୋର ସ୍ଥିତି ଭଲ ଥିଲା ବୋଲି କହିଥିଲେ, କିନ୍ତୁ ତାହା ପରଠାରୁ ଆଜି ପର୍ଯ୍ୟନ୍ତ ଏତେ ବର୍ଷ ବିତି ଯାଇଥିଲେ ମଧ୍ୟ ଆପଣ ଆଉ ସେପରି କେବେ କହି ନାହାନ୍ତି। ଏହା ଶୁଣି ଗୁରୁଜୀ କହିଲେ -
जैसी प्रीति आरम्भ में, वैसी अन्त तक होय।
चला जाए बैकुण्ठ को, पल्ला न पकड़े कोय।।
ଅର୍ଥାତ୍ ଆରମ୍ଭରେ ଯେଉଁ ଭକ୍ତି ଥାଏ ସେହିଭଳି ଭକ୍ତି ଅନ୍ତ ପର୍ଯ୍ୟନ୍ତ ରହିଲେ ଯାଇ ବୈକୁଣ୍ଠ ପ୍ରାପ୍ତି ହୋଇଥାଏ । ନୂଆ ନୂଆ ଗୀତାକକ୍ଷା ଆରମ୍ଭ କଲା ବେଳେ ଗୀତା ପଠନରେ ମନ ଲାଗିଥାଏ, କ୍ରମଶଃ ଧୀରେ ଧୀରେ ଏହି ଆଗ୍ରହ କମି ଯାଏ ।
ଶ୍ରୀଭାଗବତରେ ଜିଜ୍ଞାସା କରିବାରୁ ନାରଦ କୁହନ୍ତି -
प्रतिक्षण वर्धनम् इति भक्ति।।
ଯାହା କ୍ଷଣ ପ୍ରତିକ୍ଷଣ ବଢୁଥାଏ ତାହା ହେଉଛି ଭକ୍ତି ।
ପରେ ଶଙ୍କା ଆସେ କି ସତରେ କଣ ଭଗବାନ ସମସ୍ତଙ୍କ ଯୋଗକ୍ଷେମ ବହନ କରନ୍ତି ?
ଯୋଗର ଅର୍ଥ ହେଉଛି ଯାହା ମତେ ଦରକାର ଓ କ୍ଷେମର ଅର୍ଥ ଯାହା ମୋ ପାଖରେ ଅଛି। ଯେପର୍ଯ୍ୟନ୍ତ ପୁତ୍ର ପ୍ରାପ୍ତିର କାମନା ଅଛି ସେ ପର୍ଯ୍ୟନ୍ତ ତାକୁ କହିବା ଯୋଗ। ଯେତେବେଳେ ପୁତ୍ର ପ୍ରାପ୍ତି ହୋଇଗଲା ତାହାର କୁଶଳ କାମନା କରିବା ହେଉଛି କ୍ଷେମ ।
ଅପ୍ରାପ୍ତିର କାମନା ଯୋଗ ଓ ପ୍ରାପ୍ତିର ରକ୍ଷା ହେଉଛି କ୍ଷେମ ।
ଭକ୍ତ କହେ ଏହାର ଅର୍ଥ ହେଉଛି ଯେ ମତେ ଯାହା ଦରକାର ଈଶ୍ୱର ଦେବେ ଓ ଈଶ୍ୱର ଉତ୍ତର ଦେଉଛନ୍ତି କି ନାହିଁ, ଯାହା ତୁମର ଆବଶ୍ୟକତା କେବଳ ସେତିକି ହିଁ ତୁମକୁ ମିଳିବ । ଆକାଙ୍କ୍ଷା ନୁହେଁ, କେବଳ ଆବଶ୍ୟକତା ପୂରଣ ହେବ ।
ଏଠାରେ ଏକ ସୁନ୍ଦର ଭଜନ କୁହାଯାଇଛି -
तेरा रामजी करेंगे बेड़ा पार, उदासी मन काहे को करे।
नैया तेरी राम हवाले, लहर लहर हिरे आप सफहाले
हर आप ही उठायें तेरा भार, उदासी मन काहे को करे ।1।
काबू में मझधार उसी क, हाथों में पतवार उसी क
तेरी हार भी नहीं है तेरी हार, उदासी मन काहे को करे ।2।
सहज किनारा मिल जायेगा, परम सहारा मिल जायेगा डोरी सौप क तो देख एक बर, उदासी मन काहे को करे ।3।
तू निदोंष' तुझे वया डर है, पग पफग पर साथी ईधर है
सच्चि भावना से कर ले पकर, उदासी मन काहे को करे !
तेरा रामजी करेंगे बेड़ा पार, उदासी मन काहे को करे।
ଆମେ ଈଶ୍ୱରଙ୍କ ହାତରେ ସମ୍ପୂର୍ଣ୍ଣ ରୂପେ ନିଜର ଜୀବନର ଡୋରି ଦେଇ ନଥାଉ । ଦ୍ରୌପଦୀ ଶ୍ରୀକୃଷ୍ଣଙ୍କୁ କହିଲେ, ଆପଣ ଆସିବାକୁ ବହୁତ ବିଳମ୍ବ କରିଦେଲେ । ଯଦି ମୋର ବସ୍ତ୍ର ଶରୀରରୁ ଚାଲି ଯାଇଥାଆନ୍ତା ତ କଣ ହୋଇଥାଆନ୍ତା ! ଶ୍ରୀକୃଷ୍ଣ କହିଲେ, ତୁମେ ମୋତେ ଡାକିବା କ୍ଷଣି ମୁଁ ଆସିଛି । ଦ୍ରୌପଦୀ କହିଲେ ନାଁ ବାସୁଦେବ ଆପଣ ବହୁତ ବିଳମ୍ବ କରିଦେଲେ । ଶ୍ରୀକୃଷ୍ଣ ବୁଝେଇବାକୁ ଯାଇ କହିଲେ କି ତୁମେ ପ୍ରଥମେ ପିତାମହ ଭୀଷ୍ମଙ୍କ ସାହାଯ୍ୟ ଭିକ୍ଷା କରିଛ, ତାହାପରେ ଧୃତରାଷ୍ଟ୍ରଙ୍କ, ତାହାପରେ ପଞ୍ଚ ପତି, ତାହାପରେ ନିଜର କ୍ଷତ୍ରିୟ ଧର୍ମର ପ୍ରତିପାଳନ କରି ଦୁଃଶାସନଙ୍କୁ ବାଧା ଦେବାର ପ୍ରଯତ୍ନ କଲ । ଶେଷରେ ଅସହାୟ ଅବସ୍ଥା ଆସିବାରୁ ମୋତେ ସୁରକ୍ଷା ନିମନ୍ତେ ଡାକିଲ ଓ ମୁଁ ଦୌଡ଼ି ଚାଲି ଆସିଲି । ଆମେ ଯେପର୍ଯ୍ୟନ୍ତ ନିଜର ସୁରକ୍ଷା ଡୋରି ଈଶ୍ୱରଙ୍କ ହାତରେ ସମର୍ପଣ ନକରିଛେ, ଈଶ୍ୱର ଆମ ପାଖକୁ ଆସିବେ ନାହିଁ ।
କେହି ଜଣେ ଗାନ୍ଧିଜୀଙ୍କୁ କହିଲେ ଯେ ଈଶ୍ୱର ଆମର ଗୋଟିଏ ଵି ପ୍ରାର୍ଥନା ଶୁଣୁ ନାହାନ୍ତି । ଗାନ୍ଧିଜୀ କହିଲେ ଈଶ୍ୱର ସମସ୍ତଙ୍କର ପ୍ରାର୍ଥନା ଶୁଣନ୍ତି କିନ୍ତୁ ଗୋଟି ଗୋଟି କରି ସମସ୍ତ ପ୍ରଶ୍ନର ଉତ୍ତର ଯେ ଦେବେ, ଏହା ଆବଶ୍ୟକ ନୁହେଁ। ନିର୍ମଳ ମନରେ କରାଯାଉଥିବା ପ୍ରାର୍ଥନା ଈଶ୍ୱର ଅବଶ୍ୟ ଶୁଣନ୍ତି ।
କେହି ଜଣେ କବି କହିଥିଲେ -
तुफां का डर भी क्या ख़ाक डर है
कश्ती भी तेरी, साहिल भी तेरा,
तुफां भी तेरा और हम भी तेरे।
ତୋଫାନ ଆସିଲେ ମୁଁ କାହିଁକି ବା ଡରିବି ? କାରଣ ଏ ନାବ ଵି ତୁମର, କୂଳ କିନ୍ନାରା ଵି ତୁମର, ଏ ତୋଫାନ ଵି ତୁମର ଆଉ ମୁଁ ଵି ତୁମର ହିଁ। ପ୍ରଳୟ ଜଳରେ ତୁମେ ହିଁ ନାବିକ । ଯଦି ତୁମେ ପାରି କରିଦେବ, ତେବେ ବୁଡ଼େଇବା ଵାଲା ଆଉ କିଏ ଅଛି ?
हमारे साथ श्री रघुनाथ तो किस बात की चिन्ता,
शरण में रख दिया जब माथ, तो किस बात की चिन्ता।।
ନିଜକୁ ଈଶ୍ୱରଙ୍କ ପାଦ ପଦ୍ମ ତଳେ ସମର୍ପି ଦେଲେ ଚିନ୍ତାର ପ୍ରଶ୍ନ ଉଠେ ନାହିଁ ।
ଥରେ ଜଣେ ସନ୍ଥ ଗୀତାଜୀଙ୍କର ଏହି ଶ୍ଳୋକର ପ୍ରବଚନ କରୁଥିଲେ - ଯିଏ ଶ୍ରୀଭଗବାନଙ୍କର ଭକ୍ତି କରନ୍ତି ଶ୍ରୀଭଗବାନ ତାଙ୍କର ଯୋଗ-କ୍ଷେମ ବହନ କରନ୍ତି । ଏକ ମୋଟା ବୁଦ୍ଧିଆ ବ୍ୟକ୍ତି ତତକ୍ଷଣାତ୍ ଠିଆ ହୋଇ ପ୍ରଶ୍ନ କଲା - ସତରେ କ'ଣ ଭଗବାନ ମୋର ଯୋଗକ୍ଷେମ ବହନ କରିବେ ? ପଣ୍ଡିତଜୀ କହିଲେ ହଁ, ଏହା ତ ଗୀତାରେ ଲେଖା ହୋଇଛି । ତା’ପରେ ସେ ଗୁରୁଜୀଙ୍କୁ କହିଲା, ଆପଣ ଶପଥ କରି କହିପାରିବେ ? ଗୁରୁଜୀ ଗୀତାମାତାଙ୍କର ଶପଥ ନେଲେ । ଫଳତଃ ଲୋକଟି ଜିଦ୍ରେ ଅନ୍ନ ଜଳ ତ୍ୟାଗ କରି ବସି ରହିଲା କି ଦେଖିବା ଭଗବାନ ଆଜି କିପରି ତାକୁ ଖାଦ୍ୟ ଖୁଆଇବେ। ଆଖ ପାଖର ସବୁଲୋକ ଯେତେ ବୁଝାଇଲେ ଵି କିଛି ଫଳ ହେଲାନି ।
ଗୁରୁଜୀ ସେଦିନ ପାଇଁ କଥାକୁ ବିଶ୍ରାମ ଦେଇ ତାକୁ ଅନେକ ବୁଝାଇଲେ । ଘରଲୋକ ବି ଖାଇବାକୁ ପ୍ରବର୍ତ୍ତାଇଲେ । ହେଲେ ସେ ବିରକ୍ତ ହୋଇ ଜଙ୍ଗଲକୁ ଚାଲିଗଲା ଓ ଏକ ଗଛ ଉପରେ ବସି ରହିଲା । ଗୁରୁଜୀଙ୍କ କହିବା ଅନୁସାରେ ଘରଲୋକେ ତାହାର ରୁଚି ଅନୁସାରେ ଖାଦ୍ୟ ବନେଇ ଆଣିଲେ କିନ୍ତୁ ତା’ର ମନ ବଦଳିଲା ନାହିଁ ।
ଗୁରୁଜୀଙ୍କର ମନରେ ପୀଡା ଉପୁଜିଲା ଯେ ଲୋକଟି ଭଗବାନଙ୍କ ଉପରେ ସନ୍ଦେହ କରି ଏଭଳି କଥା କହୁଛି ।
ଶିଷ୍ୟର ପରିବାର ଲୋକେ ଥାଳି ଧରି ଗଛ ତଳେ ଠିଆ ହୋଇ ରହିଲେ । ବହୁତ ଡେରି ପର୍ଯ୍ୟନ୍ତ ମନେଇବାକୁ ଚେଷ୍ଟା କରି ବିଫଳ ମନୋରଥ ନେଇ ଥାଳି ଉପରେ କପଡା ଘୋଡେଇ ଦେଇ ସେହିଠାରେ ରଖିଦେଇ, ଘରକୁ ଫେରିଗଲେ । ଗଛ ତଳୁ ସୁସ୍ୱାଦୁ ଖାଦ୍ୟର ସୁଗନ୍ଧ ଆସୁଥିଲେ ଵି ଲୋକଟି ନିଜ ଜିଦ୍ରେ ଅଟଳ ରହିଲା ।
ଅଧରାତି ବେଳକୁ କେତେଜଣ ଡାକୁ ସେହି ଗଛ ତଳେ ଆସି ବସିଲେ । ସେମାନେ ପ୍ରତିଦିନ ଲୁଟପାଟ କରି ସେହି ଗଛ ତଳେ ହିସାବ କିତାବ କରନ୍ତି।
ସେମାନଙ୍କ ମଧ୍ୟରୁ ଜଣେ କହିଲା କି ଏଠି ସ୍ୱାଦିଷ୍ଟ ଖାଦ୍ୟର ସୁଗନ୍ଧ ଆସୁଛି । ସେ ଥାଳିରୁ କପଡା ହଟେଇବା ପରେ ଦେଖିଲା ଯେ ସେଥିରେ ଖିରି, ପୁରି, ତରକାରୀ ଇତ୍ୟାଦି ରଖା ଯାଇଛି । ସେମାନେ ଖାଇବାକୁ ସେସବୁକୁ ଉଦ୍ୟତ ହୁଅନ୍ତେ ଜଣେ କହିଲେ କି ଆମଭଳି ଚୋରମାନଙ୍କୁ ମାରିବା ପାଇଁ ଏହା କାହାର ଷଡଯନ୍ତ୍ର ହୋଇପାରେ । ହୁଏତ ଏଥିରେ ବିଷ ମିଶିଥାଇପାରେ । ଯିଏ ଏଠି ଖାଦ୍ୟ ରଖିକରି ଯାଇଛି ସେ ଏଇଠି କେଉଁଠି ଲୁଚିରହି ଆମ ଉପରେ ଲକ୍ଷ୍ୟ ରଖିଥିବ କି ଆମେ ଖାଦ୍ୟ ଖାଇଲୁ ନା ନାହିଁ । ଡାକୁମାନଙ୍କର କଥା ଶୁଣି ଗଛ ଉପରେ ବସିଥିବା ବ୍ୟକ୍ତିର ଶରୀର କମ୍ପିବାକୁ ଲାଗିଲା । ଫଳରେ ପତ୍ର ସବୁ ହଲିବାକୁ ଲାଗିଲେ ଓ ଉପରେ ଦେଖିବା ବେଳକୁ ଲୋକଟି ବସିଥିବାର ଦେଖିଲେ ।ଡାକୁ ଲୋକେ ତାକୁ ତଳକୁ ଓଲ୍ହାଇ ଦେଲେ ଓ ଧମକେଇଲେ - ତୁ ବିଷ ମିଶେଇ ଖାଦ୍ୟ ରଖିଛୁ ? ସେ କହିଲା ଯେ ଏ ଖାଦ୍ୟ ମୋରି ପାଇଁ ରଖା ଯାଇଛି । ଜଣେ ଡାକୁ କହିଲା - ଏ ବିଷମିଶା ଖାଦ୍ୟ ଆଗ ତାକୁ ଖୁଆଅ । ବ୍ୟକ୍ତିଟି କହିଲା ମୁଁ ମୋଟେ ଖାଇବିନି। ଡାକୁମାନେ ଭାବିଲେ ଯେ ସେ ମିଛ କହୁଛି । ତାର ଗୋଡ ହାତ ବାନ୍ଧି ସେ ଖାଦ୍ୟ ସବୁ ତାକୁ ଠେଁସି ଠାଁସିକରି ଖୁଆଇଲେ ଏବଂ ତାକୁ ବହୁତ ମାରିଲେ । ସେ ଦୌଡ଼ି ଦୌଡ଼ି, ଘୁଷୁଡ଼ି ଘୁଷୁଡ଼ି, ଛୋଟେଇ ଛୋଟେଇ ଗୁରୁଜୀଙ୍କ ପାଖରେ ପହଞ୍ଚିଲା ଓ କହି ପକାଇଲା - ଆପଣଙ୍କ କଥା ସତ ହେଲା । ଭଗବାନ ମତେ ଗେବେଇ ଗେବେଇକରି ଖୁଆଇଲେ । କଥା ମାନିଲିନି ବୋଲି ମାଡ ମାରି ମାରି ମୋତେ ଖୁଆଇଲେ । ଶ୍ରୀଭଗବାନ ନିଜ ଭକ୍ତଙ୍କର ଯୋଗକ୍ଷମ ବହନ କଲେ ।
ୟେଽପ୍ୟନ୍ୟଦେବତା ଭକ୍ତା, ୟଜନ୍ତେ ଶ୍ରଦ୍ଧୟାନ୍ୱିତ
ତେଽପି ମାମେବ କୌନ୍ତେୟ, ୟଜନ୍ତ୍ୟବିଧିପୂର୍ବକମ୍॥23॥
ହେ କୁନ୍ତୀନନ୍ଦନ! ଯେଉଁ ଭକ୍ତ (ମନୁଷ୍ୟ) ଶ୍ରଦ୍ଧାପୂର୍ବକ ଅନ୍ୟ ଦେବତାମାନଙ୍କୁ ପୂଜା କରନ୍ତି, ସେମାନେ ବି ମୋତେ ହିଁ ପୂଜା କରନ୍ତି, କିନ୍ତୁ ଅବିଧିପୂର୍ବକ କରନ୍ତି, ଅର୍ଥାତ୍ ସେମାନେ ଦେବତାମାନଙ୍କୁ ମୋ ଠାରୁ ଭିନ୍ନ ମନେ କରନ୍ତି।
ବିବେଚନ :
ଦେବତାମାନେ ହେଉଛନ୍ତି ଯେଉଁମାନେ ଜନ୍ମ ନିଅନ୍ତି, ଯଦିଓ ସେମାନଙ୍କର ଆୟୁଷ ବହୁତ ଲମ୍ବା, କିନ୍ତୁ ହଜାର ହଜାର ବର୍ଷ ପରେ ମଧ୍ୟ ସେମାନଙ୍କର ମୃତ୍ୟୁ ନିଶ୍ଚିତ। ଯେପରି ସୂର୍ଯ୍ୟଦେବଙ୍କ ବୟସ ଲକ୍ଷ ଲକ୍ଷ ବର୍ଷ ହୋଇଥିବାରୁ, ଶେଷ ପର୍ଯ୍ୟନ୍ତ ସେ ଏହିପରି ଜାଜ୍ଜ୍ୱଲ୍ୟମାନ ହୋଇ ରହିବେ, କିନ୍ତୁ ଏହା ପରେ ତାଙ୍କୁ ମଧ୍ୟ ଦିନେ ଶାନ୍ତ ହେବାକୁ ପଡିବ।
ଯେଉଁ ସକାମ ଭକ୍ତମାନେ ଅଜ୍ଞାନତା ବଶତଃ ବିଭିନ୍ନ ଦେବତାଙ୍କୁ ପୂଜା କରନ୍ତି, ସେମାନେ ପରୋକ୍ଷରେ ମୋତେ ହିଁ ପୂଜା କରିଥାନ୍ତି, କିନ୍ତୁ ସେମାନଙ୍କର ଏହି ପୂଜା ଅଜ୍ଞାନ ପୂର୍ବକ ହୋଇଥାଏ। ଶ୍ରୀଭଗବାନ ଏହା ମଧ୍ୟ କହିଛନ୍ତି ଯେ, ଏହାର ଅର୍ଥ ନୁହେଁ ଯେ ତାଙ୍କର ଏହି ପୂଜା ନିରର୍ଥକ।
ଏଠାରେ ଆମକୁ ବୁଝିବାକୁ ହେବ ଯେ ଈଶ୍ୱର, ଦେବତା ଏବଂ ବ୍ରହ୍ମ ଭିନ୍ନ।
ଦେବତାମାନେ ହେଉଛନ୍ତି ଯେଉଁମାନେ ଜନ୍ମ ନିଅନ୍ତି, ଯଦିଓ ସେମାନଙ୍କର ଆୟୁଷ ବହୁତ ଲମ୍ବା, କିନ୍ତୁ ହଜାର ହଜାର ବର୍ଷ ପରେ ମଧ୍ୟ ସେମାନଙ୍କର ମୃତ୍ୟୁ ନିଶ୍ଚିତ। ଯେପରି ସୂର୍ଯ୍ୟଦେବଙ୍କ ବୟସ ଲକ୍ଷ ଲକ୍ଷ ବର୍ଷ ହୋଇଥିବାରୁ, ଶେଷ ପର୍ଯ୍ୟନ୍ତ ସେ ଏହିପରି ଜାଜ୍ଜ୍ୱଲ୍ୟମାନ ହୋଇ ରହିବେ, କିନ୍ତୁ ଏହା ପରେ ତାଙ୍କୁ ମଧ୍ୟ ଦିନେ ଶାନ୍ତ ହେବାକୁ ପଡିବ।
ବ୍ରହ୍ମାଙ୍କୁ ମଧ୍ୟ ତାଙ୍କ ବୟସ ୪୩୨୦୦୦୦ x ୧୦୦୦ x ୧୦୦ × ୩୬୦ ବର୍ଷ ପରେ ଶାନ୍ତ ହେବାକୁ ପଡିବ।
ସମସ୍ତ ଦେବତା ଅଗ୍ନି, ବରୁଣ, ଆମର କୁଳ ଦେବତା, ସମସ୍ତ ଯୁଗରେ ନିର୍ଦ୍ଦିଷ୍ଟ ଆୟୁ ନେଇ ଜନ୍ମଗ୍ରହଣ କରିଛନ୍ତି ଏବଂ ଶ୍ରୀ ଭଗବାନଙ୍କ ଆଦେଶରେ ଆମ ମାନବ ଜାତିର ରକ୍ଷା କରୁଛନ୍ତି। ଯଜ୍ଞରେ ସେମାନଙ୍କୁ ଅର୍ଘ୍ଯ ଆହୁତି ଦେଇ ଆମେ ସେମାନଙ୍କର ବୟସ ଏବଂ ଶକ୍ତି ବୃଦ୍ଧି କରୁ ଏବଂ ସେମାନେ ଆମକୁ ସୁରକ୍ଷା ଦିଅନ୍ତି।
ଭଗବାନ ଶିବ, ଭଗବାନ ବିଷ୍ଣୁ ଏବଂ ଆଦିଶକ୍ତି କେବେ ଜନ୍ମ ହୋଇନଥିଲେ। ଏମାନେ ହେଉଛନ୍ତି ପରମ ବ୍ରହ୍ମଙ୍କ ସ୍ୱରୂପ। ତାଙ୍କ ଦ୍ୱାରା ନିଆଯାଇଥିବା ସମସ୍ତ ଅବତାର ମଧ୍ୟ ବ୍ରହ୍ମର ରୂପ। ଏମାନଙ୍କ ବ୍ୟତୀତ, ଅନ୍ୟ ସମସ୍ତେ ଜଣେ ଜଣେ ଦେବତା।
ଶ୍ରୀ ଭଗବାନ କୁହନ୍ତି ଯେ ଏହି ସମସ୍ତ ଦେବତାମାନେ ମଧ୍ୟ ମୋ ଦ୍ୱାରା ପ୍ରଦତ୍ତ ଶକ୍ତି ଦ୍ୱାରା ମାନବ କଲ୍ୟାଣ କରିଥାନ୍ତି।
ଯେତେବେଳେ ତୁମେ ବ୍ୟାଙ୍କ୍ରୁ ଟଙ୍କା ଉଠାଇବାକୁ ଯାଅ, ସେଠାକାର କ୍ୟାସିୟର୍ ତୁମକୁ ନିଜ ପକେଟ୍ରୁ ନୁହେଁ ବରଂ ବ୍ୟାଙ୍କ୍ରୁ ଟଙ୍କା ଦିଅନ୍ତି। ଆପଣଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍ରେ ଥିବା ଟଙ୍କା ଅନୁସାରେ ଟଙ୍କା ଉଠାଇ ଆପଣଙ୍କୁ ଦିଆ ଯାଇଥାଏ। ସେହି ଟଙ୍କା ଦେବା ତାଙ୍କର କର୍ତ୍ତବ୍ୟ କିନ୍ତୁ ସେ ଏହାର ମାଲିକ ନୁହଁନ୍ତି। ସେହିପରି, ଶ୍ରୀ ଭଗବାନ କୁହନ୍ତି ଯେ, ମୁଁ ପ୍ରତ୍ୟେକ ଦେବତାଙ୍କୁ ଭିନ୍ନ ଭିନ୍ନ ବିଭାଗର କାର୍ଯ୍ୟ ନ୍ୟସ୍ତ କରିଛି। ଆମେ ଏହି ସମସ୍ତ ଦେବତାଙ୍କୁ ପୂଜା କରିବା ଠିକ୍ କିନ୍ତୁ ତା ସଙ୍ଗେ ସଙ୍ଗେ ପରମପିତା ପରମାତ୍ମାଙ୍କୁ ଭୁଲିଯିବା ଉଚିତ୍ ନୁହେଁ।
ଉଦାହରଣ ସ୍ୱରୂପ, ଯଦି ଆପଣଙ୍କ ଘରେ ଚୋରି ହୁଏ ଏବଂ ଆପଣ ପ୍ରଧାନମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀଙ୍କୁ ଜାଣନ୍ତି, ତେବେ ଆପଣ ନିକଟସ୍ଥ ପୋଲିସ ଷ୍ଟେସନକୁ କିମ୍ବା ସିଧାସଳଖ ମନ୍ତ୍ରୀଙ୍କ ବାସଭବନକୁ ଯିବେ। ପ୍ରଧାନମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ ଏପରି ବିଭାଗ ତିଆରି କରି ବିଭାଗୀୟ ନିଯୁକ୍ତ କରିଛନ୍ତି ଯାହାଦ୍ୱାରା ସେମାନଙ୍କର କାର୍ଯ୍ୟ ସୁରୁଖୁରୁରେ ହୋଇଥାଏ। ସେହିପରି, ଈଶ୍ୱର, ଦେବତାମାନଙ୍କ ମଧ୍ୟରେ କାର୍ଯ୍ୟଗୁଡ଼ିକୁ ବାଣ୍ଟି ଦେଇଛନ୍ତି, ତେଣୁ ଆମକୁ ସେହି କାର୍ଯ୍ୟଗୁଡ଼ିକ ପାଇଁ ଏହି ଦେବତାମାନଙ୍କୁ ପୂଜା କରିବାକୁ ପଡିବ। ଯେପରି ବର୍ଷାର କାର୍ଯ୍ୟ ଭଗବାନ ଇନ୍ଦ୍ରଙ୍କୁ ସମର୍ପିତ, ସେହିପରି ପବନର କାର୍ଯ୍ୟ ଭଗବାନ ବାୟୁଙ୍କୁ ସମର୍ପିତ। କିନ୍ତୁ ଏହାର ଅର୍ଥ ନୁହେଁ ଯେ ଏହି ଦେବତାମାନେ ସବୁକିଛି କାରଣ ଯଦି ଜଣେ ପୋଲିସ ଅଧିକାରୀ ଜଣେ ଚୋରକୁ ଧରିଦିଏ, ତେବେ ଆମେ ତାଙ୍କୁ ପ୍ରଧାନମନ୍ତ୍ରୀ କରିଦେଇ ପାରିବା ନାହିଁ।
ଦେବତାଙ୍କୁ ସବୁକିଛି ଭାବରେ ମାନିବା ଏକ ଅବୈଧିକ କାର୍ଯ୍ୟ ହେବ।
ଅହଂ(ମ୍) ହି ସର୍ବୟଜ୍ଞାନାଂ(ମ୍), ଭୋକ୍ତା ଚ ପ୍ରଭୁରେବ ଚ
ନ ତୁ ମାମଭିଜାନନ୍ତି, ତତ୍ତ୍ୱେନାତଶ୍ଚ୍ୟବନ୍ତି ତେ॥24॥
କାରଣ ମୁଁ ହିଁ ସମସ୍ତ ଯଜ୍ଞର ଭୋକ୍ତା ଓ ସ୍ବାମୀ, କିନ୍ତୁ ସେମାନେ ମୋତେ ତତ୍ତ୍ବତଃ ଜାଣନ୍ତି ନାହିଁ, ତେଣୁ ସେମାନଙ୍କର ପତନ ହୁଏ।
ବିବେଚନ :
ଯେଉଁମାନେ ଦେବତାମାନଙ୍କୁ ପୂଜା କରନ୍ତି, ସେମାନେ ସ୍ୱର୍ଗକୁ ଯିବେ ଏବଂ ପୁଣି ସେମାନଙ୍କୁ ମୃତ୍ଯୁ ଲୋକ ବା ନଶ୍ୱର ଜଗତକୁ ଫେରିଆସିବାକୁ ହେବ।
ଯେଉଁମାନେ ଦେବତାମାନଙ୍କୁ ପୂଜା କରନ୍ତି, ସେମାନେ ସ୍ୱର୍ଗକୁ ଯିବେ ଏବଂ ପୁଣି ସେମାନଙ୍କୁ ମୃତ୍ଯୁ ଲୋକ ବା ନଶ୍ୱର ଜଗତକୁ ଫେରିଆସିବାକୁ ହେବ।
ୟାନ୍ତି ଦେବବ୍ରତା ଦେବାନ୍, ପିତୃ୍ୃନ୍ୟାନ୍ତି ପିତୃବ୍ରତ
ଭୂତାନି ୟାନ୍ତି ଭୂତେଜ୍ୟା, ୟାନ୍ତି ମଦ୍ୟାଜିନୋଽପି ମାମ୍॥25॥
( ସକାମଭାବରେ ) ଦେବଗଣଙ୍କୁ ପୂଜା କରୁଥିବା ଲୋକେ ( ଦେହତ୍ୟାଗ କରିବାପରେ ) ଦେବତାମାନଙ୍କୁ ପ୍ରାପ୍ତ ହୁଅନ୍ତି । ପିତୃପୁରୁଷଙ୍କର ଉପାସକ ପିତୃପୁରୁଷଙ୍କୁ ପ୍ରାପ୍ତ ହୁଅନ୍ତି । ଭୂତ-ପ୍ରେତଙ୍କର ଉପାସକ ଭୂତ-ପ୍ରେତଙ୍କୁ ପ୍ରାପ୍ତ ହୁଅନ୍ତି । କିନ୍ତୁ ମୋର ଉପାସକ ମୋତେ ହିଁ ପ୍ରାପ୍ତ ହୁଅନ୍ତି ।
ବିବେଚନ :
ହେ ଅର୍ଜୁନ, ଯେଉଁମାନେ ଜୀବନସାରା ସକାମ ଭାବ ରଖି ଦେବତାମାନଙ୍କୁ ପୂଜା କରନ୍ତି, ସେମାନେ ମୃତ୍ୟୁ ପରେ ସ୍ୱର୍ଗ ପ୍ରାପ୍ତି କରିବେ।
ଯେଉଁମାନେ ପୂର୍ବପୁରୁଷଙ୍କୁ ପୂଜା କରନ୍ତି, ସେମାନେ ପିତୃଲୋକକୁ ପ୍ରାପ୍ତ ହୁଅନ୍ତି। ଯେତେବେଳେ ଘରେ କୌଣସି ଶୁଭ ଅବସର ଆସେ, ସେତେବେଳେ ପୂର୍ବପୁରୁଷଙ୍କ ସ୍ମୃତିରେ ପୂଜା ହେବା ଉଚିତ। କିଛି ଲୋକ ସେମାନଙ୍କ ପୂର୍ବପୁରୁଷଙ୍କୁ ସବୁକିଛି ବୋଲି ମାନି ସର୍ବଦା ପୂଜା କରନ୍ତି। ଏପରି ଲୋକମାନେ ଶେଷରେ ସେମାନଙ୍କର ପୂର୍ବପୁରୁଷଙ୍କୁ ପ୍ରାପ୍ତ ହୁଅନ୍ତି।
କିଛି ଲୋକ ଶ୍ମଶାନରେ ବସି ତାନ୍ତ୍ରିକ ପୂଜା କରନ୍ତି ଏବଂ ଭୂତଙ୍କର ପୂଜା କରନ୍ତି। ଏହି ମନୁଷ୍ୟମାନେ ମୃତ୍ୟୁ ପରେ ଭୂତଙ୍କୁ ହିଁ ପ୍ରାପ୍ତ ହୁଅନ୍ତି।
ଶେଷରେ ହେ ଅର୍ଜୁନ! ଯିଏ ମୋତେ ପୂଜା କରେ, ସେ କେବଳ ମୋତେ ପ୍ରାପ୍ତ ହୁଏ, ମୋକ୍ଷ ପ୍ରାପ୍ତ ହୁଏ ଏବଂ ପୁନର୍ଜନ୍ମ ଲାଭ କରେ ନାହିଁ। ମୋକ୍ଷ ପ୍ରାପ୍ତି ପାଇଁ, ଦେବତା, ପୂର୍ବପୁରୁଷ, ଭୂତ ଇତ୍ୟାଦିଙ୍କ ପୂଜା କୌଣସି ଲାଭଦାୟକ ନୁହେଁ। ଏଥିପାଇଁ, କେବଳ ପରମ ବ୍ରହ୍ମଙ୍କ ପୂଜା ସହାୟକ ହେବ। ତେଣୁ, ଦେବତାମାନଙ୍କର ପୂଜା ମିଳିତ ଭାବରେ କରାଯିବା ଉଚିତ।
ଭଗବାନ ଆଦି ଶଙ୍କରାଚାର୍ଯ୍ୟ ପଞ୍ଚାୟତନ ଦେବତାଙ୍କ ପୂଜା ପଦ୍ଧତି ବ୍ୟାଖ୍ୟା କରିଛନ୍ତି। ଜଣେ ଗୃହସ୍ଥ ପ୍ରତିଦିନ ଏହି ପଞ୍ଚାୟତନ ପୂଜା କରିବା ଉଚିତ। ଆମ ମନ୍ଦିରରେ ଅତି କମରେ ଭଗବାନ ବିଷ୍ଣୁଙ୍କର ଗୋଟିଏ ରୂପ, ଭଗବାନ ଶିବଙ୍କର ଗୋଟିଏ ରୂପ, କୌଣସି ଦେବୀ ମାତାଙ୍କ ଗୋଟିଏ ରୂପ, ଭଗବାନ ଗଣେଶଙ୍କ ଗୋଟିଏ ରୂପ ରହିବା ଉଚିତ ଏବଂ ଆମେ ପ୍ରତିଦିନ ସୂର୍ଯ୍ୟଙ୍କୁ ପୂଜା କରିବା ସହ ତାଙ୍କୁ ଜଳ ଅର୍ପଣ କରିବା ଉଚିତ। ଅତି କମ୍ରେ ଏହି ଚାରୋଟି ରୂପ ପ୍ରତ୍ୟେକ ମନ୍ଦିରରେ ଉପସ୍ଥିତ ରହିବା ଉଚିତ। ଏବେ, ଏମାନଙ୍କ ମଧ୍ୟରୁ, ତୁମର ଇଷ୍ଟ ଦେବତାଙ୍କୁ ମଧ୍ୟ ଭାଗରେ ପରମ ବ୍ରହ୍ମଙ୍କ ରୂପରେ ସ୍ଥାପନ କରିବା ଉଚିତ ଏବଂ ଅନ୍ୟାନ୍ୟ ରୂପଗୁଡିକ ତାଙ୍କ ଚାରିପାଖରେ ସ୍ଥାପନ କରିବା ଉଚିତ। ଯଦି ତୁମେ ମଝିରେ ଶ୍ରୀ ଗଣେଶଙ୍କୁ ସ୍ଥାପନ କର, ତେବେ ସେ ମଧ୍ୟ ଦେବତା ହେବେ ନାହିଁ ବରଂ ପରମ ବ୍ରହ୍ମ ହୋଇଯିବେ। ତୁମେ ମଝିରେ ଯେଉଁ ରୂପ ସ୍ଥାପନ କରିବ, ତାହା ପରମ ବ୍ରହ୍ମଙ୍କ ରୂପେ ପୂଜିତ ହେବେ।”
ये यथा मां प्रपद्यन्ते तांस्तथैव भजाम्यहम् ।।
ଭଗବାନ କୁହନ୍ତି ଯେ, “ତୁମେ ମୋତେ ଯେଉଁ ରୂପରେ ପୂଜା କରିବାକୁ ଚାହୁଁଛ, ମୁଁ ସେହି ରୂପରେ ତୁମ ପାଇଁ ଉପଲବ୍ଧ ହେବି।”
ଆହୁରି ମଧ୍ୟ, ଶ୍ରୀ ଭଗବାନ ସଗୁଣ ସାକାର ଭକ୍ତି ବିଷୟରେ କହୁଛନ୍ତି ।
ପତ୍ରଂ(ମ୍) ପୁଷ୍ପଂ(ମ୍) ଫଲଂ(ନ୍) ତୋୟଂ(ୟ୍ଁ), ୟୋ ମେ ଭକ୍ତ୍ୟା ପ୍ରୟଚ୍ଛତି।
ତଦହଂ(ମ୍) ଭକ୍ତ୍ୟୁପହୃତମ୍, ଅଶ୍ନାମି ପ୍ରୟତାତ୍ମନଃ ॥9.26॥
ଯେଉଁ ଭକ୍ତ ପତ୍ର,ପୁଷ୍ପ, ଫଳ, ଜଳ ଆଦିକୁ (ଯଥାସାଧ୍ୟ ଓ ଅନାୟାସ ଲବ୍ଧ ବସ୍ତୁକୁ) ପ୍ରେମର ସହିତ ମୋତେ ପ୍ରଦାନ କରେ, ମୋଠାରେ ତଲ୍ଲୀନମନା ଭକ୍ତର ସେହି ପ୍ରେମ ସହକାରେ ପ୍ରଦତ୍ତ ଉପହାରକୁ ମୁଁ ଖାଇଦିଏ ଅର୍ଥାତ୍ ଗ୍ରହଣ କରେ।
ବିବେଚନ :
ତୃତୀୟ ଦିନ ମଧ୍ୟ ସବୁ ଦିନ ଭଳି ବହୁତ କଷ୍ଟରେ ବିଧିବିଧାନ ସରିଲା। ସେ ତିନି ଦିନ ହେଲା ମୁନ୍ଦେ ଜଳ ସୁଦ୍ଧା ସ୍ପର୍ଶ କରିନଥିଲା ଏବଂ ସେ ଭଗବାନଙ୍କୁ କହିଲା ଆଚ୍ଛା ମୁଁ ଜାଣି ପାରୁଛି ତୁମେ ତାହେଲେ ମୋ ହାତରୁ ଖାଦ୍ୟ ଗ୍ରହଣ କରିବ ନାହିଁ କାହିଁକି ନା ମୁ ପଣ୍ଡିତ ନୁହେଁ ବୋଲି। କିନ୍ତୁ ମୁଁ ଶୁଣିଛି ଯେ ଭଗବାନଙ୍କ ଘରେ ସମସ୍ତେ ସମାନ ବୋଲି । ପରନ୍ତୁ ମୁଁ ଜାଟ୍ ଅଟେ ତେଣୁ ଆପଣ ତିନି ଦିନ ହେଲା ଭୋକରେ ଅଛନ୍ତି। ଆପଣ ଜିଦ୍ ଧରି ବସିଛନ୍ତି କି ମୁଁ ଖାଦ୍ୟ ଖାଇବି ନାହିଁ। ଯଦି ଏହି ଶରୀର ସ୍ପର୍ଶ କରିଥିବା ଖାଦ୍ୟ ତୁମେ ଗ୍ରହଣ କରୁନାହଁ ତେବେ ଏହି ଶରୀର ମୋ ପାଖରେ ରହି ଲାଭ କଣ? କି ଲାଭ ଅଛି ଏହି ଶରୀରର, ଯେଉଁ ଘରେ ଭଗବାନ ଅଛନ୍ତି ଏବଂ ସେ ଆଦୌ ଖାଦ୍ୟ ଖାଉ ନାହାଁନ୍ତି। ଭାବବିହ୍ବଳ ହୋଇ ନିଜର ମୁଣ୍ଡକୁ ଠାକୁରଙ୍କ ପଥର ଉପରେ ବାଡ଼େଇବାକୁ ଲାଗିଲା ଏବଂ କହିଲା ଯଦି ଆପଣ ଆଜି ମୋ ହାତରୁ କିଛି ଖାଦ୍ୟ ଗ୍ରହଣ କରିବେ ନାହିଁ ତା’ହେଲେ ଏଠି ମୁଁ ମୁଣ୍ଡ ବାଡ଼େଇ ବାଡ଼େଇ ନିଜର ପ୍ରାଣତ୍ୟାଗ କରିଦେବି। ଏତିକି କହି ସେ ପୁଣି ଥରେ ନିଜ ମୁଣ୍ଡକୁ ପଥରରେ ବାଡେଇବାକୁ ଲାଗିଲା। ତା ମୁଣ୍ଡରୁ ରକ୍ତ ବହିବାକୁ ଲାଗିଲା ଏବଂ ତାକୁ କଷ୍ଟ ହେବାକୁ ଲାଗିଲା ଏବଂ ସେ ତୃତୀୟଥର ପାଇଁ ଯେମିତି ମଥା ବାଡେଇଛି ଠିକ୍ ସେମିତି ଭଗବାନ ସାକ୍ଷାତ ପ୍ରକଟ ହେଲେ। ଭଗବାନ ତା ମୁଣ୍ଡକୁ ସ୍ପର୍ଶ କଲେ ଏବଂ ତାର କଷ୍ଟସବୁ ତୁରନ୍ତ କ୍ଷୀଣ ହୋଇଗଲା । ସେ ଭଗବାନଙ୍କୁ ପ୍ରଶ୍ନ କଲା କି ଭଗବାନ ଆପଣ ତିନି ଦିନ କାହିଁକି ପ୍ରସାଦ ଗ୍ରହଣ କଲେନାହିଁ ଏବଂ ଏତେ ଦିନ ଧରି ମୋତେ ଅପେକ୍ଷା କରାଇଲେ ? ଆପଣ ଜାଣନ୍ତି, ମୁଁ ତିନି ଦିନ ହେଲାଣି ଭୋକିଲା ଅଛି ? ଧନ୍ନାକୁ ଭଗବାନ ଲକ୍ଷ୍ଯ କରି କହିଲେ ଧନ୍ନା ମୁଁ ଏମିତି ସମସ୍ତଙ୍କୁ ପରୀକ୍ଷା କରିବାକୁ ହିଁ ଆସିଥାଏ, ତୁମେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛ। ଭଗବାନ ସେହି ଥାଳିରେ ଭୋଜନ ଗ୍ରହଣ କଲେ ଏବଂ ସେହି ଥାଳିରୁ ଧନ୍ନାକୁ ମଧ୍ୟ ଭୋଜନ କରାଇଥିଲେ। କୁହାଯାଏ ଯେ ଧନ୍ନାଙ୍କ ଘରେ ଭଗବାନ ସାତଦିନ ରହିଥିଲେ ।
ହେ ଅର୍ଜୁନ ! ମୋର ଭକ୍ତିର ସୁଗମତା ଏପରି ଅଟେ କି, ଭକ୍ତମାନେ ମୋତେ ଯାହା କିଛି ପ୍ରେମ ଭାବରେ ଅର୍ପଣ କରନ୍ତି, ତାହାକୁ ମୁଁ ନିଜେ ପ୍ରକଟ ହୋଇ ସ୍ୱୀକାର କରିଥାଏ। ଶ୍ରୀ ଭଗବାନ କହୁଛନ୍ତି କି ତୁମେ ମୋତେ ଭୋଗ ଅର୍ପଣ କରି ତ ଦେଖ।
ସ୍ମରଣ କରନ୍ତୁ ଦ୍ରୌପଦୀ ଥରେ ଅକ୍ଷୟପାତ୍ରରେ ଗୋଟିଏ ଛୋଟ ପତ୍ର ରଖି ଦେଇଥିଲେ ଏବଂ ଭଗବାନ ଶ୍ରୀକୃଷ୍ଣ ସେହି ପତ୍ରରୁ ଋଷି ଦୁର୍ବାସା ଏବଂ ତାଙ୍କର ଦଶ ସହସ୍ର ଶିଷ୍ୟମାନଙ୍କର ଭୋକ ମେଣ୍ଟାଇଥିଲେ। ଥରେ ଗଜରାଜଙ୍କର ପାଦ ଜଳ ଭିତରେ ଥିବା କୁମ୍ଭୀର ମୁହଁରେ ଥିବାବେଳେ, ଗଜରାଜ ତାଙ୍କ ଶୁଣ୍ଢରେ ଗୋଟିଏ ପଦ୍ମ ଫୁଲ ନେଇ ଭଗବାନ ବିଷ୍ଣୁଙ୍କୁ ଅର୍ପଣ କଲେ ଏବଂ ଭଗବାନ ବିଷ୍ଣୁ ସ୍ୱୟଂ ପ୍ରକଟ ହୋଇ ଗଜରାଜର ପ୍ରାଣ ବଞ୍ଚାଇଥିଲେ।ସଶବରୀର ଅଇଁଠା ବରକୋଳି ଭଗବାନ ଶ୍ରୀରାମ ଅତ୍ୟନ୍ତ ଆଦର ସହକାରେ ଖାଇଥିଲେ।
ଥରେ ବିଦୁରଙ୍କର ପତ୍ନୀ କଦଳୀ ଚୋପାକୁ ଭୋଗ ଲଗାଇଥିଲେ। ଭଗବାନ ଶ୍ରୀକୃଷ୍ଣ ତାହାକୁ ବି ଗ୍ରହଣ କରିଥିଲେ, କାରଣ, ଭଗବାନ ସମସ୍ତଙ୍କ ଦ୍ବାରା ପ୍ରଦତ୍ତ ଭୋଗକୁ ସ୍ବୀକାର କରନ୍ତି। ନନ୍ଦୀ ଦ୍ବାରା ଜଳାର୍ଚନକୁ ମଧ୍ୟ ଈଶ୍ୱର ସ୍ବୀକାର କରନ୍ତି । ପ୍ରେମ, ଭକ୍ତି ଏବଂ ଶ୍ରଦ୍ଧାର ସହିତ ଆମେ ଯାହାବି ଭଗବାନଙ୍କୁ ଅର୍ପଣ କରୁ ତାହା ଭଗବାନ ସ୍ବୀକାର କରନ୍ତି।
ଏଠାରେ ଆଉ ଗୋଟିଏ ଭକ୍ତିର କଥା ଆସୁଅଛି - ପଞ୍ଚଦଶ ଶତାବ୍ଦୀର ଧନ୍ନା ଜାଟ୍ର କଥା । ରାଜସ୍ଥାନର ଟୋଙ୍କ୍ ଜିଲ୍ଲାର ଧୂଆଁକଳା ନାମ ଏକ ଗାଁ ଅଛି। ସେହି ଗାଁରେ ଧନ୍ନା ଜାଟ୍ ନାମରେ ଏକ ଅତ୍ୟନ୍ତ ସରଳ ବ୍ୟକ୍ତି ରହୁଥିଲା। ସମୟ ଆସିଲା, ଭାଇମାନଙ୍କ ମଧ୍ୟରେ ସମ୍ପତ୍ତି ଭାଗବଣ୍ଟା ହେଲା ଏବଂ ଧନ୍ନା, ଯେ ଅତି ସରଳ, ତା ଭାଗରେ ଏକ ଗାଈ ମିଳିଲା। ଏ କଥା ଗାଁର ଜଣେ ଲୋଭୀ ବ୍ରାହ୍ମଣ ଜାଣି, ସରଳ ଧନ୍ନା ପାଖରେ ପହଞ୍ଚିଲେ। ଧନ୍ନା ବ୍ରାହ୍ମଣଙ୍କୁ ଦେଖି ପ୍ରଣାମ କଲା ଓ କହିଲା ପଣ୍ଡିତ ମହାଶୟ ଆସନ୍ତୁ, ଆପଣଙ୍କୁ କିପରି ଆସିବାକୁ ହେଲା ? ବ୍ରାହ୍ମଣ କହିଲେ ମୁଁ ଶୁଣିଲି କଣ ଭାଇମାନଙ୍କ ଭିତରେ ଭାଗବଣ୍ଟା ହୋଇଗଲା ଓ ତୋ ଭାଗରେ ଗାଈଟିଏ ମିଳିଛି। ତୋତେ ଜଣା ନାହିଁ ଆମ ଗାଁ ମନ୍ଦିରରେ ଠାକୁର ପ୍ରତିଦିନ ତୋ ଗାଈର କ୍ଷୀର ଗ୍ରହଣ କରନ୍ତି। ଧନ୍ନା ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇ ବ୍ରାହ୍ମଣଙ୍କୁ ପଚାରିଲା। ପଣ୍ଡିତ ମହାଶୟ ଆପଣ ସତ କହୁଛନ୍ତି ? ଗାଁ ମନ୍ଦିରର ଠାକୁର କଣ ସତରେ ମୋ ଗାଈର କ୍ଷୀର ପିଅନ୍ତି ? ପଣ୍ଡିତ କହିଲେ ତାଙ୍କୁ ଏତେ ପ୍ରିୟ ଯେ ମୁଁ ଅନ୍ୟ ଗାଈର କ୍ଷୀର ଆଣି ଭୋଗରେ ଅର୍ପଣ କଲେ ଠାକୁର ଗ୍ରହଣ କରନ୍ତି ନାହିଁ, ସେ କେବଳ ତୁମ ଗାଈର କ୍ଷୀର ହିଁ ଗ୍ରହଣ କରନ୍ତି। ଧନ୍ନା ଏହାଶୁଣି ବହୁତ ଆଶ୍ଚର୍ଯ୍ୟ ହେଲା ଓ କହିଲା ପଣ୍ଡିତ ମହାଶୟ ଆପଣ ସତ କହୁଛନ୍ତି? ଠାକୁର କେବଳ ମୋ ଗାଈର କ୍ଷୀର ପିଅନ୍ତି ? ମୁଁ ତ ଆଜି ପର୍ଯ୍ୟନ୍ତ କେବେ ମନ୍ଦିର ଯାଇ ନାହିଁ। ବ୍ରାହ୍ମଣ କହିଲେ ମୁଁ ତ ଏଥିପାଇଁ ତୁମ ପାଖକୁ ଆସିଛି, ତୁମ ଭାଗରେ ଗାଈ ମଳିଛି କଣ ତୁମେ ଏବେ କ୍ଷୀର ଦେବ ? ଧନ୍ନା କହିଲା ପଣ୍ଡିତ ମହାଶୟ ଆପଣ ଏ କଣ କହୁଛନ୍ତି ଯଦି ମୋ ଗାଈର କ୍ଷୀର ଠାକୁର ଗ୍ରହଣ କରୁଛନ୍ତି ତେବେ ମୁଁ ପ୍ରତ୍ୟେକ ଦିନ ଆପଣଙ୍କୁ ମୋ ଗାଈର କ୍ଷୀର ଦେବି। ଆପଣଙ୍କୁ ଠାକୁର ଯେତେ କ୍ଷୀର ମାଗିବେ ଆପଣ ସେତିକି କ୍ଷୀର ନେଇ ଯିବେ। ଠାକୁରେ ମୋ ଗାଈର କ୍ଷୀର ଗ୍ରହଣ କରୁଛନ୍ତି ଏହାଠୁଁ ବଡ କଥା ଆଉ କଣ ମୋ ପାଇଁ ହୋଇପାରେ ? ଧନ୍ନା ମନେ ମନେ ଭାରି ଆନନ୍ଦିତ ହେଲା କି ଯାହା ହେଉ ଭଗବାନ ମୋ ଗାଈର କ୍ଷୀର ପିଉଛନ୍ତି। ଏବେ ସେ ପ୍ରତିଦିନ ପଣ୍ଡିତଙ୍କ ପାଇଁ କ୍ଷୀର ନେବାରେ ଲାଗିଲା।
ଚାରି-ଛଅ ମାସ ପରେ ପଣ୍ଡିତଙ୍କୁ କାହାର ବିବାହକାର୍ଯ୍ୟରେ ଯୋଗଦେବା ପାଇଁ ତିନି ଚାରି ଦିନ ଅନ୍ୟ ଗାଁ ଯିବାକୁ ପଡିଲା। ସେ ଧନ୍ନାକୁ ତିନି ଚାରି ଦିନ ଯାଏ କ୍ଷୀର ଦେବାକୁ ମନା କଲେ। ଧନ୍ନା କହିଲା ଆପଣ ତିନି ଚାରିଦିନ ପାଇଁ ଅନ୍ଯ ଗାଁକୁ ଯିବେ ତେବେ ଠାକୁର କଣ ଭୋକ ଉପାସରେ ରହିବେ ? ତା ନିର୍ମଳ ମନରେ ଭାବ ଥିଲା କି ଠାକୁର ମୋ ଗାଈର କ୍ଷୀର ପିଅନ୍ତି। ବ୍ରାହ୍ମଣ ଏକଥା କହିଥିବା ଭୁଲି ଯାଇଥିଲେ। ଧନ୍ନା କହିଲା ଠିକ୍ ଅଛି ଆପଣ ଯାଆନ୍ତୁ କିଛି ଅସୁବିଧା ନାହିଁ ମୁଁ ଠାକୁରଙ୍କୁ ନିଜେ କ୍ଷୀର ପିଆଇ ଦେବା କାମ କରିବି। ପଣ୍ଡିତ କହିଲେ ମନ୍ଦିରର ଗର୍ଭଗୃହକୁ ମୋ ବ୍ୟତୀତ ଅନ୍ୟ କାହାକୁ ପ୍ରବେଶ କରିବା ନିଷେଧ। ଧନ୍ନା କହିଲା ଏପରି ହେଲେ ଠାକୁର ତ ଭୋକିଲା ରହିଯିବେ । ତା’ହାଲେ ଆପଣ ଯାଆନ୍ତୁ ନାହିଁ, ଏପରି କହି ବ୍ରାହ୍ମଣଙ୍କୁ ବିବାହ କାର୍ଯ୍ୟରେ ଯୋଗ ଦେବାକୁ ବାରଣ କଲା।
ବ୍ରାହ୍ମଣ କ୍ଷୀର ଲୋଭ କାରଣରୁ ଧନ୍ନାକୁ କିଛି କହି ପାରୁ ନଥିଲେ। ଧନ୍ନା କହିଲା ଠିକ୍ ଅଛି ଯଦି ମୁଁ ମନ୍ଦିରର ଗର୍ଭଗୃହକୁ ଯାଇ ପାରିବି ନାହିଁ ତେବେ ଆପଣ ଠାକୁରଙ୍କୁ ମୋ ପାଖକୁ ଆଣି ଦିଅନ୍ତୁ। ପ୍ରତ୍ୟେକ ଦିନ ତାଙ୍କୁ କ୍ଷୀର ପିଆଇ ଦେଉଥିବି। ବ୍ରାହ୍ମଣ କହିଲେ ତୁମେ ଠାକୁରଙ୍କୁ ସମ୍ଭାଳି ପାରିବ ? କଣ ତୁମକୁ ନିୟମ ଜଣାଅଛି ? ଧନ୍ନା କହିଲା ଠିକ୍ ଅଛି ତାହାଲେ ଆପଣ ମୋତେ ନିୟମ ଗୁଡିକ ବୁଝାଇ ଦିଅନ୍ତୁ। ବ୍ରାହ୍ମଣ ଧନ୍ନାକୁ ଅନେକ କଷ୍ଟକର ନିୟମ ମାନ କହିଲେ, ଯେଉଁ ନିୟମଗୁଡିକୁ ସେ ନିଜେ ଠିକ୍ ଭାବରେ ପାଳନ କରୁ ନଥିଲେ। ଧନ୍ନା କହିଲା, “ମୁଁ ସବୁ ନିୟମଗୁଡିକ ଠିକ୍ ଠିକ୍ ପାଳନ କରିବି। ଭଗବାନଙ୍କୁ ମଧ୍ୟ ଭୋକିଲା ରହିବାକୁ ଦେବି ନାହିଁ। ଏଥିପାଇଁ ମୋତେ ଯାହା କିଛି କରିବାକୁ ହେଉନା କାହିଁକି ମୁଁ କରିବି।” ଏହାଶୁଣି ପଣ୍ଡିତ ଦ୍ୱନ୍ଦରେ ପଡ଼ିଗଲେ, କହିଲେ ଠିକ୍ ଅଛି । ଠାକୁରଙ୍କୁ ଆଣିବା ପାଇଁ ସେ ମନ୍ଦିରକୁ ଯିବାକୁ ବାହାରିଲେ ଏବଂ ରାସ୍ତାରେ ଯିବା ସମୟରେ ସେ ଦେଖିଲେ ଗୋଟିଏ କଳାପଥର ଏବଂ ସେ କଳା ପଥରକୁ ମନ୍ଦିରକୁ ଆଣି ଏକ ବସ୍ତ୍ରରେ ଘୋଡାଇ ତାକୁ ଫୁଲଚନ୍ଦନରେ ଶୁଶୋଭିତ କରି ଧନ୍ନା ପାଖକୁ ଆଣି କହିଲେ, ଏହା ଶାଳଗ୍ରାମ ଅଟେ ଏବଂ ଏହାଙ୍କୁ ନେଇ ତୁମେ ଏବେ ବିଧି ମତେ ପୂଜା ଅର୍ଚ୍ଚନା ଆରମ୍ଭ କର। ବ୍ରାହ୍ମଣ କହିଲେ ତୁମେ ଏତେ ଅଳି-ଗୁହାରୀ କଲ, ତେଣୁ ମୁଁ ତୁମ ପାଖକୁ ଠାକୁରଙ୍କୁ ଆଣିଛି। ଏବେ ମୋତେ ବଚନ ଦିଅ କି, ଠାକୁରଙ୍କୁ ତୁମେ ନିଜ ହାତରେ ନେବ ଏବଂ ଠିକ୍ ଭାବରେ ସମସ୍ତ ନିୟମ ସହ ତାଙ୍କ ପୂଜା କରିବ। ଧନ୍ନା କହିଲା ଠିକ୍ ଅଛି ମୋତେ ପୁଣି ଥରେ ସେହି ନିୟମ ସବୁ ବତାଇ ଦିଅନ୍ତୁ।
ପଣ୍ଡିତ ମହାଶୟ କହିଲେ ଥରେ ଭାବ ଯେ ସବୁ କିଛି ତୁମେ କରି ପାରିବ। ଧନ୍ନା କହିଲା ହଁ ଗୁରୁଜୀ ଆପଣ ଯେତେ ନିୟମ ମୋତେ କହିଛନ୍ତି ମୁଁ ସବୁ ନିୟମକୁ ଠିକ୍ ଭାବରେ ତୁଲାଇବି। ପଣ୍ଡିତ ମହାଶୟ ଠାକୁର ପ୍ରତିମାକୁ ଧନ୍ନାକୁ ବଢାଇଦେଲେ। ଠାକୁରଙ୍କ ବିଗ୍ରହକୁ ଧନ୍ନା ହାତରେ ଧରିବା କ୍ଷଣି ତା ଆଖିରୁ ଧାରଧାର ହୋଇ ଅଶ୍ରୁ ନିର୍ଗତ ହେଲା। ଧନ୍ନା କହିଲା ଆଜି ପର୍ଯ୍ଯନ୍ତ ମୁଁ କେବେ ମଧ୍ୟ ମନ୍ଦିର ଯାଇ ନାହିଁ, କିନ୍ତୁ ଭଗବାନଙ୍କର ଏ କି ଲୀଳା କି ଆଜି ମୋ ହାତରେ ମୋ ଘରକୁ ଆସିଗଲେ! ଖୁସିରେ ସେ ତା ମାଆଙ୍କ ପାଖକୁ ଯାଇ କହିଲା, ଦେଖ ମାଆ ଆମ ଘରକୁ ଠାକୁର ଆସିଛନ୍ତି। ସେ ତା ମାଆକୁ ସବୁକଥା ବଖାଣିଲା। ଧନ୍ନା ଆନନ୍ଦରେ ନାଚିବାକୁ ଲାଗିଲା। ଗୋଟିଏ ଟେବୁଲ ଉପରେ ଠାକୁରଙ୍କ ବିଗ୍ରହକୁ ପ୍ରତିଷ୍ଠା କରି ତାଙ୍କୁ ଖାଲି ଦେଖିବାକୁ ଲାଗିଲା। ସେ ତମାମ ରାତି ଶୋଇ ମଧ୍ୟ ପାରିନଥିଲା, ଭଗବାନଙ୍କ ସହିତ ବହୁତ କିଛି କଥାବାର୍ତ୍ତା ହେଉଥିଲା। ବଡି ଭୋର୍ରୁ ଉଠି ନିତ୍ୟକର୍ମ ସାରି ଠାକୁରଙ୍କର ସେବା ଆରମ୍ଭ କରିଦେଲା। ସେ ଠାକୁରଙ୍କ ବସ୍ତ୍ର ବାହାର କରି ଦେଖିଲା ଏବଂ ଭାବିଲା ଏତେ ଛୋଟ ଠାକୁର କେମିତି ଗୋଟିଏ ଗଡୁ କ୍ଷୀର ପିଉଛନ୍ତି। ତାପରେ ସେ ବିଗ୍ରହଙ୍କୁ ସ୍ନାନ କରାଇଲା । ତାର ମନେପଡ଼ିଲା ଯେ ବିଗ୍ରହଙ୍କୁ ତିଳକ ଲଗାଯାଏ ଏବଂ ସେ ମାଟିର ତିଳକ କରି ଭଗବାନଙ୍କୁ ଲଗାଇ ଦେଲା । ପୁଷ୍ପ, ଧୂପ, ଦୀପ ଓ ସୁଗନ୍ଧ ଲଗାଇ ଭଗବାନଙ୍କର ପୂଜାର୍ଚ୍ଚନା କରିବାକୁ ଲାଗିଲା ଓ ବାରମ୍ବାର ଆରତୀ କରିବାକୁ ଲାଗିଲା। ମାଆଙ୍କୁ କହିଲା ମୁଁ କ୍ଷୀର ବାହାର କରି ରଖିଦେଇଛି। କେବଳ ଭୋଜନ ଥାଳି ପ୍ରସ୍ତୁତ କରିଦିଅନ୍ତୁ। ମୁଁ ଠାକୁରଙ୍କୁ ଭୋଗ ଲଗାଇବି। ମାଆ ଭୋଜନ ଥାଳି ପ୍ରସ୍ତୁତ କରିଦେଲେ ଏବଂ ଧନ୍ନା ସେହି ଖାଦ୍ୟକୁ ଧରି ଠାକୁରଙ୍କ ପାଖକୁ ଯାଇ ଭୋଗ ଲଗାଇ ତାଙ୍କୁ ଦେଖିବାକୁ ଲାରିଲା।
ସକାଳୁ ଉଠି ଚାରି ପାଞ୍ଚଟି ରୁଟି ଖାଇବାର ଅଭ୍ୟାସ ତା'ର ଥିଲା କିନ୍ତୁ ଆଜି ସେ ନିଜେ ଆଠରୁ ନଅ ବାଜିବା ଯାଏ ଠାକୁରଙ୍କ ପାଇଁ ଉପବାସରେ ଥିଲା, ତାକୁ ଲାଗିଲା କି ଠାକୁର ଏବେ ଖାଦ୍ୟ ଖାଇବା ଆରମ୍ଭ କରିବେ ଏବଂ କ୍ଷୀର ପାନ କରିବେ। ମନେ ମନେ କହୁଥାଏ ଯେ ଭଗବାନ ଆପଣ ଖାଦ୍ୟ ଗ୍ରହଣ କରି ଦିଅନ୍ତୁ ଏବଂ କ୍ଷୀର ପାନ ମଧ୍ୟ କରି ଦିଅନ୍ତୁ। ଏମିତି କିଛି ସମୟ ଗଲାପରେ ତାକୁ ହଠାତ୍ ମନେ ପଡ଼ିଲା କି ଆରେ ପଣ୍ଡିତ ମୋତେ କହିଥିଲେ କି ଭଗବାନଙ୍କୁ ଖାଦ୍ୟ ବା ଭୋଗ ଲଗେଇବା ସମୟରେ ମୋତେ ପରଦା ଲଗାଇବାକୁ ପଡ଼ିବ ଏବଂ ସେ ହଠାତ୍ ତାଙ୍କ ମାଆଙ୍କ ଶାଢ଼ୀ ଆଣି ପରଦା ଲଗେଇ ଦେଲା। ପଣ୍ଡିତ କହିଥିଲେ କି ଭଗବାନଙ୍କୁ ଯେଉଁ ସମୟରେ ଭୋଗ ଲଗାଯାଏ ସେହି ସମୟରେ ଭଗବାନଙ୍କୁ ଦେଖିବା ଉଚିତ ନୁହେଁ। ସେ କହିଲା, ହେ ଠାକୁର ମହାପ୍ରଭୁ! ମୁଁ ଏବେ ଆପଣଙ୍କୁ ଦେଖିୁ ନାହିଁ ଆପଣ ଭୋଜନ କରି ନିଅନ୍ତୁ।
ବହୁତ ସମୟ ବିତିଯିବାରୁ ମା ପଚାରିଲେ କଣ ହେଲା ? ଏତିକି ସମୟ ମଧ୍ଯରେ ତୁ ନିଜେ ଦୁଇ ତିନିଥର ରୁଟି ଖାଇ ଥାଉ, ଆଜି ଏ ପର୍ଯ୍ୟନ୍ତ ତୁ କିଛି ଖାଇ ନାହୁଁ । ଧନ୍ନା କହିଲା ମା ମୁଁ ତ ଭୋଗ ଲଗେଇ ଦେଇଛି କିନ୍ତୁ ଭଗବାନ ଏପର୍ଯ୍ୟନ୍ତ ଖାଇ ନାହାଁନ୍ତି। ମାଆ କହିଲେ ଠିକ୍ ଅଛି ଭୋଗ ଲାଗି ସାରିଯାଇଛି, ସେ ଏମିତି ଖାଇବେ ନାହିଁ। ମାଁ ଆପଣଙ୍କୁ କିଛି ଜଣା ନାହିଁ କାହିଁକି ନା ଆପଣ ମଧ୍ୟ କେବେ ବି ମନ୍ଦିର ଯାଇନାହାନ୍ତି। ପୁଣି ତାଙ୍କ ମାଆ କହିଲେ ଆରେ ପୁଅ ଭଗବାନଙ୍କୁ କେବଳ ଭୋଗର ଥାଳି ତାଙ୍କ ସାମ୍ନାରେ ଦେଖାଯାଏ ସେ କେବେ ଖାଆନ୍ତି ନାହିଁ। ଧନ୍ନା କହିଲେ ମା ଆପଣଙ୍କୁ କିଛି ଜଣାନାହିଁ, ଭଗବାନ ନିଶ୍ଚିତ ଭୋଗ ଖାଇବେ। କାହିଁକି ନା ବ୍ରାହ୍ମଣ ମୋତେ କହିଥିଲେ କି ଠାକୁର କେବଳ ମୋର ଗାଈର କ୍ଷୀର ହିଁ ଗ୍ରହଣ କରନ୍ତି । ତାଙ୍କ ମାଆ ବୁଝି ସାରିଥିଲେ କିନ୍ତୁ ଧନ୍ନାର ଭକ୍ତି ଓ ଶ୍ରଦ୍ଧା ଦେଖି ସେ କିଛି ଆଉ କହି ପାରିଲେ ନାହିଁ। ସେ କହିଲେ ଠିକ ଅଛି କିଛି କଥା ନାହିଁ କିନ୍ତୁ ତୁ ଏବେ ଆସି ଖାଦ୍ୟ ଖାଇ ଦେ। ଧନ୍ନା କହିଲା ମା ଠାକୁର ଏପର୍ଯ୍ୟନ୍ତ କିଛି ଖାଦ୍ୟ ଖାଇ ନାହାନ୍ତି, ମୁଁ କିପରି ଖାଇବି ? ଧନ୍ନା ଭଗବାନଙ୍କୁ ବହୁତ ଅନୁରୋଧ କଲା କିନ୍ତୁ ଭଗବାନ ଖାଦ୍ୟ ଖାଇଲେ ନାହିଁ। ସକାଳରୁ ସନ୍ଧ୍ୟା ହୋଇଗଲା, ତାଙ୍କ ମାଆ ଅନ୍ୟ ଏକ ଭୋଜନ ଥାଳି ଧରି ଆସିଲେ ଏବଂ ସେ ସକାଳେ ଲଗାଇଥିବା ଥାଳିକୁ ସାମ୍ନାରୁ ହଟେଇ ନୂତନ ଥାଳିକୁ ରଖିଲେ। ସେ ପୁଣି ଥରେ ପ୍ରାର୍ଥନା କରିବାକୁ ଲାଗିଲା ଓ ଭାବିଲା ଆଜି ବୋଧେ ଠାକୁରଙ୍କୁ ଭୋକ ନାହିଁ। ଧନ୍ନା ଅପେକ୍ଷା କଲା ଓ କିଛି ସମୟ ପରେ ଧନ୍ନାକୁ ନିଦ ଆସିଗଲା। ତା ଜୀବନରେ ଏହା ପ୍ରଥମ ଘଟଣା ଥିଲା କି ସେ କିଛି ଖାଦ୍ୟ ଗ୍ରହଣ ନକରି ଦିନ ସାରା ଉପବାସ ରହିଗଲା।
ପରଦିନ ପୁଣି ସକାଳ ପାଞ୍ଚଟାରୁ ଉଠି କୂଅରେ ସ୍ନାନ କରିବା ପରେ ଗୋଟିଏ ବାଲତି ପାଣି ଠାକୁରଙ୍କ ପାଇଁ ଆଣିଲା । ଠାକୁରଙ୍କ ମଖମଲ ବସ୍ତ୍ରକୁ ହଟାଇ ଧନ୍ନାକୁ ଯାହା ଯେମିତି ଆସିଲା ସେ ସେମିତି ଠାକୁରଙ୍କୁ ସ୍ନାନ କରାଇଲା। ତାଙ୍କୁ ତିଳକର ଅର୍ଥ କିଛି ଜଣା ନଥିଲା ବୋଲି ସେ ମାଟିର ତିଳକ ଲଗାଇ ଏବଂ ଫୁଲ, ଦୀପ, ଧୂପ ଓ ଚନ୍ଦନ ଦେଇ ପୂଜା ଅର୍ଚ୍ଚନା କରି ତାଙ୍କ ମାଆଙ୍କୁ କହିଲା କି ଏବେ ପ୍ରସାଦ ଥାଳି ଆଣନ୍ତୁ ଠାକୁରଙ୍କୁ ଭୋଗ ଲଗେଇବାର ଅଛି। ତାଙ୍କ ମାଆ କହିଲେ ରାତିରେ ଯେଉଁ ଥାଳି ମୁଁ ଦେଇଥିଲି ସେହି ଥାଳି କୁଆଡେ଼ ଗଲା ମୋତେ ଆଣି ଦେ। ମା କହିଲେ ଆରେ ତୁ ବି ରାତିରେ କିଛି ଖାଇ ନଥିଲୁ ଏହା ଶୁଣି ଧନ୍ନା ଦୁଃଖିତ ହେଲା। ଧନ୍ନା ପ୍ରସାଦ ଥାଳି ନେଇ ଠାକୁରଙ୍କ ପାଖକୁ ଯାଇ ବସି ପଡ଼ିଲା । ସେ ବହୁତ ଦୁଃଖିତ ଥିଲା କାରଣ ଭଗବାନ କିଛି ଖାଦ୍ୟ ଖାଉ ନାହାଁନ୍ତି । ତାଙ୍କ ମାଆ ଧନ୍ନାଙ୍କୁ କହିଲେ ଆରେ ପୁଅ ତୁ କିଛି ଖାଇଦେ କିନ୍ତୁ ଧନ୍ନା କହିଲା, ମା ଯେପର୍ଯ୍ୟନ୍ତ ଭଗବାନ କିଛି ଗ୍ରହଣ କରିନାହାନ୍ତି ସେ ପର୍ଯ୍ୟନ୍ତ ମୁଁ ମଧ୍ୟ କିଛି ଖାଦ୍ୟ ଖାଇବି ନାହିଁ। ସନ୍ଧ୍ୟାରେ ଭୋଗ ଲଗାଇବା ପାଇଁ କ୍ଷୀର ଧରି ଆସିଲା, ରାତିରେ ପୁଣି ଭୋଗ ଲଗାଇବା ପାଇଁ ଭୋଗ ଥାଳି ଧରି ଆସିଲା। ଚବିଶି ଘଣ୍ଟାରୁ ଉର୍ଦ୍ଧ୍ବ ହୋଇଯାଇଥିଲା ଧନ୍ନା କିଛି ଖାଦ୍ୟ ଖାଇନଥିଲା କି ବୁନ୍ଦାଏ ଜଳ ମଧ୍ୟ ଗ୍ରହଣ କରିନଥିଲା। ମାଆଙ୍କୁ ଆଦୌ ଭଲ ଲାଗିଲା ନାହିଁ କାହିଁକି ନା ଯେଉଁ ବ୍ୟକ୍ତି ଗୋଟିଏ ଘଣ୍ଟା ମଧ୍ୟ ଉପବାସ କରି ପାରେ ନାହିଁ ସେ ଆଜି ଚବିଶି ଘଣ୍ଟାରୁ ଉର୍ଦ୍ଧ୍ବ ଉପବାସ କରିସାରିଲାଣି । ସେ ଠାକୁରଙ୍କୁ ଅନେକବାର କହିଲା କିନ୍ତୁ ଠାକୁର କୌଣସି ପ୍ରକାରର ହେଲେ ମଧ୍ୟ ଭୋଗକୁ ଗ୍ରହଣ କଲେ ନାହିଁ। ଧନ୍ନାକୁ ଭୋକ ମଧ୍ୟ ଲାଗୁଥିଲା, କଷ୍ଟ ମଧ୍ୟ ହେଉଥିଲା ଏବଂ ସେ ରାତିରେ ଶୋଇ ନଥିଲା। ସେ ଠାକୁରଙ୍କୁ ଚାହିଁ କାନ୍ଦିବାକୁ ଲାଗିଲା। ହେ ଭଗବାନ ଆପଣ ମୋ ଘରେ ଉପବାସରେ ରହୁଛନ୍ତି। ଆପଣ କିଛି ତ ଖାଦ୍ଯ ଗ୍ରହଣ କରି ନିଅନ୍ତୁ କିମ୍ବା କ୍ଷୀର ପିଇ ଦିଅନ୍ତୁ। ସେ ଭାବିଲା କି ମୁଁ ଜାଟ୍ ଜାତିର ଅଟେ, ତେଣୁ ଭଗବାନ ମୋ ଘରେ ଅନ୍ନ ଗ୍ରହଣ କରୁନାହାନ୍ତି। ଏଥର ସେ କାନ୍ଦିବାକୁ ଲାଗିଲା ଏବଂ କାନ୍ଦି କାନ୍ଦି ସେଇଠି ଶୋଇ ପଡ଼ିଲା। ସକାଳ ହେଲା ପରେ ଚାଲିବା ପାଇଁ ସେ ନିଜକୁ ସକ୍ଷମ ମନେ କରୁନଥିଲା, ତଥାପି ବହୁତ୍ କଷ୍ଟରେ ଉଠି ନିଜେ ସ୍ନାନ ସାରି ଭଗବାନଙ୍କୁ ମଧ୍ୟ ସ୍ନାନ କରାଇଲା। କ୍ଷୀର ଆଣିବା ପାଇଁ ଚାଲିଗଲା। ତାଙ୍କ ମାଆ ଭୋଗ ପାଇଁ ଭୋଜନ ପ୍ରସ୍ତୁତ କଲେ ଏବଂ ସେ ଭୋଗ ଲଗାଇବା ପାଇଁ ପରଦା ଢାଙ୍କି ସେ ଆପେକ୍ଷା କରିବାକୁ ଲାଗିଲା। ସମ୍ପୂର୍ଣ୍ଣ ଦିବସ ଭଗବାନଙ୍କୁ ବୁଝାଇ ଏବଂ ଭଗବାନଙ୍କ ସହିତ କଥା ହୋଇ ହୋଇ ତାର ଦିନ ଗଡ଼ିଗଲା। ତାଙ୍କ ମାଆ ବହୁତ ବୁଝାଇବା ପାଇଁ ଚେଷ୍ଟା କଲେ କିନ୍ତୁ ସେ ବୁଝିବା ପାଇଁ ନାରାଜ୍ ଏବଂ ଭଗବାନଙ୍କ ସମ୍ମୁଖରେ କାନ୍ଦି କାନ୍ଦି ସେଇଠି ହିଁ ସେ ଶୋଇପଡ଼ିଲା। ପୁଣି ପରଦିନ ନିଜେ ବହୁତ କଷ୍ଟରେ ଉଠି ସ୍ନାନ କରିବା ପାଇଁ କୂଅରୁ ଜଳ ବାହାର କରିବା ବେଳେ ତା ପାଖରେ ତିଳେ ମାତ୍ର ଶକ୍ତି ନଥିଲା।
ସେ ବାଲ୍ଟିଏ ପାଣି କାଢିବା ପାଇଁ ମଧ୍ୟ ସେ ଅସମର୍ଥ ଥିଲା। ଯାହା କିଛି ପାଣି ସେ ବାହାର କରି ପାରିଲା ସେଇ ଟିକିଏ ପାଣିରେ ନିଜେ ସ୍ନାନ କରି ଯାହା ବଳକି ପଡିଲା ସେହି ଜଳକୁ ନେଇ ଭଗବାନଙ୍କୁ ସ୍ନାନ କରାଇଲା। ସ୍ନାନ ସାରି ଠିକ୍ ପ୍ରତ୍ୟେକ ଦିନ ଭଳି ପୂଜାପାଠ କଲା ଏବଂ ଭୋଗ ଲଗାଇ ସାମ୍ନାରେ ବସି ପଡିଲା। ଗାଈର କ୍ଷୀର ମଧ୍ୟ ବହୁତ କଷ୍ଟରେ ସେ ବାହାର କରିଥିଲା। ତାର ମାଆ ତାର ଚେହେରା ଦେଖି କାନ୍ଦିବାକୁ ଲାଗିଲେ ଏବଂ କହିଲେ ଆରେ ପୁଅ ତୁ କିଛି ଖାଇଦେ କିନ୍ତୁ ସେ କହିଲା ନାଁ, ଯେପର୍ଯ୍ୟନ୍ତ ଭଗବାନ କିଛି ଖାଦ୍ୟ ଗ୍ରହଣ କରିନାହାଁନ୍ତି, ମୁଁ ମରିଯିବି ପଛେ ଦାନାଟିଏ ଖାଦ୍ୟ ବି ଖାଇବି ନାହିଁ। ତାର ହୃଦୟର ଭାବକୁ ଦେଖି ମାଙ୍କୁ ଭଲ ଲାଗୁଥିଲେ ବି ଧନ୍ନାର ଦେହର ଅବସ୍ଥା ଦେଖି ସେ କାନ୍ଦିବାକୁ ଲାଗିଲେ।
ତୃତୀୟ ଦିନ ମଧ୍ୟ ସବୁ ଦିନ ଭଳି ବହୁତ କଷ୍ଟରେ ବିଧିବିଧାନ ସରିଲା। ସେ ତିନି ଦିନ ହେଲା ମୁନ୍ଦେ ଜଳ ସୁଦ୍ଧା ସ୍ପର୍ଶ କରିନଥିଲା ଏବଂ ସେ ଭଗବାନଙ୍କୁ କହିଲା ଆଚ୍ଛା ମୁଁ ଜାଣି ପାରୁଛି ତୁମେ ତାହେଲେ ମୋ ହାତରୁ ଖାଦ୍ୟ ଗ୍ରହଣ କରିବ ନାହିଁ କାହିଁକି ନା ମୁ ପଣ୍ଡିତ ନୁହେଁ ବୋଲି। କିନ୍ତୁ ମୁଁ ଶୁଣିଛି ଯେ ଭଗବାନଙ୍କ ଘରେ ସମସ୍ତେ ସମାନ ବୋଲି । ପରନ୍ତୁ ମୁଁ ଜାଟ୍ ଅଟେ ତେଣୁ ଆପଣ ତିନି ଦିନ ହେଲା ଭୋକରେ ଅଛନ୍ତି। ଆପଣ ଜିଦ୍ ଧରି ବସିଛନ୍ତି କି ମୁଁ ଖାଦ୍ୟ ଖାଇବି ନାହିଁ। ଯଦି ଏହି ଶରୀର ସ୍ପର୍ଶ କରିଥିବା ଖାଦ୍ୟ ତୁମେ ଗ୍ରହଣ କରୁନାହଁ ତେବେ ଏହି ଶରୀର ମୋ ପାଖରେ ରହି ଲାଭ କଣ? କି ଲାଭ ଅଛି ଏହି ଶରୀରର, ଯେଉଁ ଘରେ ଭଗବାନ ଅଛନ୍ତି ଏବଂ ସେ ଆଦୌ ଖାଦ୍ୟ ଖାଉ ନାହାଁନ୍ତି। ଭାବବିହ୍ବଳ ହୋଇ ନିଜର ମୁଣ୍ଡକୁ ଠାକୁରଙ୍କ ପଥର ଉପରେ ବାଡ଼େଇବାକୁ ଲାଗିଲା ଏବଂ କହିଲା ଯଦି ଆପଣ ଆଜି ମୋ ହାତରୁ କିଛି ଖାଦ୍ୟ ଗ୍ରହଣ କରିବେ ନାହିଁ ତା’ହେଲେ ଏଠି ମୁଁ ମୁଣ୍ଡ ବାଡ଼େଇ ବାଡ଼େଇ ନିଜର ପ୍ରାଣତ୍ୟାଗ କରିଦେବି। ଏତିକି କହି ସେ ପୁଣି ଥରେ ନିଜ ମୁଣ୍ଡକୁ ପଥରରେ ବାଡେଇବାକୁ ଲାଗିଲା। ତା ମୁଣ୍ଡରୁ ରକ୍ତ ବହିବାକୁ ଲାଗିଲା ଏବଂ ତାକୁ କଷ୍ଟ ହେବାକୁ ଲାଗିଲା ଏବଂ ସେ ତୃତୀୟଥର ପାଇଁ ଯେମିତି ମଥା ବାଡେଇଛି ଠିକ୍ ସେମିତି ଭଗବାନ ସାକ୍ଷାତ ପ୍ରକଟ ହେଲେ। ଭଗବାନ ତା ମୁଣ୍ଡକୁ ସ୍ପର୍ଶ କଲେ ଏବଂ ତାର କଷ୍ଟସବୁ ତୁରନ୍ତ କ୍ଷୀଣ ହୋଇଗଲା । ସେ ଭଗବାନଙ୍କୁ ପ୍ରଶ୍ନ କଲା କି ଭଗବାନ ଆପଣ ତିନି ଦିନ କାହିଁକି ପ୍ରସାଦ ଗ୍ରହଣ କଲେନାହିଁ ଏବଂ ଏତେ ଦିନ ଧରି ମୋତେ ଅପେକ୍ଷା କରାଇଲେ ? ଆପଣ ଜାଣନ୍ତି, ମୁଁ ତିନି ଦିନ ହେଲାଣି ଭୋକିଲା ଅଛି ? ଧନ୍ନାକୁ ଭଗବାନ ଲକ୍ଷ୍ଯ କରି କହିଲେ ଧନ୍ନା ମୁଁ ଏମିତି ସମସ୍ତଙ୍କୁ ପରୀକ୍ଷା କରିବାକୁ ହିଁ ଆସିଥାଏ, ତୁମେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛ। ଭଗବାନ ସେହି ଥାଳିରେ ଭୋଜନ ଗ୍ରହଣ କଲେ ଏବଂ ସେହି ଥାଳିରୁ ଧନ୍ନାକୁ ମଧ୍ୟ ଭୋଜନ କରାଇଥିଲେ। କୁହାଯାଏ ଯେ ଧନ୍ନାଙ୍କ ଘରେ ଭଗବାନ ସାତଦିନ ରହିଥିଲେ ।
ସାତଦିନ ପରେ ବ୍ରାହ୍ମଣ ଗାଁକୁ ଫେରି ଆସିଲେ ଏବଂ ସେ ଯେମିତି ଏସବୁ ବିଷୟରେ ଜାଣିବାକୁ ପାଇଲେ ସେ ମଧ୍ୟ କାନ୍ଦିବାକୁ ଲାଗିଲେ ଏବଂ ଧନ୍ନାକୁ କହିଲେ କି ମୋର ବ୍ରାହ୍ମଣ ଜୀବନ ହିଁ ଧିକ୍କାର ଅଟେ। ମୁଁ ଭଗବାନଙ୍କୁ କେବଳ ଜୀବନ ସାରା ପଥର ଭାବରେ ହିଁ ଦେଖିଲି। ମୁଁ ତୁମକୁ କେବଳ ପଥରଟିଏ ଦେଇଥିଲି କିନ୍ତୁ ସେହି ପଥରରେ ତୁମକୁ ଭଗବାନ ମିଳିଗଲେ। ଧନ୍ନାର ଭକ୍ତିଭାବ ଦେଖି ସେହି ବ୍ରାହ୍ମଣ ଜଣଙ୍କୁ ବୈରାଗ୍ୟ ଆସିଲା। ସେ ସ୍ୱୟଂ ତପସ୍ୟା କରିବା ପାଇଁ ହିମାଳୟକୁ ଚାଲିଗଲେ। ବ୍ରାହ୍ମଣଙ୍କ ମନରେ ଅପରାଧ ବୋଧ ହେଲା ଏବଂ ଧନ୍ନାର ଭକ୍ତିଭାବ ପ୍ରସିଦ୍ଧ ହୋଇଗଲା। ଆଜି ବି ଟୋଙ୍କ୍ରେ ଧନ୍ନା ଜାଟ୍ଙ୍କ ମନ୍ଦିର ଅଛି। ତାଙ୍କ କଥା ଗୁରୁବାଣୀରେ ମଧ୍ୟ ଆସିଥାଏ ଏଥିପାଇଁ ତାଙ୍କ ନାମରେ ଏକ ଗୁରୁଦ୍ୱାରା ମଧ୍ୟ ସେହି ସ୍ଥାନରେ ନିର୍ମାଣ କରାଯାଇଛି।
ଧନ୍ନା ଭକ୍ତି ଭାବରେ ନିଜକୁ ସମର୍ପିତ କରିଦେଇ ସ୍ୱୟଂ ଭଗବାନଙ୍କୁ ପ୍ରକଟ କରାଇଦେଲା। ଭକ୍ତିରେ ଯଦି ପ୍ରକୃତ ନିଷ୍ଠା ଥାଏ ତେବେ ଭଗବାନଙ୍କୁ ପ୍ରକଟ ହେବାରେ ସମୟ ଲାଗିବ ନାହିଁ।
ଆମେ ଭୋଗ ଲଗାଇ ସେଠୁ ପଳାଇ ଆସୁ। କିନ୍ତୁ ଆମେ ଯଦି ଶ୍ରଦ୍ଧାରେ ଖୁଆଇବା ନିଶ୍ଚିତ ଭାବରେ ଭଗବାନ ଖାଇବେ। ଶ୍ରୀଭଗବାନ ଗୀତାରେ କହିଛନ୍ତି ତୁମେ ପ୍ରେମରେ ଯାହା ମୋତେ ଅର୍ପଣ କରିବ, ମୁଁ ତାହା ନିଶ୍ଚୟ ଗ୍ରହଣ କରିବି।
ୟତ୍କରୋଷି ୟଦଶ୍ନାସି, ୟଜ୍ଜୁହୋଷି ଦଦାସି ୟତ
ୟତ୍ତପସ୍ୟସି କୌନ୍ତେୟ, ତତ୍କୁରୁଷ୍ୱ ମଦର୍ପଣମ୍॥27॥
ହେ କୁନ୍ତୀନନ୍ଦନ! ତୁମେ ଯାହା କିଛି କରୁଛ, ଯାହା କିଛି ଖାଉଛ, ଯେଉଁ ସବୁ ଯଜ୍ଞ କରୁଛ, ଯାହା କିଛି ଦାନ ଦେଉଛ ଓ ଯେଉଁ ସବୁ ତପ କରୁଛ, ସେ ସମସ୍ତ ମୋତେ ଅର୍ପଣ କରିଦିଅ।
ବିବେଚନ :
करते हो तुम कन्हैया, मेरा नाम हो रहा है।
ହୃଦୟରେ ସଦୈବ ଏପରି ଭାବନା ରଖିବା ଉଚିତ।
ଭଗବାନ, ମୁଁ କିଛି ମଧ୍ୟ କରୁ ନାହିଁ, ଯାହା କିଛି ହେଉଛି ତାହା ଆପଣ ହିଁ କରୁଛନ୍ତି। ଆପଣ ହିଁ କରିବା ବାଲା, ଆପଣ ହିଁ କରାଇବା ବାଲା।
करते हो तुम कन्हैया, मेरा नाम हो रहा है।
କରୁଅଛ ସବୁ ତୁମେ କହ୍ନୈୟା, ନାଁ ମୋର ହେଉଛି ।
ହୃଦୟରେ ସଦୈବ ଏପରି ଭାବନା ରଖିବା ଉଚିତ।
ଶୁଭାଶୁଭଫଲୈରେବଂ(ମ୍), ମୋକ୍ଷସେ କର୍ମବନ୍ଧନୈଃ
ସନ୍ନ୍ୟାସୟୋଗୟୁକ୍ତାତ୍ମା, ବିମୁକ୍ତୋ ମାମୁପୈଷ୍ୟସି॥28॥
ଏହି ପ୍ରକାରେ ମୋତେ ଅର୍ପଣ କଲେ କର୍ମବନ୍ଧନରୁ ଏବଂ ସମସ୍ତ ଶୁଭ ( ବିହିତ) ଓ ଅଶୁଭ (ନିଷିଦ୍ଧ) କର୍ମଫଳରୁ ତୁମେ ମୁକ୍ତ ହୋଇଯିବ। ତୁମେ ନିଜସମେତ ସବୁକିଛି ମୋତେ ଅର୍ପଣ କରି ଏବଂ ସବୁଥିରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇ ମୋତେ ପ୍ରାପ୍ତ ହେବ।
ବିବେଚନ :
ଅଷ୍ଟମ ଅଧ୍ୟାୟରେ ଅର୍ଜୁନ ଶ୍ରୀ ଭଗବାନଙ୍କୁ ପଚାରୁଛନ୍ତି:
प्रयाणकाले च कथं ज्ञेयोऽसि नियतात्मभिः।।
ଅର୍ଥାତ୍ ସନ୍ନ୍ୟାସ ଜ୍ଞାନମାର୍ଗରେ କିପରି ପ୍ରାପ୍ତ ହୋଇଥାଏ। ଭଗବାନ ଭକ୍ତିମାର୍ଗକୁ ମଧ୍ୟ ସନ୍ନ୍ୟାସ ବୋଲି କହିଛନ୍ତି। ନିଜର ସମସ୍ତ କର୍ମଗୁଡିକକୁ ଭଗବାନଙ୍କୁ ଅର୍ପିତ କରି ଆଗକୁ ଅଗ୍ରସର ହୁଅ।
“श्री कृष्णार्पणमस्तु”
ଆପଣଙ୍କ କାର୍ଯ୍ଯ, ଆପଣଙ୍କୁ ହିଁ ଅର୍ପଣ ହେଉ ।
ଯେତେବେଳେ ଆମେ ନିଜର କର୍ମ ଗୁଡିକକୁ ସ୍ୱଇଚ୍ଛାରେ ଅର୍ପଣ କରିବା ଶିଖି ଯାଉ ସେହି ସମୟରେ କର୍ମଫଳ ଆମକୁ ବାନ୍ଧି ରଖିପାରେ ନାହିଁ । ତାହା ସିଧା ଶ୍ରୀଭଗବାନଙ୍କୁ ହିଁ ପ୍ରାପ୍ତି ହୋଇଥାଏ।
ସମୋଽହଂ(ମ୍) ସର୍ବଭୂତେଷୁ, ନ ମେ ଦ୍ୱେଷ୍ୟୋଽସ୍ତି ନ ପ୍ରିୟଃ
ୟେ ଭଜନ୍ତି ତୁ ମାଂ(ମ୍) ଭକ୍ତ୍ୟା, ମୟି ତେ ତେଷୁ ଚାପ୍ୟହମ୍॥29॥
ସବୁ ପ୍ରାଣୀଙ୍କ ଠାରେ ମୁଁ ସମାନ। ସେହି ପ୍ରାଣୀମାନଙ୍କ ମଧ୍ୟରେ ମୋର କେହି ଦ୍ବେଷ୍ୟ ନୁହନ୍ତି କିମ୍ବା କେହି ପ୍ରିୟ ନୁହନ୍ତି। କିନ୍ତୁ ଯେଉଁମାନେ ମୋତେ ପ୍ରେମ ସହକାରେ ଭଜନ୍ତି, ସେମାନେ ମୋ ଠାରେ ଥାଆନ୍ତି ଓ ମୁଁ ସେମାନଙ୍କ ଠାରେ ଥାଏ।
ବିବେଚନ :
ଅର୍ଥାତ୍ ମୋ’ଠାରୁ ଅଧିକ ମୋର ପ୍ରିୟ ସନ୍ଥମାନଙ୍କ ଉପରେ ବିଶ୍ୱାସ ରଖିବା ଉଚିତ ।
ଶ୍ରୀଭଗବାନ କହୁଛନ୍ତି, "ଯଦିଓ ମୁଁ ସମସ୍ତ ପ୍ରାଣୀମାନଙ୍କଠାରେ ସମଭାବରେ ବ୍ୟାପ୍ତ ଅଟେ, ନା କେହି ମୋର ପ୍ରିୟ ଅଟନ୍ତି, ନା କେହି ମୋର ଅପ୍ରିୟ ଅଟନ୍ତି କିନ୍ତୁ ଯେଉଁ ଭକ୍ତମାନେ ମୋତେ ଶ୍ରଦ୍ଧା ପୂର୍ବକ ପୂଜା କରନ୍ତି ସେମାନେ ମୋ ଭିତରେ ଅଛନ୍ତି ଏବଂ ମୁଁ ସେମାନଙ୍କ ଭିତରେ ନିଜକୁ ପ୍ରକାଶ କରେ।
ଏଠାରେ ଶ୍ରୀଭଗବାନ ଏକ ଚମତ୍କାର କଥା କହିଛନ୍ତି। ଶ୍ରୀ ଭଗବାନ କହୁଛନ୍ତି, "ଯଦିଓ ମୁଁ ସମଗ୍ର ପ୍ରକୃତି ସୃଷ୍ଟି କରିଛି, ମୁଁ ଭଲ ସୃଷ୍ଟି କରିଛି ଏବଂ ମୁଁ ମନ୍ଦ ମଧ୍ୟ ସୃଷ୍ଟି କରିଛି, କିନ୍ତୁ ମୁଁ କାହା ପ୍ରତି ପ୍ରେମଭାବ କିମ୍ବା କାହା ପ୍ରତି ଦ୍ବେଷ ଭାବ ରଖେ ନାହିଁ । ମୁଁ ସମସ୍ତଙ୍କ ପାଇଁ ସମାନ ସାକ୍ଷୀ ଭାବାପନ୍ନ ଥାଏ, କିନ୍ତୁ ଯିଏ ମୋତେ ଅନନ୍ଯ ଭାବରେ ନିତ୍ଯଯୁକ୍ତ ହୋଇ ଉପାସନା କରେ, ମୁଁ ସେମାନଙ୍କ ଭିତରେ ଏବଂ ସେମାନେ ମୋ ଭିତରେ ପ୍ରକାଶିତ ହୁଅନ୍ତି । ଯେମିତି ମା' ନିଜର ଦୁଇ ପୁଅଙ୍କୁ ସମାନ ଭାବରେ ଭଲ ପାଆନ୍ତି, ଠିକ୍ ସେହିପରି ଭଗବାନ ସମସ୍ତ ଜୀବଜଗତକୁ ସମାନ ଭାବରେ ପ୍ରେମ କରନ୍ତି ।
ପୂଜ୍ୟ ସ୍ୱାମୀଜୀଙ୍କ ଭଳି ସନ୍ଥଙ୍କ ଠାରେ ଶ୍ରୀ ଭଗବାନ ପ୍ରକାଶିତ ହୁଅନ୍ତି।
मयि ते तेषु चाप्यहम् ॥
ସେଥିପାଇଁ ଶ୍ରୀଭଗବାନଙ୍କ ରୂପରେ ସନ୍ଥମାନଙ୍କୁ ପୂଜା କରିବାର ନିୟମ ରହିଛି। ଶ୍ରୀ ଭଗବାନ ନବଧା ଭକ୍ତିରେ କହିଛନ୍ତି:
मोते अधिक सन्त कर लेखा
ଅର୍ଥାତ୍ ମୋ’ଠାରୁ ଅଧିକ ମୋର ପ୍ରିୟ ସନ୍ଥମାନଙ୍କ ଉପରେ ବିଶ୍ୱାସ ରଖିବା ଉଚିତ ।
ଅପି ଚେତ୍ସୁଦୁରାଚାରୋ, ଭଜତେ ମାମନନ୍ୟଭାକ୍
ସାଧୁରେବ ସ ମନ୍ତବ୍ୟଃ(ସ୍), ସମ୍ୟଗ୍ବ୍ୟବସିତୋ ହି ସଃ ॥30॥
ଯଦି କୌଣସି ଅତ୍ୟନ୍ତ ଦୁରାଚାରୀ ମଧ୍ୟ ଅନନ୍ୟଭାବରେ ମୋତେ ଭଜେ, ତେବେ ତାକୁ ନିଶ୍ଚିତରୂପେ ସାଧୁ ବୋଲି ମାନିବା ଉଚ୍ଚିତ। କାରଣ ସେ ଉତ୍ତମରୂପେ ଦୃଢ ନିର୍ଣ୍ଣୟ କରି ନେଇଛି।
ବିବେଚନ :
ଶ୍ଳୋକ କ୍ରମ।ଙ୍କ ଦ୍ୱାବିଂଶ(୨୨) ରେ ଶ୍ରୀଭଗବାନ ଦୁଇ ପ୍ରକାର ଗୁଣ ବିଷୟରେ କହୁଛନ୍ତି -
ଶ୍ରୀମଦ୍ଭଗବଦ୍ଗୀତାର ଏହି ଶ୍ଳୋକ ଏପରି ଏକ ତାରଣ ଶ୍ଳୋକ ଯାହା ସାହାଯ୍ୟରେ ଆମେ ତରି ଯାଇଥାଉ ଅର୍ଥାତ୍ ମୁକ୍ତି ପାଇଥାଉ । ଏହା ଏକ ଚମତ୍କାର ଶ୍ଳୋକ । ଶ୍ରୀ ଭଗବାନ କହନ୍ତି, "ହେ ଅର୍ଜୁନ! ଦୁନିଆରେ ଅତିଶୟ,ରୁ ଅତିଶୟ ଦୁରାଚାରୀ ବ୍ୟକ୍ତି ଯଦି ଅନନ୍ଯ ଭାବରେ ମୋର ଉପାସନା କରିବା ଆରମ୍ଭ କରେ ଏବଂ ସ୍ଥିର କରେ ଯେ ସେ ଆଉ କୌଣସି ପାପ କରିବ ନାହିଁ, ତେବେ ସେ ସାଧୁ ସମାନ ମାନ୍ଯତା ପାଇବେ।”ଶ୍ରୀଭଗବାନ କହନ୍ତି ଯେ,“ତୁମେ ପୂର୍ବରୁ ଯାହା ବି ପାପ କାର୍ଯ୍ୟ କରିଛ ତାହା ଭୁଲିଯାଅ, ବର୍ତ୍ତମାନ ତୁମେ କୌଣସି ଖରାପ କାର୍ଯ୍ୟ କରିବ ନାହିଁ ଏବଂ ମୋର ଅନନ୍ଯ ଭକ୍ତିରେ ଲୀନ ହେବ ତେବେ ତୁମେ ସାଧୁ ବ୍ଯକ୍ତି ଭାବରେ ପରିଚିତ ହେବ।”
ଶ୍ଳୋକ କ୍ରମ।ଙ୍କ ଦ୍ୱାବିଂଶ(୨୨) ରେ ଶ୍ରୀଭଗବାନ ଦୁଇ ପ୍ରକାର ଗୁଣ ବିଷୟରେ କହୁଛନ୍ତି -
- ଅନନ୍ଯତା ତଥା
- ନିତ୍ଯଯୁକ୍ତତା।
ତା'ପରେ ଶ୍ରୀଭଗବାନ କହିଲେ, "ତୁମର ସମସ୍ତ କର୍ମ ମୋତେ ସମର୍ପଣ କରିଦିଅ ଏବଂ ଆଉ ପାପ କର ନାହିଁ ”।
ଶ୍ରୂୀଭଗବାନ ଏତେ ଦୟାଳୁ ଯେ ଯଦି କେହି ନିଷ୍ପତ୍ତି ନିଏ ସେ ଆଉ ପାପ କରିବ ନାହିଁ, ତେବେ ସେ ତାଙ୍କୁ କ୍ଷମା କରିଦିଅନ୍ତି।
କ୍ଷିପ୍ରଂ(ମ୍) ଭବତି ଧର୍ମାତ୍ମା, ଶଶ୍ୱଚ୍ଛାନ୍ତିଂ(ନ୍) ନିଗଚ୍ଛତି
କୌନ୍ତେୟ ପ୍ରତିଜାନୀହି, ନ ମେ ଭକ୍ତଃ(ଫ୍) ପ୍ରଣଶ୍ୟତି॥31॥
ସେ ତତ୍ କ୍ଷଣାତ୍ ଧର୍ମାତ୍ମା ହୋଇଯାଏ ଏବଂ ଚିରସ୍ଥାୟୀ ଶାନ୍ତି ଲାଭ କରେ। ହେ କୁନ୍ତୀନନ୍ଦନ ! ତୁମେ ପ୍ରତିଜ୍ଞା କର ଯେ, ମୋ ଭକ୍ତର ପତନ ହୁଏ ନାହିଁ।
ବିବେଚନ :
ସ୍ୱାମୀଜୀଙ୍କ କଥା ଆଧାରରେ ସମସ୍ତ ସାଧକଙ୍କୁ ବିଶ୍ୱାସ ଦିଆଯାଇଥିଲା ଯେ ଯଦି ସେମାନେ ଶ୍ରୀମଦ୍ଭଗବଦ୍ଗୀତାର ଅଧ୍ୟୟନରେ ନିୟୋଜିତ ଅଛନ୍ତି, ତେବେ ସେମାନଙ୍କର ମୁକ୍ତି ନିଶ୍ଚିତ । ଯଦି ଏହି ଜନ୍ମରେ ପରମଧାମକୁ ଯାଇ ପାରିବା ତେବେ ଠିକ୍ ଅଛି, ନଚେତ୍ ପରବର୍ତ୍ତୀ ଜନ୍ମରେ ଆମେ ନିଶ୍ଚିତ ଭାବରେ ଏହା ପ୍ରାପ୍ତ ହେବା । ଯଦି ଆମେ ସଠିକ୍ ମାର୍ଗରେ ଅଛୁ, ତେବେ ଆମେ ନିଶ୍ଚିତ ଭାବରେ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିବା। ଶ୍ରୀଭଗବାନ ପ୍ରତିଶ୍ରୁତି ଦେଇଛନ୍ତି ଯେ, ଯିଏ ଶ୍ରୀମଦ୍ ଭଗବତ ଗୀତା ପଢ଼ିବ ତାକୁ ଅପମାନିତ କରାଯିବ ନାହିଁ। ତେଣୁ ଶ୍ରୀଭଗବାନ ପ୍ରତିଶ୍ରୁତି ଦେଇଛନ୍ତି ଯେ, ଯିଏ ଶ୍ରୀମଦ୍ ଭଗବଦ୍ ଗୀତା ପଢ଼ିବ, ତାର ଦୁର୍ଗତି ହେବ ନାହିଁ। ତେଣୁ ଶ୍ରୀମଦ୍ ଭଗବଦ୍ ଗୀତାକୁ କେବେ ବି ତ୍ଯାଗ କରିବା ଉଚିତ ନୁହେଁ।
ଏଠାରେ ମହାପ୍ରଭୁ ଅଧିକ ଉଦାର ହୋଇ କହୁଛନ୍ତି, "ଅର୍ଜୁନ! ଯିଏ ସଂକଳ୍ପ କରିନିଏ ଯେ, ସେ ଆଉ ପାପ କରିବ ନାହିଁ ଏବଂ ଅନନ୍ଯ ଭାବରେ ମୋର ଉପାସନା କରିବ, ସେ ଶୀଘ୍ର ଦୁରାଚାରୀରୁ ଧର୍ମାତ୍ମା ହୋଇଯାଏ ଓ ପରମ ଶାନ୍ତି ପ୍ରାପ୍ତ କରେ ।
ଏଠାରେ ଭଗବାନ ପ୍ରତିଶ୍ରୁତି ଦେଇ କହୁଛନ୍ତି, "ମୋର ଭକ୍ତମାନଙ୍କର କେବେ ବି ବିନାଶ ହେବ ନାହିଁ। "
ଥରେ ଯଦି ଶ୍ରୀମଦ୍ ଭଗବଦ୍ ଗୀତାକୁ ନିଜ ହାତରେ ନେବା, ଥରେ ଯଦି ଶ୍ରୀଭଗବାନଙ୍କ ଅସ୍ତିତ୍ୱକୁ ସ୍ୱୀକାର କରିବା, ତେବେ ଆମେ ଜଣେ ଭକ୍ତ ହୋଇଯିବା ଏବଂ ଶ୍ରୀ ଭଗବାନ କହନ୍ତି ଯେ, “ମୋର ଭକ୍ତମାନଙ୍କର କେବେ ନାଶ ହୁଏ ନାହିଁ ।”
ଥରେ ପୂଜ୍ୟ ବ୍ରହ୍ମଲୀନ ସ୍ୱାମୀ ରାମସୁଖଦାସ ମହାରାଜ ଋଷିକେଶରେ ସତ୍ସଙ୍ଗ କରୁଥିଲେ। ସ୍ୱାମୀଜୀ କହିଲେ, "ଏଠାରେ ଉପସ୍ଥିତ ଥିବା ସମସ୍ତ ଶ୍ରଦ୍ଧାଳୁଙ୍କ ମୁକ୍ତି ସୁନିଶ୍ଚିତ। ତୁମେ ସମସ୍ତେ ଭଗବାନଙ୍କ ଧାମକୁ ଯିବ।” ସ୍ୱାମୀଜୀ ଏହା ପୂର୍ବରୁ କେବେ କହିନଥିଲେ, ତେଣୁ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ଯେ ସେ ଏହା କିପରି କହିଲେ । ତାଙ୍କ ଭଳି ଭଗବତପ୍ରାପ୍ତ ସନ୍ଥଙ୍କ ମୁଖରୁ ଏକଥା ଶୁଣି ସମସ୍ତେ ଅନୁଭବ କଲେ ଯେ ଆଜି ସ୍ୱାମୀଜୀ ଆମର କଲ୍ଯାଣ କରିଛନ୍ତି! ସଭାରେ ଶାନ୍ତି ବିରାଜମାନ କଲା। କିଛି ସମୟ ଚୁପ୍ ରହିବା ପରେ ସ୍ୱାମୀଜୀ ପୁଣି କହିଲେ, "ଏଥିପାଇଁ କେତେ ସମୟ ଲାଗିବ ତାହା ନିଜର ଗତି ଉପରେ ନିର୍ଭର କରେ । ଏହି ଜନ୍ମରେ ମଧ୍ଯ ଯାଇପାରିବ, ପର ଜନ୍ମରେ ବି ଯାଇ ପାରିବ ଏବଂ ଅନେକ ଜନ୍ମ ବି ଲାଗିପାରେ।”
ସ୍ୱାମୀଜୀଙ୍କ କଥା ଆଧାରରେ ସମସ୍ତ ସାଧକଙ୍କୁ ବିଶ୍ୱାସ ଦିଆଯାଇଥିଲା ଯେ ଯଦି ସେମାନେ ଶ୍ରୀମଦ୍ଭଗବଦ୍ଗୀତାର ଅଧ୍ୟୟନରେ ନିୟୋଜିତ ଅଛନ୍ତି, ତେବେ ସେମାନଙ୍କର ମୁକ୍ତି ନିଶ୍ଚିତ । ଯଦି ଏହି ଜନ୍ମରେ ପରମଧାମକୁ ଯାଇ ପାରିବା ତେବେ ଠିକ୍ ଅଛି, ନଚେତ୍ ପରବର୍ତ୍ତୀ ଜନ୍ମରେ ଆମେ ନିଶ୍ଚିତ ଭାବରେ ଏହା ପ୍ରାପ୍ତ ହେବା । ଯଦି ଆମେ ସଠିକ୍ ମାର୍ଗରେ ଅଛୁ, ତେବେ ଆମେ ନିଶ୍ଚିତ ଭାବରେ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିବା। ଶ୍ରୀଭଗବାନ ପ୍ରତିଶ୍ରୁତି ଦେଇଛନ୍ତି ଯେ, ଯିଏ ଶ୍ରୀମଦ୍ ଭଗବତ ଗୀତା ପଢ଼ିବ ତାକୁ ଅପମାନିତ କରାଯିବ ନାହିଁ। ତେଣୁ ଶ୍ରୀଭଗବାନ ପ୍ରତିଶ୍ରୁତି ଦେଇଛନ୍ତି ଯେ, ଯିଏ ଶ୍ରୀମଦ୍ ଭଗବଦ୍ ଗୀତା ପଢ଼ିବ, ତାର ଦୁର୍ଗତି ହେବ ନାହିଁ। ତେଣୁ ଶ୍ରୀମଦ୍ ଭଗବଦ୍ ଗୀତାକୁ କେବେ ବି ତ୍ଯାଗ କରିବା ଉଚିତ ନୁହେଁ।
ଶ୍ରୀଭଗବାନ କହିଲେ :
शुचीनां श्रीमतां गेहे योगभ्रष्टोऽभिजायते
ଏପରି ବ୍ଯକ୍ତିକୁ ଯଦି ଏହି ଜୀବନରେ ମୋକ୍ଷ ପ୍ରାପ୍ତ ହେଲାନାହିଁ, ତେବେ ସେ ପରବର୍ତ୍ତୀ ଜନ୍ମରେ ଅତ୍ୟନ୍ତ ପୁଣ୍ୟପୁରୁଷଙ୍କ ଘରେ ଜନ୍ମ ନେଇ ନିଜର ମୋକ୍ଷ ପ୍ରାପ୍ତିର ମାର୍ଗକୁ ପୁନଶ୍ଚ ଆରମ୍ଭ କରିବେ।
ମାଂ(ମ୍) ହି ପାର୍ଥ ବ୍ୟପାଶ୍ରିତ୍ୟ, ୟେଽପି ସ୍ୟୁଃ(ଫ୍) ପାପୟୋନୟଃ
ସ୍ତ୍ରିୟୋ ବୈଶ୍ୟାସ୍ତଥା ଶୂଦ୍ରାଃ(ସ୍), ତେଽପି ୟାନ୍ତି ପରାଂ(ଙ୍) ଗତିମ୍ ॥32॥
ହେ ପୃଥାନନ୍ଦନ! ଯେଉଁମାନେ ପାପଯୋନିସମ୍ଭୂତ ତଥା ଯେଉଁମାନେ ନାରୀ, ବୈଶ୍ୟ ଓ ଶୁଦ୍ର, ସେମାନେ ମଧ୍ୟ ସର୍ବୋତଭାବେ ମୋର ଶରଣାପନ୍ନ ହୋଇ ନିଃସନ୍ଦେହରେ ପରମଗତି ଲାଭ କରନ୍ତି।
9.32 writeup
କିଂ(ମ୍) ପୁନର୍ବ୍ରହ୍ମଣାଃ(ଫ୍) ପୁଣ୍ୟା, ଭକ୍ତା ରାଜର୍ଷୟସ୍ତଥା
ଅନିତ୍ୟମସୁଖଂ(ମ୍) ଲୋକମ୍, ଇମଂ(ମ୍) ପ୍ରାପ୍ୟ ଭଜସ୍ୱ ମାମ୍॥33॥
ପୁଣି ପବିତ୍ର ଆଚରଣସମ୍ପନ୍ନ ବ୍ରାହ୍ମଣ ଏବଂ ଋଷିସ୍ବରୂପ କ୍ଷତ୍ରୀୟ ଭଗବାନଙ୍କର ଭକ୍ତ ହେଲେ ସେମାନେ ଯେ ପରମଗତି ଲାଭ କରିବେ, ଏଥିରେ କହିବାର କଣ ଅଛି ! ତେଣୁ ଏହି ଅନିତ୍ୟ ଓ ସୁଖରହିତ ଶରୀର ପାଇ ତୁମେ ମୋତେ ଭଜ।
ବିବେଚନ :
"ସେହି ପୁଣ୍ୟଶୀଳ ବ୍ରାହ୍ମଣ ଓ ରାଜର୍ଷି ଭକ୍ତମାନେ ମୋ ଆଶ୍ରୟ ନେଇ ପରମ ଗତିକୁ ଲାଭ କରନ୍ତି ।” ଶ୍ରୀଭଗବାନ କହିଲେ, "ଅର୍ଜୁନ ! ତୁମେ ରାଜର୍ଷି ବଂଶରେ ଜନ୍ମିତ, ତୁମେ କେବଳ ଭଗବାନଙ୍କୁ ପ୍ରାପ୍ତ କରିବ ନାହିଁ, ବରଂ ନାରୀ, ବୈଶ୍ୟ, ଶୁଦ୍ର ଏବଂ ପାପଯୋନି ବ୍ଯକ୍ତି ମଧ୍ୟ ଭଗବାନଙ୍କୁ ପ୍ରାପ୍ତ କରିବେ।”
"ସେହି ପୁଣ୍ୟଶୀଳ ବ୍ରାହ୍ମଣ ଓ ରାଜର୍ଷି ଭକ୍ତମାନେ ମୋ ଆଶ୍ରୟ ନେଇ ପରମ ଗତିକୁ ଲାଭ କରନ୍ତି ।” ଶ୍ରୀଭଗବାନ କହିଲେ, "ଅର୍ଜୁନ ! ତୁମେ ରାଜର୍ଷି ବଂଶରେ ଜନ୍ମିତ, ତୁମେ କେବଳ ଭଗବାନଙ୍କୁ ପ୍ରାପ୍ତ କରିବ ନାହିଁ, ବରଂ ନାରୀ, ବୈଶ୍ୟ, ଶୁଦ୍ର ଏବଂ ପାପଯୋନି ବ୍ଯକ୍ତି ମଧ୍ୟ ଭଗବାନଙ୍କୁ ପ୍ରାପ୍ତ କରିବେ।”
ମନ୍ମନା ଭବ ମଦ୍ଭକ୍ତୋ, ମଦ୍ୟାଜୀ ମାଂ(ନ୍) ନମସ୍କୁରୁ
ମାମେବୈଷ୍ୟସି ୟୁକ୍ତୈବମ୍, ଆତ୍ମାନଂ(ମ୍) ମତ୍ପରାୟଣଃ ॥34॥
ମୋ ଠାରେ ମନ ଲଗାଅ, ମୋର ଭକ୍ତ ହୁଅ, ମୋର ପୂଜନ କର, ମୋତେ ପ୍ରଣାମ କର । ଏପରିଭାବରେ ଆତ୍ମାକୁ ମୋଠାରେ ଲଗାଇ ମୋର ପରାୟଣ ହେଲେ ତୁମେ ମୋତେ ନିଶ୍ଚୟ ପ୍ରାପ୍ତ ହେବ ।
ବିବେଚନ :
ଏଠାରେ ଭଗବାନ ଏକ ପ୍ରତିଶ୍ରୁତି ଦେଇ କହୁଛନ୍ତି,
“अर्जुन! जो मुझ परब्रह्म परमात्मा में"
"ଅର୍ଜୁନ! ଯିଏ ମୋ ଭିତରେ ଅଛନ୍ତି, ସେ ପରମାତ୍ମା ଅଟନ୍ତି।” ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହି ସମ୍ପୂର୍ଣ୍ଣ ଗ୍ରନ୍ଥରେ "ମାମ୍" ଶବ୍ଦଟି ଯେଉଁ ଯେଉଁ ସ୍ଥାନରେ ଆସିଛି, ତାର ଅର୍ଥ କେବଳ ଶ୍ରୀକୃଷ୍ଣ ନୁହଁନ୍ତି ବରଂ ଯିଏ ଆମର ଇଷ୍ଟ ଦେବ (ପ୍ରିୟ ଦେବତା ଅଟନ୍ତି) ତାଙ୍କ ପାଇଁ ମଧ୍ୟ ପ୍ରଯୁଜ୍ଯ । ଯଦି ଆମର ଇଷ୍ଟଦେବ ଶ୍ରୀରାମ, ତେବେ "ମାମ୍" ଶ୍ରୀରାମ ଅଟନ୍ତି, ଯଦି ଆମର ଇଷ୍ଟଦେବ ଭଗବାନ ଶିବ ତେବେ “ମାମ୍” ଶିବ ଅଟନ୍ତି, ଆମର ଇଷ୍ଟ ବିଷ୍ଣୁ ହେଲେ “ମାମ୍” ବିଷ୍ଣୁ, ଆମର ଇଷ୍ଟ କୌଣସି ଦେବୀ ହେଲେ “ମାମ୍” ଦେବୀ ଅଟନ୍ତି। ଶ୍ରୀକୃଷ୍ଣ ସମଗ୍ର ଶ୍ରୀମଦ୍ଭଗବଦ୍ଗୀତା କହି ନାହାନ୍ତି। ସମଗ୍ର ମହାଭାରତରେ, ଯେଉଁଠାରେ ଶ୍ରୀକୃଷ୍ଣ କହୁଛନ୍ତି, ସେଠାରେ ମହର୍ଷି ଶ୍ରୀ ବେଦବ୍ୟାସ ‘ବାସୁଦେବ ଉୱାଚ’, ‘କେଶବ ଉୱାଚ’ ଇତ୍ୟାଦି ରଚନା କରିଛନ୍ତି । କେବଳ ପଞ୍ଚବିଂଶ ଅଧ୍ୟାୟରୁ ୪୨ ଅଧ୍ୟାୟ ପର୍ଯ୍ୟନ୍ତ ସାତ ଶହ ଶ୍ଳୋକରେ ପ୍ରତ୍ୟେକ ସ୍ଥାନରେ ଶ୍ରୀକୃଷ୍ଣ ଉୱାଚ ପାଠ କରାଯାଇ ନାହିଁ ବରଂ ଶ୍ରୀ ଭଗବାନ ଉୱାଚ ପାଠ କରାଯାଇଛି କାରଣ ଏଠାରେ ପରଂବ୍ରହ୍ମ ପରମାତ୍ମା ରୂପରେ ଶ୍ରୀଭଗବାନ କହୁଛନ୍ତି ।
ବିଚାର ମନ୍ଥନ(ପ୍ରଶ୍ନୋତ୍ତରୀ)
ଏଠାରେ ବିଶେଷ କଥା ହେଉଛି ନବମ ଅଧ୍ୟାୟର ୩୪ତମ ଶ୍ଳୋକର ପ୍ରଥମ ଧାଡ଼ି ଓ ଅଷ୍ଟାଦଶ ଅଧ୍ୟାୟର ୬୫ତମ ଶ୍ଳୋକର ପ୍ରଥମ ଧାଡ଼ି ସମାନ(ମନ୍ମନା ଭବମଦ୍ଭକ୍ତୋ ମଦ୍ଦ୍ୟାଜୀ ମାଂ(ନ୍) ନମସ୍କୁରୁ)। ଏହାର ତାତ୍ପର୍ଯ୍ଯ ହେଉଛି ଶ୍ରୀମଦ୍ଭଗବଦ୍ଗୀତାର ଅଧା ସ୍ଥାନରେ ସମାନ କଥା କୁହାଯାଇଛି। ସମଗ୍ର ଶ୍ରୀମଦ୍ଭଗବଦ୍ଗୀତାରେ ଏହା ଏକମାତ୍ର ଧାଡ଼ି ଯାହା ଦୁଇଥର ଦେଖିବାକୁ ମିଳେ ।
ଏଠାରେ ଭଗବାନ ଏକ ପ୍ରତିଶ୍ରୁତି ଦେଇ କହୁଛନ୍ତି,
“अर्जुन! जो मुझ परब्रह्म परमात्मा में"
"ଅର୍ଜୁନ! ଯିଏ ମୋ ଭିତରେ ଅଛନ୍ତି, ସେ ପରମାତ୍ମା ଅଟନ୍ତି।” ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହି ସମ୍ପୂର୍ଣ୍ଣ ଗ୍ରନ୍ଥରେ "ମାମ୍" ଶବ୍ଦଟି ଯେଉଁ ଯେଉଁ ସ୍ଥାନରେ ଆସିଛି, ତାର ଅର୍ଥ କେବଳ ଶ୍ରୀକୃଷ୍ଣ ନୁହଁନ୍ତି ବରଂ ଯିଏ ଆମର ଇଷ୍ଟ ଦେବ (ପ୍ରିୟ ଦେବତା ଅଟନ୍ତି) ତାଙ୍କ ପାଇଁ ମଧ୍ୟ ପ୍ରଯୁଜ୍ଯ । ଯଦି ଆମର ଇଷ୍ଟଦେବ ଶ୍ରୀରାମ, ତେବେ "ମାମ୍" ଶ୍ରୀରାମ ଅଟନ୍ତି, ଯଦି ଆମର ଇଷ୍ଟଦେବ ଭଗବାନ ଶିବ ତେବେ “ମାମ୍” ଶିବ ଅଟନ୍ତି, ଆମର ଇଷ୍ଟ ବିଷ୍ଣୁ ହେଲେ “ମାମ୍” ବିଷ୍ଣୁ, ଆମର ଇଷ୍ଟ କୌଣସି ଦେବୀ ହେଲେ “ମାମ୍” ଦେବୀ ଅଟନ୍ତି। ଶ୍ରୀକୃଷ୍ଣ ସମଗ୍ର ଶ୍ରୀମଦ୍ଭଗବଦ୍ଗୀତା କହି ନାହାନ୍ତି। ସମଗ୍ର ମହାଭାରତରେ, ଯେଉଁଠାରେ ଶ୍ରୀକୃଷ୍ଣ କହୁଛନ୍ତି, ସେଠାରେ ମହର୍ଷି ଶ୍ରୀ ବେଦବ୍ୟାସ ‘ବାସୁଦେବ ଉୱାଚ’, ‘କେଶବ ଉୱାଚ’ ଇତ୍ୟାଦି ରଚନା କରିଛନ୍ତି । କେବଳ ପଞ୍ଚବିଂଶ ଅଧ୍ୟାୟରୁ ୪୨ ଅଧ୍ୟାୟ ପର୍ଯ୍ୟନ୍ତ ସାତ ଶହ ଶ୍ଳୋକରେ ପ୍ରତ୍ୟେକ ସ୍ଥାନରେ ଶ୍ରୀକୃଷ୍ଣ ଉୱାଚ ପାଠ କରାଯାଇ ନାହିଁ ବରଂ ଶ୍ରୀ ଭଗବାନ ଉୱାଚ ପାଠ କରାଯାଇଛି କାରଣ ଏଠାରେ ପରଂବ୍ରହ୍ମ ପରମାତ୍ମା ରୂପରେ ଶ୍ରୀଭଗବାନ କହୁଛନ୍ତି ।
ଶ୍ରୀ ଭଗବାନ କହନ୍ତି, "ତୁମେ ମତେ ଧ୍ଯାନ କରି ମୋର ଜଣେ ଭକ୍ତ ହୁଅ, ମୋର ଉପାସନା କର, ମୋତେ ପ୍ରଣାମ କର। ଏହିପରି ମୋ ଭିତରେ ଆତ୍ମାକୁ ନିଯୁକ୍ତି କରି, ମୋର ପାରାୟଣ ହେଲେ, ତୁମେ ମୋତେ ପ୍ରାପ୍ତ କରିବ, ଏହା ହେଉଛି ମୋର ପ୍ରତିଶ୍ରୁତି। ”
ଏଥି ସହିତ ଆଜିର ବିବେଚନ ସତ୍ର ସମ୍ପନ୍ନ ହୋଇ ପ୍ରଶ୍ନୋତ୍ତର ସତ୍ର ଆରମ୍ଭ ହେଇଥିଲା।
ବିଚାର ମନ୍ଥନ(ପ୍ରଶ୍ନୋତ୍ତରୀ)
ପ୍ରଶ୍ନକର୍ତ୍ତା - ଯୋଗେଶ ଭାଇ
ପ୍ରଶ୍ନ - ଆପଣ ଏବେ କହିଲେ ଯେ, ଅନ୍ୟ ଦେବତାଙ୍କୁ ଉପାସନା କରି ମଧ୍ଯ ପରମାତ୍ମାଙ୍କୁ, ମୋକ୍ଷକୁ (ମୁକ୍ତି ) ପ୍ରାପ୍ତି କରାଯାଇ ପାରେ, ଦୟାକରି ଏ ବିଷୟରେ ବୁଝେଇ ଦେବେ କି?
ଉତ୍ତର - ଦେବତାଙ୍କୁ ପୂଜା କରି ମଧ୍ୟ ମୋକ୍ଷ ପ୍ରାପ୍ତି ହୋଇଥାଏ। ସେହି ଉପାସନାରେ ପରବ୍ରହ୍ମଙ୍କ ଭାବନା ରଖିଲେ ମୋକ୍ଷ ପ୍ରାପ୍ତି ହୋଇପାରେ । ସକାମ ଉପାସନା ଦ୍ବାରା ମୋକ୍ଷ ପ୍ରାପ୍ତି ହୁଏ ନାହିଁ। ସକାମ ଭାବରେ ଇଷ୍ଟ ପ୍ରାପ୍ତି ହୋଇପାରେ। କିନ୍ତୁ ମୁଖ୍ୟ କଥା ହେଉଛି ଆମ ଉପାସନାର (ପୂଜାର) ଉଦ୍ଦେଶ୍ୟ କ'ଣ ? ଆମର ଇଷ୍ଟ ଦେବତା କିଏ ? ପରଂବ୍ରହ୍ମ ପ୍ରାପ୍ତି ଉଦ୍ଦେଶ୍ୟରେ କରାଯାଇଥିବା ଉପାସନା ଦ୍ୱାରା ହିଁ ଭଗବାନଙ୍କ ପ୍ରାପ୍ତି ସମ୍ଭବ।
ପ୍ରଶ୍ନକର୍ତ୍ତା - ଚଞ୍ଚଳ ଭାଇ
ପ୍ରଶ୍ନ - ମୁଁ ଶୁଣିଛି ଯେ ରସୁଣ ଓ ପିଆଜ ମିଶାଇ ପ୍ରସ୍ତୁତ କରାଯାଇଥିବା ଖାଦ୍ୟ ଭଗବାନଙ୍କୁ ଭୋଗ ଲଗାଇବା ଉଚିତ ନୁହେଁ, କିନ୍ତୁ ଆମ ଘରେ ତ ଖାଦ୍ୟରେ ରସୁଣ ଓ ପିଆଜ ମିଶିଥାଏ। କ'ଣ କରିବା ଉଚିତ୍ ?
ଉତ୍ତର - ରସୁଣ ଓ ପିଆଜ ମିଶ୍ରିତ ଖାଦ୍ୟ କେବେ ବି ଭଗବାନଙ୍କୁ ଭୋଗ ଲଗାଇବା ଉଚିତ ନୁହେଁ। ଆମେ ଫଳ କିମ୍ବା ମିଠା ଭୋଗ ଅର୍ପଣ କରି ପାରିବା।
ପ୍ରଶ୍ନକର୍ତ୍ତା - ନିବେଦିତା ଦିଦି
ପ୍ରଶ୍ନ - ରାଜା ଦଶରଥ ଜଣେ ଅତ୍ୟନ୍ତ ପୂଣ୍ୟବନ୍ତ ରାଜା ଥିଲେ। ଅଜାଣତରେ ତାଙ୍କର ତୀର ଯାଇ ଶ୍ରବଣ କୁମାରଙ୍କ ବକ୍ଷ ଭେଦ କଲା ଓ ତାଙ୍କର ମୃତ୍ୟୁ ହୋଇଗଲା । ତେବେ ବି ତାଙ୍କୁ କାହିଁକି ଦଣ୍ଡ ମିଳିଲା?
ଉତ୍ତର - ଏହା ଅଜାଣତରେ, ଭୁଲ ବଶତଃ କରାଯାଇଥିବା ଏକ କାର୍ଯ୍ୟ ଥିଲା, ତଥାପି ଏହା ଏକ ଅପରାଧ ହିଁ ଥିଲା। ଅସାବଧାନତା ହିଁ ଥିଲା। କର୍ମର ଫଳ ନିଶ୍ଚିତ ମିଳିବ। ଅଜାଣତରେ କରାଯାଇଥିବା ମନ୍ଦ କର୍ମର ପରିଣାମ କମ୍ ଯନ୍ତ୍ରଣା ଦାୟକ ଏବଂ ସ୍ୱଳ୍ପକାଳୀନ ହୋଇଥାଏ। ।
ପ୍ରଶ୍ନ - ମୁଁ ତିନୋଟି (୩) ଅଧ୍ୟାୟ ମନେ ରଖି ଜିଜ୍ଞାସୁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇସାରିଛି । ମୁଁ ପରବର୍ତ୍ତୀ ଅଧ୍ୟାୟଗୁଡ଼ିକୁ କଣ୍ଠସ୍ଥ କରିପାରୁ ନାହିଁ, କଣ ମୋର ସାମର୍ଥ୍ଯରେ ହ୍ରାସ ଘଟିଛି କି?
ଉତ୍ତର - ସାମର୍ଥ୍ଯରେ ହ୍ରାସ ନୁହେଁ, ପ୍ରୟାସରେ ହ୍ରାସ ଘଟିଲାଣି। ଜଣେ ୯୨ ବର୍ଷ ବୟସ୍କ ସାଧକ ମଧ୍ୟ ଗୀତାବ୍ରତୀ ପରୀକ୍ଷାରେ ପାସ୍ କରୁଛନ୍ତି। ଆପଣ ଦୃଢ଼ ସଂକଳ୍ପ ନେଇ ଚେଷ୍ଟା କରନ୍ତୁ ଆପଣ ନିଶ୍ଚିତ ଭାବରେ ଜଣେ ଗୀତାବ୍ରତୀ ହେବେ । ବର୍ତ୍ତମାନ ମଧ୍ଯ ନିୟମିତ ଭାବେ ଗୀତା କଣ୍ଠସ୍ଥୀକରଣ ଶ୍ରେଣୀ ଚାଲିଛି।
ଏହି ଲିଙ୍କ୍ https://kk.learngeeta.com ମାଧ୍ୟମରେ କଣ୍ଠସ୍ଥୀକରଣ ଶ୍ରେଣୀରେ ଯୋଗ ଦେଇପାରିବେ । ଏହି ଶ୍ରେଣୀଗୁଡ଼ିକ ବହୁତ ଲାଭଦାୟକ ଅଟେ ।
|| ଓଁ ଶ୍ରୀକୃଷ୍ଣାର୍ପଣମସ୍ତୁ ||
ଓଁ ତତ୍ସଦିତି ଶ୍ରୀମଦ୍ଭଗବଦ୍ଗୀତାସୁ ଉପନିଷତ୍ସୁ ବ୍ରହ୍ମବିଦ୍ୟାୟାଂ(ୟ୍ଁ) ୟୋଗଶାସ୍ତ୍ରେ
ଶ୍ରୀକୃଷ୍ଣାର୍ଜୁନସଂବାଦେ ରାଜବିଦ୍ୟାରାଜଗୁହ୍ୟୟୋଗୋ ନାମ ନବମୋଽଧ୍ୟାୟଃ
ଏହି ପ୍ରକାର ଓଁ ତତ୍ ସତ୍ -- ଏହି ଭଗବତ୍ ନାମର ଉଚ୍ଚାରଣପୂର୍ବକ ବ୍ରହ୍ମବିଦ୍ୟା ଓ ଯୋଗଶାସ୍ତ୍ରମୟ ଶ୍ରୀମଦ୍ଭଗବଦ୍ଗୀତା ଉପନିଷଦରୂପେ ଶ୍ରୀକୃଷ୍ଣ ଏବଂ ଅର୍ଜୁନଙ୍କ ସମ୍ବାଦରେ 'ରାଜବିଦ୍ୟାରାଜଗୁହ୍ୟଯୋଗନାମକ' ନବମ ଅଧ୍ୟାୟ ପୂର୍ଣ୍ଣ ହେଲା ।