विवेचन सारांश
ଈଶ୍ବରଙ୍କ ଦିବ୍ୟ ସ୍ବରୂପର ଦର୍ଶନ
ଉପକ୍ରମଣିକା :-
ଏକାଦଶ ଅଧ୍ୟାୟ ଏକ ଅଦ୍ଭୁତ ଅଧ୍ୟାୟ ଅଟେ । ଶ୍ରୀମଦ୍ଭଗବଦ୍ଗୀତାର ଶେଷ ୧୭ଟି ଅଧ୍ୟାୟ ବିଷୟରେ ଆଲୋଚନା କରିବା ଅଲଗା କଥା, କିନ୍ତୁ ଏହି ଗୋଟିଏ ଅଧ୍ୟାୟ ବିଷୟରେ ଆଲୋଚନା କରିବା କଥା ଭାବି ଆତ୍ମା ଖୁସିରେ ବିଭୋର ହୋଇଯାଉଛି । ଅର୍ଜୁନ ଶ୍ରୀ ଭଗବାନଙ୍କୁ ଦେଖୁଛନ୍ତି, କିନ୍ତୁ ଶ୍ରୀ ଭଗବାନଙ୍କୁ ଦେଖିବା ପରେ ମଧ୍ୟ ଅର୍ଜୁନ ଆଉ ବି କିଛି ଦେଖିବାକୁ ଚାହୁଁଛନ୍ତି ।
ଦ୍ବିତୀୟ ଅଧ୍ଯାୟରେ ଯେତେବେଳେ ଅର୍ଜ୍ଜୁନ କହିଦେଲେ -
।।शिष्यस्तेऽहं शाधि मां त्वां प्रपन्नम्।।
ଉକ୍ତ ଅଧ୍ୟାୟର ଏକାଦଶ ଶ୍ଳୋକରୁ ହିଁ ଶ୍ରୀ ଭଗବାନ ଶ୍ରୀମଦ୍ଭଗବଦ୍ଗୀତା ଉପଦେଶ ଦେବା ଆରମ୍ଭ କଲେ, ଦ୍ବିତୀୟ ଅଧ୍ୟାୟ ସାଙ୍ଖ୍ୟ ଯୋଗ, ତୃତୀୟ ଅଧ୍ୟାୟରେ କର୍ମ ଯୋଗର ବ୍ୟାଖ୍ୟା କଲେ, ଚତୁର୍ଥ ଅଧ୍ୟାୟର ଷଷ୍ଠ ଶ୍ଳୋକରୁ ଦଶମ ଶ୍ଳୋକ ପର୍ଯ୍ୟନ୍ତ ଶ୍ରୀ ଭଗବାନ ତାଙ୍କର ନିରାକାର ରୂପ ଦେଖାଇଲେ।
अजोऽपि सन्नव्ययात्मा भूतानामीश्वरोऽपि सन्।
ଏହି ପାଞ୍ଚଟି ଶ୍ଳୋକକୁ ପରମ ଶ୍ରଦ୍ଧେୟ ବ୍ରହ୍ମଲୀନ ସ୍ୱାମୀ ରାମସୁଖ ମହାରାଜ ଦୈନିକ ପଠନଯୋଗ୍ୟ ଶ୍ଳୋକ ଭାବରେ ବର୍ଣ୍ଣନା କରିଛନ୍ତି । ଯଦି ଆମେ ଅଳ୍ପ ସମୟ ମଧ୍ୟରେ ପଢିବାକୁ ଚାହୁଁ କିମ୍ବା ଯଦି ଆମେ ସକାଳୁ ଉଠିବା ମାତ୍ରେ ଏହା ପଢିବାକୁ ଚାହୁଁ ତେବେ ଆମକୁ ଏହି ପାଞ୍ଚଟି ଶ୍ଳୋକ ଅବଶ୍ୟ ପଢିବା ଉଚିତ୍ ।
ଷଷ୍ଠ ଅଧ୍ୟାୟ "ଧ୍ୟାନଯୋଗ"ରେ ଶ୍ରୀ ଭଗବାନ ଧ୍ୟାନ ମାଧ୍ୟମରେ ତାଙ୍କୁ ଚିନ୍ତା କରିବାର ପଦ୍ଧତି ବିଷୟରେ ବର୍ଣ୍ଣନା କରିଛନ୍ତି ।
ଅଷ୍ଟମ ଅଧ୍ୟାୟରେ, "ବ୍ରାହ୍ମଣ କ'ଣ? ଜୀବ କ'ଣ? ଆଧ୍ୟାତ୍ମିକତା କ'ଣ?" ଏ ସମସ୍ତ ବିଷୟକୁ ବିସ୍ତୃତ ଭାବେ ଭଗବାନ କହିଛନ୍ତି।
ନବମ ଅଧ୍ୟାୟ ମୂଳତଃ ଜ୍ଞାନ ଯୋଗ, କିନ୍ତୁ ଏଠାରେ ଶ୍ରୀଭଗବାନ କହିଛନ୍ତି:
।।पत्रं पुष्पं फलं तोयं यो मे भक्त्या प्रयच्छति।।
ଅର୍ଥାତ୍ “ଯଦି ମୋ ଭକ୍ତ, ସଭକ୍ତି ମୋତେ କେବଳ ଏକ ପତ୍ର, ଫୁଲ ଅବା ଫଳ କି ଜଳ ଅର୍ପଣ କରନ୍ତି, ତେବେ ମୁଁ ଏହାକୁ ପ୍ରୀତିଭରେ ସାକ୍ଷାତ ପ୍ରକଟ ହୋଇ ଗ୍ରହଣ କରେ। ଅର୍ଜୁନ ଆଶ୍ଚର୍ଯ୍ୟ ହୋଇ କହିଲେ, "କିନ୍ତୁ ତୁମେ ତ ନିରାକାର ପରମବ୍ରହ୍ମ ପରମାତ୍ମା ଅଟ, ତଥାପି ପ୍ରକଟ ହୋଇଯାଅ ! ଶ୍ରୀ ଭଗବାନ କହିଲେ, "ହଁ, ମୁଁ ଭକ୍ତଙ୍କ ପାଇଁ କିଛି ବି କରିପାରେ। ”
ଯେତେବେଳେ ଭଗବାନ ନିଜର ବିଶ୍ବରୂପ ଅର୍ଜୁନଙ୍କ ନିକଟରେ ପ୍ରଦର୍ଶନ କଲେ, ଅର୍ଜୁନ ଭଗବାନଙ୍କ ପ୍ରତି ସମର୍ପିତ ହେଲେ । ଶ୍ରୀଭଗବାନ ନିଜ ମଧ୍ଯରେ ସମଗ୍ର ବିଶ୍ବ ବ୍ରହ୍ମାଣ୍ଡକୁ ପ୍ରତିଷ୍ଠିତ କରି ଦେଇଥିଲେ । ଦଶମ ଅଧ୍ୟାୟରେ ଯାହା କେବଳ ବାଣୀରେ ପ୍ରକାଶ କରିଥିଲେ, ତା'ଠାରୁ ଅଧିକ ଏକାଦଶ ଅଧ୍ୟାୟରେ ଅର୍ଜୁନଙ୍କୁ ପ୍ରଦର୍ଶିତ କଲେ।
ଶ୍ରୀମଦ୍ ଭଗବଦ୍ ଗୀତାର ୧୮ଟି ଅଧ୍ୟାୟ ମଧ୍ୟରୁ ୧୭ଟି ଅଧ୍ୟାୟ ଅଡିଓ (ଶ୍ରବଣ ଯୋଗ୍ଯ)ହୋଇଥିବା ବେଳେ ଏକମାତ୍ର ଏକାଦଶ ଅଧ୍ୟାୟ ଏପରି ଅଟେ ଯାହାକୁ ଆମେ ଭିଡିଓ (ଦୃଶ୍ଯ ଶ୍ରବ୍ଯର ମିଶ୍ରଣ) ଭାବେ ବିବେଚନା କରିପାରିବା। ଅବଶିଷ୍ଟ ସମସ୍ତ ଅଧ୍ୟାୟରେ ଶ୍ରୀ ଭଗବାନ ଆମକୁ ଉପଦେଶ ଦେଇଥିବା ବେଳେ ଏହି ଅଧ୍ୟାୟରେ ଶ୍ରୀ ଭଗବାନ ନିଜର ଭଗବତ୍ ସତ୍ତାର ପ୍ରଦର୍ଶନ କରିଛନ୍ତି। ଆମେ ଜାଣୁ ଯେ ଅଡିଓ (ଶ୍ରବଣ) ଅପେକ୍ଷା ଭିଡିଓର (ଦୃଶ୍ଯ ଶ୍ରବ୍ଯର ମିଶ୍ରଣ) ମହିମା ଅଧିକ । ଯଦି ଆମେ ଏହି ବିବେଚନକୁ ବନ୍ଦ କରି କେବଳ ଅଡିଓ ଭାବେ ଶୁଣିବା, ତେବେ ଆମ ମନରେ ଟିକେ କମ୍ ଧାରଣା ଆସିବ ।
ଏଠାରେ ଶ୍ରୀ ଭଗବାନ ଏକ ସୂକ୍ଷ୍ମ ବିନ୍ଦୁରୁ ଆରମ୍ଭ କରି ସମ୍ପୂର୍ଣ୍ଣ ବିରାଟ ଦୃଶ୍ୟ, ଅର୍ଥାତ୍ ସାରା ବିଶ୍ବ ବ୍ରହ୍ମାଣ୍ଡ ଅର୍ଜୁନଙ୍କୁ ଦର୍ଶନ କରାଇଥିଲେ। ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଲେ, "ହେ ଅର୍ଜୁନ ! ଭ୍ରମରେ ପଡ଼ ନାହିଁ, ମୁଁ ମୋ ବିଭୁତିଗୁଡିକୁ ପ୍ରଧାନତାର ସହ ପ୍ରଥମରୁ ହିଁ କହିଛି। ଏଗୁଡ଼ିକ ଯେ ଖାଲି ପ୍ରଧାନ, ସେତିକି ନୁହେଁ ; ଏମାନେ ଅନନ୍ତ ବି ଅଟନ୍ତି -
नान्तोऽस्ति मम दिव्यानां विभूतीनां परंतप।
ଆମେ ଏହି ଅଧ୍ୟାୟକୁ ସାମାନ୍ୟ ବୈଜ୍ଞାନିକ ପଦ୍ଧତିରେ ଟିକିଏ ବୁଝିବାକୁ ଚେଷ୍ଟା କରିବ। । ଆମ ଶରୀରର ପଞ୍ଚତତ୍ତ୍ୱ ମଧ୍ୟରୁ ପ୍ରଥମ ତତ୍ତ୍ବ ହେଉଛି ଆକାଶ । ଆକାଶର ଗୁଣ ହେଉଛି ଶବ୍ଦ ଅର୍ଥାତ୍ ଧ୍ବନି ଏବଂ ଶବ୍ଦର ଇନ୍ଦ୍ରିୟ ହେଉଛି କର୍ଣ୍ଣ । ଆକାଶ ପରେ ପରେ ବାୟୁର ଉତ୍ପତ୍ତି ହେଲା । ବାୟୁର ଦୁଇଟି ଗୁଣ ଅଛି : ଶବ୍ଦ ଏବଂ ସ୍ପର୍ଶ । ବାୟୁରେ ଧ୍ବନି ରହିବା ସହ ସ୍ପର୍ଶ ମଧ୍ୟ ରହଥାଏ। ଆମେ ଆକାଶକୁ ଅନୁଭବ କରିପାରିବା ନାହିଁ, କିନ୍ତୁ ଆମେ ବାୟୁକୁ ଅନୁଭବ କରିପାରିବା। ଆକାଶ ଓ ବାୟୁ ସହିତ ମିଶି ତୃତୀୟ ମହାନ ତତ୍ତ୍ୱ ଅର୍ଥାତ୍ ଅଗ୍ନିର ଜନ୍ମ ହୋଇଥିଲା । ଅଗ୍ନିର ମଧ୍ୟ ରୂପ ଅଛି, ଅର୍ଥାତ୍ ଆମେ ଅଗ୍ନିକୁ ଶୁଣିପାରିବା, ଦେଖିପାରିବା ଏବଂ ସ୍ପର୍ଶ କରିପାରିବା । ଆକାଶ, ବାୟୁ ଓ ଅଗ୍ନି ମିଳିତ ଭାବେ ଚତୁର୍ଥ ମହାନ ତତ୍ତ୍ୱ - ଜଳର ଉତ୍ପତ୍ତି କରିଥିଲେ। ଜଳରେ ଶବ୍ଦ, ସ୍ପର୍ଶ, ରୂପ ଏବଂ ସ୍ୱାଦ ଅଛି, ଅର୍ଥାତ୍ ଆମେ ଜଳର ସ୍ୱାଦ ମଧ୍ୟ ଚାଖିପାରିବା । ସ୍ୱାଦ ବା ରସର ଇନ୍ଦ୍ରିୟ ହେଉଛି ଆମର ଜିହ୍ୱା । କିନ୍ତୁ ଏ ସମସ୍ତ ଭିତରେ କୌଣସି ଗନ୍ଧ ନାହିଁ। ଆକାଶ, ବାୟୁ, ଅଗ୍ନି ଓ ଜଳ ଏହି ଚାରିଟି ତତ୍ତ୍ୱକୁ ମିଶାଇ ପୃଥିବୀ ଗଠିତ ହୋଇଥିଲା। ପୃଥିବୀର ଗନ୍ଧ ମଧ୍ଯ ଅଛି। ଏହାର ଇନ୍ଦ୍ରିୟ ନାସିକା ହୋଇଥାଏ।
ଏହି ପଞ୍ଚ ମହାଭୂତମାନଙ୍କର ପାଞ୍ଚଟି ତନ୍ମାତ୍ରା ଅଛନ୍ତି ଏବଂ ସେହି ପଞ୍ଚ ତନ୍ମାତ୍ରାମାନଙ୍କର ପଞ୍ଚ ଜ୍ଞାନେନ୍ଦ୍ରିୟ ଅଛନ୍ତି। ସେଥି ମଧ୍ୟରୁ ସବୁଠାରୁ ଶକ୍ତିଶାଳୀ ହେଉଛି ଆକାଶ, କାରଣ ଆକାଶ ଦ୍ବାରା ଅବଶିଷ୍ଟ ଚାରିଟି ତତ୍ତ୍ୱର ନିର୍ମାଣ ହୋଇଥାଏ। ତେଣୁ ପଞ୍ଚ ତନ୍ମାତ୍ରା ମଧ୍ୟରେ ସବୁଠାରୁ ଶକ୍ତିଶାଳୀ ଶବ୍ଦ ହୋଇଥାଏ ଏବଂ ପଞ୍ଚ ଜ୍ଞାନେନ୍ଦ୍ରିୟ ମଳଯ୍ରମଧ୍ୟରୁ କର୍ଣ୍ଣ ହେଉଛି ସବୁଠାରୁ ଶକ୍ତିଶାଳୀ ଅଙ୍ଗ ।
ସଂସାରର ସର୍ବାଧିକ ଜ୍ଞାନ ନା ଦୃଷ୍ଟି, ଦ୍ବାରା ପ୍ରାପ୍ତ ହୁଏ, ନା ସ୍ପର୍ଶ ଦ୍ୱାରା, ନା ସ୍ୱାଦ ଦ୍ବାରା ନା ଗନ୍ଧ ଦ୍ବାରା ହୋଇଥାଏ ବରଂ ଶ୍ରବଣ ଦ୍ୱାରା ପ୍ରାପ୍ତ ହୁଏ । ଜଣେ ଦୁଇ ବର୍ଷର ଛୋଟ ବାଳକ କେବଳ ଶୁଣି ଶୁଣି ପୂରା ଭାଷା ଶିଖିଥାଏ। ଯଦି ସେ ମହାରାଷ୍ଟ୍ରରେ ରୁହେ, ତେବେ ସେ ମରାଠୀ ଶିଖିବ, ଯଦି ସେ ଗୁଜରାଟରେ ରୁହେ, ତେବେ ସେ ଗୁଜରାଟୀ ଶିଖିବ, ଅର୍ଥାତ୍ ସେ ରହୁଥିବା ଅଞ୍ଚଳର ଭାଷା ଶିଖିଥାଏ, ତେଣୁ ଶ୍ରୀ ଭଗବାନ କର୍ଣ୍ଣକୁ ଶରୀରର ସର୍ବୋଚ୍ଚ ସ୍ଥାନ ଦେଇଛନ୍ତି ଏବଂ ତାକୁ ଗୋଟିଏ ସ୍ଥାନ ପରିବର୍ତ୍ତେ ଦୁଇଟି କର୍ଣ୍ଣେନ୍ଦ୍ରିୟ ଦେଇଛନ୍ତି । ଏହାକୁ ମସ୍ତିଷ୍କର ଅତି ନିକଟରେ ତିଆରି କରାଯାଇଛି।
ଶବ୍ଦୋ ବ୍ରହ୍ମଂ
ପବିତ୍ର ବାଇବେଲ୍ରେ ମଧ୍ୟ କୁହାଯାଇଛି- "there was a word before the world" "ଦୁନିଆ ଆରମ୍ଭ ଆଗରୁ କେବଳ ଗୋଟିଏ ହିଁ ତତ୍ତ୍ୱ ମହଜୁଦ୍ ଥିଲା, ତାହା ହେଉଛି - ‘ଶବ୍ଦ’। ଅର୍ଥାତ୍ ଏହି ଦୁନିଆ ଆରମ୍ଭରୁ କେବଳ ଶବ୍ଦ ହିଁ ଥିଲା ।
"In the beginning was the Word, and the Word was with God, and the Word was God."
ଅର୍ଜୁନ ଯେତେବେଳେ ସମସ୍ତ ବିଭୂତିମାନଙ୍କୁ ଶୁଣିଲେ, ତାଙ୍କ ମନରେ ସେମାନଙ୍କୁ ଦେଖିବାର ଇଚ୍ଛା ଜାଗ୍ରତ ହେଲା । ଚଳଚ୍ଚିତ୍ରରେ ଉଭୟ ଦୃଶ୍ଯ ଏବଂ ଶବ୍ଦର ମାଧ୍ୟମ ଥାଏ, ସେହେତୁ ତାହା ମନ ଉପରେ ଅଧିକ ପ୍ରଭାବଶାଳୀ ହୋଇପାରେ।
ଅର୍ଜୁନଙ୍କୁ ଶ୍ରୀଭଗବାନଙ୍କ କୃପା ଅନୁଭବ ହେଉଛି, ତେଣୁ ସେ ଅର୍ଜୁନ ବହୁତ ପ୍ରସନ୍ନ ଅଛନ୍ତି ଏବଂ ସେ ଅନୁଭବ କରୁଛନ୍ତି ଯେ, ବର୍ତ୍ତମାନ ସେ ଭଗବାନଙ୍କୁ ଯାହା ମାଗିବେ, ତାହା ତାଙ୍କୁ ମିଳିଯିବ। ଏହିଠାରୁ ହିଁ ଅଧ୍ୟାୟର ଆରମ୍ଭ ହୋଇଛି।
ସୁମଧୁର ପ୍ରାର୍ଥନା, ଦୀପ ପ୍ରଜ୍ଜ୍ୱଳନ, ଶ୍ରୀଗୁରୁ ବନ୍ଦନା ଓ ଶ୍ରୀକୃଷ୍ଣଙ୍କ ଚରଣରେ ପୂଜାର୍ଚ୍ଚନା ସହ ଆଜିର ଆଲୋଚନା ଅଧିବେଶନ ଆରମ୍ଭ ହେଲା। ଆମର ଏହି ମାନବ ଜୀବନକୁ ସଫଳ କରିବା ପାଇଁ, ଏହାକୁ ଅର୍ଥପୂର୍ଣ୍ଣ କରିବା ପାଇଁ ଏବଂ ଏହାକୁ ଚରମ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବା ପାଇଁ, ଏହି ଜୀବନରେ ଏବଂ ଆଗାମୀ ଜୀବନରେ ସଫଳ ହେବା ପାଇଁ, ଆମର ସର୍ବୋତ୍ତମ କଲ୍ୟାଣ କରିବା ପାଇଁ ଆମେ ଶ୍ରୀମଦ୍ଭଗବଦ୍ଗୀତା ପଢିବା ଆରମ୍ଭ କରିଛୁ, ଜାଣିବା ଆରମ୍ଭ କରିଛୁ, ଶିଖିବା ଆରମ୍ଭ କରିଛୁ, ଏହାର ଅର୍ଥ ବୁଝିବା ପାଇଁ ମଧ୍ଯ ପ୍ରୟାସ ଆରମ୍ଭ କରିଛୁ, ଜୀବନରେ ଏହାର ସୂତ୍ରଗୁଡ଼ିକୁ ଆପଣେଇବା ପାଇଁ ଚେଷ୍ଟାରତ ଅଛୁ । ଜଣା ନାହିଁ ଯେ ଆମର ପୂର୍ବ ଜନ୍ମର କୌଣସି ସୁକୃତ ଅଛି କି ନାହିଁ, ଆମ ପୂର୍ବପୁରୁଷମାନଙ୍କର କିଛି ସୁକୃତ ଅଛି କି ନାହିଁ, କିମ୍ବା ଆମର କୌଣସି ଜନ୍ମରେ ଶ୍ରୀ ଭଗବାନଙ୍କ କୃପା ଅଛି ନାହିଁ, କୌଣସି ଜନ୍ମରେ ମହାନ ସନ୍ଥଙ୍କର କୃପା ରହିଛି, ଯେଉଁ କାରଣରୁ ଆମେ ଏତେ ଭାଗ୍ୟବାନ ହୋଇପାରିଛୁ ଯେ, ଆମେ ଶ୍ରୀମଦ୍ଭାଗବଦ୍ଗୀତାର ଅଧ୍ୟୟନ ଆରମ୍ଭ କରିଛୁ ।
ଆମ ସମସ୍ତଙ୍କ ମନରେ ଏହି ପରମ ବିଶ୍ୱାସ ରହିବା ଉଚିତ ଯେ ଆମେ ଶ୍ରୀମଦ୍ଭଗବଦ୍ଗୀତାଙ୍କୁ ଚୟନ କରିନାହୁଁ ବରଂ ତାଙ୍କ ଦ୍ୱାରା ଆମେ ଚୟନିତ ହୋଇଅଛୁ - ଏହି ବିଶ୍ୱାସ ଯେତେ ଗଭୀର ହେବ, ଆମ ସାଧନା ମଧ୍ୟ ସେତେ ବଳବତ୍ତର ରହିବ । "ମୁଁ ସବୁ କରୁଛି," ଏପରି ଆମେ କହିଥାଉ, କିନ୍ତୁ ଆମେ ସମସ୍ତେ ଜାଣୁ ଯେ ଆମର ଶକ୍ତି ବହୁତ କମ୍, କିନ୍ତୁ ଯେ ଆମକୁ କିଛି କରିବାକୁ ବାଧ୍ୟ କରନ୍ତି ସେ ନିଶ୍ଚିତ ରୂପେ ଆମଠାରୁ ଅଧିକ ବଳବାନ୍ ଅଟନ୍ତି । କର୍ମ ସାଧନ ମାର୍ଗରେ ଯେଉଁଠାରେ ମୋର ଶକ୍ତି କମିଯିବ, ସେ ନିଶ୍ଚିତ ଭାବରେ ମୋତେ ସେଠାରୁ ଉପରକୁ ଉଠିବାରେ ସହାୟ ହେବେ - ଏପରି ବିଶ୍ୱାସ କରିବା ଉଚିତ୍ । ତେଣୁ ଆମ ମନରେ ଏହି ଭାବ ନିରନ୍ତର ରହିବା ଉଚିତ ଯେ ଆମକୁ ଚୟନ କରା ଯାଇଅଛି। ଆମେ ଏ ବିଷୟରେ ମଧ୍ୟ ଅଜ୍ଞାତ କି କେଉଁ କାରଣରୁ ଭଗବାନ ଆମକୁ ଏହି ଆଶୀର୍ବାଦ ଦେଇଛନ୍ତି।
ଏକାଦଶ ଅଧ୍ୟାୟ ଏକ ଅଦ୍ଭୁତ ଅଧ୍ୟାୟ ଅଟେ । ଶ୍ରୀମଦ୍ଭଗବଦ୍ଗୀତାର ଶେଷ ୧୭ଟି ଅଧ୍ୟାୟ ବିଷୟରେ ଆଲୋଚନା କରିବା ଅଲଗା କଥା, କିନ୍ତୁ ଏହି ଗୋଟିଏ ଅଧ୍ୟାୟ ବିଷୟରେ ଆଲୋଚନା କରିବା କଥା ଭାବି ଆତ୍ମା ଖୁସିରେ ବିଭୋର ହୋଇଯାଉଛି । ଅର୍ଜୁନ ଶ୍ରୀ ଭଗବାନଙ୍କୁ ଦେଖୁଛନ୍ତି, କିନ୍ତୁ ଶ୍ରୀ ଭଗବାନଙ୍କୁ ଦେଖିବା ପରେ ମଧ୍ୟ ଅର୍ଜୁନ ଆଉ ବି କିଛି ଦେଖିବାକୁ ଚାହୁଁଛନ୍ତି ।
ଦ୍ବିତୀୟ ଅଧ୍ଯାୟରେ ଯେତେବେଳେ ଅର୍ଜ୍ଜୁନ କହିଦେଲେ -
।।शिष्यस्तेऽहं शाधि मां त्वां प्रपन्नम्।।
ଉକ୍ତ ଅଧ୍ୟାୟର ଏକାଦଶ ଶ୍ଳୋକରୁ ହିଁ ଶ୍ରୀ ଭଗବାନ ଶ୍ରୀମଦ୍ଭଗବଦ୍ଗୀତା ଉପଦେଶ ଦେବା ଆରମ୍ଭ କଲେ, ଦ୍ବିତୀୟ ଅଧ୍ୟାୟ ସାଙ୍ଖ୍ୟ ଯୋଗ, ତୃତୀୟ ଅଧ୍ୟାୟରେ କର୍ମ ଯୋଗର ବ୍ୟାଖ୍ୟା କଲେ, ଚତୁର୍ଥ ଅଧ୍ୟାୟର ଷଷ୍ଠ ଶ୍ଳୋକରୁ ଦଶମ ଶ୍ଳୋକ ପର୍ଯ୍ୟନ୍ତ ଶ୍ରୀ ଭଗବାନ ତାଙ୍କର ନିରାକାର ରୂପ ଦେଖାଇଲେ।
अजोऽपि सन्नव्ययात्मा भूतानामीश्वरोऽपि सन्।
प्रकृतिं स्वामधिष्ठाय सम्भवाम्यात्ममायया ॥
यदा यदा हि धर्मस्य ग्लानिर्भवति भारत।
अभ्युत्थानमधर्मस्य तदाऽऽत्मानं सृजाम्यहम्।।
ଏହି ପାଞ୍ଚଟି ଶ୍ଳୋକକୁ ପରମ ଶ୍ରଦ୍ଧେୟ ବ୍ରହ୍ମଲୀନ ସ୍ୱାମୀ ରାମସୁଖ ମହାରାଜ ଦୈନିକ ପଠନଯୋଗ୍ୟ ଶ୍ଳୋକ ଭାବରେ ବର୍ଣ୍ଣନା କରିଛନ୍ତି । ଯଦି ଆମେ ଅଳ୍ପ ସମୟ ମଧ୍ୟରେ ପଢିବାକୁ ଚାହୁଁ କିମ୍ବା ଯଦି ଆମେ ସକାଳୁ ଉଠିବା ମାତ୍ରେ ଏହା ପଢିବାକୁ ଚାହୁଁ ତେବେ ଆମକୁ ଏହି ପାଞ୍ଚଟି ଶ୍ଳୋକ ଅବଶ୍ୟ ପଢିବା ଉଚିତ୍ ।
ଷଷ୍ଠ ଅଧ୍ୟାୟ "ଧ୍ୟାନଯୋଗ"ରେ ଶ୍ରୀ ଭଗବାନ ଧ୍ୟାନ ମାଧ୍ୟମରେ ତାଙ୍କୁ ଚିନ୍ତା କରିବାର ପଦ୍ଧତି ବିଷୟରେ ବର୍ଣ୍ଣନା କରିଛନ୍ତି ।
ସପ୍ତମ ଅଧ୍ୟାୟରେ ସେ ଜ୍ଞାନକୁ ବିଜ୍ଞାନ ସହ ଯୋଡି, ବ୍ଯଷ୍ଟି ଠାରୁ ସମଷ୍ଟି ଯାଏଁ ନେଇ ଯାଇଛନ୍ତି ଏବଂ ତାହାକୁ ଅନୁଭବ ଯୋଗ୍ୟ ମଧ୍ୟ କରିଛନ୍ତି। ଯାହାକୁ ଅର୍ଜ୍ଜୁନ ଧ୍ଯାନ ଓ ମନଯୋଗ ସହ ଦେଖୁଥାଆନ୍ତି।
ଅଷ୍ଟମ ଅଧ୍ୟାୟରେ, "ବ୍ରାହ୍ମଣ କ'ଣ? ଜୀବ କ'ଣ? ଆଧ୍ୟାତ୍ମିକତା କ'ଣ?" ଏ ସମସ୍ତ ବିଷୟକୁ ବିସ୍ତୃତ ଭାବେ ଭଗବାନ କହିଛନ୍ତି।
ନବମ ଅଧ୍ୟାୟ ମୂଳତଃ ଜ୍ଞାନ ଯୋଗ, କିନ୍ତୁ ଏଠାରେ ଶ୍ରୀଭଗବାନ କହିଛନ୍ତି:
।।पत्रं पुष्पं फलं तोयं यो मे भक्त्या प्रयच्छति।।
ଅର୍ଥାତ୍ “ଯଦି ମୋ ଭକ୍ତ, ସଭକ୍ତି ମୋତେ କେବଳ ଏକ ପତ୍ର, ଫୁଲ ଅବା ଫଳ କି ଜଳ ଅର୍ପଣ କରନ୍ତି, ତେବେ ମୁଁ ଏହାକୁ ପ୍ରୀତିଭରେ ସାକ୍ଷାତ ପ୍ରକଟ ହୋଇ ଗ୍ରହଣ କରେ। ଅର୍ଜୁନ ଆଶ୍ଚର୍ଯ୍ୟ ହୋଇ କହିଲେ, "କିନ୍ତୁ ତୁମେ ତ ନିରାକାର ପରମବ୍ରହ୍ମ ପରମାତ୍ମା ଅଟ, ତଥାପି ପ୍ରକଟ ହୋଇଯାଅ ! ଶ୍ରୀ ଭଗବାନ କହିଲେ, "ହଁ, ମୁଁ ଭକ୍ତଙ୍କ ପାଇଁ କିଛି ବି କରିପାରେ। ”
ଶ୍ରୀ ଭଗବାନ ନିଜ ବିଷୟରେ ବିସ୍ତୃତ ଭାବରେ କହିଲେ : "ମୁଁ କେବଳ ମୂର୍ତ୍ତି ଭିତରେ ଅଛି ବୋଲି ଭାବ ନାହିଁ। ଦଶମ ଅଧ୍ୟାୟରେ ଶ୍ରୀ ଭଗବାନ ୮୨ ବିଭୂତି ବିଷୟରେ ବିସ୍ତୃତ ଭାବେ ବର୍ଣ୍ଣନା କରିଛନ୍ତି। ତେବେ ଏହାପରେ ପ୍ରଶ୍ନ ଉଠେ ଯେ, "ତୁମେ ସୁମେରୁ ପର୍ବତରେ ଅଛ, ତୁମେ ପବିତ୍ର ଗଙ୍ଗା ମଧ୍ୟରେ ଅଛ, ତେବେ ତୁମେ ଅନ୍ୟ ସବୁଠାରେ ଅଛ କି ନାହିଁ?" ଯେମିତି ଯେମିତି ଜ୍ଞାନ ବଢିବାରେ ଲାଗିବ ସେମିତି ସେମିତି ଶ୍ରୀ ଭଗବାନଙ୍କର ସ୍ବରୂପ ସୂକ୍ଷ୍ମରୁ ସୂକ୍ଷ୍ମତର ଭାବରେ ବଦଳିବାକୁ ଲାଗିବ। ଯେପରି ଦୃଷ୍ଟି ସେପରି ସୃଷ୍ଟି। ଆମେ କୌଣସି କଥାକୁ ଯେତେ ଗମ୍ଭୀରତା ସହ ଓ ସୂକ୍ଷ୍ମତା ଦେଖୁ, ତାର ଅର୍ଥ ମଧ୍ୟ ସେହିପରି ବଦଳିବାରେ ଲାଗିଥାଏ। ଯଦି ଆମେ ସାଧାରଣ କଥା ବିଷୟରେ ଚିନ୍ତା କରୁ, ଯଦି ଆମେ ପୃଷ୍ଠରୁ କୌଣସି କଥାକୁ ଦେଖୁ ଏବଂ ଗଭୀରତାକୁ ଯାଇ ସମାନ କଥାକୁ ବୁଝିଥାଉ, ତେବେ ଉଭୟ କ୍ଷେତ୍ରରେ କଥାର ଅର୍ଥ ବଦଳିଯାଏ ।
ଯେତେବେଳେ ଭଗବାନ ନିଜର ବିଶ୍ବରୂପ ଅର୍ଜୁନଙ୍କ ନିକଟରେ ପ୍ରଦର୍ଶନ କଲେ, ଅର୍ଜୁନ ଭଗବାନଙ୍କ ପ୍ରତି ସମର୍ପିତ ହେଲେ । ଶ୍ରୀଭଗବାନ ନିଜ ମଧ୍ଯରେ ସମଗ୍ର ବିଶ୍ବ ବ୍ରହ୍ମାଣ୍ଡକୁ ପ୍ରତିଷ୍ଠିତ କରି ଦେଇଥିଲେ । ଦଶମ ଅଧ୍ୟାୟରେ ଯାହା କେବଳ ବାଣୀରେ ପ୍ରକାଶ କରିଥିଲେ, ତା'ଠାରୁ ଅଧିକ ଏକାଦଶ ଅଧ୍ୟାୟରେ ଅର୍ଜୁନଙ୍କୁ ପ୍ରଦର୍ଶିତ କଲେ।
ଶ୍ରୀମଦ୍ ଭଗବଦ୍ ଗୀତାର ୧୮ଟି ଅଧ୍ୟାୟ ମଧ୍ୟରୁ ୧୭ଟି ଅଧ୍ୟାୟ ଅଡିଓ (ଶ୍ରବଣ ଯୋଗ୍ଯ)ହୋଇଥିବା ବେଳେ ଏକମାତ୍ର ଏକାଦଶ ଅଧ୍ୟାୟ ଏପରି ଅଟେ ଯାହାକୁ ଆମେ ଭିଡିଓ (ଦୃଶ୍ଯ ଶ୍ରବ୍ଯର ମିଶ୍ରଣ) ଭାବେ ବିବେଚନା କରିପାରିବା। ଅବଶିଷ୍ଟ ସମସ୍ତ ଅଧ୍ୟାୟରେ ଶ୍ରୀ ଭଗବାନ ଆମକୁ ଉପଦେଶ ଦେଇଥିବା ବେଳେ ଏହି ଅଧ୍ୟାୟରେ ଶ୍ରୀ ଭଗବାନ ନିଜର ଭଗବତ୍ ସତ୍ତାର ପ୍ରଦର୍ଶନ କରିଛନ୍ତି। ଆମେ ଜାଣୁ ଯେ ଅଡିଓ (ଶ୍ରବଣ) ଅପେକ୍ଷା ଭିଡିଓର (ଦୃଶ୍ଯ ଶ୍ରବ୍ଯର ମିଶ୍ରଣ) ମହିମା ଅଧିକ । ଯଦି ଆମେ ଏହି ବିବେଚନକୁ ବନ୍ଦ କରି କେବଳ ଅଡିଓ ଭାବେ ଶୁଣିବା, ତେବେ ଆମ ମନରେ ଟିକେ କମ୍ ଧାରଣା ଆସିବ ।
ଏଠାରେ ଶ୍ରୀ ଭଗବାନ ଏକ ସୂକ୍ଷ୍ମ ବିନ୍ଦୁରୁ ଆରମ୍ଭ କରି ସମ୍ପୂର୍ଣ୍ଣ ବିରାଟ ଦୃଶ୍ୟ, ଅର୍ଥାତ୍ ସାରା ବିଶ୍ବ ବ୍ରହ୍ମାଣ୍ଡ ଅର୍ଜୁନଙ୍କୁ ଦର୍ଶନ କରାଇଥିଲେ। ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଲେ, "ହେ ଅର୍ଜୁନ ! ଭ୍ରମରେ ପଡ଼ ନାହିଁ, ମୁଁ ମୋ ବିଭୁତିଗୁଡିକୁ ପ୍ରଧାନତାର ସହ ପ୍ରଥମରୁ ହିଁ କହିଛି। ଏଗୁଡ଼ିକ ଯେ ଖାଲି ପ୍ରଧାନ, ସେତିକି ନୁହେଁ ; ଏମାନେ ଅନନ୍ତ ବି ଅଟନ୍ତି -
नान्तोऽस्ति मम दिव्यानां विभूतीनां परंतप।
ଆମେ ଏହି ଅଧ୍ୟାୟକୁ ସାମାନ୍ୟ ବୈଜ୍ଞାନିକ ପଦ୍ଧତିରେ ଟିକିଏ ବୁଝିବାକୁ ଚେଷ୍ଟା କରିବ। । ଆମ ଶରୀରର ପଞ୍ଚତତ୍ତ୍ୱ ମଧ୍ୟରୁ ପ୍ରଥମ ତତ୍ତ୍ବ ହେଉଛି ଆକାଶ । ଆକାଶର ଗୁଣ ହେଉଛି ଶବ୍ଦ ଅର୍ଥାତ୍ ଧ୍ବନି ଏବଂ ଶବ୍ଦର ଇନ୍ଦ୍ରିୟ ହେଉଛି କର୍ଣ୍ଣ । ଆକାଶ ପରେ ପରେ ବାୟୁର ଉତ୍ପତ୍ତି ହେଲା । ବାୟୁର ଦୁଇଟି ଗୁଣ ଅଛି : ଶବ୍ଦ ଏବଂ ସ୍ପର୍ଶ । ବାୟୁରେ ଧ୍ବନି ରହିବା ସହ ସ୍ପର୍ଶ ମଧ୍ୟ ରହଥାଏ। ଆମେ ଆକାଶକୁ ଅନୁଭବ କରିପାରିବା ନାହିଁ, କିନ୍ତୁ ଆମେ ବାୟୁକୁ ଅନୁଭବ କରିପାରିବା। ଆକାଶ ଓ ବାୟୁ ସହିତ ମିଶି ତୃତୀୟ ମହାନ ତତ୍ତ୍ୱ ଅର୍ଥାତ୍ ଅଗ୍ନିର ଜନ୍ମ ହୋଇଥିଲା । ଅଗ୍ନିର ମଧ୍ୟ ରୂପ ଅଛି, ଅର୍ଥାତ୍ ଆମେ ଅଗ୍ନିକୁ ଶୁଣିପାରିବା, ଦେଖିପାରିବା ଏବଂ ସ୍ପର୍ଶ କରିପାରିବା । ଆକାଶ, ବାୟୁ ଓ ଅଗ୍ନି ମିଳିତ ଭାବେ ଚତୁର୍ଥ ମହାନ ତତ୍ତ୍ୱ - ଜଳର ଉତ୍ପତ୍ତି କରିଥିଲେ। ଜଳରେ ଶବ୍ଦ, ସ୍ପର୍ଶ, ରୂପ ଏବଂ ସ୍ୱାଦ ଅଛି, ଅର୍ଥାତ୍ ଆମେ ଜଳର ସ୍ୱାଦ ମଧ୍ୟ ଚାଖିପାରିବା । ସ୍ୱାଦ ବା ରସର ଇନ୍ଦ୍ରିୟ ହେଉଛି ଆମର ଜିହ୍ୱା । କିନ୍ତୁ ଏ ସମସ୍ତ ଭିତରେ କୌଣସି ଗନ୍ଧ ନାହିଁ। ଆକାଶ, ବାୟୁ, ଅଗ୍ନି ଓ ଜଳ ଏହି ଚାରିଟି ତତ୍ତ୍ୱକୁ ମିଶାଇ ପୃଥିବୀ ଗଠିତ ହୋଇଥିଲା। ପୃଥିବୀର ଗନ୍ଧ ମଧ୍ଯ ଅଛି। ଏହାର ଇନ୍ଦ୍ରିୟ ନାସିକା ହୋଇଥାଏ।
ଏହି ପଞ୍ଚ ମହାଭୂତମାନଙ୍କର ପାଞ୍ଚଟି ତନ୍ମାତ୍ରା ଅଛନ୍ତି ଏବଂ ସେହି ପଞ୍ଚ ତନ୍ମାତ୍ରାମାନଙ୍କର ପଞ୍ଚ ଜ୍ଞାନେନ୍ଦ୍ରିୟ ଅଛନ୍ତି। ସେଥି ମଧ୍ୟରୁ ସବୁଠାରୁ ଶକ୍ତିଶାଳୀ ହେଉଛି ଆକାଶ, କାରଣ ଆକାଶ ଦ୍ବାରା ଅବଶିଷ୍ଟ ଚାରିଟି ତତ୍ତ୍ୱର ନିର୍ମାଣ ହୋଇଥାଏ। ତେଣୁ ପଞ୍ଚ ତନ୍ମାତ୍ରା ମଧ୍ୟରେ ସବୁଠାରୁ ଶକ୍ତିଶାଳୀ ଶବ୍ଦ ହୋଇଥାଏ ଏବଂ ପଞ୍ଚ ଜ୍ଞାନେନ୍ଦ୍ରିୟ ମଳଯ୍ରମଧ୍ୟରୁ କର୍ଣ୍ଣ ହେଉଛି ସବୁଠାରୁ ଶକ୍ତିଶାଳୀ ଅଙ୍ଗ ।
ସଂସାରର ସର୍ବାଧିକ ଜ୍ଞାନ ନା ଦୃଷ୍ଟି, ଦ୍ବାରା ପ୍ରାପ୍ତ ହୁଏ, ନା ସ୍ପର୍ଶ ଦ୍ୱାରା, ନା ସ୍ୱାଦ ଦ୍ବାରା ନା ଗନ୍ଧ ଦ୍ବାରା ହୋଇଥାଏ ବରଂ ଶ୍ରବଣ ଦ୍ୱାରା ପ୍ରାପ୍ତ ହୁଏ । ଜଣେ ଦୁଇ ବର୍ଷର ଛୋଟ ବାଳକ କେବଳ ଶୁଣି ଶୁଣି ପୂରା ଭାଷା ଶିଖିଥାଏ। ଯଦି ସେ ମହାରାଷ୍ଟ୍ରରେ ରୁହେ, ତେବେ ସେ ମରାଠୀ ଶିଖିବ, ଯଦି ସେ ଗୁଜରାଟରେ ରୁହେ, ତେବେ ସେ ଗୁଜରାଟୀ ଶିଖିବ, ଅର୍ଥାତ୍ ସେ ରହୁଥିବା ଅଞ୍ଚଳର ଭାଷା ଶିଖିଥାଏ, ତେଣୁ ଶ୍ରୀ ଭଗବାନ କର୍ଣ୍ଣକୁ ଶରୀରର ସର୍ବୋଚ୍ଚ ସ୍ଥାନ ଦେଇଛନ୍ତି ଏବଂ ତାକୁ ଗୋଟିଏ ସ୍ଥାନ ପରିବର୍ତ୍ତେ ଦୁଇଟି କର୍ଣ୍ଣେନ୍ଦ୍ରିୟ ଦେଇଛନ୍ତି । ଏହାକୁ ମସ୍ତିଷ୍କର ଅତି ନିକଟରେ ତିଆରି କରାଯାଇଛି।
ସେଥିପାଇଁ ଶବ୍ଦକୁ ବ୍ରହ୍ମ କୁହାଯାଏ ।
ଶବ୍ଦୋ ବ୍ରହ୍ମଂ
ପବିତ୍ର ବାଇବେଲ୍ରେ ମଧ୍ୟ କୁହାଯାଇଛି- "there was a word before the world" "ଦୁନିଆ ଆରମ୍ଭ ଆଗରୁ କେବଳ ଗୋଟିଏ ହିଁ ତତ୍ତ୍ୱ ମହଜୁଦ୍ ଥିଲା, ତାହା ହେଉଛି - ‘ଶବ୍ଦ’। ଅର୍ଥାତ୍ ଏହି ଦୁନିଆ ଆରମ୍ଭରୁ କେବଳ ଶବ୍ଦ ହିଁ ଥିଲା ।
"In the beginning was the Word, and the Word was with God, and the Word was God."
"ପ୍ରାରମ୍ଭରେ ଶବ୍ଦ ଥିଲା, ଏବଂ ଏହି ଶବ୍ଦ ପରମେଶ୍ୱରଙ୍କ ପାଖରେ ଥିଲା ତେଣୁ ଶବ୍ଦ ହିଁ ପରମେଶ୍ୱର।”
ଅର୍ଜୁନ ଯେତେବେଳେ ସମସ୍ତ ବିଭୂତିମାନଙ୍କୁ ଶୁଣିଲେ, ତାଙ୍କ ମନରେ ସେମାନଙ୍କୁ ଦେଖିବାର ଇଚ୍ଛା ଜାଗ୍ରତ ହେଲା । ଚଳଚ୍ଚିତ୍ରରେ ଉଭୟ ଦୃଶ୍ଯ ଏବଂ ଶବ୍ଦର ମାଧ୍ୟମ ଥାଏ, ସେହେତୁ ତାହା ମନ ଉପରେ ଅଧିକ ପ୍ରଭାବଶାଳୀ ହୋଇପାରେ।
ଅର୍ଜୁନଙ୍କୁ ଶ୍ରୀଭଗବାନଙ୍କ କୃପା ଅନୁଭବ ହେଉଛି, ତେଣୁ ସେ ଅର୍ଜୁନ ବହୁତ ପ୍ରସନ୍ନ ଅଛନ୍ତି ଏବଂ ସେ ଅନୁଭବ କରୁଛନ୍ତି ଯେ, ବର୍ତ୍ତମାନ ସେ ଭଗବାନଙ୍କୁ ଯାହା ମାଗିବେ, ତାହା ତାଙ୍କୁ ମିଳିଯିବ। ଏହିଠାରୁ ହିଁ ଅଧ୍ୟାୟର ଆରମ୍ଭ ହୋଇଛି।
11.1
ଅର୍ଜୁନ ଉବାଚ
ମଦନୁଗ୍ରହାୟ ପରମଂ(ଙ୍), ଗୁହ୍ୟମଧ୍ୟାତ୍ମସଞ୍ଜ୍ଞିତମ୍।
ୟତ୍ତ୍ୱୟୋକ୍ତଂ(ମ୍) ବଚସ୍ତେନ, ମୋହୋଽୟଂ(ମ୍) ବିଗତୋ ମମ।।୧।।
ଅର୍ଜୁନ କହିଲେ -- କେବଳ ମୋ ଉପରେ କୃପା କରିବା ପାଇଁ ଆପଣ ଅଧ୍ୟାତ୍ମବିଷୟକ ଯେଉଁ ପରମ ଗୋପନୀୟ ବଚନ କହିଲେ, ତାହାଦ୍ବାରା ମୋର ମୋହ ନଷ୍ଟ ହୋଇଗଲା ।
ବିବେଚନ :
ଯେମିତି ପନିପରିବା ଠେଲାଗାଡିରେ ବିକ୍ରି ହେବାର ଓ ମୂଲ୍ୟବାନ ହୀରା ସବୁ ଅଳଙ୍କାର ଦୋକାନରେ ବିକ୍ରୟ ହେଉଥିବାର ଆମେ ଦେଖିବାକୁ ପାଇଥାଉ। ଏପରିକି ଅଳଙ୍କାର ଦୋକାନର ସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ପ୍ରଦର୍ଶିତ ସ୍ଥାନରେ ମୂଲ୍ୟବାନ ହୀରା ପ୍ରଦର୍ଶିତ ହୁଏନାହିଁ। କୌଣସି ଅଳଙ୍କାର ଦୋକାନରେ, ଏକ ଖୋଲା ସ୍ଥାନରେ ସୋଲିଟେୟାର (solitaire) ନାମକ ମୂଲ୍ୟବାନ ହୀରା ପ୍ରଦର୍ଶିତ ହେଉଥିବାର ଆମେ ଦେଖିବାକୁ ପାଇବା ନାହିଁ । ଯଦି କେହି ଏହି ହୀରାକୁ କିଣିବା ଲାଗି ଆଗ୍ରହୀ ହେଉଛନ୍ତି, ତେବେବି, ଗହଣା ବ୍ୟବସାୟୀ, ନିଶ୍ଚିତ ନ ହେବା ପର୍ଯ୍ୟନ୍ତ ତାଙ୍କୁ ଏଡ଼ାଇ ଦେବେ ଯେ, ସେ ପ୍ରକୃତରେ ଏହାକୁ କିଣିବାକୁ ଆଗ୍ରହୀ କି ନୁହେଁ ।
ଅର୍ଜୁନ ମଧ୍ୟ ପୂର୍ବରୁ କହିସାରିଛନ୍ତି ଯେ ସେ ଏହି ଚରମ ଗୋପନୀୟ ଜ୍ଞାନ ହାସଲ କରିବାକୁ ଆଗ୍ରହୀ, ସେ ଯୋଗ୍ୟ ଅଟନ୍ତି । ଅର୍ଜୁନ ଅତ୍ୟନ୍ତ ଜ୍ଞାନୀ, ଏଣୁ ଏମିତିରେ ଶ୍ରୀ ଭଗବାନ ଅର୍ଜୁନଙ୍କୁ ଶ୍ରୀମଦ୍ ଭଗବଦ୍ ଗୀତା ବର୍ଣ୍ଣନା କରି ନାହାନ୍ତି। ଅର୍ଜୁନ ଜାଣନ୍ତି ସେ କ'ଣ ମାଗିବାକୁ ଯାଉଛନ୍ତି ଏବଂ ଯାହା ମାଗିବେ ଶ୍ରୀଭଗବାନ ତାକୁ 'ନା' କହି ପାରିବେ ନାହିଁ, ତେଣୁ ଅର୍ଜୁନ ପ୍ରଥମେ ନିଜର ଯୋଗ୍ୟତା ପ୍ରମାଣ କରିଛନ୍ତି।
ଏହି ଶ୍ଳୋକ ଅତ୍ଯନ୍ତ ବିଶିଷ୍ଟ ଅଟେ । ଏହା ଆମେ ସାଧାରଣ ଭାବରେ ବୁଝି ପାରିବା ନାହିଁ, କିନ୍ତୁ ଯେତେବେଳେ ମହାପୁରୁଷଙ୍କ ଶ୍ରୀମୁଖରୁ ଶୁଣନ୍ତି, ସେତେବେଳେ ଏହାର ମହତ୍ତ୍ବ ବୁଝାପଡ଼େ।
ଅର୍ଜୁନ କହିଲେ, "ଆପଣ ଯେଉଁ ଜ୍ଞାନ ଦେଉଛନ୍ତି, ତାହାଦ୍ୱାରା ମୋର ସମସ୍ତ ମୋହରୂପୀ ଅଜ୍ଞତା ନଷ୍ଟ ହୋଇଗଲା ।” ଶ୍ରୀଭଗବାନ ଜାଣନ୍ତି ଯେ ଏବେ ଅର୍ଜ୍ଜୁନଙ୍କୁ ଅଧିକ ଜ୍ଞାନର ଆବଶ୍ୟକତା ଅଛି, କିନ୍ତୁ ଅର୍ଜୁନ ଏହା ଅନୁଭବ କରୁଛନ୍ତି ଯେ ତାଙ୍କର ସମସ୍ତ ଅଜ୍ଞତା ନଷ୍ଟ ହୋଇଯାଇଛି । ଶ୍ରୀଭଗବାନ ପ୍ରସନ୍ନ ହେଲେ।
ଭଗବାନଙ୍କ କଥା ଶୁଣି ଅର୍ଜୁନ କହିଲେ,“ହେ ପ୍ରଭୁ! ମୋ ପ୍ରତି ଅନୁଗ୍ରହ କରି ମୋତେ କହିଥିବା ସବୁଠାରୁ ଗୋପନୀୟ ଆଧ୍ୟାତ୍ମିକ ବଚନ ଅର୍ଥାତ୍ ଉପଦେଶ ଦ୍ୱାରା ମୋର ଏହି ଅଜ୍ଞତା ଦୂର ହୋଇଛି।”ଅର୍ଜୁନ ନିଜକୁ ଅତ୍ଯନ୍ତ କୃତଜ୍ଞ ଅନୁଭବ କରିଛନ୍ତି । "ପରମ ଐଶ୍ୱର୍ଯ୍ୟ ଯୁକ୍ତ ଭଗବାନ ମୋର ସାରଥୀ ହୋଇଛନ୍ତି। ତ୍ରିଲୋକର ସ୍ୱାମୀ ମୋ ଘୋଡ଼ାମାନଙ୍କର ଯତ୍ନ ନେଉଛନ୍ତି । ଅର୍ଜୁନ ଏହା ମଧ୍ୟ ବୁଝିଛନ୍ତି ଯେ "ଏଠାରେ ଶ୍ରୀଭଗବାନ ଯାହା କହୁଛନ୍ତି ତାହା ସାଧାରଣ କଥା ନୁହେଁ ।” ମୁଁ ଅନେକ ଶାସ୍ତ୍ର ଅଧ୍ୟୟନ କରିଛି, କିନ୍ତୁ ଆଜି ମୁଁ ଆପଣଙ୍କ ମୁଖରୁ ସମସ୍ତ ଅନନ୍ୟ ଏବଂ ବିଲକ୍ଷଣ କଥା ଶୁଣୁଛି । ସେଥିପାଇଁ ଅର୍ଜୁନ ଶ୍ରୀଭଗବାନଙ୍କୁ କହୁଛନ୍ତି, "ଆପଣ ଗୂହ୍ୟତମ ଅଧ୍ୟାତ୍ମ ବିଷୟ କହୁଛନ୍ତି।"
ଯେମିତି ପନିପରିବା ଠେଲାଗାଡିରେ ବିକ୍ରି ହେବାର ଓ ମୂଲ୍ୟବାନ ହୀରା ସବୁ ଅଳଙ୍କାର ଦୋକାନରେ ବିକ୍ରୟ ହେଉଥିବାର ଆମେ ଦେଖିବାକୁ ପାଇଥାଉ। ଏପରିକି ଅଳଙ୍କାର ଦୋକାନର ସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ପ୍ରଦର୍ଶିତ ସ୍ଥାନରେ ମୂଲ୍ୟବାନ ହୀରା ପ୍ରଦର୍ଶିତ ହୁଏନାହିଁ। କୌଣସି ଅଳଙ୍କାର ଦୋକାନରେ, ଏକ ଖୋଲା ସ୍ଥାନରେ ସୋଲିଟେୟାର (solitaire) ନାମକ ମୂଲ୍ୟବାନ ହୀରା ପ୍ରଦର୍ଶିତ ହେଉଥିବାର ଆମେ ଦେଖିବାକୁ ପାଇବା ନାହିଁ । ଯଦି କେହି ଏହି ହୀରାକୁ କିଣିବା ଲାଗି ଆଗ୍ରହୀ ହେଉଛନ୍ତି, ତେବେବି, ଗହଣା ବ୍ୟବସାୟୀ, ନିଶ୍ଚିତ ନ ହେବା ପର୍ଯ୍ୟନ୍ତ ତାଙ୍କୁ ଏଡ଼ାଇ ଦେବେ ଯେ, ସେ ପ୍ରକୃତରେ ଏହାକୁ କିଣିବାକୁ ଆଗ୍ରହୀ କି ନୁହେଁ ।
ଅର୍ଜୁନ ମଧ୍ୟ ପୂର୍ବରୁ କହିସାରିଛନ୍ତି ଯେ ସେ ଏହି ଚରମ ଗୋପନୀୟ ଜ୍ଞାନ ହାସଲ କରିବାକୁ ଆଗ୍ରହୀ, ସେ ଯୋଗ୍ୟ ଅଟନ୍ତି । ଅର୍ଜୁନ ଅତ୍ୟନ୍ତ ଜ୍ଞାନୀ, ଏଣୁ ଏମିତିରେ ଶ୍ରୀ ଭଗବାନ ଅର୍ଜୁନଙ୍କୁ ଶ୍ରୀମଦ୍ ଭଗବଦ୍ ଗୀତା ବର୍ଣ୍ଣନା କରି ନାହାନ୍ତି। ଅର୍ଜୁନ ଜାଣନ୍ତି ସେ କ'ଣ ମାଗିବାକୁ ଯାଉଛନ୍ତି ଏବଂ ଯାହା ମାଗିବେ ଶ୍ରୀଭଗବାନ ତାକୁ 'ନା' କହି ପାରିବେ ନାହିଁ, ତେଣୁ ଅର୍ଜୁନ ପ୍ରଥମେ ନିଜର ଯୋଗ୍ୟତା ପ୍ରମାଣ କରିଛନ୍ତି।
ଏହି ଶ୍ଳୋକ ଅତ୍ଯନ୍ତ ବିଶିଷ୍ଟ ଅଟେ । ଏହା ଆମେ ସାଧାରଣ ଭାବରେ ବୁଝି ପାରିବା ନାହିଁ, କିନ୍ତୁ ଯେତେବେଳେ ମହାପୁରୁଷଙ୍କ ଶ୍ରୀମୁଖରୁ ଶୁଣନ୍ତି, ସେତେବେଳେ ଏହାର ମହତ୍ତ୍ବ ବୁଝାପଡ଼େ।
ଅର୍ଜୁନ କହିଲେ, "ଆପଣ ଯେଉଁ ଜ୍ଞାନ ଦେଉଛନ୍ତି, ତାହାଦ୍ୱାରା ମୋର ସମସ୍ତ ମୋହରୂପୀ ଅଜ୍ଞତା ନଷ୍ଟ ହୋଇଗଲା ।” ଶ୍ରୀଭଗବାନ ଜାଣନ୍ତି ଯେ ଏବେ ଅର୍ଜ୍ଜୁନଙ୍କୁ ଅଧିକ ଜ୍ଞାନର ଆବଶ୍ୟକତା ଅଛି, କିନ୍ତୁ ଅର୍ଜୁନ ଏହା ଅନୁଭବ କରୁଛନ୍ତି ଯେ ତାଙ୍କର ସମସ୍ତ ଅଜ୍ଞତା ନଷ୍ଟ ହୋଇଯାଇଛି । ଶ୍ରୀଭଗବାନ ପ୍ରସନ୍ନ ହେଲେ।
ଭବାପ୍ୟୟୌ ହି ଭୂତାନାଂ(ମ୍), ଶ୍ରୁତୌ ବିସ୍ତରଶୋ ମୟା।
ତ୍ୱତ୍ତଃ(ଖ୍) କମଲପତ୍ରାକ୍ଷ, ମାହାତ୍ମ୍ୟମପି ଚାବ୍ୟୟମ୍।।୨।।
କାରଣ, ହେ କମଳଲୋଚନ ! ସମସ୍ତ ପ୍ରାଣୀଙ୍କର ଉତ୍ପତ୍ତି ଓ ବିନାଶ ବିଷୟରେ ମୁଁ ଆପଣଙ୍କ ଠାରୁ ବିସ୍ତାରପୂର୍ବକ ଶୁଣିଲି ଏବଂ ଆପଣଙ୍କର ଅବିନାଶୀ ମାହାତ୍ମ୍ୟ ମଧ୍ୟ ଶୁଣିଲି।
ବିବେଚନ :
ଅର୍ଜୁନ ମହାପ୍ରଭୁଙ୍କୁ ପ୍ରସନ୍ନ କରୁଛନ୍ତି। କମଲପତ୍ରାକ୍ଷ (ପଦ୍ମ ପତ୍ର ପରି ନେତ୍ର) ଏକ ଅତ୍ୟନ୍ତ ସୁନ୍ଦର ଉପମା ଅଟେ । ଶ୍ରୀଭଗବାନଙ୍କ ନେତ୍ର ପଦ୍ମ ପତ୍ର ଭଳି ସୁନ୍ଦର । ପଦ୍ମର ବିଶେଷତ୍ୱ ହେଉଛି ଯେତେବେଳେ ବି ଆମେ ଭଗବାନ କିମ୍ବା କୌଣସି ମହାତ୍ମାଙ୍କ ସ୍ତୁତି କରୁ, ଆମେ କହିଥାଉ- କରକମଲ ଅର୍ଥାତ୍ ଆପଣଙ୍କ ହାତ ପଦ୍ମ ପରି, ପଦ୍ମଚରଣ ଅର୍ଥାତ୍ ଆପଣଙ୍କ ପାଦ ପଦ୍ମ ପରି, କମଳନେତ୍ର ଅର୍ଥ ଆପଣଙ୍କ ନେତ୍ର ପଦ୍ମ ପରି ଇତ୍ୟାଦି । ଏଣୁ ଅର୍ଜ୍ଜୁନ କହୁଛନ୍ତି “ ହେ କମଳନୟନ! ମୁଁ ଆପଣଙ୍କ ମୁଖରୁ ପ୍ରାଣୀମାନଙ୍କର ଉତ୍ପତ୍ତି ଏବଂ ପ୍ରଳୟ ବିଷୟରେ ବିସ୍ତୃତ ଭାବରେ ଶୁଣିଲି ଏବଂ ଆପଣଙ୍କର ଅବିନାଶୀ ମହିମା ବିଷୟରେ ମଧ୍ୟ ଜ୍ଞାତ ହେଲି ।
ଏବମେତଦ୍ୟଥାତ୍ଥ ତ୍ୱମ୍, ଆତ୍ମାନଂ(ମ୍) ପରମେଶ୍ୱର।
ଦ୍ରଷ୍ଟୁମିଚ୍ଛାମି ତେ ରୂପମ୍, ଐଶ୍ୱରଂ(ମ୍) ପୁରୁଷୋତ୍ତମ।।୩।।
ହେ ପୁରୁଷୋତ୍ତମ ! ଆପଣ ନିଜକୁ ଯେପରି କହୁଛନ୍ତି, ପ୍ରକୃତରେ ଆପଣ ଠିକ୍ ସେହିପରି। ହେ ପରମେଶ୍ବର ! ମୁଁ ଆପଣଙ୍କର ଐଶ୍ବରିକ ରୂପ ଦେଖିବାକୁ ଇଚ୍ଛା କରୁଛି।
ବିବେଚନ :
ପ୍ରଥମ ଦୁଇଟି ଶ୍ଳୋକରେ ଅର୍ଜୁନ ନିଜର ଯୋଗ୍ୟତା ପ୍ରମାଣିତ କରିବା ପରେ ଏହି ଅର୍ଦ୍ଧ ଶ୍ଳୋକରେ ନିଜର ବିଶ୍ବାସ ବୃଦ୍ଧି କରି ଯାହା ଚାହୁଁଛନ୍ତି ତାହା ଭଗବାନଙ୍କୁ ମାଗୁଛନ୍ତି। ଅର୍ଜୁନ କହୁଛନ୍ତି, “ହେ ପରମେଶ୍ବର ! ଆପଣ ନିଜ ବିଷୟରେ ଯାହା ସବୁ କହୁଛନ୍ତି ତାହା ଠିକ୍ ନିଶ୍ଚୟ, ଏଥିରେ ମୋର କୌଣସି ସନ୍ଦେହ ନାହିଁ, କିନ୍ତୁ ହେ ପୁରୁଷୋତ୍ତମ ! ମୁଁ ଆପଣଙ୍କର ଜ୍ଞାନ, ଶକ୍ତି, ବଳ ଓ ଐଶ୍ବର୍ଯ୍ଯରେ ପରିପୂର୍ଣ୍ଣ ରୂପକୁ ପ୍ରତକ୍ଷ୍ଯ ଦର୍ଶନ କରିବାକୁ ଚାହୁଁଛି । ଆପଣ ଯାହା ସବୁ କହିଲେ ମୁଁ ସେସବୁ ଧ୍ୟାନପୂର୍ବକ ଶୁଣିଲି । ଏଥିପାଇଁ ମୁଁ କୃତାର୍ଥ ଓ ଆପଣଙ୍କ ନିକଟରେ ନିଜକୁ ସମର୍ପିତ କରୁଛି। ମୁଁ ଜାଣେ ଯେ ଆପଣ ଯାହା କହୁଛନ୍ତି ସେସବୁ ସମ୍ପୂର୍ଣ୍ଣ ସତ୍ଯ ଅଟେ ।”
ମନ୍ୟସେ ୟଦି ତଚ୍ଛକ୍ୟଂ(ମ୍), ମୟା ଦ୍ରଷ୍ଟୁମିତି ପ୍ରଭୋ।
ୟୋଗେଶ୍ୱର ତତୋ ମେ ତ୍ୱଂ(ନ୍), ଦର୍ଶୟାତ୍ମାନମବ୍ୟୟମ୍।।୪।।
ହେ ପ୍ରଭୂ ! ମୋ ପକ୍ଷେ ଆପଣଙ୍କର ସେହି ଐଶ୍ବରିକ ରୂପ ଦେଖାଯିବା ସମ୍ଭବ ବୋଲି ଯଦି ଭାବୁଛନ୍ତି, ତେବେ ହେ ଯୋଗେଶ୍ବର ! ଆପଣଙ୍କର ସେହି ଅବିନାଶୀ ସ୍ବରୂପକୁ ମୋତେ ଦେଖାନ୍ତୁ।
ବିବେଚନ :
ଅର୍ଜୁନ କହୁଛନ୍ତି, “ହେ ପ୍ରଭୁ! ଯଦି ଆପଣଙ୍କର ବିଶ୍ବରୂପ ଦେଖିବା ମୋ ପାଇଁ ସମ୍ଭବ, ଯଦି ଆପଣ ଏପରି ଅନୁଭବ କରୁଛନ୍ତି, ତେବେ ହେ ଯୋଗେଶ୍ୱର ! ଆପଣ ନିଜର ସେହି ଅବିନାଶୀ ସ୍ବରୂପକୁ ମୋତେ ଦର୍ଶନ କରାନ୍ତୁ।”
।। जिमि प्रति लाभ लोभ अधिकाई।।
ସାଧାରଣତଃ ମନୁଷ୍ୟଠାରେ ଏ ସ୍ୱଭାବ ଦେଖିବାକୁ ମିଳିଥାଏ ଯେ, ତାକୁ ଯେତେ ଅଧିକ ପ୍ରାପ୍ତ ହୁଏ, ସେତେ ଅଧିକ ହାସଲ କରିବାର କାମନା ମଧ୍ୟ ତା ମଧ୍ୟରେ ଜାଗୃତ ହୁଏ । ଏଯାଏଁ ଅର୍ଜୁନଙ୍କ ମନରେ ଜିଜ୍ଞାସାର ଭାବ ଥିଲା। ଏବେ ତାଙ୍କୁ ଦେଖିବାର ଇଚ୍ଛା ଜାଗ୍ରତ ହୋଇଛି। ଏହା ହେଉଛି ଆମ ସମସ୍ତଙ୍କର ସ୍ୱଭାବ ।
ଥରେ ପରମ ଭକ୍ତ ବ୍ରହ୍ମଲୀନ ସ୍ୱାମୀ ରାମସୁଖଦାସ ମହାରାଜଙ୍କୁ କେହି ଜଣେ ପଚାରିଲେ“ଆମେ ଶ୍ରୀରାମଙ୍କୁ ଖାଲି ଆଖିରେ ଦେଖିପାରିବା କି? ଏହି ଚର୍ମ-ଚକ୍ଷୁରେ କେହି ଭଗବାନଙ୍କ ଦର୍ଶନ କରିପାରିବେ କି?”ସ୍ୱାମୀ ସଙ୍ଗେ ସଙ୍ଗେ ଉତ୍ତର ଦେଲେ, "ନା" ଏବଂ ତା'ପରେ ଚୁପ୍ ହୋଇଗଲେ । କିଛି ମୁହୂର୍ତ୍ତ ଚୁପ୍ ରହିବା ପରେ ସ୍ୱାମୀଜୀ କହିଲେ, "ଆପଣ ଦେଖିପାରିବେ ନାହିଁ, କିନ୍ତୁ ସେ ଚାହିଁଲେ ନିଜର ସ୍ବରୂପ ଦେଖାଇପାରିବେ, କାରଣ ଶ୍ରୀଭଗବାନ ହେଉଛନ୍ତି କର୍ତୁମ୍-ଅକର୍ତୁମ୍ ଅନ୍ୟଥା କର୍ତୁମ୍ । ସେ କରଣୀୟ କର୍ମ କରିପାରନ୍ତି, ଯାହା କରିବା ଯୋଗ୍ୟ ନୁହେଁ ତାହା ମଧ୍ଯ କରିପାରନ୍ତି ଏବଂ କର୍ମର ଅତିରିକ୍ତ କର୍ମ ମଧ୍ୟ କରିପାରନ୍ତି ।" ଆମେ ତାଙ୍କ ଆଗରେ ମଥାନତ କରିଦେଲେ, ସେ କିଛି ବି କରିପାରନ୍ତି ।
ଏକ ସୁନ୍ଦର ଭଜନ
ଏହି ଶ୍ଳୋକ ଦେଖିବାକୁ ସାଧାରଣ ଲାଗୁଛି, କିନ୍ତୁ ଯେତେବେଳେ ଆମେ ଏଥିରେ ନିହିତ ଗଭୀର ଅର୍ଥ ବୁଝିବାକୁ ଚେଷ୍ଟା କରୁ, ଆମେ ଏହାର ଭାବ ସହିତ ପରିଚିତ ହୋଇଥାଉ ।
ଶ୍ରୀଭଗବାନ ଅର୍ଜୁନଙ୍କ ଉପରେ ପ୍ରସନ୍ନ ଅଛନ୍ତି ।

"ଏବେ ମୋତେ ଆପଣଙ୍କ ସମ୍ମୁଖରେ ମୁଣ୍ଡ ନୁଆଁଇବା, ଅତ୍ଯନ୍ତ ପ୍ରୀତ ମନେହେଉଛି। ମୁଁ ଏହାଦ୍ବାରା ଆନନ୍ଦ ଅନୁଭବ କରୁଛି। କିଛି କର୍ମ 'କରିବାକୁ ପଡ଼ିବ' ଏବଂ 'କିଛି କର୍ମ କରିବାରେ ଆନନ୍ଦ ଅନୁଭବ କରିବା' ହେଉଛି ଦୁଇଟି ଭିନ୍ନ ଭିନ୍ନ ଅନୁଭୂତି ; ଦୁଇଟି ମଧ୍ୟରେ ବହୁତ ପାର୍ଥକ୍ୟ ରହିଛି । ଯଦି ପୂଜାରେ ବସି ମନ ଲଗାଇବାକୁ ହୁଏ, ତେବେ ଏହା ଅତ୍ୟନ୍ତ କଷ୍ଟକର ମନେହୁଏ, କିନ୍ତୁ ପୂଜା ପ୍ରତି ଯଦି ମନ ସ୍ୱତଃ ଟାଣି ହୋଇଯାଏ, ତେବେ ତାହାର ଆନନ୍ଦ କିଛି ନିଆରା ହିଁ ହୋଇଥାଏ। ଜୀବନରେ ଏପରି ମୁହୂର୍ତ୍ତ ଆସିବା ଉଚିତ ଯେତେବେଳେ ଶ୍ରୀ ଭଗବାନଙ୍କ ସ୍ମରଣ ବିନା ରହିହେବ ନାହିଁ । ଆନନ୍ଦ ସେତେବେଳେ ଆସିଥାଏ ଯେତେବେଳେ ପୂଜାରୁ ଉଠିବାକୁ ମନ ହୁଏ ନାହିଁ । ଅର୍ଜୁନ ଭଗବାନଙ୍କ ନିକଟରେ ଅତ୍ୟନ୍ତ ବିନମ୍ରତାର ସହ ପ୍ରାର୍ଥନା କଲେ, "ଯଦି ସମ୍ଭବ ହେବ, ଦୟାକରି ମୋତେ ଆପଣଙ୍କ ଦର୍ଶନ ଦିଅନ୍ତୁ। ଅର୍ଜୁନ ‘ସମ୍ଭବତଃ’ ଶବ୍ଦର ବ୍ୟବହାର ମାଧ୍ଯମରେ ନିଜ ବିନମ୍ରତାର ପରିଚୟ ଦେଇଥିଲେ। "ଆପଣଙ୍କ ସ୍ୱରୂପ ଦର୍ଶନ ପାଇଁ ମୋର ହାର୍ଦ୍ଦିକ ଇଚ୍ଛା ଅଛି, ହେଲେ ମୁଁ ଜିଦ୍ କରୁନାହିଁ, ଯଦି ଆପଣଙ୍କର ଇଚ୍ଛା ହେବ, ଯଦି ମୋତେ ଏଥିପାଇଁ ଯୋଗ୍ୟ ମଣିବେ, ତେବେ ଦର୍ଶନ ଦେବେ।”
ଏହି ଶ୍ଳୋକ ଦେଖିବାକୁ ସାଧାରଣ ଲାଗୁଛି, କିନ୍ତୁ ଯେତେବେଳେ ଆମେ ଏଥିରେ ନିହିତ ଗଭୀର ଅର୍ଥ ବୁଝିବାକୁ ଚେଷ୍ଟା କରୁ, ଆମେ ଏହାର ଭାବ ସହିତ ପରିଚିତ ହୋଇଥାଉ ।
ଶ୍ରୀଭଗବାନ ଅର୍ଜୁନଙ୍କ ଉପରେ ପ୍ରସନ୍ନ ଅଛନ୍ତି ।
ଶ୍ରୀଭଗବାନୁବାଚ
ପଶ୍ୟ ମେ ପାର୍ଥ ରୂପାଣି, ଶତଶୋଽଥ ସହସ୍ରଶଃ।
ନାନାବିଧାନି ଦିବ୍ୟାନି, ନାନାବର୍ଣ୍ଣାକୃତୀନି ଚ।।୫।।
ଶ୍ରୀଭଗବାନ କହିଲେ --- ହେ ପୃଥାନନ୍ଦନ ! ଏବେ ତୁମେ ଅନେକ ପ୍ରକାରର, ଅନେକ ବର୍ଣ୍ଣ ଓ ଅନେକ ଆକୃତିବିଶିଷ୍ଟ ମୋର ଶହ ଶହ, ହଜାର ହଜାର ଅଲୌକିକ ରୂପ ଦେଖ।
ବିବେଚନ :
ଶ୍ରୀଭଗବାନ ନିଜ ଭିତରେ ଦେବତା, ମନୁଷ୍ୟ, ପଶୁ-ପକ୍ଷୀ, ସମସ୍ତ ଚରାଚର ଜୀବଜନ୍ତୁ ଏବଂ ଅନେକ ଆଶ୍ଚର୍ଯ୍ଯଜନକ ଦୃଶ୍ୟ ଦେଖିବାକୁ ଅନୁମତି ଦେଲେ । ସେ କହୁଛନ୍ତି, "ହେ ପୃଥା ନନ୍ଦନ! ଏବେ ତୁମେ ମୋର ଶହ ଶହ, ହଜାର ହଜାର, ଅସଂଖ୍ୟ ରୂପ, ଅସଂଖ୍ୟ ବର୍ଣ୍ଣର ଆକୃତି ବିଶିଷ୍ଟ, ପରମ ଐଶ୍ବର୍ଯ୍ଯ, ଅଲୌକିକ ରୂପକୁ ଦେଖ। ଶ୍ରୀଭଗବାନ ଅର୍ଜୁନଙ୍କ ଉପରେ ପ୍ରସନ୍ନ ହୋଇ କହିଲେ, ତେବେ "ଦେଖ !" ଏବଂ ଅର୍ଜୁନ ମଧ୍ୟ ବିଶ୍ୱରୂପ ଦର୍ଶନ ଉତ୍ସୁକତାରେ କହିଲେ, "ଦେଖାନ୍ତୁ" !

ପଶ୍ୟାଦିତ୍ୟାନ୍ ବସୂନ୍ ରୁଦ୍ରାନଶ୍ୱିନୌ ମରୁତସ୍ତଥା।
ବହୂନ୍ୟଦୃଷ୍ଟପୂର୍ବାଣି, ପଶ୍ୟାଶ୍ଚର୍ୟାଣି ଭାରତ।।୬।।
ହେ ଭରତବଂଶଜ ଅର୍ଜୁନ ! ତୁମେ ଦ୍ବାଦଶ ଆଦିତ୍ୟ, ଅଷ୍ଟ ବସୁ, ଏକାଦଶ ରୁଦ୍ର ଓ ଅଶ୍ବିନୀକୁମାର ଦ୍ବୟଙ୍କୁ ତଥା ଅଣଚାଶ ମରୁତ୍ ଗଣଙ୍କୁ ଦେଖ। ଯେଉଁ ସବୁ ଆଶ୍ଚର୍ଯ୍ୟଜନକ ରୂପ ତୁମେ ପୂର୍ବରୁ କେବେ ଦେଖି ନ ଥିଲ, ସେ ସବୁକୁ ମଧ୍ୟ ଦେଖ।
ବିବେଚନ :
ଶ୍ରୀ ଭଗବାନ କହୁଛନ୍ତି, ହେ ଭାରତବଂଶଜ ଅର୍ଜୁନ! ମୋ ଭିତରେ ଥିବା ଦ୍ବାଦଶ ଆଦିତ୍ୟ, ଅଷ୍ଟ ବସୁ, ଏକାଦଶ ରୁଦ୍ର, ଦୁଇ ଅଶ୍ୱିନୀ କୁମାର ଓ ୪୯ଟି ମରୁଦ୍ଗଣଙ୍କୁ ଦେଖ। ଆହୁରି ମଧ୍ଯ ଅନେକ ଚମତ୍କାର ରୂପ ଦେଖ ଯାହା ପୂର୍ବରୁ କେବେ ଦେଖିବାକୁ ମିଳିନାହିଁ । ଦଶମ ଅଧ୍ୟାୟରେ ଭଗବାନ ନିଜ ସ୍ୱରୂପ ବିଷୟରେ ବର୍ଣ୍ଣନା କରିବା ଆରମ୍ଭ କଲେ ଏବଂ ଏକାଦଶ ଅଧ୍ୟାୟରେ ତାହାର ରୂପାନ୍ତକରଣ ମଧ୍ୟ କଲେ।

ଇହୈକସ୍ଥଂ(ଞ୍) ଜଗତ୍କୃତ୍ସ୍ନଂ(ମ୍), ପଶ୍ୟାଦ୍ୟ ସଚରାଚରମ୍।
ମମ ଦେହେ ଗୁଡାକେଶ, ୟଚ୍ଚାନ୍ୟଦ୍ଦ୍ରଷ୍ଟୁମିଚ୍ଛସି।।୭।।
ହେ ନିଦ୍ରାଜୟୀ ଅର୍ଜୁନ ! ମୋର ଏହି ଶରୀରର କୌଣସି ଏକ ଅଂଶରେ ତୁମେ ଏବେ ସଚରାଚର ସମଗ୍ର ଜଗତକୁ ଦେଖ। ଏହା ବ୍ୟତୀତ ତୁମେ ଆଉ ଯାହା କିଛି ଦେଖିବାକୁ ଇଚ୍ଛା କରୁଛ, ତାହା ମଧ୍ୟ ଦେଖ।
ବିବେଚନ :
ଅର୍ଜୁନ କିନ୍ତୁ ମନେ ମନେ ଭାବୁଛନ୍ତି, ଭଗବାନ ତ କହୁଛନ୍ତି ଦେଖ! ଦେଖ! ଦେଖ!, ହେଲେ ମୋତେ ତ କିଛି ଦେଖାଯାଉ ନାହିଁ । ମୋ ଠାରେ କିଛି ଅଭାବ ନାହିଁ ତ ? କାରଣ ଭଗବାନ ଦେଖିବାକୁ କହୁଛନ୍ତି, ଆଉ ମୁଁ କିଛି ଦେଖିପାରୁ ନାହିଁ ।”
ଏବେ ଭଗବାନ କହୁଛନ୍ତି, "କ୍ଷଣେ ଅପେକ୍ଷା କର ! ଏତେ ଶୀଘ୍ରତା କାହିଁକି ?
ଶ୍ରୀ ଭଗବାନ କହୁଛନ୍ତି, "ହେ ଅର୍ଜୁନ! ମୋ ମଧ୍ଯରେ ଏହି ସମଗ୍ର ଚରାଚର ଜଗତକୁ ଦେଖ। ଏ ସମସ୍ତ ମୋ ମଧ୍ୟରେ ତୁମକୁ ଏକତ୍ର ଗୋଟିଏ ସ୍ଥାନରେ ଦେଖିବାକୁ ମିଳିଯିବ, ଏଣେ-ତେଣେ ଦେଖିବାର ଆବଶ୍ୟକତା ନାହିଁ। ମୁଁ ଯାହା ଯାହା ସବୁ କହୁଛି ତାହା ଦେଖ ଏବଂ ତୁମେ ଯାହା ଯାହା ସବୁ ଚାହୁଁଛ ତାହା ମଧ୍ୟ ଦେଖ ।
ଅର୍ଜୁନ କିନ୍ତୁ ମନେ ମନେ ଭାବୁଛନ୍ତି, ଭଗବାନ ତ କହୁଛନ୍ତି ଦେଖ! ଦେଖ! ଦେଖ!, ହେଲେ ମୋତେ ତ କିଛି ଦେଖାଯାଉ ନାହିଁ । ମୋ ଠାରେ କିଛି ଅଭାବ ନାହିଁ ତ ? କାରଣ ଭଗବାନ ଦେଖିବାକୁ କହୁଛନ୍ତି, ଆଉ ମୁଁ କିଛି ଦେଖିପାରୁ ନାହିଁ ।”
ଏବେ ଭଗବାନ କହୁଛନ୍ତି, "କ୍ଷଣେ ଅପେକ୍ଷା କର ! ଏତେ ଶୀଘ୍ରତା କାହିଁକି ?
ନ ତୁ ମାଂ(ମ୍) ଶକ୍ୟସେ ଦ୍ରଷ୍ଟୁମନେନୈବ ସ୍ୱଚକ୍ଷୁଷା।
ଦିବ୍ୟଂ(ନ୍) ଦଦାମି ତେ ଚକ୍ଷୁଃ(ଫ୍), ପଶ୍ୟ ମେ ୟୋଗମୈଶ୍ୱରମ୍।।୮।।
କିନ୍ତୁ ତୁମେ ତୁମର ଏହି ଚର୍ମ ଚକ୍ଷୁରେ ମୋତେ ଦେଖି ପାରିବ ନାହିଁ। ତେଣୁ ମୁଁ ତୁମକୁ ଦିବ୍ୟଚକ୍ଷୁ ପ୍ରଦାନ କରୁଛି, ତାହାଦ୍ବାରା ତୁମେ ମୋର ଐଶ୍ବରିକ ସାମର୍ଥ୍ୟକୁ ଦେଖ।
ବିବେଚନ :
ଶ୍ରୀଭଗବାନ କହୁଛନ୍ତି, "ପରନ୍ତୁ ତୁମେ ନିଜର ପ୍ରାକୃତିକ ଦୃଷ୍ଟି ମାଧ୍ଯମରେ ମୋତେ ଦେଖିପାରିବ ନାହିଁ, ତେଣୁ ମୁଁ ତୁମକୁ ଦିବ୍ୟ ଓ ଅଲୌକିକ ଦୃଷ୍ଟି ଦେଉଛି, ଯାହା ଦ୍ୱାରା ତୁମେ ମୋର ଈଶ୍ବରୀୟ ଶକ୍ତିକୁ ଦେଖିପାରିବ।
यह जग अंधा, केहि समझाऊँ
ଏହି ଦୁନିଆ ତ ଅନ୍ଧ, ମୁଁ କିପରି କିଛି ବୁଝାଇବି
घट में है सूझत नहीं लानत ऐसी जिन्द
“ଏ ସଂସାରରେ ସମସ୍ତେ କାହିଁକି ଭଗବାନଙ୍କୁ ଦେଖିପାରୁନାହାନ୍ତି ? କେବଳ ଏଣେ ତେଣେ ଦୌଡିବାରେ ଲାଗିଛନ୍ତି ! ”
ज्ञान अंजान सतगुरु दिया, अज्ञान अंधेर विनाश
ଗୁରୁଙ୍କ କୃପା ବିନା ଏହି ଆଖି ଖୋଲିନଥାଏ, ତେଣୁ ଗୋସ୍ବାମୀ ତୁଳସୀଦାସ ଶ୍ରୀ ରାମଚରିତମାନସର ‘ବାଲକାଣ୍ଡସ୍ଥ’ ମଙ୍ଗଳା ଚରଣର ପଞ୍ଚମ ଶ୍ଳୋକରେ ଅତି ଅଦ୍ଭୁତ ଗୁରୁ ବନ୍ଦନା କରିଛନ୍ତି ।
ମୁଁ ସେହି ଗୁରୁ ମହାରାଜାଙ୍କ ଚରଣ କମଳର ବନ୍ଦନ କରୁଛି ଯେ କୃପା ସମୁଦ୍ର ଅନୁରୂପ ହରି ଅଟନ୍ତି । ଯାହାଙ୍କ କଥା ମହା ମୋହରୂପୀ ଘନ ଅନ୍ଧାରକୁ ଦୂର କରିବା ପାଇଁ ସୂର୍ଯ୍ୟ କିରଣର ଏକ ସମୂହ ବନାଇଛନ୍ତି ।
सुकृति संभु तन बिमल बिभूती | मंजुल मंगल मोद प्रसूती ||
ସୁନ୍ଦର ସୁଗନ୍ଧରେ ପରିପୂର୍ଣ୍ଣ ଗୁରୁ ମହାରାଜଙ୍କ ପଦ୍ମ ଚରଣକୁ ମୁଁ ପୂଜା କରେ । ଏହା ହେଉଛି ଜୀବନଦାତା ଔଷଧୀୟ ସଂଜୀବନୀ ବୃକ୍ଷର ଏକ ସୁନ୍ଦର ଚୂର୍ଣ୍ଣ, ଯାହା କି ଭ୍ରମ ରୂପୀ ସମସ୍ତ ଭଉଁରୀକୁ ନଷ୍ଟ କରିଦେଇଥାଏ । ଏହା ଭସ୍ମରୂପ ଶିବଙ୍କ ଦେହରେ ସୁଶୋଭିତ ନିର୍ମଳ ବିଭୂତି ସଦୃଶ । ସୁନ୍ଦର କଲ୍ୟାଣ ଆନନ୍ଦର ଜନନୀ ଅଟେ। ଏହା ଭକ୍ତଙ୍କ ମନରୂପୀ ସ୍ୱଚ୍ଛ ଦର୍ପଣର ମଳିନତାକୁ ଦୂର କରିବାରେ ସମର୍ଥ। ତିଳକ କରିବାର ଗୁଣ ଦ୍ୱାରା ଏହା ଯେ କୌଣସି ବର୍ଗକୁ ବଶ କରିବାରେ ସକ୍ଷମ । ଶ୍ରୀ ଗୁରୁ ମହାରାଜଙ୍କ ପାଦ ନଖର ଜ୍ଯୋତି ମଣି ସଦୃଶ ଯାହାର ସ୍ମରଣ ମାତ୍ରେ ହୃଦୟରେ ଦିବ୍ୟ ଦର୍ଶନର ଅନୁଭବ ଆସିଥାଏ ।
ତୁଳସୀଦାସ କହିଛନ୍ତି, ଭଗବାନ ଅର୍ଜୁନଙ୍କୁ ଦିବ୍ୟ ଦୃଷ୍ଟି ଦେଲେ, କିନ୍ତୁ ସେ ତ ଆମକୁ ଦିବ୍ୟ ଦୃଷ୍ଟି ଦେବେ ନାହିଁ , ତେବେ ଏହା କିପରି ପ୍ରାପ୍ତ ହେବ? ଯିଏ ସଦ୍ଗୁରୁଙ୍କ ପଦ୍ମପାଦକୁ ଅତି ଶ୍ରଦ୍ଧାର ସହ ସ୍ମରଣ କରେ, ସେ ଗୁରୁଙ୍କ କୃପାଦ୍ୱାରା ସେହି ଦିବ୍ୟ ଦୃଷ୍ଟି ପ୍ରାପ୍ତ କରିଥାଏ, ଯେପରି ଭଗବାନ ବେଦବ୍ଯାସ ଓ ସଞ୍ଜୟଙ୍କୁ ଦେଇଥିଲେ ।”
ଆମେ ତ୍ରି ଆୟାମୀ (୩ଡି) କିମ୍ବା ଚତୁର ଆୟାମୀ (୪ଡି) ଚିତ୍ର ଦେଖନ୍ତି, ଯେଉଁଥିପାଇଁ ଏକ ସ୍ୱତନ୍ତ୍ର ଚଷମା ପିନ୍ଧିବାକୁ ପଡେ। ଭଗବାନ ଆମକୁ ଯେଉଁ ଦୃଷ୍ଟି ଦେଇଛନ୍ତି ତା'ଠାରୁ ଅଧିକ ଦୃଷ୍ଟି ମିଳିଲେ ଜୀବନ କଷ୍ଟକର ହୋଇଯାଏ। ମାଇକ୍ରୋସ୍କୋପ୍ ( ସୂକ୍ଷ୍ମଦର୍ଶୀ ଯନ୍ତ୍ର) ତଳେ କୌଣସି ବସ୍ତୁକୁ ଦେଖିଲେ ଆଖପାଖରେ ଅନେକ ପ୍ରକାରର ବ୍ୟାକ୍ଟେରିଆ (ଜୀବାଣୁ) ଭାସୁଥିବା ଦେଖିବାକୁ ମିଳିଥାଏ। ତା'ପରେ ଆମେ ଭୟଭୀତ ହୋଇଯାଉ। ଯେଉଁ ମେଜ (ଟେବୁଲ) ସାମ୍ନାରେ ଆମେ ବସିଛନ୍ତି ତା ଉପରେ ମଧ୍ୟ ଅନେକ ବ୍ୟାକ୍ଟେରିଆ (ଜୀବାଣୁ) ଦେଖିବାକୁ ମିଳିବ । ବୈଜ୍ଞାନିକମାନେ କହିଛନ୍ତି ଯେ ଆମର ଗୋଟିଏ ପଲକ ଉପରେ ୮.୨ ବିଲିୟନ୍ ବ୍ୟାକ୍ଟେରିଆ ରହିଛନ୍ତି, ଅର୍ଥାତ୍ ଗୋଟିଏ ଆଖିରେ ଏତିକି ସଂଖ୍ୟକ ବା ତା'ଠାରୁ ଅଧିକ ବ୍ୟାକ୍ଟେରିଆ ରହୁଛନ୍ତି। ଯଦି ଆମେ ସମସ୍ତଙ୍କୁ ଦେଖିପାରିବା ତେବେ କ'ଣ ହେବ? ତେଣୁ ଆମର ଦୃଷ୍ଟିକୋଣ ସୀମିତ।
ପେଚାକୁ ମହାପ୍ରଭୁ ଏତେ ଅଧିକ ଦୃଷ୍ଟି ଶକ୍ତି ଦେଇଛନ୍ତି ଯେ ଆଲୋକରେ ଯେତିକି ସ୍ପଷ୍ଟ ଭାବରେ ଦେଖିପାରିବ ତା'ଠାରୁ ଅଧିକ ସ୍ପଷ୍ଟ ଭାବରେ ଅନ୍ଧାରରେ ଦେଖିପାରେ, ତେଣୁ ଦିନର ଆଲୋକରେ ସେ ଆଖି ବନ୍ଦ କରି ବସିଥାଏ । ଆମର ଶ୍ରବଣ ଶକ୍ତି ଅଠରରୁ କୋଡିଏ ଡେସିମିଲ୍, ଆମେ ଏହାଠାରୁ କମ୍ ଶବ୍ଦ ଶୁଣିବାକୁ ସକ୍ଷମ ନୁହଁ । ଆମ ଠାରୁ ମଧ୍ୟ କମ୍ ଶବ୍ଦକୁ ହାତୀମାନେ ଶୁଣି ପାରନ୍ତି (ହାତୀର ଶ୍ରବଣ ଶକ୍ତି ଆମଠୁ ଅଧିକ)। ପ୍ରତ୍ୟେକ ଜୀବର ନିଜସ୍ୱ କ୍ଷମତା ଥାଏ, ସେତିକି ମାତ୍ରାରେ ସେ ଶୁଣିପାରିବ । ଭଗବାନ ସମସ୍ତଙ୍କୁ ଏକ ସୀମା ଦେଇଛନ୍ତି। ବାଦୁଡ଼ିର ଅଲଗା, ହାତୀର ଅଲଗା ଏବଂ ଶାଗୁଣାଙ୍କର ଦୃଷ୍ଟି ଶକ୍ତି ମଧ୍ଯ ଅଲଗା ହୋଇଥାଏ । ଆକାଶରେ ଅନେକ କିଲୋମିଟର ଉଚ୍ଚରେ ଉଡ଼ୁଥିବା ଏହି ଶାଗୁଣା ମାଟିରେ ଏକ କ୍ଷୁଦ୍ର ଜୀବକୁ ମୃତ ଅବସ୍ଥାରେ ପଡ଼ିଥିବା ଦେଖିପାରେ ଓ ତଳକୁ ଆସି ତାହାକୁ ନିଜର ଖାଦ୍ୟ ଭାବେ ଗ୍ରହଣ କରିଥାଏ।
ଶ୍ରୀଭଗବାନ କହୁଛନ୍ତି, "ପରନ୍ତୁ ତୁମେ ନିଜର ପ୍ରାକୃତିକ ଦୃଷ୍ଟି ମାଧ୍ଯମରେ ମୋତେ ଦେଖିପାରିବ ନାହିଁ, ତେଣୁ ମୁଁ ତୁମକୁ ଦିବ୍ୟ ଓ ଅଲୌକିକ ଦୃଷ୍ଟି ଦେଉଛି, ଯାହା ଦ୍ୱାରା ତୁମେ ମୋର ଈଶ୍ବରୀୟ ଶକ୍ତିକୁ ଦେଖିପାରିବ।
କବୀର ଦାସ କହିଛନ୍ତି-
यह जग अंधा, केहि समझाऊँ
ଏହି ଦୁନିଆ ତ ଅନ୍ଧ, ମୁଁ କିପରି କିଛି ବୁଝାଇବି
ପୁନଶ୍ଚ -
घट में है सूझत नहीं लानत ऐसी जिन्द
तुलसी जा संसार को भयो मोतियाबिंद |
“ଏ ସଂସାରରେ ସମସ୍ତେ କାହିଁକି ଭଗବାନଙ୍କୁ ଦେଖିପାରୁନାହାନ୍ତି ? କେବଳ ଏଣେ ତେଣେ ଦୌଡିବାରେ ଲାଗିଛନ୍ତି ! ”
ଗୁରୁ ନାନକ ଦେବଜୀ କହିଲେ -
ज्ञान अंजान सतगुरु दिया, अज्ञान अंधेर विनाश
हरिकृपा से संत भेटिया नानक मन प्रकाश |
ଗୁରୁଙ୍କ କୃପା ବିନା ଏହି ଆଖି ଖୋଲିନଥାଏ, ତେଣୁ ଗୋସ୍ବାମୀ ତୁଳସୀଦାସ ଶ୍ରୀ ରାମଚରିତମାନସର ‘ବାଲକାଣ୍ଡସ୍ଥ’ ମଙ୍ଗଳା ଚରଣର ପଞ୍ଚମ ଶ୍ଳୋକରେ ଅତି ଅଦ୍ଭୁତ ଗୁରୁ ବନ୍ଦନା କରିଛନ୍ତି ।
बंदउँ गुरु पद कंज कृपा सिंधु नररूप हरि।
महामोह तम पुंज जासु बचन रबि कर निकर॥
ମୁଁ ସେହି ଗୁରୁ ମହାରାଜାଙ୍କ ଚରଣ କମଳର ବନ୍ଦନ କରୁଛି ଯେ କୃପା ସମୁଦ୍ର ଅନୁରୂପ ହରି ଅଟନ୍ତି । ଯାହାଙ୍କ କଥା ମହା ମୋହରୂପୀ ଘନ ଅନ୍ଧାରକୁ ଦୂର କରିବା ପାଇଁ ସୂର୍ଯ୍ୟ କିରଣର ଏକ ସମୂହ ବନାଇଛନ୍ତି ।
सुकृति संभु तन बिमल बिभूती | मंजुल मंगल मोद प्रसूती ||
जन मन मंजु मुकुर मल हरनी | किएँ तिलक गुन गन बस करनी ||
श्री गुर पद नख मनि गन जोती | सुमिरत दिब्य दृष्टि हियँ होत ||
दलन मोह तम सो सप्रकासू | बड़े भाग उर आवइ जास ||
ସୁନ୍ଦର ସୁଗନ୍ଧରେ ପରିପୂର୍ଣ୍ଣ ଗୁରୁ ମହାରାଜଙ୍କ ପଦ୍ମ ଚରଣକୁ ମୁଁ ପୂଜା କରେ । ଏହା ହେଉଛି ଜୀବନଦାତା ଔଷଧୀୟ ସଂଜୀବନୀ ବୃକ୍ଷର ଏକ ସୁନ୍ଦର ଚୂର୍ଣ୍ଣ, ଯାହା କି ଭ୍ରମ ରୂପୀ ସମସ୍ତ ଭଉଁରୀକୁ ନଷ୍ଟ କରିଦେଇଥାଏ । ଏହା ଭସ୍ମରୂପ ଶିବଙ୍କ ଦେହରେ ସୁଶୋଭିତ ନିର୍ମଳ ବିଭୂତି ସଦୃଶ । ସୁନ୍ଦର କଲ୍ୟାଣ ଆନନ୍ଦର ଜନନୀ ଅଟେ। ଏହା ଭକ୍ତଙ୍କ ମନରୂପୀ ସ୍ୱଚ୍ଛ ଦର୍ପଣର ମଳିନତାକୁ ଦୂର କରିବାରେ ସମର୍ଥ। ତିଳକ କରିବାର ଗୁଣ ଦ୍ୱାରା ଏହା ଯେ କୌଣସି ବର୍ଗକୁ ବଶ କରିବାରେ ସକ୍ଷମ । ଶ୍ରୀ ଗୁରୁ ମହାରାଜଙ୍କ ପାଦ ନଖର ଜ୍ଯୋତି ମଣି ସଦୃଶ ଯାହାର ସ୍ମରଣ ମାତ୍ରେ ହୃଦୟରେ ଦିବ୍ୟ ଦର୍ଶନର ଅନୁଭବ ଆସିଥାଏ ।
ତୁଳସୀଦାସ କହିଛନ୍ତି, ଭଗବାନ ଅର୍ଜୁନଙ୍କୁ ଦିବ୍ୟ ଦୃଷ୍ଟି ଦେଲେ, କିନ୍ତୁ ସେ ତ ଆମକୁ ଦିବ୍ୟ ଦୃଷ୍ଟି ଦେବେ ନାହିଁ , ତେବେ ଏହା କିପରି ପ୍ରାପ୍ତ ହେବ? ଯିଏ ସଦ୍ଗୁରୁଙ୍କ ପଦ୍ମପାଦକୁ ଅତି ଶ୍ରଦ୍ଧାର ସହ ସ୍ମରଣ କରେ, ସେ ଗୁରୁଙ୍କ କୃପାଦ୍ୱାରା ସେହି ଦିବ୍ୟ ଦୃଷ୍ଟି ପ୍ରାପ୍ତ କରିଥାଏ, ଯେପରି ଭଗବାନ ବେଦବ୍ଯାସ ଓ ସଞ୍ଜୟଙ୍କୁ ଦେଇଥିଲେ ।”
ଆମେ ତ୍ରି ଆୟାମୀ (୩ଡି) କିମ୍ବା ଚତୁର ଆୟାମୀ (୪ଡି) ଚିତ୍ର ଦେଖନ୍ତି, ଯେଉଁଥିପାଇଁ ଏକ ସ୍ୱତନ୍ତ୍ର ଚଷମା ପିନ୍ଧିବାକୁ ପଡେ। ଭଗବାନ ଆମକୁ ଯେଉଁ ଦୃଷ୍ଟି ଦେଇଛନ୍ତି ତା'ଠାରୁ ଅଧିକ ଦୃଷ୍ଟି ମିଳିଲେ ଜୀବନ କଷ୍ଟକର ହୋଇଯାଏ। ମାଇକ୍ରୋସ୍କୋପ୍ ( ସୂକ୍ଷ୍ମଦର୍ଶୀ ଯନ୍ତ୍ର) ତଳେ କୌଣସି ବସ୍ତୁକୁ ଦେଖିଲେ ଆଖପାଖରେ ଅନେକ ପ୍ରକାରର ବ୍ୟାକ୍ଟେରିଆ (ଜୀବାଣୁ) ଭାସୁଥିବା ଦେଖିବାକୁ ମିଳିଥାଏ। ତା'ପରେ ଆମେ ଭୟଭୀତ ହୋଇଯାଉ। ଯେଉଁ ମେଜ (ଟେବୁଲ) ସାମ୍ନାରେ ଆମେ ବସିଛନ୍ତି ତା ଉପରେ ମଧ୍ୟ ଅନେକ ବ୍ୟାକ୍ଟେରିଆ (ଜୀବାଣୁ) ଦେଖିବାକୁ ମିଳିବ । ବୈଜ୍ଞାନିକମାନେ କହିଛନ୍ତି ଯେ ଆମର ଗୋଟିଏ ପଲକ ଉପରେ ୮.୨ ବିଲିୟନ୍ ବ୍ୟାକ୍ଟେରିଆ ରହିଛନ୍ତି, ଅର୍ଥାତ୍ ଗୋଟିଏ ଆଖିରେ ଏତିକି ସଂଖ୍ୟକ ବା ତା'ଠାରୁ ଅଧିକ ବ୍ୟାକ୍ଟେରିଆ ରହୁଛନ୍ତି। ଯଦି ଆମେ ସମସ୍ତଙ୍କୁ ଦେଖିପାରିବା ତେବେ କ'ଣ ହେବ? ତେଣୁ ଆମର ଦୃଷ୍ଟିକୋଣ ସୀମିତ।
ପେଚାକୁ ମହାପ୍ରଭୁ ଏତେ ଅଧିକ ଦୃଷ୍ଟି ଶକ୍ତି ଦେଇଛନ୍ତି ଯେ ଆଲୋକରେ ଯେତିକି ସ୍ପଷ୍ଟ ଭାବରେ ଦେଖିପାରିବ ତା'ଠାରୁ ଅଧିକ ସ୍ପଷ୍ଟ ଭାବରେ ଅନ୍ଧାରରେ ଦେଖିପାରେ, ତେଣୁ ଦିନର ଆଲୋକରେ ସେ ଆଖି ବନ୍ଦ କରି ବସିଥାଏ । ଆମର ଶ୍ରବଣ ଶକ୍ତି ଅଠରରୁ କୋଡିଏ ଡେସିମିଲ୍, ଆମେ ଏହାଠାରୁ କମ୍ ଶବ୍ଦ ଶୁଣିବାକୁ ସକ୍ଷମ ନୁହଁ । ଆମ ଠାରୁ ମଧ୍ୟ କମ୍ ଶବ୍ଦକୁ ହାତୀମାନେ ଶୁଣି ପାରନ୍ତି (ହାତୀର ଶ୍ରବଣ ଶକ୍ତି ଆମଠୁ ଅଧିକ)। ପ୍ରତ୍ୟେକ ଜୀବର ନିଜସ୍ୱ କ୍ଷମତା ଥାଏ, ସେତିକି ମାତ୍ରାରେ ସେ ଶୁଣିପାରିବ । ଭଗବାନ ସମସ୍ତଙ୍କୁ ଏକ ସୀମା ଦେଇଛନ୍ତି। ବାଦୁଡ଼ିର ଅଲଗା, ହାତୀର ଅଲଗା ଏବଂ ଶାଗୁଣାଙ୍କର ଦୃଷ୍ଟି ଶକ୍ତି ମଧ୍ଯ ଅଲଗା ହୋଇଥାଏ । ଆକାଶରେ ଅନେକ କିଲୋମିଟର ଉଚ୍ଚରେ ଉଡ଼ୁଥିବା ଏହି ଶାଗୁଣା ମାଟିରେ ଏକ କ୍ଷୁଦ୍ର ଜୀବକୁ ମୃତ ଅବସ୍ଥାରେ ପଡ଼ିଥିବା ଦେଖିପାରେ ଓ ତଳକୁ ଆସି ତାହାକୁ ନିଜର ଖାଦ୍ୟ ଭାବେ ଗ୍ରହଣ କରିଥାଏ।
ସଞ୍ଜୟ ଉବାଚ
ଏବମୁକ୍ତ୍ୱା ତତୋ ରାଜନ୍, ମହାୟୋଗେଶ୍ୱରୋ ହରିଃ।
ଦର୍ଶୟାମାସ ପାର୍ଥାୟ, ପରମଂ(ମ୍) ରୂପମୈଶ୍ୱରମ୍।।୯।।
ସଞ୍ଜୟ କହିଲେ -- ହେ ରାଜନ୍ ! ଏପରି କହି ମହାଯୋଗେଶ୍ବର ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ପରମ ଐଶ୍ବରିକରୂପ ଦେଖାଇଲେ।
ବିବେଚନ :
ନଅ ବର୍ଷ ବୟସରେ ସେ ଭଗବାନ ବ୍ୟାସଦେବ ଭଗବାନଙ୍କ ନିକଟରେ ପହଞ୍ଚିଲେ । ନିଜକୁ ଶିଷ୍ୟ ଭାବରେ ଗ୍ରହଣ କରିବାକୁ, ବ୍ୟାସଦେବଙ୍କୁ ଅନୁରୋଧ କଲେ । ବ୍ୟାସଦେବ ପ୍ରଥମେ ତାଙ୍କ ପରିଚୟ ମାଗିଥିଲେ ଓ ସଞ୍ଜୟ ଜଣେ ସୁତ ପୁତ୍ର ବୋଲି ଜାଣି ମଧ୍ୟ ତାଙ୍କୁ ନିଜର ଶିଷ୍ୟ ଭାବେ ଗ୍ରହଣ କଲେ। ଅନେକ ଶାସ୍ତ୍ର ଅଧ୍ୟୟନ କରିଥିବା ସଞ୍ଜୟଙ୍କ ତୀକ୍ଷ୍ଣ ବୁଦ୍ଧିକୁ ସେ ଭଲ ଭାବରେ ପରଖି ସାରିଥିଲେ। ବ୍ୟାସଦେବ ସଞ୍ଜୟଙ୍କୁ ପାଖରେ ରଖି ଶାସ୍ତ୍ରଜ୍ଞାନ ଦେଇଥିଲେ । ସତର-ଅଠର ବର୍ଷ ବୟସ ପର୍ଯ୍ୟନ୍ତ ସଞ୍ଜୟ ବ୍ୟାସଦେବଙ୍କ ସହିତ ରହି ସମସ୍ତ ଶାସ୍ତ୍ର ଅଧ୍ୟୟନ କରିଥିଲେ । ଧୀରେ ଧୀରେ ସେ ବ୍ୟାସଦେବଙ୍କର ପ୍ରିୟ ହୋଇ ଉଠିଲେ, ନିଜ ଅମାୟିକ ସେବା ଦ୍ୱାରା ସଞ୍ଜୟ ଗୁରୁଙ୍କୁ ପ୍ରସନ୍ନ କରିବାରେ ସଫଳ ହୋଇ ପାରିଥିଲେ ।
ସଞ୍ଜୟ କହୁଛନ୍ତି, "ହେ ରାଜନ୍! ସମସ୍ତ ପାପକୁ ନଷ୍ଟ କରୁଥିବା ମହାଯୋଗେଶ୍ବର ଶ୍ରୀଭଗବାନ ଏପରି କହି ନିଜର ପରମ ଐଶ୍ୱର୍ଯ୍ୟ ରୂପକ ଦିବ୍ୟ ସ୍ବରୂପ ଅର୍ଜୁନଙ୍କୁ ଦେଖାଇଥିଲେ।”
କେହି କେହି ଭାବିପାରନ୍ତି, ଭଗବାନ ଅର୍ଜୁନଙ୍କୁ ଦିବ୍ୟ ଦୃଷ୍ଟି ଦେଲେ ଠିକ୍ ଅଛି, କିନ୍ତୁ ଏହା ସଞ୍ଜୟଙ୍କୁ ମଧ୍ୟ କାହିଁକି ମିଳିଲା ? ଅର୍ଜୁନ ଶ୍ରୀଭଗବାନଙ୍କ ଦିବ୍ୟ ବିଶ୍ୱରୂପ ଦେଖୁଛନ୍ତି, ତତ୍ସହିତ ସଞ୍ଜୟଙ୍କୁ ମଧ୍ୟ ସେହି ସମାନ ଦିବ୍ୟ ରୂପ ଦେଖାଯିବା ସମ୍ଭବ ହେଲା କିପରି ? ଶ୍ରୀ ଭଗବାନ ଯାହାକୁ କୃପା କରନ୍ତି, ସେ ତାଙ୍କ ଦ୍ୱାରା ପୂର୍ବରୁ ଚୟନିତ ହୋଇଥାନ୍ତି, କୋଟିକରେ ଗୋଟିଏ ହୋଇଥାନ୍ତି; କିନ୍ତୁ ସଦ୍ଗୁରୁଙ୍କ କୃପା ହେଲେ, ଏହି ଶକ୍ତି ଯେ କେହି ହାସଲ କରିପାରିବେ। ଏବେ ଆସନ୍ତୁ ଦେଖିବା ମହାଭାରତର ପୃଷ୍ଠଭୂମିରେ ସଞ୍ଜୟଙ୍କ ପରିଚୟ । ଏହା ମହାଭାରତର ଏକ ବିଶେଷ ପ୍ରସଙ୍ଗ । ସଞ୍ଜୟଙ୍କ ପିତାଙ୍କ ନାମ ଗଢଓ୍ଵଲକ। ଗଢଓ୍ଵଲକ ହେଉଛନ୍ତି ସୂତ ପୁତ୍ର। ‘ସୂତ’ର ଅର୍ଥ ହେଉଛି ରଥ ଚଳାଉଥିବା ବ୍ଯକ୍ତି । ସଞ୍ଜୟ ପିଲାଦିନରୁ ବୁଦ୍ଧିରେ ବହୁତ ତୀକ୍ଷ୍ଣ ଥିଲେ । ସେ ଶାସ୍ତ୍ରାଭ୍ଯାସୀ ମଧ୍ୟ ଥିଲେ । ସେ ଅନେକ ଶାସ୍ତ୍ର ଅଧ୍ୟୟନ କରିଥିଲେ ।
ନଅ ବର୍ଷ ବୟସରେ ସେ ଭଗବାନ ବ୍ୟାସଦେବ ଭଗବାନଙ୍କ ନିକଟରେ ପହଞ୍ଚିଲେ । ନିଜକୁ ଶିଷ୍ୟ ଭାବରେ ଗ୍ରହଣ କରିବାକୁ, ବ୍ୟାସଦେବଙ୍କୁ ଅନୁରୋଧ କଲେ । ବ୍ୟାସଦେବ ପ୍ରଥମେ ତାଙ୍କ ପରିଚୟ ମାଗିଥିଲେ ଓ ସଞ୍ଜୟ ଜଣେ ସୁତ ପୁତ୍ର ବୋଲି ଜାଣି ମଧ୍ୟ ତାଙ୍କୁ ନିଜର ଶିଷ୍ୟ ଭାବେ ଗ୍ରହଣ କଲେ। ଅନେକ ଶାସ୍ତ୍ର ଅଧ୍ୟୟନ କରିଥିବା ସଞ୍ଜୟଙ୍କ ତୀକ୍ଷ୍ଣ ବୁଦ୍ଧିକୁ ସେ ଭଲ ଭାବରେ ପରଖି ସାରିଥିଲେ। ବ୍ୟାସଦେବ ସଞ୍ଜୟଙ୍କୁ ପାଖରେ ରଖି ଶାସ୍ତ୍ରଜ୍ଞାନ ଦେଇଥିଲେ । ସତର-ଅଠର ବର୍ଷ ବୟସ ପର୍ଯ୍ୟନ୍ତ ସଞ୍ଜୟ ବ୍ୟାସଦେବଙ୍କ ସହିତ ରହି ସମସ୍ତ ଶାସ୍ତ୍ର ଅଧ୍ୟୟନ କରିଥିଲେ । ଧୀରେ ଧୀରେ ସେ ବ୍ୟାସଦେବଙ୍କର ପ୍ରିୟ ହୋଇ ଉଠିଲେ, ନିଜ ଅମାୟିକ ସେବା ଦ୍ୱାରା ସଞ୍ଜୟ ଗୁରୁଙ୍କୁ ପ୍ରସନ୍ନ କରିବାରେ ସଫଳ ହୋଇ ପାରିଥିଲେ ।
ଅନେକବକ୍ତ୍ରନୟନମ୍, ଅନେକାଦ୍ଭୁତଦର୍ଶନମ୍।
ଅନେକଦିବ୍ୟାଭରଣଂ(ନ୍), ଦିବ୍ୟାନେକୋଦ୍ୟତାୟୁଧମ୍।।୧୦।।
ସେହି ଦିବ୍ୟ ଐଶ୍ବରିକ ରୂପରେ ଅନେକ ମୁଖ, ନେତ୍ର ଓ ନାନାବିଧ ଅଦ୍ଭୁତ ରୁପ ଦୃଶ୍ୟମାନ ହେଉଥିଲା ଏବଂ ତାଙ୍କ ଅଙ୍ଗରେ ଦିବ୍ୟ ଆଭୂଷଣ, ହସ୍ତରେ ଦିବ୍ୟ ଆୟୁଧ ଓ ଗଳାରେ ଦିବ୍ୟ ମାଳା ଶୋଭା ପାଉଥିଲାା। ସେ ଦିବ୍ୟ ବସ୍ତ୍ର ପରିଧାନ କରିଥିଲେ ତଥା ତାହାଙ୍କ ଲଲାଟ ଓ ଶ୍ରୀଅଙ୍ଗ ଚନ୍ଦନ ଚର୍ଚ୍ଚିତ ହୋଇଥିଲା। ଏଭଳି ଅତି ଆଶ୍ଚର୍ଯ୍ୟମୟ , ଅନନ୍ତରୂପଶାଳୀ ତଥା ସବୁଦିଗକୁ ମୁଖ ଥିବା ନିଜର ଦିବ୍ୟ ସ୍ବରୂପକୁ ଭଗବାନ ଦେଖାଇଲେ।
11.10 writeup
ଦିବ୍ୟମାଲ୍ୟାମ୍ବରଧରଂ(ନ୍), ଦିବ୍ୟଗନ୍ଧାନୁଲେପନମ୍।
ସର୍ବାଶ୍ଚର୍ୟମୟଂ(ନ୍) ଦେବମ୍, ଅନନ୍ତଂ(ମ୍) ବିଶ୍ୱତୋମୁଖମ୍।।୧୧।।
ସେହି ଦିବ୍ୟ ଐଶ୍ବରିକ ରୂପରେ ଅନେକ ମୁଖ, ନେତ୍ର ଓ ନାନାବିଧ ଅଦ୍ଭୁତ ରୁପ ଦୃଶ୍ୟମାନ ହେଉଥିଲା ଏବଂ ତାଙ୍କ ଅଙ୍ଗରେ ଦିବ୍ୟ ଆଭୂଷଣ, ହସ୍ତରେ ଦିବ୍ୟ ଆୟୁଧ ଓ ଗଳାରେ ଦିବ୍ୟ ମାଳା ଶୋଭା ପାଉଥିଲାା। ସେ ଦିବ୍ୟ ବସ୍ତ୍ର ପରିଧାନ କରିଥିଲେ ତଥା ତାହାଙ୍କ ଲଲାଟ ଓ ଶ୍ରୀଅଙ୍ଗ ଚନ୍ଦନ ଚର୍ଚ୍ଚିତ ହୋଇଥିଲା। ଏଭଳି ଅତି ଆଶ୍ଚର୍ଯ୍ୟମୟ , ଅନନ୍ତରୂପଶାଳୀ ତଥା ସବୁଦିଗକୁ ମୁଖ ଥିବା ନିଜର ଦିବ୍ୟ ସ୍ବରୂପକୁ ଭଗବାନ ଦେଖାଇଲେ।
ବିବେଚନ :
ଅନେକ ମୁଖ, ଅନେକ ନେତ୍ରରେ ଯୁକ୍ତ, ଅନେକ ଅଦ୍ଭୁତ ଦର୍ଶନ କାରୀ, ଅନେକ ଦିବ୍ୟ ଅଳଙ୍କାରରେ ଭୂଷିତ, ହାତରେ ଅନେକ ଦିବ୍ୟ ଅସ୍ତ୍ର ଧାରୀ, ଦିବ୍ୟ ମାଳା ଓ ବସ୍ତ୍ରରେ ସୁଶୋଭିତ, ସାରା ଶରୀର ଦିବ୍ୟ ସୁଗନ୍ଧରେ ପ୍ରଲେପିତ, ସମସ୍ତ ପ୍ରକାର ଆଶ୍ଚର୍ଯ୍ୟରେ ପରିପୂର୍ଣ୍ଣ, ଅନନ୍ତ ସୀମା ରହିତ, ସୀମାହୀନ ଦୃଷ୍ଟି ଯୁକ୍ତ, ଅନନ୍ତ ରୂପ ବଶିଷ୍ଟ, ଚତୁର୍ମୁଖ ଓ ବିରାଟ ସ୍ବରୂପକୁ ଭଗବାନ ଶ୍ରୀକୃଷ୍ଣ ପ୍ରକଟ କଲେ।
राहे स्लूप में रियाजत नहीं है हुजूर,
ମୁର୍ସିଦ୍ ଅର୍ଥ ଗୁରୁ। ଗୁରୁଙ୍କ କୃପାରୁ କ'ଣ ଯେ ସମ୍ଭବ ହୁଏ ନାହିଁ?
नजरें बदली, नजारे बदल गए।
ଦିବ୍ୟଦୃଷ୍ଟି ସାହାଯ୍ୟରେ ସଞ୍ଜୟ ଦେଖିବା ଆରମ୍ଭ କଲେ ଏବଂ ସଞ୍ଜୟଙ୍କୁ ସେସବୁ ଦେଖାଗଲା ଯାହା ଅର୍ଜୁନ ଦେଖିଥିଲେ ।

ଅର୍ଜୁନ ଯାହା ଦେଖିଥିଲେ, ତାହା ସଞ୍ଜୟ ମଧ୍ଯ ଦେଖି ଧୃତରାଷ୍ଟ୍ରଙ୍କ ଆଗରେ ବର୍ଣ୍ଣନା କଲେ।
राहे स्लूप में रियाजत नहीं है हुजूर,
राहे स्लूप में रियाजत नहीं है जरूर।
सौ सौ मुकाम होते थे, मुर्शीद तेरी नजर में।
ମୁର୍ସିଦ୍ ଅର୍ଥ ଗୁରୁ। ଗୁରୁଙ୍କ କୃପାରୁ କ'ଣ ଯେ ସମ୍ଭବ ହୁଏ ନାହିଁ?
नजरें बदली, नजारे बदल गए।
ନଜର ବଦଳିଗଲେ, ଦୃଶ୍ୟ ବି ବଦଳିଯାଏ ।
ଦିବ୍ୟଦୃଷ୍ଟି ସାହାଯ୍ୟରେ ସଞ୍ଜୟ ଦେଖିବା ଆରମ୍ଭ କଲେ ଏବଂ ସଞ୍ଜୟଙ୍କୁ ସେସବୁ ଦେଖାଗଲା ଯାହା ଅର୍ଜୁନ ଦେଖିଥିଲେ ।
ଗୋଟିଏ ଗାଁରେ ଜଣେ ବୃଦ୍ଧାଙ୍କୁ ମୋତିଆବିନ୍ଦୁ ହୋଇଥିଲା। ତାଙ୍କୁ ଜମାରୁ ସ୍ପଷ୍ଟ ଦେଖାଯାଉ ନଥିଲା। ଗାଁରେ ଶିବିର ଲାଗିଲା, ମୋତିଆବିନ୍ଦୁର ଅସ୍ତ୍ରୋପଚାର (ଅପରେସନ୍) ହେଲା । ଡାକ୍ତର ତାଙ୍କୁ ଚଷମା ପିନ୍ଧିବାକୁ ଦେଲେ। ସେ ୨୦-୩୦ ବର୍ଷ ପୂର୍ବେ ଯେଉଁପରି ଦେଖି ପାରୁଥିଲେ, ସେହିପରି ଏବେ ତାଙ୍କୁ ସ୍ପଷ୍ଟ ଦେଖିାଗଲା । ସଞ୍ଜୟଙ୍କ ସହ ମଧ୍ୟ କିଛି କିଛି ସମାନ ଘଟଣା ହିଁ ଘଟିଥିଲା।
ଦିବି ସୂର୍ୟସହସ୍ରସ୍ୟ, ଭବେଦ୍ୟୁଗପଦୁତ୍ଥିତା।
ୟଦି ଭାଃ(ସ୍) ସଦୃଶୀ ସା ସ୍ୟାଦ୍, ଭାସସ୍ତସ୍ୟ ମହାତ୍ମନଃ।।୧୨।।
ଯଦି ଆକାଶରେ ଏକାବେଳେ ସହସ୍ର ସୂର୍ଯ୍ୟ ଉଦିତ ହୁଅନ୍ତି, ତଥାପି ସେମାନଙ୍କର ଜ୍ୟୋତୀ ମିଶି ସେହି ମହାତ୍ମାଙ୍କ (ବିରାଟରୂପ ପରମାତ୍ମାଙ୍କ) ଜ୍ୟୋତୀ ସହିତ ସମାନ ହେବ କି ନାହିଁ ସନ୍ଦେହ ଅର୍ଥାତ୍ ହୋଇ ପାରିବ ନାହିଁ।
ବିବେଚନ :
ଗୁରୁ ନାନକ ଦେବ କହିଛନ୍ତି-
ତା'ପରେ ସଞ୍ଜୟ କହିଲେ, “ଆକାଶରେ ଏକା ସହିତ ହଜାର ହଜାର ସୂର୍ଯ୍ୟଙ୍କ ଆବିର୍ଭାବ ଦ୍ୱାରା ସୃଷ୍ଟି ହେଉଥିବା ଆଲୋକ ହୁଏତ ସେହି ଭଗବାନଙ୍କ ପ୍ରକାଶ ପରି ନୁହେଁ, ଅର୍ଥାତ୍ ହଜାର ହଜାର ସୂର୍ଯ୍ୟଙ୍କର ଯେଉଁ ପ୍ରକାଶ ହେବ ଏହାଠାରୁ ଅଧିକ ପ୍ରକାଶ ମୁଁ ଦେଖୁଛି।”
ଆମେ ସଭିଏଁ ‘ଓପନ୍ ହାଇମର୍’ ନାମକ ଏକ ଚଳଚ୍ଚିତ୍ର ଦେଖିବା ଉଚିତ୍ ।
ଡକ୍ଟର ଜେ ରବର୍ଟ ଓପେନ୍ ହାଇମର୍ ଜଣେ ଆମେରିକୀୟ ବୈଜ୍ଞାନିକ । ଜୁଲାଇ ୧୬, ୧୯୪୫ରେ ସେ ହୀରୋସିମା ଏବଂ ନାଗାସାକୀ ଉପରେ ପକାଇଥିବା ହାଇଡ୍ରୋଜେନ୍ ବୋମାର ପରୀକ୍ଷଣ କରିଥିଲେ। ଡକ୍ଟର ଓପନ ହାଇମର୍ ନ୍ୟୁ ମେକ୍ସିକୋରେ ଯୁକ୍ତରାଷ୍ଟ୍ର ଆମେରିକାର ଅନ୍ୟତମ ସର୍ବୋତ୍ତମ ବୈଜ୍ଞାନିକ । ତାଙ୍କର ବିଶେଷତ୍ୱ ଥିଲା ବୈଜ୍ଞାନିକ ହେବା ସହିତ ସେ ଶ୍ରୀମଦ୍ ଭଗବତ ଗୀତାର ଜଣେ ମହାନ ଉପାସକ ଥିଲେ । ଯେତେବେଳେ ସେ ହାଇଡ୍ରୋଜେନ୍ ବୋମାର ପରୀକ୍ଷଣ କଲେ ସେହି ସମୟରେ ଯେଉଁ ପ୍ରକାଶ ସୃଷ୍ଟି ହେଲା ତାହା ଦେଖି ତାଙ୍କ ମୁଖରୁ ସ୍ୱତଃ ଉଚ୍ଚାରିତ ହେଲା -
दिव्यसूर्यसहस्रस्य भवेद्युगपदुत्थिता।
ଶ୍ରୀମଦ୍ ଭଗବତ ଗୀତାର ଏହି ଶ୍ଳୋକକୁ ସେ ତୁରନ୍ତ ମନେ ପକାଇଲେ। ଯେଉଁଥିରେ ହଜାର ହଜାର ସୂର୍ଯ୍ୟଙ୍କ ଆଲୋକ କଥା କୁହାଯାଇଛି ।
ବାସ୍ତବରେ ଭଗବାନଙ୍କୁ ପ୍ରକାଶପୁଞ୍ଜ ବୋଲି କୁହାଯାଇଛି ।
“ତମସୋ ମା ଜ୍ଯୋତିର୍ଗମୟ”
ଇସଲାମ୍ ଧର୍ମରେ ଏହାକୁ “ନୂରେ ଇଲାହି” କୁହାଯାଇଛି ।
ଖ୍ରୀଷ୍ଟିଆନ ଧର୍ମରେ ତାଙ୍କୁ ଡିଭାଇନ୍ ଲାଇଟ୍ (Divine light) ବା “ଦିବ୍ୟ ଆଲୋକ” ବୋଲି କୁହାଯାଏ।
ବେଦ, ଭୃଗୁ-ଜ୍ୟୋତିଷ ଓ ପୁରାଣରେ ଏହାକୁ “ତେଜସ୍” କୁହାଯାଏ ।
ଶ୍ରୀରାମଚରିତମାନସରେ କୁହାଯାଇଛି :
परम प्रकाश रूप दिन राती
न चाही दिया घृत बाती।
ଶ୍ରୀମଦ୍ ଭଗବତ ଗୀତାରେ ଏହା କୁହାଯାଇଛି :
न तद्भासयते सूर्यो न शशाङ्को न पावकः।
ଗୁରୁ ନାନକ ଦେବ କହିଛନ୍ତି-
जैसो चंदा उगवे, सूरज चढ़े हजार,
ऐसा चादन हो दिया, गुरु बिन दूर अंधकार।
ଅଦ୍ଭୁତ ଆଲୋକ !
ସଞ୍ଜୟ କହୁଛନ୍ତି, "ଏହା ପରମାତ୍ମାଙ୍କ ମୂଳ ସ୍ବରୂପ ଅଟେ", ତେଣୁ ଯେଉଁମାନେ ଅଦ୍ବୈତର ସାଧନା କରନ୍ତି, ନିରାକାରଙ୍କୁ ଉପାସନା କରନ୍ତି, ଆଲୋକ ଉପରେ ଏକଲୟରେ ଦୃଷ୍ଟି ରଖି ଧ୍ୟାନ
କରନ୍ତି।
ତତ୍ରୈକସ୍ଥଂ(ଞ୍) ଜଗତ୍କୃତ୍ସ୍ନଂ(ମ୍), ପ୍ରବିଭକ୍ତମନେକଧା।
ଅପଶ୍ୟଦ୍ଦେବଦେବସ୍ୟ, ଶରୀରେ ପାଣ୍ଡବସ୍ତଦା।।୧୩।।
ସେତେବେଳେ ଅର୍ଜୁନ ଦେବାଧିଦେବ ଭଗବାନଙ୍କ ଶ୍ରୀଅଙ୍ଗର କୌଣସି ଏକ ସ୍ଥାନରେ ଅନେକ ପ୍ରକାର ବିଭାଗରେ ବିଭକ୍ତ ହୋଇଥିବା ସମଗ୍ର ଜଗତକୁ ଦେଖିଲେ।
ବିବେଚନ :
ସେ ଉଡ଼ୁଥିବା ପକ୍ଷୀ ହୁଅନ୍ତୁ, ପହଁରିବା ପ୍ରାଣୀ ହୁଅନ୍ତୁ ବା ଅଣ୍ଡାରୁ ଜନ୍ମ ନେଉଥିବା ଜୀବ ହୁଅନ୍ତୁ ଅବା ବିବିଧ ପ୍ରକାରର ଗଛଲତା ହୁଅନ୍ତୁ, ଗ୍ରହ, ଚନ୍ଦ୍ର ବା ନକ୍ଷତ୍ର ହୁଅନ୍ତୁ, ସମସ୍ତ ପ୍ରକାରର ଜୀବ, ଗନ୍ଧର୍ବଲୋକଠାରୁ ନେଇ ବ୍ରହ୍ମଲୋକ, ମାନବଲୋକ, ଅତଳ, ସୁତଳ, ପାତାଳ ପର୍ଯ୍ୟନ୍ତ ସବୁ କିଛି ଏଠାରେ ଦୃଶ୍ୟମାନ ହେଉଥାଏ ! ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏ ସମସ୍ତ ଏକତ୍ର ଗୋଟିଏ ଜାଗାରେ ଦୃଶ୍ୟମାନ ହେଉଛି !
ବଯେପରି ଆମେ ଆମ ମୋବାଇଲ୍ ସ୍କ୍ରିନ୍ ଉପରେ କୌଣସି ଚିତ୍ରକୁ ଅଧିକ ସ୍ପଷ୍ଟ ରୂପେ ଦେଖିବାଲାଗି, ଏହାକୁ ଦୁଇଟି ଆଙ୍ଗୁଠିରେ ଧୀରେ ଧୀରେ ବଢାଇ ବଡ କରିଥାଉ। ଉଦାହରଣତଃ ଜଣେ ବ୍ୟକ୍ତିଙ୍କ ଚିତ୍ର ପଛରେ ଥିବା ଭବନକୁ ବଡ (zoom)କଲେ, ଏହାର ଝରକା ଦୃଶ୍ୟମାନ ହୁଏ ଏବଂ ଯଦି ଆମେ ଏହାକୁ ଆହୁରି ବଡ କରୁ, ତେବେ ଝରକା ଭିତରର ଦୃଶ୍ୟ ବି ଆମକୁ ଦେଖାଯିବା ହେବା ଆରମ୍ଭ ହୋଇଯାଏ । ସେହିପରି ମହାପ୍ରଭୁଙ୍କ ବିଶ୍ୱରୂପ ଦର୍ଶନ ସମୟରେ ଅର୍ଜୁନଙ୍କୁ ମୁହଁ ବୁଲାଇ ବୁଲାଇ ଦେଖିବାକୁ ପଡ଼ୁନଥିଲା, ସେ ଯାହା ଯାହା ଦେଖିବାକୁ ଚାହୁଁଥିଲେ ସେସବୁ ତାଙ୍କୁ ଗୋଟି ଗୋଟି ହୋଇ ଭଗବାନଙ୍କ ଶରୀରର ଗୋଟିଏ ଅଂଶରେ, ଦେଖିବାକୁ ମିଳିଥିଲା। ଏପରି ଅଦ୍ଭୁତ ଦୃଶ୍ୟ ଦେଖି ଉଭୟ ଅର୍ଜୁନ ଓ ସଞ୍ଜୟ ହତଚକିତ ହୋଇଯାଇଛନ୍ତି !
ପାଣ୍ଡୁପୁତ୍ର ଅର୍ଜୁନ ସେହି ସମୟରେ ଅନେକ ପ୍ରକାରର ପୃଥକ୍ ପୃଥକ୍ ସମ୍ପୂର୍ଣ୍ଣ ଜଗତକୁ, ଦେବାଧିଦେବ ଭଗବାନ ଶ୍ରୀକୃଷ୍ଣଙ୍କ ସେହି ରୂପରେ ଏକତ୍ର ଭାବେ ଦେଖିବାକୁ ପାଇଲେ ।
ସ୍ତନ୍ୟପାୟୀ, ଅଣ୍ଡଜ, ଉଦ୍ଭିଦଜ, ଶ୍ୱେତଜ, ସ୍ଥାବର, ଜଙ୍ଗମ, ଜଳଚର, ସ୍ଥଳଚର, ୮୪ ଲକ୍ଷ ଯୋନୀ, ଚଉଦଭୁବନ ତଥା ସ୍ୱୟଂକୁ ଅର୍ଜୁନ ଭଗବାନଙ୍କର ଏହି ରୂପ ପାଇଲେ ଏବଂ ଆଶ୍ଚର୍ଯ୍ୟଚକିତ ହୋଇ ଭାବିବାକୁ ଲାଗିଲେ ଯେ ଏସବୁ କ'ଣ ସମ୍ଭବ ? ଏସବୁ ସେ କ'ଣ ଦେଖୁଚନ୍ତି ! ଅପରପକ୍ଷେ ଦିବ୍ୟ ଦୃଷ୍ଟି ପ୍ରାପ୍ତ ସଞ୍ଜୟ ମଧ୍ୟ ଏହା ଭାବୁଛନ୍ତି କି, ଅର୍ଜୁନ ଏସବୁ କ'ଣ ଦେଖୁଛନ୍ତି ? ଏହା କେମିତି ସମ୍ଭବ ?
ସେ ଉଡ଼ୁଥିବା ପକ୍ଷୀ ହୁଅନ୍ତୁ, ପହଁରିବା ପ୍ରାଣୀ ହୁଅନ୍ତୁ ବା ଅଣ୍ଡାରୁ ଜନ୍ମ ନେଉଥିବା ଜୀବ ହୁଅନ୍ତୁ ଅବା ବିବିଧ ପ୍ରକାରର ଗଛଲତା ହୁଅନ୍ତୁ, ଗ୍ରହ, ଚନ୍ଦ୍ର ବା ନକ୍ଷତ୍ର ହୁଅନ୍ତୁ, ସମସ୍ତ ପ୍ରକାରର ଜୀବ, ଗନ୍ଧର୍ବଲୋକଠାରୁ ନେଇ ବ୍ରହ୍ମଲୋକ, ମାନବଲୋକ, ଅତଳ, ସୁତଳ, ପାତାଳ ପର୍ଯ୍ୟନ୍ତ ସବୁ କିଛି ଏଠାରେ ଦୃଶ୍ୟମାନ ହେଉଥାଏ ! ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏ ସମସ୍ତ ଏକତ୍ର ଗୋଟିଏ ଜାଗାରେ ଦୃଶ୍ୟମାନ ହେଉଛି !
ବଯେପରି ଆମେ ଆମ ମୋବାଇଲ୍ ସ୍କ୍ରିନ୍ ଉପରେ କୌଣସି ଚିତ୍ରକୁ ଅଧିକ ସ୍ପଷ୍ଟ ରୂପେ ଦେଖିବାଲାଗି, ଏହାକୁ ଦୁଇଟି ଆଙ୍ଗୁଠିରେ ଧୀରେ ଧୀରେ ବଢାଇ ବଡ କରିଥାଉ। ଉଦାହରଣତଃ ଜଣେ ବ୍ୟକ୍ତିଙ୍କ ଚିତ୍ର ପଛରେ ଥିବା ଭବନକୁ ବଡ (zoom)କଲେ, ଏହାର ଝରକା ଦୃଶ୍ୟମାନ ହୁଏ ଏବଂ ଯଦି ଆମେ ଏହାକୁ ଆହୁରି ବଡ କରୁ, ତେବେ ଝରକା ଭିତରର ଦୃଶ୍ୟ ବି ଆମକୁ ଦେଖାଯିବା ହେବା ଆରମ୍ଭ ହୋଇଯାଏ । ସେହିପରି ମହାପ୍ରଭୁଙ୍କ ବିଶ୍ୱରୂପ ଦର୍ଶନ ସମୟରେ ଅର୍ଜୁନଙ୍କୁ ମୁହଁ ବୁଲାଇ ବୁଲାଇ ଦେଖିବାକୁ ପଡ଼ୁନଥିଲା, ସେ ଯାହା ଯାହା ଦେଖିବାକୁ ଚାହୁଁଥିଲେ ସେସବୁ ତାଙ୍କୁ ଗୋଟି ଗୋଟି ହୋଇ ଭଗବାନଙ୍କ ଶରୀରର ଗୋଟିଏ ଅଂଶରେ, ଦେଖିବାକୁ ମିଳିଥିଲା। ଏପରି ଅଦ୍ଭୁତ ଦୃଶ୍ୟ ଦେଖି ଉଭୟ ଅର୍ଜୁନ ଓ ସଞ୍ଜୟ ହତଚକିତ ହୋଇଯାଇଛନ୍ତି !
ତତଃ(ସ୍) ସ ବିସ୍ମୟାବିଷ୍ଟୋ, ହୃଷ୍ଟରୋମା ଧନଞ୍ଜୟଃ।
ପ୍ରଣମ୍ୟ ଶିରସା ଦେବଂ(ଙ୍), କୃତାଞ୍ଜଲିରଭାଷତ।।୧୪।।
ଭଗବାନଙ୍କର ବିଶ୍ବରୂପ ଦର୍ଶନ କରି ଅର୍ଜୁନ ଅତ୍ୟନ୍ତ ଚକିତ ହୋଇଗଲେ ଏବଂ ଆଶ୍ଚର୍ଯ୍ୟ ଯୋଗୁଁ ତାଙ୍କର ସର୍ବାଙ୍ଗ ରୋମାଞ୍ଚିତ ହୋଇ ଉଠିଲା । ସେ ଯୋଡହସ୍ତପୂର୍ବକ ବିଶ୍ବରୂପରେ ପ୍ରକଟିତ ଦେବଙ୍କୁ ନତମସ୍ତକ ହୋଇ ପ୍ରଣାମ କରି କହିଲେ ---
ବିବେଚନ :
ସଞ୍ଜୟ ଓ ଅର୍ଜୁନ ଉଭୟଙ୍କ ଅବସ୍ଥା ଏମିତି ଥିଲା। ଅର୍ଜୁନଙ୍କ ପ୍ରସନ୍ନ ଚିତ୍ତ ହୋଇଉଠିଲେ, ତାଙ୍କ ଶରୀରରେ ଅପୂର୍ବ ଏକ ଶିହରଣ ଖେଳିବା ସହ ଲୋମ ସବୁ ଟାଙ୍କୁରି ଉଠୁଥିଲା । ଏହା ଏପରି ଏକ ଅନନ୍ୟ ଅଧ୍ୟାୟ ଯେ, ଏହା ଉପରେ ଆଲୋଚନା କରିବା ସମୟରେ ନିଜେ ଆଲୋଚକମାନେ ହିଁ ରୋମାଞ୍ଚିତ ହୋଇଉଠନ୍ତି ଆଉ ଏହାକୁ ଆମେ ଯେତେବେଳେ ପଢ଼ୁ କିମ୍ବା ଶୁଣୁ, ଆମ ଶରୀରରେ ମଧ୍ଯ ଶିହରଣ ଜାତ ହୁଏ। ତେବେ ଅର୍ଜୁନଙ୍କ କଥା କ'ଣ କହିବା, ସେ ତ ସେଠାରେ ଠିଆ ହୋଇ ପ୍ରତ୍ୟକ୍ଷ ଏସବୁ ଦେଖୁଥିଲେ, ତାଙ୍କର ଅବସ୍ଥା କ'ଣ ନ ହୋଇଥିବ ! ସେହି ପ୍ରକାଶ ମଧ୍ଯରେ ପରମାତ୍ମାଙ୍କ ବିଶ୍ୱରୂପ ଦେଖି ଅର୍ଜୁନ ଶିରୋପରେ ଦୁଇ ହାତ ରଖି ଶ୍ରଦ୍ଧାର ସହ ଶ୍ରୀ ଭଗବାନଙ୍କୁ ପ୍ରଣାମ କଲେ ।
ଏହି ଅଧ୍ୟାୟର ଆଲୋଚନା ସରଳ ନୁହେଁ ବରଂ ଅତ୍ୟନ୍ତ ରୋମାଞ୍ଚକର, ଆନନ୍ଦ ଏବଂ ଆଶ୍ଚର୍ଯ୍ୟରେ ପରିପୂର୍ଣ୍ଣ ।
ଏହାପରେ ହରିନାମ ସଂକୀର୍ତ୍ତନ ସହ ଆଜିର ଆଲୋଚନା ଅଧିବେଶନ ଶେଷ ହୋଇ ପ୍ରଶ୍ନୋତ୍ତର ଅଧିବେଶନ ଆରମ୍ଭ ହୋଇଥିଲା।
-: ପ୍ରଶ୍ନୋତ୍ତରୀ :-
୧. ପ୍ରଶ୍ନକର୍ତ୍ତା : ମନ୍ଦାକିନୀ ଦିଦି
୨. ପ୍ରଶ୍ନକର୍ତ୍ତା : ଶ୍ରୀମତୀ ସୁମନ ରସ୍ତୋଁଗୀ ଦିଦି
୩. ପ୍ରଶ୍ନକର୍ତ୍ତା : ଶ୍ରୀମତୀ ବୀଣା ରାଜ୍ପାଲ୍ ଦିଦି
कर प्रणाम तेरे चरणों में, लगता हूँ अब तेरे काज,
ଆମେ ଏହି ଭାବନା ସହିତ କାମ କରିଲେ, ତାହା ହିଁ ହେବ ପ୍ରକୃତ ଭକ୍ତି।
ଶ୍ରୀ ଭଗବାନ ସମସ୍ତଙ୍କ ମନୋସ୍କାମନା ପୂର୍ଣ୍ଣ କରିବେ, ତେଣୁ ନିଶ୍ଚିତ ରୁହନ୍ତୁ ଏବଂ ଯେ କୌଣସି ଫଳାଫଳ ପାଇଁ ମନକୁ ପ୍ରସ୍ତୁତ କରନ୍ତୁ ।
୧୨. ପ୍ରଶ୍ନକର୍ତ୍ତା : ଶ୍ରୀମତୀ ଏମ୍ ଏସ୍ ଦିଦି
୧୪. ପ୍ରଶ୍ନକର୍ତ୍ତା : ଶ୍ରୀମତୀ ନିଶା ସାଁଧୀ ଦିଦି।
ଭକ୍ତି ବା ଚିନ୍ତନର ଚାରୋଟି ମାର୍ଗ ଅଛି - ନାମ, ରୂପ, ଲୀଳା ଏବଂ ସ୍ଥାନ।
ଭଗବାନଙ୍କ ଅପୂର୍ବ ବିଶ୍ୱରୂପ ଦେଖି ଅର୍ଜୁନ ଅଭିଭୂତ ହୋଇ ପଡିଲେ। ହତଚକିତ ହୋଇ ତାଙ୍କ ଭିତରେ କିଛି ଆଉ ବାକି ନଥିଲା। ଆମେ ଯେମିତି କିଛି ମୁହୂର୍ତ୍ତ ପାଇଁ ବିସ୍ମିତ ହୋଇଥାଉ, ପରନ୍ତୁ କିଛି ସମୟ ପରେ ପୁଣି ପ୍ରକୃତିସ୍ଥ ହୋଇଉଠୁ ଏବଂ ଉକ୍ତ କ୍ଷଣ ସେହିଠାରେ ହିଁ ଶେଷ ହୋଇଯାଏ। ଅନୁରୂପ ଅବସ୍ଥା ଅର୍ଜୁନଙ୍କର ମଧ୍ୟ ହୋଇଥିଲା।
ସଞ୍ଜୟ ଓ ଅର୍ଜୁନ ଉଭୟଙ୍କ ଅବସ୍ଥା ଏମିତି ଥିଲା। ଅର୍ଜୁନଙ୍କ ପ୍ରସନ୍ନ ଚିତ୍ତ ହୋଇଉଠିଲେ, ତାଙ୍କ ଶରୀରରେ ଅପୂର୍ବ ଏକ ଶିହରଣ ଖେଳିବା ସହ ଲୋମ ସବୁ ଟାଙ୍କୁରି ଉଠୁଥିଲା । ଏହା ଏପରି ଏକ ଅନନ୍ୟ ଅଧ୍ୟାୟ ଯେ, ଏହା ଉପରେ ଆଲୋଚନା କରିବା ସମୟରେ ନିଜେ ଆଲୋଚକମାନେ ହିଁ ରୋମାଞ୍ଚିତ ହୋଇଉଠନ୍ତି ଆଉ ଏହାକୁ ଆମେ ଯେତେବେଳେ ପଢ଼ୁ କିମ୍ବା ଶୁଣୁ, ଆମ ଶରୀରରେ ମଧ୍ଯ ଶିହରଣ ଜାତ ହୁଏ। ତେବେ ଅର୍ଜୁନଙ୍କ କଥା କ'ଣ କହିବା, ସେ ତ ସେଠାରେ ଠିଆ ହୋଇ ପ୍ରତ୍ୟକ୍ଷ ଏସବୁ ଦେଖୁଥିଲେ, ତାଙ୍କର ଅବସ୍ଥା କ'ଣ ନ ହୋଇଥିବ ! ସେହି ପ୍ରକାଶ ମଧ୍ଯରେ ପରମାତ୍ମାଙ୍କ ବିଶ୍ୱରୂପ ଦେଖି ଅର୍ଜୁନ ଶିରୋପରେ ଦୁଇ ହାତ ରଖି ଶ୍ରଦ୍ଧାର ସହ ଶ୍ରୀ ଭଗବାନଙ୍କୁ ପ୍ରଣାମ କଲେ ।
ଏହି ଅଧ୍ୟାୟର ଆଲୋଚନା ସରଳ ନୁହେଁ ବରଂ ଅତ୍ୟନ୍ତ ରୋମାଞ୍ଚକର, ଆନନ୍ଦ ଏବଂ ଆଶ୍ଚର୍ଯ୍ୟରେ ପରିପୂର୍ଣ୍ଣ ।
ଏହାପରେ ହରିନାମ ସଂକୀର୍ତ୍ତନ ସହ ଆଜିର ଆଲୋଚନା ଅଧିବେଶନ ଶେଷ ହୋଇ ପ୍ରଶ୍ନୋତ୍ତର ଅଧିବେଶନ ଆରମ୍ଭ ହୋଇଥିଲା।
हरि शरणम् हरि शरणम् हरि शरणम् हरि शरणम्
हरि शरणम् हरि शरणम् हरि शरणम् हरि शरणम्।
-: ପ୍ରଶ୍ନୋତ୍ତରୀ :-
୧. ପ୍ରଶ୍ନକର୍ତ୍ତା : ମନ୍ଦାକିନୀ ଦିଦି
ପ୍ରଶ୍ନ : ପୂଜା ସମୟରେ ପରିବାରର ସମସ୍ତ ସଦସ୍ୟଙ୍କୁ ଖାଦ୍ୟ ଅର୍ପଣ କରିବା କିମ୍ବା ଆରତୀ କରିବା ଆବଶ୍ୟକ କି?
ଉତ୍ତର : ପ୍ରତ୍ୟେକଙ୍କ ପୂଜା ଭିନ୍ନ ହେବା ଉଚିତ୍। ଏକ ସମୟରେ ହେଉଥିବା ସାମୂହିକ ପୂଜା ପାଇଁ କେବଳ ଗୋଟିଏ ନୈବେଦ୍ୟ ଏବଂ ଗୋଟିଏ ଆରତୀ ହୋଇପାରିବ। କାର୍ଯ୍ୟ ଅପେକ୍ଷା ମନର ଭାବନା ଅଧିକ ଗୁରୁତ୍ୱପୂର୍ଣ୍ଣ। ଛପନ ପ୍ରକାର ଭୋଗର ଆବଶ୍ୟକତା ନାହିଁ, ପ୍ରେମ ଏବଂ ଭକ୍ତିର ସହିତ ଅର୍ପଣ କରାଯାଇଥିବା ଏକ ପତ୍ର ଏବଂ ଫୁଲ ମଧ୍ଯ ଯଥେଷ୍ଟ।
୨. ପ୍ରଶ୍ନକର୍ତ୍ତା : ଶ୍ରୀମତୀ ସୁମନ ରସ୍ତୋଁଗୀ ଦିଦି
ପ୍ରଶ୍ନ : ଘରର କର୍ତ୍ତବ୍ୟ ପାଳନ କରିବା ସହିତ ଜଣେ କିପରି ସମ୍ପୂର୍ଣ୍ଣ ଭାବରେ ଭଗବାନ କୃଷ୍ଣଙ୍କ ପୂଜା କରିପାରିବେ?
ଉତ୍ତର : ଆମେ ଯେକୌଣସି କାମ କରୁ, ଆମେ ଭଗବାନ ଶ୍ରୀକୃଷ୍ଣଙ୍କ ପାଇଁ କରୁଛୁ - ଏପରି ଭାବି କରିବା ଉଚିତ।
୩. ପ୍ରଶ୍ନକର୍ତ୍ତା : ଶ୍ରୀମତୀ ବୀଣା ରାଜ୍ପାଲ୍ ଦିଦି
ପ୍ରଶ୍ନ : ଭଗବାନ ଶ୍ରୀକୃଷ୍ଣ ଆମକୁ ଦିବ୍ୟଦୃଷ୍ଟି ଦେବା ପାଇଁ ଆମେ କେଉଁ ପ୍ରକାରର କାର୍ଯ୍ୟ କରିବା ଉଚିତ?
ଉତ୍ତର : ଦିବ୍ୟଦୃଷ୍ଟି ଶ୍ରୀ ଭଗବାନ ନୁହେଁ ବରଂ ସଦ୍ଗୁରୁ ଦେବେ, ତେଣୁ ତାଙ୍କୁ ସେବା କରି ପ୍ରସନ୍ନ କରିବାକୁ ଚେଷ୍ଟା କରିବା ଉଚିତ।
कर प्रणाम तेरे चरणों में, लगता हूँ अब तेरे काज,
पालन करने को आज्ञा तव, नियुक्त होता हूँ मैं आज।।
प्रति पल निज इन्द्रिय समूह से, जो कुछ भी आचार करूँ,
केवल तुझे रिझाने को बस तेराही व्यवहार करूँ।।
ଆମେ ଏହି ଭାବନା ସହିତ କାମ କରିଲେ, ତାହା ହିଁ ହେବ ପ୍ରକୃତ ଭକ୍ତି।
୪. ପ୍ରଶ୍ନକର୍ତ୍ତା : ଶ୍ରୀ ବ୍ରଜେଶ ସାରସ୍ଵତ ଭାଇ।
ପ୍ରଶ୍ନ : ଦୃଷ୍ଟିହୀନ ପିଲାମାନଙ୍କ ପାଇଁ ଏକ ସ୍କୁଲ୍ରେ ଶ୍ରୀମଦ୍ ଭଗବଦ୍ ଗୀତା ଶିଶୁ ଶିବିର ଚଲାଇବା ପାଇଁ କିଛି ସାହାଯ୍ୟ ମିଳିପାରିବ କି? ତାଙ୍କର ସ୍ମୃତିଶକ୍ତି ପ୍ରଖର, ତେଣୁ ସେମାନେ ଗୀତା ଶୀଘ୍ର କଣ୍ଠସ୍ଥ କରି ପାରିବେ କି?
ଉତ୍ତର : ବର୍ତ୍ତମାନ ସୁଦ୍ଧା, ଗୀତା ପରିବାରର ଏପରି କୌଣସି ଯୋଜନା ନାହିଁ, କିନ୍ତୁ ଯଦି କେହି ଏହାର ଦାୟିତ୍ବ ନିଅନ୍ତି, ତେବେ ନିଶ୍ଚିତ ଭାବରେ ସମର୍ଥନ ଯୋଗାଇ ଦିଆଯିବ। ଏପରି ଦିବ୍ଯଦୃଷ୍ଟି ପିଲାମାନଙ୍କର ଅନ୍ୟ ଇନ୍ଦ୍ରିୟଗୁଡିକ ଅଧିକ ସକ୍ଷମ ଥାଏ ଏବଂ ତେଣୁ ସେମାନଙ୍କୁ ଶିଖାଇବା ସହଜ ହୋଇଥାଏ।
୫. ପ୍ରଶ୍ନକର୍ତ୍ତା : ଶ୍ରୀ ବ୍ରଜେଶ ସରସ୍ୱତ ଭାଇ।
ପ୍ରଶ୍ନ : ଗୀତା ପରିବାରରେ ଅନେକ ସେବୀ ଯୋଗ ଦେଇ ନିଜ ନିଜର ସେବା ପ୍ରଦାନ କରୁଛନ୍ତି, ତେବେ ଆଜି କାଶ୍ମୀରରେ ଯେଉଁ ଯୁଦ୍ଧର ସ୍ଥିତି ଉପୁଜିଛି, ସେହି ପରିପ୍ରେକ୍ଷୀରେ, ସାଧାରଣ ଜନତା ନିଃଶୁଳ୍କ ସେବା ପ୍ରଦାନ କରିପାରିବେ କି?
ଉତ୍ତର : ଏପରି ପରିସ୍ଥିତିର ସାମ୍ନା କରିବା ପାଇଁ, ସରକାର ସାଧାରଣ ନାଗରିକଙ୍କୁ ତାଲିମ ଦେଇ ସେମାନଙ୍କୁ ସଂରକ୍ଷିତ ସଶସ୍ତ୍ର ବାହିନୀରେ (reserved armed forces) ଅନ୍ତର୍ଭୁକ୍ତ କରନ୍ତି।
୬. ପ୍ରଶ୍ନକର୍ତ୍ତା : ଶ୍ରୀ ସାନ୍ତୋଷ୍ ସାଲୁଙ୍କି ଭାଇ।
ପ୍ରଶ୍ନ : ଆଧ୍ୟାତ୍ମିକ ସାଧନାରେ, ଆହାର ସାତ୍ତ୍ୱିକ ହେବା ଉଚିତ, କିନ୍ତୁ କୋଙ୍କଣ ଏବଂ କୋଲକାତା ଭଳି କିଛି ସ୍ଥାନରେ, ଭଗବାନ ଗଣେଶଙ୍କୁ ମାଛ ଅର୍ପଣ କରାଯାଏ। ଏହା ଠିକ୍ କି?
ଉତ୍ତର : ନା, ମାଂସ, ମାଛ, ମଦ୍ୟ ଇତ୍ୟାଦି ନୈବେଦ୍ୟ ଭାବରେ ଅର୍ପଣ କରାଯାଏ ନାହିଁ। ଏହି ନୈବେଦ୍ୟ ଗ୍ରହଣ କରୁଥିବା ଦେବତାମାନଙ୍କର ସ୍ୱଭାବ ମଧ୍ୟ ତାମସିକ ହୋଇଥାଏ। ଶୁଦ୍ଧ ଏବଂ ସାତ୍ତ୍ୱିକ ଆହାର ଦ୍ବାରା ସାଧନା ଶୀଘ୍ର ଫଳ ପ୍ରଦାନ କରେ ଏବଂ ଆଚରଣରେ ସଂଯମତା ଆସିଥାଏ। ଭକ୍ତମାନଙ୍କୁ ସାତ୍ତ୍ୱିକ ଖାଦ୍ୟ ଗ୍ରହଣ କରିବାକୁ ବାଧ୍ୟ କରାଯିବା ଉଚିତ୍।
୭. ପ୍ରଶ୍ନକର୍ତ୍ତା : ଶ୍ରୀମତୀ ନୀରୁ ଭୋଟିକା ଦିଦି
ପ୍ରଶ୍ନ : ଆମେ ନିର୍ଜାଳା ଏକାଦଶୀରେ ପାଣି ପିଇ ପାରିବା କି?
ଉତ୍ତର : ନିର୍ଜଳା ଏକାଦଶୀର ନିୟମ ହେଉଛି ପାଣି ପିଇବା ଉଚିତ୍ ନୁହେଁ। ଅନ୍ୟ ଏକାଦଶୀରେ ଥରେ ପାଣି ପିଇବାକୁ ଅନୁମତି ଦିଆଯାଇଛି। ହଁ, ଯଦି ସ୍ୱାସ୍ଥ୍ୟ ଭଲ ନାହିଁ କିମ୍ବା ଜଣେ ବୃଦ୍ଧାବସ୍ଥାରେ ଉପନୀତ, ତେବେ ସେ ଉପବାସ ରଖିବା ଉଚିତ୍ ନୁହେଁ।
୮. ପ୍ରଶ୍ନକର୍ତ୍ତା : ଶ୍ରୀମତୀ ସେଜଲ୍ ଭାଲାନୀ ଦିଦି।
ପ୍ରଶ୍ନ : ଏହାକୁ ଶ୍ରୀମଦ୍ ଭାଗବତ ଗୀତା କାହିଁକି କୁହାଯାଏ? ମହର୍ଷି ବେଦ ବ୍ୟାସ ଏହାକୁ ରଚନା କରିଛନ୍ତି, ଏହାର କେତୋଟି ଭାଷ୍ଯ ଅଛି?
ଉତ୍ତର : ଶ୍ରୀମଦ୍ ଭଗବଦ୍ ଗୀତା, ଶ୍ରୀ ବା ସମୃଦ୍ଧି ଯୁକ୍ତ ଶ୍ରୀ ଭଗବାନଙ୍କ ଦ୍ୱାରା ଗାନ କରାଯାଇଥିବା ଗୀତ। ଏହାର ପନ୍ଦର ଶହରୁ ଅଧିକ ଭାଷ୍ଯ ଅଛି, ଯାହା ଆଦି ଶଙ୍କରାଚାର୍ଯ୍ୟ, ଲୋକମାନ୍ଯ ତିଳକ, ଶ୍ରୀ ବିନୋବା ଭାବେ ପ୍ରଭୃତି ଅନେକ ମହାପୁରୁଷମାନେ ଲେଖିଛନ୍ତି।
୯. ପ୍ରଶ୍ନକର୍ତ୍ତା : ଶ୍ରୀମତୀ ବନମାଲା ୟେଊଲ୍ ଦିଦି।
ପ୍ରଶ୍ନ : ଗୀତାର ଭାବାର୍ଥ ସମ୍ପୂର୍ଣ୍ଣ ଭାବରେ ବୁଝିବା ପାଇଁ କଣ ପଢିବା ଉଚିତ?
ଉତ୍ତର : ଗୀତାର ଭାବାର୍ଥ ସମ୍ପୂର୍ଣ୍ଣ ରୂପେ ବୁଝିବା ପାଇଁ, ଜ୍ଞାନେଶ୍ୱରୀ ଏବଂ ଗୀତା ପ୍ରେସ୍, ଗୋରଖପୁର ଦ୍ୱାରା ପ୍ରକାଶିତ ସ୍ୱାମୀ ରାମସୁଖଦେବ ମହାରାଜଙ୍କ ଦ୍ୱାରା ଲିଖିତ ସାଧକ ସଞ୍ଜିବନୀ ପଢିବା ଉତ୍ତମ ହେବ।
୧୦. ପ୍ରଶ୍ନକର୍ତ୍ତା : ଶ୍ରୀମତୀ ମମତା ନାକୋଟି ଦିଦି।
ପ୍ରଶ୍ନ : କୁହାଯାଏ ଯେ ଘରେ ମହାଭାରତକୁ ରଖିବା ଉଚିତ୍ ନୁହେଁ, ଏହା କ’ଣ ସତ୍ୟ?
ଉତ୍ତର : ଏହା କୌଣସି ଶାସ୍ତ୍ରରେ କୁହାଯାଇ ନାହିଁ। ମହାଭାରତର ମୂଳ ନାମ "ଜୟ ପୁରାଣ"। ଏହାକୁ ଘରେ ରଖିବା ଏବଂ ପଢିବା ବିଜୟ ଆଡ଼କୁ ନେଇଯାଏ, ତେଣୁ ଏହାକୁ ଘରେ ରଖିବା ଉଚିତ।
୧୧. ପ୍ରଶ୍ନକର୍ତ୍ତା : ଶ୍ରୀମତୀ ପ୍ରଣତୀ ତ୍ରିପାଠୀ ଦିଦି।
ପ୍ରଶ୍ନ : ମୋ ପୁଅ ଭାରତୀୟ ସେନାରେ ମେଜର୍ ଭାବରେ କାର୍ଯ୍ୟ କରୁଛି, ଯାହା ପାଇଁ ଆମେ ଗର୍ବିତ, କିନ୍ତୁ ବର୍ତ୍ତମାନ କାଶ୍ମୀରର ପରିସ୍ଥିତି ଦେଖି ମନ ବ୍ଯଥିତ ହେଉଛି। ଏହାକୁ କିପରି ନିୟନ୍ତ୍ରଣ କରିପାରିବି?
ଉତ୍ତର : ଜଣେ ସୈନିକର ମାଆ ଗର୍ବିତ ହେବା ଉଚିତ୍ କାରଣ ତାଙ୍କ ପୁତ୍ର ଲକ୍ଷ ଲକ୍ଷ ମାତାଙ୍କ ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗୀକୃତ କରି ଦେଉଛି, ଏହି ସୌଭାଗ୍ଯ ସମସ୍ତଙ୍କୁ ମିଳେ ନାହିଁ । ମାତା ଜୀଜାବାଇଙ୍କ ସଂସ୍କାର ପାଇଁ ଶିବାଜୀ ଛତ୍ରପତି ହୋଇଥିଲେ । ଏଭଳି ବୀର ମାତାଙ୍କ ଜୀବନୀ ପଢ଼ିଲେ ମନ ବ୍ଯଥିତ ହେବ ନାହିଁ। ନିଜ ନଜର ପୁତ୍ରମାନଙ୍କୁ ଭଗବାନଙ୍କ ଉପରେ ଭରସା କରି ଦେଶକୁ ସମର୍ପିତ କରିଛନ୍ତି, ତେବେ ସେ ବିଷୟରେ ଚିନ୍ତା କରନ୍ତୁ ନାହିଁ ।
ଶ୍ରୀକୃଷ୍ଣ ମଧ୍ୟ ଅର୍ଜୁନଙ୍କୁ କହିଛନ୍ତି :
हतो वा प्राप्स्यसि स्वर्गं, जित्त्वा वा भोक्ष्यसे महीम्।।2.37।।
ଶ୍ରୀ ଭଗବାନ ସମସ୍ତଙ୍କ ମନୋସ୍କାମନା ପୂର୍ଣ୍ଣ କରିବେ, ତେଣୁ ନିଶ୍ଚିତ ରୁହନ୍ତୁ ଏବଂ ଯେ କୌଣସି ଫଳାଫଳ ପାଇଁ ମନକୁ ପ୍ରସ୍ତୁତ କରନ୍ତୁ ।
୧୨. ପ୍ରଶ୍ନକର୍ତ୍ତା : ଶ୍ରୀମତୀ ଏମ୍ ଏସ୍ ଦିଦି
ପ୍ରଶ୍ନ : ଶ୍ରୀକୃଷ୍ଣଙ୍କ ମୁଖରୁ ଭଗବତ ଗୀତା ଶୁଣିବା ପରେ ଅର୍ଜୁନଙ୍କ ହୃଦୟରେ ପରିବର୍ତ୍ତନ ଆସିଥିଲା । ସଞ୍ଜୟ ଧୃତରାଷ୍ଟ୍ରଙ୍କୁ ଶୁଣାଇ ଥିବାରୁ ଉଭୟଙ୍କ ଉପରେ ଏହାର କ'ଣ ପ୍ରଭାବ ପଡ଼ିଥିଲା ?
ଉତ୍ତର : ସଞ୍ଜୟ ବୁଝିପାରିଥିଲେ ଯେ ଯେଉଁଠାରେ ଭଗବାନ ଶ୍ରୀକୃଷ୍ଣ ଏବଂ ଅର୍ଜୁନ ଅଛନ୍ତି ସେଠାରେ ନିଶ୍ଚିତ ଭାବରେ ବିଜୟ ହେବ। କିନ୍ତୁ ପୁତ୍ର ପ୍ରେମରେ ଅନ୍ଧ ଧୃତରାଷ୍ଟ୍ର ଏହା ବୁଝିପାରିଲେ ନାହିଁ।
୧୩. ପ୍ରଶ୍ନକର୍ତ୍ତା : ଶ୍ରୀମତୀ ନୟନା କାନାନି ଦିଦି।
ପ୍ରଶ୍ନ : କାହାର ମୃତ୍ୟୁଶଯ୍ୟାରେ କେବଳ ପଞ୍ଚଦଶ ଅଧ୍ୟାୟ କାହିଁକି ପାଠ କରାଯାଏ ?
ଉତ୍ତର : ଏହାର ଦୁଇଟି କାରଣ ଅଛି - ପୁରୁଷୋତ୍ତମ ଯୋଗ ନାମକ ଏହି ଅଧ୍ୟାୟଟି ଛୋଟ ଏବଂ ସରଳ ହେବା ସଙ୍ଗେ ସଙ୍ଗେ ଏହା ଏକାଧ୍ଯାୟୀ ଶାସ୍ତ୍ର ହୋଇଥିବାରୁ ଏହାକୁ ପଢିବାକୁ କମ୍ ସମୟ ଲାଗେ। ଏମିତିରେ, ଗୀତାର ଯେକୌଣସି ଅଧ୍ୟାୟ ଏହି ସମୟରେ ପଢ଼ାଯାଇପାରେ।
ତେଣୁ, ନିଶ୍ଚିତ ହୋଇ କୌଣସି ବି ପରିଣାମ ପାଇଁ ନିଜ ମନକୁ ପ୍ରସ୍ତୁତ କରିବା ଉଚିତ୍। ଏହାକୁ କେବଳ ମୃତ୍ୟୁଶଯ୍ୟାରେ ନୁହେଁ ବରଂ ଯେକୌଣସି ଶୁଭ କିମ୍ବା ଅଶୁଭ କାର୍ଯ୍ଯରେ ମଧ୍ୟ ପଢ଼ାଯାଇପାରିବ।
୧୪. ପ୍ରଶ୍ନକର୍ତ୍ତା : ଶ୍ରୀମତୀ ନିଶା ସାଁଧୀ ଦିଦି।
ପ୍ରଶ୍ନ : ତିରୁପତି କିମ୍ବା ଅନ୍ୟ ତୀର୍ଥସ୍ଥଳରେ, କିଛି ଟଙ୍କା ଦେଇ, ଜଣେ ଶୀଘ୍ର ସ୍ୱତନ୍ତ୍ର ଦର୍ଶନ ପାଇପାରିବେ, ଯେତେବେଳେ ଅନେକ ଲୋକ ଘଣ୍ଟା ଘଣ୍ଟା ଧରି ଲମ୍ବା ଧାଡ଼ିରେ ଠିଆ ହୋଇ ଏବଂ ଅନେକ ଅସୁବିଧାର ସମ୍ମୁଖୀନ ହେବା ପରେ ହିଁ ଦର୍ଶନ ଲାଭ କରନ୍ତି, କଣ ଏହା ଠିକ୍ କି?
ଉତ୍ତର : ଏହା କୁହାଯାଇପାରେ କି ଯେଉଁମାନେ ଶୀଘ୍ର ଏବଂ ବିଶେଷ ଦର୍ଶନ କରନ୍ତି ସେମାନେ କମ୍ ପୁଣ୍ୟ ପାଇବେ, କାରଣ ଯେଉଁମାନେ କଠିନ ପରିଶ୍ରମ କରନ୍ତି ସେମାନଙ୍କର ଭକ୍ତିକୁ ବିଶେଷ ବୋଲି ବିବେଚନା କରାଯାଏ, କିନ୍ତୁ ସମୟ ଅଭାବରୁ ଏପରି ବ୍ୟବସ୍ଥାର ଲାଭ ନିଆଯାଇପାରିବ, ଦର୍ଶନ ନ କରିବା ଅପେକ୍ଷା ବିଶେଷ ଦର୍ଶନ ଭଲ।
୧୫. ପ୍ରଶ୍ନକର୍ତ୍ତା : ଶ୍ରୀମତୀ କବିତା ସରାଫ୍ ଦିଦି।
ପ୍ରଶ୍ନ : ଏହି ସମଗ୍ର ବ୍ରହ୍ମାଣ୍ଡରେ କେବଳ ଗୋଟିଏ ଈଶ୍ୱର ଅଛନ୍ତି କି?
ଉତ୍ତର : ଶ୍ରୀଭଗବାନ ତ ଏକ ଅଟନ୍ତି। କେହି ତାଙ୍କୁ ଶ୍ରୀରାମ ବୋଲି କୁହେ, କେହି ଯୀଶୁ କିମ୍ବା ଆଲ୍ଲା ବୋଲି କୁହନ୍ତି।
।।जाकी रही भावना जैसी, प्रभु मूप्रश्नकर्तारत देखी तिन जैसी।।
ମୋକ୍ଷର ଧାରଣା କେବଳ ସନାତନ ଧର୍ମରେ ଅଛି ତାହା ନୁହେଁ ବରଂ ପ୍ରତ୍ୟେକ ଜୀବ ମୋକ୍ଷ ପାଇବା ପାଇଁ ହକଦାର୍ ବୋଲି ବିବେଚନା କରାଯାଏ।
ଭକ୍ତି ବା ଚିନ୍ତନର ଚାରୋଟି ମାର୍ଗ ଅଛି - ନାମ, ରୂପ, ଲୀଳା ଏବଂ ସ୍ଥାନ।
୧୬. ପ୍ରଶ୍ନକର୍ତ୍ତା : ଶ୍ରୀମତୀ ଅନୀତା ଅଗ୍ରୱାଲ୍ ଦିଦି
ପ୍ରଶ୍ନ : କଣ୍ଠସ୍ଥୀକରଣର ଲାଭ କ’ଣ?
ଉତ୍ତର : ଯେତେବେଳେ ଆମେ କିଛି ପଢ଼ୁ, ତେବେ ଆମେ ପୁସ୍ତକ, ଚକ୍ଷୁ ଏବଂ ପରିବେଶ ଉପରେ ନିର୍ଭର କରୁ। କଣ୍ଠସ୍ଥୀକରଣ ଦ୍ୱାରା, ଗୀତା ଆମ ମନରେ ସ୍ଥାନ ପାଏ ଏବଂ ଏହି ଜ୍ଞାନ ଜନ୍ମ ଓ ଜନ୍ମାନ୍ତର ପର୍ଯ୍ୟନ୍ତ ଆମ ସହିତ ରହିଥାଏ। ଆପଣ ଦେଖିବାକୁ ପାଉଥିବେ ତିନି କିମ୍ବା ଚାରି ବର୍ଷର ଶିଶୁ ଗୀତାର ଶ୍ଳୋକ ସୁନ୍ଦର ଭାବେ ଗାନ କରିପାରୁଛି, ଅର୍ଥାତ୍ ଏହା ତା'ର ପୂର୍ବ ଜନ୍ମର ଅଭ୍ୟାସର ଫଳ, ଏହା ସେ ପୂର୍ବଜନ୍ମରୁ ମନେ ରଖି ଆସୁଥିବା ଶ୍ଳୋକ ଅଟେ।
|| ଓଁ ଶ୍ରୀକୃଷ୍ଣାର୍ପଣମସ୍ତୁ ||