विवेचन सारांश
କ୍ଷଣଭଙ୍ଗୁର ଜୀବନର ରହସ୍ୟ
ଉପକ୍ରମ:
ଶ୍ରୀ ଗୀତା ମାତା, ଶ୍ରୀ ମଧୁରାଷ୍ଟକମ୍ ଓ ଶ୍ରୀ ହନୁମାନ ଚାଳିସା ପାଠ ସହିତ ନବମ ଅଧ୍ୟାୟର ପ୍ରଥମ ଭାଗର ଅର୍ଥ ବିବେଚନ ଅଧିବେଶନ ଆରମ୍ଭ ହୋଇଥିଲା।
ପ୍ରତ୍ୟେକ କାର୍ଯ୍ୟ ଆରମ୍ଭରେ ଗୁରୁଙ୍କୁ ପୂଜା କରିବା ଅତ୍ୟନ୍ତ ଶୁଭ ଫଳଦାୟକ ହୋଇଥାଏ। ଯେମିତି ଛୋଟ ବାଳକ ଶିଶୁ ରୂପରେ ଜନ୍ମ ନେଇ ଧୀରେ ଧୀରେ ଚାଲିବା ଶିଖିଥାଏ, ପୁଣି ଚାଲୁ ଚାଲୁ କେତେବେଳେ ବାପାଙ୍କ ଥାଳି ସାମ୍ନାରେ ଆସି ବସିଯାଏ ଓ ଥାଳିରୁ କିଛି ଖାଦ୍ୟ ବାହାର କରି ସେଥିରୁ ବାପାଙ୍କୁ ଖାଇବାକୁ ଦେଇଥାଏ। ଥାଳି ତାଙ୍କର ଏବଂ ଖାଦ୍ୟ ମଧ୍ୟ ତାଙ୍କର, କିନ୍ତୁ ଯେତେବେଳେ ଶିଶୁ ତାଙ୍କୁ ଖାଦ୍ୟ ଖୁଏଇ ଦିଏ ସେତେବେଳେ ପିତା ଅତ୍ୟନ୍ତ ଖୁସି ହୁଅନ୍ତି। ତାଙ୍କ ପାଇଁ ଏହା ଅମୃତ ସଦୃଶ। ସେହିଭଳି ଆମେ ଗୁରୁଙ୍କ ଦ୍ୱାରା ଦିଆ ଯାଇଥିବା ଶିକ୍ଷାକୁ ଆଗକୁ ବଢ଼ାଉଛୁ। ଏହା ହେଉଛି ସଦ୍ଗୁରୁଙ୍କ କୃପା।
ଯେତେବେଳେ ଛୋଟ ଶିଶୁ ଚାଲିବାକୁ ଚେଷ୍ଟା କରେ, ତା'ର ମା' ତାକୁ ଉତ୍ସାହିତ କରନ୍ତି। ଠିକ୍ ସେହିପରି ଶ୍ରୀମଦ୍ ଭଗବତ ଗୀତା ବିଷୟରେ କିଛି କହିଲେ ସ୍ୱାମୀଜୀ ପ୍ରସନ୍ନ ହୋଇଯାଆନ୍ତି, ଏହାଠାରୁ ଅଧିକ କୃପା ଆଉ କ'ଣ ହୋଇପାରେ।
ଗୋଟିଏ କଥା ସର୍ବଦା ମନେ ରଖିବା ଉଚିତ ଯେ ଜୁଳୁଜୁଳିଆ ପୋକ ଯେତେ ସ୍ବୟଂ ପ୍ରକାଶିତ ହେଲେବି, ଯେତେ ବଡ଼ ହେଉ ନା କାହିଁକି, ସୂର୍ଯ୍ୟଙ୍କ ସମ୍ମୁଖରେ ଏହାର ଉଜ୍ଜ୍ୱଳତା ନଗଣ୍ୟ ମାତ୍ର। ସେହିଭଳି ସ୍ୱାମୀଜୀଙ୍କ ଅନୁପସ୍ଥିତିରେ ଆମେ ଅଳ୍ପ ବେଶୀ କହିବାକୁ ଚେଷ୍ଟା କରିପାରିବା, କିନ୍ତୁ ତାଙ୍କର ଉପସ୍ଥିତି ସର୍ବଦା ଅନୁଭୂତ ହୋଇଥାଏ।
ଗୁରୁବ୍ରହ୍ମା ଗୁରୁର୍ବିଷ୍ଣୁ ଗୁରୁର୍ଦେବ ମହେଶ୍ୱରଃ
ଗୁରୁଃ ସାକ୍ଷାତ ପରବ୍ରହ୍ମ ତସ୍ମୈ ଶ୍ରୀ ଗୁରୁବେ ନମଃ ||
ନବମ ଅଧ୍ୟାୟର ନାମ ଏବଂ ସ୍ଥାନ ଉଭୟ ଅଦ୍ଭୁତ ଅଟେ। ମହାଭାରତର ଅଠରଟି ପର୍ବ ଅନ୍ତର୍ଗତ ମଧ୍ୟ ଭାଗରେ ଭୀଷ୍ମ ପର୍ବରେ ଶ୍ରୀମଦ୍ ଭଗବଦ୍ ଗୀତା ସ୍ଥାନିତ ଏବଂ ଶ୍ରୀମଦ୍ ଭଗବଦ୍ ଗୀତାର ଏହି ନବମ ଅଧ୍ୟାୟ ହେଉଛି ତାହାର ମଧ୍ୟଭାଗ - ରାଜବିଦ୍ୟାରାଜଗୁହ୍ୟ ଯୋଗ। ଏହା ମଧ୍ୟ ହେଉଛି ଏକ ଶିଖର ଅଧ୍ୟାୟ।
କିଛି ଅନୁଭୂତିକୁ ଶବ୍ଦରେ ବର୍ଣ୍ଣନା କରିବା କଷ୍ଟକର।
ଯେଉଁ ବ୍ୟକ୍ତି କେବେ ବି ଚିନିର ସ୍ୱାଦ ଚାଖି ନାହାନ୍ତି। ଯଦି ଆମେ ତାଙ୍କୁ ଶବ୍ଦରେ ଚିନିର ସ୍ୱାଦ ବୁଝାଇବାକୁ ଚେଷ୍ଟା କରିବା, ତେବେ ସେହି ବ୍ୟକ୍ତି ଚିନିର ବାହ୍ୟ ଅସ୍ତିତ୍ୱକୁ ଜାଣି ପାରିବେ ସତ କିନ୍ତୁ ସ୍ୱାଦ ଅନୁଭବ କରିପାରିବେ ନାହିଁ।
ସେହିଭଳି କିଛି କଥା ଅଛି ଯାହାର ଅନୁଭବ ବିନା ଅନୁଭୂତିର କଥା କହିବା କଷ୍ଟକର। ଯେତେବେଳେ ବକ୍ତା ସ୍ୱୟଂ ଭଗବାନ ଅଟନ୍ତି ଓ ଶ୍ରୋତା ଅର୍ଜୁନ, ତେବେ ପୁଣି କ'ଣ ଅସମ୍ଭବ?
ସ୍ୱତଃସ୍ପୃର୍ତ୍ତ ଭାବରେ ଏକଥାକୁ ସ୍ୱୟଂ ଭଗବାନ ଶବ୍ଦବଦ୍ଧ କରି ବର୍ଣ୍ଣନା କରି ପାରିଲେ, ଅନ୍ୟଥା ଏହା କଷ୍ଟକର ଥିଲା। ତେଣୁ ଏହାକୁ ଗୁହ୍ୟ ଶାସ୍ତ୍ର କୁହାଯାଏ - ରାଜବିଦ୍ୟାରାଜଗୁହ୍ୟ ଯୋଗ।
ତେବେ, ଏହାକୁ କାହିଁକି ‘ରାଜଗୁହ୍ୟ’ କୁହାଗଲା?
ଯେତେବେଳେ ପ୍ରଥମେ ଗୁଡ଼ରୁ ଚିନି ତିଆରି କରାଗଲା, ସେତେବେଳେ ଚିନି ବିକ୍ରି କରିବା ମଧ୍ୟ ଏକ କଷ୍ଟକର କାମ ଥିଲା । ଏହା ପ୍ରାୟ ୭୦ ରୁ ୮୦ ବର୍ଷ ତଳର କଥା। ସେହି ସମୟରେ ହାତ ଠେଲା ଗାଡ଼ିରେ ଚିନି ରଖି ବିକ୍ରି କରିବା କାମ ହେଉଥିଲା। ଯେଉଁମାନେ ପୂର୍ବରୁ ଚିନିର ସ୍ୱାଦ ଜାଣି ନଥିଲେ ସେମାନେ ଏହାର ମହତ୍ତ୍ୱ କିପରି ବୁଝିବେ? ସେଥିପାଇଁ ବିକ୍ରେତାମାନେ ସେମାନଙ୍କୁ ଅଳ୍ପ ଚିନି ସ୍ୱାଦ ଚାଖିବା ପାଇଁ ମାଗଣାରେ ଦେଉଥିଲେ।
କେବଳ ଅନୁଭବ ମାଧ୍ୟମରେ ଜ୍ଞାନ ପ୍ରାପ୍ତି କରାଯାଇ ପାରିବ। ଏହାକୁ କାହିଁକି ରାଜଗୁହ୍ୟ କୁହାଗଲା, କାରଣ ଏହି ଅଧ୍ୟାୟରେ ଶ୍ରୀଭଗବାନ ଯାହା ବର୍ଣ୍ଣନା କରିଛନ୍ତି ତାହାର ଅଭିଜ୍ଞତା ଅଧିକାଂଶ ଲୋକଙ୍କ ପାଖରେ ନାହିଁ।
ଏହି ଅଧ୍ୟାୟକୁ ବୁଝିବା ପାଇଁ ଆମ ମନରେ ଉତ୍ସୁକତା ଥିବାରୁ ଆମେ ସମସ୍ତେ ବହୁତ ଭାଗ୍ୟବାନ। ଆମେ ସମସ୍ତେ "ଲର୍ଣ୍ଣ ଗୀତା" ମାଧ୍ୟମରେ ଗୀତା ପରିବାର ସହିତ ଯୋଡ଼ି ହୋଇ ସେହି ଜ୍ଞାନର ଅନୁଭୂତି କରିବାକୁ ଲାଗିଛୁ।
ବେଦ ଓ ପୁରାଣର ସଂଖ୍ୟା ଅଧିକ। ତେଣୁ ଆମେ ଯଦି ସେସବୁକୁ ଅଧ୍ୟୟନ କରିବାକୁ ଯିବା, ତେବେ ଆମ ଜୀବନ କମ ପଡିଯିବ। ସଂସ୍କୃତ ଭାଷାର ଅଭ୍ୟାସ ଅଭାବରୁ ଏହାକୁ ପଢ଼ିବା ଓ ଏହାର ଅର୍ଥ ବୁଝିବା କଷ୍ଟକର ହୋଇପଡ଼ୁଛି। ଭାଷାର ଜ୍ଞାନ ଅର୍ଜନ କଲେ ମଧ୍ୟ ଏହାର ଅଧ୍ୟୟନ କରାଯିବା ଦରକା । ଏଥିପାଇଁ ସାତ-ଆଠ ବର୍ଷ ବୟସରୁ ଗୁରୁଗୃହକୁ ଯାଇ ବେଦ ଅଧ୍ୟୟନ କରିବାକୁ ପଡ଼ିଥାଏ। ଚାଳିଶ-ପଚାଶ ବର୍ଷ ବୟସରେ ଏହାର ଅଧ୍ୟୟନ କଷ୍ଟକର। ଏବେ ଏହାକୁ ଅଧ୍ୟୟନ କରିବା ଅସମ୍ଭବ। ଏଭଳି ପରିସ୍ଥିତିରେ ଆମକୁ ଶ୍ରୀମଦ୍ ଭଗବତ ଗୀତା ପ୍ରାପ୍ତ ହେଲା ଏବଂ ଆମେ ଏହି ଅଧ୍ୟାୟ ରାଜବିଦ୍ୟାରାଜଗୁହ୍ୟ ଯୋଗ ବୁଝିବା ଆରମ୍ଭ କରିଛୁ।
ଉଦାହରଣ ସ୍ୱରୂପ, ଆମେ ରାସ୍ତାରେ ଯାଉଛୁ, ଆମକୁ ବହୁତ ଭୋକ ଲାଗିଲା। ଆମକୁ ଲାଗିଲା ଯେ ଆମେ ଖାଇବାକୁ କିଛି ପାଇବୁ କି? ସେତେବେଳେ ଆମେ ହଠାତ୍ ଆମ୍ବ ଭର୍ତ୍ତି ଗଛ ଦେଖୁ, କିନ୍ତୁ ଗଛ ଗୁଡ଼ିକ ଉଚ୍ଚ। ଖୁବ୍ ଉଚ୍ଚତାରେ ଆମ୍ବ ଫଳିଥିବାରୁ ଏବଂ ଗଛ ଚଢ଼ିବା ମଧ୍ୟ ଆମେ ଜାଣିନାହୁଁ, ତେବେ ଆମେ ଆମ୍ବ କେମିତି ଖାଇବୁ? ଯଦି କୌଣସି ବ୍ୟକ୍ତି ଆମ୍ବ ରସର ପାତ୍ର ନେଇ ସାମ୍ନାକୁ ଆସନ୍ତି, ତେବେ ଯେଉଁ ଆନନ୍ଦ ପ୍ରାପ୍ତ ହେବ, ସେହିପରି ଆନନ୍ଦ ସେତେବେଳେ ମିଳିଥାଏ ଯେତେବେଳେ ଏହି ଅଧ୍ୟାୟର ଅର୍ଥ ବୁଝିହୁଏ।
ଆମ ମନରେ ବେଦ ଓ ଉପନିଷଦ ଜାଣିବାର ଜିଜ୍ଞାସା ମଧ୍ୟ ରହିଛି । ଯେତେବେଳେ ତାହା ଆମ ସାମ୍ନାକୁ ଆସିବ, ସେତେବେଳେ ଯେଉଁ ଅନୁଭବ ହେବ ତାହା ଶ୍ରୀଭଗବାନ ଅର୍ଜୁନଙ୍କୁ ଦେଇଥିବା ଏହି ଗୁହ୍ୟତମ ଜ୍ଞାନ ଆମକୁ ଅନାୟାସରେ ପ୍ରାପ୍ତ ହେବ। ଏଥିପାଇଁ ଅର୍ଜୁନଙ୍କୁ ଧନ୍ୟବାଦ।
ସର୍ବୋପନିଷଦୋ ଗାବୋ ଦୋଗ୍ଧା ଗୋପାଳନନ୍ଦନଃ,
ପାର୍ଥୋ ବତ୍ସଃ ସୁଧୀର୍ଭୋକ୍ତା ଦୁଗ୍ଧଂ ଗୀତାମୃତମ ମହତ୍ ||
ସମସ୍ତ ଉପନିଷଦକୁ ଗାଈରେ ଭାବରେ ଗଣାଗଲା ଏବଂ ଗୋ ପାଳକ ହେଲେ ଶ୍ରୀକୃଷ୍ଣ। ବତ୍ସା ହେଉଛନ୍ତି ଅର୍ଜୁନ, ଯିଏ ସୁଧାଧାରା ପିଉଛନ୍ତି। ତାଙ୍କ ଯୋଗୁଁ ଆମେ ସମସ୍ତେ ଏହି ପରମାନନ୍ଦର ଅଧିକାରୀ ହୋଇପାରିଛନ୍ତି।
ଶ୍ରୀକୃଷ୍ଣଙ୍କ ପ୍ରତ୍ୟକ୍ଷ ଜୀବନରେ ଆମେ ଯେଉଁ ଭାବ ଦେଖିଥାଉ, ତାହା ଶ୍ରୀମଦ୍ ଭଗବଦ୍ ଗୀତାରେ ଶୁଣିବାକୁ ମିଳେ।
ଶ୍ରୀ ଭଗବାନ ଗୋବର୍ଦ୍ଧନ ପର୍ବତକୁ ପୂଜା କରନ୍ତି, ଯମୁନା ନଦୀକୁ ସ୍ନେହ କରନ୍ତି। ଯଦି ଆମେ ପର୍ବତ ଓ ନଦୀରେ ଈଶ୍ୱରୀୟ ସତ୍ତାର ଅନୁଭବ କରିବା, ତେବେ ଏହି ଅନୁଭବ ସ୍ୱୟଂ ଶ୍ରୀ ଭଗବାନଙ୍କ ଜୀବନରେ ଦେଖିବାକୁ ମିଳିଥାଏ। ଚରାଚର ସୃଷ୍ଟିରେ ଭଗବତ୍ ତତ୍ତ୍ୱ ବ୍ୟାପ୍ତ। ଶ୍ରୀଭଗବାନ ଗାଈମାନଙ୍କୁ ପୂଜା କରନ୍ତି, ସେମାନଙ୍କୁ ଚରିବାକୁ ନେଇଯାଆନ୍ତି ଏବଂ ସେମାନଙ୍କୁ ସ୍ନେହ କରନ୍ତି। ସେ ଘୋଡ଼ା ବିଷୟରେ ଚିନ୍ତା କରନ୍ତି।
ମହାଭାରତ ଯୁଦ୍ଧ ବିରାମ ହେବା ପରେ ସନ୍ଧ୍ୟାରେ ଶ୍ରୀକୃଷ୍ଣ ତାଙ୍କ ରଥର ଘୋଡ଼ାମାନଙ୍କୁ ପାଣି ପିଇବାକୁ ନେଇ ଯାଆନ୍ତି, ଚାରା ଖାଇବାକୁ ଦିଅନ୍ତି, ସେମାନଙ୍କୁ ସଫା କରନ୍ତି, ସେବା କରନ୍ତି। ଚରାଚର ସୃଷ୍ଟିର ପୂଜା କରନ୍ତି ଓ ଆଦର କରନ୍ତି ଏବଂ ସମସ୍ତ ଗୋପ ଗୋପୀ ଓ ଜନସାଧାରଣଙ୍କୁ ସଚେତନ କରନ୍ତି ଯେ ସମଗ୍ର ସୃଷ୍ଟିରେ ଭଗବତ୍ ତତ୍ତ୍ୱ ବ୍ୟାପ୍ତ । ଆମେ ସମସ୍ତେ ଭଗବତ୍ ତତ୍ତ୍ୱର ମାଲିକ।
स्त्रियो वैश्याश्च तथा शूद्राश्च
ମହିଳା, ବୈଶ୍ୟ ଓ ଶୁଦ୍ର ସମସ୍ତଙ୍କର ପରମ ଗତି ପ୍ରାପ୍ତି କରିବାର ଅଧିକାର ରହିଛି। ମହିଳାମାନଙ୍କର ଉଲ୍ଲେଖ ବିଶେଷ ଭାବରେ କରାଯାଇଛି କାରଣ ଲିଙ୍ଗଗତ କିମ୍ବା ଜାତିଗତ ଭେଦଭାବ ପାଇଁ କୌଣସି ସ୍ଥାନ ନାହିଁ। ଏହା କେବଳ କହିବାର କଥା ନୁହେଁ। ଆମ ଇତିହାସରେ ଏଭଳି ଅନେକ ଉଦାହରଣ ରହିଛି।
କୌଶିକ ନାମକ ଜଣେ ବ୍ରାହ୍ମଣ ତପସ୍ୟା କରୁଥିଲେ। ସେ ଯେଉଁ ଗଛ ତଳେ ତପସ୍ୟା କରୁଥିଲେ ସେହି ଗଛରେ ଏକ ପକ୍ଷୀ ଆସି ବସି ବ୍ରାହ୍ମଣ ଦେବତାଙ୍କ ଉପରକୁ ମଳତ୍ୟାଗ କରିଦେଲା। ଏହା ଦେଖି ବ୍ରାହ୍ମଣ କ୍ରୋଧିତ ହେଲେ। ସେ କ୍ରୋଧରେ ପକ୍ଷୀଟିକୁ ଦେଖିଲେ ଓ ପକ୍ଷୀଟି ଭଷ୍ନସାତ୍ ହୋଇ ଗଲା। ବ୍ରାହ୍ମଣ ଜାଣିବାକୁ ପାଇଲେ ଯେ ସେ ପୂର୍ଣ୍ଣ ଭାବରେ ସିଦ୍ଧି ହାସଲ କରିଛନ୍ତି ଏବଂ ତାଙ୍କ ତପସ୍ୟା ଦ୍ୱାରା ପ୍ରାପ୍ତ ସିଦ୍ଧି ଯୋଗୁଁ ପକ୍ଷୀ ଭଷ୍ନସାତ୍ ହୋଇଯାଇଛି। ସେ ବହୁତ ପ୍ରସନ୍ନ ଥିଲେ ଯେ ସେ ତାଙ୍କ ତପସ୍ୟାର ସିଦ୍ଧି ହାସଲ କରିଛନ୍ତି।
ଭୋଜନ ପାଇଁ ଭିକ୍ଷା ମାଗିବାକୁ ସେ ବାହାରିଲେ। ଯେତେବେଳେ ସେ ଏକ ଦ୍ୱାର ସାମ୍ନାକୁ ଯାଇ ଡାକିଲେ, ଭିତରୁ କେହି ଜଣେ ତାଙ୍କୁ ଅପେକ୍ଷା କରିବାକୁ ଅନୁରୋଧ କଲେ। ସେ ଅପେକ୍ଷା କରିବାକୁ ଲାଗିଲେ, କିନ୍ତୁ କେହି ଆସିଲେ ନାହିଁ। ସେ ପୁଣି ଡାକିଲେ ଏବଂ ଅପେକ୍ଷା କରିବାକୁ ଅନୁରୋଧ ପୁନର୍ବାର ଶୁଣାଗଲା । ଏବେ ବ୍ରାହ୍ମଣ ଦେବତା କ୍ରୋଧିତ ହେଲେ। ଭୋକରେ ବ୍ୟଥିତ ହୋଇ ସେ ଉଚ୍ଚ ସ୍ୱରରେ 'ଭବତି ଭିକ୍ଷାଂ ଦେହି' ଚିତ୍କାର କଲେ। ଏହା ପରେ ଜଣେ ମହିଳା ଏକ ଥାଳିରେ ଅଟା ଆଣି ତାଙ୍କୁ କ୍ଷମା ମାଗି କହିଲେ ଯେ ମୁଁ ତ ଆସୁଥିଲି କିନ୍ତୁ ଆପଣ କ୍ରୋଧିତ ହେଉଛନ୍ତି। କ୍ରୋଧ ମଣିଷର ଶତ୍ରୁ। ସମସ୍ତ ଆଧ୍ୟାତ୍ମିକ ସାଧନା କ୍ରୋଧ ହେତୁ ଶେଷ ହୋଇଯାଏ। ମୁଁ କ'ଣ ସେହି ପକ୍ଷୀ ଯେ ଯାହା ଆପଣଙ୍କ ନେତ୍ର ଦ୍ୱାରା ଭସ୍ମୀଭୂତ ହୋଇ ଯିବ? କ୍ଷମା କରିବେ, ମୁଁ ଭସ୍ମୀଭୂତ ହୋଇପାରିବି ନାହିଁ।
ଏହା ଶୁଣି କୌଶିକ ଋଷି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ପଚାରିଲେ, "ଆପଣ କେମିତି ଜାଣିଲେ ଯେ ମୁଁ ପକ୍ଷୀକୁ ଭସ୍ମୀଭୂତ କରି ଦେଇଛି?" ମହିଳା ଜଣକ କହିଲେ, କ୍ଷମା କରନ୍ତୁ, ଋଷିବର, ମୁଁ ମୋ ସ୍ୱାମୀଙ୍କ ସେବାକାର୍ଯ୍ୟରେ ବ୍ୟସ୍ତ ଥିଲି। ମୋ ସ୍ୱାମୀ ଜରାଜୀର୍ଣ୍ଣ ଅବସ୍ଥାରେ ତାଙ୍କର ଶେଷ ନିଶ୍ୱାସ ଗଣନା କରୁଛନ୍ତି। ତାଙ୍କର ସେବା କରିବା ହେଉଛି ମୋର ସର୍ବୋଚ୍ଚ ଏବଂ ପ୍ରଥମ ଧର୍ମ। ତାଙ୍କୁ ପ୍ରବଳ ଜ୍ୱର, ତେଣୁ ବର୍ତ୍ତମାନ ନୁହେଁ, ମୁଁ ଆପଣଙ୍କୁ ପୁଣି କେବେ କହିବି। ସାମ୍ନାରେ ବସିଥିବା ତୁଳାଧାରୀ ବୈଶ୍ୟଙ୍କୁ ପଚାରନ୍ତୁ ଏବଂ ସେ ଆପଣଙ୍କୁ କହିବେ ଯେ ମୁଁ ଏ ବିଷୟରେ କେମିତି ଜାଣିଲି। ଏବେ କୌଶିକ ଋଷି ଜାଣିବାକୁ ଆଗ୍ରହୀ ହୋଇଗଲେ ଯେ ବୈଶ୍ୟ ମଧ୍ୟ ଜାଣିଛନ୍ତି ଯେ ସେ ପକ୍ଷୀଟିକୁ ଭସ୍ମୀଭୂତ କରିଛନ୍ତି। ସେ ଯାଇ ତାଙ୍କ ଦୋକାନ ସମ୍ମୁଖରେ ଠିଆ ହୋଇ ସୁଯୋଗକୁ ଅପେକ୍ଷା କଲେ। ଗୋଟିଏ ପରେ ଗୋଟିଏ ଗ୍ରାହକ ଆସୁଥିଲେ ଏବଂ ଯାଉଥିଲେ ଏବଂ କୌଶିକ ଋଷି ଅଶ୍ୱସ୍ଥ ଅନୁଭବ କରୁ ଥିଲେ।
ତୁଳାଧାରୀ ବୈଶ୍ୟ କ୍ଷମା ପ୍ରାର୍ଥନା କରି କହିଲେ ଯେ ଗ୍ରାହକଙ୍କୁ ସେବା ଦେବା ପରେ ମୁଁ ଆପଣଙ୍କ ସହ କଥା ହେବି। ଗ୍ରାହକ ଆସିବା ବନ୍ଦ କରିନଥିଲେ। ଏବେ ଋଷିଙ୍କ ରୋଗ ଓ କ୍ରୋଧ ଦେଖି ବୈଶ୍ୟ ତାଙ୍କୁ କହିଲେ ଯେ ଗ୍ରାହକଙ୍କ ସେବା କରିବା ମୋର ପ୍ରଥମ ଧର୍ମ, କିନ୍ତୁ ଯଦି ଆପଣ ଜାଣିବାକୁ ଆଗ୍ରହୀ ଯେ ସେହି ମହିଳା କିପରି ଜାଣିବାକୁ ପାଇଲେ ଯେ ଆପଣ କିପରି ପକ୍ଷୀଟିକୁ ଭସ୍ମୀଭୂତ କରିଛନ୍ତି, ତେବେ ଆପଣ ସାମ୍ନାରେ ଥିବା କଁସାଇ ପାଖକୁ ଯିବା ଉଚିତ୍। ସେ କହିପାରିବେ। ଏବେ ଋଷି ଭାବିଲେ ଯେ ମୋତେ କଁସାଇ ପାଖକୁ ଯିବାକୁ ପଡିବ, କିନ୍ତୁ ଅନ୍ୟ ବିକଳ୍ପ ଅଭାବରୁ ସେ ହାତ ଯୋଡି ତାଙ୍କ ସାମ୍ନାରେ ଠିଆ ହେଲେ। ଏବେ ସେ କହିଲା, "ଆପଣ ଜାଣିବାକୁ ଚାହୁଁଛନ୍ତି, ଦୁହେଁ କେମିତି ଜାଣିଲେ ଯେ ଆପଣ ପକ୍ଷୀକୁ ଭସ୍ମୀଭୂତ କରିଛନ୍ତି?"
ନିଜ ଆଧ୍ୟାତ୍ମିକ ଅଭ୍ୟାସ ମାଧ୍ୟମରେ ସେ ଏହା ହାସଲ କରିଛନ୍ତି। ସେ ଜଣେ ପତିବ୍ରତା ନାରୀ, ସେ ନିଜ ନାରୀ ଧର୍ମକୁ ନିଷ୍ଠାର ସହିତ ପାଳନ କରୁଛନ୍ତି। ବୈଶ୍ୟ ମଧ୍ୟ ନିଜର ଧର୍ମ ଜାଣନ୍ତି ଏବଂ ଗ୍ରାହକମାନଙ୍କୁ ଦେବତା ଭାବରେ ବିବେଚନା କରନ୍ତି। ଯେଉଁମାନେ ନିଜ ନିଜ ଧର୍ମକୁ ଅନୁସରଣ କରନ୍ତି ସେମାନେ ମଧ୍ୟ ସେମାନଙ୍କ ପଛରେ ଘଟିଥିବା ଘଟଣାକୁ ଜାଣନ୍ତି।
ଋଷି କହିଲେ, "ସେମାନଙ୍କ କଥା ବୁଝି ହେଉଛି, କିନ୍ତୁ ଆପଣ ତ ଜଣେ କଁସାଇ। ଆପଣ ସକାଳୁ ଜୀବମାନଙ୍କୁ କାଟନ୍ତି । ଆପଣ କ'ଣ ସାଧନା ଓ ତପସ୍ୟା କରୁଛନ୍ତି ଯେ ଯାହା ଦ୍ୱାରା ଆପଣ ମଧ୍ୟ ଜାଣି ପାରିବେ?"
କଁସାଇ କହିଲା, "ମୁଁ କୌଣସି ତପସ୍ୟା ହୋମ-ହବନ କରେ ନାହିଁ। ମୁଁ ଜପ କରେ ନାହିଁ, ମୁଁ କେବଳ ସକାଳୁ ଉଠି ମହାପ୍ରଭୁଙ୍କୁ ପ୍ରଣାମ କରେ ଏବଂ ଆସିବା ପୂର୍ବରୁ ମୋର ବୃଦ୍ଧ ପିତାମାତାଙ୍କ ସେବା କରେ। ଦୋକାନକୁ ଆସୁଥିବା କୌଣସି ଗ୍ରାହକଙ୍କୁ ମୁଁ ଠକେ ନାହିଁ। ମୁଁ ମୋ ଜୀବନରେ ଏହି ନିୟମ ପାଳନ କରିଛି ଏବଂ ଭଗବାନଙ୍କ କୃପା ମଧ୍ୟ ମୋ ଉପରେ ଅଛି।
ଜଣେ ନାରୀ, ଜଣେ ବୈଶ୍ୟ, ଜଣେ ଶୁଦ୍ର ସମସ୍ତେ ପରମଗତିର ଅଧିକାରୀ ଅଟନ୍ତି।
ଯଦି ଏମାନେ ସମସ୍ତେ ଗୁହ୍ୟତମ ଜ୍ଞାନକୁ ଜାଣବେ, ତେବେ ସେମାନଙ୍କର ମଧ୍ୟ କଲ୍ୟାଣ ହେବ। ଏହା ସହିତ ଭଗବାନ କହିବା ଆରମ୍ଭ କଲେ।
9.1
ଶ୍ରୀଭଗବାନୁବାଚ
ଇଦଂ(ନ୍) ତୁ ତେ ଗୁହ୍ୟତମଂ(ମ୍), ପ୍ରବକ୍ଷ୍ୟାମ୍ୟନସୂୟବେ ।
ଜ୍ଞାନଂ(ୱ୍ଁ) ବିଜ୍ଞାନ ସହିତଂ(ୟ୍ଁ), ୟଜ୍ ଜ୍ଞାତ୍ୱା ମୋକ୍ଷ୍ୟସେଽଶୁଭାତ୍॥9.1॥
ବିବେଚନ:
ଏଠାରେ ଭଗବାନ ଅର୍ଜୁନଙ୍କୁ ଅନୁସୂୟ ଅର୍ଥାତ୍ ଦୋଷହୀନ ବ୍ୟକ୍ତି ଭାବରେ ସମ୍ବୋଧନ କରିଛନ୍ତି, କାରଣ ଅର୍ଜୁନ କୌଣସି ବସ୍ତୁରେ ଦୋଷ ଦେଖନ୍ତି ନାହିଁ। ସେଥିପାଇଁ ଶ୍ରୀ ଭଗବାନ ଆଜି ଅର୍ଜୁନଙ୍କୁ ଏହି ଗୁହ୍ୟତମ ଜ୍ଞାନ ପ୍ରଦାନ କରୁଛନ୍ତି। ଏହି ଜ୍ଞାନ, ବିଜ୍ଞାନ ସହିତ ଜଡିତ।
ଯେପରି ରାଜହଂସ, କ୍ଷୀର ଏବଂ ପାଣିର ମିଶ୍ରଣରୁ କେବଳ କ୍ଷୀର ପିଇ ପାଣିକୁ ଅଲଗା କରିଦିଏ, ସେହିପରି ମୁଁ ଜ୍ଞାନ ଏବଂ ବିଜ୍ଞାନକୁ ଅଲଗା କରି ତୁମକୁ ଶୁଣାଇବି। ଏହି ଜ୍ଞାନ ପ୍ରାପ୍ତ ହୋଇ ତୁମେ ମୋକ୍ଷ ଲାଭ କରିବ। ଏହା ଗୁହ୍ୟତମ ଜ୍ଞାନ କାରଣ ଯିଏ ଜାଣିବାକୁ ଚାହେଁ, କେବଳ ସେହି ବ୍ୟକ୍ତି ଏହି ଜ୍ଞାନର ଅଧିକାରୀ ହୋଇପାରିବ।
ଏହି ନବମ ଅଧ୍ୟାୟରେ ତୁମର ଦୃଷ୍ଟି ସମ୍ପୂର୍ଣ୍ଣ ସ୍ୱଚ୍ଛ, ଦୋଷମୁକ୍ତ ହୋଇଯିବ ଏବଂ ତୁମେ ମୋକ୍ଷ ପ୍ରାପ୍ତ କରିବାର ପଦ୍ଧତି ମଧ୍ୟ ଜାଣି ଯିବ।
ଅଷ୍ଟମ ଅଧ୍ୟାୟ ପରେ, ନବମ ଅଧ୍ୟାୟରେ ଶ୍ରୀ ଭଗବାନ ଅତି ସରଳ ଭାବେ ଅର୍ଜୁନଙ୍କୁ ଏହି ଜ୍ଞାନ ଦେଉଛନ୍ତି।
ଶ୍ରୀ ଭଗବାନଙ୍କ ଦ୍ୱାରା ପରିବେଷିତ ଅମୃତ କେବଳ ଭୋକ ଲାଗିଲେ ଗ୍ରହଣ କରାଯିବା ଉଚିତ, ନଚେତ୍ ଏହାର ସ୍ୱାଦ ଉପଭୋଗ କରାଯାଇପାରିବ ନାହିଁ।
ଯେପରି ଆମ୍ବ ଗଛ ଦେଖିଲେ ଭୋକ ବଢ଼ିଯାଏ, ସେହିପରି ଅର୍ଜୁନଙ୍କ ଗୁପ୍ତ ଜ୍ଞାନ ହାସଲ କରିବାର ଇଚ୍ଛା ମଧ୍ୟ ତୀବ୍ର ହେଉଛି।
ରାଜବିଦ୍ୟା ରାଜଗୁହ୍ୟଂ(ମ୍), ପବିତ୍ରମିଦମୁତ୍ତମମ୍
ପ୍ରତ୍ୟକ୍ଷାବଗମଂ(ନ୍) ଧର୍ମ୍ୟଂ(ମ୍), ସୁସୁଖଂ(ଙ୍) କର୍ତ୍ତୁମବ୍ୟୟମ୍॥2॥
ବିବେଚନ:
ରାଜବିଦ୍ୟା ଏବଂ ରାଜଗୁହ୍ୟ ହେଉଛି ପରମ ପବିତ୍ର ଜ୍ଞାନ।
ଆମେ ସୁନାକୁ ସବୁଠାରୁ ଶୁଦ୍ଧ ବୋଲି ବିବେଚନା କରିଥାଉ। ବାସ୍ତବରେ ସୁନା ଅତ୍ୟନ୍ତ ପବିତ୍ର ଧାତୁ ଯଦି ଏଥିରେ ଅଶୁଦ୍ଧତା ନ ଥାଏ। ଅଶୌଚ କର୍ମ ପରେ ମଧ୍ୟ ସୁନାକୁ ଧୋଇବାର ଆବଶ୍ୟକତା ନାହିଁ। ଯଦି ଆମେ କାହାର ଅନ୍ତିମ ସଂସ୍କାରକୁ ଯାଇଥାଉ, ତେବେ ଆମକୁ ଆମର ପୋଷାକ ଧୋଇବାକୁ ପଡିଥାଏ, କିନ୍ତୁ ସୁନା ଅଳଙ୍କାର ଧୋଇବାର ଆବଶ୍ୟକତା ନାହିଁ। ଆମେ ସ୍ନାନ କର୍ମ କଲା ବେଳେ ସେଗୁଡ଼ିକ ମଧ୍ୟ ଧୋଇ ଯାଇଥାଏ।
ଏହି ଜ୍ଞାନ ସୁନା ଠାରୁ ଅଧିକ ଶୁଦ୍ଧ ଓ ପବିତ୍ର, ତେଣୁ ଅଶୌଚ କର୍ମ ବେଳେ ମଧ୍ୟ ଶ୍ରୀମଦ୍ ଭଗବଦ୍ ଗୀତା ଗାନ କରା ଯାଇ ପାରିବ।
ଏପରିକି ଘରେ କାହାର ମୃତ୍ୟୁ ଘଟିଥିଲେ ମଧ୍ୟ ସୁତକ କାଳରେ ଏହାକୁ ପାଠ କରାଯାଇପାରିବ। ଯଦି କେହି ସ୍ନାନ ନ କରି, ଯଦି ଶ୍ରୀମଦ୍ ଭଗବଦ୍ ଗୀତାର ଶ୍ଲୋକ ଜପ କରନ୍ତି, ତେବେ କୌଣସି ବାଧା ନାହିଁ କାରଣ ଶ୍ରୀମଦ୍ ଭଗବଦ୍ ଗୀତା ସ୍ୱୟଂ ସବୁଠାରୁ ଶୁଦ୍ଧ ଅଟେ।
ଏଥିରେ ମଧ୍ୟ ନବମ ଅଧ୍ୟାୟ ହେଉଛି ରାଜ ବିଦ୍ୟା ଅର୍ଥାତ୍ ସମସ୍ତ ଜ୍ଞାନର ରାଜା। ଆମେ ଯଜ୍ଞ, ନାମ ଜପ, ଦାନ ଯାହା ବି କରିଥାଉ, କିନ୍ତୁ ରାଜବିଦ୍ୟା ହେଉଛି ଭଗବାନଙ୍କ ପ୍ରାପ୍ତିର ସବୁଠାରୁ ସହଜ ଉପାୟ ଏବଂ ବିଜ୍ଞାନ ସହିତ ସଂଯୁକ୍ତ।
ଶ୍ରୀ ଭଗବାନ ଏହି ରହସ୍ୟ ଉନ୍ମୋଚନ କରିବାକୁ ଚାହୁଁଛନ୍ତି କାରଣ ଅର୍ଜୁନ ତାଙ୍କର ଭକ୍ତ ତଥା ବନ୍ଧୁ ମଧ୍ୟ ଅଟନ୍ତି। କେବଳ ଜଣେ ଭକ୍ତ କିମ୍ବା କେବଳ ବନ୍ଧୁ ଏହି ଜ୍ଞାନ ହାସଲ କରିପାରିବେ ନାହିଁ।
भक्तोऽसि मे सखा चेति रहस्यं ह्येतदुत्तमम्।।4.3।।
ଯଦି କେବଳ ସଖାଙ୍କୁ ଏହା ମିଳିଥାନ୍ତା, ତେବେ ସୁଦାମା ଏହା ପାଇଥାନ୍ତେ କିମ୍ବା ଗୋପୀମାନେ ପାଇଥାନ୍ତେ, ସେମାନେ ସମସ୍ତେ ଭକ୍ତ ଥିଲେ କିନ୍ତୁ ଗୋପୀ କିମ୍ବା ସୁଦାମା ଏହା ପାଇନଥିଲେ। ଅର୍ଜୁନଙ୍କୁ ଏହି ଜ୍ଞାନ ମିଳୁଛି।
ଏଠାରେ ଉଭୟ ଭକ୍ତି ଓ ପ୍ରେମ ରହିଛି। ଶ୍ରୀକୃଷ୍ଣଙ୍କ ଉପରେ ଅର୍ଜୁନଙ୍କର ପୂର୍ଣ୍ଣ ବିଶ୍ୱାସ ରହିଛି। ମୁଁ ଭୁଲ କଲେ ବି ଶ୍ରୀକୃଷ୍ଣ ମୋତେ ଆଙ୍ଗୁଠିରେ ଧରି ଏଠାରୁ ବାହାର କରିଦେବେ। ଏହା ହେଉଛି ଅର୍ଜୁନଙ୍କ ମତ। ଯେତେବେଳେ ଏହି ଭାବନା ମନରେ ଥାଏ ସେତେବେଳେ ହିଁ ପରମପ୍ରଭୁ ସେମାନଙ୍କୁ ଏହି ଜ୍ଞାନ ଦିଅନ୍ତି ଯାହା ସବୁଠାରୁ ଗଭୀର ଏବଂ ପବିତ୍ର ଅଟେ। ଆଧ୍ୟାତ୍ମିକ ଅଭ୍ୟାସ କରିବାରେ ସେ ହେଉଛନ୍ତି ସବୁଠାରୁ ଉତ୍କୃଷ୍ଟ ଏବଂ ପ୍ରତ୍ୟକ୍ଷ ଫଳଦାତା, ଧାର୍ମିକ, ଅତ୍ୟନ୍ତ ସରଳ ଏବଂ ଅବିନାଶୀ ଯୁଗ କାଳ ଧରି ଏହା ଅପରିବର୍ତ୍ତିତ ରହିଥାଏ।
ଏଠାରେ ଜ୍ଞାନ ଓ ବିଜ୍ଞାନ ମଧ୍ୟରେ ପାର୍ଥକ୍ୟ ବୁଝିବା ଜରୁରୀ।
ज्ञानम विज्ञान सहितम ।
ଜ୍ଞାନରେ କୌଣସି ପରିବର୍ତ୍ତନ ହୁଏ ନାହିଁ, ବିଜ୍ଞାନ ପରିବର୍ତ୍ତନଶୀଳ ଅଟେ।
ଅତୀତରେ ପୃଥିବୀକୁ ସମତଳ ବୋଲି ବିବେଚନା କରାଯାଉଥିଲା, କିନ୍ତୁ ବିଜ୍ଞାନର ଆବିଷ୍କାରରୁ ଜଣାପଡ଼ିଥିଲା ଯେ ପୃଥିବୀ ଗୋଲାକାର ଅଟେ।
ସୂର୍ଯ୍ୟ ଉଦୟ ଓ ଅସ୍ତ ହେବା ଭଳି ଲାଗୁଥିବାରୁ ଆମେ ପୃଥିବୀକୁ ସ୍ଥିର ଏବଂ ସୂର୍ଯ୍ୟକୁ ଗତିଶୀଳ ବୋଲି ଭାବୁଥିଲୁ। ବିଜ୍ଞାନ କହେ ଯେ ପୃଥିବୀ ସୂର୍ଯ୍ୟଙ୍କ ଚାରିପଟେ ବୁଲୁଛି। ସେଥିପାଇଁ ଋତୁ ବଦଳିଥାଏ ଓ ଦିନ ରାତି ହୁଏ। ସୂର୍ଯ୍ୟ ନିଜ ସ୍ଥାନରେ ସ୍ଥିର ଏବଂ ପରବର୍ତ୍ତୀ ସମୟରେ ଏହା ମଧ୍ୟ ଜ୍ଞାତ ହୋଇଥିଲା ଯେ ସୂର୍ଯ୍ୟ ମଧ୍ୟ ସ୍ଥିର ନୁହେଁ ଏହା ବି ଏକ ମହାନ ସୂର୍ଯ୍ୟଙ୍କ ଚାରିପଟେ ପରିକ୍ରମା କରୁଛି। ଏହା ପୃଥିବୀର ବେଗ ଠାରୁ ଅନେକ ଗୁଣ ଦ୍ରୁତ ଗତିରେ ଗତିଶୀଳ।
ବାହାରୁ ଆସୁଥିବା ବସ୍ତୁ ଉପରେ ପ୍ରୟୋଗ କରି ଯାହା ପ୍ରମାଣିତ ହୁଏ ତାହା ହେଉଛି ବିଜ୍ଞାନ। ଯାହା ଦେଖିବା, ଶୁଣିବା, ସ୍ପର୍ଶ କରିବା ଦ୍ୱାରା ଜଣାପଡ଼େ ତାହା ହେଉଛି ବିଜ୍ଞାନ। ପରୀକ୍ଷାଗାରରେ ଯାହା ପ୍ରମାଣିତ ହୋଇପାରିବ ତାହା ହେଉଛି ବିଜ୍ଞାନ। ଯାହା ପଢାଯାଇ ପାରିବ ତାହାହିଁ ହେଉଛି ବିଜ୍ଞାନ।
ଜ୍ଞାନ ହେଉଛି ତାହା ଯାହା ପଢିବା ସମ୍ଭବ ନୁହେଁ। ବାହାରୁ ଆସୁନଥିବା ଜିନିଷକୁ ଆପଣ କେମିତି ପଢିପାରିବେ? ବାହାରୁ କେହି କିଛି କହୁନଥିବା ବେଳେ କେମିତି ଶୁଣିବେ?
ଜ୍ଞାନ ହେଉଛି ଆଭ୍ୟନ୍ତରୀଣ ମନ ଏବଂ ଆଭ୍ୟନ୍ତରୀଣ ଆତ୍ମାର ଅନୁଭବ। ଅଭିଜ୍ଞତାରୁ ଯାହା ବୁଝାପଡ଼େ ତାହା ହେଉଛି ଜ୍ଞାନ। ଯାହା ବାହାରୁ ଆସିଥାଏ ତାକୁ ବିଜ୍ଞାନ କୁହାଯାଏ। ମୌଳିକ ସିଦ୍ଧାନ୍ତ ହେଉଛି ବିଜ୍ଞାନ ବଦଳୁଛି।
ଗୋଟିଏ ସମୟରେ କେବଳ ଟେଲିଫୋନ, ତା'ପରେ ଛୋଟ ମୋବାଇଲ, ତା' ପୂର୍ବରୁ ପେଜର ଓ ଫ୍ୟାକ୍ସ ବ୍ୟବହାର କରାଯାଉଥିଲା। ମୋବାଇଲ ପ୍ରଥମେ ସାଧାରଣ ଏବଂ ପରେ ୨ଜି, ୩ଜି, ୪ଜି ଏବଂ ଏବେ ୫ଜି ଆସିଛି। ପୂର୍ବରୁ କେବଳ କଥା ବାର୍ତ୍ତା କରିବା ସମ୍ଭବ ହେଉଥିଲା, କିନ୍ତୁ ବର୍ତ୍ତମାନ ଆପଣ ଫଟୋ ଇତ୍ୟାଦି ମଧ୍ୟ ଦେଖିପାରିବେ ଏବଂ ପଠାଇପାରିବେ।
ବିଜ୍ଞାନ ସାହାଯ୍ୟରେ ଆମେ କଥା ବାର୍ତ୍ତା ମଧ୍ୟ କରିପାରୁଛୁ।
ବିଜ୍ଞାନ କ୍ରମାଗତ ଭାବେ ବଦଳୁଛି।
ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସହାୟତାରେ ଆମେ ଅନେକ ପରୀକ୍ଷଣ କରି ଆମ ଜୀବନର ଅମୂଲ୍ୟ ପରିବର୍ତ୍ତନ ଦେଖିପାରିବା।
ପାଞ୍ଚ ହଜାର ବର୍ଷ ପୂର୍ବେ ଜ୍ଞାନ କ'ଣ ଥିଲା। ସେତେବେଳେ ଯେଉଁ ଅନୁଭବ ଥିଲା ତାହା ଆଜି ବି ସମାନ, ତେଣୁ ଏତେ ବ୍ୟବଧାନ ପରେ ମଧ୍ୟ ତାହା ବାସ୍ତବ। ଏହା ଆମ ଜୀବନକୁ ସୁସ୍ଥ କରିବା ପାଇଁ ଯଥେଷ୍ଟ।
ଗୋଟିଏ କଥା ହେଉଛି, ଯେଉଁମାନଙ୍କ ମନରେ ବିଶ୍ୱାସ ଥାଏ ସେମାନେ ହିଁ ଏହି ଜ୍ଞାନ ହାସଲ କରିପାରିବେ। ବିଶ୍ୱାସ ଓ ଅନ୍ଧବିଶ୍ୱାସ ମଧ୍ୟରେ ବହୁତ ପତଳା ରେଖା ରହିଛି। ଅନ୍ଧ ବିଶ୍ୱାସକୁ ପ୍ରତ୍ୟାହାର କରାଯିବା ଉଚିତ ଏବଂ ବିଶ୍ୱାସକୁ ବୈଜ୍ଞାନିକ ଭାବରେ ଅନୁସରଣ କରିବା ଉଚିତ୍।
ତୁମେ କେବେ ତୁମ ମା'ଙ୍କୁ ସନ୍ଦେହଜନକ ଭାବରେ ପଚାରିଛ, "ସେ କ'ଣ ମୋ ବାପା?"
ନା, କାରଣ ମୋ ମନରେ କେବେ ବି ସନ୍ଦେହ ନାହିଁ। ମା'ଙ୍କ ନିର୍ଦ୍ଦେଶରେ ଆମେ ତାଙ୍କୁ ପିତା ଭାବରେ ସମ୍ମାନ କରୁଛୁ। ଆମ ମନରେ ଏହି ବିଶ୍ୱାସ ନ ଥିଲେ ତାହା ହାସଲ କରିବାର ବାଟ ଖୋଲିବ ନାହିଁ।
ଅଶ୍ରଦ୍ଦଧାନାଃ(ଫ୍) ପୁରୁଷା, ଧର୍ମସ୍ୟାସ୍ୟ ପରନ୍ତପ
ଅପ୍ରାପ୍ୟ ମାଂ(ନ୍) ନିବର୍ତନ୍ତେ, ମୃତ୍ୟୁସଂସାରବର୍ତ୍ମନି॥3॥
ବିବେଚନ:
ଯାହାର ବିଶ୍ୱାସ ନାହିଁ, ତାଙ୍କ ପାଖରେ ମୋତେ ପ୍ରାପ୍ତ କରିବାର କୌଣସି ଉପାୟ ନାହିଁ। ତାଙ୍କ ପାଖରେ ମୁକ୍ତି ପାଇବାର କୌଣସି ଉପାୟ ନାହିଁ।
ଧରି ନିଆଯାଉ, ଗୋଟିଏ ଘରର କୁଡ଼ିଆ ତଳେ ପ୍ରଚୁର ସମ୍ପତ୍ତି ଅଛି। ସେହି ଘରେ ଜଣେ ଭିକାରୀ ରହୁଛି ଏବଂ ସେ ସେହି ସମ୍ପତ୍ତି ବିଷୟରେ ଜାଣିନାହିଁ ଏବଂ ବାହାରୁ ଭିକ୍ଷା ମାଗୁଛି। ଅଜ୍ଞତା ହେତୁ, ସେ ଜାଣି ମଧ୍ୟ ପାରୁନାହିଁ ଯେ ତା'ର ରାଜାଙ୍କଠାରୁ ଅଧିକ ଧନ ଅଛି।
କେହି ଅମୃତପ୍ରାଶନ କରୁଛନ୍ତି ଏବଂ ସେ ଦିଗନ୍ତରେ ଏକ ମରୀଚିକା ଦେଖି, ସେହି ମରୀଚିକା ପଛରେ ଧାଇଁ ଅମୃତ ତ୍ୟାଗ କରିବା ମୂର୍ଖତା ହେବ।
ଏହିପରି, ବିନା ବିଶ୍ୱାସରେ ଜ୍ଞାନ ଅର୍ଜନ କରିବା ମୂର୍ଖତା ହେବ। ଆମର ଶ୍ରଦ୍ଧା ରହିବା ଆବଶ୍ୟକ। ଆମକୁ ଏହା ଦୃଢ଼ ଗ୍ରହଣ କରିବାକୁ ପଡିବ।
ଏବେ ମହାରାଷ୍ଟ୍ରରେ ୱାରକରୀ ମାନଙ୍କର ପଣ୍ଢରପୁର ଯାତ୍ରା(ୱାରୀ) ଆରମ୍ଭ ହୋଇଛି। ପ୍ରତ୍ୟେକ ଘରୁ ଲୋକମାନେ ବାହାରକୁ ଆସି ସ୍ୱୟଂସେବକ ଗୋଷ୍ଠୀ ଗଠନ କରି ଲକ୍ଷ ଲକ୍ଷ ଭକ୍ତଙ୍କ ସେବା କରୁଛନ୍ତି।
ସେମାନଙ୍କର ବିଶ୍ୱାସ ଏବଂ ଦୃଢ଼ ସଂକଳ୍ପ ଅଛି ଯେ ସନ୍ଥମାନଙ୍କ ସଙ୍ଗତରେ ସେମାନେ ଆଷାଢ଼ ଏକାଦଶୀ ଦିନ ପହଞ୍ଚିବେ ଏବଂ ପ୍ରଭୂ ବିଠ୍ଠଲ୍ଲଜୀଙ୍କୁ ଦର୍ଶନ କରି ନିଜ ଜୀବନକୁ ଧନ୍ୟ କରିବେ। ସେମାନଙ୍କୁ ପନ୍ଦର ଦିନ ଧରି ନିରନ୍ତର ଚାଲିବାକୁ ପଡିବ। ବର୍ଷା ହେଉଛି, ନଦୀଗୁଡିକରେ ବନ୍ୟା ଆସେ, ସେମାନେ ସକାଳେ ଉଠି ଚାଲିବା ଆରମ୍ଭ କରନ୍ତି। ଖାଦ୍ୟ ଏବଂ ପାଣି ବିଷୟରେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଲୋକମାନେ ରାସ୍ତାରେ ସେବା ଯୋଗାଇ ଦିଅନ୍ତି ଏବଂ ଭୋଜନ ଇତ୍ୟାଦି ପ୍ରଦାନ କରନ୍ତି।
ଯେତେବେଳେ ମୁଁ ଚାଲି ଚାଲି ସେଠାରେ ପହଞ୍ଚିବି, ପ୍ରଭୁ ବିଠ୍ଠଲ୍ଲଜୀଙ୍କୁ ଦର୍ଶନ କରିବା ପରେ ମୋର ମନ ଆନନ୍ଦିତ ହେବ। ଅତି ଭକ୍ତିର ସହିତ, ସେମାନେ ବର୍ଷ ବର୍ଷ ଧରି ଏହି ପ୍ରଥା ଜାରିରଖିଛନ୍ତି।
ଯେଉଁମାନେ ଯମ ନିୟମ ପାଳନ କରନ୍ତି, ତୁଳସୀ ମାଳା ପିନ୍ଧନ୍ତି, ମାଂସାହାର କରନ୍ତି ନାହିଁ, ମଦ୍ୟପାନ କରନ୍ତି ନାହିଁ, ଜୁଆ ପ୍ରଭୃତି ଖେଳନ୍ତି ନାହିଁ ଏବଂ ପ୍ରତିଦିନ ଶ୍ରୀ ଭଗବତ ନାମ ଜପ କରନ୍ତି - ଏହି ଲୋକମାନଙ୍କୁ ତୀର୍ଥଯାତ୍ରୀ କୁହାଯାଏ।
କିଛି ମହିଳା ମସ୍ତକରେ ମଙ୍ଗଳ କଳଶ କିମ୍ବା ତୁଳସୀ ବୃନ୍ଦାବନ ମଧ୍ୟ ଧାରଣ କରନ୍ତି। ସେମାନଙ୍କ ମୁଖ ମଣ୍ଡଳ ଆନନ୍ଦରେ ପରିପୂର୍ଣ୍ଣ। ଏହା ଆମକୁ ଆଶ୍ଚର୍ଯ୍ୟ ଚକିତ କରେ। ସେମାନେ ଗୀତାର ଜ୍ଞାନ ବୁଝିପାରିଛନ୍ତି।
प्रसाद सर्व दुःखानाम्
हानिरस उपजायते ।
ଏହି ପ୍ରସାଦ ସମସ୍ତ ଦୁଃଖକୁ ନଷ୍ଟ କରେ। ଏହି ପ୍ରସାଦ କିପରି ପାଇବେ? ଯେତେବେଳେ ଭଗବାନଙ୍କ ନାମର ଏହି ପ୍ରସାଦ ଭିତରେ ପ୍ରତିଧ୍ୱନିତ ହୁଏ, ଯେତେବେଳେ “ରାମକୃଷ୍ଣ ହରି" କୀର୍ତ୍ତନ ମୁଖରୁ ବାହାରି ହୃଦୟରେ ଜାରି ରହେ, ସେତେବେଳେ ବ୍ୟକ୍ତି ଖୁସି ହୋଇଯାଏ। ଏହାକୁ ପ୍ରସାଦ କୁହାଯାଏ। ଆମେ କେବଳ ପ୍ରସାଦ ନାମରେ ଆମର ମୁହଁକୁ ମିଠା କରୁ।
ରାଜବିଦ୍ୟା ରାଜଗୁହ୍ୟ ଯୋଗକୁ ବୁଝି ସେହି ପଥ ଅନୁସରଣ କରିବାକୁ ପଡିବ। ତେବେ ହିଁ ମୁକ୍ତିର ପଥ ଖୋଲିଯିବ।
ଆହୁରି, ଶ୍ରୀ ଭଗବାନ କହୁଛନ୍ତି -
ମୟା ତତମିଦଂ(ମ୍) ସର୍ବଂ(ଞ୍), ଜଗଦବ୍ୟକ୍ତମୂର୍ତିନ
ମତ୍ସ୍ଥାନି ସର୍ବଭୂତାନି, ନ ଚାହଂ(ନ୍) ତେଷ୍ୱବସ୍ଥିତ॥4॥
ବିବେଚନ: -
ତୁମେ ନିଜ ସମ୍ମୁଖରେ ଦେଖୁଥିବା ସମସ୍ତ ପ୍ରତିମା, ପଶୁ, ପକ୍ଷୀ, ବୃକ୍ଷ, ପର୍ବତ, ନଦୀ, ଏସବୁ ମୋ ଦ୍ୱାରା ସୃଷ୍ଟି ହୋଇଛି। ମୋର ଇଚ୍ଛା, ମୋର ସମର୍ଥନ ଦ୍ୱାରା ଏସବୁ ପ୍ରତିପାଳିତ ହୋଇଛନ୍ତି। ସମଗ୍ର ବିଶ୍ୱ ମୋର ନିରାକାର, ପରମେଶ୍ୱର ସତ୍ତା ଦ୍ୱାରା ପରିପୂର୍ଣ୍ଣ, କିନ୍ତୁ ମୁଁ ବାସ୍ତବରେ ସେମାନଙ୍କ ସହିତ ଜଡିତ ରହେ ନାହିଁ।
ଏଠାରେ ଶ୍ରୀ ଭଗବାନ କହିବାକୁ ଚାହୁଁଛନ୍ତି ଯେ ଯେପରି ଏକ ବୀଜ ମଧ୍ୟରେ ଏକ ପରିପୂର୍ଣ୍ଣ ବୃକ୍ଷ ଉପସ୍ଥିତ ଥାଏ, କିନ୍ତୁ ତାହା ଦୃଶ୍ୟମାନ ହୁଏ ନାହିଁ। ସେହି ବୀଜ ସମୟ ଅନୁସାରେ ମାଟି ଏବଂ ପାଣି ପାଇ ଯେପରି ଅଙ୍କୁରିତ ହୋଇ ଏକ ବିଶାଳ ବୃକ୍ଷରେ ପରିଣତ ହୁଏ ଏବଂ ଯେଉଁଥିରେ ଲକ୍ଷ ଲକ୍ଷ ବୀଜ ସଂଯୁକ୍ତ ହୋଇ ଯାଏ।
ବୀଜ ମଧ୍ୟରେ ସେହି ବୃକ୍ଷ ଉପସ୍ଥିତ ଥିଲା, କିନ୍ତୁ ଏହା ଦୃଶ୍ୟମାନ ନଥିଲା। ଏହା କେବଳ ସେତେବେଳେ ଦୃଶ୍ୟମାନ ହୁଏ ଯେତେବେଳେ ଏହା ନିଜକୁ ସମର୍ପଣ କରିଦିଏ। କେବଳ ନିଜକୁ ଭଙ୍ଗା ଭଙ୍ଗି କରି ଏବଂ ନିଜର ଅସ୍ତିତ୍ୱକୁ ଲିଭାଇ, ଏହା ବୃକ୍ଷକୁ ପଲ୍ଲବିତ କରିପାରେ।
ଏହି ବୀଜ ଆମ ଭିତରେ ମଧ୍ୟ ବିଦ୍ୟମାନ କିନ୍ତୁ ଅହଂକାର ଯୋଗୁଁ, ସେହି ବୀଜ ଉପରେ ଆବରଣ ଲାଗିଯାଏ। ଯେପର୍ଯ୍ୟନ୍ତ ଏହି ଆବରଣ ଭାଙ୍ଗି ନଯାଏ, ସେତେବେଳ ଯାଏ ମୁଁ ଏବଂ ମୋର କେହି ରହିପାରିବେ ନାହିଁ। ବୀଜ ମଧ୍ୟରେ ବୃକ୍ଷର ଉପସ୍ଥିତ ଏହା ଯେପରି ସତ୍ୟ, ସେହି ପରି ସତ୍ଯ ହେଉଛି ଭୂତସୃଷ୍ଟିରେ ସେହି ଭଗବତ୍ ତତ୍ତ୍ୱର ଉପସ୍ଥିତି।
ଅଳଙ୍କାର ତିଆରି କରିବାକୁ ହେଲେ ସୁନାକୁ ତରଳେଇବାକୁ ପଡେ ନଚେତ୍ ଅଳଙ୍କାର ତିଆରି ହୋଇପାରିବ ନାହିଁ। ସୁନାକୁ ତରଳାଇବାକୁ ହେଲେ ଏହାକୁ ଗରମ କରି ଫୁଟାଇବାକୁ ପଡିବ। ଏହାକୁ ଅଗ୍ନି ପରୀକ୍ଷା ଦେବାକୁ ହୁଏ। ସୁନାକୁ ଗରମ କଲେ ହିଁ ତରଳିବ। ଜୀବନରେ ଯେପର୍ଯ୍ୟନ୍ତ ଉତ୍ତାପ ନାହିଁ, ସେପର୍ଯ୍ୟନ୍ତ ତରଳିବା ସମ୍ଭବ ନୁହେଁ। ସେପର୍ଯ୍ୟନ୍ତ ଭଗବତ୍ ତତ୍ତ୍ୱକୁ ଜାଣିବା ସମ୍ଭବ ନୁହେଁ।
ତରଳାଇବାର ଅର୍ଥ କ'ଣ?
ତରଳିବା ଅର୍ଥ ଅହଂକାରକୁ ତରଳେଇବା। ମୁଁ ଏହି ଘର ତିଆରି କରିଛି, ମୁଁ ଏହି ଗାଡ଼ି କିଣିଛି, ମୁଁ ଅଳଙ୍କାର କିଣିଛି, ମୁଁ ସବୁକିଛି କରିଛି। ଏହି ବିଚାର ତ୍ୟାଗ କରିବା ପରେ ହିଁ ଅହଂକାର ନାଶ ହେବ। ଯେତେବେଳେ ସମୁଦ୍ରରୁ ପାଣି ଉଠିଥାଏ, ଆମେ ଏହାକୁ ଏକ ତରଙ୍ଗ ବୋଲି କହିଥାଉ କିନ୍ତୁ ସେହି ତରଙ୍ଗ ହେଉଛି ସମୁଦ୍ରର ଏକ ଅଂଶ। ଏହା ପଡ଼ିବା ମାତ୍ରେ ଏହା ପୁଣି ସମୁଦ୍ର ହୋଇଯିବ।
ସେହିପରି ହେଉଛି ଏ ଜୀବନ। ସମ୍ପୂର୍ଣ୍ଣ ସୃଷ୍ଟିରେ ଉଠୁଥିବା ଏକ ତରଙ୍ଗ ପରି। ଯାହା ପ୍ରଳୟ ଆସିବା ମାତ୍ରେ ପୁନର୍ବାର ପଞ୍ଚ ମହାଭୂତ ପ୍ରକୃତିରେ ଲୀନ ହୋଇଯିବ। ଏହା ପରେ, ନିଜର ପରବର୍ତ୍ତୀ ଯାତ୍ରା ପାଇଁ ବାହାରିଯିବ।
ଶ୍ରୀ ଭଗବାନ କୁହନ୍ତି ଯେ ପାଣିରୁ ପାଣି ଫୋଟକା ତିଆରି ହୁଏ କିନ୍ତୁ ପାଣିଫୋଟକାରେ ପାଣି ନଥାଏ। ସମଗ୍ର ସୃଷ୍ଟି ମୋର ସଂକଳ୍ପରୁ ସୃଷ୍ଟ କିନ୍ତୁ ମୁଁ ଏଥିରେ ଲିପ୍ତ ନୁହେଁ।
ନ ଚ ମତ୍ସ୍ଥାନି ଭୂତାନି, ପଶ୍ୟ ମେ ୟୋଗମୈଶ୍ୱରମ୍
ଭୂତଭ୍ରୁନ୍ନ ଚ ଭୂତସ୍ଥୋ, ମମାତ୍ମା ଭୂତଭାବନ॥5॥
ବିବେଚନ -
ଶ୍ରୀ ଭଗବାନ କହୁଛନ୍ତି ଯେ ସମସ୍ତ ଜୀବ ମୋଠାରୁ ପୃଥକ ହୋଇଯାଇଛନ୍ତି କିନ୍ତୁ ଏହା ମୋର ଯୋଗ-ଶକ୍ତି ଯେ ମୁଁ ଜୀବମାନଙ୍କୁ ସୃଷ୍ଟି କରିଛି, ପାଳନ କରିଛି ଏବଂ ଭରଣ-ପୋଷଣ କରିଛି କିନ୍ତୁ ପ୍ରକୃତରେ ମୁଁ ସେହି ଜୀବମାନଙ୍କ ମଧ୍ୟରେ ଉପସ୍ଥିତ ନାହିଁ।
ପ୍ରତିଧ୍ୱନିର କାରଣ ହେଉଛି ଶବ୍ଦ।
ଯଦି ଆମେ ଏକ ପର୍ବତ ଉପରେ ଠିଆ ହୋଇ 'ହେ ରାମ' ଉଚ୍ଚାରଣ କରୁ, ତେବେ ଆମେ ତାହାର ପ୍ରତିଧ୍ୱନି ବାରମ୍ବାର ଶୁଣି ପାରିବୁ। ଆମେ ଯେଉଁ ଶବ୍ଦ ଶୁଣୁ ତାହା ଆମର ନୁହେଁ। ଆମେ ଏହାକୁ ଆମର ସ୍ୱର ବୋଲି ଭାବି ଭୁଲ କରିବା ଉଚିତ୍ ନୁହେଁ, ଏହା ଆମର ପ୍ରତିଧ୍ୱନି।
ସେହିପରି ହେଉଛି ପ୍ରତିବିମ୍ବ। ଦର୍ପଣ ସାମ୍ନାରେ ଠିଆ ହୋଇ ଆମେ ଆମର ପ୍ରତିବିମ୍ବ ଦେଖୁ କିନ୍ତୁ ବାସ୍ତବରେ ଆମେ ସେଠାରେ ନାହୁଁ। ଯେତେବେଳେ ଆମେ ସେଠାରୁ ଦୂରକୁ ଚାଲିଯାଉ, ସେହି ଛାୟା ମଧ୍ୟ ସେଠାରୁ ଦୂରକୁ ଚାଲିଯିବ।
ଏପରି ହୁଏ ନାହିଁ ଯେ ଆମେ ଠିଆ ହେବା ଦ୍ୱାରା, ଏକ ପ୍ରତିକୃତି ପ୍ରସ୍ତୁତ ହୋଇ ବାହାରକୁ ଆସି ସେଠାରେ ଠିଆ ହୋଇ ଯାଏ। ଯେତେବେଳେ ଆମେ ଦୂରକୁ ଚାଲିଯାଉ, ପ୍ରତିବିମ୍ବ ମଧ୍ୟ ଅଦୃଶ୍ୟ ହୋଇଯାଏ।
ଏହିପରି ହେଉଛି ଶ୍ରୀ ଭଗବାନଙ୍କର ଅସ୍ତିତ୍ୱ। ଶ୍ରୀ ଭଗବାନ ହେଉଛନ୍ତି ସୂର୍ଯ୍ୟ ଏବଂ ଆମେ ତାଙ୍କର କିରଣ ଅଟୁ। କିରଣ ସୂର୍ଯ୍ୟ ନୁହେଁ, ତାହା ସୃଷ୍ଟି ହୁଏ ଏବଂ ପରେ ମଧ୍ୟ ଅଦୃଶ୍ୟ ହୋଇ ଯାଏ। ଆମର ଜୀବନ ମଧ୍ୟ ସେହିପରି। ଆମେ ଶ୍ରୀ ଭଗବାନଙ୍କ କିରଣ ଭାବରେ ଆସିଛୁ ଏବଂ ତା’ପରେ ଆମେ ତାଙ୍କ ମଧ୍ୟରେ ଅଦୃଶ୍ୟ ହୋଇଯିବୁ, ସମସ୍ତେ ସେହି ପ୍ରକୃତିରେ ମିଶିଯିବେ।
ଏକ ମାଟିର ହାଣ୍ଡି, ମାଟିରୁ ତିଆରି ହୁଏ କିନ୍ତୁ ଆପକୁ ଆପେ ନୁହେଁ। କୁମ୍ଭାର ଏହାକୁ ଗଢ଼ି ଆକାର ଦିଏ। ଶ୍ରୀ ଭଗବାନ ଯେପରି ତାଙ୍କ ସଂକଳ୍ପ ଅନୁସାରେ ଆମକୁ ସୃଷ୍ଟି କରନ୍ତି ଏବଂ ପୁଣି ଯେପରି ମାଟି ପାତ୍ର ଭାଙ୍ଗିବା ପରେ ମାଟିରେ ମିଶିଯାଏ, ସେହିପରି ଏହି ସମଗ୍ର ସୃଷ୍ଟି ଯାହାକୁ ଶ୍ରୀ ଭଗବାନ କୁମ୍ଭାର ପରି ସୃଷ୍ଟି କରୁଛନ୍ତି ତାହା ଶ୍ରୀ ଭଗବାନଙ୍କ ମଧ୍ୟରେ ମିଶିଯାଏ।
ଧ୍ୟାନର ସହ ଦେଖିବା ପରେ, ବହୁତ ସୁନ୍ଦର ଚିନ୍ତାଧାରା ମନକୁ ଆସେ। ଯେତେବେଳେ କୁମ୍ଭାର ତାର ଚକ ଘୁରାଇ ମାଟିକୁ ଆକୃତି ଦେବା ଆରମ୍ଭ କରେ, ସେତେବେଳେ ତାର ଗୋଟିଏ ହାତ ବାହାରୁ ଆଧାର ବନିଥାଏ ଏବଂ ଅନ୍ୟଟି ଭିତରୁ ଆକୃତି ଦିଏ। ଏହି ପ୍ରକ୍ରିୟା ପରେ ହିଁ ଏକ ପାତ୍ର ପ୍ରସ୍ତୁତ ହୁଏ। କେବଳ ଆକାର ଦେଇ କିମ୍ବା କେବଳ ଆଧାର ଦେଇ ପାତ୍ର ତିଆରି ହେବ ନାହିଁ। ଆକାର ଏବଂ ଆଧାର ଦେବା ପ୍ରକ୍ରିୟା ଏକାସାଙ୍ଗରେ ଚାଲିଲେ ହିଁ ଏକ ପାତ୍ର ତିଆରି ହେବ।
ଭଗବାନ ମଧ୍ୟ ଆମ ସହିତ ଏପରି କରନ୍ତି। ସେ ଆକାର ଦେଇଛନ୍ତି ଏବଂ ସେ ଆଧାର ମଧ୍ୟ ଦେଉଛନ୍ତି। ଆଧାର ଦେବା ସମୟରେ, କେତେବେଳେ ଚାପୁଡ଼ା ମାରିବାକୁ ପଡ଼ିଥାଏ, କିନ୍ତୁ ସେହି ଚାପୁଡ଼ା ମଧ୍ୟ ଆମ ଜୀବନକୁ ଆକାର ଦେବ। ଆମ ହୃଦୟରେ ଏହି ଦୃଢ଼ ବିଶ୍ୱାସ ରଖିବା ଉଚିତ। ଭଗବାନ ହିଁ ମୋର ଆଧାର, ଏଣୁ ମୁଁ ଭାଙ୍ଗି ଯିବି ନାହିଁ।
ତାଙ୍କର ହିଁ ଆଧାର ରହିଛି ଏବଂ ସେ ଆକାର ଦେଉଛନ୍ତି, ତେବେ ହିଁ ମୋର ପାତ୍ର ତିଆରି ହେବ। ମୁଁ ସୁପାତ୍ର ହେବି। ଏହି ଭାବନା ଆମ ମନରେ ନିରନ୍ତର ରହିବ, ତେବେ ହିଁ ଆମେ ଏହି ରାଜବିଦ୍ୟାକୁ ବୁଝିପାରିବୁ। ଅହଂକାର ସମ୍ପୂର୍ଣ୍ଣ ଭାବରେ ଚୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ଏହି ରାଜବିଦ୍ୟାକୁ ବୁଝିବା କଷ୍ଟକର। ଶ୍ରୀ ଭଗବାନ କହୁଛନ୍ତି ଯେ ମୁଁ ସର୍ବତ୍ର ସ୍ଥିତ ଅଟେ।
ୟଥାକାଶସ୍ଥିତୋ ନିତ୍ୟଂ(ୱ୍ଁ), ବାୟୁଃ(ସ୍) ସର୍ବତ୍ରଗୋ ମହାନ୍ ।
ତଥା ସର୍ବାଣି ଭୂତାନି, ମତ୍ସ୍ଥାନୀତ୍ୟୁପଧାରୟ॥9.6॥
ବିବେଚନ: -
ଯେପରି ବାୟୁ ଆକାଶରେ ଥାଏ, କିନ୍ତୁ ବାୟୁ ଆକାଶଠାରୁ ସମ୍ପୂର୍ଣ୍ଣ ଭିନ୍ନ। ବାୟୁ ଆକାଶରେ ଗତିଶୀଳ କିନ୍ତୁ ଆକାଶ ସ୍ଥିର। ସେହିପରି, ମୋର ସଂକଳ୍ପ ଦ୍ୱାରା ସୃଷ୍ଟି ହୋଇଥିବା ସମସ୍ତ ପ୍ରାଣୀ ମୋ ମଧ୍ୟରେ ଅବସ୍ଥାନ କରନ୍ତି, କିନ୍ତୁ ମୁଁ ସେମାନଙ୍କ ସହିତ ଲିପ୍ତ ନଥାଏ।
ଆକାଶ ସହିତ ବାୟୁ ମିଳିତ ହୁଏ ନାହିଁ। ବାୟୁର ଗତି ଯେତେ ତୀବ୍ର ହେଉ ନା କାହିଁକି, ଆକାଶ ସମ୍ପୂର୍ଣ୍ଣ ଭାବେ ସ୍ଥିର ରହିଥାଏ। ସେହିପରି, ଶ୍ରୀ ଭଗବାନ କାହା ସହିତ ଲିପ୍ତ ହୁଅନ୍ତି ନାହିଁ, କିନ୍ତୁ ଆକାଶ ବିନା, ବାୟୁର ବିଚରଣ ମଧ୍ୟ ଅସମ୍ଭବ। ସେହିପରି, ଭଗବଦ୍ ତତ୍ତ୍ୱ ବିନା, ଆମର ଆସିବା ଏବଂ ଯିବା ମଧ୍ୟ ଅସମ୍ଭବ। ଆମର ଆସିବା ଏବଂ ଯିବା ଚାଲୁଛି କାରଣ ଆମେ ସମସ୍ତେ ସେହି ଭଗବଦ୍ ତତ୍ତ୍ୱରେ ସ୍ଥିତ। ଭାଗବତ୍ ସଙ୍କଳ୍ପ ଯୋଗୁଁ ଆମେ ସମସ୍ତେ ଅସ୍ତିତ୍ୱ ପାଇଛୁ।
ଶ୍ରୀ ଭଗବାନ ଏଠାରେ ବହୁତ ମଧୁର କଥା କହୁଛନ୍ତି। ଏହି କଥା ଅବଶ୍ୟ ଟିକେ କଷ୍ଟକର, କିନ୍ତୁ ଜ୍ଞାନେଶ୍ୱର ମାଉଲି ଯାହାଙ୍କର ଯାତ୍ରା ଆଳନ୍ଦିରୁ ଆରମ୍ଭ ହୁଏ, ସାତଶହ ପଚାଶ ବର୍ଷ ପରେ ମଧ୍ୟ ସଂଜୀବନ ସମାଧି ସ୍ଥଳରେ ଜ୍ଞାନେଶ୍ୱର ମାଉଲି ସ୍ଥିତ ଅଟନ୍ତି। ପରମ ପୂଜ୍ୟ ସ୍ୱାମୀଜୀଙ୍କର ବେଦଶ୍ରୀ ତପୋବନ ଆଶ୍ରମ ଆଳନ୍ଦିରେ ହିଁ ଅବସ୍ଥିତ। ଗତ ବର୍ଷ, ସ୍ୱାମୀଜୀଙ୍କ ହୀରକ ଜନ୍ମଦିନ ଶୁଭ ଅବସରରେ, ଗୀତା ଭକ୍ତି ମହୋତ୍ସବ ପାଳନ କରାଯାଇଥିଲା ଏବଂ ସନ୍ଥ ଜ୍ଞାନେଶ୍ୱରଙ୍କ ଦ୍ୱାରା ଲିଖିତ ଜ୍ଞାନେଶ୍ୱରୀ, ଯାହା ସେ ତାଙ୍କ ଜୀବନର ଚତୁର୍ଦ୍ଦଶ ବୟସରେ ଲେଖିଥିଲେ, ଭଗବଦ୍ ଗୀତାର ଏକ ବ୍ୟାଖ୍ୟା, ପ୍ରାକୃତି ମରାଠୀରେ ଓବି (ଛନ୍ଦ) ରୂପରେ ଲିଖିତ, ଏହାର ହିନ୍ଦୀ ସଂସ୍କରଣ ଗୀତା ପ୍ରେସ୍ ଦ୍ୱାରା ଶ୍ଳୋକ ଆକାରରେ ପ୍ରକାଶିତ ହୋଇଛି। ପ୍ରତ୍ୟେକ ବ୍ୟକ୍ତି ତାଙ୍କ ଜୀବନରେ ଅତି କମରେ ଥରେ ଜ୍ଞାନେଶ୍ୱରୀ ପଢିବା ଉଚିତ। ଏହା ଏକ ଚମତ୍କାର ପୁସ୍ତକ।
ଆମେ ସନ୍ଥ ଜ୍ଞାନେଶ୍ୱରଙ୍କୁ 'ମାଉଲୀ' ବୋଲି ସମ୍ବୋଧନ କରୁ ଯାହାର ଅର୍ଥ ମାତା ଏବଂ ସେ ନିଜକୁ ଗୋପୀ ଏବଂ ଶ୍ରୀକୃଷ୍ଣଙ୍କ କନ୍ୟା ବୋଲି ମାନିଥାନ୍ତି। ସେ ଏକୋଇଶ ବର୍ଷ ବୟସରେ ସଂଜୀବନ ସମାଧି ନେଇ ଥିଲେ।
ତାଙ୍କ ବଡ ଭାଇ ଯାହାଙ୍କର ନାମ ନବୃତ୍ତିନାଥ, ନାଥ ସମ୍ପ୍ରଦାୟ ର ଦୀକ୍ଷା ନେଇଥିଲେ। ସନ୍ଥ ଜ୍ଞାନେଶ୍ୱରଙ୍କୁ ମଧ୍ୟ ସେ ସେହି ଦୀକ୍ଷା ଦେଇଥିଲେ।
ୱାରକରୀ ସମ୍ପ୍ରଦାୟ ମୂଳତଃ ନାଥ ସମ୍ପ୍ରଦାୟରୁ ଉତ୍ପନ୍ନ, କିନ୍ତୁ ଏହି ସମସ୍ତ ସମ୍ପ୍ରଦାୟ ରାଜବିଦ୍ୟା ରଜ ଗୁହ୍ୟ ଯୋଗ ରେ ପହଞ୍ଚନ୍ତି।
ଆମକୁ ମନେହୁଏ ଯେ, ରାମାନୁଜ ତଥା ଶଙ୍କରାଚାର୍ଯ୍ୟ ଭିନ୍ନ ଅଟନ୍ତି। ଶୈବ, ବୈଷ୍ଣବ ଭିନ୍ନ, କିନ୍ତୁ ସମସ୍ତ ମାର୍ଗ ଏକହିଁ ଶିର୍ଷ ସ୍ଥଳରେଏକତ୍ର ହୁଅନ୍ତି। ଆକାଶରୁ ବର୍ଷା ଜଳ ନଦୀରେ ବହିକି ସମୁଦ୍ରରେ ମିଶିଥିବା ପରି, ଏହି ଭିନ୍ନ ସମ୍ପ୍ରଦାୟ ମାନଙ୍କର ଅନ୍ତିମ ଲକ୍ଷ ପରମଗତି ତଥା ମୋକ୍ଷର ମାର୍ଗ ଅଟେ।
ସର୍ବଭୂତାନି କୌନ୍ତେୟ, ପ୍ରକୃତିଂ(ୟ୍ଁ) ୟାନ୍ତି ମାମିକାମ୍ ।
କଲ୍ପକ୍ଷୟେ ପୁନସ୍ତାନି, କଲ୍ପାଦୌ ବିସୃଜାମ୍ୟହମ୍ ॥9.7॥
ବିବେଚନ:
ଶ୍ରୀ ଭଗବାନ କହିଲେ - ହେ ଅର୍ଜୁନ! କଳ୍ପ ଶେଷରେ, ସମସ୍ତ ପ୍ରାଣୀ ମୋ ଭିତରେ ଲୀନ ହୋଇ ଯାଆନ୍ତି, ଏବଂ ମୁଁ ସେମାନଙ୍କୁ ପୁନର୍ବାର ସୃଷ୍ଟି କରେ। ଗ୍ରୀଷ୍ମ ଋତୁରେ ଯେମିତି ସବୁ ଗଛ ଲତା ଶୁଖି ମାଟିରେ ମିଶି ଯାଏ ଏବଂ ବର୍ଷା ପରେ ପୁଣି ସେଥିରେ ପତ୍ର କଅଁଳେ ଓ ପୁନର୍ଜୀବନ ପାଏ ଠିକ୍ ସେହିପରି।
ବଣିଆ ସୁନା ଅଳଙ୍କାର ଗୁଡ଼ିକୁ ତରଳାଇ ପୁଣି ଥରେ ଆଭୂଷଣ ତିଆରି କରେ। ତରଙ୍ଗ ପାଣିରୁ ଉଠି ପାଣିରେ ମିଶିଯାଏ ତଥା ପୁଣି ସେହି ପାଣିରୁ ତରଙ୍ଗ ଉଠେ।
ଯେପରି ନିଦରୁ ଉଠିବା ପରେ ମନର ସ୍ୱପ୍ନ ମନରେ ଲୁପ୍ତ ହୋଇଯାଏ। ଏହିପରି ମୁଁ ସୃଷ୍ଟିର ରଚନା କରେ। କଳ୍ପ ଶେଷରେ ସମସ୍ତ ଭୂତ ମୋ ସହିତ ବିଲୀନ ହୋଇଯାଏ। ପ୍ରଳୟ ସହିତ ବଲୀନ ହେବା ଅତ୍ୟନ୍ତ ସାଧାରଣ କଥା, କିନ୍ତୁ ପ୍ରଳୟ ସମାପ୍ତ ମାତ୍ରେ ହିଁ ମୁଁ ପୁନର୍ବାର କଳ୍ପ ଆରମ୍ଭ କରେ। ମୁଁ ନୂତନ ସୃଷ୍ଟିର ରଚନା କରେ ଏବଂ ପୁଣି ଥରେ ମୁଁ ସମଗ୍ର ଜୀବଜଗତ ନିର୍ମାଣ କରେ।
ଆମେ ଘଡ଼ି ପିନ୍ଧିଥାଉ କିମ୍ବା ଲୁଣ କିଣିଥାଉ। ଏହି ଘଡି କମ୍ପାନୀର ସଭାପତି ନିଜେ ତିଆରି କରନ୍ତି ନାହିଁ। ସେହିପରି, କମ୍ପାନୀ ମାଲିକ ନିଜେ ଲୁଣ ମାରିବାକୁ ସମୁଦ୍ର କୂଳକୁ ଯାଆନ୍ତି ନାହିଁ।
ଏମାନେ କେବଳ ଯୋଜନା କରନ୍ତି, କିଛି ଲୋକଙ୍କୁ ଏହି କାମ ପାଇଁ ନିୟୋଜିତ କରନ୍ତି। କାରଖାନା ନିର୍ମିତ ହୁଏ। ଲୁଣକୁ ଶୁଖାଇ, ଛାଣି, ପ୍ୟାକେଜ୍ କରି ଏବଂ ବସ୍ତାରେ ପ୍ୟାକ୍ କରି ବଜାରକୁ ପଠାଯାଏ। ବଜାରରୁ ଦୋକାନୀଙ୍କ ଜରିଆରେ ଏହା ଆମ ପାଖକୁ ଆସେ। ଏହା ଏକ ଶୃଙ୍ଖଳା। ଏଠାରେ ମାଲିକ ନିଜେ ଆସିନାହାଁନ୍ତି, ସେ କେବଳ ଯୋଜନା ପ୍ରସ୍ତୃତ କରିଛନ୍ତି।
କମ୍ପାନୀ ନାମ ଅନୁଯାୟୀ, ଲୁଣକୁ ଟାଟା ବୋଲି କୁହାଯାଏ, ଘଡ଼ିକୁ ରାଡୋ ବୋଲି କୁହାଯାଏ, ମୋବାଇଲକୁ ଆପଲ୍ ବୋଲି କୁହାଯାଏ।
ଏହି କମ୍ପାନିର ମାଲିକମାନେ ନିଜେ କେଉଁଠି କାମ କରନ୍ତି ନାହିଁ, ତଥାପି ସେମାନଙ୍କ କାମ ସେମାନଙ୍କ ଯୋଜନା ଅନୁଯାୟୀ ହୋଇଥାଏ। ଏମାନଙ୍କ ବିନା ଆମେ ଏସବୁ କଥା କଳ୍ପନା ମଧ୍ୟ କରିପାରିବା ନାହିଁ।
ଠିକ୍ ସେହିପରି ସମସ୍ତ ଦେବତା ଭଗବାନଙ୍କ ଆଦେଶ କ୍ରମେ କାର୍ଯ୍ୟ କରନ୍ତି ଏବଂ ଏହି ସୃଷ୍ଟିର ରଚନା ହୋଇଥାଏ।
ଯଦି ଏହି ସୃଷ୍ଟି ଓ ବିଲୟର ପ୍ରକୃତ ଅର୍ଥ ବୁଝିହେବ ଏବଂ ଆମ ମନରେ ଶ୍ରଦ୍ଧା ଜାଗ୍ରତ ହେବ, ତେବେ ଅହଂ ଭାବର ବିସର୍ଜ୍ଜନ ହୋଇଯିବ। ତେବେ ହିଁ ଜୀବନ ରୂପୀ ଅଳଙ୍କାରର ନିର୍ମାଣ ହୋଇପାରିବ ଏବଂ ଆମେ ଭଗବାନଙ୍କ ଚରଣରେ ପହଞ୍ଚିପାରିବା।
ଏହା ସହ ଆଜିର ଅଧିବେଶନ ଶେଷ ହୋଇ ପ୍ରଶ୍ନୋତ୍ତର ଅଧିବେଶନ ଆରମ୍ଭ ହେଲା।
॥ ପ୍ରଶ୍ନୋତ୍ତର ଅଧିବେଶନ ॥
ପ୍ରଶ୍ନକର୍ତ୍ତା: ବିଦ୍ୟାସାଗର ଭାଇ
ପ୍ରଶ୍ନ: ଭଗବାନ ଶ୍ରୀରାମ ଓ ଶ୍ରୀକୃଷ୍ଣ ଉଭୟ ଏକ ଏବଂ ଶ୍ରୀବିଷ୍ଣୁ ମଧ୍ୟ ସମାନ, କିନ୍ତୁ ଶ୍ରୀରାମ ସାକେତ ଲୋକରେ ବାସ କରନ୍ତି, ଶ୍ରୀକୃଷ୍ଣ ଗୌଲୋକରେ ରହନ୍ତି, ବିଷ୍ଣୁ ବୈକୁଣ୍ଠ ଲୋକରେ ବାସ କରନ୍ତି। ଏମିତି କାହିଁକି?
ଉତ୍ତର: ଶ୍ରୀ ଭଗବାନଙ୍କର ଅନେକ ଅବତାର ଅଛି। ଏହା ହେଉଛି ଶ୍ରୀ ଭଗବାନଙ୍କର ଶକ୍ତି ଏବଂ ଆମେ ତାଙ୍କୁ ସାଧାରଣ ମାନବ ଭାବରେ ବିବେଚନା କରୁ। ଏହା ଭୁଲ କଥା। ଶ୍ରୀ ଭଗବାନ ପଞ୍ଚଦଶ ଅଧ୍ୟାୟରେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ତାଙ୍କର ସ୍ୱରୂପ କ'ଣ। ସେ ସେହି ଆଲୋକ ପୁଞ୍ଜର ସୃଷ୍ଟିକର୍ତ୍ତା, ତାହା ହେଉଛି ତାଙ୍କର ମୂଳ ସ୍ଥାନ। ପ୍ରକାଶର ମଧ୍ୟ ଭିନ୍ନ ଭିନ୍ନ ରୂପ ରହିଛି।
ପ୍ରକାଶ ବେଳେବେଳେ ମହମବତୀ, ବଲବ୍ କିମ୍ବା ଟ୍ୟୁବରୁ ବାହାରିଥାଏ ଏବଂ ଏକ୍ସ-ରେ ମଧ୍ୟ ସମାନ ପ୍ରକାଶ ଥାଏ, କିନ୍ତୁ ପ୍ରତ୍ୟେକ ପ୍ରକାଶର ସ୍ୱରୂପ ଅଲଗା ଅଲଗା ଅଟେ। ସେମାନଙ୍କ କାମ ବି ଭିନ୍ନ। ସେହିଭଳି ଶ୍ରୀ ଭଗବାନଙ୍କ ଭିନ୍ନ ଭିନ୍ନ ଅବତାର ଭିନ୍ନ ଭିନ୍ନ ସ୍ୱରୂପରେ ଦେଖିବାକୁ ମିଳେ ଏବଂ ସେମାନଙ୍କ କାର୍ଯ୍ୟ ମଧ୍ୟ ଅଲଗା ଅଲଗା ହୋଇଥାଏ। ଶ୍ରୀରାମ ଅବତାରରେ ଯେମିତି ଶ୍ରୀ ଭଗବାନ ମାନବ ଲୀଳା ପରିବେଷଣ କରିଛନ୍ତି, ସେଭଳି କୌଣସି ଚମତ୍କାର ପ୍ରଦର୍ଶନ କରିନାହାନ୍ତି। କୃଷ୍ଣ ଲୀଳା ଚମତ୍କାରରେ ପରିପୂର୍ଣ୍ଣ। ସେ କାଳିଆକୁ ମର୍ଦ୍ଦନ କଲେ, ପୁତନାକୁ ବଦ୍ଧ କଲେ।
କୃଷ୍ଣ ଲୀଳା ସବୁ ପ୍ରକାର ଚମତ୍କାରରେ ପରିପୂର୍ଣ୍ଣ। ଶ୍ରୀ ଭଗବାନ ତାଙ୍କର ଲୀଳା ରଚନା କରନ୍ତି, ଏବଂ ଏହା ଅନେକ କିରଣ ଥିବା ପ୍ରକାଶ ପୁଞ୍ଜ ପରି ଅଟେ। ସୂର୍ଯ୍ୟଙ୍କର କିରଣ ସବୁଠି ପହଂଚିଥାଏ, କିନ୍ତୁ ତାହା ଅଲଗା ନୁହେଁ। ତାଙ୍କର ଉଦ୍ଘାଟନ ଏକାପରି। ସେହିଭଳି ହେଉଛି ଭଗବତ ତତ୍ତ୍ୱ, ସେ ଭିନ୍ନ ଭିନ୍ନ ଅବତାର ଧାରଣ କରିଛନ୍ତି।
ଶ୍ରୀ ଭଗବାନଙ୍କର ଅନନ୍ତ ରୂପରୁ ଛୋଟ ଛୋଟ କିରଣ ବିଭିନ୍ନ ଅବତାରରେ ଆସିଥାଏ। ଏ ସମସ୍ତ ରୂପ ଭଗବତ ତତ୍ତ୍ୱରୁ ଆସିଥାଏ ଏବଂ ଏହା ତାଙ୍କର ଅବତାର ଅଟେ।
ପ୍ରଶ୍ନକର୍ତ୍ତା: ବିଦ୍ୟା ସାଗର ଭାଇ
ପ୍ରଶ୍ନ: ମହାପ୍ରଭୁ ପଞ୍ଚଦଶ ଅଧ୍ୟାୟରେ କହିଛନ୍ତି: “ନ ତଦ୍ଭାସୟତେ ସୂର୍ଯ୍ଯୋ ନ ଶଶାଙ୍କୋ ନ ପାବକଃ” -
ମୋ ଧାମକୁ ଆସିବା ପରେ କେହି ଆଉ ଫେରି ନଥାଏ, ତେବେ ଆମେ କେମିତି ଭାବିପାରିବା ଯେ ଆମେ ଗୌଲୋକରେ କିମ୍ବା ବୈକୁଣ୍ଠ ଲୋକରେ କିମ୍ବା ଅନ୍ୟ କୌଣସି ଲୋକରେ ଅଛୁ?
ଉତ୍ତର: ଯାହା ସେମାନଙ୍କୁ ନିୟନ୍ତ୍ରଣ କରିବାକୁ ଆଉ ଏକ ଲୋକ ଅଛି। ଯେଉଁଠାରୁ ସମସ୍ତ ଲୋକକୁ ନିୟନ୍ତ୍ରଣ କରାଯାଏ। ସେଠାରେ ପହଞ୍ଚିବାର ଅର୍ଥ ହେଉଛି ମୋକ୍ଷ ପ୍ରାପ୍ତି। ପ୍ରକୃତି ବିଷୟରେ ଜାଣିବା ଦରକାର। ତ୍ରିଗୁଣ ବିଷୟରେ ଜାଣିବାକୁ ପଡିବ। ଶ୍ରୀଭଗବାନଙ୍କ ସେହି ରୂପକୁ ମଧ୍ୟ ପ୍ରକୃତିର ଅଧୀନରେ ରହିବାକୁ ପଡ଼ିବ। ପ୍ରକୃତି ସ୍ୱୟଂ ଭଗବାନ (ଅବତାର) ରଚନା କରିଛନ୍ତି, ତେବେ ସମସ୍ତଙ୍କୁ ଏହା ଅଧୀନରେ ରହିବାକୁ ପଡିବ।
ଯଦି ସାଂସଦମାନେ କହନ୍ତି, "ମୁଁ ତ ଆଇନ ତିଆରି କରୁଛି", ଏହି ନିୟମ ମୋ ଉପରେ ଲାଗୁ ହେବ ନାହିଁ, କିମ୍ବା ଯଦି ଜଣେ ବିଚାରପତି କହନ୍ତି, "ମୁଁ ନ୍ୟାୟ ପ୍ରଦାନ କରେ", ଯଦି ମୁଁ ଅନ୍ୟାୟ କରିବି, ତେବେ ଚଳିବ, କିନ୍ତୁ ଏପରି ହୋଇପାରିବ ନାହିଁ। ଯେଉଁ ବ୍ୟବସ୍ଥା ସୃଷ୍ଟି ହୋଇଛି, ଆମକୁ ଏହା ବୁଝିବାକୁ ପଡ଼ିବ।
ଭଗବାନ ପ୍ରକୃତିର ଆଶ୍ରୟ ନେଇଛନ୍ତି ଏବଂ ପରେ ସମସ୍ତ ଭୂତ ମାତ୍ର ସୃଷ୍ଟି ହୋଇଛି। ଏହି ଉପାୟରେ ପ୍ରକୃତି ଓ ପୁରୁଷ ଉଭୟ ମିଳିତ ଭାବରେ ସୃଷ୍ଟି ହୋଇଛନ୍ତି, ତାଙ୍କ ଅଧୀନରେ ରହିଥାନ୍ତି। ଆମ ଶରୀର ଯାହା କରିବ ତାହା ଆମ ଭିତରେ ଥିବା ଆତ୍ମା ଭୋଗିବ। ଆତ୍ମା କିଛି କରିପାରିବ ନାହିଁ, ଏହା ଆମ ଶରୀର ଦ୍ୱାରା କରାଯାଇଥିବା କର୍ମକୁ ଭୋଗ କରିବ। ଆମ ମନ ଓ ବୁଦ୍ଧି ଯାହା କରିବେ ଏବଂ ଆମ ଶରୀର ଯାହା କରିବ, ଆମ ଆତ୍ମା ମଧ୍ୟ ସେହି ଅନୁଯାୟୀ ପାପ ଓ ପୁଣ୍ୟରେ ଜଡିତ ହୁଏ ଏବଂ ସେଥିପାଇଁ ଆମର ଜନ୍ମ ଓ ମୃତ୍ୟୁ ଚକ୍ର ଚାଲିଥାଏ।
ପ୍ରଶ୍ନକର୍ତ୍ତା: ବିଦ୍ୟା ସାଗର ଭାଇ
ପ୍ରଶ୍ନ: ଗୀତାରେ ଏକା ପରି ଦୁଇଟି ଶ୍ଳୋକ ଅଛି । ଯଦି ଶ୍ରୀଭଗବାନ ଥରେ ଅର୍ଜୁନଙ୍କୁ କହିଥିଲେ, ତେବେ ନବମ ଅଧ୍ୟାୟରେ ତାଙ୍କୁ ପୁଣି ଥରେ କାହିଁକି କହିବାକୁ ପଡ଼ିଲା?
ଉତ୍ତର: ଆମକୁ କିଛି କଥା ଦୃଢ଼ତାର ସହ ବୁଝାଇବାକୁ ପଡ଼ିବ, ଯାହାକୁ ଠିକ୍ ଭାବେ ବୁଝିହୁଏ ନାହିଁ। ଆମେ ଯେପରି ଆମ ପିଲାମାନଙ୍କୁ କିଛି ବିଷୟରେ କହିଥାଉ ଏବଂ ଯିବା ସମୟରେ ସେମାନଙ୍କୁ ପୁନର୍ବାର ମନେ ପକାଇ ଦେଉ। ଆମେ ନିଜକୁ ମନେ ପକାଇଦେଉ କାରଣ କାମ ଗୁରୁତ୍ୱପୂର୍ଣ୍ଣ ଅଟେ, ତେଣୁ ଆମକୁ ଏହା ବାରମ୍ବାର ମନେ ପକାଇବାକୁ ପଡିବ ଯାହା ଦ୍ୱାରା ଏହାକୁ ଧ୍ୟାନରେ ରଖାଯାଏ ଏବଂ କାର୍ଯ୍ୟ ସମ୍ପନ୍ନ ହୁଏ। ସେଥିପାଇଁ ଭଗବାନ ମଧ୍ୟ ତାଙ୍କ ବନ୍ଧୁ ଅର୍ଜୁନଙ୍କୁ ରହସ୍ୟମୟ ଗଭୀର ଜ୍ଞାନ ଦେଉଛନ୍ତି ଏବଂ ସ୍ୱାଭାବିକ ଭାବରେ ସେ ଦୁଇ ଗୁଣ କଥା କହୁଛନ୍ତି ଯାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
ପ୍ରଶ୍ନକର୍ତ୍ତା: ସୁହାସ ଭାଇ
ପ୍ରଶ୍ନ: ଯେତେବେଳେ ଆମ ଜନ୍ମ ପରେ ମୃତ୍ୟୁ ଆସେ, ଆମେ ମୃତ୍ୟୁ ପରେ ମନୁଷ୍ୟ ଜନ୍ମ ପାଇବୁ ନା ଆମେ କୀଟପତଙ୍ଗ କିମ୍ବା ପଶୁ ପକ୍ଷୀ ଭାବରେ ଜନ୍ମ ନେବୁ? କାରଣ ଦୁନିଆରେ ଦର୍ଶନରେ ଦେଖାଯାଇଛି ଯେ ମୃତ୍ୟୁ ପରେ ମଧ୍ୟ ମଣିଷ ମଣିଷ ଭାବରେ ଜନ୍ମ ନେଇପାରେ?
ଉତ୍ତର: ଏହା ଆପଣଙ୍କ କାର୍ଯ୍ୟ ଉପରେ ନିର୍ଭର କରେ। ମନୁଷ୍ୟ ଜୀବନରେ ଆସିବା ପରେ ତୁମର କାର୍ଯ୍ୟ କେମିତି ହେବ? ଯଦି ତୁମର କର୍ମ ଭଲ ଅଛି, ତେବେ ତୁମେ ଏକ ଉନ୍ନତ ଜୀବନ ପାଇବ, ଏବଂ ଯଦି ତୁମେ ପାପ କାର୍ଯ୍ୟରେ ଅଛ, ତେବେ ତୁମକୁ ନିମ୍ନ ଜୀବନ ମିଳିଥାଏ| ବର୍ତ୍ତମାନ ଆମେ ଏହାକୁ ମଣିଷରେ ପାଇବୁ ନା କୀଟପତଙ୍ଗ ନା ପକ୍ଷୀରେ ପାଇବୁ ତାହା କହିପାରିବୁ ନାହିଁ। ମନୁଷ୍ୟ ଜନ୍ମ ମଧ୍ୟ ନଅ ମାସ ପର୍ଯ୍ୟନ୍ତ ଯନ୍ତ୍ରଣାଦାୟକ ବାଟରେ ଅତିବାହିତ ହୁଏ, ତେଣୁ
"ପୁନରପି ଜନନୀ ଜଠରେ ଶୟନମ",
ଯଦି ଆମେ ଏହା ଭୋଗିବାକୁ ଚାହୁଁନାହୁଁ ତେବେ ଆମକୁ ଗୀତା ମାର୍ଗ ଅନୁସରଣ କରିବାକୁ ପଡିବ, କିନ୍ତୁ ବେଳେବେଳେ ଆମେ ଅଜାଣତରେ ଭୁଲ କରି ପାପ କରିଥାଉ, ତେବେ ଆମକୁ ମଧ୍ୟ ଏଥିପାଇଁ କିଛି ଦୋଷ ଲାଗିବ।
ଯଦି ଆମେ କିଛି ଭଲ କାମ କରିଛୁ, ତେବେ ଆମକୁ ପୁଣି ଥରେ ମନୁଷ୍ୟ ଜନ୍ମ ନେବାକୁ ପଡିବ ଏବଂ ଯଦି ଆମେ ବହୁତ ଭଲ କର୍ମ କରୁ ତେବେ ଆମକୁ ଏଥିରୁ ମୁକ୍ତି ମିଳିବ ଏବଂ ଯଦି ଭୁଲ କାମ କରୁ ତେବେ କୀଟ, ପଶୁ ପକ୍ଷୀ ହୋଇ କନ୍ମ ନେବା। ଜନ୍ମ ଓ ମୃତ୍ୟୁ ଆମ ହାତରେ ନାହିଁ। ଆମେ ଏଥିରେ ଶୋକ ପ୍ରକାଶ କରିବା ଉଚିତ ନୁହେଁ।
ଏ, ବି, ସି, ଡି ରେ ବି ର ଅର୍ଥ ହେଉଛି ଜନ୍ମ (birth) ଏବଂ ଡି ଅର୍ଥ ମୃତ୍ୟୁ (death) , ତେଣୁ ଏହା ମଧ୍ୟରେ ଥିବା ସି ହେଉଛି ଆମର ପସନ୍ଦ (Choice) , ଆମେ କରୁଥିବା କର୍ମ। ଆମେ ଯେମିତି କାର୍ଯ୍ୟ କରିବୁ, ସେମିତି ଯୋନୀ ପ୍ରାପ୍ତ ହେବୁ।
ପ୍ରଶ୍ନକର୍ତ୍ତା: ସୁହାସ ଭାଇ
ପ୍ରଶ୍ନ: କୁହାଯାଏ ଆମ ଭିତରେ ଥିବା ଆତ୍ମା ହେଉଛି ଭଗବାନ, କିନ୍ତୁ ଏହି ଅଧ୍ୟାୟରେ ଶ୍ରୀ ଭଗବାନ କହୁଛନ୍ତି ଯେ ମୁଁ ତାଙ୍କଠାରୁ ଭିନ୍ନ। ଆମର ଆତ୍ମା ପରମାତ୍ମାଙ୍କ ଅଂଶ ଅଟେ, ତେଣୁ ଏହା କିପରି ଭିନ୍ନ ହୋଇପାରିବ?
ଉତ୍ତର: ଯେମିତି ଏକ ଚିନିର ଡବାରୁ, ଯଦି ଆମେ କିଛି ଚିନି ବାହାର କରି କିଛି ତିଆରି କରନ୍ତି, ତେବେ ତାହା ଚିନିର ଏକ ଡବା ହୋଇ ରହିବ, କାରଣ ସେଥିରୁ ଅଳ୍ପ ପରିମାଣର ଚିନି ବାହାର କରାଯାଇଛି। ଠିକ୍ ସେହିପରି ସେହି ପରମାତ୍ମାଙ୍କର ଏକ ଛୋଟ ଅଂଶ ଆମର ଆତ୍ମା ରୂପରେ ଆସିଛି। ଆମ ଭିତରେ ସମ୍ପୂର୍ଣ୍ଣ ପରମାତ୍ମା ବସିନାହାନ୍ତି, ଭଗବାନଙ୍କର କେବଳ ଏକ ଅଂଶ ଅଛି ଯାହାକୁ ଆମେ ପରମାତ୍ମା ବୋଲି କହିଥାଉ। ଯାହା ଭଗବାନଙ୍କ ଅଙ୍ଗ ତାହା ହିଁ ଆମର ଆତ୍ମା।
" ॐ श्री कृष्णार्पणमस्तु ”