विवेचन सारांश
॥ ଅନାସକ୍ତିରୁ ଆଧ୍ୟାତ୍ମିକ ସତ୍ୟ ଦିଗକୁ ଗତି ॥
ଉପକ୍ରମଣିକା-
ଶ୍ରୀ ଭଗବାନ ବିଭିନ୍ନ ସ୍ଥାନରେ ଭଗବଦ୍ ଗୀତାର ସୂଚନା ଦେଇଛନ୍ତି।
ପ୍ରାର୍ଥନା, ଦେଶାତ୍ମବୋଧକ ଗୀତ, ହନୁମାନ ଚାଳିଶା ପାଠ ଓ ଦୀପପ୍ରଜ୍ବଳନ ସହିତ ଆଜିର ସତ୍ର ଆରମ୍ଭ ହେଲା।
ଆମ ଉପରେ ଶ୍ରୀ ଭଗବାନଙ୍କର ଅତ୍ୟନ୍ତ କଲ୍ୟାଣକାରୀ କୃପା ହେତୁ ଆମେ ଆମର ମନୁଷ୍ୟ ଜନ୍ମ ସଫଳ କରିବାପାଇଁ, ସର୍ବୋଚ୍ଚ ଉଦ୍ଦେଶ୍ୟ ପୂରଣ କରିବାପାଇଁ, ଇହଲୋକ ଓ ପରଲୋକକୁ ସାର୍ଥକ କରିବାପାଇଁ ଶ୍ରୀମଦ୍ଭଗବଦ୍ ଗୀତା ପଠନ, ଉଚ୍ଚାରଣ, ଓ ଅର୍ଥ ଜ୍ଞାନ ର ମହତ୍ତ୍ୱ ଜାଣିବାପାଇଁ ଆମେ ପ୍ରସ୍ତୁତ ହୋଇଛେ। ଆମର ଏହି ଜନ୍ମର କେଉଁ ପୁଣ୍ୟକର୍ମ ଯୋଗୁଁ, ପୂର୍ଵଜନ୍ମର ପୁଣ୍ୟକର୍ମ ଯୋଗୁଁ, ଆମର ପୂର୍ବପୁରୁଷଙ୍କର ସୁକୃତ ଯୋଗୁଁ ବା ଏହି ଜନ୍ମର କୌଣସି ସାଧୁ ସନ୍ଥଙ୍କର କୃପାଦୃଷ୍ଟି ଆମର ଉପରେ ପଡିଥିବାରୁ ଏହା ସମ୍ଭବ ହୋଇଛି,ତାହା ଆମକୁ ଜଣାନାହିଁ।
ଆମେ ନିଜେ ଶ୍ରୀମଦ୍ଭଗବଦ୍ ଗୀତାକୁ ପଢିବାପାଇଁ ବାଛିଛୁ ବୋଲି ଭାବିବା ଅନୁଚିତ, ବରଂ ଏହା ସତ୍ୟ ଯେ ଶ୍ରୀମଦ୍ଭଗବତ ଗୀତା ନିଜର ଅଧ୍ୟୟନ ପାଇଁ ଆମକୁ ମନୋନୀତ କରିଛନ୍ତି। ନିଜେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ, ଯେଉଁ ବ୍ୟକ୍ତି ଶ୍ରୀମଦ୍ଭଗବତ ଗୀତା ପଠନ କରନ୍ତି ସେ ତାଙ୍କର ପରମ ପ୍ରିୟ ହୋଇଥାନ୍ତି ଓ ତାଙ୍କୁ ପ୍ରାପ୍ତ ହୁଅନ୍ତି।
ଭଗବତ୍ କୃପା ବିନା କେହି ଶ୍ରୀମଦ୍ଭଗବତ ଗୀତା ସହିତ ଯୋଡି ହୋଇପାରନ୍ତି ନାହିଁ। ଶ୍ରୀ ଭଗବାନ ଅଷ୍ଟାଦଶ ଅଧ୍ୟାୟରେ ଏହାର ପ୍ରମାଣ ଦେଇଛନ୍ତି।
मामेवैष्यसि संशयः
ମୋତେ ହିଁ ପ୍ରାପ୍ତ ହେବ, ଏଥିରେ କୌଣସି ସନ୍ଦେହ ନାହିଁ।
ଅଷ୍ଟାଦଶ ଅଧ୍ୟାୟର ଏହି ପଂକ୍ତିରେ ଶ୍ରୀକୃଷ୍ଣ ଦୃଢ଼ ଭାବରେ ଏହା କହିଛନ୍ତି। ଏହା ସତ୍ୟ ଯେ ଯେକୋୖଣସି ଲୋକ ଶ୍ରୀମଦ୍ଭଗବଦ୍ ଗୀତା ପାଠ କରିପାରିବେ ନାହିଁ। ଏହାର ପ୍ରଚାର କରାଗଲେ ଶହେ ଜଣଙ୍କ ଭିତରୁ ଦୁଇ ଚାରିଜଣ ଏଥିରେ ଆଗ୍ରହ ପ୍ରକାଶ କରିବେ ଓ ସେମାନଙ୍କ ମଧ୍ୟରୁ ଅଳ୍ପ କେତେଜଣ ଏହା ସହିତ ନିୟମିତ ରୂପରେ ଯୋଡିହୋଇ ରହିବେ । ଆମେ ନିଜେ ଶ୍ରୀମଦ୍ଭଗବଦ୍ ଗୀତା ପଢିବାପାଇଁ ଇଚ୍ଛା କରିନାହାନ୍ତି, ପରନ୍ତୁ ଶ୍ରୀମଦ୍ଭଗବଦ ଗୀତାଜୀଙ୍କର ଅତିଶୟ କୃପା ଯୋଗୁଁ ଆମକୁ ସେହି ପଥରେ ଅଗ୍ରସର ହେବାପାଇଁ ସୁଯୋଗ ପ୍ରଦାନ କରିଛନ୍ତି।
ପାଞ୍ଚହଜାର ଦୁଇଶହ ବାଉନବର୍ଷ ହେଲାଣି ଏହାର ଗୁଣଗାନ କରାଯାଉଛି ଓ କାର୍ଯ୍ୟରେ ଉପଯୋଗ କରାହେଉଛି। ଭଗବାନ ଶ୍ରୀ କୃଷ୍ଣ ସାତଶହ ଶ୍ଳୋକରେ ଏପରି ଅମୃତ ଭରିଦେଇଛନ୍ତି ଯେ ସେହି ଅମୃତ ସାଗରରେ ଡୁବକି ଲଗେଇ ଲଗେଇ ରତ୍ନ ଖୋଜି ଖୋଜି ବିଜ୍ଞ ପଣ୍ଡିତ ମାନଙ୍କର ପୀଢ଼ି ପରେ ପୀଢ଼ି ଚାଲିଗଲେଣି, ତଥାପି ଆଜି ମଧ୍ୟ ଆଚାର୍ଯ୍ୟଗଣ ନୂତନ ରତ୍ନ ଅନ୍ୱେଷଣରେ ରତ ଅଛନ୍ତି। ନବମ ଶତାବ୍ଦୀରେ ଶଙ୍କରାଚାର୍ଯ୍ୟଙ୍କର ଭାଷ୍ୟ, ଶ୍ରୀ ରାମାନୁଜଙ୍କର ଭାଷ୍ୟ ତଥା ଅନ୍ୟାନ୍ୟ ଆଚାର୍ଯ୍ୟ ମାନଙ୍କର ଭାଷ୍ୟ ଉପଲବ୍ଧ। ଆଧୁନିକ ଯୁଗରେ ମଧ୍ୟ ଭାରତ ତଥା ପାଶ୍ଚାତ୍ୟ ଦେଶର ଆଚାର୍ଯ୍ୟ ମାନଙ୍କର ଭାଷ୍ୟ ଗୁଡିକରେ ଶ୍ରୀମଦ ଭଗବତ ଗୀତାର ବୈଶିଷ୍ଟ୍ୟ ପରିଲକ୍ଷିତ ହୁଏ।
ଆମର ସକଳ ଜିଜ୍ଞାସାର ସମାଧାନ ଶ୍ରୀମଦ୍ଭଗବତ ଗୀତାରେ ହିଁ ଉପଲବ୍ଧ। କେବଳ ଗ୍ରନ୍ଥ ପାଇଗଲେ ପ୍ରଶ୍ନର ଉତ୍ତର ମିଳେନାହିଁ। ଶ୍ରୀମଦ୍ଭଗବତ ଗୀତା ସୂତ୍ରାତ୍ମକ ହୋଇଥିବାରୁ ସୂତ୍ରଗୁଡିକୁ ବୁଝିବାକୁ ହୁଏ, ଯାହା ଏତେ ସହଜ ନୁହେଁ। ନିଜେ ନିଜେ ପଢି ବୁଝିଯିବାପରି ଗ୍ରନ୍ଥ ଏହା ନୁହେଁ। ଏହା ଅତି କଷ୍ଟକର। କୋୖଣସି ଆଚାର୍ଯ୍ୟଙ୍କ ନିକଟରେ ବା ବିଜ୍ଞ ମହାତ୍ମାଙ୍କ ନିକଟରେ ରହି ଶ୍ରୀମଦ୍ଭଗବଦ୍ ଗୀତାର ଜ୍ଞାନ ପ୍ରାପ୍ତ କରାଯାଇପାରେ।
ଭକ୍ତିଯୋଗ ନାମକ ଦ୍ୱାଦଶ ଅଧ୍ୟାୟରେ ଶ୍ରୀ ଭଗବାନ ଅଣଚାଳିଶ ପ୍ରକାର ଭକ୍ତର ଲକ୍ଷଣ ବିଷୟରେ ଜଣେଇଛନ୍ତି। ସମ୍ପୂର୍ଣ୍ଣ ଭଗବଦ୍ ଗୀତାରେ ଶ୍ରୀ ଭଗବାନ ମାର୍ଗ ବିଷୟରେ ଜଣେଇନାହାନ୍ତି। ଶ୍ରୀମଦ୍ଭଗବଦ ଗୀତା ସର୍ବମାନ୍ୟ ହୋଇଥିବାରୁ କୋୖଣସି ସମ୍ପ୍ରଦାୟ ବା ପରମ୍ପରାକୁ ମାନ୍ୟତା ଦିଏନାହିଁ ବା ନ୍ୟୁନ ଦୃଷ୍ଟିରେ ଦେଖନ୍ତିନାହିଁ। ଆମକୁ ମୁମ୍ବାଇରୁ ଦିଲ୍ଲୀ ଯିବାର ଅଛି। ଆମେ ଦିଲ୍ଲୀରେ ପହଂଚିବା ଆବଶ୍ୟକ, ଯେକୌଣସି ଗାଡ଼ିରେ ଗଲେ ମଧ୍ୟ କିଛି ତଫାତ ପଡ଼େନାହିଁ। ଦିଲ୍ଲୀ ଗୋଟିଏ, ଯେଉଁ ଗାଡ଼ିରେ ଗଲେ ମଧ୍ୟ ସମସ୍ତେ ସେହି ସ୍ଥାନରେ ପହଂଚିବେ । ଏଣୁ ଜ୍ଞାନ ମାର୍ଗ, ସାଧନା ମାର୍ଗ, ଭକ୍ତିମାର୍ଗ, ଧ୍ୟାନଯୋଗ ଅଥବା ଅନ୍ୟ ଯେକୌଣସି ମାର୍ଗରେ ଗଲେ ଶେଷ ଅନୁଭବ ସେହି ଏକା ହିଁ ହେବ।
ଶ୍ରୀ ଭଗବାନ ବିଭିନ୍ନ ସ୍ଥାନରେ ଭଗବଦ୍ ଗୀତାର ସୂଚନା ଦେଇଛନ୍ତି।
- ଦ୍ଵିତୀୟ ଅଧ୍ୟାୟରେ ଶ୍ରୀ ଭଗବାନ ସ୍ଥିତପ୍ରଜ୍ଞର ଲକ୍ଷଣ,
- ଦ୍ୱାଦଶ ଅଧ୍ୟାୟରେ ଭକ୍ତର,
- ତ୍ରୟୋଦଶ ଅଧ୍ୟାୟରେ ଜ୍ଞାନୀର,
- ଚତୁର୍ଦଶ ଅଧ୍ୟାୟରେ ଗୁଣାତୀତର,
- ପଞ୍ଚଦଶ ଅଧ୍ୟାୟରେ ଜ୍ଞାନଯୋଗର,
- ଓ ଷୋଡଶ ଅଧ୍ୟାୟରେ ଦୈବ ତଥା ଆସୁରୀ ଗୁଣ ଗୁଡିକ ବିଷୟରେ ଜଣେଇଛନ୍ତି ।
ଶ୍ରୀମଦ୍ଭଗବଦ୍ ଗୀତାରେ କୋୖଣସି ଏକ ନିର୍ଦ୍ଦିଷ୍ଟ ପୂଜା ପଦ୍ଧତି ନାହିଁ। କୋୖଣସି କଥାକୁ ଖଣ୍ଡନ କରାଯାଇନାହିଁ । କୋୖଣସି ଠାରେ ମଧ୍ୟ ତିଳକ ଲଗେଇ କୀର୍ତ୍ତନ କରୁଥିବା ବ୍ୟକ୍ତିକୁ ଭକ୍ତ କୁହାଯାଇନାହିଁ।
ଶ୍ରୀ ଭଗବାନଙ୍କର ପ୍ରମାଣରେ ତାଙ୍କର ଶେଷ ପ୍ରମାଣ, ସ୍ଵଭାଵ ତଥା ବ୍ୟବହାରରେ ପରିବର୍ତ୍ତନ ହେବା ଉଚିତ।
ଭକ୍ତିଯୋଗ ପାଇଁ ଦ୍ୱାଦଶ ଅଧ୍ୟାୟ, ଜ୍ଞାନଯୋଗ ପାଇଁ ପଞ୍ଚଦଶ ଅଧ୍ୟାୟ ମହତ୍ତ୍ୱପୂର୍ଣ୍ଣ। ତେଣୁ ଏହିଠାରୁ ଗୀତା ଶିକ୍ଷା ଆରମ୍ଭ କରାଯାଏ । ବ୍ୟବହାରିକ ଗୀତା ପ୍ରଥମ ଅଧ୍ୟାୟରୁ ପଢ଼ାଯାଏ। ସାଧାରଣ ପୁସ୍ତକ ପଢିବା ଓ ଶାସ୍ତ୍ରୀୟ ପୁସ୍ତକ ପଢିବାର ନିୟମ ଭିନ୍ନ ଭିନ୍ନ । ଗୁରୁଙ୍କ ନିକଟରେ ଥାଇ ଶିଷ୍ୟ ,ପ୍ରଥମେ କଣ ପଢିବା ଉଚିତ ବୋଲି ପ୍ରଶ୍ନ କରନ୍ତି। ପ୍ରଥମେ କଣ ପଢିବାକୁ ହେବ, ସେବିଷୟରେ ଗୁରୁ କହିଥାନ୍ତି। ଆଗରେ ଥିବା ବ୍ୟକ୍ତିକୁ ଦେଖି ଉପଦେଶ ଦିଆଯାଏ।
ଅର୍ଜୁନଙ୍କର ପ୍ରଶ୍ନରୁ ଶ୍ରୀ ଭଗବାନ ଶ୍ରୀମଦ୍ଭଗବତ ଗୀତା ଆରମ୍ଭ କରିଛନ୍ତି। କିନ୍ତୁ ଅର୍ଜୁନଙ୍କ ପ୍ରଶ୍ନ ପରି ଆମର ପ୍ରଶ୍ନ ନୁହେଁ। ଉତ୍ତର ର କ୍ରମ ଆମର ଅନୁକୂଳ ହୋଇ ନଥିବାରୁ ସନ୍ଥ ଆଚାର୍ଯ୍ୟଗଣ ପୂର୍ବ କାଳରୁ ସ୍ଥିର କରିଛନ୍ତି ଯେ ଗୀତା ପାଠ ଦ୍ୱାଦଶ ଅଧ୍ୟାୟରୁ ହିଁ ଆରମ୍ଭ କରିବା। ଏହା ଗୀତାଙ୍କର ପ୍ରବେଶ ଦ୍ୱାର। ଭକ୍ତି ଯୋଗରୁ ଆରମ୍ଭ କରାଯାଏ କାରଣ ଏହା କୋଡିଏ ଶ୍ଳୋକ ବିଶିଷ୍ଟ ଏକ ଛୋଟ ଅଧ୍ୟାୟ। ଏହି ଅଧ୍ୟାୟରେ ଅନୁଷ୍ଟପ ଛନ୍ଦ ଅଛି, ଯେଉଁଥିରେ ଦୁଇଟି ପଦ ଓ ଚାରୋଟି ପାଦ ଥାଏ। ପ୍ରତ୍ୟେକ ପାଦରେ ଆଠଟି ଅକ୍ଷର ଥାଏ।
ପଞ୍ଚଦଶ ଅଧ୍ୟାୟ ହେଉଛି ପୁରୁଷୋତ୍ତମ ଯୋଗ। ଏଥିରେ ତ୍ରିଷ୍ଟୁପ ଛନ୍ଦର କେତୋଟି ଶ୍ଳୋକ ଅଛି। ଏଥିରେ ଚାରୋଟି ପାଦ ଥାଏ। ପ୍ରତ୍ୟେକ ପାଦରେ ଏଗାରଟି ଅକ୍ଷର ଥାଏ। ଶ୍ରୀ ଭଗବାନ ପଞ୍ଚଦଶ ଅଧ୍ୟାୟକୁ ଶାସ୍ତ୍ର ସହିତ ତୁଳନା କରିଛନ୍ତି । ଏହି ଅଧ୍ୟାୟ ଅତି ଛୋଟ ହେଲେ ମଧ୍ୟ ଏହାର ମହତ୍ତ୍ୱ ଅଧିକ। କୁହାଯାଏ ଯେ ସମ୍ପୂର୍ଣ୍ଣ ଗୀତା ପାଠ କରିବାପାଇଁ ସମୟ ନ ମିଳିଲେ, ବିବାହ, ନୂତନ ଶିଶୁର ଆଗମନରେ ବା ଜୀବନର ଶେଷ ସମୟରେ କେବଳ ଏହି ଗୋଟିଏ ଅଧ୍ୟାୟ ପଠନ କର୍ତ୍ତବ୍ୟ।
ଏହି ଅଧ୍ୟାୟର ଶେଷ ଶ୍ଳୋକରେ ଶ୍ରୀ ଭଗବାନ ଏହାକୁ
‘ଗୁହ୍ୟତମ ଶାସ୍ତ୍ରମ ‘
ଅର୍ଥାତ ଅତି ଗୋପନୀୟ ଶାସ୍ତ୍ରର ଉପାଧି ଦେଇଛନ୍ତି, କାରଣ ଏଥିରେ ଈଶ୍ୱର, ପ୍ରକୃତି ଓ ଜୀବର ବିଶ୍ଳେଷଣ କରାଯାଇଛି।
ଏଥିରେ ଶ୍ରୀ ଭଗବାନ ନିଜର ପୁରୁଷୋତ୍ତମ ସ୍ୱରୂପର ବର୍ଣ୍ଣନା କରିଛନ୍ତି। ତେଣୁ ଏହାକୁ ପୁରୁଷୋତ୍ତମ ଯୋଗ କୁହାଯାଏ।
ଏଥିରେ ଶ୍ରୀ ଭଗବାନ ନିଜର ପୁରୁଷୋତ୍ତମ ସ୍ୱରୂପର ବର୍ଣ୍ଣନା କରିଛନ୍ତି। ତେଣୁ ଏହାକୁ ପୁରୁଷୋତ୍ତମ ଯୋଗ କୁହାଯାଏ।
15.1
ଶ୍ରୀଭଗବାନୁବାଚ
ଊର୍ଦ୍ଧ୍ୱମୂଲମଧଃ(ଶ୍) ଶାଖମ୍, ଅଶ୍ୱତ୍ଥଂ(ମ୍) ପ୍ରାହୁରବ୍ୟୟମ୍।
ଛନ୍ଦାଂସି ୟସ୍ୟ ପର୍ଣ୍ଣାନି, ୟସ୍ତଂ(ୱ୍ଁ) ବେଦ ସ ବେଦବିତ୍॥15.1॥
ଶ୍ରୀ ଭଗବାନ କହିଲେ --- ଉପରକୁ ମୂଳ ଓ ତଳକୁ ଶାଖା ବ୍ୟାପିଥିବା ଯେଉଁ ସଂସାରରୂପକ ଅଶ୍ବତ୍ଥ ବୃକ୍ଷକୁ (ପ୍ରବାହରୂପେ) ଅବ୍ୟୟ କହନ୍ତି ଓ ବେଦମାନେ ଯାହାର ପତ୍ର, ସେହି ସଂସାର-ବୃକ୍ଷକୁ ଯେ ଜାଣେ, ସେ ସମସ୍ତ ବେଦର ଜ୍ଞାତା ।
ବିବେଚନ-
ସଂସାର ବୃକ୍ଷ ମଧ୍ୟ ଅବ୍ୟୟ। ଯାହାର ଅର୍ଥ ହେଉଛି ଅବିନାଶୀ, ଯାହା ନଷ୍ଟ ହୁଏ ନାହିଁ। ପ୍ରକୃତରେ କୋୖଣସି ଜିନିଷ ନଷ୍ଟ ହୁଏନାହିଁ, କେବଳ ନିଜର ରୂପ ପରିବର୍ତ୍ତନ କରେ। ଯେପରି ଗୋଟିଏ କାଗଜକୁ ଚିରିଲେ, ସଢ଼େଇଲେ ବା ଜଳେଇଲେ ତାହା ଆସନ, କାଦୁଅ ଓ ପାଉଁଶ ହ ହୋଇଯାଏ କିନ୍ତୁ ତାର ଅସ୍ତିତ୍ତ୍ୱ ଶେଷ ହୁଏନାହିଁ । ସେପରି ଆମର ଶରୀର ମୃତ୍ୟୁ ପରେ ପଞ୍ଚତତ୍ତ୍ୱ ରେ ମିଶିଯାଏ କିନ୍ତୁ ସେ ତତ୍ତ୍ୱ ଗୁଡିକ ନଷ୍ଟ ହୁଅନ୍ତିନାହିଁ, କେବଳ ରୂପ ପରିବର୍ତ୍ତନ ହୁଏ। ବ୍ରହ୍ମାଣ୍ଡ ଏହିପରି ଅବ୍ୟୟସ୍ୱରୂପ। ପୃଥିବୀ ର ଓଜନ ସର୍ବଦା ସ୍ଥିର ଥାଏ ନା କମୁଥାଏ ନା ବଢୁଥାଏ।
ସମଗ୍ର ବ୍ରହ୍ମାଣ୍ଡର ସୃଷ୍ଟି, ଉପରକୁ ମୂଳ ଓ ଶାଖାଗୁଡିକ ତଳ ଆଡକୁଥିବା ଗୋଟିଏ ଓଲଟାବୃକ୍ଷ ପରି ହୋଇଛି ବୋଲି ଶ୍ରୀ ଭଗବାନ କହିଛନ୍ତି। ସାଧାରଣତଃ ଗଛର ଚେର ମାଟି ଭିତରକୁ ଓ ଶାଖା ଗୁଡିକ ମାଟି ଉପରକୁ ଥାଏ।
ଗୋଟିଏ ଉଦାହରଣ ଦେଇ ଆମେ ଏହାକୁ ବୁଝାଇ ପାରିବା। ଯେପରି ଗୋଟିଏ ପିଲା ଦ୍ଵିତୀୟ ଶ୍ରେଣୀରେ ପଢୁଛି। ସେ ଯେତେବେଳେ ଦ୍ଵିତୀୟ ଶ୍ରେଣୀରୁ ତୃତୀୟ ଶ୍ରେଣୀକୁ ଯିବ ସେତେବେଳେ ତୃତୀୟ ଶ୍ରେଣୀର କୋଠରୀ ତୃତୀୟ ମହଲାରେ ହୋଇଥିବ ବୋଲି ମାନେ ନାହିଁ, ଏହା ସବୁଠାରୁ ତଳ ମହଲାରେ ହୋଇଥାଇପାରେ। ତଥାପି ସେ ପିଲା ଉପରକୁ ଯାଇଛି ବୋଲି ଆମେ କହିବା। ଅର୍ଥାତ ଦ୍ଵିତୀୟରୁ ତୃତୀୟ ଶ୍ରେଣୀକୁ ଗଲା।
ଶ୍ରୀଶଙ୍କରାଚାର୍ଯ୍ୟ କହିଛନ୍ତି ଯାହା ଶ୍ରେଷ୍ଠ ତାହାକୁ ଉର୍ଦ୍ଧ୍ୱ ମାନିବାକୁ ପଡିବ। ସ୍ୱାମୀ ରାମତୀର୍ଥଙ୍କର ଜୀବନୀରୁ ଏହି କଥା ଭଲ ଭାବରେ ଜାଣିହେବ।
ସ୍ୱାମୀ ରାମତୀର୍ଥ ଜଣେ ଅତି ଉତ୍ତମ ସାଧୁ ଓ ବିଦ୍ୱାନ ଥିଲେ। ସେ ସ୍ୱାମୀ ବିବେକାନନ୍ଦଙ୍କ ସମସାମୟିକ ଥିଲେ। ସେହି ଶତାବ୍ଦୀର ଅଦ୍ଵେତ ବେଦାନ୍ତ ର ଶ୍ରେଷ୍ଠ ପ୍ରବର୍ତ୍ତକ ମାନଙ୍କ ମଧ୍ୟରେ ସେ ଅନ୍ୟତମ ଥିଲେ। ସେ ପୂର୍ବରୁ ଲାହୋର ବିଶ୍ୱବିଦ୍ୟାଳୟ ରେ ଗଣିତରେ ଆଚାର୍ଯ୍ୟ ଥିଲେ। ମାତ୍ର ଛ’ ଟି ପ୍ରଶ୍ନରର ଉତ୍ତର କରିବାକୁ କୁହାଯାଇଥିଲେ ମଧ୍ୟ ସେ ଦଶମ ଶ୍ରେଣୀରେ ଦିଆଯାଇଥିବା ସମସ୍ତ ଦଶଟି ପ୍ରଶ୍ନର ଉତ୍ତର କରିଥିଲେ। ସେ ଉତ୍ତର ଖାତାରେ ଯେକୌଣସି ଛ’ ଟି ପ୍ରଶ୍ନର ଉତ୍ତର ଦେଖିବାକୁ ଲେଖି ଦେଇଥିଲେ । ତାଙ୍କର ଉତ୍ତର ଖାତା ତନଖି କରିବାପାଇଁ ଲଣ୍ଡନ କୁ ପଠା ଯାଇଥିଲା। ସେଠାରେ ଜଣାପଡିଲା ଯେ ପ୍ରଥମ ଥର ପାଇଁ ଏହି ଛାତ୍ର ଶହେରୁ ଶହେ ନମ୍ବର ରଖିଛନ୍ତି। ଏହା ତାଙ୍କର ପ୍ରଖର ଜ୍ଞାନର ପ୍ରମାଣ ଥିଲା। ସନ୍ୟାସ ଗ୍ରହଣ କରିବାପରେ ସେ ଆମେରିକାରେ ପ୍ରବଚନ ଦେବାକୁ ସ୍ଥିର କରିଲେ। ସେ ଜାହାଜରେ ବସିଥିବାବେଳେ ଆଉ ଜଣେ ରାଜା ସେ ଜାହାଜରେ ଯାଉଛନ୍ତି ବୋଲି ଘୋଷଣା ଶୁଣିଲେ। ଗୋଟିଏ ଜାହାଜରେ ଦୁଇଜଣ ସମ୍ରାଟ ଯାତ୍ରା କରିପାରିବେ ନାହିଁ କହି ସେ ନିଜର ଟିକଟ ରଦ୍ଦ କରିବାକୁ କହିଥିଲେ।
ତାଙ୍କ ପାଖରେ ଥିବା ଜିନିଷ, ଟଙ୍କା ଓ ସେ ଯିବାକୁ ଥିବା ସ୍ଥାନର ଠିକଣା ଜାହାଜରେ ରଖା ଯାଇଥିଲା ଯାହା ବାହାର କରିବା ଅସମ୍ଭବ ଥିଲା। ଶିଷ୍ୟ ମାନଙ୍କ ବାରଣ ସତ୍ୱେ ସେ ତା ପରଦିନ ଜିନିଷ, ଟଙ୍କା ଓ ଠିକଣା ବିନା ଏକାକୀ ଜଳଯାତ୍ରା ରେ ବାହାରିଗଲେ। ଚଉଦ ଦିନପରେ ସେ ଆମେରିକାରେ ପହଁଚିଲେ। ତାଙ୍କୁ ବନ୍ଦର ରେ ଏକୁଟିଆ ବସିଥିବାର ଦେଖି, ତାଙ୍କୁ କିଏ ନେବାକୁ ଆସିବେ କି ବୋଲି ଜାହାଜର କ୍ୟାପଟେନ ପ୍ରଶ୍ନ କରିଲେ। ସ୍ୱାମୀଜୀ ହଁ କରିଥିଲେ ଓ ତାଙ୍କୁ କ୍ୟାପଟେନ ଘରକୁ ନେବେ ନାହିଁ କି ବୋଲି ପଚାରିଥିଲେ। ଗଣିତରେ ଦକ୍ଷ ଥିବା କ୍ୟାପଟେନ ସ୍ୱାମୀଜୀଙ୍କର ବ୍ୟକ୍ତିତ୍ୱ ରେ ମୁଗ୍ଧ ହୋଇ ତାଙ୍କୁ ନିଜ ଘରକୁ ନେଇଯାଇଥିଲେ।
ରାତ୍ରି ଭୋଜନ ସମୟରେ କ୍ୟାପଟେନ୍ ଙ୍କର ଆଠ ନ ବର୍ଷ ର ପୁଅ ଏକ ଗଣିତର ସମାଧାନ ବୁଝି ନପାରିବାରୁ କ୍ୟାପଟେନ ତାକୁ ଭାରତରୁ ଆସିଥିବା ଗଣିତ ଆଚାର୍ଯ୍ୟ ସ୍ୱାମୀଜୀଙ୍କୁ ପଚାରିବାକୁ କହିଲେ।
ବାଳକର ପ୍ରଶ୍ନ ଥିଲା ‘ସରଳ ରେଖା କଣ?
ବାଳକର ପ୍ରଶ୍ନ ଥିଲା ‘ସରଳ ରେଖା କଣ?
ବାଳକ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହେବାର ଉତ୍ତର ଚାହୁଁଛି କି ପ୍ରକୃତ ଉତ୍ତର ଚାହୁଁଛି ବୋଲି ସ୍ୱାମୀଜୀ ପ୍ରଶ୍ନ କରିଲେ। ଏହି ପ୍ରଶ୍ନ ଶୁଣି କ୍ୟାପଟେନ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ ଓ ସେ ସମ୍ବନ୍ଧରେ ଭଲ ଭାବରେ ଜାଣିବାକୁ ଚାହିଁଲେ। ସ୍ୱାମୀଜୀ କହିଲେ ବହିରେ ଲେଖା ହୋଇଥିବା ପରିଭାଷା ଅସମ୍ପୂର୍ଣ୍ଣ, କିନ୍ତୁ ମିଥ୍ୟା ନୁହେଁ।
ଟେବଲ ଉପରେ ଦୁଇଟି ବିନ୍ଦୁ ଦେଇ ସେ କ୍ୟାପଟେନଙ୍କୁ ଯୋଡିବାକୁ କହିଲେ। ତାପରେ ସେ ଚଟ୍ଟାଣ, ଓ ପୃଥିବୀ ବିଷୟରେ ପଚାରିଲେ। ଶେଷକୁ ସେ ସରଳ ରେଖାକୁ କଳ୍ପନାରେ ଅନନ୍ତ ପର୍ଯ୍ୟନ୍ତ ବଢେଇବାପାଇଁ କ୍ୟାପଟେନଙ୍କୁ କହିଲେ । ଯଦି ଆକାଶରୁ ଦେଖାଯାଏ ତେବେ ସରଳରେଖା ସିଧା ଦେଖାଯିବ ନା ତାହା ଗୋଲ ହେଇଯିବ। ପୃଥିବୀ ଗୋଲ ହୋଇଥିବାରୁ ରେଖା ଗୋଲ ହୋଇଯିବ ବୋଲି କ୍ୟାପଟେନ ସ୍ୱୀକାର କରିଲେ। ତଳ ସ୍ତରରେ ଜ୍ଞାନ ସିଧା ଓ ସମ୍ପୂର୍ଣ୍ଣ ବୋଲି ଜଣାପଡେ, କିନ୍ତୁ ଅନନ୍ତ ବ୍ରହ୍ମାଣ୍ଡ ଆଗରେ ସେ ଜ୍ଞାନ ସିଦ୍ଧ ଓ ସମ୍ପୂର୍ଣ୍ଣ ନୁହେଁ। ଏହି କଥାରେ କ୍ୟାପଟେନ ଅତି ପ୍ରଭାବିତ ହୋଇ ନ୍ୟୁୟର୍କ ବିଶ୍ୱବିଦ୍ୟାଳୟରେ ଆଚାର୍ଯ୍ୟ ଥିବା ତାଙ୍କର ବନ୍ଧୁଙ୍କୁ ନିମନ୍ତ୍ରଣ କରିଲେ। ପରେ ସେ ଅନ୍ୟ ଅଧ୍ୟାପକ ମାନଙ୍କୁ ଏକତ୍ର କରିଲେ। ସ୍ୱାମୀ ରାମତୀର୍ଥ ସେମାନଙ୍କ ଆଗରେ `ଶୂନ’ ର ମହତ୍ତ୍ୱ ସିଦ୍ଧ କରି ଅନ୍ୟାନ୍ୟ ଭୌତିକ ଜ୍ଞାନକୁ ଅସମ୍ପୂର୍ଣ୍ଣ ବୋଲି ଜଣେଇଲେ। ଏହି ଘଟଣା ପରେ ଆଗକୁ ସାତ ଦିନ ପର୍ଯ୍ୟନ୍ତ ଆମେରିକାର ବିଭିନ୍ନ ସ୍ଥାନରେ ସ୍ୱାମୀ ‘ଶୂନ `ଉପରେ ଭାଷଣ ଦେଲେ।ତାଙ୍କର ଏହି ଅସାଧାରଣ ଜ୍ଞାନ ପାଇଁ ଆମେରିକରେ ପହଂଚିବାର ବାର ଦିନ ପରେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ରୁଜବେଲ୍ଟଙ୍କ ସହିତ ତାଙ୍କୁ ରାତ୍ରିଭୋଜନ କରିବାର ନିମନ୍ତ୍ରଣ ପ୍ରାପ୍ତ ହେଲା। ଏହା ତାଙ୍କ ଆଧ୍ୟାତ୍ମିକ ଜ୍ଞାନର ପ୍ରତ୍ୟକ୍ଷ ପ୍ରମାଣ ଥିଲା।
ଟେବଲ ଉପରେ ଦୁଇଟି ବିନ୍ଦୁ ଦେଇ ସେ କ୍ୟାପଟେନଙ୍କୁ ଯୋଡିବାକୁ କହିଲେ। ତାପରେ ସେ ଚଟ୍ଟାଣ, ଓ ପୃଥିବୀ ବିଷୟରେ ପଚାରିଲେ। ଶେଷକୁ ସେ ସରଳ ରେଖାକୁ କଳ୍ପନାରେ ଅନନ୍ତ ପର୍ଯ୍ୟନ୍ତ ବଢେଇବାପାଇଁ କ୍ୟାପଟେନଙ୍କୁ କହିଲେ । ଯଦି ଆକାଶରୁ ଦେଖାଯାଏ ତେବେ ସରଳରେଖା ସିଧା ଦେଖାଯିବ ନା ତାହା ଗୋଲ ହେଇଯିବ। ପୃଥିବୀ ଗୋଲ ହୋଇଥିବାରୁ ରେଖା ଗୋଲ ହୋଇଯିବ ବୋଲି କ୍ୟାପଟେନ ସ୍ୱୀକାର କରିଲେ। ତଳ ସ୍ତରରେ ଜ୍ଞାନ ସିଧା ଓ ସମ୍ପୂର୍ଣ୍ଣ ବୋଲି ଜଣାପଡେ, କିନ୍ତୁ ଅନନ୍ତ ବ୍ରହ୍ମାଣ୍ଡ ଆଗରେ ସେ ଜ୍ଞାନ ସିଦ୍ଧ ଓ ସମ୍ପୂର୍ଣ୍ଣ ନୁହେଁ। ଏହି କଥାରେ କ୍ୟାପଟେନ ଅତି ପ୍ରଭାବିତ ହୋଇ ନ୍ୟୁୟର୍କ ବିଶ୍ୱବିଦ୍ୟାଳୟରେ ଆଚାର୍ଯ୍ୟ ଥିବା ତାଙ୍କର ବନ୍ଧୁଙ୍କୁ ନିମନ୍ତ୍ରଣ କରିଲେ। ପରେ ସେ ଅନ୍ୟ ଅଧ୍ୟାପକ ମାନଙ୍କୁ ଏକତ୍ର କରିଲେ। ସ୍ୱାମୀ ରାମତୀର୍ଥ ସେମାନଙ୍କ ଆଗରେ `ଶୂନ’ ର ମହତ୍ତ୍ୱ ସିଦ୍ଧ କରି ଅନ୍ୟାନ୍ୟ ଭୌତିକ ଜ୍ଞାନକୁ ଅସମ୍ପୂର୍ଣ୍ଣ ବୋଲି ଜଣେଇଲେ। ଏହି ଘଟଣା ପରେ ଆଗକୁ ସାତ ଦିନ ପର୍ଯ୍ୟନ୍ତ ଆମେରିକାର ବିଭିନ୍ନ ସ୍ଥାନରେ ସ୍ୱାମୀ ‘ଶୂନ `ଉପରେ ଭାଷଣ ଦେଲେ।ତାଙ୍କର ଏହି ଅସାଧାରଣ ଜ୍ଞାନ ପାଇଁ ଆମେରିକରେ ପହଂଚିବାର ବାର ଦିନ ପରେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ରୁଜବେଲ୍ଟଙ୍କ ସହିତ ତାଙ୍କୁ ରାତ୍ରିଭୋଜନ କରିବାର ନିମନ୍ତ୍ରଣ ପ୍ରାପ୍ତ ହେଲା। ଏହା ତାଙ୍କ ଆଧ୍ୟାତ୍ମିକ ଜ୍ଞାନର ପ୍ରତ୍ୟକ୍ଷ ପ୍ରମାଣ ଥିଲା।
ଶରୀର ମଧ୍ୟ ଏହିପରି। ହାତ, ଗୋଡ କାଟିଗଲେ ମଧ୍ୟ ଶରୀର ଜୀବିତ ରହିପାରେ କିନ୍ତୁ ମୁଣ୍ଡ କଟିଗଲେ ଶରୀର ଜୀବିତ ରହିପାରିବନାହିଁ। ଆମର ମୂଳ ଉପର ଆଡକୁ ଅଛି, ତେଣୁ ମୁଣ୍ଡ କଟିଗଲେ ଅନ୍ତ ହୋଇଯାଏ।
ଅଶ୍ୱତ୍ଥମ ରେ `ଶ୍ୱ’ର ଅର୍ଥ ଆସନ୍ତା କାଲି । ଏହି ସଂସାର ପ୍ରତ୍ୟେକ ମୁହୂର୍ତ୍ତରେ ବଦଳୁଥାଏ। ଯାହା ଆଜି ଅଛି ତାହା ଆସନ୍ତାକାଲି କୁ ନଥିବ ।
संसरति इति संसार:
ଗୋଟିଏ କ୍ଷଣ ରେ ସଂସାର ଯେମିତି ଥିଲା ତାହା ବର୍ତ୍ତମାନ ସେହିପରି ନାହିଁ ବା ଆଉ ଗୋଟିଏ କ୍ଷଣ ପରେ ନ ଥିବ। ପବନର ଗତି ନଥିଲେ ମଧ୍ୟ ଅଶ୍ଵତ୍ଥ ବୃକ୍ଷର ପତ୍ର ହାଲୁଥାଏ। ବୃକ୍ଷର ପତ୍ର ଗୁଡିକୁ ଗଣିହେବନାହିଁ। ତାହା ଅଗଣିତ।
ସଂସାର ବୃକ୍ଷ ମଧ୍ୟ ଅବ୍ୟୟ। ଯାହାର ଅର୍ଥ ହେଉଛି ଅବିନାଶୀ, ଯାହା ନଷ୍ଟ ହୁଏ ନାହିଁ। ପ୍ରକୃତରେ କୋୖଣସି ଜିନିଷ ନଷ୍ଟ ହୁଏନାହିଁ, କେବଳ ନିଜର ରୂପ ପରିବର୍ତ୍ତନ କରେ। ଯେପରି ଗୋଟିଏ କାଗଜକୁ ଚିରିଲେ, ସଢ଼େଇଲେ ବା ଜଳେଇଲେ ତାହା ଆସନ, କାଦୁଅ ଓ ପାଉଁଶ ହ ହୋଇଯାଏ କିନ୍ତୁ ତାର ଅସ୍ତିତ୍ତ୍ୱ ଶେଷ ହୁଏନାହିଁ । ସେପରି ଆମର ଶରୀର ମୃତ୍ୟୁ ପରେ ପଞ୍ଚତତ୍ତ୍ୱ ରେ ମିଶିଯାଏ କିନ୍ତୁ ସେ ତତ୍ତ୍ୱ ଗୁଡିକ ନଷ୍ଟ ହୁଅନ୍ତିନାହିଁ, କେବଳ ରୂପ ପରିବର୍ତ୍ତନ ହୁଏ। ବ୍ରହ୍ମାଣ୍ଡ ଏହିପରି ଅବ୍ୟୟସ୍ୱରୂପ। ପୃଥିବୀ ର ଓଜନ ସର୍ବଦା ସ୍ଥିର ଥାଏ ନା କମୁଥାଏ ନା ବଢୁଥାଏ।
“छन्दांसि यस्य पर्णानि,”
ଏହି ସଂସାର ବୃକ୍ଷର ପତ୍ର ହେଉଛି ବେଦ। ଯେପରି ଗଛର ଅଗଣିତ ପତ୍ର ଥାଏ ସେପରି ଜ୍ଞାନ ଅନନ୍ତ। କିଏ ବି ସବୁକିଛି ଜାଣିଛି ବୋଲି ଦୃଢ ଭାବରେ କହିପାରିବନାହିଁ।
“यस्तं वेद स वेदवित्”-
ଯିଏ ଏହି ସଂସାର ବୃକ୍ଷର ପ୍ରକୃତ ରୂପକୁ ଜାଣନ୍ତି ସେ ବେଦ କୁ ଜାଣନ୍ତି। ଜ୍ଞାନର ମଧ୍ୟ ବିବିଧ ଶ୍ରେଣୀ ଅଛି।
ଚେନ୍ନାଇ ରେ ଗୋଟେ ପ୍ରବଚନ ସମୟରେ ଜଣେ ସାନପିଲା ଇଂରାଜୀ ଖବରକାଗଜ ଧରି ବସିଥିଲା। ସେ ଇଂରାଜୀ ଖବରକାଗଜ ପଢ଼ିପାରେ କି ନାହିଁ ବୋଲି ସ୍ୱାମୀଜୀ ତାକୁ ପଚାରିଲେ। ପିଲାଟି ପଢ଼ିପାରେ ବୋଲି କହିବାରୁ ସ୍ୱାମୀଜୀ ତାକୁ ପଢି ଶୁଣେଇବାକୁ କହିଲେ। ପିଲାଟି ଦି ଟାଇମ୍ସ ର ଅକ୍ଷର ଗୁଡିକୁ ପଢିଲା। ସେ ଅକ୍ଷର ତ ଚିହ୍ନି ଥିଲା କିନ୍ତୁ ଶବ୍ଦର ଅର୍ଥ ଜାଣି ନ ଥିଲା।
ସେ ବର୍ଣ୍ଣମାଳା ଶିଖିଥିବାରୁ ଅକ୍ଷର ଗୁଡିକୁ ପଢ଼ିପାରେ । ଟି,ଏଚ୍, ଇ,ଟି,ଆଉ,ଏମ,ଏସ THE TIMEs,ତାକୁ ଶବ୍ଦ କହିବା ଆସିବ । କିନ୍ତୁ ଦି ଟାଇମ୍ସ ବୋଲି ପଢିପାରିବ ନାହି । କାରଣ ତାକୁ ଶବ୍ଦ ଗଢିବା ଶିକ୍ଷା ଦିଆଯାଇନାହିଁ। ବର୍ତ୍ତମାନ ପ୍ରଶ୍ନ ଆସୁଛି ସେ ପିଲାଟି ପଢୁଛି କି ନାହିଁ? ଯଦି ପଢୁଛି, କିନ୍ତୁ ଯେଉଁ ଅର୍ଥରେ ପ୍ରଶ୍ନ କରାଯାଉଛି ସେହି ଅର୍ଥରେ ସେ ପଢୁଛି କି?
ସ୍ୱାମୀଜୀଙ୍କ ଅନୁଯାୟୀ ସେ ପିଲାଟି ପଢିଜାଣେ ନାହିଁ। ଶ୍ରୀମଦଭଗବତ ଗୀତା କୁ ଜାଣିଛ କି? ଏହି ପ୍ରଶ୍ନ ପଚାରିଲେ ସେ ଉତ୍ତର ଦବ, ହଁ ସିନେମାରେ ଦେଖିଛି, ସେଥିରେ ହାତ ରଖି ପ୍ରତିଜ୍ଞା କରାଯାଏ। ସେଥିରେ କଣ ଲେଖା ହୋଇଛି ମୁଁ ଜାଣେନାହିଁ। ଆଉ ଜଣକୁ ପଚାରିଥିଲି, ସେ ଜାଣିଛନ୍ତି ବୋଲି କହିଲେ। ସେ ଲର୍ନ ଗୀତା ରେ ପଢ଼ିଛନ୍ତି, କିନ୍ତୁ ଏଥିରେ କେତୋଟି ଶ୍ଳୋକ ଅଛି ଜାଣିନାହାନ୍ତି। ଆଉ ଜଣକୁ ପଚାରିଥିଲି, ସେ ଗୀତା ଶିକ୍ଷା କରିଛନ୍ତି ବୋଲି କହିଲେ କିନ୍ତୁ ସେ ଶ୍ଳୋକର ଅର୍ଥ ଜାଣନ୍ତିନି। ଏହିପରି ଗୀତା ସମସ୍ତେ ଜାଣନ୍ତି କିନ୍ତୁ ଏହାର ଜ୍ଞାନ କାହାର ନାହିଁ ।
ଏଥିରୁ ଏହା ଜଣାପଡେ ଯେ ‘ଜାଣିବା` ନିଜ ନିଜର ବୁଝିବାର ସ୍ତର ଉପରେ ନିର୍ଭର କରେ। ପ୍ରକୃତରେ ସେ ହେଉଛନ୍ତି ଜ୍ଞାନୀ ଯିଏ ଜ୍ଞାନର ଗୁଢ଼ ଅର୍ଥକୁ ବୁଝନ୍ତି ।
ଅଧଶ୍ଚୋର୍ଦ୍ଧ୍ୱଂ(ମ୍) ପ୍ରସୃତାସ୍ତସ୍ୟ ଶାଖା,
ଗୁଣପ୍ରବୃଦ୍ଧା ବିଷୟପ୍ରବାଲାଃ।
ଅଧଶ୍ଚ ମୂଲାନ୍ୟନୁସନ୍ତତାନି,
କର୍ମାନୁବନ୍ଧୀନି ମନୁଷ୍ୟଲୋକେ।।୨।।
ସେହି ସଂସାର-ବୃକ୍ଷର ନିମ୍ନଭାଗ, ମଧ୍ୟଭାଗ ଓ ଉପରିଭାଗ ସର୍ବତ୍ର, ତ୍ରିଗୁଣ ଦ୍ବାରା ବୃଦ୍ଧିପ୍ରାପ୍ତ ତଥା ବିଷୟରୂପୀ କୋମଳ ପତ୍ରଯୁକ୍ତ ଶାଖାମାନ ବ୍ୟାପି ରହିଛି । ମର୍ତ୍ତ୍ୟଲୋକରେ କର୍ମାନୁସାରେ ବନ୍ଧନରେ ପକାଉଥିବା ମୂଳଗୁଡିକ ମଧ୍ୟ ଅଧଃଲୋକ ଓ ଉର୍ଦ୍ଧ୍ବଲୋକ ସର୍ବତ୍ର ପରିବ୍ୟାପ୍ତ ହୋଇଛି ।
ବିବେଚନ:
ଏହି ବୃକ୍ଷ ହେଉଛି ଓଲଟା, ଏହାର ମୂଳ ଉପରକୁ ରହିଛି। ମୂଳରେ ରହିଛନ୍ତି ପରମାତ୍ମା, ତାଙ୍କୁ ଆମେ ନିରାକାର ଓଁ, ଅଥବା ଭଗବାନ, ଇଷ୍ଟ ଦେବତା କହିପାରୁ, କିନ୍ତୁ ମୂଳରେ ରହିଛନ୍ତି କେବଳ ସେ। ବ୍ରହ୍ମା ହେଉଛନ୍ତି ଏହି ବୃକ୍ଷର ମୁଖ୍ୟ ଡାଳ। ତାଙ୍କରି ଠାରୁ ତିନି ଗୁଣ, ସତ୍ତ୍ଵ, ରଜ ଓ ତମକୁ ନେଇ ସମ୍ପୂର୍ଣ ସୃଷ୍ଟି ରଚନା ହୋଇଛି।
ଏହି ବୃକ୍ଷ ହେଉଛି ଓଲଟା, ଏହାର ମୂଳ ଉପରକୁ ରହିଛି। ମୂଳରେ ରହିଛନ୍ତି ପରମାତ୍ମା, ତାଙ୍କୁ ଆମେ ନିରାକାର ଓଁ, ଅଥବା ଭଗବାନ, ଇଷ୍ଟ ଦେବତା କହିପାରୁ, କିନ୍ତୁ ମୂଳରେ ରହିଛନ୍ତି କେବଳ ସେ। ବ୍ରହ୍ମା ହେଉଛନ୍ତି ଏହି ବୃକ୍ଷର ମୁଖ୍ୟ ଡାଳ। ତାଙ୍କରି ଠାରୁ ତିନି ଗୁଣ, ସତ୍ତ୍ଵ, ରଜ ଓ ତମକୁ ନେଇ ସମ୍ପୂର୍ଣ ସୃଷ୍ଟି ରଚନା ହୋଇଛି।
ଦେବ ଯୋନି ଉର୍ଦ୍ଧ୍ୱ ଆଡ଼କୁ, ତୀର୍ଯକ୍ ଯୋନି ନିମ୍ନ ଆଡ଼କୁ ରହିଛି ଏବଂ ମଝିରେ ରହିଛି ମନୁଷ୍ୟ ଯୋନି। ଅନନ୍ତ ସୃଷ୍ଟିର ବିସ୍ତାର ଏହି ତିନି ଗୁଣର ଆଧାରରେ ହୋଇଛି।
ଦୁଇ ଜଣ ମଣିଷ ଏକା ପରି ନୁହନ୍ତି। ସମସ୍ତଙ୍କ ଆଙ୍ଗୁଠି ଚିହ୍ନ, ରେଟିନା, ସମସ୍ତଙ୍କ ସ୍ଵଭାବ, ସମସ୍ତଙ୍କ ରଙ୍ଗ ରୂପ, ସମସ୍ତଙ୍କ କଥା କହିବାର ଶୈଳୀ ଭିନ୍ନ ଭିନ୍ନ ଅଟେ। କେବଳ ମଣିଷ ନୁହେଁ, ଚଉରାଶି ଲକ୍ଷ ଯୋନିରେ ଅସଂଖ୍ୟ ଜୀବ ଜନ୍ତୁ ସମସ୍ତେ ଅନ୍ୟ ଠାରୁ ଭିନ୍ନ ଅଟନ୍ତି ।
ଚଉଦ ଭୁବନ, ସାତ ଗୋଟି ଉର୍ଦ୍ଧ୍ୱ ଲୋକ ଓ ସାତ ଗୋଟି ଅଧୋଲୋକ ରହିଛି।
ଉର୍ଦ୍ଧ୍ୱ ଲୋକ ଗୁଡ଼ିକ ହେଉଛନ୍ତି, - ସତ୍ୟ ଲୋକ, ତାପସ ଲୋକ, ଜନ ଲୋକ, ମହ ଲୋକ, ସ୍ଵ:ଲୋକ, ଭୁବ ଲୋକ, ଭୂ: ଲୋକ।
ଉର୍ଦ୍ଧ୍ୱ ଲୋକ ଗୁଡ଼ିକ ହେଉଛନ୍ତି, - ସତ୍ୟ ଲୋକ, ତାପସ ଲୋକ, ଜନ ଲୋକ, ମହ ଲୋକ, ସ୍ଵ:ଲୋକ, ଭୁବ ଲୋକ, ଭୂ: ଲୋକ।
ଅଧ ଲୋକ ଗୁଡ଼ିକ ହେଉଛନ୍ତି, - ଅତଳ, ବିତଳ, ସୂତଳ, ରସାତଳ, ତଲାତଳ, ମହାତଳ, ପାତାଳ।
ଚାରି ପ୍ରକାର ଯୋନି:
ଜରାୟୁଜ: ଯେଉଁ ମାନେ ମାତା ଗର୍ଭରୁ ଜନ୍ମ ନିଅନ୍ତି ।
ଅଣ୍ଡଜ: ଯେଉଁ ମାନେ ଅଣ୍ଡାରୁ ଜନ୍ମ ନିଅନ୍ତି ।
ଉଦ୍ଭିଜ: ଯେଉଁ ମାନେ ବିଜ ଅଥବା ଗଛରୁ ଉତ୍ପନ୍ନ ହୁଅନ୍ତି।
ସ୍ୱେଦଜ: ଯେଉଁମାନେ ସ୍ୱେଦରୁ ଉତ୍ପନ୍ନ ହୋଇଛନ୍ତି।
ଏମାନଙ୍କ ଭିତରୁ କେହି ଗୋଟିଏ ତତ୍ତ୍ଵରୁ ଉତ୍ପନ ହୋଇଛନ୍ତି ଅଥବା ଦୁଇଟି ତତ୍ତ୍ୱରୁ। ମନୁଷ୍ୟ ପାଞ୍ଚ ଗୋଟି ତତ୍ତ୍ଵରୁ ଉତ୍ପନ୍ନ ହୋଇଛି, ଏବଂ ଦେବ ଯୋନି ପ୍ରକାଶ ତତ୍ତ୍ୱରୁ ନିର୍ମିତ। ବାୟୁ ତତ୍ତ୍ୱରୁ ଭୁତ ପ୍ରେତ ଯୋନିର ନିର୍ମାଣ ହୋଇଛି।
ଦୁଇ ପାଦରେ ଚାଲୁଥିବା ଜୀବ ହୁଅନ୍ତୁ ଅଥବା ଚାରି ପାଦରେ ଚାଲୁଥିବା, ଛଅ ପାଦରେ ଚାଲୁଥିବା ଜୀବ, ଉଡୁଥିବା ପକ୍ଷୀ, ଜୀବାଣୁ, ଭୁତାଣୁ, ସମସ୍ତେ ସେହି ତିନି ଗୁଣର ସଂଯୋଗରେ ଉତ୍ପନ୍ନ ହୋଇଛନ୍ତି।
ଦେବ ଯୋନି ଉର୍ଦ୍ଧ୍ୱ ଆଡ଼କୁ, ମନୁଷ୍ୟ ଯୋନି ମଝିରେ, ଓ ତୀର୍ଯକ ଯୋନି ତଳ ଆଡ଼କୁ, ଯେଉଁଥିରେ କୀଟ ପତଙ୍ଗ , ଭୁତ ପ୍ରେତ ରହିଛନ୍ତି। ଜୀବାତ୍ମା ଏହି ଚଉରାଶି ଲକ୍ଷ ଯୋନିରେ ଘୁରି ବୁଲୁଥାଏ।
ନିମ୍ନୋକ୍ତ ତିନି କାରଣରୁ ଜୀବ କର୍ମ ବନ୍ଧନରେ ବାନ୍ଧି ହୋଇଯାଏ -
ଅହଂ ଭାବ: ନିଜକୁ ଅନ୍ୟଠାରୁ ଶ୍ରେଷ୍ଠ , ଅଧିକ ଯୋଗ୍ୟ ଅଥବା ବଡ ବୋଲି ଭାବିବା ଦ୍ୱାରା ଅହଙ୍କାର ଉତ୍ପନ୍ନ ହୋଇଥାଏ , ତାହା ଦ୍ୱାରା ଅନ୍ୟ ପ୍ରତି ଉପେକ୍ଷା ଭାବ ଆସିଥାଏ।
ମମତା: କୌଣସି ବସ୍ତୁ, ବିଚାର କିମ୍ବା ବ୍ୟକ୍ତି ପ୍ରତି ଅତ୍ୟଧିକ ଆସକ୍ତି, ମୋହ ଭାବ।
ବାସନା: ବିଷୟ ଏବଂ ଭୋଗକୁ ବାରମ୍ବାର ଅନୁଭବ କରିବାର ପ୍ରବୃତ୍ତି, ଯାହାଦ୍ଵାରା କାମନାର ନିରନ୍ତର ପ୍ରବାହ ସୃଷ୍ଟି ହୋଇଥାଏ।
ଯେତେବେଳେ ଏହି ତିନିଗୋଟି ଏକ ସାଥିରେ କାର୍ଯ୍ୟ କରନ୍ତି, ତେବେ ଜୀବ ବାରମ୍ବାର ସେହି ପରିସ୍ଥିତିରେ ପଡ଼ିଥାଏ, ନୂଆ ନୂଆ କର୍ମରେ ବାନ୍ଧି ହୋଇଯାଏ ଓ ମୁକ୍ତି ଠାରୁ ଦୂରେଇ ଯାଏ।
ଶବ୍ଦ, ସ୍ପର୍ଶ, ରୂପ, ଗନ୍ଧ, ଓ ରସ , ଏହି ପାଞ୍ଚ ପ୍ରକାର ବିକାରରେ ମନୁଷ୍ୟର ମନ ବନ୍ଧନରେ ପଡେ। ଏହାକୁ ଭଗବାନ ବିଷୟପ୍ରବାଲା ବୋଲି କହିଛନ୍ତି। ଏହି କର୍ମ ବନ୍ଧନ କାରଣରୁ ମନୁଷ୍ୟ ବାରମ୍ବାର ଜନ୍ମ ନେଇଥାଏ ଓ ବାରମ୍ବାର ମୃତ୍ୟୁ ଲଭେ। ଏହି କ୍ରମ ଚକ୍ରବତ୍ ଏହିଭଳି ଚାଲିଥାଏ।
ଶ୍ରୀ ଭଗବାନ କହୁଛନ୍ତି , ହେ ଅର୍ଜୁନ! ମୁଁ ଯେଉଁ ଉଦାହରଣ ଦେଇଛି ତାକୁ ତୁମେ ଠିକ୍ ସେଭଳି ଭାବରେ ମାନି ନିଅ ନାହିଁ।
ନ ରୂପମସ୍ୟେହ ତଥୋପଲଭ୍ୟତେ,
ନାନ୍ତୋ ନ ଚାଦିର୍ନ ଚ ସମ୍ପ୍ରତିଷ୍ଠା।
ଅଶ୍ୱତ୍ଥମେନଂ(ମ୍) ସୁବିରୂଢମୂଲମ୍,
ଅସଙ୍ଗଶସ୍ତ୍ରେଣ ଦୃଢେନ ଛିତ୍ତ୍ୱା।।୩।।
ଏହି ସଂସାର-ବୃକ୍ଷର ରୂପ ଯେପରି ଦୃଶ୍ୟ ହୁଏ, ବିଚାର କଲେ ସେପରି ଉପଲବ୍ଧ ହୁଏ ନାହିଁ, କାରଣ ଏହାର ଆଦି ନାହିଁ , ଅନ୍ତ ନାହିଁ କି ସ୍ଥିତି ମଧ୍ୟ ନାହିଁ । ଏଣୁ ସୁଦୃଢ ମୂଳବିଶିଷ୍ଟ ଏହି ସଂସାରରୂପୀ ଅଶ୍ବତ୍ଥବୃକ୍ଷକୁ ଦୃଢ ଅସଙ୍ଗତାରୂପୀ ଶସ୍ତ୍ର ଦ୍ବାରା ଛେଦନ କରି।
ବିବେଚନ:
ଭଗବାନ ପଶାପାଲି ଭଳି ଖେଳ ସୃଷ୍ଟି କରି ଦେଇଛନ୍ତି। ଗୋଟିଏ ସୁନ୍ଦର ଭଜନରେ କୁହା ଯାଇଛି,
ରାଜା ଜନକ କହିଲେ ଆପଣଙ୍କ ପ୍ରଥମ ପ୍ରଶ୍ନର ଉତ୍ତର ମିଳିଗଲା। ଶୁକଦେବ ଆଶ୍ଚର୍ଯ୍ୟ ହୋଇ ପଚାରିଲେ ମୁଁ ତ କୌଣସି ପ୍ରଶ୍ନ ପଚାରି ନାହିଁ। ତେବେ ଉତ୍ତର କିପରି?
ଭଗବାନ ପଶାପାଲି ଭଳି ଖେଳ ସୃଷ୍ଟି କରି ଦେଇଛନ୍ତି। ଗୋଟିଏ ସୁନ୍ଦର ଭଜନରେ କୁହା ଯାଇଛି,
ऊपर वाला पासे फेंके, नीचे चलते दाॉंव,
कभी धूप कभी छाॅंव, कभी धूप कभी छाॅंव।
ଅହଂ ଭାବ: ନିଜକୁ ବିଶେଷ ବ୍ୟକ୍ତି ବୋଲି ମାନିନେବା ।
ମମତା: କୌଣସି ବ୍ୟକ୍ତି କିମ୍ବା ବସ୍ତୁକୁ ନିଜର ବୋଲି ଭାବିନେବା।ଏ ମୋର ବନ୍ଧୁ, ତାଙ୍କ ବିନା ମୁଁ ରହି ପାରିବି ନାହିଁ। ଅମୁକ ଲୋକ ସହିତ କଥା ହେବା ପାଇଁ ଭଲ ଲାଗେ ନାହିଁ, ମୁଁ ତାଙ୍କ ସହିତ କଥା ହେବି ନାହିଁ। ମୋର ବନ୍ଧୁ, ମୋର ପତ୍ନୀ, ମୋର ପରିବାର, ଏ ସବୁ ବିଚାର ମମତାର ବନ୍ଧନ ଅଟେ।
ବାସନା: ଏମିତି ଭାବିବା ଯେ ନିର୍ଦ୍ଧିଷ୍ଟ ବ୍ୟକ୍ତି ବିନା ବଞ୍ଚିବା ସମ୍ଭବ ନୁହେଁ। ଜୀବନରେ ଯାହା କିଛି ଭୋଗ କଲେ, ସେ ସବୁ ବିନା ଜୀବନ ସମ୍ଭବ ନୁହେଁ।ଆଲୁଅ ବିନା ମୋର ନିଦ ହୁଏ ନାହିଁ। ଏ ସବୁ ହେଉଛି ବାସନା।ଶ୍ରୀ ଭଗବାନ କହୁଛନ୍ତି ଏ ସବୁ ତ୍ୟାଗ ନ କଲେ ସଂସାର ଚକ୍ରରୁ ମୁକ୍ତି ସମ୍ଭବ ନୁହେଁ।
असङ्गशस्त्रेण दृढेन छित्त्वा-
ଏହି ବନ୍ଧନକୁ ଦୃଢ଼ ଅସଂଗ ଶସ୍ତ୍ର ଦ୍ୱାରା କାଟିବାକୁ ହେବ। ଏହି ସନ୍ଦର୍ଭରେ ଗୋଟିଏ ସୁନ୍ଦର କଥା ରହିଛି।
ଶୁକଦେବ ମହାରାଜ ମହର୍ଷି ବ୍ୟାସଦେବଙ୍କ ପୁତ୍ର ଥିଲେ। ବାଲ୍ୟ କାଳରୁ ହିଁ ସେ ପରମ ବୈରାଗୀ ଥିଲେ। ସବୁ ବେଳେ ବିଷୟ ବାସନା ରୁ ଦୂରରେ ରହିଥିଲେ। ଦୀର୍ଘ ସମୟ ତପସ୍ୟା କଲାପରେ ତାଙ୍କ ମନରେ ଯେତେବେଳେ କିଛି ଅହଂ ଭାବ ଜାତ ହେଲା, ସେ ବେଦବ୍ୟାସ ମୁନିଙ୍କୁ ଗୋଟିଏ ପ୍ରଶ୍ନ ପଚାରିଲେ।
ବେଦବ୍ୟାସ ମୁନି କହିଲେ, ମୁଁ ବର୍ତ୍ତମାନ କିଛି ବ୍ୟସ୍ତ ଅଛି। ତୁମେ ମିଥିଳା ଚାଲିଯାଅ। ସେଠାରେ ରାଜା ଜନକ ତୁମ ପ୍ରଶ୍ନର ଉତ୍ତର ଦେଇ ଦେବେ।
ଏହା ଶୁଣି ଶୁକ ଦେବ କହିଲେ, “ ମୁଁ ଜଣେ ବ୍ରହ୍ମଚାରୀ। ରାଜା ଜନକ ଜଣେ ଗୃହସ୍ଥ। ମୁଁ ତାଙ୍କ ଠାରୁ କିଭଳି ଉତ୍ତର ପାଇ ପାରିବି? ଆପଣ ଆସନ୍ତା କାଲି ମୋତେ ଉତ୍ତର କହି ଦିଅନ୍ତୁ।"
ବେଦବ୍ୟାସ କହିଲେ “ ତୁମେ ଆଜି ହିଁ ମିଥିଳା ଯାଇ ନିଜ ପ୍ରଶ୍ନର ସମାଧାନ ଖୋଜ।”
ଶୁକଦେବଙ୍କୁ ଏହା ଭଲ ଲାଗିଲା ନାହିଁ। ସେ ମନେ ମନେ ଭାବିଲେ ଯେ ମୁଁ ଏତେ ବଡ ସନ୍ୟାସୀ, ଏ ପର୍ଯ୍ୟନ୍ତ ମୁଁ କୌଣସି ବିଷୟ ବାସନାର ସ୍ଵାଦ ନେଇ ନାହିଁ , କୌଣସି ନଗର ମଧ୍ୟକୁ ଯାଇ ନାହିଁ, ଆଉ ଆଜି ମୋତେ ଜଣେ ଗୃହସ୍ଥ ରାଜାଙ୍କ ଠାରୁ ଜ୍ଞାନ ଆହରଣ କରିବାକୁ ହେବ। ଏହା ମୋ ପାଇଁ ବହୁତ ବଡ ଅପମାନ। କିନ୍ତୁ ଯେହେତୁ ପିତାଙ୍କ ଆଜ୍ଞା, ସେ ପୁଣି ବେଦବ୍ୟାସ ମୁନିଙ୍କ ଆଜ୍ଞା, ତେଣୁ ପାଳିବାକୁ ହେବ। ସେ କିଛିଦିନ ପଦବ୍ରଜରେ ମିଥିଳା ନଗରୀରେ ଯାଇ ପହଞ୍ଚିଲେ। ଦ୍ଵାରପାଳଙ୍କୁ ଯାଇ ପଚାରିଲେ, ରାଜା କେଉଁଠି ଅଛନ୍ତି। ଦ୍ଵାରପାଳ କହିଲେ ରାଜ ମହଲ ଭିତରେ ଅଛନ୍ତି। ଦ୍ଵାରପାଳ ତାଙ୍କୁ ନିଜର କିଛି ପରିଚୟ ଦେବାକୁ ଅନୁରୋଧ କଲେ କାରଣ ବିନା ପରିଚୟରେ ରାଜା କାହାକୁ ସାକ୍ଷାତ କରନ୍ତି ନାହିଁ।
ଶୁକଦେବ କହିଲେ ମୋର ପରିଚୟ ରାଜାଙ୍କୁ ଦିଅ। ରାଜାଙ୍କୁ କୁହ ଯେ ‘ତତ୍ତ୍ଵ ଵେତ୍ତା, ତତ୍ତ୍ଵ ନିଷ୍ଠ, ବେଦବ୍ୟାସ ପୁତ୍ର, ବ୍ରହ୍ମଚାରୀ, ଜ୍ଞାନୀ, ତପସ୍ୱୀ, ମୁନିଶ୍ରେଷ୍ଠ, ଗୁଣାତୀତ, ସର୍ଵଜ୍ଞାତା, ମହାରାଜ ଶୁକଦେବ’ ଦେଖା କରିବାକୁ ଚାହାନ୍ତି।
ଦ୍ଵାରପାଳ ରାଜ ମହଲ ଭିତରକୁ ଯାଇ ରାଜାଙ୍କୁ ସୂଚନା ଦେଲେ। ରାଜା ସାଧୁ ମହାତ୍ମାଙ୍କୁ ସାକ୍ଷାତ୍ କରିବାକୁ ନିଜେ ଆସିଥାନ୍ତି। କିନ୍ତୁ ଆଜି ଓଲଟା ହେଲା। ରାଜା ଉତ୍ତର ଦେଲେ , ମୁଁ ଏବେ ବ୍ୟସ୍ତ ଅଛି, ତାଙ୍କୁ କିଛି ସମୟ ଅପେକ୍ଷା କରିବାକୁ କୁହନ୍ତୁ।”
ଦ୍ଵାରପାଳ ଆଶ୍ଚର୍ଯ୍ୟ ହେଲେ। କାରଣ ଏତେ ବର୍ଷରେ ରାଜା କୌଣସି ସାଧୁ ସନ୍ୟାସୀଙ୍କୁ ଅପେକ୍ଷା କରିବାକୁ କହି ନଥିଲେ। ତେଣୁ ଦ୍ଵାରପାଳ ସଙ୍କୋଚ ସହିତ ଶୁକଦେବଙ୍କୁ କହିଲେ, ରାଜା ତାଙ୍କୁ ପ୍ରତୀକ୍ଷା କରିବାକୁ କହିଛନ୍ତି।
ଶୁକଦେବ ତାଙ୍କୁ ପଚାରିଲେ ଯେ ସେ ତାଙ୍କର ସଠିକ୍ ପରିଚୟ ଦେଇଥିଲେ ତ?
ଦ୍ଵାରପାଳ ଉତ୍ତର ଦେଲେ ହଁ।
ଶୁକଦେବ ମୁନି ବହୁତ ଅପମାନିତ ବୋଧ କଲେ। ପ୍ରଥମତଃ ସେ ଜଣେ ସନ୍ନ୍ୟାସୀ ହୋଇ ମଧ୍ୟ ଏହି ନଗରୀରେ ପ୍ରବେଶ କରିଛନ୍ତି ଜଣେ ଗୃହସ୍ଥ ରାଜାଙ୍କ ଠାରୁ ଜ୍ଞାନ ପାଇବା ପାଇଁ। ପୁଣି ତାଙ୍କ ପରିଚୟ ପାଇ ସାରିବା ପରେ ମଧ୍ୟ ତାଙ୍କୁ ରାଜା ଉପେକ୍ଷା କଲେ। ତାଙ୍କ ମନରେ କ୍ରୋଧ ଜାତ ହେଲା। ସେ ସେଇଠି ଛିଡ଼ା ହୋଇ ରହିଲେ।
ଦ୍ଵାରପାଳ ତାଙ୍କୁ ସାମ୍ନାରେ ଥିବା ବୃକ୍ଷ ମୂଳରେ ବିଶ୍ରାମ ନେବା ପାଇଁ ଅନୁରୋଧ କଲେ। ଶୁକଦେବ କହିଲେ ଯେ ପର୍ଯ୍ୟନ୍ତ ତାଙ୍କୁ ରାଜାଙ୍କ ଦ୍ଵାରା ଆସନ ଦିଆ ଯାଇ ନାହିଁ ସେ ପର୍ଯ୍ୟନ୍ତ ସେ ଏହି ରାଜ୍ୟର ଭୂମି ଉପଯୋଗ କରିବେ ନାହିଁ।
ବିଚରା ଦ୍ଵାରପାଳ କଣ କରିପାରିବେ? ସମୟ ସକାଳ ଯାଇ ସନ୍ଧ୍ୟା ହେଲା। ଦ୍ଵାରପାଳ ବଦଳି ଗଲେ। କିନ୍ତୁ ଶୁକଦେବ ସେଠାରେ ନିଶ୍ଚଳ ହୋଇ ଛିଡା ହୋଇ ରହିଲେ। ନୂତନ ଦ୍ଵାରପାଳ ତାଙ୍କୁ ଆସି ପଚାରିଲେ ଯେ ସେ ସେଠାରେ କାହିଁକି ଛିଡ଼ା ହୋଇଛନ୍ତି।
ଶୁକଦେବ କହିଲେ, ସକାଳେ ତୁମ ରାଜାଙ୍କୁ ସନ୍ଦେଶ ଦିଆ ଯାଇଛି ସାକ୍ଷାତକାର ପାଇଁ, ତେଣୁ ସେ ଅପେକ୍ଷା କରିଛନ୍ତି। ଦ୍ଵାରପାଳ କହିଲେ ହୁଏତ ମୋର ପୂର୍ବବର୍ତ୍ତୀ ଦ୍ଵାରପାଳ ଆପଣଙ୍କ ପରିଚୟ ଠିକ୍ ଭାବରେ ଦେଇ ନାହାନ୍ତି। ଆପଣ ଆପଣଙ୍କ ପରିଚୟ ପୁଣି ଥରେ କୁହନ୍ତୁ, ମୁଁ ରାଜାଙ୍କୁ ଖବର ଦେବି।
ଶୁକଦେବ ମୁନି କହିଲେ , ହଁ, ଏହା ହେଇପାରେ। ତୁମେ ଯାଇ ଆଉଥରେ ରାଜାଙ୍କୁ ମୋର ପରିଚୟ ପ୍ରଦାନ କର। କୁହ, ଯେ ତତ୍ତ୍ଵ ଵେତ୍ତା, ତତ୍ତ୍ଵ ନିଷ୍ଠ, ବେଦବ୍ୟାସ ପୁତ୍ର, ବ୍ରହ୍ମଚାରୀ, ଜ୍ଞାନୀ, ତପସ୍ୱୀ, ମୁନିଶ୍ରେଷ୍ଠ, ଗୁଣାତୀତ, ସର୍ଵଜ୍ଞାତା, ମହାରାଜ ଶୁକଦେବ ଦେଖା କରିବାକୁ ଚାହାନ୍ତି।
ସନ୍ଧ୍ୟାରେ ରାଜ ସଭା ସମାପ୍ତ ହୋଇସାରିଥିଲା। ତେଣୁ ରାଜାଙ୍କ କକ୍ଷକୁ ଯାଇ ଦ୍ଵାରପାଳ ସଙ୍କୋଚ ସହକାରେ ତାଙ୍କୁ ଶୁକଦେବ ମୁନିଙ୍କ ଆଗମନ ଓ ତାଙ୍କର ପରିଚୟ ପ୍ରଦାନ କଲେ।
ରାଜା ଜନକ କହିଲେ, ହଁ, ସେ ତ ସକାଳେ ଆସିଛନ୍ତି। ଏବେ ମୁଁ ତାଙ୍କୁ ସାକ୍ଷାତ କରି ପାରିବି ନାହିଁ। ତାଙ୍କୁ କୁହ ସେ ପ୍ରତୀକ୍ଷା କରିବେ।
ଦ୍ଵାରପାଳ ମଧ୍ୟ ଚକିତ ରହି ଗଲେ। କାରଣ ଆଜି ପର୍ଯ୍ୟନ୍ତ ଏଭଳି କୌଣସି ସମୟ ଆସିନାହିଁ ଯେତେବେଳେ ରାଜା କୌଣସି ସାଧୁ ଙ୍କୁ ସାକ୍ଷାତ କରିବା ପାଇଁ ପ୍ରତୀକ୍ଷା କରାଇଛନ୍ତି। ସେ ଶୁକଦେବ ମୁନିଙ୍କୁ ରାଜାଙ୍କ ଅଭିପ୍ରାୟ ଜଣାଇଲେ। ପୁଣି ତାଙ୍କୁ ବୃକ୍ଷ ମୂଳରେ ବିଶ୍ରାମ ନେବାପାଇଁ ଅନୁରୋଧ କଲେ।
ଶୁକଦେବ ମୁନି କହିଲେ ଯେ ସେ ଏଭଳି ଆସନ ଗ୍ରହଣ କରି ପାରିବେନି, ଯେ ପର୍ଯ୍ୟନ୍ତ ରାଜା ତାଙ୍କୁ ଆସନ ପ୍ରଦାନ କରି ନାହାନ୍ତି। ସାରା ରାତି ସେ ପ୍ରତୀକ୍ଷା କରି ରହିଲେ ଛିଡ଼ା ହୋଇ। ପରଦିନ ସକାଳେ ପୁଣି ସେହି ଦ୍ଵାରପାଳ ତାଙ୍କୁ ସେଠି ଛିଡ଼ା ହୋଇଥିବା ଦେଖି ତାଙ୍କୁ ପଚାରିଲେ ଯେ ତାଙ୍କର ରାଜାଙ୍କ ସହିତ ସାକ୍ଷାତ ହେଲା କି ନାହିଁ। ଶୁକଦେବ ଉତ୍ତର ଦେଲେ “ନା"।
ଏମିତି ସକାଳ ଯାଇ ସନ୍ଧ୍ୟା ହେଲା। ପୁଣି ଥରେ ଦ୍ଵାରପାଳ ତାଙ୍କ ପ୍ରତୀକ୍ଷା କଥା ରାଜାଙ୍କୁ ଜଣାଇଲେ। କିନ୍ତୁ ରାଜା ପୁଣି ପ୍ରତୀକ୍ଷା କରିବାକୁ କହିଲେ।
ସପ୍ତମ ଦିନ ତାଙ୍କ ମନରେ ବିଚାର ଆସିଲା ଯେ ତାଙ୍କର ଭୁଲ ହୋଇ ଯାଇଛି। ସେ ତ ଜ୍ଞାନ ପ୍ରାପ୍ତି ପାଇଁ ଆସିଛନ୍ତି। ତାଙ୍କୁ ଶିଷ୍ୟର ପରିଚୟ ଦେବା ଉଚିତ। କିନ୍ତୁ ସେ ମହାରାଜ ଶୁକଦେବ ମୁନିଙ୍କ ପରିଚୟ ଦେଉଛନ୍ତି।
ସେ ଦ୍ଵାରପାଳଙ୍କୁ ଡାକି କହିଲେ ଯେ ଏଥର ପରିଚୟ ରେ ଟିକେ ପରିବର୍ତ୍ତନ କର। ରାଜାଙ୍କୁ ଯାଇ କୁହ ଯେ “ସମର୍ପିତ, ଜ୍ଞାନ ପିପାସୁ ଶୁକଦେବ ଶିଷ୍ୟ ଭାବରେ ଆପଣଙ୍କ ଦର୍ଶନ କରିବାକୁ ଚାହାନ୍ତି ।"
ଯେମିତି ଦ୍ଵାରପାଳ ଏହି ସମ୍ବାଦ ରାଜାଙ୍କୁ ଜଣାଇଛନ୍ତି, ତତ୍ କ୍ଷଣାତ ରାଜା ଶୁକଦେବ ମୁନିଙ୍କୁ ପାଛୋଟି ଆଣିବାକୁ ଦ୍ଵାର ଆଡ଼କୁ ଆଗେଇଲେ। ସାଥିରେ ଅଭ୍ୟର୍ଥନା ଥାଳ ଧରି ତାଙ୍କୁ ଦଣ୍ଡବତ ପ୍ରଣାମ କଲେ। ତାଙ୍କୁ ସାଦରେ ସ୍ୱାଗତ କରି ରାଜ ମହଲକୁ ନେଇଗଲେ। ଶୁକଦେବ ଆଶ୍ଚର୍ଯ୍ୟ ହେଲେ। ସେ ସାତ ଦିନ ଧରି ଭୋକ ଓପାସରେ ଛିଡ଼ା ହୋଇ ରହିଲେ , ତାଙ୍କୁ କେହି ପଚାରିଲେ ନାହିଁ, ଅଥଚ ଆଜି ଏ ପରିବର୍ତ୍ତନ କିପରି?
ରାଜା ତାଙ୍କ ଚରଣ ଧୋଇ ଆସନ ଉପରେ ନେଇ ବସାଇଲେ। ମଧୂପର୍କ ଦେଇ ସ୍ବାଗତ କଲେ। କହିଲେ, “ ମହାରାଜ! ମୁଁ ସାମାନ୍ୟ ବ୍ୟସ୍ତ ଥିଲି। ତେଣୁ ଆପଣଙ୍କୁ ସାକ୍ଷାତ କରି ପାରିଲିନି। ଆପଣ ଥକି ଯାଇଛନ୍ତି। ତେଣୁ କିଛି ଭୋଜନ କରନ୍ତୁ ଓ ବିଶ୍ରାମ ନିଅନ୍ତୁ। ଏହାପରେ ଆମେ ବାର୍ତ୍ତାଳାପ କରିବା।”
ଶୁକଦେବ କହିଲେ ପରନ୍ତୁ ମତେ ପ୍ରଶ୍ନ ପଚାରିବାର ଅଛି। ରାଜା ଜନକ ତାଙ୍କୁ ପ୍ରଥମେ ବିଶ୍ରାମ କଲା ପରେ ପ୍ରଶ୍ନ କରିବାକୁ କହିଲେ। କିନ୍ତୁ ଶୁକଦେବ ବିଶ୍ରାମ ନେବା ପାଇଁ ଚାହୁଁ ନ ଥିଲେ। ତେଣୁ ଭୋଜନ ପରେ ତୁରନ୍ତ ଆସିଗଲେ। ରାଜା ଜନକ କହିଲେ ଭଲ କଥା। ଆପଣ ଆସିଛନ୍ତି। ଆଜି ମିଥିଳା ନଗରୀ ପାଇଁ ଆଜି ପବିତ୍ର ଦିନ। ଆଜି ହେଉଛି ବାର୍ଷିକ ଉତ୍ସବ।
ଶୁକଦେବ ଚିନ୍ତା କଲେ ମିଥିଳା ନଗରୀରେ ବାର୍ଷିକ ଉତ୍ସବ ସହିତ ମୋର କଣ ସମ୍ପର୍କ? ମୁଁ ତ ପ୍ରଶ୍ନ ପଚାରିବାକୁ ଆସିଛି। କିନ୍ତୁ କିଛି କହି ପାରିଲେନି। ରାଜା ଜନକ କହିଲେ ଆଜି ଦିନରେ ଆମେ ଆମର କୁଳଦେବୀଙ୍କୁ ପୂଜା କରିଥାଉ। ଆମର ପରମ୍ପରା ରହିଛି ଯେ ଏହି ପୂଜା ପାଇଁ ଯେଉଁ ତୈଳର ଆବଶ୍ୟକତା ରହିଛି ସେହି ତୈଳକୁ ମୁଣ୍ଡରେ ଧାରଣ କରି ସମଗ୍ର ନଗର ପରିକ୍ରମା କରିବାକୁ ହୁଏ। ଏହା କେବଳ ଜଣେ ଶ୍ରେଷ୍ଠ ବ୍ରହ୍ମଚାରୀ ହିଁ କରି ପାରିବେ। ଆପଣଙ୍କ ଠାରୁ ଶ୍ରେଷ୍ଠ ବ୍ରହ୍ମଚାରୀ ଏହି ସଂସାରରେ କେହି ନାହାନ୍ତି। ଆଜି ଏହି ନଗରର ଭାଗ୍ୟ ଯେ ଆପଣ ଏହି ତୈଳ ମୁଣ୍ଡରେ ଧାରଣ କରି ନଗର ପରିକ୍ରମା କରିବେ।
ଶୁକଦେବ ଭାବିଲେ ଆଜି ମୁଁ କେଉଁ ପରିସ୍ଥିତିରେ ପହଞ୍ଚି ଗଲି। କିନ୍ତୁ ସେ କିଛି କହିବା ପୂର୍ବରୁ ରାଜା ତାଙ୍କୁ ହାତ ଧରି ନେଇଗଲେ ଦେବୀଙ୍କ ପାଖକୁ ଓ ତୈଳ ପାତ୍ର ଧରାଇ ଦେଲେ।
ରାଜା କହିଲେ , ଏହି ତୈଳ ପାତ୍ରକୁ ଆପଣ ଧରି ନଗର ପରିକ୍ରମା କରିବେ। ଆପଣଙ୍କ ଆଗରେ ଓ ପଛରେ ସୈନ୍ୟ ମାନେ ଥିବେ। ସମଗ୍ର ନଗରୀ ଆପଣଙ୍କୁ ସ୍ଵାଗତ କରିବ। କିନ୍ତୁ ଗୋଟିଏ କଥା ମନେ ରଖିବେ ଯେପରି ଏହି ପାତ୍ରରୁ ଟୋପାଏ ମଧ୍ୟ ତେଲ ବାହାରି ନ ଯାଏ। କାରଣ ଏହା ପରେ ଏହି ତୈଳ ଦେବୀଙ୍କ ପୂଜାରେ ଲାଗି ପାରିବ ନାହିଁ। ଶୁକଦେବ ତୈଳ ପାତ୍ର ଉଠାଇ ନଗର ପରିକ୍ରମାରେ ବାହାରିଲେ। ତାଙ୍କ ଚାରିପାଖରେ ସୈନ୍ୟ ମାନେ ଚାଲୁଥିଲେ। ରାସ୍ତାରେ ଗାଲିଚା ବିଛା ଯାଇଥିଲା। ସୁଗନ୍ଧ ଓ ଫୁଲରେ ଆଚ୍ଛାଦିତ କରାଯାଇଥିଲା। ଲୋକ ମାନେ ନୃତ୍ୟ ଗୀତ ଦ୍ୱାରା ତାଙ୍କୁ ସ୍ୱାଗତ କରିଥିଲେ। ଶେଷରେ ସେ ପରିକ୍ରମା ସାରି ମନ୍ଦିରରେ ପହଞ୍ଚିଲେ।
ରାଜା ତାଙ୍କୁ ସ୍ୱାଗତ କଲେ। ରାଜା ପୁଣି ପଚାରିଲେ ଯେ ନଗରୀରେ ସ୍ୱାଗତ ସମ୍ବର୍ଦ୍ଧନା କିଭଳି ଥିଲା? ନୃତ୍ୟ ଗୀତ ତାଙ୍କୁ ଭଲ ଲାଗିଲା ନା ନାହିଁ?
ଏହା ଶୁଣି ଶୁକଦେବ ଆଚମ୍ବିତ ହୋଇ ପଚାରିଲେ କେଉଁ ନଗରୀ, କିଭଳି ନୃତ୍ୟ! ମୋର ସମଗ୍ର ଧ୍ୟାନ କେବଳ ତୈଳ ପାତ୍ର ଉପରେ ରହିଥିଲା କାରଣ ଟୋପାଏ ମଧ୍ୟ ତେଲ ପଡ଼ି ନ ଯାଉ। ତେଣୁ ତୈଳ ପାତ୍ର ବ୍ୟତୀତ ମୋର ଆଉକିଛି ପ୍ରତି ଧ୍ୟାନ ନ ଥିଲା। ମୁଁ ଏହା ବ୍ୟତୀତ ଆଉ କିଛି ଦେଖି ନାହିଁ।
ଏହା ଶୁଣି ଶୁକଦେବ ଆଚମ୍ବିତ ହୋଇ ପଚାରିଲେ କେଉଁ ନଗରୀ, କିଭଳି ନୃତ୍ୟ! ମୋର ସମଗ୍ର ଧ୍ୟାନ କେବଳ ତୈଳ ପାତ୍ର ଉପରେ ରହିଥିଲା କାରଣ ଟୋପାଏ ମଧ୍ୟ ତେଲ ପଡ଼ି ନ ଯାଉ। ତେଣୁ ତୈଳ ପାତ୍ର ବ୍ୟତୀତ ମୋର ଆଉକିଛି ପ୍ରତି ଧ୍ୟାନ ନ ଥିଲା। ମୁଁ ଏହା ବ୍ୟତୀତ ଆଉ କିଛି ଦେଖି ନାହିଁ।
ରାଜା ଜନକ କହିଲେ ଆପଣଙ୍କ ପ୍ରଥମ ପ୍ରଶ୍ନର ଉତ୍ତର ମିଳିଗଲା। ଶୁକଦେବ ଆଶ୍ଚର୍ଯ୍ୟ ହୋଇ ପଚାରିଲେ ମୁଁ ତ କୌଣସି ପ୍ରଶ୍ନ ପଚାରି ନାହିଁ। ତେବେ ଉତ୍ତର କିପରି?
ରାଜା ଜନକ କହିଲେ , ସଂସାରରେ ଥାଇ କିପରି ବ୍ୟବହାର କରିବାକୁ ହେବ, ପରମାତ୍ମାଙ୍କ ଧ୍ୟାନ କିଭଳି କରିବାକୁ ହେବ, ଏହାହିଁ ଆପଣଙ୍କ ପ୍ରଶ୍ନ ଥିଲା?
ଶୁକଦେବ ପଚାରିଲେ ଆପଣ କେମିତି ଜାଣିଲେ?
ଜନକ ଉତ୍ତର ଦେଲେ, ଯେଭଳି ତୈଳ ପାତ୍ର ଧାରଣ କରି ସମଗ୍ର ନଗର ପରିକ୍ରମା କଲାବେଳେ ନଗର ଆପଣଙ୍କୁ ପ୍ରଭାବିତ କରି ନଥିଲା, ସେଭଳି ରାଜ୍ୟର ରାଜା ହୋଇ ରାଜ୍ୟ ପରିଚାଳନା କଲାବେଳେ ରାଜ୍ୟର କୌଣସି ବସ୍ତୁ ମତେ ପ୍ରଭାବିତ କରେ ନାହିଁ। କେବଳ କର୍ତ୍ତବ୍ୟ ରୂପରେ ମୁଁ ରାଜ୍ୟ ପରିଚାଳନା କରିଥାଏ, କିନ୍ତୁ ମୋର ମନ ପ୍ରତିକ୍ଷଣ ପରମାତ୍ମାଙ୍କ ଠାରେ ରହିଥାଏ।
जो जल में रहे तो ऐसे रहे, ज्यों जल में कमल का पुष्प रहे।”
ପଦ୍ମ ଫୁଲ ପାଣିରେ ଉତ୍ପନ୍ନ ହୋଇଥାଏ। ସମଗ୍ର ଜୀବନ ପାଣି ଭିତରେ ରହିଥାଏ। କିନ୍ତୁ ପାଣିର ଗୋଟିଏ ବିନ୍ଦୁ ମଧ୍ୟ ତାକୁ ସ୍ପର୍ଶ କରି ପାରେନାହିଁ। ଏପରିକି ବର୍ଷା ପାଣି ମଧ୍ୟ ତାକୁ ଛୁଇଁ ପାରେ ନାହିଁ। ସଂସାରରେ ରହିବାକୁ ହେଲେ ପଦ୍ମ ପୁଷ୍ପ ପରି ବ୍ୟବହାର କରିବାକୁ ହେବ। ରୋଷେଇ କରିବାକୁ ହେବ, ଅଫିସ ମଧ୍ୟ ଯିବାକୁ ହେବ, ପିଲାଙ୍କ ଲାଳନ ପାଳନ ମଧ୍ୟ କରିବାକୁ ହେବ। ସବୁକିଛି କଲାବେଳେ ମନକୁ କିନ୍ତୁ ପରମାତ୍ମଙ୍କ ସହିତ ଯୋଡ଼ି ହୋଇ ରହିବାକୁ ହେବ। ଏଭଳି ମନ ଯଦି ପରମାତ୍ମାଙ୍କ ସହିତ ଯୋଡ଼ି ହୋଇଯାଏ , ତେବେ ସଂସାର ଆଉ ମନ ମଧ୍ୟକୁ ପ୍ରବେଶ କରି ପାରିବନି। ଶୁକଦେବ ମୁନି ସାତ ଦିନ ଯାଏଁ ମିଥିଳାରେ ରହିଲେ ଏବଂ ରାଜା ଜନକ ତାଙ୍କୁ ଏଭଳି ସାତ ଗୋଟି ଉପଦେଶ ପ୍ରଦାନ କରିଥିଲେ।
ତତଃ(ଫ୍) ପଦଂ(ନ୍) ତତ୍ପରିମାର୍ଗିତବ୍ୟଂ(ୟ୍ଁ),
ୟସ୍ମିନ୍ଗତା ନ ନିବର୍ତନ୍ତି ଭୂୟଃ।
ତମେବ ଚାଦ୍ୟଂ(ମ୍) ପୁରୁଷଂ(ମ୍) ପ୍ରପଦ୍ୟେ,
ୟତଃ(ଫ୍) ପ୍ରବୃତ୍ତିଃ(ଫ୍) ପ୍ରସୃତା ପୁରାଣୀ॥15.4॥
ତା ପରେ ସେହି ପରମପଦ ପରମାତ୍ମାଙ୍କୁ ଅନ୍ବେଷଣ କରିବା ଉଚିତ । ଯାହାଙ୍କୁ ପାଇବା ପରେ ମନୁଷ୍ୟମାନେ ପୁନର୍ବାର ସଂସାରକୁ ଫେରି ଆସନ୍ତି ନାହିଁ ଏବଂ ଯାହାଙ୍କଠାରୁ ଅନାଦିକାଳରୁ ପ୍ରଚଳିତ ସୃଷ୍ଟି ବିସ୍ତାର ଲାଭ କରିଛି, ସେହି ଆଦିପୁରୁଷ ପରମାତ୍ମାଙ୍କ ଠାରେ ହିଁ ମୁଁ ଶରଣ ପଶୁଛି ।
ବିବେଚନ –
ହଜାର ଲକ୍ଷ ଜନ୍ମରେ କେବଳ କେହି ଜଣେ ମନୁଷ୍ୟ ଏହି ବନ୍ଧନକୁ ପୂରା କାଟିକି, ସଂସାର ଚକ୍ରକୁ ଭାଙ୍ଗିକି, ପୁଣିଥରେ ପରମାତ୍ମାଙ୍କର ସ୍ୱରୂପକୁ ପ୍ରାପ୍ତ କରି ପାରେ ।
ନିର୍ମାନମୋହା ଜିତସଙ୍ଗଦୋଷା,
ଅଧ୍ୟାତ୍ମନିତ୍ୟା ବିନିବୃତ୍ତକାମାଃ।
ଦ୍ୱନ୍ଦ୍ୱୈର୍ବିମୁକ୍ତାଃ(ସ୍) ସୁଖଦୁଃଖସଞ୍ଜ୍ଞୈଃ(ର୍),
ଗଚ୍ଛନ୍ତ୍ୟମୂଢାଃ(ଫ୍) ପଦମବ୍ୟୟଂ(ନ୍) ତତ୍।।୫।।
ଯେଉଁମାନେ (ନିଜ ଦୃଷ୍ଟିରୁ ) ଅଭିମାନଶୂନ୍ୟ ଓ ମୋହରହିତ, ଆସକ୍ତିଜନିତ ଦୋଷ ଉପରେ ବିଜୟୀ, ପରମାତ୍ମାଙ୍କ ସହିତ ନିତ୍ୟନିରନ୍ତର ସଂଯୁକ୍ତ, ଯେଉଁମାନଙ୍କ ଠାରେ କୌଣସି କାମନା ନାହିଁ, ଯେଉଁମାନେ ସୁଖ ଦୁଃଖରୂପକ ଦ୍ବନ୍ଦ୍ବରୁ ମୁକ୍ତ, ସେପରି (ଉଚ୍ଚ ସ୍ତରର) ମୋହରହିତ ସାଧକଭକ୍ତ ସେହି ଅବିନାଶୀ ପରମପଦ ( ପରମାତ୍ମାଙ୍କୁ ) ପ୍ରାପ୍ତ ହୁଅନ୍ତି ।
ବିବେଚନ -
ନିର୍ମାନମୋହା ଅର୍ଥାତ୍ “ମୁଁ ନୁହେଁ, ମୋର କିଛି ନୁହେଁ” ଭାବନାରୁ ମୁକ୍ତ ହେବା । କବି ପ୍ରଦୀପଜୀ ଏକ ସୁନ୍ଦର ଭଜନରେ ଏହାକୁ ଅତ୍ୟନ୍ତ ସୁନ୍ଦର ଭାବେ କହିଛନ୍ତି —
मैं नहीं, मेरा नहीं, यह तन किसी का है दिया ।
जो भी अपने पास है, वह धन किसी का है दिया ॥
जितसङ्गदोषा-
ବାସନାର ବନ୍ଧନରୁ ମୁକ୍ତ ହେବା । ଯେପରି ସକାଳେ ଚା ପିଇବାର ଅଭ୍ୟାସ ଥାଏ। ନିର୍ଦ୍ଦିଷ୍ଟ ବ୍ରାଣ୍ଡ୍ର ଚାହାପତି ହେବା ଦରକାର, ଯାହା ଆମେ ବହୁତ ଦିନ ଧରି ପିଉଛୁ । ଠିକ୍ ସେହି ସମୟରେ ହିଁ ଚା ମିଳିବା ଦରକାର, ଯେଉଁ ସମୟରେ ପ୍ରତିଦିନ ପିଉଛୁ । ସେତିକି ଗରମ ହେବା ଉଚିତ୍, ଯେତେ ଗରମ ଆମେ ପିଇବାକୁ ଭଲପାଉ । ଆମର ବାସନାମାନଙ୍କର ଜଡ଼ ଖୁବ ଗହୀର । ଟିଭି, ମୋବାଇଲ୍, ଇଣ୍ଟରନେଟ୍, ଆମ ମିତ୍ରମାନେ, ଆମର ପରିବାର,ଏତେ ସବୁ ମୋହ-ବାସନା ଅଛି ଯାହା ବିନା ଆମେ ରହି ପାରୁନାହୁଁ। ଆମକୁ ଏହି ବାସନାମାନଙ୍କର ଜଡ଼କୁ କାଟିବାକୁ ପଡିବ। ଯିଏ ‘ମୁଁ’, ‘ମୋର’ଏହି ତିନୋଟିରୁ ଉର୍ଦ୍ଧ କୁ ଉଠିଯାଏ, ତାଙ୍କୁ ଶ୍ରୀଭଗବାନ ଚାରିଟି ଅବସ୍ଥା ବିଷୟରେ କହିଛନ୍ତି ।
ବାସନାର ବନ୍ଧନରୁ ମୁକ୍ତ ହେବା । ଯେପରି ସକାଳେ ଚା ପିଇବାର ଅଭ୍ୟାସ ଥାଏ। ନିର୍ଦ୍ଦିଷ୍ଟ ବ୍ରାଣ୍ଡ୍ର ଚାହାପତି ହେବା ଦରକାର, ଯାହା ଆମେ ବହୁତ ଦିନ ଧରି ପିଉଛୁ । ଠିକ୍ ସେହି ସମୟରେ ହିଁ ଚା ମିଳିବା ଦରକାର, ଯେଉଁ ସମୟରେ ପ୍ରତିଦିନ ପିଉଛୁ । ସେତିକି ଗରମ ହେବା ଉଚିତ୍, ଯେତେ ଗରମ ଆମେ ପିଇବାକୁ ଭଲପାଉ । ଆମର ବାସନାମାନଙ୍କର ଜଡ଼ ଖୁବ ଗହୀର । ଟିଭି, ମୋବାଇଲ୍, ଇଣ୍ଟରନେଟ୍, ଆମ ମିତ୍ରମାନେ, ଆମର ପରିବାର,ଏତେ ସବୁ ମୋହ-ବାସନା ଅଛି ଯାହା ବିନା ଆମେ ରହି ପାରୁନାହୁଁ। ଆମକୁ ଏହି ବାସନାମାନଙ୍କର ଜଡ଼କୁ କାଟିବାକୁ ପଡିବ। ଯିଏ ‘ମୁଁ’, ‘ମୋର’ଏହି ତିନୋଟିରୁ ଉର୍ଦ୍ଧ କୁ ଉଠିଯାଏ, ତାଙ୍କୁ ଶ୍ରୀଭଗବାନ ଚାରିଟି ଅବସ୍ଥା ବିଷୟରେ କହିଛନ୍ତି ।
विनिवृत्तकामाः-
କୌଣସି କାମନା କିମ୍ବା ଇଛା ନ ରହିବା ।
द्वन्द्वैर्विमुक्ताः-
ଥଣ୍ତା-ଗରମ, ସୁଖ-ଦୁଃଖ, ମାନ-ଅପମାନ ଭଳି ଦ୍ୱନ୍ଦ୍ୱଗୁଡ଼ିକରୁ ମୁକ୍ତ ହୋଇଯିବା ।
सुखदुःखसञ्ज्ञै:-
ସୁଖ ଓ ଦୁଃଖରେ ସମଭାବ ଓ ସମାନତା ବଜାୟ ରଖିବାର ଅବସ୍ଥା ।
पदमव्ययम्-
ସେହି ଅପରିବର୍ତ୍ତନୀୟ, ଅନଶ୍ୱର ପରମପଦ ଯାହା ଜ୍ଞାନୀମାନେ ପ୍ରାପ୍ତ କରନ୍ତି । କେବେ ସୁଖ କେବେ ଦୁଃଖ , ଏହାର ନାମ ଜୀବନ ଅଟେ । ଦୁଃଖ ସମୟରେ ଲୋକେ ତାଙ୍କୁ ସାନ୍ତ୍ୱନା ଦେବାକୁ ଆସନ୍ତି, କିନ୍ତୁ ସେ ବ୍ୟକ୍ତି କହେ, “ହରି ଇଚ୍ଛା ।” ସୁଖ ସମୟରେ ଲୋକେ ତାଙ୍କୁ ଅଭିନନ୍ଦନ କରିବାକୁ ଆସନ୍ତି, ସେ କହେ –,“ହରି କୃପା ।”
“ମୋର କିଛି ନୁହେଁ” – ଏପରି ଚିନ୍ତା କରୁଥିବା ଜ୍ଞାନୀମାନେ ଅବିନାଶୀ ପରମାତ୍ମାକୁ ପ୍ରାପ୍ତ କରନ୍ତି । ପରବର୍ତ୍ତୀ ଶ୍ଲୋକରେ ଶ୍ରୀଭଗବାନ ସେଇ ପରମ ପଦର ବିବରଣୀ ଦେଇଛନ୍ତି ।
“ମୋର କିଛି ନୁହେଁ” – ଏପରି ଚିନ୍ତା କରୁଥିବା ଜ୍ଞାନୀମାନେ ଅବିନାଶୀ ପରମାତ୍ମାକୁ ପ୍ରାପ୍ତ କରନ୍ତି । ପରବର୍ତ୍ତୀ ଶ୍ଲୋକରେ ଶ୍ରୀଭଗବାନ ସେଇ ପରମ ପଦର ବିବରଣୀ ଦେଇଛନ୍ତି ।
ନ ତଦ୍ଭାସୟତେ ସୂର୍ୟୋ, ନ ଶଶାଙ୍କୋ ନ ପାବକଃ।
ୟଦ୍ଗତ୍ୱା ନ ନିବର୍ତନ୍ତେ, ତଦ୍ଧାମ ପରମଂ(ମ୍) ମମ।।୬।।
ସେହି ପରମପଦକୁ ସୂର୍ଯ୍ୟ, ଚନ୍ଦ୍ର, ଅଗ୍ନି କେହିହେଲେ ପ୍ରକାଶିତ କରି ପାରନ୍ତି ନାହିଁ ଏବଂ ଯାହାକୁ ପ୍ରାପ୍ତ ହୋଇ ଜୀବମାନେ ପୁନର୍ବାର ସଂସାରକୁ ଲେଉଟି ଆସନ୍ତି ନାହିଁ, ତାହା ମୋର ପରମଧାମ ।
ବିବେଚନ-
ପ୍ରଶ୍ନକର୍ତ୍ତା – ଅନୁଜା ଦିଦି
ପ୍ରଶ୍ନକର୍ତ୍ତା – ଵିମଳା ଦିଦି
ଶ୍ରୀଭଗବାନ କହୁଛନ୍ତି, ତୁମେ ଯେଉଁ ସଂସାରକୁ ଦେଖୁଛ, ତାହାକୁ ପ୍ରକାଶ ଦରକାର। ଦିନରେ ସୂର୍ଯ୍ୟର ଆଲୋକ, ରାତ୍ରିରେ ଚନ୍ଦ୍ରର ଆଲୋକ, ଅଗ୍ନିର ଆଲୋକ, କିମ୍ବା ଟ୍ୟୁବଲାଇଟ୍ ଜଳାଇ କାମ କରୁଛ । କିନ୍ତୁ ମୋର ଧାମକୁ ଏଇ ସମସ୍ତ ପ୍ରକାଶର କିଛି ଆବଶ୍ୟକତା ନାହିଁ। ସେହି ଧାମ ନିଜେ ପ୍ରକାଶମୟ। ମୋର ତେଜ ଦ୍ୱାରା ମୋର ଧାମ ପ୍ରକାଶିତ ହୁଏ ।
ଉପରର ଛଅଟି ଲୋକ ଏବଂ ତଳର ସାତଟି ଲୋକ ଏହା ମଧ୍ୟରେ ମନୁଷ୍ୟ ଲୋକ ଅଛି । କୌଣସି ଲୋକ-ପରଲୋକ, ବ୍ରହ୍ମଲୋକ, ସ୍ଵର୍ଗଲୋକ, ପାତାଳଲୋକ ଯେଉଁଠିକି ଯାଅ, ତୁମକୁ ପୁଣି ଫେରି ଆସିବାକୁ ପଡିବ । ଦେବତା ହୋଇଗଲେ କୋଟି-କୋଟି ଜନ୍ମ ପର୍ଯ୍ୟନ୍ତ ସୁଖ ଭୋଗ କରିବାକୁ ପଡିବ, ତାପରେ ଫେରି ମନୁଷ୍ୟ ଜନ୍ମ ମିଳିବ । ଯଦି ବହୁତ ଖରାପ କର୍ମ କରିଛନ୍ତି, ତେବେ ପଶୁ-ପକ୍ଷୀ କିମ୍ବା କୀଟ ଯୋନିରେ ଜନ୍ମ ନେବାକୁ ପଡିବ, କଇଁଛର ଯୋନିରେ ପାଞ୍ଚଶହ ବର୍ଷ ପର୍ଯ୍ୟନ୍ତ ରହିବାକୁ ପଡିବ । ତାପରେ ପୁଣି ମନୁଷ୍ୟ ହୋଇ ଯେକୌଣସି କର୍ମ କରିବ, ଯାହା ଫଳରେ ପୁଣି ସଂସାରର ଯୋନିଚକ୍ରକୁ ଆସିବାକୁ ପଡିବ।
पुनरपि जननं पुनरपि मरणं
पुनरपि जननी जठरे शयनम्।।
ସମସ୍ତ ଯୋନିମାନେ ଭୋଗ ଯୋନି— କିନ୍ତୁ କେବଳ ମନୁଷ୍ୟ ଯୋନି ଯେଉଁଠାରେ କର୍ମ କରାଯାଇପାରେ, ସେଥିପାଇଁ କୁହାଯାଇଛି-
ସମସ୍ତ ଯୋନିମାନେ ଭୋଗ ଯୋନି— କିନ୍ତୁ କେବଳ ମନୁଷ୍ୟ ଯୋନି ଯେଉଁଠାରେ କର୍ମ କରାଯାଇପାରେ, ସେଥିପାଇଁ କୁହାଯାଇଛି-
बड़े भाग्य मानुष तन पाया।
सुर दुर्लभ सब ग्रंथन्हि गावा।।
କୁକୁର କାମୁଡ଼ିଲେ କୁକୁରକୁ ପାପ ଲାଗେ ନାହିଁ । ଦେବତାମାନେ ଭଲ ଭଲ ବରଦାନ ଦେଲେ ମଧ୍ୟ ତାଙ୍କୁ ପୁଣ୍ୟ ମିଳେ ନାହିଁ । ପାପ ଓ ପୁଣ୍ୟ କେବଳ ମନୁଷ୍ୟ ଯୋନିରେ ମିଳେ ସେଥିପାଇଁ ମନୁଷ୍ୟ ଯୋନିରେ ହିଁ ପରମପଦ ପ୍ରାପ୍ତ କରିବାର ବିଧାନ ଅଛି। ଅନ୍ୟ ଯୋନିମାନଙ୍କରେ ପରମାତ୍ମାଙ୍କୁ ସିଧାସଳଖ ପ୍ରାପ୍ତ କରିପାରିବେ ନାହିଁ। ପୂର୍ବ କର୍ମମାନଙ୍କୁ ସମାପ୍ତ ମଧ୍ୟ କରିପାରିବେ ନାହିଁ, ନା ସେଇ କର୍ମମାନଙ୍କର ପ୍ରକାର ଭେଦ କରି ପରମାତ୍ମାକୁ ପ୍ରାପ୍ତ କରିପାରିବା । ସେହି ପରମପଦ, ଯେଉଁଠାରୁ ପୁଣି ଫେରି ଆସିବାକୁ ପଡ଼େ ନାହିଁ ।सुर दुर्लभ सब ग्रंथन्हि गावा।।
॥ ପ୍ରଶ୍ନୋତ୍ତର ସତ୍ର ॥
ପ୍ରଶ୍ନକର୍ତ୍ତା – ଅଳକା ଦିଦି
ପ୍ରଶ୍ନ: ପଞ୍ଚୋଦଶୋ ଅଧ୍ୟାୟକୁ ବିଶେଷ ବୋଲି କାହିଁକି ଗ୍ରହଣ କରାଯାଇଛି ?
ଉତ୍ତର: ଏହି ଅଧ୍ୟାୟକୁ ଶ୍ରୀଭଗବାନ ଶାସ୍ତ୍ରର ଉପମା ଦେଇଛନ୍ତି। ଜ୍ଞାନେଶ୍ୱର ମହାପ୍ରଭୁ ମଧ୍ୟ ଏହାକୁ ଏକଗ୍ରହୀ ଗୀତା କହିଛନ୍ତି । ଏହି ଅଧ୍ୟାୟକୁ ବିଶେଷ ମହତ୍ତ୍ୱ ଦିଆଯାଇଛି ।
ପ୍ରଶ୍ନ: ମନୁଷ୍ୟଦ୍ୱାରା କୁହା ଯାଉଥିବା କଥା କେଉଁଠିକୁ ଯାଇ ସ୍ଥିର ହୋଇଯାଏ ?
ଉତ୍ତର: ବ୍ରହ୍ମାଣ୍ଡର ଦୂରତା ଚିନ୍ତା କଲାବେଳେ ଆମେ ତାହାର ସୂକ୍ଷ୍ମତାକୁ ଧ୍ୟାନ ଦେଉନାହୁଁ । ପ୍ରତ୍ୟେକ ଅଣୁରେ ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡ ବିଦ୍ୟମାନ ଅଛି, ଏହାହିଁ ଆମର ଜ୍ଞାନ । ଯେପରି ଆପଣ ଗୋଟିଏ ସହରରେ ବସିଛନ୍ତି, ମୁଁ ଅନ୍ୟ ସ୍ଥାନରେ ଅଛି, ତଥାପି ଆମେ ଏକ ଅନ୍ୟଙ୍କ ସହିତ କଥା ହେଉଛୁ । ଆପଣଙ୍କ ଅଣୁମାନଙ୍କରେ ମୁଁ ଉପସ୍ଥିତ, ମୋର ଅଣୁମାନଙ୍କରେ ଆପଣ ଉପସ୍ଥିତ। ପ୍ରତ୍ୟେକ ଅଣୁରେ ସମଗ୍ର ବ୍ରହ୍ମାଣ୍ଡ ବିଦ୍ୟମାନ। ଏହି ଦୂରତା, ଦିଗ, ଏସବୁ ମନୁଷ୍ୟ କୃତ ବିଚାରମାତ୍ର । ଆମେ ଅନନ୍ତତାକୁ ବୁଝିପାରୁନାହୁଁ। ଆମକୁ ଲାଗେ ଏକ ଗ୍ୟାଲାକ୍ସୀ, ତାପରେ ଅନ୍ୟ ଗ୍ୟାଲାକ୍ସୀ, ଏଭଳି ଅନେକ ଗ୍ୟାଲାକ୍ସୀ… କିନ୍ତୁ ତାପରେ କଣ? ପରମାତ୍ମାଙ୍କର ସୃଷ୍ଟି ଅନନ୍ତ। ସମଗ୍ର ବ୍ରହ୍ମାଣ୍ଡ ଶୂନ୍ୟରେ ସ୍ଥିତ। ଆମେ ଯାହା କହିଛୁ, କରିଛୁ, ସେ ସବୁ ଜାଗାରେ ପୂରା ବ୍ରହ୍ମାଣ୍ଡରେ ସ୍ଥିତ ଅଛି ।
ଉତ୍ତର: ବ୍ରହ୍ମାଣ୍ଡର ଦୂରତା ଚିନ୍ତା କଲାବେଳେ ଆମେ ତାହାର ସୂକ୍ଷ୍ମତାକୁ ଧ୍ୟାନ ଦେଉନାହୁଁ । ପ୍ରତ୍ୟେକ ଅଣୁରେ ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡ ବିଦ୍ୟମାନ ଅଛି, ଏହାହିଁ ଆମର ଜ୍ଞାନ । ଯେପରି ଆପଣ ଗୋଟିଏ ସହରରେ ବସିଛନ୍ତି, ମୁଁ ଅନ୍ୟ ସ୍ଥାନରେ ଅଛି, ତଥାପି ଆମେ ଏକ ଅନ୍ୟଙ୍କ ସହିତ କଥା ହେଉଛୁ । ଆପଣଙ୍କ ଅଣୁମାନଙ୍କରେ ମୁଁ ଉପସ୍ଥିତ, ମୋର ଅଣୁମାନଙ୍କରେ ଆପଣ ଉପସ୍ଥିତ। ପ୍ରତ୍ୟେକ ଅଣୁରେ ସମଗ୍ର ବ୍ରହ୍ମାଣ୍ଡ ବିଦ୍ୟମାନ। ଏହି ଦୂରତା, ଦିଗ, ଏସବୁ ମନୁଷ୍ୟ କୃତ ବିଚାରମାତ୍ର । ଆମେ ଅନନ୍ତତାକୁ ବୁଝିପାରୁନାହୁଁ। ଆମକୁ ଲାଗେ ଏକ ଗ୍ୟାଲାକ୍ସୀ, ତାପରେ ଅନ୍ୟ ଗ୍ୟାଲାକ୍ସୀ, ଏଭଳି ଅନେକ ଗ୍ୟାଲାକ୍ସୀ… କିନ୍ତୁ ତାପରେ କଣ? ପରମାତ୍ମାଙ୍କର ସୃଷ୍ଟି ଅନନ୍ତ। ସମଗ୍ର ବ୍ରହ୍ମାଣ୍ଡ ଶୂନ୍ୟରେ ସ୍ଥିତ। ଆମେ ଯାହା କହିଛୁ, କରିଛୁ, ସେ ସବୁ ଜାଗାରେ ପୂରା ବ୍ରହ୍ମାଣ୍ଡରେ ସ୍ଥିତ ଅଛି ।
ପ୍ରଶ୍ନକର୍ତ୍ତା – ଅନୁଜା ଦିଦି
ପ୍ରଶ୍ନ – ଆମେ କର୍ମଅନୁସାରେ ଚଉରାଶି ଲକ୍ଷ ଯୋନିରେ ଜନ୍ମ ନେଉଛୁ । ମନୁଷ୍ୟ ଜନ୍ମ କେଉଁ ପ୍ରକାର କର୍ମରେ ମିଳେ? କେଉଁ ପ୍ରାରବ୍ଧ କାରଣରୁ ହୁଏ ?
ଉତ୍ତର – ସାଧାରଣ ଭୋଗ ମନୁଷ୍ୟ ଯୋନିରେ ହିଁ ମିଳେ । ବହୁତ ଭଲ କର୍ମ କଲେ ଦେବ ଯୋନି ମିଳେ । ଯଦି ବହୁତ ଖରାପ କର୍ମ କରାଯାଏ, ତେବେ ପଶୁ, କୀଟ-ପତଙ୍ଗ ଇତ୍ୟାଦି ଯୋନି ମିଳେ ।
ପ୍ରଶ୍ନକର୍ତ୍ତା – ଵିମଳା ଦିଦି
ପ୍ରଶ୍ନ – ଆମେ ଗୃହସ୍ଥ ଜୀବନରେ ରହି ଗୀତାକୁ ଜୀବନରେ କେମିତି ଉତାରିବା ?
ଉତ୍ତର – ଗୃହସ୍ଥ ଜୀବନ ପାଇଁ ହିଁ ଗୀତାଜୀ ଅଛନ୍ତି । ଚାରିଟି ଆଶ୍ରମ ମଧ୍ୟରେ ଗୃହସ୍ଥ ଆଶ୍ରମକୁ ସର୍ବଶ୍ରେଷ୍ଠ ରୂପେ ଗ୍ରହଣ କରାଯାଇଛି । ଗୃହସ୍ଥ ଆଶ୍ରମରେ ରହି ଅନ୍ୟ ତିନୋଟି ଆଶ୍ରମର ପୋଷଣ ହୁଏ। ଶ୍ରୀଭଗବାନ ଅର୍ଜୁନଙ୍କୁ କହିଥିଲେ ତୁମେ ଏଠାରେ ରହି ଯୁଦ୍ଧ କର । ଅର୍ଜୁନ ବିଷାଦରେ ଶ୍ରୀଭଗବାନଙ୍କୁ କହିଥିଲେ ଯେ ସେ ଅରଣ୍ୟକୁ ଯାଇ ତପ କରିବେ । ଆମେ ଯଦି ପ୍ରତ୍ୟେକ କାର୍ଯ୍ୟ କରୁଥିବାବେଳେ ଶ୍ରୀଭଗବାନଙ୍କୁ ସ୍ମରଣ କରିବା ଏବଂ ପ୍ରତ୍ୟେକ
କାର୍ଯ୍ୟକୁ ତାଙ୍କୁ ସମର୍ପଣ କରିଦେବା, ତେବେ ଆମେ ଗୀତାଜୀଙ୍କର ମୂଳ ଭାବନାକୁ ବୁଝି ପାରିବୁ ।
॥ ଓଁ ଶ୍ରୀ କୃଷ୍ଣାର୍ପଣମସ୍ତୁ ॥