विवेचन सारांश
ଦୈବୀ ଓ ଆସୁରୀ ଗୁଣର ଲକ୍ଷଣ

ID: 3958
उड़िया - ଓଡ଼ିଆ
ଶନିବାର, 04 ନଭେମ୍ବର 2023
ଅଧ୍ୟାୟ 16: ଦୈବାସୁରସମ୍ପଦ୍ବିଭାଗ ଯୋଗ
1/2 (ଶ୍ଳୋକ 1-1)
ବିବେଚକ: ଗୀତା ବିଶାରଦ ଡାଃ ଆଶୂ ଗୋୟଲ ଜୀ


ନାମ ସଂକୀର୍ତ୍ତନ, ଭକ୍ତି ଗୀତ, ହନୁମାନ ଚାଳିଶା, ପ୍ରଦୀପ ପ୍ରଜ୍ଜ୍ୱଳନ, ପ୍ରାର୍ଥନା ଏବଂ ଗୁରୁବନ୍ଦନା ସହ ଆଜିର ଵିଵେଚନ ସତ୍ର ପ୍ରାରମ୍ଭ ହୁଏ | 

ଭଗବାନଙ୍କ ଅସୀମ କୃପାରୁ ଆମ୍ଭେମାନେ ଶ୍ରୀମଦ୍ଭଗବଦ୍ଗୀତାର ଅଧ୍ୟୟନ କରିବା ପ୍ରାରମ୍ଭ କରିଛନ୍ତି | ଯୁଗ ଯୁଗରୁ ସନ୍ଥ ମହାତ୍ମା ବାରମ୍ବାର  ଘୋଷଣା କରିଅଛନ୍ତି ଯେ, ଭଗବଦ୍ଗୀତା ସମ ମନୁଷ୍ୟ ଜୀବନ ନିମନ୍ତେ କଲ୍ୟାଣକାରୀ ଗ୍ରନ୍ଥ ଅନ୍ୟ କେଉଁଟି ବି ନୁହେଁ | ପ୍ରଭୁଙ୍କ କୃପାରୁ ଆମ୍ଭେମାନେ ବର୍ତ୍ତମାନ ଦ୍ଵିତୀୟ ସ୍ତରରେ ଉପନୀତ ହୋଇଛେ | ପ୍ରଥମ ସ୍ତରଟି ପ୍ଲେ ଗ୍ରୁପର ସ୍ତର ଥିଲା | ବର୍ତ୍ତମାନ ଆମ୍ଭେ ବିଦ୍ୟାଳୟ ସ୍ତରରେ ଉପନୀତ | ପ୍ରଥମ ସ୍ତରରେ ଆମ୍ଭେ ସଂସ୍କୃତ ବ୍ୟାକରଣର ଅନୁସ୍ବାର, ବିସର୍ଗ, ଆଘାତ ଇତ୍ୟାଦି ବିଷୟରେ ଅବଗତ ହେଲେ |  ଦ୍ୱାଦଶ ଅଧ୍ୟାୟରେ ଆମ୍ଭେ ଭକ୍ତଙ୍କ ଲକ୍ଷଣ ଏବଂ ପଞ୍ଚଦଶ ଅଧ୍ୟାୟରେ ପୁରୁଷୋତ୍ତମ ଯୋଗ ସମ୍ପର୍କରେ ଅବଗତ ହେଲେ | 
ପଞ୍ଚଦଶ ଅଧ୍ୟାୟରେ ଭଗବାନ ନିଜର ପୁରୁଷୋତ୍ତମ ସ୍ୱରୂପର ବର୍ଣ୍ଣନା କରନ୍ତି | ସନ୍ଥ ଜ୍ଞାନେଶ୍ୱର ଏହି ପଞ୍ଚଦଶ ଅଧ୍ୟାୟଟିକୁ ଗୀତାର ସମାପନ, ଷୋଡଶ ତଥା ସପ୍ତଦଶ ଅଧ୍ୟାୟଦ୍ଵୟକୁ ପରିଶିଷ୍ଟ ଏବଂ ଅଷ୍ଟାଦଶକୁ ସାର ରୂପେ ଅଭିହିତ କରନ୍ତି | ସପ୍ତମ ଓ ନବମ ଅଧ୍ୟାୟର କିଛି ଚର୍ଚ୍ଚା କରିବା ମଧ୍ୟରେ  ଅର୍ଜୁନଙ୍କର କିଛି ଶଙ୍କାର ସମାଧାନ କରିବାକୁ ଉଦ୍ୟତ ହୁଅନ୍ତେ, ଉକ୍ତ ଚର୍ଚ୍ଚା ଅସମ୍ପୂର୍ଣ୍ଣ ରହିଯାଏ | ଭଗବାନ ତାଙ୍କ ଇଚ୍ଛା ମୁତାବକ ଯେତିକି ବିଷୟ ବ୍ୟାଖ୍ୟା କରିବାକୁ ଇଚ୍ଛୁକ ଥାନ୍ତି, ସେତିକି କରିପାରନ୍ତି ନାହିଁ | ତେଣୁ ନବମ ଅଧ୍ୟାୟରେ ଅସମ୍ପୂର୍ଣ୍ଣ ରହିଯାଇଥିବା ଆସୁରୀ ଓ ଦୈବୀ ଗୁଣର ବର୍ଣ୍ଣନା ପରବର୍ତ୍ତୀ ସମୟରେ ନିଜ ତରଫରୁ ଷୋଡଶ ଅଧ୍ୟାୟରେ ବିସ୍ତୃତ ବର୍ଣ୍ଣନା କରନ୍ତି |  

ଏହା ଆମ୍ଭର ଇହଜନ୍ମ କିମ୍ବା ପୂର୍ବଜନ୍ମର ପୁଣ୍ୟ ପ୍ରଭାବ, ପିତୃ ପୁରୁଷଙ୍କ ପୁଣ୍ୟ, ଆଶୀର୍ବାଦ କିମ୍ବା ଅନ୍ୟ ସନ୍ଥ ମହାତ୍ମାଙ୍କ ଆଶୀର୍ବାଦର ପରିଣାମ, ଯଦ୍ଵାରା ଆମ୍ଭେ ଗୀତା  ପଠନ-ପାଠନ ଏବଂ ଭଗବଦ ସେବାରେ ନିଯୁକ୍ତ ହୋଇଛନ୍ତି, କାରଣ ଗୀତାଙ୍କ ଅଧ୍ୟୟନ କରିବାର ସୌଭାଗ୍ୟ ନିଜ ଚୟନ ଦ୍ୱାରା ହୁଏ ନାହିଁ | ଏହା କେବଳ ପ୍ରଭୁଙ୍କ ଦ୍ୱାରା ଚୟନିତ | ଏଣୁ ଅଷ୍ଟାଦଶ ଅଧ୍ୟାୟରେ ଭଗବାନ ବର୍ଣ୍ଣନା କରନ୍ତି -

ତମେବ ଶରଣଂ  ଗଚ୍ଛ, ସର୍ବଭାବେନ ଭାରତ |
ତତ ପ୍ରସାଦାତପରାଂ ଶାନ୍ତିଂ, ସ୍ଥାନଂ ପ୍ରାପସ୍ୟସି ଶାଶ୍ୱତମ୍ ||18.62|| 

ଶ୍ରୀକୃଷ୍ଣ ଭଗବାନ କହନ୍ତି, ତୁମେ ସର୍ବଥା ଭଗବାନଙ୍କ ଶରଣ ଗ୍ରହଣ କର | ଏହି ପ୍ରକାରେ ଶାନ୍ତି ପ୍ରାପ୍ତ କରି ସେହି ଶାଶ୍ୱତ ପରମାତ୍ମାଙ୍କୁ ଲାଭ କରିପାରିବ | ଆଦିଗୁରୁ ଶଙ୍କରାଚାର୍ଯ୍ୟ ନବମ ଶତାବ୍ଦୀରେ ସମସ୍ତ ଶାସ୍ତ୍ରର ସଂଶୋଧନ କରନ୍ତି ଓ ଅନେକ ସ୍ଥାନ  ପରିଭ୍ରମଣ କରି ବୌଦ୍ଧ ମଠଗୁଡିକୁ ସନାତନ ବିହାର ସ୍ଥଳରେ ପରିଣତ କରନ୍ତି | 

ନିଜସ୍ୱ ଭଜଗୋବିନ୍ଦମ୍ ଭାଷ୍ୟରେ ବର୍ଣ୍ଣନା କରନ୍ତି-

ଭଗବଦ୍ଗୀତା କିଞ୍ଚିଦଧୀତା,
ଗଙ୍ଗା ଜଳଲବ କଣିକାପୀତା |
ସକୃଦପି ୟେନ ମୁରାରି  ସମର୍ଚ୍ଚ|,
କ୍ରିୟତେ ତସ୍ୟ ଯମେନ ନ ଚର୍ଚ୍ଚା ||20|| 

ଯଦି ଆମ୍ଭେ ଗୀତୋକ୍ତ କିଞ୍ଚିତ ଉପଦେଶ ନିଜ ଜୀବନରେ ଧାରଣ କରିବା, ତେବେ ଆମ୍ଭେ ପୁନର୍ବାର ଭଗବାନଙ୍କ ଆପଣାର ହୋଇଯିବା | ଯମରାଜାଙ୍କ ଶାସନରୁ ମୁକ୍ତ ହୋଇଯିବା | 
ବେଦ ହେଉଛନ୍ତି ଭଗବାନଙ୍କ ପ୍ରଶ୍ୱାସ | ଭଗବାନ ବିଷ୍ଣୁଙ୍କ ଶୟନ ସମୟରେ ତାଙ୍କ ନାସା ରନ୍ଧ୍ରର ପ୍ରଶ୍ୱାସ ଧ୍ୱନିରୁ ନିର୍ଗତ ହୁଏ ବେଦ ଋଚନାର ସୃଷ୍ଟି , ତାହା ହିଁ ଆମ୍ଭ ନିମନ୍ତେ ସର୍ବଶ୍ରେଷ୍ଠ ଜ୍ଞାନ ।  ମହାତ୍ମାମାନେ କହିଛନ୍ତିକି, ଜଗତରେ ଗୀତା ସଦୃଶ ଗ୍ରନ୍ଥ ବିରଳ, କାରଣ ଏହା ସ୍ୱୟଂ ଭଗବାନଙ୍କ ମୁଖାରବିନ୍ଦରୁ ପ୍ରକଟିତ ବାଣୀ |  
ମନୁଷ୍ୟ ଜୀବନର ଉଦ୍ଧାର ନିମନ୍ତେ ପାଞ୍ଚୋଟି 'ଗ' ର ଵ୍ୟାଖ୍ୟାନ ରହିଛି | ଯଥା -
1) ଗୋମାତା 
2) ଗଙ୍ଗା 
3) ଗାୟତ୍ରୀ 
4) ଗୀତା 
5) ଗୋବିନ୍ଦ 
ସମସ୍ତ ଉପନିଷଦର ସାର ଭଗବଦ୍‍‍ ଗୀତା, ଗୋମାତାଙ୍କ ସହ ତୁଳନୀୟା | ଦଶମ ଅଧ୍ୟାୟରେ ଭଗବାନ କହନ୍ତି - ନଦୀ ମାନଙ୍କ ମଧ୍ୟରେ ମୁଁ ଗଙ୍ଗା |  ଅନ୍ୟ ଏକ ଶ୍ଳୋକ ଅନୁସାରେ ’ଗାୟତ୍ରୀ ଛନ୍ଦସାମହମ୍’ ଅର୍ଥାତ୍‍‍ - ଛନ୍ଦ ମଧ୍ୟରେ ମୁଁ ଗାୟତ୍ରୀ | 
ପୁନଶ୍ଚ ଭଗବାନ କହୁଛନ୍ତି, ହେ ଅର୍ଜୁନ! 

ୟ ଇମମ୍ ପରମମ୍ ଗୁହ୍ୟମ୍ ମଦଭକ୍ତେସ୍ୱଭିଧାସ୍ୟତି |
ଭକ୍ତିମ ମୟି ପରାମ କୃତ୍ୱା ମାମେ ବୈଷୟତ୍ୟ ସଂଶୟଃ ||18.68||
ନ ଚ ତସ୍ମାନ ମନୁସ୍ୟେସୁ କଷୁଚିନ୍ମ ମେ ପ୍ରିୟ କୃତ୍ତମଃ |
ଭବିତା ନ ଚ ମେ ତସ୍ମାନ ଅନ୍ୟ ପ୍ରିୟ ତରୋ ଭୁବି ||18.69||

ଅର୍ଥାତ୍, ମୋର ଏହି ପରମ ଗୋପନୀୟ ଜ୍ଞାନକୁ ଯେ ନିଜ ଜୀବନରେ ଧାରଣ କରନ୍ତି, ସେ ମୋର ଅତ୍ୟନ୍ତ ପ୍ରିୟ ଏବଂ ମୋତେ ହିଁ ପ୍ରାପ୍ତ ହୋଇଥାଏ, ଏଥିରେ ସଂଶୟର ପ୍ରଶ୍ନ ନାହିଁ | ଯେ ଏହାର ପ୍ରଚାର ପ୍ରସାର କରନ୍ତି, ସେ ମଧ୍ୟ ମୋର ପ୍ରିୟ | ଏହା ସ୍ୱୟଂ ଭଗବାନଙ୍କ ମୁଖ ନିଃସୃତ ବାଣୀ ଯେ, ଏପରି ଭକ୍ତଙ୍କ ଅତିରିକ୍ତ  ମୋର ଅନ୍ୟ କେହି  ପ୍ରିୟ ହୋଇ ପାରିବେ ନାହିଁ | 
ଷୋଡଶ ଅଧ୍ୟାୟର ନାମ ଦୈବାସୁରସମ୍ପଦବିଭାଗ ଯୋଗ |  ଏଥିରେ ଭଗବାନ ଦୈବୀ ଓ ଆସୁରୀ ଗୁଣର ବର୍ଣ୍ଣନା କରନ୍ତି | ସାଧକ ଯେଉଁ ମୁହୂର୍ତ୍ତରେ ଯେଉଁ ଗୁଣ( ଦୈବୀ କିମ୍ବା ଆସୁରୀ) ଧାରଣ କରନ୍ତି, ସେ ତାହା ହିଁ ହୋଇଯାନ୍ତି |  ଆମ୍ଭେ ସମସ୍ତେ ତ୍ରିଗୁଣ(ସତ୍ତ୍ୱ,ରଜ ,ତମ) ମିଶ୍ରଣରେ ସୃଷ୍ଟ | ଏହି ତ୍ରିଗୁଣର ଭିନ୍ନ ଭିନ୍ନ ମାତ୍ରାର ସମ୍ମିଶ୍ରଣରେ ଆମ୍ଭର ସ୍ଵଭାଵ, ପସନ୍ଦ-ନାପସନ୍ଦ,ବ୍ୟବହାର, ରୂପ ଏବଂ ଆକାରରେ ଅନ୍ତର ଦୃଷ୍ଟିଗୋଚର ହୋଇଥାଏ |

ବିବେଚକ ଏଠାରେ, କବୀର ଦାସଙ୍କର ଏକ ସୁନ୍ଦର ଭଜନ ’ସଂତନ କେ ସଙ୍ଗ ଲାଗ ରେ’ ଗାଇଲେ -

ସନ୍ତନ କେ ସଙ୍ଗ ଲାଗ ରେ, ତେରୀ ଅଚ୍ଛୀ ବନେଗୀ,

ଅଚ୍ଛୀ ବନେଗୀ, ତେରୀ ବିଗଡୀ ବନେଗୀ, ତେରୀ ବହୁ ବଡଭାଗ ରେ, ତେରୀ ଅଚ୍ଛୀ ବନେଗୀ

ସଂତନ କେ ସଙ୍ଗ, ପୁଣ୍ୟ କମାଈ, ରାମ ଚରଣ ଅନୁରାଗ ରେ, ତେରୀ ଅଚ୍ଛୀ ବନେଗୀ ॥ 0 ॥

ସଂତନ କେ ସଙ୍ଗ ଲାଗ ରେ, ତେରୀ ଅଚ୍ଛୀ ବନେଗୀ ॥ 1 ॥

ଧ୍ରୁବ ଜୀ କୀ ବନ ଗଈ, ପ୍ରହ୍ଲାଦ ଜୀ କୀ ବନ ଗଈ,

ଗୁରୂ ସୁମିରନ ମେଂ ଲାଗରେ, ତେରୀ ଅଚ୍ଛୀ ବନେଗୀ ॥ 2 ॥

କାଗା ସେ ତୋହେ ହଂସ କରେଙ୍ଗେ, ମିଟ ଜାଏ ଉର କେ ଦାଗରେ, ତେରୀ ଅଚ୍ଛୀ ବନେଗୀ,

ସଂତନ କେ ସଙ୍ଗ ଲାଗ ରେ, ତେରୀ ଅଚ୍ଛୀ ବନେଗୀ ॥ 3 ॥

ମୋହ ନିଶା ମେଁ ବହୁତ ଦିନ ରୋୟେ, ମୋହ ନିଶା ମେଁ ବହୁତ ଦିନ ସୋୟେ,

ଜାଗ ସକେ ତୋ ବନ୍ଦେ ଜଗ ରେ, ତେରୀ ଅଚ୍ଛୀ ବନେଗୀ ॥ 4 ॥

ସୁତ ବିନ ନାରୀ ତୀନ ଆଶାଏଁ, ତ୍ୟାଗ ସକେ ତୋ ତ୍ୟାଗ ରେ ତେରୀ ଅଚ୍ଛୀ ବନେଗୀ,

ସନ୍ତନ କେ ସଙ୍ଗ ଲାଗ ରେ, ତେରୀ ଅଚ୍ଛୀ ବନେଗୀ ॥ 5 ॥

କହତ କବୀର ରାମ ସୁମିରନ ମେଂ, କହତ କବୀର ରାମ ଭଜନ ମେଂ

ପାଗ ସକୋ ତୋ ଅବ ପାଗ, ତେରୀ ଅଚ୍ଛୀ ବନେଗୀ ॥ 6 ॥

ସନ୍ତନ କେ ସଙ୍ଗ ଲାଗ ରେ, ତେରୀ ଅଚ୍ଛୀ ବନେଗୀ,

ରାମ ଚରଣ ଅନୁରାଗ ରେ, ତେରୀ ଅଚ୍ଛୀ ବନେଗୀ ॥ 0 ॥

କବୀର ଦାସଜୀଙ୍କର ଭଜନରେ, ଜୀବନ ସକାଶେ ସବୁଠାରୁ ଅଧିକ ପ୍ରଭାବଶାଳୀ ଯେଉଁ ତଥ୍ୟ ପାଉ, ତାହା ହେଉଛି, ’ସତ୍ସଙ୍ଗ’। ଚାଳିଶ ମିନିଟ ଗୀତା କ୍ଲାସ କରିବା ସମୟରେ, ସେହି ଚାଳିଶ ମିନିଟ ଯେଉଁ ଭଲ ଳୋକଙ୍କ ସଙ୍ଗ ପ୍ରାପ୍ତ କରୁ, ତାହାର ବହୁତ ମହତ୍ତ୍ୱ ଅଛି। ଯିଏ ଆମର ପ୍ରଶିକ୍ଷକ, ସେ ସତ୍ୱ ଗୁଣରେ ପୂର୍ଣ୍ଣ ଥାଆନ୍ତି। ଆମର ସାଥୀମାନେ ମଧ୍ୟ ସତ୍ୱ ଗୁଣରେ ଭରପୁର ଥାଆନ୍ତି। ସେମାନଙ୍କର ସଙ୍ଗର ପ୍ରଭାବରେ ଆମର ଚିନ୍ତାଧାରା ବଦଳି ଯାଏ। ସେଥିପାଇଁ ପ୍ରୟାସ କରିବା ଉଚିତ, ଯେ କୌଣସି ମତେ, କ୍ଲାସ ଛାଡିବା ନାହିଁ । ବିବେଚନ ଅବଶ୍ୟ ଶୁଣିବା। ଆମ ଜୀବନରେ ସାତ୍ୱିକତା ସ୍ୱତଃ ବୃଦ୍ଧି ପାଇବ ତାହା ଆମେ ଅନୁଭବ କରିବା।

ଭଗବାନ ମାର୍ଗ ବ୍ୟତୀତ ଗନ୍ତବ୍ୟ ବିଷୟରେ କହନ୍ତି। ସେ ଦ୍ୱାଦଶ ଅଧ୍ୟାୟରେ ଭକ୍ତର ଲକ୍ଷଣର ସୂଚୀ ଦେଇଛନ୍ତି, ଏବଂ ଦ୍ୱିତୀୟ ଅଧ୍ୟାୟରେ ସ୍ଥିତପ୍ରଜ୍ଞର ସୂଚନା ଦେଇଛନ୍ତି। ତ୍ରୟୋଦଶ ଅଧ୍ୟାୟରେ ଜ୍ଞାନୀର ସୂଚନା ଦେଇଛନ୍ତି ଏବଂ ଚତୁର୍ଦଶ ଅଧ୍ୟାୟରେ ଗୁଣାତୀତର ଲକ୍ଷଣ ଦର୍ଶାଇଛନ୍ତି। ଏହି ଷୋଡଶ ଅଧ୍ୟାୟରେ ଦୈବୀ ଓ ଆସୁରୀ ଗୁଣମାନଙ୍କ ବିଷୟରେ ଜଣାଇଛନ୍ତି।

ପ୍ରଥମ ତିନି ଶ୍ଲୋକରେ ଭଗବାନ 26ଟି ଦୈବୀ ଗୁଣ ବର୍ଣ୍ଣନା କରିଛନ୍ତି। ସେ କହୁଛନ୍ତି, ଯଦି ତୁମେ ନିଜକୁ ଭଗବାନଙ୍କର ମନେ କରୁଛ, ଭଗଭାନଙ୍କୁ ଭୟ ଓ ସମ୍ମାନ କରୁଛ, ତାଙ୍କର ଭକ୍ତ ମନେ କରୁଛ, ତାହେଲେ ନିମ୍ନ ତାଲିକାରୁ କେଉଁ ଗୁଣ ତୁମ ପାଖରେ ଅଛି ସେହି ଅନୁଯାୟୀ ନିଜକୁ ଚିହ୍ନ। ଏଠାରେ ଭଗବାନ ତୁମେ କଣ କରୁଛ, ତାହା ପ୍ରଶ୍ନ କରୁନାହାଁନ୍ତି। ଭଗବାନ ପ୍ରଶ୍ନ କରୁଛନ୍ତି କି, ତୁମ ଅନ୍ତର୍ମନରେ କଣ ଘଟିଲା? ଏହି ଗୀତା ଏକ ବ୍ୟବହାରିକ ଗ୍ରନ୍ଥ ଅଟେ। ଯେତେ ଆମେ ଗୀତା ପଢିବା, ଏବଂ ଯେତେ ଆମର ଜୀବନ ସତ୍ ମାର୍ଗ ଦିଗରେ ଅଗ୍ରସର କରିବ, ଏହି ଛବିଶ ଗୁଣ ଛବିଶଟି ପୁଷ୍ପ ସମ ଆମ ଜୀବନରେ ପ୍ରସ୍ଫୁଟିତ ହେବ । ଯଦି ଏହି ଛବିଶଟି ପୁଷ୍ପ ପ୍ରକଟ ହେଉଛନ୍ତି, ତେବେ ଆମ ସାଧନାର ମାର୍ଗ ସଠିକ ଅଟେ। ଯଦି ଏହା କରିବା ସତ୍ତ୍ବେ ପୁଷ୍ମାପନେ ପ୍ରସ୍ଫୁଟିତ ହେଉ ନାହାନ୍ତି, ତେବେ ଆମ ସାଧନାର ମାର୍ଗ ସଠିକ୍ ନୁହେଁ।



16.1

ଶ୍ରୀଭଗବାନୁବାଚ
ଅଭୟଂ(ମ୍) ସତ୍ତ୍ୱସଂଶୁଦ୍ଧିଃ(ର୍), ଜ୍ଞାନୟୋଗବ୍ୟବସ୍ଥିତିଃ
ଦାନଂ(ନ୍) ଦମଶ୍ଚ ୟଜ୍ଞଶ୍ଚ, ସ୍ୱାଧ୍ୟାୟସ୍ତପ ଆର୍ଜବମ୍।।1।।

ଶ୍ରୀ ଭଗବାନ କହିଲେ - ଅଭୟ , ଅନ୍ତଃକରଣର ସମ୍ୟକ୍ ଶୁଦ୍ଧି , ଜ୍ଞାନ ନିମନ୍ତେ ଯୋଗରେ ଦୃଢ ସ୍ଥିତି , ସାତ୍ତ୍ୱିକ ଦାନ, ଇନ୍ଦ୍ରିୟ ଦମନ , ଯଜ୍ଞ , ସ୍ବାଧ୍ୟାୟ, କର୍ତ୍ତବ୍ୟ ପାଳନ ନିମନ୍ତେ କଷ୍ଟସହିଷ୍ଣୁତା, କାୟମନୋବାକ୍ୟରେ ସରଳତା--

ବିବେଚନ :

ଆରମ୍ଭରୁ ଶ୍ରୀଭଗବାନ ଭୟଶୂନ୍ୟ ହୋଇ କିପରି ଛଵିଶ ପ୍ରକାର ଗୁଣମାନଙ୍କର ପାଳନ କରାଯାଇପାରିବ ସେ ସମ୍ଵନ୍ଧରେ କହୁଛନ୍ତି।

ଅଭୟ :-

ସାଧାରଣତଃ ଅଭୟ/ଭୟଶୂନ୍ୟତା ଏକ ଶାରୀରିକ ଗୁଣପରି ଅନୁଭୂତ ହୋଇଥାଏ, ଯେଉଁଥିରେ ଦୈବୀ ଗୁଣର ଉପସ୍ଥିତି ପ୍ରତୀତ ହୋଇନଥାଏ। ସାଧାରଣତଃ ଲୋକମାନେ "ଅଭୟକୁ" ଭୟଶୂନ୍ୟତା ବୋଲି ବୁଝିଥାନ୍ତି। ମାଫିଆ କାହାକୁ ଭୟ କରିନଥାନ୍ତି, ତା ମାନେ କ'ଣ ସେମାନେ ଦୈଵୀଗୁଣ ସମ୍ପର୍ଣ୍ଣ ଅଟନ୍ତି? ଏହି ପ୍ରଥମ ଗୁଣଟିକୁ ଭଗବାନ ବହୁତ ଅଦ୍ଭୁତ ବୋଲି କହିଥାନ୍ତି।

ହିତୋପଦେଶ ସମ୍ବନ୍ଧୀୟ ଏକ ଶ୍ଳୋକର ଅବତାରଣା କରିଛନ୍ତି -

"ଆହାର, ନିଦ୍ରା, ଭୟ, ମୈଥୁନଂ ଚ ସାମାନ୍ୟମେତତ୍ ପଶୁଭିର୍ନରାଣାମ୍ ।

ଧର୍ମୋ ହି ତେଷାମଧିକୋ ଵିଶେଷଃ ଧର୍ମେଣ ହିନାଃ ପଶୁଭିଃ ସମାନାଃ।।"

ତାତ୍ପର୍ଯ୍ୟ ଏହା କି, ଭଗବାନ ସମସ୍ତଙ୍କୁ ଆହାର/ଖାଦ୍ୟ, ନିଦ୍ରା/ନିଦ,ଭୟ/ଡର ଏବଂ ମୈଥୁନ ପ୍ରଦାନ କରିଛନ୍ତି। ମନୁଷ୍ୟକୁ ତଥା ପଶୁକୁ ମଧ୍ୟ ଦେଇଛନ୍ତି। ଫରକ ଏହା କି, ମନୁଷ୍ୟ ଏଗୁଡିକର ଉପଯୋଗ ଵିଵେକର ସହିତ କରନ୍ତି, ଯାହା କି ପଶୁଠାରେ ନ ଥାଏ। ମନୁଷ୍ୟକୁ ଜ୍ଞାତ ଥାଏ କି ଏହାର ପ୍ରୟୋଗ କେବେ କରିବା ଉଚିତ୍ , ଓ କେବେ କରିବା ଉଚିତ୍ ନୁହେଁ । ମନୁଷ୍ୟ ଏହାର ସଦୁପଯୋଗ କିମ୍ବା ଦୁରୁପଯୋଗ ବି କରିପାରେ। ଭୟ ଆମକୁ ଭୂଲ୍ ରାସ୍ତାରେ ଯିବାରୁ ନିବୃତ କରିଥାଏ। ଧର୍ମ ପାଳନ କଲେ ଜୀବନରେ ଅଭୟତା ବା ନିର୍ଭୀକତା ଆସିଥାଏ। ଯେଉଁ ମନୁଷ୍ୟର ଜୀବନ ଯେତେ ଧର୍ମ ପରାୟଣ ହୁଏ ସେ ସେତେ ଭୟଶୂନ୍ୟ ହୋଇଥାଏ।

ଆହାର/ଖାଦ୍ୟ, ନିଦ୍ରା/ନିଦ, ଭୟ/ଡର ଏବଂ ମୈଥୁନ – ଭଗବାନ ଏହି ଚାରିଗୁଣ ମନୁଷ୍ୟ ଏବଂ ପଶୁ ଉଭୟଙ୍କୁ ପ୍ରଦାନ କରିଛନ୍ତି । ମନୁଷ୍ୟକୁ ଧର୍ମର ଜ୍ଞାନ ଦେଇଛନ୍ତି, ଯାହାକି ପଶୁଠାରେ ଉପଲବ୍ଧ ନାହିଁ। ଧର୍ମ ମାଧ୍ୟମରେ ଏହି ଚାରିଗୁଣର ସଦୁପଯୋଗ କରିପାରିବ । ଭୟର ସଦୁପଯୋଗ କିମ୍ବା ଦୁରୁପଯୋଗର ଦୁଇ ପ୍ରକାରର ଗତି ଋଷି ମୁନିମାନେ ଦର୍ଶାଇଛନ୍ତି :-

ଅର୍ଥାତ୍ ଭୟ ଦୁଇ ପ୍ରକାରର ଥାଏ। ସାତ୍ତ୍ୱିକ ଭୟ ବା ପ୍ରତ୍ୟାଶିତ (ପ୍ରତିକ୍ଷୀତ) ଭୟ ଏବଂ ଅପ୍ରତ୍ୟାଶିତ ଭୟ। ଗୋଟିଏ ଅଭୟ ଅର୍ଥ ନିର୍ଭୟତା ଅନ୍ୟ ଭୟଟି ନିରଙ୍କୁଶତା । ମାଫିଆ ନିରଙ୍କୁଶ ହୋଇଥାନ୍ତି, ଅପରପକ୍ଷରେ ସୈନିକ ନିର୍ଭୟ ହୋଇଥାନ୍ତି। ସୈନିକ ଅନୁଶାସିତ ଥାଆନ୍ତି, ତଥା ନିୟମ ଓ ଆଦେଶ ପାଳନରେ ବାନ୍ଧି ହୋଇଥାନ୍ତି। ତାଙ୍କୁ ଜ୍ଞାତ ଥାଏ କି ସମ୍ପୂର୍ଣ୍ଣ ପ୍ରକ୍ରିୟା/ପଦ୍ଧତି ତାଙ୍କ ସହ ଥାଏ। ଏଣୁ ନିର୍ଭୟରେ ଦେଶର ସୀମାରେ ମାତୃଭୂମିର ସୁରକ୍ଷା ପାଇଁ ଠିଆ ହୋଇଯାନ୍ତି । ପରନ୍ତୁ ମାଫିଆ ଦିଗଭ୍ରଷ୍ଟ/ଦିଗହରା ହୋଇ ଦୁର୍ବଳକୁ ଭୟଭୀତ କରାଇଥାଏ।

ପରମ ସନ୍ଥ ଶ୍ରୀରାମ ସୁଖ ଦାସ ଜୀ କହୁଛନ୍ତି :- ବେପରୁଆ ହୋଇଯାଅ, ଵେଫିକର ବା ଦାୟିତ୍ବହୀନ ନୁହେଁ। ଦୁଇଟି ଯାକ ଏକାପରି ବୋଧ ହେଉଛି, କିନ୍ତୁ ଠିକ୍ ତାହା ନୁହେଁ। ଜଣେ ସାଧୁଙ୍କ ପକ୍ଷେ ଭୋଜନ ପାଇଁ ରୁଟି ପ୍ରାପ୍ତି ଚିନ୍ତା ନକରିବା ବେପରୁଆ ଭାଵ ଅଟେ । ଜଣେ ଗୃହସ୍ଥ ଦିନତମାମ ବସି ତାସ୍ ଖେଳି ସଂଧ୍ୟାରେ ଗୃହକୁ ଫେରି ରୁଟି ପ୍ରାପ୍ତି (ରାତ୍ର ଭୋଜନ)ର ଚିନ୍ତା ନ କରିବା ଲାପରଵାହି ବା ଦାୟିତ୍ୱହୀନତା ଅଟେ। ସାଧୁଙ୍କୁ ସେଥିପାଇଁ ପୁରସ୍କାର ମିଳିବ, କିନ୍ତୁ ଗୃହସ୍ଥଙ୍କୁ ଏହାର ପରିଣାମ ସ୍ବରୂପ ଦଣ୍ଡ ମିଳିବ। ଏହାକୁ ବୁଝିବା ପାଇଁ ଆଉ ଟିକିଏ ଚେଷ୍ଟା କରିବା। ଅଧ୍ୟାତ୍ମରେ ବେପରୁଆ ହେବାକୁ କୁହାଯାଇଛି, କିନ୍ତୁ ଦାୟିତ୍ବହୀନ ହେବାକୁ ନୁହେଁ। 

ଲାପରବାହି ବା ଦାୟିତ୍ୱହୀନତା ନକାରାତ୍ମକ ହେବାବେଳେ ଵେପରବାହି ସକାରାତ୍ମକ ଅଟେ। ସାଂଧ୍ୟ ଭୋଜନ ମିଳିବ କି ନାହିଁ , ସେଥିପାଇଁ ଏକ ସାଧୁ ଚିନ୍ତା କରେନାହିଁ । ଏହାର ବିପରୀତ ଏହା ଅଟେ କି ସ୍ତ୍ରୀ ପିଲା ଭୋକ ଉପାସରେ ବସିଛନ୍ତି, ଆଉ ଗୃହସ୍ଥ ଜଣକ ବସି ତାସ୍ ଖେଳୁଛନ୍ତି, ଏହା ଦାୟିତ୍ୱହୀନତା ବା ଅସାବଧାନତା ଅଟେ । 

ଏ ଦୁଇଟି ମଧ୍ୟରେ ଅତି ସୂକ୍ଷ୍ମ ପାର୍ଥକ୍ୟ ଅଛି ଯାହାକୁ ଶାସ୍ତ୍ରକାରମାନେ ନିର୍ଭୟତା ସ୍ଥାନରେ ଅଭୟ ବ୍ୟବହାର କରିଛନ୍ତି, ଲାପରଵାୟ ସ୍ଥାନରେ ବେପରଵାୟ ଶବ୍ଦ ପ୍ରୟୋଗ କରିଛନ୍ତି। ଲାପରଵାୟି ବା ଦାୟିତ୍ୱହୀନ ବ୍ୟକ୍ତି ଅଜ୍ଞାନୀ ହେଇଥିବା ସ୍ଥଳେ ଵେପରବାୟୀ ଶ୍ରେଷ୍ଠ/ପରମ ଜ୍ଞାନୀ ଅଟନ୍ତି। ନିର୍ଭୀକ ଜ୍ଞାନୀ ହେବା ସ୍ଥଳେ ନିରଙ୍କୁଶ ଅଜ୍ଞାନୀ ଅଟନ୍ତି।

ନିରଙ୍କୁଶ ଆସୁରୀ ସ୍ୱଭାବର ହୋଇଥାନ୍ତି ଏବଂ ଅନ୍ୟମାନଙ୍କୁ କଷ୍ଟ ଦେଇଥାନ୍ତି। ସେମାନେ ମାତାପିତା, ସମାଜ, ନୀତି ନିୟମ, ଶାସ୍ତ୍ର, ପୋଲିସ, ଆଇନକାନୁନ ଇତ୍ୟାଦି କୌଣସିଟିକୁ ପରଵାୟ, ଭୃକ୍ଷେପ ବା ଭୟ କରନ୍ତି ନାହିଁ। ପରନ୍ତୁ ଜଣେ ଛୋଟ ଵାଳକ ନିଜର ମାଆ କୋଳରେ ଵେପରବାୟ ହୋଇଥାଏ, ତାକୁ ପଡିଯିବାର ଭୟ ନ ଥାଏ, ତା'ର ମାଆ ଉପରେ ବିଶ୍ୱାସ ଥାଏ,ସେ ମାଆର ଆଶ୍ରୟରେ ଥାଏ। ସାଧୁ ଯେବେ ନିଜ ପରମାତ୍ମା ଓ ଗୁରୁଠାରେ ଏହିପରି ଆଶ୍ରିତ ହୋଇଯାନ୍ତି, ତାଙ୍କ ଜୀବନରେ ଏହିପ୍ରକାର ନୀର୍ଭୟତା ଆସିଯାଇଥାଏ।

"ହମାରେ ସାଥ୍ ଶ୍ରୀ ରଘୁନାଥ ଫିର୍ କିସ୍ ଵାତ୍ ମେ ଡରନା।

ଚରଣ ମେ ରଖ ଦିୟା ମାଥ୍ ,ଫିର୍ କିସ୍ ଵାତ୍ ସେ ଡରନା।।

ହୋଇ ହିଁ ସୋଇ ଜୋର ରାମ ରଚି ରଖା। କୋ କରି ତର୍କ ଵଢାବେ ସାଖା।।

ଅସ କହି ଲଗେ ଜପତ ହରି ନାମ । ଗଈ ସତୀ ଜହଁ ପ୍ରଭୁ ସୁଖଧାମା ।।"

ଯାହାର ଜୀବନରେ ଭଗବଦ୍ ଆଶ୍ରୟ ଯେତେ ବେଶୀ ହେବ, ତାଙ୍କ ଜୀବନରେ ନିର୍ଭୀକତା ସେତେ ବେଶୀ ବଢିଚାଲିଵ। ଅଭୟର ଅନୁପସ୍ଥିତିରେ ବାକି ସଦଗୁଣ ଗୁଡ଼ିକର ରକ୍ଷା ହୋଇପାରେ ନାହିଁ। ତପ, ସତ୍ୟ ଆଦି ସମସ୍ତ ଗୁଣ ତଥା ନିୟମ ଉପବାସ ଆଦି ମଧ୍ୟ ଭୟ କାରଣରୁ ଚାଲିଯାଏ। ଏଥିପାଇଁ ଭଗବାନ " ଅଭୟ" କୁ ପଚ୍ଚିଶ ତମ ଗୁଣର ମାନ୍ୟତା ପ୍ରଦାନ କରିଛନ୍ତି। ଭଗବାନ ଏବଂ ଗୁରୁଙ୍କ ଆଶ୍ରୟ ନ କରିବା କାରଣରୁ, ଜୀବନରେ ଅନିଷ୍ଟର ଆଶଙ୍କା ଲାଗି ରହିଥାଏ, ସବୁକିଛି ପାଖରେ ଥାଇ ମଧ୍ୟ ଜୀବନରୁ ଭୟ ଦୂର ହୋଇନଥାଏ। ଭଗବଦ୍ ଆଶ୍ରୟ ନେଲେ ଜୀବନରେ ଅଭୟ ଓ ସତ୍ତ୍ୱଗୁଣ ବୃଦ୍ଧି ହୋଇଥାଏ।

ରାବଣର ମନରେ ଭୟ ଥିଲା , କାରଣ ସେ ଅସଦ୍ କାର୍ଯ୍ୟରେ ଲିପ୍ତ ଥିଲା । ମାତା ଜାନକୀଙ୍କୁ କପଟ କରି ଅପହରଣ କରିନେଇଥିଲା । ପରନ୍ତୁ ଭଗବାନ ରାମ ଅଭୟ ଅଟନ୍ତି।

"ଜାକେ ଡର ଅତି କାଲ ଡେରାଈ । ଜୋ ସୁର ଅସୁର ଚରାଚର ଖାଈ।।

ତାସୋ ଵୟରୁ କଵହଉଁ ନହିଁ କିରେ। ମେରେ କହେ ଜାନକୀ ଦୀଜୈ।। "

ସତ୍ତ୍ୱ ସଂଶୁଦ୍ଧିଃ :-

କଥିତ ଅଛି ,

"ମନ୍ ଚଙ୍ଗା ତୋ କଠୈ।ତି ମେଁ ଗଙ୍ଗା"

। ଯେଉଁ ମାନେ ପୂଜା ପାଠ କରନ୍ତି ନାହିଁ ସେମାନେ ଅବଶ୍ୟ ଏପରି କଥା କହିଥାନ୍ତି, ପରନ୍ତୁ, ସେମାନେ ଭୁଲି ଯାଆନ୍ତି କି ପ୍ରଥମେ ମନକୁ ଚଙ୍ଗା କରିବାର ଆବଶ୍ୟକତା ଅଛି । ଅନେକ ଲୋକ କହନ୍ତି ପୂଜା ତ କରୁଛି, ମାଳା ତ ଜପୁଛି, ହେଲେ ମନ ଲାଗୁନାହିଁ। ମନ ଲଗାଇବାକୁ ହେଲେ ମନ ଭିତରର ମଇଳାକୁ ସଫା କରିବାକୁ ପଡ଼ିଥାଏ। ଆମେ କପଡ଼ାକୁ ସଫା କରୁନାହୁଁ, କପଡ଼ା ଉପରେ ଲାଗି ଥିବା ମଇଳାକୁ ସଫା କରୁଛୁ। ଯାହାର ଅନ୍ତଃକରଣ ନିର୍ମଳ ହୋଇଥାଏ, ସେ ବିଶୁଦ୍ଧ ଆତ୍ମ ତତ୍ତ୍ଵର ଅଂଶ ଅଟେ , ଭଗବାନ ବି ସ୍ୱୟଂ ଆମ ହ୍ରୃଦୟରେ ବାସ କରନ୍ତି। କିନ୍ତୁ ମଝିରେ ମଇଳାର ଅସ୍ତରଣ କାରଣରୁ ଆମକୁ ଭଗବାନ ଦୃଶ୍ୟ ହେଉ ନାହାଁନ୍ତି ତଥା ପ୍ରାପ୍ତ ବି ହେଉ ନାହାଁନ୍ତି। ମଇଳା ଦର୍ପଣରେ ପ୍ରତିବିମ୍ବ ଦେଖାଯାଏ ନାହିଁ। ତାକୁ କପଡ଼ାରେ ସଫା କରିଦେଲେ ପ୍ରତିବିମ୍ବ ସ୍ପଷ୍ଟ ହୋଇଯାଏ। ସେହିପରି ଯଦି ଭଗବାନଙ୍କୁ ଦର୍ଶନ କରିବାର ଅଛି ତାହାଲେ, ଵିକାର, ପାପ, କାମନା, ବାସନା ରୂପକ ମଇଳା ଗୁଡ଼ିକୁ ଅନ୍ତଃକରଣରୁ ହଟାଇବାକୁ ପଡିଵ। ଯେ ପର୍ଯ୍ୟନ୍ତ ଏହି ମଇଳା ଦୂର ନ ହୋଇଛି, କୋଟି କୋଟି ଜନ୍ମ ପରେ ମଧ୍ୟ ଈଶ୍ୱରଙ୍କ ପ୍ରାପ୍ତି ହୋଇପାରେ ନାହିଁ। ମନ ଭିତରେ ଈର୍ଷା, ଦ୍ୱେଷ, କପଟ, ମିଥ୍ୟା, କାମନା, ଵାସନା ଭର୍ତ୍ତି ଅଛି ତ ପରମାତ୍ମା ପ୍ରାପ୍ତ ହେବେ ନାହିଁ। ଅପଵିତ୍ର ମନରେ ପରମାତ୍ମା ଉପଲବ୍ଧ ହୁଅନ୍ତି ନାହିଁ। ମନ ନିର୍ମଳ ହେଲେ ହିଁ ପରମାତ୍ମା ବିରାଜମାନ ହୋଇଥାନ୍ତି।

ଦୈଵୀଗୁଣ ପାଇଁ ମନରୁ କପଟ ଦୂର କରିବା ଉଚିତ, ତଥା ନିଜ ବ୍ୟବହାରୁ ମିଥ୍ୟା, ଅଜ୍ଞାନତା, ଦ୍ୱେଷ ଓ ନକରାତ୍ମକତା ଆଦିକୁ ହଟାଇବା ଅତ୍ୟନ୍ତ ଆବଶ୍ୟକ। କିଛି ଲୋକ ଏପରି ବି କହିଦିଅନ୍ତି, କି ମୁଁ ତ ଏମିତି ଅଟେ, ଯିଏ ଯାହା ଭାବୁଛି ମତେ କିଛି ଫରକ୍ ପଡେନା। ଏକଥା ଗର୍ଵର ବିଷୟ ନୁହେଁ, ବରଂ ଅନୁତାପର ବିଷୟ ଅଟେ। ଏମିତି ତ "ପୁନରପି ଜନମମ୍ ପୁନରପି ମରଣମ୍" - ଯାହା ଯୁଗ ଯୁଗ ଧରି ଲାଗି ରହିବ। ନିଜ ଭିତରେ ଯେଉଁ ଦୋଷ ଗୁଣ ଅଛି ସେସବୁର ନିରାକରଣ କରିବାକୁ ପଡ଼ିବ।

ଜ୍ଞାନୟୋଗ ଵ୍ୟଵସ୍ଥିତିଃ:-

କେବେ କେବେ ଆମେ ବହୁତ ଧ୍ୟାନ ଵି କରୁ, ଵିଵେଚନ ଶୁଣୁ, ଗୀତା, ରାମାୟଣ ପଢ଼ିବାରେ ଖୁଵ ମନ ବି ଲାଗେ, କିନ୍ତୁ ମନର ଏ ସ୍ଥିତି ସବୁବେଳେ ରହେନାହିଁ। ଆଉ ଯେପର୍ଯ୍ୟନ୍ତ ନିରନ୍ତର ଏହି ସ୍ଥିତି ରହିନାହିଁ ସେ ପର୍ଯ୍ୟନ୍ତ ସବୁ ଅସମ୍ପୂର୍ଣ୍ଣ ରହିଯାଏ । ନିରନ୍ତରତା ଏବଂ ସ୍ଥାୟୀତ୍ବ ଆସିଗଲେ ଏହା ଦୈବୀ ଗୁଣ ହୋଇଯାଏ।

ଦାନଃ :-

ଦାନ ମଧ୍ୟରୁ ଏକ ପ୍ରକାର ଦାନ ହେଉଛି " ଧନଦାନ"। ଦାନ ଦେବା ବେଳେ ଯେ ପର୍ଯ୍ୟନ୍ତ "ମୁଁ ଦେଉଛି, ମୁଁ ମହାନ୍ ଅଟେ, ମୁଁ ଦେଇପାରେ" ଏ ପ୍ରକାର ମନୋଭାବ ରହେ, ସେ ପର୍ଯ୍ୟନ୍ତ ଦାନରେ ନିମ୍ନତା ରହେ। ପରନ୍ତୁ ଶାସ୍ତ୍ରକାର କହନ୍ତି କି କର୍ତ୍ତବ୍ୟ ରୂପେ ଦିଆଯାଇଥିବା ଦାନ ସର୍ଵଶ୍ରେଷ୍ଠ ଅଟେ।

ଭଗବାନ ତ ଦୁଇ ଶ୍ରେଣୀ ବିଭାଗ ସୃଷ୍ଟି କରିଛନ୍ତି, - ଏକ ନେବାବାଲା ଓ ଅନ୍ୟଟି ଦେବାବାଲା ଅର୍ଥାତ୍ ଜଣେ ଗ୍ରହୀତା, ଅନ୍ୟଟି ଦାତା। କିଛି ମନୁଷ୍ୟଙ୍କୁ ଭଗବାନ ଦାତା ରୂପରେ ଉତ୍ପନ୍ନ ତ କରିଦେଲେ , କିନ୍ତୁ ସାରା ଜୀବନ ସେମାନଙ୍କର ନେବାର ଆକାଙ୍କ୍ଷା ଜାଗ୍ରତ ହୋଇରହେ। କାହାକୁ ଦେବାକୁ ପଡ଼ିଲେ, ମନ ଦୁଃଖ କରି ଦାନ କରନ୍ତି। ଭଗବାନ ଆପଣଙ୍କୁ ଦାନ ଦେବାର ସାମର୍ଥ୍ୟ ଦେଇଛନ୍ତି ତ ତା'ର ସଦୁପଯୋଗ କରିବା ଉଚିତ୍। କେବଳ ଧନ ଦେବା ଦାନ ନୁହେଁ, ବରଂ ସମୟ, ଜ୍ଞାନ ଆଦି ଦେବା ମଧ୍ୟ ଦାନ ଅଟେ।

ଦାନ ଦେବାର ପ୍ରବୃତ୍ତି ଉତ୍ପନ୍ନ ହେବା ଆବଶ୍ୟକ। ଏହିପରି ଗୀତା ପରିବାର ଠାରୁ କିଛି ନେଲେ ତ ସେଵା ରୂପରେ ତା'ର ପରିଶୋଧ କରିବା – ଏପରି ଭାବନା ସୃଷ୍ଟି ହେବା ଉଚିତ। ଏଥିରେ ଧନ ତ କିଛି ଖର୍ଚ୍ଚ ହୁଏ ନାହିଁ, ବରଂ ନିଜର ପ୍ରତିଭା, ଶକ୍ତି ଓ ସମୟର ଉପଯୋଗ ହୋଇଥାଏ।

ଆପଣ ସ୍ୱଚ୍ଛତା ମଧ୍ୟ ଦାନ କରିପାରିବେ, ଯେପରିକି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଜୀ ଙ୍କ " ସ୍ୱଚ୍ଛ ଭାରତ " ଅଭିଯାନ ପ୍ରକ୍ରିୟା ଚାଲୁଛି। ଆପଣ ପ୍ରସନ୍ନତାର ଦାନ ବି ଦେଇପାରିବେ। ଆପଣ ନିଶ୍ଚିତ କରିନିଅନ୍ତୁ କି ଯାହା ସହ ବି ସାକ୍ଷାତ ହେବ, ସ୍ମିତ ହାସ୍ୟ ଦେଇ ସ୍ୱାଗତ କରିବା। ଭଗବାନ ଶ୍ରୀକୃଷ୍ଣଙ୍କ ଏହା ବିଶେଷତା ଅଟେ, କି ଯାହା ସହ ବି ଭେଟ ହେଉ ସହାସ୍ୟ ବଦନରେ କରନ୍ତି, " ପ୍ରହସନ୍ନିବ ଭାରତ"। ଅର୍ଜୁନ କ୍ରନ୍ଦନ କରୁଛନ୍ତି , ତଥାପି ଶ୍ରୀକୃଷ୍ଣ ସ୍ମିତ ହାସ୍ୟ ତଥା ପ୍ରସନ୍ନ ଚିତ୍ତ ଅଛନ୍ତି। ଭଗବାନଙ୍କ ପ୍ରସନ୍ନ ଚିତ୍ତ ଓ ସହାସ୍ୟ ବଦନ ଯୋଗୁଁ ଅର୍ଜୁନ ନିଜକୁ ସମ୍ଭାଳି ପାରିଲେ।

ଆପଣ ମାନେ ଏଲୋପାଥି, ହୋମିଓପାଥି ଓ ନାଚୁରୋପାଥି ଶୁଣିଥିଵେ । ଏଗୁଡିକ ଠାରୁ ଆହୁରି ଉପଯୋଗୀ " ସିମ୍ପାଥି" ଅର୍ଥାତ୍ "ସହାନୁଭୂତି ",  କେହି ଜଣେ କଷ୍ଟରେ ଥାଏ ବା ଦୁଃଖୀ ଲାଗୁଥାଏ ତ ତାଙ୍କ ପାଖରେ ବସି ଆଶ୍ୱାସନାର ଦୁଇ ପଦ କଥା ହୋଇଗଲେ ତାଙ୍କ ପାଇଁ ତାହା ଔଷଧ ଭଳି କାମ କରେ। ନିଜ ପରିବାର, ପଡୋଶୀ, ସହକର୍ମୀ, କର୍ମଚାରୀ କିମ୍ବା କୌଣସି ଅଜ୍ଞାତ ଲୋକଙ୍କୁ କିଛି ନା କିଛି ଦେବାର ମନୋଭାବ ପ୍ରତ୍ୟେକଙ୍କ ମନରେ ଉଦ୍ରେକ ହେବା ଆବଶ୍ୟକ। ଏକ ବହୁତ ସୁନ୍ଦର ଗୀତ ଅଛି :-

"ଦେଶ ହମେ ଦେତା ହେ ସଵକୁଛ, ହମ୍ ଭି ତୋ କୁଛ ଦେନା ସୀଖେଁ, ସୂରଯ ହମେ ରୋଶନୀ ଦେତା, ହାୱା ନୟା ଜୀବନ ଦେତୀ ହୈ

ଭୂକ ମିଟାନେ କୋ ହମ ସଵକୀ, ଧରତୀପର ହୋତୀ ଖେତୀ ହୈ, ଔରକା ଭୀ ହିତ ହୈ ଜିସମେ , ହମ୍ ଐଷା କୁଛ କରନା ସୀଖେ।"

ଜୋ ଅନପଢ଼ ହୈ ଉନ୍ହେ ପଢାଏ, ଜୋ ଚୁପ୍ ହୈ ଉନକୋ ବାଣୀ ଦେ, ପିଛଡ ଗୟେ ଜୋ ଉନ୍ହେ ବଢାଏ, ପ୍ୟାସୀ ଧରତୀ କୋ ପାନି ଦେ।

ହମ୍ ମେହନତ କେ ଦୀପ ଜଲାକର, ନୟା ଉଜାଲା କରନା ସୀଖେ, ଦେଶ ହମେ ଦେତା ହେ ସଵକୁଛ, ହମ୍ ଭି ତୋ କୁଛ ଦେନା ସୀଖେ।"

ଏହାର ତାତ୍ପର୍ଯ୍ୟ ହେଉଛି, ଆମର କିଛି ନା କିଛି ଦେବାର ମନୋଭାବ ଜାଗ୍ରତ ହୋଇ ରହୁ। କୃପଣ ଭାଵରେ ଆମେ ବଞ୍ଚିବା ଉଚିତ ନୁହଁ। ରାଜା ଭାବରେ ବଞ୍ଚିବା ଉଚିତ୍ । ତା ପାଇଁ ପଇସାର ଆବଶ୍ୟକତା ନାହିଁ। ପରନ୍ତୁ ଆନ୍ତରିକତା ଦରକାର। ଭଗବାନଙ୍କ ଦ୍ୱାରା ପ୍ରାପ୍ତ ଶକ୍ତି ତଥା ସାମର୍ଥ୍ୟକୁ ଉଦାର ହୃଦୟରେ ନିଜପାଇଁ ସଦୁପଯୋଗ କରି ଜନତାଙ୍କ ସେବାରେ ଲଗାଇବାର ସଂକଳ୍ପ ନେବା ଉଚିତ। ତାହା ପୁଣି ‌କର୍ତ୍ତଵ୍ୟ ଭାବ ରଖି, ପ୍ରତିଵଦଳରେ କିଛି ପ୍ରାପ୍ତ କରିବାର କାମନାରୁ ନିବୃତ ରହି ଦାନ ଓ ସେଵା କଲେ , ତାହାକୁ ପ୍ରକୃତ ଦାନ ବୋଲି କୁହାଯାଏ।

ପ୍ରଜ୍ଞାଚକ୍ଷୁ ଶ୍ରୀଶରଣାନନ୍ଦ ମହାରାଜଜୀ କହୁଥିଲେ, " ସଵକେ କାମ ଆ ଜାଓ ଔର ବଦଲମେ କୁଛ ମତ ଚାହୋ"

ଉତ୍ତମ ଜୀବନ ବଞ୍ଚିବାର ଇଚ୍ଛା ଅଛି ତ, ଏହି ପ୍ରକାର ଦୃଷ୍ଟିଭଙ୍ଗୀ ରଖିଵା ଉଚିତ ଯେ, ମୁଁ ସମସ୍ତଙ୍କ କାମରେ ଆସିଵି କିନ୍ତୁ ତା ପରିବର୍ତ୍ତେ କିଛି ଆଶା ରଖିଵି ନାହିଁ। ଏହାହିଁ ସର୍ବଶ୍ରେଷ୍ଠ ଓ ସୁଖୀ ଜୀବନ ହେବ। ସ୍ୱାମୀ ଶରଣାନନ୍ଦ ଆହୁରି ମଧ୍ୟ କହୁଥିଲେ , ସଂସାର ଯୋଗ୍ୟତାକୁ ନୁହେଁ, ଉପଯୋଗୀତାକୁ ଆଦର ସମ୍ମାନ କରିଥାଏ। ଆପଣଙ୍କ ପାଖରେ ଯେତେ ବି ଡିଗ୍ରୀ ଥାଉ, ବହୁତ ସାରା ଧନ ବି ଥାଉ, ଯଦି କା‌ହାର କାମରେ ଲାଗିଲା ନାହିଁ, ସେସବୁ ବ୍ୟର୍ଥ ଅଟେ। 

ଦମଃ -

ଅର୍ଥାତ୍, ଇନ୍ଦ୍ରିୟମାନଙ୍କର ସ଼ଂଯମତା, ମୁଁ କ'ଣ ଦେଖିବି, କ'ଣ ଶୁଣିବି, କ'ଣ ଖାଇବି, କ'ଣ କହିଵି, କ'ଣ ଆଘ୍ରାଣ କରିବି, କ'ଣ ସ୍ପର୍ଶ କରିବି ଇତ୍ୟାଦି ଇଚ୍ଛାକୁ କିପରି ନିୟନ୍ତ୍ରିତ ରଖିବି। କେବେ କେବେ ଯାହାର ଇନ୍ଦ୍ରିୟ ଗୁଡ଼ିକ ଉପରେ ଆଦୌ ନିୟନ୍ତ୍ରଣ ରହେନାହିଁ, ଏପରି ମନୁଷ୍ୟଙ୍କୁ ସିଧା ବସିବା ମଧ୍ୟ କଠିନ ହୋଇପଡେ। ଇନ୍ଦ୍ରିୟମାନଙ୍କ ମଧ୍ୟରେ ନେତ୍ର ସର୍ବାଧିକ ଚଞ୍ଚଳ ଅଟେ। 

ସ୍ୱାମୀ ଶରଣାନନ୍ଦଜୀ କହିଛନ୍ତି – "ଯାହାକୁ ଦେଖିବ ତାଙ୍କୁ ମନ ଦେବାକୁ ପଡିବ, ଏଥିପାଇଁ ପାଇଁ ନିଜ ଦୃଷ୍ଟିକୁ ସମ୍ଭାଳି କରି ରଖ"।  ବ୍ୟର୍ଥ ଚେଷ୍ଟାରୁ ନିବୃତ୍ତ ରହିଲେ ନିଜର ସମୟ ବ୍ୟର୍ଥ ଯିଵ ନାହିଁ।

ଯଜ୍ଞଃ:-

ଚତୁର୍ଥ ଅଧ୍ୟାୟରେ ଭଗବାନ ବାର ପ୍ରକାର ଯଜ୍ଞର କଥା କହିଛନ୍ତି, ଆଉ ଦଶମ ଅଧ୍ୟାୟରେ କହନ୍ତି "

ୟଜ୍ଞାନାଂ ଜପୟଜ୍ଞୋସ୍ମି

ଅର୍ଥାତ୍ ଯଜ୍ଞରେ ମୁଁ ହିଁ ଜପଯଜ୍ଞ ଅଟେ । ସମଷ୍ଟି ଭାବରେ ସମସ୍ତଙ୍କ କଲ୍ୟାଣାର୍ଥେ ଉତ୍ତମ କର୍ମ କରିବା, ନିଜର କର୍ତ୍ତବ୍ୟ କରିବା, ଅଗ୍ନିହୋତ୍ର ଆଦି କର୍ମ କରିବା, ପ୍ରତ୍ୟେକ ଦିନ ପୂଜାର୍ଚ୍ଚନା କରିବା ତଥା ନିଜ କୁଳପରମ୍ପରା ପାଳନ କରିବା – ଏ ସମସ୍ତ ଯଜ୍ଞ ହିଁ ଅଟେ।

ସ୍ୱାଧ୍ୟାୟଃ :-

ସାଧାରଣତଃ କିଛି ଉତ୍ତମ ପୁସ୍ତକ ପଠନ କରିବାକୁ ଆମେ ସ୍ୱାଧ୍ୟାୟ ବୋଲି ବୁଝିଥାଉ । ଶାସ୍ତ୍ରକାର ମାନେ "ସ୍ୱାଧ୍ୟାୟ" ର ଯେଉଁ ମୌଳିକ ଅର୍ଥ ଦେଇଛନ୍ତି, ତାହା ହେଉଛି ’ସ୍ୱୟଂର ଅଧ୍ୟୟନ', ଚିନ୍ତନ କରିବା, ଅର୍ଥାତ "ମୁଁ କିଏ ?" - ଏହାର ଉତ୍ତର ଖୋଜିବାରେ ଲାଗିବା ।

ଶରୀରର ପ୍ରତିମୁହୂର୍ତ୍ତରେ ପରିବର୍ତ୍ତନ ହେଉଛି‌। ଯଦି ଆମେ ଶରୀର ଅଟନ୍ତି, ନିଜର ବାଲ୍ୟ ଦିନର ଫଟୋ ଦେଖି ତୁରନ୍ତ ଚିହ୍ନି ନିଅନ୍ତେ। ଆଧୁନିକ ବିଜ୍ଞାନ ଅନୁସାରେ ଶରୀରର ସମସ୍ତ କୋଷ ଗୁଡ଼ିକ ସାଢ଼େ ତିନି ବର୍ଷରେ ପରିବର୍ତ୍ତନ ହୁଅନ୍ତି। ପ୍ରତିକ୍ଷଣ ଏ ଶରୀର ମୃତ୍ୟୁର ଶିକାର ହେଉଛି। ଶୋଇସାରିବା ପରେ ଆମେ ଶୋଇଛୁ ବୋଲି ଆମକୁ ଜ୍ଞାତ ରହେ କି? ଆଜି ଆମକୁ ସୁନିଦ୍ରା ହେଲା କି ନାହିଁ - ଏକଥା କାହାକୁ ଜ୍ଞାତ ହେଉଛି ? ଯାହାକୁ ଜ୍ଞାତ ହେଉଛି ତାହା ଶରୀର ଠାରୁ ଭିନ୍ନ ଅଟେ। ତାକୁ ଅନ୍ୱେଷଣ (ଖୋଜିବା) କରିବାର ଆଧ୍ୟାତ୍ମିକ ଯାତ୍ରାକୁ "ସ୍ୱାଧ୍ୟାୟ", କହନ୍ତି।

ତପଃ :-

ଏଠାରେ ଶରୀରକୁ ଶୁଖାଇ କଷ୍ଟ ଦେବା କଥା କୁହାଯାଇ ନାହିଁ। ବରଂ ଜଣେ ଗୃହସ୍ଥଙ୍କୁ ନିଜର ସ୍ୱଧର୍ମ ପାଳନରେ ଆନନ୍ଦର ସହ ଯେଉଁ କଷ୍ଟ ସହ୍ୟ କରିବାକୁ ପଡ଼ିଥାଏ, ତାକୁ "ତପ" କୁହାଯାଇଛି। କିଛି ଦିନ ପୂର୍ବରୁ 'କରବା ଚୌଥ' ବ୍ରତ ପଡ଼ିଥିଲା। ଉକ୍ତ ବ୍ରତ ଅନେକ ସ୍ତ୍ରୀଲୋକ କରିଥିଲେ। ଏହାକୁ ପ୍ରସନ୍ନତାର ସହ ଖୁସିରେ ପାଳନ କରିଥିଲେ କି ନାହିଁ ? ପ୍ରସନ୍ନତାର ଅଭାବ ହେଲେ "ତପ" ଫଳପ୍ରଦ ହୁଏନାହିଁ।  ନିଜର ନିୟମ ଓ ସ୍ୱଧର୍ମ ପାଳନରେ ଯଦି ପ୍ରସନ୍ନତା ଲାଗି ରହେ ତେବେ ତପରେ ସଫଳତା ପ୍ରାପ୍ତ ହୁଏ ।

ଆର୍ଜବ (ସରଳତା ) :

ଅର୍ଥାତ୍‍‍, ମୁଁ ଯେପରି ଅଛି ସେପରି ହିଁ ଅନ୍ୟମାନଙ୍କୁ ଦେଖାଯାଏ । ଏହା ବୁଝିବା ପାଇଁ ବିବେଚକ ଶବରୀ ମାତାଙ୍କର କଥା ଶୁଣାଇଲେ -

ଶବରୀ ଥିଲେ ଭୀଲ ଜାତିର କନ୍ୟା l ଜାତିରେ ଶବର ହୋଇଥିବାରୁ ତାଙ୍କୁ ଶବରୀ କୁହାଯାଏ ଓ ଭୀଲ ଜାତିର ଥିବାରୁ ତାଙ୍କୁ ଭିଲନି ମଧ୍ୟ କୁହାଯାଏ l ତାଙ୍କର ପ୍ରକୃତ ନାମ ଶ୍ରମଣା l ସେ ଗୋଷ୍ଠୀ ମୁଖିଆଙ୍କର ଝିଅ ଥିଲେ l ସେ ମୃଦୁଭାଷୀ ଓ କୋମଳ ସ୍ଵଭାଵର ସାତ୍ତ୍ଵିକ କନ୍ୟା ଥିଲେ l ପିଲାଦିନରୁ ସେ ମେଣ୍ଢା ଶାବକ ପ୍ରତି ଆସକ୍ତ ଥିଲେ l ତାଙ୍କୁ ବାର ବର୍ଷ ହେଲାବେଳକୁ ତାଙ୍କର ବିବାହ ସ୍ଥିର ହେଲା l ବିବାହର ଦୁଇ ଦିନ ପୂର୍ବରୁ ଯେତେବେଳେ ସେ ନିଦରୁ ଉଠିଲେ ସେତେବେଳେ ତାଙ୍କୁ ତାଙ୍କ ମେଣ୍ଢା ଶାବକ ମିଳିଲା ନାହିଁ l ସେ ସମସ୍ତଙ୍କୁ ପଚାରି ଉତ୍ତର ନପାଇବାରୁ ତାକୁ ଖୋଜିବାକୁ ଜଙ୍ଗଲକୁ ଗଲେ l ତାକୁ ନପାଇ ବାରୁ ସେ ଗୋଟିଏ ଗଛ ମୂଳରେ ବସି କାନ୍ଦିବାକୁ ଲାଗିଲେ l ସେତେବେଳେ ତାଙ୍କର ଜଣେ ସଖି ସେଠାକୁ ଆସିଲେ ଏବଂ କହିଲେ ଯେ ତୁମର ବିବାହ ଥିବାରୁ ବରଯାତ୍ରୀ ମାନଙ୍କର ଭୋଜନ ବ୍ୟବସ୍ଥା କରିବାକୁ ପ୍ରତ୍ୟେକ ଘରୁ ଗୋଟିଏ ଗୋଟିଏ ମେଣ୍ଢା ଛୁଆ ନେଇ ଖଉଆଡ଼ରେ ରଖାଯାଇଛି l  

ଏକଥା ଶୁଣି ସେ ଥରି ଉଠିଲେ ଓ ସ୍ତବ୍ଧ ହୋଇଗଲେ l ସେ ଭାବିବାକୁ ଲାଗିଲେ ଯେ ମୋ ମେଣ୍ଢା ଛୁଆକୁ ମୋ ବାହାଘରରେ କାଟିକି ଖୁଆଇଦେବେ, ମୋ ବିବାହରେ ମୋ ମେଣ୍ଢା ଛୁଆ ତ ମରିବ, ତା ସାଥିରେ ଅନ୍ୟ ମେଣ୍ଢାମାନଙ୍କୁ ବି କାଟି କି ଖାଇବାକୁ ଦେବେ l ଏହାକୁ କିପରି ବନ୍ଦ କରିବେ ସେ ବିଷୟରେ ଚିନ୍ତା କରିବାକୁ ଲାଗିଲେ l ସେ ଭାବିଲେ ତାଙ୍କ କଥା କେହି ମାନିବେନାହିଁ l କିନ୍ତୁ ତାଙ୍କ ପାଇଁ ଏତେ ପଶୁହତ୍ୟା ନକରେଇଦେବାକୁ ସେ ଚିନ୍ତା କଲେ l ସେ ବିଚାର କଲେ ଯେ ଯଦି ସେ ସେଠାରୁ ପଳେଇଯିବେ ଓ କାହାକୁ ମିଳିବେନି ତେବେ ତାଙ୍କର ବିବାହ ହେବନି, ତଥା କୌଣସି ମେଣ୍ଢା ଛୁଆର ଜୀବନ ଯିବନି l ଏହା ଭାବି ସେ ସେଠାରୁ ପଳେଇଗଲେ l ତିନି ଦିନ ଯାଏଁ ବୁଲି ବୁଲି ଭୋକ ଓ ଶୋଷରେ ଆତୁର ହୋଇ ଜଙ୍ଗଲରେ ପଡିଗଲେ l ସେ ପାଖରେ ମତଙ୍ଗ ଋଷିଙ୍କର ଆଶ୍ରମ ଥିଲା l କେତେକ ଶିଷ୍ୟ ତାଙ୍କ ନିକଟରୁ ଶିକ୍ଷା ଗ୍ରହଣ କରୁଥିଲେ l ମହର୍ଷି ନିଜର ଶିଷ୍ୟ ମାନଙ୍କ ସାଥିରେ ସେହି ବାଟରେ ଯାଉଥିଲେ l ସେ ସେଠାରେ ପଡ଼ିଥିବା କନ୍ୟାଟିକୁ ଦେଖିଲେ l ଏ ଘଞ୍ଚ ଜଙ୍ଗଲଭିତରକୁ ଏଇ ଅବୋଧ ଝିଅଟି କେଉଁଠାରୁ ଆସିଲା ବୋଲି ସେ ଚିନ୍ତା କଲେ l ସେ ତା ଉପରେ ପାଣି ଛିଞ୍ଚିଲେ l ତାକୁ ଜଳ ପାନ କରେଇବାପରେ ତାର ଚେତା ଫେରିଲା l ଶ୍ରମଣା ଋଷିଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ, ସେ ପୂର୍ବରୁ କୌଣସି ଋଷିଙ୍କୁ ଦେଖିନଥିଲେ l ମୁନିଙ୍କର ସ୍ନେହ ଦେଖି ସେ ଭାବବିହ୍ଵଳ ହୋଇ କାନ୍ଦିବାକୁ ଲାଗିଲେ l ସେ କିଏ, ଏଠାକୁ କିପରି ଆସିଲେ ବୋଲି ମୁନି ପଚାରିବାରୁ ସେ କିପରି ଗୋଟିଏ ମେଣ୍ଢା ଶାବକକୁ ବଂଚେଇବାକୁ ପଳେଇଆସିଛନ୍ତି ସେ ବିଷୟରେ କହିଲେ l ମୁନି ଅତ୍ୟନ୍ତ ପ୍ରୀତ ହେଲେ ଓ ତାଙ୍କୁ ନିଜର ଆଶ୍ରମରେ ରଖିଲେ l ତାଙ୍କ ମନ ମଧ୍ୟରେ ଗୁରୁଭକ୍ତିର ଭାବନା ଆସିଗଲା l

କିଛି ଦିନପରେ ସେ ଆଉ କେତେଦିନ ଏଠାରେ ରହିବେ ବୋଲି ଋଷିକୁମାର ମାନେ ଆପତ୍ତି କରିଲେ l ସେମାନେ ଗୁରୁଦେବଙ୍କର ସାଥିରେ ସେ ବିଷୟରେ କଥା ହବାକୁ ଚିନ୍ତା କଲେ l ଶ୍ରବଣା ଏକଥା ଶୁଣି ଚିନ୍ତା କଲେ ଗୁରୁଦେବଙ୍କର ସାଥିରେ କଥାହେଲେ ଗୁରୁଦେବ ସଂକୋଚ କରିବେ, ତା ଅପେକ୍ଷା ସେ ସେଠାରୁ ଚାଲିଯିବା ଉଚିତ ହେବ l ସେ କାହାକୁ କିଛି ନକହି ସେଠାରୁ ବାହାରିଯାଇ ଘଞ୍ଚ ଜଙ୍ଗଲରେ ରହିଲେ l ସେ ଜଙ୍ଗଲରେ କେତେ ବର୍ଷ ଅତିବାହିତ କରିଲେ l ସେ ଭିଲନୀ ଥିବାରୁ ସ୍ୱାଭାବିକ ଭାବରେ କନ୍ଦମୂଳ ଖାଇ ଜୀବନ ନିର୍ବାହ କରିଲେ l ତାଙ୍କ ମନରେ ପ୍ରଗାଢ଼ ଗୁରୁଭକ୍ତି ଥିବାରୁ ସେ ସେହି ଜଙ୍ଗଲରେ ରହିବାକୁ ଲାଗିଲେ l ଗୁରୁଜୀଙ୍କର ଗମନାଗମନ ପଥ ସଫା କରିବାକୁ ଭାବିଲେ ଓ ସେ କାମରେ ଲାଗିଲେ l ସେ ମଧ୍ୟ ଭାବିଲେ ଯେ ଋଷିକୁମାରମାନଙ୍କୁ କାଠ ଆଣିବାକୁ ବହୁତ ଦୂର ଯିବାକୁ ପଡ଼ୁଛି ତେଣୁ ସେ ଦୂରକୁ ଯାଇ କାଠ ଆଣି ଆଶ୍ରମର ପାଖରେ ପକେଇଦିଅନ୍ତି l ସମସ୍ତେ ଆଶ୍ଚର୍ଯ୍ୟ ହେଲେ l ଶିଷ୍ୟମାନେ କଣ ରାସ୍ତା ସଫା କରୁଛନ୍ତି କି ବୋଲି ଗୁରୁ ପଚାରନ୍ତେ ସେମାନେ ମନାକଲେ l ମୁନି ଭାବିଲେ ରାତିରେ ଲୁଚିକି ଦେଖିବାକୁ ହବ କିଏ ଏହି କାର୍ଯ୍ୟ କରୁଛି l ରାତିର ଅନ୍ଧାରରେ ଗୋଟେ ଆକୃତି କାମକରୁଥିବାର ଦେଖାଗଲା, ପାଖକୁ ଯାଇ ମୁନି ଶ୍ରବଣାକୁ ଡାକଦେବାରୁ ସେ ସ୍ତବ୍ଧ ହୋଇଗଲେ l ସମ୍ମୁଖରେ ଗୁରୁଙ୍କୁ ଦେଖି ସେ କାନ୍ଦିବାକୁ ଲାଗିଲେ l କିଛି ନ ଜଣାଇ ସେ କୁଆଡେ ଚାଲିଯାଇଥିଲେ ବୋଲି ଗୁରୁ ପଚାରିବାରୁ ସେ ନିରୁତ୍ତର ରହିଲେ l ଯୋଗବଳରେ ଗୁରୁ ସମସ୍ତ ଅବଗତ ହେଲେ ଓ ପୁନଃ ତାଙ୍କୁ ନିଜର ଆଶ୍ରମକୁ ନେଇଗଲେ l ଶିଷ୍ୟମାନେ ମଧ୍ୟ ନିଜର ଶିକ୍ଷା ସମାପ୍ତ କରି କେତେଦିନପରେ ଚାଲିଗଲେ l ଗୁରୁଦେବଙ୍କର ପରିଣତ ସମୟ ହୋଇଯାଇଥିଲା l ସେଠାରେ କେତେ ଦିନ, କେତେ ବର୍ଷ ରହିବାପରେ ଗୁରୁଦେବ କହିଲେ, ଝିଅ ! ଜୀବନର ଶେଷ ଅବସ୍ଥାରେ ହିମାଳୟ ଯାଇ ନିଜର ପ୍ରାଣ ତ୍ୟାଗ କରିବାକୁ ମୁଁ ଇଛା କରୁଛି ତେଣୁ ମୁଁ ସେଠାକୁ ଯାଉଛି l ତୁମେ ଏହି ଆଶ୍ରମରେ ରହିଥାଅ l ମୁଁ ତୁମକୁ ବର ଦଉଛି ଯେ ମୋ ତପସ୍ୟା ପ୍ରଭାବରୁ କୌଣସି ଜଙ୍ଗଲୀ ପଶୁ ଆଶ୍ରମ ବିତରକୁ ପ୍ରବେଶ କରିବନାହିଁ ଏବଂ ତମର କୌଣସି ପ୍ରକାରର ଭୟ ରହିବ ନାହିଁ l ଏଠାରେ କୌଣସି ପ୍ରକାରର ଖାଦ୍ୟ ପଦାର୍ଥର ଅଭାବ ରହିବନାହିଁ l ମୁନି କହିଲେ, ଝିଅ ତୁମେ ମୋର ବହୁତ ସେବା କରିଛ, ମୁଁ ଆଶୀର୍ବାଦ କରୁଛି ଦିନେ ଭଗବାନ ଶ୍ରୀରାମ ତୁମ ପାଖକୁ ଆଶ୍ରମକୁ ଆସିବେ l ମୁନିଙ୍କ ଏପରି କଥାରେ ସେ ସ୍ତବ୍ଧ ହୋଇଗଲେ l ସେ କିଛି କହିବା ପୂର୍ବରୁ ମୁନି ସେଠାରୁ ଚାଲିଗଲେ l ଭଗବାନ କେଉଁ ଦିଗରୁ ଆସିବେ ବୋଲି ଗୁରୁଦେବ ତ କହିନାହାନ୍ତି l ଆସିଲେ କେଉଁଠି ବସିବେ ମୁଁ ତାଙ୍କୁ କଣ ଖାଇବାକୁ ଦେବି, କଣ ପିଇବାକୁ ଦେବି ଚିନ୍ତାକରି ସେ ପ୍ରତିଦିନ ଜଙ୍ଗଲରୁ କନ୍ଦମୂଳ ଆଣନ୍ତି, ସ୍ୱଚ୍ଛ ଜଳ ଭରନ୍ତି , ଭଗବାନଙ୍କ ପାଇଁ ଆସନ ପ୍ରସ୍ତୁତ କରନ୍ତି ଓ ଆଶ୍ରମର ଚତୁର୍ଦିଗ ନିର୍ମଳ କରନ୍ତି । ତାଙ୍କ ମନରେ ଏହି ଭାବନା ଥିଲା ଯେ ଗୁରୁଦେବ କହିଛନ୍ତି ମାନେ ଭଗବାନ ଶ୍ରୀରାମ ନିଶ୍ଚୟ ଆସିବେ l ଆମେ ଛୋଟ କଥାରେ ଭାବନ୍ତି ଗୁରୁଦେବ ମନ ଭୁଲେଇବା ପାଇଁ ଏପରି କହିଥିବେ, କେତେଦିନ ଆଉ ଅପେକ୍ଷା କରିବି, ଏତେବେଳକୁ ତ ଆସିଯିବା କଥା l କିନ୍ତୁ ଶବରୀ ଅତ୍ୟନ୍ତ ଧୈର୍ଯ୍ୟଶୀଳା ଥିଲେ l

ଷୋଡଶୀ ଶବରୀ ପ୍ରତୀକ୍ଷା କରି କରି ଛୟାଅଶି ବର୍ଷୀୟା ଵୃଦ୍ଧା ହୋଇଗଲେ l ଭଗବାନ ଆସିବେ ବୋଲି ତାଙ୍କର ବିଶ୍ୱାସ ଥିଲା l ଯେତେବେଳେ ସୂତୀକ୍ଷ୍ଣଙ୍କୁ ଦର୍ଶନ ଦେଇସାରି ଭଗବାନ ରାମ ସେଠାକୁ ଆସିଲେ ସେ ଅତ୍ୟନ୍ତ ପ୍ରସନ୍ନ ହେଲେ l ଭଗବାନଙ୍କୁ ଦେଖି ଶବରୀ ମନରେ ସର୍ବପ୍ରଥମେ ଏହି କଥା ଆସିଲା ଯେ, ମୋ ଗୁରୁଦେବଙ୍କ କଥା ସତ୍ୟ ହେଲା, ଭଗବାନ ମୋ ଆଶ୍ରମକୁ ଆସିଲେ l

ତାହି ଦେଇ ଗତି ରାମ ଉଦାରା । ସବରୀ କେଂ ଆଶ୍ରମ ପଗୁ ଧାରା ॥

ସବରୀ ଦେଖି ରାମ ଗୃହଁ ଆଏ । ମୁନି କେ ବଚନ ସମୁଝି ଜିୟଁ ଭାଏ ॥’

’ସରସିଜ ଲୋଚନ ବାହୁ ବିସାଲା । ଜଟାମୁକୁଟ ସିର ଉର ବନମାଲା ॥

ସ୍ୟାମ ଗୌର ସୁନ୍ଦର ଦୋଉ ଭାଈ । ସବରୀ ପରୀ ଚରନ ଲପଟାଈ ॥’

ଶବରୀ ଭଗବାନଙ୍କ ପାଦତଳେ ଲୋଟିପଡିଲେ l ଶ୍ୟାମଳ ବର୍ଣ୍ଣ, ମୁଣ୍ଡରେ ଜଟା ବାଳ ଉପରେ ବନ ମାଳ, ବୁଢ଼ୀ ହୋଇଯାଇଥିଲେ, କୁଜ ବାହାରି ଆସିଥିଲା ତଥାପି ସେ ଭଗବାନଙ୍କର ପାଦଧରି ପଡିଗଲେ l

'ପ୍ରେମ ମଗନ ମୁଖ ବଚନ ନ ଆୱା । ପୁନି ପୁନି ପଦ ସରୋଜ ସିର ନାୱା ॥

ସାଦର ଜଲ ଲୈ ଚରନ ପଖାରେ । ପୁନି ସୁନ୍ଦର ଆସନ ବୈଠାରେ ॥’

ସେ ବହୁତ କିଛି କହିବାକୁ ଚାହୁଁଥିଲେ କିନ୍ତୁ କହିପାରୁନଥିଲେ l ଭଗବାନଙ୍କ ପାଦତଳେ ମୁଣ୍ଡ ନୁଆଇଁ ବାରମ୍ବାର ଲୋଟିପଡୁଥିଲେ l ସେ ଜଳରେ ଭଗବାନଙ୍କ ପଦଧୌତ କରିଲେ ଏବଂ ଗଛ ଲତାରେ ତିଆରି କରିଥିବା ସୁନ୍ଦର ଆସନ ଭଗବାନଙ୍କୁ ଓ ଲକ୍ଷ୍ମଣଙ୍କୁ ବସିବାକୁ ଦେଲେ l

’କନ୍ଦ ମୂଲ ଫଲ ସୁରସ ଅତି ଦିଏ ରାମ କହୁଁ ଆନି । ପ୍ରେମ ସହିତ ପ୍ରଭୁ ଖାଏ ବାରମ୍ବାର ବଖାନି ॥’

ଶବରୀ ଭଗବାନଙ୍କୁ ଚାଖି ଚାଖି କୋଳି ଦେଉଥାନ୍ତି ଏବଂ ଶବରୀ କୋଳି ଦେଲେ ଖାଇବାକୁ ଭଗବାନ ହାତ ବଢ଼େଇ ବସିଥାନ୍ତି l ଲକ୍ଷ୍ମଣ ରାଗିଗଲେ କିନ୍ତୁ ଭଗବାନ ପ୍ରେମରେ ଅଇଁଠା କୋଳି ଖାଉଥାନ୍ତି l  ଲକ୍ଷ୍ମଣ ଭାବିଲେ,ମୁଁ ଏତେ ବର୍ଷ ଯାଏଁ ଭଗବାନଙ୍କ ପାଇଁ ଫଳ ଖୋଜି ଖୋଜି ଆଣିଲି ଭଗବାନ କେବେ ପ୍ରଶଂସା କରିନାହାନ୍ତି ଆଉ ଏଠାରେ ଭଗବାନ ଶବରୀର ଅଇଁଠା କୋଳି ଅତି ପ୍ରେମରେ ଖାଉଛନ୍ତି ଓ ବହୁତ ପ୍ରଶଂସା ମଧ୍ୟ କରୁଛନ୍ତି l କେବଳ ଥରେ ନୁହେଁ, ଭଗବାନ ଅନେକ ଥର ଶବରୀର କୋଳିର ପ୍ରଶଂସା କରିଛନ୍ତି l ଉତ୍ତରା କାଣ୍ଡରେ ଭଗବାନଙ୍କର ରାଜ୍ୟଭିଷେକ ହେବାକୁ ଥିବାବେଳେ ତାଙ୍କର ସ୍ୱାଗତ ପାଇଁ ଛପନ ଭୋଗ ପ୍ରସ୍ତୁତ କରାଯାଇଥିଲା l ସେତେବେଳେ ସେଠାରେ ବି ତାଙ୍କୁ ଶବରୀ ମାତାଙ୍କର କୋଳି ମନେପଡୁଛି ବୋଲି ଭଗବାନ ଲକ୍ଷ୍ମଣଙ୍କୁ କହିଥିଲେ l ଶବରୀ ମାତାଙ୍କ କୋଳିରେ ଯେଉଁ ସ୍ୱାଦ ଥିଲା ତାହା ଛପନ ଭୋଗରେ ମଧ୍ୟ ନାହିଁ l ଏହିପରି ଭଗବାନ ମାତା ଶବରୀଙ୍କର କୋଳିର ପ୍ରଶଂସା କରିଲେ, ଭଗବାନ ଲକ୍ଷ୍ମଣଙ୍କୁ ମଧ୍ୟ କୋଳି ଦେଲେ କିନ୍ତୁ ଲକ୍ଷ୍ମଣ ଖାଇଲେନି, ଚୁପଚାପ ପଛକୁ ଫିଙ୍ଗି ଦେଲେ l

’ପାନି ଜୋର ଆଗେଁ ଭଇ ଠାଢି । ପ୍ରଭୁହି ବିଲୋକି ପ୍ରୀତି ଅତି ବାଡୀ ॥’

ଶବରୀ ମନରେ ପ୍ରେମ ଭାବର ସ୍ଫୁରଣ ହଉଥିଲା l ସେ ଭଗବାନଙ୍କୁ ଚାହିଁ ରହିଥିଲେ ଏବଂ ନିଜର ଅଇଁଠା କୋଳି ତାଙ୍କୁ ଦେଉଥିଲେ l

"କେହି ବିଧି ଅସ୍ତୁତି କରୌଂ ତୁମ୍ହାରୀ । ଅଧମ ଜାତି ମୈଂ ଜଡମତି ଭାରୀ ॥

ଅଧମ ତେ ଅଧମ ଅତି ନାରୀ । ତିନ୍ହ ମହଁ ମତିମଂଦ ଅଘାରୀ ॥"

ଶବରୀ କହୁଛନ୍ତି, ମୁଁ ନୀଚ ଜାତିର ଅଳ୍ପବୁଦ୍ଧି ନାରୀ, ହେ ପ୍ରଭୁ! ମୋତେ କିଛି ଜଣା ନାହିଁ l ମୁଁ ତ ସମସ୍ତ ଅଧମ ନାରୀ ମାନଙ୍କଠାରୁ ମଧ୍ୟ ଅଧମ, ମୁଁ ଆପଣଙ୍କ ସ୍ତୁତି କିପରି କରିବି ମୋତେ କିଛି ଆସେନାହିଁ l ଯେତେବେଳେ ଶବରୀ ଭଗବାନଙ୍କୁ ଏପରି ତିନିଥର କହିଲେ, ସେତେବେଳେ ଭଗବାନ କହିଲେ

ଜାତି ପାଁତି କୁଲ ଦର୍ମ ବଡଈ । ଧନ ବଲ ପରିଜନ ଗୁନ ଚତୁରାଈ ॥

କହ ରଘୁପତି ସୁନୁ ଭାମିନି ବାତା । ମାନଉଁ ଏକ ଭଗତି କର ନାତା ॥’

ଭଗବାନ କହିଲେ, ମୁଁ ତ ଜାତି - ପାତି, କୁଳ - ଧର୍ମ, ସ୍ତ୍ରୀ - ପୁରୁଷ, ନିର୍ଧନ - ଧନୀ କିଛି ବି ମାନେ ନାହିଁ, ମୁଁ କେବଳ ଗୋଟିଏ ସମ୍ବନ୍ଧ ମାନେ  - ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଥିବା ସମ୍ବନ୍ଧ l ଆଉ କୌଣସି ସମ୍ବନ୍ଧ ଜାଣେନି l ଯିଏ ମୋତେ ଭକ୍ତି  କରେ ସିଏ ମୋର l

ଏଠାରେ ଗୋଟେ ବିଶେଷ କଥା ଅଛି, ଏହା ମଧ୍ୟ ଶାସ୍ତ୍ରର ନିୟମ ଏବଂ ଭଗବାନ କୃଷ୍ଣ ମଧ୍ୟ ଅର୍ଜୁନଙ୍କୁ ସେତେବେଳେ ଏହି ଜ୍ଞାନ ଦେଲେ ଯେତେବେଳେ ସେ ମାଗିଲେ ।

କାସମ୍ମୂଢଚେତାଃ ।ର୍ପଣ୍ୟଦୋଷୋପହତସ୍ୱଭାବଃ, ପୃଚ୍ଛାମି ତ୍ୱାଂ ଧର୍ମ 

ୟଚ୍ଛ୍ରେୟଃ ସ୍ୟାନ୍ନିଶ୍ଚିତଂ ବ୍ରୁହି, ତନ୍ମେ ଶିଷ୍ୟସ୍ତେଽହଂ ଶାଧି ମାଂ ତ୍ୱାଂ ପ୍ରପନ୍ନମ୍‍‍ ॥ 2.7 ॥’

ଶବରୀ କିନ୍ତୁ ଭଗବାନଙ୍କୁ କିଛି ମାଗିଲେନି l ଶବରୀ ପ୍ରସଙ୍ଗ ହିଁ ସ୍ୱତନ୍ତ୍ର l ତେଣୁ, ଏଠାରେ ଭଗବାନ ତାଙ୍କୁ ନିଜଠାରୁ ନବଧା ଭକ୍ତିର ଜ୍ଞାନ ଦେଉଛନ୍ତି l ଭଗବାନ କହୁଛନ୍ତି, ହେ ଶବରୀ, ମନ ଦେଇ ଶୁଣ, ଆଜି ମୁଁ ତୁମକୁ ନବଧା ଭକ୍ତିର ଉପଦେଶ ଦେଉଛି l 

   ଭକ୍ତି ନ ପ୍ରକାରର :- 

 - ତ୍ପ୍ରଥମ ଭକ୍ତି ହେଉଛି ସତସଙ୍ଗ କରିବା l 

 - ଦ୍ଵିତୀୟ ଭକ୍ତି ହେଉଛି ଉତ୍ତମ ମହାପୁରୁଷଙ୍କ ଠାରୁ ମୋ କଥା ଶୁଣିବା l 

 - ତୃତୀୟ ଭକ୍ତି ହେଉଛି ନିରାଭିମାନ ହୋଇ ଗୁରୁଙ୍କର ପଦ ପଙ୍କଜର ସେବା କରିବା ଓ 

 - ଚତୁର୍ଥ ଭକ୍ତି ହେଉଛି ନିଷ୍କପଟ ଭାବରେ ମୋର ଗୁଣ ଗାନ କରିବା, ଓ ମନ୍ତ୍ର ଜପ କରିବା l 

 -  ମୋ ଉପରେ ଦୃଢ ବିଶ୍ୱାସ କରିବା ହେଉଛି ପଞ୍ଚମ ଭକ୍ତି l 

 - ଇନ୍ଦ୍ରିୟ ସଂଯମ, ଉତ୍ତମ  - ଚରିତ୍ର, ବହୁତ କାର୍ଯ୍ୟରେ ବୈରାଗ୍ୟ, ଏବଂ ବହୁତ ସାଧୂ ପୁରୁଷଙ୍କ ଧର୍ମ ଆଚରଣ ସାଥିରେ ଲାଗିରହିବା ହେଉଛି ଷଷ୍ଠ ଭକ୍ତି l 

 - ସପ୍ତମ ଭକ୍ତି ହେଉଛି ସଂସାର ବା ଜଗତର ପ୍ରତ୍ୟେକ ସ୍ଥାନରେ ମୋତେ ଦେଖିବା ଏବଂ ସନ୍ଥମାନଙ୍କୁ ମୋଠାରୁ ବଡ ମାନିବା l ଏଣୁ ଆମର ଏଠାରେ ସନ୍ଥ ଏବଂ ଗୁରୁମାନଙ୍କୁ ଏତେ ସମ୍ମାନ ଦିଆଯାଏ ଯେ ତାଙ୍କର ଚିତ୍ରକୁ ଭଗବାନଙ୍କ ସାଥିରେ ମନ୍ଦିରରେ ଲଗାଯାଏ l 

 - ଅଷ୍ଟମ ଭକ୍ତି ହେଉଛି ‘ଯଥା ଲାଭ ସନ୍ତୋଷ‘ , ଅର୍ଥାତ୍, ଯେତିକି ମିଳୁଛି ସେଥିରେ ସନ୍ତୁଷ୍ଟ ହେବା ଓ ସ୍ବପ୍ନରେ ବି କାହାର ଦୋଷ ନଦେଖିବା l 

- ଏବଂ ନବମ ଭକ୍ତି ହେଉଛି ଛଳ କପଟ ଶୂନ୍ୟ ହୋଇ ସମସ୍ତ ପରିସ୍ଥିତିରେ ଭଗବାନଙ୍କ ଉପରେ ଭରସା ରଖି ସର୍ବଦା ପ୍ରସନ୍ନ ଚିତ୍ତ ରହିବା l

ଶବରୀ ! ଏହି ନବ ଭକ୍ତି ଭିତରୁ ଯାହା ପାଖରେ ଗୋଟିଏ ବି ଭକ୍ତି ଥାଏ ସେ ପୁରୁଷ ହେଉ ବା ନାରୀ, ପଶୁ ପକ୍ଷୀ ହେଉ ବା ମନୁଷ୍ୟ, ଚର ହେଉ ବା ଅଚର ହେଉ, ସେ ମୋର ଅତ୍ୟନ୍ତ ପ୍ରିୟ l

ସୋଇ ଅତିସୟ ପ୍ରିୟ ଭାମିନି ମୋଁରେ । ସକଲ ପ୍ରକାର ଭଗତି ଦୃଢ ତୋରେ ॥’

ଭଗବାନ କହିଲେ ଏହିପରି ଭକ୍ତ ମୋର ଅତି ପ୍ରିୟ, କିନ୍ତୁ ତୁମ ପାଖରେ ଗୋଟିଏ ନୁହେଁ, ଏ ସମସ୍ତ ଗୁଣ ଅଛି, ଏଣୁ ତୁମେ ମୋର ଅତ୍ୟନ୍ତ ପ୍ରିୟ ଭକ୍ତ l

ଜୋଗି ବୁଂଦ ଦୁରଲଭ ଗତି ଜୌଈ । ତୋ କହୁଁ ଆଜୁ ସୁଲଭ ଭଇ ସୌଈ ॥

ମମ ଦରସନ ଫଲ ପରମ ଅନୂପା । ଜୀବ ପାବ ନିଜ ସହଜ ସରୂପା ॥

ଜନକସୁତା କଇ ସୁଧି ଭାମିନୀ । ଜାନହି କହୁ କରିବରଗାମିନୀ ॥’

ଭଗବାନ କହୁଛନ୍ତି କୋଟି କୋଟି ଜନ୍ମରୁ ତପସ୍ୟା କରୁଥିବା ଯୋଗୀମାନଙ୍କୁ ବି ଯେଉଁ ଗତି ଦୁର୍ଲଭ ସେ ଗତି ଆଜି ତୁମକୁ ମୁଁ ପ୍ରଦାନ କରୁଛି l ଭଗବାନ ଶବରୀକୁ ନିଜର ଶ୍ରେଷ୍ଠ ନାମ ଦେଲେ ଏବଂ ସେହିଠାରେ ଯୋଗାଗ୍ନି ପ୍ରକାଶିତ କରି ଶବରୀ ନିଜର ନଶ୍ୱର ଦେହ ତ୍ୟାଗ କରିଲେ ଓ ନିଜର ଚୈତନ୍ୟକୁ ଭଗବାନଙ୍କ ନିକଟରେ ଯୋଗ କରିଦେଲେ (ମିଶେଇଦେଲେ ) l

କହି କଥା ସକଲ ବିଲୋକି ହରି ମୁଖ ହୃଦୟ ପଦ ପଂକଜ ଧରେ ।

ତଜି ଜୋଗ ପାବକ ଦେହ ପରି ପଦ ଲୀନ ଭଇ ଜହଁ ନହିଂ ଫିରେ ॥

ନର ବିବିଧ କର୍ମ ଅଧର୍ମ ବହୁ ମତ ସୋକପ୍ରଦ ସବ ତ୍ୟାଗହୁ ।

ବିସ୍ୱସ କରି କହ ଦାସ ତୁଲସୀ ରାମ ପଦ ଅନୁରାଗ ॥’

ଭଗବାନଙ୍କ କୃପାରୁ ଶବରୀ ସେଇ ଉତ୍ତମ ଗତିକୁ ପ୍ରାପ୍ତ ହେଲେ, ଯାହା କୋଟି କୋଟି ଜନ୍ମରୁ ତପସ୍ୟା କରୁଥିବା ଯୋଗୀମାନଙ୍କୁ ମିଳେନାହିଁ l ଭଗବାନଙ୍କୁ ବହୁତ ଚତୁର ତାର୍କିକ ଜ୍ଞାନୀ ଲୋକର ଆବଶ୍ୟକତା ନାହିଁ, ତାଙ୍କୁ ଶ୍ରଦ୍ଧାବାନ ଭକ୍ତ ଆବଶ୍ୟକ l ଶବରୀ ନିକଟରେ କୌଣସି ବିଶେଷତ୍ୱ ନାହିଁ, ତାଙ୍କ ପାଖରେ ଖାଲି ଶ୍ରଦ୍ଧା ଓ ଅତୁଲ୍ୟ ଗୁରୁଭକ୍ତି ଅଛି l ଅନେକ ବର୍ଷ ଅତିବାହିତ ହୋଇଗଲେ ବି ତାଙ୍କ ମନରେ ଗୁରୁଙ୍କ ବଚନ ପ୍ରତି ବିଶ୍ୱାସ ଥିଲା ଯେ, ଶ୍ରୀରାମ ତାଙ୍କ କୁଟୀରକୁ ନିଶ୍ଚୟ ଆସିବେ l ନିଜର ସାରା ଜୀବନ ଶ୍ରୀରାମଙ୍କର ଚରଣରେ ଅର୍ପିତ କରି ଶେଷରେ ସେ ଶ୍ରୀରାମଙ୍କ ଚରଣରେ ଲୁପ୍ତ ହୋଇଗଲେ l

ଶବରୀଙ୍କୁ ସ୍ମରଣ କରି ଆଜିର ଏ ଭାବ ଚିନ୍ତନ ଏଠାରେ ସମାପ୍ତ ହେଲା, ଏବଂ ଏହାପରେ ପ୍ରଶ୍ନୋତ୍ତରୀ ସତ୍ର ଆରମ୍ଭ ହେଲା l



ବିଚାର ମନ୍ଥନ - (ପ୍ରଶ୍ନୋତ୍ତରୀ) :-

ପ୍ରଶ୍ନକର୍ତ୍ତା - ଯୋଗେଶ ଗୋଏଲ

ପ୍ରଶ୍ନ - ଭଗବାନଙ୍କର କଣ କଣ ନାମ ଓ ଦେବତାଙ୍କର କଣ କଣ ନାମ ଅଛି ?

ଉତ୍ତର -  ଭଗବାନ ଚତୁର୍ଥ ଅଧ୍ୟାୟ 11 ଶ୍ଳୋକରେ କହୁଛନ୍ତି:-

ୟେ ଯଥା ମାମ୍ ପ୍ରପଦନ୍ତେ ତାଂସ୍ଥଥୈବ ଭଜାମ୍ୟହଂ

ଯେ ଯେମିତି ନାମରେ, ଯେମିତି ଭାବରେ ମୋର ଉପାସନା କରନ୍ତି ମୁଁ ତାଙ୍କୁ ସେହି ଭାବରେ, ସେହି ରୂପରେ, ସେହି ଶ୍ରଦ୍ଧାରେ ପ୍ରାପ୍ତ ହୁଏ I ନାମର କିଛି ତାତ୍ପର୍ଯ୍ୟ ନାହିଁ I ଭଗବାନ ବିଷ୍ଣୁଙ୍କୁ ଯଦି ଆମେ ଦେବତା ରୂପରେ ଉପାସନା କରିବା ଯଦିଓ ସେ ପରଂବ୍ରହ୍ମ, ତଥାପି ଆମକୁ ଦେବତା ରୂପରେ ପ୍ରାପ୍ତ ହେବେ I ଗଣେଶଙ୍କ ଉପାସନା ପରଂବ୍ରହ୍ମ ରୂପରେ କରାଗଲେ ସେ ଦେବତା ହୋଇ ମଧ୍ୟ ପରବ୍ରହ୍ମ ରୂପରେ ପ୍ରକଟ ହୁଅନ୍ତି I ପରବ୍ରହ୍ମ ପ୍ରତେକ ଅଣୁ ପରମାଣୁରେ ସ୍ଥିତ I ସେ ଆମକୁ ଦେବତା ଅବା ଗୁରୁ ରୂପରେ ଆରାଧନା ଯୋଗୁ ପ୍ରାପ୍ତ ହୁଅନ୍ତି I ଭାବ ହେତୁ ପଥର ବି ଭଗବାନରେ ରୂପାନ୍ତର ହୁଅନ୍ତି I

ପ୍ରଶ୍ନକର୍ତ୍ତା - ଶିବାଙ୍ଗୀ ଦିଦି

ପ୍ରଶ୍ନ - ପୁରୁଷ ଓ ପ୍ରକୃତିରେ ଯେ ଉତ୍ତମ ସେ ପୁରୁଷୋତ୍ତମ ଆମେ ପ୍ରକୃତି ଓ ପୁରୁଷକୁ କିପରି ପରିଭାଷିତ କରିବା ?

ଉତ୍ତର  - ଏ ଶରୀର ଆମର ପ୍ରକୃତି ଓ ଶରୀର ମଧ୍ୟେ ଥିବା ଚୈତନ୍ୟ ପୁରୁଷ । ପ୍ରକୃତିରେ ବିକାର ନିରନ୍ତର ଆସେ ଓ ପରିବର୍ତ୍ତିତ ହୁଏ I କିନ୍ତୁ ପୁରୁଷ ବା ଆତ୍ମାର ବୃଦ୍ଧି, ଅସ୍ୱସ୍ଥ ଅବସ୍ଥା ନଥାଏ, ଏବଂ ତାହାକୁ ମୃତ୍ୟୁ ବି ପ୍ରାପ୍ତ ହୁଏ ନାହିଁ I

ପ୍ରଶ୍ନ  - କିଶୋରଙ୍କୁ କିପରି ଶାସ୍ତ୍ର ଜ୍ଞାନ ପ୍ରାପ୍ତ ହେବ ?

ଉତ୍ତର - କିଶୋରଙ୍କ ସହ ନିତ୍ୟ ଭୋଜନ କରନ୍ତୁ I ଭୋଜନ ସମୟରେ ତାଙ୍କୁ ଗୀତାପ୍ରେସର ବିଭିନ୍ନ କାହାଣୀ ସଂଗ୍ରହରୁ ବୀର ବାଳକ, ବୀର ବାଳିକା, ମହାଭାରତ କାହାଣୀ କୁହନ୍ତୁ I ଏହା ଦ୍ୱାରା ସମ୍ପୂର୍ଣ୍ଣ ଗୃହର ବାତାବରଣ ସାତ୍ତ୍ୱିକ ହେବ I

ପ୍ରଶ୍ନକର୍ତ୍ତା - ଶୀତଳ ଦିଦି

ପ୍ରଶ୍ନ - କାହାର କିଛି ଅନିଷ୍ଟ ନ କଲେବି କିଛି ଲୋକ ଆମର ନିନ୍ଦା କରନ୍ତି ତେବେ ଏ ପରିସ୍ଥିତିରେ ଆମକୁ କଣ କରିବା ଦରକାର ?

ଉତ୍ତର - ଏହି ପର୍ଯ୍ୟାୟରେ ଲକ୍ଷ୍ମଣ ଓ ନିଷାଦରାଜଙ୍କ ଦୃଷ୍ଟାନ୍ତ ଦେଉଛି I ଲକ୍ଷ୍ମଣ ଓ ନିଷାଦରାଜଙ୍କ ବାର୍ତ୍ତାଳାପରେ ନିଷାଦରାଜ କହୁଛନ୍ତି, ’ମାତା କୈକେୟୀ ଅତ୍ୟନ୍ତ କଠୋର ଯିଏ ଆପଣଙ୍କ ପରି ଆଜ୍ଞାକାରୀ, ସଦାଚାରୀ ବାଳକଙ୍କୁ ବନକୁ ପଠାଇଦେଲେ’ I ଲକ୍ଷ୍ମଣ ତାଙ୍କୁ ହଠାତ ସ୍ତବ୍ଧ କରାଇ କହିଲେ -

"କହୁନ କୋଉ ସୁଖ ଦୁଃଖ କେ ଦାତା

ନିଜ କୃତ କର୍ମ ଭୋଗ ସବ ଭ୍ରାତା"

ସମସ୍ତେ ନିଜ କର୍ମଫଳକୁ ପ୍ରାପ୍ତ ହୁଅନ୍ତି I କେହି କାହାର କଷ୍ଟର ଉତ୍ତରାଧିକାରୀ ନୁହନ୍ତି I ସେଥିପାଇଁ କାହା ପ୍ରତି କୁଚିନ୍ତା ନ କରିବା ଉଚିତ I ସମସ୍ତେ ଭଗବାନଙ୍କ ପ୍ରିୟ I ଲୋକେ ମୋତେ ଶତ୍ରୁ ଭାବନ୍ତୁ ପଛେ ମୁଁ କାହାକୁ ଶତ୍ରୁ ନ ଭାବେ ଏ ଭାବନା ମନରେ ଆସୁ I

ଭଗବାନ କହନ୍ତି - ’ଅଦ୍ରୋହ ନାତି ମାନିତା’I

ମୁଁ କାହା ପ୍ରତି ଦ୍ରୋହ କରୁ ନାହିଁ, ମୋର କେହି ଶତ୍ରୁ ନୁହନ୍ତି , ମୁଁ କାହାର ଅମଙ୍ଗଳ କରୁ ନାହିଁ, ଏ ଭାବନା ଆସିଲେ ପ୍ରକୃତ ଭକ୍ତିର ଉଦୟ ହୁଏ I ମୁଁ ଭୁଲ କରିବି ନାହିଁ ଏହା ମୋ ହାତରେ ଅଛି କିନ୍ତୁ ଅନ୍ୟ କେହି ଏପରି କରୁ ତାହା ମୋ ହାତରେ ନାହିଁ I ଅନ୍ୟ ବ୍ୟକ୍ତିର ବ୍ୟବହାରରେ ମୁଁ ପରିବର୍ତ୍ତନ କରି ପାରିବି ନାହିଁ I ସେ ନିଜ ସ୍ଵଭାଵରେ ଚାଲିବ। ଯଦି ଏସି ରିମୋଟରେ ଟିଭି ଚଳାଇବାକୁ ଚାହିଁବା ତାହା ଚାଲିବ ନାହିଁ I ସେମିତି ଅନ୍ୟର ଚାବିକାଠି ଆମ ହାତରେ ନାହିଁ I ଆମେ ଅନ୍ୟକୁ ନିୟନ୍ତ୍ରଣ କରି ପାରିବା ନାହିଁ I ଆମେ ଯେତେବେଳେ ଏହା ବୁଝିପାରିବା ସେତେବେଳେ ଦୁଃଖ କମ୍‍‍ ହେବ I

ପ୍ରଶ୍ନକର୍ତ୍ତା - କୀର୍ତ୍ତି ଗୁପ୍ତା

ପ୍ରଶ୍ନ - ମନର ବିକାରକୁ କିପରି ବୁଝିବା ?

ଉତ୍ତର - କୋଟି କୋଟି ଜନ୍ମ ପରେ ସଂସ୍କାର ଆସେ I କୌଣସି ଜନ୍ମରେ ଆମେ ହିଂସ୍ର ପଶୁ , ପୁଣି କୌଣସି ଜନ୍ମରେ ଗାଈ ପରି ସାତ୍ତ୍ୱିକ ପଶୁ , ପକ୍ଷୀ ପୁଣି ମନୁଷ୍ୟ, କିଛିରେ ବୃକ୍ଷ ଯୋନି ପ୍ରାପ୍ତ ହୁଅନ୍ତି I ମନୁଷ୍ୟର ସମସ୍ତ ବିକାରର ସମାପ୍ତିର କ୍ଷମତା ଅଛି I

ଭଗବାନ କୁହନ୍ତି -   ବଡେ ଭାଗ ମନୁଷ ତନ ପାଵା । ସୁର ଦୁର୍ଲଭ ସବ ଗ୍ରନ୍ଥନି ଦାବା ॥ ’

ଦେବତା ବି କହନ୍ତି - ମନୁଷ୍ୟ ଯୋନିରେ ଜନ୍ମ ନେଲେ ଧୀରେ ଧୀରେ କୋଟି ଜନ୍ମର ପାପ ଧୌତ ହୁଏ କିନ୍ତୁ ଏଥିପାଇଁ ଆବଶ୍ୟକ ନିରନ୍ତର ପ୍ରୟାସ I

ପ୍ରଶ୍ନକର୍ତ୍ତା - ଗିରିଜା ଦିଦି

ପ୍ରଶ୍ନ - ଆମେ ସମସ୍ତଙ୍କ ସହ ଭଲ ବ୍ୟବହାର କରନ୍ତି , କିନ୍ତୁ ଅନ୍ୟ ମାନେ ଆମସହ କାହିଁକି ଖରାପ ବ୍ୟବହାର କରୁଛନ୍ତି ? ଏଥିପାଇଁ ଆମେ କଣ କରି ପାରିବା ?

ଉତ୍ତର - ଭଗବାନ ଆମକୁ ଅନ୍ୟର ବ୍ୟବହାର ପରିବର୍ତ୍ତନର ଅଧିକାର ଦେଇ ନାହାନ୍ତି । ଆମେ ନିଜକୁ ଦୋଷ ଶୂନ୍ୟ, ନିର୍ବିକାର ରଖିପାରିବା ଅର୍ଥାତ୍ ଆମେ ସ୍ୱୟଂ ନିଜକୁ ନିୟନ୍ତ୍ରଣ କରିପାରିବା I


             *ବିବେଚକ ଗାଇଥିବା ନବଧା ଭକ୍ତି *

नवधा भगति कहउँ तोहि पाहीं। सावधान सुनु धरु मन माहीं॥ प्रथम भगति संतन्ह कर संगा दूसरि रति मम कथा प्रसंगा॥ गुर पद पंकज सेवा तीसरि भगति अमान। चौथी भगति मम गुन गन करइ कपट तजि गान॥मंत्र जाप मम दृढ़ बिस्वासा। पंचम भजन सो बेद प्रकासा॥छठ दम सील बिरति बहु करमा। निरत निरंतर सज्जन धरमा॥सातवाँ सम मोहि मय जग देखा। मोतें संत अधिक करि लेखा॥आठवाँ जथालाभ संतोषा। सपनेहुँ नहिं देखइ परदोषा॥नवम सरल सब सन छलहीना। मम भरोस हियँ हरष न दीना॥नव महुँ एकउ जिन्ह कें होई। नारि पुरुष सचराचर कोई   ॥3॥