विवेचन सारांश
ତ୍ରୈବିଧ ଆହାର, ଯଜ୍ଞ ଏବଂ ତପର ଲକ୍ଷଣ

ID: 4053
उड़िया - ଓଡ଼ିଆ
ଶନିବାର, 25 ନଭେମ୍ବର 2023
ଅଧ୍ୟାୟ 17: ଶ୍ରଦ୍ଧାତ୍ରୟବିଭାଗ ଯୋଗ
2/3 (ଶ୍ଳୋକ 9-19)
ବିବେଚକ: ଗୀତା ପ୍ରବୀଣ କବିତା ଜୀ ବର୍ମା


ପାରମ୍ପରିକ ପ୍ରାର୍ଥନା, ଦୀପ ପ୍ରଜ୍ବଳନ ଏବଂ ଗୁରୁବନ୍ଦନା ସହିତ ଆଜିର ବିବେଚନ ସତ୍ର ଆରମ୍ଭ ହେଲା |

ସପ୍ତଦଶ ଅଧ୍ୟାୟର ନାମ ଶ୍ରଦ୍ଧାତ୍ରୟ ବିଭାଗ ଯୋଗ, ଅର୍ଥାତ ଶ୍ରୀମଦ ଭଗବତ ଗୀତାରେ ତିନି ପ୍ରକାର ଶ୍ରଦ୍ଧା ବିଷୟରେ କୁହାଯାଇଛି | ଶ୍ରଦ୍ଧା ଏକ ଆବଶ୍ୟକ ଓ ମହତ୍ତ୍ୱପୂର୍ଣ୍ଣ ଶବ୍ଦ |

ଶ୍ରୀମଦ ଭଗବତ ଗୀତା ଅନୁସାରେ କୃଷ୍ଣ ଅର୍ଜୁନ ସମ୍ବାଦରୁ ଭଗବତ ଗୀତାର ଆରମ୍ଭ ହୋଇଛି | ଅର୍ଜୁନ ଭଗବାନଙ୍କୁ ନିଜର ସଖା (ମିତ୍ର ) ରୂପେ ବ୍ୟବହାର କରୁଥିଲେ କିନ୍ତୁ ଦ୍ଵିତୀୟ ଅଧ୍ୟାୟର ସପ୍ତମ ଶ୍ଳୋକରେ ସେ କହିଲେ - "ମୁଁ ଆପଣଙ୍କର ଶିଷ୍ୟ, ମୋପାଇଁ ଯାହା କଲ୍ୟାଣକାରୀ ଆପଣ ସେ ଜ୍ଞାନ ଓ ଉପଦେଶ ଦିଅନ୍ତୁ | ମୋତେ ଉଚିତ ମାର୍ଗ ଦର୍ଶନ କରାନ୍ତୁ |" 

ଏହିପରି ଅର୍ଜୁନ ନିଜର ଶ୍ରଦ୍ଧା ବଳରେ ନିଜକୁ ଭଗବାନଙ୍କ ପାଖରେ ସମର୍ପଣ କରିଦେଲେ ଏବଂ ଏପରି ଭଗବତ ଗୀତାର ଆରମ୍ଭ ହିଁ ଶ୍ରଦ୍ଧାରୁ ହୋଇଛି |

ଏବେ ଏଠାରେ ପ୍ରଶ୍ନ ଉଠେ ଯେ ଶ୍ରଦ୍ଧାତ୍ରୟ ବିଭାଗଯୋଗ ବିଷୟରେ ସପ୍ତଦଶ ଅଧ୍ୟାୟରେ ଭଗବାନ କାହିଁକି କହିଲେ? ଗୀତାରେ ଭଗବାନ ସତ୍ତ୍ତ୍ୱଗୁଣ, ରାଜୋଗୁଣ ଏବଂ ତମୋଗୁଣର ବ୍ୟାଖ୍ୟା କେତେକ ସ୍ଥାନରେ ଭଲଭାବରେ କରିଛନ୍ତି | କିନ୍ତୁ ଚତୁର୍ଦ୍ଦଶ ଅଧ୍ୟାୟର ଗୁଣତ୍ରୟବିଭାଗ ଯୋଗରେ ଆମକୁ ଅଧିକ ବିସ୍ତାର ଭାବରେ ମିଳିଥାଏ | ସତ୍ତ୍ୱ ଗୁଣ, ରାଜୋଗୁଣ ଏବଂ ତମୋଗୁଣ କଣ, ଏମାନଙ୍କର ବିଶେଷତ୍ତ୍ୱ କଣ, ଏମାନଙ୍କର ପ୍ରଭାବ କଣ ହବ ଏବଂ କାହାକୁ ସାତ୍ତ୍ଵିକ ରାଜସିକ ଅଥବା ତାମସିକ କୁହାଯାଏ, ଏପରି ଅନେକ କଥା ଏହି ଅଧ୍ୟାୟରେ କୁହାଯାଇଛି | ଶେଷରେ ଏହି ଗୁଣତ୍ରୟ ଦ୍ୱାରା ମନୁଷ୍ୟ କିପରି ସଂସାର ବନ୍ଧନରେ ପଡ଼ିଯାଏ ଓ ସେଥିରୁ କିପରି ମୁକ୍ତ ହୁଏ ତଥା ଗୁଣାତୀତର ଲକ୍ଷଣ ଇତ୍ୟାଦି ସମସ୍ତ ବିଷୟରେ ଭଗବାନ କହିଛନ୍ତି |

ଏହାପରେ ଦୈବାସୁରସମ୍ପତବିଭାଗଯୋଗ ନାମକ ଷୋଡଶ ଅଧ୍ୟାୟରେ ଭଗବାନ ଦୈବୀଗୁଣ ଓ ଅସୁରୀଗୁଣ ବିଷୟରେ ଜଣେଇ ଶାସ୍ତ୍ରକୁ ପ୍ରାଧାନ୍ୟ ଦେଇ ଶାସ୍ତ୍ରାନୁମୋଦିତ କର୍ମ କରିବାକୁ କହିଛନ୍ତି | ଛବିଶ ଦୈବୀଗୁଣ ପରେ ଆସୁରୀ ଗୁଣ ବିଷୟରେ କହିଛନ୍ତି | ଆମର କର୍ତ୍ତବ୍ୟ କଣ, ଦୈବୀଗୁଣ କଣ ଓ ଆସୁରୀଗୁଣ କଣ ଭଗବାନ ଜଣେଇଦେଲେ | କିନ୍ତୁ ଆମେ ଦୈନଦିନ କାର୍ଯ୍ୟ କରିଲାବେଳେ ଠିକ କରୁଛୁ ବା ଭୁଲ କରୁଛୁ ବୁଝିପାରୁନାହୁଁ | ବିବେକ ଜ୍ଞାନ ନରହିଲେ କଣ କର୍ତ୍ତବ୍ୟ ଜାଣି ହୁଏନି, ଏପରି ସଂଶୟରୁ ମୁକ୍ତ ହେବାର ଉପାୟ ବିଷୟରେ ଭଗବାନ କହିଛନ୍ତି ହେ ଅର୍ଜୁନ, ଏଭଳି ପରିସ୍ଥିତିରେ ଶାସ୍ତ୍ର ଲିଖନକୁ ଉତ୍ତମ ପ୍ରମାଣ ମାନି ନିଜର କାର୍ଯ୍ୟ କର | ଭଗବାନ ଷୋଡଶ ଅଧ୍ୟାୟର ଚବିଶତମ ଶ୍ଳୋକରେ କହିଛନ୍ତି ଯେ-

ଶାସ୍ତ୍ର ହିଁ ପ୍ରମାଣ, ଶାସ୍ତ୍ରାନୁମୋଦିତ କର୍ତ୍ତବ୍ୟ-ଅକର୍ତ୍ତବ୍ୟ ଜାଣ ଏବଂ ଯେଉଁ କର୍ମ ତମର କରଣୀୟ ତାହା କର | ଏବେ ଏ କଥା ଏଠାରେ ଶେଷହେଲା |

ବର୍ତ୍ତମାନ ଆମର ସମସ୍ତଙ୍କ ମନରେ ଯେଉଁ ପ୍ରଶ୍ନ ଆସିବ ସେ ପ୍ରଶ୍ନ ସପ୍ତଦଶ ଅଧ୍ୟାୟରେ ଅର୍ଜୁନଙ୍କ ମନରେ ଆସିଲା ଓ ଅର୍ଜୁନ ପଚାରିଲେ, ଶାସ୍ତ୍ରକୁ ମାନି ନିଜର କର୍ମ କରିବାକୁ ଆପଣ କହୁଛନ୍ତି ତେବେ ଏହି ଶାସ୍ତ୍ର କଣ? ଯଦି ଶାସ୍ତ୍ର ଅଛି,ସେଥିରେ କଣ ଲେଖା ହେଇଚି ମୋତେ ଜଣାନାହିଁ | ଆମେ ଶାସ୍ତ୍ର ଅଧ୍ୟୟନ କରିନୁ, ଆମେ ଶାସ୍ତ୍ରଜ୍ଞ ନୋହୁଁ, ତେବେ ଶାସ୍ତ୍ର ଵିଧି ଛାଡି ଯିଏ ଶ୍ରଦ୍ଧାବାନ ହେଇ କର୍ମ କରେ ତାଙ୍କର ନିଷ୍ଠା କିପରି? ସାତ୍ତ୍ଵିକ ନା ରାଜସିକ ନା ତାମସିକ? ଅର୍ଜୁନଙ୍କ ମନରେ ଏପରି ପ୍ରଶ୍ନ ଆସେ ଯେ ଆମେ ସମସ୍ତେ ଶାସ୍ତ୍ର ପଠନ କରିନେ ଚାରି ବେଦରେ କଣ ଲେଖା ଅଛି ଜଣାନାହିଁ କିନ୍ତୁ ଆମେ ସମସ୍ତେ ଶ୍ରଦ୍ଧାବାନ ହୋଇ କର୍ମ କରୁଛେ, ତେବେ ଭାବ ଯୁକ୍ତ ହୋଇ କର୍ମ କରୁଥିବା ବ୍ୟକ୍ତିର ନିଷ୍ଠା କିପରି? ଏଠାରେ ଭଗବାନ ଭଲ ଭାବରେ ବୁଝେଇଛନ୍ତି ଯେ ଶ୍ରଦ୍ଧା ତିନି ପ୍ରକାରର | ଏ ସଂସାରର ଏପରି କୌଣସି ବ୍ୟକ୍ତି ନାହିଁ ବା ଏପରି କୌଣସି ସ୍ଥାନ ନାହିଁ ଯିଏ ଏହି ତିନି ଗୁଣର ପ୍ରଭାବରୁ ମୁକ୍ତ | ଏଣୁ ଭଗବାନ ସମସ୍ତ କଥାକୁ ଓ ଶ୍ରଦ୍ଧା କୁ ସାତ୍ତ୍ଵିକ, ରାଜସିକ ଓ ତାମସିକ ଏପରି ତିନି ଭାଗରେ ବିଭକ୍ତ କରିଛନ୍ତି | ଗତ ସପ୍ତାହରେ ଆମେମାନେ ଏହାର ବ୍ୟାଖ୍ୟା ଶୁଣିଛେ |

ତିନିପ୍ରକାର ଭୋଜନ କଣ, ଏବଂ ଆମେ କିପରି ଭୋଜନ କରିବା ଉଚିତ ଯାହା ଅନୁସାରେ ଆମର ଶ୍ରଦ୍ଧା ହବ, ଆମେ ସେ ବିଷୟରେ ଆଗରୁ ଶୁଣି ସାରିଛେ | ଏବେ ଭଗବାନ ଭୋଜନ, ଯଜ୍ଞ, ଜ୍ଞାନ, ଏବଂ ତପ ବିଷୟରେ କହୁଛନ୍ତି | ଆମେମାନେ ନିୟମିତ ଭାବରେ କରୁଥିବା ଭୋଜନ ଅନୁସାରେ ଆମର ମନସ୍ଥିତି ହେବ | ସାତ୍ତ୍ଵିକ ଭୋଜନ ହେଲେ ମନସ୍ଥିତି ସାତ୍ତ୍ଵିକ ହୈବ | ଯେପରି ଆମର ମନସ୍ଥିତି ହୈବ ସେହିପରି ଆମର ଜ୍ଞାନ, ଯଜ୍ଞ ଏବଂ ତପ ହବ | ଅଧିକ ରାଜସିକ ଭୋଜନ କରିଲେ ରାଜସିକ ମନସ୍ଥିତି ହେବ, କିନ୍ତୁ ଆମେ ତାକୁ ସାତ୍ତ୍ଵିକ କରିପାରିବା | ଏଥିରୁ କେଉଁଠାରେ ଆମେ ଠିଆ ହୋଇଛେ ଜଣାପଡିଲା ଏବଂ ଆମର ଗନ୍ତବ୍ୟ ସ୍ଥିର କରିବାକୁ ପଡିବ | ଭଗବାନ ଆମକୁ ସହଜ ଉପାୟ ବତେଇଛନ୍ତି ଯେ ଯଦି ଆପଣ ରାଜସିକ ଭୋଜନ କରୁଛନ୍ତି ତେବେ ବର୍ତ୍ତମାନ ଠାରୁ ସାତ୍ତ୍ଵିକ ଭୋଜନ କରିବା ଆରମ୍ଭ କରିଦିଅନ୍ତୁ | ସାତ୍ତ୍ଵିକ ଭୋଜନ ବିଷୟରେ ଭଗବାନ ଅଷ୍ଟମ ଶ୍ଳୋକରେ ଅତି ସୁନ୍ଦର ଭାବରେ କହିଛନ୍ତି | ଏଠାରେ ଭଗବାନ ଏପରି ସାତ୍ତ୍ଵିକ ଭୋଜନର ବର୍ଣ୍ଣନା କରିଛନ୍ତି |  

ଆଜି ରାଜସିକ ଭୋଜନ କଣ, ଆମେ ତାର ବ୍ୟାଖ୍ୟା କରିବା | ଆଜିକାଲି ସଂସାରରେ ଅଧିକାଂଶ ଲୋକ ରାଜସିକ ଭୋଜନ କରିବାକୁ ଇଚ୍ଛା କରୁଛନ୍ତି |



17.9

କଟ୍ୱମ୍ଳଲବଣାତ୍ୟୁଷ୍ଣ, ତୀକ୍ଷ୍ଣଋକ୍ଷବିଦାହୀନଃ ।
ଆହାରା ରାଜସସ୍ୟେଷ୍ଟା, ଦୁଃଖଶୋକାମୟପ୍ରଦାଃ ||9||

ପିତା, ଖଟା , ଲୁଣିଆ , ଅତି ଉଷ୍ଣ , ରାଗ , ରୁକ୍ଷ , ଦାହ କାରକ ଏବଂ ଦୁଃଖ, ଚିନ୍ତା ତଥା ରୋଗ ଉତ୍ପନ୍ନ କରୁଥିବା ଆହାର ରାଜସିକ ପୁରୁଷର ପ୍ରିୟ।

ବିବେଚନ -

ଭଗବାନ କହୁଛନ୍ତି ଭୋଜନରେ ଅତି କଡା, ଅତି ଖଟା, ଅତି ଲୁଣିଆ ଅତି ଗରମ ପଦାର୍ଥ ଗ୍ରହଣ କରିଲେ ହାନିକାରକ ହୋଇଯାଏ, ଏହା ରାଜସିକ ଶ୍ରେଣୀ ଅନ୍ତର୍ଗତ | ଏ ପ୍ରକାର ବହୁତ କଡା ବହୁତ ଖଟା , ବହୁତ ଲୁଣିଆ , ବହୁତ ଗରମ, ବହୁତ ଶୁଷ୍କ ବହୁତ ଦାହ କାରକ (ଯାହା ଭୋଜନ କରିଲେ ପେଟ ପୋଡେ ଖାଦ୍ୟ ନଳୀରେ ଜ୍ୱାଳା ହୁଏ) ଖାଦ୍ୟ ରାଜସିକ ଅଟେ | ଏହି ପ୍ରକାର ଖାଦ୍ୟ ରାଜସୀ ଲୋକଙ୍କର ପ୍ରିୟ |

ଶ୍ଳୋକର ଶେଷରେ ‘ଦୁଃଖ ଶୋକାମୟପ୍ରଦା‘ ଅଛି ଯେଉଁଠାରେ ଭଗବାନ ତିନୋଟି କଥା କହିଛନ୍ତି, ଦୁଃଖ, ଶୋକ ଓ ରୋଗ ପ୍ରଦାନକାରୀ | କିନ୍ତୁ ଏହା ବିଚାର କରିବା ଉଚିତ ଯେ ରାଜସିକ ଆହାରରୁ ଦୁଃଖ, ଶୋକ ଓ ରୋଗ କିପରି ହେବ? ଆମେ ରାଜସିକ ଭୋଜନ କରିଲେ ରାଜୋଗୁଣର ବୃଦ୍ଧି ହବ ଏବଂ ଏପ୍ରକାର ପ୍ରବୃତ୍ତି ବଢ଼ିଯିବ ତାପରେ ଇଚ୍ଛା ବୃଦ୍ଧି ହବ, ତାପରେ ଆସକ୍ତି ଓ ଆସକ୍ତି ପୂର୍ଣ୍ଣ କରିବାର ଇଛା ବୃଦ୍ଧି ହେବ ଓ ସେପରି କର୍ମ ଆମେ କରିବା | କର୍ମ କରିବାରେ କ୍ଲାନ୍ତ ହୋଇଯାଉ | କର୍ମ ହିଁ ଦୁଃଖ ସ୍ୱରୂପ। କର୍ମ କରୁ କରୁ ଆମକୁ ଦୁଃଖ ମିଳେ | କାର୍ଯ୍ୟ ଶେଷରେ ଆମକୁ ସଫଳତା ମିଳିଲେ ମଧ୍ୟ କ୍ଷଣିକ ସୁଖ ପ୍ରାପ୍ତି ହୁଏ ଓ ଯଦି ସଫଳତା ନମିଳେ ସୁଖ ପ୍ରାପ୍ତି ହୁଏନି, ତେବେ ଦୁଃଖ, ଶୋକ ଏବଂ ଶେଷରେ ରୋଗଗ୍ରସ୍ତ ହୋଇଯିବା | ଏପ୍ରକାର ଖାଦ୍ୟ ଖାଇଲେ ରୋଗ ହୁଏ, ଏହାର ଅନୁଭବ ଆମମାନଙ୍କର ଅଛି |

ଏକଥା କହିବାର ତାତ୍ପର୍ଯ୍ୟ ହେଉଛି, ଏପ୍ରକାର ଖାଦ୍ୟ ଗ୍ରହଣ କରିପାରିବା କିନ୍ତୁ ମାତ୍ରାଧିକ ନୁହେଁ | ଆମେ ମନୁଷ୍ୟ ହୋଇଥିବାରୁ ଆମ ଭିତରେ ଏହି ଗୁଣତ୍ରୟ ସଦାବେଳେ ଥାଏ ଆମେ ସମ୍ପୂର୍ଣ୍ଣ ରୂପେ ସାତ୍ତ୍ଵିକ ହୋଇପାରିବାନାହିଁ, କିନ୍ତୁ ଅଳ୍ପକିଛି ରାଜସିକ ଗୁଣ ଯୁକ୍ତ ହେବା ଆବଶ୍ୟକ | ଯେଉଁ ତାମସିକ ଖାଦ୍ୟ ଆମକୁ ତ୍ୟାଗ କରିବାକୁ ପଡିବ ସେ ତାମସିକ ଭୋଜନ ବିଷୟରେ ଆମେ ପରବର୍ତ୍ତୀ ଶ୍ଳୋକରେ ଆଲୋଚନା କରିବା |


17.10

ୟାତୟାମଂ(ଙ୍) ଗତରସଂ(ମ୍), ପୂତି ପର୍ୟୁସିତଂ(ଞ୍) ଚ ୟତ୍ ।
ଉଚ୍ଛିଷ୍ଟମପି ଚାମେଧ୍ୟଂ(ମ୍), ଭୋଜନଂ(ନ୍) ତାମସପ୍ରିୟମ୍ ||10||

ଯେଉଁ ଖାଦ୍ୟ ଅର୍ଧସିଦ୍ଧ , ରସରହିତ , ଦୁର୍ଗନ୍ଧ ଯୁକ୍ତ , ବାସି ଓ ଅଇଁଠା ତଥା ଅପବିତ୍ର , ସେହି ଖାଦ୍ୟ ତାମସିକ ପୁରୁଷର ପ୍ରିୟ।

ବିବେଚନ -

ଆୟୁର୍ବେଦରେ ଚବିଶ ଘଣ୍ଟାକୁ ଆଠ ଭାଗରେ ବିଭକ୍ତ କରାଯାଇଛି | ପ୍ରତ୍ୟେକ ଭାଗର ଅବଧି ତିନି ଘଣ୍ଟା | ଏହି ଅବଧିକୁ ‘ୟାମ‘ କୁହାଯାଏ।

‘ୟାତୟାମ‘ ର ଅର୍ଥ ହେଉଛି ଯେଉଁ ଖାଦ୍ୟ ତିନି ଘଣ୍ଟା ପୂର୍ବରୁ ପ୍ରସ୍ତୁତ ହୋଇଛି, ତାହା ତାମସିକ କୁହାଯାଏ | କିନ୍ତୁ ତିନି ଘଣ୍ଟା ବହୁତ କମ ସମୟ ହୋଇଥିବାରୁ ଆମେ ତାକୁ ବାସି ଖାଦ୍ୟ ବୁଝିବା କି? ଭଗବାନ ଏଠାରେ ‘ପର୍ଯ୍ୟୁଷିତ‘ କହିଛନ୍ତି, ଯାହାର ଅର୍ଥ ମଧ୍ୟ ବାସି ଅର୍ଥାତ ଗୋଟେ ରାତିପୂର୍ବରୁ ରଖାଯାଇଥିବା ଖାଦ୍ୟ | ଏଣୁ ‘ଯାତୟାମ‘ର ଅର୍ଥ ବାସି ହୋଇପାରିବନି। ଆଦି ଶଙ୍କରାଚାର୍ଯ୍ୟ ଲେଖିଛନ୍ତି, ଏହାର ଅର୍ଥ ଯାହା ଅଳ୍ପ ପାକ ହୋଇଛି (ଅସିଝା)|

ଯାହାର ରସ ବାହାରିଯାଇଛି ତାହା ‘ଗତରସ‘, ଯେପରି ସକାଳୁ କଟାଯାଇଥିବା ଫଳ ରାତିରେ ଖାଇଲା ବେଳକୁ ତାର ରସ ସୁଖି ଯାଇଥାଏ |

ଦୁର୍ଗନ୍ଧ ଯୁକ୍ତ ଭୋଜନ, ଯେପରି ସିରକା ଇତ୍ୟାଦି ଗୋଟେ ରାତି ପୂର୍ବରୁ ରଖାଯାଇଥିବା ଖାଦ୍ୟ | ସ୍ୱାମୀଜୀଙ୍କ ଅନୁସାରେ ଲଡ୍ଡୁ ପ୍ରଭୃତି ମିଠାଈ ଏହାର ଅନ୍ତର୍ଗତ ନୁହେଁ, ଆମେ ତାକୁ ଭୋଜନ କରିପାରିବା |

‘ଉଚ୍ଛିଷ୍ଟ‘ ର ଅର୍ଥ ଖାଇସାରି ଥାଳିରେ ଛାଡ଼ିଥିବା ବଳକା ଖାଦ୍ୟ | ଆଜିକାଲି ଅନେକ ଗୋଟିଏ ଥାଳିରେ ଖାଉଛନ୍ତି, ଯାହା ଅନୁଚିତ | ‘ଆମେଧ୍ୟ‘, ଅର୍ଥାତ ପୋଷା କୁକୁର ବିଲେଇଙ୍କ ସ୍ପର୍ଶରେ ଅପବିତ୍ର ହୋଇଥିବା ଖାଦ୍ୟ ଯାହା ଯଜ୍ଞାଦିରେ ବ୍ୟବହାର କରାଯାଇପାରେନି |

ଏ ସମସ୍ତ ଖାଦ୍ୟ ତାମସିକ କୁହାଯାଏ | ଏ ଭୋଜନ ତାମସିକ ଲୋକଙ୍କୁ ଭଲଲାଗେ | ଆଳୁ ପରଟା ପରି କେତେକ ଖାଦ୍ୟ ସଙ୍ଗେ ସଙ୍ଗେ ନଖାଇ ତା'ପରଦିନ ଖାଇବାକୁ ଭଲ ଲାଗେ କିନ୍ତୁ ତାହା ତାମସିକ ଖାଦ୍ୟ ହୁଏ | ଏଠାରେ ଭଗବାନ ସାଙ୍କେତିକ ଭାବରେ ବର୍ଣ୍ଣନା କରିଛନ୍ତି ଯେ ଆମେ ହଠାତ୍ ସାତ୍ତ୍ଵିକ ହୋଇପାରିବାନି, ଧୀରେ ଧୀରେ ରାଜସିକ ଓ ତାମସିକ ଖାଦ୍ୟକୁ କମେଇ ଆମେ ସାତ୍ତ୍ଵିକ ହେବାକୁ ଆଗେଇବା |

ଜୈସା ଖାଏ ଅନ୍ନ,ଐସା ବନେ ମନ’  

ଅନ୍ନମୟ ଶରୀର, ତେଣୁ ଖାଦ୍ୟ ଅନୁସାରେ ଶରୀର, ବୀର୍ଯ୍ୟ ଓ ତେଜ ହବ | ସାତ୍ତ୍ଵିକ ଆହାର ଗ୍ରହଣ କରିଲେ ମୁଖମଣ୍ଡଳରେ ତାର ପ୍ରଭାବ ଦୃଶ୍ୟ ହେବ | କେବଳ ଏକାଦଶୀ, ମଙ୍ଗଳବାର, ଗୁରୁବାର ନୁହେଁ, ପରନ୍ତୁ ନିୟମିତ ଭାବରେ ସାତ୍ତ୍ଵିକ ଆହାର ଗ୍ରହଣ କରିଲେ ତାର ପ୍ରଭାବ ଆମର ଶରୀର ମନ ଓ ବିଚାର ଉପରେ ପଡିବ | ଆମେ ଯେତେ ଯେତେ ସାତ୍ତ୍ଵିକ ଭୋଜନ କରିବା ଜ୍ଞାନ ପ୍ରତି ଆମର ଆକର୍ଷଣ ସେତେ ବୃଦ୍ଧି ପାଇବ, ସାତ୍ତ୍ଵିକ ଭାବ ଓ ବିବେକ ଭାବରେ ମଧ୍ୟ ଉନ୍ନତି ହବ ତେଣୁ ରାଜସିକ ଓ ତାମସିକ ଭୋଜନକୁ ଦୁରେଇ ସାତ୍ତ୍ଵିକ ଭୋଜନ ଗ୍ରହଣ କରିବା ଅତ୍ୟାବଶ୍ୟକ |

ଏସବୁ ହେଲା ଖାଦ୍ୟର କଥା | ଆମେ ପ୍ରତ୍ୟେକ ଦିନ ତିନି ଚାରି ଥର ଖାଦ୍ୟ ଗ୍ରହଣ କରୁ, ଭୋଜନ ଆମର ସମ୍ପୂର୍ଣ୍ଣ ଜୀବନକୁ ପ୍ରଭାବିତ କରେ ତେଣୁ ଭଗବାନ ପ୍ରଥମେ ଭୋଜନ ଚର୍ଚ୍ଚା କରିଛନ୍ତି | ଆମ ଜୀବନର ଦିଗ ନିରୂପଣ କରିବାକୁ ହେଲେ ଆମକୁ ଶୁଦ୍ଧ ଭୋଜନ ଉପରେ ଧ୍ୟାନ ଦେବାକୁ ପଡିବ |

ଭଗବତ ଗୀତାରେ ଭୋଜନର ଉଦ୍ଦେଶ୍ୟ କେବଳ ସ୍ଥୁଳ ଆହାର ନୁହେଁ ବରଂ ଆମ ଜ୍ଞାନେନ୍ଦ୍ରିୟ ସବୁ (ଚକ୍ଷୁ କର୍ଣ୍ଣ ପ୍ରଭୃତି) କଣ ଗ୍ରହଣ କରୁଛନ୍ତି | ଆମେ ଆଖିରେ ଭଲ ଜିନିଷ ଦେଖିବା, କାନରେ ଭଲ କଥା ଶୁଣିବା, ପାଟିରେ ଭଲ କଥା କହିବା | ଆମେ ସବୁ ଗୀତା ପରିବାରରେ ଯୋଡି ହୋଇ ଯାଇ ଥିବାରୁ ଆମର ଦିନଚର୍ଯ୍ୟା ନିଶ୍ଚୟ ସାତ୍ତ୍ଵିକ ହବ | ଆମେ ଶ୍ରୀମଦ୍ ଭଗବତ ଗୀତା ପାଠ କରୁଛେ ଭଗବାନ କୃଷ୍ଣଙ୍କ କଥା ଶ୍ରବଣ କରୁଛେ ଏବଂ ମୁହଁରେ ତାହା ଉଚ୍ଚାରଣ କରୁଛେ ତ ସ୍ୱତଃ ଆମର ଦିନଚର୍ଯ୍ୟା ସାତ୍ତ୍ଵିକ ହେବାକୁ ଲାଗିବ |

17.11

ଅଫଲାକାଙ୍କ୍ଷିଭିର୍ୟଜ୍ଞୋ ବିଧିଦୃଷ୍ଟୋ ୟ ଇଜ୍ୟତେ ।
ୟଷ୍ଟବ୍ୟମେବେତି ମନଃ(ସ୍), ସମାଧାୟ ସ ସାତ୍ତ୍ୱିକଃ ||11||

ଯେଉଁ ଯଜ୍ଞ ଶାସ୍ତ୍ର ବିଧିରେ ନିୟତ, ଯାହା କରିବା ହିଁ ଉଚିତ ବୋଲି ମନକୁ ସମାହିତ କରି ଫଳ ଇଚ୍ଛା କରୁନଥିବା ପୁରୁଷଙ୍କ ଦ୍ୱାରା କରାଯାଏ , ତାହା ସାତ୍ତ୍ଵିକ।

ବିବେଚନ -

ଭଗବତ ଗୀତାରେ ଯଜ୍ଞର ବ୍ୟାଖ୍ୟା ଭଲଭାବରେ କରାଯାଇଛି | ଭଗବାନ ତିନି ପ୍ରକାର ଯଜ୍ଞର ଉଲ୍ଲେଖ କରିଛନ୍ତି | ଏହି ଶ୍ଳୋକରେ ଭଗବାନ ସାତ୍ତ୍ଵିକ ଯଜ୍ଞର ବର୍ଣ୍ଣନା କରନ୍ତି | ଭଗବାନ ଚତୁର୍ଥ ଅଧ୍ୟାୟରେ ଜ୍ଞାନ, ଯଜ୍ଞ, ତପ ଇତ୍ୟାଦି ବାର ପ୍ରକାର ଯଜ୍ଞ ବିଷୟରେ କହିଛନ୍ତି ଯାହା ଆପଣ ମାନେ ବିବେଚନ ସାଇଟରୁ ଶୁଣିପାରିବେ | ଆମେମାନେ କରୁଥିବା ଯଜ୍ଞ, ହୋମ ଓ ପ୍ରତ୍ୟେକ ନିତ୍ୟକର୍ମ ହିଁ ଯଜ୍ଞ | କେବେକେବେ ଆମେ କହନ୍ତି, ଆସ ଏଇ ଗୀତା ମହାଯଜ୍ଞରେ ସେବି ହୋଇ ଆହୁତି ଦିଅ, ଅର୍ଥାତ ଏହା ମହା ଯଜ୍ଞ |

ଭଗବାନଙ୍କୁ ସମର୍ପଣ କରି ଯେଉଁ କର୍ମ କରାଯାଏ ସେ ସବୁ ଯଜ୍ଞ | ଆମର ଯଜ୍ଞ କିପରି ହେବା ଉଚିତ ଭଗବାନ ଏଠାରେ କହିଛନ୍ତି, ଫଳ କାମନା ନକରି କର୍ମ କରିବା ଉଚିତ |

ଗୀତା ପରିବାରରେ ଆମେ ଦେଖୁଛେ 8000 କାର୍ଯ୍ୟକର୍ତ୍ତା ନିସ୍ଵାର୍ଥ ଭାବରେ ଭାରତରେ ଓ ଭାରତ ବାହାରେ ରାତିଦିନ କାର୍ଯ୍ୟ କରୁଛନ୍ତି | ପ୍ରାତଃ 5ଟାରୁ ରାତି 2ଟା ପର୍ଯ୍ୟନ୍ତ ଫଳ କାମନା ନକରି କାର୍ଯ୍ୟ କରୁଛନ୍ତି | ଏହା ଏକ ଯଜ୍ଞ | ସେମାନେ ପଦ ବା ଧନ କାମନା କରନ୍ତି ନାହିଁ | କେତେଜଣ କାର୍ଯ୍ୟକର୍ତ୍ତା ତ ରାତି 2,3ଟାରେ ଫୋନ ପାଇ ତୁରନ୍ତ କାର୍ଯ୍ୟରେ ଲାଗି ଯାଆନ୍ତି | ଏ କାର୍ଯ୍ୟ ମୋର, ଚିନ୍ତା କରି ଯେଉଁ କର୍ମ କରାଯାଏ ତାହା ଯଜ୍ଞ ହୋଇଯାଏ ଓ ତାକୁ ସାତ୍ତ୍ଵିକ ଯଜ୍ଞ କୁହାଯାଏ | ଶାସ୍ତ୍ରରେ ଲିଖିତ ଵିଧି ଅନୁସାରେ କାର୍ଯ୍ୟ କରନ୍ତି | ପ୍ରଶ୍ନ ଉଠେ ଶାସ୍ତ୍ରରେ କଣ ଲେଖା ଅଛି କିପରି ଜାଣିବା ? ଆମ ଗୁରୁଙ୍କଠାରୁ, ଆମର ଗୁରୁଜନଙ୍କଠାରୁ ଓ ଜ୍ଞାନୀମାନଙ୍କଠାରୁ ଆମେ ଜାଣିପାରିବା |

ଆମେ ଗୀତା ପରିବାରରେ ଯୋଡି ହୋଇ ପୂଜ୍ୟ ସ୍ୱାମୀଜୀଙ୍କ କଥା ଶ୍ରବଣ କରି ଶିବିରକୁ ଯିବାକୁ ଚେଷ୍ଟା କରନ୍ତି | ସଞ୍ଜୟ ଭାଇ, ଆଶୁ ଭାଇ ପ୍ରଭୃତିଙ୍କର ବ୍ୟାଖ୍ୟା ଶୁଣି ଆମେ ଜାଣିପାରୁ ଓ ଶ୍ରଦ୍ଧାରେ ପାଳନ କରୁ | ଭଗବାନ କହନ୍ତି ଯିଏ ବେଦରେ ଲିଖିତ ଓ ଶାସ୍ତ୍ରରେ ଲିଖିତ ଵିଧି ଅନୁସାରେ କର୍ମ କରନ୍ତି ତାହା ସାତ୍ତ୍ଵିକ ଯଜ୍ଞ ଅନ୍ତର୍ଗତ |

ବେଦରେ କର୍ମକୁ 6 ଭାଗରେ ବିଭକ୍ତ କରାଯାଇଛି |

1- ନିତ୍ୟ କର୍ମ

ସନ୍ଧ୍ୟା ବନ୍ଦନ | ଆପଣ ଏହି କାର୍ଯ୍ୟ ନକରିଲେ ପ୍ରତ୍ୟବାୟ ଲାଗିବ | ପ୍ରତ୍ୟବାୟ ମାନେ ଏକପ୍ରକାର ପାପ | ଆମେ କରୁଥିବା କିଛି କର୍ମ ଫଳରେ ପରିଣତ ହୁଏନାହିଁ ସେଠାରେ ରହିଯାଏ ଓ ଆମେ ଭଲ କର୍ମ କରିଚାଲନ୍ତି, ଭକ୍ତି, ପୂଜନ, ପୁରୁଷାର୍ଥ ଆଦି କରନ୍ତି, ସେସବୁ ପାପରେ ପରିଣତ ହୁଅନ୍ତି ନାହିଁ, କିନ୍ତୁ ଆମେ ନିତ୍ୟକର୍ମ ନକରିଲେ ପାପ ସମ୍ମୁଖରେ ଉପସ୍ଥିତ ହୁଏ ଓ ଆମକୁ ଦୁଃଖ ଶୋକ ଆଦି ପ୍ରାପ୍ତ ହୁଏ | ଏଠାରେ ଭଗବାନ କହିଛନ୍ତି ଆମର ଦାୟିତ୍ୱ ଓ କର୍ତ୍ତବ୍ୟ ହେଉଛି ନିତ୍ୟ କର୍ମ, ଯାହା ଆମେ ନିଶ୍ଚୟ ପାଳନ କରିବା ଉଚିତ |

2- ନୈମିତ୍ତିକ କର୍ମ :

କିଛି କର୍ମ କୌଣସି ଉଦ୍ଦେଶ୍ୟରେ କରାଯାଏ | ତାହା ନୈମିତ୍ତିକ କର୍ମ | ଯେପରି ସୂର୍ଯ୍ୟପରାଗ, ଚନ୍ଦ୍ରଗ୍ରହଣ ଆଦି ଲାଗିଲାବେଳେ ସ୍ନାନ, ଦାନ ଆଦିର ବିଧାନ ଅଛି | ଆମେ ସେ ସମୟରେ ମାଳା ଜପ କରିବା ଉଚିତ |

3 - କାମ୍ୟ କର୍ମ :

ନିଜର ସ୍ୱାର୍ଥ ପାଇଁ, କାମନାପୂରଣ ପାଇଁ ଯେଉଁ ଯଜ୍ଞ କର୍ମ କରାଯାଏ ତାହା ଆମର କାମ୍ୟ କର୍ମ | ଯେପରି ପୁତ୍ର ପ୍ରାପ୍ତି ନିମିତ୍ତ ଯଜ୍ଞାନୁଷ୍ଠାନ |

4 - ନିଷିଦ୍ଧ କର୍ମ :

ଏହି କର୍ମ କରିବା ଅନୁଚିତ | 16 ଅଧ୍ୟାୟରେ ବିସ୍ତାର ଭାବରେ ବର୍ଣ୍ଣିତ ଗୋହତ୍ୟା, ବ୍ରାହ୍ମଣ ହତ୍ୟା, ଆସୁରିକ କାର୍ଯ୍ୟର ତ୍ୟାଗ କରିବା ଉଚିତ | ଏ ସମସ୍ତ ନିଷିଦ୍ଧ କର୍ମ ଅନ୍ତର୍ଗତ |

5 - ପ୍ରାୟଶ୍ଚିତ୍ତ କର୍ମ :

କୌଣସି ପାପକର୍ମ ହୋଇଗଲେ ବା ଭୁଲ ହୋଇଗଲେ ତାର ପ୍ରାୟଶ୍ଚିତ୍ତ ପାଇଁ ଯେଉଁ କର୍ମ କରାଯାଏ ତାକୁ ପ୍ରାୟଶ୍ଚିତ କର୍ମ କୁହାଯାଏ, ଯେପରି ଚନ୍ଦ୍ରୟାଣ ଉପବାସ |

6 - ଉପାସନା କର୍ମ :

ବେଦରେ ଉପନିଷଦ ମାନଙ୍କରେ ଏହାର ବହୁତ ବର୍ଣ୍ଣନା କରାଯାଇଛି |

ବର୍ତ୍ତମାନ ଆମକୁ ଚାରିପ୍ରକାର କର୍ମ ଉପରେ ବିଶେଷ ଧ୍ୟାନ ଦେବାକୁ ପଡିବ | କାମ୍ୟ କର୍ମ କମ୍‍‍ କରିବାକୁ ହେବ, ନିଷିଦ୍ଧ କର୍ମ ସମ୍ପୂର୍ଣ୍ଣ ତ୍ୟାଗ କରିବାକୁ ହେବ ନିତ୍ୟ ତଥା ନୈମିତ୍ତିକ କର୍ମ ଯେତେ ସମ୍ଭବ କରିବାକୁ ହବ | ଏହିପରି ସାତ୍ତ୍ଵିକ ଯଜ୍ଞର ବର୍ଣ୍ଣନା କରି ସାରିବା ପରେ ଭଗବାନ ଆଗକୁ ରାଜସିକ ଯଜ୍ଞ ବିଷୟରେ କହିଛନ୍ତି |

17.12

ଅଭିସନ୍ଧାୟ ତୁ ଫଲଂ(ନ୍), ଦମ୍ଭାର୍ଥମପି ଚୈବ ୟତ୍ ।
ଇଜ୍ୟତେ ଭରତଶ୍ରେଷ୍ଠ, ତଂ(ମ୍) ୟଜ୍ଞଂ(ମ୍) ବିଦ୍ଧି ରାଜସମ୍ ||12||

କିନ୍ତୁ ହେ ଅର୍ଜୁନ! କେବଳ ଦମ୍ଭାଚରଣ ପାଇଁ ଅଥବା ଫଳପ୍ରାପ୍ତି ଉଦ୍ଦେଶ୍ୟ ରଖି ଯେଉଁ ଯଜ୍ଞ କରାଯାଏ, ସେହି ଯଜ୍ଞକୁ ତୁମେ ରାଜସ ବୋଲି ଜାଣ।

ବିବେଚନ —

ଆମେ କାର୍ଯ୍ୟ କଲାବେଳେ ପରିଣାମର ଆଶା ରଖିଥାଉ, ଏତଦବ୍ୟତୀତ କାର୍ଯ୍ୟ ଯେତେ କ୍ଷୁଦ୍ର ହେଲେ ମଧ୍ୟ ଫଳାଫଳ ଅଧିକ ଚାହିଁଥାଉ। ଆମକୁ କ'ଣ ମିଳିଲା, ତାହା ବିଷୟରେ ଚିନ୍ତା ନ କରି, କ'ଣ ଆମେ ଅର୍ପଣ କଲେ, ଏହା ଚିନ୍ତନ କରିବା ଉଚିତ୍।

ଆମକୁ ଚୌରାଅଶୀ ଲକ୍ଷ ଯୋନୀମାନଙ୍କ ମଧ୍ୟରୁ ସର୍ବଶ୍ରେଷ୍ଠ ମନୁଷ୍ୟ ଯୋନୀ ପ୍ରାପ୍ତ ହୋଇଛି। ପରମାତ୍ମା ମନୁଷ୍ୟମାନଙ୍କୁ ପର୍ଯ୍ୟାପ୍ତ କ୍ଷମତା ପ୍ରଦାନ କରିଛନ୍ତି, ଯଥା – ବଳ, ବୁଦ୍ଧି, ଶରୀର । ଆମେ ଈଶ୍ୱରଙ୍କ ଦାନ ସମ୍ଵନ୍ଧରେ ଚିନ୍ତନ କରିବା ଉଚିତ୍। କିନ୍ତୁ ରାଜସୀ ମନୁଷ୍ୟମାନେ ମନରେ ସର୍ବଦା ଫଳର ଚିନ୍ତା ରଖିଥାନ୍ତି । ତା'ଛଡ଼ା, ମନରେ 'ଦମ୍ଭ' ଥିବା କାରଣରୁ ଲୋକ ଦେଖାଣିଆ କାର୍ଯ୍ୟ ବି କରିଥାନ୍ତି। ଅନେକ ଲୋକ ମସ୍ତକରେ ତିଳକ ଲଗାଇ ଭକ୍ତଙ୍କ ଛଳନା ବି କରିଥାଆନ୍ତି।

କଵୀର ଦାସ କହୁଛନ୍ତି:

"माला तो कर में फिरे, जिहवा तो मुख नहिं…,"

ଅର୍ଥାତ୍ , ମାଳା ତ ଦିବାନିଶି ହାତରେ ଗଡୁଛି, କିନ୍ତୁ ମନ ଅନ୍ୟ କେଉଁଠି ଲାଗି ରହିଛି। ମାଳା ଗଡେଇ ଗଡେଇ ଘୋରି ଚିକ୍କଣ ହେଇ ଚକ୍ ଚକ୍ ହୋଇଯାଏ, ହେଲେ ମନର ମଳିନତା ଦୂର ହୋଇନଥାଏ। ମାଳା ତ ହାତରେ ଚମକୁଛି, ପରନ୍ତୁ, ମନରେ ସେ ଚମକ୍ ଆସିନଥାଏ। ତାଙ୍କର ଏ ମାଳା ଜପ ତଥାପି ବ୍ୟର୍ଥ ହୋଇ ନ ଥାଏ, କାରଣ ସ୍ୱାମୀଜୀ କହନ୍ତି କି କିଛି ନକରିବା ଅପେକ୍ଷା କିଛି କରିବା ଶ୍ରେଷ୍ଠତର ଅଟେ। ପୁରାପୁରି ତାମସିକ ହେବା ଅପେକ୍ଷା ମାଳା ଜପିଵା ଶ୍ରେୟସ୍କର । ଜପ କରିବା ସମୟରେ ଯେଉଁ ନାମ ବା ମନ୍ତ୍ର, ଯଥା – 'ରାମ ରାମ', 'କୃଷ୍ଣ କୃଷ୍ଣ' ଇତ୍ୟାଦି ଜପ କରୁ, ଏମାନଙ୍କର ଅର୍ଥର ଚିନ୍ତନ ସ୍ମୃତି ପଟରେ ସେହି ସମୟରେ ରହିବା ଉଚିତ। ସେହି ରୂପର ବା ପଦାର୍ଥର କଳ୍ପନା ଓ ଚିନ୍ତନ ଆମ ମନରେ ଆସିବାକୁ ବାରମ୍ବାର ଦୀର୍ଘ କାଳ ପର୍ଯ୍ୟନ୍ତ ପ୍ରୟାସ କଲାପରେ ତାହା ଆସିଵାକୁ ଲାଗେ । ଏହି ସମୟରେ ଚିନ୍ତନ କରିବା ନାହିଁ ଯେ ହ୍ୱଟ୍ସଆପ୍ ଷ୍ଟାଟସ୍‍‍ରେ ଅପ୍ଡଡେଟ୍ କଲେ ବହୁତ ମହାନ୍ କୃତି କରିଛୁ ବୋଲି ପ୍ରଚୁର ପ୍ରଶଂସା ମିଳିଵ – ଏସବୁ କଲେ ଅଭିମାନ ଆମକୁ ନେଇ ଅନ୍ଧକାର ଗର୍ତ୍ତରେ ନେଇ ନିକ୍ଷେପ କରିବ, ଯାହାକୁ "ଦମ୍ଭ"ର ଆଖ୍ୟା ଦିଆଯିଵ। ଏହିପ୍ରକାର କର୍ମ ବା ଯଜ୍ଞକୁ 'ରାଜସିକ' କୁହାଯାଏ। "ଡାମସିକ ଯଜ୍ଞ" କ'ଣ ତାହା ପରବର୍ତ୍ତୀ ଶ୍ଳୋକରେ କୁହାଯିବ।



17.13

ବିଧିହୀନମସୃଷ୍ଟାନ୍ନଂ(ମ୍), ମନ୍ତ୍ରହୀନମଦକ୍ଷିଣମ୍ ।
ଶ୍ରଦ୍ଧାବିରହିତଂ(ମ୍) ୟଜ୍ଞଂ(ନ୍), ତାମସଂ(ମ୍) ପରିଚକ୍ଷତେ ||13||

ବିନା ମନ୍ତ୍ରରେ, ବିନା ଦକ୍ଷିଣାରେ, ଏବଂ ବିନା ଶ୍ରଦ୍ଧାରେ କରାଯାଉଥିବା ଶାସ୍ତ୍ର ବିଧି ରହିତ ତଥା ଅବଦାନ ରହିତ ଯଜ୍ଞକୁ ତାମସ ଯଜ୍ଞ ବୋଲି କୁହାଯାଏ।

ବିବେଚନ : -

ସର୍ବପ୍ରଥମେ ଭଗବାନ ଶାସ୍ତ୍ରବିଧି ରହିତ ଯଜ୍ଞ ସମ୍ଵନ୍ଧରେ କହିଛନ୍ତି। ଆମେ ଅନେକ ଥର ଦେଖିଚୁ ଯଜ୍ଞକୁ କୌଣସି ଗଣମାନ୍ୟ ବ୍ୟକ୍ତିଙ୍କୁ, ଅଥବା ଆଖପାଖ କୌଣସି ପଡୋଶୀଙ୍କୁ ଦେଖାଇବା ପାଇଁ ଆମନ୍ତ୍ରଣ କରାଯାଇଥାଏ, ମନ୍ତ୍ରହୀନ ଅଥବା ଅସମ୍ପୂର୍ଣ ମନ୍ତ୍ର ପାଠ କରାଯାଇଥାଏ, ପଣ୍ଡିତଙ୍କୁ ଅତି ଶୀଘ୍ର ଯଜ୍ଞ ସଂପୂର୍ଣ୍ଣ କରିବାକୁ କୁହାଯାଏ, ଜଲ୍ଦିବାଜି କରାଯାଇଥାଏ, ଯଜ୍ଞ ସଂପୂର୍ଣ୍ଣ ପରେ ବ୍ରାହ୍ମଣମାନଙ୍କୁ ଅନ୍ନଵିତରଣର ବିଧାନକୁ ଅମାନ୍ୟ କରାଯାଇଥାଏ, ଦାନ ଦେବା କ୍ଷମତା ଥିବା ସତ୍ତ୍ବେ ଦାନ କରିବାକୁ ଚାହିଁ ନ ଥାଆନ୍ତି, ପଣ୍ଡିତମାନେ ଯଥାବିଧି ଶ୍ଳୋକ ପାଠ କଲେ ସଂକ୍ଷେପରେ ତଥା ଅତି ଶୀଘ୍ର ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଥାନ୍ତି, ଏପରିକି ସେମାନଙ୍କୁ ଚୁପ୍ କରିବା ପର୍ଯ୍ୟନ୍ତ କଥା ମଧ୍ୟ କହିଥାନ୍ତି। ଏହା ତାମସିକ ଯଜ୍ଞର ଲକ୍ଷଣ।

ପଣ୍ଡିତଙ୍କୁ ପାଞ୍ଚ ହଜାର ଟଙ୍କା ଦିଆଯିବ ସିଦ୍ଧାନ୍ତ କରି ପରିଶେଷରେ କମ୍ ଦେବା, ପ୍ରଣାମ କରିବା ପରିବର୍ତ୍ତେ କଳହ କରିଵା, ଏସବୁ "ଅଦକ୍ଷିଣମ୍" ଶ୍ରେଣୀଭୁକ୍ତ। ନିଜର ଅନେକ କାର୍ଯ୍ୟରେ ଆମେ ବହୁତ ଅର୍ଥ ଖର୍ଚ୍ଚ କରିଥାଉ। ପରନ୍ତୁ, ଯଜ୍ଞାଦି କର୍ମରେ ଅର୍ଥ ଖର୍ଚ୍ଚ ଇଚ୍ଛା ନକରି କାର୍ପଣ୍ୟତା ପ୍ରଦର୍ଶନ କରି ଥାଉ। ଏପରି ଯଜ୍ଞକୁ "ତାମସିକ ଯଜ୍ଞ" କୁହାଯାଏ।

ଏକଦା ଜନୈକ ବ୍ୟକ୍ତି ପ୍ରଶ୍ନ କଲେ "ଗୀତା କକ୍ଷ କରୁଥିବା ଗୀତା ସେବୀ ଏତେ ଧୈର୍ଯ୍ୟ ସହ ପ୍ରଶିକ୍ଷଣ ଦେଇଥାନ୍ତି, ଅଡିଓ ପଠାଇଲେ ଅଡିଓରେ ଉତ୍ତର ବି ଦେଇଥାନ୍ତି। ଆମେ ତାଙ୍କୁ କ'ଣ ଦେଇପାରିବା?" ଵିଵେଚିକା ମହୋଦୟା ଉତ୍ତର ଦେଲେ, "ଏହା ଆପଣଙ୍କର କାର୍ଯକ୍ରମ, ଆପଣ ଗୀତା ପରିବାରର କୌଣସି ବି ପ୍ରକଳ୍ପରେ ଯୋଡି ହୋଇ ସେବା ଦାନ କରିପାରିବେ। ଆସନ୍ତା ଡ଼ିସେମ୍ବର ମାସର ଦଶ ତାରିଖରେ ଗୀତା ପରିବାରର ଗୀତା ସେବୀ କାର୍ଯ୍ୟକ୍ରମରେ ଅନ୍ଲାଇନ‌ ଯୋଗଦାନ କରି ଏହାର ଲାଭ ଉଠେଇ ପାରିବେ।"

ଏହାପରେ ଭଗବାନ ଆହୁରି ବି କହୁଛନ୍ତି କି ‘ଶ୍ରଦ୍ଧା ରହିତ‘ ହୋଇ ଯଜ୍ଞ କରିବା, ଓ ଅନ୍ୟ ସମସ୍ତଙ୍କୁ ଦେଖାଇବା ପାଇଁ , ନିଜର ମାନ, ଦମ୍ଭର ପୂର୍ତ୍ତିପାଇଁ ସୋସିଆଲ ମିଡ଼ିଆରେ ପ୍ରସାରଣ କରିବା ଉଦ୍ଧେଶ୍ୟରେ ଯେଉଁ ଯଜ୍ଞ ପ୍ରତିଷ୍ଠାନ କରାଯାଏ ସେହି ଯଜ୍ଞକୁ ମଧ୍ୟ "ତାମସିକ ଯଜ୍ଞ" କୁହାଯାଏ।

17.14

ଦେବଦ୍ୱିଜଗୁରୁପ୍ରାଜ୍ଞ, ପୂଜନଂ(ମ୍) ଶୌଚମାର୍ଜବମ୍ ।
ବ୍ରହ୍ମଚର୍ୟମହିଂସା ଚ, ଶାରୀରଂ(ନ୍) ତପ ଉଚ୍ୟତେ ||14||

ଦେବତା , ବ୍ରାହ୍ମଣ, ଗୁରୁ ଏବଂ ଜ୍ଞାନୀ ଜନଙ୍କର ପୂଜନ, ପବିତ୍ରତା, ସରଳତା, ବ୍ରହ୍ମଚର୍ଯ୍ୟ ଏବଂ ଅହିଂସା - ଏହାକୁ ଶରୀର ସମ୍ବନ୍ଧୀୟ ତପ କୁହାଯାଏ।

ଵିଵେଚନ –

ଏଠାରେ ଭଗବାନ "ତପ"ର ଵ୍ୟାଖ୍ୟା କରୁଛନ୍ତି। 'ତପ' ତିନି ପ୍ରକାରର, ଯଥା :- ତାମସିକ, ରାଜସିକ ଏବଂ ସାତ୍ତ୍ୱିକ। ପରନ୍ତୁ, ଶ୍ରୀମଦ୍ଭଗଵଦ୍ଗୀତା ଏପରି ଏକ ଗ୍ରନ୍ଥ ଯାହାକି ଅତ୍ୟନ୍ତ କ୍ଷୁଦ୍ରକାୟ ହେଲେ ମଧ୍ୟ ତାଙ୍କର ଗଭୀରତା ଓ ବିଲକ୍ଷଣ ଏତେ ଯେ ଭଗବାନ ଏତିକିରେ ଅଟକି ନଯାଇ 'ତପ'ର ଆହୁରି ତିନିଟି ପ୍ରକାରେ ବିଭକ୍ତ କରିଛନ୍ତି, ଯଥା :-- ଶାରୀରିକ,ଵାଚିକ ତଥା ମାନସିକ।  ଅର୍ଥାତ୍ ଭଗବାନ ପୁନର୍ବାର ପ୍ରତ୍ୟେକ ତପକୁ ତିନି ଭାଗରେ ବିଭକ୍ତି କରଣ କରି ଏଠାରେ ସମୁଦାୟ ନଅ ପ୍ରକାର ତପ ସମ୍ବନ୍ଧରେ ବତାଇଵେ।

ଦେବତା - ଇନ୍ଦ୍ର, ବରୁଣ ଆଦି

ଦ୍ୱିଜ - ବ୍ରାହ୍ମଣ, ଯେଉଁମାନେ ବ୍ରହ୍ମଙ୍କ ଚିନ୍ତନ କରୁଥାନ୍ତି, ଉପନୟନ ସଂସ୍କାର ପରେ ମଧ୍ୟ ଦ୍ୱିଜ କୁହାଯାଏ।

ଗୁରୁ, ଗୁରୁଜନ, ଓ ପ୍ରାଜ୍ଞ - ଅର୍ଥାତ୍ ତତ୍ତ୍ୱଜ୍ଞ ବା ଜୀଵନ୍ମୁକ୍ତ/ ପ୍ରଜ୍ଞାଶୀଳ/ ବିଦ୍ୱାନ ମହାପୁରୁଷ – ଜାତି, ଧର୍ମ, ବର୍ଣ୍ଣ , ଲିଙ୍ଗ ଓ ସମ୍ପ୍ରଦାୟ ନିର୍ବିଶେଷରେ ।

ଉପରୋକ୍ତ ସମସ୍ତଙ୍କ ପୂଜା କରିବା ଉଚିତ। ଅର୍ଥାତ୍ ଏମାନଙ୍କୁ ଶ୍ରଦ୍ଧାସହ ଚିନ୍ତନ କରିବା ଉଚିତ୍। ଯେବେ ଏହି ମହାପୁରୁଷମାନଙ୍କୁ ସମ୍ମାନ ଦେବା, ପୂଜା କରିବା, ତେବେ ଏମାନଙ୍କ ଗୁଣ ଆମର ଅନ୍ତଃକରଣରେ ସଂକ୍ରମିତ ହେବାକୁ ଲାଗିଵ। ବାହ୍ୟ ତଥା ଅନ୍ତରର ଶୁଦ୍ଧତା ବୃଦ୍ଧି ହେଵ।

"ଆର୍ଜବ' ଅର୍ଥାତ୍ ସରଳତା, ଶରୀର, ବଚନ ତଥା ମନରେ ହିଂସା ନକରିବା। ଏସବୁକୁ "ଶାରୀରିକ ତପ" କୁହାଯାଏ। ଉଲ୍ଲେଖ ଯୋଗ୍ୟ ଏହା ଯେ, ଅନ୍ୟ କାହାର ଥଟ୍ଟା ପରିହାସ କରିବା ବି ଏକ ପ୍ରକାର ହିଂସା ଅଟେ ଯାହା କି ନିହାତି ବର୍ଜନୀୟ ଅଟେ।

17.15

ଅନୁଦ୍ୱେଗକରଂ(ମ୍) ବାକ୍ୟଂ(ମ୍), ସତ୍ୟଂ(ମ୍) ପ୍ରିୟହିତଂ(ଞ୍) ଚ ୟତ୍ ।
ସ୍ୱାଧ୍ୟାୟାଭ୍ୟସନଂ(ଞ୍) ଚୈବ, ବାଙ୍ମୟଂ(ନ୍) ତପ ଉଚ୍ୟତେ ||15||

ଯାହା ଉଦ୍ ବେଗ ସୃଷ୍ଟି କରେ ନାହିଁ , ଯାହା ପ୍ରିୟ ହିତକର ଏବଂ ଯଥାର୍ଥ ଭାଷଣ ତଥା ଯାହା ବେଦ-ଶାସ୍ତ୍ର ପଠନର ଏବଂ ପରମେଶ୍ବରଙ୍କ ନାମ ଜପ କରିବାର ଅଭ୍ୟାସ , ତାହାକୁ ହିଁ ବାଣୀ ସମ୍ବନ୍ଧୀୟ ତପ କୁହାଯାଏ।

ବିବେଚନ -

ଏହି ଶ୍ଳୋକରେ ଭଗବାନ "ବାଣୀ ବା ଵାଚିକ ତପ" ବିଷୟରେ ଅବଗତ କରାଉଛନ୍ତି। କୌଣସି ବ୍ୟକ୍ତି ମନରେ ଉଦ୍ଵେଗ ସୃଷ୍ଟି କଲାପରି ବାକ୍ୟ ଓ ଶବ୍ଦ ପ୍ରୟୋଗ କରିଵା ଉଚିତ ନୁହେଁ। ସତ୍ୟଵାଣୀକୁ ଏପରି ପ୍ରକାଶ କରିବା ଉଚିତ ଯାହା ପ୍ରିୟ, ଶୃତିମଧୁର ତଥା ହିତକାରୀ ହୋଇଥିବ । ଏହାର ଅର୍ଥ ଇଏ ନୁହେଁ କି ଆମେ ଅସତ୍ୟ/ମିଥ୍ୟା କହିବା ! ସାମ୍ନାଵାଲାକୁ କଟୁ ନଲାଗିଵା ପରି ପ୍ରିୟ ସତ୍ୟ କହିବା ଉଚିତ।

ଏଠାରେ ଏକ ସୁନ୍ଦର କାହାଣୀର ଉଲ୍ଲେଖ ଵିଵେଚିକା ମହୋଦୟା କରୁଛନ୍ତି -

ଏକଦା ଜନୈକ ରାଜା ନିଜ ହସ୍ତରେଖା ଜାଣିବା ଉଦ୍ଦେଶ୍ୟରେ ଉତ୍ସୁକତାର ବଶବର୍ତ୍ତୀ ହୋଇ ଜ୍ୟୋତିଷ ଦୁଇଜଣଙ୍କୁ ଆମନ୍ତ୍ରଣ କଲେ ଯିଏ କି ଦୁଇ ଭାଇ। ସେମାନଙ୍କ ଭିତରୁ ଜଣେ ଜ୍ୟୋତିଷ ପ୍ରବଳ ଵାକ୍ଚତୁର/ ବାକ୍ୟପଟୁ ଥିଲେ । ଅନ୍ୟକୁ କହିବା ଵେଳେ ବାକ୍ୟରେ ସଂଯମତା ରକ୍ଷାକରି ପାରୁ ନଥିଲେ। ଚତୁରତାର ସହ କହିବାର କଳାରେ ଅନଭିଜ୍ଞ ଥିଲେ। ପ୍ରଥମଥର ପାଇଁ ଏକ ସାଦାସିଧା ସରଳ ଜ୍ୟୋତିଷ ରାଜଦରବାରକୁ ଆଗମନ କରିଛନ୍ତି। ରାଜା ତାଙ୍କୁ ନିଜର ହସ୍ତ ଦେଖାଇଲେ। ଜ୍ୟୋତିଷଟି ହାତ ଦେଖିଵାକ୍ଷଣି ତତ୍କ୍ଷଣାତ ଭୟରେ କମ୍ପିବାକୁ ଲାଗିଲା। ରାଜା ଆଶ୍ଚର୍ଯ୍ୟ ହୋଇ କ'ଣ ହେଲା ବୋଲି ପ୍ରଶ୍ନ କରିଵାରୁ ଜ୍ୟୋତିଷଟି ପ୍ରକାଶ କଲା,"ରାଜନ୍, ଆପଣଙ୍କ ହସ୍ତରେଖା ଅତ୍ୟନ୍ତ ବିପରୀତ ଦୃଶ୍ୟ ହେଉଛି। ଆପଣଙ୍କ ସାମ୍ନାରେ ଆପଣଙ୍କ କୁଳ ନାଶ ହୋଇଯିବ"। ରାଜା ଅତ୍ୟନ୍ତ କ୍ରୋଧିତ ହୋଇଗଲେ। ଏସବୁ ତ ସତ୍ୟ ହିଁ ତ ଥିଲା, ପରନ୍ତୁ ଅପ୍ରିୟ ଭବିଷ୍ୟତ ବାଣୀ ଥିଲା। ଫଳରେ ରାଜା ତାଙ୍କୁ ଜେଲରେ ନିକ୍ଷେପ କଲେ। ତାପରେ ଦ୍ୱିତୀୟ ଜ୍ୟୋତିଷଙ୍କୁ ହାତ ଦେଖେଇବା ମାତ୍ରେ ରାଜା ଅତି ଶୀଘ୍ର ହସ୍ତରେଖା ରେ କ'ଣ ଲେଖାଅଛି। "ମହାଭାଗ ! ଆପଣଙ୍କ ରେଖା ଏତେ ସୁନ୍ଦର ଭବିଷ୍ୟତ ଇଙ୍ଗିତ ଦେଊଛି ଆପଣ ଅତ୍ୟନ୍ତ ଭାଗ୍ୟବାନ ଅଟନ୍ତି, ଆପଣଙ୍କ ଵଂଶରେ ଆପଣ ଓ ସଵୁ ବଂଶଧର ମାନେ ଅଧିକ ଦୀର୍ଘଜୀଵୀ ହେଵେ ଓ ଦୀର୍ଘଦିନ ଧରି ରାଜୁତି କରିଵେ, ଆପଣ ନିଜ ପୁତ୍ର, ପୌତ୍ରଙ୍କୁ ବହୁତ ଲମ୍ବା ସମୟ ପର୍ଯ୍ୟନ୍ତ ଦେଖିବେ। ରାଜା ଅତ୍ୟନ୍ତ ପ୍ରସନ୍ନ ହୋଇ ନିଜ ଇଚ୍ଛା ଅନୁସାରେ ପୁରସ୍କାର ମାଗିବାକୁ ଅନୁମତି ଦେଲେ। ଜ୍ୟୋତିଷଟି ଏହି ପ୍ରକାର ପ୍ରିୟ ବାକ୍ୟ କହି ନିଜ ଭାଇକୁ ମଧ୍ୟ ମୁକ୍ତ କରିଦେଇଥିଲେ।

ଗୀତାଜୀ ଆମକୁ ଏହି ଶିକ୍ଷା ପ୍ରାପ୍ତ କରାନ୍ତି, ଆମର ଦୃଷ୍ଟିଭଙ୍ଗୀ ଯେତେ ସାକାରତ୍ମକ ହେଵ ଆମର ବାଣୀ ସେତେ ମାର୍ଜିତ, ତଥା ଶୃତିମଧୁର ହେଵ ଯାହା ଆମକୁ ଗୀତାଜୀଙ୍କ ଅଧ୍ୟୟନ ଦ୍ୱାରା ସହଜ ହୋଇଥାଏ। ସ୍ୱାଧ୍ୟାୟ ଓ ଶ୍ରୀମଦ୍ଭଗଵଦ୍ ଗୀତା ଅଧ୍ୟୟନ ଏ ଦୁଇଟି ଵାଚିକ ତପ ଅଟେ। ଅନେକ ବ୍ୟକ୍ତି କହନ୍ତି ଗୀତା ପ।ଠ ସମୟରେ ଅର୍ଥ ବି ଜାଣିଵା ଆବଶ୍ୟକ। ଦେଖିବାକୁ ଗଲେ ପ୍ରକୃତରେ ଗୀତାର ପ୍ରତିଟି ଶ୍ଳୋକ ଅତ୍ୟନ୍ତ ମନ୍ତମୟ ଅଟେ। ସ୍ୱାମୀ ଗୋବିନ୍ଦ ଗିରିଜୀ କହନ୍ତିକି ଏହି ମନ୍ତ୍ର ଗୁଡିକର ପ୍ରଭାଵ ଆମ ମନ ଉପରେ ଅଲଗା ପ୍ରକାର ପଡ଼ିଥାଏ। ଏହାର ସାକାରାତ୍ମକ ପ୍ରଭାବ ସନ୍ତୋଷ ଓ ପ୍ରସନ୍ନତାର ପ୍ରାପ୍ତ ହୋଇଥାଏ। ସ୍ୱାଧ୍ୟାୟ ଅର୍ଥାତ୍ କୌଣସି ଶାସ୍ତ୍ର ବା ଗ୍ରନ୍ଥର ଅଧ୍ୟୟନ ବାଣୀର ତପ ଅନ୍ତର୍ଗତ। ବାରମ୍ଵାର ଅଧ୍ୟୟନ ଦ୍ୱାରା ନିଷ୍ଠା ପରିପୁଷ୍ଟ/ପରିପକ୍ୱ ହୋଇଥାଏ।


17.16

ମନଃ(ଫ୍) ପ୍ରସାଦଃ(ସ୍) ସୌମ୍ୟତ୍ୱଂ(ମ୍), ମୌନମାତ୍ମବିନିଗ୍ରହଃ ।
ଭାବସଂଶୁଦ୍ଧିରିତ୍ୟେତତ୍, ତପୋ ମାନସମୁଚ୍ୟତେ ||16||

ମନର ପ୍ରସନ୍ନତା , ଶାନ୍ତଭାବ , ଭଗବତ ଚିନ୍ତନ କରିବାର ସ୍ଵଭାଵ , ମନର ନିଗ୍ରହ ଏବଂ ଅନ୍ତଃକରଣ ସ୍ଥିତ ଭାବ ମାନଙ୍କର ସମ୍ୟକ ପବିତ୍ରତା - ଏହି ସବୁକୁ ମନ ସମ୍ବନ୍ଧୀୟ ତପ କୁହାଯାଏ।

ବିବେଚନ -

ମାନସିକ ତପ କ'ଣ ଅଟେ ? ମାନସିକ ପ୍ରସନ୍ନତା ପାଇଁ ମାନସିକ ସ୍ତରରେ ତପର ଅତ୍ୟନ୍ତ ଆବଶ୍ୟକତା ଅଛି।  ତେବେ ଏହା କିପରି କରାଯିବ?

ଅର୍ଜୁନ ବିଷାଦଗ୍ରସ୍ତ ଅବସ୍ଥାରେ କହୁଛନ୍ତି "ମୁଁ ଯୁଦ୍ଧ କରିପାରିବି ନାହିଁ", ଏହା କହି ସେ ରଥର ପଶ୍ଚାତ୍ ଭାଗରେ ବସିପଡିଲେ। ଏପରି ବିପରୀତ ପରିସ୍ଥିତିରେ ମଧ୍ୟ ଭଗବାନ ସ୍ମିତ ହାସ୍ୟ ଦେଇ ପ୍ରସନ୍ନତାର ସହ କହୁଛନ୍ତି । ଆମେ ଯଦି ବିଷମ ପରିସ୍ଥିତିକୁ ସକରାତ୍ମକ ଭାଵରେ ସାମ୍ନା କରିବା ତାହାକୁ "ମାନସିକ ତପ" କୁହାଯିଵ।  

“ସୌମ୍ୟ ଭାବ" - କେହି କଠୋର ବଚନ କହେ, କିମ୍ବା ତିରସ୍କାର କରେ, ବିନା କାରଣରେ ଦୋଷାରୋପ କରେ, ଅଥବା ଧନସମ୍ପତ୍ତି ଚାଲିଯାଏ, ଏଠାରେ ସୌମ୍ୟ ଭାବ ଥିଲେ ସାମାନ୍ୟ ବି ପାର୍ଥକ୍ୟ ଦେଖାଯାଏ ନାହିଁ।

"ମୌନତା" - ରାଗଦ୍ଵେଷ, ସଂଯୋଗ-ଵିୟୋଗ, ସୁଖ-ଦୁଃଖ ଇତ୍ୟାଦି ଦ୍ଵନ୍ଦ ମନରେ ଅଶାନ୍ତିସୃଷ୍ଟି ନ କରିବା। ମୌନ ରହି ମୋବାଇଲରେ ହ୍ବାଟସ୍ ଆପ୍ ଚାଟିଙ୍ଗ୍, ଏହା ମାନସିକ ତପ ନୁହେଁ। ମନରେ କୌଣସି ପ୍ରକାର ଵିଚାର ନଆସିବା ହେଉଛି ପ୍ରକୃତ ମୌନ।

"ଆତ୍ମ ନିଗ୍ରହ" - ମନକୁ ନିୟନ୍ତ୍ରଣରେ ରଖିବା, ଅର୍ଥାତ୍ ମନର ଵିଚାର ପ୍ରବାହକୁ ରୋକିବା। ସାଧକ ମନର ଵଶୀଭୁତ ହୋଇନଥାଏ, ବରଂ ମନ ସାଧକର ବଶୀଭୂତ ହୋଇ କର୍ମ କରିଥାଏ।

"ଭାଵସଂଶୁଦ୍ଧି" - ଯେଉଁ ଭାଵରେ ନିଜର ସ୍ୱାର୍ଥ ଓ ଅଭିମାନ ନଥାଏ, ଅନ୍ୟମାନଙ୍କର ମଙ୍ଗଳ ମନରେ ପରିପୂର୍ଣ ହୋଇ ଥାଏ, ତାହାକୁ ଭାଵସଂଶୁଦ୍ଧି , ଅର୍ଥାତ୍‍‍ ଅତୀଵ ପବିତ୍ର ଭାଵ କହନ୍ତି । ଯଦି ଆମେ ସାତ୍ତ୍ୱିକ ଭୋଜନ ଗ୍ରହଣ କରିବା ଆମ ମନରେ ସାତ୍ତ୍ୱିକ ବିଚାର ଅଧିକ ଆସିଵ ଏବଂ ଏହାର ମାତ୍ରା ବଢ଼ିବାକୁ ଲାଗିଵ। ଯଦି ଅନ୍ତଃକରଣରେ ରାଜସିକ କିମ୍ବା ତାମସିକ ଵିଚାର ଆସେ, ସେସବୁକୁ ଶୁଦ୍ଧ କରି ସାତ୍ତ୍ୱିକ ଭାବକୁ ଆଣିବାକୁ ଵି ଭାଵସଂଶୁଦ୍ଧି କୁହାଯାଏ।

ମନରେ କାହାର ଅନିଷ୍ଟ ଚିନ୍ତା ନଆସିବା, ଏସବୁ ମାନସିକ ତପ। କିଛି ଛାତ୍ରଙ୍କ ମନ ପାଠ ପଢ଼ାରେ ଲାଗେ ତ କିଛି ଛାତ୍ରଙ୍କ ମନ ଲାଗେନାହିଁ। ଦ୍ୱିତୀୟ ପ୍ରକାର ଛାତ୍ରଙ୍କୁ ମାନସିକ ତପର ଅଧିକ ଆବଶ୍ୟକତା ଅଛି।

17.17

ଶ୍ରଦ୍ଧୟା ପରୟା ତପ୍ତଂ(ନ୍), ତପସ୍ତତ୍ତ୍ରିବିଧଂ(ନ୍) ନରୈଃ ।
ଅଫଲାକାଙ୍କ୍ଷିଭିର୍ୟୁକ୍ତୈଃ(ସ୍), ସାତ୍ତ୍ୱିକ(ମ୍) ପରିଚକ୍ଷତେ ||17||

ଫଳ ଇଛା କରୁ ନଥିବା ଯୋଗୀ ପୁରୁଷ ମାନଙ୍କ ଦ୍ୱାରା ପରମ ଶ୍ରଦ୍ଧାର ସହିତ କରାଯାଉଥିବା ସେହି ପୂର୍ବୋକ୍ତ କାୟିକ, ବାଚିକ, ଓ ମାନସିକ - ତିନିପ୍ରକାର ତପକୁ ସାତ୍ତ୍ଵିକ ତପ କହନ୍ତି।

ବିବେଚନ:

ଯେତେବେଳେ, ଉପରୋକ୍ତ ତିନି ପ୍ରକାରର ତପ (କାୟିକ, ବାଚିକ ଏବଂ ମାନସିକ) ଶ୍ରଦ୍ଧାଯୁକ୍ତ ଭାବେ କରାଯାଏ, ଏବଂ ସ୍ୱୟଂକୁ ଫଳର ଇଚ୍ଛାରୁ ରହିତ କରାଯାଏ, ତେବେ ସେହି ତପକୁ ସାତ୍ତ୍ୱିକ କୁହାଯାଏ।

17.18

ସତ୍କାରମାନପୂଜାର୍ଥଂ(ନ୍), ତପୋ ଦମ୍ଭେନ ଚୈବ ୟତ୍ ।
କ୍ରିୟତେ ତଦିହ ପ୍ରୋକ୍ତ(ମ୍), ରାଜସଂ(ଞ୍) ଚଲମଧ୍ରୁବମ୍ ||18||

ଯେଉଁ ତପ ସତ୍କାର, ମାନ ଓ ପୂଜା ପାଇଁ ତଥା ଅନ୍ୟ କୌଣସି ସ୍ୱାର୍ଥ ସିଦ୍ଧି ପାଇଁ ଦମ୍ଭ ପୂର୍ବକ କରାଯାଏ, ସେହି ଅନିଶ୍ଚିତ ଏବଂ କ୍ଷଣିକ ଫଳ ଯୁକ୍ତ ତପକୁ ରାଜସ ତପ କୁହାଯାଏ।

ବିବେଚନ:

ଏଠାରେ ଭଗବାନ ରାଜସିକ ତପ ବିଷୟରେ କହୁଛନ୍ତି। ଏକ ବ୍ୟକ୍ତି ଯେତେବେଳେ ନିଜର ସତ୍କାର ପାଇଁ, ନିଜର ମାନ ପ୍ରତିଷ୍ଠା ପାଇଁ, ନିଜର ପୂଜା ପାଇଁ ତପ କରନ୍ତି, ଯେଉଁ ତପ କେବଳ ଦୃଶ୍ୟମାନ ହେବା ପାଇଁ (ଦେଖାଣିଆ ମନୋ ଭାବ) ଦମ୍ଭ ସହକାରେ କରାଯାଏ, ଏହିପରି କାୟିକ, ବାଚିକ ଏବଂ ମାନସିକ ତପକୁ ରାଜସିକ ତପ କୁହାଯାଏ।

17.19

ମୁଢଗ୍ରାହେଣାତ୍ମନୋ ୟତ୍, ପୀଡୟା କ୍ରିୟତେ ତପଃ ।
ପରସ୍ୟୋତ୍ସାଦନାର୍ଥଂ(ମ୍) ବା, ତତ୍ତାମସମୁଦାହୃତମ୍ ||19||

ଯେଉଁ ତପ ମୂଢତା ପୂର୍ବକ ଜିଦ୍‌ ଧରି ମନ , ବାଣୀ ଓ ଶରୀରର ପୀଡା ସହିତ ଅଥବା ଅନ୍ୟର ଅନିଷ୍ଟ କରିବା ନିମନ୍ତେ କରାଯାଏ , ସେହି ତପକୁ ତାମସ ତପ କୁହାଯାଏ।

ବିବେଚନ:

ଶ୍ରୀଭଗବାନ କହନ୍ତି, ମୂଢ ବ୍ୟକ୍ତିମାନେ ସ୍ୱୟଂ ଶରୀର ଏବଂ ମନକୁ କଷ୍ଟ ଦେଇ କି ତପ କରନ୍ତି। ଅନ୍ୟର ଅହିତ ବା ଅନିଷ୍ଟ ପାଇଁ ତପ କରନ୍ତି। ବେଦରେ ଏହାର ବର୍ଣ୍ଣନା ଅଛି ; ’ସେନୟାନ‘, ଯାହା ଶତ୍ରୁକୁ ହତ୍ୟା କରିବା ପାଇଁ କରାଯାଏ, ଏହିପରି ତପକୁ ତାମସିକ ତପ କୁହାଯାଏ। ଆମେ ଅନେକ ଥର ବୈଷ୍ଣୁଦେବୀ ଯାଉ ଯେହେତୁ ତାହା ତୀର୍ଥସ୍ଥଳ, କିନ୍ତୁ କିଛିଲୋକ ଅଛନ୍ତି, ସେମାନେ ନିଜ ଆଣ୍ଠୁରେ ଚାଲିକି ଯାଆନ୍ତି। ଆଣ୍ଠୁ ଛିଡି ଯାଇ ଏବଂ ରକ୍ତାକ୍ତ ହୁଏ। ଅନୁମାନ କରନ୍ତୁ ଏହିପରି ଅବସ୍ଥାରେ କେହି ବ୍ୟକ୍ତି ଆପଣଙ୍କ ଘରକୁ ପ୍ରସାଦ ନେଇକି ଆସନ୍ତି, ତାହାଲେ ଆପଣଙ୍କୁ କେବେବି ଭଲ ଲାଗିବ ନାହିଁ। ସେହିପରି ଭଗବାନଙ୍କୁ ମଧ୍ୟ ଭଲ ଲାଗିବ ନାହିଁ କେହି ଶରୀରକୁ କଷ୍ଟ ଦେଇକି ତପ କରୁ। ଆଣ୍ଠୁ ଦ୍ୱାରା, ଅଥବା କହୁଣୀ ଦ୍ୱାରା ଚାଲିକି ସେମାନେ ଭଗବାନଙ୍କ ଦ୍ୱାରରେ ପହଞ୍ଚି ଯାଉଛନ୍ତି, କିନ୍ତୁ ତାଙ୍କ ତପ ଭଗବାନ ଗ୍ରହଣ କରୁ ନାହାନ୍ତି। ଭଗବାନ କହୁଛନ୍ତି, ଶ୍ରଦ୍ଧା ସହ ଆସ, ମନଭାବକୁ ଶୁଦ୍ଧି କରିକି ଆସ। ଏହିପରି ତପ କରିବା ମନୁଷ୍ୟମାନେ ନିଜ କାମନା ପୂର୍ତ୍ତି ପାଇଁ ଆସନ୍ତି, ସେମାନଙ୍କୁ ମନେହୁଏ ଯେ, ଘୋର ତପ କରିଲେ ମନସ୍କାମନା ଶୀଘ୍ର ପୂର୍ଣ୍ଣ ହେବ। କିନ୍ତୁ ଭଗବାନ କହନ୍ତି କି ମନ ଦେଇ ଭଗବାନଙ୍କ ପୂଜା କରିବା, ଏବଂ ମନରେ ଶ୍ରଦ୍ଧା ଭାବ ରଖିବା ଉଚିତ।

ପରବର୍ତ୍ତୀ ଶ୍ଳୋକମାନଙ୍କରେ ଭଗବାନ ଦାନ ବିଷୟରେ ବୁଝାଇଛନ୍ତି, ଯାହାର ବ୍ୟାଖ୍ୟା ଆମେ ଆସନ୍ତା ସପ୍ତାହରେ କରିବା। ଏଠାରେ ବିବେଚନ ସତ୍ର ଶେଷ ହେଲା ଓ ପ୍ରଶ୍ନ-ଉତ୍ତର ଆରମ୍ଭ ହେଲା।

ପ୍ରଶ୍ନୋତ୍ତରୀ:

(1)

ପ୍ରଶ୍ନକର୍ତ୍ତା: ଦିବାକର ଭାଇ

ପ୍ରଶ୍ନ: ଉନବିଂଶ ଶ୍ଳୋକରେ ଭଗବାନ ଅନ୍ୟକୁ ଦୁଃଖ ପହଞ୍ଚାଇ ଯେଉଁ ତପ କରାଯାଏ, ତାହାକୁ ତାମସିକ ତପ ଶ୍ରେଣୀଭୁକ୍ତ କରିଛନ୍ତି। ଯଦି ଆମେ ଅନ୍ୟର ଭଲ ପାଇଁ ସ୍ୱୟଂ କଷ୍ଟ ନେଇ ତପ କରୁ, ତେବେ ତାହା କେଉଁ ଶ୍ରେଣୀରେ ହେବ?

ଉତ୍ତର: ତପ ଅନ୍ୟର ଭଲ ପାଇଁ କରାଯାଉଛି ଏବଂ ସେଥିପାଇଁ ଆପଣ ନିଜେ କଷ୍ଟ ନେଉଛନ୍ତି, କିନ୍ତୁ ଏଠାରେ ଏହି ଶରୀର ଭଗବାନଙ୍କ ଦ୍ୱାରା ପ୍ରଦତ୍ତ। ତେଣୁକରି ଏହାକୁ ମଧ୍ୟ ତାମସିକ ଶ୍ରେଣୀରେ ଅନ୍ତର୍ଭୁକ୍ତ କରା ଯିବ।

(2)

ପ୍ରଶ୍ନକର୍ତ୍ତା: ପ୍ରାଣକୃଷ୍ଣ ଭାଇ

ପ୍ରଶ୍ନ: ଆର୍ଜବମ୍‍‍ର ଅର୍ଥ କଣ?

ଉତ୍ତର: ଆର୍ଜବମ୍‍‍ର ଅର୍ଥ ସରଳତା। ଯେପରି ଆପଣଙ୍କ ମନ, ସେିହିପରି ଆପଣଙ୍କର ବ୍ୟବହାର ହେଲେ, ତାହାକୁ ଆର୍ଜବମ କୁହାଯିବ।

(3)

ପ୍ରଶ୍ନକର୍ତ୍ତା: ଶିବଶଙ୍କର ଭାଇ

ପ୍ରଶ୍ନ: ଭୋଜନ ପୂର୍ବରୁ କେଉଁ ଶ୍ଳୋକ କହିବା ଉଚିତ?

ଉତ୍ତର: ଚତୁର୍ଥ ଅଧ୍ୟାୟର ଚବିଶତମ ଶ୍ଳୋକ -

ब्रह्मार्पणं ब्रह्महविर्ब्रह्माग्नौ ब्रह्मणा हुतम्।

ब्रह्मैव तेन गन्तव्यं ब्रह्मकर्मसमाधिना।।4.24।।

ଅଷ୍ଟାଦଶ ଅଧ୍ୟାୟର ଛଷଠିତମ ଶ୍ଲୋକ ମଧ୍ୟ ଖାଇବା ପୂର୍ବରୁ ପଢି ପାରିବା -

सर्वधर्मान्परित्यज्य मामेकं शरणं व्रज।

अहं त्वा सर्वपापेभ्यो मोक्षयिष्यामि मा शुचः।।18.66।।

ନଚେତ, ଶଙ୍କରାଚାର୍ଯ୍ୟଙ୍କ ରଚିତ ଅନ୍ନପୂର୍ଣ୍ଣା ସ୍ତ୍ରୋତ୍ରର ଅନ୍ତିମ ଶ୍ଳୋକକୁ ମଧ୍ୟ ଆପଣ ବ୍ୟବହାର କରିପାରିବେ -

अन्नपूर्णे सदापूर्णे शङ्करप्राणवल्लभे ।

ज्ञानवैराग्यसिद्ध्यर्थं भिक्षां देहि च पार्वति ॥

ଏକ ବେଦ ମନ୍ତ୍ର ମଧ୍ୟ ଅଛି, ଯାହା ଗୀତା ପରିବାରରେ ବାଳ ସାଧକମାନଙ୍କ ଦ୍ୱାରା ଭୋଜନ ପୂର୍ବରୁ ବୋଲାଯାଏ

-

ॐ सहनाववतु।

सह नौ भुनक्तु।

सह वीर्यं करवाव है।

तेजस्वि नावधीतमस्तु मा विद्विषावहै।

(4)

ପ୍ରଶ୍ନକର୍ତ୍ତା: ଶୀତଲ ଦିଦି

ପ୍ରଶ୍ନ: ମାଳା ଜପିବା ସମୟରେ ଧ୍ୟାନ ଭଟକି ଗଲେ, ମନକୁ ମାଳାରେ ଲଗେଇବା ପାଇଁ କଣ କରିପାରିବା?

ଉତ୍ତର: ମନ ତ ବାରମ୍ବାର ଭଟକିବ, କିନ୍ତୁ ତାହାକୁ ମାଳାରେ ଲଗାଇବାକୁ ପଡିବ। ଏଥିପାଇଁ ଆପଣ ନିଜ ଶ୍ୱାସ ଉପରେ ଧ୍ୟାନ କେନ୍ଦ୍ରିତ କରି ଦୀର୍ଘ ଶ୍ୱାସ ନିଅନ୍ତୁ। ଯେବେ ପ୍ରାଣ ସ୍ଥିର ହେବାକୁ ଲାଗିବ, ମନ ମଧ୍ୟ ଧୀରେ ଧୀରେ ସ୍ଥିର ହେବ। ଯାହା ବି ଆପଣ ଜପ କରୁଛନ୍ତି, ତାହାର ଚିତ୍ର ମନ ମଧ୍ୟରେ ଅଙ୍କା ହୋଇଥିବା ଦେଖିବାକୁ ଚେଷ୍ଟା କରନ୍ତୁ। ଅଭ୍ୟାସ ଦ୍ୱାରା ଧୀରେ ଧୀରେ ମନର ଏକାଗ୍ରତା ଆସିବ ଏବଂ ମନ ମାଳାରେ ଳାଗିଯିବ।

(5)

ପ୍ରଶ୍ନକର୍ତ୍ତା: ମନୋରଞ୍ଜନ ଭାଇ

ପ୍ରଶ୍ନ: ଅଷ୍ଟମ ଶ୍ଲୋକରେ ବର୍ଣ୍ଣିତ ସାତ୍ତ୍ୱିକ ଖାଦ୍ୟମାନଙ୍କ ବିଷୟରେ ଟିକେ ବୁଝାଇଦିଅନ୍ତୁ।

ଉତ୍ତର: ସାତ୍ତ୍ୱିକ ଖାଦ୍ୟ ଆୟୁ ଓ ବଳ ବୃଦ୍ଧି କରେ ଏବଂ ଆମକୁ ନିରୋଗ ରଖେ। ଏହି ଶ୍ରେଣୀରେ ରସଯୁକ୍ତ ଫଳ, ଗୋମାତାଙ୍କର କ୍ଷୀର, ଘିଅ ଆଦି ଖାଦ୍ୟ ଯାହା ଦୀର୍ଘ ସମୟ ପର୍ଯ୍ୟନ୍ତ ଶରୀରକୁ ଲାଭ ଯୋଗାଏ, ତାହା ଶ୍ରେଣୀଭୁକ୍ତ ହୋଇଛି।

(6)

ପ୍ରଶ୍ନକର୍ତ୍ତା: ଚାରୁ ଦିଦି

ପ୍ରଶ୍ନ: ଅନୁଦ୍ୱେଗ ଶବ୍ଦର ଅର୍ଥ କଣ?

ଉତ୍ତର: ଯେଉଁ ଶବ୍ଦ ପ୍ରୟୋଗ ଦ୍ୱାରା କାହାରି ମନରେ ଉଦ୍ୱେଗ ଉତ୍ପନ୍ନ ହୁଏ, ତାହା ବ୍ୟବହାର ନ କରିବା।

(7)

ପ୍ରଶ୍ନକର୍ତ୍ତା: ରମାକାନ୍ତ ଚତୁର୍ବେଦୀ ଭାଇ

ପ୍ରଶ୍ନ: ଦ୍ୱେତବାଦ ଓ ଅଦ୍ୱେତବାଦ ବିଷୟରେ ବୁଝେଇ ଦିଅନ୍ତୁ।

ଉତ୍ତର: ଏହା ଏକ ଧାଡିରେ ବୁଝାଯାଇ ପାରିବା ବହୁତ କଠିନ। କିନ୍ତୁ ଯଦି ଆମେ ଅଦ୍ୱେତବାଦକୁ ଏହି ପ୍ରକାରେ ବୁଝିବାକୁ ଲାଗିବା -  

‘ବାସୁଦେବ ସର୍ବମିତି’, ଅର୍ଥାତ୍ ସବୁକିଛି ପରମାତ୍ମାଙ୍କ ସ୍ୱରୂପ ଅଟେ, ଯେବେ ଏହି ପ୍ରକାରର ସ୍ଥିତି ଆମ ମନରେ ଜାଗ୍ରତ ହେବ, ତେବେ ଏହା ଅଦ୍ୱେତବାଦ ଅଟେ।

ଯେତେ ପର୍ଯ୍ୟନ୍ତ ଆମ ମଧ୍ୟରେ ଭେଦ-ବୁଦ୍ଧି ଥାଏ, ଅର୍ଥାତ୍ ଯେବେ ଆମେ ସ୍ୱୟଂ, ପରମାତ୍ମା ଏବଂ ଏହି ସଂସାର ମଧ୍ୟରେ ଅନ୍ତର କରିବା, ଏବଂ ସମସ୍ତଙ୍କୁ ଭିନ୍ନ ଭିନ୍ନ ବୁଝିଥିବା, ତେବେ ଏହା ଦ୍ୱେତବାଦ ଅଟେ।

(8)

ପ୍ରଶ୍ନକର୍ତ୍ତା: ଖୁଶବୂ ଦିଦି

ପ୍ରଶ୍ନ: ମୋର ଦଶ ଏବଂ ଉଣେଇଶ ବର୍ଷର ଦୁଇ ପୁଅଙ୍କୁ କିପରି ଗୀତା ସହ ଯୋଡିବି?

ଉତ୍ତର: ଦଶ ବର୍ଷର ପୁଅକୁ ବାଳ ସଂସ୍କାର ଶିବିର ମାଧ୍ୟମରେ ଏବଂ ଗୀତା ପ୍ରେସର ଗଳ୍ପ ପୁସ୍ତକର କାହାଣୀମାନଙ୍କ ମାଧ୍ୟମରେ ଯୋଡି ପାରିବେ।

(9)

ପ୍ରଶ୍ନକର୍ତ୍ତା: ଶ୍ରୀଧର ଭାଇ

ପ୍ରଶ୍ନ: ଯେବେ ଆମେ କାହାକୁ ସାହାଯ୍ୟ କରୁ, କିନ୍ତୁ ବଦଳରେ ସେ ଆମ ପ୍ରତି ଭଲ ବ୍ୟବହାର ରଖନ୍ତି ନାହିଁ, ତେବେ ଆମେ ମଧ୍ୟ ସେହିପରି ଚିନ୍ତା କରିବାରେ ଲାଗିଯାଉ, ଏହାର କଣ କରାଯାଇ ପାରିବ?

ଉତ୍ତର: ଏହା ଆମର ଭୁଲ, ଆମେ ସାହାଯ୍ୟ ବଦଳରେ କିଛି ପାଇବାର ଆଶା କରିଛୁ । ଯଦି ଆମେ ପ୍ରତ୍ୟାଶା ସହ କାହାକୁ ସାହାଯ୍ୟ କରୁ, ତେବେ ତାହା ରାଜସିକ କର୍ମ ହେବ। ଯଦି ଆମେ ବିନା ପ୍ରତ୍ୟାଶାରେ କାହାକୁ ସାହାଯ୍ୟ କରୁ, ତେବେ ତାହା ସାତ୍ତ୍ୱିକ କର୍ମ ହେବ। କାହାକୁ ସାହାଯ୍ୟ କରିବା ସମୟରେ ତାହା ପରିବର୍ତ୍ତେ ଆମେ କିଛି ପାଇବା ଆଶା କରିବା ଉଚିତ ନୁହେଁ।

(10)

ପ୍ରଶ୍ନକର୍ତ୍ତା: ମୀନାକ୍ଷୀ ଦିଦି

ପ୍ରଶ୍ନ: ଗୀତା ଶ୍ରେଣୀରେ ପଢିବା ପରେ ମଧ୍ୟ ଆମର ବିଚାର ଧାରାରେ ପରବର୍ତ୍ତନ କାହିଁକି ହେଉ ନାହିଁ

ଉତ୍ତର: ଗୀତା ଶ୍ରେଣୀରେ କେବଳ ପଢିଲେ ଆମର ବିଚାର ଧାରାରେ ପରବର୍ତ୍ତନ ହେବ ନାହିଁ। ଏଥିପାଇଁ ଆମେ କେତେ ପ୍ରୟାସ କରୁଛୁ, କେତେ ସମୟ ସାତ୍ତ୍ୱିକ କାର୍ଯ୍ୟରେ ବିତଉଛୁ, ତାହା ମହତ୍ତ୍ୱପୂର୍ଣ୍ଣ ଅଟେ। ଏହା ପରେ ବିଚାରରେ ସାତ୍ତ୍ୱିକ ହେବାର ପ୍ରକ୍ରିୟାର ପ୍ରାରମ୍ଭ ହୁଏ।

(11)

ପ୍ରଶ୍ନକର୍ତ୍ତା: ମିତା ଦିଦି

ପ୍ରଶ୍ନ: ଭଗବାନ ଶ୍ରୀକୃଷ୍ଣ ଓ ଅର୍ଜୁନଙ୍କ ମଧ୍ୟରେ ବାର୍ତ୍ତାଳପ ହେଉଥିଲା, ଏହି ଅଧ୍ୟାୟଟି କିପରି ଆସିଲା?

ଉତ୍ତର: ଭଗବାନ ଶ୍ରୀକୃଷ୍ଣ ଓ ଅର୍ଜୁନଙ୍କ ମଧ୍ୟରେ ସିଧା ସମ୍ବାଦ ହେଇଥିଲା । ଏହାକୁ ବେଦବ୍ୟାସ ମହୋଦୟ ଆମକୁ ବୁଝାଇବା ପାଇଁ ଏହିପରି ପୁଷ୍ପିକା ସୃଷ୍ଟି କଲେ ଯାହାଦ୍ୱାରା ଆମ୍ଭେମାନେ ଏହାକୁ ସହଜରେ ବୁଝିପାରିବା ।

(12)

ପ୍ରଶ୍ନକର୍ତ୍ତା: ସଂଧ୍ୟା ଦିଦି

ପ୍ରଶ୍ନ: ପୂଜା ସମ୍ପୂର୍ଣ୍ଣ ବିଧି ଅନୁସାରେ କଲେ ହିଁ ତାହାର ଫଳ ମିଳେ?

ଉତ୍ତର : ପୂଜାରେ ଭାବର ଅତି ମହତ୍ତ୍ୱ ରହିଛି। ଯେତେ ଭାବ ଏବଂ ପୂଜା ବିଧି ସହ ଆପଣ ପୂଜା କରୁଛନ୍ତି, ସେହି ପ୍ରକାରେ ଆପଣଙ୍କୁ ଫଳ ମିଳିବ। କିନ୍ତୁ, ଭଗବାନ ଆପଣଙ୍କ ସରଳ ସ୍ୱଭାବରେ କରିଥିବା ପୂଜା ମଧ୍ୟ ସ୍ୱୀକାର କରନ୍ତି।

(13)

ପ୍ରଶ୍ନକର୍ତ୍ତା: ମନିଷା ଦିଦି

ପ୍ରଶ୍ନ: ଅଧ୍ୟାତ୍ମ ଏବଂ ବେଦାନ୍ତ ମଧ୍ୟରେ କଣ ତଫାତ୍ ?

ଉତ୍ତର: ବେଦାନ୍ତର ସନ୍ଧି ବିଚ୍ଛେଦ - ବେଦ ଅନ୍ତ

‘ଅନ୍ତ‘ ର ଅର୍ଥ, ଯାହା ପଛରେ ଅଛି, ଯାହା ବେଦର ଶେଷରେ କୁହାଯାଇଛି, ଅର୍ଥାତ୍ ଉପନିଷଦ।

‘ଅନ୍ତ‘ର ଅନ୍ୟ ଅର୍ଥ ହେଉଛି ପରିଣାମ ବା ନିର୍ଣ୍ଣୟ, ଅର୍ଥାତ୍ ବେଦମାନଙ୍କର ସାର, ଅଥବା ତାତ୍ପର୍ଯ୍ୟ ଯେଉଁଠାରେ ଅଛି, ଅଥବା ନିର୍ଣ୍ଣୟ ସ୍ୱରୂପ।

ଅଧ୍ୟାତ୍ମର ସନ୍ଧି ବିଚ୍ଛେଦ - ଅଧି ଆତ୍ମା

ଅର୍ଥାତ୍ ସାଂସାରିକ ସୁଖ ତ୍ୟାଗ କରି, ନିଜସ୍ୱ ଆତ୍ମା ସହ ଏକତ୍ର ହେବା, ଏବଂ ସୁଖ ଅନୁଭବ କରିବା, ଏହା ଅଧ୍ୟାତ୍ମ ଅଟେ।

(14)

ପ୍ରଶ୍ନକର୍ତ୍ତା: ଅଂଜୁ ଦିଦି

ପ୍ରଶ୍ନ: ଗ୍ରନ୍ଥ ଏବଂ ଶାସ୍ତ୍ର ମଧ୍ୟରେ ପ୍ରଭେଦ କଣ?

ଉତ୍ତର: ସାଧାରଣ ଭାଷାରେ ଯେ କୌଣସି ପୁସ୍ତକକୁ ଆମେ ଗ୍ରନ୍ଥ କହିପାରିବା। ଯଥା, ‘ଅଭିଜ୍ଞାନ ଶକୁନ୍ତଲମ୍‘ କାବ୍ୟ ଅଟେ, ଏହାକୁ ଆପଣ ଗ୍ରନ୍ଥ କହି ପାରିବେ।

ଶାସ୍ତ୍ରରେ ଚତୁର୍ଦ୍ଦଶ ବିଦ୍ୟା ସ୍ଥିତ, ଯାହା ମଧ୍ୟରେ ବେଦ, ନ୍ୟାୟ, ମୀମାଂସା, ପୁରାଣ ଅଦି ଅନ୍ତର୍ଭୁକ୍ତ।

= = ଓଁ ଶ୍ରୀ କୃଷ୍ଣାର୍ପଣ ମସ୍ତୁ = =