विवेचन सारांश
କର୍ମଯୋଗ ଅବଲମ୍ବନରେ ନୈଷ୍କର୍ମ୍ୟତା ପ୍ରାପ୍ତି

ID: 4427
उड़िया - ଓଡ଼ିଆ
ଶନିବାର, 17 ଫେବୃଆରୀ 2024
ଅଧ୍ୟାୟ 3: କର୍ମ ଯୋଗ
1/3 (ଶ୍ଳୋକ 1-10)
ବିବେଚକ: ଗୀତା ବିଦୂଷୀ ସୌ ବନ୍ଦନା ଜୀ ଓ୍ବର୍ଣେକର


ଉପକ୍ରମଣିକା:-

ଭଗବାନ ବେଦ ବ୍ୟାସ, ସନ୍ଥ ଜ୍ଞାନେଶ୍ୱର ମହାରାଜ ଓ ସଦ୍‍‍ଗୁରୁ ଶ୍ରୀ ଗୋବିନ୍ଦଦେବ ଗିରିଜୀ ମହାରାଜଙ୍କ ଚରଣରେ ପ୍ରଣିପାତ କରି ମା' ସରସ୍ୱତୀଙ୍କ ଆରାଧନା ସହ ଏହି ଅଧ୍ୟାୟର ଶୁଭାରମ୍ଭ ହୋଇଥିଲା । ନିକଟରେ ପାଳିତ ହୋଇଥିବା ପବିତ୍ର ବସନ୍ତ ପଞ୍ଚମୀ ପର୍ବରେ ଆମେ ମା' ସରସ୍ୱତୀଙ୍କୁ ପୂଜାର୍ଚ୍ଚନା କରିଥିଲେ। ଜ୍ଞାନର ଦେବୀ ସରସ୍ୱତୀ ଆମକୁ କଳା ଓ ଜ୍ଞାନରେ ଦକ୍ଷ ତଥା ନିପୁଣ କରିଥାନ୍ତି । ଦେବୀଙ୍କ କୃପାରୁ କଳା ଓ ଜ୍ଞାନର ସ୍ରୋତ ଆମ ଅନ୍ତଃକରଣକୁ ପ୍ରବେଶ କରିଥାଏ । ତ୍ରିବେଣୀ ସଙ୍ଗମରେ ମା' ଗଙ୍ଗା ଓ ମା' ଯମୁନା ଉପରୁ ପ୍ରବାହିତ ହୁଅନ୍ତି, କିନ୍ତୁ ମା' ସରସ୍ୱତୀ ଏକ ଗୁପ୍ତ ସ୍ରୋତ। ସନ୍ଥ ଜ୍ଞାନେଶ୍ୱର ମହାରାଜ ମା' ସରସ୍ୱତୀଙ୍କ ଜ୍ଞାନର ଆଭ୍ୟନ୍ତରୀଣ ଅନ୍ତରଙ୍ଗ ସ୍ରୋତକୁ ପୂଜା ଆରାଧନା କରିବା ସମୟରେ କହିଛନ୍ତି। ଦେବୀ ସରସ୍ୱତୀ ଆମ ଜୀବନରେ କେବେ ପ୍ରବେଶ କରନ୍ତି? ସନ୍ଥ ଜ୍ଞାନେଶ୍ୱର ମହାରାଜ ତାଙ୍କର ସଦ୍‍‍ଗୁରୁଙ୍କୁ କହନ୍ତି (ତାଙ୍କ ବଡ଼ ଭାଇ ନିବୃତ୍ତିନାଥ ତାଙ୍କର ସଦ୍‍‍ଗୁରୁ ଥିଲେ) -

धणी साधका तु माउली।

पिके सारस्व तुझे पावली।

“ଆପଣ ହେଉଛନ୍ତି ସଦ୍‍‍ଗୁରୁ ମାଉଲି। ଜୀବନରେ ମା' ସରସ୍ୱତୀଙ୍କ ପ୍ରବେଶ ଆପଣଙ୍କ ଚରଣ ମାଧ୍ୟମରେ ହୋଇଥାଏ। ସେଥିପାଇଁ ମୁଁ ଆପଣଙ୍କର ଛାୟା ଛାଡିବାକୁ ଚାହେଁ ନାହିଁ” । ସଦଗୁରୁଙ୍କୁ ପୂଜା କରିବା ସମୟରେ ଜ୍ଞାନେଶ୍ୱର ମହାରାଜ ଗୀତାଜୀଙ୍କ ସମ୍ପର୍କରେ କହନ୍ତି କି ଆମେ ଜାଣିଛୁ ଯେ ଶ୍ରୀମଦ୍ ଭଗବତ ଗୀତା ଏକ ଅତ୍ୟନ୍ତ ନିଆରା ଅନୁପମ ଗ୍ରନ୍ଥ । ଏହାକୁ ବର୍ଣ୍ଣନା କରି ଗୁରୁଦେବ ଵ୍ୟକ୍ତକଲେ ଯେ ଶ୍ରୀମଦ୍ଭଗଵଦ୍ ଗୀତା ଅନେକ ଦୁଃଖରୁ ନିବୃତ୍ତ କରିବା ଏବଂ ପରମାନନ୍ଦ ପ୍ରାପ୍ତିର ଆଗ୍ରହ ଉଦ୍ରେକ ପାଇଁ ଏକ ଅମୂଲ୍ୟ ଗ୍ରନ୍ଥ । ଆମ ଜୀବନରେ ଦୁଇଟି ଈପ୍ସିତ ଜିନିଷ ଥାଏ - ସୁଖ ପ୍ରାପ୍ତି ଓ ଦୁଃଖରୁ ନିବୃତ୍ତି। ଦୁଃଖରୁ ନିବୃତ୍ତି ଚାହୁଁଛୁ ତତ୍ ସହିତ ସୁଖମୟ ତଥା ଆନନ୍ଦମୟ ଜୀବନ ମଧ୍ୟ। ସମସ୍ତଙ୍କ ଅଭିଳାଷ ଏହା ଯେ ଆମ ଜୀବନ ଯାତ୍ରା ଆନନ୍ଦଦାୟକ ହେଉ । ଆମ ଜୀବନରେ ଅନେକ ଦୁଃଖ ଆସିଥାଏ । ଦୁଃଖରୁ କିପରି ମୁକ୍ତି ପାଇବେ? ଏହି ମାର୍ଗ ଦର୍ଶନ କରୁଥିବା ପୁସ୍ତକ ହେଉଛି ଶ୍ରୀମଦ୍ ଭଗବତ ଗୀତା । ସଦଗୁରୁ ତାଙ୍କ ମନ୍ତ୍ରମୟୀ ବାଣୀରେ ଏହି ସମଗ୍ର ଅଧ୍ୟାୟର ଵିଵେଚନ ଶ୍ରବଣ କରିବା ଏକ ସୌଭାଗ୍ୟର ବିଷୟ ବୋଲି ଆମେ ଦେଖୁଛୁ । ଜୀବନରେ ସୌଭାଗ୍ୟର ଏହି ପରିସୀମା ଯେବେ ଆସିଯାଏ ଗୁରୁଦେବଙ୍କ ଚରଣରେ ନତମସ୍ତକ ହୋଇଯାଏ। ଗୁରୁଦେବଙ୍କଠାରୁ ପ୍ରାପ୍ତ ହୋଇଥିବା ଏହି ଜ୍ଞାନକୁ ଜଣେ ଶିଷ୍ୟ ବାଣ୍ଟିବାକୁ ବିଵଶ ଓ ବାଧ୍ୟ ହୁଅନ୍ତି। ସେ ଏହାକୁ ନିଜ ଭିତରେ ସୀମିତ ରଖିପାରନ୍ତି ନାହିଁ।

ଆସନ୍ତୁ ବର୍ତ୍ତମାନ ଜାଣିବା ସେହି ଅଧ୍ୟାୟ ଯାହାର ନାମ “କର୍ମଯୋଗ” । ଅଧୂନା ଆମେ ତୃତୀୟ ସ୍ତରରେ ପହଞ୍ଚିଛୁ। ‘ଯୋଗ” ଶବ୍ଦଟି ସଂସ୍କୃତ ଶବ୍ଦ “ୟୁଜ୍” ଧାତୁରୁ ଉତ୍ପନ୍ନ ହୋଇଛି, ଯାହାର ଅର୍ଥ ହେଉଛି ସଂଯୋଗ ବା ଯୋଡିବା, ତେଣୁ ପ୍ରଶ୍ନ ଉଠେ କାହା ସହିତ ଏବଂ କେଉଁ ମାଧ୍ୟମରେ ଯୋଡିବା । ଏହାର ଉତ୍ତର ସ୍ୱରୁପ ଭଗବାନ ଗୀତାଜୀଙ୍କ ମାଧ୍ୟମରେ ଅନେକ ମାର୍ଗ ଖୋଲିଛନ୍ତି । ପ୍ରତ୍ୟକ୍ଷରେ, ସମରଣାଙ୍ଗଣ ଉପରେ ମହାପ୍ରଭୁଙ୍କ ମୁଖାରବିନ୍ଦରୁ ପ୍ରବାହିତ ହେଉଥିବା ଜ୍ଞାନର ସ୍ରୋତ, ସେହି ଅମୃତଧାରା ହେଉଛି ଶ୍ରୀମଦ୍ ଭଗବଦ୍ ଗୀତା । ଏହାର ଉପଦେଶ ଦ୍ୱିତୀୟ ଅଧ୍ୟାୟର ଏକାଦଶ ଶ୍ଳୋକରୁ ଆରମ୍ଭ ହୁଏ । କର୍ମ ମାଧ୍ୟମରେ ସେହି ପରମାତ୍ମା ଈଶ୍ୱରଙ୍କ ସହ କିପରି ଯୋଡ଼ି ହେବା । ପ୍ରତ୍ୟେକ ଅଧ୍ୟାୟର ଶେଷରେ ପୁଷ୍ପିକାରେ ସେହି ଅଧ୍ୟାୟର ନାମ ଯୋଗ ସହିତ ଯୋଡିହେଇଥିବା ଆମେ ଦେଖନ୍ତି । ଅର୍ଜୁନ ଵିଷାଦଗ୍ରସ୍ତ ଅଛନ୍ତି। ସେହି ବିଷାଦରୁ ହତୋତ୍ସାହିତ ହୋଇ ସେ ନିଜର ଧନୁଷ୍‍‍କୁ ଓହ୍ଲାଇ ରଥର ପୃଷ୍ଠଦେଶରେ ରଖିଦିଅନ୍ତି। ବିଷାଦ ମଧ୍ୟ ଦିବ୍ୟପରମାତ୍ମାଙ୍କ ସହ ଯୋଡ଼ିବାରେ ସହାୟକ ହୋଇଥାଏ। ସେହି ସର୍ବଶକ୍ତିମାନ ପରମେଶ୍ୱର ହିଁ ଏହି ସଂସାରର ସୃଷ୍ଟିକର୍ତ୍ତା । ଅନ୍ୟ ଯୋଗମାନଙ୍କରେ ତାଙ୍କ ସହ ଯୋଗହେବା ହେଉଛି ଶ୍ରୀମଦ୍ ଭଗବଦ୍ ଗୀତାର ଅନ୍ତିମ ପଥ ବା ଅନ୍ତିମ ଗନ୍ତବ୍ୟ । ଅର୍ଜୁନ କାହିଁକି ଅଵସାଦଗ୍ରସ୍ତ ହେଲେ? ଆସନ୍ତୁ ତାହାର ମନୋଵୈଜ୍ଞାନିକ କାରଣ ଜାଣିବାକୁ ପ୍ରୟାସ କରିଵା। ଦ୍ୱିତୀୟ ଅଧ୍ୟାୟରେ ଶ୍ରୀ ଭଗବାନ ଅର୍ଜୁନଙ୍କୁ କଠୋର ସ୍ବରରେ ତାଗିଦ୍ ମଧ୍ୟ କରିଥିଲେ। ଦ୍ବିତୀୟ ଅଧ୍ୟାୟର ତୃତୀୟ ଶ୍ଳୋକ ସ୍ୱାମୀ ବିବେକାନନ୍ଦଜୀଙ୍କର ଅତ୍ୟନ୍ତ ପ୍ରିୟ ଅଟେ ।

क्लैब्यं मा स्म गमः पार्थ, नैतत्त्वय्युपपद्यते |

क्षुद्रं हृदयदौर्बल्यं, त्यक्त्वोत्तिष्ठ परन्तप || 2:3 ||

“ଜୀବନରେ ନପୁଂସକତା ରଖ ନାହିଁ”! ଏହା କହି ଶ୍ରୀ ଭଗବାନ ଅର୍ଜୁନଙ୍କୁ ଗାଳିଵର୍ଷଣ କରୁଛନ୍ତି। ଭଗବାନ କହିଲେ - ତୁମେ ଅତ୍ୟନ୍ତ ପରାକ୍ରମୀ/ଶକ୍ତିଶାଳୀ, ତୁମେ ତୁମର ପ୍ରିୟଜନମାନଙ୍କ ମୋହରେ ନିରାଶ/ହତୋତ୍ସାହିତ ହୋଇ କାହିଁକି ବସିଛ? ଶେଷରେ ଅର୍ଜୁନ ଭଗବାନଙ୍କ ଶରଣାପନ୍ନ ହୁଅନ୍ତି ତ ପରେ ଦ୍ବିତୀୟ ଅଧ୍ୟାୟର ସପ୍ତମ ଶ୍ଳୋକ ଅର୍ଜୁନଙ୍କ ମୁଖରୁ ପ୍ରବାହିତ ହୁଏ :

कार्पण्यदोषोपहतस्वभावः पृच्छामि त्वां धर्मसम्मूढचेताः।

यच्छ्रेयः स्यान्निश्चितं ब्रूहितन्मे, शिष्यस्तेઽहं शाधि मां त्वां प्रपन्नम्॥ 2:7॥

ଅର୍ଜୁନ ଯେତେବେଳେ ଶରଣାଗତ ହେଲେ, ପ୍ରଭୁ ଶ୍ରୀକୃଷ୍ଣ ଉପଦେଶ ଦେବା ଆରମ୍ଭ କଲେ। ଆମେ ଯେଉଁଠାରୁ ଆମ ଯାତ୍ରା ଆରମ୍ଭ କରିଛୁ, ଯେଉଁ ମାର୍ଗରେ ଚାଲିଛୁ ସେହି ମାର୍ଗକୁ ପ୍ରଶସ୍ତ କରିବା ପାଇଁ ସେଠାରେ ଶ୍ରୀମଦ୍ ଭଗବଦ୍ ଗୀତା ହେଉଛନ୍ତି ଚାବିକାଠି ଅର୍ଥାତ୍ ଏହା ଶରଣାପନ୍ନ, ସମର୍ପିତ ଭାଵ । ଯେତେବେଳେ ଆମେ ଶିଷ୍ୟ ହୋଇଥାଉ, ଗୁରୁ ଆଗକୁ ଯିବାର ବାଟ ପ୍ରଶସ୍ତ କରନ୍ତି । ଭଗବାନ ପ୍ରଥମେ ଜ୍ଞାନ ଯୋଗକୁ କହିଥିଲେ। ସାଙ୍ଖ୍ୟ ଯୋଗ, ସାଙ୍ଖ୍ୟ ଆମର ଏକ ଦର୍ଶନଶାସ୍ତ୍ର ମଧ୍ୟରୁ ଅନ୍ୟତମ । ଛଅଟି ଦର୍ଶନଶାସ୍ତ୍ର ଅଛି, ଯାହାକୁ ଆସ୍ତିକ, ସକରାତ୍ମକ ଦର୍ଶନଶାସ୍ତ୍ର ବୋଲି କୁହାଯାଏ :

न्याय, वैशेषिक, साङ्ख्य, योग, मीमांसा और वेदान्त।

ଆମେ ବେଦାନ୍ତ ଅଧ୍ୟୟନ କରୁଛୁ, ଅର୍ଥାତ୍ ବେଦଗୁଡିକର ରହସ୍ୟ। ଏହାର ଅନ୍ତିମ ଭାଗ ଏହାର ଅର୍ଥ ନୁହେଁ। ଭଗବାନଙ୍କ ଶ୍ୱାସରୁ ନିର୍ଗତ ବେଦ ହେଉଛି ଏହି ସୃଷ୍ଟିର ସମ୍ବିଧାନ । ଋଷିମୁନିମାନେ ସେମାନଙ୍କ ପ୍ରଜ୍ଞା ବଳରେ ସ୍ୱୟଂ ଯାହା ଗ୍ରହଣ କଲେ ସେହି ଜ୍ଞାନ ବେଦଗୁଡିକର ସମ୍ପୂର୍ଣ୍ଣ ସାର ମହାଭାରତରେ ସ୍ଥାନ ପାଇଛି। ମହାଭାରତର ସାର ଶ୍ରୀମଦ୍ଭଗଵଦ୍ ଗୀତାରେ ପ୍ରକଟ ହୋଇଛି । ସାତ ଶହ ଶ୍ଳୋକଵିଶିଷ୍ଟ ଶ୍ରୀମଦ୍ ଭଗବଦ୍ ଗୀତା ଏକ ସ୍ମାର୍ଟ ଅଧ୍ୟୟନ(ସ୍ମାର୍ଟ ଷ୍ଟଡି)। ମହାପ୍ରଭୁ ସୁନିଶ୍ଚିତ ରୂପରେ ଆଗାମୀ ଯୁଗ ବିଷୟରେ ଆକଳନ କରିନେଇଥିବେ ଯେ ପାଞ୍ଚ ହଜାର ବର୍ଷ ପଶ୍ଚାତ୍ ଅନ୍ୟ ଶାସ୍ତ୍ର/ଗ୍ରନ୍ଥ ପଢ଼ିବା ପାଇଁ ସମୟ ମିଳିବ ନାହିଁ, ତେଣୁ ଶ୍ରୀମଦ୍ ଭଗବଦ୍ ଗୀତାର ସାତ ଶହ ଶ୍ଳୋକ ଗରା ବା ଗାଗରରେ ଥିବା ସମୁଦ୍ର ତୁଲ୍ୟ ଅଟେ। ଜ୍ଞାନେଶ୍ୱର ମହାରାଜଜୀ ଗୀତାଜୀଙ୍କ ବିଷୟରେ କହିଛନ୍ତି -

गीता हे सप्तशती, मन्त्र प्रतिपाद्य भगवती।

मोह महिषा मुक्ति, आनन्द निश्चित।।

ଅର୍ଥାତ୍ ଶ୍ରୀମଦ୍ ଭଗବଦ୍ ଗୀତା ହେଉଛି ମୋହରୂପୀ ମହିଷାସୁରଙ୍କୁ ସଂହାର କରୁଥିବା ସାତଶହ ଶ୍ଳୋକର ସପ୍ତସତୀ ମନ୍ତ୍ରମୟୀ ଅଟେ। ମନ୍ତ୍ରର ଅନୁବାଦ ହୁଏ ନାହିଁ, ସେଥିପାଇଁ ଆମେ ଗୀତା ପରିବାରରେ ଗୀତାଜୀଙ୍କୁ ଶୁଦ୍ଧତା ସହ ପଢିବା ଏବଂ ସ୍ମରଣ, ଓ କଣ୍ଠସ୍ଥ କରିବାକୁ ପ୍ରୟାସ କରୁ । ଏହି ଗୀତର ଝଙ୍କାର ଆମ ସମସ୍ତଙ୍କ ଜୀବନରେ ଜାରି ରହିବା ଉଚିତ୍ । ସେହି ବୀଣାର ଝଂକାର ସହିତ, ସ୍ୱୟଂ ମନର ଅନୁସନ୍ଧାନ କଲେ ଆପଣ ଅଦ୍ଭୁତ ଆନନ୍ଦ ଅନୁଭବ କରିପାରିବେ | ଗୁରୁଦେବ କୁହନ୍ତି ଏକ ବିଷର୍ଣ୍ଣ ଆତ୍ମାକୁ ପ୍ରସନ୍ନ କରିପାରୁଥିବା ଏହି ଚମତ୍କାର ଗୀତ ହେଉଛି  ଅଦ୍ଭୁତ ଗୀତାଜୀ ।

ଅର୍ଜୁନଙ୍କୁ କୃଷ୍ଣଙ୍କ ଅଭିଯୋଗ ରୋଗୀକୁ ତୀବ୍ର ମାତ୍ରାରେ ଔଷଧ ଦେବା ଭଳି ଥିଲା। ଯୁଦ୍ଧର ପରିଣତି ଦେଖି ଅର୍ଜୁନ ଭୟଭୀତ ହୋଇଯାଇଥିଲେ। ହିଂସା ତଥା ପ୍ରିୟଜନଙ୍କ ହତ୍ୟା ଜନିତ ପାପ ବିଷୟରେ ଚିନ୍ତା କରୁଥିଲେ।  

ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଶରୀରର ନଶ୍ୱରତା ବିଷୟରେ ପ୍ରାଞ୍ଜଳ ଭାବରେ ବୁଝାଇଛନ୍ତି, ଏହିକି ଯେ ଆମେ କେବଳ ଏହି ନାଶବାନ ଶରୀର ନୁହଁ, ଆମେ ଆତ୍ମା, ଯାହା ଅବିନାଶୀ । ଯୁଦ୍ଧ କ୍ଷେତ୍ରରେ ବା ଏହି ବ୍ରହ୍ମାଣ୍ଡରେ ଥିବା ସମସ୍ତ ଜୀବଜନ୍ତୁଙ୍କର ଏକ ସୂକ୍ଷ୍ମ ଚୈତନ୍ୟ ତତ୍ତ୍ୱ ଥାଏ ଯାହା କେବେବି ନଷ୍ଟ ହୁଏ ନାହିଁ । ଆମକୁ ସେହି ମୌଳିକ ସ୍ୱରୂପର ଜ୍ଞାନ ଅର୍ଥାତ୍ ଆତ୍ମଜ୍ଞାନର ଆବଶ୍ୟକତା ଅଛି ଯାହା “ଜ୍ଞାନ ଯୋଗ” ମାଧ୍ୟମରେ ପ୍ରାପ୍ତ ହୋଇପାରିବ |

ଦ୍ୱିତୀୟ ଅଧ୍ୟାୟର ଶେଷ ଅଠରଟି ଶ୍ଳୋକରେ ପ୍ରଭୁ ସ୍ଥିତପ୍ରଜ୍ଞର ବୈଶିଷ୍ଟ୍ୟ ବର୍ଣ୍ଣନା କରିଛନ୍ତି, ଧରିନିଆଯାଉ, ଭଗବାନ ମହାପ୍ରଭୁ ନିଜେ ନିଜକୁ ବର୍ଣ୍ଣନା କରୁଛନ୍ତି, ଆତ୍ମଚରିତ ବଖାଣୁଛନ୍ତି । ପ୍ରଭୁ ଜ୍ଞାନର ମହନୀୟତା ଗାନକରୁଛନ୍ତି।

ଆତ୍ମଜ୍ଞାନ ବା ମୂଳ ସ୍ୱରୂପର ଅନୁଭବ ହିଁ ଜୀବନର ଅନ୍ତିମ ଗନ୍ତବ୍ୟ ସ୍ଥଳ । ଅର୍ଜୁନଙ୍କ ମନରେ ଦ୍ୱନ୍ଦ୍ୱ, ସେ ଏବେ ଦ୍ୱିଧାରେ ପଡ଼ିଯାଇଛନ୍ତି। ଯଦି ଏହା ମଣିଷର ଲକ୍ଷ୍ୟ ବା ଧେୟ ତେବେ ସେମାନେ ଯୁଦ୍ଧ ଭଳି ଭୟାନକ କାର୍ଯ୍ୟ କାହିଁକି କରିବେ?। ଯୁଦ୍ଧ କାହିଁକି ଏବଂ କିପରି ସେମାନଙ୍କର କର୍ତ୍ତବ୍ୟ ହୋଇଗଲା? ଏସଵୁ ଯୁକ୍ତି ରଖି ଅର୍ଜୁନ ଯୁଦ୍ଧ ତ୍ୟାଗ କରିବାକୁ ଚାହୁଁଛନ୍ତି, ପରନ୍ତୁ ସେ କ'ଣ ଜ୍ଞାନର ସେହି ଚରମ ଅବସ୍ଥାରେ ପହଞ୍ଚିଛନ୍ତି?

ଭଗବାନ ଏଠାରେ ଦର୍ଶାଇବାକୁ ଚାହୁଁଛନ୍ତି ଯେ ସେହି ଅନ୍ତିମ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପାଇଁ ଅନେକ ମାର୍ଗ ଓ ଉପାୟ ଅଛି, ଯାହାକୁ “କର୍ମ ଯୋଗ”, “ଆତ୍ମା ସଂଯମ ଯୋଗ” ଓ “ଜ୍ଞାନ ସନ୍ନ୍ୟାସଯୋଗ” ଇତ୍ୟାଦି ନାମରେ ଶ୍ରୀମଦ୍ ଭଗବଦ୍ ଗୀତାରେ ବର୍ଣ୍ଣନା କରାଯାଇଛି।

ଯୋଗର ଅର୍ଥ ହେଉଛି ସେହି ମୂଳସ୍ୱରୂପ ବା ଆତ୍ମତତ୍ତ୍ୱ ସହିତ ସଂଯୋଗ କରିବା, ଯୋଡ଼ି ହେଇଯିବା। ଯୋଗାସନ ଏବଂ ପ୍ରାଣାୟାମ ମଧ୍ୟ ଏହିପରି ଏକ ଯୋଗ ଯାହା ମନକୁ ଶରୀର ସହ ଯୋଡିଥାଏ ।

ଏହି ଅଧ୍ୟାୟକୁ କର୍ମ ଯୋଗ କୁହାଯାଏ - କର୍ମ ମାଧ୍ୟମରେ ଭଗବାନଙ୍କ ସହ ଯୋଡ଼ିହେବା, ତାଙ୍କ ସହିତ ଏକାକାର ହେବା, ଆତ୍ମତତ୍ତ୍ୱ ସହିତ ନିଜର ଅନୁସନ୍ଧାନ ବୃଦ୍ଧି କରିବା ଏବଂ ଏକ ଗଭୀର ଅତୁଟ ସମ୍ପର୍କ ସ୍ଥାପନ କରିବା ହେଉଛି “କର୍ମ ଯୋଗ” । ଆତ୍ମତତ୍ତ୍ୱ ପ୍ରାପ୍ତି ପାଇଁ କର୍ମ କରିବା । ଏହି ଅଧ୍ୟାୟ ଏପରି ଏକ ସୁନ୍ଦର ମାର୍ଗ ଉନ୍ମୋଚନ କରିଛି, ଯାହା ମଧ୍ୟ ଅତି ବ୍ୟବହାରିକ ଅଟେ ।

ଏକ ପକ୍ଷରେ ଶ୍ରୀକୃଷ୍ଣ ଜ୍ଞାନର ମାର୍ଗକୁ ଶ୍ରେଷ୍ଠ ବୋଲି ବର୍ଣ୍ଣନା କରୁଥିବା ବେଳେ ଅନ୍ୟପକ୍ଷରେ ସେ ଅର୍ଜୁନଙ୍କୁ ଯୁଦ୍ଧକ୍ଷେତ୍ର ଛାଡ଼ିବାକୁ ମଧ୍ୟ ଦିଅନ୍ତି ନାହିଁ, ଯେଉଁ କାରଣରୁ ଅର୍ଜୁନ ଦ୍ୱନ୍ଦ୍ୱରେ ପଡ଼ି ଭଗବାନଙ୍କୁ ପ୍ରଶ୍ନ କରନ୍ତି। ତୃତୀୟ ଅଧ୍ୟାୟ ଏହି ପ୍ରଶ୍ନଗୁଡ଼ିକୁ ନେଇ ଆରମ୍ଭ ହୋଇଛି।


3.1

ଅର୍ଜୁନ ଉବାଚ
ଜ୍ୟାୟସୀ ଚେତ୍କର୍ମଣସ୍ତେ, ମତା ବୁଦ୍ଧିର୍ଜନାଦନ
ତତ୍କିଂ(ଙ୍) କର୍ମଣି ଘୋରେ ମାଂ(ନ୍), ନିୟୋଜୟସି କେଶବ॥1॥

ଅର୍ଜୁନ ପଚାରିଲେ- ହେ ଜନାର୍ଦ୍ଦନ ! ଯଦି ଆପଣଙ୍କ ମତରେ କର୍ମ ଅପେକ୍ଷା ଜ୍ଞାନ ଶ୍ରେଷ୍ଠ, ତେବେ ହେ କେଶବ ! ମୋତେ କାହିଁକି ଭୟଙ୍କର କର୍ମରେ ଲଗାଉଛନ୍ତି ?

ବିବେଚନ :

ଅର୍ଜୁନଙ୍କ ପ୍ରଶ୍ନ ହେଉଛି ଏକ ପାର୍ଶ୍ୱରେ ଭଗବାନ ଜ୍ଞାନର ପ୍ରଶଂସା କରୁଛନ୍ତି ଅଥଚ ଅନ୍ୟ ପକ୍ଷେ ଅର୍ଜୁନଙ୍କୁ କର୍ମ ତ୍ୟାଗ କରିବାକୁ ଦେଉନାହାଁନ୍ତି । ଶ୍ରୀଭଗବାନ ଚାହୁଁନଥିଲେ ଅର୍ଜୁନଙ୍କ ପଶ୍ଚାତ୍‍‍ପଦ; ଯୁଦ୍ଧ କ୍ଷେତ୍ରରୁ ପିଠି ଦେଖାଇ ପଳାୟନ କରନ୍ତୁ ଏବଂ ଇତିହାସରେ ଜଣେ ପଳାତକ ରୂପେ ପରିଚିତ ହୁଅନ୍ତୁ । ଅର୍ଜୁନ ଅନୁଭବ କରନ୍ତି ଯେ ଯଦି ଭଗବାନ ତାଙ୍କୁ ଅନୁମତି ଦିଅନ୍ତି, ତେବେ ସେ ଯୁଦ୍ଧ କ୍ଷେତ୍ର ଛାଡିଚାଲିଯିବେ । କିନ୍ତୁ ବ୍ୟବହାରିକ ସ୍ତରରେ ମଧ୍ୟ ଭଗବାନ ଅର୍ଜୁନଙ୍କୁ ବୁଝାଉଛନ୍ତି ଯେ ଯଦି ତୁମେ ଯୁଦ୍ଧ କ୍ଷେତ୍ର ଛାଡି ପଶ୍ଚାତପଦ ହେବ, ତେବେ ଇତିହାସ ତୁମକୁ କ'ଣ ଉପାଧି ଦେବ? ଇତିହାସରେ ତୁମ ନାମ କିପରି ଲେଖାଯିବ? ଆଜିର ପରିବେଶ ଦୃଷ୍ଟିରୁ ଦେଖିଲେ ତୁମ ବିଷୟରେ କ'ଣ ଆଲୋଚନା ହେବ ଅର୍ଜୁନ ? ଏହିକି, ସ୍ୱଜନଙ୍କ ପ୍ରତି ଆକର୍ଷଣ ହେତୁ ଯୁଦ୍ଧକ୍ଷେତ୍ରରୁ ଭୟରେ ଅର୍ଜୁନ ପଳାୟନ କଲେ! ମନୁଷ୍ୟ ଅନେକ ସମୟରେ ନିଜ ହୃଦୟ ଅନୁସାରେ ଅନ୍ୟର ଉପଦେଶ ଶୁଣିଥାଏ । ଯିଏ ତା ମନ ଅନୁଯାୟୀ ପ୍ରଚାର କରେ ସେ ତାହା ଗ୍ରହଣ କରେ ଏବଂ ତା'ର ମନ ବିପରୀତ କୌଣସି ବି ବିଷୟ ସେ ଗ୍ରହଣ କରେ ନାହିଁ ।

ଏବେ ଅର୍ଜୁନ ସ୍ୱୀକାର କରିନିଅନ୍ତି ଯେ ଭଗବାନ ମନୁଷ୍ୟଙ୍କ ପାଇଁ ପ୍ରତ୍ୟେକ ଯୋଜନା ପ୍ରସ୍ତୁତ କରନ୍ତି । ସେମାନଙ୍କର କର୍ତ୍ତବ୍ୟକର୍ମ ସେ   ନିର୍ଦ୍ଧାରଣ କରିଥାଆନ୍ତି ,କିନ୍ତୁ ସେ ଦ୍ୱନ୍ଦ୍ୱରେ ଅଛନ୍ତି ଯେ ଯଦି ଆତ୍ମଜ୍ଞାନ ହିଁ ଅନ୍ତିମ ଗନ୍ତବ୍ୟ ସ୍ଥଳ ତେବେ ଯୁଦ୍ଧକୁ କାହିଁକି ଏଡ଼ାଇ ହେବ ନାହିଁ । ଅର୍ଜୁନଙ୍କର ବିଶ୍ୱାସ ଯେ ଜ୍ଞାନ ଓ କର୍ମ ଏକତ୍ର ହୋଇପାରିବେ ନାହିଁ । ଆମେ ମନୁଷ୍ୟମାନେ ମଧ୍ୟ ଏହିପରି ହିଁ ବିଶ୍ୱାସ କରୁ । ଏହି ଦୁଇଟି ମାର୍ଗ ଭିନ୍ନ ଯାହାକୁ ଏକାଠି କରାଯାଇ ପାରିବ ନାହିଁ ।

ଏହି ଅଧ୍ୟାୟରେ ଭଗବାନ ଏହି ଦ୍ୱନ୍ଦ୍ୱକୁ ଦୂର କରି ଜ୍ଞାନ ଓ କର୍ମର ମିଶ୍ରଣକୁ ସମ୍ଭବ କରିବାକୁ ଚାହୁଁଛନ୍ତି ।

ଅର୍ଜୁନ ପଚାରନ୍ତି, "ଯଦି କର୍ମ ଅପେକ୍ଷା ଜ୍ଞାନ ଉତ୍ତମ, ଜ୍ଞାନ ସର୍ବଶ୍ରେଷ୍ଠ, ତେବେ ସେମାନେ କାହିଁକି ସଦା କର୍ତ୍ତବ୍ୟରତ ରହି କର୍ମ କରିବେ? କାହିଁକି ଯୁଦ୍ଧ କରି ପାପର ଭାଗୀଦାର ହେଵେ? ସ୍ୱଭାବତଃ ଅନ୍ୟର ଉପଦେଶରେ ମଧ୍ୟ ମନୁଷ୍ୟ ନିଜର ଫାଇଦା ଦେଖିଥାଏ । ଅର୍ଜୁନ ଭାବୁଛନ୍ତି ଯେ କୃଷ୍ଣ ତାଙ୍କୁ ଯୁଦ୍ଧ ପାଇଁ ପ୍ରେରଣା ଦେଇ ତାଙ୍କ ହୃଦୟର ଝଡ ଓ ଦ୍ୱନ୍ଦ୍ୱକୁ ଆହୁରି ବୃଦ୍ଧି କରୁଛନ୍ତି।

3.2


ବ୍ୟାମିଶ୍ରେଣେବ ବାକ୍ୟେନ, ବୁଦ୍ଧିଂ(ମ୍) ମୋହୟସୀବ ମେ
ତଦେକଂ(ୱ୍ଁ) ବଦ ନିଶ୍ଚିତ୍ୟ, ୟେନ ଶ୍ରେୟୋଽହମାପ୍ନୁୟାମ୍॥3.2॥

ଆପଣ ଗୋଳିଆମିଶା ପରି ଲାଗୁଥିବା କଥାଦ୍ୱାରା ମୋର ବୁଦ୍ଧିକୁ, ମୋହିତ ପ୍ରାୟ କରିଦେଉଛନ୍ତି; ତେଣୁ ନିଶ୍ଚୟ କରି ଗୋଟିଏ କଥା କହନ୍ତୁ, ଯାହାଦ୍ଵାରା କି ମୁଁ କଲ୍ୟାଣ ପ୍ରାପ୍ତ ହେବି।

ବିବେଚନ -

ଅର୍ଜୁନ ପ୍ରକାଶ୍ୟରେ କହୁଛନ୍ତି ଭଗବାନ,” ମୋର ଦ୍ବିଧା ବଢିଵାରେ ଲାଗିଛି, ମାର୍ଗ ଅସ୍ପଷ୍ଟ ଦିଶୁଛି । ମୋତେ ଆପଣ ଆହୁରି ଅଧିକ ଦ୍ୱନ୍ଦ୍ୱରେ ପକାଉଛନ୍ତି । ଏହା ଦ୍ୱାରା ମୋହ ବୃଦ୍ଧି ହେଉଛି।” ସେ ଶ୍ରୀଭଗବାନଙ୍କୁ କହୁଛନ୍ତି “ମତେ କିଛି ଵି ବୋଧଗମ୍ୟ ହେଉନାହିଁ । କେତେବେଳେ ଆପଣ ଜ୍ଞାନ ଉନ୍ନତ ବା ଶ୍ରେଷ୍ଠ ହୋଇଥାଏ ବୋଲି କହୁଛନ୍ତି ତ କେତେବେଳେ କର୍ତ୍ତବ୍ୟକୁ ଶ୍ରେଷ୍ଠ ବୋଲି କହୁଛନ୍ତି । ମତେ କେବଳ ଏକ ନିର୍ଦ୍ଦିଷ୍ଟ ପଥ ପ୍ରଦର୍ଶନ କରନ୍ତୁ ଯାହା ମୋ ପାଇଁ ନିଶ୍ଚିତ ହେବ। ମୋର କଲ୍ୟାଣର ମାର୍ଗ ପ୍ରଶସ୍ତ କରନ୍ତୁ। ମୁଁ ଆପଣଙ୍କର ଶିଷ୍ୟତ୍ୱ ଗ୍ରହଣ କରିଛି, ଆପଣ ମୋର ଗୁରୁ । ଯାହା ମୋ ପାଇଁ କଲ୍ୟାଣକର ତାହା ହିଁ କୁହନ୍ତୁ”। ଯଦି ବିନା ପ୍ରଶ୍ନରେ ଉପଦେଶ ଦିଆଯାଏ ନାହିଁ, ତେବେ ଆତ୍ମଜ୍ଞାନ କିପରି ଦିଆଯିବ? ସନ୍ଥ ଜ୍ଞାନେଶ୍ୱର ମହାରାଜ ଅର୍ଜୁନ ଓ ଭଗବାନଙ୍କୁ ନେଇ ଅତ୍ୟନ୍ତ ଆକର୍ଷଣୀୟ ମନୋରମ ଭାବ ରଖିଛନ୍ତି। ଅର୍ଜୁନଙ୍କ ଏହି ଭାବନାକୁ ଶ୍ରୀ ଜ୍ଞାନେଶ୍ୱର ମହାରାଜ ଅତି ସୁନ୍ଦର ଭାବରେ ଉପସ୍ଥାପନ କରିଛନ୍ତି -

मी आधींचि कांहीं नेणें । वरी कवळिलों मोहें येणें ।

श्रीकृष्णा विवेकु याकारणें । पुसिला तुज ॥ १० ॥

ଜ୍ଞାନେଶ୍ୱର ମହାରାଜ ଅର୍ଜୁନଙ୍କ ମାନସିକ ସ୍ଥିତି ବର୍ଣ୍ଣନା କରି କହନ୍ତି ଯେ ଅର୍ଜୁନ ପୂର୍ବରୁ ଦ୍ୱନ୍ଦ୍ୱରେ ଅଛନ୍ତି, ମୋହ ତାଙ୍କୁ ବାହ୍ୟରୂପରେ ବାନ୍ଧି ରଖିଛି, ତେଣୁ ସେ ଶ୍ରୀକୃଷ୍ଣଙ୍କୁ ପ୍ରଶ୍ନ ପଚାରୁଛନ୍ତି। ଅର୍ଜୁନଙ୍କ ଦ୍ୱନ୍ଦ୍ୱକୁ ଆହୁରି ଥରେ ଶ୍ରୀ ଜ୍ଞାନେଶ୍ୱରୀରେ ବର୍ଣ୍ଣନା କରାଯାଇଛି -

तंव तुझी एकेक नवाई । एथ उपदेशामाजीं गोवाई ।

तरी अनुसरलिया काई । ऐसें कीजे ॥ 11 ॥

ଅର୍ଜୁନ କୃଷ୍ଣଙ୍କୁ କହୁଛନ୍ତି “ମତେ ଏପରି ଏକ ମାର୍ଗ ପ୍ରଦର୍ଶନ କରନ୍ତୁ ଯାହା ମୁଁ ଅନୁସରଣ କରିପାରିବି “।

“ମୋତେ କ'ଣ କରିବାକୁ ପଡିବ ମୁଁ ଜାଣେ ନାହିଁ । ମୁଁ ତୁମ ଶରଣକୁ ଆସିଛି, ତୁମ ଆଶ୍ରୟ ପାଇବାକୁ ଚାହୁଁଛି । ଜଣେ ଗୁରୁ ତାଙ୍କ ଶିଷ୍ୟଙ୍କୁ ଦ୍ୱନ୍ଦ୍ୱରେ ପକାଇଦିଅନ୍ତି କି?” ଏବେ ଶ୍ରୀ ଭଗବାନ ଆହୁରି ଜ୍ଞାନ କହୁଛନ୍ତି ……

3.3

ଶ୍ରୀଭଗବାନୁବଚ
ଲୋକେଽସ୍ମିନ୍ଦ୍ୱିବିଧା ନିଷ୍ଠା, ପୁରା ପ୍ରୋକ୍ତା ମୟାନଘ
ଜ୍ଞାନୟୋଗେନ ସାଙ୍ଖ୍ୟାନାଂ(ଙ୍), କର୍ମୟୋଗେନ ୟୋଗିନାମ୍॥3॥

ଶ୍ରୀ ଭଗବାନ୍ କହିଲେ- ହେ ନିଷ୍ପାପ ଅର୍ଜୁନ! ଏହି ଲୋକରେ ଦୁଇ ପ୍ରକାର ନିଷ୍ଠା ହୁଏ ବୋଲି ମୁଁ ଆଗରୁ କହିସାରିଛି। ତନ୍ମଧ୍ୟରୁ ସାଂଖ୍ୟ ଯୋଗୀମାନଙ୍କର ନିଷ୍ଠା ଜ୍ଞାନଯୋଗ ଦ୍ୱାରା ଏବଂ ଯୋଗୀମାନଙ୍କର ନିଷ୍ଠା କର୍ମଯୋଗ ଦ୍ୱାରା ହୋଇଥାଏ।

ବିବେଚନ –

ଏକ ସ୍ନେହଭରା ସମ୍ବୋଧନ ‘ଅନଘ’ ଅର୍ଥାତ୍ ନିଷ୍ପାପ, ଅର୍ଜୁନଙ୍କୁ ଏହି ସମ୍ବୋଧନ କରି ଭଗବାନ ଶ୍ରୀକୃଷ୍ଣ ତାଙ୍କର ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି କି ଯଦିଓ ଲକ୍ଷ୍ୟ ଗୋଟିଏ, ହେଲେ ମାର୍ଗ ଦୁଇଟି ରହିଅଛି -

 1 . ସାଙ୍ଖ୍ୟ ଯୋଗୀଙ୍କର ମାର୍ଗ ଜ୍ଞାନ ଯୋଗ

 2. କର୍ମ ଯୋଗୀଙ୍କର ମାର୍ଗ କର୍ମ ଯୋଗ       

ଲୋକମାନ୍ୟ ତିଳକ  ତୃତୀୟ, ଚତୁର୍ଥ ଏବଂ ପଞ୍ଚମ ଅଧ୍ୟାୟକୁ ଅତ୍ୟନ୍ତ ମହତ୍ତ୍ଵପୂର୍ଣ୍ଣ ବୋଲି କହିଛନ୍ତି। ସେ ମାଣ୍ଡେଲା କାରାଗାରରେ ଥିବା ସମୟରେ ଏହି ତିନୋଟି ଅଧ୍ୟାୟ ଉପରେ “ଗୀତା ରହସ୍ୟ” ନାମରେ ଗ୍ରନ୍ଥଟିଏ ରଚନା କରିଥିଲେ। ସେ କର୍ମ ଯୋଗକୁ ଶ୍ରୀମଦ୍ ଭଗବଦ୍ ଗୀତାର ଶ୍ରେଷ୍ଠତା ବୋଲି କହିଛନ୍ତି।       

ଯେପରି ଆମକୁ ଦିଲ୍ଲୀ ଯିବାର ଅଛି ତ, ସେଥିପାଇଁ ଅନେକ ମାର୍ଗ ଅଛି - ଆକାଶ ମାର୍ଗ, ରେଳ ମାର୍ଗ ଓ ସଡ଼କ ମାର୍ଗ। ଲୋକମାନେ ନିଜର କ୍ଷମତା ଓ ସୁବିଧା ଅନୁସାରେ ମାର୍ଗ ନିଶ୍ଚିତ କରନ୍ତି।   

ସନ୍ଥ ଜ୍ଞାନେଶ୍ଵର ମହାରାଜ ମଧ୍ୟ ଏହି ଦୁଇ ମାର୍ଗ ବିଷୟରେ ଉଲ୍ଲେଖ କରିଛନ୍ତି -

हे मार्ग जरी दोन्हीं। परि एकवटतीं निदानीं।

जैसी सिद्धसाध्य भोजनीं। तृप्ति एक।।

ସିଦ୍ଧ ଭୋଜନ ଅର୍ଥାତ୍ ପୂର୍ବରୁ ପ୍ରସ୍ତୁତ ହୋଇ ସାରିଥିବା ଭୋଜନ, ସୁବିଧାରେ ଉପଲବ୍ଧ ହୋଇଯାଏ। କିନ୍ତୁ ସାଧ୍ୟ ଭୋଜନ, ଯାହାକୁ ପ୍ରସ୍ତୁତ କରିବାକୁ ପଡ଼େ, ତାହା ପାଇଁ ପରିଶ୍ରମ କରିବାକୁ ପଡେ। ଦୁଇଟି ଯାକ ଭୋଜନରେ ପେଟ ପୁରେ ଓ ତୃପ୍ତି ମଧ୍ୟ ମିଳେ। ସିଦ୍ଧ ଭୋଜନ ପାଇଁ ସାଧ୍ୟ ଭୋଜନ ପ୍ରସ୍ତୁତ କରିବାକୁ ହୁଏ। କର୍ମ ଯୋଗ ସାଧ୍ୟ ଭୋଜନ ହେଲେ, ଜ୍ଞାନ ଯୋଗ ସିଦ୍ଧ ଭୋଜନ ଅଟେ।       

ଗୋଟିଏ ସିଦ୍ଧ ଭୋଜନ ଏବଂ ଅନ୍ୟଟି ସାଧ୍ୟ ଭୋଜନ। ସିଦ୍ଧ ଭୋଜନ ପୂର୍ବ ପ୍ରସ୍ତୁତ, ତୁରନ୍ତ ତୃପ୍ତି ଦାୟକ। ସାଧ୍ୟ ଭୋଜନକୁ ପ୍ରଥମରୁ ପ୍ରସ୍ତୁତ କରିବାକୁ ହୁଏ। ଏହିପରି ଜ୍ଞାନ ଯୋଗ ସିଦ୍ଧ ଭୋଜନ ହେଲେ, କର୍ମ ଯୋଗ ସାଧ୍ୟ ଭୋଜନ ଯାହାକୁ ପ୍ରଥମରୁ ପ୍ରସ୍ତୁତ କରିବାକୁ ହୁଏ। ଯେଉଁ ମହାପୁରୁଷମାନେ,ଏହି ଜୀବନରେ ଜ୍ଞାନ ଯୋଗ ସାଧନ କରିପାରିଛନ୍ତି, ସେମାନେ ଅବଶ୍ୟ ପୂର୍ବ କେତୋଟି ଜନ୍ମରୁ କର୍ମ ଯୋଗର ସାଧନାରେ ସିଦ୍ଧି ଲାଭ କରି ସାରିଛନ୍ତି। ଜ୍ଞାନେଶ୍ଵର ମହାରାଜ କହିଛନ୍ତି :

देखें उत्प्लवनासरिसा, पक्षी फळासि झोंबे जैसा।

सांगें नरु केवीं तैसा, पावे वेगां ॥ ४१ ॥   

ଯେପରି ପକ୍ଷୀଟିଏ ଫଳ ଖାଇବା ପାଇଁ ଉଡ଼ିଯାଇ ସିଧା ଫଳ ପାଖରେ ପହଞ୍ଚି ଯାଏ। ହେଲେ ମନୁଷ୍ୟକୁ ସେହି ଫଳ ପାଇବା ପାଇଁ ଧୀରେ ଧୀରେ ଗଛ ଉପରେ ଚଢ଼ିବାକୁ ହୁଏ। ଯାହାର ଯେପରି ଯୋଗ୍ୟତା ସେହି ଅନୁସାରେ ସେମାନେ ଉଚିତ୍ ପଥରେ ଅଗ୍ରସର ହୁଅନ୍ତି। ଶ୍ରୀ ଭଗବାନ ଅର୍ଜୁନଙ୍କୁ ଏହା ବୁଝାଇବାକୁ ଚାହୁଁଛନ୍ତି କି ଅର୍ଜୁନ ଜ୍ଞାନ ଯୋଗ ଅପେକ୍ଷା କର୍ମଯୋଗର ବେଶୀ ଅଧିକାରୀ। ଜ୍ଞାନ ଯୋଗରେ ପରିପକ୍ୱତା ଆଣିବା ପାଇଁ କର୍ମଯୋଗର ହିଁ ଆଶ୍ରୟ ନେବାକୁ ହୁଏ।ଏହି ସନ୍ଦର୍ଭରେ ଜ୍ଞାନେଶ୍ଵର ମହାରାଜଙ୍କର ଏକ ସୁନ୍ଦର ଉକ୍ତି :-

यालागीं सुमनु आणि शुद्धमती, जो अनिंदकु अनन्यगती।

पैं गा गौप्यही परि तयाप्रती, चावळिजें सुखें ॥ ४० ॥     

ସନ୍ଥ ଶ୍ରୀ ଗୋନ୍ଦୱଲେକର ମହାରାଜଙ୍କର ଏକ ପ୍ରସଙ୍ଗ ଅଛି। ମହାରାଜ ଗୋଟିଏ ମନ୍ଦିର ପ୍ରାଙ୍ଗଣରେ ନିଜ ଶିଷ୍ୟମାନଙ୍କୁ ରାମ ନାମ ଜପର ଶିକ୍ଷା ଦେଉଥିଲେ। ସେହି ମନ୍ଦିରରେ ନିର୍ମାଣ କାର୍ଯ୍ୟ ଚାଲିଥିଲା। କାର୍ଯ୍ୟରତ ଶ୍ରମିକ ମନେ ଶିଷ୍ୟମାନଙ୍କୁ ଦେଖି ଶିଷ୍ୟମାନଙ୍କ ଜୀବନ କେତେ ସୁଖକର ବୋଲି ଚିନ୍ତା କଲେ। ଏହି କଥା ଶୁଣି ଗୋନ୍ଦୱଲେକର ମହାରାଜ ଶ୍ରମିକ ମାନଙ୍କୁ ଦୁଇଗୁଣ ମଜୁରୀ ଦେବେ ଓ ବଦଳରେ ସେମାନଙ୍କୁ ରାମ ନାମ ଜପ କରିବାକୁ କହିଲେ। ଶ୍ରମିକ ମାନେ ଖୁସିରେ ରାଜି ହୋଇଗଲେ। ହେଲେ କିଛି ସମୟ ପରେ, ସେମାନେ ଉଠି ଯାଇ ପୁନଃ ନିଜ ନିଜର ନିର୍ମାଣ କାର୍ଯ୍ୟରେ ଲାଗିଗଲେ।  

ଶ୍ରୀ ଭଗବାନ ଅର୍ଜୁନଙ୍କୁ ଏହା ବୁଝାଇବା ପାଇଁ ଚାହୁଁଛନ୍ତି କି ସମସ୍ତଙ୍କର ଯୋଗ୍ୟତା ଭିନ୍ନ ଭିନ୍ନ ପ୍ରକାରର ହୋଇଥାଏ। ପ୍ରତ୍ୟେକଙ୍କୁ ନିଜ ନିଜର ପ୍ରବୃତ୍ତି ଅନୁସାରେ କର୍ମ କରିବା ଉଚିତ୍।       

ଏଠାରେ ଶ୍ରୀ ଭଗବାନ ଅର୍ଜୁନଙ୍କୁ ଏକ ମହତ୍ତ୍ଵପୂର୍ଣ୍ଣ ବିଷୟ କହୁଛନ୍ତି କି, କର୍ମ ଯୋଗର ସୋପାନ ଦ୍ଵାରା ହିଁ ଜ୍ଞାନ ଯୋଗ ପ୍ରାପ୍ତ ହୋଇପାରିବ ।

3.4

ନ କର୍ମଣାମନାରମ୍ଭାନ୍, ନୈଷ୍କର୍ମ୍ୟଂ(ମ୍) ପୁରୁଷୋଽଶ୍ନୁତେ
ନ ଚ ସନ୍ନ୍ୟସନାଦେବ, ସିଦ୍ଧିଂ(ମ୍) ସମଧିଗଚ୍ଛତି॥4॥

ମନୁଷ୍ୟ କର୍ମାଚରଣ ନ କରି ନିଷ୍କର୍ମତା ବା ଯୋଗନିଷ୍ଠା ପାଇପାରେ ନାହିଁ, କି କେବଳ କର୍ମ ତ୍ୟାଗ କରିଦେଇ ସିଦ୍ଧି ଅର୍ଥାତ୍ ସାଂଖ୍ୟନିଷ୍ଠା ପାଇପାରେ ନାହିଁ ।

ବିବେଚନ –

ଶ୍ରୀ ଭଗବାନ ଅର୍ଜୁନଙ୍କୁ ଗୋଟିଏ ମହତ୍ତ୍ୱପୂର୍ଣ୍ଣ ବିଷୟ ବୁଝାଇବାକୁ ଚାହିଁଛନ୍ତି। ନୈଷ୍କର୍ମ୍ୟତାର ଅର୍ଥ - ଯେତେବେଳେ କିଛି ପାଇବା,  କିଛି ଜାଣିବା କିମ୍ବା କିଛି କରିବା ବାକି ନଥାଏ। ଏହା ଏକ ଉଚ୍ଚତର ଅବସ୍ଥା ସିଦ୍ଧି ପ୍ରାପ୍ତିର ଅବସ୍ଥା। ହେଲେ ଅର୍ଜୁନ ଅକର୍ମଣ୍ୟ ହେବାକୁ ଚାହୁଁଥିଲେ,  ଯାହା ଶ୍ରୀ ଭଗବାନ ଚାହୁଁ ନଥିଲେ। କାରଣ କେବଳ କର୍ମ ତ୍ୟାଗ କରିବା ଦ୍ବାରା ଆମେ  କର୍ମ ମୁକ୍ତ ହୋଇପାରିବା ନାହିଁ।         

କାର୍ ଚଳାଇବାକୁ ହେଲେ ପ୍ରଥମେ କାର୍ ଚାଳନା ଶିଖିବାକୁ ପଡ଼ିଥାଏ। ବହୁତ ଅଭ୍ୟାସ ପରେ ସେଥିରେ କୁଶଳତା ଆସେ। ତାପରେ ଅନାୟସରେ ଗିୟର, କ୍ଲ୍ୟଚ୍ ଏବଂ ବ୍ରେକ୍ ବ୍ୟବହାର କରିହୁଏ। ସେହିପରି କର୍ମ କରି କରି ଅନ୍ତିମ ଅବସ୍ଥାରେ ପହଞ୍ଚିବା ହିଁ ନିଷ୍କର୍ମ ଯାହା ସ୍ଵତଃ ସମ୍ଭବ ହୋଇଯାଇଥାଏ।   

ଯଦି ଏହା କଳ୍ପନା କରାଯାଏ ଯେ, ଭଗବାନ ଅର୍ଜୁନଙ୍କୁ କର୍ମ ତ୍ୟାଗ କରି, ଜ୍ଞାନ ମାର୍ଗରେ ପ୍ରବୃତ୍ତ କରିଥାନ୍ତେ, ତାହେଲେ ଭୌତିକ ରୂପରେ ତ ‘ କର୍ମ ତ୍ୟାଗ ହୋଇ ଯାଇଥାନ୍ତା, ହେଲେ ଅର୍ଜୁନଙ୍କ ମନ ଧ୍ୟାନରେ ଲାଗି ନଥାନ୍ତା। ଯେହେତୁ ଅର୍ଜୁନ କ୍ଷତ୍ରିୟ, ତାଙ୍କ ମନ ଯୁଦ୍ଧ ଭୂମିରେ ହିଁ ରହିଥାନ୍ତା।

तत्रात्मा, यत्र वै मन:

ଆମର ମନ ଯେଉଁଠାରେ ଥାଏ, ଆତ୍ମା ମଧ୍ୟ ସେହିଠାରେ ହିଁ ଅବସ୍ଥାନ କରେ। କର୍ମ ସମ୍ପାଦନା କରିବା ବିନା, ନୈଷ୍କର୍ମ୍ୟ ପ୍ରାପ୍ତି ହୋଇପାରେ ନାହିଁ। ନୈଷ୍କର୍ମ୍ୟର ଅର୍ଥ ହେଉଛି, ଜ୍ଞାନରେ ମଗ୍ନ ରହିବା। ସବୁ କର୍ମ ଈଶ୍ୱରଙ୍କୁ ସମର୍ପଣ କରି, କର୍ତ୍ତବ୍ୟ କରି ଚାଲିଲେ, ଜ୍ଞାନ ମାର୍ଗର ପ୍ରାପ୍ତି ହୋଇଥାଏ।

3.5

ନ ହି କଶ୍ଚିତ୍କ୍ଷଣମପି, ଜାତୁ ତିଷ୍ଠତ୍ୟକର୍ମକୃତ୍
କାର୍ୟତେ ହ୍ୟବଶଃ(ଖ୍) କର୍ମ, ସର୍ବଃ(ଫ୍) ପ୍ରକୃତିଜୈର୍ଗୁଣୈଃ॥5॥

ଏହା ନିଃସନ୍ଦେହ ଯେ, କୌଣସି ମନୁଷ୍ୟ କୌଣସି ସମୟରେ କ୍ଷଣେ ସୁଦ୍ଧା କର୍ମ ନ କରି ରହିପାରିବ ନାହିଁ। କାରଣ ସମସ୍ତ ପ୍ରାଣୀ ପ୍ରକୃତିରୁ ଉତ୍ପନ୍ନ ଗୁଣମାନଙ୍କ ଦ୍ୱାରା ପରବଶ ହୋଇ କର୍ମ କରିବାକୁ ବାଧ୍ୟ ହୁଅନ୍ତି।

ବିବେଚନ -

ଶ୍ରୀ ଭଗବାନ ଅର୍ଜୁନଙ୍କୁ କହୁଛନ୍ତି କି କୌଣସି ମନୁଷ୍ୟ କୌଣସି ଅବସ୍ଥାରେ ମଧ୍ୟ ବିନା କର୍ମ କରି ରହିପାରିବ ନାହିଁ। ଶ୍ୱାସ ନେବା, ଶୁଣିବା, ମନରେ ବିଚାର ଆଣିବା ମଧ୍ୟ ଗୋଟିଏ ଗୋଟିଏ କର୍ମ।

ଆମେ କର୍ମ କରିବାକୁ ନ ଚାହିଁଲେ ମଧ୍ୟ, ଆମର ଇନ୍ଦ୍ରିୟ ସବୁ କର୍ମ ଲିପ୍ତ, ଯାହା ଫଳରେ ଆମେ ଶୁଣି ପାରୁ, ଦେଖିପାରୁ, ଶୁଙ୍ଘି ପାରୁ ଓ କଥା କହି ପାରୁ। ବସିବା ମଧ୍ୟ ଗୋଟିଏ କର୍ମ। ପ୍ରକୃତି ଜନିତ ତିନିଗୁଣ ଯଥା - ସତ୍ତ୍ଵ, ରଜ ଓ ତମ ଗୁଣର ଆମେ ଅଧୀନ। ଗତିମାନ କ୍ରିୟା ସମାପ୍ତ ହେଲା ପରେ ମଧ୍ୟ ଆମ ମନ ସେଥିରୁ ନିବୃତ୍ତ ହୋଇପାରେ ନାହିଁ। ବର୍ହି କ୍ରିୟା ହେଉ ନଥିଲେ ମଧ୍ୟ ଶରୀର ଭିତରେ, ପାଚନ କ୍ରିୟା, ହୃଦୟ ଗତି, ଶ୍ୱାସ କ୍ରିୟା ଆଦି ନିରନ୍ତର କ୍ରିୟାଶୀଳ ରହେ। ଜୀବନ ଧାରଣ ପାଇଁ ନିଦ୍ରା ସମୟରେ ମଧ୍ୟ ଆମେ କ୍ରିୟାଶୀଳ ରହୁ। ଚତୁର୍ଦ୍ଦଶ ଓ ପଞ୍ଚଦଶ ଅଧ୍ୟାୟରେ ଆମେ ଦେଖିଅଛୁ -

     ସତ୍ତ୍ଵ - ଜ୍ଞାନର ପ୍ରକାଶ

     ରଜ - କ୍ରିୟାଶୀଳତା

     ତମ - ମନ୍ଥର ଅଥବା କ୍ରିୟା ଶୂନ୍ୟତା   

ପ୍ରକୃତିର ଏହି ତିନି ଗୁଣ ମନୁଷ୍ୟକୁ ମାନସିକ ବନ୍ଧନରେ ବାନ୍ଧି ରଖନ୍ତି। ଆମେ ଗୀତା ଅଧ୍ୟୟନ କରୁଛେ,ଏହା ସତ୍ତ୍ଵ ଗୁଣ। କିଛି ସମୟ ପରେ ଅନ୍ୟ କାମରେ ଲାଗିଯାଉ,ଏହା ରଜୋ ଗୁଣ। ସତ୍ତ୍ଵକୁ ଦମନ କରି ରଜୋ ଗୁଣ ପ୍ରଭାବଶାଳୀ ହୋଇଯାଏ। ରାତ୍ରିରେ ସବୁ ଇଚ୍ଛାକୁ ଦମନ କରି ଶୋଇଯାଉ, ତେଣୁ ଏହା ତମୋ ଗୁଣ।

ଭଗବାନ କହୁଛନ୍ତି ଏହି ତିନିଗୁଣ ଯାହା ମନୁଷ୍ୟର ମାନସିକ ବନ୍ଧନ, ପ୍ରକୃତି ସହ ହିଁ ଉତ୍ପନ୍ନ ହୁଅନ୍ତି। ଯେପରି ପଙ୍କରୁ ପଦ୍ମର ସୃଷ୍ଟି, ସେହିପରି ଏହି ତିନିଗୁଣ ପ୍ରକୃତିରୁ ହିଁ ସୃଷ୍ଟି ହୋଇଥାନ୍ତି। ସେଥିପାଇଁ କ୍ରିୟା ଗତିଶୀଳ ରହେ।

ପ୍ରକୃତିର ଗୁଣ କାରଣରୁ ହିଁ କର୍ମ ସମ୍ପାଦନ ହୁଏ। ଶ୍ରୀ ଭଗବାନ ଅର୍ଜୁନଙ୍କୁ କହୁଛନ୍ତି, ସେ କର୍ମ ତ୍ୟାଗ କରିପାରନ୍ତି ହେଲେ କର୍ମର ବନ୍ଧନରୁ ମନ ମୁକ୍ତ ହୋଇ ପାରିବ ନାହିଁ। ଆମେ ମାଙ୍କଡ଼ର ତିନି ମୂର୍ତ୍ତି - ଆଖି ଉପରେ, କାନ ଉପରେ ଓ ମୁହଁରେ ପଟି ବାନ୍ଧି ଥିବାର ଦେଖି ଅଛେ। ହେଲେ ମନ ଦ୍ଵାରା ଏସବୁ କରିବା କଠିନ। ଆମେ ଆଖିରେ ଚଷମା ପିନ୍ଧିଲେ ମଧ୍ୟ ଆଖିରେ ଦେଖୁଥିବା ଦୃଶ୍ୟ ମନରେ ଅଙ୍କିତ ହୋଇଯାଏ। ଏଠାରେ ପ୍ରଶ୍ନ ଉଠେ - ମନ କେଉଁଠାରେ ଅଛି, କଣ ଚିନ୍ତା ବିଚାର କରୁଛି ?   

ପ୍ରକୃତରେ ମନ ଭଲ ଗୁଣର ପ୍ରଦର୍ଶନ କରି ଯଦି ଅନ୍ତରରେ ଖରାପ ଚିନ୍ତା ରଖିଥାଏ, ତାହା ହେଲେ ଏହା ଦମ୍ଭ ପ୍ରବୃତ୍ତି ଓ ଛଳନା ବୋଲି ଶ୍ରୀ ଭଗବାନ ଅର୍ଜୁନଙ୍କୁ କହିଛନ୍ତି। ଷୋଡଶ ଅଧ୍ୟାୟରେ ଶ୍ରୀ ଭଗବାନ କହିଛନ୍ତି -

दम्भो दर्पोऽभिमानश्च क्रोधः पारुष्यमेव च।

अज्ञानं चाभिजातस्य पार्थ सम्पदमासुरीम्।।16.4।।   

ସେଥିପାଇଁ, ସମସ୍ତ ଦୋଷ ସ୍ୱୀକାର କରି, ସେଥିରୁ ନିବୃତ୍ତିର ଭାବନା ମନରେ ଆଣିବା ପାଇଁ ଶ୍ରୀମଦ୍ ଭଗବଦ୍ ଗୀତା କହିଛନ୍ତି। ସେ ଆମକୁ ଆମର ସବୁ ଦୋଷରୁ ମୁକ୍ତ କରିଦେବେ। ଯେପରି ମାଆ ନିଜ ସନ୍ତାନର ଶରୀରର ସମସ୍ତ ମଇଳା ସଫା କରିଦିଏ, ସେହିପରି ଶ୍ରୀମଦ୍ ଭଗବଦ୍ଗୀତା ମାଆ ପରି ଆମ ମନର ସବୁ ମଇଳା ସଫା କରିଦିଅନ୍ତି। ସେଥିପାଇଁ ଶ୍ରୀମଦ୍ ଭଗବଦ୍ ଗୀତାକୁ ଅମ୍ବ କୁହାଯାଇଛି।

अम्ब त्वामनुसन्दधामि भगवद्गीते भवद्वेषिनीम्।

ଜ୍ଞାନ ଗ୍ରହଣ କରିବା ସତ୍ତ୍ଵ ଗୁଣ, କାମ କରିବା ରଜୋ ଗୁଣ ଏବଂ କାମ ନକରି ଆଳସ୍ୟ କରିବା ତମୋ ଗୁଣ ଅଟେ। ଆମେ ସବୁ ଏହାର ଅଧୀନ ହୋଇଯାଉ,କାରଣ ଆମେ ଏହି ବନ୍ଧନରେ ବାନ୍ଧି ହୋଇ ରହିଅଛୁ।

3.6

କର୍ମେନ୍ଦ୍ରିୟାଣି ସଂୟମ୍ୟ, ୟ ଆସ୍ତେ ମନସା ସ୍ମରନ୍
ଇନ୍ଦ୍ରିୟାର୍ଥାନ୍ୱିମୂଢାତ୍ମା, ମିଥ୍ୟାଚାରଃ(ସ୍) ସ ଉଚ୍ୟତେ॥6॥

ଯେଉଁ ମୂଢବୁଦ୍ଧି ମନୁଷ୍ୟ ସମସ୍ତ ଇନ୍ଦ୍ରିୟଙ୍କୁ ବଳପୂର୍ବକ ରୁଦ୍ଧ କରିଦେଇ ମନ ଦ୍ଵାରା ସେହି ଇନ୍ଦ୍ରିୟମାନଙ୍କର ବିଷୟକୁ ଚିନ୍ତନ କରୁଥାଏ, ସେ ମିଥ୍ୟାଚାରୀ ଅର୍ଥାତ୍ ଦମ୍ଭୀ ବୋଲି କଥିତ ହୁଏ।

ବିବେଚନ -

ଶ୍ରୀ ଭଗବାନ ଅର୍ଜୁନଙ୍କୁ କହିଛନ୍ତି କର୍ମ ତ୍ୟାଗ କରିବା ଅର୍ଥାତ୍ କର୍ମର ପରିଣାମରୁ ମୁକ୍ତ ହେବା। ଜ୍ଞାନେନ୍ଦ୍ରିୟ ଓ କର୍ମେନ୍ଦ୍ରିୟ ନିରନ୍ତର କାର୍ଯ୍ୟ କରିଥାନ୍ତି। ଅଜ୍ଞାନୀ ମନୁଷ୍ୟ ହିଁ ଇନ୍ଦ୍ରିୟଙ୍କୁ ବଳପୂର୍ବକ ରୁଦ୍ଧ କରିଥାଏ; ଯଦିଓ ସେ ମନରେ ଇନ୍ଦ୍ରିୟ ବିଷୟରେ ଚିନ୍ତନ କରିଥାଏ। ଉପରେ ନିର୍ଲିପ୍ତ ଭାବ ଦେଖାଇଲେ ମଧ୍ୟ, ମନ ଲିପ୍ତ ହିଁ ରହିଥାଏ। ଏହା ଛଳ ଓ କପଟଚାରିତା। ଯେପରି ଆମେ ମାଙ୍କଡର ତିନି ମୂର୍ତ୍ତିରୁ ଏହା ଜାଣିଲୁ ଯେ, ଖରାପ କଥା ଶୁଣିବା ନାହିଁ, ଖରାପ କଥା ଦେଖିବା ନାହିଁ ଏବଂ ଖରାପ କଥା କହିବା ନାହିଁ। ହେଲେ ଆମେ ଠିକ୍ ଏପରି କରି ପାରୁନାହୁଁ। ଆମେ ମନରେ ଖରାପ ଶୁଣୁଛେ, ଖରାପ ଦେଖୁଛେ ଏବଂ ଖରାପ ଚିନ୍ତନ କରୁଅଛେ। ଶ୍ରୀ ଭଗବାନ କହୁଛନ୍ତି ଏପରି ବାହାରୁ ଇନ୍ଦ୍ରିୟଙ୍କୁ ବଳପୂର୍ବକ ଦମନ କରିବା ଦମ୍ଭ, ଛଳନା ଅଟେ। ଏହିପରି ମିଥ୍ୟାଚାରି ମନୁଷ୍ୟ ଜ୍ଞାନ ମାର୍ଗରେ ସ୍ଥିର ରହିପାରନ୍ତି ନାହିଁ।     

ଏହାପରେ ଭଗବାନ କହିଛନ୍ତି -

मिथ्याचारः(स्) स उच्यते,   

ଏହା ମିଥ୍ୟା ଚାର ଅଟେ। ଆମେ ଭଲ ଦେଖାଇ, ଖରାପକୁ ଲୁଚାଇ ଦେଉ। ପ୍ରକୃତିର ନିୟମ ହେଉଛି, ଯାହା ଆମେ ଲୁଚାଉ, ତାହା ସ୍ଵତଃ ସମସ୍ତଙ୍କୁ ଜ୍ଞାତ ହୋଇଯାଏ।ଆମେ ନିଜର ଦୂର୍ଗୁଣକୁ ରୁଦ୍ଧ କରି ରଖୁ। ଶ୍ରୀମଦ୍ ଭଗବଦ୍ ଗୀତା, ଆମର ଦୂର୍ଗୁଣକୁ ଦୂର କରି ଆମକୁ ଦୋଷମୁକ୍ତ କରିଦିଅନ୍ତି।

ଏକ ପ୍ରସଙ୍ଗରୁ ଏହା ଜାଣିହେବ। ଜଣେ ଗୁରୁଙ୍କର ଦୁଇଜଣ ଶିଷ୍ୟ ଥିଲେ। ଗୁରୁ ସବୁବେଳେ ଉପଦେଶ ଦେଉଥିଲେ କି, କାମିନୀ ଅର୍ଥାତ୍ ସ୍ତ୍ରୀ ଓ କାଞ୍ଚନ ଅର୍ଥାତ୍ ସ୍ଵର୍ଣ୍ଣ, ଏମାନଙ୍କୁ ସ୍ପର୍ଶ ନକରିବା ପାଇଁ।

ଥରେ କୌଣସି ଏକ କାମରେ ସେ ଦୁହିଁଙ୍କୁ ଅନ୍ୟ ଏକ ଗ୍ରାମକୁ ପଠାଗଲା। ରାସ୍ତାରେ ନଦୀ ଥିଲା। ନଦୀରେ ବନ୍ୟା ଆସିଥିଲା। ଜଣେ ଯୁବତୀ ସହାୟତା ପାଇଁ ଚିତ୍କାର କରୁଥିଲେ। ଜଣେ ଶିଷ୍ୟ ତୁରନ୍ତ ନଦୀକୁ ଡେଇଁ ଯୁବତୀଙ୍କୁ ପାଣିରୁ ଉଦ୍ଧାର କରି ଆଣିଲେ। ସେ ସ୍ତ୍ରୀ ସ୍ଵର୍ଣ୍ଣ ଆଭୂଷଣ ମଧ୍ୟ ଧାରଣ କରିଥିଲେ। ଅନ୍ୟ ଶିଷ୍ୟ ଜଣକ ଏହା ଦେଖିଲେ। ସେ ରାତି ସାରା ଶୋଇ ପାରିଲେ ନାହିଁ। ପ୍ରଥମ ଶିଷ୍ୟ ଗୁରୁଜୀଙ୍କ ଆଜ୍ଞା ଉଲଙ୍ଘନ କରିଛନ୍ତି, ଏହା ଚିନ୍ତା କରି, ପରଦିନ ସେ ଗୁରୁଜୀଙ୍କୁ ସମସ୍ତ ବିଷୟ କହିଲେ।

ଗୁରୁଦେବ ଅନ୍ୟ ଶିଷ୍ୟଙ୍କୁ ଡକାଇ ଏ ବିଷୟରେ ଜାଣିବାକୁ ଚାହିଁଲେ। ଶିଷ୍ୟ ଜଣକ ସ୍ବୀକାର କଲେ ଯେ ଏହା ସତ୍ୟ, କେବଳ ଜଣଙ୍କର ଜୀବନ ରକ୍ଷା କରିବାକୁ ସେ ଏହା କରିଥିବା ବେଳେ, ତାଙ୍କର ପରିଚୟ ବିଷୟରେ ସେ ଚିନ୍ତା କରିନାହାନ୍ତି ବୋଲି କହିଲେ। ତାଙ୍କୁ ଉଦ୍ଧାର କଲାପରେ ସେ ନିଜ କାମରେ ମନ ନିବେଶ କରିଥିବାର କହିଲେ।     

ଗୁରୁଦେବ ଅନ୍ୟ ଶିଷ୍ୟଙ୍କୁ ବୁଝାଇ କହିଲେ ଅନ୍ୟର ଜୀବନ ରକ୍ଷା କରିଥିବା ଶିଷ୍ୟ ଜଣକ ଏ ବିଷୟ ଭୁଲିଗଲେଣି, ହେଲେ ତୁମେ ଦୁଇ ଦିନ ଧରି ସେହି କଥାକୁ ମନରେ ଧରି ରଖିଛ। ମନ ଦ୍ଵାରା ମନକୁ ନିୟନ୍ତ୍ରଣ କରି, ଇନ୍ଦ୍ରିୟଙ୍କୁ ସଂଯମରେ ରଖିବାର ଆବଶ୍ୟକତା ଅଛି। ଭଗବାନ କହୁଛନ୍ତି ବାହାରେ ପ୍ରଦର୍ଶନ ପାଇଁ ଯାହା କରାଯାଏ, ତାହା ମିଥ୍ୟାଚାର ଅଟେ।

3.7

ୟସ୍ତ୍ୱିନ୍ଦ୍ରିୟାଣି ମନସା, ନିୟମ୍ୟାରଭତେଽର୍ଜୁନ
କର୍ମେନ୍ଦ୍ରିୟୈଃ(ଖ୍) କର୍ମୟୋଗମ୍, ଅସକ୍ତଃ(ସ୍) ସ ବିଶିଷ୍ୟତେ॥7॥

କିନ୍ତୁ ହେ ଅର୍ଜୁନ! ଯେଉଁ ପୁରୁଷ ମନ ଦ୍ୱାରା ଇନ୍ଦ୍ରିୟମାନଙ୍କୁ ବଶ କରି ଅନାସକ୍ତ ହୋଇ ସମସ୍ତ ଇନ୍ଦ୍ରିୟ ଦ୍ୱାରା କର୍ମଯୋଗ ଆଚରଣ କରନ୍ତି, ସେ ଶ୍ରେଷ୍ଠ ଅଟନ୍ତି।

ବିବେଚନ-

ଭଗବାନ କହୁଛନ୍ତି କି, ହେ ଅର୍ଜୁନ ! ଯେଉଁ ବ୍ୟକ୍ତି ମନରେ ଇନ୍ଦ୍ରିୟ ଗୁଡ଼ିକୁ ନିୟନ୍ତ୍ରଣ କରେ, ଆସକ୍ତି ରହିତ ହୋଇ ନିଷ୍କାମ ଭାବରେ ସମସ୍ତ ଇନ୍ଦ୍ରିୟ ଦ୍ଵାରା କର୍ମ ଯୋଗର ଆଚରଣ କରେ ସେ ହିଁ ସର୍ବଶ୍ରେଷ୍ଠ ଅଟେ।     

ହେ ଅର୍ଜୁନ ନିଜର ଇନ୍ଦ୍ରିୟ ଗୁଡ଼ିକୁ ମନ ଦ୍ଵାରା ନିୟନ୍ତ୍ରଣ କର। ତୁମେ ଦେଖ ଆମର ମନ ଯେଉଁଠି ଥାଏ ଆମେ ସେଠାରେ ରହିଥାଉ। ତେଣୁ ମନକୁ ତାଲିମ ଦିଅ। ଆମେ ପିଲାମାନଙ୍କୁ ପରୀକ୍ଷା ସମୟରେ ପଢିବାକୁ କହୁ। ମାତ୍ର ଯଦି ସେତେବେଳେ ସେଠାରେ ଆଇ.ପି.ଏଲ୍ ମ୍ୟାଚ ଚାଲିଥିବ, ତେବେ ତାର ମନ କ'ଣ ପଢିବାରେ ଲାଗିବ କି। କାରଣ ତାର ମନ ତ ପଢିବାକୁ ପ୍ରସ୍ତୁତ ନଥାଏ। ଜ୍ଞାନେଶ୍ଵର ମହାରାଜ କହିଛନ୍ତି,     

ऐसी युक्ति ची येणी हाथे, इन्द्रियां वोपी जे भाते,

ते सन्तोषे सी वाढते, मन चि करी।     

ମନକୁ ତର୍କ ଦ୍ଵାରା କାମରେ ଲଗାଅ। ଯଦି କୌଣସି ବିଷୟରେ ମନ ଲାଗିଯାଇଛି ସେଥିପାଇଁ ମନ ଛଟପଟ ହେଉଛି ତେବେ କିଛି ସମୟ ପାଇଁ ମନକୁ ସେହି ବିଷୟ ପାଇଁ ଦେବା ଉଚିତ୍। ତେବେ ଯାଇ ସେଥିରୁ ମୁକ୍ତି ପାଇବ। କିଛି ସମୟ ପାଇଁ ଖେଳ ଦେଖି ନିଅ ତାପରେ ପଢିବାରେ ମନ ଲଗାଅ। ଏହିପରି ତର୍କ ଦ୍ଵାରା ମନକୁ ବ୍ୟବହାର କରିବା ଆବଶ୍ୟକ। ଭଗବାନ କହୁଛନ୍ତି ତର୍କ ଦ୍ଵାରା ମନକୁ ନିୟନ୍ତ୍ରଣ କର। ଏହାକୁ ଭଲ କାର୍ଯ୍ୟରେ ବ୍ୟବହାର କର।

ଇଂରାଜୀରେ ଏକ ପ୍ରବାଦ ଅଛି,

Work while you work, play while you play,

That's the way to be happy and gay. 

ଯେତେବେଳେ ତୁମେ କାମ କରୁଛ କେବଳ କାମ କର, ସେହି ସମୟରେ ଅନ୍ୟ ଚିନ୍ତା କରିନାହିଁ। ଖେଳୁଥିବା ବେଳେ ପାଠ ଚିନ୍ତା କରିନାହିଁ। ମନକୁ ସେହିଠାରେ ସ୍ଥିର ରଖ ଯେଉଁଠି ତୁମେ ଅଛ। ସେହି ମୂହୁର୍ତ୍ତର ଆନନ୍ଦକୁ ଉପଭୋଗ କର। ବର୍ତ୍ତମାନରେ ରୁହ। ଧୀରେ ଧୀରେ ମନକୁ ନିୟନ୍ତ୍ରଣ କର। ମନକୁ ଲଗାମହୀନ ଭାବେ ଛାଡନାହିଁ। କେବେକେବେ ଆମେ କୁସଙ୍ଗରେ ପଡ଼ି ଭୁଲ୍ ରାସ୍ତା ଆପଣାଉ। ଭଗବାନ କହୁଛନ୍ତି ମନ ଦ୍ଵାରା ଇନ୍ଦ୍ରିୟଗୁଡ଼ିକୁ ନିୟନ୍ତ୍ରଣରେ ରଖ ତେବେ ଜୀବନର ପଥ ପରିଷ୍କାର ହୋଇଯିବ। ଏପରି କୁହାଯାଇଛି ଯେ,

मन के हारे हार है, मन के जीते जीत।         

ଏହି ସୃଷ୍ଟିର ପ୍ରତ୍ୟେକ ଜୀବ ନିଜର ନିୟତ କର୍ମ ନେଇ ଆସିଥାଏ। ପ୍ରତ୍ୟେକ ଜୀବର କର୍ମ ଓ ତାର ଫଳ ନିର୍ଦ୍ଧାରିତ ହୋଇଥାଏ। ତେଣୁ ଆମେ ଆମର ନିର୍ଦ୍ଧାରିତ କର୍ମ କରିବା ଆବଶ୍ୟକ। ଏହା ସର୍ବୋତ୍ତମ ହେବ। ଶରୀର ନିର୍ବାହ ପାଇଁ କର୍ମ କରିବା ଆବଶ୍ୟକ ।

ଯଦି ଏହି ପୃଥିବୀର ପ୍ରତ୍ୟେକ ଜୀବ ନିଜର ନିୟତ କର୍ମ କରିବେ, ତେବେ ସୃଷ୍ଟିର ରୂପ ଅଲଗା ହୋଇଯିବ। ଆମର ସ୍ବାର୍ଥ ପାଇଁ ଆମର କର୍ମକୁ ଭୁଲି ସୃଷ୍ଟିର ବିନାଶ କରୁଅଛୁ। ଅଜ୍ଞାନତା ବଶତଃ କର୍ମ ତ୍ୟାଗ କରି ଜ୍ଞାନ ପ୍ରାପ୍ତି ପାଇଁ ଯାଉଛନ୍ତି। ଫଳରେ ନା ଜ୍ଞାନ ମିଳୁଛି ନା ଆମର କଲ୍ୟାଣ ହେଉଛି।     

ଭଗବାନ କହୁଛନ୍ତି ହେ ଅର୍ଜୁନ! ତୁମେ ଅକର୍ମା ହେବାକୁ ଚେଷ୍ଟା କରନାହିଁ। ସନ୍ଥ ଜ୍ଞାନେଶ୍ଵର ମହାରାଜ କହିଛନ୍ତି, ତୁମେ ଗୋଟିଏ ସ୍ଥାନରେ ବସିରହିଲେ ତୁମର ଅନ୍ୟ ଇନ୍ଦ୍ରିୟଗୁଡିକ କ'ଣ କାମ କରିବା ବନ୍ଦ କରିଦେବେ। ତୁମର ନାସିକା ଆଘ୍ରାଣ କରିବା ବନ୍ଦ କରି ଦେବକି? ତୁମର ଚକ୍ଷୁ କ'ଣ ଦେଖିବା ବନ୍ଦ କରଦେବ? ନା ତୁମ କାନ ଶୁଣିବା ବନ୍ଦ କରିଦେବ। ନା! ଆମର କର୍ମେନ୍ଦ୍ରିୟ ଗୁଡ଼ିକ ଦ୍ଵାରା ନିରନ୍ତର କାର୍ଯ୍ୟ ଜାରି ରହିଛି। ତେଣୁ ନିଷ୍କାମ ଅବସ୍ଥା ଲାଭ କରିବାକୁ ତୁମେ କର୍ମ କର।

ପରବର୍ତ୍ତୀ ଶ୍ଳୋକରେ ଭଗବାନ ଅର୍ଜୁନଙ୍କ ମାଧ୍ୟମରେ ଆମ ପାଇଁ ରହସ୍ୟ ପ୍ରକାଶ କରିଛନ୍ତି ।

3.8

ନିୟତଂ(ଙ୍) କୁରୁ କର୍ମ ତ୍ୱଂ(ଙ୍), କର୍ମ ଜ୍ୟାୟୋ ହ୍ୟକର୍ମଣଃ
ଶରୀରୟାତ୍ରାପି ଚ ତେ, ନ ପ୍ରସିଦ୍ଧ୍ୟେଦକର୍ମଣଃ॥8॥

ତୁମେ ଶାସ୍ତ୍ରବିହିତ କର୍ତ୍ତବ୍ଯ-କର୍ମ କର; କାରଣ କର୍ମ ନ କରିବା ଠାରୁ କର୍ମ କରିବା ଶ୍ରେଷ୍ଠ; ତଥା କର୍ମ ନ କଲେ ତୁମର ଶରୀର ଶରୀରନିର୍ବାହ ମଧ୍ୟ ସିଦ୍ଧ ହୋଇପାରିବ ନାହିଁ।

ବିବେଚନ-

ଏଠାରେ ଭଗବାନ କହୁଛନ୍ତି କି, ହେ ଅର୍ଜୁନ ଶାସ୍ତ୍ରବିଧି ଅନୁସାରେ ନିଜର ନିୟତ କର୍ମ କର। ଏହି ଅଧ୍ୟାୟଟି ଏତେ ସୁନ୍ଦର ଯେ ଏହାକୁ ଶୁଣିବା ପାଇଁ ବହୁତ କମ୍ ସମୟ ଲାଗେ। ଗୁରୁଦେବଙ୍କ ମୁଖାରବିନ୍ଦରୁ ଏହି ଅଧ୍ୟାୟର ବର୍ଣ୍ଣନା ଶୁଣିଲେ ଅତ୍ୟନ୍ତ ଆନନ୍ଦ ଲାଭ ହୁଏ। ସୁଖର ସୀମା ରହେନାହିଁ। ପରମାନନ୍ଦ ପ୍ରାପ୍ତ ହୁଏ। ଆମର ନିୟତ କର୍ମ କ'ଣ?, ଆମପାଇଁ କେଉଁଟା ଉପଯୁକ୍ତ ମନରେ ଏହି ପ୍ରଶ୍ନ ଉଠିବା ସ୍ଵଭାବିକ।

ଭଗବାନ ନିର୍ଦ୍ଦେଶ ଦେଇଛନ୍ତି ଯେ ଅକର୍ମଣ୍ୟତା ସମ୍ଭବ ନୁହେଁ। ଅର୍ଥାତ୍ ପ୍ରତ୍ୟେକଙ୍କୁ କର୍ମ କରିବା ଆବଶ୍ୟକ। କର୍ମ ନକରିବା ଠାରୁ ନିଶ୍ଚିତ କର୍ମ କରିବା ଉତ୍ତମ ଅଟେ। ଶରୀର ନିର୍ବାହ ପାଇଁ କର୍ମ କରିବା ଆବଶ୍ୟକ। ଅର୍ଜୁନ, ତୁମେ କର୍ମ ତ୍ୟାଗ କଲେ ତୁମର ନିୟତ କର୍ମ କିପରି ହେବ? ତୁମ ଶରୀରର ନିର୍ବାହ କିପରି ହେବ। ତୁମେ କଣ ଜୀବନ ନିର୍ବାହ ପାଇଁ ଭିକ୍ଷା ବୃତ୍ତି ଉପରେ ନିର୍ଭର କରିବ। ଶ୍ରୀମଦ୍ଭଗବଦ୍ ଗୀତା ଏ‌ହା କରିବା ପାଇଁ ଶିକ୍ଷା ଦିଏନାହିଁ। ଆଜିକାଲି ଗେରୁଆ ବସ୍ତ୍ର ଧାରଣ କରିଥିବା ଅନେକ ସାଧୁ ନିଜ କର୍ମ ତ୍ୟାଗ କରି ଭିକ୍ଷା ଉପରେ ନିର୍ଭର କରି ଚଳୁଛନ୍ତି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ସ୍ଥିତି ଅଟେ। ଆମ ଦେଶରେ  ଜ୍ଞାନର ଉପାସନାକୁ ସର୍ବୋଚ୍ଚ ସ୍ଥାନ ଦିଆଯାଇଛି। ଯେଉଁମାନଙ୍କର ଜ୍ଞାନର ଯୋଗ୍ୟତା ନାହିଁ ସେମାନେ ମଧ୍ୟ କର୍ମ ଛାଡି ଦେଇଛନ୍ତି। ତେଣୁ ସେମାନଙ୍କର ଅଭ୍ୟୁଦୟ ତ ହୋଇପାରେନାହିଁ, ତା ସହ ନିଶ୍ରେୟସ ମଧ୍ୟ ଚାଲିଯାଏ। ଧର୍ମର ରଥରେ ଦୁଇଟି ଚକ ଥାଏ। ଗୋଟିଏ ’ଭୌତିକ ଉନ୍ନତି ଅର୍ଥାତ୍ ଅଭ୍ୟୁଦୟ’ ଦ୍ଵିତୀୟଟି ’ନିଶ୍ରେୟସ ଅର୍ଥାତ୍ ଆତ୍ମିକ ଶାନ୍ତି’ ମାନେ ପରମ କଲ୍ୟାଣ। ଏ ଦୁଇଟି ଏକା ସାଙ୍ଗରେ ଯିବା ଉଚିତ୍।

ଆମକୁ ଶ୍ରୀମଦ୍ଭଗବଦ୍ ଗୀତା ପାଠ କରିବା ଉଚିତ୍, ମାତ୍ର ଆମର ଦାୟିତ୍ଵକୁ ତ୍ୟାଗ କରିବା ଅନୁଚିତ। ନିଜର ବ୍ୟବସାୟକୁ ଛାଡି ଦେବା, ଜ୍ଞାତି କୁଟୁମ୍ବଙ୍କୁ ଛାଡ଼ିଦେବା ପାଇଁ ଭଗବାନ କହିନାହାନ୍ତି। ନିଜର ନିୟତ କର୍ମ କରିବା ସହିତ ଶ୍ରୀମଦ୍ଭଗବଦ୍ ଗୀତାକୁ ଅନୁସରଣ କର। ଯେପରି ଜଣେ ଗୃହିଣୀର କର୍ମ ଘରର ଯତ୍ନ ନେବା। ଶିକ୍ଷକର କର୍ମ ଶିକ୍ଷା ଦାନ କରିବା। କଳ୍ପନା କରନ୍ତୁ ଯଦି ଭଗବାନଙ୍କ ଆଦେଶରେ ସବୁ ନିୟତ କାର୍ଯ୍ୟ କରନ୍ତି ତେବେ ଏହି ଦୁନିଆ କିପରି ହୁଅନ୍ତା, ସୃଷ୍ଟି କିପରି ସୁନ୍ଦର ଦେଖା ଯାଆନ୍ତା ! ଏହା ଭଗବାନ କହିବାକୁ ଚାହୁଁଛନ୍ତି।

3.9

ୟଜ୍ଞାର୍ଥାତ୍କର୍ମଣୋଽନ୍ୟତ୍ର, ଲୋକୋଽୟଂ(ଙ୍) କର୍ମବନ୍ଧନଃ
ତଦର୍ଥଂ(ଙ୍) କର୍ମ କୌନ୍ତେୟ, ମୁକ୍ତସଙ୍ଗଃ(ସ୍) ସମାଚର॥9॥

ଯଜ୍ଞ ପାଇଁ କରାଯାଉଥିବା କର୍ମ ଛଡ଼ା ଅନ୍ୟ କର୍ମ ମାନଙ୍କରେ ଲାଗି ରହିବା ଫଳରେ ହିଁ ଏହି ମନୁଷ୍ୟ ସମୁଦାୟ କର୍ମ ଦ୍ୱାରା ବାନ୍ଧି ହୁଅନ୍ତି। ତେଣୁ ହେ ଅର୍ଜୁନ ! ତୁମେ ଆସକ୍ତିରହିତ ହୋଇ କେବଳ ଯଜ୍ଞ ନିମିତ୍ତ ହିଁ ଭଲଭାବରେ କର୍ତ୍ତବ୍ଯ କର୍ମ ଆଚରଣ କର।

3.9 writeup

3.10

ସହୟଜ୍ଞାଃ(ଫ୍) ପ୍ରଜାଃ(ସ୍) ସୃଷ୍ଟ୍ୱା, ପୁରୋବାଚ ପ୍ରଜାପତିଃ
ଅନେନ ପ୍ରସବିଷ୍ୟଧ୍ୱମ୍, ଏଷ ବୋଽସ୍ତ୍ୱିଷ୍ଟକାମଧୁକ୍॥10॥

ପ୍ରଜାପତି ବ୍ରହ୍ମା କଳ୍ପର ପ୍ରାରମ୍ଭରେ ଯଜ୍ଞ ସହିତ ପ୍ରଜାମାନଙ୍କୁ ରଚନା କରି ସେମାନଙ୍କୁ କହିଥିଲେ, 'ତୁମ୍ଭେମାନେ ଏହି ଯଜ୍ଞ ଦ୍ବାରା ବୃଦ୍ଧି ପ୍ରାପ୍ତ ହୁଅ ଏବଂ ଏହି ଯଜ୍ଞ ତୁମ୍ଭମାନଙ୍କର ବାଞ୍ଛିତଭୋଗପ୍ରଦାୟକ ହେଉ'।

ବିବେଚନ -  

ଏହି ଶ୍ଳୋକରେ ଭଗବାନଙ୍କର ଅତୀବ ପ୍ରିୟ ଶଦ୍ଦ ବ୍ୟବହୃତ ହୋଇଛି, “ଯଜ୍ଞ”। ଶ୍ରୀମଦ୍ଭଗବଦ୍ ଗୀତାରେ ଏହା ଭଗବାନଙ୍କର ପ୍ରିୟ ଶଦ୍ଦ। ଆମେ ଯଜ୍ଞର ଅର୍ଥ ଅଗ୍ନିରେ ଆହୁତି ଦେବାକୁ ବୁଝିଥାଉ। ଏହା କେବଳ ଦେବତାମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ହେଉଥିବା ଯଜ୍ଞ । ବାୟୂଦେଵ, ବରୁଣ ଦେବତା, ଅଗ୍ନି ଦେବତା ସୃଷ୍ଟି ପରିଚାଳନା କରୁଥିବା ସମସ୍ତ ଦେବାଦେବୀଙ୍କୁ ଆହୁତି ଦିଆଯାଉଥିବା ଯଜ୍ଞ ହେଉଛି ବୈଦିକ ଅନୁଷ୍ଠାନ, ଯାହା ଅତ୍ୟନ୍ତ ମହତ୍ତ୍ଵପୂର୍ଣ୍ଣ  ଓ  ଅତ୍ୟାବଶ୍ୟକ ଅଟେ।

ଶ୍ରୀମଦ୍ଭଗବଦ୍ ଗୀତା ଅନୁସାରେ, ଯଜ୍ଞ ଶଦ୍ଦର ଅର୍ଥ ହେଉଛି ସୃଷ୍ଟିର କଲ୍ୟାଣ ପାଇଁ ସଙ୍ଗଠିତ ଭାବେ ସଦଭାବନାର ସହ କରାଯାଉଥିବା କାର୍ଯ୍ୟ। ଯଜ୍ଞ ନିମିତ୍ତ କରାଯାଉଥିବା କର୍ମକୁ ଛାଡି ଅନ୍ୟ ସମସ୍ତ କର୍ମ ମନୁଷ୍ୟକୁ ବନ୍ଧନରେ ବାନ୍ଧି ରଖେ, ଯାହାର ପରିଣାମ ତାକୁ ଭୋଗିବାକୁ ପଡିଥାଏ।  

ଯଜ୍ଞମୟୀ ଜୀବନ ନାମରେ ଗୁରୁଦେବଙ୍କର ଏକ ସୁନ୍ଦର ପୁସ୍ତକ ଅଛି। ଉତ୍ତମ ପୁରୁଷଙ୍କର ଜୀବନ ଯଜ୍ଞମୟୀ ହୋଇଥାଏ। ଯଜ୍ଞ ଜୀବନକୁ ଉତ୍କର୍ଷ ଆଡ଼କୁ ନେଇଯାଏ। ଯେପରି ଯଜ୍ଞରେ ଦିଆଯାଉଥିବା ଆହୁତିରେ ଅଗ୍ନିର ଶିଖା ପ୍ରଜ୍ବଳିତ ହୋଇ ଉପରକୁ ଉଠିଥାଏ। ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ପରମ ଆଚାର୍ଯ୍ୟ ଶ୍ରୀ ଗୋଲବଲକର ଜୀ (ଗୁରୁଜୀ) ସଂଘର ନିଃସ୍ୱାର୍ଥ ସେବାପାଇଁ ଏକ ମୂଳ ମନ୍ତ୍ର ଦେଇଛନ୍ତି।

“ଇଦଂ ନ ମମ୍, ରାଷ୍ଟ୍ରାୟ ସ୍ଵାହା”

‘ତେରା ତୁଝକୋ ଅର୍ପଣ‘ ଅର୍ଥାତ୍ ହେ ଈଶ୍ଵର ଯାହା ତୁମର ତାହା ତୁମକୁ ହିଁ ଅର୍ପଣ କରୁଛି। ଏହା ଏକ ସୁନ୍ଦର ଭାବନା। ଏହି ଭାବନା ହିଁ ଯଜ୍ଞର ସଂକଳ୍ପବଦ୍ଧତା । ସନ୍ଥ ଜ୍ଞାନେଶ୍ଵର ମହାରାଜ କୁହନ୍ତି ବ୍ରହ୍ମାଣ୍ଡର ଆତ୍ମା ରୂପରେ ସ୍ଥିତ ପରମାତ୍ମା ସନ୍ତୁଷ୍ଟ ହୁଅନ୍ତୁ ଏହାହିଁ ଯଜ୍ଞର ଧାରଣା। ଏହି ସୃଷ୍ଟି ନିର୍ମାଣ ଏକ ଯଜ୍ଞ ରୂପରେ ଏକ ସଂଗଠନ ରୂପରେ ହେଇଛି। ଏଠାରେ ପ୍ରତ୍ୟେକ ଜୀବ ପରସ୍ପର ଉପରେ ନିର୍ଭରଶୀଳ। କେହି ଏକାକୀ ଜୀବନ ବିତାଇ ପାରିବେ ନାହିଁ। ନିଜକୁ ଆତ୍ମନିର୍ଭରଶୀଳ କହିବା ଭୁଲ୍ ଧାରଣା। ଆମର କେହି ଲାଳନପାଳନ କଲେ, କେହି ସମୃଦ୍ଧି ପାଇଁ ଚେଷ୍ଟାକଲେ। କୌଣସି ବିଦ୍ୟାଳୟରେ ଶିକ୍ଷା ଲାଭ କଲେ, ଗୁରୁଜନଙ୍କଠାରୁ ଜ୍ଞାନ ଆହରଣ କଲେ, ଗ୍ରନ୍ଥାଗାରରୁ ଗ୍ରନ୍ଥ ନେଲେ, ସେହି ଗ୍ରନ୍ଥକୁ ମଧ୍ୟ କେହି ରଚନା କରିଛନ୍ତି। ଏହିପରି ଆମେ ସମସ୍ତଙ୍କ ଉପରେ ନିର୍ଭର, ତଥା ସେମାନଙ୍କ ପାଖରେ ଋଣୀ। ସେଥିପାଇଁ ମନୁଷ୍ୟର ଚାରି ପ୍ରକାରର ଋଣ ହୋଇଥାଏ।

1- ଋଷି ଋଣ

2- ଦେବ ଋଣ

3- ପିତୃ ଋଣ

4- ସମାଜ ବା ରାଷ୍ଟ୍ର ଋଣ      

ମନୁଷ୍ୟ ଏକୁଟିଆ ଜୀବନ ଜୀଇଁ ପାରେ ନାହିଁ। ଥରେ ମୋ ପାଖକୁ ଜଣେ ଧନୀ ମହିଳା ଗୀତା ଶିଖିବାକୁ ଆସୁଥିଲେ। ଯେତେବେଳେ ଏହି ଅଧ୍ୟାୟର ପାଠ କରାଗଲା ସେହି ମହିଳା କହିଲେ ଯେ ସେ କାହା ଉପରେ ନିର୍ଭରଶୀଳ ନୁହନ୍ତି। ମୁଁ କହିଲି ଜୀଵନ ଅଛି ମାନେ ଆମେ ଅନ୍ୟ ଉପରେ ନିର୍ଭରଶୀଳ। କିନ୍ତୁ ସେ ମାନିଲେ ନାହିଁଁ। ମୁଁ ପଚାରିଲି କାହିଁକି ନିର୍ଭର ନୁହେଁ।ସେ କହିଲେ ମୋର ପ୍ରଚୁର ଧନ ଅଛି । ମୁଁ ଧନ ଦେଇ ସବୁକିଛି କିଣି ପାରିବି ମୋ ପାଖରେ ଅନେକ ସେବକ ଅଛନ୍ତି। ମୁଁ କହିଲି ଆପଣ କେବେ ବେମାର ପଡିଛନ୍ତି? ଆପଣ ଔଷଧ ଖାଇଛନ୍ତି? କ'ଣ ଔଷଧ ଟଙ୍କା ପଇସାରେ ନିର୍ମିତ ଅଟେ କି? ନାହିଁ ଏହା ତିଆରି କରିବା ପାଇଁ ଅନେକ ଲୋକ ଜଡ଼ିତ ଥାଆନ୍ତି। ଆଜି ମଧ୍ୟ ବିଜୁଳି କର୍ମଚାରୀମାନେ ଭୀଷଣ ଗରମରେ ବିଦ୍ୟୁତ ଖୁଣ୍ଟରେ ଚଢ଼ି କାର୍ଯ୍ୟ କରୁଛନ୍ତି। ସେମାନଙ୍କ ପାଖରେ କୌଣସି ସାଧନ ନାହିଁ। ଆମେ କ'ଣ ତାଙ୍କ ଉପରେ ନିର୍ଭର କରୁନାହାନ୍ତି କି?    

କେହିକେହି ଭାବନ୍ତି ସେମାନଙ୍କ ପାଖରେ ଅନେକ ଧନସମ୍ପଦ ଅଛି ଯାହା ଚାହିଁବେ କରିପାରିବେ। ଏହା ତାଙ୍କର ଭୁଲ୍ ଧାରଣା କାହିଁକି ନା ଟଙ୍କାପଇସାରେ ସାମଗ୍ରୀ କିଣିପାରିବେ ମାତ୍ର ତାକୁ ତିଆରି କରିପାରିବେ ନାହିଁ। ସେଥିପାଇଁ ଜୀବନ ଯଜ୍ଞମୟୀ ଅଟେ, ଯଜ୍ଞର ଭାବନାରେ କରାଯାଉଥିବା ପ୍ରତ୍ୟେକ କାର୍ଯ୍ୟ ବନ୍ଧନରୁ ମୁକ୍ତ କରାଏ। ଯଜ୍ଞର ଭାବନାରେ ନ କରୁଥିବା କାର୍ଯ୍ୟ ମନୁଷ୍ୟକୁ କର୍ମ ବନ୍ଧନ ରୂପେ ଭୋଗିବାକୁ ପଡିବ।    

ଭଗବାନ ମାତା କୁନ୍ତୀଙ୍କୁ ମନେପକାଇ ଅର୍ଜୁନଙ୍କୁ କୌନ୍ତେୟ ବୋଲି ସମ୍ବୋଧିତ କଲେ। ମାତା କୁନ୍ତୀ କିପରି ନିଜ ସ୍ଵାମୀଙ୍କ ମୃତ୍ୟୁ ପରେ ତୁମର ପ୍ରେରଣାଦାୟୀ ହୋଇ ଏପର୍ଯ୍ୟନ୍ତ ଆଣିଲେ। ସେଥିପାଇଁ ସୃଷ୍ଟିର କଲ୍ୟାଣ ପାଇଁ ତୁମେ ନିଜର କର୍ତ୍ତବ୍ୟ କର। ଫଳରେ ଇଚ୍ଛା ଓ ପରିଣାମ ଚିନ୍ତା ନକରି କର୍ମ କରିଚାଲ।        

ଯକ୍ଷର ପ୍ରଶ୍ନର ଉତ୍ତର ଦେଇ ଯୁଦ୍ଧିଷ୍ଠିର କହିଥିଲେ ସ୍ବଧର୍ମ ପାଳନ ପାଇଁ ଯେଉଁ କଷ୍ଟ କରିବାକୁ ପଡ଼େ ତାହା ତପ ଅଟେ। କଳ୍ପର ପ୍ରାରମ୍ଭରେ ପ୍ରଜାପତି ବ୍ରହ୍ମା ମଧ୍ୟ ସହଯୋଗରେ ସୃଷ୍ଟିର ରଚନା କରିଥିଲେ। ଭଗବାନ ଚାହାନ୍ତି ତୁମେ ନିଜେ ନିଜର କର୍ତ୍ତବ୍ୟ କର୍ମ କରି ଉତ୍କର୍ଷର ଚରମ ସୀମା ପ୍ରାପ୍ତ କର। ଏହି ଯଜ୍ଞ ତୁମପାଇଁ ତୁମର ଇଷ୍ଟ କାମନା ଗୁଡ଼ିକୁ ସିଦ୍ଧ କରିଦେଉ।      

ଯଦି ଆପଣ କୌଣସି ବଡ଼ ଯଜ୍ଞ କରି ନ ପାରୁଛନ୍ତି ତେବେ ସେଥିପାଇଁ ଜୀବନକୁ ଯଜ୍ଞମୟ କରିବାର ସଙ୍କଳ୍ପ ନେବାପାଇଁ ସନ୍ଥ ଜ୍ଞାନେଶ୍ଵର ମହାରାଜ କହିଛନ୍ତି -

स्वधर्म जो बापा। तो नित्ययज्ञु जाण पां।

म्हणौनि वर्ततां तेथ पापा । संचारु नाहीं ॥ ८१॥

ସ୍ବଧର୍ମର ପାଳନ କରିବା ନିତ୍ୟ ଯଜ୍ଞ ଅଟେ। ଯେଉଁଥିରେ ଆମେ ସମସ୍ତ ପାପରୁ ମୁକ୍ତ ହୋଇପାରିବ। ଜ୍ଞାନେଶ୍ଵର ମହାରାଜ ସାଧାରଣ ଜୀବନରେ ଉନ୍ନତିର ମାର୍ଗ ଦେଖାଇଛନ୍ତି ।

ଏହାପରେ ପ୍ରାର୍ଥନାର ସହ ଏହି ସାରଗର୍ଭକ ଆଲୋଚନା ସତ୍ର ସମାପନ ହେଲା ଓ ପ୍ରଶ୍ନୋତ୍ତର କାର୍ଯ୍ୟ ଆରମ୍ଭ ହେଲା।

 ଜୟ ଶ୍ରୀକୃଷ୍ଣ !



ପ୍ରଶ୍ନୋତ୍ତର :

ପ୍ରଶ୍ନକର୍ତ୍ତା - ଆଶିଷ ଅଗ୍ରଵାଲଜୀ

ପ୍ରଶ୍ନ - ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ ବେଳେ ନାରୀମାନଙ୍କୁ ଓଁ ଉଚ୍ଚାରଣ କରିବା କଥା ନୁହେଁ କି ?

ଉତ୍ତର - ନାରୀଙ୍କ ଶରୀର ବ୍ୟବସ୍ଥା ପାଇଁ ଏପରି କୁହIଯାଇଛି I ଗର୍ଭାବସ୍ଥା ବା ମାସିକ ଅବସ୍ଥା କାରଣରୁ ଏହା କୁହIଯାଇଛି I ହ୍ରୀଂ  ର ଉଚ୍ଚାରଣ ନାରୀମାନଙ୍କ ପାଇଁ ଅଧିକ ଶ୍ରେଷ୍ଠ I   କିଛି ଶବ୍ଦ ଉଚ୍ଚାରଣର କଲେ ଅଧିକ ଉର୍ଜା ଉତ୍ପନ ହୋଇଥାଏ ଓ ନାରୀଙ୍କ କୋମଳ ଶରୀର ପାଇଁ ଏପରି କୁହIଯାଇଥାଇପାରେ I ସତର ଅଧ୍ୟାୟରେ କୁହIଯାଇଛି -

ૐ तत्सदिति निर्देशो ब्रह्मणस्त्रिविधः स्मृतः।

ब्राह्मणास्तेन वेदाश्च, यज्ञाश्च विहिताः पुरा॥ 17:23॥                                                               

ପରମାତ୍ମାଙ୍କ ପ୍ରାର୍ଥନା କରିବାବେଳେ ଓଁ ର ଉଚ୍ଚାରଣ ନାରୀମାନଙ୍କ ଦ୍ୱାରା କରିବା ଅନୁଚିତ ନୁହଁ I ମୋତେ ଏହା ପ୍ରତୀତ ହେଉଛି ।

ପ୍ରଶ୍ନକର୍ତ୍ତା - ଶ୍ରୀଧରଜୀ

ପ୍ରଶ୍ନ - ମନୁଷ୍ୟର ଜୀବନରେ ଚାରି ଋଣ କାହାକୁ କହନ୍ତି?

ଉତ୍ତର - ଋଷି ଋଣ, ଦେବ ଋଣ, ପିତୃ ଋଣ, ଓ ସମାଜ ଋଣ


ପ୍ରଶ୍ନକର୍ତ୍ତା - ଉଦୟ ଚନ୍ଦ୍ରିକାଜୀ

ପ୍ରଶ୍ନ - ମୋତେ ସମସ୍ତେ ଉତ୍ତର ମାଗୁଛନ୍ତି କି ଗୀତା ପାଠ ଶିଖି କରି କଣ କରୁଛ I ତୁମ ଭିତରେ ବିଶେଷ କିଛି ପରିବର୍ତ୍ତନ ନଜରକୁ ଆସୁନାହିଁ I ଛାଡିଦେଉ ନାହଁ କାହଁକି ?

ଉତ୍ତର - ଆପଣଙ୍କୁ ଏତିକି ବୁଝାଇବାକୁ ହେବ ଭଗବାନ ଆପଣଙ୍କ ଉପରେ ଅସୀମ କୃପା କରିଛନ୍ତି ସେଥିପାଇଁ ଆପଣ ଗୀତାଜୀଙ୍କ ସହ ଯୋଡି ହୋଇଛନ୍ତି I ଆପଣ ଆପଣଙ୍କ ମାର୍ଗରେ ଦମ୍ଭର ସହ ଗତିମାନ ରହିବI ଉଚିତ I ଲୋକମାନଙ୍କ କଥାରେ ଅଧିକ ଧ୍ୟାନ ଦେବା ଉଚିତ ନୁହେଁ I ପ୍ରୟାସ ଜାରି ରଖିବେକି ଆପଣଙ୍କ ଚତୁର୍ପାଶ୍ୱରେ ଥିବା ଅଧିକ ଅଧିକ ଜନ ଗୀତାଜୀଙ୍କ ସହ ଯୋଡି ହୁଅନ୍ତୁ I


ପ୍ରଶ୍ନକର୍ତ୍ତା - ଦେବେନ୍ଦ୍ରଜୀ

ପ୍ରଶ୍ନ - ଗୀତା ରୁପୀ ଜ୍ଞାନକୁ ହୃଦୟରେ ଗ୍ରହଣ କରିବା, ହୃଦୟଙ୍ଗମ କରିବା କିପରି, ଜୀବନରେ ସମ୍ପୃକ୍ତ କରିବା କିପରି ?

ଉତ୍ତର - ଏହାର ଗୋଟିଏ ମାର୍ଗ ହେଲା ଆପଣ ପ୍ରାତଃ କାଳରେ ଗୀତାଜୀଙ୍କ କୌଣସି ଗୋଟିଏ ଶ୍ଲୋକ ପାଠ କରି ଏହାର ଚିନ୍ତନ କରନ୍ତୁ I କର୍ମ କରୁଥିବା ବେଳେ ମଧ୍ୟ ତାହାର ଚିନ୍ତନ ଜାରି ରଖନ୍ତୁ। ଯଦି ଏହିପରି ଅନୁସନ୍ଧାନ କରୁଥିବା ତେବେ ଗୀତାଜୀ ଜୀବନରେ ସଂଯୁକ୍ତ ହୋଇ ସରଳ ହୋଇଯିବେ I ଧୀରେ ଧୀରେ ଶାନ୍ତ ଅନୁଭୁତି ହେବ I


= = = = = =   ଓଁ ଶ୍ରୀ କୃଷ୍ଣାର୍ପଣ ମସ୍ତୁ = = = = = =