विवेचन सारांश
ସତ୍ତ୍ୱ ଗୁଣ, ରଜୋ ଗୁଣ ଏବଂ ତମୋ ଗୁଣର ମାନକ ଅନୁପାତ ସହିତ ଜୀବନଯାପନ

ID: 4763
उड़िया - ଓଡ଼ିଆ
ରବିବାର, 28 ଏପ୍ରିଲ୍ 2024
ଅଧ୍ୟାୟ 14: ଗୁଣତ୍ରୟବିଭାଗ ଯୋଗ
1/2 (ଶ୍ଳୋକ 1-10)
ବିବେଚକ: ଗୀତା ବିଶାରଦ ଡାଃ ଆଶୂ ଗୋୟଲ ଜୀ


ଉପକ୍ରମଣିକା :

ଶ୍ରୀ ହରି ନାମ ସଂକୀର୍ତ୍ତନ, ପ୍ରାରମ୍ଭିକ ପ୍ରାର୍ଥନା ଏବଂ ଦୀପ ପ୍ରଜ୍ବଳନ ପରେ ଅଧିବେଶନ ଆରମ୍ଭ ହୋଇଥିଲା ଏବଂ ଈଶ୍ବରଙ୍କ ଅସୀମ ଅନୁଗ୍ରହରୁ ଆମ ସମସ୍ତଙ୍କ ମଧ୍ୟରେ ଏପରି ଶୁଭ ଭାଗ୍ୟ ଜାଗ୍ରତ ହୋଇଥିଲା l ଯେଉଁମାନେ ଶ୍ରୀମଦଭଗବତଗୀତାକୁ ପଢିବା, ଏହାକୁ ବୁଝିବା, ଜାଣିବା, ଏହାର ଉଚ୍ଚାରଣ ଶିଖିବା, ଏହାର ଅର୍ଥ ଶୁଣିବା, ଏହାର ବ୍ୟାଖ୍ୟା ଶୁଣିବା, ଏହାର ଅଧ୍ୟୟନ କରିବା, ଏହାର ଗୁଣ ବିଷୟରେ ଚିନ୍ତନ କରିବା ଏବଂ ଏହାର ନୀତିଗୁଡିକୁ ବୁଝିବା ଦ୍ୱାରା ସେସବୁକୁ (କାର୍ଯ୍ୟକୁ) ନିଜ ଜୀବନରେ ଆପଣେଇବା ପାଇଁ ଆମେ ସତତ ପ୍ରୟାସ କରୁଛେ l ଲାଗୁଛି ଯେପରି ଭଗବାନ ଆମକୁ ବହୁତ ଆଶୀର୍ବାଦ କରିଛନ୍ତି l ଜଣା ନାହିଁ ଏହା ଆମର ଏହି ଜନ୍ମର ସୁକର୍ମ ପାଇଁ ନା ଏହା ଆମର ପୂର୍ବ ଜନ୍ମର ସୁକର୍ମ ପାଇଁ ନା କୌଣସି ସନ୍ଥ, ମହାପୁରୁଷଙ୍କର କୃପା ଦୃଷ୍ଟି (ଆଶୀର୍ବାଦ) ଯୋଗୁଁ ଆମ ଜୀବନରେ ଏପରି ସୌଭାଗ୍ୟ ଜାଗ୍ରତ ହୋଇଅଛି l ବୋଧେ ଶ୍ରୀମଦଭଗବତଗୀତାକୁ ପଢିବା ଓ ଜାଣିବା ପାଇଁ ଭଗବାନ ଆମକୁ ମନୋନୀତ କରିଛନ୍ତି l ବିଭିନ୍ନ ଅଧ୍ୟାୟ ବିଷୟରେ ଚିନ୍ତା କରି, ଆମେ ଗୀତାର ଅଠର ପାହାଚ ଉପରକୁ ଯାଉଛୁ l ଗତ ସପ୍ତାହରେ ଆମେ ନବମ ଅଧ୍ୟାୟ ସମାପ୍ତ କରିଥିଲୁ - “ରାଜ ବିଦ୍ୟା ରାଜ ଗୁହ୍ୟ ଯୋଗ” l ଆଜି, ଆମେ ଅତି ଗୁରୁତ୍ୱପୂର୍ଣ ଜ୍ଞାନ ଯୋଗର ଶିଖର ଅଧ୍ୟାୟ ଗୁଣତ୍ରୟ ଯୋଗ ବିଷୟରେ ଚିନ୍ତନ କରିବା ପାଇଁ ଚତୁର୍ଦ୍ଦଶ ଅଧ୍ୟାୟ ଆରମ୍ଭ କରିଛୁ l

ଯିଏ ତିନି ଗୁଣଠାରୁ ଅଧିକ ତାକୁ ଗୁଣାତୀତ କହନ୍ତି l ଏହାର କିପରି ଉତ୍ପନ୍ନ ହେଲା? ଆମେ ଏହି ଅଧ୍ୟାୟରେ ଆଲୋଚନା କରିବା ତଥା କାଳ ଗଣନା ଓ ତିନୋଟି ଗୁଣ (ସତ୍ୱ, ରଜ, ତମ) ବିଷୟରେ ମଧ୍ୟ ଚିନ୍ତନ କରିବା l ଆମେ ମଧ୍ୟ ବୁଝିବାକୁ ଚେଷ୍ଟା କରିବା ଯେ ଏହି ତିନୋଟି ଗୁଣ ସହିତ ଜଣେ କିପରି ଗୁଣାତୀତ (ସର୍ବଶ୍ରେଷ୍ଠ ଯୋଗୀ) ହୋଇପାରିବ l

ସପ୍ତମ ଅଧ୍ୟାୟରୁ ତ୍ରୟୋଦଶ ଅଧ୍ୟାୟ ପର୍ଯ୍ୟନ୍ତ, ଭଗବାନ ଜ୍ଞାନ ଯୋଗକୁ ବିଭିନ୍ନ ଉପାୟରେ ଅର୍ଜୁନଙ୍କୁ ବୁଝାଇଥିଲେ l ଅଷ୍ଟମ ଅଧ୍ୟାୟରେ ଅର୍ଜୁନ ଏହି ବିଷୟରେ ଆଲୋଚନା କରିଥିଲେ l ନବମ ଅଧ୍ୟାୟରେ ଈଶ୍ବର ପୁଣି ସେହି ବିଷୟକୁ ଫେରି ଆସିଲେ l ତ୍ରୟୋଦଶ ଅଧ୍ୟାୟରେ ଭଗବାନ ଯେତେବେଳେ ଅର୍ଜୁନଙ୍କୁ ଏ ବିଷୟରେ କହୁଥିଲେ, ଭଗବାନଙ୍କୁ ଲାଗୁଥିଲା କି ଅର୍ଜୁନ କିଛି ଉତ୍ତର ଦେବେ l ଯେତେବେଳେ ବକ୍ତା କିଛି କହୁଛନ୍ତି, ସାମ୍ନାରେ ବସିଥିବା ବ୍ୟକ୍ତି ବେଳେବେଳେ ମୁଣ୍ଡ ହଲାଇ ସୂଚାଇଥାଏ, ବେଳେବେଳେ ହଁ କହିଥାଏ କିମ୍ବା ବେଳେବେଳେ ବୁଝିପାରିଲି ବୋଲି କିଛି ନା କିଛି ଅଭିବ୍ୟକ୍ତି ପ୍ରଦାନ କରିଥାଏ l

ଏହା ଏକ ସ୍ୱାଭାବିକ ବିଷୟ ଯେ ଯେତେବେଳେ ଜଣେ ବ୍ୟକ୍ତି କଥାବାର୍ତ୍ତା କରନ୍ତି, ସେତେବେଳେ ସେ ଅନ୍ୟ ଜଣଙ୍କର ଅଭିବ୍ୟକ୍ତିରୁ ଜାଣି ପାରନ୍ତି ଯେ ସେ କେତେ ବୁଝିପାରିଛନ୍ତି ଏବଂ ସେ କେତେ ବୁଝି ପାରିନାହାନ୍ତି l ଯଦି ଅନ୍ୟ ବ୍ୟକ୍ତିଙ୍କ ମୁହଁରେ ଏକ ପୃଥକ୍ ପ୍ରଶ୍ନ ଚିହ୍ନ ଦେଖାଯାଏ, ତେବେ ବକ୍ତା ବୁଝିପାରନ୍ତି ଯେ ବର୍ତ୍ତମାନ ତାଙ୍କୁ ମୋତେ ଆହୁରି ବୁଝେଇବା ଦରକାର ଓ ଏହାକୁ ଅଧିକ ବିସ୍ତୃତ ଭାବରେ ବ୍ୟାଖ୍ୟା କରିବାର ଆବଶ୍ୟକତା ଅଛି l ବର୍ତ୍ତମାନ ମୁଁ ଏହାକୁ ସଠିକ ଭାବରେ ବୁଝାଇପାରି ନାହିଁ l ଯେତେବେଳେ ଭଗବାନ ତ୍ରୟୋଦଶ ଅଧ୍ୟାୟ ପୂର୍ଣ୍ଣ କରି ତାଙ୍କ କଥା ସମାପ୍ତ କଲେ, ସେତେବେଳେ ଅର୍ଜୁନଙ୍କ ମୁହଁରେ ଏକ ପ୍ରଶ୍ନ ଚି଼ହ୍ନ ଥିଲା l ଅର୍ଜୁନ ସମ୍ପୂର୍ଣ୍ଣ ଖାଲି ଥିଲେ ; ମୁଖରେ ନା କୌଣସି ଅଭିବ୍ୟକ୍ତି ନା କୌଣସି ପ୍ରତିକ୍ରିୟା - ଅନୁଭବ ହେଲା ଯେ, ଏବେ ଅର୍ଜୁନ ଈଶ୍ବରଙ୍କ ବାକ୍ୟକୁ ବୁଝିପାରିଛନ୍ତି l ଅର୍ଜୁନଙ୍କ ପ୍ରତିକ୍ରିୟା ଭିନ୍ନ ପ୍ରକାରର ଥିଲା। ଏହା ଖାଲି ଥିବା ସହ ମୁହଁରେ ଏକ ପ୍ରଶ୍ନର ଚିହ୍ନ ମଧ୍ୟ ଉଙ୍କି ମାରୁଥିଲା l ବର୍ତ୍ତମାନ ଭଗବାନ ବୁଝିଗଲେ ଯେ ଅର୍ଜୁନଙ୍କୁ ଏହି ବିଷୟରେ ଟିକିଏ ଅଧିକ କହିବାକୁ ପଡିବ l

ତେଣୁ ଭଗବାନ ଜ୍ଞାନ ଯୋଗକୁ ଟିକିଏ ଆଗକୁ ବିସ୍ତାର କରି ଚତୁର୍ଦ୍ଦଶ ଓ ପଞ୍ଚଦଶ ଅଧ୍ୟାୟର ବର୍ଣ୍ଣନା କଲେ l ଏବେ ଚାଲନ୍ତୁ ଚତୁର୍ଦ୍ଦଶ ଅଧ୍ୟାୟ ଆରମ୍ଭ କରିବା….



14.1

ଶ୍ରୀ ଭଗବାନୁବାଚ
ପରଂ(ମ୍) ଭୂୟଃ(ଫ୍) ପ୍ରବକ୍ଷାମି, ଜ୍ଞାନାନାଂ(ଞ୍) ଜ୍ଞାନମୁତ୍ତମମ୍।
ୟଜ୍ଜ୍ଞାତ୍ୱା ମୁନୟଃ(ସ୍) ସର୍ବେ, ପରାଂ(ମ୍) ସିଦ୍ଧିମିତୋ ଗତାଃ ॥1॥

ଶ୍ରୀଭଗବାନ କହିଲେ -- ସମସ୍ତ ଜ୍ଞାନ ମଧ୍ୟରେ ଉତ୍ତମ ଓ ଶ୍ରେଷ୍ଠ ଜ୍ଞାନ ପୁନଶ୍ଚ ମୁଁ ତୁମକୁ କହିବି, ଯାହାକୁ ଜାଣି ସମସ୍ତ ମୁନିଗଣ ଏ ସଂସାରରୁ ମୁକ୍ତ ହୋଇ ପରମସିଦ୍ଧି ପ୍ରାପ୍ତ ହୋଇଛନ୍ତି ।

ବିବେଚନ :-

ତ୍ରୟୋଦଶ ଅଧ୍ୟାୟର ଶେଷ ଶ୍ଳୋକ ମଧ୍ୟ ନିଜେ ଭଗବାନ କହିଛନ୍ତି , କିନ୍ତୁ ଅର୍ଜୁନ କୌଣସି ପ୍ରଶ୍ନ ପଚାରି ନାହାଁନ୍ତି କିମ୍ବା ଉତ୍ତର ମଧ୍ୟ ଦେଇ ନାହାଁନ୍ତି । ଯେତେବେଳେ ଭଗବାନ ଏହି ଶ୍ଳୋକଟି କହିବା ଆରମ୍ଭ କଲେ, ଏହା ପ୍ରମାଣ କରେ ଯେ ଅର୍ଜୁନ ଈଶ୍ବରଙ୍କଠାରୁ କୌଣସି ପ୍ରତିକ୍ରିୟା କିମ୍ବା ସନ୍ତୋଷ ପାଇ ନାହାଁନ୍ତି । ଏହି ଶ୍ଳୋକର ଦ୍ୱିତୀୟ ଶବ୍ଦ ହେଉଛି 'ପରମ ଭୁୟଃ',

ଭୁୟଃ : ଅର୍ଥ ପୁଣିଥରେ ଅର୍ଥାତ୍ ଯାହା ପୂର୍ବରୁ ଉଲ୍ଲେଖ କରାଯାଇଛି । ଭଗବାନ କୁହନ୍ତି ମୁଁ ତୁମ ସହିତ ପୁଣି କଥାବାର୍ତ୍ତା (ଆଲୋଚନା) କରିଵି । ଏହି ଶବ୍ଦରୁ ଏହା ବୁଝିବାକୁ ହେବ ଯେ, ଭଗବାନ ଅର୍ଜୁନଙ୍କୁ ଅଧିକ ବିସ୍ତୃତ ଭାବରେ ବ୍ୟାଖ୍ୟା କରିବାକୁ ଚାହୁଁଥିଲେ, କାରଣ ପ୍ରତ୍ୟେକଟି ବିଷୟ ଅର୍ଜୁନଙ୍କର ଅଧିକ ଗଭୀର ଏବଂ ସ୍ପଷ୍ଟ ଭାବରେ ଜାଣିବା ଆବଶ୍ୟକ ଥିଲା । ଏହି ଅଧ୍ୟାୟଟି ତେଣୁ ବିଶେଷ ଭାବେ ଆରମ୍ଭ ହୋଇଥିଲା। 

ନବମ ଅଧ୍ୟାୟରେ, ଈଶ୍ବର ଜ୍ଞାନର ରାଜା। ”ରାଜ ବିଦ୍ୟାଯୋଗ” ବର୍ଣ୍ଣନା କରିଥିଲେ । ଏହି ଅଧ୍ୟାୟରେ, ସେ ଆଉ ଏକ ବିଶେଷଣ ଯୋଡ଼ି ଏହି ବିଦ୍ୟାର ମହତ୍ତ୍ଵକୁ ବ୍ୟାଖ୍ୟା କରିବାକୁ ଚାହୁଁଥିଲେ। “ଜ୍ଞାନାନାମ ଉତ୍ତମମ୍” ଅର୍ଥାତ୍ ସର୍ବୋତ୍ତମ ବା ‌ସର୍ବଶ୍ରେଷ୍ଠ ଜ୍ଞାନ।

ଏହି ଜ୍ଞାନର ପୁନର୍ବାର ବିଶ୍ଳେଷଣ ପୂର୍ବକ ଈଶ୍ବର କୁହନ୍ତି, ହେ ଅର୍ଜୁନ! ତୁମେ ଏହି ଦୁନିଆରେ ଦେଖୁଥିବା ବିବିଧତା କେତେକ ଗୋରା, କେତେକ କଳା, କେତେକ ଲମ୍ବା, କେତେକ ଛୋଟ, କେତେକ ସୁନ୍ଦର, କେତେକ ଅସୁନ୍ଦର, କେତେକଙ୍କର ତୀକ୍ଷ୍ଣ ବୁଦ୍ଧି ଅଛି, କେତେକଙ୍କର ବୁଦ୍ଧି କମ୍ ଅଛି, କେତେକ ବ୍ୟକ୍ତିଙ୍କ ବାଣୀ ଖୁବ୍ ମଧୁର, କେତେକଙ୍କ ବାଣୀ ବୁଝିବା କଷ୍ଟକର । ଏସବୁ ମାନବ ଜାତିର ଭିନ୍ନତା । ଏତଦ୍ ବ୍ୟତୀତ ବ୍ରହ୍ମାଣ୍ଡର ବିବିଧତା ହେଉଛି ଆଉ ଟିକେ ବ୍ୟାପକ - ଏଥିରେ ମାନବ, ବୃକ୍ଷ-ଲତା, ନଦୀ, ପାହାଡ-ପର୍ବତ ଆଦି ଏମିତି ଅନେକ ଜାତି ଅଛି ଏବଂ ଏବୁର ମଧ୍ୟ ଅନେକ ପ୍ରଜାତି ଅଛି । ଏହା ବାହାରେ, ଗୋଟିଏ ପୃଥିବୀ, ଗୋଟିଏ ଚନ୍ଦ୍ର, ଗୋଟିଏ ଶନି, ଗୋଟିଏ ବୃହସ୍ପତି, ଗୋଟିଏ ସୂର୍ଯ୍ୟଙ୍କୁ ନେଇ ଏକ ବ୍ରହ୍ମାଣ୍ଡ ସୃଷ୍ଟି ‌ହୋଇଛି । ଏହିପରି ଆହୁରି ଅନେକ ବ୍ରହ୍ମାଣ୍ଡ ମଧ୍ୟ ରହିଅଛି । ଏପରି କୋଟି କୋଟି ବିଶ୍ୱବ୍ରହ୍ମାଣ୍ଡ ସେଥିରେ କୋଟି କୋଟି ମାନବ ଓ ସେହିପରି ଅନେକ ବ୍ରହ୍ମା ରହିଛନ୍ତି । ଏସବୁ କେଉଁଠୁ ଆସିଲା, କିପରି ରଚିତ ହେଲା? ଆଜି ମୁଁ ଆପଣଙ୍କୁ ଏସବୁର ଉତ୍ସ ବିଷୟରେ କହିବି ।

ଭଗବାନ କହିଛନ୍ତି ଯେ ,ଏସବୁ ତିଆରି କରିବାପାଇଁ ମାତ୍ର ତିନୋଟି ଉତ୍ସର(କଞ୍ଚାମାଲ) ଆବଶ୍ୟକ ହୁଏ ଯାହା ହେଉଛି - ସତ୍ତ୍ୱ, ରଜୋ ଏବଂ ତମୋ ଗୁଣ।  

ଏହି ତିନିଗୁଣର ମିଶ୍ରଣ ଦ୍ୱାରା ସମଗ୍ର ବ୍ରହ୍ମାଣ୍ଡ ସୃଷ୍ଟି ହୋଇଛି । ସମଗ୍ର ବିଶ୍ଵରେ ଏହିପରି ଅଠେଇଶ ଲକ୍ଷ ପ୍ରଜାତି ସୃଷ୍ଟି ହୋଇଛି। 

ସାତ ଦଶମିକ ଦୁଇ ବିଲିୟନ ହେଉଛି ଏହି ଦୁନିଆର ମାନବ ଜନସଂଖ୍ୟା । କିନ୍ତୁ ଯେତେବେଳେ ଆଧାର କାର୍ଡ ତିଆରି ହୁଏ, ବାୟୋମେଟ୍ରିକ୍ ସ୍କାନିଂ ହୁଏ ଆପଣଙ୍କର ରେଟିନା ସ୍କାନ୍ କରାଯାଏ, ତାପରେ ଆଙ୍ଗୁଠି ସ୍କାନ୍ କରାଯାଏ ।

ଏହି ସେଭେନ୍ ପଏଣ୍ଟ ଦୁଇ ବିଲିୟନ୍ ମାନବମାନଙ୍କ ମଧ୍ୟରେ କୌଣସି ଦୁଇ ଜଣଙ୍କର ରେଟିନା ମ୍ୟାଚ୍ ହୁଏ ନାହିଁ, କିମ୍ବା ଦୁଇ ଜଣଙ୍କର ଆଙ୍ଗୁଠି ଚିହ୍ନ ମେଳ ହୁଏ ନାହିଁ । ଆଜି ବିଦ୍ୟମାନ ଥିବା ମଣିଷମାନଙ୍କ ବ୍ୟତୀତ, ଯେଉଁମାନେ ଲକ୍ଷ ଲକ୍ଷ ବର୍ଷ ପୂର୍ବେ ଏହି ଦୁନିଆକୁ ଆସିଥିଲେ ସେମାନଙ୍କ ସହିତ ମଧ୍ୟ ମେଳ ଖାଇବ ନାହିଁ ।

ଉଦାହରଣ ସ୍ୱରୂପ, ଏହି ଦୁନିଆରେ ଯେତେ ପ୍ରକାର ଗଛ ଅଛି, ଆମ ଚାରିପାଖରେ ଯେତେ ଗଛ ଅଛି, ଗୋଟିଏ ଗଛରେ ଯେତେ ପତ୍ର ଅଛି, ଗୋଟାଏ ଗଛର ଦୁଇଟି ପତ୍ର ସମାନ ନୁହେଁ । ସମସ୍ତେ ବିବିଧତାରେ ପରିପୂର୍ଣ୍ଣ ।

ଚୌରାଶୀ ଲକ୍ଷ ଯୋନୀ ମଧ୍ୟରୁ ଗୋଟିଏ ଯୋନୀ ହେଉଛି ଏକ ମାଛ ଏବଂ ଏହି ମାଛ ଜାତିରେ ଅନେକ ପ୍ରଜାତିର ମାଛ ଅଛନ୍ତି । ସେହିପରି ପ୍ରତ୍ୟେକ ପ୍ରାଣୀ ଓ ଉଦ୍ଭିଦମାନଙ୍କ ମଧ୍ୟରେ ଭିନ୍ନ ଭିନ୍ନ ପ୍ରଜାତି ରହିଛନ୍ତି । ସମଗ୍ର ଦୁନିଆରେ କୋୖଣସି ଦୁଇଟି ଜୀବ ସମାନ ନାହାଁନ୍ତି । ବ୍ରହ୍ମା ଜଣେ ଅଦ୍ଭୁତ ସୃଷ୍ଟିକର୍ତ୍ତା ! ଆଉ ଆମେ ମନୁଷ୍ୟମାନେ ଯେତେବେଳେ କିଛି ତିଆରି କରିବାକୁ ଲାଗୁ, ପ୍ରଥମେ ଏକ ଫ୍ରେମ୍ ତିଆରି କରିନେଉ, ଯାହାଦ୍ବାରା ସମାନ ଜିନିଷ ହିଁ ତିଆରି ହେବା ଆରମ୍ଭ ହୋଇଯାଏ । ସବୁଠାରୁ ବିଶେଷ କଥା ହେଉଛି ଏହିପରି ବିବିଧତା ପାଇଁ କେବଳ ତିନୋଟି ଉତ୍ସ(କଞ୍ଚାମାଲ ) ଆବଶ୍ୟକ ଏବଂ ସମସ୍ତ ବସ୍ତୁ ଏହି ତିନୋଟିର ମିଶ୍ରଣରୁ ହିଁ ସୃଷ୍ଟି ।

ଯେତେବେଳେ ଏକ କଲର୍ ପ୍ରିଣ୍ଟର୍ରୁ ଏକ ପ୍ରିଣ୍ଟ୍ ବାହାରକୁ ଆସେ କିମ୍ବା ଏକ ବହି ପ୍ରିଣ୍ଟ୍ ହୁଏ, ସେଥିରେ ବିଭିନ୍ନ ରଙ୍ଗ ଦୃଶ୍ୟମାନ ହୁଏ, କିନ୍ତୁ ମୁଖ୍ୟତଃ ଏଥିରେ କେବଳ ଚାରୋଟି ରଙ୍ଗ ହିଁ ଥାଏ :

Cyan - ‌ସିଆନ ( ନୀଳ - ସବୁଜ ରଙ୍ଗର ମିଶ୍ରଣ ),

Magenta - ମାଜେନ୍ଟା (ରାଣୀ ରଙ୍ଗ),

Yellow - ୟେଲୋ (ହଳଦିଆ) ,

Black - ବ୍ଲାକ୍ (କଳା) । 

ବ୍ରହ୍ମା ମଧ୍ୟ ସତ୍ତ୍ୱ, ରଜୋ ଏବଂ ତମୋ ଏହି ତିନୋଟି ଗୁଣର ମିଶ୍ରଣରେ ସୃଷ୍ଟି କରିଛନ୍ତି । ଭଗବାନ କୁହନ୍ତି, ହେ ଅର୍ଜୁନ! ଏହି ଜ୍ଞାନ ସମସ୍ତ ଜ୍ଞାନ ଠାରୁ ଶ୍ରେଷ୍ଠ ଅଟେ ଏବଂ ଏହାକୁ ଯିଏ ବୁଝିପାରିଲେ, ସେ ଏହି ଜଗତ ଅସ୍ତିତ୍ୱର ସମୁଦ୍ରକୁ ଅତିକ୍ରମ କରି ଅନ୍ତିମ ସଫଳତା ବା ପରମ ସିଦ୍ଧି ହାସଲ କରି ପାରିବେ ।

14.2

ଇଦଂ(ଞ୍) ଜ୍ଞାନମୁପାଶ୍ରିତ୍ୟ, ମମ ସାଧର୍ମ୍ୟମାଗତାଃ।
ସର୍ଗେଽପି ତୋପଜାୟନ୍ତେ, ପ୍ରଲୟେ ନ ବ୍ୟଥନ୍ତି ଚ॥॥2॥

ଏହି ଜ୍ଞାନର ଆଶ୍ରୟ ନେଇ ଯେଉଁ ମନୁଷ୍ୟ ମୋର ସାଧର୍ମ୍ୟ ଲାଭ କରିଛନ୍ତି, ସେମାନେ ମହାସର୍ଗରେ ମଧ୍ୟ ସୃଷ୍ଟି ହୁଅନ୍ତି ନାହିଁ ଏବଂ ମହାପ୍ରଳୟରେ ମଧ୍ୟ ବ୍ୟଥିତ ହୁଅନ୍ତି ନାହିଁ।

ବିବେଚନ :-

ଏହି ଶ୍ଳୋକରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଦୁଇଟି କଥା କହୁଛନ୍ତି, ହେ ଅର୍ଜୁନ ! ସୃଷ୍ଟିର ଆରମ୍ଭରେ ସୃଜନା ହେଉଛି ଏବଂ ସୃଷ୍ଟିର ଅନ୍ତରେ ପ୍ରଳୟ ହେଉଛି।

ସୃଜନାର ଅର୍ଥ ଉତ୍ପନ୍ନ ହେବା ଆଉ ପ୍ରଳୟର ଅର୍ଥ ମୃତ୍ୟୁବରଣ କରିବା। ପ୍ରଳୟ ମଧ୍ୟ କେତେ ପ୍ରକାରର ହେଉଛି।

ନିତ୍ୟ ପ୍ରଳୟ -: ନିତ୍ୟ ପ୍ରଳୟରେ, ପ୍ରତିଦିନ ଆମେ ଯେବେ ରାତିରେ ଶୟନ କରିଯାଉ ତ ସାରା ସଂସାର ଆମ ପାଇଁ ପ୍ରଳୟ ହୋଇଯାଏ। ଯେବେ ଆମେ ଗାଢ ନିଦ୍ରାରେ ଶୋ ଯାଉ, ପର ମୁହୂର୍ତ୍ତରେ ଉଠିଲେ ଆମେ ଭାଵୁ ଏବେ ସକାଳ ନା ରାତ୍ରୀ ହୋଇଛି ମୁଁ କୋଉଠି ଅଛି ଏମିତି ଅନେକ ଭାଵ ମନକୁ ଆସେ।

ଆମକୁ ସେତେବେଳେ ଦୁନିଆରେ କଣ ହେଉଛି କିଛି ଜଣାପଡେ ନାହିଁ। ଏମିତି କି ଆମ ଆଖପାଖରେ ଵମ୍ ଟେ ଫୁଟିଥିଲେ ବି ଆମକୁ କିଛି ଜଣାପଡେନି। କୋଉଠି ନିଆଁ ଲାଗିଗଲା କି ଇରାକ ଇରାନରେ ଯୁଦ୍ଧ ହେଲା, ସେ ସମୟରେ ଆମେ କିଛି ଅନୁଭଵ କରିପାରୁ ନାହୁଁ। ସେସବୁର ଆଭାସ ଆମେ ନିଦ୍ରା ତ୍ୟାଗ କଲାପରେ ହିଁ ଜାଣିପାରୁ।

ସଂସାରର ପ୍ରଳୟ -: ବ୍ରହ୍ମା ଯେବେ ବିଶ୍ରାମ ପାଇଁ ଯାଆନ୍ତି ସେତେବେଳେ ସାରା ସଂସାରରେ ପ୍ରଳୟ ହୋଇଯାଏ। ଆଉ ବ୍ରହ୍ମାଙ୍କର ସକାଳ ହେଲେ ପୁଣି ସୃଷ୍ଟିର ପ୍ରାରମ୍ଭ ହୋଇଥାଏ।

ସମସ୍ତଙ୍କ କାଳଚକ୍ର ସମାନ ନଥାଏ, ମନୁଷ୍ୟର କାଳଚକ୍ର ସହିତ କୌଣସି ପଶୁପକ୍ଷୀ କୀଟ ପତଙ୍ଗର କାଳଚକ୍ର ସମାନ ନଥାଏ। ସମସ୍ତଙ୍କ ପାଇଁ ଅଲଗା ଅଲଗା ସମୟ ନିର୍ଦ୍ଧାରିତ ହୋଇଥାଏ। ଭିନ୍ନ ଭିନ୍ନ ଜୀବଙ୍କର ଆୟୁ, କିଛି ମାସ, କଛି ଦିନ, କିଛି ଘଣ୍ଟା, କିଛି ସେକେଣ୍ଡ, କିଛି ମୁହୂର୍ତ୍ତ ପାଇଁ ନିର୍ଦ୍ଧାରିତ ହୋଇଛି।

ଯେମିତି ଗୋଟିଏ ରାତ୍ରୀରେ କେତେ ସାରା ପିମ୍ପୁଡ଼ି ଆସିଥାନ୍ତି, ସାମାନ୍ୟ ଉଇ ମଧ୍ୟ କେତେ ଶୀଘ୍ର ବଂଶ ବିସ୍ତାର କରନ୍ତି। ଆଲୋକ ଆଡକୁ ଆକର୍ଷିତ ହୋଇ ଲକ୍ଷ ଲକ୍ଷ ପତଙ୍ଗ କେଉଁଠି ବି ଥାଆନ୍ତି ଆଲୋକ ପାଖକୁ ଆସିଯାଆନ୍ତି ; ସେଇଠି ଜନ୍ମନ୍ତି ଏବଂ ସେଇଠି ହିଁ ମରିକି ପଡନ୍ତି।

କଛି ଜୀବ ଏମିତି ବି ଅଛନ୍ତି ଯିଏ ଚୁଟକି ବଜାଇବା ପାଇଁ ଯେତିକି ସମୟ ଲାଗେ ସେତିକି ସମୟ ମଧ୍ୟରେ ସେମାନଙ୍କ ତିନି ପିଢ଼ୀର ଜନ୍ମ ମୃତ୍ୟୁ ହୋଇଯାଏ।

ସେହିଭଳି ମନୁଷ୍ୟରଠାରୁ ବଡ ଜୀବମାନଙ୍କ କାଳଚକ୍ର ମନୁଷ୍ୟର କାଳଚକ୍ର ଠାରୁ ଅଧିକ ହୋଇଥାଏ। ଦେବଶୟନ ଏକାଦଶୀ ତିଥିରେ ଭଗବାନ ନିଦ୍ରା ଯାଆନ୍ତି ଏବଂ ଦେବୋତ୍ଥାନ ଏକାଦଶୀରେ ଉଠନ୍ତି। ଛ’ ମାସ ଦେବତା ନିଦ୍ରା ଯାଉଛନ୍ତି, ଆଉ ଛ’ ମାସ ଜାଗ୍ରତ ରୁହନ୍ତି।

ଦେଵତାଙ୍କ ଏକଦିନ ଏକ ରାତ୍ରୀ ମନୁଷ୍ୟଙ୍କ ଏକ ବର୍ଷ ହୋଇଥାଏ। ପିତୃ ଲୋକଙ୍କ ଗୋଟିଏ ଦିନ ମନୁଷ୍ୟଙ୍କ ୩୦ ଦିନ ସହିତ ସମାନ।

ଆମର ତେୟାଳିଶ ଲକ୍ଷ କୋଡିଏ ହଜାର ବର୍ଷରେ ଏକ ଚତୁର୍ଯୁଗ ହୁଏ। ଏମିତି ଏକ ହଜାର ଚତୁର୍ଯୁଗରେ ବ୍ରହ୍ମାଙ୍କର ଗୋଟିଏ ଦିନ ଏବଂ ସମାନ ଅବଧିର ଗୋଟିଏ ରାତ୍ରୀ ହୋଇଥାଏ।

  • ଚାରିଲକ୍ଷ ବତିଶି ହଜାର ବର୍ଷ ହେଉଛି ଗୋଟିଏ କଳିଯୁଗ ଅବଧି ।

  • ଆଠ ଲକ୍ଷ ଚୌଷଠି ହଜାର ବର୍ଷ ଦ୍ଵାପର ଯୁଗର ଅବଧି ।

  • ବାର ଲକ୍ଷ ଚଉଷଠି ହଜାର ବର୍ଷ ତ୍ରେତୟା ଯୁଗର ଅବଧି ଓ

  • ସତ୍ୟଯୁଗ ହେଉଛି ସତର ଲକ୍ଷ ଅଠାଇଶି ହଜାର ବର୍ଷର ।

ଏମିତି ସବୁ ଯୁଗର ଆୟୁଷ ମିଶି ତେୟାଳଶି ଲକ୍ଷ କୋଡିଏ ହଜାର ବର୍ଷରେ ଗୋଟିଏ ଚତୁର୍ଯୁଗ ହେଉଛି। 

ଏହିପରି ଏକସ୍ତରି ଚତୁର୍ଯୁଗରେ ଏକ ମନନ୍ତର ହେଉଛି,  ଅର୍ଥାତ୍ ଏକ ମନୁଙ୍କର କାଳ ହେଉଛି

ବ୍ରହ୍ମାଙ୍କର ଗୋଟିଏ ଦିନ ଚଉଦ ମନୁରେ ହୋଇଥାଏ। ଆମେ ସପ୍ତ ମନୁ - ବୈବସ୍ୱଙ୍କ କାଳରେ ରହିଛେ।

ଭଗବାନ ଗୀତାରେ କହିଛନ୍ତି -

इमं विवस्वते योगं प्रोक्तवानहमव्ययम् ||गीता ४/१||

ଏହି କାଳ ନିର୍ଣ୍ଣୟରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ମୁଁ ଯେଉଁ ଗୀତା କହିଯାଇଛି ତାହା ଏହି ବୈବସ୍ଵତ ମନୁଙ୍କ କାଳରେ ହିଁ କହିଛି।

ଯେମିତି ଛୋଟ ଛୁଆଟିଏ ଦିନସାରା ମାଟି ଖେଳି ମାଟିରୁ ବିଭିନ୍ନ ପ୍ରକାରର ଆକୃତି ତିଆରି କରିଥାଏ। ମାତ୍ର ରାତ୍ରୀ ସମୟରେ ମାଆ ତାକୁ ଏକତ୍ର ଏକ ପିଣ୍ଡୁଳା କରି ଏକ ଡବାରେ ବନ୍ଦ କରିଦେଇ ରଖି ଦେଇଥାନ୍ତି। ପରଦିନ ସକାଳୁ ଛୁଆଟି ପୁଣି ସେଇ ମାଟିକୁ ନେଇ ନୂଆନୂଆ ଆକୃତି ତିଆରି କରେ, ସେହିପରି ବ୍ରହ୍ମା ମଧ୍ୟ ତାଙ୍କ ଦିନ କାଳରେ ଚଉରାଅଶୀ ଲକ୍ଷ ଯୋନିର ସଂରଚନା କରନ୍ତି। ଆଉ ପ୍ରଳୟ କାଳରେ ସବୁ ଯୋନି ପ୍ରକୃତିରେ ବିଲୀନ ହୋଇ ଯାଇଥାଏ। ପୁନଶ୍ଚ ସର୍ଗ ଆରମ୍ଭରେ ଭଗବାନ ବ୍ରହ୍ମା ପ୍ରକୃତିର ସବୁ ସଂରଚନା କରଥାନ୍ତି।

ଭଗବାନ କହୁଛନ୍ତି ଯିଏ ଏସବୁ ବିଷୟରେ ଅବଗତ ହୋଇପାରିବ ସେ ଆଉ ଏ ସୃଷ୍ଟି ପ୍ରଳୟର ସମୟରେ ଜନ୍ମ-ମରଣ ଚକ୍ରରେ ପଡିବ ନାହିଁ କି ବିଚଳିତ ହେବ ନାହିଁ। 

ଭଗବାନ ନିଜେ ସୃଷ୍ଟିର ରଚନା ବର୍ଣ୍ଣନା କରି କହିଛନ୍ତି ମୁଁ ହିଁ ଏହି ସବୁ ତତ୍ତ୍ୱ, ରଜୋଗୁଣ, ସତ୍ତ୍ବଗୁଣ ଓ ତମୋଗୁଣ ଆଦିର ନିର୍ମାତା। ମୋର ନିର୍ଦ୍ଦେଶନାରେ ସଵୁ କିଛି ଆତଯାତ ହେଉଛି।

14.3

ମମ ୟୋନିର୍ମହଦ୍ବ୍ରହ୍ମ, ତସ୍ମିନ୍ଗର୍ଭଂ(ନ୍) ଦଧାମ୍ୟହମ୍।
ସମ୍ଭବଃ(ସ୍) ସର୍ବଭୂତାନାଂ(ନ୍), ତତୋ ଭବତି ଭାରତ॥3॥

ହେ ଭରତବଂଶଜ ଅର୍ଜୁନ ! ମୋର ମୂଳ ପ୍ରକୃତି ହେଉଛି ଉତ୍ପତ୍ତି ସ୍ଥାନ ଏବଂ ମୁଁ ସେଥିରେ ଜୀବରୂପକ ଗର୍ଭ ସ୍ଥାପନ କରେ। ସେହିଥିରୁ ହିଁ ସମସ୍ତ ପ୍ରାଣୀଙ୍କର ଉତ୍ପତ୍ତି ହୁଏ।

ବିବେଚନ :-

ସର୍ଵପ୍ରଥମେ ମହତ୍ ବ୍ରହ୍ମ, ତା'ପରେ ମହତ୍ ବୁଦ୍ଧି ଏବଂ ମହତ୍ ବୁଦ୍ଧିରୁ ମହତ୍ ଅହଂର ଉତ୍ପତ୍ତି । ସେଥିରୁ ହିଁ ସତ୍ତ୍ଵ ,ରଜୋ ଏବଂ ତମୋ ଏହି ତିନି ଗୁଣ ଉତ୍ପନ୍ନ ହୋଇଛି ଏବଂ ଏହି ତିନି ଗୁଣରୁ ପଞ୍ଚ ମହାଭୂତର ଉତ୍ପତ୍ତି । ପୃଥିବୀ, ଜଳ, ଆକାଶ, ବାୟୁ, ଏବଂ ଅଗ୍ନି ଏମାନଙ୍କୁ ପଞ୍ଚଭୂତ ରୂପେ ଗଣାଯାଇଥାଏ ।

ପଞ୍ଚତତ୍ତ୍ୱରୁ ଏହି ସମଗ୍ର ବ୍ରହ୍ମାଣ୍ଡ କିପରି ସୃଷ୍ଟି ହେଲା? ସର୍ଵପ୍ରଥମେ ମହତ୍ ପ୍ରକୃତି ଆକାଶ ନିର୍ମାଣ ହୁଏ । ଏହି ଆକାଶରେ କେବଳ ଶଦ୍ଦ ଅଛି ଯାହା ଏଥିରେ ବିଚରଣ କରିଥାଏ । ଉକ୍ତ ପ୍ରତ୍ୟେକ ତତ୍ତ୍ୱ, ପଞ୍ଚ ସୂକ୍ଷ୍ମତତ୍ତ୍ୱ (ତନ୍ମାତ୍ରା) ଏବଂ ଇନ୍ଦ୍ରିୟ ସହିତ ଜଡିତ । ଆକାଶର ସୂକ୍ଷ୍ମତତ୍ତ୍ୱ ଶଦ୍ଦ, ଏବଂ ଶଦ୍ଦ କର୍ଣ୍ଣେନ୍ଦ୍ରିୟ (କାନ) ସହିତ ଜଡିତ ଅଟେ ।

ଆକାଶରୁ ବାୟୁ ସମ୍ଭୂତ ଏବଂ ସେଥିରେ ଦୁଇ ଗୁଣ - ଧ୍ୱନି ଓ ସ୍ପର୍ଶ ଅନ୍ତର୍ଭୁକ୍ତ । ବାୟୁ ପ୍ରବାହିତ ସମୟରେ ଶଦ୍ଦ ସୃଷ୍ଟି ହୋଇଥାଏ ଏବଂ ସ୍ପର୍ଶ ଦ୍ବାରା ତା'ର ପ୍ରବାହ ମଧ୍ୟ ଆମେ ଆମ ତ୍ବଚାରେ ଅନୁଭବ କରିଥାଉ । ଅତଃ ବାୟୁର ଇନ୍ଦ୍ରିୟ ତ୍ୱଚା ଅଟେ । ଆକାଶକୁ ଆମେ ଅନୁଭବ କରିପାରୁନା ପରନ୍ତୁ ବାୟୁକୁ ସ୍ପର୍ଶ ମାଧ୍ୟମରେ ଅନୁଭବ କରିପାରୁ ।

ଆକାଶ ଏବଂ ବାୟୁର ମିଶ୍ରଣରେ ଅଗ୍ନି ତତ୍ତ୍ୱର ସୃଷ୍ଟି । ଅଗ୍ନି ତିନି ଗୁଣ ବିଶିଷ୍ଟ - ଶଦ୍ଦ, ସ୍ପର୍ଶ ଏବଂ ରୂପ । ଅଗ୍ନି ପ୍ରଜ୍ଜ୍ୱଳନ ସମୟରେ ଚଟ୍-ଚଟ୍ ଶଦ୍ଦ ଉତ୍ପନ୍ନ ହୁଏ, ସ୍ପର୍ଶ ମାଧ୍ୟମରେ ଅଗ୍ନିକୁ ଅନୁଭବ ମଧ୍ୟ କରିହୁଏ । ଅଗ୍ନିର ବିଶେଷତ୍ତ୍ୱ ଏହା ଯେ ଆମେ ଅଗ୍ନିକୁ ଦେଖିପାରୁ କିନ୍ତୁ ଆକାଶ ଏବଂ ବାୟୁକୁ ଦେଖିପାରୁନା । ଅଗ୍ନି ରୂପ ବିଶିଷ୍ଟ ହେତୁ ଏହାର ଇନ୍ଦ୍ରିୟ ନେତ୍ର ଅଟେ ।

ଆକାଶ, ବାୟୁ ଏବଂ ଅଗ୍ନିର ସମିଶ୍ରଣରେ ଜଳ ନାମକ ଚତୁର୍ଥ ତତ୍ତ୍ୱର ସୃଷ୍ଟି ହୋଇଅଛି । ଜଳରେ ଶଦ୍ଦ ଅଛି, ସ୍ପର୍ଶ ଅଛି ଓ ଏହାର ରୂପ ମଧ୍ୟ ଅଛି । ଜଳ ପ୍ରବାହିତ ସମୟରେ କଳ କଳ ଶଦ୍ଦ ତରଙ୍ଗ ସୃଷ୍ଟି ହୁଏ । ତାକୁ ଆମେ ସ୍ପର୍ଶ କରିପାରୁ ଏବଂ ଦେଖିପାରୁ ମଧ୍ୟ । ପରନ୍ତୁ ଜଳରେ ଆହୁରି ଏକ ଗୁଣ ଅନ୍ତର୍ଭୁକ୍ତ ଅଛି ଯାହା ହେଉଛି ସ୍ୱ।ଦ । ଆକାଶ, ବାୟୁ ଏବଂ ଅଗ୍ନିର ସ୍ୱ।ଦ ଆମେ ନେଇପାରୁନା କିନ୍ତୁ ଜଳର ସ୍ୱ।ଦ ଆମେ ଜିହ୍ୱା ଦ୍ବାରା ନେଇ ପାରୁ । ଅତଃ ଜଳର ସୂକ୍ଷ୍ମତତ୍ତ୍ୱ ବା ତନ୍ମାତ୍ରା ସ୍ୱାଦ ଏବଂ ଏହାର ଇନ୍ଦ୍ରିୟ ଜିହ୍ୱା ଅଟେ ।

ଏହି ଚାରି ତତ୍ତ୍ଵର ସମିଶ୍ରଣରେ ପଞ୍ଚମ ତତ୍ତ୍ୱ ପୃଥିବୀର ଆବିର୍ଭାବ । ପୃଥିବୀରେ ଆହୁରି ଏକ ଗୁଣର ବିଶେଷତ୍ତ୍ୱ ଅଛି, ତାହା ହେଉଛି ଗନ୍ଧ । ଆକାଶ, ବାୟୁ, ଅଗ୍ନି ଏବଂ ଜଳକୁ ଆମେ ଆଘ୍ରାଣ କରିପାରୁନା, ପରନ୍ତୁ ପୃଥିବୀକୁ ଆମେ ଆଘ୍ରାଣ କରିପାରୁ । ଅତଃ ପୃଥିବୀର ସୂକ୍ଷ୍ମତତ୍ତ୍ୱ ଗନ୍ଧ ଏବଂ ଏହାର ଇନ୍ଦ୍ରିୟ ନାସିକା ଅଟେ । ଏହିପରି ଏହି ପଞ୍ଚ ମହାଭୂତରୁ ପଞ୍ଚ ସୂକ୍ଷ୍ମ ତତ୍ତ୍ୱର ସୃଷ୍ଟି ହୋଇଅଛି ଏବଂ ସେଥିରୁ ପାଞ୍ଚ ଇନ୍ଦ୍ରିୟ ଆବିର୍ଭୂତ ହୋଇଛନ୍ତି ।


14.4

ସର୍ବୟୋନିଷୁ କୌନ୍ତେୟ, ମୂର୍ତ୍ତୟଃ(ସ୍) ସମ୍ଭବନ୍ତି ୟାଃ।
ତାସାଂ(ମ୍) ବ୍ରହ୍ମ ମହଦ୍ଦ୍ୟୋନିଃ(ର୍), ଅହଂ(ମ୍) ବୀଜପ୍ରଦଃ(ଫ୍) ପିତା॥4॥

ହେ କୁନ୍ତୀନନ୍ଦନ ! ସମସ୍ତ ଯୋନିରେ ପ୍ରାଣୀମାନଙ୍କର ଯେତେ ସବୁ ଶରୀର ସୃଷ୍ଟି ହୁଅନ୍ତି, ମୂଳ ପ୍ରକୃତି ହେଉଛି ସେ ସବୁର ମାତା ଏବଂ ମୁଁ ବୀଜ ସ୍ଥାପନକାରୀ ପିତା।

ବିବେଚନ :-

ସମସ୍ତ ଚଉରାଶୀ ଲକ୍ଷ ଯୋନିକୁ ମୁଖ୍ୟତଃ ଚାରି ଭାଗରେ ବିଭକ୍ତ କରାଯାଇଛି।

  • ଅଣ୍ଡଜ - ଅଣ୍ଡାରୁ ଉତ୍ପନ୍ନ ହେଉଥିବା ପକ୍ଷୀ, ସର୍ପ ଆଦି ।

  • ପିଣ୍ଡଜ - (ଜରାୟୁରୁ ) ଗର୍ଭରୁ ଜାତ ମନୁଷ୍ୟ, ପଶୁ ଆଦି ।

  • ସ୍ବେଦଜ - ଝାଳରୁ ଉତ୍ପନ୍ନ ହେଉଥିବା ଉଙ୍କୁଣୀ, ନିଖ ଆଦି ।

  • ଉଦ୍ଭିଜ - ପୃଥିବୀକୁ ଫଟେଇ ଜାତ ହେଉଥିବା ବୃକ୍ଷ ଲତା ଆଦି ।

ସମସ୍ତ ଅନନ୍ତ କୋଟି ଜୀବ ଏହି ଚାରି ପ୍ରକାରଭେଦ ମଧ୍ୟରେ ସମାହିତ ହୋଇଥାନ୍ତି । ସେ ଜଳଚର, ସ୍ଥଳଚର, ନଭଚର ହେଇଥାନ୍ତୁ ବା ଚଉଦ ଲୋକରେ ବାସ କରୁଥିବା ପ୍ରାଣୀ ହୋଇଥାନ୍ତୁ ଅଥବା ମନୁଷ୍ୟ, ଦେବତା, ଭୂତ, ପ୍ରେତ ଆଦି ପଞ୍ଚତତ୍ତ୍ୱ ପ୍ରଧାନ ହୋଇଥାନ୍ତୁ କିମ୍ବା ଅଗ୍ନିତତ୍ତ୍ୱ ପ୍ରଧାନ, ବାୟୁ ତତ୍ତ୍ୱ ପ୍ରଧାନ ଯୋନି ହୋଇଥାନ୍ତୁ, ଏ ସମସ୍ତଙ୍କର ପିତା ପରମାତ୍ମା ଏବଂ ସମସ୍ତଙ୍କର ମାତା ମହତୀ ପ୍ରକୃତି ହିଁ ଅଟନ୍ତି। ଜଡ ତତ୍ତ୍ୱ ରୂପକ ପ୍ରକୃତି ସେମାନଙ୍କର ମାତା ଏବଂ ଚେତନ ତତ୍ତ୍ୱ ସେମାନଙ୍କର ପିତା ।

ମୃତ୍ୟୁ ପରେ ଆମ ଶରୀରର କୌଣସି ଅଙ୍ଗରେ କିଛି ପରିବର୍ତ୍ତନ ହୁଏ ନାହିଁ , କି ପ୍ରାଣବାୟୁ ଉଡ଼ିଗଲା ପରେ ଶରୀରକୁ ଘରେ ରଖିଲେ ବି କିଛି ଲାଭ ହୁଏ ନାହିଁ ।

ଥରେ ଜଣେ ଧନୀ ବ୍ୟକ୍ତିଙ୍କର ମାଆ ରୋଗଗ୍ରସ୍ତ ହୋଇଗଲେ । ଯେତେ ଅର୍ଥ ଖର୍ଚ୍ଚ ହେଲେ ହେଉ ପଛେ ତାଙ୍କ ମାଆଙ୍କୁ ବଞ୍ଚେଇଦେବା ପାଇଁ ପୁଅ ଡାକ୍ତରଙ୍କୁ ଅନୁରୋଧ କଲେ । ଡାକ୍ତର କହିଲେ ଚିନ୍ତା କର ନାହିଁ, ମୁଁ ଆମେରିକା, ଅଷ୍ଟ୍ରେଲିଆ ଆଦି ଦେଶରେ ପରୀକ୍ଷା କରେଇବି । ସପ୍ତାହେ ପର୍ଯ୍ୟନ୍ତ ପରୀକ୍ଷା ନିରୀକ୍ଷା, ଚିକତ୍ସା ଆଦି ଚାଲିଲା । ଭେଣ୍ଟିଲେଟରରେ ମଧ୍ୟ ସୁରକ୍ଷିତ କରାଗଲା । ଦୁଇ ତିନି କୋଟି ଅର୍ଥ ବି ଖର୍ଚ୍ଚ ହେଲା । କିନ୍ତୁ ଡାକ୍ତର ମାଆଙ୍କୁ ବଞ୍ଚେଇ ପାରିଲେ ନାହିଁ, ପରିଶେଷରେ ମାଙ୍କର ମୃତ୍ୟୁ ହେଲା । ବର୍ତ୍ତମାନ ପୁଅ ଜଣକ ମାଆ ପାଇଁ ଯେଉଁ ଦୁଇ ପାଞ୍ଚ କୋଟି ଖର୍ଚ୍ଚ କରିଥିଲେ ସେଥିପାଇଁ ମାଆଙ୍କୁ ଛଅ ମାସ ବର୍ଷେ ପର୍ଯ୍ୟନ୍ତ ଘରେ ରଖିବାକୁ ଚାହିଁବା ସ୍ୱାଭାବିକ କଥା । ମାତ୍ର ସେ ମାଆଙ୍କ ମୃତ୍ୟୁ ପରେ ତାଙ୍କୁ ଘରେ ରଖି ପାରିବେ ନାହିଁ । କାରଣ ମୃତ୍ୟୁ ପରେ ଯେତେ ଶୀଘ୍ର ପାର ଅଗ୍ନି ସଂଯୋଗ କରି ଶବ ସଂସ୍କାର କରିଦେଵା ପାଇଁ ସମସ୍ତେ କହିଥାନ୍ତି ।

ଯେଉଁ ଶରୀରକୁ ସୁସ୍ଥ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଥାଏ ମାତ୍ର ପ୍ରାଣ ଚାଲିଗଲା ପରେ ସେହି ଶରୀରକୁ ଅଗ୍ନିରେ ଦାହ ସଂସ୍କାର କରି ଦେବାକୁ ହୁଏ । ଚେତନ ତତ୍ତ୍ୱ ଚାଲିଗଲା ପରେ ଏହି ଦେହ ମାଟି ହୋଇଯାଏ । ତାହାର ଏତିକି ହିଁ ମୂଲ୍ୟ । ଏହାର ପ୍ରକୃତି ଜଡ଼ ଏବଂ ଜଡ଼ ପଦାର୍ଥର କୌଣସି ମୂଲ୍ୟ ନାହିଁ । ଏହାର ରୂପ ପରିବର୍ତ୍ତନ ହୁଏ ନାହିଁ । ଏହା ଯେପରି ଦେଖାଯାଏ ସେପରି ହିଁ ରହେ । ଯାହା ଦୃଶ୍ୟ ହେଉ ନାହିଁ ସେହି ଚେତନ ତତ୍ତ୍ୱ ବାହାରିଗଲେ ଶରୀର ମୂଲ୍ୟହୀନ ହୋଇଯାଏ ।

ବର୍ତ୍ତମାନ ପ୍ରଶ୍ନ ଏହା ଉଠେ ଯେ ଚେତନ ତତ୍ତ୍ୱ ଯଦି ଏତେ ପୃଥକ ତେବେ ତାହା ଏହି ଶରୀରକୁ କିପରି ଆସିଥାଏ । କାରଣ ତେଲରେ ପାଣି ମିଶାଇଲେ ମଧ୍ୟ ଏହା ମିଶେ ନାହିଁ । ଯାହାର ଗୁଣ ଧର୍ମ ଭିନ୍ନ ଭିନ୍ନ ତାହା କେବେ ବି ମିଶି ପାରେ ନାହିଁ । ପ୍ରକୃତି ଜଡ଼ ଓ ଚେତନର ସଂଯୋଗରେ ସୃର୍ଜିତ ହୋଇଥାଏ । ଜୀବନ ଜଡ଼ ଓ ଚେତନର ସଂଯୋଗରେ ସୃଷ୍ଟି ହୋଇଥାଏ । ଭଗବାନ ଏସବୁର ବର୍ଣ୍ଣନା ଆଗାମୀ ଶ୍ଳୋକରେ କରିଛନ୍ତି ।


14.5

ସତ୍ତ୍ୱଂ(ମ୍) ରଜସ୍ତମ ଇତି, ଗୁଣାଃ(ଫ୍) ପ୍ରକୃତିସମ୍ଭବାଃ।
ନିବଧ୍ନନ୍ତି ମହାବାହୋ, ଦେହେ ଦେହିନମବ୍ୟୟମ୍॥5॥

ହେ ମହାବାହୁ ! ପ୍ରକୃତିରୁ ଉତ୍ପନ୍ନ ହେଉଥିବା ସତ୍ତ୍ବ, ରଜ ଓ ତମ ଗୁଣମାନେ ଅବିନାଶୀ ଦେହୀ (ଜୀବାତ୍ମା) କୁ ଦେହରେ ଆବଦ୍ଧ କରନ୍ତି।

ବିବେଚନ :-

ଭଗବାନ ଦ୍ଵିତୀୟ ଅଧ୍ୟାୟରେ କହିଛନ୍ତି ଯେ ଏହାକୁ ନା କଟାଯାଇପାରେ, ନା ବଣ୍ଟା ଯାଇପାରେ, ନା ଜଳାଯାଇ ପାରେ। ନା ଏହାକୁ ସୁଖ ଦୁଃଖର ଅନୁଭବ ହୋଇଥାଏ। ଏହି ଶରୀର ବସ୍ତ୍ର ବଦଳେଇବା ସମ ଚାଲୁଥାଏ। ସତ୍ତ୍ୱ - ରଜ ଓ ତମ, ଏହି ତିନି ଗୁଣ ସହ ମିଶି ଏହା ମୋହରେ ବାନ୍ଧି ହୋଇଥାଏ।

କେବେ କେବେ ଆଶ୍ଚର୍ଯ୍ୟ ଲାଗେ ଯେ ଚଢେଇୟା ଆକାଶରେ ଉଡୁଥିବା ଚଢେଇକୁ ଧରିବାରେ କିପରି ସମର୍ଥ ହେଉଛି? ଆଧାର ବିଞ୍ଚିବା ଏବଂ ଜାଲ ବିଛେଇବାର ଗୋଟିଏ ଉପାୟ ଅଛି। ଚଢେଇୟା ପାଖରେ ଗୋଟିଏ ଯନ୍ତ୍ର ବି ଥାଏ। ସେ ଗୋଟିଏ ତାର ପ୍ରୟୋଗ କରେ ଏବଂ ତା ଚତୁର୍ପାଶ୍ୱରେ ଶସ୍ୟ ଦାନା ବିଞ୍ଚି ଦିଏ। ଚଢେଇ ଯେତେବେଳେ ସେହି ତାର ଉପରେ ବସି ଦାନା ଖୁଣ୍ଟି ଖାଇବାକୁ ଆରମ୍ଭ କରେ ତତ୍‍‍କ୍ଷଣାତ ସେହି ତାର ଓଲଟି ଯାଏ ଏବଂ ସେତେବେଳେ ତାକୁ ଆକାଶ ଦେଖା ଯାଏ। ସେ ଡରି ଯାଇ ତାରକୁ ଜୋରରେ ଜାବୁଡି ଧରେ ଆଉ ତାପରେ ଚଢେଇୟା ଆସି ଚଢେଇକୁ ନିଜ ମୁଣିରେ ପୂରାଏ। ଏଠାରେ ସ୍ମରଣ ରହିବାର କଥା ଏହା ଯେ ତାର ଚଢେଇକୁ ଧରି ନଥିଲା ସ୍ୱୟଂ ଚଢେଇ ତାହାକୁ ଜାବୁଡି ଧରିଥିଲା। ଠିକ ସେପରି ଆତ୍ମ ତତ୍ତ୍ୱ ଏହି ଶରୀରରେ ଛନ୍ଦି ହୁଏ ନାହିଁ, କିନ୍ତୁ ଆମର ସଂସ୍କାର ଏହାକୁ ଜାବୁଡି ଧରେ।

ଏହି ବନ୍ଧନ କିପରି, ଏହି ଆଧାରରେ ଗୋସ୍ୱାମୀ ତୁଳସୀଦାସ ରାମଚରିତ ମାନସରେ ଖୁଵ ସୁନ୍ଦର ଚୌପାଇ ରଚିଛନ୍ତି।



सो मायाबस भयउ गोसाईं। बँध्यो कीर मरकट की नाईं॥

जड़ चेतनहि ग्रंथि परि गई। जदपि मृषा छूटत कठिनई॥2॥



ଗୋସ୍ୱାମୀ କହନ୍ତି, ମାୟା ପୂର୍ଣ୍ଣତଃ ଭ୍ରମାତ୍ମକ ତଥାପି ଆମେ ସେଥିରେ ଛନ୍ଦି ହୋଇଯାଉ। ଜଡ଼ ଚେତନର ଗ୍ରନ୍ଥିରେ ଏପରି ଛନ୍ଦି ହୋଇଯାଉ ଯେ କେବେ ବି ସେଥିରୁ ମୁକ୍ତି ମିଳେ ନାହିଁ।

ଗୋସ୍ୱାମୀଜୀ ଏହି ଦୋହାରେ ଦୁଇଟି ଉଦାହରଣ ଦେଇଛନ୍ତି - ୧: କୀଟ ବା ପକ୍ଷୀ, ୨: ମର୍କଟ ବା ମାଙ୍କଡ

ମାଙ୍କଡ଼ ଭାରି ଚାଲାକ୍‍‍ ତଥାପି ସେ କେମିତି ମାଙ୍କଡ଼ିଆ ହାତରେ ଧରା ପଡ଼ିଯାଏ? ମାଙ୍କଡ଼ିଆ ମାଟିରେ ଗାତ ଖୋଳି ଗୋଟିଏ ସୁରେଇରେ ବହୁତ ଚଣା ପକେଇଦିଏ। ଆଉ କିଛି ଚଣା ବାହାରେ ବିଞ୍ଚି ଦିଏ। ମାଙ୍କଡ଼ ସେଠାକୁ ଆସି ପ୍ରଥମେ ଆଖପାଖରେ ପଡ଼ିଥିବା ଚଣାକୁ ଖାଏ ଏବଂ ପୁଣି ସୁରେଇରୁ ଚଣା ଖାଇବା ପାଇଁ ସେଥିରେ ହାତ ପୂରାଏ। ଚଣା ମୁଠିରେ ବନ୍ଦ କରି ହାତ ବାହାର କରିବାକୁ ଯେତେବେଳେ ଚେଷ୍ଟା କରେ ସେତେବେଳେ ବନ୍ଦ ହୋଇଥିବା ମୁଠା ସୁରେଇର ସରୁଆ ମୁହଁ ବାଟେ ବାହାରକୁ ବାହାରି ପାରେ ନାହିଁ। ସେ ଚାହିଁଲେ ଚଣା ଛାଡି ମୁଠା ଖୋଲି ହାତ ବାହାର କରି ପାରନ୍ତା କିନ୍ତୁ ଚଣାର ମୋହ ଆଉ ଲୋଭ ତାକୁ ସେଠାରେ ବାନ୍ଧି ଦିଏ ଆଉ ମାଙ୍କଡ଼ିଆ ଆସି ତାକୁ ସେଠାରୁ ଧରି ନିଏ।

ଯେତେବେଳେ ଆମେ ନିଜ ପିଲାଦିନର ଫୋଟୋ ଦେଖୁ ସେତେବେଳେ ଆମେ ତାହା ଚିହ୍ନି ପାରୁ କାରଣ ଆମେ ତାହା ପିଲାଦିନରୁ ଦେଖି ଅସୁଛେ। ଯଦି ଆମେ ତାହା ଦେଖୁ ନଥାନ୍ତେ ତେବେ ନିଜ ଫୋଟୋ ମଧ୍ୟ ଚିହ୍ନି ପାରନ୍ତୁ ନାହିଁ। ଯେତେବେଳେ ସ୍କୁଲର ଗ୍ରୁପ ଫୋଟୋ ଦେଖୁ ସେତେବେଳେ ସେଥିରେ ନିଜେ ନିଜକୁ ଖୋଜିଥାଉ।

ଆମେ ନିଜେ ନିଜକୁ ଚିହ୍ନି ପାରୁନାହିଁ କାରଣ ଶରୀର ପ୍ରତି ମୁହୂର୍ତ୍ତରେ ବଦଳି ଥାଏ। ମାତ୍ର ମୁଁ ଶରୀର ନୁହେଁ। ମୁଁ ସେହି ଆତ୍ମତତ୍ତ୍ୱ, ଶରୀର ବୁଢା ହୁଏ ମାତ୍ର ମୁଁ କେବେ ବୁଢ଼ା ହୁଏ ନାହିଁ। ଶରୀରର ମୃତ୍ୟୁ ହୁଏ, ମୋର ନୁହେଁ।

ଆମେ ମଧ୍ୟ ଆମର ଇଚ୍ଛା, କାମନା, ବାସନା, ରାଗ ଓ ଦ୍ୱେଷ ଆଦି ଆସକ୍ତି ରୂପକ ଚଣାକୁ ଛାଡି ପାରନ୍ତି ନାହିଁ ଏବଂ ଜନ୍ମ ମରଣ ଚକ୍ରରେ ଛନ୍ଦି ହୋଇ ଯାଆନ୍ତି। ଆମେ ଚାହିଁଲେ ଏଇ ଚକ୍ରରୁ ତୁରନ୍ତ ମୁକ୍ତି ପାଇ ପାରନ୍ତେ, ଇଶ୍ଵର ପ୍ରାପ୍ତି ମଧ୍ୟ ଖୁଵ ଶୀଘ୍ର କରି ପାରନ୍ତେ, କିନ୍ତୁ ଆମେ ଏହି ସାଂସାରିକ ମୋହ ରୂପକ ଚଣାକୁ ଛାଡିବାକୁ ପ୍ରସ୍ତୁତ ନାହୁଁ। ମୋ ସ୍ତ୍ରୀ, ମୋ ପିଲା, ମୋ ମାଆ, ମୋର ପିତା - ଏ ସମସ୍ତ ମିଥ୍ୟା ବନ୍ଧନ, ଏ ସମସ୍ତ ଆରୋପିତ । ଏହା ସତ୍ୟ ନୁହେଁ । ଜନ୍ମ ସମୟରେ ଏହା ମଧ୍ୟରୁ କୌଣସି ସମ୍ବନ୍ଧ ସହିତ ଆମର ପରିଚୟ ନଥିଲା ।

14.6

ତତ୍ର ସତ୍ତ୍ୱଂ(ନ୍) ନିର୍ମଲତ୍ୱାନ୍, ପ୍ରକାଶକମନାମୟମ୍।
ସୁଖସଙ୍ଗେନ ବଧ୍ନାତି, ଜ୍ଞାନସଙ୍ଗେନ ଚାନଘ॥6॥

ହେ ନିଷ୍ପାପ ଅର୍ଜୁନ ! ସେହି ଗୁଣଗୁଡିକ ମଧ୍ୟରୁ ସତ୍ତ୍ବଗୁଣ ନିର୍ମଳ (ସ୍ବଚ୍ଛ) ହୋଇଥିବାରୁ ପ୍ରକାଶକ ଓ ନିର୍ବିକାର ଅଟେ । ତାହା ସୁଖାସକ୍ତି ଓ ଜ୍ଞାନାସକ୍ତି ଦ୍ବାରା ଦେହୀକୁ ଆବଦ୍ଧ କରେ।

ବିବେଚନ :-

ସତ୍ତ୍ୱଗୁଣ, ରଜୋଗୁଣ ଓ ତମୋଗୁଣ ଅପେକ୍ଷା ବିଶୁଦ୍ଧତର ହୋଇଥିବାରୁ ଉଜ୍ଜ୍ବଳମୟ ଅଟେ। ଯାହାର ସାତ୍ତ୍ୱିକତା ଯେତେ ଅଧିକ ହୋଇ ଥାଏ, ବୁଦ୍ଧି ସେତିକି ନିର୍ମଳ ହୋଇଥାଏ। ସମସ୍ତ ମନୁଷ୍ୟ, ସତ୍ତ୍ୱଗୁଣୀ ଲୋକଠାରୁ ପରାମର୍ଶ ଗ୍ରହଣ କରିଥାନ୍ତି। ଯେତେବେଳେ ମନୁଷ୍ୟଠାରେ ସତ୍ତ୍ୱଗୁଣ ଅଧିକ ଥାଏ ପୂଜାର୍ଚ୍ଚନାରେ ଓ ଧାର୍ମିକ ଆଲୋଚନାରେ ଅଧିକ ମନ ବଳି ଥାଏ। ଯେତେବେଳେ ରଜୋଗୁଣ ମନରେ ଅଧିକ ହୋଇ ଯାଏ ପୂଜାର୍ଚ୍ଚନାରେ ମନ ଲାଗେ ନାହିଁ। ଯିଏ ତମଗୁଣୀ ପୂଜାର୍ଚ୍ଚନା ନ କରିବା ପାଇଁ ବିଭିନ୍ନ ବାହାନା କରିଥାନ୍ତି। 

14.7

ରଜୋ ରଗାତ୍ମକଂ(ମ୍) ବିଦ୍ଧି, ତୃଷ୍ଣାସଙ୍ଗସମୁଦ୍ଭବମ୍।
ତନ୍ନିବଧ୍ନାତି କୌନ୍ତେୟ, କର୍ମସଙ୍ଗେନ ଦେହିନମ୍॥7॥

ହେ କୁନ୍ତୀନନ୍ଦନ ! ତୃଷ୍ଣା ଓ ଆସକ୍ତି ଜାତକରୁଥିବା ରଜୋଗୁଣକୁ ତୁମେ ରାଗ (ଆସକ୍ତି) ସ୍ବରୂପ ବୋଲି ଜାଣ । ତାହା କର୍ମାସକ୍ତି ଦ୍ବାରା ଦେହୀ ବା ଜୀବାତ୍ମାକୁ ବନ୍ଧନରେ ପକାଏ।

ବିବେଚନ :-

ସଂସାରରେ ମନୁଷ୍ୟ ଯାହା ସବୁକାର୍ଯ୍ୟ କରିଥାଏ, ତାହା ରଜୋଗୁଣ କାରଣରୁ ସମ୍ଭବ ହୋଇଥାଏ।

ରଜୋଗୁଣ - କାର୍ଯ୍ୟ କଳାପ ଏହାର ଲକ୍ଷଣ

ଆମେ ଗୀତା ପଢିଲେ ଏହି ପଠନ କ୍ରିୟା ରଜୋଗୁଣ ଦ୍ୱାରା ହୋଇଥାଏ। କିନ୍ତୁ ଗୀତା ପଢ଼ିବା ଦ୍ୱାରା ରଜୋଗୁଣ ଆମକୁ ସତ୍ତ୍ବଗୁଣ ଆଡକୁ ନେଇଥାଏ।

14.8

ତମସ୍ତ୍ୱଜ୍ଞାନଜଂ(ମ୍) ବିଦ୍ଧି, ମୋହନଂ(ମ୍) ସର୍ବଦେହିନାମ୍।
ପ୍ରମାଦାଲସ୍ୟନିଦ୍ରାଭିଃ(ସ୍), ତନ୍ନିବଧ୍ନାତି ଭାରତ॥8॥

ହେ ଭରତବଂଂଶୀ ଅର୍ଜୁନ ! ସମସ୍ତ ଦେହଧାରୀଙ୍କୁ ମୋହିତ କରୁଥିବା ତମୋଗୁଣ ଅଜ୍ଞାନରୁ ଜାତ ହୁଏ ବୋଲି ଜାଣ । ତାହା ପ୍ରମାଦ, ଆଳସ୍ୟ ଓ ନିଦ୍ରା ଦ୍ବାରା (ଦେହ ସହିତ ସମ୍ବନ୍ଧ ମାନୁଥିବା ମନୁଷ୍ୟଙ୍କୁ) ବନ୍ଧନରେ ପକାଏ ।

ବିବେଚନ :-

ତମୋଗୁଣ - ଆଳସ୍ୟ ଓ ନିଷ୍କ୍ରିୟତା ଏହାର ଲକ୍ଷଣ

ଏହି ଗୁଣରୁ ବ୍ୟକ୍ତି ଆଳସ୍ୟପରାୟଣ ହୋଇ ଶୋଇ ରହେ, ଯାହା ଇଛା ତାହା ହିଁ କରେ। ଯେଉଁ କାର୍ଯ୍ୟ କରିବା ଉଚିତ୍ ନୁହେଁ ସେହି କାର୍ଯ୍ୟ କରିବାକୁ ଇଛା କରିଥାଏ, ଏହା ପ୍ରମାଦ ଅଟେ। ଦିନରେ ଛଘଣ୍ଟା ଶୋଇବା ଆବଶ୍ୟକ, କିନ୍ତୁ ତା ପାଇଁ ଏହା ଅଧିକ ହୋଇ ଥାଏ। କାରଣ ତମୋଗୁଣର ଅଧିକତା ହେତୁ ବ୍ୟକ୍ତି ନିଷ୍କ୍ରିୟ ହୁଏ ଓ ସମସ୍ତ ଅକ୍ରିୟା କରିବାକୁ ପ୍ରବୃତ୍ତ ହୁଏ। 

14.9

ସତ୍ତ୍ୱଂ(ମ୍) ସୁଖେ ସଞ୍ଜୟତି, ରଜଃ(ଖ୍) କର୍ମଣି ଭାରତ।
ଜ୍ଞାନମାବୃତ୍ୟ ତୁ ତମଃ(ଫ୍), ପ୍ରମାଦେ ସଞ୍ଜୟତ୍ୟୁତ॥9॥

ହେ ଭରତବଂଶୋଦ୍ଭବ ଅର୍ଜୁନ ! ସତ୍ତ୍ବଗୁଣ ସୁଖରେ ଓ ରଜୋଗୁଣ କର୍ମରେ ଲିପ୍ତ କରି ମନୁଷ୍ୟ ଉପରେ ବିଜୟୀ ହୁଏ । ମାତ୍ର ତମୋଗୁଣ ଜ୍ଞାନକୁ ଆଚ୍ଛାଦିତ କରି ଓ ପ୍ରମାଦରେ ଲିପ୍ତ କରାଇ ମନୁଷ୍ୟ ଉପରେ ବିଜୟୀ ହୁଏ।

ବିବେଚନ :-

ସତ୍ତ୍ୱଗୁଣରେ ସୁଖ ବୃଦ୍ଧି ହୋଇ ଥାଏ, ରଜୋଗୁଣ କର୍ମକୁ ବଢେଇ ଥାଏ ଏବଂ ତମୋଗୁଣ ଅଜ୍ଞାନର ଆବରଣ ମଧ୍ୟରେ ନିଜକୁ ଆବଦ୍ଧ କରି ଇନ୍ଦ୍ରିୟ ଓ ଚିତ୍ତର ବ୍ୟର୍ଥ ପ୍ରଚେଷ୍ଟା ବା ପ୍ରମାଦରେ ଲାଗି ଥାଏ। ଏହି ତିନିଗୁଣ ଦ୍ୱାରା ଜୀବତ୍ମା ଏହିଶରୀର ସହିତ ବାନ୍ଧି ହୋଇଥାଏ।

14.10

ରଜସ୍ତମଶ୍ଚାଭିଭୂୟ, ସତ୍ତ୍ୱଂ(ମ୍) ଭବତି ଭାରତ।
ରଜଃ(ସ୍) ସତ୍ତ୍ୱଂ(ନ୍) ତମଶ୍ଚୈବ, ତମଃ(ସ୍) ସତ୍ତ୍ୱଂ(ମ୍) ରଜସ୍ତଥା॥10॥

ହେ ଭରତବଂଶଜ ଅର୍ଜୁନ ! ରଜୋଗୁଣ ଓ ତମୋଗୁଣକୁ ପରାସ୍ତ କରି ସତ୍ତ୍ବଗୁଣ ବୃଦ୍ଧି ହୁଏ, ସତ୍ତ୍ବଗୁଣ ଓ ତମୋଗୁଣକୁ ପରାସ୍ତ କରି ରଜୋଗୁଣ ବୃଦ୍ଧି ହୁଏ ଏବଂ ସତ୍ତ୍ବଗୁଣ ଓ ରଜୋଗୁଣକୁ ପରାସ୍ତ କରି ତମୋଗୁଣ ବୃଦ୍ଧି ହୁଏ ।

ବିବେଚନ :-

ଭଗବାନ କହୁଛନ୍ତି ହେ ଅର୍ଜୁନ! ଏହି ତିନି ଗୁଣ ମଧ୍ୟରୁ କୌଣସି ଗୋଟିଏକୁ ମଧ୍ୟ ଆମେ ଶୁନ୍ୟ କରି ପାରିବା ନାହିଁ; ନା ସତ୍ତ୍ୱଗୁଣ ନା ରଜୋଗୁଣ ନା ତମୋଗୁଣ। କାରଣ ମନୁଷ୍ୟର ଜୀବନ ନିର୍ବାହ ନିମନ୍ତେ ତିନିଗୁଣର ଆବଶ୍ୟକତା ଅଛି।

ପୁଜ୍ୟ ସ୍ବାମୀଜୀ ଜଣେ ଶ୍ରେଷ୍ଠ ମହାତ୍ମା ଅଟନ୍ତି, ତଥାପି ରାତ୍ରିରେ ବିଶ୍ରାମ ନିମନ୍ତେ ତାଙ୍କୁବି ଶୋଇବା ଆବଶ୍ୟକ। ତେଣୁ ନିଦ୍ରା ସମୟର ତାଙ୍କୁ ତମୋଗୁଣର ଅଧୀନରେ ରହିବାକୁ ପଡେ। ସକାଳୁ ଉଠିଲେ ଶରୀରକୁ ଖାଦ୍ୟ ଦରକାର ତା ସହ ଅନେକ ରଜୋଗୁଣ ଧର୍ମୀ କ୍ରିୟା ମଧ୍ୟ କରିବାକୁ ପଡ଼ିଥାଏ। ସ୍ବାମୀଜୀଙ୍କ ଠାରେ ସତ୍ତ୍ୱଗୁଣ ସର୍ବାଧିକ ଥାଇପାରେ, ରଜୋଗୁଣ ଓ ତମୋଗୁଣର ପରିମାଣ କମ୍ ହୋଇପାରେ କିନ୍ତୁ କେହି ଶୁନ୍ୟ ହୋଇ ପାରିବ ନାହିଁ। ଇଚ୍ଛାକରି ଗୋଟିଏକୁ ଅନ୍ୟଠାରୁ କମ୍ ବା ବେଶି କରାଯାଇପାରେ। ଯେପରିକି ସତ୍ତ୍ୱଗୁଣକୁ ବଢାଇବାକୁ ରଜୋଗୁଣକୁ କମ୍ କରିବାକୁ ପଡିବ ଓ ରଜୋଗୁଣକୁ ବଢାଇବାକୁ ସତ୍ତ୍ୱଗୁଣକୁ କମ୍ କରିବା ପାଇଁ ପଡିବ, ତଥା ତମୋଗୁଣର ବୃଦ୍ଧି ପାଇଁ ସତ୍ତ୍ୱଗୁଣ ଓ ରଜୋଗୁଣକୁ କମ୍ କରିବାକୁ ପଡିବ।

ହନୁମାନଜୀ ଏହି ତିନି ଗୁଣକୁ କିପରି ଜୟ କରିଥିଲେ ଏହି ସମ୍ବନ୍ଧରେ ରାମଚରିତମାନସର ସୁନ୍ଦରାକାଣ୍ଡରେ ଏକ ସୁନ୍ଦର କାହାଣୀ ଅଛି ।

ସୁନ୍ଦରାକାଣ୍ଡରେ ଯେତେବେଳେ ଲଙ୍କା ଅଭିଯାନ ଉଦ୍ଦେଶ୍ୟରେ ସମସ୍ତ ବାନରଗଣ ସମୂଦ୍ର କୂଳରେ ଏକତ୍ର ହୋଇଛନ୍ତି ସେଠାରେ ସଂପାତି ସହିତ ମଧ୍ୟ ବାର୍ତ୍ତାଳାପ ହୋଇଛି। ସମସ୍ତେ କଲ୍ପନା କରୁଛନ୍ତି କି ଶହେ ଯୋଜନ ସମୁଦ୍ର ଦୂରତାକୁ କିପରି ଲଙ୍ଘନ କରିବେ। ବଡ କଷ୍ଟକର ବ୍ୟାପାର। ସେତେବେଳେ ଅଙ୍ଗଦ କହିଲେ -

अंगद कहइ जाउँ मैं पारा। जियँ संसय कछु फिरती बारा।।

ଅଂଗଦ କହୁଛନ୍ତି ସମୁଦ୍ର ପାର କରି ସେପଟକୁ ଚାଲିଯିବି ସିନା କିନ୍ତୁ ଫେରି ପାରିବି କି ନାହିଁ ସନ୍ଦେହ। ସମସ୍ତେ ନିଜ ନିଜର ଶକ୍ତି ବିଷୟରେ କହୁଥିଲେ ଜାମ୍ବବାନ କହିଲେ ମୁଁ ଯାଇ ତ ପାରିବି କିନ୍ତୁ ବୃଦ୍ଧାବସ୍ଥା ହେତୁ ସହଜରେ ଫେରି ପାରିବି କି ନାହିଁ ସେ ବିଶ୍ୱାସ କରି ପାରୁ ନାହଁ। ହନୁମାନଜୀ ତ ସତ୍ତ୍ୱଗୁଣର ପ୍ରତୀକ ତେଣୁ ସେ ଶାନ୍ତିରେ ଗୋଟିଏ କୋଣରେ ବସି ରହିଥିଲେ। ନିଜକୁ ସବୁଠାରୁ ଛୋଟ ଭାବି ଚୁପଚାପ୍ ବସି ରହିଥିଲେ। ଜାମ୍ବବାନଜୀ କହିଲେ ହନୁମାନ! ତୁମେ ତ କିଛି କହୁନାହଁ ।

ଜାମ୍ବବାନଜୀ ସୀତା ଅନ୍ୱେଷଣ ପାଇଁ ହନୁମାନଙ୍କୁ ପ୍ରେରିତ କରି କହୁଛନ୍ତି :-

कहइ रीछपति सुनु हनुमाना। का चुप साधि रहेहु बलवाना॥

पवन तनय बल पवन समाना। बुधि बिबेक बिग्यान निधाना॥

ହନୁମାନଜୀ ସମୁଦ୍ର ଲଂଘନ ପାଇଁ ଉଠି ଠିଆ ହେଲେ ଏବଂ ଅତି ଉଚ୍ଛୁକ ହୋଇ ଲମ୍ଫ ପ୍ରଦାନ କଲେ। କିନ୍ତୁ ଏହା ସତ୍ୟ ଯେ କୌଣସି ଉତ୍ତମ କାର୍ଯ୍ୟ କରିବାବେଳେ କଷ୍ଟ ଓ ବିଘ୍ନ ନିଶ୍ଚିତ ଭାବେ ଆସିବ।

जलनिधि रघुपति दूत बिचारी। तैं मैनाक होहि श्रमहारी॥

ମୈନାକ ପର୍ବତ ପ୍ରକଟ ହୋଇଗଲା ଓ ସେଠାରେ ବିଶ୍ରାମ କରି ଆଗକୁ ଯିବା ପାଇଁ ହନୁମାନଙ୍କୁ ଅନୁରୋଧ କଲା। ମୈନାକ ପର୍ବତରେ ବିଶ୍ରାମ ମଧ୍ୟ ରାମକାର୍ଯ୍ୟରେ ବାଧା ସଦୃଶ ତେଣୁ ସତ୍ତ୍ୱଗୁଣୀ ହନୁମାନ ତାଙ୍କୁ ପରିକ୍ରମା ଓ ପ୍ରଣାମ କରି ଆଗକୁ ଚାଲିଗଲେ।

हनूमान तेहि परसा कर पुनि कीन्ह प्रनाम,

राम काजु कीन्हें बिनु मोहि कहाँ बिश्राम॥

ଆଗକୁ ଯିବାବେଳେ ଇନ୍ଦ୍ର ଦେବ ହନୁମାନଙ୍କ ପରୀକ୍ଷା ନେବାପାଇଁ ସୁରସାଙ୍କୁ କହିଲେ - ହେ ମାତା ! ତୁମେ ନାଗଗଣଙ୍କ ମାତା। ହନୁମାନଙ୍କ ପରୀକ୍ଷା କରିବା ପାଇଁ ତୁମେ ଯାଅ।

जात पवनसुत देवन्ह देखा। जानैं कहुँ बल बुद्धि बिसेषा॥

सुरसा नाम अहिन्ह कै माता। पठइन्हि आइ कही तेहिं बाता॥

ସୁରସା ହନୁମାନଜୀଙ୍କୁ ଦେଖି କହୁଛନ୍ତି -

आजु सुरन्ह मोहि दीन्ह अहारा। सुनत बचन कह पवनकुमारा॥

ହନୁମାନଜୀ ତାଙ୍କର ବିକଟାଳ ରୂପକୁ ଦେଖି କହିଲେ -

राम काजु करि फिरि मैं आवौं। सीता कइ सुधि प्रभुहि सुनावौं॥

ମୁଁ ସୀତାଙ୍କ ସମାଚାର ରାମଙ୍କୁ କହି ଆସିବା ପରେ ମୋତେ ଖାଇବ। କିନ୍ତୁ ଦେବତା ଦ୍ବାରା ପ୍ରେରିତ ରଜୋଗୁଣୀ ସୁରସା ବା ମାନୁଛନ୍ତି କିପରି। ଅତଃ ହନୁମାନଜୀ କହିଲେ ଠିକ୍ ଅଛି ମୋତେ ଖାଅ ସୁରସା ନିଜ ଶରୀରକୁ ଏକ ଯୋଜନ ପର୍ଯ୍ୟନ୍ତ ବିସ୍ତାର କଲେ। ସତ୍ତ୍ୱଗୁଣୀକୁ ବୁଝାଇଦେଲେ ସେ ବୁଝି ଯାଇଥାଏ କିନ୍ତୁ ରଜୋଗୁଣୀ ସହଜରେ ବୁଝେନାହି। ରଜୋଗୁଣକୁ ରଜୋଗୁଣ ଦ୍ବାରା ହିଁ ଶେଷ କରିବାକୁ ହେବ। ସୁରସା ଯେତେ ଯେତେ ନିଜ ଶରୀରକୁ ବୃଦ୍ଧି କରୁଥାଏ ହନୁମାନ ତାର ଦୁଇଗୁଣ କରି ନିଜକୁ ବୃଦ୍ଧି କରୁଥାନ୍ତି। ରଜୋଗୁଣକୁ ସର୍ବଦା ରଜୋଗୁଣରେ ମଧ୍ୟ ଜୟ କରି ହୁଏ ନାହିଁ ଏହା ଏଠାରେ ଶିଖିବା କଥା। ସୁରସାର ଶରୀର ଶହେ ଯୋଜନ ବଢିବା କ୍ଷଣି ହନୁମାନ ଲଘୁ ରୂପ ଧାରଣକରି ସୁରସାର ମୁଖମଧ୍ୟରେ ପ୍ରବେଶକରି ମୁଖ ବନ୍ଦ ହେବା ପୂର୍ବରୁ ବାହାରକୁ ବାହାରି ଆସିଲେ। ହନୁମାନଜୀଙ୍କ ଏହି କର୍ମରେ ପ୍ରଭାବିତ ହୋଇ ସୁରସା ଆଶୀର୍ବାଦ ପ୍ରଦାନ କରି ଚାଲିଗଲେ।

राम काज सब करिहऊ, तुम बल बुद्धि निधान,

आसिष देई गई सो , हरषि चलेऊ हनुमान।

ବର୍ତ୍ତମାନ ବାକି ରହିଲା ତମୋଗୁଣ ଦ୍ଵାରା ପରୀକ୍ଷା।

निसिचरि एक सिंधु महुं रहईं । करि माया नभु के खग गहईं।

जीव जंतु जे गगन उड़ाही। जल बिलोकि तिन्ह कै परिछाहीं।।

ଆକାଶରେ ଉଡୁଥିବା ପକ୍ଷୀର ପ୍ରତିଛବିକୁ ଧରି ତାଂକର ଗତିରୋଧ କରି ସେମାନଙ୍କୁ ଖାଇ ଯାଉଥିବା ଏକ ରାକ୍ଷସୀ ହନୁମାନଙ୍କ ଗତିରୋଧ କଲା। ହନୁମାନ ସେହି ତମୋଗୁଣୀ ରାକ୍ଷସୀକୁ କିଛି ନ କହି ଚାପୁଡ଼ାଏ ମାରି ଆଗକୁ ବଢି ଚାଲିଲେ। ଏହିପରି ସତ୍ତ୍ୱଗୁଣୀକୁ ପ୍ରଣାମକରି, ରଜୋଗୁଣୀକୁ ରଜୋଗୁଣ ଦ୍ବାରା ପରାସ୍ତ କରି ଏବଂ ତମୋଗୁଣୀକୁ ଦମନ କରି ହନୁମାନ ଆଗକୁ ଚାଲିଗଲେ।

ସତ୍ତ୍ୱଗୁଣୀକୁ ସର୍ବଦା ପ୍ରଣାମକରିବା ଉଚିତ୍। ଘରେ ବିବାହ ବା ଅନ୍ୟ ଉତ୍ସବ ଚାଲିଥିବ, ଯଦି ଜଣେ ଭାବିବ ଯେ ମୁଁ ତ ସତ୍ ସଂଗ ବାଲା, ଏ ଉତ୍ସବରେ ଭାଗନେବା ମୋର କଣ ଦରକାର, ଏପରି ବିଚାର ଠିକ୍ ନୁହେଁ। ସତ୍ତ୍ୱଗୁଣୀ ହେବାର ଅର୍ଥ ଏହା ନୁହେଁ ଯେ ଅନ୍ୟର ଆନନ୍ଦ ବିରକ୍ତିର କାରଣ ହେବା। ଉତ୍ସବ ହେଲେ ସେଥିରେ ନାଚ ଗୀତରେ ଭାଗନେଲେ ଦୋଷନାହଁ କିନ୍ତୁ ସେଥିରେ ସଂପୂର୍ଣ୍ଣ ମଗ୍ନ ହୋଇଯିବା ଦୋଷାବହ। ହନୁମାନଜୀ ସୁରସା ସହିତ ଶରୀରତ ବଢାଇଲେ କିନ୍ତୁ ତୁରନ୍ତ ଛୋଟ ହୋଇ ନିଜେ ବିଜଯୀ ହେଲେ। ସେ ଆମକୁ ଏହି ଶିକ୍ଷା ଦେଲେ ଯେ ତମୋଗୁଣ ସହ ବାର୍ତ୍ତାଳାପ ଛାଡ ଏକକ୍ଷଣ ମଧ୍ୟ ସେଥିରେ ଛନ୍ଦି ହେବା ଉଚିତ ନୁହେଁ।

ହନୁମାନଙ୍କ ପରୀକ୍ଷା ଆହୁରି ବାକି ଥିଲା। ସେ ଯେତେବେଳେ ଲଂକା ପହଞ୍ଚିଲେ ଦ୍ବାରରକ୍ଷକ ଲଂକିନୀଠାରୁ ରକ୍ଷା ପାଇବା ପାଇଁ ମାଛିରୂପ ଧାରଣ କଲେ। କିନ୍ତୁ ଲଂକିନୀର ଦୃଷ୍ଟିରୁ ବର୍ତି ପାରିଲେ ନାହିଁ। ଲଂକିନୀ ତାଙ୍କୁ ଡରାଇବାରୁ ତାକୁ ଏକଶକ୍ତ ଚାପୁଡ଼ା ମାରିଲେ ଯାହା ଫଳରେ ଲଂକିନୀ ରକ୍ତ ବାନ୍ତି କରି ପକାଇଲା। ତାପରେ ହନୁମାନଙ୍କ ଆଗରେ ହାତ ଯୋଡ଼ି ଠିଆହେଲା ଓ ବ୍ରହ୍ମାଙ୍କ ବରଦାନ ବିଷୟରେ ଜଣାଇଲା। ବ୍ରହ୍ମା କହିଥିଲେ ଯେଉଁ ଦିନ ତୁମେ ଏକ ବାନରର ପ୍ରଚଣ୍ଡ ପ୍ରହାରରେ ବିକଳ ହୋଇ ଉଠିବ ସେଦିନ ଜାଣିବ ଯେ ଦୁଷ୍ଟ ରାକ୍ଷସଙ୍କର ଅନ୍ତ ସମଯ ଆସିଗଲା।

बिकल होसि तैं कपि कें मारे। तब जानेसु निसिचर संघारे।।

ସତ୍ତ୍ୱଗୁଣୀର ସଙ୍ଗ ପ୍ରଭାବ କଣ ଏହା ଲଂକିନୀ ଜଣାଇଛନ୍ତି।

तात मोर अति पुन्य बहूता। देखेउँ नयन राम कर दूता।।

ଅର୍ଥାତ୍ ମୁଁ ଜାଣିନି କେଉଁ ଜନ୍ମର ପୁଣ୍ୟର ଫଳ ହିସାବରେ ମୋତେ ଭଗବାନ ନହେଲେ ମଧ୍ୟ ଭଗବାନଙ୍କ ଦୂତର ଦର୍ଶନ ମିଲିଗଲା।

तात स्वर्ग अपवर्ग सुख धरिअ तुला एक अंग, तूल न ताहि सकल मिलि जो सुख लव सतसंग।

ଅର୍ଥାତ୍ ଯଦି ତରାଜୁର ଏକପଟେ ସ୍ୱର୍ଗର ସମସ୍ତ ସୁଖକୁ ରଖାଯାଏ ତେବେ ସୁଦ୍ଧା ଏକ କ୍ଷଣର ସତ୍ ସଂଗରୁ ମିଲୁଥିବା ସୁଖ ତା ସହ ସମାନ ହେବ ନାହିଁ। ଲଂକିନୀ ହନୁମାନଜୀଙ୍କୁ ଭଗବାନ ରାମଙ୍କ ନାମ ସ୍ମରଣ କରି ଲଂକାରେ ପ୍ରବେଶ କରିବାକୁ ଆଗ୍ରହ ନିବେଦନ କଲା। କିପରି ସତ୍ତ୍ୱଗୁଣ, ରଜୋଗୁଣ ଓ ତମୋଗୁଣ ଉପରେ ବିଜୟ ପ୍ରାପ୍ତ କରିବେ, ହନୁମାନଜୀ ତାହାର ଉତ୍ତମ ଉଦାହରଣ ଅଟନ୍ତି।






ପ୍ରଶ୍ନୋତ୍ତରୀ :

ପ୍ରଶ୍ନକର୍ତ୍ତ୍ରୀ :- ଅଳକା ଦିଦି

ପ୍ରଶ୍ନ :- ଉଦ୍ଧବଜୀ କିପରି ଶ୍ରୀକୃଷ୍ଣଙ୍କୁ ଭେଟିଲେ ?

ଉତ୍ତର :- ଉଦ୍ଧବଜୀ ଯାଦବ ରାଜବଂଶର ଥିଲେ ଏବଂ ଶ୍ରୀକୃଷ୍ଣଙ୍କର ପିଲା ଦିନର ବନ୍ଧୁ ଥିଲେ l ଭାଗବତ ପୁରାଣର ଏକାଦଶ ଅଧ୍ୟାୟରେ ଉଦ୍ଧବଗୀତା ଦେଖାଯାଏ ଯାହା ଭଗବଦ୍‍‍ ଗୀତା ସହିତ ସମାନ ଅଟେ l


ପ୍ରଶ୍ନକର୍ତ୍ତା :- ଯୋଗେଶ ଗୋୟଲ ଜୀ

ପ୍ରଶ୍ନ :- ଆଜିକାଲି ଖାଟୁଶ୍ୟାମ ମହାରାଜଙ୍କ ଭଜନ କୀର୍ତ୍ତନ ଅଧିକ ବ୍ୟାପିବାରେ ଲାଗିଛି, ତେଣୁ ତାଙ୍କୁ ଭଗବାନ ବୋଲି ମାନିପାରିବା କି ?

ଉତ୍ତର :- ମହାଭାରତରେ ଶ୍ରୀକୃଷ୍ଣ ନିଜେ ସାଧୁ ମାନଙ୍କୁ କହିଥିଲେ ଯେ ସେ କଳିଯୁଗରେ ତାଙ୍କ ରୂପରେ (ଶ୍ୟାମ ନାମରେ) ପୂଜା ଯିବେ l ଭଗବାନ ଶ୍ରୀକୃଷ୍ଣଙ୍କର କଳିଯୁଗ ଅବତାର ହିଁ ଖାଟୁଶ୍ୟାମ ଅଟେ l ଖାଟୁଶ୍ୟାମ ଦେବତାଙ୍କର ଏକ ରୂପ ଅଟେ ଏବଂ ଦେବତାଙ୍କର ପୂଜା, ଭକ୍ତି ବା ଉପାସନା ସକାମ (ସଫଳ) ଅଟେ l ତାଙ୍କୁ ହାରେ କା ସାହାରା ମଧ୍ୟ କୁହାଯାଏ l “माँ सैव्यम पराजित:” ଅର୍ଥାତ ଯିଏ ପରାଜିତ ଏବଂ ନିରାଶ ଲୋକଙ୍କୁ ଶକ୍ତି ଯୋଗାଏ l


ପ୍ରଶ୍ନକର୍ତ୍ତା :- ଯୋଗେଶ ଗୋୟଲ ଜୀ

ପ୍ରଶ୍ନ :- ଯେତେବେଳେ ଆମେ ଶ୍ରୀ ସାଇ ବାବାଙ୍କୁ ପୂଜା କରିବା ପାଇଁ କୌଣସି ବନ୍ଧୁ କିମ୍ବା ପରିଚିତ ବ୍ୟକ୍ତିଙ୍କ ଘରକୁ ଯାଆନ୍ତି, ସାଇ ବାବାଙ୍କ ବିରାଟ ପ୍ରତିମୂର୍ତ୍ତି ମଝିରେ ରଖାଯାଇଥାଏ ଓ ଶ୍ରୀକୃଷ୍ଣ ଏବଂ ଶ୍ରୀ ରାମଙ୍କ ପ୍ରତିମୂର୍ତ୍ତି ଛୋଟ ଥାଏ l

ଉତ୍ତର :- ଦୁଃଖୀ ହେବା ଉଚିତ ନୁହେଁ l ଯେପରି ଛୋଟ ପିଲାମାନେ ସେମାନଙ୍କର ଖେଳନାକୁ ପସନ୍ଦ କରନ୍ତି, ସେହିଭଳି ଯେଉଁମାନେ କୌଣସି ସାଧୁ କିମ୍ବା ଭଗବାନଙ୍କୁ ବିଶ୍ୱାସ କରନ୍ତି, ସେମାନ କେବଳ ତାଙ୍କ ଉପରେ ହିଁ ବିଶ୍ୱାସ କରିଥାନ୍ତି l ଆମେ ସମସ୍ତେ ସ୍ୱାର୍ଥପର l କିଛି ପାଇବାର ଆଶାରେ (ଲୋଭରେ) ଯେ କୌଣସି ଦେବତାଙ୍କୁ ପୂଜା କରନ୍ତି ଏବଂ ଅନ୍ୟ ସମ୍ପ୍ରଦାୟର ପୂଜା ପାଠ ସ୍ଥାନକୁ ମଧ୍ୟ ଯାଆନ୍ତି l


ପ୍ରଶ୍ନ କର୍ତ୍ତା:- ଶ୍ରୀ ଶିବରାଜ ସକପାଲ ଜୀ

ପ୍ରଶ୍ନ :- ସାଇନାଥ ମହାରାଜା କଣ ଗୁରୁଦେବ ଦତ୍ତାତ୍ରେୟଙ୍କ ଅବତାର, ଯେମିତି ଶ୍ରୀ ସମର୍ଥ ଆଉ ଶ୍ରୀ ଗଜାନନ ମହାରାଜ?

ଉତ୍ତର :- ଶ୍ରୀ ଦତ୍ତାତ୍ରେୟଜୀ ହେଉଛନ୍ତି ଭଗବାନଙ୍କର ଅବତାର। ସାଇବାବା ଆଉ ଗଜାନନ ମହାରାଜ ସନ୍ଥ ଅଟନ୍ତି ଯିଏ ଆମକୁ ଭଗବାନଙ୍କ ନିକଟତର ହେବାକୁ ସହାୟତା କରନ୍ତି।


ପ୍ରଶ୍ନ କର୍ତ୍ତା:- ଶ୍ରୀ ଶିବରାଜ ସକପାଲ ଜୀ

ପ୍ରଶ୍ନ:- ଜ୍ଞାନେଶ୍ଵରୀ ଆଉ ଶ୍ରୀମଦ୍ଭାଗବଦ୍ ଗୀତାକୁ ଭଲଭାବରେ ବୁଝିବାପାଇଁ କଣ କରିବାକୁ ପଡ଼ିବ, ଆଉ ପ୍ରଥମେ କେଉଁ ଶାସ୍ତ୍ର, ଆଉ ଉପନିଷଦ ଲେଖା ହୋଇଛି?

ଉତ୍ତର:- ଏହି ବିଷୟ ଜାଣିବା ପାଇଁ ଉତ୍ତମ ଗୁରୁଙ୍କର ଆବଶ୍ୟକ। ଵିନା ଗୁରୁରେ ସାମାନ୍ୟ ବିଷୟବି ବୁଝିବା କଷ୍ଟକର। ଆଉ ଏଇଟା ତ ବ୍ରହ୍ମ ବିଦ୍ୟା ଅଟେ। କେବଳ ପୁସ୍ତକ ପଢିଲେ ଵୁଝିହେବ ନାହିଁ।

ତେବେ, ପରମ ପୂଜ୍ୟ ଗୁରୁଦେବ କହନ୍ତି ରାମାୟଣ ମହାଭାରତ ଯିଏ ପଢିଛି ତାକୁ ଆଉ ବିଶେଷ କିଛି ପଢ଼ିବା ଆବଶ୍ୟକ ନାହିଁ। ଶ୍ରୀମଦ୍ଭାଗବଦ୍ ହେଉଛି ମହାଗ୍ରନ୍ଥ। ଜ୍ଞାନର ଅସୀମ ଭଣ୍ଡାର ଘର।


ପ୍ରଶ୍ନ କର୍ତ୍ତା:- ଶ୍ରୀ ଶିବରାଜ ସକପାଲ ଜୀ

ପ୍ରଶ୍ନ :- ନବଜାତ ଶିଶୁକୁ ଛୁଆଁ ଅଛୁଆଁ ଲାଗୁଛି କେତେ ଦିନ ପାଇଁ ପୂଜା ହେବ ନାହିଁ?

ଉତ୍ତର:- ଆପଣଙ୍କ କୂଳର ପରମ୍ପରା ଅନୁସାରେ ପାଳନ୍ତୁ। ଭଗବାନଙ୍କ ପାଖେ ଦୀପ ଲଗାଇବ ନାହିଁ। କିନ୍ତୁ ପୁରାଣ ଗ୍ରନ୍ଥ ପାଠ କରିପାରିବ।


ପ୍ରଶ୍ନ କର୍ତ୍ତା:- ବଜରଙ୍ଗ ଭାଇ

ପ୍ରଶ୍ନ -: ଆଜି କାଲି ବିଜ୍ଞାନକୁ ଆପଣେଇ ଦୁଇଟି ସନ୍ତାନରେ ସିମୀତ କରୁଛନ୍ତି। ଆଗରୁ ଦଶ ଛୁଆ ବି ହେଉଥିଲେ। ଏଥିରେ କଣ ପରିବାରର ପୂନର୍ଜନ୍ମ ବନ୍ଦ ହେଇଯାଉଛିକି? ପୂନର୍ଜନ୍ମ ମାନିବା କି ନ ମାନିବା?

ଉତ୍ତର:- କର୍ମରୁ ପ୍ରାରବ୍ଧ ଲେଖା ବଢେଇ ପାରିବ, କମେଇ ପାରିବ। ଵିଧିର ବିଧାନ ଅନୁଯାୟୀ ପୁନର୍ଜନ୍ମ ହୋଇଥାଏ। ମନୁଷ୍ୟକୁ ନିଜର ନିହିତ କର୍ମର ଫଳ ନିଶ୍ଚିତ ଭୋଗିବାକୁ ପଡ଼ିବ, ଏଇ ଜନ୍ମରେ କିମ୍ବା ଆସନ୍ତା ଜନ୍ମରେ । କାହାର ଆୟୁ ଅଶି ବର୍ଷ, କିନ୍ତୁ ସେ ଚାଳିଶି ବର୍ଷରେ ଆତ୍ମହତ୍ୟା କରେ, ତାହେଲେ ତାକୁ ଆଉ ଚାଳିଶି ବର୍ଷର ନିୟତି ଭୋଗିବାକୁ ପୁନର୍ଜନ୍ମ ନେବାକୁ ହେବ।


ପ୍ରଶ୍ନକର୍ତ୍ତା: ଶ୍ରୀମତୀ ଇନ୍ଦୁ ଦିଦି

ପ୍ରଶ୍ନ: ରଜୋଗୁଣ କ୍ରିୟା ଅଟେ, ତେଣୁ ଗୀତା ପଢ଼ିବା, ଧ୍ୟାନ ଦେବା ରଜୋଗୁଣ ଅଟେ ନା ସତ୍ତ୍ଵ ଗୁଣ?

ଉତ୍ତର: ରଜୋଗୁଣ କର୍ମ କ୍ରିୟା ଅଟେ। ଆମେ ଯାହା ମଧ୍ୟ କରୁଅଛୁ ରଜୋଗୁଣ ଅଟେ। ଭଲ କର୍ମ ଆମକୁ ସତ୍ତ୍ଵ ଗୁଣ ଆଡ଼କୁ ଅଗ୍ରସର କରି ଥାଏ, ଖରାପ କର୍ମ ତମ ଗୁଣ ଆଡ଼କୁ ଅଗ୍ରସର କରିଥାଏ ଏବଂ ରଜୋଗୁଣ ଅନ୍ୟ ଦୁଇ ଗୁଣର ପଥ ଅଟେ।


ପ୍ରଶ୍ନକର୍ତ୍ତା: ଶ୍ରୀମତୀ ଇନ୍ଦୁ ଦିଦି

ପ୍ରଶ୍ନ: ମହର୍ଷି ଵେଦଵ୍ୟାସ ମହାଭାରତର ଘଟଣା ସମ୍ପର୍କରେ ପୂର୍ବରୁ ଜାଣିଥିଲେ। ଯଦି ନିୟତି ପୂର୍ବରୁ ଲେଖାଯାଇଅଛି ତେବେ କର୍ମ ଚୟନ ସ୍ୱତନ୍ତ୍ରତା ବିରୋଦ୍ଧ କି ?

ଉତ୍ତର: ସମୟର ଚକ୍ର ଜାରି ରହିଛି। ଆମେ ଆଜି ଯାହାକୁ ତାରା ରୂପରେ ଦେଖୁଅଛେ ସେମାନଙ୍କର ହୁଏତ ଦୁଇ ଲକ୍ଷ ବର୍ଷ ପୂର୍ବେ ସମାପ୍ତ ଘଟିଛି। ଆମେ କେବଳ ତାଙ୍କର ପ୍ରକାଶ ଦେଖୁଅଛେ। ଆମେ ସମୟକୁ ଫେରିପାରୁନା କିନ୍ତୁ ଦେଖି ପାରୁ । ତ୍ରିକାଳଦର୍ଶୀମାନେ, ଅତୀତ, ଭବିଷ୍ୟତ ଏବଂ ବର୍ତ୍ତମାନକୁ ଦେଖିପାରନ୍ତି।


ପ୍ରଶ୍ନକର୍ତ୍ତା: ଶ୍ରୀମତୀ ପଦ୍ମିନୀ ଅଗ୍ରୱାଲ ଦିଦି

ପ୍ରଶ୍ନ: ପ୍ରତିଦିନ ପୂର୍ବପୁରୁଷ ମାନଙ୍କର ସ୍ୱପ୍ନ ଦେଖୁଅଛି। ମନ ମୋର ବିଚଳିତ ହେଉଅଛି। ଏହାର ସମାଧାନ କ'ଣ?

ଉତ୍ତର; ଯୋଗୀ କିମ୍ବା ପୁଣ୍ୟ ଆତ୍ମାମାନଙ୍କୁ ହିଁ ଏହିପରି ସ୍ୱପ୍ନ ଆସିଥାଏ ପରୋପକାର କରିବା ପାଇଁ। ଆମପରି ସାଧାରଣ ମନୁଷ୍ୟଙ୍କ ପାଇଁ ଏହାର କିଛି ତାତ୍ପର୍ଯ୍ୟ ନାହିଁ। ଶୋଇଵାର କିଛି ସମୟ ପୂର୍ବରୁ ଯୋଗ କିମ୍ବା ପ୍ରାଣାୟମ କରିବା ଦ୍ୱାରା ମନ ଶାନ୍ତ ରହିବ।


ପ୍ରଶ୍ନକର୍ତ୍ତା: ସୁନୀଲ ଭାଇ

ପ୍ରଶ୍ନ: ଆପଣଙ୍କ ପ୍ରେରଣାରେ ମୁଁ ତାମସିକ ଖାଦ୍ୟ ବନ୍ଦ କରିଦେଇଛି। ଶାସ୍ତ୍ରରେ ତାମସିକ ଖାଦ୍ୟ ନିଷେଧ କି? ଶ୍ରୀ ରାମ କୃଷ୍ଣ ପରମହଂସ ଏବଂ ସ୍ୱାମୀ ବିବେକାନନ୍ଦ ମାଛ ଖାଉଥିଲେ । ତଥାପି ସେ ସାଧୁ ପଦଵାଚ୍ୟ କିପରି ହେଲେ?

ଉତ୍ତର: ଶ୍ରୀ ଭାଗବତରେ ଏକାଦଶ ଅଧ୍ୟାୟରେ ପ୍ରଥମ ବିନ୍ଦୁରେ ଅହିଂସା ଉଲ୍ଲେଖ କରାଯାଇଛି । ଏହା ହିଁ ଧର୍ମର ସାର ଅଟେ। ତାମସିକ ଭୋଜନ କରିବା ଦ୍ୱାରା ଭଗବାନଙ୍କଠାରୁ ଦୁରତ୍ଵ ବୃଦ୍ଧି ପାଏ। जैसा खाएं अन्न, वैसा बने मन। ଯିଏ ଭଗବାନଙ୍କୁ ସବୁ ଜିନିଷରେ ଦେଖେ (वासुदेवं सर्वमिति) ସେ ହିଂସା କରିପାରିବ ନାହିଁ ।

ରାମକୃଷ୍ଣ ପରମହଂସ ଏବଂ ସ୍ୱାମୀ ବିବେକାନନ୍ଦ ତାମସିକ ଖାଦ୍ୟ ଭୋଜନ କରୁଥିଲେ। ପରନ୍ତୁ ସେମାନଙ୍କର ଅଧିକ ମାତ୍ରାରେ ସତ୍ତ୍ୱଗୁଣ ଥିଲା। ତେଣୁ ଏହି ଛୋଟ ତାମସିକ ଗୁଣ ଲୁଚି ଯାଉଥିଲା। ସାମାନ୍ୟ ମନୁଷ୍ୟ ଏହା କରିବା ଅସମ୍ଭବ ଅଟେ।


ପ୍ରଶ୍ନକର୍ତ୍ତ୍ରୀ - ଶ୍ରୀମତୀ ଚିତ୍ରା ମହାଶୟା

ପ୍ରଶ୍ନ - ତମୋ ଗୁଣୀ ବ୍ୟକ୍ତି ସହିତ କିପରି ବାର୍ତ୍ତାଳାପ କରିବା?

ଉତ୍ତର - ସମସ୍ତଙ୍କ ମଧ୍ୟରେ ତିନୋଟି ଗୁଣ ଅଛି । ପରିସ୍ଥିତି ବିଶେଷରେ ଏହାର ମାତ୍ରା କମ ବେଶୀ ହୋଇପାରେ, ଏଣୁ କାହାକୁ ତମୋ ଗୁଣୀ କହିଵା ଅନୁଚିତ ।


ପ୍ରଶ୍ନକର୍ତ୍ତ୍ରୀ - ସ୍ବୀଟି ସିଂହଲ ମହାଶୟା

ପ୍ରଶ୍ନ - ସୁନ୍ଦର କାଣ୍ଡର ପାରାୟଣ କଣ କେବଳ ମଙ୍ଗଳାବାର କିମ୍ବା ଶନିବାର ନା ପ୍ରତିଦିନ କରିବା ଉଚିତ?

ଉତ୍ତର - ନିୟମିତ ରୂପେ ପାଠ କରିବା ପାଇଁ ଦିନ ଧାର୍ଯ୍ୟ କରାଯାଏ ମାତ୍ର ଏମିତି ତ ପ୍ରତିଦିନ ପାଠ କରାଯାଇ ପାରେ ।


ପ୍ରଶ୍ନକର୍ତ୍ତ୍ରୀ - ଶ୍ରୀମତୀ ବୀଣା ମହାଶୟା

ପ୍ରଶ୍ନ - ଏହି ଆଧ୍ୟାୟକୁ ଗୁଣତ୍ରୟ ବିଭାଗ ଯୋଗ କୁହାଯାଏ । କଣ ଏଥିରେ ଭକ୍ତମାନଙ୍କର ଗୁଣର ବର୍ଣ୍ଣନା ହୋଇଛି?

ଉତ୍ତର - ନା, ଏଥିର ପ୍ରକୃତିର ତିନୋଟି ଗୁଣ ସମ୍ବନ୍ଧରେ କୁହାଯାଇଛି।


ପ୍ରଶ୍ନକର୍ତ୍ତ୍ରୀ - ଶ୍ରୀମତୀ ଜ୍ୟୋସ୍ନା ମହାଶୟା

ପ୍ରଶ୍ନ - ସୁନ୍ଦର କାଣ୍ଡ, ରାମଚରିତମାନସକୁ କିପରି ବୁଝି ହେବ?

ଉତ୍ତର - ଏହା ବୁଝିବା ପାଇଁ କୌଣସି ଗୁରୁଙ୍କର ଆବଶ୍ୟକ ନଥାଏ । ଏମିତି ହିଁ ପଢି ବୁଝି ପାରିବେ ।


ପ୍ରଶ୍ନକର୍ତ୍ତା : ଶ୍ରୀମତୀ କିରଣ ଦିଦି

ପ୍ରଶ୍ନ : ସତ୍ତ୍ୱଗୁଣ କିପରି ବଢିବ?

ଉତ୍ତର : ରଜୋଗୁଣ ଏବଂ ତମୋଗୁଣକୁ ହ୍ରାସ କରି, ନିଜକୁ ଉତ୍ତମ କାର୍ଯ୍ୟରେ ଏପରି ବ୍ୟସ୍ତ ରଖନ୍ତୁ କି ଖରାପ ଚିନ୍ତା ଆପଣଙ୍କ ମନକୁ ବିଚଳିତ କରି ପାରିବ ନାହିଁ । ଭଜନ ଗାନ କରି ଖାଦ୍ୟ ପ୍ରସ୍ତୁତ କଲେ ସେହି ଭୋଜନ ମଧ୍ୟ ପ୍ରସାଦରେ ପରିଣତ ହୋଇଯାଏ।


ପ୍ରଶ୍ନକର୍ତ୍ତା :- ଶ୍ରୀମାନ୍ ଭୂଷଣ ଭାଇ

ପ୍ରଶ୍ନ :- ନବମ ଅଧ୍ୟାୟର କିଛି ଶ୍ଳୋକ ବୁଝିବା ପାଇଁ ଅଧିକ ସମୟ ଦରକାର ହୁଏ । କିପରି ବୁଝିବା?

ଉତ୍ତର :- ଗୋଟିଏ କଥା ଆମକୁ ବୁଝିବାକୁ ପଡ଼ିବ ଭଗବାନ୍ ହେଉଛନ୍ତି ଅବିନାଶୀ ଏବଂ ସଂସାର ବିନାଶଶୀଳ । କିନ୍ତୁ ସଂସାର ଅବିନାଶୀ କିମ୍ବା ଭଗବାନ୍ ବିନାଶଶୀଳ ହୋଇ ପାରିବେ କି? ବ୍ରହ୍ମ ସତ୍ୟ ଜଗତ୍ ମିଥ୍ୟା ଆମେ ଜ୍ଞାନମାର୍ଗକୁ ଭକ୍ତିମାର୍ଗର ସିଦ୍ଧାନ୍ତ ଦ୍ୱାରା ବୁଝିବାକୁ ଚେ଼ଷ୍ଟା କରୁଛୁ । ପ୍ରତିବିମ୍ବ ପାଇଁ ସୂର୍ଯ୍ୟଙ୍କ ଆଲୋକ ଆବଶ୍ୟକ ହୋଇଥାଏ । କିନ୍ତୁ ପ୍ରତିବିମ୍ବରେ ସୁର୍ଯ୍ୟ ନ ଥାଆନ୍ତି ନା ପ୍ରତିବିମ୍ବ ସୂର୍ଯ୍ୟ ଅଟନ୍ତି । ସେହିପରି ସଂସାରର କାରଣ ଭଗବାନ୍ ଅଟନ୍ତି, କିନ୍ତୁ ସଂସାରରେ ଭଗବାନ୍ ନାହାଁନ୍ତି ।


ପ୍ରଶ୍ନକର୍ତ୍ତା :- ଶ୍ରୀମତୀ ଅନୁ ଦିଦି

ପ୍ରଶ୍ନ :- ଜୀବନରେ ନିର୍ଣ୍ଣୟ ନେବା ପାଇଁ ଗୁରୁଙ୍କ ଆବଶ୍ୟକତା ରହିଛି । ସ୍ୱାମୀ ଗୁରୁ ଗୋବିନ୍ଦଦେବ ଗିରିଜୀଙ୍କ ଠାରୁ ଦୀକ୍ଷା ନେଇ ହେବ କି? ଧ୍ୟାନର ଗଭୀରତମ ପ୍ରଦେଶକୁ ଯିବାକୁ ହେଲେ କଣ କରିବା ଉଚିତ୍?

ଉତ୍ତର :- ଗୁରୁଦେବଙ୍କ କାର୍ଯ୍ୟାଳୟରେ ସମ୍ପର୍କ କରନ୍ତୁ ।

ଗଭୀର ଧ୍ୟାନ ପାଇଁ ଧ୍ୟାନର ପାତ୍ର ଓ ନିୟମ ଜାଣିବା ଆବଶ୍ୟକ ଯାହାର ବିସ୍ତୃତ ବର୍ଣ୍ଣନା ଷଷ୍ଠ ଅଧ୍ୟାୟରେ କରାଯାଇଛି ।


ପ୍ରଶ୍ନକର୍ତ୍ତା :- ଶ୍ରୀମତୀ ଅନୁ ଦିଦି

ପ୍ରଶ୍ନ :- ଧ୍ୟାନର ଗଭୀରତମ ପ୍ରଦେଶକୁ ଯିବାକୁ ହେଲେ କଣ କରିବା ଉଚିତ୍?

ଉତ୍ତର :- ଗଭୀର ଧ୍ୟାନ ପାଇଁ ଧ୍ୟାନର ପାତ୍ର ଓ ନିୟମ ଜାଣିବା ଆବଶ୍ୟକ ଯାହାର ବିସ୍ତୃତ ବର୍ଣ୍ଣନା ଷଷ୍ଠ ଅଧ୍ୟାୟରେ କରାଯାଇଛି ।



॥ ଓଁ ଶ୍ରୀ କୃଷ୍ଣାର୍ପଣମସ୍ତୁ ॥