विवेचन सारांश
ସତ୍ୟ ଓ ଅସତ୍ୟର ପ୍ରଭେଦ - ଏହାର ଉପଲବ୍ଧି ଶ୍ରେଷ୍ଠ ଜ୍ଞାନ

ID: 4901
उड़िया - ଓଡ଼ିଆ
ରବିବାର, 26 ମେ 2024
ଅଧ୍ୟାୟ 2: ସାଂଖ୍ୟ ଯୋଗ
2/5 (ଶ୍ଳୋକ 14-22)
ବିବେଚକ: ଗୀତା ବିଶାରଦ ଡାଃ ଆଶୂ ଗୋୟଲ ଜୀ


ଉପକ୍ରମଣିକା:

ସନାତନ ଧର୍ମର ପୂଣ୍ୟ ପରମ୍ପରା ଗୁଡ଼ିକର ଅନୁସରଣ କରି ମଙ୍ଗଳା ଚରଣ, ହନୁମାନ ଚାଳିଶା ପାଠ, ଦୀପ ପ୍ରଜ୍ଜ୍ୱଳନ, ଶ୍ରୀକୃଷ୍ଣଙ୍କର ବନ୍ଦନା ଏବଂ ଗୁରୁଜୀଙ୍କୁ ପ୍ରଣାମ ଜଣାଇ ଆଜିର ବିବେଚନ ସତ୍ରର ଶୁଭାରମ୍ଭ ହେଲା ।

ଶ୍ରୀଭଗବାନଙ୍କର ଅସୀମ କୃପା ଫଳରେ ଆମ ସମସ୍ତଙ୍କର ଏପରି ସୌଭାଗ୍ୟ ଲାଭ ହୋଇଛି ଯେ ଆମର ଏହି ମନୁଷ୍ୟ ଜୀବନକୁ ସାର୍ଥକ ଓ ପୂର୍ଣ୍ଣତା ପ୍ରଦାନ କରିବା ଲାଗି ଶ୍ରୀମଦ୍ ଭଗବତ୍ ଗୀତା ପଠନ ଓ ଅଧ୍ୟୟନରେ ଯୋଡ଼ି ହୋଇଛୁ। ବର୍ତ୍ତମାନ ଚତୁର୍ଥ ସ୍ତରରେ ପହଞ୍ଚି ଗୀତାଜୀଙ୍କୁ ନିଜ ଜୀବନଶୈଳୀରେ କାର୍ଯ୍ୟକାରୀ କରିବାକୁ ପ୍ରୟାସ ମଧ୍ୟ କରୁଛୁ ।

ଏପରି କୌଣସି ଦ୍ଵିତୀୟ ଗ୍ରନ୍ଥ ନାହିଁ ଯାହାର ତୁଳନା ଶ୍ରୀମଦ୍ଭଗବଦ୍ ଗୀତା ସହିତ କରିହେବ। ଏହା ଗତ ତେପନଶହ ବର୍ଷରୁ ଅନେକ ସନ୍ଥ, ମହାପୁରୁଷ, ଓ ଚିନ୍ତାଶୀଳ ବ୍ୟକ୍ତିବିଶେଷ ନିଃସନ୍ଦେହ ସ୍ବୀକାର କରିଛନ୍ତି।

ଶ୍ରୀମଦ୍ଭଗବଦ୍ ଗୀତାର ପ୍ରଥମ ଅଧ୍ୟାୟ ଅର୍ଜୁନ ବିଷାଦ ଯୋଗରେ ଅର୍ଜୁନଙ୍କର ମୋହଜନିତ ଦୁଃଖର ବର୍ଣ୍ଣନା ହୋଇଛି। ତେଣୁ କେହି କେହି ସନ୍ଥ ମହାତ୍ମା ଗୀତାର ଆରମ୍ଭ ଦ୍ଵିତୀୟ ଅଧ୍ୟାୟର ସପ୍ତମ ଶ୍ଳୋକରୁ ହେଇଛି ବୋଲି କୁହନ୍ତି ଏବଂ ଆଦି ଶଙ୍କରାଚାର୍ଯ୍ୟଙ୍କ ମତରେ ଏହା ଏକାଦଶ ଶ୍ଳୋକରୁ ହୋଇଛି। ଏବେ ପ୍ରଶ୍ନ ଉଠେ ଯେ ସମ୍ପୂର୍ଣ୍ଣ ଗୀତାରେ ସାତଶହ ଶ୍ଳୋକ ଅଛି ବୋଲି ମାନିବା କି ନାହିଁ। ଏହି ସନ୍ଦେହକୁ ଦୂର କରିବାକୁ ଯାଇ ସେ କହିଛନ୍ତି ଯେ ଦ୍ଵିତୀୟ ଅଧ୍ୟାୟର ସପ୍ତମ ଶ୍ଳୋକ ପର୍ଯ୍ୟନ୍ତ ଗୀତାଜୀଙ୍କ ପ୍ରସଙ୍ଗ, ଅଷ୍ଟମ, ନବମ ଓ ଦଶମ ଶ୍ଳୋକ ସନ୍ଦର୍ଭ ଏବଂ ଏକାଦଶ ଶ୍ଳୋକରୁ ଗୀତାଜୀଙ୍କର ଭାବାର୍ଥ ଆରମ୍ଭ ହୋଇଛି। ଏହା ଠିକ୍ ସେହିପରି ଯେପରି ଆମେ ପ୍ରବନ୍ଧ ଲେଖିଲାବେଳେ ତିନିଗୋଟି ଭାଗରେ ରଚନା କରନ୍ତି - ପ୍ରସଙ୍ଗ, ସନ୍ଦର୍ଭ ଓ ଭାବାର୍ଥ।

ଅର୍ଜୁନ ଓ ଧୃତରାଷ୍ଟ୍ରଙ୍କର ବିଷାଦକୁ ଦେଖିଲେ ଉଭୟ ମଧ୍ୟରେ ବହୁ ପାର୍ଥକ୍ୟ ଥିବାର ଦେଖାଯାଏ। ଧୃତରାଷ୍ଟ୍ରଙ୍କ ଦୁଃଖ ତାଙ୍କ ସମ୍ପର୍କୀୟଙ୍କ ପାଇଁ, ତାଙ୍କ ପୁତ୍ରମାନଙ୍କ ପାଇଁ ଥିଲା - “ମାମକାଃ ପାଣ୍ଡବାଶ୍ଚୈବ”

କିନ୍ତୁ ଅର୍ଜୁନ ତାଙ୍କ ସମ୍ମୁଖରେ ଥିବା ଲୋକମାନଙ୍କ ପାଇଁ ଦୁଃଖୀ: “ଦୃଷ୍ଟବୈମଂ ସ୍ୱଜନଂ କୃଷ୍ଣ “

ଶୋକ, ମୋହ, ଓ ଭୟ ତିନିଟି ଭିନ୍ନ ଶଦ୍ଦ ହେଲେ ମଧ୍ୟ ସମାନ ଅଟେ। ବୁଦ୍ଧିଜୀବୀ ମାନଙ୍କ ମତରେ ଅତୀତରେ ଘଟିଥିବା କିଛି ଦୁଃଖଦ ଘଟଣା ଯାହା ଆମକୁ ବ୍ୟଥିତ କରେ ତାହା ଶୋକ କୁହାଯାଏ। ବର୍ତ୍ତମାନର ଯନ୍ତ୍ରଣାରୁ ମୋହ ଉତ୍ପନ୍ନ ହୁଏ ଓ ଭବିଷ୍ୟତର ଚିନ୍ତା ଆମ ମଧ୍ୟରେ ଭୟ ସୃଷ୍ଟି କରାଏ।

ଦ୍ଵିତୀୟ ଅଧ୍ୟାୟର ସପ୍ତମ ଶ୍ଳୋକରେ ଅର୍ଜୁନ ଭଗବାନଙ୍କୁ ତାଙ୍କର ଗୁରୁ ମାନି ନିଜକୁ ଶିଷ୍ୟ ଭାବେ ବିନତି କରିଛନ୍ତି କି, ’ହେ ପ୍ରଭୁ ମୋ ପାଇଁ ଯାହା ଶ୍ରେୟସ୍କର ଓ କଲ୍ୟାଣକାରୀ ତାହା ମୋତେ କୁହନ୍ତୁ’। ଅର୍ଜୁନଙ୍କ ମନର ସ୍ଥିତି ତାଙ୍କୁ ଯୁଦ୍ଧ କରିବାକୁ ଅନୁମତି ଦେଉନାହିଁ କିନ୍ତୁ ସେ ଏହା ମଧ୍ୟ ଚାହୁଁଛନ୍ତି ଯେ ମନର ଭାବନା ମଧ୍ୟ କଲ୍ୟାଣକାରୀ ହେଉ,ଏହା ଆବଶ୍ୟକ ନୁହେଁ। ତେଣୁ ସେ ଭଗବାନଙ୍କୁ ସଠିକ୍ ରାସ୍ତା ଦେଖାଇବାକୁ ଅନୁରୋଧ କରିଛନ୍ତି।

कार्पण्यदोषोपहतस्वभावः पृच्छामि त्वां धर्मसम्मूढचेताः।

यच्छ्रेयः स्यानिश्चितं ब्रूहि तन्मे शिष्यस्तेऽहं शाधि मां त्वां प्रपन्नम् ॥2.7॥

ଏହି କଳିଯୁଗର ଅନେକ ଲୋକ ନିଜକୁ ଅର୍ଜୁନଙ୍କ ସହ ତୁଳନା କରି ବସନ୍ତି। ମାତ୍ର ଅର୍ଜୁନଙ୍କ ଭଳି ହେବାପାଇଁ ସେହି ଯୋଗ୍ୟତା ଥିବା ଆବଶ୍ୟକ । ଅର୍ଜୁନ ପରମପିତା ପରମେଶ୍ବରଙ୍କ ନିକଟରେ ତାଙ୍କର ପ୍ରିୟ ବସ୍ତୁ ପାଇଁ ପ୍ରାର୍ଥନା କରିନାହାଁନ୍ତି ବରଂ ଯାହା ଶ୍ରେୟ ଅଟେ ତାହାର ଜ୍ଞାନ ପାଇବାକୁ ଚାହିଁଛନ୍ତି। ଏବେ ଅଧିକାଂଶ ଲୋକ ଏହା ମଧ୍ୟ କହୁଛନ୍ତି ଯେ ଆମେ ଖାଦ୍ୟ, ପୋଷାକ ଓ କପଡ଼ା ଓ ଅଯଥା ବିଷୟରେ ଜଡିତ ହେଉ ନାହୁଁ। ବାସ୍ତବତା କିନ୍ତୁ ଭିନ୍ନ ହୋଇଥାଏ। ଯେଉଁମାନେ ଏତେ ବଡ଼ ଦାବି କରନ୍ତି ସେମାନେ ଉତ୍ତମ ଖାଦ୍ୟ ଖାଇବାକୁ ଚାହାନ୍ତି, ସେମାନେ ମଧ୍ୟ ସମସ୍ତଙ୍କ ଉପରେ ଆଧିପତ୍ୟ ରଖିବାକୁ ଚାହାଁନ୍ତି । ପ୍ରେୟ ଓ ଶ୍ରେୟ ମଧ୍ୟରେ ଏହାହିଁ ପାର୍ଥକ୍ୟ। ଶ୍ରେୟକୁ ବାଛିଲେ ହିଁ ଅର୍ଜୁନଙ୍କ ଭଳି ହୋଇପାରିବା ନଚେତ୍ ପ୍ରେୟର ଲୋଭରେ ପରସ୍ପର ସହ ମୁହାଁମୁହିଁ ହୋଇଯିବା।

ଅର୍ଜୁନଙ୍କୁ ଗୀତାର ଜ୍ଞାନ ପ୍ରାପ୍ତ ହେଲା ଏବଂ ଶ୍ରୀ ଭଗବାନ ନିଜ କଣ୍ଠରୁ ଅର୍ଜୁନଙ୍କୁ ଶ୍ରୀମଦଭଗବଦ୍ ଗୀତା ଶୁଣାଇଥିଲେ। କାରଣ ଅର୍ଜୁନ ଶ୍ରେୟ ହିଁ ମାଗିଥିଲେ।

ଏକାଦଶ ଶ୍ଳୋକରେ ଭଗବାନ ଅର୍ଜୁନଙ୍କୁ କହିଛନ୍ତିି।

अशोच्यानन्वशोचस्त्वं प्रज्ञावादांश्च भाषसे।

गतासूनगतासूंश्च नानुशोचन्ति पण्डिताः।।2.11।।

ଶ୍ରୀ ଭଗବାନ ଏହି ଶ୍ଳୋକରେ ‘ପ୍ରଜ୍ଞାବାଦା‍ଂଶ୍ଚ’ ଶଦ୍ଦ ଉପରେ ଆଲୋକପାତ କରିଛନ୍ତି। ଆଜିର ପରିପ୍ରେକ୍ଷୀରେ ହ୍ଵାଟ୍ସଆପ୍, ଗୁଗୁଲ୍ ଆଦି ଅନେକ ସାଧନ ଉପଲବ୍ଧ ଅଛି, ଯେଉଁଥିରୁ ଆମେ ଅନେକ ବିଷୟରେ ବିପୁଳ ତଥ୍ୟ ପାଇପାରିବା କିନ୍ତୁ ଆମେ ଏହି ସୂଚନାକୁ ଜ୍ଞାନ ଭାବେ ଗ୍ରହଣ କରିପାରିବା ନାହିଁ ଯେ ପର୍ଯ୍ୟନ୍ତ ଆମେ ଏହାକୁ ଅନୁଭବ ନ କରିଛନ୍ତି। ଏହି କଥାକୁ ବୁଝିବା ପାଇଁ ଏହି ବିଷୟରେ ଏକ ସତ୍ୟ ଘଟଣା ଉଲ୍ଲେଖ ଅଛି।

କୌଣସି ଏକ ଗାଆଁରେ ଏକ ବଡ଼ କାରଖାନା ନିର୍ମାଣ ହେଉଥିଲା । ବିଦେଶରୁ ବଡ଼ ମେସିନ ମଧ୍ୟ ଆସିବାର ଥିଲା। କାରଖାନା ମାଲିକଙ୍କ ପୁଅ ବିଦେଶରୁ ଏକ ବଡ଼ ମହାବିଦ୍ୟାଳୟରୁ ନିଜର ଶିଳ୍ପ କାରିଗରୀ ଓ ସ୍ଥାପତ୍ୟ ବିଦ୍ୟାରେ ଶିକ୍ଷା ସମାପ୍ତ କରି ଫେରିଥିଲେ। ସେହି ଯୁବକ ଜଣକ ନିଜର ଶିକ୍ଷା ସମାପ୍ତ କରିଥିଲେ ମଧ୍ୟ ବ୍ୟବହାରିକ ଜ୍ଞାନରେ ତାଲିମ ନେଇନଥିଲେ। ପିତାଙ୍କର ଆଗ୍ରହ ପାଇଁ ସେ କାରଖାନାର ନିର୍ମାଣ ଦାୟିତ୍ବ ନେଇ ନିଜର ସମସ୍ତ ବୁଦ୍ଧିମତ୍ତା ପ୍ରୟୋଗ କରି ଥିଲେ। ବଡ଼ ମେସିନ୍ ଲଗାଇବାକୁ ଥିବା କୋଠରୀର ଉଚ୍ଚତା, ଲମ୍ବ, ଗଭୀରତା ଇତ୍ୟାଦିର ବିଶେଷ ଧ୍ୟାନ ରଖି କାରଖାନାର ନିର୍ମାଣ କରିଥିଲେ। ନିର୍ମାଣ କାର୍ଯ୍ୟ ସରିବା ପରେ ମେସିନକୁ ଲଗାଇବା ପାଇଁ ଗାଁକୁ ଅଣାଯିବା ପରେ ଯୁବକ ଜଣକ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଏବଂ ନିଜର ବଡ଼ ଭୁଲ ଥିବା ଅନୁଭବ କରିଥିଲେ। ସେ ମେସିନର ଓଜନ ବିଷୟରେ ଅଜ୍ଞ ଥିଲେ। ଏତେ ଭାରୀ ମେସିନକୁ ଚେମ୍ବରକୁ ନେବା ପାଇଁ କୌଣସି ବ୍ୟବସ୍ଥା କରିନଥିଲେ। ଭିତରକୁ ନେବାପାଇଁ କ୍ରେନ୍ ବ୍ୟବହାର କରି କାରଖାନା ଭିତରକୁ ପ୍ରବେଶ ପାଇଁ ପର୍ଯ୍ୟାପ୍ତ ଜାଗା ମିଳିନଥିଲା। ଏହି ସମସ୍ୟାର ସମାଧାନ ପାଇଁ ସେ ଦେଶ ବିଦେଶର ଅନେକ ପରାମର୍ଶଦାତାଙ୍କ ସହ ଯୋଗାଯୋଗ କରିଥିଲେ, କିନ୍ତୁ କେହି ଏହି ସମସ୍ୟାର ସମାଧାନ କରିପାରି ନଥିଲେ। ଯୁବକ ଜଣକ ନିରାଶ ହୋଇ କାରଖାନା ବାହାରେ ବସି ବିଳାପ କରୁଥିଲେ।

ତାଙ୍କୁ ଏହି ପରିସ୍ଥିତିରେ ଦେଖି ଗାଁର ଜଣେ ବ୍ୟକ୍ତି ଯିଏକି ସେହି କାରଖାନାର ଜଣେ ଶ୍ରମିକ ଥିଲେ ସେ ଆଶ୍ଵାସନା ଦେଇ କହିଲେ କି ଏହି ସମସ୍ୟା ସମାଧାନର ଉପାୟ ତାଙ୍କ ପାଖରେ ଅଛି।

ଯୁବକକୁ ତାଙ୍କ କଥାରେ ବିଶ୍ଵାସ ହେଉନଥିଲା। ଯେଉଁ ସମସ୍ୟାକୁ ଦେଶ ବିଦେଶର ବଡ଼ ବଡ଼ ଲୋକ କରିପାରିଲେ ନାହିଁ ତାହା ଏକ ସାଧାରଣ କର୍ମଚାରୀ କିପରି କରିପାରିବ! ତାକୁ ଆଶ୍ଚର୍ଯ୍ୟ ଲାଗୁଥିଲା। ମାତ୍ର କର୍ମଚାରୀଙ୍କ ବିଶ୍ଵାସକୁ ଦେଖି ତାଙ୍କର ପରାମର୍ଶ ନେବାକୁ ଉଚିତ୍ ମନେ କଲେ। ସମାଧାନ କରିବା ପୂର୍ବରୁ କର୍ମଚାରୀ ଜଣକ ଯୁବକଙ୍କୁ କେବଳ ଗୋଟିଏ କଥା ପଚାରିଥିଲେ, କିଛି ସମୟ ପାଣିରେ ରହିଲେ ଏହି ମେସିନ୍ କ୍ଷତିଗ୍ରସ୍ତ ହେବ କି ? ଏହାପରେ କର୍ମଚାରୀ ଜଣକ ଯୁବକଙ୍କୁ ତାଙ୍କର ସମାଧାନର ବାଟ କହିଥିଲେ। ଏଥିପାଇଁ ମେସିନ ରଖିବା ପାଇଁ ନିର୍ମିତ ଗର୍ତ୍ତକୁ ଯଦି ପ୍ରଥମେ ବରଫରେ ଭର୍ତ୍ତି କରାଯାଏ ଏବଂ ମେସିନ୍ ଟିକୁ ଏହା ଉପରେ ଠେଲି ଦିଆଯାଏ ତେବେ ଏହି କାର୍ଯ୍ୟ ପାଇଁ କ୍ରେନ୍‍‍ର ଆବଶ୍ୟକତା ପଡ଼ିବ ନାହିଁ ଏବଂ ବରଫ ତରଳିବା ମାତ୍ରେ ମେସିନ୍ ଆପେ ଆପେ ଗାତ ଭିତରକୁ ପ୍ରବେଶ କରିବ। ଗାତରେ ଜମା ହୋଇଥିବା ପାଣିକୁ ପମ୍ପ କରି ବାହାର କରାଯାଇପାରିବ । ଏଭଳି ସରଳ ଓ ସଠିକ ଉପାୟ ପାଇ ଯୁବକ ଜଣକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଏହି କାହାଣୀରୁ ଏହା ସ୍ପଷ୍ଟ ଯେ, ଯୁବକଙ୍କ ଜ୍ଞାନ କେବଳ ପୁସ୍ତକ ମଧ୍ୟରେ ସୀମିତ ଥିଲା। ସେହି ଶ୍ରମିକ ପାଖରେ ବ୍ୟବହାରିକ ଜ୍ଞାନ ଥିଲା ଯାହା ପୁସ୍ତକୀୟ ଜ୍ଞାନ ଠାରୁ ଶ୍ରେଷ୍ଠ। କ୍ରେନ୍‍‍ର ଆବିଷ୍କାର ପୂର୍ବରୁ ମଧ୍ୟ ଏଭଳି ଅନୁଭବୀ ଜ୍ଞାନ କୌଶଳ ଦ୍ଵାରା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେଉଥିଲା।

ଯୁଦ୍ଧ କ୍ଷେତ୍ରରେ ଅର୍ଜୁନଙ୍କ ମାନସିକ ସ୍ଥିତିରେ ଶୋକ, ମୋହ ଓ ଭୟ ତିନିଟି ସମ୍ମିଳିତ ଭାବେ ରହିଥିଲା । ପିତୃପୁରୁଷଙ୍କ ମର୍ଯ୍ୟାଦାକୁ ଅପମାନିତ ହେବାଭୟରେ ତାଙ୍କର ଶୋକ ଉତ୍ପନ୍ନ ହେଉଥିଲା। ସମ୍ପର୍କୀୟମାନଙ୍କୁ ହତ୍ୟାକରାଯିବ ଏହା ତାଙ୍କର ମୋହ ଥିଲା ଏବଂ ଭବିଷ୍ୟତରେ ତାଙ୍କ ବଂଶରେ ବର୍ଣ୍ଣଶଙ୍କର ଜାତ ହେବେ ବୋଲି ଭୟ ଥିଲା।

ଭଗବାନ ଅର୍ଜୁନଙ୍କୁ ବୁଝାନ୍ତି :- ‘ଅର୍ଜୁନ, ଏହାକୁ ନେଇ ତୁମେ ବହୁତ ଚିନ୍ତିତ ଅଛ। ପଣ୍ଡିତମାନେ ଏପରି କରନ୍ତି ନାହିଁ ’।

ଏଠାରେ ପଣ୍ଡିତଙ୍କ ଅର୍ଥ ବ୍ରାହ୍ମଣ ନୁହେଁ, ବ୍ରାହ୍ମଣ ପଣ୍ଡିତ ହୋଇପାରନ୍ତି, କିନ୍ତୁ ପଣ୍ଡିତ ହେବାକୁ ହେଲେ ବ୍ରାହ୍ମଣ ହେବା ଆବଶ୍ୟକ ନାହିଁ।

 ପଠେସା ପଣ୍ଡିତାଃ ।

ଯିଏ ପଢାଲେଖା ଶିକ୍ଷିତ, ସେ ପଣ୍ଡିତ। ଭାରତର ତୀର୍ଥସ୍ଥଳୀରେ ପଣ୍ଡାମାନଙ୍କୁ ଦେଖିବାକୁ ମିଳେ, ଯେଉଁମାନଙ୍କୁ ଆମ ଗାଁର ନାମ ଓ ଗୋତ୍ର କହିଲେ ସେ ଆମର ବାରଟି ପୂର୍ବ ପିଢ଼ିଙ୍କର ସମ୍ପୂର୍ଣ୍ଣ ବିବରଣୀ କହିପାରନ୍ତି ।

ମହାଭାରତର ପଞ୍ଚରତ୍ନ ରହିଛି - ଶ୍ରୀମଦ୍ ଭଗବତ ଗୀତା, ବିଷ୍ଣୁ ସହସ୍ରନାମ, ବିଦୁର ନୀତି, ଗଜେନ୍ଦ୍ର ମୋକ୍ଷ (ସନତ ସୁଜାତିୟମ), ଓ ଯକ୍ଷର ପ୍ରଶ୍ନ ।

ବିଦୁର ନୀତିରେ ବିଂଶତମ ଶ୍ଳୋକରୁ ଚଉତ୍ରିଶ ଶ୍ଳୋକ ପର୍ଯ୍ୟନ୍ତ ବିଦୁର, ପଣ୍ଡିତଙ୍କ ଲକ୍ଷଣ ବର୍ଣ୍ଣନା କରିବା ସହ ମୂର୍ଖମାନଙ୍କର ଲକ୍ଷଣ ମଧ୍ୟ ବର୍ଣ୍ଣନା କରିଛନ୍ତି ।

ଏଠାରେ ଶ୍ରୀ ଭଗବାନ ଅର୍ଜୁନଙ୍କୁ ବୁଝାଇଛନ୍ତି ଯେ ପଣ୍ଡିତମାନେ କାହାର ଅନ୍ତିମବିଦାୟରେ ଶୋକ କରନ୍ତି ନାହିଁ ।

न त्वेवाहं जातु नासं न त्वं नेमे जनाधिपाः।

न चैव न भविष्यामः सर्वे वयमतः परम्॥2.12॥

ଭଗବାନ ବୁଦ୍ଧଙ୍କ ଜୀବନ କାଳ ସହ ଜଡିତ ଏକ ସୁନ୍ଦର ଘଟଣା ରହିଛି । ଥରେ ଜଣେ ଅତ୍ୟନ୍ତ ଦୁଃଖୀ ମହିଳା ତାଙ୍କ ଆଠ ବର୍ଷର ଶିଶୁର ମୃତଦେହ କୁ ନେଇ ବୁଦ୍ଧଙ୍କ ସାମ୍ନାକୁ ଆସି କାନ୍ଦି କାନ୍ଦି ତାଙ୍କ ପୁଅର ଜୀବନ ବଞ୍ଚାଇବାକୁ ଅନୁରୋଧ କରନ୍ତି । ବୁଦ୍ଧ ତାଙ୍କ ମାନସିକ ସ୍ଥିତିକୁ ଅନୁଭବ କରି ତାଙ୍କୁ ଆଶ୍ୱାସନା ଦିଅନ୍ତି ଯେ ଯଦି ମହିଳା ଜଣକ ଗ୍ରାମର ପାଞ୍ଚଟି ଘରୁ ମାତ୍ର ପାଞ୍ଚ ମୁଠା ଚାଉଳ ଆଣିବେ ଯେଉଁ ଘରେ କେବେ କାହାର ମୃତ୍ୟୁ ହୋଇନଥିବ ତେବେ ସେ ତାଙ୍କ ମୃତ ସନ୍ତାନକୁ ଜୀବନ ଦେବାରେ ସକ୍ଷମ ହୋଇପାରିବେ। । ମହିଳା ଜଣକ ସଙ୍ଗେ ସଙ୍ଗେ ଗାଁକୁ ଦୌଡ଼ି ଘର ଘର ବୁଲି ଏପରି ଘର ଖୋଜିଲେ, ଯେଉଁଠି କାହାର ମୃତ୍ୟୁ ହୋଇନାହିଁ। ସେ ପୂରା ଗାଁବୁଲିଥିଲେ ମଧ୍ୟ ସେପରି କୌଣସି ଘର ପାଇଲେ ନାହିଁ । ତା'ପରେ ସେ ଅନୁଭବ କରିଲେ ଯେ ତଥାଗତ ତାଙ୍କୁ କାହିଁକି ଏପରି କରିବାକୁ କହିଲେ। ମହିଳା ଜଣକ ଯେତେବେଳେ ପ୍ରଥମ ଥର ପାଇଁ ଭଗବାନ ବୁଦ୍ଧଙ୍କ ପାଖକୁ ଆସିଲେ, ସେ ଅତ୍ୟନ୍ତ ନିରାଶ ଓ ଦୁଃଖରେ ଥିଲେ। ଗାଁ ଭିତରକୁ ଯିବା ବେଳେ ମଧ୍ୟ ସେହି ଭାବ ଥିଲା। କିନ୍ତୁ ଏଥର ଫେରିବା ସମୟରେ ସେ ଧୀର ପାଦରେ‌ ଆସି ତଥାଗତଙ୍କ ପାଦତଳେ ପଡ଼ି କହିଲେ ଏପରି ଗୃହ ସମ୍ଭବ ନୁହେଁ ଯେଉଁ ଗୃହରେ କେହି ମୃତ୍ୟୁ ବରଣ କରି ନାହାଁନ୍ତି। ତଥାଗତ ଅତ୍ୟନ୍ତ ଧୈର୍ଯ୍ୟର ସହ ତାଙ୍କୁ ଉଠାଇ କହିଲେ ,

 "ଭଉଣୀ, ମୁଁ ତୁମକୁ ଏହା ବୁଝାଇବାକୁ ଚାହୁଁଥିଲି: ମୃତ୍ୟୁ ସୁନିଶ୍ଚିତ; ଯିଏ ଜନ୍ମ ନେବ ସେ ନିଶ୍ଚୟ ମୃତ୍ୟୁକୁ ପ୍ରାପ୍ତ ହେବ। ଏହି ଶରୀର ଯାହା ନଷ୍ଟ ହୋଇଯାଏ, ଆତ୍ମା ସବୁବେଳେ ବିଦ୍ୟମାନ”।

ଏହି ଶ୍ଳୋକରେ ମଧ୍ୟ ଭଗବାନ ତାଙ୍କର ବାକ୍ ଚାତୁର୍ଯ୍ୟ ଦ୍ଵାରା ଅତି ସଂକ୍ଷେପରେ ତିନି କାଳ (ଯୁଗ) ଓ ତିନି ସଂଜ୍ଞା ଦ୍ଵାରା ସୁନ୍ଦର ଭାବେ ବୁଝାଇ ଛନ୍ତି ଯେ -

ଏପରି କୌଣସି କାଳ ନାହିଁ ଯେଉଁଠି ତୁମେ ନାହଁ, ମୁଁ ନାହିଁ ଓ ଏହି ରାଜାମାନେ ନଥିଲେ। ସବୁ ଯୁଗରେ ମୁଁ ଥିଲି, ତୁମେ ମଧ୍ୟ ରହିଥିଲ ଏବଂ ଏହି ରାଜାମାନେ ମଧ୍ୟ ସେ ସବୁ ଯୁଗରେ ରହିଥିଲେ।

କବୀର ଜୀ ଏକ ସୁନ୍ଦର ଭଜନ ରଚନା କରିଛନ୍ତି :-

मन फूला फूला फिरे, जगत में कैसा नाता रे ॥ मन फूला फूला फिरे, जगत में कैसा नाता रे ॥

माता कहे यह पुत्र हमारा, बहन कहे बीर मेरा, भाई कहे यह भुजा हमारी, नारी कहे नर मेरा,

मन फूला फूला फिरे, जगत में कैसा नाता रे ॥

पेट पकड़ के माता रोवे, बांह पकड़ के भाई, लपट झपट के तिरिया रोवे, हंस अकेला जाए,

मन फूला फूला फिरे, जगत में कैसा नाता रे ॥

जब तक जीवे माता रोवे, बहन रोवे दस मासा, तेरह दिन तक तिरिया रोवे, फेर करे घर वासा,

मन फूला फूला फिरे, जगत में कैसा नाता रे ॥

चार जणा मिल गजी बनाई, चढ़ा काठ की घोड़ी, चार कोने आग लगाई, फूंक दियो जस होरी,

मन फूला फूला फिरे, जगत में कैसा नाता रे ॥

हाड़ जले जस लाकड़ी रे, केश जले जस घास, सोना जैसी काया जल गई,कोइ न आयो पास,

मन फूला फूला फिरे, जगत में कैसा नाता रे ॥

घर की तिरिया ढूंढन लागी, ढुंडी फिरि चहु देशा, कहत कबीर सुनो भई साधो, छोड़ो जगत की आशा,

मन फूला फूला फिरे, जगत में कैसा नाता रे ॥ मन फूला फूला फिरे, जगत में कैसा नाता रे ॥

ଶ୍ରୀ ଭଗବାନ ଅର୍ଜୁନଙ୍କୁ ବିଭିନ୍ନ ଉପାୟରେ ବୁଝାଉଛନ୍ତି କି ତାଙ୍କର ବାକ୍ୟ ଯୁକ୍ତି ସଙ୍ଗତ ନୁହେଁ, ଏବଂ ଏଥିପାଇଁଏକ ସୂତ୍ର କହିଛନ୍ତି।

देहिनोऽस्मिन्यथा देहे कौमारं यौवनं जरा |

तथा देहान्तरप्राप्तिर्धीरस्तत्र न मुह्यति || 13||

ବାଲ୍ୟାବସ୍ଥା, ଯୌବନ ଓ ବୃଦ୍ଧାବସ୍ଥା ଆମଜୀବନରେ ଏହି ତିନୋଟି ଅଵସ୍ଥା ସବୁବେଳେ ଆସିଥାଏ । ତାପରେ ମୃତ୍ୟୁ ଆସେ ପୁଣି ଆମେ ଏହି ଶରୀର ତ୍ୟାଗ କରି ଅନ୍ୟ ଶରୀର ଗ୍ରହଣ କରିଥାନ୍ତି। ଏହି ଶରୀର ଯାତ୍ରା ରୂପୀ ଚକ୍ର ଏମିତି ଚାଲୁଥାଏ ଠିକ୍ ସେହିପରି ଯେପରି ରେଳଗାଡ଼ି ରେ ଯାତ୍ରା କରିବାବେଳେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ଅନେକ ଷ୍ଟେସନ ଅତିକ୍ରମ କରିଥାଏ। ଆମେ ନବୁଝିଲାଭଳି କୁହନ୍ତି ମୁଁ ଏଠି ପହଞ୍ଚିଲି ପୁଣି ସେଠି ପୁଣି ସେଠାରେ।

ଯକ୍ଷ ମହାରାଜ ଯୁଧିଷ୍ଠିରଙ୍କୁ ଶହେ ପ୍ରଶ୍ନ ପଚାରିଥିଲେ ସେଥିରେ ଏକ ପ୍ରଶ୍ନ ଥିଲା “କିମାଶ୍ଚର୍ଯ୍ୟମ୍”? ସଂସାରରେ ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ କ'ଣ?

ଯୁଦ୍ଧିଷ୍ଠିର ମହାରାଜ ଉତ୍ତର ଦେଲେ :- शेषास्थावरमिच्छन्ति किमाश्चर्यमतः परम्॥

ଲୋକମାନେ ନିଜ ଆଖପାଖରେ କ୍ରମାଗତ ଭାବରେ ମୃତ୍ୟୁ ଘଟୁଥିବା ଦେଖନ୍ତି, କିନ୍ତୁ ସେମାନେ ଏମିତି ଭାବେ ଜୀବନ ବ୍ୟତୀତ କରନ୍ତି ଯେମିତି ସେମାନଙ୍କୁ ମୃତ୍ୟୁ ଛୁଇଁବ ନାହିଁ। ସେମାନେ ନିଜେ ମରିବେ ନାହିଁ । ଏହାଠାରୁ ବଡ଼ ଆଶ୍ଚର୍ଯ୍ୟ ଆଉ କ'ଣ?

ଜ୍ଞାନୀ ମଣିଷ ମୃତ୍ୟୁଦ୍ୱାରା ପ୍ରଭାବିତ ହୁଏ ନାହିଁ । ସେ ଜାଣନ୍ତି ଯେ ଆଜି ନୁହେଁ ଆସନ୍ତାକାଲି ମୁଁ ମଧ୍ୟ ଯାତ୍ରା କରିବି, ତେବେ ଦୁଃଖିତ ଏବଂ ଚିନ୍ତା କାହିଁକି ? ଏହା ଏକ ନିରନ୍ତର ଚକ୍ର - କୌମାର, ଯୌବନ, ଜରା ବା ବାର୍ଦ୍ଧକ୍ୟ, ତଥା ଦେହାନ୍ତର ପ୍ରାପ୍ତି ।

ଭଗବାନ ଆଦି ଶଙ୍କରାଚାର୍ଯ୍ୟ କହିଛନ୍ତି :-

पुनरपि जननं पुनरपि मरणं, पुनरपि जननी जठरे शयनम्। - କୋଟି କୋଟି ବର୍ଷ ଧରି ଏହାହିଁ ଚାଲି ଆସୁଛି, ଚାଲିଆସୁଥିବ ମଧ୍ୟ।


2.14

ମାତ୍ରାସ୍ପର୍ଶାସ୍ତୁ କୌନ୍ତେୟ, ଶୀତୋଷ୍ଣସୁଖଦୁଃଖଦାଃ
ଆଗମାପାୟିନୋଽନିତ୍ୟାଃ(ସ୍), ତାଂସ୍ତିତିକ୍ଷସ୍ୱ ଭାରତ॥14॥

କାରଣ, ହେ କୁନ୍ତୀପୁତ୍ର ! ଶୀତ-ଉଷ୍ଣ ଓ ସୁଖ-ଦୁଃଖ ଦେଉଥିବା ଇନ୍ଦ୍ରିୟ ଓ ବିଷୟମାନଙ୍କର ସଂଯୋଗ ତ ଉତ୍ପତ୍ତି-ବିନାଶଶୀଳ ଓ ଅନିତ୍ୟ; ତେଣୁ ହେ ଭାରତ ! ତୁମେ ସେଗୁଡିକୁ ସହିଯାଅ ।

ବିବେଚନ:

ଅନେକ ମହାପୁରୁଷଙ୍କ ମତରେ ଶ୍ରୀଭଗବାନ ଏଠାରେ ଏପରି ଏକ ବିବରଣୀ ଦେଇଛନ୍ତି ଯାହା ଅନ୍ୟ କେଉଁଠାରେ ଉପଲବ୍ଧ ହେବ ନାହିଁ।

ମାତ୍ରାସ୍ପର୍ଶାସ୍ତୁ : ଭଗବାନ କହୁଛନ୍ତି - ’ହେ ଅର୍ଜୁନ!ପଞ୍ଚ ଇନ୍ଦ୍ରିୟଗୁଡ଼ିକ ଦ୍ଵାରା ବିଷୟଭୋଗ କରିବା ସମୟରେ ଇନ୍ଦ୍ରିୟଗୁଡ଼ିକ ବିଷୟକୁ ସ୍ପର୍ଶ କରିଥାନ୍ତି’।

ଆମେ ଚର୍ମ ଦ୍ଵାରା ସ୍ପର୍ଶ ଭୋଗ ବିଷୟରେ ତ ଭଲଭାବେ ଜାଣିଛନ୍ତି, କିନ୍ତୁ ଆଖି ବି କଣ ସ୍ପର୍ଶ କରିପାରେ? ଏହାର ଅନୁଭବ ପାଁଇ ମଧାହ୍ନ ଖରାରେ ତ୍ରାଟକ କ୍ରିୟା କରନ୍ତୁ ଆଖିରେ ଜ୍ୱଳନ ଅନୁଭବ କରିବେ। ୱେଲ୍ଡିଂ ମେସିନ୍ ସମ୍ମୁଖରେ ଠିଆହେଲେ ଏଥିରୁ ବାହାରୁଥିବା ଅଗ୍ନିକଣାର ଦୁଷ୍ପ୍ରଭାବ ଆଖିରେ ଅନୁଭୂତ ହୋଇଥାଏ। କାନ ଦ୍ଵାରା ଆମେ ଶୁଣିଥାଏ କିନ୍ତୁ କାନ ପରଦା ପାଖରେ କେହି ଖୁବ୍ ଜୋରରେ ଚିତ୍କାର କଲେ ଅସହ୍ୟ କଷ୍ଟ ଅନୁଭୁତ ହେବ। ଅତରର ସୁଗନ୍ଧ ସମସ୍ତଙ୍କୁ ଭଲ ଲାଗିଥାଏ, କିନ୍ତୁ ଏହାର ମାତ୍ରା ଅଧିକ ହେଲେ ନାକରେ ଜ୍ୱଳନ ଅନୁଭବ ହେବ। ଅର୍ଥାତ ସମସ୍ତ ଇନ୍ଦ୍ରିୟଗୁଡ଼ିକ ବିଷୟକୁ ସ୍ପର୍ଶ କରିବାକୁ ସକ୍ଷମ ଅଟନ୍ତି। କିନ୍ତୁ ଏହାର ମାତ୍ରାକୁ ନିୟନ୍ତ୍ରଣରେ ରଖିବା ଉଚିତ। ଶରୀରକୁ ଲୁଣ ଓ ଚିନି ଉଭୟ ପ୍ରଚୁର ମାତ୍ରାରେ ଆବଶ୍ୟକ। ଜିହ୍ଵା ଏହାର ସ୍ୱାଦ ଗ୍ରହଣ କରିଥାଏ। ଡାଲିରେ ଅଧିକ ଲୁଣ ହୋଇଗଲେ ତାହା ଅଭକ୍ଷ ହୋଇଯାଏ ଓ କମ୍ ହେଲେ ଅସୁଆଦ ହୋଇଯାଏ ଚାହାରେ ଚିନିର ମାତ୍ରା ସ୍ୱାଦ ଅନୁସାରେ ରହିବା ଉଚିତ।

ତାପମାତ୍ରାର ଉଦାହରଣ ନେଲେ ଶରୀର ପାଁଇ ଅନୁକୂଳ ତାପମାତ୍ରା 25 C ପାଖିପାଖି ଅଟେ। ଏହାର ମାତ୍ରା ଅଧିକ ବା କମ୍ ହେଲେ ଆମକୁ ବସ୍ତ୍ର କାଢିବା ବା ଘୋଡାଇବାକୁ ପଡିଥାଏ । ଅର୍ଥାତ ପ୍ରତ୍ୟେକ ବିଷୟର ମାତ୍ରା ଏହାର ଅନୁକୂଳତା ଓ ପ୍ରତିକୂଳତାକୁ ଦର୍ଶାଇଥାଏ। ସ୍ଵାମୀଜୀ କହନ୍ତି ଘରେ A.C. ଥିଲେ ଏହାର ତାପମାତ୍ରା 27 C ରେ ସୀମିତ ରଖ ଯାହା ଶରୀରପାଇଁ ଉତ୍ତମ ହୋଇଥାଏ। କେହି ବ୍ୟକ୍ତି ସର୍ବଦା ରୂପବାନ, କେହି ସଦା ଧନବାନ ତ କେହି ସଦା ବଳବାନ ହୋଇ ରହିବାକୁ ଚାହିଁଥାଏ। କିନ୍ତୁ ଏହା ସମ୍ଭବ ନୁହେଁ।

ଶୀତୋଷ୍ଣ ସୁଖ ଦୁଃଖ :- ଏହା ମଧ୍ୟ ପ୍ରତୀକାତ୍ମକ ଅଟେ। ଶୀତୋଷ୍ଣର ଅର୍ଥ ଆଧି (ମାନସିକ ପୀଡା, ସନ୍ତାପ ବା ମାନସିକ ରୋଗ), ଓ ସୁଖ ଦୁଃଖର ଅର୍ଥ ବ୍ୟାଧି (ଶରୀରର ରୁଗ୍ଣତା)। ସମସ୍ତ କଷ୍ଟର ମୂଳ ଏହାହିଁ ଅଟେ।

ଥରେ ନୈନିତାଲ ଭ୍ରମଣ ପାଁଇ ଆମେ ଶୀତ ଦିନରେ ବାହାରିଲୁ ଗରମ ଟୋପି, ମଫଲର, ସ୍ୱେଟର ଆଦି ଗରମ ପୋଷାକ ପିନ୍ଧିଥିଲୁ ମଧ୍ୟ। କିନ୍ତୁ ରାସ୍ତା ଧାରରେ କିଛି ଲୋକ ବସିଥିଲେ ଯେଉମାନେ ନିଁଆ ଜାଳି ସାଧାରଣ ପୋଷାକ ପରିଧାନ କରିଥିଲେ। ଏତେ ଅଳ୍ପ ବସ୍ତ୍ରରେ କିପରି ଚଳୁଛନ୍ତି ଏ ପ୍ରଶ୍ନର ଉତ୍ତରରେ ସେମାନେ କହିଲେ, ନିଁଆ ଲିଭିଯିବାପରେ ଓ ଉତ୍ତାପ ଆହୁରି କମିଯିବାପରେ ଏହି ସାଧାରଣ ବସ୍ତ୍ର ମଧ୍ୟ ତ୍ୟାଗ କରିଦେବୁ। ସେତେବେଳେ ଥଣ୍ଡାରେ ଶରୀର ଏତେ ଥରିବ ଯେ ଏହି ଥଣ୍ଡା ସହନ କରିବାର ଶକ୍ତି ଶରୀରରେ ଉତ୍ପନ୍ନ ହୋଇଯିବ।

ଏକ ପରୀକ୍ଷଣ ଆମେରିକାର ବୈଜ୍ଞାନିକମାନେ ତିବ୍ବତର ଲାମା ମାନଙ୍କ ଉପରେ ମଧ୍ୟ କରିଛନ୍ତି ଯାହାକୁ ଆପଣ ଡିସ୍କଭରୀ ଚାନେଲରେ ପାଇପାରିବେ। ଲାମାମାନେ ଶୀତଦିନେ ପ୍ରତିକୂଳ ତାପମାନରେ -15C ରେ ମଧ୍ୟ ପତଳା ଚାଦରଟେ ଘୋଡେଇହୋଇ ଧ୍ୟାନରେ ବସିଯାନ୍ତି। ତାଙ୍କର ପ୍ରଚଳିତ ରୀତିନୀତି ମଧ୍ୟ ଏଥିରେ ସାହାଯ୍ୟ କରିଥାଏ। ସେଠାରେ ଜନ୍ମ ହେବା ସଙ୍ଗେ ସଙ୍ଗେ ନବଜାତ ଶିଶୁକୁ ବରଫ ପାଣିରେ ସଫା କରାଯାଏ ଅନେକ ଶିଶୁ ଏହା ସହି ନ ପାରି ମୃତ୍ୟବରଣ କରିଥାନ୍ତି। ତିବ୍ବତର ସମାଜ ଏହାକୁ ସ୍ୱୀକାର କରେ ଯେ ଶିଶୁ ଯଦି ସେଠାକାର ଥଣ୍ଡା ସହନ କରିବାକୁ ଅକ୍ଷମ ତେବେ ମୃତ୍ୟୁ ଏକମାତ୍ର ସରଳ ସମାଧାନ ଅଟେ। ଯେଉଁ ଶିଶୁ ଏହି ଥଣ୍ଡାକୁ ସହି ପାରିଲା ସେ ଜୀବନ କାଳରେ କେବେ ଥଣ୍ଡାଜନିତ ରୋଗଗ୍ରସ୍ତ ହେବନାହିଁ। ମୂଳତଃ ଶରୀରକୁ କଠୋର କରି ପ୍ରସ୍ତୁତ କରାଯାଏ ଥଣ୍ଡା ସହିବାପାଁଇ ।

ମନେ କରାଯାଉ ୟୁଟିଉବ୍ ଓ ଜୁମ୍ ଦେଖୁଥିବା 2000 ସାଧକଙ୍କ ସାମ୍ନାରେ ଈଶ୍ୱର ପ୍ରକଟ ହୋଇ ପଚାରିବେ କି ତୁମକୁ କେତେ ଧନ ଆବଶ୍ୟକ ତେବେ ଆମ ସମସ୍ତଙ୍କ ଉତ୍ତର କଣ ସମାନ ହେବ? ନା, ଯାହା ପାଖରେ ଯେତିକି ଅଛି ସେ ତାଠାରୁ ଅଧିକ ଧନ ଚାହିଁବ। ଧନର ନିର୍ଦ୍ଧିଷ୍ଟ ମାତ୍ରା ସମସ୍ତଙ୍କ ପାଁଇ ଅନୁକୂଳ ହେବ ନାହିଁ। ଦଶହଜାର ଚାହିଁବା ଲୋକ ଦଶହଜାର କୋଟି ପାଇଲେ ପାଗଳପ୍ରାୟ ହୋଇଯିବ ଓ କେବଳ ଦଶହଜାର ଦେଲେ ସେ ଅତିମାତ୍ରାରେ ଖୁସି ହୋଇ ପାରିବ ନାଁହି ଅର୍ଥାତ ଏକ ନିର୍ଦ୍ଦିଷ୍ଟ ଧନରାଶି ସମସ୍ତଙ୍କ ମନ ଅନୁକୂଳ ନୁଁହେ।

ଭଗବାନ ଏଠାରେ ଶୀତ-ଉଷ୍ଣକୁ ଅନୁକୂଳ ଓ ପ୍ରତିକୂଳ ଅର୍ଥରେ ବ୍ୟବହାର କରିଛନ୍ତି। ଯେ ଶାନ୍ତ ରହେ ଲୋକ ତାକୁ ଥଣ୍ଡା କହନ୍ତି ଓ ଯେ ପ୍ରତି କଥାରେ ରାଗେ ତାଠାରୁ ସାବଧାନ ରହିବାକୁ କହନ୍ତି। କିନ୍ତୁ ଦୁଇଟିଯାକ ସ୍ୱଭାବ ବା ବାତାବରଣ ସର୍ବଦା ବଦଳୁଥାଏ। କୌଣସି ଜିନିଷ ଦୀର୍ଘସ୍ଥାୟୀ ନୁହଁ। କିନ୍ତୁ ଆମେ ଚାଁହୁ ସର୍ବଦା ଅନୁକୂଳ ବାତାବରଣ ଜାରିରହୁ ଏବଂ ତା ନହେଲେ ଦୁଃଖ ଅନୁଭବ କରୁ।

ଆପଣ ଯଦି ଓଶୋଙ୍କ କଥା ଶୁଣିଥିବେ ତାଙ୍କର ଅନେକ କାହାଣୀରେ ମୁଲ୍ଲା ନସରୁଦ୍ଦୀନଙ୍କ ଉଲ୍ଲେଖ ଅଛି। ଥରେ ମୁଲ୍ଲା ନସରୁଦ୍ଦୀନ ରାସ୍ତାରେ ଯିବାବେଳେ ତାଙ୍କୁ ଦୁଇଜଣ ଝଗଡା କରିବାପରି ଶବ୍ଦ ଶୁଭିଲା। ପାଖକୁ ଯିବାପରେ ଜଣାଗଲା ଯେ ଦୁଇଜଣ ଦୁଇ ବନ୍ଧୁ। ଜଣେ ଆତ୍ମହତ୍ୟା କରିବାକୁ ସ୍ଥିର କରିଛି ଓ ଅନ୍ୟ ଜଣକ ତାକୁ ସେଥିରୁ ନିବୃତ୍ତ କରୁଛି। ସବୁ ଶୁଣିବାପରେ ସ୍ପଷ୍ଟ ହେଲାଯେ ପ୍ରଥମ ଜଣକ ଭୀରୁ ବ୍ୟକ୍ତିତ୍ୱର ବ୍ୟକ୍ତି ଓ ନିଜ ସ୍ତ୍ରୀକୁ ଖୁବ୍ ଭୟ କରୁଥିଲା। ସ୍ତୀ ସଉଦା ପାଁଇ ଦେଇଥିବା 500 ଟଙ୍କାରୁ 100 ଟଙ୍କାର ସୌଦା ଆଣିବାପରେ ବଳକା 400ଟଙ୍କା କେଉଁଠାରେ ପଡିଗଲା। ତେଣୁ ସେ ସ୍ତ୍ରୀକୁ ସାମନା କରିବା ଅପେକ୍ଷା ପ୍ରାଣତ୍ୟାଗ କରିବାକୁ ଶ୍ରେୟସ୍କର ମନେ କଲା। ମୁଲ୍ଲା ନସୀରୁଦ୍ଦୀନ ସ୍ଥିତି ଜାଣିବାପରେ ମିତ୍ର ବ୍ୟକ୍ତି ସହ ସର୍ତ୍ତ ଲଗାଇଲେ ଯେ କିଛି ସମୟ ମଧ୍ୟରେ ସେ ପ୍ରାଣତ୍ୟାଗ କରିବାକୁ ଯାଉଥିବା ସାଙ୍ଗକୁ ହସାଇ ପାରିବେ। ମିତ୍ରଟି ଆଶ୍ଚର୍ଯ୍ୟ ହେଲା। ହଠାତ ମୁଲ୍ଲା ସେ ବ୍ୟକ୍ତିଠାରୁ ସୌଦାଥିବା ବ୍ୟାଗଟି ଛଡାଇ ନେଇ ଜୋରରେ ଦୌଡିବାକୁ ଲାଗିଲେ। ଦୁଃଖୀ ଲୋକଟି ମୋ ବ୍ୟାଗ କହି ତାପଛରେ ଓ ମିତ୍ର ବ୍ୟକ୍ତି ତାପଛରେ ଏହିପରି ରାସ୍ତାରେ ଦୌଡୁଥାନ୍ତି। କିଛି ଦୂର ଯିବାପରେ ମୁଲ୍ଲା ନସୀରୁଦ୍ଦୀନ ଥଳୀଟିକୁ ରାସ୍ତା କଡରେ ଫୋପାଡିଦେଇ ଏକ ଗଛ ପଛରେ ଲୁଚିଗଲେ। ମୋ ଥଳୀ କହି ଚିତ୍କାର କରୁଥିବା ଲୋକଟି ଥଳୀ ପାଖରେ ପହଞ୍ଚି, ଥଳୀକୁ ଛାତିରେ ଲଗାଇ ହସି ପକାଇଲା। ମିତ୍ର ଏହା ଦେଖି ଆଶ୍ଚର୍ଯ୍ୟର ସହ ମୁଲ୍ଲାକୁ ପଚାରିଲେ ଏହା କିପରି ସମ୍ଭବ ହେଲା? ମୁଲ୍ଲା ବୁଝାଇଦେଲେ ଯେ, ସେ ଦୁଃଖୀ ଲୋକଟିର ଦୁଃଖର ପରିଭାଷା ବଦଳାଇ ଦେଲେ । 400 ଟଙ୍କାର କ୍ଷତିକୁ ଭୁଲି 100 ଟଙ୍କାର ସୌଦା ଥଳୀ ପାଇ ସେ ଖୁସି ହୋଇ ଗଲା। ଏପରି ଆମେ ମଧ୍ୟ ନିଜେ ତିଆରିଥିବା ପରିମାପକରେ ମାପି ନିଜର ସୁଖଦୁଃଖକୁ ବ୍ୟାଖ୍ୟା କରୁଛୁ ଯାହାକି ସତ୍ୟ ନୁଁହେ।

ତାଂସ୍ଥିତିକ୍ଷସୋ :-  ତିତିକ୍ଷାର ସାଧାରଣ ଅର୍ଥ ସହନକରିବା। କିନ୍ତୁ ଜ୍ଞାନୀବ୍ୟକ୍ତି କହନ୍ତି ସହନଶୀଳତାରେ ସହଜତା ନ ଆସିଲେ ତାକୁ ତିତିକ୍ଷା କୁହାଯିବ ନାଁହି। ଉଦାହରଣ ସ୍ୱରୂପ ସନ୍ତାନକୁ ପାଳନ କରିବାଲାଗି ମା ସହଜଭାବରେ ରାତିର ନିଦ ଓ ଦିନର ଶାନ୍ତି ତ୍ୟାଗ କରିପାରେ, କିନ୍ତୁ ବାଳକକୁ ପଢିବାପାଇଁ ଖୁବ୍ ଚେଷ୍ଟା କରିବାକୁ ପଡିଥାଏ।

ଆମର ଶାସ୍ତ୍ରରେ ବିଦ୍ୟାର୍ଥୀର 5 ପ୍ରକାର ଗୁଣ କୁହାଯାଇଛି :-

काक चेष्टा, बको ध्यानं, स्वान निद्रा तथैव च ।

अल्पहारी, गृहत्यागी, विद्यार्थी पंच लक्षणं ॥

  • କାକ ଚେଷ୍ଟା - ବିଦ୍ୟାର୍ଥୀକୁ ସର୍ବଦା କୁଆ ପରି ଚେଷ୍ଟା ଜାରି ରଖିବା ଉଚିତ।
  • ବକ ଧ୍ୟାନମ୍ - ବିଦ୍ୟାର୍ଥୀର ଧ୍ୟାନ ବଗପରି ହେବା ଉଚିତ।
  • ଶ୍ୱାନ ନିଦ୍ରାଂ - ତାହାର ନିଦ୍ରା କୁକୁର ପରି ଜାଗରୂକ ହେବା ଉଚିତ।
  • ଅଳ୍ପାହାରୀ - ବିଦ୍ୟାର୍ଥୀ ସର୍ବଦା ଅଳ୍ପ ଖାଦ୍ୟ ଗ୍ରହଣ କରିବା ଉଚିତ। ଫଳରେ ହଜମକ୍ରିୟା ଠିକ୍ ହେବ ଓ ଆଳସ୍ୟ ରହିବ ନାଁହି।
  • ଗୃହତ୍ୟାଗୀ - ବିଦ୍ୟାର୍ଥୀକୁ ଘରଠାରୁ ଦୂରରେ ରହି ଶିକ୍ଷା ଗ୍ରହଣ କରିବା ଉଚିତ।

ଖେଳ ଜଗତରୁ ବର୍ତ୍ତମାନର କିଛି ପ୍ରସିଦ୍ଧ ଖେଳାଳୀ ସଚିନ୍ ତେନ୍ଦୁଲକର,ବିରାଟ କୋହଲୀ ଆଦି ଧନବାନ ହେବାପରେ ମଧ୍ୟ ଖେଳ ପଡିଆରେ ତିତିକ୍ଷା ଗୁଣର ପ୍ରତ୍ୟକ୍ଷ ଉଦାହରଣ ଦେଖାଇ ଉତ୍ତମ ଖେଳାଳୀର ପରିଚୟ ଦେଇ ପାରିଛନ୍ତି। ଗରମ ଓ ଝାଳ ଭୟରେ ନିରନ୍ତର ଅଭ୍ୟାସ ଛାଡିଦେଲେ ସେମାନେ ଭଲ ଖେଳି ପାରିବେ ନାହିଁ।

ଧନ ଅର୍ଜନ କରିବାପାଇଁ ଚାକିରୀ କରିବାକୁ ପଡେ। ସେଥିରେ ମଧ୍ୟ କଷ୍ଟ ସହିବାକୁ ପଡିଥାଏ। ନିଜଠାରୁ ବଡ ଅଧିକାରୀଙ୍କଠାରୁ ବିଭିନ୍ନ କଥା ଶୁଣି ସହିବାକୁ ପଡିଥାଏ। ସାଧୁର ଜୀବନତ ପୂର୍ଣ୍ଣରୂପେ ତିତିକ୍ଷା ଉପରେହିଁ ନିର୍ଭର କରେ।

ସହନଶୀଳତା ଓ ତିତିକ୍ଷା ମଧ୍ୟରେ ପାର୍ଥକ୍ୟ :-

ତିତିକ୍ଷାରେ ସ୍ୱାଭାବିକତା ଓ ଅପରିହାର୍ଯ୍ୟତା ଭାବ ନିହିତ। ସୁଖ ବା ଦୁଃଖ ନଥିବା କାରଣରୁ କାହା ଉପରେ ଦୋଷାରୋପ କରିହେବ ନାହିଁ। ଭୋଗର ବିଷୟ ସବୁ ସୁଖ ଦୁଃଖର ଭାବନା ମାତ୍ରା ଅନୁସାରେ ଜାଗ୍ରତ ହୁଏ। କିନ୍ତୁ ସେଥିରେ ତିତିକ୍ଷା ବା ସ୍ୱାଭାବିକତା ଆସିଗଲେ ଏହା ଆମକୁ ତିଳେମାତ୍ର ପ୍ରଭାବିତ କରିପାରିବ ନାହିଁ। ଆମେ କେବଳ ସ୍ଵାସ୍ଥ୍ୟ ଉପଯୋଗୀ ଖାଦ୍ୟ ଖାଇଲେ ତାହା ତିତିକ୍ଷା କୁହାଯିବ। ଚା ମିଳିବାରେ ଅଳ୍ପ ଡେରି ହେଲେ ଆମେ ରାଗିଯାଉଛେ ଯଦି ଆମେ ଭାବିବା ହଁ ଡେରି ହେଲା ତ କଣ ହେଇଗଲା ତେବେ ସେମିତି କିଛି ପାର୍ଥକ୍ୟ ନଜର ଆସିବ ନାହିଁ। କିନ୍ତୁ ଆମେ ଯଦି ତାହାକୁ ସୁଖ ଦୁଃଖର କେନ୍ଦ୍ର ହିସାବରେ ଗ୍ରହଣ କରିବା ତାହା ମହା କଷ୍ଟଦାୟକ ମନେହେବ। ନିଜର ଚିନ୍ତାଧାରା ବଦଳାଇ ଦେଲେ ଆମେ ସୁଖ ଦୁଃଖର ଜଞ୍ଜାଳରୁ ମୁକ୍ତିଲାଭ କରି ପାରିବା।

ଯଦି ସବୁକିଛି ପରିବର୍ତ୍ତନଶୀଳ କିଛି ବି ସ୍ଥାୟୀ ନୁ୍ହଁ ଆମେ ତାହାକୁ ନିଜର ସମ୍ବଳ ଭାବରେ କିପରି ଗ୍ରହଣ କରିବା? କିଛି ଲୋକ ତ 6 ମାସ ପାଇଁ ମିଳିଥିବା ପ୍ରସିଦ୍ଧିକୁ ନିଜର ଅସ୍ତିତ୍ୱ ଓ ଜୀବନର ଆଧାରରୂପେ ମାନି ନେଇଥାନ୍ତି।

ମାତ୍ରା ଓ ତିତିକ୍ଷାର ମାନଦଣ୍ଡରେ ଆମେ ଜୀବନର ଘଟଣାଗୁଡିକୁ ମାପିବା ଦରକାର।

ଆମର ସଂସ୍କାରରେ ଉପବାସ ଆଦି ରୀତି ନୀତି ତିତିକ୍ଷାକୁ ଜାଗ୍ରତ କରିବାଲାଗି ଏକ ଅଭ୍ୟାସ ଅଟେ। ମୌନବ୍ରତ ପାଳନ କରିବା, ଥଣ୍ଡା ଗରମ ସହନ କରିବା, ଅଳ୍ପ ଆହାର ଗ୍ରହଣ କରି ଭୋକ ଶୋଷରେ ବିଚଳିତ ନ ହେବା, ଏହି ଆଧାରରେ ସାଧୁମାନଙ୍କର ପରୀକ୍ଷଣ ହେଉଥିଲା ତାପରେ ସାଧୁର ଉପାଧି ମିଳୁଥିଲା।

ମନ ଓ ଶରୀରକୁ ଦୃଢ ଓ ଶକ୍ତିଶାଳୀ କରିବାପାଇଁ ତିତିକ୍ଷା ଭାବ ଗ୍ରହଣ କରିବା ଦରକାର। ଗରମ ସମୟରେ କିଛିସମୟ ବିନା ଏ.ସି. ରେ ଚଳିବା ଅଭ୍ୟାସ କରିବା ଉଚିତ। ଆମ ଗହଣରେ ଥିବା କିଛି ଲୋକଙ୍କୁ ଆମେ ଦେଖିଛେ ଯେଉଁମାନେ ପ୍ରତ୍ୟେକ ଋତୁରେ କେବଳ କଷ୍ଟ ଓ ସମସ୍ୟା ଅନୁଭବ କରନ୍ତି ।

ବିବେକ ଚୁଡାମଣିରେ ଆଦି ଶଙ୍କରାଚାର୍ଯ୍ୟ ଜ୍ଞାନର 4 ଟି ସ୍ତମ୍ଭ ବିଷୟରେ କହିଛନ୍ତି -

  • ବିବେକ

  • ବୈରାଗ୍ୟ

  • ଷଟ୍ସମ୍ପତ୍ତି

  • ମୋକ୍ଷ

ଷଟ୍‍‍ସମ୍ପତ୍ତିର ଛ ଭାଗ ଅଛି - ଶମ, ଦମ, ଉପରତି, ତିତିକ୍ଷା, ଶ୍ରଦ୍ଧା, ଓ ସମାଧାନ ।

ତିତିକ୍ଷା ବିନା ସାଧନାର ପ୍ରବୃତ୍ତି ଜାଗ୍ରତ ହୋଇ ପାରିବ ନାହିଁ। ତେଣୁ ପ୍ରସନ୍ନତା ଓ ସରଳତା ସହକାରେ ଜୀବନର ସମସ୍ତ ପରିସ୍ଥିତିକୁ ସହନ କରିବା ଅନିବାର୍ଯ୍ୟ ଅଟେ।

सीताराम सीताराम सीताराम कहिए। जाहि विधि राखे राम ताहि विधि रहिए।।

होइहि सोइ जो राम रचि राखा। को करि तर्क बढ़ावै साखा॥

ଅର୍ଜୁନ ଭାବିଲେ ଏପରି କରିପାରିବା କଣ ସମ୍ଭବ? ତେଣୁ ଭଗବାନ ଆଗକୁ ତାଙ୍କୁ ବୁଝାଇଛନ୍ତି।


2.15

ୟଂ(ମ୍) ହି ନ ବ୍ୟଥୟନ୍ତ୍ୟେତେ, ପୁରୁଷଂ(ମ୍) ପୁରୁଷର୍ଷଭ
ସମଦୁଃଖସୁଖଂ(ନ୍) ଧୀରଂ(ମ୍), ସୋଽମୃତତ୍ୱାୟ କଲ୍ପତେ॥15॥

କାରଣ, ହେ ପୁରୁଷଶ୍ରେଷ୍ଠ ! ସୁଖ-ଦୁଃଖକୁ ସମାନ ଦୃଷ୍ଟିରେ ଦେଖୁଥିବା ଯେଉଁ ଧୀରପୁରୁଷଙ୍କୁ ଏହି ଇନ୍ଦ୍ରିୟ ଓ ବିଷୟର ସଂଯୋଗ ବ୍ୟାକୁଳ କରିପାରେ ନାହିଁ, ସେ ହିଁ ମୋକ୍ଷ ପାଇଁ ଯୋଗ୍ୟ ହୁଅନ୍ତି ।

ବିବେଚନ :

ଏହି ଶ୍ଲୋକରେ ଭଗବାନ ବର୍ଣ୍ଣନା କରିଛନ୍ତି ଯେ ଯେଉଁ ମାନେ ସୁଖ ଦୁଃଖରେ ପ୍ରଭାବିତ ନୁହଁନ୍ତି ଏବଂ ଯେଉଁମାନେ ଉଭୟରେ ସ୍ଥିର ରୁହନ୍ତି, ସେମାନେ ମୁକ୍ତି ପାଇଁ ଯୋଗ୍ୟ ହୁଅନ୍ତି । ଇନ୍ଦ୍ରିୟମାନଙ୍କ ସଂସ୍ପର୍ଶରୁ ଅନୁଭବ କରୁଥିବା ସୁଖ ତା'ର ଭୌତିକ ବସ୍ତୁ ସହିତ ସାମୟିକ ବା ସୀମିତ ଅଟେ । ତେଣୁ ଶାରୀରିକ ଶରୀର ମାଧ୍ୟମରେ ଯେଉଁ ଭୌତିକ ସୁଖ ଅନୁଭବ କରାଯାଏ ତାହା ଆତ୍ମାକୁ କେବେ ବି ଅନନ୍ତ ସୁଖ ଦେଇପାରିବ ନାହିଁ । ତେଣୁ ଭୌତିକ ସୁଖ ଓ ଭୌତିକ ଦୁଃଖର ଧାରଣାକୁ ସହ୍ୟ କରିବାକୁ ଅଭ୍ୟାସ କରିବା ଉଚିତ୍ ।

ଯିଏ ସମାନ ହୋଇ ଉଭୟ ସୁଖ ଓ ଦୁଃଖକୁ ଅନୁଭବ କରେ, ସେ ଏହି ଦ୍ୱୈତତାଠାରୁ ଉପରକୁ ଉଠିବ ଏବଂ ଆଉ ଭୌତିକ ଶକ୍ତିରେ ବାନ୍ଧି ରହିବ ନାହିଁ ।

2.16

ନାସତୋ ବିଦ୍ୟତେ ଭାବୋ, ନାଭାବୋ ବିଦ୍ୟତେ ସତଃ
ଉଭୟୋରପି ଦୃଷ୍ଟୋଽନ୍ତଃ(ସ୍), ତ୍ୱନୟୋସ୍ତତ୍ତ୍ୱଦର୍ଶିଭିଃ॥16॥

ଅସତ୍ ବସ୍ତୁର ଅସ୍ତିତ୍ବ ନାହିଁ ଏବଂ ସତ୍ ବସ୍ତୁ ର ଅଭାବ ନାହିଁ । ଏପରି ଭାବରେ ଉକ୍ତ ଦୁଇଟି ଯାକ ର ତତ୍ତ୍ୱ ତତ୍ତ୍ୱଜ୍ଞାନୀ ପୁରୁଷମାନଙ୍କ ଦ୍ୱାରା ଦେଖାଯାଇଛି ।

ବିବେଚନ:

ଜ୍ଞାନ ମାର୍ଗର ସର୍ବୋତ୍କୃଷ୍ଟ ଶ୍ଲୋକ ହେଉଛି ଏହି ଷୋଡ଼ଶ ଶ୍ଲୋକ ଯାହାର ବ୍ୟାଖ୍ୟା ଭଗବାନ କରୁଛନ୍ତି। ଯାହା ସଦା ସର୍ବଦା ରହେ ନାହିଁ ତାହା ହେଉଛି ଅସତ୍ ଏବଂ ଯାହାର ଅଭାବ କେବେ ଅନୁଭୂତ ହୁଏ ନାହିଁ ତାହା ହିଁ ସତ୍।

ମାନବ ଶରୀର ବାଲ୍ୟ ଅବସ୍ଥାରୁ ମୃତ୍ୟୁ ପର୍ଯ୍ୟନ୍ତ ପରିବର୍ତ୍ତନ ଶୀଳ, କାରଣ ଏହା ଅସତ୍ୟ। ଏହି ଶରୀର ଏଭଳି ପରିବର୍ତ୍ତନଶୀଳ ଯେ ଜଣଙ୍କର ବିଭିନ୍ନ ବୟସର ଛବି ଦେଖି ବିଶ୍ଵାସ କରିହୁଏ ନାହିଁ ଯେ ଏହା ଜଣେ ବ୍ୟକ୍ତିର। ଶରୀରର ଏହି ସମସ୍ତ ପରିବର୍ତ୍ତନ ମଧ୍ୟରେ ଯାହା ଅପରିବର୍ତ୍ତନୀୟ, ତାହା ହେଉଛି ଆତ୍ମତତ୍ତ୍ଵ। ଏହାହିଁ ସତ୍। ଏହା ଶରୀର ଜନ୍ମ ସମୟରେ ଥିଲା ଏବଂ ମୃତ୍ୟୁ ପରେ ମଧ୍ୟ ରହିବ। ଏହା ପରମାତ୍ମାଙ୍କ ଅଂଶ ବିଶେଷ ହେତୁ ଅବିନାଶୀ, ଅକ୍ଷୟ, ଓ ଶାଶ୍ବତ।

ଇଂରାଜୀ ଭାଷାର ଏକ ପ୍ରଭାବଶାଳୀ କଥା - “ମୃତ୍ୟୁର ଅର୍ଥ ହେଉଛି ଯାହା ବ୍ୟକ୍ତିର ନାମ, ପୋଷାକ ଏବଂ ଠିକଣା ପରିବର୍ତ୍ତନ କରିଥାଏ।” (Death is change of name, dress and address )

ମୋର ବାହ୍ୟ ରଙ୍ଗ, ରୂପ,ଠିକଣା ବଦଳି ଗଲେବି ମୁଁ ଶାଶ୍ୱତ ଅଟେ। ଏହାର ଧାରଣା ହିଁ ମୋକ୍ଷ । ସବୁକିଛି ବଦଳି ଗଲେ ମଧ୍ୟ ଯେ ଜାଣେ ଓ ମାନେ, “ମୁଁ ତ ରହିବି “ ସେ ହିଁ ତତ୍ତ୍ଵଦର୍ଷୀ।


2.17

ଅବିନାଶି ତୁ ତଦ୍ୱିଦ୍ଧି, ୟେନ ସର୍ବମିଦଂ(ନ୍) ତତମ୍
ବିନାଶମବ୍ୟୟସ୍ୟାସ୍ୟ, ନ କଶ୍ଚିତ୍କର୍ତୁମର୍ହତି॥17॥

ଏହି ନ୍ୟାୟ ରେ ଯାହାଙ୍କ ଦ୍ୱାରା ଏହି ସମ୍ପୂର୍ଣ୍ଣ ଜଗତ୍ ବ୍ୟାପ୍ତ ହୋଇଛି, ତାହାଙ୍କୁ ଅବିନାଶୀ ବୋଲି ଜାଣ । ସେହି ଅବିନାଶୀଙ୍କୁ ବିନାଶ କରିବାକୁ କେହି ହେଲେ ସମର୍ଥ ନୁହେଁ ।

ବିବେଚନ :

ଏହି ଶ୍ଲୋକରେ ଭଗବାନ ବର୍ଣ୍ଣନା କରିଛନ୍ତି ଯେ, ଶାରୀରିକ ଶରୀରରେ ଆତ୍ମା ହିଁ ବ୍ୟାପିଥାଏ। ଆତ୍ମା ବିନା ଶାରୀରିକ ଶରୀର ଚେତନାବିହୀନ ହୁଏ ଏବଂ ଆତ୍ମା ହିଁ ସମଗ୍ର ଶରୀରକୁ ଚେତନା ପ୍ରଦାନ କରିଥାଏ । ତେଣୁ ଆତ୍ମା ଶରୀରରେ ବ୍ୟାପିଥାଏ। ଭଗବାନ କହନ୍ତି ଯେ ଆତ୍ମା ଅବିନାଶୀ ବା ଅନନ୍ତ ଏବଂ ଅବିନାଶୀ ଆତ୍ମାର ବିନାଶ କେହି କରିପାରିବେ ନାହିଁ ।

2.18

ଅନ୍ତବନ୍ତ ଇମେ ଦେହା, ନିତ୍ୟସ୍ୟୋକ୍ତାଃ(ଶ୍) ଶରୀରିଣଃ
ଅନାଶିନୋଽପ୍ରମେୟସ୍ୟ, ତସ୍ମାଦ୍ୟୁଧ୍ୟସ୍ୱ ଭାରତ॥18॥

ନାଶରହିତ, ଅପ୍ରମେୟ ଓ ନିତ୍ୟସ୍ୱରୂପ ଜୀବାତ୍ମା ର ଏହି ଶରୀର ଗୁଡିକ ନାଶବାନ୍ ବୋଲି କୁହାଯାଇଛି । ତେଣୁ ହେ ଭରତବଂଶୀ ଅର୍ଜୁନ ! ତୁମେ ଯୁଦ୍ଧ କର ।

ବିବେଚନ :

ଏହି ଶ୍ଲୋକରେ ଭଗବାନ ଉଲ୍ଲେଖ କରିଛନ୍ତି ଯେ କେବଳ ଭୌତିକ ଶରୀର ନଷ୍ଟ ହୋଇଯାଏ ଏବଂ ଭିତରେ ଥିବା ଆତ୍ମା ମୂର୍ତ୍ତି ଅବିନାଶୀ ହୋଇ ଅନନ୍ତ ରହିଥାଏ । ତେଣୁ ସେ ଅର୍ଜୁନଙ୍କୁ ଯୁଦ୍ଧ କରିବାକୁ କୁହନ୍ତି।

2.19

ୟ ଏନଂ(ୱ୍ଁ) ବେତ୍ତି ହନ୍ତାରଂ(ୟ୍ଁ), ୟଶ୍ଚୈନଂ(ମ୍) ମନ୍ୟତେ ହତମ୍।
ଉଭୌ ତୌ ନ ବିଜାନୀତୋ, ନାୟଂ(ମ୍) ହନ୍ତି ନ ହନ୍ୟତେ॥2.19॥

ଯେ ଏହି ଆତ୍ମା ହତ୍ୟା କରେ ବୋଲି ବୁଝନ୍ତି ତଥା ଯେ ଏହା ନିହତ ହୁଏ ବୋଲି ସ୍ୱୀକାର କରନ୍ତି, ସେ ଉଭୟେ ଆତ୍ମା ବିଷୟରେ କିଛି ଜାଣନ୍ତି ନାହିଁ; କାରଣ ଏହି ଆତ୍ମା ବାସ୍ତବରେ କାହାରିକୁ ହତ୍ୟା କରେ ନାହିଁ, କି କାହାରି ଦ୍ୱାରା ନିହତ ହୁଏ ନାହିଁ ।

ବିବେଚନ :

ଏହି ଶ୍ଲୋକରେ ଭଗବାନ ବର୍ଣ୍ଣନା କରିଛନ୍ତି ଯେ, ଯିଏ ଆତ୍ମାକୁ ହତ୍ୟା କରିପାରିବ ବୋଲି ଭାବିଥାଏ ଏବଂ ଯିଏ ଆତ୍ମାକୁ ହତ୍ୟା କରାଯାଇପାରେ ବୋଲି ଭାବିଥାଏ, ସେ ଅଜ୍ଞାନତାରେ ଛନ୍ଦି ହୋଇଯାଏ । ସେ କହନ୍ତି ଯେ ଆତ୍ମା ହତ୍ୟା କରେ ନାହିଁ ଆହୁରି ମଧ୍ୟ ଏହାକୁ ହତ କରାଯାଇପାରିବ ନାହିଁ । ଆତ୍ମା ପରିବର୍ତ୍ତେ ଭୌତିକ ଶରୀର ସହିତ ନିଜକୁ ପରିଚୟ ଦେଉଥିବାରୁ ଜଣେ ଏହି ଭ୍ରମରେ ରହିଥାଏ । 

2.20

ନ ଜାୟତେ ମ୍ରିୟତେ ବା କଦାଚିନ୍,
ନାୟଂ(ମ୍) ଭୂତ୍ୱା ଭବିତା ବା ନ ଭୂୟଃ
ଅଜୋ ନିତ୍ୟଃ(ଶ୍) ଶାଶ୍ୱତୋଽୟଂ(ମ୍) ପୁରାଣୋ,
ନ ହନ୍ୟତେ ହନ୍ୟମାନେ ଶରୀରେ॥20॥

ଏହି ଆତ୍ମା କୌଣସି କାଳରେ ବି ଜନ୍ମ ହୁଏ ନାହିଁ, କି ମରେ ନାହିଁ, ତଥା ଏହା ଉତ୍ପନ୍ନ ହେବା ପରେ ଯେ ହୁଏ, ସେପରି ନୁହେଁ; କାରଣ ଏହା ହେଉଛି ଅଜନ୍ମା, ନିତ୍ୟ, ସନାତନ ଏବଂ ପୁରାତନ । ଶରୀରକୁ ବଧ କରିଦେଲେ ମଧ୍ୟ ଏହା ନିହତ ହୁଏ ନାହିଁ।

ବିବେଚନ:

ଭଗବାନ୍ ଏଠାରେ ଗୋଟିଏ ମହତ୍ତ୍ଵ ପୂର୍ଣ୍ଣ ସିଦ୍ଧାନ୍ତର ପ୍ରତିପାଦନ କରିଛନ୍ତି। ଆତ୍ମା କୌଣସି କାଳରେ ନା ଜନ୍ମ ନିଏ ନା ମରେ, ନା ଏହାର ଉତ୍ପତ୍ତି ଅଛି ନା ବିନାଶ ଅଛି। କାରଣ ଏହା ଅଜନ୍ମା, ନିତ୍ୟ, ସନାତନ ଏବଂ ପୁରାତନ। ଶରୀରର ବିନାଶରେ ଏହାର ବିନାଶ ହୁଏ ନାହିଁ।

2.21

ବେଦାବିନାଶିନଂ(ନ୍) ନିତ୍ୟଂ(ୟ୍ଁ), ୟ ଏନମଜମବ୍ୟୟମ୍।
କଥଂ(ମ୍) ସ ପୁରୁଷଃ(ଫ୍) ପାର୍ଥ, କଂ(ଙ୍) ଘାତୟତି ହନ୍ତି କମ୍॥2.21॥

ହେ ପୃଥାପୁତ୍ର ଅର୍ଜୁନ ! ଯେଉଁ ପୁରୁଷ ଏହି ଆତ୍ମା କୁ ନାଶରହିତ, ନିତ୍ୟ, ଅଜନ୍ମା ଓ ଅବ୍ୟୟ ବୋଲି ଜାଣନ୍ତି, ସେହି ପୁରୁଷ କିପରି ବଧ କରିବେ ବା ବଧ କରାଇବେ?

ବିବେଚନ:

ଜୀବନ ଓ ଚେତନା ତତ୍ତ୍ୱର ଛଅ ଗୋଟି ଲକ୍ଷଣ। ଶରୀର ଛଅ ପ୍ରକାରର ରୂପାନ୍ତର ଅଧୀନରେ ଥାଏ - ଉତ୍ପନ୍ନ ହେବା, କ୍ଷୟ ଓ ବୃଦ୍ଧି , ପରିବର୍ତ୍ତନ, ବଂଶ ବୃଦ୍ଧି, ଏବଂ ବିନାଶ। ତେବେ ଆତ୍ମା ଏଭଳି ପରିବର୍ତ୍ତନ ଦେଇ ଗତି କରେ ନାହିଁ। 

ଏହି ଶ୍ଲୋକରେ ଭଗବାନ ଅର୍ଜୁନଙ୍କୁ ଉଲ୍ଲେଖ କରୁଛନ୍ତି ଯେ, ଯିଏ ଆତ୍ମାକୁ ଅବିନାଶୀ, ଅନନ୍ତ, ଅଜନ୍ମା ଓ ଅପରିବର୍ତ୍ତିତ ବୋଲି ଜାଣେ, ସେ କିପରି କାହାକୁ ହତ୍ୟା କରିପାରିବ ବା କାହା ଦ୍ୱାରା ହତ କରାଇପାରିବ?




2.22

ବାସାଂସି ଜୀର୍ଣାନି ୟଥା ବିହାୟ,
ନବାନି ଗୃହ୍ଣାତି ନରୋଽପରାଣି
ତଥା ଶରୀରାଣି ବିହାୟ ଜୀର୍ଣା-
ନ୍ୟନ୍ୟାନି ସଂୟାତି ନବାନି ଦେହୀ॥22॥

ମନୁଷ୍ୟ ଯେପରି ପୁରୁଣା ବସ୍ତ୍ରମାନ ତ୍ୟାଗ କରି ଅନ୍ୟ ନୂତନ ବସ୍ତ୍ର ଗ୍ରହଣ କରେ, ଜୀବାତ୍ମା ସେହିପରି ପୁରାତନ ଶରୀର ତ୍ୟାଗ କରି ଅନ୍ୟ ନୂତନ ଶରୀର ମାନ ପ୍ରାପ୍ତ ହୋଇଥାଏ ।

ବିବେଚନ:

ଏହି ଶ୍ଲୋକ ଗୀତାର ପ୍ରସିଦ୍ଧ ଶ୍ଲୋକ ମଧ୍ୟରୁ ଅନ୍ୟତମ। ଭଗବାନ କହୁଛନ୍ତି, ଯେପରି, ଗୋଟିଏ ବସ୍ତ୍ର ମଳିନ, ଜୀର୍ଣ୍ଣ ହେଲେ ମନୁଷ୍ୟ ଏହି ବସ୍ତ୍ର ପରିତ୍ୟାଗ କରି ଅନ୍ୟ ନୂତନ ବସ୍ତ୍ର ପରିଧାନ କରିଥାଏ, ସେଭଳି ମନୁଷ୍ୟର ଶରୀର ଆତ୍ମା ପାଇଁ ବ୍ୟବହାର ଉପଯୋଗୀ ନହେଲେ ସେ ତାକୁ ପରିତ୍ୟାଗ କରି ଅନ୍ୟ ନୂତନ ଶରୀର ଧାରଣ କରିଥାଏ।

ହରିଶରଣ ସଙ୍କୀର୍ତ୍ତନ ସହିତ ଆଜିର ବିବେଚନ ସତ୍ର ସମାପ୍ତ ହେଲା ଏବଂ ପ୍ରଶ୍ନୋତ୍ତର ସତ୍ର ଆରମ୍ଭ ହେଲା ।

ପ୍ରଶ୍ନୋତ୍ତର :-

ପ୍ରଶ୍ନକର୍ତ୍ତା: ମାଧୁରୀ ପରିହାର ଦିଦି

ପ୍ରଶ୍ନ: ଭାଗ୍ୟ ସମ୍ବନ୍ଧରେ ଆପଣଙ୍କ ମତ କଣ?

ଉତ୍ତର: ପ୍ରାରବ୍ଧ ଦୁଇ ପ୍ରକାର। ତୀବ୍ର ଏବଂ ମଧ୍ୟମ। ମଧ୍ୟମ ପ୍ରାରବ୍ଧରୁ ମୁକ୍ତି ମିଳି ପାରେ, ଯେପରିକି ତୀର୍ଥ ଯାତ୍ରା, ଦାନ, ପୁଣ୍ୟ, ଗୀତା ଅଧ୍ୟୟନ ଇତ୍ୟାଦି ଦ୍ବାରା। କିନ୍ତୁ ତୀବ୍ର ପ୍ରlରବ୍ଧରୁ ମୁକ୍ତି ମିଳେ ନାହିଁ।

ପ୍ରଶ୍ନ: ଆତ୍ମା ଅଜର-ଅମର ଅଟେ। ଏହି ଜନ୍ମରେ ମୁଁ ଯଦି ବୁଦ୍ଧି ହୀନ ରହେ ତେବେ ଆଗାମୀ ଜନ୍ମରେ କଣ ମୁଁ ବୁଦ୍ଧି ହୀନ ରହିବି ?

ଉତ୍ତର: କର୍ମ ଅନୁଯାୟୀ ବୁଦ୍ଧି ପ୍ରାପ୍ତ ହୋଇ ଥାଏ। କେହି ମୂର୍ଖ ବ୍ୟକ୍ତି ସାରା ଜୀବନ ମୂର୍ଖ ହୋଇ ରହିବ, ଏହା ନିଶ୍ଚିତ ନୁହେଁ। ପୁରୁଷାର୍ଥ ଦ୍ୱାରା ସେ ବୁଦ୍ଧିମାନ ହୋଇପାରେ। ପ୍ରଯତ୍ନ ଦ୍ୱାରା ଜଣେ ବୁଦ୍ଧିମତ୍ତାର ବିକାଶ କରିପାରେ।


ପ୍ରଶ୍ନ କର୍ତ୍ତା: ବ୍ରଜମୋହନ ଭାଇ

ପ୍ରଶ୍ନ : ‘ଅପ୍ରମେୟ’ ର ଅର୍ଥ କଣ?

ଉତ୍ତର: ଅପ୍ରମେୟର ଅର୍ଥ ହେଉଛି ଯାହାର କଳନା ନାହିଁ।

ପ୍ରଶ୍ନ: କାମନା, ଇଚ୍ଛା, ବାସନା, ତୃଷ୍ଣା ଓ ସ୍ପୃହା ମଧ୍ୟରେ ଅନ୍ତର କଣ?

ଉତ୍ତର: ପ୍ରଥମେ ମନରେ ବିଚାର ଉଦୟ ହୁଏ, ଏହା ପରେ ସ୍ପୃହା ଜାଗେ, ସ୍ପୃହାରୁ ଇଚ୍ଛା, ଇଛାରୁ କର୍ମ ଏବଂ କର୍ମରୁ ବାସନା ଜାତ ହୋଇଥାଏ। ବାସନା ଅର୍ଥ ଲୋଭ, କୌଣସି ବସ୍ତୁକୁ ବାରମ୍ବାର ପାଇବାର ଲାଳସା। ଉଦାହରଣ ସ୍ୱରୂପ, ପ୍ରଥମେ ମିଠା ଖାଇବାର ମନରେ ବିଚାର ଆସିଲା, ପରେ ମିଠା ଖାଇବାର ସ୍ପୃହା ଜାଗ୍ରତ ହେଲା, ମିଠା କେତେ ସୁସ୍ୱାଦୁ ହୋଇଥିବ ଚିନ୍ତା କରିବାରୁ ଖାଇବାର ଇଚ୍ଛା ଜାତ ହେଲା, ପରେ ମିଠା ଖାଇବା କର୍ମରେ ପରିଣତ ହେଲା। ବାରମ୍ବାର ମିଠା ଖାଇବାର ଲାଳସାରୁ ବାସନା ଜାତ ହେଲା ।


ପ୍ରଶ୍ନ କର୍ତ୍ତା: ଶାଳଗ୍ରାମ ଭାଇ

ପ୍ରଶ୍ନ: ଆତ୍ମା ଓ ଜୀବାତ୍ମା ମଧ୍ୟରେ ଅନ୍ତର କଣ ?

ଉତ୍ତର: କୌଣସି ଜୀବ ମଧ୍ୟରେ ଥିବା ଆତ୍ମାକୁ ଜୀବାତ୍ମା କୁହା ଯାଏ। ଗୋଟିଏ ଶରୀରରୁ ଅନ୍ୟ ଶରୀରକୁ ପ୍ରବେଶ କରିବାର ଅନ୍ତରାଳରେ ଥିବା ସମୟରେ ଏହା ଆତ୍ମା ବୋଲି କୁହା ଯାଏ।


ପ୍ରଶ୍ନ କର୍ତ୍ତା: ସ୍ମିତା ଦିଦି

ପ୍ରଶ୍ନ: ଆମର କର୍ମ ଅନୁଯାୟୀ ଆମକୁ ମନୁଷ୍ୟ ଜନ୍ମ ମିଳିଲା, ଗଛ ପତ୍ର, ଜୀବ ଜନ୍ତୁ, ମାନଙ୍କର ଜନ୍ମ କେଉଁ କର୍ମ ଯୋଗୁ ସମ୍ଭବ ହେଲା ?

ଉତ୍ତର: ମନୁଷ୍ୟକୁ କେବଳ କର୍ମ ଯୋନି ମିଳି ଥାଏ, ଅନ୍ୟ ସମସ୍ତଙ୍କୁ ଭୋଗ ଯୋନି ମିଳେ। ଆମର କର୍ମ ଅନୁଯାୟୀ ଆମର ଯୋନି ପ୍ରାପ୍ତ ହୁଏ। ଦେହ ତ୍ୟାଗ ସମୟରେ ଆମେ ଯାହା ଚିନ୍ତା କରୁ, ଆମକୁ ସେହି ଯୋନି ପ୍ରାପ୍ତ ହୁଏ।


ପ୍ରଶ୍ନ କର୍ତ୍ତା: ନିତା ସାନେ ଦିଦି

ପ୍ରଶ୍ନ: ବହୁ ଶ୍ଳୋକରେ ଭାରତର ଉଲ୍ଲେଖ ଆସେ, ଏହାର ଅର୍ଥ କଣ?

ଉତ୍ତର: ଭାରତର ଅର୍ଥ ହେଉଛି ଭରତ ବଂଶୀ। ଅର୍ଜୁନ ଯେହେତୁ ଭରତ ବଂଶୀ ଥିଲେ, ତାଙ୍କୁ ଭାରତ ବୋଲି ସମ୍ବୋଧିତ କରା ଯାଇଛି।


ପ୍ରଶ୍ନ କର୍ତ୍ତା: ରେଣୁ ଧବନ ଦିଦି

ପ୍ରଶ୍ନ: ଅର୍ଜୁନ ମୋହ ଗ୍ରସ୍ତ ହୋଇ ନିଜର ପିତାମହ ଭୀଷ୍ମ ଏବଂ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କୁ ମାରିବାକୁ ଅନିଚ୍ଛୁକ ହେଲେ। କିନ୍ତୁ ଏହି ମୋହ ଭୀଷ୍ମ କିମ୍ବା ଦ୍ରୋଣାଚାର୍ଯ୍ୟଙ୍କୁ ଆସିଲା ନାହିଁ କାହିଁକି?

ଉତ୍ତର: ମୋହ ନ ଆସିବା ସମସ୍ୟା ନୁହେଁ। ଅର୍ଜୁନ ବହୁ ଯୁଦ୍ଧ କରିଥିଲେ ଏବଂ କ୍ଷତ୍ରିୟ ଧର୍ମର ପାଳନ ପାଇଁ ଯୁଦ୍ଧ କରିବା ତାଙ୍କର କର୍ତ୍ତବ୍ୟ। ସେ ଜାଣିଥିଲେ ଯେ ଏହି ଯୁଦ୍ଧରେ ପିତାମହ ଓ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ମୃତ୍ୟୁ ହୋଇପାରେ। ସେମାନଙ୍କ ପ୍ରତି ଅଗାଧ ସ୍ନେହ ଓ ଆଦର ଭାବ ହିଁ ତାଙ୍କୁ ମୋହ ଗ୍ରସ୍ତ କରିଥିଲା।

=== ଓଁ ଶ୍ରୀ କୃଷ୍ଣାର୍ପଣମସ୍ତୁ  ===