विवेचन सारांश
ପୁରୁଷୋତ୍ତମ ସ୍ବରୂପ ଦର୍ଶନ : ଗୁହ୍ୟତ୍ତମ ଶାସ୍ତ୍ର
ଉପକ୍ରମଣିକା →
ଭଗବାନ ଶ୍ରୀକୃଷ୍ଣଙ୍କ ବନ୍ଦନା, ଦୀପ ପ୍ରଜ୍ଜ୍ୱଳନ ଓ ଶ୍ରୀ ଗୁରୁଙ୍କ ପାଦପଦ୍ମର ଆରାଧନା ସହ ପଞ୍ଚଦଶ ଅଧ୍ୟାୟ ଦ୍ୱିତୀୟଭାଗର ବିବେଚନ ଅଧିବେଶନ ପ୍ରାରମ୍ଭ ହେଲା।
ଏହାଠୁ ଉପରେ ବି ଆଉ କିଛି ଶ୍ରେଷ୍ଠତର ବିଷୟ ଅଛି । ଶ୍ରୀ ଭଗବାନ ପରମାତ୍ମା ଓ ଆତ୍ମାର ବର୍ଣ୍ଣନା କରିଛନ୍ତି। ଏହି ଅଧ୍ୟାୟର ସପ୍ତମ ଶ୍ଳୋକ, ଭଗବଦ୍ଗୀତାର ସବୁଠାରୁ ପ୍ରସିଦ୍ଧ ଶ୍ଳୋକଗୁଡିକ ମଧ୍ୟରେ ଅନ୍ୟତମ ।
ଭଗବାନ ଶ୍ରୀକୃଷ୍ଣଙ୍କ ବନ୍ଦନା, ଦୀପ ପ୍ରଜ୍ଜ୍ୱଳନ ଓ ଶ୍ରୀ ଗୁରୁଙ୍କ ପାଦପଦ୍ମର ଆରାଧନା ସହ ପଞ୍ଚଦଶ ଅଧ୍ୟାୟ ଦ୍ୱିତୀୟଭାଗର ବିବେଚନ ଅଧିବେଶନ ପ୍ରାରମ୍ଭ ହେଲା।
ଶ୍ରୀ ଭଗବାନଙ୍କ କୃପା ଓ ଶୁଭ ଆଶୀର୍ବାଦରୁ ଆମ ସମସ୍ତଙ୍କର ଏହି ଭାଗ୍ୟ ଉଜାଗର ହୋଇଛି ଯେ ଆମେ ଆମର ଏହି ମାନବ ଜନ୍ମକୁ ସାର୍ଥକ ଓ ସଫଳ କରିବା ସହ, ଏହାର ଶ୍ରେଷ୍ଠତା ଉପଲବ୍ଧି କରିବା ଏବଂ ଏହାର ସର୍ବୋଚ୍ଚ ଲକ୍ଷ୍ୟ ହାସଲ କରିବା ସକାଶେ ଭଗବଦ୍ଗୀତାର ମନନ, ଚିନ୍ତନ, ପଠନ-ପାଠନ, ସ୍ବାଧ୍ୟାୟ ତଥା ବ୍ୟାଖ୍ୟା ଆଦି ଶୁଣିବା ଏବଂ ଏହାର ସୂତ୍ରକୁ ଜୀବନରେ କାର୍ଯ୍ୟକାରୀ କରିବା ନିମନ୍ତେ ଉଦ୍ୟତ ହୋଇଛୁ । ଆମ ପୂର୍ବପୁରୁଷଙ୍କ ସୁକର୍ମ କିମ୍ବା କେଉଁ ଜନ୍ମରେ ଆମର କୌଣସି ପୂଣ୍ୟ ଯୋଗୁଁ ଅଥବା କୌଣସି ସନ୍ଥ ମହାତ୍ମାଙ୍କ କୃପାର ପ୍ରଭାବ ହେତୁ ଆଜି ଆମର ଏହି ସୌଭାଗ୍ୟ ଜାଗ୍ରତ ହୋଇ ଗୀତାରେ ନିୟୋଜିତ ହେବା ଲାଗି ଆମର ମନୋଭାବ ସୃଷ୍ଟି ହୋଇଛି। ଶ୍ରୀମଦ୍ଭଗବଦ୍ଗୀତା ପରି ଏକ ପବିତ୍ର ଗ୍ରନ୍ଥର ଅଧ୍ୟୟନ ଲାଗି ଆମେମାନେ ଭଗବାନଙ୍କ ଦ୍ବାରା ଚୟନିତ ହୋଇଛେ । ବିଗତ ତେପନଶହ ବର୍ଷ ଧରି ଅନେକ ସନ୍ଥ ବାରମ୍ବାର ମତ ରଖି ଆସିଛନ୍ତି ଯେ, ଏ ସମଗ୍ର ସଂସାରରେ ଶ୍ରୀମଦ୍ଭାଗବଦ୍ ଗୀତା ସମାନ ମାନବ ଜାତି ପାଇଁ ଅଧିକ କଲ୍ୟାଣକାରୀ ଗ୍ରନ୍ଥ ଆଉ କିଛି ନାହିଁ ।
ଆଜି ବିଜୟାଦଶମୀର ପବିତ୍ର ପର୍ବ। ଲକ୍ଷ ଲକ୍ଷ ବର୍ଷ ଧରି ଅଧର୍ମ ଉପରେ ଧର୍ମର ବିଜୟ ପ୍ରତୀକ ଭାବେ ଏହା ପାଳନ ହୋଇଆସୁଛି। ଭଗବାନ ଶ୍ରୀରାମ ହଜାର ହଜାର ମାଇଲ୍ ପାଦରେ ଚାଲି ଚାଲି ସମଗ୍ର ଭାରତର ପଛୁଆ, ଅବହେଳିତ ତଥା ଜଙ୍ଗଲ ବାସୀମାନଙ୍କୁ ଏକତ୍ର କରି ଦୁଷ୍ଟ ରାବଣର ହତ୍ୟା କରିଥିଲେ, ଯିଏ କି ଅତ୍ୟନ୍ତ ଶକ୍ତିଶାଳୀ ଓ ପଣ୍ଡିତ ହୋଇଥିଲେ ସୁଦ୍ଧା, ଆଚରଣରେ ଅଧର୍ମୀ ଥିଲା । ଆମେ ଧାର୍ମିକ ଶକ୍ତି, ବଳ ଏବଂ ଜ୍ଞାନର ଉପାସନା କରୁ । ଧର୍ମହୀନ ଶକ୍ତି, ବଳ, ଜ୍ଞାନ ଓ ତପସ୍ୟାକୁ ଶ୍ରୀ ଭଗବାନ ଗୀତାରେ ତାମସିକ ବୋଲି ଆଖ୍ୟା ଦେଇଛନ୍ତି। ରାବଣ ପାଖରେ ଏ ସମସ୍ତ ଗୁଣ ଥିଲା। ପ୍ରତିବର୍ଷ ଆମେ କାହିଁକି ପ୍ରତୀକ ରୂପେ ରାବଣ ଦହନ କରିଥାଉ ? ଭଗବାନ ଶ୍ରୀରାମ ରାବଣର ହତ୍ୟା କରିବା ପରେ ପରେ ତ ତା'ର ମୃତ୍ୟୁ ହୋଇଯାଇଥିଲା, କିନ୍ତୁ ଲକ୍ଷ ଲକ୍ଷ ବର୍ଷ ଧରି ରାବଣକୁ ଅଧର୍ମ ଶକ୍ତିର ପ୍ରତୀକ ଭାବରେ ଜାଳିବାର ପରମ୍ପରା ରହିଗଲା । ଏହା ଆମ ସମସ୍ତଙ୍କ ଭିତରେ ମହଜୁଦ୍ ଆସୁରୀ ପ୍ରବୃତ୍ତିକୁ ପୋଡ଼ି ନଷ୍ଟ କରିଦେବାର ପରମ୍ପରା । ଆମ ମଧ୍ୟରେ ଏମିତି କିଏ ଅଛି ଯାହାର ଅନ୍ତଃକରଣ ସମ୍ପୂର୍ଣ୍ଣ ସ୍ୱଚ୍ଛ ଏବଂ ନିର୍ମଳ ? କାହା ମନରେ କାମନା, କ୍ରୋଧ, ଦମ୍ଭ, ଲୋଭ, ଅହଂକାର ଇତ୍ୟାଦି ବିକାର ନାହିଁ ? କାହାର କାମନା କି ବାସନା ନାହିଁ ? ମନରେ ଅନ୍ୟମାନଙ୍କ ପ୍ରତି ଈର୍ଷା କିମ୍ବା ଘୃଣା ଇତ୍ୟାଦି ଭାବନା ନାହିଁ ? ଆମ ଭିତରେ ଦୃଢ଼ୀଭୂତ ଥିବା ଏହି ସବୁ ନକାରାତ୍ମକତା, ଆମ ଭିତରେ ସେହି ରାବଣ ଶକ୍ତିର ପ୍ରତୀକ। ଏତଦ୍ସହିତ ଆମ ଗହଣରେ ଏମିତି ବି କେହି ନାହାନ୍ତି ଯାହା ଭିତରେ ସତ୍ୟ, ପ୍ରେମ, କରୁଣା ଓ ଆନନ୍ଦ ନାହିଁ। ଆମ ଅନ୍ତରରେ ବିଦ୍ୟମାନ ସମସ୍ତ ସଦ୍ଗୁଣ ଶ୍ରୀରାମଙ୍କର ପ୍ରତୀକ। ରାବଣ ତ ବହୁ ପୂର୍ବରୁ ମରିବା ସହ ଜଳି ବି ଯାଇଥିଲା, ହେଲେ ଶରୀର ଜଳିଗଲେ ମଧ୍ୟ ମନୁଷ୍ୟ ତା’ର କୃତି ଏ ଇହଲୋକରେ ଛାଡି ଯାଇଥାଏ। ଏହି ବିଷୟକୁ ଇଙ୍ଗିତ କରି ସନ୍ଥ ମହାତ୍ମାମାନେ ଲକ୍ଷ ଲକ୍ଷ ବର୍ଷରୁ ଏହି ପରମ୍ପରା ସୃଷ୍ଟି କରିଛନ୍ତି କି, ମନୁଷ୍ୟକୁ ଏଥିପ୍ରତି ଧ୍ୟାନ ଦେବାକୁ ହେବ ଯେ, ସେ ଯେତେ ଶକ୍ତି ସଞ୍ଚୟ କରୁ ନା କାହିଁକି, ଯେତେ ତପସ୍ୟା ଓ ଭକ୍ତିର ଶକ୍ତି ଏକତ୍ର କରିନେଉ, ଯେତେ ଧନ, ବଳ, ପଦପଦବୀ ଅଥବା ଜୟଲାଭ କରିନେଉ, କିନ୍ତୁ ଯଦି ଧର୍ମକୁ ଛାଡି ଦେବ, ଠିକ୍ ଭୁଲ୍ର ବିଚାର କରିବା ବନ୍ଦ କରିଦେବ, ତେବେ ତାକୁ ରାବଣ ପରି ହିଁ ନଷ୍ଟ ହୋଇଯିବାକୁ ହେବ। ରାବଣ ନିଜ ଜୀବକାଳ ମଧ୍ୟରେ ସମସ୍ତ ଶ୍ରେଷ୍ଠ ବସ୍ତୁ ପ୍ରାପ୍ତ କରିଥିଲେ ବି ଅନ୍ତକାଳରେ ତାକୁ କ'ଣ ମିଳିଲା ? ଅକାଳ ମୃତ୍ୟୁକୁ ପ୍ରାପ୍ତ ହେବା ସହ ପୃଥିବୀରେ ସଦାସର୍ବଦା ପାଇଁ ତାର ନାମ ଅଧର୍ମର ପ୍ରତୀକ ରୂପେ ରହିଗଲା। ଏଣୁ ଇହଲୋକ ଓ ପରଲୋକରେ ଏକ ସଫଳ ଜୀବନ ଜୀଇଁବା ନିମନ୍ତେ ଧର୍ମ ଅଧର୍ମର ଭିତରର ପ୍ରଭେଦ କରିପାରୁଥିବା ପରି ବିଚାର ଶକ୍ତିକୁ ଆମେ ସର୍ବଦା ଧାରଣ କରି ରଖିବା ଉଚିତ୍।
ପ୍ରତିବର୍ଷ ଜନ୍ମଦିନରେ ଆମେ ସମସ୍ତେ ବିଚାର କରିବା ଉଚିତ୍ କି, “ମୁଁ ମୋ ଭିତରେ ଥିବା ରାବଣକୁ କେତେ ମାତ୍ରାରେ ପରାସ୍ତ କରିଛି ଏବଂ ମୋ ଭିତରର ଶ୍ରୀରାମଙ୍କୁ କେତେ ମାତ୍ରାରେ ବିଜୟୀ କରିପାରିଛି ।” ସିଧା ସଳଖ କହିବାକୁ ଗଲେ, ଆମେ ଆମର ଭଲ ଗୁଣକୁ କେତେ ବୃଦ୍ଧି କରୁଛୁ ଏବଂ ଆମର ଦୁର୍ବଳତାକୁ କେତେ ଦମନ କରିପାରିଛୁ ତାହାର ଏକ ଧାରଣା ରଖିବା ନିହାତି ଆବଶ୍ୟକ। ଆଜି ବିଜୟାଦଶମୀ ପରି ଏକ ପବିତ୍ର ଦିବସରେ ଆସନ୍ତୁ ଏ ବିଷୟରେ ଚିନ୍ତା କରିବା । ଆମ ସମସ୍ତଙ୍କର ଭିନ୍ନ ଭିନ୍ନ ଦୋଷ ରହିଛି। କାହା ପାଖରେ କିଛି ଦୋଷ ଥିବା ବେଳେ କାହାର ପ୍ରାଧାନତା କିଛି ଭିନ୍ନ। ଆସନ୍ତୁ ତେବେ ଆମେ ସମସ୍ତେ ମିଶି ସଂକଳ୍ପ ନେବା କି ନିଜ ଭିତରେ ଥିବା ସବୁଠାରୁ ବଡ ଦୁର୍ବଳତାକୁ ଆଜି ହିଁ ଆମେ ଶେଷ କରିଦେବା।
ଆଜିକାଲି ଅନେକଙ୍କ ଭିତରେ କ୍ରୋଧ ଖୁବ୍ ଜଲ୍ଦି ଆସି ଯାଇଥାଏ। ପ୍ରଭୁ ଶ୍ରୀରାମ ଅଥବା ଶ୍ରୀକୃଷ୍ଣ କିମ୍ବା ଭଗବାନଙ୍କର ଯେଉଁ ବି ରୂପ ଆପଣଙ୍କୁ ପ୍ରିୟ, ତାଙ୍କୁ ସାକ୍ଷୀ ରଖି ପ୍ରତିଶ୍ରୁତି ଦିଅନ୍ତୁ ଯେ, “ଆଜିଠୁ ମୁଁ ମୋର କ୍ରୋଧକୁ ପରିତ୍ୟାଗ କରୁଛି, ଯାହା ବି ହେଉ ନା କାହିଁକି, ବର୍ତ୍ତମାନ ଠାରୁ ମୁଁ ଆଉ ଚିତ୍କାର କରିବି ନାହିଁ । କାହା କାହା ଭିତରେ ପଇସା ପ୍ରତି ଅଧିକ ଆକର୍ଷଣ ହୋଇପାରେ, ଯେଉଁ କାରଣରୁ ଅନେକ ଝଗଡ଼ାର ସୂତ୍ରପାତ ହୋଇଥାଏ। ତେଣୁ ଶପଥ ନିଅନ୍ତୁ ଯେ, “ଏବେଠାରୁ ଟଙ୍କା ପ୍ରତି ଥିବା ମୋର ଲୋଭ ମନୋଭାବକୁ ମୁଁ ମୋ ଭିତରେ ଆଉ ସ୍ଥାନ ଦେବି ନାହିଁ ।” ଆମ ଭିତରେ ଯାହା କିଛି ବି ଖରାପ ଗୁଣ ଅଛି, ସେସବୁକୁ ଆମେ ଶ୍ରୀ ଭଗବାନଙ୍କ ଶକ୍ତି ଦ୍ବାରା ନଷ୍ଟ କରିଦେବା । ଆପଣଙ୍କ ମନରେ ଏହି ଚିନ୍ତା ଆସିବା ସ୍ବାଭାବିକ କି, “ଏହା ଆମେ କିପରି କରିପାରିବୁ?” କିନ୍ତୁ ଜାଣି ରଖନ୍ତୁ, ଏହି କାର୍ଯ୍ୟ ଆମକୁ କରିବାକୁ ହେବ ନାହିଁ, ଆମ ଭିତରେ ବିଦ୍ୟମାନ ପ୍ରଭୁ ଶ୍ରୀରାମ ହିଁ ଏହାକୁ ଅନାୟାସରେ କରିନେବେ । ଅନ୍ତରର ଦୁଷ୍ଟ ରାବଣକୁ ଆମ ଭିତରେ ମହଜୁଦ୍ ରାମଶକ୍ତି ଦ୍ବାରା ମୂଳୋତ୍ପାଟନ କରିବାକୁ ପଡିବ ।
निमित्तमात्रं भव सव्यसाचिन्
ନିମିତ୍ତମାତ୍ରଂ(ମ୍) ଭବ ସବ୍ୟସାଚିନ୍
ହେ ରାମଚନ୍ଦ୍ର! ଆପଣ ଆମକୁ କୃପା କରନ୍ତୁ, ଯେମିତି କି ଆମେ ପୂର୍ଣ୍ଣ ସମର୍ପିତ ହୋଇ ଆପଣଙ୍କର ଏକ ସଚ୍ଚା ଏବଂ ବିଶ୍ଵସନୀୟ ଭକ୍ତ ପାଲଟିବୁ। ମନରେ ଦୃଢନିଶ୍ଚୟ କରିପାରିଲେ, ଦୈବୀ ଶକ୍ତି ଆମ ପାଇଁ ସମସ୍ତ ପଥ ସୁଗମ କରିଦିଅନ୍ତି । ଆପଣାଛାଏଁ ଆମକୁ ମାର୍ଗଦର୍ଶନ ମିଳିଯାଏ, ସ୍ଵତଃ ସଜ୍ଜନ ସଙ୍ଗତି ମିଳିଯାଏ, ଏହି ଗୀତା କକ୍ଷାର link ମିଳିଯାଏ, ବିବେଚନ ଶୁଣିବାର ଅବସର ପ୍ରାପ୍ତ ହୁଏ ଏବଂ ସର୍ବୋପରି ଆମକୁ ଶ୍ରଦ୍ଧେୟ ଗୋବିନ୍ଦ ଗିରି ମହାରାଜଙ୍କ ପରି ସନ୍ଥ ବି ମିଳି ଯାଆନ୍ତି।
ଶୁଭେଚ୍ଛା କରିବା ଏକ ମୌଳିକ ଗୁଣ। ତେଣୁ ଆପଣ ଆଜି ଶୁଭେଚ୍ଛା କରି କହନ୍ତୁ କି, ‘ମୁଁ ଆଜି ମୋ ନିଜ ଭିତରେ ବାସ କରୁଥିବା ରାବଣକୁ ମାରିବାର ସଂକଳ୍ପ ନେବି । ଆଜି ଏଇ ବିଜୟାଦଶମୀର ଶୁଭ ଅବସରରେ ଦୃଢ଼ ସଂକଳ୍ପ କରି ନିଜ ଭିତରେ ଥିବା ରାବଣ ରୂପୀ ଦୁର୍ଗୁଣକୁ ନଷ୍ଟ କରିବା ପାଇଁ କଟି ବଦ୍ଧ ହେବି। ଆପଣ ବିବେଚନ ସତ୍ରର ପ୍ରଶ୍ନୋତ୍ତର ସମୟରେ ନିଜର ଏହି ସଂକଳ୍ପ ବିଷୟରେ ଚର୍ଚ୍ଚା ମଧ୍ୟ କରିପାରନ୍ତି। ଆପଣ ମୋଟେ ଚିନ୍ତା କରନ୍ତୁ ନାହିଁ, ଆମେ ଏହି ସଂକଳ୍ପ ସ୍ବୟଂର ଶକ୍ତି ଭରସାରେ ନୁହେଁ ବରଂ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଭରସାରେ କରିପାରିବା । ସେ ଆମ ଅନ୍ତରରେ ବିରାଜମାନ ହୋଇ ଆମ ଭିତରର ରାବଣ ରୂପୀ ଦୁର୍ଗୁଣଠାରୁ ଆମକୁ ମୁକ୍ତ କରାଇବେ l
ଏବେ ଆମେ ପଞ୍ଚଦଶ ଅଧ୍ୟାୟର ଚିନ୍ତନ କରୁଛେ । ଏହା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ । ଏହାକୁ ଏକ ଅଧ୍ୟାୟୀ ଗୀତା ମଧ୍ୟ କୁହାଯାଏ । ଶ୍ରୀ ଭଗବାନଙ୍କ ଦ୍ୱାରା ଏହାକୁ “ଏକ ଅଧ୍ୟାୟ ଶାସ୍ତ୍ରର ଉପମା ଦିଆଯାଇଛି, ଯାହା ଆମେ ଅଧ୍ୟାୟର ଶେଷ ଶ୍ଳୋକରେ ଦେଖିବାକୁ ପାଇବା ।
ପୂର୍ବ ବିବେଚନ ଅଧିବେଶନରେ ଆମେ ଭଗବାନଙ୍କ ଦ୍ବାରା ତାଙ୍କର ବାସସ୍ଥଳୀ ବିଷୟରେ ଜାଣିବାକୁ ପାଇଲେ -
न तद्भासयते सूर्यो, न शशाङ्को न पावकः।
यद्गत्वा न निवर्तन्ते, तद्धाम परमं मम।।
ଉପମା ଏବଂ ରୂପକ ଅଳଙ୍କାର ମଧ୍ୟରେ କିଛି ସାମଞ୍ଜସ୍ୟ ଥାଏ। ଏଠାରେ ଶ୍ରୀ ଭଗବାନ ରୂପକ ଅଳଙ୍କାର ବ୍ୟବହାର କରିଛନ୍ତି। ଈଶ୍ବର ସ୍ବୟଂ ପ୍ରକାଶମୟ ଅଟନ୍ତି ଓ ଏଠାରେ ଶ୍ରୀ ଭଗବାନ ନିଜକୁ ପ୍ରକାଶର ସ୍ବରୂପ ବୋଲି ବର୍ଣ୍ଣନା କରିଛନ୍ତି। ଶ୍ରୀ ଭଗବାନ କହୁଛନ୍ତି, "ମୋ ଧାମକୁ ସୂର୍ଯ୍ୟ, ଚନ୍ଦ୍ର କିମ୍ବା ଅଗ୍ନି ଆଲୋକର ଆବଶ୍ୟକତା ନାହିଁ, କାରଣ ତାହା ନିଜସ୍ବ ଆଲୋକରେ ଆଲୋକିତ।
ଉପନିଷଦରେ କୁହାଯାଇଛି -
तमसो मा ज्योतिर्गमय।
ସେହି ଜ୍ୟୋତି ସମାନ ତାହାର ଉପମା ।
ଗୋସ୍ବାମୀ ଜୀ କୁହନ୍ତି -
बंदउँ गुरु पद कंज कृपा सिंधु नररूप हरि।
महामोह तम पुंज जासु बचन रबि कर निकर॥
ପ୍ରକାଶ ଏଠାରେ ଈଶ୍ବରଙ୍କ ପର୍ଯ୍ୟାୟବାଚୀ ହୋଇଗଲା । ବେଦରେ ପ୍ରକାଶକୁ ଭର୍ଗୋ ଜ୍ୟୋତି କୁହାଯାଇଛି । କେବଳ ଭାରତର କଥା ନୁହେଁ, ଇଂରେଜମାନେ ଏହାକୁ Devine Light ଅର୍ଥାତ୍ ଦିବ୍ୟ ଜ୍ୟୋତି ବୋଲି କହୁଥିବା ବେଳେ, ମୁସଲମାନମାନେ ଏହାକୁ ନୂର-ଏ-ଇଲାହି ନାମ ଦେଇଛନ୍ତି । ଅତଏବ ପ୍ରକାଶ ଆକାରରେ ଭଗବାନଙ୍କ ଶକ୍ତିକୁ ବିଭିନ୍ନ ଦେଶ ଏବଂ ବିଭିନ୍ନ ସମ୍ପ୍ରଦାୟ ମଧ୍ୟ ଗ୍ରହଣ କରିଥିବାର ପ୍ରମାଣ ରହିଛି ।
ଗତକାଲି ଆମେ ଭାରତର ଏକ ମହାନ ବିଭୂତି, ଶ୍ରୀଯୁକ୍ତ ରତନ ଟାଟାଙ୍କୁ ହରେଇ ଦେଇଛୁ । ସେ ପାର୍ସୀ ଧର୍ମକୁ ମାନୁଥିଲେ । ଏହି ଧର୍ମ ମୂଳ ରୂପରେ ଇରାନ୍ ଅର୍ଥାତ୍ ପାରସ୍ୟ ଦେଶର ଅଟେ । ପାର୍ସୀ ଧର୍ମର ସଂସ୍ଥାପକ Zarathustra (ଜାରାଥୁଷ୍ଟ୍ର), ପାରସ୍ୟରେ ରହୁଥିଲେ ଯାହାକି ପରବର୍ତ୍ତୀ ସମୟରେ ଇରାନ୍ ହୋଇଗଲା । ସେ ସୂର୍ଯ୍ୟଙ୍କୁ ହିଁ ଈଶ୍ୱର ମାନୁଥିଲେ । ପାର୍ସୀର ଲୋକମାନେ କେବଳ ସୂର୍ଯ୍ୟଙ୍କର ଉପାସନା କରନ୍ତି ।
ଶ୍ରୀଭଗବାନ କହିଲେ, "ଯଦି ତୁମେ ଆଲୋକକୁ କେବଳ ସୂର୍ଯ୍ୟଙ୍କର ଲୌକିକ ପ୍ରକାଶ ରୂପରେ ଦେଖିବ ତେବେ ଏହା ଅସମ୍ପୂର୍ଣ୍ଣ ହେବ। ସୂର୍ଯ୍ୟଙ୍କର ପ୍ରକାଶ ପଞ୍ଚତତ୍ତ୍ଵ ମଧ୍ୟରୁ ଗୋଟିଏ ଅଟେ ଆଉ ଭଗବାନଙ୍କ ଉକ୍ତିରେ, “ମୁଁ ତ ପଞ୍ଚତତ୍ତ୍ଵରୁ ବହୁ ଊର୍ଦ୍ଧ୍ଵରେ ।"
ଶ୍ରୀଭଗବାନଙ୍କର ସଗୁଣ ଉପାସନା ଚାରି ପ୍ରକାରର ହୋଇଥାଏ -
- ଶ୍ରୀଭଗବାନଙ୍କର ନାମର ଉପାସନା,
- ଶ୍ରୀଭଗବାନଙ୍କର ଲୀଳାର ଉପାସନା,
- ଶ୍ରୀଭଗବାନଙ୍କର ରୂପର ଉପାସନା,
- ଶ୍ରୀଭଗବାନଙ୍କର ଧାମର ଉପାସନା।
ଏହି ଚାରୋଟି - ନାମ, ରୂପ, ଲୀଳା ଓ ଧାମକୁ ବିଚାର କରି ଆମେ ଶ୍ରୀ ଭଗବାନଙ୍କର ସଗୁଣ ଉପାସନା କରିଥାଉ । କିଏ ନାମ ଜପ କରିବା ଆରମ୍ଭ କରନ୍ତି, କିଏ ଭଗବାନଙ୍କ ସାକାର ରୂପକୁ ପୂଜା କରନ୍ତି, କିଏ ତାଙ୍କର ଲୀଳା ଶୁଣେ-ଶୁଣାଏ ତ କିଏ ତାଙ୍କ ଧାମର (ବୃନ୍ଦାବନ, ଚିତ୍ରକୂଟ, ତିରୁପତି ଇତ୍ୟାଦି) ପରିକ୍ରମା କରଥାନ୍ତି ।
ଏହି ଚାରୋଟି - ନାମ, ରୂପ, ଲୀଳା ଏବଂ ଧାମ ଏବଂ ଏହା ବାହାରେ ଭଗବାନଙ୍କ ଯେଉଁ ଅଲୌକିକ ରୂପ ଅଛି, ତାହାକୁ ଜ୍ଞାନ ମାର୍ଗରେ ତତ୍ତ୍ୱଜ୍ଞାନ କୁହାଯାଏ । ଏକ ଲୌକିକ ପ୍ରକାଶ ଅଛି ଯାହାକୁ ଆମେ ଅନୁଭବ କରିପାରୁ, ତାହା ହେଉଛି ଜଡ ଏବଂ ଯେଉଁ ଦୃଷ୍ଟି ମଧ୍ୟମରେ ଆମେ ତା'ର ଅନୁଭବ କରୁ, ତାହା ମଧ୍ୟ ଜଡ ହିଁ ହୋଇଥାଏ। ଅର୍ଥାତ୍ ଲୌକିକ ପ୍ରକାଶ ଏବଂ ଆମର ଦୃଷ୍ଟି ଉଭୟ ଜଡ ତତ୍ତ୍ବ । ଏକ ପ୍ରକାଶ ଏମିତି ବି ଅଛି, ଯାହା ଏ ଦୁଇଟିରୁ ଊର୍ଦ୍ଧ୍ବରେ, ଯାହା ବିଷୟରେ ଆମେ ଏବେ ଚର୍ଚ୍ଚା କରୁଛେ।
ଶ୍ରୀ ଭଗବାନ କହିଛନ୍ତି -
तद्धाम परमं(म्) मम
“ତୁମକୁ ମୋ ଧାମକୁ ଆସି ପୂନର୍ବାର ଆଉ ସଂସାରକୁ ଫେରିବାକୁ ପଡିବ ନାହିଁ । ମୋର ଧାମ ଚିରସ୍ଥାୟୀ ଅଟେ । ସ୍ୱର୍ଗଲୋକ, ପିତୃଲୋକ, ବ୍ରହ୍ମଲୋକ ଆଦି ଲୋକକୁ ଯିବା ପରେ ପୁନଶ୍ଚ କର୍ମଫଳ ଭୋଗ ପାଇଁ ପୃଥିବୀ ପୃଷ୍ଠକୁ ଫେରିବାକୁ ହୋଇଥାଏ।”
ଆମେ ପଞ୍ଚତାରକା ହୋଟେଲକୁ ଯାଇ କ୍ରେଡିଟ୍ କାର୍ଡ ସ୍ୱାଇପ୍ କରି, ସେହି ହୋଟେଲ୍ର ସେବା ଉପଭୋଗ କରିଥାଉ। ଯେପର୍ଯ୍ୟନ୍ତ ଆମ କ୍ରେଡିଟ୍ କାର୍ଡରେ ଟଙ୍କା ଉପଲବ୍ଧ ଅଛି, ହୋଟେଲ କର୍ମଚାରୀମାନେ ଆମକୁ ବିଭିନ୍ନ କଥା ପଚାରି ପଚାରି ଅତି ନମ୍ରତାର ସହ ଆମର ସେବା କରନ୍ତି; କିନ୍ତୁ କ୍ରେଡିଟ୍ କାର୍ଡରେ ଟଙ୍କା ସରିଯିବା ପରେ, ସେମାନେ ଆମକୁ ଆଉ ଅଧିକ ଘଣ୍ଟାଟିଏ ମଧ୍ୟ ରଖନ୍ତି ନାହିଁ ଏବଂ ଆମକୁ ହୋଟେଲ୍ ଛାଡିବାକୁ କୁହନ୍ତି, ନିର୍ଦ୍ଧାରିତ ସମୟରେ ରୁମ୍ ଖାଲି କରିଦେବାକୁ କୁହନ୍ତି। ଅନୁରୋଧ କଲେ ସୁଦ୍ଧା ଅଳ୍ପ କେଇ ଘଣ୍ଟା ପାଇଁ ମଧ୍ୟ ଅନୁମତି ଦିଅନ୍ତି ନାହିଁ। ଏମାନେ ସେହି ସମାନ ଲୋକ ଯେଉଁମାନେ ଏପର୍ଯ୍ୟନ୍ତ ଆପଣଙ୍କର ଅନେକ ପ୍ରକାରର ଅଭ୍ୟାଗତ କରୁଥିଲେ । ତଥାପି ଏଠାରେ ସେମାନେ ଆପଣଙ୍କୁ ହୋଟେଲ ଛାଡିବା ପାଇଁ ଆଗୁଆ ବାର୍ତ୍ତା ଦିଅନ୍ତି, କିନ୍ତୁ ସ୍ୱର୍ଗଲୋକରେ ପୂଣ୍ୟ ସମାପ୍ତ ହେବା ମାତ୍ରେ କୌଣସି ଅଗ୍ରୀମ ସନ୍ଦେଶ ବିନା ଇନ୍ଦ୍ରଦେବ, “ତୁମର ପୂଣ୍ୟଭୋଗ ସମାପ୍ତ ହୋଇଛି, ଏବେ ମୃତ୍ୟୁଦେଶକୁ ଯାଅ” କହି ଆତ୍ମାଙ୍କୁ ତୁରନ୍ତ ହିଁ ବାହାରକୁ ବାହାର କରିଦିଅନ୍ତି। କିନ୍ତୁ ଶ୍ରୀ ଭଗବାନ କହନ୍ତି ଯେ, ତାଙ୍କରି ଧାମରେ ମୁକ୍ତି ଅଛି । ଏଠାରେ ଆମେ ବୁଝି ରଖିବା ଉଚିତ୍ କି, ସ୍ୱର୍ଗ ପ୍ରାପ୍ତି ଅନ୍ତିମ ମୁକ୍ତି ନୁହେଁ । ସାଧାରଣ ଭାଷାରେ ଯେତେବେଳେ ମୃତ୍ୟୁ ହୁଏ, ଆମେ କହିଥାଉ, “ମୁକ୍ତି ପାଇଗଲେ” - ଏହା କେବଳ ଶରୀରରୁ ମୁକ୍ତ ହେବାର ବିଷୟ । ନୀଚ ଯୋନିରୁ ମୁକ୍ତି ପାଇବା ପାଇଁ କୁହାଯାଏ, “ଏପରି କରିବା ଦ୍ୱାରା ମୁକ୍ତି ମିଳିଥାଏ” । ଏହା କେବଳ ସେହି ଯୋନି ବା ଦେହରୁ ମୁକ୍ତି ମିଳିବା କଥା ବୁଝିବା ଉଚିତ୍, ଜୀବନମରଣ ଚକ୍ରରୁ ଯେ ମୁକ୍ତି ପାଇଯିବା ଏପରି ନୁହେଁ। ଏ ଦୁଇଟି ମଧ୍ୟରେ ଫରକ୍ ରହିଛି, ଯାହା ଆମକୁ ବୁଝିବାକୁ ହେବ।
ଶ୍ରୀ ଭଗବାନ ଆଦି ଶଙ୍କରାଚାର୍ଯ୍ୟ କୁହନ୍ତି -
पुनरपि जननं पुनरपि मरणं,
पुनरपि जननी जठरे शयनम्।
ଅନନ୍ତ କାଳରୁ ବାରମ୍ବାର ଜନ୍ମ ହେବା, ବାରମ୍ବାର ମରିବା, ମାତୃ ଗର୍ଭରେ ଏକ ନିର୍ଦ୍ଧିଷ୍ଟ ସମୟ ଓଲଟା ହୋଇ ରହିବା, ଏହା ହିଁ ଚାଲି ଆସୁଛି। ଆଗାମୀ ଲକ୍ଷ ଲକ୍ଷ ଜନ୍ମ ପାଇଁ ମଧ୍ୟ ଏହା ଜାରି ରହିବ । କିଛି ପୂଣ୍ୟ କର୍ମ କରି ସ୍ୱର୍ଗକୁ ଗଲେ। କିଛି ଖରାପ କର୍ମ ପାଇଁ କେତେବେଳେ ପକ୍ଷୀ, କେତେବେଳେ ପଶୁ, କୁକୁର, ବିଲେଇ, ନଦୀ, ପର୍ବତ ଇତ୍ୟାଦି ହେଲେ ତ ଆଉ କେତେବେଳେ କିଛି କିଛି ଭଲ କାମ କରି ମଣିଷ ଜନ୍ମ ପାଇଲେ । ବେଳେବେଳେ ଭଲ କର୍ମ ଯୋଗୁଁ ଆତ୍ମା ଯକ୍ଷ, ଦେବତା ଇତ୍ୟାଦି ହୋଇ ବିଭିନ୍ନ ଧାମ ପ୍ରାପ୍ତି କରିଥାନ୍ତି । ଆପଣ କ'ଣ ସଦାସର୍ବଦା ଏହିପରି ହିଁ କରି ଚାଲିଥିବେ ?
ଏହାଠୁ ଉପରେ ବି ଆଉ କିଛି ଶ୍ରେଷ୍ଠତର ବିଷୟ ଅଛି । ଶ୍ରୀ ଭଗବାନ ପରମାତ୍ମା ଓ ଆତ୍ମାର ବର୍ଣ୍ଣନା କରିଛନ୍ତି। ଏହି ଅଧ୍ୟାୟର ସପ୍ତମ ଶ୍ଳୋକ, ଭଗବଦ୍ଗୀତାର ସବୁଠାରୁ ପ୍ରସିଦ୍ଧ ଶ୍ଳୋକଗୁଡିକ ମଧ୍ୟରେ ଅନ୍ୟତମ ।
ପରମ ଶ୍ରଦ୍ଧେୟ ବ୍ରହ୍ମଲୀନ ସ୍ୱାମୀ ରାମସୁଖ ଦାସ ଋଷିକେଶରେ ପ୍ରବଚନ ଦେଉଥିଲେ। ସ୍ୱାମୀଜୀ ପ୍ରତିଦିନ ନିଜ ପ୍ରବଚନରେ ଏହି ଶ୍ଳୋକକୁ ଅଥବା ରାମଚରିତ ମାନସର ଏହି ଚୌପାଇକୁ ଅନ୍ତର୍ଭୁକ୍ତ କରୁଥିଲେ କିମ୍ବା ବେଳେ ବେଳେ ଉଭୟର ବ୍ୟବହାର କରୁଥିଲେ ।
'ईस्वर अंस जीव अबिनासी'
ଏହିପରି ଶ୍ଳୋକଟି ଏକ ଅତ୍ୟନ୍ତ ପ୍ରିୟ ଶ୍ଳୋକ ହେବା ସହ ଏହାକୁ ଜ୍ଞାନ ମାର୍ଗର ସର୍ବୋତ୍କୃଷ୍ଟ ଶ୍ଳୋକ ଭାବେ ବିବେଚନା କରାଯାଏ।
15.7
ମମୈବାଂଶୋ ଜୀବଲୋକେ, ଜୀବଭୂତଃ(ସ୍) ସନାତନଃ।
ମନଃ(ଷ୍) ଷଷ୍ଠାନୀନ୍ଦ୍ରିୟାଣି, ପ୍ରକୃତିସ୍ଥାନି କର୍ଷତି।।୭।।
ଏହି ସଂସାରରେ ଜୀବରୂପ ଧାରଣ କରିଥିବା ଆତ୍ମା କେବଳ ମୋର ହିଁ ସନାତନ ଅଂଶ, ମାତ୍ର ସେ ପ୍ରକୃତିସ୍ଥ ମନ ଓ ପଞ୍ଚେନ୍ଦ୍ରିୟଙ୍କୁ ଆକର୍ଷିତ କରୁଛି (ନିଜର ମନେ କରୁଛି ) ।
ବିବେଚନ →
ଶ୍ରୀ ଭଗବାନ କହୁଛନ୍ତି ହେ ଅର୍ଜୁନ!
ଶ୍ରୀ ଭଗବାନ କହୁଛନ୍ତି ହେ ଅର୍ଜୁନ!
ममैवांशो जीवलोके,
ଆମେ ସମସ୍ତେ କହୁ ଯେ ଆମେ ପରମାତ୍ମାଙ୍କ ଅଂଶ ବିଶେଷ। ଶ୍ରୀ ଭଗବାନ ଏହି ଶ୍ଳୋକରେ ଏହାର ପ୍ରମାଣ ଦେଇଛନ୍ତି। ଶ୍ରୀ ଭଗବାନ କହୁଛନ୍ତି, “ ଏହି ମାନବ ଶରୀରରେ ଯେଉଁ ଜୀବାତ୍ମା ରହିଛି ସେ ମୋର ସନାତନ ଅଂଶ ଅଟେ।”
ସନାତନ କଣ ?
ସନାତନ ଓ ପୁରାତନ ଦୁଇଟି ଶବ୍ଦ - ଗୋଟିଏ ସନାତନ ଓ ଅନ୍ୟଟି ପୁରାତନ। ଆମେ ହିନ୍ଦୁ ଧର୍ମକୁ ସନାତନ ଧର୍ମ କହିଥାଉ, କାହିଁକି ? ପୁରାତନ ଅର୍ଥାତ୍ ବହୁ ପୁରୁଣା, ଯାହାର ସମୟ ଆକଳନ ସମ୍ଭବ ନୁହେଁ। ତେଣୁ ପୁରୁଣା ହେବା କାରଣରୁ ପୁରାଣ ବୋଲି କୁହାଯାଏ, ଅର୍ଥାତ୍ ଏହା ବହୁତ ପୁରୁଣା। ଏହା ଲକ୍ଷେ ବର୍ଷ ପୁରୁଣା ହୋଇପାରେ, ସବୁଠୁ ପ୍ରଥମେ ହୋଇଥାଇ ପାରେ, କିନ୍ତୁ ସବୁଠୁ ପ୍ରଥମେ ହେବା କାରଣରୁ ଏହାର ଆରମ୍ଭ ହେବାର ସମୟ ରହିଛି।
ସନାତନ ଶବ୍ଦର ଅର୍ଥ ହେଉଛି, ଯାହାର ଆଦି ଅଥବା ଆରମ୍ଭର କୌଣସି କାଳ ନାହିଁ।
Which is eternal, that is ‘Sanatan‘ Never happened for the first time and never ends. It has always been so.
ଏହା ସର୍ବଦା ବିଦ୍ୟମାନ ଥିଲା, ଏହାର ଆରମ୍ଭ ନାହିଁ। ଯାହା ସର୍ବଦା ଥିଲା, ଅଛି ଓ ରହିବ ତାହା ସନାତନ।
ଯେପରି ଆମେ ତୃତୀୟ ଶ୍ଳୋକରେ ଦେଖିଲେ,
नान्तो न चादिर्न च संप्रतिष्ठा’
ନା ଏହାର ଆଦି ଅଛି ନା ଅଛି ଅନ୍ତ। ଏହାର କୌଣସି ସମ୍ପ୍ରତିଷ୍ଠା ଅର୍ଥାତ୍ ଆକାର ମଧ୍ୟ ନାହିଁ।
ଶ୍ରୀ ଭଗବାନ କହୁଛନ୍ତି, “ତୁମେ ମୋ ଠାରୁ ଭିନ୍ନ ନୁହଁ, ତୁମେ ମୋର ହିଁ ଅଂଶ। ଯେତିକି ପୁରୁଣା ମୁଁ, ସେତିକି ପୁରୁଣା ତୁମେ। ଆମେ ସନାତନ ଅଟୁ। ଏହି ଶରୀରରେ ରହିଥିବା ଜୀବାତ୍ମା ମୋର ହିଁ ଅଂଶ। ମମ ଏବ ଅଂଶୋ।” ଶ୍ରୀ ଭଗବାନ ପ୍ରମାଣିତ କରିଛନ୍ତି କି ଏ ଜୀବାତ୍ମା ମୋର ହିଁ ଅଂଶ ଓ ଏହାହିଁ ଏହି ଶରୀରକୁ ଚଳାଉ ଥିବା ଚେତନା ଅଟେ।
ଆଗକୁ ଶ୍ରୀଭଗବାନ କହୁଛନ୍ତି,
मनः(ष्) षष्ठानीन्द्रियाणि, प्रकृतिस्थानि कर्षति।
ଏହା ପ୍ରକୃତିରେ ସ୍ଥିତ ହୋଇ ମନ ଓ ପଞ୍ଚ ଇନ୍ଦ୍ରିୟଗୁଡ଼ିକୁ ଆକର୍ଷିତ କରେ। ଏହି ମନ ଓ ପଞ୍ଚ ଇନ୍ଦ୍ରିୟ ସେତେବେଳ ଯାଏଁ କାମ କରନ୍ତି ଯେତେବେଳ ଯାଏଁ ଜୀବାତ୍ମା ଶରୀର ମଧ୍ୟରେ ରହିଥାଏ। ଏହା ଶରୀର ତ୍ୟାଗ କଲାପରେ ଶରୀରର ବିଭିନ୍ନ ଅଙ୍ଗ ଯଥାରୀତି ରହିଥାନ୍ତି କିନ୍ତୁ ଶରୀର ମାଟି ସହିତ ସମାନ ହୋଇଗଲା ବୋଲି କୁହାଯାଏ। ଏବେ ପର୍ଯ୍ୟନ୍ତ ଯାହାକୁ ମୂଲ୍ୟବାନ ବସ୍ତ୍ର, ଅଭୂଷଣ ଆଦି ପିନ୍ଧା ଯାଉଥିଲା, ପ୍ରସାଧନ ଲଗା ଯାଉଥିଲା, ରୋଗ ହେଲେ ମୂଲ୍ୟବାନ ଔଷଧ ଦିଆ ଯାଉଥିଲା, କୋଟି କୋଟି ଟଙ୍କା ବ୍ୟୟ କରିବାକୁ ରାଜି ଥିଲେ ଏବେ ତାଙ୍କୁ ଜାଳି ବାକୁ ତତ୍ପର । ପ୍ରାତଃ କାଳରେ ଯଦି ମୃତ୍ୟୁ ହୁଏ ତେବେ ସନ୍ଧ୍ୟା ସୁଦ୍ଧା ଜଳିବାକୁ ହେବ। କିଏ କେତେ ବା ପ୍ରିୟ ହେଉ ନା କାହିଁକି? ମା, ଯାହାକୁ ଆମେ ବହୁତ ଭଲ ପାଉ, କିମ୍ବା ଅନ୍ୟ କେହି ଅତି ଆପଣାର, ସେ ଯେ କେହି ହେଉ ନା କାହିଁକି, କେହି ମଧ୍ୟ ମୃତ ଶରୀରକୁ ଘରେ ରଖିବାକୁ ଚାହେଁ ନାହିଁ।
ମନ ସହିତ ପାଞ୍ଚ ଇନ୍ଦ୍ରିୟଙ୍କୁ ଏହି ଜୀବାତ୍ମା ଆକର୍ଷିତ କରିବାକୁ ଚାହେଁ ଓ ତାର ଆବର୍ତ୍ତମାନରେ ସମସ୍ତ ଅଙ୍ଗ କ୍ରିୟାହୀନ ହୋଇଯାଆନ୍ତି। ଶ୍ରୀଭାଗବାନ କହୁଛନ୍ତି, ଏହି ଜୀବାତ୍ମା ଏହି ଦେହକୁ ଛାଡ଼ି ଅନ୍ୟ ଦେହକୁ ଚାଲିଯାଏ। କିନ୍ତୁ କିପରି ଯାଏ ? ଏହାର ମାର୍ଗ ମଧ୍ୟ କହିଛନ୍ତି।
ଶରୀରଂ(ୟ୍ଁ) ୟଦବାପ୍ନୋତି, ୟଚ୍ଚାପ୍ୟୁତ୍କ୍ରାମତୀଶ୍ୱରଃ।
ଗୃହୀତ୍ୱୈତାନି ସଂୟାତି, ବାୟୁର୍ଗନ୍ଧାନିବାଶୟାତ୍॥15.8॥
ବାୟୁ କୌଣସି ଗନ୍ଧ ସ୍ଥାନରୁ ଗନ୍ଧ ବହନ କରି ନେଇଯିବା ପରି ଶରୀରାଦିର ସ୍ବାମୀ ବୋଲାଉଥିବା ଜୀବାତ୍ମା ମଧ୍ୟ ଯେଉଁ ଶରୀର ତ୍ୟାଗ କରେ, ସେଠାରୁ ମନସମେତ ଇନ୍ଦ୍ରିୟମାନଙ୍କୁ ସାଥିରେ ଧରି ଯେଉଁ ଶରୀର ପ୍ରାପ୍ତ ହୁଏ ସେଠାକୁ ଚାଲିଯାଏ ।
ବିବେଚନ →
ଶ୍ରୀଭଗବାନ ଏଠାରେ ଗୋଟିଏ ସୁନ୍ଦର ଉଦାହରଣ ଦେଇଛନ୍ତି। ଜୀବାତ୍ମା ଚେତନ ଓ ସବୁ ଇନ୍ଦ୍ରିୟ ଜଡ ଅଟନ୍ତି। ଦୁଇଟି ଯାକ ଅଲଗା, ତେବେ ଏମାନଙ୍କର ମିଳନ କିଭଳି ସମ୍ଭବ? ଜଳ ଓ ତୈଳର ମିଳନ ତ କେବେ ହୁଏ ନାହିଁ। ଦୁଇ ବିପରୀତ ଧର୍ମୀ ବସ୍ତୁର ମିଳନ ହୁଏ ନାହିଁ, ତେବେ ଏହି ଜୀବାତ୍ମା ଯାହା ପୂର୍ଣ୍ଣ ରୂପରେ ନିର୍ଲିପ୍ତ, କିପରି ଭାବରେ ଏହି ଇନ୍ଦ୍ରିୟମାନଙ୍କୁ ଧାରଣ କରେ ? କିଭଳି ଏହା ନୂତନ ଜୀବ, ନୂତନ ଶରୀର ଧାରଣ କରିଥାଏ ? ଶ୍ରୀ ଭଗବାନ ଏହାର ସମାଧାନ କହିଛନ୍ତି। ଭଗବାନ କହୁଛନ୍ତି, “ଯେଭଳି ଭାବରେ ବାୟୁ ଗନ୍ଧ ବହନ କରିଥାଏ। ବାୟୁର ବିଶେଷତା ହେଲା, ସେ ଯେଉଁ ପଥ ଦେଇ ଯାଇଥାଏ, ଉଦ୍ୟାନ ଦେଇ ଗଲାବେଳେ ସେଠାରୁ ସୁଗନ୍ଧ ଓ ଆବର୍ଜନା ଦେଇ ଗଲାବେଳେ ସେଥିରୁ ଦୁର୍ଗନ୍ଧ ବହନ କରିଥାଏ, କିନ୍ତୁ ଉଭୟ ସ୍ଥିତିରେ ସେ ସୁଗନ୍ଧ ଅଥବା ଦୁର୍ଗନ୍ଧ ସହିତ ଜଡିତ ହୁଏ ନାହିଁ। ଜଳରେ ଆବର୍ଜନା ପକାଇଲେ ତାହା ଦୂଷିତ ହୋଇଯାଏ। ଏଥିରେ ନୀଳ ରଙ୍ଗ ଢାଳିଲେ ତାହା ନୀଳ ହୋଇଯାଏ। କିନ୍ତୁ ବାୟୁରେ ଆମେ ରଙ୍ଗ କିମ୍ବା ଗନ୍ଧକୁ ମିଶାଇ ସବୁ ସମୟ ପାଇଁ ସେଭଳି ସ୍ଥିତିରେ ରଖି ପାରିବା ନାହିଁ।
ଯେଭଳି ବାୟୁ ସର୍ବ ବ୍ୟାପକ ଅଟେ, ସବୁ ସ୍ଥାନରେ ସର୍ବଦା ବିଦ୍ୟମାନ, ଯେବେ ସବୁ ସ୍ଥାନରେ ରହିଛି ତେବେ ଯିବ ଆସିବ କିଭଳି ? ଏହାର ଆସିବା ଓ ଯିବାର କେବଳ ଅନୁଭବ ହୋଇଥାଏ। ସେଭଳି ଆତ୍ମା ମଧ୍ୟ ସର୍ବ ବ୍ୟାପକ, ଏହାର ଆସିବା ଓ ଯିବା କେବଳ ଦେଖାଯାଏ, ବାସ୍ତବରେ ଏପରି ହୁଏ ନାହିଁ। ଆମେ କହୁ ବିଜୁଳି ଚାଲିଗଲା, କଣ ବାସ୍ତବରେ ଏପରି ହୁଏ? ପରମାଣୁ ବିଦ୍ୟୁତ୍ ଗୃହରେ ବିଦ୍ୟୁତ୍ ଉତ୍ପାଦିତ ହୁଏ ଓ ଏହା ଆମ ଘର ତଥା ଉପକରଣ ପର୍ଯ୍ୟନ୍ତ ଯାଇଥାଏ। ଏହା ସବୁଠାରେ ସର୍ବଦା ରହିଥାଏ, ଉପକରଣ ବନ୍ଦ କଲେ ମଧ୍ୟ ଏହାର ପ୍ରବାହ ବନ୍ଦ ହୁଏ ନାହିଁ ଆମ ଘରେ ଓ ଆମ ପଡ଼ୋଶୀଙ୍କ ଘରେ ଥିବା ବିଦ୍ୟୁତ୍ ଭିନ୍ନ ନୁହେଁ, ଅନ୍ତର କେବଳ ଆମର ଉପଯୋଗ କରିବାରେ ରହିଥାଏ। ସେଥିପାଇଁ ଆମର ବ୍ୟୟ ଭିନ୍ନ ଓ ବିଦ୍ୟୁତ୍ ଦେୟ ଭିନ୍ନ ହୋଇପାରେ । ସେଭଳି ଆତ୍ମତତ୍ତ୍ଵ ସବୁଠାରେ ରହିଛି, ଆପଣଙ୍କ ଓ ମୋର ଆତ୍ମା ଭିନ୍ନ ନୁହେଁ, ସମସ୍ତ ଏକ। କର୍ମ ଅନୁଯାୟୀ ଆମର ଜୀବନର ଅନୁଭୂତି ଭିନ୍ନ।
ଆମେ ଜୀବନରେ ଯେତେ ଲୋକଙ୍କୁ ଆପଣାର କଲେ ମଧ୍ୟ ସମସ୍ତଙ୍କୁ ଛାଡି ଦିନେ ଯିବାକୁ ହେବ। ଆମେ ଦାମୀ ମୋଟରଗାଡ଼ି ଗୁଡ଼ିକୁ ଯେତେ ଠୁଳ କଲେ ମଧ୍ୟ ଆମର ଅନ୍ତିମ ଯାତ୍ରା ପାଇଁ ଲୋଡା ହେବ ଛଅ ଖଣ୍ଡି କାଠର କୋକେଇ। ଯେତେ ଧନ ସଞ୍ଚୟ କଲେ ମଧ୍ୟ ଶେଷରେ ସେଥିରେ କିଛି ମଧ୍ୟ ଯିବ ନାହିଁ। ବନ୍ଧୁ ଅନ୍ତ ସମୟରେ ଗଙ୍ଗା ଜଳ ପିଆଇବା ପର୍ଯ୍ୟନ୍ତ, ପତ୍ନୀ ଘରର ଏରୁଣ୍ଡି ବନ୍ଧ ଯାଏଁ, ପରିବାର ଲୋକେ ଶ୍ମଶାନ ପର୍ଯ୍ୟନ୍ତ, ପୁତ୍ର ମୁଖାଗ୍ନୀ ଦେବା ଯାଏଁ, ସlଥିରେ ରୁହନ୍ତି । ସବୁକିଛି ଏହି ଜଗତରେ ହିଁ ରହିଯିବ।

ବାୟୁ ଗ୍ରହଣ କରେ, ବହନ କରେ, ଉଦ୍ୟାନରୁ ସୁଗନ୍ଧ ବହନ କରି ଆଣେ କିନ୍ତୁ ସୁଗନ୍ଧ ସହିତ ଜଡିତ ହୁଏ ନାହିଁ। କିନ୍ତୁ ଜଳ ଜଡ଼ିତ ହୋଇ ଯାଏ। ବାୟୁ ନିର୍ଲିପ୍ତ, ଅଥଚ ଜଳ ଓ ପୃଥିବୀ ଉପରେ କୌଣସି ପଦାର୍ଥ ଢାଳି ଦେଲେ ତାହା ସବୁଦିନ ପାଇଁ ରହିଯାଏ, କିନ୍ତୁ ବାୟୁ ସହିତ ଏପରି ହୁଏ ନାହିଁ। ପ୍ରକାଶ, ଅନ୍ଧକାର, ରଙ୍ଗ, ଗନ୍ଧ, କୌଣସି ପଦାର୍ଥକୁ ବାୟୁ ଧାରଣ କରେ ନାହିଁ । ବାୟୁ କେବଳ ବାହକର କାର୍ଯ୍ୟ କରିଥାଏ। ଏହା କୌଣସି ବସ୍ତୁକୁ ଗ୍ରହଣ କରେନାହିଁ।
କେତେ ସୁନ୍ଦର ଉଦାହରଣ ! ବାୟୁ ପରି ଜୀବାତ୍ମା ମଧ୍ୟ ନୀର୍ଲିପ୍ତ ଅଟେ, ଯେପରି ବାୟୁ ସହିତ ଧୂଳି, ଗନ୍ଧ ସ୍ଥାନାନ୍ତରିତ ହୋଇଯାଆନ୍ତି, ଠିକ୍ ସେହିପରି, ଜୀବାତ୍ମା ନିଜେ ନା କୌଣସି ବସ୍ତୁ ସହିତ ଯୋଡି ହୁଏ ଅଥବା ଛାଡ଼ି ଯାଏ ବରଂ ମନ ଓ ଇନ୍ଦ୍ରିୟ ସହିତ ସେମାନଙ୍କର ସଂସ୍କାର ଆପେ ଆପେ ଜୀବାତ୍ମା ସହିତ ଗୋଟିଏ ଶରୀରରୁ ଅନ୍ୟ ଶରୀରକୁ ଚାଲିଯାଆନ୍ତି। ସେଥିପାଇଁ ଜନ୍ମରୁ ଆମ ଭିତରେ କିଛି ଗୁଣ ଦେଖିବାକୁ ମିଳିଥାଏ। କୌଣସି ବାଳକ ଅତ୍ୟଧିକ ଡ଼ିଆଁ ଡେଇଁ କଲେ ଆମେ ତାକୁ କହୁ କାଳେ ସେ ପୂର୍ବ ଜନ୍ମରେ ମାଙ୍କଡ ଥିଲା, ସେମିତି କେହି ସର୍ବଦା ଶୁଙ୍ଘିବାରେ ଲାଗିଲେ ଆମେ ଭାବୁ କାଳେ ସେ ପୂର୍ବ ଜନ୍ମରେ କୁକୁର ଥିଲା ।
ମନ ଏବଂ ଇନ୍ଦ୍ରିୟଗୁଡ଼ିକର ସଂସ୍କାର ଏହି ଯୋନିରୁ ଆଗାମୀ ଯୋନିକୁ ଆତ୍ମା ସହିତ ଯାଇଥାନ୍ତି । ପାପ, ପୁଣ୍ୟ ଏବଂ ସଂସ୍କାରଗୁଡିକ ଆତ୍ମା ସହିତ ଅନ୍ୟ ଶରୀରକୁ ଚାଲି ଯାଆନ୍ତି କିନ୍ତୁ ଆତ୍ମା ଏଥିରେ ଜଡିତ ହୁଏନାହିଁ।
ଚାରିଗୋଟି ଅଭିବ୍ୟକ୍ତି : ପରମାତ୍ମା, ଆତ୍ମା, ଜୀବାତ୍ମା ଓ ଜୀବଧାରୀ,କିନ୍ତୁ ସମସ୍ତେ ଏକ।
୧. ପରମାତ୍ମା : ଏହା ହେଉଛି ସମଷ୍ଟି ଅର୍ଥାତ୍ ପୂର୍ଣ୍ଣ ବ୍ରହ୍ମାଣ୍ଡ
୨.ଆତ୍ମା : ଆତ୍ମା ହେଉଛି ବ୍ୟଷ୍ଟି, ପରମାତ୍ମାଙ୍କ ଗୋଟିଏ ଅଂଶ
୩.ଜୀବାତ୍ମା : ଆତ୍ମା ସହିତ ଯଦି ସଞ୍ଚିତ କର୍ମ, ପାପ, ପୁଣ୍ୟ, ଏମାନଙ୍କର ଫଳ ଯୋଡ଼ି ହୋଇଯାଏ ତେବେ ତାହା ଜୀବାତ୍ମା।
୪. ଜୀବଧାରୀ : ସଞ୍ଚିତ କର୍ମ ଓ ପାପ ପୁଣ୍ୟ ଅନୁଯାୟୀ ଯେଉଁ ଯୋନି, ଯେଉଁ ଶରୀର ମିଳିଲା, ଆତ୍ମା ସେଥିରେ ପ୍ରବେଶ କଲାପରେ ହେଲା ଜୀବଧାରୀ।
ଏକ ବିଭକ୍ତ ହୋଇ ଅନେକ ଆତ୍ମା ହେଲା, କର୍ମ ସହିତ ଜଡ଼ିତ ହୋଇ ଜୀବାତ୍ମା ହେଲା, ଏବଂ କର୍ମ ଅନୁଯାୟୀ ପ୍ରାପ୍ତ ଯୋନିରେ ଶରୀର ଧାରଣ କରି ଜୀବଧାରୀ ହେଲା।
ସଙ୍ଗ ଦୋଷରୁ ଆତ୍ମାର ସ୍ୱରୂପ ବଦଳି ଥାଏ, ମନ ଓ ଇନ୍ଦ୍ରିୟର ଆକର୍ଷଣ ସାଥିରେ ଯାଇଥାଏ। କୋଟିଏ ଜନ୍ମର ଯାତ୍ରା ଚାଲିଛି ଏବଂ ଆମେ ଏହି ଷାଠିଏ ସତୁରୀ ବର୍ଷର ଜୀବନକୁ ବଡ଼ ବୋଲି ଭାବି ଥାଉ, କୋଟିଏ ଜନ୍ମରେ ଏହି ଜୀବାତ୍ମା କୋଟିଏ ଶରୀର ବଦଳିଛି, ତେଣୁ ସନ୍ଥମାନେ ଏହି ଆକର୍ଷଣକୁ ତ୍ୟାଗ କରିବାକୁ କହିଛନ୍ତି ।
ଯେଭଳି ବାୟୁ ସର୍ବ ବ୍ୟାପକ ଅଟେ, ସବୁ ସ୍ଥାନରେ ସର୍ବଦା ବିଦ୍ୟମାନ, ଯେବେ ସବୁ ସ୍ଥାନରେ ରହିଛି ତେବେ ଯିବ ଆସିବ କିଭଳି ? ଏହାର ଆସିବା ଓ ଯିବାର କେବଳ ଅନୁଭବ ହୋଇଥାଏ। ସେଭଳି ଆତ୍ମା ମଧ୍ୟ ସର୍ବ ବ୍ୟାପକ, ଏହାର ଆସିବା ଓ ଯିବା କେବଳ ଦେଖାଯାଏ, ବାସ୍ତବରେ ଏପରି ହୁଏ ନାହିଁ। ଆମେ କହୁ ବିଜୁଳି ଚାଲିଗଲା, କଣ ବାସ୍ତବରେ ଏପରି ହୁଏ? ପରମାଣୁ ବିଦ୍ୟୁତ୍ ଗୃହରେ ବିଦ୍ୟୁତ୍ ଉତ୍ପାଦିତ ହୁଏ ଓ ଏହା ଆମ ଘର ତଥା ଉପକରଣ ପର୍ଯ୍ୟନ୍ତ ଯାଇଥାଏ। ଏହା ସବୁଠାରେ ସର୍ବଦା ରହିଥାଏ, ଉପକରଣ ବନ୍ଦ କଲେ ମଧ୍ୟ ଏହାର ପ୍ରବାହ ବନ୍ଦ ହୁଏ ନାହିଁ ଆମ ଘରେ ଓ ଆମ ପଡ଼ୋଶୀଙ୍କ ଘରେ ଥିବା ବିଦ୍ୟୁତ୍ ଭିନ୍ନ ନୁହେଁ, ଅନ୍ତର କେବଳ ଆମର ଉପଯୋଗ କରିବାରେ ରହିଥାଏ। ସେଥିପାଇଁ ଆମର ବ୍ୟୟ ଭିନ୍ନ ଓ ବିଦ୍ୟୁତ୍ ଦେୟ ଭିନ୍ନ ହୋଇପାରେ । ସେଭଳି ଆତ୍ମତତ୍ତ୍ଵ ସବୁଠାରେ ରହିଛି, ଆପଣଙ୍କ ଓ ମୋର ଆତ୍ମା ଭିନ୍ନ ନୁହେଁ, ସମସ୍ତ ଏକ। କର୍ମ ଅନୁଯାୟୀ ଆମର ଜୀବନର ଅନୁଭୂତି ଭିନ୍ନ।
ଆମେ ଜୀବନରେ ଯେତେ ଲୋକଙ୍କୁ ଆପଣାର କଲେ ମଧ୍ୟ ସମସ୍ତଙ୍କୁ ଛାଡି ଦିନେ ଯିବାକୁ ହେବ। ଆମେ ଦାମୀ ମୋଟରଗାଡ଼ି ଗୁଡ଼ିକୁ ଯେତେ ଠୁଳ କଲେ ମଧ୍ୟ ଆମର ଅନ୍ତିମ ଯାତ୍ରା ପାଇଁ ଲୋଡା ହେବ ଛଅ ଖଣ୍ଡି କାଠର କୋକେଇ। ଯେତେ ଧନ ସଞ୍ଚୟ କଲେ ମଧ୍ୟ ଶେଷରେ ସେଥିରେ କିଛି ମଧ୍ୟ ଯିବ ନାହିଁ। ବନ୍ଧୁ ଅନ୍ତ ସମୟରେ ଗଙ୍ଗା ଜଳ ପିଆଇବା ପର୍ଯ୍ୟନ୍ତ, ପତ୍ନୀ ଘରର ଏରୁଣ୍ଡି ବନ୍ଧ ଯାଏଁ, ପରିବାର ଲୋକେ ଶ୍ମଶାନ ପର୍ଯ୍ୟନ୍ତ, ପୁତ୍ର ମୁଖାଗ୍ନୀ ଦେବା ଯାଏଁ, ସlଥିରେ ରୁହନ୍ତି । ସବୁକିଛି ଏହି ଜଗତରେ ହିଁ ରହିଯିବ।
କେବଳ ହରି ସ୍ମରଣ, ଭଜନ, ଭଗବଦ୍ ନାମ ହିଁ ସାଥିରେ ଯାଇଥାଏ। ଆମେ ଯେଉଁ ଗୀତା ପାଠ କରୁଛେ, ଏହା ସାଥିରେ ଯିବ। ଯେଉଁ ଭଜନ କୀର୍ତ୍ତନ ଆଦି ସାଥିରେ ଯିବ, ସେଥିପାଇଁ ଆମର ସମୟର ଅଭାବ ହୁଏ, କିନ୍ତୁ ଅନ୍ତିମ ସମୟରେ ଆମ ସାଙ୍ଗରେ ଯାହା ଯିବ ନାହିଁ, ଯେପରିକି ଧନ, ଗାଡ଼ି, ବନ୍ଧୁ, ବିଳାସ ବ୍ୟସନ ପାଇଁ ଆମେ ସାରା ଜୀବନ ବ୍ୟୟ କରିଦେଉ। ଅନ୍ତରେ ସବୁ ରହିଯାଏ, ଯାଏ କେବଳ ରାମ ନାମ।
ଶ୍ରୀଭଗବାନ ଅର୍ଜୁନଙ୍କୁ ପରବର୍ତ୍ତୀ ସମୟରେ ପାଞ୍ଚ ଆକର୍ଷଣ କଥା କହିଛନ୍ତି। ଅର୍ଜୁନ ଜାଣିବାକୁ ଚାହାନ୍ତି, ଆମେ କାହିଁକି ଏହି ଭ୍ରମରେ ରହିଯାଉଛୁ କୋଟିଏ ଜନ୍ମ ଯାଏ। ଶ୍ରୀଭଗବାନ ଆଗାମୀ ଶ୍ଳୋକରେ ଏହାର ସୁନ୍ଦର ଉତ୍ତର ଦେଇଛନ୍ତି।
ଶ୍ରୋତ୍ରଂ(ଞ୍) ଚକ୍ଷୁଃ(ସ୍) ସ୍ପର୍ଶନଂ(ଞ୍) ଚ, ରସନଂ(ଙ୍) ଘ୍ରାଣମେବ ଚ।
ଅଧିଷ୍ଠାୟ ମନଶ୍ଚାୟଂ(ୱ୍ଁ), ବିଷୟାନୁପସେବତେ॥15.9॥
ଏହି ଜୀବାତ୍ମା ମନର ସହାୟତାରେ ହିଁ କର୍ଣ୍ଣ, ଚକ୍ଷୁ, ତ୍ବକ୍, ଜିହ୍ବା ଓ ନାସିକା ଦ୍ବାରା ବିଷୟଗୁଡିକୁସେବନ କରେ ।
ବିବେଚନ →
ଆମେ ସମସ୍ତେ ହରିଣ ସମ୍ବନ୍ଧରେ ଜାଣୁ। ଏହି ସୁନ୍ଦର ଜୀବର ଶିକାର ପାଇଁ ସିଂହ, ଚିତାବାଘ, ଇତ୍ୟାଦି ଲାଗି ରହିଥାନ୍ତି। କିନ୍ତୁ ଏହା ନିଜର ସତର୍କତା ବଳରେ ନିଜକୁ ବଞ୍ଚାଇବାକୁ ସକ୍ଷମ ହୋଇଥାଏ। ସବୁଠାରୁ ଦ୍ରୁତଗାମୀ ଚିତାବାଘକୁ ମଧ୍ୟ ସେ ଭଗବାନଙ୍କ ଦତ୍ତ ଶକ୍ତି ଯୋଗୁଁ ଅଣଚାଲିଶରୁ ଚାଳିଶ ଥର ମାତ୍ ଦେବାକୁ ସମର୍ଥ ରୁହେ। କିନ୍ତୁ ଏହାର ନାଭିରେ ଥିବା କସ୍ତୁରୀ ପାଇଁ ଶିକାରୀ ବେଳେବେଳେ ତାକୁ ମାରିବାକୁ ସକ୍ଷମ ହୋଇଥାଏ। ହରିଣକୁ ସଙ୍ଗୀତ ବହୁତ ପ୍ରିୟ ହୋଇଥାଏ । ତେଣୁ ବଂଶୀ ବଜାଉଥିବା ଭଗବାନ ଶ୍ରୀକୃଷ୍ଣଙ୍କ ସହ ହରିଣର ଛବି ଆମେ ପ୍ରାୟତଃ ଦେଖିଥାଉ। ଏହି ସଙ୍ଗୀତ ପ୍ରତି ଥିବା ଦୁର୍ବଳତାର ସୁଯୋଗ ନେଇ ଶିକାରୀ ଏମାନଙ୍କୁ ଶିକାର କରିଥାଏ। ହରିଣ ଯେବେ ମନୁଷ୍ୟ କୃତ ଯନ୍ତ୍ରସଙ୍ଗୀତ ମନ୍ତ୍ରମୁଗ୍ଧ ହୋଇ ଶୁଣୁ ଥାଏ, ଶିକାରୀ ଏହାର ସୁଯୋଗ ନେଇ ତାକୁ ଶିକାର କରେ। ଏହିପରି ଭାବରେ ହରିଣ ଏତେ ଶକ୍ତିଶାଳୀ ହୋଇ ମଧ୍ୟ ଶବ୍ଦର ଆକର୍ଷଣ ଯୋଗୁଁ ଧରା ପଡେ ଓ ମୃତ୍ୟୁ ମୁଖରେ ପଡେ।
ହାତୀର ପ୍ରିୟ ହେଉଛି ସ୍ପର୍ଶ । ହାତୀ ହେଉଛି ଏକମାତ୍ର ପ୍ରାଣୀ ଯାହାକୁ ସିଂହ ଆକ୍ରମଣ କରେ ନାହିଁ, କାରଣ ହାତୀ ସବୁଠାରୁ ବଳଶାଳୀ। କିନ୍ତୁ ମାହୁନ୍ତର ଛୋଟିଆ ଅଙ୍କୁଶ ଏତେ ବିଶାଳ ପ୍ରାଣୀକୁ ବଶୀଭୂତ କରିବାକୁ ସକ୍ଷମ ହୋଇଥାଏ । ଏହା କିପରି ହୁଏ ? ହାତୀକୁ ଧରିବାର ଏକ ପ୍ରଣାଳୀ ରହିଛି । ଶିକାରୀ ପ୍ରଥମେ ଆଠ ହାତ ଚଉଡ଼ା ଓ ଆଠ ହାତ ଲମ୍ବର ଗୋଟିଏ ଗର୍ତ୍ତ ଖୋଳିଥାଏ। ଏହାପରେ ତାକୁ କେବଳ ଉପରେ ଢାଙ୍କି ଦେଇ ତା ଉପରେ ହସ୍ତିନୀର ଗୋଟିଏ ଆକୃତି ଥୋଇ ଦିଏ ଓ ଏହାକୁ ହସ୍ତିନୀର ମଳ ଦ୍ବାରା ଲେପିଦିଏ। ହାତୀ ହସ୍ତିନୀର ଗନ୍ଧ ବାରି ସେ ଦିଗକୁ ଅଗ୍ରସର ହୁଏ। ହସ୍ତିନୀର ସ୍ପର୍ଶ ପାଇଁ ହାତୀ ଆତୁର ଥାଏ। ଦ୍ରୁତ ଗତିରେ ସେ ହସ୍ତିନୀର ସ୍ପର୍ଶ ପାଇଁ ଲାଳାୟିତ ହୋଇ ଶେଷରେ ଅଜାଣତରେ ଗର୍ତ୍ତରେ ପଡେ। ସତ୍ୟ ଜାଣି ଯିବା ପରେ ସେ କ୍ରୋଧିତ ହୁଏ, ଭୋକରେ ରୁହେ । ତିନି ଦିନ ପରେ ମାହୁନ୍ତ କଦଳୀ ଧରି ହାତୀ ପାଖକୁ ଯାଏ। ହାତୀ କ୍ରୋଧ ଦେଖାଏ। ମାହୁନ୍ତ କଦଳୀ ଫିଙ୍ଗି ଦେଇ ଫେରିଯାଏ। ପୁଣି ପରଦିନ ମାହୁନ୍ତ ହାତୀ ପାଖକୁ ଯାଏ, ସେଦିନ ହାତୀର କ୍ରୋଧ କମିଯାଇଥାଏ ଓ ସେ ଶୁଣ୍ଢ ସାହାଯ୍ୟରେ ମାହୁନ୍ତ ଠାରୁ କଦଳୀ ନିଏ। ଏଭଳି ଭାବରେ ପଞ୍ଚମ ଦିନ ହାତୀ ମାହୁନ୍ତର କଥା ମାନିବା ଆରମ୍ଭ କରେ। ଏହାପରେ ମାହୁନ୍ତ ହାତୀକୁ ବିଭିନ୍ନ ପ୍ରଶିକ୍ଷଣ ଦେଇ ପ୍ରତିଦାନରେ ତାକୁ ଖାଦ୍ୟ ଦିଏ। ହାତୀ ମନୁଷ୍ୟ ପରେ ସବୁଠାରୁ ବୁଦ୍ଧିମାନ ପ୍ରାଣୀ। ତେଣୁ ସହଜରେ ସବୁକିଛି ଶିଖି ଯାଏ। ଏହାପରେ ଅଙ୍କୁଶର ଭାଷା ବୁଝିଲେ ତାକୁ ପୁରସ୍କାର ସ୍ୱରୂପ ଖାଦ୍ୟ ମିଳେ ଅନ୍ୟଥା ମାହୁନ୍ତ ପୁଣି ତାକୁ ଶିଖାଇ ଥାଏ। ଏହିପରି ଧୀରେ ଧୀରେ ହାତୀ ମାହୁନ୍ତର ବଶକୁ ଆସିଯାଏ। ମାହୁନ୍ତ ହାତୀ ଶୁଣ୍ଢ ସାହାଯ୍ୟରେ ଗର୍ତ୍ତ ଭିତରକୁ ଯାଏ ଓ ଫେରି ଆସେ। ପରବର୍ତ୍ତୀ ଦିନରେ ମାହୁନ୍ତ କାଠ ପଟା ସାହାଯ୍ୟରେ ହାତୀକୁ ବାହାରକୁ ଆଣେ ଓ ହାତୀ ଉପରେ ବସି ତାକୁ ସାଙ୍ଗରେ ନେଇ ଯାଏ। ସାରା ଜୀବନ ହାତୀ ମାହୁନ୍ତର ଇଙ୍ଗିତରେ କାର୍ଯ୍ୟ କରେ । ଗୋଟିଏ ସ୍ପର୍ଶର ଆକର୍ଷଣ ଯୋଗୁଁ ହାତୀ ନିଜର ସ୍ୱତନ୍ତ୍ରତାକୁ ଅନ୍ୟ ପାଖରେ ହରାଇ ଦିଏ।
ଆପଣ ଭ୍ରମର ନାଁ ଶୁଣିଥିବେ। ଭ୍ରମରକୁ ଗନ୍ଧର ଆକର୍ଷଣ ଥାଏ। ଏହାକୁ ପଦ୍ମ ପୁଷ୍ପର ପରାଗ ଗନ୍ଧ ଅତ୍ୟନ୍ତ ପ୍ରିୟ। ଭ୍ରମର ପାଖରେ ଭଗବାନଙ୍କ ଦ୍ବାରା ପ୍ରଦତ୍ତ ଶକ୍ତିଶାଳୀ ଦାନ୍ତ ରହିଛି, ଯାହାଦ୍ଵାରା ସେ ଶକ୍ତ ବୃକ୍ଷ ମଧ୍ୟ କାଟି ପାରେ। ସୂର୍ଯୋଦୟ ସମୟରେ ପଦ୍ମ ପ୍ରସ୍ପୁଟିତ ହେଲେ ଏହା ଭିତରେ ଭ୍ରମର ଯାଇ ବସିଯାଏ ଓ ପରାଗର ଗନ୍ଧରେ ମଗ୍ନ ହୋଇଯାଏ। ସନ୍ଧ୍ୟା ସମୟରେ ଯେତେବେଳେ ପଦ୍ମ ପାଖୁଡ଼ା ବନ୍ଦ ହୋଇଯାଏ, ଚାହିଁ ମଧ୍ୟ ପରାଗର ଆକର୍ଷଣ ଯୋଗୁଁ ଭ୍ରମରଟି ବାହାରି ପାରେ ନାହିଁ । ଶକ୍ତ ବୃକ୍ଷର କାଷ୍ଠକୁ କାଟିବାର ଅସୀମ କ୍ଷମତା ଥାଇ ମଧ୍ୟ କୋମଳ ପଦ୍ମ ପାଖୁଡ଼ାକୁ କାଟି ଭ୍ରମର ବାହାରି ପାରେ ନାହିଁ। ରାତ୍ରୀ କାଳରେ ବଣର ହସ୍ତୀମାନେ ଯେତେବେଳେ ପଦ୍ମ ପୁଷ୍ପକୁ ଦଳି ଥାଆନ୍ତି, ସେତେବେଳେ ତା ମଧ୍ୟରେ ଆବଦ୍ଧ ଭ୍ରମର ମଧ୍ୟ ମୃତ୍ୟୁ ମୁଖରେ ପଡେ।
ଏହି ସଂସାର ପଞ୍ଚ ତତ୍ତ୍ଵର ମିଳନରେ ନିର୍ମିତ ହୋଇଛି। ସବୁଠାରୁ ବଡ଼ ତତ୍ତ୍ଵ ହେଉଛି : ଆକାଶ - ଆକାଶର ଏକ ମାତ୍ର ଗୁଣ ହେଉଛି ଶବ୍ଦ। ଆକାଶର ଅନ୍ୟ କୌଣସି ଗୁଣ ନାହିଁ।
ଏହାର ଇନ୍ଦ୍ରିୟ ହେଉଛି କର୍ଣ୍ଣ ଯାହାକି ସବୁଠାରୁ ଶକ୍ତିଶାଳୀ ଇନ୍ଦ୍ରିୟ ଭାବେ ବିବେଚିତ ହୋଇଆସିଛି। ସମଗ୍ର ଜୀବନରେ ଆମେ ଦର୍ଶନ ବା ପଠନ ଦ୍ବାରା ନୁହେଁ ବରଂ ଶ୍ରବଣ ଦ୍ବାରା ଅଧିକ ଶିକ୍ଷା ଲାଭ କରିଥାଉ। ମାତ୍ର ତିନି ବର୍ଷର ଶିଶୁ ଶ୍ରବଣ ଦ୍ବାରା ପୂର୍ଣ୍ଣ ମାତ୍ରାରେ ଭାଷା ଶିଖିଯାଏ। ଚିନ୍ରେ ଜନ୍ମ ହେଲେ ମାଣ୍ଡାରିନ୍, ଫ୍ରାନ୍ସରେ ଜନ୍ମ ହେଲେ ଫ୍ରେଞ୍ଚ୍, ମହାରାଷ୍ଟ୍ରରେ ଜନ୍ମ ହେଲେ ମରାଠୀ, ତାମିଲନାଡୁରେ ଜନ୍ମ ହେଲେ ତାମିଲ୍ , ଅର୍ଥାତ୍ ଯେଉଁଠି ଜନ୍ମ ହେଲେ ମାତ୍ର ତିନି ବର୍ଷରେ ସେ ସ୍ଥାନର ଭାଷା ଶିଖିଯାଇଥାଏ। ମୃତ୍ୟୁ ପରେ ମଧ୍ୟ କାନ ସବୁଠାରୁ ଅଧିକ ସମୟ ସକ୍ରିୟ ରହିଥାଏ, କାର୍ଯ୍ୟକ୍ଷମ ରୁହେ, ଚୈତନ୍ୟତା ରହିଥାଏ। ସେଥିପାଇଁ ମୃତ୍ୟୁ ପରେ ମଧ୍ୟ ରାମାୟଣ ଓ ଗୀତା ଶୁଣାଇବା ପାଇଁ କୁହାଯାଇଥାଏ।
ଆମେ ସମସ୍ତେ ହରିଣ ସମ୍ବନ୍ଧରେ ଜାଣୁ। ଏହି ସୁନ୍ଦର ଜୀବର ଶିକାର ପାଇଁ ସିଂହ, ଚିତାବାଘ, ଇତ୍ୟାଦି ଲାଗି ରହିଥାନ୍ତି। କିନ୍ତୁ ଏହା ନିଜର ସତର୍କତା ବଳରେ ନିଜକୁ ବଞ୍ଚାଇବାକୁ ସକ୍ଷମ ହୋଇଥାଏ। ସବୁଠାରୁ ଦ୍ରୁତଗାମୀ ଚିତାବାଘକୁ ମଧ୍ୟ ସେ ଭଗବାନଙ୍କ ଦତ୍ତ ଶକ୍ତି ଯୋଗୁଁ ଅଣଚାଲିଶରୁ ଚାଳିଶ ଥର ମାତ୍ ଦେବାକୁ ସମର୍ଥ ରୁହେ। କିନ୍ତୁ ଏହାର ନାଭିରେ ଥିବା କସ୍ତୁରୀ ପାଇଁ ଶିକାରୀ ବେଳେବେଳେ ତାକୁ ମାରିବାକୁ ସକ୍ଷମ ହୋଇଥାଏ। ହରିଣକୁ ସଙ୍ଗୀତ ବହୁତ ପ୍ରିୟ ହୋଇଥାଏ । ତେଣୁ ବଂଶୀ ବଜାଉଥିବା ଭଗବାନ ଶ୍ରୀକୃଷ୍ଣଙ୍କ ସହ ହରିଣର ଛବି ଆମେ ପ୍ରାୟତଃ ଦେଖିଥାଉ। ଏହି ସଙ୍ଗୀତ ପ୍ରତି ଥିବା ଦୁର୍ବଳତାର ସୁଯୋଗ ନେଇ ଶିକାରୀ ଏମାନଙ୍କୁ ଶିକାର କରିଥାଏ। ହରିଣ ଯେବେ ମନୁଷ୍ୟ କୃତ ଯନ୍ତ୍ରସଙ୍ଗୀତ ମନ୍ତ୍ରମୁଗ୍ଧ ହୋଇ ଶୁଣୁ ଥାଏ, ଶିକାରୀ ଏହାର ସୁଯୋଗ ନେଇ ତାକୁ ଶିକାର କରେ। ଏହିପରି ଭାବରେ ହରିଣ ଏତେ ଶକ୍ତିଶାଳୀ ହୋଇ ମଧ୍ୟ ଶବ୍ଦର ଆକର୍ଷଣ ଯୋଗୁଁ ଧରା ପଡେ ଓ ମୃତ୍ୟୁ ମୁଖରେ ପଡେ।
ଦ୍ଵିତୀୟରେ ଶ୍ରୀଭଗବାନ ଅଗ୍ନି ତତ୍ତ୍ଵ ସମ୍ବନ୍ଧରେ କହିଛନ୍ତି। ଏହାର ଗୁଣ ହେଉଛି ରୂପ ଓ ଇନ୍ଦ୍ରିୟ ହେଉଛି ଚକ୍ଷୁ।
କୀଟ ଓ ପତଙ୍ଗ କଥା ଆମେ ଶୁଣିଛେ। ପତଙ୍ଗ ପାଇଁ ରୂପ ହେଉଛି ସବୁଠୁ ବଡ଼ ଆକର୍ଷଣ। ଏହି ଆକର୍ଷଣ ପାଇଁ ପତଙ୍ଗମାନେ ଟ୍ୟୁବ୍ ଲାଇଟ୍ ସହିତ ବାରମ୍ବାର ଧକ୍କା ଖାଆନ୍ତି ଓ ସକାଳେ ହଜାର ହଜାର ସଂଖ୍ୟାରେ ତଳେ ମରିପଡ଼ିଥିବା ଦେଖାଯାଏ। ଦୀପାବଳୀରେ ଆମେ ଦୀପ ଜଳାଇବା ଓ ଦେଖିବା ଯେ ସକାଳେ ବହୁ ସଂଖ୍ୟାରେ ପତଙ୍ଗ ଦୀପ ପାଖରେ ମରିପଡ଼ିଛନ୍ତି। ସେମାନେ ଜାଣନ୍ତି ଯେ ଦୀପ ପାଖକୁ ଗଲେ ଜଳିଯିବେ କିନ୍ତୁ ରୂପର ଆକର୍ଷଣ ତାଙ୍କୁ ମୃତ୍ୟୁ ମୁଖକୁ ଠେଲି ଦିଏ।
ତୃତୀୟ ତତ୍ତ୍ଵ ହେଉଛି ବାୟୁ। ଏହାର ଇନ୍ଦ୍ରିୟ ହେଉଛି ତ୍ୱଚା। ଏହାର ଗୁଣ ହେଉଛି ସ୍ପର୍ଶ ।
ହାତୀର ପ୍ରିୟ ହେଉଛି ସ୍ପର୍ଶ । ହାତୀ ହେଉଛି ଏକମାତ୍ର ପ୍ରାଣୀ ଯାହାକୁ ସିଂହ ଆକ୍ରମଣ କରେ ନାହିଁ, କାରଣ ହାତୀ ସବୁଠାରୁ ବଳଶାଳୀ। କିନ୍ତୁ ମାହୁନ୍ତର ଛୋଟିଆ ଅଙ୍କୁଶ ଏତେ ବିଶାଳ ପ୍ରାଣୀକୁ ବଶୀଭୂତ କରିବାକୁ ସକ୍ଷମ ହୋଇଥାଏ । ଏହା କିପରି ହୁଏ ? ହାତୀକୁ ଧରିବାର ଏକ ପ୍ରଣାଳୀ ରହିଛି । ଶିକାରୀ ପ୍ରଥମେ ଆଠ ହାତ ଚଉଡ଼ା ଓ ଆଠ ହାତ ଲମ୍ବର ଗୋଟିଏ ଗର୍ତ୍ତ ଖୋଳିଥାଏ। ଏହାପରେ ତାକୁ କେବଳ ଉପରେ ଢାଙ୍କି ଦେଇ ତା ଉପରେ ହସ୍ତିନୀର ଗୋଟିଏ ଆକୃତି ଥୋଇ ଦିଏ ଓ ଏହାକୁ ହସ୍ତିନୀର ମଳ ଦ୍ବାରା ଲେପିଦିଏ। ହାତୀ ହସ୍ତିନୀର ଗନ୍ଧ ବାରି ସେ ଦିଗକୁ ଅଗ୍ରସର ହୁଏ। ହସ୍ତିନୀର ସ୍ପର୍ଶ ପାଇଁ ହାତୀ ଆତୁର ଥାଏ। ଦ୍ରୁତ ଗତିରେ ସେ ହସ୍ତିନୀର ସ୍ପର୍ଶ ପାଇଁ ଲାଳାୟିତ ହୋଇ ଶେଷରେ ଅଜାଣତରେ ଗର୍ତ୍ତରେ ପଡେ। ସତ୍ୟ ଜାଣି ଯିବା ପରେ ସେ କ୍ରୋଧିତ ହୁଏ, ଭୋକରେ ରୁହେ । ତିନି ଦିନ ପରେ ମାହୁନ୍ତ କଦଳୀ ଧରି ହାତୀ ପାଖକୁ ଯାଏ। ହାତୀ କ୍ରୋଧ ଦେଖାଏ। ମାହୁନ୍ତ କଦଳୀ ଫିଙ୍ଗି ଦେଇ ଫେରିଯାଏ। ପୁଣି ପରଦିନ ମାହୁନ୍ତ ହାତୀ ପାଖକୁ ଯାଏ, ସେଦିନ ହାତୀର କ୍ରୋଧ କମିଯାଇଥାଏ ଓ ସେ ଶୁଣ୍ଢ ସାହାଯ୍ୟରେ ମାହୁନ୍ତ ଠାରୁ କଦଳୀ ନିଏ। ଏଭଳି ଭାବରେ ପଞ୍ଚମ ଦିନ ହାତୀ ମାହୁନ୍ତର କଥା ମାନିବା ଆରମ୍ଭ କରେ। ଏହାପରେ ମାହୁନ୍ତ ହାତୀକୁ ବିଭିନ୍ନ ପ୍ରଶିକ୍ଷଣ ଦେଇ ପ୍ରତିଦାନରେ ତାକୁ ଖାଦ୍ୟ ଦିଏ। ହାତୀ ମନୁଷ୍ୟ ପରେ ସବୁଠାରୁ ବୁଦ୍ଧିମାନ ପ୍ରାଣୀ। ତେଣୁ ସହଜରେ ସବୁକିଛି ଶିଖି ଯାଏ। ଏହାପରେ ଅଙ୍କୁଶର ଭାଷା ବୁଝିଲେ ତାକୁ ପୁରସ୍କାର ସ୍ୱରୂପ ଖାଦ୍ୟ ମିଳେ ଅନ୍ୟଥା ମାହୁନ୍ତ ପୁଣି ତାକୁ ଶିଖାଇ ଥାଏ। ଏହିପରି ଧୀରେ ଧୀରେ ହାତୀ ମାହୁନ୍ତର ବଶକୁ ଆସିଯାଏ। ମାହୁନ୍ତ ହାତୀ ଶୁଣ୍ଢ ସାହାଯ୍ୟରେ ଗର୍ତ୍ତ ଭିତରକୁ ଯାଏ ଓ ଫେରି ଆସେ। ପରବର୍ତ୍ତୀ ଦିନରେ ମାହୁନ୍ତ କାଠ ପଟା ସାହାଯ୍ୟରେ ହାତୀକୁ ବାହାରକୁ ଆଣେ ଓ ହାତୀ ଉପରେ ବସି ତାକୁ ସାଙ୍ଗରେ ନେଇ ଯାଏ। ସାରା ଜୀବନ ହାତୀ ମାହୁନ୍ତର ଇଙ୍ଗିତରେ କାର୍ଯ୍ୟ କରେ । ଗୋଟିଏ ସ୍ପର୍ଶର ଆକର୍ଷଣ ଯୋଗୁଁ ହାତୀ ନିଜର ସ୍ୱତନ୍ତ୍ରତାକୁ ଅନ୍ୟ ପାଖରେ ହରାଇ ଦିଏ।
ଚତୁର୍ଥ ତତ୍ତ୍ଵ ହେଉଛି ଜଳ । ଏହାର ଗୁଣ ହେଉଛି ରସନା, ଅର୍ଥାତ୍ ସ୍ଵାଦ। ଏହାର ଇନ୍ଦ୍ରିୟ ହେଉଛି ଜିହ୍ୱା।
ଶିକାରୀ ଅଟାର ଗୁଳା କଣ୍ଟାରେ ଲଗାଇ ମାଛ ଧରିଥାଏ। ଅନ୍ୟ ମାଛମାନେ ଦେଖନ୍ତି ଯେ ଅଟାର ସ୍ଵାଦ ଲୋଭରେ ମାଛଟି ଧରା ପଡ଼ିଲା, ତଥାପି ସମସ୍ତେ ସ୍ୱାଦର ଆକର୍ଷଣରେ ଧରା ପଡନ୍ତି। ମାଛମାନେ ଅନ୍ୟ ମାଛ ସ୍ୱାଦର ଆକର୍ଷଣରେ ଧରା ପଡ଼ୁଥିବା ଦେଖି ମଧ୍ୟ ଆକର୍ଷଣର ମୋହ ଏପରି ଯେ ନିଜକୁ ବଞ୍ଚାଇ ପାରନ୍ତି ନାହିଁ।
ପଞ୍ଚମ ତତ୍ତ୍ଵ ହେଉଛି ପୃଥ୍ବୀ । ଏହାର ଗୁଣ ହେଉଛି ଘ୍ରାଣ ଅର୍ଥାତ୍ ଶୁଙ୍ଘିବାର ଶକ୍ତି। ଏହାର ଆକର୍ଷଣ ହେଉଛି ଗନ୍ଧ, ଇନ୍ଦ୍ରିୟ ହେଉଛି ନାସିକା।
ଆପଣ ଭ୍ରମର ନାଁ ଶୁଣିଥିବେ। ଭ୍ରମରକୁ ଗନ୍ଧର ଆକର୍ଷଣ ଥାଏ। ଏହାକୁ ପଦ୍ମ ପୁଷ୍ପର ପରାଗ ଗନ୍ଧ ଅତ୍ୟନ୍ତ ପ୍ରିୟ। ଭ୍ରମର ପାଖରେ ଭଗବାନଙ୍କ ଦ୍ବାରା ପ୍ରଦତ୍ତ ଶକ୍ତିଶାଳୀ ଦାନ୍ତ ରହିଛି, ଯାହାଦ୍ଵାରା ସେ ଶକ୍ତ ବୃକ୍ଷ ମଧ୍ୟ କାଟି ପାରେ। ସୂର୍ଯୋଦୟ ସମୟରେ ପଦ୍ମ ପ୍ରସ୍ପୁଟିତ ହେଲେ ଏହା ଭିତରେ ଭ୍ରମର ଯାଇ ବସିଯାଏ ଓ ପରାଗର ଗନ୍ଧରେ ମଗ୍ନ ହୋଇଯାଏ। ସନ୍ଧ୍ୟା ସମୟରେ ଯେତେବେଳେ ପଦ୍ମ ପାଖୁଡ଼ା ବନ୍ଦ ହୋଇଯାଏ, ଚାହିଁ ମଧ୍ୟ ପରାଗର ଆକର୍ଷଣ ଯୋଗୁଁ ଭ୍ରମରଟି ବାହାରି ପାରେ ନାହିଁ । ଶକ୍ତ ବୃକ୍ଷର କାଷ୍ଠକୁ କାଟିବାର ଅସୀମ କ୍ଷମତା ଥାଇ ମଧ୍ୟ କୋମଳ ପଦ୍ମ ପାଖୁଡ଼ାକୁ କାଟି ଭ୍ରମର ବାହାରି ପାରେ ନାହିଁ। ରାତ୍ରୀ କାଳରେ ବଣର ହସ୍ତୀମାନେ ଯେତେବେଳେ ପଦ୍ମ ପୁଷ୍ପକୁ ଦଳି ଥାଆନ୍ତି, ସେତେବେଳେ ତା ମଧ୍ୟରେ ଆବଦ୍ଧ ଭ୍ରମର ମଧ୍ୟ ମୃତ୍ୟୁ ମୁଖରେ ପଡେ।
ଏମାନେ ସମସ୍ତେ ଆକର୍ଷଣର ଜାଲରେ ପଡି ମୃତ୍ୟୁ ମୁଖରେ ପଡି ଥାଆନ୍ତି। ଆମେ ସମସ୍ତେ ଏହି ଆକର୍ଷଣର ବନ୍ଧା ହୋଇଛୁ । ଆମକୁ ଭଲ ଭୋଜନ, ସୁଗନ୍ଧ, ସଙ୍ଗୀତ ଏବଂ ନରମ ଶଯ୍ୟା ଆକର୍ଷିତ କରେ। ଏହି ଆକର୍ଷଣର କାରଣରୁ ଆମେ କାମନା ଓ ବାସନାରେ ବନ୍ଧା ହୋଇ ଆମେ କୋଟିଏ ଜନ୍ମରୁ ଜନ୍ମ ଓ ମୃତ୍ୟୁର ଚକ୍ରବ୍ୟୁହରେ ପଡି ଯାଇଛୁ।
पुनरपि जननं पुनरपि मरणं, पुनरपि जननी जठरे शयनम्।
ଶ୍ରୀ ଭଗବାନ ଏଥିରୁ ରକ୍ଷା ପାଇବା ପାଇଁ ଉପାୟ ପରବର୍ତ୍ତୀ ଶ୍ଲୋକ ଗୁଡିକରେ କହିଛନ୍ତି।
ଉତ୍କ୍ରାମନ୍ତଂ(ମ୍) ସ୍ଥିତଂ(ୱ୍ଁ) ବାପି, ଭୁଞ୍ଜାନଂ(ୱ୍ଁ) ବା ଗୁଣାନ୍ୱିତମ୍।
ବିମୂଢା ନାନୁପଶ୍ୟନ୍ତି, ପଶ୍ୟନ୍ତି ଜ୍ଞାନଚକ୍ଷୁଷଃ॥15.10॥
ଗୁଣଯୁକ୍ତ ଜୀବାତ୍ମା ଶରୀର ଛାଡି ଯାଉଥିଲେ ମଧ୍ୟ, ଅନ୍ୟ ଶରୀରରେ ସ୍ଥିତ ହେଉଥିଲେ ମଧ୍ୟ ଅଥବା ବିଷୟ ଉପଭୋଗ କରୁଥିଲେ ମଧ୍ୟ ତାହାର ବାସ୍ତବ ସ୍ବରୂପକୁ ମୂଢ ଲୋକେ ଜାଣନ୍ତି ନାହିଁ, ଜ୍ଞାନଚକ୍ଷୁସମ୍ପନ୍ନ ଜ୍ଞାନୀ ମନୁଷ୍ୟ ହିଁ ଜାଣନ୍ତି ।
ବିବେଚନ →
କହିବା ସହଜ, କିନ୍ତୁ ଏହା ହୃଦୟଙ୍ଗମ କରିବା କଠିନ। ଶ୍ରୀ ଭଗବାନ କହୁଛନ୍ତି, ଜ୍ଞାନ ଚକ୍ଷୁ ଖୋଲିଯିବା ପରେ ହିଁ ଏପରି ଦୃଷ୍ଟି ସମ୍ଭବ ହୁଏ।
ଶ୍ରୀଭଗବାନ କହୁଛନ୍ତି , “ସମସ୍ତଙ୍କୁ ଦିନେ ନା ଦିନେ ମୃତ୍ୟୁ ମୁଖରେ ପଡ଼ିବାକୁ ହେବ।” “ରାଜା ମଧ୍ୟ ଯିବେ, ଜ୍ଞାନୀ ମଧ୍ୟ ଯିବେ ।”
ଞ୍ଚ
ସମସ୍ତେ ଦିନେ ନା ଦିନେ ଯିବେ, କିନ୍ତୁ ଜ୍ଞାନ ଚକ୍ଷୁ ବିନା, ଜଣା ପଡ଼ିବନି ଆମେ କରୁଛୁ କଣ ?
ଗୋସ୍ୱାମୀ ତୁଳସୀ ଦାସ କହିଛନ୍ତି
"गुरु बिन होई कि ज्ञान, ज्ञान होई बैराग बिनु"
ଅର୍ଥାତ୍ ଗୁରୁ ବିନା ଜ୍ଞାନ ସମ୍ଭବ ନୁହେଁ ଏବଂ ଜ୍ଞାନ ବିନା ବୈରାଗ୍ୟ ମଧ୍ୟ ସମ୍ଭବ ନୁହେଁ। ଜଣେ ଜ୍ଞାନୀ ଓ ଅଜ୍ଞାନୀ ମଧ୍ୟରେ ଅନ୍ତର ରହିଛି।
ଗୋଟିଏ ସତ୍ୟ କଥା କୁହାଯାଇଛି। ଜଣେ ଯୋଗିନୀ ସ୍ତ୍ରୀ ଥିଲେ ଓ ଜଣେ ଯୋଗୀ ପୁରୁଷ । ଦୁହେଁ ପୂର୍ବ ଜନ୍ମରେ ଯୋଗୀ ଥିଲେ, ଦୁଇ ଜଣଙ୍କର ସତ୍ସଙ୍ଗରେ ଗଭୀର ରୁଚି ଥିଲା। ଦୁଇ ଜଣ ପ୍ରତିଦିନ ସତ୍ସଙ୍ଗକୁ ଯାଉଥିଲେ। ଭଲ ସମ୍ପର୍କ ହେଲା ତେଣୁ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଗଲେ ।ସମୟ କ୍ରମେ ସେମାନଙ୍କର ଗୋଟିଏ ପୁତ୍ର ଜନ୍ମ ହେଲା। ସ୍ତ୍ରୀ ଅତ୍ୟନ୍ତ ଯୋଗିନୀ ଥିଲେ। ସେ ତାଙ୍କର ସ୍ବାମୀଙ୍କୁ ଯୋଗ କର୍ମରେ ଅନୁପ୍ରାଣିତ କରିଥିଲେ। ଯେତେବେଳେ ପୁତ୍ରର ବୟସ ଆଠ ବର୍ଷ ହେଲା ସେ ସର୍ପାଘାତରେ ମୃତ୍ୟୁ ବରଣ କଲା। ସ୍ତ୍ରୀ ଜଣକ ପୂର୍ବ ଜନ୍ମ ଓ ଏହି ଜନ୍ମରେ କରିଥିବା ସତ୍ସଙ୍ଗ ପ୍ରଭାବରେ ବିଚାର କଲେ, ବାଳକର ମୁଖରେ ଗଙ୍ଗା ଜଳ ଦେଲେ, ତୁଳସୀ ପତ୍ର ଦେଲେ, ପୁତ୍ର ପାଖରେ ବସି ଗୀତା ପାଠ କଲେ। ସନ୍ଧ୍ୟା ସମୟରେ ସ୍ବାମୀ ଆସିବା ପୁର୍ବରୁ ଖାଦ୍ୟ ପ୍ରସ୍ତୁତ କଲେ, ସ୍ବାମୀ ଆସିବା ପରେ ଘଟଣା ସମ୍ବନ୍ଧରେ କିଛି ନ ଜଣାଇ ପ୍ରଥମେ ତାଙ୍କୁ ଖାଦ୍ୟ ପରୋଷିଲେ । ଏହାପରେ ସ୍ବାମୀ ପଚାରିଲେ, “ତୁମର ମୁଖ ମଣ୍ଡଳ ଉଦାସ ଓ ମଳିନ ପଡି ଯାଇଛି, କଥା କଣ?” ସ୍ତ୍ରୀ କହିଲେ ଆପଣ ପ୍ରଥମେ ଭୋଜନ କରନ୍ତୁ, ପରେ କହିବି। ସ୍ବାମୀଙ୍କର ଭୋଜନ ସମାପ୍ତ ହେଲା ପରେ କହିଲେ, “ପଡ଼ୋଶୀ ତିନି ବର୍ଷ ତଳେ ବାସନ ନେଇଥିଲେ, ମୋତେ ସେଥିରେ ଆବଶ୍ୟକତା ନଥିବାରୁ ମୁଁ ଚିନ୍ତିତ ନଥିଲି, ଆଜି ଯେବେ ମୁଁ ଦେଇଥିବା ବାସନ ଆଣିବାକୁ ଗଲି, ସେ କଳି କରିବାକୁ ଆରମ୍ଭ କଲେ ଓ ବାସନକୁ ନିଜର ବୋଲି ଦାବୀ କଲେ। କଣ ସେ ଠିକ୍ କାମ କଲେ?” ସ୍ବାମୀ କହିଲେ ନା ଏହା ଠିକ୍ ନୁହେଁ, ଯାହାର ବାସନ ତାକୁ ଫେରାଇ ଦେବା ଉଚିତ।
ଏହାପରେ ସେ ସ୍ବାମୀଙ୍କୁ ନେଇ ପୁତ୍ରର ଶବ ନିକଟକୁ ଗଲେ। ସ୍ବାମୀ ସ୍ତବ୍ଧ ରହିଗଲେ । ସ୍ତ୍ରୀ କହିଲେ ଯାହାର ଥିଲା ସେ ଫେରାଇ ନେଲେ । ଏବେ ତ ଆପଣ କହିଲେ ଯେ ଯାହାର ଜିନିଷ ତାକୁ ଫେରାଇ ଦେବା ଉଚିତ। ଏବେ ଭଗବାନ ତାକୁ ଫେରାଇ ନେଲେ। ସ୍ଵାମୀଙ୍କ ଆଖିରେ ଅଶ୍ରୁ ଆସିଗଲା କିନ୍ତୁ ସେ ତାକୁ ପୋଛି ନେଲେ। ଗୋଟିଏ ମାତ୍ର ପୁତ୍ରର ମୃତ୍ୟୁରେ ମା’ର ଏପରି ବ୍ୟବହାର ଦେଖି, ପତ୍ନୀଙ୍କ ଏପରି ସ୍ଥିତି ଦେଖି ତାଙ୍କର ବୈରାଗ୍ୟ ଆସିଗଲା । ପୁତ୍ରର ଦାହ ସଂସ୍କାର କଲେ ଓ ଉଭୟ ବୃନ୍ଦାବନ ଯାଇ ପୁରା ଜୀବନ ଭଗବାନଙ୍କ ଭଜନରେ ବିତାଇ ଦେଲେ।
ଆମର କେହି ପ୍ରିୟ ଜନ ଚାଲିଗଲା ପରେ ଆମେ ଯେଭଳି ବ୍ୟବହାର କରିଥାଉଁ ଓ ଉପରୋକ୍ତ ଦମ୍ପତି ଯେଭଳି ବ୍ୟବହାର କଲେ ସେଥିରେ ଅନ୍ତର ହେଉଛି ଜଣେ ଅଜ୍ଞାନୀ ଓ ଜଣେ ଜ୍ଞାନୀ ବ୍ୟକ୍ତିଙ୍କର ଚିନ୍ତାଧାରାରେ। ଆମେ କହୁ ମୋର ଥିଲା, ଭଗବାନ ନେଇ ଗଲେ । ଜ୍ଞାନୀ କହନ୍ତି ଭଗବାନଙ୍କ ଥିଲା, ସେ ଫେରାଇ ନେଲେ।
କହିବା ସହଜ, କିନ୍ତୁ ଏହା ହୃଦୟଙ୍ଗମ କରିବା କଠିନ। ଶ୍ରୀ ଭଗବାନ କହୁଛନ୍ତି, ଜ୍ଞାନ ଚକ୍ଷୁ ଖୋଲିଯିବା ପରେ ହିଁ ଏପରି ଦୃଷ୍ଟି ସମ୍ଭବ ହୁଏ।
ୟତନ୍ତୋ ୟୋଗିନଶ୍ଚୈନଂ(ମ୍), ପଶ୍ୟନ୍ତ୍ୟାତ୍ମନ୍ୟବସ୍ଥିତମ୍।
ୟତନ୍ତୋଽପ୍ୟକୃତାତ୍ମାନୋ, ନୈନଂ(ମ୍) ପଶ୍ୟନ୍ତ୍ୟଚେତସଃ।।୧୧।।
ପ୍ରଯତ୍ନଶୀଳ ଯୋଗୀମାନେ ନିଜ ମଧ୍ୟରେ ଅବସ୍ଥିତ ଏହି ପରମାତ୍ମତତ୍ତ୍ବକୁ ଅନୁଭବ କରନ୍ତି । କିନ୍ତୁ ଅଶୁଦ୍ଧ ଅନ୍ତଃକରଣଯୁକ୍ତ ଅବିବେକୀ ( ଅଜ୍ଞାନୀ ) ମନୁଷ୍ୟ ଯେତେ ଯତ୍ନ କଲେ ମଧ୍ୟ ଏହି ତତ୍ତ୍ବକୁ ଅନୁଭବ କରି ପାରନ୍ତି ନାହିଁ ।
ବିବେଚନ →
ଆମ ସମସ୍ତଙ୍କର ସାଧାରଣରେ ପ୍ରଶ୍ନ ଅଛି । ଆମ ପରିବାରରେ ଏମିତି ଜଣେ ବ୍ୟକ୍ତି ଅଛନ୍ତି, ଯିଏ ଘଣ୍ଟା ଘଣ୍ଟା ଧରି ଜପ କରନ୍ତି, ପୂଜା କରନ୍ତି, କିନ୍ତୁ ସାମାନ୍ୟତମ କଥାରେ ଗାଳିଗୁଲଜ କରିବା ଆରମ୍ଭ କରିଦିଅନ୍ତି । ସୁଯୋଗ ଦେଖି ସେମାନେ ଅନ୍ୟର ଦଶ ଟଙ୍କା ମଧ୍ୟ ଲୁଟି ନିଅନ୍ତି। ଏତେ ଜପ, ସାଧନା ଓ ଗୀତା ପାଠ ପରେ ମଧ୍ୟ କ'ଣ ଲାଭ ? ଯଦି ସେମାନେ ଏବେ ବି ଏମିତି ଅଟନ୍ତି । ଆମକୁ ମଧ୍ୟ ଏହି ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡ଼ିବ। ଏପରି କାହିଁକି ଘଟୁଛି? ପରିସ୍ଥିତି ଏହିପରି ହିଁ, ସମ୍ପୂର୍ଣ୍ଣ କାମ କେବଳ ପ୍ରୟାସ ଦ୍ୱାରା ହୋଇନଥାଏ, ଆଚରଣର ଶୁଦ୍ଧିକରଣ ଆବଶ୍ୟକ, ଶୁଦ୍ଧି ବିନା ଏହା ସମ୍ଭବ ନୁହେଁ ।
ଯଦି ଆପଣ ଏକ ଗ୍ଲାସରେ ମାଟି ପକାଇ ଗଙ୍ଗା ଜଳ ଭର୍ତ୍ତି କରନ୍ତି, ତେବେ ଏହାକୁ କିଏ ପିଇବ? ମାଟି ନ ବାହାର କରିଲେ ଗଙ୍ଗା ଜଳ ମଧ୍ୟ ପରିଷ୍କାର ହୋଇନଥାଏ। ଠିକ୍ ସେହିପରି ଅନ୍ତଃକରଣ ଶୁଦ୍ଧ ନକରି ଆମେ ଯେଉଁ ଭକ୍ତି କରିଥାଉ ଏବଂ ଗୀତା ପାଠ କରୁ ତାହା ଫଳପ୍ରଦ ହୁଏ ନାହିଁ। ଏହି ଅନ୍ତଃକରଣ କପଟ, ଲୋଭ, ବାସନା, କାମନା, ଈର୍ଷା ଏବଂ କ୍ରୋଧ ଇତ୍ୟାଦିରେ ପରିପୂର୍ଣ୍ଣ । ସାମାନ୍ୟ ଟିକିଏ ଜପ, ଟିକିଏ ଗୀତା ପଠନ ଦ୍ୱାରା, କିଛି ଫଳପ୍ରଦ ହୁଏନାହିଁ। ଅନ୍ତଃକରଣର ଶୁଦ୍ଧି ନିତ୍ୟାନ୍ତ ଆବଶ୍ୟକ ଅଟେ।
ଏହାଠାରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହେଉଛି ବ୍ୟବହାରର ଶୁଦ୍ଧିକରଣ । ବ୍ୟବହାର ଶୁଦ୍ଧିକରଣ ପାଇଁ ପ୍ରୟାସ କରିବା ଆବଶ୍ୟକ । ମୁଁ ମିଥ୍ୟା କହିବା ଜାରି ରଖିବି, କପଟ କରିବା ଜାରି ରଖିବି, କ୍ରୋଧ ଜାରି ରଖିଵି, ସାମାନ୍ୟ ଲାଭ ପାଇଁ କିଛି ତ୍ରୁଟି କରିବାକୁ ତତ୍ପର ରହିବି, ଅନ୍ୟର ମନ୍ଦ କାମନା, ଚୁଗୁଲୀ କିମ୍ବା ନିନ୍ଦା କରିବି ଏସବୁ କରିବା ସତ୍ତ୍ୱେ ଯଦିଓ ମୁଁ ଗୀତା ପାଠ ଜାରି ରଖିବି, ତେବେ ମୁଁ ଗୀତା ପାଠର ଲାଭ ପାଇବି, କିନ୍ତୁ ମୁଁ ଶ୍ରୀ ଭଗବାନଙ୍କୁ ପ୍ରାପ୍ତ କରି ପାରିବି ନାହିଁ ଏବଂ ଏଥିପାଇଁ ହିଁ ସେ ଆମକୁ ପ୍ରାପ୍ତ ହୁଅନ୍ତି ନାହିଁ । ଆମ ମଧ୍ୟରୁ ଅନେକ ବ୍ୟକ୍ତି ଅଛନ୍ତି, ଯେଉଁମାନେ ଚାଳିଶ ବର୍ଷ ଧରି ଗୀତା ଅଧ୍ୟୟନ କରୁଅଛନ୍ତି, ମୁଁ ମଧ୍ୟ ପଚିଶ ବର୍ଷ ଧରି ଅଧ୍ୟୟନ କରୁଅଛି । ଆମେ ଯାହା ପୂଜା କରୁ, ଜପ କରୁ, ଗୀତା ପଠନ କରିଥାଉ, ସବୁ କିଛି ଶ୍ରୀ ଭଗବାନଙ୍କ ପ୍ରାପ୍ତି ପାଇଁ ନୁହେଁ ବରଂ ଆମ ଅନ୍ତଃକରଣ ଶୁଦ୍ଧି ପାଇଁ ହୋଇଥାଏ। ଆମକୁ ଜଣେ ସନ୍ଥଙ୍କ କାହାଣୀର ଭିଡିଓ ଆମ ମୋବାଇଲରେ ରଖିବାକୁ ପଡିବ ଏବଂ ଯଦି ଆମ ମୋବାଇଲ ପୂର୍ବରୁ ପୂର୍ଣ୍ଣ ହୋଇସାରିଛି, ତା'ର ମେମୋରୀ ସମାପ୍ତ ହୋଇସାରିଛି, ତେବେ ଆମେ ଏହାକୁ ଖାଲି ନକରି ଅନ୍ୟ କିଛି ରଖିପାରିବା ନାହିଁ । ସେହିପରି କୌଣସି ଉତ୍ତମ ସାମଗ୍ରୀ ଢାଳିବା ପୂର୍ବରୁ ଭିତରେ ଥିବା ଆବର୍ଜନାକୁ ପରିଷ୍କୃତ କରିବାକୁ ପଡିଥାଏ । ସାମାନ୍ୟତମ ଅଶୁଦ୍ଧତା ଥିଲେ ବି ଭଗବାନଙ୍କୁ ପ୍ରାପ୍ତ କରାଯାଇପାରିବ ନାହିଁ। ଆମକୁ ଆମର ଅନ୍ତଃକରଣ ଶୁଦ୍ଧ କରିବାକୁ ହିଁ ପଡିବ ।

ୟଦାଦିତ୍ୟଗତଂ(ନ୍) ତେଜୋ, ଜଗଦ୍ଭାସୟତେଽଖିଲମ୍।
ୟଚ୍ଚନ୍ଦ୍ରମସି ୟଚ୍ଚାଗ୍ନୌ, ତତ୍ତେଜୋ ବିଦ୍ଧି ମାମେକମ୍।।୧୨।।
ସୂର୍ଯ୍ୟଙ୍କୁ ପ୍ରାପ୍ତ ଯେଉଁ ତେଜ ସମଗ୍ର ଜଗତକୁ ଆଲୋକିତ କରୁଛି ଏବଂ ଚନ୍ଦ୍ର ତଥା ଅଗ୍ନିରେ ଯେଉଁ ତେଜ ରହିଛି, ତାହା ମୋର ତେଜ ବୋଲି ଜାଣ ।
ବିବେଚନ →
ଶ୍ରୀ ଭଗବାନ ତାଙ୍କ ସ୍ୱରୂପକୁ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି । ଶ୍ରୀ ଭଗବାନ ବୃହତ୍ରୁ ସୂକ୍ଷ୍ମରେ ପ୍ରବେଶ କରନ୍ତି । ପରବର୍ତ୍ତୀ ଚାରିଟି ଶ୍ଳୋକରେ ଶ୍ରୀ ଭଗବାନ ଚମତ୍କାର ବର୍ଣ୍ଣନା କରିଛନ୍ତି। ଶ୍ରୀ ଭଗବାନ କହିଲେ, ସୂର୍ଯ୍ୟ, ଚନ୍ଦ୍ର ଓ ଅଗ୍ନିରେ ଥିବା ଶକ୍ତିକୁ ତୁମେ ମୋର ଶକ୍ତି ବୋଲି ଜାଣ। ଅଗ୍ନିର ପ୍ରଜ୍ଜ୍ବଳନ ଶକ୍ତି ଅଛି, ଆଲୋକଶକ୍ତି ଚନ୍ଦ୍ରରେ ଅଛି ଏବଂ ସୂର୍ଯ୍ୟଙ୍କର ଉଭୟ ପ୍ରଜ୍ଜ୍ୱଳନ ଏବଂ ଆଲୋକ ଶକ୍ତି ଅଛି । ଅଗ୍ନିରେ ଆମେ ଖାଦ୍ୟ ରୋଷେଇ କରିପାରିବା, ପଢ଼ିପାରିବା ନାହିଁ । ଚନ୍ଦ୍ରାକିରଣରେ ଆମେ କିଛି ପଢିପାରୁ ହେଲେ ଆମେ ଖାଦ୍ୟ ରୋଷେଇ କରିପାରିବା ନାହିଁ କାରଣ ଏଥିରେ ପ୍ରଜ୍ଜ୍ୱଳନ ଶକ୍ତି ନଥାଏ, ପରନ୍ତୁ ଆମେ ସୂର୍ଯ୍ୟଠାରୁ ଆଲୋକ ମଧ୍ୟ ପ୍ରାପ୍ତ କରୁ ଏବଂ ଆମେ ସୌର ଶକ୍ତିରେ ଖାଦ୍ୟ ମଧ୍ୟ ରୋଷେଇ କରିପାରିବା କାରଣ ଏଥିରେ ଉଭୟ ପ୍ରଜ୍ଜ୍ୱଳନ ଏବଂ ପ୍ରକାଶିତ କରିବାର ଶକ୍ତି ଥାଏ । ଶ୍ରୀ ଭଗବାନ କୁହନ୍ତି ଯେ, ସେ ହିଁ ଏହି ତିନି ପ୍ରକାର ଆଲୋକର ଉତ୍ସ, ଏ ସମସ୍ତ ପ୍ରକାର ପ୍ରକାଶ ତାଙ୍କଠାରୁ ହିଁ ଆସୁଛି ।
ଅର୍ଜୁନ ପଚାରିଲେ, "ତେବେ ଆପଣ କେବଳ ପ୍ରକାଶରେ ସ୍ଥିତ ?"
ଶ୍ରୀ ଭଗବାନ ଉତ୍ତର ଦେଲେ, "ନା !" ସେ ଆହୁରି ମଧ୍ୟ କହିଲେ ଯେ, “ଏପର୍ଯ୍ୟନ୍ତ ତୁମକୁ ପୃଥିବୀର ବାହ୍ୟ ବିଷୟରେ ମୁଁ କହିଛି, ବର୍ତ୍ତମାନ ଆଭ୍ୟନ୍ତରୀଣ ପୃଥିବୀର ବିଷୟରେ ବି ଜାଣିନିଅ ।”
ଗାମାବିଶ୍ୟ ଚ ଭୂତାନି, ଧାରୟାମ୍ୟହମୋଜସା।
ପୁଷ୍ଣାମି ଚୌଷଧୀଃ(ସ୍) ସର୍ବାଃ(ସ୍), ସୋମୋ ଭୂତ୍ୱା ରସାତ୍ମକଃ।।୧୩।।
ମୁଁ ନିଜେ ହିଁ ପୃଥିବୀରେ ପ୍ରବିଷ୍ଟ ହୋଇ ମୋର ଶକ୍ତି ଦ୍ବାରା ସମସ୍ତ ପ୍ରାଣୀଙ୍କୁ ଧାରଣ କରୁଛି ଏବଂ ମୁଁ ହିଁ ରସମୟ ଚନ୍ଦ୍ରରୂପରେ ସମସ୍ତ ଔଷଧିକୁ (ବନସ୍ପତିକୁ) ପରିପୁଷ୍ଟ କରୁଛି ।
ବିବେଚନ →
ଶ୍ରୀ ଭଗବାନ କହନ୍ତି, "ଅର୍ଜୁନ! ମୁଁ ହିଁ ପୃଥିବୀରେ ପ୍ରବିଷ୍ଟ ହୋଇ ଏବଂ ମୋର ଶକ୍ତି ଦ୍ବାରା ସମସ୍ତ ଭୂତକୁ ଧାରଣ କରେ ଏବଂ ମୁଁ ରସ ସ୍ବରୂପ ଚନ୍ଦ୍ର ହୋଇ ଏବଂ ସମସ୍ତ ଔଷଧ ଏବଂ ବନସ୍ପତିକୁ ପୋଷଣ କରିଥାଏ ।
ବର୍ତ୍ତମାନ ଶ୍ରୀ ଭଗବାନ ଅନ୍ତରୀକ୍ଷ ରୂପୀ ମଠାକାଶରୁ ପୃଥିବୀ ରୂପୀ ଘଟାକାଶରେ ପ୍ରବେଶ କରନ୍ତି ଏବଂ ତାଙ୍କର ଧାରଣ ଶକ୍ତିରେ ଚନ୍ଦ୍ରର ରସାତ୍ମକ ଶକ୍ତିରେ ପ୍ରବେଶ କରନ୍ତି ଏବଂ ଏହି ମାଧ୍ୟମରେ ପ୍ରତ୍ୟେକ ଉଦ୍ଭିଦ ତଥା ବନସ୍ପତିରେ ମଧ୍ୟ ପ୍ରବେଶ କରନ୍ତି । ଏଥିରୁ ଆମେ କଳ୍ପନା କରିପାରିବା ଯେ ଆମେ ପୃଥିବୀପୃଷ୍ଠରେ ଵୁଣିଥିଵା ଏକ କ୍ଷୁଦ୍ର ବୀଜ କିପରି ଏକ ବିଶାଳ ବୃକ୍ଷରେ ପରିଣତ ହୁଏ ଏବଂ ଏଥିରୁ ଲକ୍ଷ ଲକ୍ଷ ବିହନ ଉତ୍ପନ୍ନ ହୋଇଥାଏ। ଶ୍ରୀ ଭଗବାନ କହନ୍ତି ଯେ ସେ ହିଁ ଏସବୁ ଉତ୍ପତ୍ତି କରନ୍ତି।
ଅହଂ(ୱ୍ଁ) ବୈଶ୍ୱାନରୋ ଭୂତ୍ୱା, ପ୍ରାଣିନାଂ(ନ୍) ଦେହମାଶ୍ରିତଃ।
ପ୍ରାଣାପାନସମାୟୁକ୍ତଃ(ଫ୍), ପଚାମ୍ୟନ୍ନଂ(ଞ୍) ଚତୁର୍ବିଧମ୍॥15.14॥
ସକଳ ପ୍ରାଣୀଙ୍କ ଶରୀରରେ ରହୁଥିବା ମୁଁ ପ୍ରାଣ ଓ ଅପାନ ଦ୍ବାରା ସଂଯୁକ୍ତ ବୈଶ୍ବାନର ଅଗ୍ନିରୂପ ହୋଇ ଚାରିପ୍ରକାର ଅନ୍ନ ଜୀର୍ଣ୍ଣ କରୁଛି ।
ବିବେଚନ →
ଏଠାରେ ଶ୍ରୀ ଭଗବାନ କହିଥିଲେ ଯେ ତୁମେ ଯେଉଁ ବନସ୍ପତି ଭକ୍ଷଣ କରୁଛ ଏବଂ ହଜମ କରୁଛ ତାହା ସବୁ ମୋର ଶକ୍ତି ଯୋଗୁଁ ସମ୍ଭବ ହେଉଛି ।
ଏଠାରେ ତିନି ପ୍ରକାରର ଅଗ୍ନିର ବର୍ଣ୍ଣନା କରାଯାଇଛି -
ବଡଵାଗ୍ନି - ସମୁଦ୍ର ତଳେ ଥିବା ଅଗ୍ନି, ଯାହା ଯୋଗୁଁ ସମୁଦ୍ରରେ ଜୁଆର ଆସିଥାଏ,
ଦାବାଗ୍ନି - ଅର୍ଥାତ୍ ଜଙ୍ଗଲ ଅଗ୍ନି ଏବଂ
ଜଠରାଗ୍ନି - ଅର୍ଥାତ୍ ପେଟ ଭିତରର ଅଗ୍ନି ଯାହା ଦ୍ବାରା ଖାଦ୍ୟ ହଜମ ହୋଇଥାଏ। ସେଥିପାଇଁ କୁହାଯାଏ ସୂର୍ଯ୍ୟାସ୍ତ ପୂର୍ବରୁ ଖାଦ୍ୟ ଖାଇଲେ ତାହା ଭଲ ଭାବେ ହଜମ ହୋଇଥାଏ। ସୂର୍ଯ୍ୟାସ୍ତ ପରେ ଏହି ଅଗ୍ନିର ପ୍ରକୋପ ହ୍ରାସ ପାଇଥାଏ ।
ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଆଇସକ୍ରିମ୍ ଖାଇଲେ ମଧ୍ୟ ପରଦିନ ସକାଳୁ ନିଷ୍କାସିତ ମଳର ତାପମାତ୍ରା ୪୦ ଡିଗ୍ରୀ ରହିବ। ଶୂନରୁ ପନ୍ଦର ଡିଗ୍ରୀ କମ୍ ତାପମାତ୍ରା ବିଶିଷ୍ଟ ଆଇସକ୍ରିମ୍ ଖାଇବା ପରେ ମଧ୍ୟ ପେଟରେ ଥିବା ଜଠରାଗ୍ନି କାରଣରୁ ମଳ ଗରମ ହୋଇଥାଏ। ଏହା ପୂର୍ବରୁ ଖାଇଥିବା ପଦାର୍ଥର ତାପମାତ୍ରା ଦ୍ୱାରା ପରିବର୍ତ୍ତନ ହୁଏ ନାହିଁ ।
ଆମ ଖାଦ୍ୟ ପ୍ରଣାଳୀରେ ଚାରି ପ୍ରକାରର ଅନ୍ନ ରହିଛି -
ଭକ୍ଷ୍ୟ - ଯାହା ଖିଆ ଯାଏ,
ପେୟ - ଯାହା ପାନ କରାଯାଏ,
ଲେହ୍ୟ - ଚାଟି କରି ଖିଆ ଯାଉଥିବା ଖାଦ୍ୟ ଏବଂ
ଚୋଷ୍ୟ - ଚୁଷିକରି ଖିଆ ଯାଉଥିବା ଖାଦ୍ୟ, ଯେପରିକି ଆମ୍ବ ଓ ଆଖୁ, ଯାହାକୁ କେବଳ ଚୁଷି କରି ଖିଆ ଯାଇଥାଏ ।
ସେହିପରି ପାଞ୍ଚ ପ୍ରକାରର ପ୍ରାଣ ବାୟୁ ରହିଅଛି - ପ୍ରାଣ, ଅପାନ, ଉଦାନ, ସମାନ ଏବଂ ବ୍ୟାନ।
ସୂର୍ଯ୍ୟଙ୍କ ଉତ୍ତାପରେ ବନସ୍ପତି ପରିପକ୍ବ ହୁଏ
ଚନ୍ଦ୍ରର ପ୍ରକାଶ ସାହାଯ୍ୟରେ ଉତ୍ପନ୍ନ ହେଉଥିବା ଶିଶିର ଦ୍ୱାରା ଉଦ୍ଭିଦ ପରିପୋଷିତ ହୋଇଥାଏ । ବୃକ୍ଷ ରାଜି ଓ ବନସ୍ପତି ଔଷଧୀୟ ଗୁଣ ପାଇବା ପାଇଁ ଏ ଦୁହିଁଙ୍କୁ ଆବଶ୍ୟକ କରନ୍ତି। କେବଳ ଯଦି ସୂର୍ଯ୍ୟଙ୍କ ଅଗ୍ନି ମିଳନ୍ତା ତେବେ ଏ ସୃଷ୍ଟିର ସମସ୍ତ ଚରାଚର ପ୍ରାଣୀ ଜଳି ଯାଆନ୍ତେ ନତୁବା ଯଦି କେବଳ ଚନ୍ଦ୍ରର ଶିଶିର ମିଳିବ ତେବେ ସମ୍ପୂର୍ଣ୍ଣ ବନସ୍ପତି ସଢି ଯାଆନ୍ତେଣି। ସୂର୍ଯ୍ୟ ଓ ଚନ୍ଦ୍ରଙ୍କ କିରଣ ସହ ଆମ ଶରୀରର ପ୍ରାଣ ଓ ଅପାନର ଶକ୍ତି ସହିତ ପ୍ରାଣବାୟୁ ମାଧ୍ୟାକର୍ଷଣ ଶକ୍ତି ବିପରୀତ କାର୍ଯ୍ୟ କରି ଭକ୍ଷଣ କରିଥିବା ବନସ୍ପତିକୁ ପେଟକୁ ନେଇ ଯାଇ ଜଠରାଗ୍ନି ସାହଯ୍ୟରେ ହଜମ କରିଥାଏ । ତା'ପରେ ଖାଦ୍ୟରୁ ରସ, ରସରୁ ରକ୍ତ, ରକ୍ତରୁ ମଜ୍ଜା, ମଜ୍ଜାରୁ ଓଜ୍, ଓଜ୍ରୁ ବୀର୍ଯ୍ୟ ଓ ବୀର୍ଯ୍ୟରୁ ତେଜ, ଏହି ସପ୍ତ ଧାତୁ ତିଆରି ହୋଇଥାଏ। ସେହି ଶକ୍ତି ପୁଣି ଶରୀରର କୋଣ ଅନୁକୋଣରେ ପହଞ୍ଚିଥାଏ ମହାକାଶରୁ, ମଠାକାଶ, ଘଟାକାଶ ମାଧ୍ୟମରେ ଶକ୍ତି ଶରୀରର ପ୍ରତିଟି ଅଂଶରେ ପହଞ୍ଚିଥାଏ । ଶ୍ରୀ ଭଗବାନ କହନ୍ତି, "ମୁଁ ହିଁ ତୁମ ଶରୀରର ପ୍ରତ୍ୟେକ ଅଙ୍ଗକୁ ଶକ୍ତି ପହଞ୍ଚାଉଛି । ତୁମ ଶରୀରର ପ୍ରତ୍ୟେକ ଲୋମକୂପରେ ମୁଁ ବିଦ୍ୟମାନ ।
ସର୍ବସ୍ୟ ଚାହଂ(ମ୍) ହୃଦି ସନ୍ନିବିଷ୍ଟୋ,
ମତ୍ତଃ(ସ୍) ସ୍ମୃତିର୍ଜ୍ଞାନମପୋହନଂ(ଞ୍) ଚ।
ବେଦୈଶ୍ଚ ସର୍ବୈରହମେବ ବେଦ୍ୟୋ,
ବେଦାନ୍ତକୃଦ୍ବେଦବିଦେବ ଚାହମ୍।।୧୫।।
ମୁଁ ପ୍ରତ୍ୟେକ ପ୍ରାଣୀଙ୍କର ହୃଦୟରେ ବିରାଜମାନ । ମୋ ଠାରୁ ହିଁ ସ୍ଥିତି, ଜ୍ଞାନ ଓ ଅପୋହନ (ସଂଶୟାଦି ଦୋଷ ନାଶ କାର୍ଯ୍ୟ) ହୁଏ । ମୁଁ ସମସ୍ତ ବେଦର ଜ୍ଞେୟ ତତ୍ତ୍ବ । ସମସ୍ତ ବେଦର ତତ୍ତ୍ବ ନିର୍ଣ୍ଣାୟକ ଏବଂ ବେଦର ଜ୍ଞାତା ମଧ୍ୟ ମୁଁ ।
ବିବେଚନ →
ଶ୍ରୀ ଭଗବାନ୍ କୁହନ୍ତି, "ମୁଁ ସମସ୍ତ ପ୍ରାଣୀ ଙ୍କ ହୃଦୟରେ ଅନ୍ତର୍ଯ୍ୟାମୀ ରୂପେ ବାସକରେ । ମୁଁ ହିଁ ସ୍ମୃତି, ଜ୍ଞାନ ଏବଂ ଆପୋହନ ।" ସ୍ମୃତିର ଅର୍ଥ ହେଉଛି ପୁରାତନ ଜ୍ଞାନକୁ ସ୍ମରଣ ରଖିବା, ଜ୍ଞାନର ଅର୍ଥ ହେଉଛି ନୂତନ ବିଷୟ ଜାଣିବା । ପୋହନ ଅର୍ଥ ସଂଶୟ ଏବଂ ଆପୋହନ ହେଉଛି ନୂତନ ଏବଂ ପୁରାତନ ସମସ୍ତ ବିଷୟରେ ଥିବା ସଂଶୟ କିମ୍ବା ଦ୍ୱନ୍ଦ୍ୱ ଦୂର ହେବା।
ଶ୍ରୀ ଭଗବାନ୍ କୁହନ୍ତି, ମୁଁ କେବଳ ସମସ୍ତ ବେଦ ମାଧ୍ୟମରେ ପରିଚିତ ହୋଇପାରେ । ଅର୍ଜୁନ କୁହନ୍ତି, “ଆପଣ ଏତେ ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତି ଯେ, ଆପଣ ସର୍ବ ବିଦ୍ୟମାନ, କିନ୍ତୁ ଏଯାଏଁ ନିଜର ପରିଚୟ ତ ପ୍ରଦାନ କରି ନାହାନ୍ତି ? ତେଣୁ ଏହା ପରେ ଶ୍ରୀ ଭଗବାନ୍ ନିଜକୁ ପରିଚିତ କରାଉଛନ୍ତି…

ଦ୍ୱାବିମୌ ପୁରୁଷୌ ଲୋକେ, କ୍ଷରଶ୍ଚାକ୍ଷର ଏବ ଚ।
କ୍ଷରଃ(ସ୍) ସର୍ବାଣି ଭୂତାନି, କୂଟସ୍ଥୋଽକ୍ଷର ଉଚ୍ୟତେ।।୧୬।।
ସଂସାରରେ ଦୁଇ ପ୍ରକାର ପୁରୁଷ ଅଛନ୍ତି - କ୍ଷର ( ବିନାଶୀ ) ଏବଂ ଅକ୍ଷର( ଅବିନାଶୀ ) । ସମସ୍ତ ପ୍ରାଣୀମାନଙ୍କ ଶରୀର କ୍ଷର ଏବଂ ଜୀବାତ୍ମା ଅକ୍ଷର ବୋଲାଏ।
ବିବେଚନ →
ଆମ ଶରୀର ଜନ୍ମ ହେବା ଦିନ ଠାରୁ ମରଣ ଆଡକୁ ଅଗ୍ରସର ହେବାକୁ ଆରମ୍ଭ କରେ । ଏହିପରି ବଞ୍ଚିବାର ଶୈଳୀ ଶିଖୁ ଶିଖୁ ଦିନେ ଶରୀର ମୃତ ହୋଇଯାଏ। ଜନ୍ମ ବିଜ୍ଞାନ ଅନୁଯାୟୀ, ଆମ ଶରୀରର ପ୍ରତ୍ୟେକ କୋଷ ସାଢେ ତିନି ବର୍ଷ ମଧ୍ୟରେ ମରିଯାଏ । ଶରୀରରେ କୋଟି କୋଟି କୋଷ କ୍ରମାଗତ ଭାବରେ ମରୁଛନ୍ତି। ପ୍ରତ୍ୟେକ କୋଷ ପୁଣି ସାଢେ ତିନ ବର୍ଷରେ ନୂତନତ୍ୱ ଲାଭ କରନ୍ତି ।

ଏହି ଶରୀର ଭିତରେ ସ୍ଥିତ ଆତ୍ମା ଅବିନାଶୀ ତତ୍ତ୍ୱ ହୋଇଥିବା ବେଳେ, ଏହି ଶରୀର କ୍ରମାଗତ ଭାବରେ ପରିବର୍ତ୍ତନଶୀଳ । ଲକ୍ଷ୍ୟ କଲେ, ଏହା ପାଞ୍ଚ ବର୍ଷରେ ଅଲଗା ରୂପ ନେବାକୁ ଆରମ୍ଭ କରେ, ତାପରେ ଏହା ଦଶ, ପନ୍ଦର, ପଚିଶ ଏବଂ ଚାଳିଶ ବର୍ଷରେ ନିଜର ସ୍ୱରୂପ ବଦଳାଇ ଦେଇଥାଏ। ଏହାଠୁ ଉପରକୁ ସତୁରି, ଅଶୀ ବର୍ଷରେ ଏହା ସମ୍ପୂର୍ଣ୍ଣ ରୂପେ ବଦଳିଯାଏ । ଯଦି ଜଣେ ନିଜ ପିଲାଦିନର ଚିତ୍ର ପୂର୍ବରୁ କେବେ ଦେଖି ନାହାଁନ୍ତି, ତେବେ ନିଜକୁ ଚିହ୍ନିବା କଷ୍ଟକର ହୋଇଯାଏ । ମୁଁ ଯଦି କେବଳ ଏକ ଶରୀର, ତେବେ ମୋତେ ନିଜକୁ ଚିହ୍ନିବାରେ କାହିଁକି ଅସୁବିଧା ହୁଅନ୍ତା ? ଏହି ଶରୀର ମଧ୍ୟରେ ଥିବା ଆତ୍ମା, ପାଞ୍ଚ ବର୍ଷ, ଦଶ ବର୍ଷ, ପନ୍ଦର ବର୍ଷ, ଅଶୀ ବର୍ଷ, ପ୍ରତ୍ୟେକ ପରିସ୍ଥିତିରେ ମଧ୍ୟ ପରିବର୍ତ୍ତନ ହୁଏ ନାହିଁ । ସେ ତ ଅବିନାଶୀ ।
ଶ୍ରୀ ଭଗବାନ୍ ତାଙ୍କର ଉତ୍ତମ ସ୍ୱରୂପର ବର୍ଣ୍ଣନା ଆଗକୁ କରିଛନ୍ତି ।
ଉତ୍ତମଃ(ଫ୍) ପୁରୁଷସ୍ତ୍ୱନ୍ୟଃ(ଫ୍), ପରମାତ୍ମେତ୍ୟୁଦାହୃତଃ।
ୟୋ ଲୋକତ୍ରୟମାବିଶ୍ୟ, ବିଭର୍ତ୍ୟବ୍ୟୟ ଈଶ୍ୱରଃ।।୧୭।।
ଉତ୍ତମ ପୁରୁଷ କିନ୍ତୁ ଅନ୍ୟ ଜଣେ (ବିଲକ୍ଷଣ ପୁରୁଷ), ଯାହାକୁ ପରମାତ୍ମା କୁହାଯାଇଛି । ସେହି ଅବିନାଶୀ ଈଶ୍ବର ତ୍ରିଲୋକରେ ପ୍ରବିଷ୍ଟ ହୋଇ ସମସ୍ତଙ୍କୁ ଭରଣପୋଷଣ କରନ୍ତି ।
ବିବେଚନ →
“ଆମେ ପରମାତ୍ମାଙ୍କର ଏକ ଅଂଶ, ଏହା ସତ୍ୟ, ଭଗବାନ ସ୍ୱୟଂ କୁହନ୍ତି ଯେ ସମସ୍ତ ଜୀବ ମୋର ଅଂଶ - “ମମୈବାଂଶୋ ଜୀବଲୋକେ ।” ଶ୍ରୀ ଭଗବାନ୍ କୁହନ୍ତି, “କିନ୍ତୁ ଏହା ଅପେକ୍ଷା ଉତ୍ତମ ପୁରୁଷ କେହି ଅନ୍ୟ ଅଛନ୍ତି, ଯିଏ ତିନି ଲୋକରେ ପ୍ରବେଶ କରି ସମସ୍ତଙ୍କୁ ପୋଷଣ କରନ୍ତି ଏବଂ ଅବିନାଶୀ, ପରମେଶ୍ୱର, ପରମାତ୍ମା ଆଦି ନାମରେ ବିଦିତ ହୋଇଥାନ୍ତି।
ଯଦି ଆମେ ସମୁଦ୍ର ଜଳରୁ କିଛି ବୁନ୍ଦା ଆଣି ତାହାର ରାସାୟନିକ ପରୀକ୍ଷା କରିବା ତେବେ ସମୁଦ୍ର ସହିତ ସମାନ ଗୁଣ ସେହି ବୁନ୍ଦା ମଧ୍ୟରେ ପାଇବା, କିନ୍ତୁ ସେହି ବୁନ୍ଦାକୁ ତ ଆଉ ସମୁଦ୍ର କୁହାଯାଇପାରିବ ନାହିଁ । ଏହି ବୁନ୍ଦା ସମୁଦ୍ରର ଏକ ଅଂଶ କେବଳ, ଏହା ସମ୍ପୂର୍ଣ୍ଣ ସମୁଦ୍ର ନୁହେଁ । ସେହିଭଳି, ଶ୍ରୀ ଭଗବାନ୍ କହିଛନ୍ତି ଯେ, “ମୋ ଠାରୁ ଅସଂଖ୍ୟ ଜୀବତ୍ମା ସୃଷ୍ଟି ହୋଇଛନ୍ତି, କିନ୍ତୁ ସେମାନଙ୍କ ମଧ୍ୟରୁ କେହି ବି ମୋତେ ସୃଷ୍ଟି କରିପାରିବେ ନାହିଁ, ତେଣୁ ମୁଁ ସେମାନଙ୍କ ଠାରୁ ଉତ୍ତମ, ଏବଂ ମୁଁ ପୁରୁଷୋତ୍ତମ ।”
ପ୍ରଥମ ଥର ପାଇଁ ଶ୍ରୀ ଭଗବାନ୍ କୌଣସି ଶାସ୍ତ୍ରରେ ଘୋଷଣା କରନ୍ତି । ପ୍ରଥମ ଥର ପାଇଁ ଶ୍ରୀ ଭଗବାନ୍ ତାଙ୍କର ନାମ ଦିଅନ୍ତି, ସେଥିପାଇଁ ଏହି ଅଧ୍ୟାୟର ନାମ ପୁରୁଷୋତ୍ତମ ଯୋଗ ।
ୟସ୍ମାତ୍କ୍ଷରମତୀତୋଽହମ୍, ଅକ୍ଷରାଦପି ଚୋତ୍ତମଃ।
ଅତୋଽସ୍ମି ଲୋକେ ବେଦେ ଚ, ପ୍ରଥିତଃ(ଫ୍) ପୁରୁଷୋତ୍ତମଃ।।୧୮।।
ଯେହେତୁ ମୁଁ କ୍ଷରରୁ ଅତୀତ ଓ ଅକ୍ଷରରୁ ମଧ୍ଯ ଉତ୍ତମ , ତେଣୁ ଜଗତରେ ଓ ବେଦରେ ମୁଁ ପୁରୁଷୋତ୍ତମ ନାମରେ ପ୍ରସିଦ୍ଧ ।
ବିବେଚନ →
ଶ୍ରୀ ଭଗବାନ୍ କହିଛନ୍ତି ଯେହେତୁ ମୁଁ ନାଶବାନ ଜଡବର୍ଗରୁ ଅତୀତ, ଅବିନାଶୀ ଆତ୍ମାଠୁ ବି ଉତ୍ତମ ତେଣୁ ମୁଁ ପୁରୁଷୋତ୍ତମ ନାମରେ ବିଶ୍ୱ ତଥା ବେଦରେ ପ୍ରସିଦ୍ଧ ଅଟେ। ପ୍ରକୃତି ଏବଂ ପୁରଷ ଦୁଇଟି ତତ୍ତ୍ୱ ଠାରୁ ମଧ୍ୟ ଉତ୍ତମ ତେଣୁ ସମସ୍ତେ ମୋତେ ପୁରୁଷୋତ୍ତମ କିମ୍ବା ପରମାତ୍ମା ନାମରେ ଜାଣନ୍ତି ।

ୟୋ ମାମେବମସମ୍ମୂଢୋ, ଜାନାତି ପୁରୁଷୋତ୍ତମମ୍।
ସ ସର୍ବବିଦ୍ଭଜତି ମାଂ(ମ୍), ସର୍ବଭାବେନ ଭାରତ।।୧୯।।
ହେ ଭରତବଂଶଜ ଅର୍ଜୁନ ! ଏପରି ଭାବରେ ଯେଉଁ ମୋହରହିତ ମନୁଷ୍ଯ ମୋତେ ପୁରୁଷୋତ୍ତମ ବୋଲି ଜାଣେ , ସେହି ସର୍ବଜ୍ଞ ସର୍ବଭାବରେ ମୋତେ ଭଜନ କରେ ।
ବିବେଚନ →
ଶ୍ରୀ ଭଗବାନ କୁହନ୍ତି ଯେ ହେ ଭାରତ! ଜ୍ଞାନୀ ବ୍ୟକ୍ତି ଯିଏ ମୋତେ ଏହି ଭାବରେ ପୁରୁଷୋତ୍ତମ ବୋଲି ଜାଣନ୍ତି, ସେହି ସର୍ବଜ୍ଞ ବ୍ୟକ୍ତି ନିଶ୍ଚୟ ମୋତେ ବାସୁଦେବ ପରମେଶ୍ୱର ଭାବି ଉପାସନା କରନ୍ତି । ସମସ୍ତ ଜ୍ଞାନ ପ୍ରାପ୍ତ କରିବା ହେଉଛି - ବ୍ୟକ୍ତି ମୋତେ ମୌଳିକ ଦୃଷ୍ଟିକୋଣରୁ ଜାଣିବା । ଏହା ଶୁଣିବା ଏବଂ ଜାଣିବା ବହୁତ ସହଜ । ଆମେ ସମସ୍ତେ ଏକାଠି ଶୁଣିବା ଏବଂ ଭାବିବା ଯେ ଏହା ଠିକ୍, କିନ୍ତୁ ଆମେ ଏହି ଶରୀରକୁ ଆମର ବୋଲି ଗ୍ରହଣ କରିବା ବନ୍ଦ କରିବା ଉଚିତ୍ କି? ଆମେ ଭାବୁ ଯେ ଶରୀରକୁ ଭୋକ ଲାଗୁଚି, ଶରୀର ଭୋକିଲା କିନ୍ତୁ ଭୋକ ଶରୀରକୁ ନୁହେଁ, ଆମକୁ ଲାଗୁଚି , ଆମେ ଭୋକିଲା । ତେଣୁ, ଜ୍ଞାନୀ ବ୍ୟକ୍ତି ଯିଏ ଏହି ତତ୍ତ୍ବକୁ ଜାଣିଯାନ୍ତି , ସେ ଅନ୍ୟ କିଛି ବିଷୟରେ ଚିନ୍ତା କରନ୍ତି ନାହିଁ । ସେ କେବଳ ମୁଁ ବାସୁଦେବ ପରମେଶ୍ୱର ଭାବର ଚିନ୍ତନ କରନ୍ତି ।
ଇତି ଗୁହ୍ୟତମଂ(ମ୍) ଶାସ୍ତ୍ରଂ(ମ୍), ଇଦମୁକ୍ତଂ(ମ୍) ମୟାନଘ।
ଏତଦ୍ବୁଦ୍ଧ୍ୱା ବୁଦ୍ଧିମାନ୍ସ୍ୟାତ୍, କୃତକୃତ୍ୟଶ୍ଚ ଭାରତ।।୨୦।।
ହେ ନିଷ୍ପାପ ଅର୍ଜୁନ ! ଏହିରୂପେ ମୁଁ ତୁମକୁ ଏହି ଅତ୍ୟନ୍ତ ଗୋପନୀୟ ଶାସ୍ତ୍ର କହିଲି । ହେ ଭରତବଂଶଜ ଅର୍ଜୁନ ! ଏହା ଜାଣିଗଲେ ମନୁଷ୍ୟ ଜ୍ଞାନବାନ୍ (ଜ୍ଞାତଜ୍ଞାତବ୍ୟ) ତଥା କୃତକୃତ୍ୟ ହୋଇଯାଏ ।
ବିବେଚନ →
ଯିଏ ତତ୍ତ୍ୱ ଦୃଷ୍ଟିରେ ଏହାକୁ ଅନୁଭବ କରେ, ସେ ମୋତେ ପ୍ରାପ୍ତ କରି ସ୍ବୟଂ କୃତ୍ୟ କୃତ୍ୟ ହୁଏ ଏବଂ ଜୀବନକୁ କୃତାର୍ଥ କରିଥାଏ ।
♦ ପ୍ରଶ୍ନୋତ୍ତରୀ ♦
ପ୍ରଶ୍ନକର୍ତ୍ତା - ଯଶ ଗୁପ୍ତା ଭାଇ
ପ୍ରଶ୍ନ - ଆପଣ ତିନୋଟି ଜିନିଷ ଉଲ୍ଲେଖ କରିଛ - ଆତ୍ମା, ଜୀବତ୍ମା ଏବଂ ମନ । ତେବେ ମନରେ ଯାହା ଚାଲିଛି, ତାହା କଣ ଜୀବତ୍ମା ସହିତ ଚାଲିଥାଏ ନା ଶରୀର ସହିତ ରହିଥାଏ?
ଉତ୍ତର - ଯେଉଁ ଜିନିଷଗୁଡ଼ିକରେ ଆମର ଆସକ୍ତି ଆସିଯାଏ, ସେଗୁଡ଼ିକ ମନରେ ସଂସ୍କାର ହୋଇକରି ପରବର୍ତ୍ତୀ ଜନ୍ମକୁ ମଧ୍ୟ ଯାଇଥାଏ । ଛୋଟ ଆସକ୍ତି ରହିଯାଏ କିନ୍ତୁ ଯାହା ବାସନା ସମ୍ପୃକ୍ତ ତାହାର ଚାରି ସ୍ଥିତି ହୋଇଥାଏ ପ୍ରଥମ ସ୍ଥିତି ହେଉଛି ସ୍ପୃହା, ସ୍ପୃହା ଇଚ୍ଛାକୁ, ଇଚ୍ଛାରୁ କାମନା ଏବଂ କାମନାରୁ ବାସନା ଜନ୍ମ ନେଇଥାଏ । ଯାହା ଇଚ୍ଛା ସ୍ତର ପର୍ଯ୍ୟନ୍ତ ଅଛି ତାହା ରହିଯିବ । ତାହାର ସାତ୍ତ୍ୱିକ ସଂସ୍କାର ସାଥିରେ ଯିବ । ଜଣେ ଛୋଟ ବାଳକ ଜନ୍ମ ନିଅନ୍ତି, ଏବଂ ସେ ଜନ୍ମ ହେବା ମାତ୍ରେ ଗୀତାଜୀ କହିବା ଆରମ୍ଭ କରନ୍ତି । ଆଶ୍ଚର୍ଯ୍ୟ ଲାଗେ ଏତେ ଛୋଟ ପିଲା ଏହା କେଉଁଠାରୁ ପାଇଲା ? ଏଗୁଡ଼ିକ ହେଉଛି ପୂର୍ବ ଜନ୍ମର ସଂସ୍କାର।
ପ୍ରଶ୍ନକର୍ତ୍ତା - କାଳିଚରଣ ରାଜପୁତ ଜୀ ଭାଇ
ପ୍ରଶ୍ନ - ପ୍ରଥମ ଅଧ୍ୟାୟର ଏକାଦଶ ଶ୍ଳୋକରେ ପର୍ଯ୍ୟାପ୍ତ ଏବଂ ଅପର୍ଯ୍ୟାପ୍ତ ଶବ୍ଦଗୁଡ଼ିକ ଦେଖାଯାଏ । ଏହାର ଅର୍ଥ ଜାଣିବାକୁ ଚାହୁଁଛି ।
ଉତ୍ତର - ସ୍ୱାମୀ ରାମସୁଖଦାସ ମହାଶୟ ଏହାର ଅର୍ଥକୁ ଭିନ୍ନ ଭାବରେ ବ୍ୟାଖ୍ୟା କରିଛନ୍ତି, ସେଠ୍ ଜୟଦୟଲ ଗୋୟନ୍ଦକା ମହାଶୟ ଏହାକୁ ଭିନ୍ନ ଭାବରେ ବ୍ୟାଖ୍ୟା କରିଛନ୍ତି ଏବଂ ଶଙ୍କରାଚାର୍ଯ୍ୟ ମଧ୍ୟ ଏହାକୁ ଭିନ୍ନ ଭାବରେ ମଧ୍ୟ ବ୍ୟାଖ୍ୟା କରିଛନ୍ତି। ସଂସ୍କୃତ ବ୍ୟାକରଣ ଅନୁଯାୟୀ ଏହାର ଦୁଇଟି ଅର୍ଥ ଅଛି ଏବଂ ଉଭୟ ଆଚାର୍ଯ୍ୟ ଏହି ଦୁଇଟି ଅର୍ଥ ସ୍ୱୀକାର କରିଛନ୍ତି । ଜଣେ କହିଛନ୍ତି ଯେ ଆମେ ଭୀମ ଦ୍ୱାରା ସୁରକ୍ଷିତ ସେନାକୁ ସହଜରେ ଜିତାଇ ପାରିବା । ଗୋଟିଏରେ କୁହାଯାଇଛି ଯେ ପିତାମହ ଭୀଷ୍ମଙ୍କ ଦ୍ୱାରା ସୁରକ୍ଷିତ ସେନା ଜିତିବା ପାଇଁ ଅପର୍ଯ୍ୟାପ୍ତ । ଏହି ଦୁଇଟି ଅର୍ଥ ସ୍ୱାମୀଜୀ ଅଲଗା ଦେଇଛନ୍ତି, ସେଠଜୀ ମଧ୍ୟ ଅଲଗା ଦେଇଛନ୍ତି ଏବଂ ଗୁରୁ ଶଙ୍କରାଚାର୍ଯ୍ୟ ମଧ୍ୟ ଅଲଗା ଦେଇଛନ୍ତି ହେଲେ ଏଥିରେ ସେମିତି ପରିବର୍ତ୍ତନ ଦୃଶ୍ୟ ହୁଏ ନାହିଁ କିନ୍ତୁ କୁହାଯାଇଥିଲା ଯେ ସେହି ପରିସ୍ଥିତିରେ ଦୁର୍ଯ୍ୟୋଧନ ଭୟଭୀତ ହୋଇଥିଲେ ଏବଂ ଭୟ ହେତୁ ସେ ଏସବୁ କହୁଥିଲେ। ଭୀମ ଦ୍ୱାରା ସୁରକ୍ଷିତ ସେନା ଜିତିବା ସହଜ, ଏହି ଅର୍ଥଟି ଅଧିକ ଅନୁକୂଳ । ଏହା ଅଧିକ ମହତ୍ୱ ରଖେନାହିଁ । ସମସ୍ତ ଆଚାର୍ଯ୍ୟ ଉଭୟକୁ ମାନ୍ୟ କରିଛନ୍ତି । ଉଭୟ ଅର୍ଥ ସଂସ୍କୃତ ବ୍ୟାକରଣରୁ ନିଆ ଯାଇଛି, ତେଣୁ ଉଭୟ ଅର୍ଥ ମାନ୍ୟ ।
ପ୍ରଶ୍ନକର୍ତ୍ତା - ପ୍ରେମ କିଶୋର ଭାଇ
ପ୍ରଶ୍ନକର୍ତ୍ତା - ସୁନୀଲ ସମ୍ପତ ଭାଇ
ପ୍ରଶ୍ନ - ନ୍ୟାସର ମହତ୍ତ୍ବ କ’ଣ?
ଉତ୍ତର - ଯେତେବେଳେ କୌଣସି ସକାମ ଅନୁଷ୍ଠାନ କରାଯାଏ, ଅନୁଷ୍ଠାନ ପୂର୍ବରୁ ଦେବା ଦେବୀଙ୍କୁ ଆହ୍ବାନ କରିବାକୁ ହୁଏ । ଯଦି ଆମେ ଗୀତାପାଠ କୌଣସି ଏକ କାମନା ସହିତ କରୁଛୁ ଏବଂ ଅନୁଷ୍ଠାନ କରୁଛୁ ଏବଂ ଆମର ବିଶ୍ୱାସ ଅଛି ଯେ ଅନୁଷ୍ଠାନ ବଦଳରେ ଶ୍ରୀଭଗବାନ୍ ଆମର ଇଚ୍ଛା ପୂରଣ କରିବେ, ସେତେବେଳେ ନ୍ୟାସର ଆବଶ୍ୟକତା ପଡିଥାଏ, କିନ୍ତୁ ଯଦି କୌଣସି ଅନୁଷ୍ଠାନ କେବଳ ଭକ୍ତିଭାବରେ କରାଯାଏ, ସେଠାରେ ନ୍ୟାସର ଆବଶ୍ୟକତା ପଡେ ନାହିଁ ।
ପ୍ରଶ୍ନ - ଆପଣ କହିଲେ ଯେ ସମୁଦ୍ରର ଗୋଟିଏ ବୁନ୍ଦା ସମୁଦ୍ରର ଏକ ଅଂଶ ଏବଂ ଜୀବତ୍ମା ପରମାତ୍ମାଙ୍କର ଏକ ଅଂଶ, କିନ୍ତୁ ସେମାନେ କିପରି ଭିନ୍ନ ଅଟନ୍ତି ?
ଉତ୍ତର - ଆମେ ନିଜେ ନିଜକୁ ଅଲଗା ବୋଲି ଭାବିଛୁ, କିନ୍ତୁ ଭିତରୁ ଆମେ ସମାନ । ଯେତେବେଳେ ଶ୍ରୀଭଗବାନ ଜୀବତ୍ମା ସୃଷ୍ଟି କଲେ, ସେତେବେଳେ ସେ ପଞ୍ଚଭୂତ, ପ୍ରକୃତି ଏବଂ ମାୟା ମଧ୍ୟ ସୃଷ୍ଟି କଲେ । ମାୟା ମାଧ୍ୟମରେ, ଏପରି ଏକ ଖେଳ ସୃଷ୍ଟି ହେଲା ଯେ ଏଥିରେ କିଛି "କରଣୀୟ ଏବଂ ଅକରଣୀୟ" (do or don't) ରଖି ଦିଆଗଲା, ଧର୍ମ ଓ ଅଧର୍ମ ରଖି ଦିଆଗଲା। ଆମେ ଯଦି ଭୁଲ୍ କିଛି କରିବା, ତେବେ ଆମେ ପାପରେ ଭାଗୀ ହେବା ଆଉ ଭଲ କିଛି କଲେ ଧର୍ମରେ । ପରିଶେଷରେ ସବୁ କିଛି ଆମ ଉପରେ ନିର୍ଭର କରେ ।
ଏସବୁ ଏକ ସାପ-ସିଡ଼ିର ଖେଳ ସଦୃଶ । ଯଦି ଖେଳରେ ସାପ ଆସେ, ତେବେ ଆପଣଙ୍କୁ ତଳକୁ ଓହ୍ଲାଇବାକୁ ପଡିବ ଏବଂ ଯଦି ସିଡ଼ି ଆସେ, ତେବେ ଆପଣ ଶୀଘ୍ର ଶୀର୍ଷରେ ପହଞ୍ଚିବେ। ଯଦି ଖେଳରେ ଏପରି କୌଣସି ରହସ୍ୟ ନରହିବ ତେବେ ଖେଳରେ କିଛି ବି ମଜା ରହିବ ନାହିଁ ।
ପ୍ରଶ୍ନକର୍ତ୍ତା - ୠଷି କୁମାର ଘୁଙ୍ଗାନା ଭାଇ
ପ୍ରଶ୍ନ - କେହି ଦାନ ଦେଲେ ତାଙ୍କୁ ଫୁଲ ମାଳା ପିନ୍ଧା ଯାଏ, ଆଦର ସମ୍ମାନ କରାଯାଏ । କଣ ଦାନ ସମର୍ପଣ ଭାବରେ ଦିଆ ଯାଏ ନାହିଁ ? ଦାନ କିପରି କରିବା ଉଚିତ ?
ଉତ୍ତର - ଶ୍ରୀ ଭଗବାନ ୧୭ଶ ଅଧ୍ୟାୟରେ ଏହି ବିଷୟରେ କହିଛନ୍ତି। ଦାନ ତିନି ପ୍ରକାର, ସାତ୍ତ୍ୱିକ, ରାଜସିକ ଓ ତାମସିକ। କୌଣସି ଫଳର ଆଶା ନ ରଖି ଦାନ କରାଗଲେ ତାହା ସାତ୍ତ୍ୱିକ ଦାନ, ଫଳ ଆଶା ରଖି କରିଥିବା ଦାନ ରାଜସିକ କୁହାଯାଏ। ରାଜସିକ ଦାନ କିଛି ଖରାପ ନୁହେଁ। ଏଥିରେ କେବଳ କିଛି ଫଳର ଆଶା ରଖିବା ହିଁ ଅନ୍ତର। ଦାନ କଲେ ଓ ତା ବଦଳରେ ଶୀଘ୍ର କିଛି ମିଳିଯିବ, ତାହା ବ୍ୟାଙ୍କରେ ତୁରନ୍ତ ଟଙ୍କା ମିଳିବା ପରି। କିନ୍ତୁ ଦାନ କରି କିଛି ଆଶା ନ ରଖିବା ଅର୍ଥ ପୁଣ୍ୟ ସଂଗୃହିତ ହୋଇଯିବା, ବ୍ୟାଙ୍କରେ ଦୀର୍ଘ କାଳୀନ ଜମା ପରି।
ପ୍ରଶ୍ନକର୍ତ୍ତା - ରାକେଶ କୁମାର ଭାଇ
ପ୍ରଶ୍ନ - ଆତ୍ମା ଅମର ଅଟେ । କଣ ଶ୍ରାଦ୍ଧ ପାଇଁ ଗୋଟିଏ ବର୍ଷ ସମୟ ସୀମା ଅଧିକତମ ?
ଉତ୍ତର - ଶ୍ରାଦ୍ଧ କର୍ମ ଯେଉଁ କରାଯାଏ ତାହା ଆତ୍ମା ପାଇଁ ଉଦ୍ଧିଷ୍ଟ ନୁହେଁ। ଆତ୍ମା କେଉଁ ଯୋନିରେ ପ୍ରବେଶ କରିବ ସେଥିପାଇଁ କରା ଯାଇଥାଏ। କେହି ମୃତ୍ୟୁ ପରେ ପୁଣ୍ୟ କର୍ମ ଯୋଗୁ ପିତୃଲୋକକୁ ଚାଲିଯାଏ ଓ ପିତୃ ହୋଇଯାଏ। ଯେବେ ଆମେ ଶ୍ରାଦ୍ଧ କରୁ ତେବେ ପିତୃଲୋକରୁ ଆଶୀର୍ବାଦ ଦିଅନ୍ତି। ପିତୃଲୋକରେ ଆମର ପୁର୍ବଜ ଆମେ କଣ କରୁଛୁ ତାହା ଦେଖିଥାନ୍ତି। କିନ୍ତୁ ଦେବ ଲୋକରେ ଏ ସୁବିଧା ନାହିଁ। ଯଦି ଆମର ପୁର୍ବଜ ଅନ୍ୟ ଯୋନିରେ ଜନ୍ମ ନେଲେ, ଯେପରିକି କୁକୁର, ବିରାଡ଼ି, ବାଘ ଇତ୍ୟାଦି, ଆପଣଙ୍କ ଦ୍ବାରା କରା ଯାଇଥିବା ଶ୍ରାଦ୍ଧ କର୍ମ ଯୋଗୁଁ ତାଙ୍କୁ ଆହାର ମିଳିଥାଏ। ଯେବେ କେହି ପ୍ରେତ ଯୋନିରେ ଚାଲିଯାଏ ତେବେ ତାଙ୍କର କେବଳ ଗୋଟିଏ ତତ୍ତ୍ଵ ବାୟୁ ତତ୍ତ୍ଵର ଶରୀର ହୋଇଥାଏ। ତାଙ୍କୁ ଭୋକ ବହୁତ ଲାଗେ କିନ୍ତୁ ଖାଇ ପାରନ୍ତି ନାହିଁ। ବର୍ଷରେ ଥରେ କରାଯାଇଥିବା ତର୍ପଣ ହିଁ ତାଙ୍କୁ ଆହାର ଯୋଗାଇ ଥାଏ। ସେ ସୁଖ ଯୋନିରେ ଥିଲେ ନିଜର ବଂଶଜଙ୍କୁ ଆଶୀର୍ବାଦ ଦିଅନ୍ତି, ଦୁଃଖ ଯୋନିରେ ଥିଲେ ତାଙ୍କୁ ତୃପ୍ତି ମିଳେ ଏବଂ ଏହି ଦୁଇ କର୍ମରେ ଆମକୁ ପୁଣ୍ୟ ପ୍ରାପ୍ତ ହୋଇଥାଏ।
ପ୍ରଶ୍ନ - ଗୀତାରେ ବହୁ ସ୍ଥାନରେ ଶ୍ରୀ ଭଗବାନ କହିଛନ୍ତି ଯେ ତୁମେ ମୋର ଶରଣରେ ଆସ। କ'ଣ ଏହାର ଅର୍ଥ ଆମେ ଅନ୍ୟ ଦେବା ଦେବୀଙ୍କୁ ପୂଜା କରିବା ଅନୁଚିତ।
ଉତ୍ତର - ଭଗବଦ୍ଗୀତାରେ କୌଣସି ଠାରେ ଏହା କୁହାଯାଇ ନାହିଁ କି ଅନ୍ୟ ଦେବଦେବୀଙ୍କୁ ପୂଜା ନକରିବା ପାଇଁ। ସମସ୍ତ ଦେବତା ଯଥା, ସୂର୍ଯ୍ୟ, ଚନ୍ଦ୍ର, ଇନ୍ଦ୍ର ଇତ୍ୟାଦି ଶ୍ରୀଭାଗବନଙ୍କ ଅଧୀନରେ କାର୍ଯ୍ୟ କରନ୍ତି । ତାଙ୍କର ଯେଉଁ ଶକ୍ତି, ତାହା ଭଗବାନଙ୍କ ଦ୍ଵାରା ପ୍ରଦତ୍ତ। ମହାଭାରତରେ ଏକ ଲକ୍ଷ ଶ୍ଳୋକରେ କେଉଁଠି ବାସୁଦେବ ଉବାଚ, କୃଷ୍ଣ ଉବାଚ, କେଶବ ଉବାଚ ରହିଛି, କିନ୍ତୁ ଭଗବଦ୍ଗୀତାର ଏହି ଅଠର ଅଧ୍ୟାୟରେ କେବଳ ଶ୍ରୀଭଗବାନ ଉବାଚ ଉଲ୍ଲେଖ ରହିଛି। ସବୁ ଅଧ୍ୟାୟରେ ଶ୍ରୀକୃଷ୍ଣ ଯେଉଁଠି କିଛି କହିଛନ୍ତି, ସେ ଶ୍ରୀକୃଷ୍ଣ ରୂପରେ ନୁହେଁ ବରଂ ପରମବ୍ରହ୍ମ ପରମାତ୍ମା ରୂପରେ କହିଛନ୍ତି। ଯଦି ଆମର ଇଷ୍ଟ ଦେବ ଶିବ ତେବେ ଶିବ ଉବାଚ ଯଦି ଦୁର୍ଗା ତେବେ ଦୁର୍ଗାଉବାଚ ଯଦି ରାମ ତେବେ ରାମଉବାଚ । ଶ୍ରୀଭାଗବନ କହୁଛନ୍ତି, ଯେଉଁ ମାନେ ସାତ୍ତ୍ୱିକ, ସେମାନେ ଦେବତାମାନଙ୍କର ପୂଜା କରନ୍ତି । ଆଦିଶଙ୍କରାଚାର୍ଯ୍ୟ ପଞ୍ଚ ଦେବତାଙ୍କ ପୂଜା ପାଇଁ କହିଛନ୍ତି। ଏଥିରେ ସର୍ବ ପ୍ରଥମେ ସୂର୍ଯ୍ୟ ଭଗବାନଙ୍କୁ ଜଳ ଦାନ କରିବା ଉଚିତ । ଗୃହ ମନ୍ଦିରରେ ଶ୍ରୀକୃଷ୍ଣ, ଶିବ, ଦେବୀ ଓ ଶ୍ରୀ ଗଣେଶଙ୍କ ବିଗ୍ରହ ହେବା ଉଚିତ। ଏହା ଠାରୁ ଅଧିକ ଦେବ ଦେବୀଙ୍କୁ ଯଦି ରଖିବାକୁ ଚାହାନ୍ତି, ତେବେ ତାହା ବ୍ୟକ୍ତିଗତ।
ଏହା ପରେ ହରି ନାମ ସଙ୍କୀର୍ତ୍ତନ ସହିତ ସତ୍ର ସମାପ୍ତ ହେଲା।
♦ ଓଁ ଶ୍ରୀ କୃଷ୍ଣାର୍ପଣମସ୍ତୁ ♦
ଅର୍ଜୁନଙ୍କର ଦୁଇଟି ନାମ ଶ୍ରୀଭଗବାନଙ୍କୁ ଅତ୍ୟନ୍ତ ପ୍ରିୟ - ଅନୁସୂୟ ଏବଂ ଅନଘ । ଅନୁସୂୟ ହେଉଛନ୍ତି ଜଣେ ଯିଏ ଅନ୍ୟକୁ ସମାଲୋଚନା କରନ୍ତି ନାହିଁ, ଅନ୍ୟମାନଙ୍କରେ ତ୍ରୁଟି ଖୋଜନ୍ତି ନାହିଁ ଏବଂ ଅନ୍ୟମାନଙ୍କ ବିଷୟରେ କଦାପି ଖରାପ କଥା କୁହନ୍ତି ନାହିଁ । ସେ କେବେ କାହା ଭିତରେ କିଛି ଖରାପ ଦେଖନ୍ତି ନାହିଁ । ଅର୍ଜୁନ ଏହିପରି ହିଁ, ସେ କାହା ଭିତରେ ମନ୍ଦ ଦେଖନ୍ତି ନାହିଁ ।
ଅନ୍ୟ ନାମଟି ହେଉଛି ଅନଘ, ଯାହାର ଅର୍ଥ ହେଉଛି ଏପରି ଏକ ବ୍ୟକ୍ତି ଯିଏ କେବେ କୌଣସି ପାପ କରି ନାହିଁ କିମ୍ବା ଯିଏ ସମ୍ପୂର୍ଣ୍ଣ ନିଷ୍ପାପ। ଅର୍ଜୁନଙ୍କ ଜୀବନ ପାପଶୂନ୍ୟ ଥିଲା । ଅର୍ଜୁନ ବରଂ କଷ୍ଟ ବରିଛନ୍ତି, କିନ୍ତୁ କେବେ କୌଣସି ପାପ କରି ନାହାଁନ୍ତି।
ଶ୍ରୀ ଭଗବାନ୍ କୁହନ୍ତି, “ହେ ପାପଶୂନ୍ୟ ଅର୍ଜୁନ! ଏହା ହେଉଛି ସବୁଠାରୁ ଗୁହ୍ୟତମ ଠୁ ବି ଗୁହ୍ୟତମ ଶାସ୍ତ୍ର, ଏଠାରେ ଶ୍ରୀ ଭଗବାନ୍ ଗୁହ୍ୟ କିମ୍ବା ଗୁହ୍ୟତର କଥା କହି ନାହାଁନ୍ତି, ସେ ଗୁହ୍ୟତମ କଥା କହିଛନ୍ତି। ଶ୍ରୀ ଭଗବାନ୍ କହିଛନ୍ତି, ଯେ ଏହି ଶାସ୍ତ୍ରର ତତ୍ତ୍ବକୁ ବିସ୍ତୃତ ଭାବରେ ଜାଣିବା ଦ୍ୱାରା ଜୀବ ଜ୍ଞାନବାନ ଏବଂ କୃତାର୍ଥ ହୋଇଯାନ୍ତି । ଯିଏ ମୋତେ ତତ୍ତ୍ୱରୁ ଜାଣିନେଲା, ସେ ହିଁ ମୋତେ ପ୍ରାପ୍ତ ହୋଇପାରେ ।
जानत तुम्हहि तुम्हहि होहि जाहि।
ଯିଏ ତତ୍ତ୍ୱ ଦୃଷ୍ଟିରେ ଏହାକୁ ଅନୁଭବ କରେ, ସେ ମୋତେ ପ୍ରାପ୍ତ କରି ସ୍ବୟଂ କୃତ୍ୟ କୃତ୍ୟ ହୁଏ ଏବଂ ଜୀବନକୁ କୃତାର୍ଥ କରିଥାଏ ।
ଅର୍ଜୁନ ଏବଂ ଶ୍ରୀ ଭଗବାନଙ୍କ ମଧ୍ୟରେ ଏହି ପୁରୁଷୋତ୍ତମ ଯୋଗର ସମ୍ବାଦ ଏଠାରେ ସମାପ୍ତ ହୋଇଥିଲା ।
♦ ପ୍ରଶ୍ନୋତ୍ତରୀ ♦
ପ୍ରଶ୍ନକର୍ତ୍ତା - ଯଶ ଗୁପ୍ତା ଭାଇ
ପ୍ରଶ୍ନ - ଆପଣ ତିନୋଟି ଜିନିଷ ଉଲ୍ଲେଖ କରିଛ - ଆତ୍ମା, ଜୀବତ୍ମା ଏବଂ ମନ । ତେବେ ମନରେ ଯାହା ଚାଲିଛି, ତାହା କଣ ଜୀବତ୍ମା ସହିତ ଚାଲିଥାଏ ନା ଶରୀର ସହିତ ରହିଥାଏ?
ଉତ୍ତର - ଯେଉଁ ଜିନିଷଗୁଡ଼ିକରେ ଆମର ଆସକ୍ତି ଆସିଯାଏ, ସେଗୁଡ଼ିକ ମନରେ ସଂସ୍କାର ହୋଇକରି ପରବର୍ତ୍ତୀ ଜନ୍ମକୁ ମଧ୍ୟ ଯାଇଥାଏ । ଛୋଟ ଆସକ୍ତି ରହିଯାଏ କିନ୍ତୁ ଯାହା ବାସନା ସମ୍ପୃକ୍ତ ତାହାର ଚାରି ସ୍ଥିତି ହୋଇଥାଏ ପ୍ରଥମ ସ୍ଥିତି ହେଉଛି ସ୍ପୃହା, ସ୍ପୃହା ଇଚ୍ଛାକୁ, ଇଚ୍ଛାରୁ କାମନା ଏବଂ କାମନାରୁ ବାସନା ଜନ୍ମ ନେଇଥାଏ । ଯାହା ଇଚ୍ଛା ସ୍ତର ପର୍ଯ୍ୟନ୍ତ ଅଛି ତାହା ରହିଯିବ । ତାହାର ସାତ୍ତ୍ୱିକ ସଂସ୍କାର ସାଥିରେ ଯିବ । ଜଣେ ଛୋଟ ବାଳକ ଜନ୍ମ ନିଅନ୍ତି, ଏବଂ ସେ ଜନ୍ମ ହେବା ମାତ୍ରେ ଗୀତାଜୀ କହିବା ଆରମ୍ଭ କରନ୍ତି । ଆଶ୍ଚର୍ଯ୍ୟ ଲାଗେ ଏତେ ଛୋଟ ପିଲା ଏହା କେଉଁଠାରୁ ପାଇଲା ? ଏଗୁଡ଼ିକ ହେଉଛି ପୂର୍ବ ଜନ୍ମର ସଂସ୍କାର।
ପ୍ରଶ୍ନକର୍ତ୍ତା - କାଳିଚରଣ ରାଜପୁତ ଜୀ ଭାଇ
ପ୍ରଶ୍ନ - ପ୍ରଥମ ଅଧ୍ୟାୟର ଏକାଦଶ ଶ୍ଳୋକରେ ପର୍ଯ୍ୟାପ୍ତ ଏବଂ ଅପର୍ଯ୍ୟାପ୍ତ ଶବ୍ଦଗୁଡ଼ିକ ଦେଖାଯାଏ । ଏହାର ଅର୍ଥ ଜାଣିବାକୁ ଚାହୁଁଛି ।
ଉତ୍ତର - ସ୍ୱାମୀ ରାମସୁଖଦାସ ମହାଶୟ ଏହାର ଅର୍ଥକୁ ଭିନ୍ନ ଭାବରେ ବ୍ୟାଖ୍ୟା କରିଛନ୍ତି, ସେଠ୍ ଜୟଦୟଲ ଗୋୟନ୍ଦକା ମହାଶୟ ଏହାକୁ ଭିନ୍ନ ଭାବରେ ବ୍ୟାଖ୍ୟା କରିଛନ୍ତି ଏବଂ ଶଙ୍କରାଚାର୍ଯ୍ୟ ମଧ୍ୟ ଏହାକୁ ଭିନ୍ନ ଭାବରେ ମଧ୍ୟ ବ୍ୟାଖ୍ୟା କରିଛନ୍ତି। ସଂସ୍କୃତ ବ୍ୟାକରଣ ଅନୁଯାୟୀ ଏହାର ଦୁଇଟି ଅର୍ଥ ଅଛି ଏବଂ ଉଭୟ ଆଚାର୍ଯ୍ୟ ଏହି ଦୁଇଟି ଅର୍ଥ ସ୍ୱୀକାର କରିଛନ୍ତି । ଜଣେ କହିଛନ୍ତି ଯେ ଆମେ ଭୀମ ଦ୍ୱାରା ସୁରକ୍ଷିତ ସେନାକୁ ସହଜରେ ଜିତାଇ ପାରିବା । ଗୋଟିଏରେ କୁହାଯାଇଛି ଯେ ପିତାମହ ଭୀଷ୍ମଙ୍କ ଦ୍ୱାରା ସୁରକ୍ଷିତ ସେନା ଜିତିବା ପାଇଁ ଅପର୍ଯ୍ୟାପ୍ତ । ଏହି ଦୁଇଟି ଅର୍ଥ ସ୍ୱାମୀଜୀ ଅଲଗା ଦେଇଛନ୍ତି, ସେଠଜୀ ମଧ୍ୟ ଅଲଗା ଦେଇଛନ୍ତି ଏବଂ ଗୁରୁ ଶଙ୍କରାଚାର୍ଯ୍ୟ ମଧ୍ୟ ଅଲଗା ଦେଇଛନ୍ତି ହେଲେ ଏଥିରେ ସେମିତି ପରିବର୍ତ୍ତନ ଦୃଶ୍ୟ ହୁଏ ନାହିଁ କିନ୍ତୁ କୁହାଯାଇଥିଲା ଯେ ସେହି ପରିସ୍ଥିତିରେ ଦୁର୍ଯ୍ୟୋଧନ ଭୟଭୀତ ହୋଇଥିଲେ ଏବଂ ଭୟ ହେତୁ ସେ ଏସବୁ କହୁଥିଲେ। ଭୀମ ଦ୍ୱାରା ସୁରକ୍ଷିତ ସେନା ଜିତିବା ସହଜ, ଏହି ଅର୍ଥଟି ଅଧିକ ଅନୁକୂଳ । ଏହା ଅଧିକ ମହତ୍ୱ ରଖେନାହିଁ । ସମସ୍ତ ଆଚାର୍ଯ୍ୟ ଉଭୟକୁ ମାନ୍ୟ କରିଛନ୍ତି । ଉଭୟ ଅର୍ଥ ସଂସ୍କୃତ ବ୍ୟାକରଣରୁ ନିଆ ଯାଇଛି, ତେଣୁ ଉଭୟ ଅର୍ଥ ମାନ୍ୟ ।
ପ୍ରଶ୍ନକର୍ତ୍ତା - ପ୍ରେମ କିଶୋର ଭାଇ
ପ୍ରଶ୍ନ ୧ - ପଞ୍ଚଦଶ ଅଧ୍ୟାୟର ଶେଷରେ ଭାରତ ଶବ୍ଦର ଉଲ୍ଲେଖ ଅଛି । ସେତେବେଳେ ତ ଭାରତ ଏକ ଦେଶ ନଥିଲା। ତେବେ ଏହାର ଅର୍ଥ କ’ଣ?
ଉତ୍ତର - ଏହା ଭାରତ ଦେଶର ଉଲ୍ଲେଖ ନୁହେଁ । ଅର୍ଜୁନ ଭରତବଂଶୀ ଥିଲେ, ସେଥିପାଇଁ ତାଙ୍କୁ ଭIରତ କୁହାଯାଉଥିଲା।
ପ୍ରଶ୍ନ ୨ - ପଣ୍ଡିତ ମହାଶୟ ପୂଜା ସମୟରେ ପେଣ୍ଡାଲ୍ରେ ମନ୍ତ୍ର ପାଠ କରନ୍ତି, ହେଲେ କିଛି ବୁଝା ପଡେ ନାହିଁ । ତେବେ ତାହାକୁ କେବଳ ଶୁଣିଲେ କ'ଣ ତାହାର ପ୍ରଭାବ ହୁଏ ?
ଉତ୍ତର - ଶ୍ଳୋକର ଶୁଦ୍ଧ ଉଚ୍ଚାରଣ ଏବଂ ଆମେ ତାହାକୁ ବୁଝିପାରିବା - ଏ ଦୁଇଟି ମଧ୍ୟରେ ବିଶେଷ କିଛି ସମ୍ପର୍କ ନଥାଏ। ଦୁଇଟି କାର୍ଯ୍ୟର ଅଲଗା ଅଲଗା ପ୍ରଭାବ ଥାଏ। ଯଦି ସେଗୁଡିକ ଶୁଦ୍ଧ ଭାବରେ ଉଚ୍ଚାରଣ କରାଯାଏ ନାହିଁ, ସେଗୁଡିକ ସେତେ ମାତ୍ରାରେ ପ୍ରଭାବଶାଳୀ ହେବେ ନାହିଁ । ୱାଇ-ଫାଇ ପାସୱାର୍ଡକୁ ଦେଖନ୍ତୁ, ଆପଣ ପାସୱାର୍ଡ ଦେବା ମାତ୍ରେ ୱାଇ-ଫାଇ କାମ କରିବା ଆରମ୍ଭ କରିଦିଏ । ଏହା ପଛରେ କେଉଁ ଟେକ୍ନୋଲୋଜି ବ୍ୟବହୃତ ହୋଇଛି ତାହା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ । କେଉଁ ଫ୍ରିକ୍ୱେନ୍ସିରେ ଏହା ସଂଯୋଗ ହେଲା, ତାହାର ଚ୍ୟାନେଲ୍ କ’ଣ ? ଆପଣଙ୍କୁ ସେସବୁ କିଛି ଜାଣିବା ଆବଶ୍ୟକ ନାହିଁ । ସେହିଭଳି ପଣ୍ଡିତ ଶ୍ଲୋକ ପାଠ କରନ୍ତି, ଆମେ ସେଗୁଡ଼ିକୁ ବୁଝୁ କି ନବୁଝୁ କିନ୍ତୁ ଯଦି ସେ ସଠିକ୍ ଭାବରେ ପଢ଼ନ୍ତି ତେବେ ବାୟୁମଣ୍ଡଳରେ ତାହା କାର୍ଯ୍ୟ କରିଥାଏ । ଆପଣ ଏହାକୁ ଆପଣଙ୍କ ଜୀବନରେ ଆପଣେଇବା ପାଇଁ ହେଲେ ଶ୍ଳୋକଗୁଡ଼ିକର ଅର୍ଥ ବୁଝିବାକୁ ପଡିବ । ଏଗୁଡ଼ିକର ଦୁଇଟି ପ୍ରଭାବ ରହିଛି । ଗୋଟିଏ ମନ୍ତ୍ରାତ୍ମକ ପ୍ରଭାବ ଏବଂ ଅନ୍ୟଟି ଜୀବନାତ୍ମକ ପ୍ରଭାବ । ମନ୍ତ୍ରାତ୍ମକ ପ୍ରଭାବ ପାଇଁ ଶ୍ଳୋକଗୁଡ଼ିକୁ ବୁଝିବାର ଆବଶ୍ୟକତା ନାହିଁ, ସେମାନେ ବାୟୁମଣ୍ଡଳରେ ସେମାନଙ୍କର କାର୍ଯ୍ୟ କରୁଛନ୍ତି । ଜୀବନାତ୍ମକ ପ୍ରଭାବ ପାଇବାକୁ ସେମାନଙ୍କୁ ବୁଝିବାର ଆବଶ୍ୟକତା ଅଛି । ଆମ ଗୀତା କକ୍ଷାରେ, ପ୍ରଶିକ୍ଷକ ସଠିକ୍ ଉଚ୍ଚାରଣ ସହିତ ବ୍ୟାଖ୍ୟା କରିବା ହେତୁ ମନ୍ତ୍ରଗୁଡ଼ିକ ସେମାନଙ୍କର କାର୍ଯ୍ୟ କରନ୍ତି ଏବଂ ଆମେ ଏକପ୍ରକାର ସନ୍ତୋଷ ଅନୁଭବ କରୁ । ଏପରି ଲାଗେ ଶ୍ଳୋକ ଗୁଡ଼ିକ ଆମ ଉପରେ କିଛି ପ୍ରଭାବ ପକାଉଛି ଏବଂ ଆମେ ଶାନ୍ତି ଅନୁଭବ କରୁ।
ପ୍ରଶ୍ନକର୍ତ୍ତା - ସୁନୀଲ ସମ୍ପତ ଭାଇ
ପ୍ରଶ୍ନ - ନ୍ୟାସର ମହତ୍ତ୍ବ କ’ଣ?
ଉତ୍ତର - ଯେତେବେଳେ କୌଣସି ସକାମ ଅନୁଷ୍ଠାନ କରାଯାଏ, ଅନୁଷ୍ଠାନ ପୂର୍ବରୁ ଦେବା ଦେବୀଙ୍କୁ ଆହ୍ବାନ କରିବାକୁ ହୁଏ । ଯଦି ଆମେ ଗୀତାପାଠ କୌଣସି ଏକ କାମନା ସହିତ କରୁଛୁ ଏବଂ ଅନୁଷ୍ଠାନ କରୁଛୁ ଏବଂ ଆମର ବିଶ୍ୱାସ ଅଛି ଯେ ଅନୁଷ୍ଠାନ ବଦଳରେ ଶ୍ରୀଭଗବାନ୍ ଆମର ଇଚ୍ଛା ପୂରଣ କରିବେ, ସେତେବେଳେ ନ୍ୟାସର ଆବଶ୍ୟକତା ପଡିଥାଏ, କିନ୍ତୁ ଯଦି କୌଣସି ଅନୁଷ୍ଠାନ କେବଳ ଭକ୍ତିଭାବରେ କରାଯାଏ, ସେଠାରେ ନ୍ୟାସର ଆବଶ୍ୟକତା ପଡେ ନାହିଁ ।
ପ୍ରଶ୍ନକର୍ତ୍ତା - ବିନୋଦ କୁମାର ଭାଇ
ପ୍ରଶ୍ନ - ଆପଣ କହିଲେ ଯେ ସମୁଦ୍ରର ଗୋଟିଏ ବୁନ୍ଦା ସମୁଦ୍ରର ଏକ ଅଂଶ ଏବଂ ଜୀବତ୍ମା ପରମାତ୍ମାଙ୍କର ଏକ ଅଂଶ, କିନ୍ତୁ ସେମାନେ କିପରି ଭିନ୍ନ ଅଟନ୍ତି ?
ଉତ୍ତର - ଆମେ ନିଜେ ନିଜକୁ ଅଲଗା ବୋଲି ଭାବିଛୁ, କିନ୍ତୁ ଭିତରୁ ଆମେ ସମାନ । ଯେତେବେଳେ ଶ୍ରୀଭଗବାନ ଜୀବତ୍ମା ସୃଷ୍ଟି କଲେ, ସେତେବେଳେ ସେ ପଞ୍ଚଭୂତ, ପ୍ରକୃତି ଏବଂ ମାୟା ମଧ୍ୟ ସୃଷ୍ଟି କଲେ । ମାୟା ମାଧ୍ୟମରେ, ଏପରି ଏକ ଖେଳ ସୃଷ୍ଟି ହେଲା ଯେ ଏଥିରେ କିଛି "କରଣୀୟ ଏବଂ ଅକରଣୀୟ" (do or don't) ରଖି ଦିଆଗଲା, ଧର୍ମ ଓ ଅଧର୍ମ ରଖି ଦିଆଗଲା। ଆମେ ଯଦି ଭୁଲ୍ କିଛି କରିବା, ତେବେ ଆମେ ପାପରେ ଭାଗୀ ହେବା ଆଉ ଭଲ କିଛି କଲେ ଧର୍ମରେ । ପରିଶେଷରେ ସବୁ କିଛି ଆମ ଉପରେ ନିର୍ଭର କରେ ।
ଏସବୁ ଏକ ସାପ-ସିଡ଼ିର ଖେଳ ସଦୃଶ । ଯଦି ଖେଳରେ ସାପ ଆସେ, ତେବେ ଆପଣଙ୍କୁ ତଳକୁ ଓହ୍ଲାଇବାକୁ ପଡିବ ଏବଂ ଯଦି ସିଡ଼ି ଆସେ, ତେବେ ଆପଣ ଶୀଘ୍ର ଶୀର୍ଷରେ ପହଞ୍ଚିବେ। ଯଦି ଖେଳରେ ଏପରି କୌଣସି ରହସ୍ୟ ନରହିବ ତେବେ ଖେଳରେ କିଛି ବି ମଜା ରହିବ ନାହିଁ ।
ଯେତେବେଳେ ଶ୍ରୀଭଗବାନ ଏହି ବ୍ରହ୍ମାଣ୍ଡ ସୃଷ୍ଟି କଲେ, ସେ ଆନନ୍ଦ ପାଇଁ ମାୟା ସୃଷ୍ଟି କଲେ । ସତ୍ତ୍ଵଗୁଣ ସହିତ ତମୋଗୁଣ ସୃଷ୍ଟି କଲେ । ଯଦି ତମୋ ରହିବ ନାହିଁ, ତେବେ ସତ୍ତ୍ଵର ଗୁରୁତ୍ୱ ରହିବ ନାହିଁ । ଯଦି ସମସ୍ତେ ଭଲ ତେବେ ଖରାପକୁ କିପରି ଚିହ୍ନଟ କରାଯିବ ? କଳା ଏବଂ ଧଳା ହେବା ମଧ୍ୟରେ ପାର୍ଥକ୍ୟ ଅଛି, ଭଲ ଏବଂ ଖରାପର ପାର୍ଥକ୍ୟ ଅଛି ଏବଂ ଯଦି ଏହି ସବୁ ଜିନିଷ ସମାନ ହୋଇଯାଏ ତେବେ ଦୁନିଆର ପ୍ରତ୍ୟେକ ରସ ଗୋଟିଏ ପ୍ରକାର ହୋଇଯିବ । ଯଦି କୌଣସି ସତ୍ତ୍ଵ ଏବଂ ତମୋ ନାହିଁ ସବୁକିଛି ସମାନ ହୋଇଯାଏ। ଶ୍ରୀ ଭଗବାନ ଏହି ତିନୋଟି ଗୁଣ - ସତ୍ତ୍ଵ , ରଜୋ, ତମୋ ସୃଷ୍ଟି କରି ସମଗ୍ର ପ୍ରକୃତି ରଚନା କଲେ । ଯଦି ସତ୍ତ୍ଵଗୁଣ ବଢିବ ତେବେ ସକାରାତ୍ମକତା ବଢିବ, ଆଉ ଯଦି ତମୋଗୁଣ ବଢିବ ତେବେ ନକାରାତ୍ମକତା I
ଏସବୁକୁ ସନ୍ତୁଳିତ ରଖିବା ପାଇଁ ଶ୍ରୀ ଭଗବାନ ମନୁଷ୍ୟକୁ ଏପରି କରିବାର ଅଧିକାର ଦେଇଛନ୍ତି । ଯେତେବେଳେ ଆମେ ପିଲାମାନଙ୍କୁ ଖର୍ଚ୍ଚ କରିବାକୁ ହାତ ଖର୍ଚ୍ଚ ଟଙ୍କା ଦେଇଥାଉ, ଆମର ଅର୍ଥ ହେଉଛି ପିଲାମାନେ ଏହାକୁ କେବଳ କିଛି ଭଲ ପାଇଁ ଖର୍ଚ୍ଚ କରିବା ଉଚିତ୍ । ପିଲାମାନେ ଚାହିଁଲେ ଭୁଲ୍ ପାଇଁ ଏହାକୁ ବ୍ୟବହାର କରିବାର ଅଧିକାର ପାଇଛନ୍ତି । ତାଙ୍କୁ ହାତ ଖର୍ଚ୍ଚ ଟଙ୍କା ଦେବା ପରେ ଆମେ ତାଙ୍କ ଗତିବିଧି ଅନୁସରଣ କରୁନା କି? ତେଣୁ ଏହି ଅଧିକାର ତାଙ୍କ ସହିତ ଆସେ ଯେ ଯଦି ସେ ଚାହାଁନ୍ତି, ତେବେ ସେ ଭୁଲ୍ କାମ ପାଇଁ ମଧ୍ୟ ଏହାକୁ ବ୍ୟବହାର କରିପାରିବେ । ଆମେ କେବଳ ଭଗବାନ ଶ୍ରୀଭଗବା ଙ୍କ ଐଶ୍ୱରୀୟ ଶକ୍ତି ଦ୍ୱାରା ଭଲ କାର୍ଯ୍ୟ ଏବଂ ଖରାପ କାର୍ଯ୍ୟ କରିଥାଉ । ଏହି ଅଧିକାରର ଚୟନ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କେବଳ ଆମର ବିବେକ ଉପରେ ଅଛି । ଆମେ ଶ୍ରୀ ଭଗବାନ ଦେଇଥିବା ଅଧିକାରର ଅପବ୍ୟବହାର କରିପାରିବା, କିନ୍ତୁ ଶ୍ରୀ ଭଗବାନ କେବଳ ଚାହାଁନ୍ତି ଯେ ଆମେ ପୂଣ୍ୟ କାର୍ଯ୍ୟ କରିବା ଏବଂ ତା’ପରେ ତାଙ୍କ ସହିତ ବିଲୀନ ହୋଇଯିବା । କିନ୍ତୁ ଆମେ କାମନା, ବାସନାରେ ମଗ୍ନ ରହିଥାଉ - ମୋତେ ଏହା ଆବଶ୍ୟକ, ମୋର ତାହା ମଧ୍ୟ ଆବଶ୍ୟକ। ଏହା ଯଦି ମିଳିଯାଏ ତେବେ ଏଥିରେ ବହୁତ ଆନନ୍ଦ ଅଛି, ଏହାଠାରୁ ଅଧିକ କିଛି ମିଳିଲେ ଆହୁରି ଆନନ୍ଦ - ଏହିପରି ମାୟା ସବୁରେ ଆମେ ଛନ୍ଦି ହୋଇଯାଉ।
ପ୍ରଶ୍ନକର୍ତ୍ତା - ୠଷି କୁମାର ଘୁଙ୍ଗାନା ଭାଇ
ପ୍ରଶ୍ନ - କେହି ଦାନ ଦେଲେ ତାଙ୍କୁ ଫୁଲ ମାଳା ପିନ୍ଧା ଯାଏ, ଆଦର ସମ୍ମାନ କରାଯାଏ । କଣ ଦାନ ସମର୍ପଣ ଭାବରେ ଦିଆ ଯାଏ ନାହିଁ ? ଦାନ କିପରି କରିବା ଉଚିତ ?
ଉତ୍ତର - ଶ୍ରୀ ଭଗବାନ ୧୭ଶ ଅଧ୍ୟାୟରେ ଏହି ବିଷୟରେ କହିଛନ୍ତି। ଦାନ ତିନି ପ୍ରକାର, ସାତ୍ତ୍ୱିକ, ରାଜସିକ ଓ ତାମସିକ। କୌଣସି ଫଳର ଆଶା ନ ରଖି ଦାନ କରାଗଲେ ତାହା ସାତ୍ତ୍ୱିକ ଦାନ, ଫଳ ଆଶା ରଖି କରିଥିବା ଦାନ ରାଜସିକ କୁହାଯାଏ। ରାଜସିକ ଦାନ କିଛି ଖରାପ ନୁହେଁ। ଏଥିରେ କେବଳ କିଛି ଫଳର ଆଶା ରଖିବା ହିଁ ଅନ୍ତର। ଦାନ କଲେ ଓ ତା ବଦଳରେ ଶୀଘ୍ର କିଛି ମିଳିଯିବ, ତାହା ବ୍ୟାଙ୍କରେ ତୁରନ୍ତ ଟଙ୍କା ମିଳିବା ପରି। କିନ୍ତୁ ଦାନ କରି କିଛି ଆଶା ନ ରଖିବା ଅର୍ଥ ପୁଣ୍ୟ ସଂଗୃହିତ ହୋଇଯିବା, ବ୍ୟାଙ୍କରେ ଦୀର୍ଘ କାଳୀନ ଜମା ପରି।
ପ୍ରଶ୍ନକର୍ତ୍ତା - ରାକେଶ କୁମାର ଭାଇ
ପ୍ରଶ୍ନ - ଆତ୍ମା ଅମର ଅଟେ । କଣ ଶ୍ରାଦ୍ଧ ପାଇଁ ଗୋଟିଏ ବର୍ଷ ସମୟ ସୀମା ଅଧିକତମ ?
ଉତ୍ତର - ଶ୍ରାଦ୍ଧ କର୍ମ ଯେଉଁ କରାଯାଏ ତାହା ଆତ୍ମା ପାଇଁ ଉଦ୍ଧିଷ୍ଟ ନୁହେଁ। ଆତ୍ମା କେଉଁ ଯୋନିରେ ପ୍ରବେଶ କରିବ ସେଥିପାଇଁ କରା ଯାଇଥାଏ। କେହି ମୃତ୍ୟୁ ପରେ ପୁଣ୍ୟ କର୍ମ ଯୋଗୁ ପିତୃଲୋକକୁ ଚାଲିଯାଏ ଓ ପିତୃ ହୋଇଯାଏ। ଯେବେ ଆମେ ଶ୍ରାଦ୍ଧ କରୁ ତେବେ ପିତୃଲୋକରୁ ଆଶୀର୍ବାଦ ଦିଅନ୍ତି। ପିତୃଲୋକରେ ଆମର ପୁର୍ବଜ ଆମେ କଣ କରୁଛୁ ତାହା ଦେଖିଥାନ୍ତି। କିନ୍ତୁ ଦେବ ଲୋକରେ ଏ ସୁବିଧା ନାହିଁ। ଯଦି ଆମର ପୁର୍ବଜ ଅନ୍ୟ ଯୋନିରେ ଜନ୍ମ ନେଲେ, ଯେପରିକି କୁକୁର, ବିରାଡ଼ି, ବାଘ ଇତ୍ୟାଦି, ଆପଣଙ୍କ ଦ୍ବାରା କରା ଯାଇଥିବା ଶ୍ରାଦ୍ଧ କର୍ମ ଯୋଗୁଁ ତାଙ୍କୁ ଆହାର ମିଳିଥାଏ। ଯେବେ କେହି ପ୍ରେତ ଯୋନିରେ ଚାଲିଯାଏ ତେବେ ତାଙ୍କର କେବଳ ଗୋଟିଏ ତତ୍ତ୍ଵ ବାୟୁ ତତ୍ତ୍ଵର ଶରୀର ହୋଇଥାଏ। ତାଙ୍କୁ ଭୋକ ବହୁତ ଲାଗେ କିନ୍ତୁ ଖାଇ ପାରନ୍ତି ନାହିଁ। ବର୍ଷରେ ଥରେ କରାଯାଇଥିବା ତର୍ପଣ ହିଁ ତାଙ୍କୁ ଆହାର ଯୋଗାଇ ଥାଏ। ସେ ସୁଖ ଯୋନିରେ ଥିଲେ ନିଜର ବଂଶଜଙ୍କୁ ଆଶୀର୍ବାଦ ଦିଅନ୍ତି, ଦୁଃଖ ଯୋନିରେ ଥିଲେ ତାଙ୍କୁ ତୃପ୍ତି ମିଳେ ଏବଂ ଏହି ଦୁଇ କର୍ମରେ ଆମକୁ ପୁଣ୍ୟ ପ୍ରାପ୍ତ ହୋଇଥାଏ।
ପ୍ରଶ୍ନକର୍ତ୍ତା - ନୀଲମ ଖରେ ଦିଦି।
ପ୍ରଶ୍ନ - ଗୀତାରେ ବହୁ ସ୍ଥାନରେ ଶ୍ରୀ ଭଗବାନ କହିଛନ୍ତି ଯେ ତୁମେ ମୋର ଶରଣରେ ଆସ। କ'ଣ ଏହାର ଅର୍ଥ ଆମେ ଅନ୍ୟ ଦେବା ଦେବୀଙ୍କୁ ପୂଜା କରିବା ଅନୁଚିତ।
ଉତ୍ତର - ଭଗବଦ୍ଗୀତାରେ କୌଣସି ଠାରେ ଏହା କୁହାଯାଇ ନାହିଁ କି ଅନ୍ୟ ଦେବଦେବୀଙ୍କୁ ପୂଜା ନକରିବା ପାଇଁ। ସମସ୍ତ ଦେବତା ଯଥା, ସୂର୍ଯ୍ୟ, ଚନ୍ଦ୍ର, ଇନ୍ଦ୍ର ଇତ୍ୟାଦି ଶ୍ରୀଭାଗବନଙ୍କ ଅଧୀନରେ କାର୍ଯ୍ୟ କରନ୍ତି । ତାଙ୍କର ଯେଉଁ ଶକ୍ତି, ତାହା ଭଗବାନଙ୍କ ଦ୍ଵାରା ପ୍ରଦତ୍ତ। ମହାଭାରତରେ ଏକ ଲକ୍ଷ ଶ୍ଳୋକରେ କେଉଁଠି ବାସୁଦେବ ଉବାଚ, କୃଷ୍ଣ ଉବାଚ, କେଶବ ଉବାଚ ରହିଛି, କିନ୍ତୁ ଭଗବଦ୍ଗୀତାର ଏହି ଅଠର ଅଧ୍ୟାୟରେ କେବଳ ଶ୍ରୀଭଗବାନ ଉବାଚ ଉଲ୍ଲେଖ ରହିଛି। ସବୁ ଅଧ୍ୟାୟରେ ଶ୍ରୀକୃଷ୍ଣ ଯେଉଁଠି କିଛି କହିଛନ୍ତି, ସେ ଶ୍ରୀକୃଷ୍ଣ ରୂପରେ ନୁହେଁ ବରଂ ପରମବ୍ରହ୍ମ ପରମାତ୍ମା ରୂପରେ କହିଛନ୍ତି। ଯଦି ଆମର ଇଷ୍ଟ ଦେବ ଶିବ ତେବେ ଶିବ ଉବାଚ ଯଦି ଦୁର୍ଗା ତେବେ ଦୁର୍ଗାଉବାଚ ଯଦି ରାମ ତେବେ ରାମଉବାଚ । ଶ୍ରୀଭାଗବନ କହୁଛନ୍ତି, ଯେଉଁ ମାନେ ସାତ୍ତ୍ୱିକ, ସେମାନେ ଦେବତାମାନଙ୍କର ପୂଜା କରନ୍ତି । ଆଦିଶଙ୍କରାଚାର୍ଯ୍ୟ ପଞ୍ଚ ଦେବତାଙ୍କ ପୂଜା ପାଇଁ କହିଛନ୍ତି। ଏଥିରେ ସର୍ବ ପ୍ରଥମେ ସୂର୍ଯ୍ୟ ଭଗବାନଙ୍କୁ ଜଳ ଦାନ କରିବା ଉଚିତ । ଗୃହ ମନ୍ଦିରରେ ଶ୍ରୀକୃଷ୍ଣ, ଶିବ, ଦେବୀ ଓ ଶ୍ରୀ ଗଣେଶଙ୍କ ବିଗ୍ରହ ହେବା ଉଚିତ। ଏହା ଠାରୁ ଅଧିକ ଦେବ ଦେବୀଙ୍କୁ ଯଦି ରଖିବାକୁ ଚାହାନ୍ତି, ତେବେ ତାହା ବ୍ୟକ୍ତିଗତ।
ଏହା ପରେ ହରି ନାମ ସଙ୍କୀର୍ତ୍ତନ ସହିତ ସତ୍ର ସମାପ୍ତ ହେଲା।
♦ ଓଁ ଶ୍ରୀ କୃଷ୍ଣାର୍ପଣମସ୍ତୁ ♦
ଓଁ ତତ୍ସଦିତି ଶ୍ରୀମଦ୍ଭଗବଦ୍ଗୀତାସୁ ଉପନିଷତ୍ସୁ ବ୍ରହ୍ମବିଦ୍ୟାୟାଂ(ୟ୍ଁ) ୟୋଗଶାସ୍ତ୍ରେ
ଶ୍ରୀକୃଷ୍ଣାର୍ଜୁନସଂବାଦେ ପୁରୁଷୋତ୍ତମୟୋଗୋ ନାମ ପଞ୍ଚଦଶୋଽଧ୍ୟାୟଃ॥
ଏହି ପ୍ରକାର ଓଁ ତତ୍ ସତ୍ -- ଏହି ଭଗବତ୍ ନାମର ଉଚ୍ଚାରଣପୂର୍ବକ ବ୍ରହ୍ମବିଦ୍ୟା ଓ ଯୋଗଶାସ୍ତ୍ରମୟ ଶ୍ରୀମଦ୍ଭଗବଦ୍ଗୀତା ଉପନିଷଦରୂପେ ଶ୍ରୀକୃଷ୍ଣ ଏବଂ ଅର୍ଜୁନଙ୍କ ସମ୍ବାଦରେ 'ପୁରୁଷୋତ୍ତମଯୋଗନାମକ' ପଞ୍ଚଦଶ ଅଧ୍ୟାୟ ପୂର୍ଣ୍ଣ ହେଲା ।