विवेचन सारांश
କର୍ମ ବନ୍ଧନରୁ ମୁକ୍ତି ପାଇବା ଉପାୟ
ଉପକ୍ରମଣିକା:
ଅତି ସୁନ୍ଦର ପ୍ରାର୍ଥନା ଓ ଦୀପ ପ୍ରଜ୍ୱଳନ ପରେ ଆଜିର ଆଲୋଚନା ଅଧିବେଶନ ଆରମ୍ଭ ହୋଇଥିଲା।
ଆମେ ବର୍ତ୍ତମାନ ଶ୍ରୀମଦ୍ ଭଗବତ ଗୀତାର କର୍ମଯୋଗ ଦେଖୁଛୁ। ଶ୍ରୀ ଲୋକମାନ୍ୟ ତିଲକଜୀଙ୍କ ଅତ୍ୟନ୍ତ ପ୍ରିୟ ଅଧ୍ୟାୟ, ଯାହା ଉପରେ ସେ ମନ୍ତବ୍ୟ ଦେଇଥିଲେ, ଏହାକୁ 'ଗୀତା ରହସ୍ୟ' ନାମ ଦେଇ ସେ କୁହନ୍ତି ଯେ ଏହା ହେଉଛି ଗୀତାର ରହସ୍ୟ। ଏହା ଏପରି ଏକ ଯୋଗ ଯାହାକୁ ଯଦି ଆମେ ଅଭ୍ୟାସ କରି ନିଜ ଆଚରଣରେ ଆଣିବା ତେବେ ଏହା ସମଗ୍ର ଗୀତାକୁ ନିଜ ଆଚରଣରେ ଗ୍ରହଣ କରିବା ସମ ହେବ। ଆମକୁ ଏହିପରି ସୁନ୍ଦର କର୍ମଯୋଗ ଦେଖିବାକୁ ମିଳୁଛି।
ଶ୍ରୀ ଭଗବାନ ଅର୍ଜୁନଙ୍କୁ ଉଭୟ ଜ୍ଞାନ ଓ କର୍ମର ମହତ୍ତ୍ୱ କହିବା ପରେ ଅର୍ଜୁନ ଜାଣିବାକୁ ଉତ୍ସୁକ ଥିଲେ ଯେ ଯଦି ଜ୍ଞାନ ଶ୍ରେଷ୍ଠ, ତେବେ ଶ୍ରୀ ଭଗବାନ କାହିଁକି ତାଙ୍କୁ କାର୍ଯ୍ୟ କରିବାକୁ ପ୍ରେରଣା ଦେଉଛନ୍ତି? ‘ତୁମେ କାହିଁକି ମୋତେ ଯୁଦ୍ଧ ଭଳି ଜଘନ୍ୟ କାର୍ଯ୍ୟ କରିବାକୁ ଆଦେଶ ଦେଉଛ?’ ଅର୍ଜୁନ ଯେତେବେଳେ ଶ୍ରୀଭଗବାନଙ୍କୁ ଏହି ପ୍ରଶ୍ନ ପଚାରିଲେ, ସେ କହିଲେ, ହେ ଅର୍ଜୁନ, କୌଣସି ମନୁଷ୍ୟ କର୍ମ ନକରି ବଞ୍ଚିପାରିବ ନାହିଁ ।
न हि कश्चित् क्षणमपि जातु तिष्ठत्यकर्मकृत्
କୌଣସି ବ୍ୟକ୍ତି କର୍ମ ନକରି ଏକ କ୍ଷଣ ମଧ୍ୟ ରହି ପାରିବ ନାହିଁ । ସମସ୍ତଙ୍କୁ କର୍ମ କରିବା ହିଁ ଉଚିତ। ତେବେ, କର୍ମ କରିବା କାହିଁକି ଉଚିତ?
कार्यते ह्यवशः कर्म सर्वः प्रकृतिजैर्गुणैः
ଆମେ ପ୍ରକୃତିରେ ନିର୍ମିତ ଏହି ଶରୀରରେ ବାସ କରୁ, ତେଣୁ ପ୍ରକୃତିର ଗୁଣ ଯୋଗୁଁ ଆମେ କାର୍ଯ୍ୟ କରିବାକୁ ବାଧ୍ୟ ହୋଇଥାଉ, ଏବଂ ଯେତେବେଳେ କାର୍ଯ୍ୟ କରିବାକୁ ହିଁ ହେବ, ସେତେବେଳେ କର୍ମକୁ କର୍ମଯୋଗରେ କାହିଁକି ପରିଣତ କରିବା ନାହିଁ? ଯେତେବେଳେ କର୍ମ କରିବାକୁ ପଡ଼େ, ସେତେବେଳେ ଶ୍ରୀ ଭଗବାନ ଆମକୁ ସେହି କର୍ମର ବନ୍ଧନରୁ ମୁକ୍ତି ପାଇବାର ମାର୍ଗ ବତେଇ ଦିଅନ୍ତି ଏବଂ ସେଥିପାଇଁ କୁହନ୍ତି,
नियतं कुरु कर्म त्वं कर्म ज्यायो ह्यकर्मणः
ତେବେ ପ୍ରଥମେ ଆମର ବେଦଶାସ୍ତ୍ର କର୍ମ ବିଷୟରେ କଣ ବର୍ଣ୍ଣନା ରହିଛି ତାହା ଜାଣିବା, ଆମର ବର୍ଣ୍ଣ କ'ଣ? ଆମର ଆଚରଣ କ'ଣ? ନିୟତ କର୍ମ କ'ଣ? ଏହା ନିଶ୍ଚିତ କରକି ଆମକୁ କାର୍ଯ୍ୟ କରିବା ଜାରି ରଖିବା ଉଚିତ। ଏପରିକି ସେହି ନିୟତ କାର୍ଯ୍ୟରେ ମଧ୍ୟ ମୋ ପାଇଁ ଯାହା ବିହିତ କର୍ମ ନିର୍ଦ୍ଧାରିତ ହୋଇଛି ତାହା କରିବା ଆବଶ୍ୟକ। କର୍ମ ଯୋଗର ଏହି ପ୍ରଥମ ପଦକ୍ଷେପକୁ ଆମେ ଦେଖିଛୁ ଏବଂ ଯେତେବେଳେ ଏହି କାର୍ଯ୍ୟ କର୍ତ୍ତବ୍ୟ ଭାବନା ସହିତ କରାଯାଏ, ସେତେବେଳେ ଏହା ଯଜ୍ଞର ବଳିଦାନରେ ପରିଣତ ହୁଏ |
सहयज्ञाः प्रजाः सृष्ट्वा पुरोवाच प्रजापतिः।
अनेन प्रसविष्यध्वमेष वोऽस्त्विष्टकामधुक्।
ପ୍ରତ୍ୟେକ ଜୀବଙ୍କ ସହିତ ତାଙ୍କର କର୍ତ୍ତବ୍ୟ କର୍ମ ସୁନିଶ୍ଚିତ ହୋଇଯାଇଥାଏ। ଆମକୁ ଏହା କରିବା ଉଚିତ, ଏବଂ ସେହି କର୍ତ୍ତବ୍ୟ କରିବା ଆମ ପାଇଁ ମଙ୍ଗଳମୟ ଅଟେ। ଏହାକୁ ଅଭ୍ୟାସରେ ପରିଣତ କରି ନିଜର ଆଚରଣରେ ପ୍ରତିଫଳିତ କରିବାକୁ ଉତ୍ସାହିତ କରିବାକୁ ବ୍ରହ୍ମଦେବ ଜୀ ଆଦେଶ ଦେଇଛନ୍ତି। ସେ ଆମକୁ ଏହି ବଳିଦାନ ଅଗ୍ନିରେ ଆଶୀର୍ବାଦ ଦିଅନ୍ତି ଯାହାକି ଆମର ସମସ୍ତ ଇଚ୍ଛା ପୂରଣ କରେ। ଶ୍ରୀ ଭଗବାନ କହନ୍ତି - ତୁମର କର୍ତ୍ତବ୍ୟ ହେଉଛି ତୁମର କାମ ଜାରି ରଖିବା ଏବଂ ତାହା କିପରି କରିବା -
तस्मादसक्तः सततं कार्यं कर्म समाचर।
ଆମର କର୍ତ୍ତବ୍ୟ କ'ଣ? ଯେତେବେଳେ କୌଣସି କାର୍ଯ୍ୟ ଆପଣଙ୍କ ସାମ୍ନାକୁ ଆସେ, ଆପଣ ନିଜକୁ ପଚାରିବା ଉଚିତ୍: ଏହା ମୋର କର୍ତ୍ତବ୍ୟ କି? ମୁଁ ଏହା କରିବା ଉଚିତ କି? ଏହା କ'ଣ ମୋର କାମ? ଏହା କାର୍ଯ୍ୟକ୍ଷମ କି? ଯେକୌଣସି କାମ କରିବା ଯୋଗ୍ୟ, ଏହା ସର୍ବଦା ଆବଶ୍ୟକ ନୁହଁ, ସଠିକ ନୁହଁ। ଯେକୌଣସି ଜଳ ପିଇବା ଯୋଗ୍ୟ ଜଳ ନହେଇ ପାରେ। ପିଇବା ଯୋଗ୍ୟ ଜଳକୁ ହିଁ ପିଇବା ପାଣି କୁହାଯାଏ। ଯେପରି ପାନଯୋଗ୍ୟ ଜଳ ସେହିପରି କରିବା ଯୋଗ୍ୟ କର୍ମ ।
ଭଗବାନ କହୁଛନ୍ତି, कार्यं कर्म समाचर,
ଯୋଗ୍ୟ କର୍ମକୁ ଉତ୍ତମ ଭାବେ କର। ଏହିପରି ନିଜର କର୍ତ୍ତବ୍ୟ କର୍ମକୁ କରୁ-କରୁ ଅନେକ ଲୋକ ପରମ ସିଦ୍ଧି ମଧ୍ୟ ପ୍ରାପ୍ତ କରିଛନ୍ତି। ଏହି ଶ୍ଳୋକରେ, ରାଜା ଜନକଙ୍କ ଉଦାହରଣ ଦିଆଯାଇଛି,
कर्मणैव हि संसिद्धिमास्थिता जनकादयः
ଯେମିତି ରାଜା ଜନକ ପୂର୍ଣ୍ଣଭାବେ ସିଦ୍ଧି ହାସଲ କରିଥିଲେ, ସେହିଭଳି ଅର୍ଜୁନ, ତୁମେ ମଧ୍ୟ ସିଦ୍ଧି ଲାଭ କରିପାରିବେ। ଯେମିତି ଶ୍ରେଷ୍ଠ ବ୍ୟକ୍ତିମାନେ କର୍ମ ଜାରି ରଖନ୍ତି, ସେହିପରି ଭାବରେ ଆମେ କର୍ମ କରିବା ଉଚିତ। ଅର୍ଜୁନ କୌଣସି ସାଧାରଣ ବ୍ୟକ୍ତି ନୁହଁନ୍ତି। ସେ ଜଣେ ମହାନ ଯୋଦ୍ଧା। ସେ ସର୍ବଦା କାର୍ଯ୍ୟ ଜାରି ରଖିବା ଉଚିତ୍।
यद्यदाचरति श्रेष्ठस्तत्तदेवेतरो जनः।
स यत्प्रमाणं कुरुते लोकस्तदनुवर्तते।।
ଶ୍ରୀ ଭଗବାନ କହନ୍ତି ଯେ, ଶ୍ରେଷ୍ଠ ଲୋକମାନେ ଯେଉଁପରି ଆଚରଣ କରନ୍ତି,ସାଧାରଣ ଲୋକମାନେ ତାହାକୁ ଅନୁକରଣ କରନ୍ତି। ଘରର ବୟସ୍କମାନେ ଯାହା କରନ୍ତି, ତାହା ପିଲାମାନେ ଅନୁକରଣ କରନ୍ତି, ତେଣୁ ସେମାନେ ଭଲ କାମ କରିବା ଉଚିତ୍। ଶ୍ରେଷ୍ଠ ଲୋକମାନେ କ'ଣ କରନ୍ତି ତାହା ଆମେ ଅନ୍ୟ ମାନଙ୍କ ପାଇଁ ମାନକ (standard) ସମାନ ହୋଇଯାଏ। ସନ୍ଥ ବ୍ୟକ୍ତି, ଘରର ବୟସ୍କ ବ୍ୟକ୍ତିମାନେ ଯେଭଳି ଆଚରଣ କରନ୍ତି, ପିଲାମାନେ ଓ ସାଧାରଣ ନାଗରିକ ସେହିଭଳି ଆଚରଣ କରିବେ। ସାଧୁସନ୍ଥମାନଙ୍କୁ ଏହାକୁ (କର୍ମକୁ) ତ୍ୟାଗ କରିବାକୁ ପଡ଼େ ନାହିଁ।
ଜ୍ଞାନେଶ୍ୱର ମାହାରାଜ କହନ୍ତି,
हें ऐसें असे स्वभावें । म्हणोनि कर्म न संडावे ।
विशेषें आचरावें । लागे संती ॥
ସାଧୁସନ୍ଥମାନଙ୍କୁ କୌଣସି କାର୍ଯ୍ୟ କରିବାର ଆବଶ୍ୟକତା ହିଁ ନଥାଏ, ଆହୁରି ମଧ୍ୟ ସେମାନେ କିଛି ଚାହାଁନ୍ତି ନାହିଁ, ସେମାନଙ୍କୁ ଜୀବନରେ କିଛି ହାସଲ କରିବାର ନଥାଏ, ତଥାପି ସେମାନଙ୍କୁ କାର୍ଯ୍ୟ ଜାରି ରଖିବାକୁ ପଡିବ, ଯାହାଦ୍ୱାରା ଲୋକଙ୍କ ସମ୍ମୁଖରେ ଭଲ ଆଚରଣ ରହିବ, ଲୋକଙ୍କ ସାମ୍ନାରେ ଯୋଗ୍ୟ ଉଦାହରଣ ଉପସ୍ଥାପିତ ହୋଇପାରିବ। ଶ୍ରୀ ଭଗବାନ କହନ୍ତି ଯେ, କେବଳ ମୁଁ ଏହି କଥା କହୁନାହିଁ। ପାଞ୍ଚ ହଜାର ବର୍ଷରୁ ଅଧିକ ସମୟ ପରେ ମଧ୍ୟ ଶ୍ରୀମଦ୍ ଭଗବତ ଗୀତା ସେତିକି ପ୍ରାସଙ୍ଗିକ, ଉପଯୁକ୍ତ ଏବଂ ପ୍ରଭାବଶାଳୀ ଅଛି। କାହିଁକି ଶ୍ରୀ ଭଗବାନଙ୍କ ବାଣୀ ଏତେ ପ୍ରଭାବଶାଳୀ? କାରଣ ଶ୍ରୀ ଭଗବାନ ଯାହା କହିଛନ୍ତି, ତାହା ସେ ନିଜେ ମଧ୍ୟ କରିକି ଉଦାହରଣ ରଚିଛନ୍ତି। ସେ ସ୍ୱୟଂ ଯାହା କରିଛନ୍ତି, ତାହାହିଁ ଉପଦେଶ ଆକାରରେ କହୁଛନ୍ତି। ଏପରି ନୁହଁ ଯେ ସେ କାର୍ଯ୍ୟ କରିବା ବିନା କେବଳ ଉପଦେଶ ଦେଉଛନ୍ତି।
3.22
ନ ମେ ପାର୍ଥାସ୍ତି କର୍ତବ୍ୟଂ(ନ୍), ତ୍ରିଷୁ ଲୋକେଷୁ କିଞ୍ଚନ ।
ନାନବାପ୍ତମବାପ୍ତବ୍ୟଂ(ୱ୍ଁ), ବର୍ତ ଏବ ଚ କର୍ମଣି॥3.22॥
ବିବେଚନ:
ଶ୍ରୀଭାଗବାନ କହୁଛନ୍ତି, ହେ ଅର୍ଜୁନ, ତିନି ଲୋକରେ ମୋର କୌଣସି କର୍ତ୍ତବ୍ୟ ବଞ୍ଚି ନାହିଁ।
ଶ୍ରୀଭାଗବାନଙ୍କ ପାଇଁ ଏମିତି କିଛି ଆବଶ୍ୟକତା ନାହିଁ କି ତାଙ୍କୁ କିଛି କରିବାକୁ ପଡିବ। ଜଣେ ସାଧାରଣ ଲୋକର ନିତ୍ୟ ସଂସାର ଚଳିବା ପାଇଁ କିଛି କାମ କରିବା ଦରକାର ପଡିଥାଏ। କିଏ ଚାକିରୀ କରିଥାଏ ତ କିଏ ବେପାର। ଘର ସଂସାର ଚଲେଇବା ପାଇଁ ତାକୁ ଏହା ସବୁ କରିବାକୁ ପଡିଥାଏ। ହେଲେ ତିନି ଲୋକର ସ୍ୱାମୀଙ୍କ ପାଖରେ କଣ ଯେ ଅଭାବ ସେ କିଛି ପାଇବା ପାଇଁ ପରିଶ୍ରମ କରିବେ? କଣ ବା ନାହିଁ ତାଙ୍କ ପାଖରେ !
न मे पार्थास्ति कर्त्तव्यं। - ଶ୍ରୀଭଗବାନ କହୁଛନ୍ତି ଯେ ମୋ ପାଇଁ କୌଣସି କର୍ତବ୍ୟ ବଞ୍ଚି ନାହିଁ।
त्रिषु लोकेषु किञ्चन। - ଅର୍ଥାତ ସ୍ୱର୍ଗ, ମର୍ତ୍ୟ ଓ ପାତାଳ ତିନିଲୋକରେ ମୋ ଯୋଗ୍ୟ କର୍ତ୍ତବ୍ୟ କିଛି ନାହିଁ।
नानवाप्तमवाप्तव्यं। - ମୋ ପାଇଁ ଏଭଳି କିଛି ଅପ୍ରାପ୍ୟ ବସ୍ତୁ ନାହିଁ ଯାହା ମୋର ଆବଶ୍ୟକ ଓ ମତେ ମିଳେ ନାହିଁ। ସବୁକିଛି ମୋ ପାଇଁ ଉପଲବ୍ଧ ।
वर्त एव च कर्मणि - ଅର୍ଥାତ ମୋର କିଛି ଆବଶ୍ୟକତା ନଥିଲେ ମଧ୍ୟ ମୁଁ କର୍ମ କରେ।
ପୂର୍ବ ଅଧ୍ୟାୟରେ ଆମେ ଚାରି ପ୍ରକାରର ଲୋକଙ୍କ ବିଷୟରେ ଜାଣିଥିଲେ ।
ପ୍ରଥମରେ କେତେକ ଲୋକ ପେଟ ପୋଷିବାକୁ କାମ କରନ୍ତି। ତେଣୁ ସେମାନେ କର୍ମ କରନ୍ତି ।
ଦ୍ଵିତୀୟ ପ୍ରକାରର ଲୋକ କଣ କରନ୍ତି ନା କର୍ତ୍ତବ୍ୟ ନକରି ଭିକ୍ଷା ବୃତ୍ତି କରନ୍ତି। କର୍ତ୍ତବ୍ୟ କରୁଥିଲେ ଭିକ ମାଗିବାର ଆବଶ୍ୟକତା ପଡ଼ନ୍ତାନି ।
ତୃତୀୟ ପ୍ରକାରର ବ୍ୟକ୍ତିଙ୍କ ପାଖରେ ପ୍ରଚୁର ଧନ ସମ୍ପତ୍ତି ଥିବାରୁ ସେମାନେ ଆଳସ୍ୟ ଜୀବନ ବିତାଇ ଥାଆନ୍ତି। କିଛି ବି କର୍ତବ୍ୟ କରିବାକୁ ଅମନା ରୁହନ୍ତି ।
ଚତୁର୍ଥ ପ୍ରକାରର ଲୋକଙ୍କ ପାଖରେ ପ୍ରାଚୁର୍ଯ ଥାଇ ମଧ୍ୟ କାର୍ଯ୍ୟରତ ରହୁ ଥାଆନ୍ତି ।
ଶ୍ରୀଭଗବାନ କହୁଛନ୍ତି, ମୋର କିଛି ପାପ୍ତ କରିବା ଆବଶ୍ୟକ ନାହିଁ। ତଥାପି ମୁଁ କର୍ମ କରେ। ମୋ ସମ୍ମୁଖରେ ଯେ କୌଣସି କର୍ମ ଆସୁ ମୁଁ କରେ। ଶ୍ରୀଭଗବାନ ବାଲ୍ୟବସ୍ଥାରେ ଗାଈ ଚରାଇବାକୁ ଯାଆନ୍ତି। ଯଜ୍ଞ ସମୟରେ ଅଇଁଠା ପତ୍ର ମଧ୍ୟ ଉଠାଉ ଥିଲେ। କାହାରି ସେବା କରିବାରେ କୁଣ୍ଠାବୋଧ କରୁ ନଥିଲେ। ଖାଦ୍ୟ ପରସୁ ଥିଲେ। ଯୁଧ୍ୟରେ ଅର୍ଜୁନଙ୍କ ସାରଥୀ କାର୍ଯ୍ୟ କରୁଥିଲେ। ରଥରେ ଯୋଚା ଯାଇଥିବା ଘୋଡା ମାନଙ୍କୁ ପରିଚାଳିତ କରୁଥିଲେ।
ମହାଭାରତ ପଢିବା ବେଳେ ଆମେ ଗୀତା ଅବଶ୍ୟ ପଢିବା ଉଚିତ। ମହାଭାରତରେ ଏ ବର୍ଣ୍ଣନା, ଆସେ କି ଯୁଧ୍ୟରେ ମନୁଷ୍ୟ ମାନେ ଶରବିଦ୍ଧ ହେଲା ଭଳି ଘୋଡାମାନେ ମଧ୍ୟ ଶରବିଦ୍ଧ ହେଉଥିଲେ। ସେମାନଙ୍କ ଶରୀରରୁ ତୀର ବାହାର କରିବା, ରକ୍ତ ପୋଛିବା, ଗାଧୋଇ ଦେବା, ଝାଡ଼ିଝୁଡି ଦବା ଇତ୍ୟାଦି କାମ ଶ୍ରୀଭଗବାନ କରୁଥିଲେ। ସନ୍ଧ୍ୟା ସମୟରେ ଯୁଦ୍ଧ ବିରାମ ହେଲା ପରେ ଶ୍ରୀଭଗବାନ ଏସବୁ କାର୍ଯ୍ୟ କରୁଥିଲେ। ସେ କହୁଛନ୍ତି, ମୁଁ ସବୁ କାର୍ଯ୍ୟ କରୁଛି, ତେଣୁ ସମସ୍ତଙ୍କ ପାଇଁ ଏହି ସନ୍ଦେଶ ଦେଉଛି ।
କୌଣସି ସଂସ୍ଥାର ମୁଖ୍ୟ ଯଦି ନିଜେ କାମରେ ଲାଗି ଥାଆନ୍ତି, ତେବେ ଅଧସ୍ଥନ କର୍ମଚାରୀ ମାନେ ମଧ୍ୟ ତାହାଙ୍କୁ ଅନୁସରଣ କରନ୍ତି। ଯଦି ପ୍ରମୁଖ ବ୍ୟକ୍ତି ସୁସ୍ଥିଆ ହୋଇ ଯାଆନ୍ତି ତେବେ ସମସ୍ତେ ଅଳସୁଆ ହୋଇ ଯାଆନ୍ତି।
ଜଣେ ମନ୍ତ୍ରୀଙ୍କ ପାଖରେ ଗାଡି, ଘୋଡା, ବଙ୍ଗଳା ଆଦି ସବୁକିଛି ସାଧନ ଥାଏ। ପ୍ରଧାନ ମନ୍ତ୍ରୀଙ୍କର ମଧ୍ୟ କିଛି କରିବାର ଆବଶ୍ୟକତା ନଥାଏ। ପରନ୍ତୁ ଆମ ପ୍ରଧାନ ମନ୍ତ୍ରୀ ଦୈନିକ ଅଠର ଘଣ୍ଟା କାମ କରି ଉଦାହରଣ ସୃଷ୍ଟି କରିଛନ୍ତି।
यद्यदाचरति श्रेष्ठस्तत्तदेवेतरो जनः।
ଶ୍ରେଷ୍ଠ ଲୋକ ଯେମିତି କାମ କରିବେ ଅନ୍ୟ ଲୋକ ତାଙ୍କୁ ଦେଖି ଶିଖିବେ। ଶ୍ରୀଭଗବାନ କହୁଛନ୍ତି ମୋର କୌଣସି କର୍ତବ୍ୟ କରିବାକୁ ନଥିଲେ ମଧ୍ୟ ମୁଁ କାମ କରିଚାଲେ। ଅତଃ ନେତୃତ୍ୱ ଗୁଣ ଭଗବଦ୍ ଗୀତାରୁ ଶିଖିବାକୁ ମିଳେ ।
ଆମର ଜଣେ ଭାଇ ଯିଏ ଭଗବଦ୍ ଗୀତା ଉପରେ PhD କଲେ, ତାଙ୍କର ବିଷୟ ଥିଲା - management techniques and leadership qualities enshrined in bhagavad gita। ସେଥିରେ ବିଶେଷ ଭାବରେ ଏହା କହିଥିଲେ କି ଜଣେ ଅଧିକାରୀଙ୍କୁ କିଛି ଆବଶ୍ୟକତା ନଥିଲେ ମଧ୍ୟ କାର୍ଯ୍ୟରତ ରହି ନିଜର ଉଦାହରଣ ପ୍ରସ୍ତୁତ କରିବା ଦରକାର।
ମୋତେ କିଛି କରିବାର ଆବଶ୍ୟକତା ନାହିଁ। ତଥାପି ମୁଁ କାର୍ଯ୍ୟ କରିଚାଲେ। ଯେତେବେଳେ ନେତା ଏପରି ଉଦାହରଣ ପ୍ରସ୍ତୁତ କରନ୍ତି, ବାକୀ ଲୋକ ତାଙ୍କର ଅନୁକରଣ କରନ୍ତି। ଶ୍ରୀ ଭଗବାନ ମଧ୍ୟ ଗୀତାର ମାଧ୍ୟମରେ ନିଜର ଉଦାହରଣ ପ୍ରସ୍ତୁତ କରିଛନ୍ତି। ସେଥିପାଇଁ ଗୀତା ଆଜି ମଧ୍ୟ ଯେପରି ଉପଯୁକ୍ତ ସେହିପରି ପ୍ରଭାବଶାଳୀ। ଶ୍ରୀ ଭଗବାନଙ୍କର ବାଣୀର ଏପରି ପ୍ରଭାବ କାହିଁକି? କାରଣ ସେ ସ୍ୱୟଂ କରନ୍ତି ଓ କହନ୍ତି। ନିଜର ହିଁ ଉଦାହରଣ ପ୍ରସ୍ତୁତ କରନ୍ତି।
ୟଦି ହ୍ୟହଂ(ନ୍) ନ ବର୍ତେୟଂ(ଞ୍) ଜାତୁ କର୍ମଣ୍ୟତନ୍ଦ୍ରିତଃ ।
ମମ ବର୍ତ୍ମାନୁବର୍ତନ୍ତେ, ମନୁଷ୍ୟାଃ(ଫ୍) ପାର୍ଥ ସର୍ବଶଃ॥23॥
ବିବେଚନ :
यदि ह्यहं न वर्तेयं - ଶ୍ରୀଭଗବାନ ଏଠାରେ ଆହୁରି ମଧ୍ୟ କହିଛନ୍ତି ଯେ ମୁଁ କାମ ନକଲେ କଣ କ୍ଷତି ହେବ -
जातु कर्मण्यतन्द्रितः - କିପରି କାମ କରିବ ତାହା ମଧ୍ୟ ଶ୍ରୀଭଗବାନ କହିଛନ୍ତି। ଅତ୍ୟନ୍ତ ସାବଧାନତାର ସହିତ ଦକ୍ଷତାର ସହିତ କାର୍ଯ୍ୟ କରିବା ଉଚିତ। ଅତନ୍ଦ୍ରିତାର ଅର୍ଥ ହେଉଛି ଧ୍ୟାନ ପୂର୍ବକ ଦକ୍ଷତାର ସହିତ କାର୍ଯ୍ୟ କରିବା। ଦକ୍ଷତା ଅତ୍ୟନ୍ତ ମହତ୍ୱପୂର୍ଣ ଗୁଣ ଅଟେ।
ଯକ୍ଷ୍ୟ ଯେତେବେଳେ ଧର୍ମରାଜଙ୍କୁ ପଚାରିଲେ କି ଧର୍ମର ବ୍ୟାଖ୍ୟା ଗୋଟିଏ ଶବ୍ଦରେ କୁହନ୍ତୁ ।
किम् एकवदम् धर्मः - ଯୁଧିଷ୍ଠିର ଉତ୍ତର ଦେଲେ,
दाक्ष्यम एकवदम् धर्मम् - ଦକ୍ଷତା ।
ଶ୍ରୀଭଗବାନ କହୁଛନ୍ତି, ଯଦି ମୁଁ ଧ୍ୟାନ ପୂର୍ବକ ଦକ୍ଷତାର ସଦୁପଯୋଗ ନକରେ ତେବେ କଣ ହେବ ? କୌଣସି ବି ପରିସ୍ଥିତିରେ ଶ୍ରୀଭଗବାନ ଦକ୍ଷତାରୁ ବିରତ ହୋଇ ନାହାନ୍ତି । ସଦା ସାବଧାନ ରୁହନ୍ତି ।
मम वर्त्मानुवर्तन्ते, मनुष्याः(फ्) पार्थ सर्वशः॥ -
ମୁଁ ଯେଉଁ ମାର୍ଗ ଅନୁସରଣ କରୁଛି, ଯେଉଁ ପ୍ରକାରେ କାମ କରୁଛି, ସେହି ପ୍ରକାରେ ଲୋକମାନେ କର୍ମ କରିବେ, ସେଥିପାଇଁ, ମୁଁ ମନ ଧ୍ୟାନ ଦେଇ କର୍ମ କରୁଛି, ତାହେଲେ, ଲୋକମାନଙ୍କର ବିଶ୍ୱାସ ରଖିପାରିବି। କ୍ଷଣକ ପାଇଁ ଚିନ୍ତା କରନ୍ତୁ ଯଦି ପରମାତ୍ମା ନିଜ କାମ ନକରିବେ କଣ ହେବ? ପରମାତ୍ମା କଣ କରନ୍ତି ? ପରମାତ୍ମା କିଛି କରୁ ନଥିଲେ ମଧ୍ୟ ସବୁ କିଛି କାମ ତାଙ୍କରି ଦ୍ୱାରା ହିଁ ହୋଇଥାଏ। ଆମେ ଏହି ଧରା ବକ୍ଷରେ ରହୁଛେ। ପୃଥିବୀ ଆମକୁ ଧାରଣ କରିଛି। ପୃଥିବୀ ଆକାଶରେ କେହି ଧାରଣ କରିଛି, ତେଣୁ ଏହା ଶୂନ୍ୟରା ଝୁଲି ରହିଛି। ବୈଜ୍ଞାନିକ କୁହନ୍ତି ଯେ ପୃଥିବୀ ସୂର୍ଯ୍ୟଙ୍କ ଆକର୍ଷଣ ଯୋଗୁ ନିଜ କକ୍ଷ ପଥରେ ଘୁରି ବୁଲୁଛି। ଅର୍ଥାତ୍। ସୂର୍ଯ୍ୟ ପୃଥିବୀକୁ ଧାରଣ କରିଛି।
ସୂର୍ଯ୍ୟ କିଛି କରନ୍ତି ନାହିଁ। ସେ ନିଜ ସ୍ଥାନରେ ଅଟଳ ଅଛନ୍ତି ଓ ସେ ପୃଥିବୀକୁ ଧାରଣ କରିଛନ୍ତି। ସେହି ପ୍ରକାରରେ ବିଶ୍ୱର ଏତେ ସାରା ଖଗୋଳ ଗ୍ରହଙ୍କୁ କିଏ ନା କେଏ ଧାରଣ କରି ରଖିଛି। ଏହା ସବୁ ପରମାତ୍ମାଙ୍କ ଶକ୍ତି ଦ୍ୱାରା ହିଁ ସମ୍ଭବ। ବର୍ତ୍ତମାନ କଳ୍ପନା କରାଯାଉ କି ପରମାତ୍ମାଙ୍କ ଶକ୍ତି ଏସବୁକୁ ଧାରଣ ନକଲେ କଣ ହେବ? ସାରା ବ୍ରହ୍ମାଣ୍ଡ ପରସ୍ପର ସହ ଧକ୍କା ଖାଇ ଛାରଖାର ହୋଇଯିବ, ନିଜ ସ୍ଥାନରୁ ଖସି ଗଳି ପଡିବ।
ଉତ୍ସୀଦେୟୁରିମେ ଲୋକା, ନ କୁର୍ୟାଂ(ଙ୍) କର୍ମ ଚେଦହମ୍ ।
ସଙ୍କରସ୍ୟ ଚ କର୍ତା ସ୍ୟାମ୍, ଉପହନ୍ୟାମିମାଃ(ଫ୍) ପ୍ରଜାଃ॥24॥
ବିବେଚନ :
उत्सीदेयुरिमे लोका - ସମଗ୍ର ଜନ ମାନସ, ସାରା ସଂସାର ବିନଷ୍ଟ ହୋଇଯିବ,
न कुर्यां कर्म चेदहम् - ଯଦି ମୁଁ କର୍ମ ନକରେ। ଅର୍ଥାତ୍ ଭଗବାନ୍ କର୍ମ ନକଲେ ସଂସାରରେ ସବୁ ସମାପ୍ତ ହୋଇଯିବ।
सङ्करस्य च कर्ता स्याम्, उपहन्यामिमाः प्रजाः -
ସମସ୍ତଙ୍କର ସୃଷ୍ଟିକର୍ତ୍ତା ମୁଁ ଓ ବିନାଶ କର୍ତ୍ତା ବି ମୁଁ ହେଇଯିବି। ସେଥିପାଇଁ ଶ୍ରୀଭଗବାନ ସ୍ୱୟଂ କାର୍ଯ୍ୟ କରି ନିର୍ଦେଶନ ଦେଖାଉଛନ୍ତି କି କିପରି କାର୍ଯ୍ୟ କରିବା ଉଚିତ। ଏବଂ ସେ ସଦା ସର୍ବଦା କାର୍ଯ୍ୟରତ ରହିଛନ୍ତି, ନଚେତ୍ ‘ସମସ୍ତ ପ୍ରଜାଙ୍କର ନାଶ କରିବା ଵାଲା ମୁଁ ବୋଲେଇବି’।
ଏଥିପାଇଁ ଶ୍ରୀଭଗବାନ କହୁଛନ୍ତି କି - ଶ୍ରେଷ୍ଠ ଲୋକମାନେ କିପରି ସବୁବେଳେ କର୍ମରତ ରହିବା ଉଚିତ। ବର୍ତ୍ତମାନ ଏଠାରେ କର୍ମଯୋଗର ପ୍ରୟୋଗ ପ୍ରସଙ୍ଗ ଆସେ ।
ସକ୍ତାଃ(ଖ୍) କର୍ମଣ୍ୟବିଦ୍ୱାଂସୋ, ୟଥା କୁର୍ବନ୍ତି ଭାରତ ।
କୁର୍ୟାଦ୍ୱିଦ୍ୱାଂସ୍ତଥାସକ୍ତଃ(ଶ୍), ଚିକୀର୍ଷୁର୍ଲୋକସଙ୍ଗ୍ରହମ୍॥25॥
ବିବେଚନ: -
अविद्वांसो- ଅର୍ଥାତ୍ ଅଜ୍ଞାନୀ ଲୋକ, ଯେଉଁମାନେ ବେଦାନ୍ତ ପଢ଼ି ନାହାନ୍ତି, ଗୀତା ପଢ଼ି ନାହାନ୍ତି କିନ୍ତୁ ସାଧାରଣ ଲୋକ ଅଟନ୍ତି। ନିଜ କାର୍ଯ୍ୟ ଆଚରଣ ନିର୍ବାହ କରିଥାନ୍ତି। ଏମାନେ ନିଜ କର୍ତ୍ତବ୍ୟ କରନ୍ତି କିନ୍ତୁ ଆସକ୍ତ ହୋଇ କରନ୍ତି।
सक्ताः - ଅର୍ଥାତ୍ ଆସକ୍ତ ହୋଇ,ଏହା କରିବା ଦ୍ୱାରା ମୋତେ ଏହା ମିଳିବ, ସେଥିପାଇଁ କରୁଅଛି। ସାଧାରଣ ଲୋକ କିଛି କରିବା ପୂର୍ବରୁ ଏହା ପଚାରି ଥାଆନ୍ତି କି ଏହି କାର୍ଯ୍ୟ କରିବା ଦ୍ୱାରା ମୋତେ କଣ ମିଳିବ? କିଛି ମିଳିବାର ଥିଲେ କାର୍ଯ୍ୟ କରନ୍ତି, ଅନ୍ୟଥା କରନ୍ତି ନାହିଁ। ଏମାନେ ଆସକ୍ତ ହୋଇ କାର୍ଯ୍ୟ କରିଥାନ୍ତି।
कुर्याद्विद्वांस्तथासक्त: - ମନୁଷ୍ୟକୁ ଯେତେବେଳେ କିଛି ମିଳିବାର ଥାଏ,ସେ ଧ୍ୟାନ ପୂର୍ବକ କାର୍ଯ୍ୟ କରେ କାରଣ ତାକୁ କିଛି ମିଳିବାର ଥାଏ। ଶ୍ରୀ ଭଗବାନ କହୁଛନ୍ତି ବିଦ୍ୱାନ ଲୋକଙ୍କୁ ମଧ୍ୟ ସେହିପରି ଧ୍ୟାନର ସହ କାର୍ଯ୍ୟ କରିବା ଆବଶ୍ୟକ, କିନ୍ତୁ ବିନା ଆସକ୍ତ ହୋଇ। ଏପରି ନୁହେଁ କି ମୋତେ କିଛି ମିଳିବାର ଅଛି, ସେଥିପାଇଁ ମୁଁ କରୁଛି।
କର୍ତ୍ତବ୍ୟ ବୋଧର ଭାବ ନେଇ କାର୍ଯ୍ୟ କରିବା ଆବଶ୍ୟକ। ଆବଶ୍ୟକତା ନଥିଲେ ମଧ୍ୟ କର୍ମ ତ୍ୟାଗ କରିବା ଅନୁଚିତ୍।
लोकसङ्ग्रहम्- ଅର୍ଥାତ୍ ଲୋକଙ୍କର କଲ୍ୟାଣ ପାଇଁ, ହିତ ପାଇଁ, ଉତ୍ତମ ଲୋକ ସଂଗ୍ରହ ପାଇଁ କର୍ମ କରିବା ଆବଶ୍ୟକ।
ସ୍ବାମୀ ବିବେକାନନ୍ଦ ନିଜର ଜାପମାଲା କେବେ ଛାଡ଼ୁ ନଥିଲେ। ତାଙ୍କୁ ଜପ କରିବା ପାଇଁ ମାଳାର ଆବଶ୍ୟକତା ନଥିଲା, ତଥାପି ତାଙ୍କର ଜପ ନିରନ୍ତର ଚାଲୁଥିଲା। ଜପ ନିରନ୍ତର ଚାଲିବା ଦରକାର,ଏହି ଉଦାହରଣ ଲୋକଙ୍କ ସମ୍ମୁଖରେ ପ୍ରସ୍ତୁତ କରିବା ପାଇଁ ସେ ଏହିପରି କରୁଥିଲେ।
ଜ୍ଞାନେଶ୍ଵର ମହାରାଜଙ୍କ ଜୀବନର ଏକ ପ୍ରସଙ୍ଗ।
ତାଙ୍କର ଜନେଉ (ବ୍ରତ ପଇତା) ସଂସ୍କାର କରିବା ପାଇଁ ଲୋକ ମାନେ ମନା କରିଦେଇଥିଲେ। ସନ୍ନ୍ୟାସୀ ପୁତ୍ର, ଏହା କହି ଲୋକମାନେ ତାଙ୍କୁ ବହୁତ କଷ୍ଟ ଦେଲେ। ଜ୍ଞାନେଶ୍ଵର ମହାରାଜଜୀ ଜ୍ଞାନୀ ଥିଲେ, ତାଙ୍କର ଏହିସବୁ କଥାର କିଛି ଆବଶ୍ୟକତା ନଥିଲା। ତାଙ୍କର ବଡ଼ଭାଇ ନିବୃତ୍ତିଁ ନାଥ, ଯିଏ ତାଙ୍କର ଗୁରୁ ମଧ୍ୟ ଥିଲେ, ତାଙ୍କୁ ଏହାର କିଛି ଆବଶ୍ୟକତା ନାହିଁ ବୋଲି କହିଲେ।
ଜ୍ଞାନେଶ୍ଵର ମହାରଜ କହିଲେ,ଏହା ମୋ ପାଇଁ ନୁହେଁ। କିନ୍ତୁ, ମୁଁ ଏହାର ମହତ୍ତ୍ଵ ସ୍ଥାପିତ ନକଲେ ବାକୀ ଲୋକଙ୍କ ପାଇଁ ମଧ୍ୟ ଏହାର ମହତ୍ତ୍ଵ ରହିବ ନାହିଁ। ଲୋକ କଲ୍ୟାଣ ପାଇଁ ମୋତେ ଏହି ସଂସ୍କାର ଜାରିରଖିବାକୁ ହେବ।
ଛୋଟ ପିଲାମାନେ କଣ୍ଢେଇ ଖେଳ ଖେଳନ୍ତି, ଇଚ୍ଛା ନଥିଲେ ମଧ୍ୟ ବଡ଼ ଲୋକ ମାନେ ସେଥିରେ ରୁଚି ଦେଖାନ୍ତି।
ପିଲାମାନଙ୍କ ମଧ୍ୟରେ ଉତ୍ସାହ ଆଣିବା ପାଇଁ ବଡ଼ ଲୋକ ମଧ୍ୟ ଏଥିରେ ସମ୍ମିଳିତ ହୋଇ ଯାଆନ୍ତି। ବଡ଼ ଲୋକମାନଙ୍କ ପାଇଁ ଏହାର ଆବଶ୍ୟକତା ନାହିଁ,କିନ୍ତୁ ସେମାନଙ୍କୁ ଠିକ୍ ରେ କାମ କରିବା କଥା, ସେଥିପାଇଁ କରିବା ଆବଶ୍ୟକ।
ମନୁଷ୍ୟ ପ୍ରଥମେ ଫଳ ଇଛା ରଖି କାର୍ଯ୍ୟ କରିଥାଏ। ପ୍ରାପ୍ତି ହେଲାପରେ ସନ୍ତୋଷ ମିଳେ। ପୁଣି ବିନା ଆସକ୍ତିରେ କାର୍ଯ୍ୟ କରିଥାଏ। କିନ୍ତୁ, ବଡ଼ ଲୋକ ମାନଙ୍କୁ ନିଜର ଉଦାହରଣ ଦେବାର ଆବଶ୍ୟକତା ଅଛି।
सन्मार्गाधारे वर्तावें । विश्व हें मोहरें लावावें ।
ସନ୍ଥ ମାନଙ୍କ ବ୍ୟବହାର କିପରି ହେବା ଦରକାର?
ସନ୍ଥ ମାନଙ୍କୁ ସତ୍ ମାର୍ଗରେ ଚାଲି, ନିଜର ଅନୁସରଣ କରିବା ପାଇଁ ନିଜର ଉଦାହରଣ ଦ୍ଵାରା ଲୋକଙ୍କୁ ପ୍ରେରିତ କରିବା ଦରକାର। ସ୍ଵର୍ଗର ମଧ୍ୟ କାମନା କରନାହିଁ, ଏହା ସନ୍ଥ ମାନଙ୍କ ପାଇଁ କୁହାଯାଇଛି। ସାଧାରଣ ଲୋକଙ୍କ ପାଇଁ ଏହା ପ୍ରୟୋଗ ନକରି, ସେମାନେ ଯେପରି କରୁଛନ୍ତି, ତାଙ୍କୁ କରିବାକୁ ଦେବା ଦରକାର।
ନ ବୁଦ୍ଧିଭେଦଂ(ଞ୍) ଜନୟେଦ୍, ଅଜ୍ଞାନାଂ(ଙ୍) କର୍ମସଙ୍ଗିନାମ୍ ।
ଜୋଷୟେତ୍ସର୍ବକର୍ମାଣି, ବିଦ୍ୱାନ୍ୟୁକ୍ତଃ(ସ୍) ସମାଚରନ୍॥26॥
ବିବେଚନ -
न बुद्धिभेदं जनयेद् - ଶ୍ରୀ ଭଗବାନ କହୁଛନ୍ତି, ସାଧାରଣ ଲୋକଙ୍କ ମନରେ ଏହି ପ୍ରକାର ବୁଦ୍ଧିରେ ପ୍ରଭେଦ ଆଣିବା କଥା ନୁହେଁ। ଯିଏ ଆସକ୍ତ ହୋଇ କିଛି ପ୍ରାପ୍ତି ଚିନ୍ତା କରି କର୍ମ କରୁଛନ୍ତି, ତାହା ତାଙ୍କୁ କରିବାକୁ ଦେବା ଦରକାର।
जोषयेत्सर्वकर्माणि - ଏମାନଙ୍କୁ ନିଜେ କର୍ମ କରି ଦେଖାଇବା ଦରକାର। ଜ୍ଞାନେଶ୍ଵର ମହାରାଜ ଜୀ ଏହାର ବହୁତ ସୁନ୍ଦର ଉଦାହରଣ ଦେଇଛନ୍ତି। ଛୋଟ ବାଳକ ଯାହାକୁ ଦୁଗ୍ଧ ପିଇବା ମଧ୍ୟ କଷ୍ଟକର, ତାକୁ କଣ ଆମେ ମିଷ୍ଟାନ୍ନ ଖୁଆଇବା? ଫଳପ୍ରାପ୍ତି ପାଇଁ ଆସକ୍ତ ହୋଇ ଯିଏ କର୍ମ କରୁଛନ୍ତି, ଯେପର୍ଯ୍ୟନ୍ତ ସେମାନେ ନିରାସକ୍ତର ପ୍ରସ୍ତୁତ ଉଦାହରଣ ଦେଖି ନାହାନ୍ତି, ତାହା ତାଙ୍କ ପାଇଁ ବୁଝିବା କଷ୍ଟକର ହେବ।
तेथें सत्क्रियाचि लावावी । तेचि एकी प्रशंसावी ।
नैष्कर्मींही दावावी । आचरोनि ॥
ସନ୍ଥ ମାନେ କାମନା ଶୂନ୍ୟ। ନିଷ୍କାମ ଭାବ ସହ ଉତ୍ତମ କାର୍ଯ୍ୟ କିପରି କରାଯାଏ, ସନ୍ଥ ତାହା ନିଜ ଆଚରଣରେ କରି ଦେଖାନ୍ତି।
ଯେପରି ନାଟକରେ ଯେଉଁମାନେ ରାଜା କିମ୍ବା ରାଣୀର ଭୂମିକାରେ ଥାଆନ୍ତି, ସେମାନେ ଜାଣନ୍ତି କି ପ୍ରକୃତ ଜୀବନରେ ସେମାନେ ରାଜା କି ରାଣୀ ନୁହନ୍ତି, ତା ସତ୍ତ୍ୱେ ଲୋକ ମାନଙ୍କ ପାଇଁ ସେମାନେ ନାଟକ କରନ୍ତି।
ଜ୍ଞାନେଶ୍ୱର ମହାରାଜ କହୁଛନ୍ତି କି ସନ୍ଥଙ୍କର କୌଣସି ଆବଶ୍ୟକତା ନଥାଏ, ତଥାପି ସେମାନଙ୍କୁ ଯେପରି କର୍ମ କରିବା କଥା, ସେହିପରି କରିବା ଦରକାର।
जैसी बहुरूपियाची रावो राणी।
स्त्रीपुरुषभावो नाही मनीं।
परी लोकसंपादणी । तैशीच करिती ॥
ସନ୍ଥ ମାନଙ୍କୁ ଲୋକ ମାନଙ୍କ ପାଇଁ ଭଲ କାମ କରି ଦେଖାଇବା ଦରକାର। ଯେତେବେଳେ ଆମେ କର୍ମ କରୁ, ବାସ୍ତବରେ ଏହି କର୍ମ କିଏ କରିଥାଏ? ଏହା ଶ୍ରୀ ଭଗବାନ ଆଗକୁ କହିଛନ୍ତି ।
ପ୍ରକୃତେଃ(ଖ୍) କ୍ରିୟମାଣାନି, ଗୁଣୈଃ(ଖ୍) କର୍ମାଣି ସର୍ବଶଃ ।
ଅହଙ୍କାରବିମୂଢାତ୍ମା, କର୍ତାହମିତି ମନ୍ୟତେ॥27॥
ବିବେଚନ :
ଏଠାରେ ଶ୍ରୀ ଭଗବାନ ସର୍ବପ୍ରଥମେ ନିଜପାଇଁ ନିର୍ଧାରିତ ହୋଇଥିବା କର୍ମକୁ ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡ଼ା ଆସକ୍ତି ବିହୀନ ଭାବରେ ଉଚିତ୍ କର୍ମ କରିଥିବା ଲୋକମାନଙ୍କ କର୍ମ ପରି ତୁମେ ମଧ୍ୟ ଅତି ସୁନ୍ଦର ଭାବରେ କର୍ମ କର ବୋଲି କୁହନ୍ତି। ପୁଣି ଏହିସବୁ କର୍ମ କରୁଥିବା ବ୍ୟକ୍ତି କିଏ ତାହା ମଧ୍ୟ କୁହନ୍ତି।
प्रकृतेः(ख्) क्रियमाणानि, गुणैः(ख्) कर्माणि सर्वशः।
ସମସ୍ତ କାର୍ଯ୍ୟ ପ୍ରକୃତିର ଗୁଣ ଦ୍ୱାରା ହୋଇଥାଏ। ବର୍ତ୍ତମାନ ଏହି ପ୍ରକୃତି କ'ଣ ଏବଂ ଗୁଣଗୁଡ଼ିକ କ'ଣ? ତାହା ମଧ୍ୟ ଜାଣିବା।
ଚତୁର୍ଦ୍ଦଶ ଅଧ୍ୟାୟରେ ଆମେ ଦେଖିଲୁ ଯେ ଆମ ଶରୀର ପ୍ରକୃତି ଦ୍ୱାରା ନିର୍ମିତ। ସପ୍ତମ ଅଧ୍ୟାୟରେ ଦେଖାଗଲା କି ପ୍ରକୃତି ପାଞ୍ଚଟି ମହାନ ତତ୍ତ୍ୱ (ପୃଥିବୀ, ଅଗ୍ନି, ବାୟୁ, ଜଳ, ଆକାଶ, ମନ, ବୁଦ୍ଧି ଓ ଅହଂକାର) କୁ ନେଇ ଗଠିତ ଏହି ଶରୀର ଏବଂ ଏହି ପ୍ରକୃତିର ତିନୋଟି ଗୁଣ, ଯଥା ସତ୍ତ୍ୱ, ରଜ ଏବଂ ତମ ଅଟେ। ଏହି ତିନୋଟି ଗୁଣ ପରସ୍ପର ଉପରେ ଆଧିପତ୍ୟ ସ୍ଥାପନ କରି ଏହି ଶରୀର ମାଧ୍ୟମରେ କର୍ମ ସୃଷ୍ଟି କରାଇଥାନ୍ତି। ଅତଏବ ଏହି ଶରୀର ଦ୍ୱାରା କର୍ମ କରାଯାଇଥାଏ। ଏବେ ଆମେ କ'ଣ ଶରୀର / ଦେହ ଅଟନ୍ତି କି?
ମୋ ହାତ, ମୋ ଗୋଡ଼, ମୋ ମୁଣ୍ଡ, ମୋ ଶରୀର / ଦେହ । ଏପରି ଯଦି ମୁଁ କହୁଥାଏ, ତେବେ ମୋ ଶରୀର / ଦେହ କହିବାବାଲା ଏହି ମୁଁ ପୁଣି କିଏ?
ଯେତେବେଳେ ମୋର ଶରୀର ବୋଲି ମୁଁ କୁହେ, ତାହେଲେ ମୁଁ ଶରୀର ନୁହେଁ, ଶରୀର ମୋର। ମୋ ଘର ବୋଲି ଯେତେବେଳେ ମୁଁ କହେଁ, ମୋର କାର୍ ବୋଲି ଯେତେବେଳେ ମୁଁ କହେଁ, ତେବେ ମୁଁ କାର୍ କିମ୍ବା ଘର ନୁହେଁ। ଯେପରି ମୁଁ ଘରେ ରହେଁ, ସେହିପରି ମୁଁ ଶରୀରରେ ମଧ୍ୟ ରହେଁ। ଯେହେତୁ ଏହି ଶରୀର ପ୍ରକୃତିଦ୍ୱାରା ନିର୍ମିତ। ତାହେଲେ ମୋର ସ୍ୱରୂପ କେଉଁପରି ? ମୋର ପ୍ରକୃତ ସ୍ୱରୂପ ଆତ୍ମାନନ୍ଦ ଯୁକ୍ତ ଅଟେ। ମୋ ଉପସ୍ଥିତିରେ ଶରୀର ଦ୍ୱାରା କାର୍ଯ୍ୟ ହେଉଅଛି, ମୁଁ ନିଜେ କିଛି କରେନା ବୋଲି ଏହି କଥା ମଧ୍ୟ ଜାଣିବା ଉଚିତ୍ ।
ଯେହେତୁ କରିବା ପାଇଁ ଶରୀର ଅଛି ଏବଂ କରାଇବା ପାଇଁ ଗୁଣମାନେ ଅଛନ୍ତି। ତେଣୁ ମୁଁ ନିଜେ କିଛି କରୁନାହିଁ। ମୁଁ ଏମାନଙ୍କଠାରୁ ସ୍ୱତନ୍ତ୍ର, ଭିନ୍ନ।
ପ୍ରଥମେ ନିଜ କର୍ତ୍ତବ୍ୟ କୁ ଠିକ୍ ଠିକ୍ କରି ସାରିବା ପରେ ଏହା ମଧ୍ୟ ଜାଣିବା ଉଚିତ କି ଏହାର କର୍ତ୍ତା କିଏ? ପ୍ରକୃତରେ ତ୍ରୀଗୁଣମୟୀ ପ୍ରକୃତି ମାନେ ସମସ୍ତ କର୍ମ କରାଉଥିବା ବେଳେ ଅଜ୍ଞାନତାର ବଶବର୍ତ୍ତୀ ହୋଇ ଆମେ କହିଥାଉଁ କି, ଏହି କର୍ମ ମୋ ଦ୍ୱାରା ହେଇଛି, ତେଣୁ କର୍ତ୍ତା ମୁଁ। ମୋ ଘରେ କିମ୍ବା ଅଫିସ ରେ କେହି କାମ କରନ୍ତିନି। ମୁଁ ହିଁ ତାହାକରେ। ଯେତେବେଳେ କୌଣସି ଭଲ କାମ ହୁଏ, ଆମେ ସଙ୍ଗେ ସଙ୍ଗେ କହିଥାଉ, "ମୁଁ ତାହା କରିଥିଲି"। ମୁଁ ଯାହା କଲି ତାହା ପଛର ଭାବନା ହେଉଛି ଯେ ଆମେ ଜାଣିନାହୁଁ ମୁଁ କିଏ। ଆମେ ଶରୀରକୁ "ମୁଁ" ବୋଲି ଭାବିଥାଉ।
अहङ्कारविमूढात्मा, कर्ताहमिति मन्यते - ଶ୍ରୀ ଭଗବାନ କହନ୍ତି, "ଅହଂକାର ଫଳରେ ଅଜ୍ଞାନତାର ବଶବର୍ତ୍ତୀ ହୋଇ ଜୀବାତ୍ମା ନିଜକୁ କର୍ତ୍ତା ବୋଲି ମାନିନିଏ ।
ଆକାଶରେ ସୂର୍ଯ୍ୟ ଉଦୟ ହୋଇଥାଏ। ସୂର୍ଯ୍ୟ ଉଦୟ ହେବା ମାତ୍ରେ ପକ୍ଷୀମାନେ ଶସ୍ୟ ଖାଇବାକୁ ଯାଆନ୍ତି। ସୂର୍ଯ୍ୟ ଉଦୟ ହେବା ମାତ୍ରେ ଫୁଲମାନେ ଫୁଟିଥାନ୍ତି। ତାହେଲେ କ'ଣ ସୂର୍ଯ୍ୟ ଫୁଲମାନଙ୍କୁ ଫୁଟାଇଲେ କି? ସୂର୍ଯ୍ୟଙ୍କ କାରଣରୁ ଫୁଲଗୁଡ଼ିକ ଫୁଟିଛନ୍ତି। ଠିକ୍ ଏହିପରି ଆତ୍ମା କେବେ କର୍ମ କରେ ନାହିଁ। ଏହା ତ୍ରୀଗୁଣମୟୀ ପ୍ରକୃତି ଦ୍ୱାରା ନିର୍ମିତ ଶରୀର କରିଥାଏ।
ଜ୍ଞାନେଶ୍ୱର ମହାରାଜ କହନ୍ତି, "ଯଦି ତୁମେ ଅନ୍ୟର ବୋଝ ନିଜ ମୁଣ୍ଡ ଉପରକୁ ନେଇଯାଅ, ତେବେ କାହାର ବେକରେ ଯନ୍ତ୍ରଣା ହେବ? ନିଜର ହିଁ । ସେହିପରି ପ୍ରକୃତି ଦ୍ୱାରା କର୍ମ କରାଯାଉଥିବାବେଳେ ମୁଁ ଏହି ସବୁ କର୍ମ କରୁଛି ବୋଲି ଏପରି ଭାବିନେଉଥିବାରୁ ମଧ୍ୟ ମୁଁ ଥକିଯାଉଛି | ଯେଉଁମାନେ ସନ୍ଥ ମହାପୁରୁଷ ଅଟନ୍ତି ସେମାନେ କେବେ ଥକି ଯାଆନ୍ତି ନାହିଁ, ସଦାସର୍ବଦା ସକ୍ରିୟ ରୁହନ୍ତି ।
ଏମିତିବି ଦେଖିବାକୁ ଗଲେ ‘ମୁଁ’ ହେଉଛନ୍ତି ଦୁଇ ଜଣ।
ଜଣେ ଅସ୍ଥାୟୀ ମୁଁ ଏବଂ ଅନ୍ୟ ଜଣକ ସ୍ଥାୟୀ ମୁଁ। ଶରୀର ସହିତ ଆମର ଅନୁଭବ ହେଉଥିବା ‘ମୁଁ’ ଅସ୍ଥାୟୀ ଅଟେ। ଯେମିତି ମୁଁ ଆସିଲି, ମୁଁ ଗଲି, ମୁଁ କହୁଛି, ମୁଁ ଶୁଣୁଛି। ଏହା ଆଚରଣ ପାଇଁ ବ୍ୟବହୃତ ହହୋଇଥାଏ। ଏହା ଭୁଲ୍ ନୁହେଁ, କିନ୍ତୁ ଯିଏ ସ୍ଥାୟୀ ମୁଁ ତାକୁ ଆମେ ଜାଣିବା ଉଚିତ୍। ସେ ହେଉଛି ‘ମୁଁ, ଆତ୍ମା’। ଏହି ଶରୀରରେ ଉପସ୍ଥିତ ରହିବା କାରଣରୁ ଯାହା ସବୁ ଘଟୁଛି, ତାହା ସବୁ ମୁଁ କରୁନାହିଁ।
ସନ୍ଥ କବୀର୍ ସୁନ୍ଦର ଭାବରେ କହିଛନ୍ତି -
जो कुछ किया तुम किया
मैं किया कछु नाहीं
कहो कहीं यह मैं किया
तो तुम ही हो मुझ माहीं।
ହେ ପ୍ରଭୁ! ମୁଁ କିଛି କରିନାହିଁ, ଯାହା କିଛି ହେଉଛି ତୁମେ ହିଁ କରୁଛ, ଏବଂ ଯଦି ତୁମ୍ଭେ କହୁଛ ଯେ ମୁଁ ଏହା କରିଛି, ତା'ହେଲେ ମୋ ଭିତରେ ବି ତ ତୁମର ହିଁ ଅଂଶ ଅଛି, ତେଣୁ ଏସବୁ କରିବାବାଲା ମୁଁ କିଏ ?
तैसी शुभाशुभें कर्में । जिये निफजति प्रकृतिधर्में ।
तियें मूर्ख मतिभ्रमें । मी कर्ता म्हणे ॥
ପ୍ରକୃତିର ପ୍ରକୃତି ଅନୁଯାୟୀ ଘଟଣା ଘଟିଥାଏ, କିନ୍ତୁ ବିବେକ ଶୁନ୍ୟ ହୋଇଯିବା କାରଣରୁ ଆମେ ଭାବିବା ଆରମ୍ଭ କରିଦେଇଥାଉ କି ଆମେ ଏହା କରିଛୁ ବୋଲି |
ତତ୍ତ୍ୱବିତ୍ତୁ ମହାବାହୋ, ଗୁଣକର୍ମବିଭାଗୟୋଃ ।
ଗୁଣା ଗୁଣେଷୁ ବର୍ତନ୍ତ, ଇତି ମତ୍ୱା ନ ସଜ୍ଜତେ॥28॥
ବିବେଚନ :
ପ୍ରକୃତିର ପ୍ରକୃତି ଅନୁଯାୟୀ ଘଟଣାମାନ ଘଟିଥାଏ, କିନ୍ତୁ ମତି ଭ୍ରମ ହୋଇଯିବା କାରଣରୁ ଆମେ ଭାବିବା ଆରମ୍ଭ କରିଦେଇଥାଉ କି ଆମେ ଏହା କରିଛୁ ବୋଲି।
ତତ୍ତ୍ବବିତ୍ତୁ : ଅର୍ଥାତ୍ ଯିଏ ତତ୍ତ୍ୱକୁ ଜାଣନ୍ତି, ଅତଏବ ସେହି ଆତ୍ମତତ୍ତ୍ୱର ସାରକୁ ସମ୍ପୂର୍ଣ୍ଣ ଭାବରେ ଜାଣି ବୁଝିଥିବା ବ୍ୟକ୍ତିକୁ ତତ୍ତ୍ୱବେତ୍ତା କୁହାଯାଏ। ସେହିପରି ଜ୍ଞାନୀ ବ୍ୟକ୍ତି ଗୁଣ ବିଭାଗ ଓ କର୍ମ ବିଭାଗକୁ ଭଲ ଭାବରେ ବୁଝିଯାଇଥାନ୍ତି। ସତ୍ତ୍ୱ, ରଜ ଓ ତମ ଏହି ତିନୋଟି ଗୁଣ ସବୁବେଳେ ଜଣେ ଅନ୍ୟଜଣଙ୍କ ଉପରେ ଆଧିପତ୍ୟ ବିସ୍ତାର କରି ଚାଲିଥାନ୍ତି।
ଇତି ମତ୍ୱା ନ ସଜ୍ଜତେ - ଅର୍ଥାତ୍ ଜ୍ଞାନୀମାନେ ଏହା ଜାଣିକରି ଏଥିରେ ଲିପ୍ତ ହୁଅନ୍ତି ନାହିଁ। ପ୍ରକୃତି ଦ୍ୱାରା କାମ କରାଯାଉଥିବା ଜାଣି ଶରୀର ରେ ବାନ୍ଧି ହୋଇନଥାନ୍ତି ।
ଉଦାହରଣ ସ୍ୱରୂପ - ସୂର୍ଯ୍ୟ ଦେବତା ଉଦୟ ହୋଇ ଅସ୍ତ ହେବା ଭିତରେ ପ୍ରକୃତିର ସମସ୍ତ କାର୍ଯ୍ୟ ଚାଲିଥାଏ। ଯଦି ଆମେ ସୂର୍ଯ୍ୟଦେବଙ୍କୁ କହିବା କି ସବୁ କାମ ଆପଣଙ୍କ ଦ୍ୱାରା ହେଉଛି, ତେବେ ସୂର୍ଯ୍ୟ ଦେବ କହିବେ, ମୁଁ କେଉଁଠି କାମ କରୁଛି? ମୁଁ ତ ପ୍ରକୃତରେ ଉଦୟ ହୁଏନି କି ଅସ୍ତ ବି ହୁଏନି। ବାସ୍ତବରେ ପୃଥିବୀର ଘୂର୍ଣ୍ଣନ ହେତୁ ଏହା ଆମକୁ ଏମିତି ଦେଖାଯାଏ।
ଠିକ୍ ଏହିପରି କର୍ମ ଶରୀର ଦ୍ୱାରା ହୋଇଥାଏ। ଆମକୁ ଲାଗେ ଯେପରି ଆମେ କରୁଛୁ ।
କର୍ମଯୋଗ ପାଇଁ ସର୍ବୋତ୍ତମ ଉଦାହରଣ ରୂପେ ସୂର୍ଯ୍ୟ ଦେବଙ୍କୁ ନିଆଯିବା ଉଚିତ। ସେ କେଉଁପରି କାମ କରନ୍ତି, ତାଙ୍କର କଣ କେବେ ବିଶ୍ରାମ ଥାଏ କି? ଯେମିତି ଆଜି ସୂର୍ଯ୍ୟ ଉଦୟ କିମ୍ବା ଅସ୍ତ ହେବେ ନାହିଁ। ନିରନ୍ତର କାର୍ଯ୍ୟ କରୁଥାନ୍ତି। କୌଣସି ପ୍ରକାରର ବିଶ୍ରାମ ନାହିଁ କି କାହାପ୍ରତି କିଛି ଭେଦଭାବ ମଧ୍ୟ ନାହିଁ। ସେ ସମସ୍ତଙ୍କୁ ସମାନ ଭାବରେ ଆଲୋକ ଦେଇଥାନ୍ନ୍ତି, ଏବଂ ସେ ଏପରି ମଧ୍ୟ କୁହନ୍ତି ନାହିଁ: କି ଯଦି ତୁମେ ମୋତେ ଅର୍ଘ୍ୟଦେବ, ତେବେ ମୁଁ ତୁମକୁ ଆଲୋକ ଦେବି। ମୋତେ ଏହା ମିଳିବା ଦରକାର। ମୋର ଉପାସନା କର, ମୁଁ ଆଲୋକ ଦେବି। ଏଭଳି କିଛି ଆଶା ମଧ୍ୟ ନାହିଁ। ଅତଏବ ଆସକ୍ତି ବିହୀନ ହୋଇ ମୁଁ ସବୁ କରୁଥିବାର ଭାବନା ଠାରୁ ଦୂରରେ ରହି ଅନବରତ କର୍ମକରିବାର ପ୍ରଚେଷ୍ଟାକୁ ହିଁ କର୍ମଯୋଗ କୁହାଯାଏ।
ପ୍ରକୃତେର୍ଗୁଣସମ୍ମୂଢାଃ(ସ୍), ସଜ୍ଜନ୍ତେ ଗୁଣକର୍ମସୁ ।
ତାନକୃତ୍ସ୍ନବିଦୋ ମନ୍ଦାନ୍, କୃତ୍ସ୍ନବିନ୍ନ ବିଚାଲୟେତ୍॥29॥
ବିବେଚନ :
ପ୍ରକୃତିର ଗୁଣ ଯୋଗୁଁ ଆମେ ଏମିତି ଏକ ରହସ୍ୟ ଭିତରେ ଫସି ଯାଇଛୁ ଯେ ଯାହା ଦେଖୁଛୁ ତାହା ସବୁ ସତ ମନେ ହୁଏ। ଆଉ ଯଦି ମୁଁ କରୁନାହିଁ ତେବେ ଏହା ସବୁ କିଏ କରୁଛି? ଆମେ ସମ୍ମୋହିତ୍ ହୋଇଯାଉଁ। ପ୍ରକୃତି ଆମକୁ ସମ୍ମୋହିତ କରିଦିଏ।
ପ୍ରକୃତେର୍ଗୁଣସମ୍ମୂଢ଼ା :- ଅର୍ଥାତ୍ ପ୍ରକୃତିର ଗୁଣ ଯୋଗୁଁ ଆମେ ମୂର୍ଖ ହୋଇଥାଉ। ଆମେ ନିଜକୁ ଭୁଲି ଯାଇ ଗୁଣ, କର୍ମରେ ଆକର୍ଷିତ ହୋଇଯାଉଁ। ଯାହା ଭଲ ଲାଗେ ତାହା କରିବାଦ୍ୱାରା କର୍ମ ସହିତ ମଧ୍ୟ ଜଡିତ ହୋଇଯାଉଁ। ପୁଣି ଏଥିରୁ ମିଳୁଥିବା ଫଳ ସହିତ ମଧ୍ୟ ଯୋଡ଼ି ହୋଇଯାଉଁ।
ସଜ୍ଜନ୍ତେ :- ଅର୍ଥାତ୍ ସେମାନେ ଏଥିରେ ଆସକ୍ତ ହୋଇ ସବୁବେଳ ପାଇଁ ଲାଗି ରହିଥାନ୍ତି। ଯିଏ ଜ୍ଞାନୀ, ଯିଏ ଏହି କଥା ଜାଣେ ତାକୁ ଏହା ବ୍ୟଥିତ କରେ ନାହିଁ । ସେ ଏହି କଥାକୁ ଜାଣେ ଯେ ‘ମୁଁ କର୍ମର କର୍ତ୍ତା ନୁହେଁ, ମୋର ଶୁଦ୍ଧ ପ୍ରକୃତି ହେଉଛି ଆତ୍ମା’। ଶରୀରରେ ଆତ୍ମାର ଉପସ୍ଥିତି ହେତୁ ଶରୀର ଗତିଶୀଳ ହୁଏ, ନଚେତ୍ କ'ଣ ହୁଅନ୍ତା ? ଆମେ କହନ୍ତୁ ଯେ ଏହି ଶରୀରରେ ରାମ ନାହାନ୍ତି, ଏହାକୁ ଉଠାଇ ନିଅନ୍ତୁ। ସେହି ବ୍ୟକ୍ତି ଜୀବିତ ରହିନଥାଏ, ସେ ଜଡ ଶରୀରରେ ପରିଣତ ହୁଏ। ତେଣୁ ସେହି ଆତ୍ମା ତତ୍ତ୍ୱଙ୍କ ଉପସ୍ଥିତି ହେତୁ ଶରୀର ଦ୍ୱାରା କାର୍ଯ୍ୟ ସମ୍ପନ୍ନ ହୋଇଥାଏ।ଅତଏବ କର୍ମର କର୍ତ୍ତା ହେଉଛି ଶରୀର। ଆତ୍ମା କାମ କରନ୍ତି ନାହିଁ। ନିଜକୁ ଚିହ୍ନିବା ହେଉଛି ତୃତୀୟ ସୋପାନ। ଶ୍ରୀ ଭଗବାନ କହନ୍ତି, "ଏହି ଅବସ୍ଥାରେ ପହଞ୍ଚିବା ପର୍ଯନ୍ତ କ'ଣ କରିବା ଉଚିତ? "
ମୟି ସର୍ବାଣି କର୍ମାଣି, ସନ୍ନ୍ୟସ୍ୟାଧ୍ୟାତ୍ମଚେତସା
ନିରାଶୀର୍ନିର୍ମମୋ ଭୂତ୍ୱା, ୟୁଧ୍ୟସ୍ୱ ବିଗତଜ୍ୱରଃ॥30॥
ଵିଵେଚନ -
ଏହି ଶ୍ଲୋକ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ କାରଣ ଏହା ଗୀତାକୁ ଆଚରଣରେ ପରିବର୍ତ୍ତିତ କରିବାର ଶ୍ଲୋକ।
ଶ୍ରୀ ଭଗବାନ କହିଛନ୍ତି -
ମୟି ସର୍ଵାଣି କର୍ମାଣି - ଵନ୍ଧନରୁ ମୁକ୍ତି ପାଇଵା ନିମନ୍ତେ ତୁମେ ସମସ୍ତ କର୍ମକୁ ମୋତେ ଅର୍ପଣ କରିଦିଅ। କର୍ମ ଠିକ୍ ଭାବରେ କରି ମୋତେ ଅର୍ପଣ କଲେ ତୁମେ ମୁକ୍ତ ହୋଇଯିବ। ଭଗବାନଙ୍କୁ ଆମେ କହିବା ଯେ ଆପଣ ସର୍ଵତ୍ର ବ୍ୟାପ୍ତ ଓ ସମସ୍ତ କାର୍ଯ୍ୟ ଭଗବତ୍ କାର୍ଯ୍ୟ। ତେଣୁ ମୁଁ ଯାହା କରୁଛି ତାହା ଆପଣଙ୍କ କାର୍ଯ୍ୟ ତେଣୁ ଆପଣଙ୍କୁ ସମର୍ପଣ କରିଦେଉଛି।
ସକାଳୁ ଉଠି ଭଗବାନଙ୍କୁ ପ୍ରଣାମ ଜଣାଇ ପ୍ରାର୍ଥନା କର ଯେ ଆଜି ଯାହା ଵି କାର୍ଯ୍ୟ କରିଵି ତାହା ଆପଣଙ୍କ କାର୍ଯ୍ୟ। ସାରା ସଂସାର ପରମାତ୍ମାମୟ ଅଟେ। ତେଣୁ ସବୁ କାର୍ଯ୍ୟ ପରମାତ୍ମାଙ୍କର ଓ ମୁଁ ଆଜି ସେଥିପାଇଁ ନିଯୁକ୍ତ ହେଲି। ଏହା କହି ସମସ୍ତ କାର୍ଯ୍ୟ କର ଓ ଶ୍ରୀ କୃଷ୍ଣାର୍ପଣମସ୍ତୁ କହି ତାଙ୍କୁ ସମର୍ପଣ କରିଦିଅ। ଶ୍ରୀ ରାମଚରଣାର୍ପଣମସ୍ତୁ, ଦୁର୍ଗାର୍ପଣମସ୍ତୁ, ଭାରତମାତାର୍ପଣମସ୍ତୁ, ଭଗବାନଙ୍କ ପାଇଁ ଯେଉଁ ରୂପ ଆପଣଙ୍କୁ ଭଲ ଲାଗେ ତାଙ୍କ ନିକଟରେ ଅର୍ପଣ କରିଦିଅ ଯେଉଁ ଜିନିଷକୁ ଆମେ ଅର୍ପଣ କରିଦେଉ ତାହା ଆଉ ଆମର ନ ରହି ଭଗବାନଙ୍କର ହୋଇଯାଏ।
ଯେହେତୁ ଭଗବାନଙ୍କ କାର୍ଯ୍ୟ ଭାବି ଆମେ କରିବା, ତାକୁ ତ ଯାହି ତାହି ଭାଵେ କରିଦେଇ ପାରିବା ନାହିଁ, ବରଂ ଖୁବ୍ ଭଲଭାବରେ କରିବାକୁ ଚେଷ୍ଟା କରିବା । ଭଗବାନଙ୍କୁ ଫୁଲ ଦେଵାଵେଳେ ଆମେ ଵାଛି ବାଛି ଭଲ ଫୁଲ ଦେଉ। ସେହିପରି କର୍ମ ମଧ୍ୟ ଠିକ୍ ଭାବରେ କରିବା। ଭଗବାନଙ୍କ କାମ ଭାଵି କରିବା ଓ ତାଙ୍କୁ ଅର୍ପଣ କରିଦେବା ପରେ ଆମେ ସେହି କର୍ମର ଵନ୍ଧନରୁ ମୁକ୍ତ ହୋଇଯାନ୍ତି।
ସନ୍ନ୍ୟାସ୍ୟାଧ୍ୟାତ୍ମଚେତସା - ଅର୍ଥାତ୍ ତାଙ୍କୁ ଅର୍ପଣ କରିଦିଅ।
ନିରାଶୀର୍ନିର୍ମମୋ ଭୂତ୍ବା - ଅର୍ଥାତ୍ ମୋର ହୋଇ ରହି ନାହିଁ। ଏଵେ ଭଗବାନ ଫଳ ଆକାରରେ ଯାହାଵି ଦେଵେ ତାହା ସ୍ବୀକାର କରିଵି।
ଯୁଧ୍ୟସ୍ୟ - ଭଗଵାନ କହୁଛନ୍ତି ଏପରି କରିବା ସମୟରେ ଯୁଦ୍ଧ ଭଳି ଘୋର କର୍ମ ଆସିଲେ ତାହା ମଧ୍ୟ କର।।
ବିଗତ ଜ୍ୱର - ଅର୍ଥାତ୍ ସନ୍ତାପ କରନାହିଁ। ଯୁଦ୍ଧ କରିବାକୁ ପଡ଼ିଲେ ମଧ୍ୟ ଵିନା ଦ୍ବିଧାରେ ତାହା କର୍ତ୍ତବ୍ୟ ଭାଵି ଯୁଦ୍ଧ ମୋର କର୍ତ୍ତବ୍ୟ, ବାଣ, ଖଣ୍ଡା
ଚଳାଇବା ମୋର କର୍ତ୍ତବ୍ୟ। ଏହା କରି ମନେ ମନେ ଅର୍ପଣ କରିଦିଅ। ଏଥିପାଇଁ କୁଆଡେ ଯିବା ଦରକାର ହେବନାହିଁ। ମନେ ମନେ ସଙ୍କଳ୍ପ କର ଓ ଅର୍ପଣ କରିଦିଅ। ଏଵେ ଏହା ଭଗବାନଙ୍କର।
ନିରାଶୀର୍ - ଅର୍ଥାତ୍ ମୋର କିଛି ଆଶା ନାହିଁ। ପରିବାର ନିମନ୍ତେ କରିବା କାର୍ଯ୍ୟ ମଧ୍ୟ ଭଗବାନଙ୍କର କାରଣ ତାହା ଭଗବାନଙ୍କ ଦାନ। ଦୋକାନରେ ବସିଛି ତ ଦୋକାନ ମଧ୍ୟ ତାଙ୍କର ଦାନ ଓ କାମ ତାଙ୍କର କାମ। ମୁଁ କେଵଳ ନିଯୁକ୍ତ ହୋଇଛି ଏପରି ଚିନ୍ତନ ସହ କର୍ମ କରିଵା ଦ୍ଵାରା ଆମେ ମୁକ୍ତିର ଅନୁଭବ କରିବା। ଜ୍ଞାନ ମଧ୍ୟ ପ୍ରାପ୍ତି ହେବ।
ଜ୍ଞାନ ତ ଆମ ଭିତରେ ହିଁ ଅଛି। ତା ଉପରେ ଥିବା ଆଵରଣକୁ ସମର୍ପଣ ଦ୍ଵାରା ହଟାଇ ଦେଲେ ଜ୍ଞାନ ପ୍ରକଟ ହୋଇଯିବ। ଗୀତା ଯୋଗ ଶାସ୍ତ୍ର ଅଟେ। ଶାସ୍ତ୍ର ଅର୍ଥାତ୍ ବିଜ୍ଞାନ। ଵିଜ୍ଞାନ ନିଜେ କରି ଦେଖିଲା ପରେ ହିଁ ବିଶ୍ଵାସ ହୁଏ। ନିତ୍ୟ ଅଭ୍ୟାସ ଦ୍ଵାରା ଏହି ବିଜ୍ଞାନକୁ ଆମେ ବୁଝିବାରେ ସକ୍ଷମ ହୋଇପାରିବା।
ପ୍ରଶ୍ନୋତ୍ତରୀ
ପ୍ରଶ୍ନ କର୍ତ୍ତା - ଦେଵୟାନ୍ତୀ ଦିଦି।
ପ୍ରଶ୍ନ - ମୋର ପତିଙ୍କର ଦେଢବର୍ଷ ହେଵ ଦେହାନ୍ତ ହୋଇ ଗଲାଣି। ବର୍ତ୍ତମାନ ପର୍ଯ୍ୟନ୍ତ ମନ ଅଶାନ୍ତ ରହୁଛି ଶାନ୍ତି ପାଇଁ ଗୀତା ଶରଣରେ ଆସିଛି। ମୋତେ କଣ କରିବାକୁ ପଡ଼ିବ ମାର୍ଗ ଦର୍ଶନ କରନ୍ତୁ।
ଉତ୍ତର - ଆପଣ ଠିକ୍ ଜାଗାକୁ ଆସି ଯାଇଛନ୍ତି। ଗୀତା ଅଧ୍ୟୟନ ଜାରି ରଖନ୍ତୁ। ଯାହା ଆଜି ଶୁଣୁଛନ୍ତି ତାକୁ ଆଚରଣରେ ସାକାର କରିବାକୁ ଚେଷ୍ଟା କରନ୍ତୁ।
କର୍ତ୍ତବ୍ୟ କରି ଚାଲନ୍ତୁ ଓ ପ୍ରଭୁଙ୍କୁ ସମର୍ପଣ କରିଦିଅନ୍ତୁ। ଗୀତାକୁ ୩ସ୍ତରରେ ପଢାଯାଏ। ଗୀତା ପଢ଼ନ୍ତୁ ,ପଢାନ୍ତୁ ଓ ଜୀବନରେ ଆଣନ୍ତୁ। ଆପଣ ଗୀତା ପଢ଼ୁଛନ୍ତି। ପଢ଼ିବା ସହ ତାକୁ ଜୀବନରେ ପ୍ରତିଫଳିତ କରିବାପାଇଁ ପ୍ରୟାସ କରନ୍ତୁ। ଧୀରେ ଧୀରେ ମୁକ୍ତିର ସ୍ବାଦ ପାଇ ପାରିଵେ। ଆପଣଙ୍କର ସମସ୍ତ ସମସ୍ୟା ନିଜେ ନିଜେ ଶେଷ ହୋଇଯିବ। କାରଣ ଏଥିରେ ୨ଟି କଥା ହୁଏ। ପ୍ରଥମ କର୍ମ ଵନ୍ଧନରୁ ମୁକ୍ତି ମିଳିଵ। ସବୁ ସମର୍ପିତ ହେଲାପରେ ମୋର ଆଉ କିଛି ନାହିଁ। କର୍ମ, ବାରମ୍ବାର ଚିନ୍ତନ ଦ୍ଵାରା ପ୍ରଭୁଙ୍କ ସହ ନିକଟତା ଵଢି ଚାଲିଵ ଯାହା ମାନସିକ ଶାନ୍ତି ପ୍ରଦାନ କରିବ। ଅନ୍ୟତ୍ର କେଉଁଠାରେ ମଧ୍ୟ ମନୁଷ୍ୟକୁ ଶାନ୍ତି ମିଳିପାରିବ ନାହିଁ।ହରି ଶରଣକୁ ଯିବା ପରେ ମନରୁ ସମସ୍ତ ଭୟ ଦୂର ହୋଇଯିବ ଓ ଶାନ୍ତି ପ୍ରାପ୍ତ ହେଵ।
ଈଶ୍ୱର ଚିନ୍ତନ ପାଇଁ ସରଳ ଉପାୟ ହେଲା ପ୍ରାର୍ଥନା। ଏପରିକି ଘରର ଯାବତୀୟ କାମ କରିଵାଵେଳେ ମଧ୍ୟ ଭାବ ଯେ ଏହା ପ୍ରଭୁଙ୍କ କାମ। ପ୍ରଭୁ ପରିବାର ଦେଇଛନ୍ତି ତେଣୁ ଯାହା କର୍ତ୍ତବ୍ୟ କର୍ମ ସବୁ ତାଙ୍କରି ନିମିତ୍ତ ଭାବେ କରିବା ଓ ସମର୍ପିତ ହୋଇଯିବା। ଏହା ଦ୍ଵାରା ଆଉକିଛି ମିଳୁ ନ ମିଳୁ ମନକୁ ଶାନ୍ତି ମିଳିଵ। କିନ୍ତୁ ଏଥିପାଇ ବାରମ୍ବାର ଚିନ୍ତନ ଓ ସମର୍ପଣର ଅଭ୍ୟାସ ଜାରି ରଖିବାକୁ ପଡ଼ିବ। ଧୀରେ ଧୀରେ ସଂସାରର ସମସ୍ୟା ତୁମକୁ ଦୁଃଖ ଦେବନାହିଁ ଵା ଅଶାନ୍ତ କରିଵ ନାହିଁ।
ପ୍ରଶ୍ନ କର୍ତ୍ତା - ଦେଵୟନିତୀ ଦିଦି।
ପ୍ରଶ୍ନ - ଵର୍ତ୍ତମାନ ପର୍ଯ୍ୟନ୍ତ ଆମ ଘରେ ଶ୍ରୀରାମଙ୍କର ପୂଜା ହେଉଥିଲା। ଏବେ ଶ୍ରୀକୃଷ୍ଣଙ୍କ ପୂଜା କରିବି ନା କେଵଳ ନାମ ଜପ କରିବି ଵୁଝି ପାରୁନାହିଁ।
ଉତ୍ତର - ଏ ସମସ୍ୟାର କାରଣ ହେଲା ଆପଣ ରାମ ଓ କୃଷ୍ଣ ଦୁଇଜଣଙ୍କୁ ଅଲଗା ଅଲଗା ଵୋଲି ଭାଵୁଛନ୍ତି। ଏହା ଭୁଲ୍ ଧାରଣା। ପରମାତ୍ମା ଏକ ଅଟନ୍ତି। ଭିନ୍ନ ଭିନ୍ନ ରୂପରେ ପ୍ରକଟ ହୋଇ ଭିନ୍ନ ଭିନ୍ନ ଭୂମିକାରେ କାର୍ଯ୍ୟ କରି ଥିବାରୁ ରାମ, କୃଷ୍ଣ ,ଶିଵ, ଦୂର୍ଗା ଏପରି ଭଗବାନଙ୍କର ଭିନ୍ନ ମତ ଅଟନ୍ତି।
ଆମକୁ ଯେ ଭଲ ଲାଗିଲେ ଆମେ ତାଙ୍କୁ ଉପାସନା କଲୁ। ରାମ ଆପଣଙ୍କ ପ୍ରିୟ ତେଣୁ ଆପଣ ତାଙ୍କୁ ପୂଜା କରୁଛନ୍ତିି କିନ୍ତୁ ପରମାତ୍ମା ଏକ ଏହା ଧ୍ୟାନରେ ରଖିବାକୁ ପଡ଼ିବ। ରାମଙ୍କୁ ଭକ୍ତି କରୁଛନ୍ତିି ଏହାର ଅର୍ଥ ନୁହେଁ ଯେ କୃଷ୍ଣ ତାଙ୍କର ଶତ୍ରୁ। ଏହି ଭଗଵଦ୍ଗୀତାକୁ ଭଗବାନ କୃଷ୍ଣ କହିଛନ୍ତି।
ରାମ ଅବତାରରେ ଏହି ଜ୍ଞାନ ଗୁରୁ ବଶିଷ୍ଠ ରାମଙ୍କୁ ଶୁଣାଇଥିଲେ। ପ୍ରଭୁ ଶ୍ରୋତା ଓ ଗୁରୁ ବଶିଷ୍ଠ ଵକ୍ତା ଥିଲେ। ଏଠାରେ ଵକ୍ତା ଶ୍ରୀକୃଷ୍ଣ ଓ ଶ୍ରୋତା ଅର୍ଜୁନ ଅଟନ୍ତି। କେବଳ ଏତିକି ଅନ୍ତର ଯେଉଁ ଜ୍ଞାନ ଶ୍ରୀରାମ ପାଇଥିଲେ ତାହା ଅର୍ଜୁନଙ୍କୁ ଦେଉଛନ୍ତି।
ରାମ - କୃଷ୍ଣ ଅଲଗା ରୂପ ଧାରଣ କଲେ ମଧ୍ୟ ଏକହିଁ ପରମାତ୍ମା ଅଟନ୍ତି।
ପ୍ରଶ୍ନ କର୍ତ୍ତା - ନୀଲିମା ଦିଦୀ।
ପ୍ରଶ୍ନ - ମୁଁ ପିଲା ଦିନରୁ ଗୀତା ପଢିଆସୁଛି। ସମସ୍ତ କାର୍ଯ୍ୟ ମଧ୍ୟ ଭଗବାନଙ୍କୁ ଅର୍ପଣ କରିଦେଉଛି। କିନ୍ତୁ ଘରେ ମୋର ତଥା ମୋଗୁରୁଙ୍କର ଅପମାନ କରାଯାଉଛି। ମୁଁ କଣ କରିବି। ଏଥିରେ ମନରେ କ୍ରୋଧ ଜାତ ହେଉଛି। ତାକୁ କିପରି ନିୟନ୍ତ୍ରଣ କରିବି?
ଉତ୍ତର: ଆପଣ ନିନ୍ଦା କରୁ ନାହାନ୍ତି ତେଣୁ ଚିନ୍ତା କରନ୍ତୁ ନାହିଁ। ଅନ୍ୟ ଲୋକ କ'ଣ କରିଲା ସେଥିରେ ଆପଣଙ୍କର ନିୟନ୍ତ୍ରଣ ନାହିଁ କିନ୍ତୁ ଆମେ କ'ଣ କରିବା ସେ ନିୟନ୍ତ୍ରଣ ଆମ ହାତରେ ଅଛି। ଆମେ ଆମର କର୍ତ୍ତବ୍ୟ କର୍ମ ଭଗବାନଙ୍କୁ ସମର୍ପଣ କରି କରି ଚାଲିବା। ଅନ୍ୟ ଲୋକ କ'ଣ କରିଲା ସେଥିପ୍ରତି ଧ୍ୟାନ ଦେବା ନାହିଁ।କିଏ ନିନ୍ଦା କଲା କିଏ ସ୍ତୁତି କଲା ସେଥିରେ କିଛି ଯାଏ ଆସେନାହିଁ। କିଛି ସମୟ ପରେ ନିନ୍ଦା କରୁଥିବା ଲୋକର ମଧ୍ୟ ଜ୍ଞାନ ଉଦୟ ହେଲେ ସେଭାଵିଵ ଏତେ ଵାଧା ସତ୍ବେ ଯେ ନିଜ କାର୍ଯ୍ୟ କରି ଚାଲିଛି ତାଠାରେ ନିଶ୍ଚୟ ଈଶ୍ୱରଙ୍କ ଶକ୍ତି ଅଛି ଏବଂ ସେ ପରିବର୍ତ୍ତିତ ହୋଇଯାଇ ପାରେ। ଆପଣ ତାଙ୍କୁ ବଦଳାଇବା ଚେଷ୍ଟା କରନ୍ତୁ ନାହିଁ। କେବଳ ନିଜକୁ ବଦଳାଇବାର ଚେଷ୍ଟା କରନ୍ତୁ।
ଷଷ୍ଠ ଅଧ୍ୟାୟରେ ଭଗବାନ ଏହା ସ୍ପଷ୍ଟ କହିଛନ୍ତି କି -
‘ନିଜ ଉଦ୍ଧାର ଆମକୁ ନିଜେ କରିବାକୁ ହେବ। ଯେମିତି କି ନିଜର ସୁରକ୍ଷା କେବଳ ନିଜେ କରିବା।’
ନିର୍ମାଣ କାର୍ଯ୍ୟ ଚାଲୁଥିବା ଜାଗାରେ ବେଳେ ବେଳେ ଲେଖା ଯାଇଥାଏ ନିଜ ସୁରକ୍ଷା ନିଜେ କର। ଏହି ସଂସାରରେ ନିଜ ସୁରକ୍ଷା, ନିଜ ଉଦ୍ଧାର ପ୍ରତି ନିଜକୁ ହିଁ ସତର୍କ ରହିବାକୁ ପଡିଵ। କେହି ଵିରୋଧ କରୁ ଵା ପ୍ରଶଂସା କରୁ ସେଥିପ୍ରତି ଧ୍ୟାନ ନଦେଇ ନିଜ କାର୍ଯ୍ୟ କରି ଚାଲ। ସମୟ ଆସିଵ ଵିରୋଧୀ ନିଜର ଭୁଲ୍ ବୁଝିପାରିଵା ସହ ଠିକ୍ ରାସ୍ତାକୁ ଆସିଯିବ।
ଭଗବାନ କହୁଛନ୍ତି -
ଆପଣ ନିଜ କାର୍ଯ୍ୟକୁ ଭଗବାନଙ୍କ କାର୍ଯ୍ୟ ଭାବି ନିଷ୍ଠାର ସହ କରିଚାଲନ୍ତୁ ଯେପରି ଅନ୍ୟ କେହି ଭୁଲ୍ ତ୍ରୁଟି ଖୋଜି ନ ପାଏ। ଅନ୍ୟମାନେ ଯେପରି କରୁଛନ୍ତି କରିବାକୁ ଦିଅନ୍ତୁ। ଅଧ୍ୟାତ୍ମ ସହିତ ଘରର କାମକୁ ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ। କର୍ତ୍ତବ୍ୟ ଓ ଆଧ୍ୟାତ୍ମିକତା ଦୁଇଟିକୁ ଧ୍ୟାନରେ ରଖି କାର୍ଯ୍ୟ କଲେ ଆମେ ମୁକ୍ତ ହୋଇଯିବା ଓ ଅନ୍ୟମାନେ ମଧ୍ୟ ଆମର ଦୋଷ ଦର୍ଶାଇବାକୁ ସାହସ କରିପାରିଵେ ନାହିଁ। ଯଦିଵି କରନ୍ତି ଆମେ ସେଥିପାଇଁ ବିଶେଷ ଧ୍ୟାନ ଦେବା ନାହିଁ।
ଆମକୁ କ୍ରୋଧ ଆସିଵାର କାରଣ ହେଲା ଆମ ମନରେ ଭାଵ ଆସୁଛି ଯେ, ମୁଁ ଭଲକାମ କରୁଛି, କିନ୍ତୁ ଲୋକ ମୋର ପ୍ରଶଂସା କରୁ ନାହାଁନ୍ତି। ପ୍ରଶଂସା ଶୁଣିଵାର ଅପେକ୍ଷା ପୂରଣ ନହେଲେ ମନରେ କ୍ରୋଧ ଜାତ ହେଉଛି। ଅନ୍ୟର ବ୍ୟବହାର ଆମର ନିୟନ୍ତ୍ରଣରେ ନାହିଁ କିନ୍ତୁ ଆପଣ ନିଜକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରନ୍ତୁ ଏବଂ ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ କି ମୁଁ ଆପଣଙ୍କର କାମ କରୁଛି, ମନରେ କ୍ରୋଧ ଆସିଲେ ଆପଣ ମୋତେ ସମ୍ଭାଳି ନିଅନ୍ତୁ।
ଏହିପରି ସମର୍ପଣ କରି ଭଗବାନଙ୍କ ସହ ଯୋଡ଼ି ହେଲେ କ୍ରୋଧ ଉପଶମ ହୋଇଯିବ।
ହନୁମାନ ଚାଳିଶା ପାଠ ଓ ପ୍ରଭୁ ପଦ ଵନ୍ଦନା ସହ ଆଜିର ବିବେଚନ ସତ୍ରର ସମାପ୍ତି ହେଲା।
॥ ଓଁ ଶ୍ରୀ କୃଷ୍ଣାର୍ପଣମସ୍ତୁ ॥