विवेचन सारांश
ସମ୍ୟକ୍ ଏବଂ ସାତ୍ତ୍ୱିକ ଆହାର
ଉପକ୍ରମଣିକା :-
"ନାରାୟଣ ହରିବୋଲ” ସଂକୀର୍ତ୍ତନ, ହନୁମାନ ଚାଳିଶା, ଦେଶାତ୍ମବୋଧକ ସଙ୍ଗୀତ, ଦୀପ ପ୍ରଜ୍ଜ୍ୱଳନ, ଶ୍ରୀକୃଷ୍ଣ ବନ୍ଦନା ଓ ଗୁରୁ ବନ୍ଦନା ସହିତ ଆଜିର ବିବେଚନ ସତ୍ରର ଶୁଭାରମ୍ଭ ହୋଇଥିଲା। ଆପଣମାନଙ୍କର ଷୋଡ଼ଶ ଅଧ୍ୟାୟ ସମ୍ପୂର୍ଣ୍ଣ ହୋଇଯାଇଛି, ଇତ୍ୟବସରରେ ଶ୍ରୀଭଗବାନ ଅର୍ଜୁନଙ୍କ ରଥକୁ ଆଗେଇ ନେଇଯାଇଛନ୍ତି । ଅର୍ଜୁନଙ୍କ ଭୌତିକ ରଥ ଯେମିତି ସେମିତି ଅଛି । ଶ୍ରୀ ଭଗବାନ ଅର୍ଜୁନଙ୍କ ଭୌତିକ ରଥର ଲଗାମ ଧରି ନଥିଲେ ବରଂ ସେ ଅର୍ଜୁନଙ୍କ ମନର ଲଗାମ ଧରିଥିଲେ । ଯେଉଁ ମନ ମୋହଗ୍ରସ୍ତ ହୋଇ, ନିସ୍ପୃହ ଏବଂ ନକାରାତ୍ମକ ହୋଇପଡିଥିଲା, ସେହି ରଥର ଲଗାମକୁ ଭଗବାନ ତାଙ୍କ ନିଜ ଅକ୍ତିଆରକୁ ନେଇଯାଇଥିଲେ ; ଅର୍ଜୁନଙ୍କ ମନ-ରଥକୁ ଉପଚାର କରାଇ ଧୀରେ ଧୀରେ ଆଗକୁ ବଢାଉଥିଲେ। ତାଙ୍କ ମୋହଗ୍ରସ୍ତ, ଅସ୍ଥିର ମନକୁ ସ୍ଥିର କରିବା ପାଇଁ ଭଗବାନ ରଥକୁ ଅଗ୍ରସର କରାଉଥିଲେ। ଷୋଡ଼ଶ ଅଧ୍ୟାୟ ପୂର୍ଣ୍ଣ ହେବା ସହ, ଏହି ଅଧ୍ୟାୟରେ ଦୈବାସୁରସମ୍ପଦ କ'ଣ, ତାହା ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ବୁଝାଇଛନ୍ତି। ସପ୍ତଦଶ ଓ ଅଷ୍ଟାଦଶ ଅଧ୍ୟାୟକୁ ଭଗବତ୍ ଗୀତାର କଳସ ବୋଲି କୁହାଯାଏ, ଯେଉଁଥିରେ ଜୀବନ କିପରି ଜୀଇଁବାକୁ ହେବ ତାହା ଶ୍ରୀଭଗବାନ ବୁଝାଇଛନ୍ତି। ସ୍ୱାମୀଜୀ କହନ୍ତି, ଗୀତା ପଢ଼ନ୍ତୁ, ପଢାନ୍ତୁ ଏବଂ ନିଜ ଜୀବନରେ ଆପଣାନ୍ତୁ। ଗୀତାକୁ ଆପଣଙ୍କ ଜୀବନରେ କିପରି ଆପଣେଇବେ ଏବଂ କିପରି ବଞ୍ଚିବେ ତାହା ସ୍ବୟଂ ଭଗବାନ ଆମକୁ ଗୀତା ମାଧ୍ୟମରେ ଜଣାଇ ଦେଇଛନ୍ତି। ଏହାର ଶ୍ରେୟ ଅର୍ଜୁନଙ୍କୁ ମଧ୍ୟ ଦିଆଯିବା ଉଚିତ, କାରଣ ଜୀବନର ଏହି ଘଡିସନ୍ଧି ମୁହୂର୍ତ୍ତରେ ଯେତେବେଳେ ସେ ମୃତ୍ୟୁର ସମୀପବର୍ତ୍ତୀ ହେଉଥିବାର ସେ ଅନୁଭବ କରୁଛନ୍ତି, ସେହିଭଳି ପରିସ୍ଥିତିରେ ଅର୍ଜୁନ ପ୍ରଶ୍ନ କରୁଛନ୍ତି ଓ ସପ୍ତଦଶ ଅଧ୍ୟାୟରେ ଯେଉଁସବୁ ପ୍ରଶ୍ନ ଅର୍ଜୁନ କରୁଛନ୍ତି ସେସବୁ ଅତ୍ୟନ୍ତ ମୌଳିକ ଅଟେ।

17.1
ଅର୍ଜୁନ ଉବାଚ
ୟେ ଶାସ୍ତ୍ରବିଧିମୁତ୍ସୃଜ୍ୟ , ୟଜନ୍ତେ ଶ୍ରଦ୍ଧୟାନ୍ୱିତାଃ ।
ତେଷାଂ(ନ୍) ନିଷ୍ଠା ତୁ କା କୃଷ୍ଣ, ସତ୍ତ୍ୱମାହୋ ରଜସ୍ତମଃ ||1||
ଅର୍ଜୁନ କହିଲେ - ହେ କୃଷ୍ଣ ! ଯେଉଁ ମନୁଷ୍ୟ ମାନେ ଶାସ୍ତ୍ରବିଧି ତ୍ୟାଗ କରି ଶ୍ରଦ୍ଧା ଯୁକ୍ତ ହୋଇ ଦେବାଦୀଙ୍କୁ ପୂଜା କରନ୍ତି , ସେମାନଙ୍କର ସ୍ଥିତି କଅଣ ହୁଏ ? ସାତ୍ତ୍ୱିକୀ , ରାଜସୀ, ନା ତାମସୀ ?
ବିବେଚନ :-
ଗୁଣତ୍ରୟବିଭାଗଯୋଗରେ ତିନି ପ୍ରକାର ଗୁଣର ବର୍ଣ୍ଣନା କରାଯାଇଛି । ସତ୍ତ୍ୱ,ରଜ ଏବଂ ତମ ଗୁଣ - ପ୍ରତ୍ୟେକଟିର ଭୂମିକା ଆମ ଜୀବନରେ ଗୁରୁତ୍ବପୂର୍ଣ୍ଣ। ମନୁଷ୍ୟ ଜୀବନରେ କେବଳ ସତ୍ତ୍ବ ଗୁଣ ଦ୍ବାରା କାମ ଚଳିବ ନାହିଁ। ଯଦି ଆପଣଙ୍କ ପାଖେ ରଜ ଗୁଣ ନାହିଁ, ତେବେ ଆପଣଙ୍କର କିଛି କାର୍ଯ୍ୟ କରିବାର ଇଚ୍ଛା ରହିବ ନାହିଁ, ତେବେ ଜୀବନର କର୍ମ ସବୁ ସମ୍ପାଦିତ ହେବ କିପରି ? ତମ ଗୁଣ ଆଳସ୍ୟ ଓ ନିଦ୍ରା ସୃଷ୍ଟି କରିଥାଏ। ଯଦି ଆପଣଙ୍କ ପାଖରେ ତମ ଗୁଣ ନାହିଁ, ତେବେ ଆପଣ ବିଶ୍ରାମ ନେବେ କେମିତି ? ଶୋଇବା ମଧ୍ୟ ଶରୀର ପାଇଁ ଅତ୍ୟନ୍ତ ଜରୁରୀ । ଦ୍ବିତୀୟ ଅଧ୍ୟାୟରେ ଶ୍ରୀ ଭଗବାନ କହିଛନ୍ତି :
ଅନ୍ୟାନ୍ୟ ବିଷୟ ଉପରେ ଯଦି ଆମେ ବିଚାର କରିବା, ତେବେ ବୁଦ୍ଧ, ମହାବୀରଙ୍କର ତତ୍ତ୍ଵ ଜ୍ଞାନ ଏବଂ ଭାରତ ଓ ସନାତନଙ୍କ ତତ୍ତ୍ୱ ଜ୍ଞାନ ମଧ୍ୟରେ ଯେଉଁ ପାର୍ଥକ୍ୟ ଅନୁଭୂତ ହେଲା, ତାହାର ଅନୁଶୀଳନ କରିବାକୁ ଯାଇ ଆମେ ଦେଖିଲୁ ଯେ, ବୌଦ୍ଧ ଯୁଗରେ ଏହି ଧର୍ମରେ ଉଦ୍ବୁଦ୍ଧ, ବୁଦ୍ଧଙ୍କ ନୀତିରେ ଅନୁପ୍ରାଣିତ ସନ୍ନ୍ୟାସୀମାନଙ୍କର ଏକ ବିରାଟ ବାହୀନି ସୃଷ୍ଟି ହୋଇଗଲା । କିନ୍ତୂ ସମସ୍ତେ ତ ଆଉ ବୌଦ୍ଧ ଧର୍ମାବଲମ୍ବୀ ହୋଇଗଲେ ଚଳିବ ନାହିଁ ; ଏହି ସନ୍ନ୍ୟାସୀ ବାହୀନିର ଭରଣପୋଷଣ ପାଇଁ ଗୃହସ୍ଥଙ୍କର ବି ତ ଆବଶ୍ୟକତା ରହିଛି ।
ଯେଉଁମାନେ ଯୁଦ୍ଧକ୍ଷେତ୍ର ଉପରେ ଉପନୀତ, ସେମାନେ ଯେ ଧନ ଆଶାକୁ ତ୍ୟାଗ କରିଛନ୍ତି ଏହା ଅବଶ୍ୟମ୍ଭାବୀ। ଏପରି ଏକ ମୁହୂର୍ତ୍ତରେ ଅର୍ଜୁନ କହୁଛନ୍ତି - ଜୀବନରେ ମୋର ଆଉ କୌଣସି ସ୍ପୃ଼ହା ନାହିଁ, ଅତଏବ ମୁଁ ଆତ୍ମହତ୍ୟା କରିନେଉଛି । ଶ୍ରୀ ଭଗବାନ ତାଙ୍କୁ ବୁଝାନ୍ତି, "ସମତ୍ୱ ସାଧନା ଅଟେ, ତେବେ ତୁମକୁ ଯୋଗ ସାଧନା କରିବାକୁ ପଡିବ, ନିଜର ପୁରୁଷାର୍ଥ ସିଦ୍ଧ କରିବାକୁ ପଡିବ ଏବଂ ପରିସ୍ଥିତିର ଦାବି ଅନୁଯାୟୀ ତୁମକୁ ବାଣ ସାଧିବାକୁ ପଡିବ । ତୁମେ ତ ନିମିତ୍ତ ମାତ୍ର । ସନାତନ ସଂସ୍କୃତି ପଳାୟନ କରିବାକୂ ନୁହେଁ, ବରଂ ଜାଗ୍ରତ ହେବାକୁ ଉତ୍ସାହିତ କରିଥାଏ। ଭଗବତ୍ ଗୀତା ଶୋଇଥିବା ଅର୍ଜୁନଙ୍କ ପୁରୁଷାର୍ଥକୁ ଜାଗ୍ରତ କରିବାର କାମ କରୁଛି । ଆମେ ମଧ୍ୟ ଆମ ଜୀବନ ମହାଭାରତରେ ଆମ ଭିତରେ ବସିଥିବା ସାରଥୀ କୃଷ୍ଣଙ୍କୁ ଅନେକ ସମୟରେ ଅନେକ ପ୍ରଶ୍ନ କରିଥାଉ, ସେ ମଧ୍ୟ ଉତ୍ତର ଦେଇ ଚାଲନ୍ତି।
ପ୍ରୟାଗଠାରେ କୁମ୍ଭମେଳା ଚାଲିଛି। ସାଧୁ ସନ୍ଥମାନେ ହିମାଳୟ ପର୍ବତ ଉପରୁ ଓହ୍ଲାଇ, ଗୁମ୍ଫା ଓ ଆଶ୍ରମ ଆଦିରୁ ମହାସ୍ନାନ ପାଇଁ ଆସିଛନ୍ତି। ଗୁମ୍ଫାରେ ତପସ୍ୟା କରି କ୍ରୋଧକୁ ନିୟନ୍ତ୍ରଣ କରିନେଇଥିବା ଜନୈକ ସାଧୁ ମଧ୍ୟ ଆସିଛନ୍ତି। ଗୁମ୍ଫାରେ ବସି କ୍ରୋଧକୁ ନିୟନ୍ତ୍ରଣ କରିନେବା ସହଜ। ଜଣେ ଗୃହସ୍ଥ ଭାବେ ଗୃହରେ ରହି କ୍ରୋଧକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହେବା କିଛି ବିଶେଷ ହିଁ ହୋଇଥାଏ। କ୍ରୋଧ ଉପରେ ବିଜୟ ପ୍ରାପ୍ତ କରିଥିବା ହେତୁ ସାଧୁଙ୍କର ନିଜ ଉପରେ ଅଭିମାନ ମଧ୍ୟ ଥିଲା। ଗଙ୍ଗା ସ୍ନାନ ପରେ ସେ ଖାଲି ପାଦରେ ଫେରୁଥିବା ସମୟରେ କାହାର ପାଦ ବାଜିଗଲା ତାଙ୍କ ଦେହରେ। ୠଷି ତତ୍ କ୍ଷଣାତ କ୍ରୋଧିତ ହୋଇଗଲେ,“ତୁମେ କଣ ଜାଣିପାରୁନ ମୁଁ କିଏ? କାହିଁକି ଏପରି କଲ,”କହି କ୍ରୋଧିତ ହୋଇ ଉଠିଲେ। ଵ୍ୟକ୍ତି ଜଣକ ତୁରନ୍ତ କ୍ଷମା ମଧ୍ୟ ମାଗିଲେ, ହେଲେ ୠଷିଙ୍କର କ୍ରୋଧ ପ୍ରଶମିତ ହୋଇନଥିଲା। ହିମାଳୟର ଗୁମ୍ଫାରେ କ୍ରୋଧକୁ ନିୟନ୍ତ୍ରଣ କରି ଆସିଥିବା ସାଧୁ କୁମ୍ଭ ମେଳାରେ କ୍ରୋଧାନ୍ୱିତ ହୋଇ ଉଠନ୍ତି,ଏପରି କାହିଁକି ହୁଏ ? ଯେତେବେଳେ ମନୁଷ୍ୟର ବିବେକ ଶୋଇଯାଏ, ଅବଚେତନ ମନ ଚେତନା ଶୂନ୍ୟ ହୋଇଯାଏ, ସେତେବେଳେ ଏଭଳି ଘଟଣାମାନ ସଂଘଟିତ ହୁଏ ।
ଅବଚେତନ ଅବସ୍ଥାରେ ବି ଶ୍ରଦ୍ଧାର ମାର୍ଗରେ ଚାଲୁଥିବା ବ୍ୟକ୍ତିଙ୍କର ଶ୍ରଦ୍ଧାକୁ କ'ଣ କୁହାଯିବ ? ଏହା ହେଉଛି ଅର୍ଜୁନ ପଚାରିଥିବା ପ୍ରଶ୍ନ । ସପ୍ତଦଶ ଅଧ୍ୟାୟରେ ଶ୍ରୀ ଭଗବାନ ଏହାର ବିସ୍ତୃତ ଉତ୍ତର ଦେଇଛନ୍ତି। ଭଗବାନ ଏହି ପରିପ୍ରେକ୍ଷୀରେ କେବଳ ଶ୍ରଦ୍ଧା ବିଷୟରେ ନୁହେଁ ବରଂ ଶରୀର, ବାଣୀ ତଥା ମନର ତପ ବିଷୟରେ ମଧ୍ୟ କହିଛନ୍ତି।

"योगस्थः कुरु कर्माणि सङ्गं त्यक्त्वा धनञ्जय।
सिद्ध्यसिद्ध्योः समो भूत्वा समत्वं योग उच्यते।।2.48।।
ଉପରୋକ୍ତ ଶ୍ଳୋକରେ ଭଗବାନ ସମାନତାର( ସତ୍ତ୍ବ, ରଜ, ତମ ଗୁଣର ସମତ୍ବ) କଥା କହିଛନ୍ତି। ଆମକୁ ଏଥିପ୍ରତି ଦୃଷ୍ଟି ଦେବାକୁ ହେବ। ଶ୍ଳୋକର ଶବ୍ଦଗୁଡ଼ିକୁ ଧ୍ୟାନର ସହ ଦେଖିଲେ ଯାଇ ଏହାର ମର୍ମ ଆମକୁ ବୁଝାପଡ଼େ। ଗୋଟିଏ ଜୀବନ କାଳ ମଧ୍ୟରେ ଏତେ ସବୁ ବିଷୟରେ ଜ୍ଞାନ ଆହରଣ କରିବା, ସମସ୍ତ ଶାସ୍ତ୍ର, ବେଦ ଓ ଉପନିଷଦକୁ ଅଧ୍ୟୟନ କରିବା କୌଣସି ମନୁଷ୍ୟ ପକ୍ଷେ ସମ୍ଭବପର ନୁହେଁ। ଏମିତିରେ ଯଦି କେହି ଶାସ୍ତ୍ର ବିଧି ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ, ତେବେ ତାଙ୍କର ଜୀବନ ଚର୍ଯ୍ୟାକୁ ଆପଣ କ'ଣ କହିବେ? ଭାରତୀୟ ସମ୍ବିଧାନରେ ଲେଖାଯାଇଛି ଯେ ଆମେ ରାସ୍ତାରେ ଚାଲିବା ବେଳେ ବାମ ପଟେ ଯିବା ଉଚିତ୍, ଏହା ଜାଣି ମଧ୍ୟ ବେଳେ ବେଳେ ଆମକୁ ଡାହାଣ ପଟେ ଯିବାକୁ ହୁଏ, ତେବେ ଏହା ଦ୍ବାରା ଆମେ କ'ଣ ସମ୍ବିଧାନର ଅବମାନନା କରିଦେଲୁ ? କହିବାର ଉଦ୍ଦେଶ୍ୟ ହେଉଛି, ଶାସ୍ତ୍ର ବିଧି ରହିତ ହୋଇ ଯଦି କାହା ହୃଦୟରେ ଭଗବାନ ତଥା ତାଙ୍କ ସୃଷ୍ଟି ପ୍ରତି ଶ୍ରଦ୍ଧା ଉପୁଜେ, ତେବେ ଆମେ ତାହାକୁ କ'ଣ କହିବା?
ଶାସ୍ତ୍ର ବିଧି ବିନା ଜୀବନ ଜୀଇଁ ବାର ଭାବ ଉତ୍ପନ୍ନ ହୋଇପାରେ, ଆଉ ଜୀବନ ପ୍ରତି ଏହି ଶ୍ରଦ୍ଧାକୁ ଆମେ ଗ୍ରହଣ କରିବା ଉଚିତ୍ ।
ଅନ୍ୟାନ୍ୟ ବିଷୟ ଉପରେ ଯଦି ଆମେ ବିଚାର କରିବା, ତେବେ ବୁଦ୍ଧ, ମହାବୀରଙ୍କର ତତ୍ତ୍ଵ ଜ୍ଞାନ ଏବଂ ଭାରତ ଓ ସନାତନଙ୍କ ତତ୍ତ୍ୱ ଜ୍ଞାନ ମଧ୍ୟରେ ଯେଉଁ ପାର୍ଥକ୍ୟ ଅନୁଭୂତ ହେଲା, ତାହାର ଅନୁଶୀଳନ କରିବାକୁ ଯାଇ ଆମେ ଦେଖିଲୁ ଯେ, ବୌଦ୍ଧ ଯୁଗରେ ଏହି ଧର୍ମରେ ଉଦ୍ବୁଦ୍ଧ, ବୁଦ୍ଧଙ୍କ ନୀତିରେ ଅନୁପ୍ରାଣିତ ସନ୍ନ୍ୟାସୀମାନଙ୍କର ଏକ ବିରାଟ ବାହୀନି ସୃଷ୍ଟି ହୋଇଗଲା । କିନ୍ତୂ ସମସ୍ତେ ତ ଆଉ ବୌଦ୍ଧ ଧର୍ମାବଲମ୍ବୀ ହୋଇଗଲେ ଚଳିବ ନାହିଁ ; ଏହି ସନ୍ନ୍ୟାସୀ ବାହୀନିର ଭରଣପୋଷଣ ପାଇଁ ଗୃହସ୍ଥଙ୍କର ବି ତ ଆବଶ୍ୟକତା ରହିଛି ।
ସନାତନ ଧର୍ମ ଅନୁସାରେ ଏଠାରେ ୪ଟି ଆଶ୍ରମ ରହିଛି । ସନ୍ନ୍ୟାସ ଆଶ୍ରମ ସମସ୍ତଙ୍କ ପାଇଁ କୁହା ଯାଇନାହିଁ ।
ଜୀବନର ପ୍ରଥମ ୨୫ ବର୍ଷ ବ୍ରହ୍ମଚର୍ଯ୍ୟ ପାଳନ କରିବାର ନୟମ ରହିଛି । ଆଗାମୀ ପଚିଶ ବର୍ଷ ପର୍ଯ୍ୟନ୍ତ ଗୃହସ୍ଥ ଜୀବନ ଯାପନ କରିବା ଉଚିତ୍ । ପରାକ୍ରମ, ପୁରୁଷାର୍ଥ ଏବଂ ସୃଜନ କରିବା ଉଚିତ୍ । ପରିବାରର ପ୍ରତିପାଳନର ଦାୟିତ୍ୱ ନିଜ କାନ୍ଧ ଉପରେରେ ନେଇ ନେବା ଉଚିତ।
ପରବର୍ତ୍ତୀ ୨୫ ବର୍ଷରେ ପିଲାମାନେ ବଡ଼ ହୋଇ ଛାତ୍ର ଜୀବନରୁ ଫେରି ଗୃହସ୍ଥ ଜୀବନରେ ପ୍ରବେଶ କରିବା ପରେ ବାନପ୍ରସ୍ଥ ଆଶ୍ରମ ପାଇଁ ପ୍ରସ୍ତୁତ ହେବାକୁ କୁହାଯାଇଛି।
ପରବର୍ତ୍ତୀ ୨୫ ବର୍ଷରେ ପିଲାମାନେ ବଡ଼ ହୋଇ ଛାତ୍ର ଜୀବନରୁ ଫେରି ଗୃହସ୍ଥ ଜୀବନରେ ପ୍ରବେଶ କରିବା ପରେ ବାନପ୍ରସ୍ଥ ଆଶ୍ରମ ପାଇଁ ପ୍ରସ୍ତୁତ ହେବାକୁ କୁହାଯାଇଛି।
ଅର୍ଥାତ୍ ଆପଣଙ୍କୁ ଏକ ଗୃହସ୍ଥ ଆଶ୍ରମରେ ରହି ସନ୍ନ୍ୟାସ ଜୀବନ ଶୈଳୀ ଆପଣେଇବାକୁ ହେବ। ଏଥିପାଇଁ କେବଳ ପୋଷାକ ଓ ନିୟମ ବଦଳାଇ ଦେଲେ ହେବ ନାହିଁ, ନିଜ ବୃତ୍ତିକୁ ବି ବଦଳାଇବାକୁ ହେବ। ଯଦି ବୃତ୍ତି ପରିବର୍ତ୍ତନ ନ ହୁଏ, ତେବେ ସନ୍ନ୍ୟାସ ଜୀବନରେ ପ୍ରବେଶ କରିବା ପରେ ମଧ୍ୟ ସନ୍ନ୍ୟାସୀମାନେ ଭୁଲ୍ କରିବା ଜାରି ରଖିବେ । ପୋଷାକ ନବଦଳାଇ ୫୦ରୁ ୭୫ ବର୍ଷ ବୟସ ପର୍ଯ୍ୟନ୍ତ ଆପଣଙ୍କୁ ନିଜ ପରିବାରକୁ ମାର୍ଗଦର୍ଶନ ଦେବାକୁ ହେବ, ଆବଶ୍ୟକ ସ୍ଥଳେ ସୂଚନା ଦେବାକୁ ହେବ । କିନ୍ତୁ ଅଯାଚିତ ଭାବେ ଏହା କାହାକୁ ଦେବା ଉଚିତ୍ ନୁହେଁ, ଏପରି ନୁହେଁ କି ସାରା ଦିନ ବସି ଉପଦେଶ ଦେବାର ଅଛି, ଏପରା କରିବା ଦ୍ବାରା ଆପଣଙ୍କ ଉପଦେଶଗୁଡିକର ଆଉ ମୂଲ୍ୟ ରୁହେ ନାହିଁ, ପରିବାରର ସଦସ୍ୟମାନଙ୍କୁ ତାହା ବୋଝ ପରି ପ୍ରତୀତ ହୁଏ। ଏହାପରେ ଜଣେ ସନ୍ନ୍ୟାସୀ ଭାବେ ନିଜର ଅନୁଭବକୁ ଜଙ୍ଗଲ, ମଠ ଓ ଆଶ୍ରମ ଆଦିରେ ରହି ସମାଜରେ ବିତରଣ କରିବାର ଅଛି। ଏହିପରି ଭାବେ ଏଠାରେ ୪ଟି ଆଶ୍ରମର ବ୍ୟବସ୍ଥା ରହିଛି।
ଆମ ସନାତନ ଧର୍ମରେ ସାଂସାରିକ ଜୀବନକୁ ତ୍ୟାଗ କରିବାକୁ କୁହାଯାଇନାହିଁ, ବରଂ ସଂସାରରେ କିପରି ଜୀଇଁବାକୁ ହେବ, ତାହା ଶିଖାଇ ଦିଆଯାଇଛି।
ଯେଉଁମାନେ ଯୁଦ୍ଧକ୍ଷେତ୍ର ଉପରେ ଉପନୀତ, ସେମାନେ ଯେ ଧନ ଆଶାକୁ ତ୍ୟାଗ କରିଛନ୍ତି ଏହା ଅବଶ୍ୟମ୍ଭାବୀ। ଏପରି ଏକ ମୁହୂର୍ତ୍ତରେ ଅର୍ଜୁନ କହୁଛନ୍ତି - ଜୀବନରେ ମୋର ଆଉ କୌଣସି ସ୍ପୃ଼ହା ନାହିଁ, ଅତଏବ ମୁଁ ଆତ୍ମହତ୍ୟା କରିନେଉଛି । ଶ୍ରୀ ଭଗବାନ ତାଙ୍କୁ ବୁଝାନ୍ତି, "ସମତ୍ୱ ସାଧନା ଅଟେ, ତେବେ ତୁମକୁ ଯୋଗ ସାଧନା କରିବାକୁ ପଡିବ, ନିଜର ପୁରୁଷାର୍ଥ ସିଦ୍ଧ କରିବାକୁ ପଡିବ ଏବଂ ପରିସ୍ଥିତିର ଦାବି ଅନୁଯାୟୀ ତୁମକୁ ବାଣ ସାଧିବାକୁ ପଡିବ । ତୁମେ ତ ନିମିତ୍ତ ମାତ୍ର । ସନାତନ ସଂସ୍କୃତି ପଳାୟନ କରିବାକୂ ନୁହେଁ, ବରଂ ଜାଗ୍ରତ ହେବାକୁ ଉତ୍ସାହିତ କରିଥାଏ। ଭଗବତ୍ ଗୀତା ଶୋଇଥିବା ଅର୍ଜୁନଙ୍କ ପୁରୁଷାର୍ଥକୁ ଜାଗ୍ରତ କରିବାର କାମ କରୁଛି । ଆମେ ମଧ୍ୟ ଆମ ଜୀବନ ମହାଭାରତରେ ଆମ ଭିତରେ ବସିଥିବା ସାରଥୀ କୃଷ୍ଣଙ୍କୁ ଅନେକ ସମୟରେ ଅନେକ ପ୍ରଶ୍ନ କରିଥାଉ, ସେ ମଧ୍ୟ ଉତ୍ତର ଦେଇ ଚାଲନ୍ତି।
ପ୍ରୟାଗଠାରେ କୁମ୍ଭମେଳା ଚାଲିଛି। ସାଧୁ ସନ୍ଥମାନେ ହିମାଳୟ ପର୍ବତ ଉପରୁ ଓହ୍ଲାଇ, ଗୁମ୍ଫା ଓ ଆଶ୍ରମ ଆଦିରୁ ମହାସ୍ନାନ ପାଇଁ ଆସିଛନ୍ତି। ଗୁମ୍ଫାରେ ତପସ୍ୟା କରି କ୍ରୋଧକୁ ନିୟନ୍ତ୍ରଣ କରିନେଇଥିବା ଜନୈକ ସାଧୁ ମଧ୍ୟ ଆସିଛନ୍ତି। ଗୁମ୍ଫାରେ ବସି କ୍ରୋଧକୁ ନିୟନ୍ତ୍ରଣ କରିନେବା ସହଜ। ଜଣେ ଗୃହସ୍ଥ ଭାବେ ଗୃହରେ ରହି କ୍ରୋଧକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହେବା କିଛି ବିଶେଷ ହିଁ ହୋଇଥାଏ। କ୍ରୋଧ ଉପରେ ବିଜୟ ପ୍ରାପ୍ତ କରିଥିବା ହେତୁ ସାଧୁଙ୍କର ନିଜ ଉପରେ ଅଭିମାନ ମଧ୍ୟ ଥିଲା। ଗଙ୍ଗା ସ୍ନାନ ପରେ ସେ ଖାଲି ପାଦରେ ଫେରୁଥିବା ସମୟରେ କାହାର ପାଦ ବାଜିଗଲା ତାଙ୍କ ଦେହରେ। ୠଷି ତତ୍ କ୍ଷଣାତ କ୍ରୋଧିତ ହୋଇଗଲେ,“ତୁମେ କଣ ଜାଣିପାରୁନ ମୁଁ କିଏ? କାହିଁକି ଏପରି କଲ,”କହି କ୍ରୋଧିତ ହୋଇ ଉଠିଲେ। ଵ୍ୟକ୍ତି ଜଣକ ତୁରନ୍ତ କ୍ଷମା ମଧ୍ୟ ମାଗିଲେ, ହେଲେ ୠଷିଙ୍କର କ୍ରୋଧ ପ୍ରଶମିତ ହୋଇନଥିଲା। ହିମାଳୟର ଗୁମ୍ଫାରେ କ୍ରୋଧକୁ ନିୟନ୍ତ୍ରଣ କରି ଆସିଥିବା ସାଧୁ କୁମ୍ଭ ମେଳାରେ କ୍ରୋଧାନ୍ୱିତ ହୋଇ ଉଠନ୍ତି,ଏପରି କାହିଁକି ହୁଏ ? ଯେତେବେଳେ ମନୁଷ୍ୟର ବିବେକ ଶୋଇଯାଏ, ଅବଚେତନ ମନ ଚେତନା ଶୂନ୍ୟ ହୋଇଯାଏ, ସେତେବେଳେ ଏଭଳି ଘଟଣାମାନ ସଂଘଟିତ ହୁଏ ।
ଅବଚେତନ ଅବସ୍ଥାରେ ବି ଶ୍ରଦ୍ଧାର ମାର୍ଗରେ ଚାଲୁଥିବା ବ୍ୟକ୍ତିଙ୍କର ଶ୍ରଦ୍ଧାକୁ କ'ଣ କୁହାଯିବ ? ଏହା ହେଉଛି ଅର୍ଜୁନ ପଚାରିଥିବା ପ୍ରଶ୍ନ । ସପ୍ତଦଶ ଅଧ୍ୟାୟରେ ଶ୍ରୀ ଭଗବାନ ଏହାର ବିସ୍ତୃତ ଉତ୍ତର ଦେଇଛନ୍ତି। ଭଗବାନ ଏହି ପରିପ୍ରେକ୍ଷୀରେ କେବଳ ଶ୍ରଦ୍ଧା ବିଷୟରେ ନୁହେଁ ବରଂ ଶରୀର, ବାଣୀ ତଥା ମନର ତପ ବିଷୟରେ ମଧ୍ୟ କହିଛନ୍ତି।
ସେ ତ୍ରିଵିଧ କର୍ମ ବିଷୟରେ ଯଜ୍ଞ, ଦାନ ଓ ତପସ୍ୟା ବିଷୟରେ ମଧ୍ୟ କହିଛନ୍ତି ।
निर्माणों के पावन युग में हम चरित्र निर्माण न भूलें !
स्वार्थ साधना की आंधी में वसुधा का कल्याण न भूलें !!
ବସୁଧାର କଲ୍ୟାଣ ପାଇଁ ପ୍ରତିଶ୍ରୁତିବଦ୍ଧ ହେବା ଉଚିତ୍ । ସେଥିପାଇଁ ଅର୍ଜୁନଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କେଉଁ ପ୍ରକାର ଶ୍ରଦ୍ଧା, ଯଜ୍ଞ, ତପସ୍ୟା, ଦାନ କରିବା ଉଚିତ୍, ସେ ନେଇ ଭଗବାନ ଆଲୋଚନା କରିଛନ୍ତି।
ଶ୍ରୀ ଭଗବାନ ଉଵାଚ ତ୍ରିବିଧା ଭବତି ଶ୍ରଦ୍ଧା, ଦେହିନାଂ(ମ୍) ସା ସ୍ଵଭାଵଜା |
ସାତ୍ତ୍ୱିକୀ ରାଜସୀ ଚୈବ, ତାମସୀ ଚେତି ତାଂ(ମ୍) ଶୃଣୁ || 2 ||
ଶ୍ରୀ ଭଗବାନ କହିଲେ - ମନୁଷ୍ୟ ମାନଙ୍କର ସେହି ଶାସ୍ତ୍ରୀୟ ସଂସ୍କାର ରୁ ରହିତ କେବଳ ସ୍ୱଭାବରୁ ଉତ୍ପନ୍ନ ଶ୍ରଦ୍ଧା ସାତ୍ତ୍ୱିକୀ , ରାଜସୀ, ତଥା ତାମସୀ - ଏପରି ତିନି ପ୍ରକାରର ହୋଇଥାଏ। ତାହା ତୁମେ ମୋଠାରୁ ଶୁଣ।
ଵିଵେଚନ:-
କୋଟାର ଶିବିରରେ ଜନୈକ ଵ୍ୟକ୍ତି ପ୍ରଶ୍ନ କରିଥିଲେ। “ଆମେ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ପାଳନ କରିବାକୁ ଯାଉଛୁ, ହେଲେ ମୁଁ ଜାଣିବାକୁ ପାଇଲି ଯେ ସେ ମାଛ ଖାଆନ୍ତି। ଏହା ତ ହିଂସା !” କିନ୍ତୁ ଏ ମନ୍ତବ୍ୟ ଦେବା ପୂର୍ବରୁ ବିବେକାନନ୍ଦ କାହିଁକି ମାଛ ଖାଉଥିଲେ ତାହା ବୁଝିନେବା ଜରୁରୀ । ସ୍ୱାମୀଜୀ ଏକ କାୟସ୍ଥ ବଙ୍ଗାଳୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ବଙ୍ଗଳାରେ କେବଳ ଉପବାସରେ ମାଛ ଖାଇବା ତେଜ୍ୟ ଅଟେ । ଏଠାରେ ଆମେ ବୁଝିରଖିବା ଉଚିତ୍ କି, ପ୍ରତ୍ୟେକ ସମ୍ପ୍ରଦାୟର ନିଜସ୍ବ ପାରିବାରିକ ସଂସ୍କାର ରହିଛି। ପିଲାଦିନେ, ଯେତେବେଳେ ଆପଣ ଛୋଟ ଥାଆନ୍ତି, ଆପଣଙ୍କର କେଉଁ ଖାଦ୍ୟ ଭକ୍ଷ ବା ଅଭକ୍ଷ ଏ ବିଷୟରେ କିଛି ଧାରଣା ନଥାଏ, ସେହି ସମୟରେ, କିଏ କ'ଣ ଖାଇଲେ, ସେଥିରେ କିଛି ଭୁଲ୍ ଧରା ଯାଏନାହିଁ । ଯୁବାବସ୍ଥାରେ ମାଛ ଖାଇଥିଲେ ମଧ୍ୟ ସେ ଏହାକୁ ସମର୍ଥନ କରିନଥିଲେ। ଆଉ ଗୋଟିଏ କଥା ହେଉଛି କ୍ଷତ୍ରିୟ ଭାବରେ ନିଜ ସ୍ୱଭାବ ଅନୁସାରେ ମାଂସାହାର କରିବାରେ ଆପତ୍ତି ନାହିଁ । ଯୁଦ୍ଧ କ୍ଷତ୍ରିୟଙ୍କ ନିର୍ଦ୍ଧାରିତ କର୍ମ ଏବଂ ଏହି ସ୍ବଭାବ ତାଙ୍କର ବର୍ଣ୍ଣ ହିଁ ନିର୍ଦ୍ଧାରିତ କରିଥାଏ । ହିଂସା ସେମାନଙ୍କୁ କରିବାକୁ ହୋଇଥାଏ। ଏହା ତାଙ୍କର ସ୍ୱଭାବ ଏବଂ ଯୁଦ୍ଧ ନିୟତ କର୍ମ ଅଟେ। ଏହା ହିଁ କ୍ଷତ୍ରିୟ ଧର୍ମ ।
ଜରୁରୀକାଳୀନ ପରିସ୍ଥିତିରେ ଯିଏ ମୋ ଦେଶ ଉପରେ ଆକ୍ରମଣ କରିବ ତାକୁ ବଧ କରିବା ମୋର ସ୍ୱଭାବ। ଏହା କ୍ଷତ୍ରିୟମାନଙ୍କର ଧର୍ମ ହୋଇଥାଏ । ଏହା ପିତୃ ପରମ୍ପରାରୁ ପ୍ରାପ୍ତ ମଧ୍ୟ ହୋଇଥାଏ। ଯାହାର ପୁତ୍ର କ୍ଷତ୍ରିୟ ଅଟନ୍ତି ତାଙ୍କ ରକ୍ତରେ କ୍ଷତ୍ରିତ୍ୱ ସ୍ୱତଃ ଅବତରଣ କରେ। ଯାହାର ପିତା ବୈଶ୍ୟ ଅଟନ୍ତି ତାଙ୍କ ରକ୍ତରେ ବ୍ୟବସାୟ କରିବା ଆପେ ଆପେ ଆସିଯାଏ । ଠିକ୍ ସେହିପରି ଯାହାଙ୍କ ପିତା ଜଣେ ବ୍ରାହ୍ମଣ, ସେ ଜନ୍ମରେ ବ୍ରାହ୍ମଣ ଏପରି ଜରୁରୀ ନୁହେଁ, ବରଂ ଆଚରଣରେ ବ୍ରାହ୍ମଣ, ସେ ସ୍ୱତଃ ଅଧ୍ୟୟନ କରିବା ଓ ଅଧ୍ୟାପନାରେ ଆଗ୍ରହ ପ୍ରକାଶ କରନ୍ତି । ଯେଉଁ ଶୁଦ୍ରଙ୍କ ଗୃହରେ ସେବାକୁ ପରମ ଧର୍ମ ବୋଲି ବିବେଚନା କରାଯାଏ, ସେହି ଶୁଦ୍ରଙ୍କ ମନରେ ଆପେ ଆପେ ସେବା ଭାବନା ଜାଗ୍ରତ ହୋଇଥାଏ। ଯଦି କ୍ଷତ୍ରିୟର ମାଂସାହାର ଅହିଂସା ତତ୍ତ୍ଵ ବିରୋଧୀ ହୋଇଥାଏ ଏହା ମଧ୍ୟ ଠିକ୍।
ଷୋଡ଼ଶ ଅଧ୍ୟାୟରେ ପ୍ରଭୁ ଅର୍ଜୁନଙ୍କୁ ଅହିଂସାକୁ ଦୈବୀୟ ଗୁଣ ବୋଲି ବର୍ଣ୍ଣନା କରିଥିବା ବେଳେ ଅଷ୍ଟାଦଶ ଅଧ୍ୟାୟରେ ପ୍ରଭୁ ଅର୍ଜୁନଙ୍କୁ କହିଲେ, "ଧନୁ ଉଠାଅ, ଯାଅ, ଯୁଦ୍ଧ କର”। ଭଗବାନ ହିଁ ଏହି ହତ୍ୟାର ଆଦେଶ ଦେଇଥିଲେ। ଏହି ବିଜୟ ତୁମକୁ ଦିଆଯାଇଛି। ଏହା ସ୍ୱଭାବର ଅନୁକୂଳ ମଧ୍ୟ ଅଟେ। ସ୍ୱଭାବ କେବଳ ଗୋଟିଏ ଜନ୍ମରୁ ଆସିନଥାଏ, ଏହା ଅନେକ ଜନ୍ମରୁ ଆସିଥାଏ । ପୂର୍ବ ଜନ୍ମର ସଂସ୍କାରରୁ ଆମ ମନରେ ଯେଉଁ ସଂସ୍କାର ସୃଷ୍ଟି ହୋଇଛି, ତାହା ପୂର୍ବ ଜନ୍ମରୁ ମନ ଓ ଆତ୍ମାଠାରୁ ହିଁ ଆସିଛି।। ତେଣୁ ଗୋଟିଏ ଘରର ଦୁଇଟି ସନ୍ତାନଙ୍କର ଦୁଇ ପ୍ରକାରର ସ୍ୱଭାବ ଦୃଶ୍ୟମାନ ହୋଇଥାଏ ।
ଉଦାହରଣ : ଜଣେ ମା' ତାଙ୍କ ଦୁଇ ପିଲାଙ୍କୁ ନେଇ ଜଣଙ୍କ ଘରକୁ ବୁଲିବାକୁ ଯାଇଥିଲେ। ସେଠାରେ ସେ ଜଣେ ବୃଦ୍ଧଙ୍କୁ ପ୍ରଣାମ କରିବାପାଇଁ ବଡ଼ ପୁଅକୁ କହିଲେ, ପୁତ୍ରଟି ମୁଣ୍ଡ ନୁଆଁଇ ପ୍ରଣାମ କଲେ, ପରନ୍ତୁ ସାନ ପୁଅ ପ୍ରଣାମ କଲା ନାହିଁ। ତେଣୁ ମନୁଷ୍ୟ ଭିତରର ସ୍ୱଭାବ ସ୍ବତଃ ନିର୍ମାଣ ହୋଇଥାଏ । ଏଠାରେ ଭଗବାନ ତିନି ପ୍ରକାରର ଶ୍ରଦ୍ଧା ବିଷୟରେ ବର୍ଣ୍ଣନା କରିଛନ୍ତି। ତେବେ ଆସନ୍ତୁ ଏ ତିନି ପ୍ରକାରର ଶ୍ରଦ୍ଧା କ'ଣ କ'ଣ ତାହା ବୁଝିନେବା।

ସତ୍ତ୍ୱାନୁରୂପା ସର୍ବସ୍ୟ, ଶ୍ରଦ୍ଧା ଭବତି ଭାରତ ।
ଶ୍ରଦ୍ଧାମୟୋଽୟଂ(ମ୍) ପୁରୁଷୋ, ୟୋ ୟଚ୍ଛ୍ରଦ୍ଧଃ(ସ୍) ସ ଏବ ସଃ ||3||
ହେ ଭାରତ ! ସବୁ ମନୁଷ୍ୟଙ୍କ ଶ୍ରଦ୍ଧା ସେମାନଙ୍କ ଅନ୍ତଃକରଣର ଅନୁରୂପ ହୁଏ। ଏହି ପୁରୁଷ ଶ୍ରଦ୍ଧାମୟ ଅଟେ। ତେଣୁ ଯେଉଁ ପୁରୁଷ ଯେପରି ଶ୍ରଦ୍ଧାବାନ୍ ଅଟନ୍ତି, ସେ ସ୍ୱୟଂ ମଧ୍ୟ ସେପରି ହିଁ ଅଟନ୍ତି।
ବିବେଚନ :
ହେ ଭାରତ! ରାଜସୀ, ତାମସୀ ଓ ସାତ୍ତ୍ୱିକ ଆଦି ଗୁଣକୁ ମନୁଷ୍ୟର ସ୍ଵଭାବ ଓ ଶ୍ରଦ୍ଧା ଅନୁସାରେ ଚିହ୍ନଟ କରାଯାଇପାରିବ । ଯେପରି ସ୍ଵଭାବ ଦ୍ଵାରା ଶ୍ରଦ୍ଧା ଜଣାପଡେ ଠିକ୍ ସେହିପରି ଶ୍ରଦ୍ଧାରୁ ବ୍ୟକ୍ତିର ସ୍ଵଭାବ ଜଣାପଡ଼େ। ବ୍ୟକ୍ତି ନିଜେ ନିଜ ସ୍ଵଭାବ ଦ୍ଵାରା ନିଜ ପରିଚୟ ପ୍ରାପ୍ତ ହୋଇଥାନ୍ତି।
ୟଜନ୍ତେ ସାତ୍ତ୍ୱିକା ଦେବାନ୍, ୟକ୍ଷରକ୍ଷାଂସି ରାଜସାଃ ।
ପ୍ରେତାନ୍ଭୂତଗଣାଂଶ୍ଚାନ୍ୟେ, ୟଜନ୍ତେ ତାମସା ଜନାଃ ||4||
ସାତ୍ତ୍ଵିକ ପୁରୁଷ ମାନେ ଦେବତା ମାନଙ୍କୁ , ରାଜସ ପୁରୁଷ ମାନେ ଯକ୍ଷ୍ୟ ଓ ରାକ୍ଷସ ମାନଙ୍କୁ ଏବଂ ତାମସ ପୁରୁଷ ମାନେ ପ୍ରେତ ଓ ଭୂତ ମାନଙ୍କୁ ପୂଜା କରନ୍ତି।
ବିବେଚନ :
ଶ୍ରଦ୍ଧା ଦ୍ଵାରା ପୂଜନ କିପରି ହୋଇଥାଏ? ସାତ୍ତ୍ୱିକ ସ୍ଵଭାବ ଯୁକ୍ତ ବ୍ୟକ୍ତି ଦେବ ପୂଜନ କରିଥାନ୍ତି। ରାଜସିକ ବ୍ୟକ୍ତି ଯକ୍ଷ, ରାକ୍ଷସଙ୍କୁ ପୂଜନ କରିଥାନ୍ତି। ବର୍ଷକୁ ଥରେ ଦୀପାବଳୀ ଅବସରରେ କୁବେର ଯକ୍ଷଙ୍କ ପୂଜନ କରାଯାଇଥାଏ, ଯାହାକି ଶାସ୍ତ୍ର ସମ୍ମତ ଓ ସାତ୍ତ୍ୱିକ ବୃତ୍ତି ବୃଦ୍ଧି ନିମିତ୍ତ କରାଯାଏ। ପୂର୍ବ ଜନ୍ମରୁ ମନୁଷ୍ୟର ରାଜସିକ ସଂସ୍କାର ପ୍ରାପ୍ତ ହୋଇଥାଏ। କିନ୍ତୁ ନିଜର ସ୍ଵଭାବ ପରିବର୍ତ୍ତନ ମନୁଷ୍ୟ ଦ୍ଵାରା ସମ୍ଭବ। କ୍ଷତ୍ରିୟ ପରିବାରରେ ଜନ୍ମ ଲାଭ କରି ମଧ୍ୟ ବୁଦ୍ଧଦେବ ବୁଦ୍ଧତ୍ଵ ପ୍ରାପ୍ତ ହେଲେ, ମହାବୀର, ସ୍ବାମୀ ମହାବୀର ପଦ ପ୍ରାପ୍ତ ହେଲେ। ଏଣୁ କୁହାଯାଏ, ମନୁଷ୍ୟ ନିଜେ ନିଜର ଭାଗ୍ୟବିଧାତା।

ପରମ ସୌଭାଗ୍ୟରୁ ମନୁଷ୍ୟ ଜୀବନ ପ୍ରାପ୍ତ ହୋଇଥାଏ, ସେହେତୁ ଏହାକୁ ସାତ୍ତ୍ୱିକ ଗୁଣଆଡ଼କୁ ଅଗ୍ରସର କରାଇବା ଉଚିତ୍। ଆଉ ଏଥିପାଇଁ ଶାସ୍ତ୍ରରେ ଦେବ ପୂଜନର ଉପଦେଶ ପ୍ରଦାନ କରାଯାଇଛି।
ରାଜସିକ ବ୍ୟକ୍ତି ଯକ୍ଷ, ରାକ୍ଷସଙ୍କୁ ପୂଜନ କରିଥାନ୍ତି। ସେମାନେ ପରାକ୍ରମୀ, ଯେପରିକି ଧନ, ଯାନବାହାନ, ସମୃଦ୍ଧି, ସମ୍ପତ୍ତି ଆଦି ଅଭିଳାଷ ରଖି ପୂଜନ କରିଥାନ୍ତି। ତାମସିକ ବ୍ୟକ୍ତି ଭୂତ, ପ୍ରେତାଦିଙ୍କ ପୂଜନ କରନ୍ତି। ଶାସ୍ତ୍ର ବିଧି ଅନୁସାରେ ଏହି ପୂଜନ ହୋଇନଥାଏ ।
ଭଗବଦ୍ଗୀତା ଏକ ଯୋଗଶାସ୍ତ୍ର। ଏଣୁ ଏଥିରେ ସାତ୍ତ୍ୱିକତା ଆଡ଼କୁ ଅଗ୍ରସର ହେବାକୁ ଉପଦେଶ ପ୍ରଦାନ କରାଯାଇଛି। ଏହା ଜାଣିବା ନିତାନ୍ତ ଆବଶ୍ୟକ। ବ୍ୟବସାୟୀଙ୍କୁ ବ୍ୟବସାୟର ନିୟମକାନୁନ୍ ଜାଣିବାକୁ ପଡ଼ିବ । ଏଥି ନିମନ୍ତେ ବ୍ୟବସାୟ ପ୍ରମାଣ ପତ୍ର, ଆୟ ତଥା ଅନ୍ୟାନ୍ୟ କର ସମ୍ପର୍କରେ ଜାଣିବାକୁ ପଡ଼ିବ। ମୁଁ ଏସବୁ ଜାଣିନାହିଁ କହିଲେ ଚଳିବ ନାହିଁ। ନଚେତ୍ ଆପଣଙ୍କ ନାମରେ ମୋକଦ୍ଦମା ଚାଲିବ ଏବଂ ଆପଣ ଆୟକର ଅଧିକାରୀଙ୍କ ନଜରରେ ରହିବେ। ମୌଳିକ ବିଷୟଗୁଡ଼ିକୁ ସମସ୍ତେ ଜାଣିବା ନିତାନ୍ତ ଆବଶ୍ୟକ। ସମସ୍ତେ ଶାସ୍ତ୍ର ଦ୍ଵାରା ଅନୁମୋଦିତ ବାଣୀ ଜାଣିବା ସହ ଜୀବନରେ ପ୍ରୟୋଗ କରିବା ଆବଶ୍ୟକ ।
ଅଶାସ୍ତ୍ରବିହିତଂ(ଙ୍) ଘୋରଂ(ନ୍), ତପ୍ୟନ୍ତେ ୟେ ତପୋ ଜନାଃ ।
ଦମ୍ଭାହଙ୍କାରସଂୟୁକ୍ତାଃ(ଖ୍), କାମରାଗବଲାନ୍ୱିତାଃ ||5||
ଯେଉଁମାନେ ଶାସ୍ତ୍ରବିଧି ରହିତ କେବଳ ମନୋକଳ୍ପିତ ଘୋର ତପ ଆଚରଣ କରନ୍ତି ତଥା ଦମ୍ଭ ଓ ଅହଂକାରରେ ଯୁକ୍ତ ତଥା କାମନା ଆସକ୍ତି ଓ ବଳର ଅଭିମାନରେ ମଧ୍ୟ ଯୁକ୍ତ -
ବିବେଚନ :
ତାମସିକ ବ୍ୟକ୍ତିଙ୍କ ଅନେକ ଦୃଷ୍ଟାନ୍ତ ଶାସ୍ତ୍ରରେ ବର୍ଣ୍ଣିତ। ହିରଣ୍ୟକଶିପୁ ଓ ରାବଣ ତପସ୍ୟା କଲେ କିନ୍ତୁ ତପ ଦ୍ଵାରା ତାଙ୍କ କାମନା ଓ ଆସକ୍ତି ବୃଦ୍ଧି ହୁଏ, ବଳର ପ୍ରଭାବରେ ଅହଙ୍କାରୀ ହୋଇଯାଆନ୍ତି। ରାବଣ ମାତା ସୀତାଙ୍କ ହରଣ କରିନିଅନ୍ତି । ହିରଣ୍ୟକଶିପୁ ନିଜ ପୁତ୍ରଙ୍କୁ ଧର୍ମ ପଥରେ ବାଧା ଦିଅନ୍ତି। ଅହଙ୍କାର ଓ ଅଭିମାନ ବଶତଃ ଅମର ବରର ଅଭିଳାଷ ରଖନ୍ତି, ଚତୁରତାର ସହ ଏପରି ବର କାମନା କରନ୍ତି, ଯେପରିକି ସେ ମୃତ୍ୟୁଞ୍ଜୟୀ ହୋଇଯିବେ । ଜନ୍ମ ମାତ୍ରେ ମୃତ୍ୟୁ ଯେ ସୁନିଶ୍ଚିତ, ସେସବୁ ସେ ଭୁଲିଯାଆନ୍ତି। ଏହିପରି ମୃତ୍ୟୁ ସମ୍ପର୍କିତ ପ୍ରଶ୍ନ ଆମ ମନରେ ବି ରହିଛି । କିପରି ଅସୁରକୁ ବଧ କରିବାକୁ ହେବ? ତାହା ସେ ଇଶ୍ୱର ହିଁ ଜାଣନ୍ତି। ଯେତେବେଳେ ହିରଣ୍ୟକଶିପୁ କ୍ରୋଧରେ ପ୍ରହ୍ଲାଦଙ୍କୁ ଭଗବାନଙ୍କୁ ଦେଖାଇବାକୁ ନିର୍ଦ୍ଦେଶ ଦିଅନ୍ତି, ସେତେବେଳେ ପ୍ରହ୍ଲାଦ ସ୍ତମ୍ଭରେ ଦର୍ଶନ ନିମନ୍ତେ କୁହନ୍ତି। ଅସୁର କ୍ରୋଧ ବଶତଃ ସ୍ତମ୍ଭକୁ ଆଘାତ କରିବା ମାତ୍ରେ ପ୍ରଭୁ ନୃସିଂହ(ମୃତ୍ୟୁ) ରୂପରେ ସେଥିରୁ ଆବିର୍ଭାବ ହୁଅନ୍ତି । ଅସୁର ପ୍ରାପ୍ତ କରିଥିବା ବରର ବିପରୀତ ସ୍ଥିତି ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇଯାଆନ୍ତି।

କର୍ଶୟନ୍ତଃ(ଶ୍) ଶରୀରସ୍ଥଂ(ମ୍), ଭୂତଗ୍ରାମମଚେତସଃ ।
ମାଂ(ଞ୍) ଚୈବାନ୍ତଃ(ଶ୍) ଶରୀରସ୍ଥଂ(ନ୍), ତାନ୍ୱିଦ୍ଧ୍ୟାସୁରନିଶ୍ଚୟାନ୍ ||6||
ଶରୀର ରୂପରେ ଅବସ୍ଥିତ ଭୂତ ସମୁଦାୟକୁ ଏବଂ ଅନ୍ତଃ କରଣରେ ଅବସ୍ଥିତ ମୋତେ (ପରମାତ୍ମାଙ୍କୁ) ମଧ୍ୟ କୃଶ କରାଉଥିବା ସେହି ଅଜ୍ଞାନୀ ମାନଙ୍କୁ ଜିଦ୍ ପୂର୍ବକ ଆସୁର ସ୍ଵଭାବ ଧରିଥିବା ଲୋକ ବୋଲି ଜାଣ।
ବିବେଚନ :
ଏ ପ୍ରକାର ତାମସିକ ତପ ଭଗବାନ୍ ସ୍ବୀକାର କରନ୍ତି ନାହିଁ। ସପ୍ତାହରେ ଥରେ ଉପବାସ ସାଧନା, ପ୍ରଭୁଙ୍କ ନାମଜପ ଠାରୁ କଦାପି ଶ୍ରେଷ୍ଠ ନୁହେଁ । ସମସ୍ତଙ୍କୁ ଆଚମ୍ବିତ କରିବା ନିମନ୍ତେ ଲୋକେ କାଷ୍ଠା ଉପବାସ କରିଥାନ୍ତି ।
ଏ ପ୍ରକାର ତାମସିକ ତପ ଭଗବାନ୍ ସ୍ବୀକାର କରନ୍ତି ନାହିଁ। ସପ୍ତାହରେ ଥରେ ଉପବାସ ସାଧନା, ପ୍ରଭୁଙ୍କ ନାମଜପ ଠାରୁ କଦାପି ଶ୍ରେଷ୍ଠ ନୁହେଁ । ସମସ୍ତଙ୍କୁ ଆଚମ୍ବିତ କରିବା ନିମନ୍ତେ ଲୋକେ କାଷ୍ଠା ଉପବାସ କରିଥାନ୍ତି ।
ଥରେ ମୁଁ ଜଣଙ୍କ ଘରେ ଅତିଥି ରୂପେ ନିମନ୍ତ୍ରିତ ହୋଇଥାଏ । ସେଠାରେ ତାଙ୍କ ପିଉସୀ ମଧ୍ୟ ଉପସ୍ଥିତ ଥାଆନ୍ତି। ଘରର ଅନ୍ୟ ସଦସ୍ୟଙ୍କ ସହ ପିଉସୀ ମଧ୍ୟ ବାର୍ତ୍ତାଳାପରେ ବ୍ୟସ୍ତଥାନ୍ତି। ମୋତେ ଘରର ସଦସ୍ୟ ଚା’ ଜଳଖିଆ ବିଷୟରେ ପଚାରିସାରିଥନ୍ତି; କିନ୍ତୁ ପିଉସୀଙ୍କୁ ବାରମ୍ବାର ଏ ସମ୍ପର୍କରେ ପଚାରୁଥାନ୍ତି। ଅତିଥି ତ ମୁଁ, ପିଉସୀ ନୁହନ୍ତି। ପିଉସୀ ତ ସେ ଘରର ଝିଅ! ମୁଁ ଆଶ୍ଚର୍ଯ୍ୟ ଚକିତ ଥାଏ, ଏପରି ସ୍ଵତନ୍ତ୍ର ଆତିଥ୍ୟ କାହିଁକି ପିଉସୀଙ୍କ ପାଇଁ ? ପରେ ପଚାରିବାରୁ ଏହା ଜଣାପଡ଼ିଲା ଯେ, ସେଦିନ ପିଉସୀଙ୍କ ଉପବାସ ଥିଲା। ଏପରି ଲୋକଦେଖାଣିଆ ଉପବାସର ଅର୍ଥ ବା କଣ?
ଏ ପ୍ରକାରର ତପ ଶାସ୍ତ୍ର ନିଷିଦ୍ଧ। ଏହା ନିରର୍ଥକ। ଶ୍ରୀ ଭଗବାନ୍ କହୁଛନ୍ତି, ଏପରି ଅଶାସ୍ତ୍ର କାର୍ଯ୍ୟ କରି ମୋତେ ହିଁ ଅଶାନ୍ତ କରନ୍ତି ଏମାନେ । ପ୍ରଭୁ ତ ଆମର ଆତ୍ମା । ଏପରି ତପ ପ୍ରଭୁ ଗ୍ରହଣ କରନ୍ତି ନାହିଁ। ସଠିକ୍ ବିଧିରେ ଉପବାସ କରଣୀୟ। ଉପବାସ ନ କରି ପାରିଲେ ମଧ୍ୟ କି ପ୍ରକାର ଆହାର ଗ୍ରହଣୀୟ, ତାହା ଜାଣିବା ଉଚିତ୍। ଶ୍ରଦ୍ଧାର ସହ, ଶାସ୍ତ୍ରୋକ୍ତ ବିଧିରେ ତପ ଆଚରଣ କରିବା ଉଚିତ୍। ଆହାରର ମଧ୍ୟ ବିଶଦ ବ୍ୟାଖ୍ୟା କରିଛନ୍ତି ଶ୍ରୀ ଭଗବାନ୍ ଏହି ଅଧ୍ୟାୟରେ।
ଆହାରସ୍ତ୍ୱପି ସର୍ବସ୍ୟ, ତ୍ରିବିଧୋ ଭବତି ପ୍ରିୟଃ ।
ୟଜ୍ଞସ୍ତପସ୍ତଥା ଦାନଂ(ନ୍), ତେଷାଂ(ମ୍) ଭେଦମିମଂ(ମ୍) ଶୃଣୁ ||7||
ଆହାର ମଧ୍ୟ ଲୋକଙ୍କ ପ୍ରକୃତି ଭେଦରେ ତିନି ପ୍ରକାର ପ୍ରିୟ ହୁଏ ଏବଂ ଯଜ୍ଞ , ତପ ଓ ଦାନ ମଧ୍ୟ ସେହିପରି ତିନି ପ୍ରକାରର ଅଟେ।
ବିବେଚନ :
ଆହାର ମଧ୍ୟ ତ୍ରିବିଧ। ଯଜ୍ଞ, ତପ, ଦାନ ମଧ୍ୟ ତ୍ରିବିଧ ଅର୍ଥାତ୍ ଶାସ୍ତ୍ରୀୟ କର୍ମରେ ତିନି ପ୍ରକାରର ରୁଚି ଥାଏ। ପ୍ରଥମେ ଭଗବାନ୍ ତ୍ରିବିଧ ଆହାର ସମ୍ପର୍କରେ ବର୍ଣ୍ଣନା କରିଛନ୍ତି। ସାତ୍ତ୍ୱିକ, ରାଜସିକ ଓ ତାମସିକ ବ୍ୟକ୍ତିଙ୍କ ଆହାର କିପରି ହୋଇଥାଏ?
ଆୟୁଃ(ସ୍) ସତ୍ତ୍ୱବଲାରୋଗ୍ୟ, ସୁଖପ୍ରୀତିବିବର୍ଧନାଃ ।
ରସ୍ୟାଃ(ସ୍) ସ୍ନିଗ୍ଧାଃ(ସ୍) ସ୍ଥିରା ହୃଦ୍ୟା, ଆହାରାଃ(ସ୍) ସାତ୍ତ୍ୱିକପ୍ରିୟାଃ ||8||
ଯେଉଁ ଆହାର ଆୟୁ , ବୁଦ୍ଧି , ବଳ , ଆରୋଗ୍ୟ , ସୁଖ ଏବଂ ପ୍ରୀତି ବର୍ଦ୍ଧନକାରୀ, ରସ ଯୁକ୍ତ , ସ୍ନିଗ୍ଧ , ଏବଂ ସ୍ଥିର ତଥା ସ୍ଵଭାବତଃ ମନକୁ ପ୍ରିୟ , ତାହା ସାତ୍ତ୍ଵିକ ପୁରୁଷ ମାନଙ୍କର ପ୍ରିୟ।
ବିବେଚନ :
ଶ୍ରୀ ଭଗବାନ୍ କହୁଛନ୍ତି - ସାତ୍ତ୍ୱିକ ଆହାର ସତ୍ତ୍ଵ ଗୁଣ, ବଳ ଏବଂ ଆରୋଗ୍ୟ ବୃଦ୍ଧି କରିଥାଏ। ସୁଖ ଓ ପ୍ରୀତି ବର୍ଦ୍ଧନ କରିଥାଏ। ଭୋଜନ ଅନୁସାରେ ମନ ଗଢା ହୁଏ। ଆପଣଙ୍କର ଲୋକଙ୍କ ପ୍ରତି ପ୍ରୀତିପୂର୍ଣ୍ଣ ବ୍ୟବହାର ଆପଣଙ୍କ ଭୋଜନ ଉପରେ ନିର୍ଭର କରେ। ସାତ୍ତ୍ୱିକ ଜନ ଅନ୍ୟକୁ ପ୍ରୀତିଭରା ବ୍ୟବହାର କରନ୍ତି, ଏଣୁ ପ୍ରତିବଦଳରେ ପ୍ରୀତି ପାଇବିଥାନ୍ତି। ଅଉ ଏହା ଅତ୍ୟନ୍ତ ବିସ୍ମୟକର ବିଷୟ କି ଏକ ମନୁଷ୍ୟର ବ୍ୟବହାର ବି ତା'ର ଦୈନନ୍ଦିନ ଖାଦ୍ୟପେୟ ବ୍ୟବସ୍ଥା ଦ୍ବାରା ପ୍ରଭାବିତ ହୋଇପାରେ !
କୋହ୍ଲାପୁରରେ ମିସଲ୍ ପ୍ରାୟତଃ ଟିକେ ରାଗରାଗୁଆ ହିଁ ତିଆରି ହୁଏ। ଏହି ମିସଲ ହେଉଛି ମହାରାଷ୍ଟ୍ରର ଖାଦ୍ୟ, ଏକ ମସଲା ଦିଆ ତରକାରୀ ଯାହା ବିଶେଷତଃ ପାଓ ବା ପାଉଁରୁଟି ସହ ଖିଆଯାଏ । ମହାରାଷ୍ଟ୍ରବାସୀ ନିଜକୁ ମରାଠୀ ବୋଲି କୁହନ୍ତି। ଏଠାରେ ସହ୍ୟଦ୍ରୀ ପର୍ବତ ଅଛି, ହିମାଳୟ ପର୍ବତ ହୁଏତ ଏହାର ବହୁତ ପରେ ଗଠିତ ହୋଇଥିବ ; ସହ୍ୟଦ୍ରୀ ପର୍ବତ କିନ୍ତୁ ବହୁ ପୂରାତନ ହେବା ସହ ଅତ୍ୟନ୍ତ ଦୃଢ, ଏହାକୁ ଭାଙ୍ଗିବା କଥା ଭାବିବା ହିଁ ବୃଥା। ଏଠାକାର ପର୍ବତରେ ଅଜନ୍ତା, ଏଲୋରା ଭଳି ଗୁମ୍ଫା ନିର୍ମାଣ କରାଯାଇଛି ଯେଉଁଥିରେ ଅତି ସୁନ୍ଦର ଓ ଆଶ୍ଚର୍ଯ୍ୟଜନକ କଳାକୃତି ସବୁ ଦେଖିବାକୁ ମିଳେ। ଅଜନ୍ତାର ସମ୍ପୂର୍ଣ୍ଣ ଗୁମ୍ଫାଟି ଗୋଟିଏ ପଥରରେ ନିର୍ମିତ ହୋଇଛି। ପ୍ରଥମେ ମନ୍ଦିର ଶୀର୍ଷ ଦେଶର କଳସ ନିର୍ମାଣ କରାଗଲା ଏବଂ ତା'ପରେ ମନ୍ଦିର ନିର୍ମାଣ କରାଗଲା । ଏତଦ୍ବ୍ୟତୀତ ମହାରାଷ୍ଟ୍ରକୁ ରକେଟ୍ ଅର୍ଥାତ୍ ଶକ୍ତିଶାଳୀ ଦେଶ ବୋଲି ବି କୁହାଯାଏ। ଦେଶ ଶକ୍ତିଶାଳୀ ହେବା ସହ ଏଠାକାର ବାସିନ୍ଦାମାନଙ୍କ ହୃଦୟ ମଧ୍ୟ ପଥର ଭଳି ହୋଇଯାଇଛି। ମହାରାଷ୍ଟ୍ରକୁ ଆମେ ଏକ କଡାପଣ ଥିବା ଅଞ୍ଚଳ ଭାବେ ଜାଣୁ।
ପଥର ଭଳି ଦେଶ, ପଥର ଭଳି ହୃଦୟ !
ସେଥିପାଇଁ ଶିବାଜୀଙ୍କ ଭଳି ବୀର ଏଠାରେ ଜନ୍ମ ନେଇଛନ୍ତି। ଏଠାକାର ବ୍ୟକ୍ତିମାନଙ୍କ ହୃଦୟରେ କ୍ଷତ୍ରିତ୍ବର ଭାବ ଭରାଯାଏ। ଅତଃ ଏଠାରେ ରାଜସିକ ଖାଦ୍ୟ ପରମ୍ପରାଗତ ହେବା କିଛି ଅସ୍ବାଭାବିକ ନୁହେଁ। ସେଥିପାଇଁ ମିସଲ୍ ହେଉଛି ଆମର ରୟାଲ ଡାଏଟ୍ । ଥରେ କୋହ୍ଲାପୁରରେ ଏକ ଶ୍ବେତବର୍ଣ୍ଣ ବିଦେଶୀ ଆସି ପହଞ୍ଚନ୍ତି। ସେ ଅବସ୍ଥାନ କରୁଥିବା ହୋଟେଲରେ ସେଠାକାର ସ୍ଥାନୀୟ ଖାଦ୍ୟ କ'ଣ ପଚାରିବାରୁ, ସେ ହୋଟେଲ୍ ତାଙ୍କୁ ମିସଲ୍ ଖାଇବାକୁ ଦେଲେ। ମିସଲ୍ ତ ଏମିତିରେ ରାଗ ମସଲାଦାର୍ ଖାଦ୍ୟ, ଗୋଟିଏ ଚାମଚ ମିସଲ୍ ଖାଇବା ପରେ ପରେ ହିଁ ପାଓ ଖାଇବାକୁ ହୋଇଥାଏ । କାରଣ ଏହା ଏତେ ରାଗ ଯେ, ଗୋଟିଏ ଚାମଚରେ ହିଁ ପୁରା ପାଟି ଜଳିବା ଆରମ୍ଭ ହୋଇଯାଏ, ଏହି ଜ୍ବଳନକୁ କମ୍ କରିବା ପାଇଁ ପାଓ ଖିଆଯାଏ। ପୂର୍ବଦିନ ହିଁ ଶୌଚାଳୟରେ ଟିସୁ ପେପର୍ର ବଣ୍ଡଲ୍ ନଥିବା ନେଇ ଶ୍ବେତ ବ୍ୟକ୍ତି ଜଣକ ହୋଟେଲ ମାଲିକଙ୍କ ନିକଟରେ ଅଭିଯୋଗ କରିଥିଲେ। ମିସଲ୍ ଖାଇବା ମାତ୍ରେ ଜ୍ବଳନ ଓ ବାୟୁରେ ଉତ୍ତିଷ୍ଠ ହୋଇ ତାଙ୍କ ପେଟ ବିଗିଡିଗଲା, ତାଙ୍କର ସର୍ବାଙ୍ଗ ଲାଲ୍ ହୋଇଗଲା। ରୁମ୍ରେ ପହଞ୍ଚିବା ମାତ୍ରେ ସେ ବାରମ୍ବାର ଶୌଚାଳୟ ଯିବା ଆରମ୍ଭ କରିଦେଲେ। ଅତ୍ଯଧିକ ଜ୍ବଳନ ହେତୁ ସେ ଚିତ୍କାର କରିଉଠିଲେ। ହୋଟେଲର ମାଲିକ କହିଲେ, ଏବେ ଆପଣ ଜାଣିପାରିଲେ, ଆମେ ଶୌଚାଳୟରେ ପାଣି କାହିଁକି ରଖୁ ? ଶ୍ରୀ ଭଗବାନ କହନ୍ତି, "ଏତେ ତୀବ୍ର ସ୍ବାଦର ଖାଦ୍ୟ ଖାଇବା ଉଚିତ୍ ନୁହେଁ, ଏହାଦ୍ବାରା ତୁମର ମନୋଭାବ ତାମସିକତା ଆଡକୁ ଅଗ୍ରସର ହେବ। ପରବର୍ତ୍ତୀ ଶ୍ଳୋକରେ ଭଗବାନ କହୁଛନ୍ତି -
କଟ୍ୱମ୍ଳଲବଣାତ୍ୟୁଷ୍ଣ, ତୀକ୍ଷ୍ଣଋକ୍ଷବିଦାହୀନଃ ।
ଆହାରା ରାଜସସ୍ୟେଷ୍ଟା, ଦୁଃଖଶୋକାମୟପ୍ରଦାଃ ||9||
ପିତା, ଖଟା , ଲୁଣିଆ , ଅତି ଉଷ୍ଣ , ରାଗ , ରୁକ୍ଷ , ଦାହ କାରକ ଏବଂ ଦୁଃଖ, ଚିନ୍ତା ତଥା ରୋଗ ଉତ୍ପନ୍ନ କରୁଥିବା ଆହାର ରାଜସିକ ପୁରୁଷର ପ୍ରିୟ।
ବିବେଚନ :
ଅତି କଟୁ, ଖଟା, ତୀକ୍ଷ୍ମ, ଜ୍ଵଳନ ପ୍ରଦାନ କାରୀ, ଗରମ, ଶୁଖିଲା ଆହାର ରାଜସିକ ମନୁଷ୍ୟର ପସନ୍ଦ। ବାସ୍ତବରେ ଜୀବନକୁ ପରାକ୍ରମୀ କରିବାର ପ୍ରବୃତ୍ତି, ଜୀବନକୁ ସଫଳ କରିବା ନିମନ୍ତେ ଆମ୍ଭଙ୍କୁ ନିର୍ଦ୍ଦିଷ୍ଟ କର୍ମ କରିସାରିବା ପରେ ସାତ୍ତ୍ୱିକ ବ୍ୟକ୍ତି ହେବା ନିମନ୍ତେ ପ୍ରୟାସ କରିବା ଉଚିତ୍ । ଆହାର ଉପରେ ନିୟନ୍ତ୍ରଣ ରଖିବା ନିତାନ୍ତ ଆବଶ୍ୟକ। ମନ, ପଞ୍ଚ ଇନ୍ଦ୍ରିୟକୁ ମାଧ୍ୟମ କରି ଇଚ୍ଛା ପୂରଣ କରିଥାଏ। ମନରେ ଖାଦ୍ୟ ପ୍ରତି ଇଚ୍ଛା ଥିଲେ, ଜିହ୍ବାକୁ ସଂଯମ କରିବା, କଠିନ ହୋଇଯାଏ। କାନ, ଆଖିକୁ ମଧ୍ୟ ନିୟନ୍ତ୍ରଣ କରିବା କଷ୍ଟକର। କିନ୍ତୁ, କାନ, ଆଖି ଅପେକ୍ଷା ଜିଭର ନିୟନ୍ତ୍ରଣ ଅଧିକ କଷ୍ଟକର । ବିଷୟ ଶ୍ରବଣ ତଥା ଦର୍ଶନରୁ ଯଥାକ୍ରମେ କାନ ଓ ଆଖିକୁ ନିୟନ୍ତ୍ରଣ କରିବା ଉଚିତ୍ । ଜିହ୍ବା ଉପରେ ନିୟନ୍ତ୍ରଣ ସବୁଠାରୁ କଷ୍ଟକର ବ୍ୟାପାର ; କାରଣ ଏଥିରୁ ଶବ୍ଦ ବି ସ୍ଫୁରଣ ହୋଇଥାଏ। ବାଣୀରେ ସର୍ବଦା ମଧୁରତା ବଜାୟ ରଖିବା ସମ୍ଭବ ହୋଇପାରେ ନାହିଁ, ଏହା ଅତ୍ୟନ୍ତ କଷ୍ଟସାଧ୍ୟ ।

ଆମର ପରମ୍ପରା ମଧ୍ୟ ଆଶ୍ଚର୍ଯ୍ୟଜନକ ! ମୋ ଆଈ ହେଉଛନ୍ତି ପୁଷ୍ଟି ମାର୍ଗି ଏବଂ ମୋ ମାଇଁ ଭଗବାନଙ୍କୁ ଛୋଟ ଶିଶୁ ପରି ଉଠାଉଥିଲେ, ତାଙ୍କୁ ଶୁଆଇ ଦେଉଥିଲେ, ଉଲ୍ର ପୋଷାକ ତିଆରି କରି ପିନ୍ଧାଇ ଦେଉଥିଲେ, ନିଜ ହାତ ତିଆରି ଖାଦ୍ୟ ତାଙ୍କୁ ଭୋଗ ଲଗାଉଥିଲେ । ତାଙ୍କ ଘରେ ନିୟମ ରହିଛି ଯେ, ବାହାରୁ ଆସି ପାଣି ମାଠିଆକୁ କେହି ଛୁଇଁ ପାରିବେ ନାହିଁ । ଆମକୁ ଲାଗୁଥିଲା ଯେ ମାଇଁ ଆମକୁ ଅସ୍ପୃଶ୍ୟ ଅର୍ଥାତ୍ ଶୁଦ୍ର ବୋଲି ଭାବୁଛନ୍ତି। ଆମେ କେବେ କେବେ ଯଦି ଏହି ଭାବନା ତାଙ୍କ ଆଗରେ ପ୍ରକାଶ କରୁଥିଲୁ, ସେ ଅତ୍ୟନ୍ତ ସ୍ନେହରେ ଉତ୍ତର ଦେଉଥିଲେ, ପୁଅ ମୁଁ କ'ଣ କରିବି, ମୋର ଭଗବାନଙ୍କ ପାଖରେ ଏସବୁ ଚଳେନାହିଁ। କରୋନା ଆସିବାରୁ ଆମେ ବୁଝିପାରିଲୁ କି କାହିଁକି ଏସବୁ କଟକଣା ଆମ ହିନ୍ଦୁ ଧର୍ମରେ ରଖାଯାଇଛି । ବାହାରୁ ଆସିଲେ, ନଖ କଟାଯାଇ ନଥିବା ହାତ ଅପରିଷ୍କାର ହୋଇଥାଏ, ସିଧାସଳଖ ପାତ୍ରରେ ହାତ ବୁଡାଇଲେ ମାଠିଆର ପାଣି ଦୂଷିତ ହୋଇଥାଏ, ଯାହା ନିଜ ସମେତ ଅନ୍ୟମାନଙ୍କ ପାଇଁ କ୍ଷତିକାରକ ହୋଇଥାଏ। ମାଇଁ ଶାସ୍ତ୍ର ପଢ଼ି ନଥିଲେ, କିନ୍ତୁ ଭଗବାନଙ୍କ ନାମରେ ଶାସ୍ତ୍ରୀୟ କାର୍ଯ୍ୟ କରୁଥିଲେ। ସେ ଲୋକଙ୍କୁ ବାସି ମଧ୍ୟ ଖାଇବାକୁ ଦେଉନଥିଲେ, ସବୁବେଳେ ତାଜା ରନ୍ଧା ହୋଇଥିବା ଖାଦ୍ୟ ଦେଉଥିଲେ। ଗୀତାରେ ବି ଭଗବାନ କହିଛନ୍ତି ଯେ ବାସି ଖାଉଥିବା ବ୍ୟକ୍ତି ତାମସିକ ପ୍ରବୃତ୍ତିର ହୋଇଥାଏ ।
ୟାତୟାମଂ(ଙ୍) ଗତରସଂ(ମ୍), ପୂତି ପର୍ୟୁସିତଂ(ଞ୍) ଚ ୟତ୍ ।
ଉଚ୍ଛିଷ୍ଟମପି ଚାମେଧ୍ୟଂ(ମ୍), ଭୋଜନଂ(ନ୍) ତାମସପ୍ରିୟମ୍ ||10||
ଯେଉଁ ଖାଦ୍ୟ ଅର୍ଧସିଦ୍ଧ , ରସରହିତ , ଦୁର୍ଗନ୍ଧ ଯୁକ୍ତ , ବାସି ଓ ଅଇଁଠା ତଥା ଅପବିତ୍ର , ସେହି ଖାଦ୍ୟ ତାମସିକ ପୁରୁଷର ପ୍ରିୟ।
ବିବେଚନ :
ଉଚିତ୍ ଖାଦ୍ୟ ମଧ୍ୟ ସେହିପରି ହେବା ଉଚିତ । ଯଦି ତୁମେ ଈଶ୍ୱରଙ୍କୁ ଅର୍ପଣ କରିଥିବା ନାମରେ ଅଧିକ ଖାଇବ, ତେବେ ତୁମର ଚର୍ବି ବୃଦ୍ଧି ପାଇବ । ରାଜସିକ ପ୍ରବୃତ୍ତି ବୃଦ୍ଧି ପାଇବ । ତାପରେ ତାମସିକ ପ୍ରବୃତ୍ତି ବୃଦ୍ଧି ପାଇବ, ନିଦ ଆସିବ, ଆଳସ୍ୟ ମାଡିବସିବ ।
ଭୌତିକ ଯଜ୍ଞ, ତପ ଯଜ୍ଞ, ଅନେକ ଯଜ୍ଞର କଥା ଉଲ୍ଲେଖ କରାଯାଇଛି, ଯିଏ ନିଜ ସ୍ୱାର୍ଥକୁ ସମ୍ପୂର୍ଣ୍ଣ ତ୍ୟାଗ କରିଥାଏ ତା'ର ପ୍ରତ୍ୟେକ କାର୍ଯ୍ୟ ଯଜ୍ଞରେ ପରିଣତ ହୋଇଥାଏ ।
ଯେଉଁ ଖାଦ୍ୟ ସ୍ୱାଦ ଓ ରସବିହୀନ, ବାସି, ଶୁଖିଲା, ଦୁର୍ଗନ୍ଧଯୁକ୍ତ, ଉଚ୍ଛିଷ୍ଟ, ଅପବିତ୍ର, ତାହା ତାମସିକ ମନୁଷ୍ଯଙ୍କ ପ୍ରିୟ ଅଟେ। ତିନୋଟି ଶ୍ଲୋକରେ ଏକ ଗଭୀର କଥା ଦେଖାଯାଏ। ଯଦି ତୁମେ ଏହି ତିନୋଟିକୁ ଭଲଭାବେ ଅନୁଧ୍ଯାନ କରିବ, ତେବେ ଭଗବାନ ତୁମକୁ ରୋଗର ପରିଣାମ କହିସାରିଛନ୍ତି। ଆୟୁଷ, ଶକ୍ତି, ସୁଖ, ସ୍ୱାସ୍ଥ୍ୟ, ପ୍ରୀତି ବୃଦ୍ଧି ପାଇବ । ଏହା ସାତ୍ତ୍ୱିକ ଖାଦ୍ୟର ପରିଣାମ ଅଟେ। ରାଜସିକ ଖାଦ୍ୟର ପରିଣାମ ମଧ୍ୟ କୁହାଯାଇଛି : ରାଜସିକ ଖାଦ୍ୟ ଯାହା ଦୁଃଖ ଏବଂ ଶୋକ ପ୍ରଦାନ କରେ। ଏଗୁଡ଼ିକୁ ଖାଇବା ଦ୍ୱାରା ବୃଦ୍ଧାବସ୍ଥାରେ ନିଶ୍ଚିତ ଯନ୍ତ୍ରଣା ହୋଇଥାଏ। ଭଗବାନ୍ ସାତ୍ତ୍ୱିକ ଏବଂ ରାଜସିକ ଖାଦ୍ୟର ପରିଣାମ ବିଷୟରେ କହିଛନ୍ତି, କିନ୍ତୁ ତାମସିକ ଖାଦ୍ୟର ପରିଣାମ ବ୍ୟାଖ୍ୟା କରିନାହାଁନ୍ତି, କେବଳ ବ୍ୟାଖ୍ୟା କରି ଛାଡି ଦେଇଛନ୍ତି। ଯେଉଁମାନେ ଏହି ପ୍ରକାରର ଖାଦ୍ୟ ଖାଆନ୍ତି ସେମାନେ ଏହାର ପରିଣାମ ବିଷୟରେ ଚିନ୍ତା କରନ୍ତି ନାହିଁ। ଆମର ଏଇଠି ପିଆଜ ଏବଂ ରସୁଣ ପ୍ରସାଦରେ ନିଷେଧ। ଘରେ ଦେବଦେବୀଙ୍କୁ ପୂଜା କରାଯାଏ, ପ୍ରଭୁଙ୍କୁ ନୈବେଦ୍ୟ ଅର୍ପଣ କରାଯାଏ। ଯିଏ ଦେବତାଙ୍କୁ ପୂଜା କରେ ସେ ସାତ୍ତ୍ୱିକ, ତାକୁ କେବଳ ସାତ୍ତ୍ୱିକ ଖାଦ୍ୟ ଖାଇବା ଉଚିତ।କାରଣ ପିଆଜ ଏବଂ ରସୁଣ ରାଜସିକ ପ୍ରବୃତ୍ତି ଏବଂ କ୍ରୋଧକୁ ବୃଦ୍ଧି କରିଥାଏ। ବେଳେବେଳେ ରାଜସିକ ପ୍ରବୃତ୍ତିକୁ ବୃଦ୍ଧି କରିବା ପାଇଁ ଔଷଧ ପରି ଏହା ଦେବାକୁ ପଡ଼ିଥାଏ । ଏହିପରି ତିନିପ୍ରକାରର ଆହାରର ବ୍ୟାଖ୍ୟା କରାଯାଇଛି। ଏକ ସନ୍ତୁଳିତ ଆହାର ମଧ୍ୟ ଅତ୍ୟନ୍ତ ଜରୁରୀ। ମିଷ୍ଟାନ୍ନ, ଏକ ସାତ୍ତ୍ୱିକ ଖାଦ୍ୟ, କିନ୍ତୁ ଏହା ଅଧିକ ଖାଇବା ଉଚିତ୍ ନୁହେଁ। ଏକ ମାନଦଣ୍ଡ ସ୍ଥିର କରି ଏହାକୁ ମଧ୍ୟ ଖାଇବା ଉଚିତ୍।
युक्ताहारविहारस्य युक्तचेष्टस्य कर्मसु।
युक्तस्वप्नावबोधस्य योगो भवति दुःखहा।।6.17।।
ଉଚିତ୍ ଖାଦ୍ୟ ମଧ୍ୟ ସେହିପରି ହେବା ଉଚିତ । ଯଦି ତୁମେ ଈଶ୍ୱରଙ୍କୁ ଅର୍ପଣ କରିଥିବା ନାମରେ ଅଧିକ ଖାଇବ, ତେବେ ତୁମର ଚର୍ବି ବୃଦ୍ଧି ପାଇବ । ରାଜସିକ ପ୍ରବୃତ୍ତି ବୃଦ୍ଧି ପାଇବ । ତାପରେ ତାମସିକ ପ୍ରବୃତ୍ତି ବୃଦ୍ଧି ପାଇବ, ନିଦ ଆସିବ, ଆଳସ୍ୟ ମାଡିବସିବ ।
ଶ୍ରୀ ଭଗବାନ ଯଜ୍ଞ ବିଷୟରେ ମଧ୍ୟ ବ୍ୟାଖ୍ୟା କରିଛନ୍ତି । ଯଜ୍ଞକୁ ଏପରି ବୁଝିବା ଉଚିତ୍ ନୁହେଁ ଯେ, ଆମେ ଅଗ୍ନିରେ ଯେଉଁ ଘିଅ ଅର୍ପଣ କରୁ, ଯଜ୍ଞ ଅଗ୍ନିକୁ ଜାଳି ଆମେ ଯେଉଁ ବି ପଦାର୍ଥର ଆହୁତି ଦେଉଛୁ, ତାହା ହିଁ ଯଜ୍ଞ ।
द्रव्ययज्ञास्तपोयज्ञा योगयज्ञास्तथापरे।
स्वाध्यायज्ञानयज्ञाश्च यतयः संशितव्रताः।।4.28।।
ଭୌତିକ ଯଜ୍ଞ, ତପ ଯଜ୍ଞ, ଅନେକ ଯଜ୍ଞର କଥା ଉଲ୍ଲେଖ କରାଯାଇଛି, ଯିଏ ନିଜ ସ୍ୱାର୍ଥକୁ ସମ୍ପୂର୍ଣ୍ଣ ତ୍ୟାଗ କରିଥାଏ ତା'ର ପ୍ରତ୍ୟେକ କାର୍ଯ୍ୟ ଯଜ୍ଞରେ ପରିଣତ ହୋଇଥାଏ ।
ଅଫଲାକାଙ୍କ୍ଷିଭିର୍ୟଜ୍ଞୋ ବିଧିଦୃଷ୍ଟୋ ୟ ଇଜ୍ୟତେ ।
ୟଷ୍ଟବ୍ୟମେବେତି ମନଃ(ସ୍), ସମାଧାୟ ସ ସାତ୍ତ୍ୱିକଃ ||11||
ଯେଉଁ ଯଜ୍ଞ ଶାସ୍ତ୍ର ବିଧିରେ ନିୟତ, ଯାହା କରିବା ହିଁ ଉଚିତ ବୋଲି ମନକୁ ସମାହିତ କରି ଫଳ ଇଚ୍ଛା କରୁନଥିବା ପୁରୁଷଙ୍କ ଦ୍ୱାରା କରାଯାଏ , ତାହା ସାତ୍ତ୍ଵିକ।
ବିବେଚନ :
ଶାସ୍ତ୍ର ଅନୁଯାୟୀ ଏବଂ ନିୟମ ଅନୁଯାୟୀ ଏପରି ଯଜ୍ଞ କରିବା ମୋର କର୍ତ୍ତବ୍ୟ। ଯେଉଁ ଯଜ୍ଞ ମନରେ ଆନନ୍ଦ ଆଣେ ଏବଂ କୌଣସି ସ୍ୱାର୍ଥ ସାଧନ ବିନା କରାଯାଏ, ତାହାକୁ ସାତ୍ତ୍ୱିକ ଯଜ୍ଞ କୁହାଯାଏ। ଶାସ୍ତ୍ରରେ ଅନେକ ଋଣରୁ ମୁକ୍ତି ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି।
ଦେବଋଣ ଭଗବାନଙ୍କ ଋଣରୁ ମଧ୍ଯ ମୁକ୍ତ ହେବାକୁ ପଡିଥାଏ। ଏହା ଦେବତା ବରୁଣଙ୍କ କୃପା, ସେ ବର୍ଷା ଆକାରରେ ଜଳ ଯୋଗାଇଛନ୍ତି। ସେମାନଙ୍କୁ ନୈବେଦ୍ୟ ଅର୍ପଣ କରି ଖୁସି କରିବା ଉଚିତ୍ ବୋଲି ଯଜ୍ଞର ନିୟମଗୁଡ଼ିକରେ ବ୍ୟାଖ୍ୟା କରାଯାଇଛି। ଅନ୍ୟ ଦେବତାମାନଙ୍କୁ ମଧ୍ଯ ଆହୁତି ଦେବା ହେଉଛି ଦେବତାଙ୍କ ଋଣରୁ ମୁକ୍ତ ହେବା।
ପିତୃଋଣ - ମୋର ପିତା ମାତାଙ୍କ କିଛି ଋଣ ଅଛି। ସନ୍ତାନ ଭାବରେ, ମୋର ବାପାମାଆଙ୍କ ପ୍ରତି କିଛି କର୍ତ୍ତବ୍ୟ ରହିଛି। ଏଥିରୁ ମୁକ୍ତି ପାଇବାର ଉପାୟ ହେଉଛି, ସେମାନଙ୍କ ସେବା କରିବା, ତା ସହିତ ପରବର୍ତ୍ତୀ ପୀଢ଼ିର ଚରିତ୍ର ଗଠନ କରିବା।
ୠଷି ଋଣ - ଗୁରୁଙ୍କ ପ୍ରତି ମଧ୍ୟ ଋଣ ଅଛି। ଆମର ଧର୍ମ କେବଳ ଗୁରୁ ସେବା ଏବଂ ଗୁରୁ ପରମ୍ପରା ମାଧ୍ୟମରେ ବଞ୍ଚି ରହିବା। ଏହି ଭାବନାକୁ ମଧ୍ୟ ବଜାୟ ରଖିବାକୁ ପଡିବ। ସନ୍ନ୍ୟାସୀଙ୍କୁ ଆତିଥ୍ୟ ଦେବା, ତାଙ୍କୁ ଭୋଜନ କରାଇବା ଦ୍ବାରା ଋଷି ଋଣରୁ ମୁକ୍ତି ମିଳିଥାଏ ।
ସମାଜର ୠଣ - ସମାଜର ମଧ୍ୟ ଆମ ଉପରେ ଏକ ଋଣ ଅଛି ଏହା ହେଉଛି ଲୋକ ଋଣ ଆମ ଚାରିପାଖରେ ରହୁଥିବା ଲୋକମାନେ ଆମ ପାଇଁ କିଛି କରନ୍ତି। ଆମର ମଧ୍ୟ ସେମାନଙ୍କ ପ୍ରତି କିଛି କର୍ତ୍ତବ୍ୟ ଅଛି।
ଭୂତ ଋଣ - ଆମର ଧର୍ମ, ସଂସ୍କୃତି ଏବଂ ପରମ୍ପରା କେତେ ଦୂର ପହଞ୍ଚିଛି? ଗଛ, ବୃକ୍ଷ ଲତା ଏବଂ ପ୍ରାଣୀମାନଙ୍କର ସଭିଙ୍କର ଆମେ ଋଣୀ ଅଟୁ । ତୁଳସୀଙ୍କର ବାସ ତ ଆମର ପ୍ରତ୍ୟେକ ଘର ଅଗଣାରେ ହୋଇଥାଏ। ପ୍ରାଣୀମାନଙ୍କ ମଧ୍ୟରେ ଆମର ନାଗ, ଗାଈ, ଗଛ, ଅଁଳା ଇତ୍ୟାଦି ପୂଜା କରିବାର ପରମ୍ପରା ରହିଛି ଏବଂ ଏହିପରି ଆମ ଘରମାନଙ୍କରେ ପ୍ରତିଦିନ ପୂଜା କରାଯାଏ। ଯଦି ଶବଦାହ ବେଳେ ଗୋଟିଏ ଗଛର କାଠ ଆବଶ୍ଯକ, ତେବେ ସଂସାର ଛାଡି ଯିବା ପୂର୍ବରୁ ଅତି କମ୍ରେ ଗୋଟିଏ ଗଛ ଲଗାଇବାକୁ ପଡିବ। ଏହା କି ସୁନ୍ଦର ପରମ୍ପରା ସତରେ ! କି ବ୍ୟବସ୍ଥିତ ବିଜ୍ଞାନ ! ଏ ସଂସାରରୁ କିଛି ନ ନେବାର ଇଚ୍ଛାକୁ ମଧ୍ୟ ସାତ୍ତ୍ୱିକ ଯଜ୍ଞ କୁହାଯିବ।
ଅଭିସନ୍ଧାୟ ତୁ ଫଲଂ(ନ୍), ଦମ୍ଭାର୍ଥମପି ଚୈବ ୟତ୍ ।
ଇଜ୍ୟତେ ଭରତଶ୍ରେଷ୍ଠ, ତଂ(ମ୍) ୟଜ୍ଞଂ(ମ୍) ବିଦ୍ଧି ରାଜସମ୍ ||12||
କିନ୍ତୁ ହେ ଅର୍ଜୁନ! କେବଳ ଦମ୍ଭାଚରଣ ପାଇଁ ଅଥବା ଫଳପ୍ରାପ୍ତି ଉଦ୍ଦେଶ୍ୟ ରଖି ଯେଉଁ ଯଜ୍ଞ କରାଯାଏ, ସେହି ଯଜ୍ଞକୁ ତୁମେ ରାଜସ ବୋଲି ଜାଣ।
ବିବେଚନ :
ରାଜା ଦଶରଥ ରାଜସୂୟ ଯଜ୍ଞ କରିଥିଲେ। ଏହା ସେ ପୁତ୍ର ଏବଂ ସନ୍ତାନ ପ୍ରାପ୍ତିର କାମନା ସହିତ କରିଥିଲେ। ପାଣ୍ଡବମାନଙ୍କ ଦ୍ୱାରା କରାଯାଇଥିବା ଯଜ୍ଞ ଏକ ରାଜକୀୟ ଯଜ୍ଞ ଥିଲା। ଏହି ଯଜ୍ଞରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଲା। ଯଜ୍ଞକୁ ଏକ ନେଉଳ ଆସିଥିଲା ଯାହାର ଅଧା ଶରୀର ସୁନାରେ ତିଆରି ଥିଲା। ରାଜସୂୟ ଯଜ୍ଞ ସମୟରେ ପ୍ରସାଦ ସେବନ ପରେ ଅତିଥିମାନଙ୍କର ଅଇଁଠା ପତ୍ର ଉଠାଇବା କାମ ଭଗବାନ ସ୍ବୟଂ ନିଜ ହାତକୁ ନେଇଥିଲେ। ପତ୍ରଗୁଡ଼ିକ ଫିଙ୍ଗାଯାଉଥିବା ସ୍ଥାନରେ ନେଉଳଟି ଆସି ଗଡ଼ିବାକୁ ଲାଗିଲା। ଏହା ଦେଖି ସମସ୍ତେ ଆଚମ୍ବିତ ହେଲେ, ନେଉଳଟି ଏପରି କାହିଁକି କରୁଛି ତାହା କେହି ବୁଝିପାରୁ ନଥିଲେ। ଏହାର କାରଣ ପଚାରନ୍ତେ ନେଉଳଟି କହିଲା, ତାର ଶରୀରର ଅର୍ଦ୍ଧେକ ସୁନାରେ ପରିଣତ ହୋଇସାରିଛି, ଆର ଅର୍ଦ୍ଧେକ ବାକି ଅଛି। ଆର ଅର୍ଦ୍ଧେକ କୁ ବି ସୁନାରେ ରୂପାନ୍ତରିତ କରିବା ପାଇଁ ସେ ଏପରି ପ୍ରୟାସ କରୁଛି। ଏବେ ପରବର୍ତ୍ତୀ ପ୍ରଶ୍ନଥିଲା - ପ୍ରଥମ ଅଂଶଟି କିପରି ସୁନାରେ ପରିଣତ ହେଲା?
-×- ଓଁ ଶ୍ରୀକୃଷ୍ଣାର୍ପଣମସ୍ତୁ -×-

ନେଉଳଟି କହିଲା ଯେ, ପୂର୍ବେ ସେ ଏକ ଖେତରେ ରହୁଥିଲା। ଥରେ ଦୁର୍ଭିକ୍ଷ ପଡ଼ିବା କାରଣରୁ ସେଥିରେ କୌଣସି ଚାଷ ହେଇ ପାରିଲାନାହିଁ କି ଫସଲ ଅମଳ ହୋଇପାରିଲା ନାହିଁ। ଏଣୁ ଚାଷୀ ପାଇଁ ଖାଦ୍ୟର ବ୍ୟବସ୍ଥା ମଧ୍ୟ ହୋଇପାରିଲା ନାହିଁ। କେଉଁ କେଉଁଠୁ ମାଗି ଦିନକୁ କେବଳ ଗୋଟିଏ କିମ୍ବା ଦୁଇଟି ରୋଟି ମିଳିପାରିଲା। ଯେଉଁ ଗୋଟିଏ ରୁଟି ଚାଷୀଟି ପାଇଥିଲା ସେ ତାକୁ ଖାଇବାକୁ ବସିଥିଲା, ଠିକ୍ ସେତିକିବେଳେ ଜଣେ ଭିକାରୀ ସେଠାରେ ପହଞ୍ଚି, ବହୁତ ଭୋକରେ ଅଛି ବୋଲି କହିଲା। ଚାଷୀଟିକୁ ଭିକାରୀ ଉପରେ ଦୟା ଆସିଲା ଏବଂ ସେ ଆଣିଥିବା ରୁଟିରୁ ଅଧା ରୁଟି ଭିକାରୀକୁ ଖାଇବାକୁ ଦେଲା। ଭିକାରୀଟି ବହୁତ ଭୋକିଲା ଥିଲା, ତେଣୁ ସେ ଆଉ ଅଧିକ ଖାଦ୍ୟ ମାଗିବାରୁ ଚାଷୀଟି ତାକୁ ବାକି ଅଧା ରୁଟି ମଧ୍ୟ ଦେଇଦେଲା। ଚାଷୀଟି କହିଲା, ମୁଁ ତ ଗୋଟିଏ ଦିନ ପାଇଁ ଭୋକରେ ଅଛି, ତୁ ତ ତିନି ଦିନର ଭୋକରେ ଛଟପଟ ହେଉଛୁ, ତେଣୁ ତୁ ଏହି ରୁଟିଟି ନେଇଯା। ଚାଷୀଟି ନିଜ ଖାଇବା ସ୍ଥାନରୁ ଉଠି ପଡି ହାତ ଧୋଇନେଲା। ସେହି ପାଣି ଯେଉଁଠି ପଡିଲା ସେହିଠାରେ ଭୂମି ଥଣ୍ଡା ହୋଇଗଲା। ଥଣ୍ଡା ହେବା ପାଇଁ, ନେଉଳଟି ସେହି ସ୍ଥାନକୁ ଗଲା ଏବଂ ସେହି ଓଦା ଭୂଇଁ ଉପରେ ଶୋଇଗଲା। ନେଉଳ କହୁଥାଏ, ଯେଉଁ ପାର୍ଶ୍ୱରେ ପାଣି ପଡ଼ିଥିଲା, ମୁଁ ସାରା ରାତି ସେହି ପାର୍ଶ୍ୱରେ ଶୋଇଗଲି। ଉଠି ଦେଖିବା ବେଳକୁ ତା ଶରୀରର ଯେଉଁ ପାର୍ଶ୍ୱ ଓଦା ଭୂମି ସହ ଲାଗିଥିଲା ସେହି ପାର୍ଶ୍ବଟି ସୁନାରେ ପରିଣତ ହୋଇଯାଇଛି ! କାରଣ ଚାଷୀଟି କରିଥିବା ଯଜ୍ଞ ଏକ ସାତ୍ତ୍ୱିକ ଯଜ୍ଞ ଥିଲା। ହେଲେ ରାଜସୂୟ ଯଜ୍ଞ କାମନା ସହିତ କରାଯାଇଥିଲା। ସେହିପରି ଆଶା ରଖି ୠଷି ଉଦଳକ ଏକ ଯଜ୍ଞ କଲେ। ଯଜ୍ଞର ନାମ ଥିଲା ବିଶ୍ୱଜିତ ଯଜ୍ଞ। ଏହି ବିଶ୍ୱଜିତ ଯଜ୍ଞରେ ନଚିକେତାଙ୍କ ପିତା ଋଷି ଉଦଳକ ନିଜେ ପୁତ୍ର ନଚିକେତାଙ୍କୁ ଦାନ କରି ଦେଇଥିଲେ। ଆମେ ଆମର ଆଗାମୀ ଅଧିବେଶନରେ ଏହି କଥାକୁ ବିଶଦ ଭାବରେ ଜାଣିବା।
ଏଥି ସହିତ ଆଜିର ଏହି ବିବେଚନ ସତ୍ରର ସମାପ୍ତି ହୋଇ ପ୍ରଶ୍ନୋତ୍ତର ଅଧିବେଶନର ପ୍ରାରମ୍ଭ ହେଲା।
ପ୍ରଶ୍ନୋତ୍ତର ଅଧିବେଶନ
ପ୍ରଶ୍ନକର୍ତ୍ତା - ରେଣୁ ଦିଦି
ପ୍ରଶ୍ନ - ଭଗବାନ କୃଷ୍ଣ ଏବଂ ଭଗବାନ ଶିବଙ୍କ ସହିତ ତୁଳସୀଙ୍କର କ’ଣ ସମ୍ପର୍କ?
ଉତ୍ତର - ଭଗବାନ କୃଷ୍ଣ ତୁଳସୀଙ୍କୁ ବିବାହ କରିଥିଲେ, ଯାହା ଆମେ ପ୍ରତିବର୍ଷ ଦୀପାବଳି ଉତ୍ସବ ପରେ କରିଥାଉ। ତୁଳସୀ ଜଣେ ରାକ୍ଷସର ସ୍ତ୍ରୀ ଥିଲେ। ତାଙ୍କ ସ୍ୱାମୀଙ୍କ ପ୍ରତି ତାଙ୍କର ଭକ୍ତି ଯୋଗୁଁ, ଦେବତା ଏବଂ ରାକ୍ଷସଙ୍କ ମଧ୍ୟରେ ଯୁଦ୍ଧରେ ତାଙ୍କ ସ୍ୱାମୀଙ୍କୁ ପରାସ୍ତ କରିବା ଅତ୍ୟନ୍ତ କଷ୍ଟକର ଥିଲା। ତା’ପରେ ସ୍ୱୟଂ ଭଗବାନ ବିଷ୍ଣୁ ତାଙ୍କ ସ୍ୱାମୀର ରୂପ ନେଇ ତାଙ୍କ ପାଖକୁ ଗଲେ। ଯେତେବେଳେ ଏ କଥା ପ୍ରକାଶ ପାଇଲା, ତୁଳସୀ ବହୁତ ଦୁଃଖିତ ହେଲେ, ତା’ପରେ ଭଗବାନ ତାଙ୍କୁ ଆଶୀର୍ବାଦ ଦେଲେ ଯେ ଯେତେବେଳେ ସେ କୃଷ୍ଣ ରୂପରେ ଅବତାର ନେବେ, ସେତେବେଳେ ସେ ତାଙ୍କୁ ବିବାହ କରିବେ। ଆମର ସନ୍ଥ ଏବଂ ଋଷିମାନେ ବହୁତ ସୁନ୍ଦର ଭାବରେ ବିଜ୍ଞାନକୁ ଏକ ଧାର୍ମିକ ରୂପ ଦେଇ ଦେଜ୍ରଦଲେ। ଘର ଅଗଣାରେ ତୁଳସୀ ଗଛ ଲଗାଇବା ଦ୍ୱାରା ଅମ୍ଳଜାନର ପରିମାଣ ଅଧିକ ରହିଥାଏ କାରଣ ତୁଳସୀ ଗଛ ଦିନ ଏବଂ ରାତି ଉଭୟ ସମୟରେ ଅମ୍ଳଜାନ ନିଷ୍କାସନ କରେ ଏବଂ କାର୍ବନ ଡାଇଅକ୍ସାଇଡ୍ ଶୋଷଣ କରେ। ନୈବେଦ୍ୟ ସହିତ ତୁଳସୀ ପତ୍ର ରଖିବା ମଧ୍ୟ ଆମ ସ୍ୱାସ୍ଥ୍ୟ ପାଇଁ ଭଲ ବୋଲି କୁହାଯାଏ। ପ୍ରସାଦ ସହିତ ତୁଳସୀ ପତ୍ର ଖାଇବା ଦ୍ୱାରା କ୍ଷତିକାରକ ରୋଗରୁ ରକ୍ଷା ମିଳିଥାଏ। ସେହିପରି, ଆମର ଋଷିମୁନିମାନେ ଭଗବାନ ଶିବଙ୍କୁ ତୁଳସୀ ପତ୍ର ଅର୍ପଣ କରିବାକୁ ନିଷେଧ କରିଛନ୍ତି।
ପ୍ରଶ୍ନକର୍ତ୍ତା - ମୀରା ଦିଦି
ପ୍ରଶ୍ନ - ଆୟୁର୍ବେଦ ସାତ୍ୱିକ, ରାଜସିକ ଏବଂ ତାମସିକ ଖାଦ୍ୟ ବିଷୟରେ ମଧ୍ୟ ବର୍ଣ୍ଣନା କରେ। ତାମସିକ ଖାଦ୍ୟ ବିଷୟରେ ଶ୍ଲୋକରେ ଉଲ୍ଲେଖିତ "ଆମେଦ୍ୟ"ର ଅର୍ଥ କ'ଣ?
ଉତ୍ତର - ଆମେଦ୍ୟ ଅର୍ଥ ମାଂସାହାର।
-×- ଓଁ ଶ୍ରୀକୃଷ୍ଣାର୍ପଣମସ୍ତୁ -×-