विवेचन सारांश
ସଚରାଚର ଜଗତ ରୂପକ କ୍ଷେତ୍ରର କ୍ଷେତ୍ରଜ୍ଞ ପରମାତ୍ମା
ଉପକ୍ରମଣିକା -
ଭଗବାନ ଶ୍ରୀକୃଷ୍ଣ ଙ୍କ ପ୍ରାର୍ଥନା,ଦୀପ ପ୍ରଜ୍ବଳନ ଏବଂ ଗୁରୁ ବନ୍ଦନା ସହିତ ଆଜିର ବିବେଚନା ସତ୍ର ର ଶୁଭାରମ୍ଭ ହେଲା।
ଭଗବାନ ଶ୍ରୀକୃଷ୍ଣ ଙ୍କ ପ୍ରାର୍ଥନା,ଦୀପ ପ୍ରଜ୍ବଳନ ଏବଂ ଗୁରୁ ବନ୍ଦନା ସହିତ ଆଜିର ବିବେଚନା ସତ୍ର ର ଶୁଭାରମ୍ଭ ହେଲା।
ଶ୍ରୀ ଭଗବାନ ଙ୍କ ଅତ୍ୟନ୍ତ ଶୁଭ ମଙ୍ଗଳମୟ କୃପାରୁ ଆମ ମାନଙ୍କର ଏପରି ଭାଗ୍ୟୋଦୟ ହେଲା ଯେ ଆମେ ଏହି ମାନବ ଜୀବନ କୁ ସଫଳ କରିବା ପାଇଁ, ସାର୍ଥକ କରିବା ପାଇଁଁ, ଏହାକୁ ନିଜର ସର୍ବୋଚ୍ଚ ଲକ୍ଷ୍ୟ ଯାଏଁ ପହଞ୍ଚେଇବା ପାଇଁ, ନିଜର ପାରଲୌକିକ ଜୀବନର ଉଦ୍ଧାର କରିବାପାଇଁ ଶ୍ରୀମଦ୍ଭଗବଦ୍ଗୀତା ରେ ପ୍ରବୃତ୍ତ ହେଇଗଲେ।
କେଜାଣି ଆମର ଏହି ଜନ୍ମ ର କୌଣସି ପୂଣ୍ୟ, ପୂର୍ବ ଜନ୍ମର ଆମର କୌଣସି ସୁକର୍ମ କିମ୍ବା ଆମର ପିତୃପୁରୁଷଙ୍କ କୌଣସି ସୁକୃତରୁ, କିମ୍ବା କେଉଁ ଜନ୍ମ ରେ କୌଣସି ସନ୍ଥ ମହାପୁରୁଷ ଙ୍କ କୃପା ଦୃଷ୍ଟି ଆମ ଉପରେ ପଡ଼ିଲା ଯାହାଫଳରେ ଆମର ଏପରି ଭାଗ୍ୟୋଦୟ ହେଇଛି ଯେ ଆମେ ଶ୍ରୀମଦ୍ ଭଗବଦ୍ ଗୀତା ପାଇଁ ମନୋନୀତ ହୋଇଛନ୍ତି।
ଏହା ସାଧାରଣ କଥା ନୁହେଁ, ବିଗତ ଏକାବନ ଶହ ବର୍ଷ ମଧ୍ୟରେ ଯେତେସବୁ ସନ୍ଥ ପରମ୍ପରା ରହିଛି, ମହାପୁରୁଷ ମାନେ, କେବଳ ଭାରତ ର ନୁହେଁ, ଅନେକ ଗୁଡ଼ିଏ ବିଷୟ ଏବଂ ସଂସ୍କୃତି ମାନଙ୍କ ମଧ୍ୟରେ ବିସ୍ତାରିତ ଯେତେ ସବୁ ଚିନ୍ତାନାୟକ , ବିଚାରକ ହେଲେ, ଶ୍ରୀମଦ୍ଭଗବଦ୍ଗୀତା ର ପ୍ରଭାବ ଦ୍ବାରା ସେମାନେ ସମସ୍ତେ ଆଚ୍ଛାଦିତ ହେଇଯାଇଛନ୍ତି ।

ସାତ ଶହ ଶ୍ଳୋକ ବିଶିଷ୍ଟ ଏହି ଛୋଟିଆ ଗ୍ରନ୍ଥ, ଗୀତା ପ୍ରେସ୍ ଏହାକୁ ଗୋଟିଏ ପୃଷ୍ଠାରେ ଛାଡିଛନ୍ତି,ଏକ ପୃଷ୍ଠୀୟ ଗୀତା,ଏତେ ଛୋଟ, କିନ୍ତୁ ଅର୍ଥରେ ଏତେ ଗଭୀର ଯେ ଜଣାନାହିଁ ଏତେ ବର୍ଷ ମଧ୍ୟରେ ଏହାର କେତେ ଟିକାକରଣ କରାଯାଇଛି , ତଥାପି ଏହା ସମ୍ପୂର୍ଣ୍ଣ ହୋଇ ପାରିନାହିଁ।
ଏହି ଶ୍ରୀମଦ୍ଭଗବଦ୍ଗୀତା ଏତେ ମହତ୍ତ୍ବପୂର୍ଣ୍ଣ ଏବଂ ଏତେ ପ୍ରଭାବଶାଳୀ ଯେ ଅନେକ ମହାପୁରୁଷ ବର୍ଷ ବର୍ଷ ଯାଏଁ ଏହାର ଶୋଧନ କରିବାପରେ ମଧ୍ୟ ଏହା କହିଛନ୍ତି ଯେ ଏହାର ରତ୍ନ ଭଣ୍ଡାର କେବେ ଆବିଷ୍କାର କରିହେବ ନାହିଁ। ପରମ ଶ୍ରଦ୍ଧେୟ ସ୍ବାମୀ ରାମସୁଖଦାସ ମହାରାଜା ଜୀବିତାବସ୍ଥାରେ ସାଧକ ସଞ୍ଜୀବନୀ ର କେତେଗୁଡିଏ ସଂସ୍କରଣ ଆଣିଥିଲେ, ମୋ ଜାଣିବାରେ ପାଖାପାଖି ଚଉଦଟି ପରିଶିଷ୍ଟ ଆସିଥିଲା।
ପରନ୍ତୁ ପରେ ସ୍ବାମୀ ଜୀ କହିଲେ ଯେ ଏବେ ଏହାକୁ ଏତିକି ରେ ରଖିଦେବା କାରଣ ଏଥିରେ କୌଣସି ନୂତନ ତଥ୍ୟ ମୋତେ ମିଳିବନାହିଁ ଏପରି କେବେ ହେବନାହିଁ ସେଥିପାଇଁ ଏହାକୁ ଏତିକି ରେ ରଖିଦେବା, ଏବଂ ଅନ୍ୟ କେହି ଆସିଲେ ତାକୁ ପୁଣି ଲେଖିବେ।
ଯଦିଓ ଗାନ୍ଧୀଜୀ ସଂସ୍କୃତର ଜଣେ ମହାନ ବିଦ୍ୱାନ ନଥିଲେ, ସେ ଶ୍ରୀମଦ୍ ଭଗବଦ୍ ଗୀତା, ଅନାସକ୍ତି ଯୋଗ ଓ ଗୀତା ମାତା ଉପରେ ଦୁଇଟି ଟିପ୍ପଣୀ ଲେଖିଛନ୍ତି। ବିଭିନ୍ନ ମହାପୁରୁଷମାନେ ଭିନ୍ନ ଭିନ୍ନ ଦୃଷ୍ଟିକୋଣରୁ ଚିନ୍ତା କରିଥିଲେ ଏବଂ ସେମାନେ ସେଥିରେ ଥିବା ରତ୍ନ ଖଣିରେ ବୁଡ଼ି ରହୁଥିଲେ।
ଆଜି ତ୍ରୟୋଦଶ ଅଧ୍ୟାୟ ର ବିବେଚନ ଅଛି, ଏହା ଶ୍ରୀମଦ୍ଭଗବଦ୍ଗୀତା ର ଜ୍ଞାନଯୋଗ। ଏହି ଅଧ୍ୟାୟକୁ ଶ୍ରୀମଦ୍ଭଗବଦ୍ଗୀତା କଠିନ ଅଧ୍ୟାୟ ମାନଙ୍କ ମଧ୍ୟରେ ବିବେଚନା କରାଯାଏ। ଏହି ଅଧ୍ୟାୟକୁ ଅତ୍ୟନ୍ତ ଗୁଢ ବୋଲି ବିବେଚନା କରାଯାଏ,ଏ ହି ଅଧ୍ୟାୟକୁ କେବଳ ସାଧାରଣ ମଣିଷମାନେ ନୁହେଁ ବରଂ ମହାପୁରୁଷମାନେ ମଧ୍ୟ ଜଟିଳ ବୋଲି ବିବେଚନା କରିଛନ୍ତି।
ଗୀତାକାର ମାନଙ୍କ ଦ୍ଵାରା ସମ୍ପୂର୍ଣ୍ଣ ଗୀତା ର ଅଠରଟି ଅଧ୍ୟାୟ କୁ ଛଅ ଛଅଟି ଅଧ୍ୟାୟ ଯୁକ୍ତ ତିନୋଟି ବିଭାଗ ରେ ବିଭକ୍ତ କରାଯାଇଛି।

ପ୍ରଥମ ଷଟକ ବା ବିଭାଗ ପ୍ରଥମରୁ ଷଷ୍ଠ ଅଧ୍ୟାୟ ପର୍ଯ୍ୟନ୍ତ, କର୍ମ ପ୍ରଧାନ ଅଟେ।
ଦ୍ବିତୀୟ ଭାଗ ସପ୍ତମ ରୁ ଦ୍ଵାଦଶ ଅଧ୍ୟାୟ ପର୍ଯ୍ୟନ୍ତ ଉପାସନା ପ୍ରଧାନ ଅଟେ।
ତୃତୀୟ ଭାଗ ତ୍ରୟୋଦଶ ଠାରୁ ଅଠର ଅଧ୍ୟାୟ ପର୍ଯ୍ୟନ୍ତ ଜ୍ଞାନ ପ୍ରଧାନ ଅଟେ।
ସନାତନୀ ବିଶେଷଜ୍ଞ ମାନେ ଏହିପରି ତିନୋଟି ବିଭାଗ କୁ ମାନ୍ୟତା ଦେଇଛନ୍ତି ପରନ୍ତୁ ବେଦାନ୍ତୀ ମାନେ ଏହାର ବିଶ୍ଳେଷଣ ଅଲଗା ଢଙ୍ଗରେ କରିଛନ୍ତି। ଆଜି ମୁଁ ଟିକେ ଗୁଢ କଥା ମାନଙ୍କ ଉପରେ ଚର୍ଚ୍ଚା କରିବାକୁ ଯାଉଛି, ଟିକେ ଜାଣିବାକୁ ପଡ଼ିବ। ବେଦାନ୍ତୀ ମାନେ କହିଲେ, ବ୍ରହ୍ମ ସୂତ୍ର ର ବାକ୍ୟ ହେଲା -
ତତ୍ବମସି’
ପ୍ରଥମ ଷଟକ କୁ ସେମାନେ କହିଲେ ତ୍ବମ, ତୁମେ ଅର୍ଥାତ୍ ଦେହଧାରୀ , ଯିଏ ଅନିତ୍ୟ ଅଟେ।
ଦ୍ବିତୀୟ ଷଟକ କୁ କହିଲେ ତତ୍ ଅର୍ଥାତ୍ ପରମାତ୍ମା, ତତ୍ବମସି ର ତିନୋଟି ଭାଗ ଅଛି ତତ୍, ତ୍ବମ, ଏବଂ ଅସି। ଦ୍ବିତୀୟ ଷଟକ ତତ୍ ଅର୍ଥାତ୍ ପରମାତ୍ମା କଣ ଏହାକୁ ଜାଣିବାର ଅଛି।
ଏବଂ ତୃତୀୟ ଷଟକ ଅସି, ଅସି ଅର୍ଥାତ୍ ଅଛି, ତତ୍ବମସି ଅର୍ଥାତ୍ ତୁମେ ମଧ୍ୟ ତାହା ଅଟ।
ଏହାକୁ ଆଉଟିକେ ବିସ୍ତାର ରେ ଜାଣିବା। ବେଦାନ୍ତୀ କହନ୍ତି ତ୍ବମ ଅର୍ଥାତ୍ ଜୀବଧାରୀ ଅନିତ୍ୟ ଅଟେ। ଏହି ବିଶ୍ଳେଷଣ ଆଗରୁ ମଧ୍ୟ ଷଷ୍ଠ ଅଧ୍ୟାୟ ରେ ଦେଖିବାକୁ ମିଳେ।

ଦ୍ବିତୀୟ ଷଟକ ରେ ତତ୍ ଅର୍ଥାତ୍ ପରମାତ୍ମା କଣ ଏହା ଜାଣିବାକୁ ମିଳେ ଏବଂ ତୃତୀୟ ଷଟକ ରେ ଜୀବ ଏବଂ ପରମାତ୍ମା ଙ୍କ ଅଭେଦତା ଜାଣିବାକୁ ମିଳେ,ଏ ଦୁଇ ଭିନ୍ନ ନୁହେଁ ଅଭିନ୍ନ।
ଏକୋ ବ୍ରହ୍ମ ଦ୍ବିତୀୟୋ ନାସ୍ତି।
ଏବଂ ଯେତେବେଳେ ଦ୍ବିତୀୟ କେହି ନାହାନ୍ତି ତାହେଲେ ‘ଏକୋ ବ୍ରହ୍ମ ଦ୍ବିତୀୟୋ ନାସ୍ତି’ କହିବାର ଆବଶ୍ୟକତା ହିଁ ନାହିଁ, କେବଳ ‘ ଅସି’ ହିଁ କୁହନ୍ତୁ। କାରଣ ଏକ କହୁ କହୁ ଦ୍ବିତୀୟ ର ଆବଶ୍ୟକତା ହୋଇଥାଏ ଏବଂ ଦ୍ବିତୀୟ ତ ନାହିଁ ତାହେଲେ ଏକ କାହାକୁ କହିବା।
ଗୋଟିଏର ସତ୍ତା ସେତେବେଳେ ଥାଏ ଯେତେବେଳେ ଅନ୍ୟଟି ଅସ୍ତିତ୍ୱରେ ଥାଏ, ଯଦି ଅନ୍ୟ ବୋଲି କିଛି ନଥାଏ ତାହେଲେ ଗୋଟିଏ କହିବା କଠିନ ହେଇଯିବ। ପରମ ଶ୍ରଦ୍ଧେୟ ସ୍ବାମୀ ରାମସୁଖଦାସ ଜୀ ମହାରାଜା ଙ୍କ ଦ୍ବାରା କର୍ମ ସାପେକ୍ଷ ରେ ଏପରି କଥା ଲେଖା ଯାଇଛି।
ସ୍ବାମୀ ଜୀ ତାଙ୍କର ବିବେଚନ ରେ କହୁଥିଲେ, କଣ ଅଛି ତାହା ବିଚାର କରନାହିଁ। ଖାଲି ଏତିକି ବିଚାର କର ଯେ ‘ଅଛି’ ‘ସତ୍ ଅଛି’, ‘ଅସତ୍ ନାହିଁ’। ଦୁଇଜଣଙ୍କୁ ଛାଡ଼ିଦିଅ ଏବଂ ଦୁଇଜଣ ଙ୍କ ମଧ୍ୟରେ ଯିଏ ସମାନ ‘ଅଛି’ ଅଛି କେବଳ ତାକୁ ଧରିରଖ।
ପରମାତ୍ମା ଏକ, ଏପରି କହିବା ଦ୍ଵାରା ଅନ୍ୟ କେହି ମଧ୍ୟ ଅଛି ଏପରି ସନ୍ଦେହ ହେଇଯାଉଛି, ତେଣୁ କେବଳ “ଅଛି” ଏତିକି ହିଁ କୁହ। ତେଣୁ ବେଦାନ୍ତୀ ମାନେ କହିଛନ୍ତି ଯେ ତ୍ରୟୋଦଶ ଅଧ୍ୟାୟ ଠାରୁ ଅଠର ଅଧ୍ୟାୟ ଯାଏଁ ଅଭେଦତା ର କଥା କୁହାଯାଇଛି।
ପଞ୍ଚଦଶ ଅଧ୍ୟାୟ ରେ ଶ୍ରୀ ଭଗବାନ କହିଲେ -
ममैवांशो जीवलोके, जीवभूतः(स्) सनातनः।
ଶ୍ରୀ ଭଗବାନ କହିଲେ ଯେ ତୁମେ କଣ କେଉଁଠାରୁ ଅଲଗା ଆସିଛ କି, ତୁମେ ତ ମୋର ଅଂଶ। ତୁମେ ସେହିପରି ସନାତନ ଯେପରିକି ମୁଁ।
ସପ୍ତମ ଅଧ୍ୟାୟ ଠାରୁ ଜ୍ଞାନ ଯୋଗ ଆରମ୍ଭ ହେଲା, ତ୍ରୟୋଦଶ ଅଧ୍ୟାୟ, ସପ୍ତମ ଅଧ୍ୟାୟ ର ପରିଶିଷ୍ଟ ବୋଲି ବିବେଚନା କରାଯାଏ। ସପ୍ତମ ଅଧ୍ୟାୟ ଠାରୁ ଶ୍ରୀ ଭଗବାନ ଜ୍ଞାନ ଯୋଗ ଆରମ୍ଭ କରିଲେ ପରନ୍ତୁ ଅର୍ଜୁନ ଏପରି କିଛି ପ୍ରଶ୍ନ କରିଦେଲେ ଯେ ଅଷ୍ଟମ ଅଧ୍ୟାୟ ପ୍ରାରମ୍ଭ ହେଇଗଲା।
ଶ୍ରୀ ଭଗବାନ ଅର୍ଜୁନ ଙ୍କର ସମସ୍ତ ପ୍ରଶ୍ନ ମାନଙ୍କ ର ଉତ୍ତର ଦେଲେ। ଶ୍ରୀ ଭଗବାନ ଙ୍କୁ ଲାଗିଲା ଯେ ଅର୍ଜୁନ ଙ୍କ ମନରେ ଜ୍ଞାନ, ବିଜ୍ଞାନ ର ମହତ୍ତ୍ଵ ଅଳ୍ପ ରହିଛି। ତେଣୁ ନବମ ଅଧ୍ୟାୟ ରେ ରାଜବିଦ୍ୟା କହିବା ସହିତ ତାକୁ ପୁନର୍ରୋପିତ କରିଲେ। ରାଜବିଦ୍ୟାରାଜଗୁହ୍ୟଯୋଗ କହିବା ସହିତ ଅର୍ଜୁନ ଙ୍କୁ ସମସ୍ତ କଥା କହିଲେ ଆଉ ଅର୍ଜୁନ ଙ୍କ ମନରେ ସନ୍ଦେହ ହେଲା ଯେ ସମସ୍ତେ ଆପଣଙ୍କ ଅଂଶ ରେ ସ୍ଥିତ, ଏହା କିପରି ସମ୍ଭବ?
ଅର୍ଜୁନ ଙ୍କ ଏପରି ସନ୍ଦେହ ପରେ ଶ୍ରୀ ଭଗବାନ ବିଭୂତି ଯୋଗ କହିଲେ, ଦେଖ ମୋର ବିଭୂତି ମାନଙ୍କୁ, ମୁଁ କେଉଁଠି କେଉଁଠି ଅଛି। ଅର୍ଜୁନ ଯେତେବେଳେ ଏସବୁ ଶୁଣିଲେ , ଯେପରି ଆମକୁ ଅଡିଓ ଶୁଣିଲା ପରେ ଭିଡିଓ ଦେଖିବାକୁ ଇଚ୍ଛା ହୁଏ ସେହିପରି, ଅର୍ଜୁନ ମଧ୍ୟ ଭଗବାନଙ୍କର ସ୍ୱରୂପ ଦେଖିବାକୁ ଇଚ୍ଛା ପ୍ରକାଶ କଲେ।
ଶ୍ରୀ ଭଗବାନ ଅର୍ଜୁନଙ୍କୁ ବିଶ୍ଵରୂପ ଦର୍ଶନ କରାଇଲେ। ପୁଣିଥରେ ଚତୁର୍ଭୁଜ ରୂପ ରେ ଦର୍ଶନ ଦେଲେ। ଚତୁର୍ଭୁଜ ରୂପ ର ଦର୍ଶନ କରିବା ପରେ ଅର୍ଜୁନ ଜ୍ଞାନ ଯୋଗ ଏବଂ ଭକ୍ତି ଯୋଗ ବିଷୟରେ ପ୍ରଶ୍ନ ପଚାରିଲେ। - के योगवित्तमाः।
ଶ୍ରୀ ଭଗବାନ ଅର୍ଜୁନଙ୍କୁ ଭକ୍ତି ର ମହିମା କହିଲେ, ଜ୍ଞାନ ଏବଂ ଭକ୍ତି ମଧ୍ୟରେ କିଏ ଶ୍ରେଷ୍ଠ? ଏହା ପଚାରିବା ପରେ ଅର୍ଜୁନଙ୍କୁ କହିଲେ କି ତୁମପାଇଁ ଭକ୍ତି ଶ୍ରେଷ୍ଠ ଏବଂ ସାଧନ ର କ୍ରମ ଦେଇସାରି ଶ୍ରୀ ଭଗବାନ ଭକ୍ତ ର ଲକ୍ଷଣ ବିଷୟରେ କହିଲେ।
ଶ୍ରୀ ଭଗବାନ ଭକ୍ତ ର ଅଣଚାଳିଶ ଟି ଲକ୍ଷଣ ବିଷୟରେ କହିଲେ। ପରନ୍ତୁ ଭଗବାନ ଜ୍ଞାନ ଯୋଗ କୁ ମହତ୍ତ୍ଵ ଦେଉନାହାନ୍ତି ବୋଲି ଅର୍ଜୁନ ଙ୍କୁ ଅନୁଭବ ହେଲାନାହିଁ, କିନ୍ତୁ ଶ୍ରୀ ଭଗବାନ ଅର୍ଜୁନ ନପଚାରିବା ସତ୍ତ୍ୱେ ତ୍ରୟୋଦଶ ଅଧ୍ୟାୟ ରେ ପୁଣିଥରେ ଜ୍ଞାନ ଯୋଗ ଆରମ୍ଭ କରିଦେଲେ।
ଦ୍ୱାଦଶ ପରେ ତୁରନ୍ତ ତ୍ରୟୋଦଶ ଅଧ୍ୟାୟ ଆସିଥିଲା ଏବଂ ଆମ ପରମ୍ପରାରେ କିଛି ମହାପୁରୁଷ ଥିଲେ ଯେଉଁମାନେ ଅନୁଭବ କରିଥିଲେ ଯେ ଏଠାରେ କିଛି ଶ୍ଳୋକ ବାକି ରହିଛି। ଯଦି ଅର୍ଜୁନ କୌଣସି ପ୍ରଶ୍ନ ପଚାରି ନଥିଲେ, ତେବେ ଭଗବାନ ଭକ୍ତିଯୋଗରୁ ସିଧାସଳଖ ଜ୍ଞାନଯୋଗକୁ କାହିଁକି ଆସିଲେ?

କିଛି ମହାପୁରୁଷ ଏପରି ଭାବି ଏକ ଶ୍ଲୋକ ଯୋଡିଥିଲେ। ଯେଉଁମାନେ ଏହାକୁ ଗ୍ରହଣ କରିନଥିଲେ ସେମାନେ କହିଥିଲେ ଯେ ଏହି ଶ୍ଲୋକର କୌଣସି ଅସ୍ତିତ୍ୱ ନାହିଁ, ସେମାନେ ଏହାକୁ ଯୋଡିଛନ୍ତି। ଇସ୍କନ ଏବଂ ଅନ୍ୟ କିଛି ସମ୍ପ୍ରଦାୟ ବିଶ୍ୱାସ କରନ୍ତି ଯେ ତ୍ରୟୋଦଶ ଅଧ୍ୟାୟରେ ପଇଁତିରିଶଟି ଶ୍ଲୋକ ଅଛି ଏବଂ ଶ୍ଲୋକର ମୋଟ ସଂଖ୍ୟା ସାତ ଶହ ଏକ। କିନ୍ତୁ ଭଗବାନ ଆଦି ଶଙ୍କରାଚାର୍ଯ୍ୟ ଏହି ଶ୍ଲୋକକୁ ଏକ ପ୍ରକ୍ଷେପଣ ବୋଲି ମାନିଥିଲେ। ଅଧିକାଂଶ ସମ୍ପ୍ରଦାୟ, ଗୀତାପ୍ରେସ୍, ଚିନ୍ମୟ ମିଶନ ଏବଂ ଗୀତା ପରିବାର ଏହି ଶ୍ଲୋକକୁ ଗ୍ରହଣ କରିନଥିଲେ। ସେମାନେ ବିଶ୍ୱାସ କରୁଥିଲେ ଯେ ତ୍ରୟୋଦଶ ଅଧ୍ୟାୟରେ କେବଳ ଚଉତିରିଶଟି ଶ୍ଲୋକ ଅଛି ଏବଂ ଶ୍ରୀମଦ୍ ଭଗବଦ୍ ଗୀତାରେ କେବଳ ସାତ ଶହ ଶ୍ଲୋକ ଅଛି। ପ୍ରାଚୀନ କାଳରୁ ଆଧୁନିକ ସମୟ ପର୍ଯ୍ୟନ୍ତ ଅଧିକାଂଶ ମହାପୁରୁଷ ସମାନ ବିଶ୍ୱାସ କରନ୍ତି। ଅନେକ ଲୋକ ଶ୍ରୀମଦ୍ ଭଗବଦ୍ ଗୀତାରେ ସାତଶହ ଏକ ଶ୍ଲୋକ ଥିବା ବିଷୟରେ ପ୍ରଶ୍ନ ପଚାରନ୍ତି, ତେଣୁ ସ୍ପଷ୍ଟୀକରଣ ପାଇଁ, ଆମେ ଏହା ଉପରେ ଆଲୋଚନା କରିଛୁ।
ଏହି ଶ୍ଳୋକ ଟି ଏହିପରି ଅଛି -
प्रकृतिं पुरुषं चैव क्षेत्रं क्षेत्रज्ञमेव च ।
एतद्वेदितुमिच्छामि ज्ञानं ज्ञेयं च केशव ৷৷
ଅର୍ଜୁନ ଉବାଚ ରୂପରେ ଯୋଡ଼ା ଯାଇଛି।
ପରନ୍ତୁ ଆମେମାନେ ଏହାକୁ ଗ୍ରହଣ କରୁନାହୁଁ । ତ୍ରୟୋଦଶ ଅଧ୍ୟାୟ ସିଧାସଳଖ ଶ୍ରୀଭଗବାନୁବାଚ ଠାରୁ ଆରମ୍ଭ ହେଇଛି।
ଏହି ଶ୍ଳୋକ ର ସମ୍ପୃକ୍ତି ଏଠାରେ କିପରି ହୋଇଛି, ତାହା ଦେଖାଇବାପାଇଁ ସପ୍ତମ ଅଧ୍ୟାୟ ଠାରୁ ଆରମ୍ଭ କରି ପୁରା କ୍ରମ କହିଲି ଯାହାଦ୍ଵାରା ଶ୍ରୀ ଭଗବାନ କାହିଁକି ଏହି ଶ୍ଳୋକ କହିଲେ ତାହା ଜାଣି ପାରିବା, ଏବଂ ପୁରା ଶୁଣିସାରିଲା ପରେ ଆପଣମାନଙ୍କୁ ଏହା ସଠିକ୍ ବୋଲି ଅନୁଭବ ହୋଇଥିବ। ଅର୍ଜୁନ ଙ୍କୁ ଏବଂ ପରେ ପଢୁଥିବା ଲକ୍ଷ ଲକ୍ଷ ଲୋକ ଙ୍କୁ ଏହା ଅନୁଭବ ନହେଉ ଯେ ଶ୍ରୀ ଭଗବାନ ଜ୍ଞାନ ଯୋଗ କୁ ମହତ୍ତ୍ଵ ଦେଉନାହାନ୍ତି , ସେଥିପାଇଁ ଶ୍ରୀ ଭଗବାନ ଅର୍ଜୁନ ପ୍ରଶ୍ନ ନକରିବା ସତ୍ତ୍ୱେ ତ୍ରୟୋଦଶ ଅଧ୍ୟାୟ ରେ ପୁଣିଥରେ ଜ୍ଞାନ ଯୋଗ ଆରମ୍ଭ କରିଦେଲେ।
ଏହି ଅଧ୍ୟାୟ ରେ ଶ୍ରୀଭଗବାନ ଦୁଇଟି ନୂଆ ପଦ ପ୍ରସ୍ତୁତ କରିଲେ - କ୍ଷେତ୍ର ଏବଂ କ୍ଷେତ୍ରଜ୍ଞ।
ବିବେଚକ ମହାଶୟଙ୍କ ଅନୁସାରେ ତାଙ୍କୁ ପ୍ରଥମେ ଏହି ଶବ୍ଦ ଗୁଡ଼ିକ ବହୁତ କଠିନ ଲାଗୁଥିଲା ସେତେବେଳେ ସେ ଏହି ଅଧ୍ୟାୟ କୁ ଶୀଘ୍ର ଶୀଘ୍ର ପଢି ଆଗକୁ ବଢିଯାଉଥିଲେ ପରନ୍ତୁ ଏବେ ବୁଝିସାରିଲା ପରେ ଭଲ ଲାଗୁଛି।
ବିବେଚକ ମହାଶୟଙ୍କ ଅନୁସାରେ ତାଙ୍କୁ ପ୍ରଥମେ ଏହି ଶବ୍ଦ ଗୁଡ଼ିକ ବହୁତ କଠିନ ଲାଗୁଥିଲା ସେତେବେଳେ ସେ ଏହି ଅଧ୍ୟାୟ କୁ ଶୀଘ୍ର ଶୀଘ୍ର ପଢି ଆଗକୁ ବଢିଯାଉଥିଲେ ପରନ୍ତୁ ଏବେ ବୁଝିସାରିଲା ପରେ ଭଲ ଲାଗୁଛି।
13.1
ଶ୍ରୀଭଗବାନୁବାଚ
ଇଦଂ(ମ୍) ଶରୀରଂ(ଙ୍) କୌନ୍ତେୟ, କ୍ଷେତ୍ରମିତ୍ୟଭିଧୀୟତେ।
ଏତଦ୍ୟୋ ବେତ୍ତି ତଂ(ମ୍) ପ୍ରାହୁଃ, କ୍ଷେତ୍ରଜ୍ଞ ଇତି ତଦ୍ୱିଦଃ।।୧।।
ଶ୍ରୀ ଭଗବାନ କହିଲେ -- ହେ କୁନ୍ତୀପୁତ୍ର ଅର୍ଜୁନ ! ଏହି ରୂପରେ ସୂଚିତ କରାଯାଉଥିବା ଶରୀରକୁ 'କ୍ଷେତ୍ର' କୁହାଯାଏ ଏବଂ ଏହି କ୍ଷେତ୍ରକୁ ଯିଏ ଜାଣେ, ତାହାକୁ 'କ୍ଷେତ୍ରଜ୍ଞ' କହନ୍ତି ।
ବିବେଚନ -
ଏଠାରେ କ୍ଷେତ୍ର ଏବଂ କ୍ଷେତ୍ରଜ୍ଞ ଏପରି ଦୁଇଟି ଶବ୍ଦ ଆସିଛନ୍ତି। ଜଣେ ଚାଷୀ ପାଖରେ ଗୋଟିଏ ଜମି ଅଛି। ଏଠାରେ ଜମି କ୍ଷେତ୍ର ଏବଂ ଚାଷୀ କ୍ଷେତ୍ରଜ୍ଞ ଅଟେ। କଥା ଏତିକିରେ ବୁଝାପଡିବ ନାହିଁ, ଟିକେ ଗଭୀରତା ମଧ୍ୟକୁ ଯିବାକୁ ପଡିବ।
ଏଠାରେ କ୍ଷେତ୍ର ଏବଂ କ୍ଷେତ୍ରଜ୍ଞ ଏପରି ଦୁଇଟି ଶବ୍ଦ ଆସିଛନ୍ତି। ଜଣେ ଚାଷୀ ପାଖରେ ଗୋଟିଏ ଜମି ଅଛି। ଏଠାରେ ଜମି କ୍ଷେତ୍ର ଏବଂ ଚାଷୀ କ୍ଷେତ୍ରଜ୍ଞ ଅଟେ। କଥା ଏତିକିରେ ବୁଝାପଡିବ ନାହିଁ, ଟିକେ ଗଭୀରତା ମଧ୍ୟକୁ ଯିବାକୁ ପଡିବ।
ଗୋଟିଏ ବର୍ଷ ବର୍ଷା ହେଲାନାହିଁ ଏବଂ ଫସଲ ନଷ୍ଟ ହେଇଗଲା, ଏପର୍ଯ୍ୟନ୍ତ ଜମି କ୍ଷେତ୍ର ଏବଂ କୃଷକ ହେଉଛି କ୍ଷେତ୍ରଜ୍ଞ। ପରନ୍ତୁ ଥରେ ମରୁଡି ପଡ଼ିଲା ସେହି କାରଣରୁ ସରକାର ଙ୍କ ଦ୍ଵାରା କ୍ଷତିପୂରଣ ଦେବାପାଇଁ ନିର୍ଣ୍ଣୟ ନିଆଗଲା। ସରକାର ନିର୍ଣ୍ଣୟ ନେଲେ ଯେ ମରୁଡ଼ି କାରଣରୁ ଯେଉଁ କ୍ଷତି ହେଇଛି, ତାହାର କ୍ଷତିପୂରଣ ପାଇଁ ଏକହଜାର ଚାଷୀ ଙ୍କୁ ଲକ୍ଷେ ଟଙ୍କା ଲେଖାଏଁ ଦିଆଯିବ। ସେଥିପାଇଁ ସରକାର ଙ୍କ ଜରୁରୀକାଳୀନ ପାଣ୍ଠିରୁ ଟଙ୍କା ଉଠାଇ ଏକହଜାର ଲକ୍ଷ କୋଟି ଟଙ୍କାର ଏକ ପାଣ୍ଠି ର ବ୍ୟବସ୍ଥା କରାଯାଇଥିଲା।
ଏବେ କାହାକୁ କ୍ଷତିପୂରଣ ଦିଆଯିବ?
ଏବେ କାହାକୁ କ୍ଷତିପୂରଣ ଦିଆଯିବ?
ଜମିକୁ ନା ଚାଷୀ ଙ୍କୁ, ବାସ୍ତବରେ ଜମିର ଫସଲ ନଷ୍ଟ ହେଇଛି ପରନ୍ତୁ କ୍ଷତିପୂରଣ ଜମି କୁ ଦିଆଯିବ ନାହିଁ ଚାଷୀ କୁ ଦିଆଯିବ।
କ୍ଷତିପୂରଣ ପାଇବାପାଇଁ ଯେତେବେଳେ ଚାଷୀ ଆସି ଠିଆ ହେଇଗଲା, ସେତେବେଳେ ସରକାର ହେଇଗଲା କ୍ଷେତ୍ରଜ୍ଞ ଏବଂ ଚାଷୀ ଓ ତାର ଜମି ଉଭୟ ହେଇଗଲେ କ୍ଷେତ୍ର। ଯେଉଁ କ୍ଷେତ୍ର ଅଧୀନରେ ସମସ୍ତ ଜିନିଷ ଅନ୍ତର୍ଭୁକ୍ତ ଏବଂ ଯେଉଁ କ୍ଷେତ୍ରଜ୍ଞ ଅଧୀନରେ ସେହି କ୍ଷେତ୍ର ଅନ୍ତର୍ଭୁକ୍ତ, ପ୍ରାରମ୍ଭରେ ସେହି ଚାଷୀ ହେଉଛନ୍ତି କ୍ଷେତ୍ରଜ୍ଞ।
ଯାହା ମୋର ନିକଟରେ ଅବସ୍ଥିତ ତାକୁ କହିବା ଏହା, ଯେପରିକି ମୁଁ ଏହି ବଖରା ରେ ଅଛି ତାହେଲେ କହିବି ଏହି ବଖରା ଏବଂ ମୋର ପାଖ ବଖରା କୁ କହିବି ସେହି ବଖରା। ମୁଁ ଏଠି ଅଛି ତୁମେ ସେଠି ଅଛି। ଏହି ବଖରା ରେ ଦୁଇଟି ଟେବୁଲ୍ ଥିଲେ ମୋ ନିକଟରେ ଥିବା ଟେବୁଲ କୁ କହିବି ଏହି ଟେବୁଲ୍ ଏବଂ ଯେଉଁଟା ଦୂରରେ ଥିବା ତାକୁ ସେହି ଟେବୁଲ୍। ଏହା ର ଅର୍ଥ ଯାହା ମୋ ପାଖରେ ଅଛି। ତୁଳନାତ୍ମକ ରୂପରେ ଯିଏ ପାଖରେ ଥିବ, ଏହା ହେଇଯିବ ଏବଂ ତୁଳନାତ୍ମକ ରୂପରେ ଅଳ୍ପ ଦୂରରେ ଥିବ ତାହା ହେଇଯିବ। ଏହା ସାମାନ୍ୟ ସମଷ୍ଟି ରୂପରେ ହେଇଗଲା।
ବ୍ୟଷ୍ଟି ଏବଂ ସମଷ୍ଟି କୁ ବୁଝିବା ଆବଶ୍ୟକ ଅଟେ। ବ୍ୟଷ୍ଟି ହେଇଗଲା ବ୍ୟକ୍ତି , ସମଷ୍ଟି ଅର୍ଥାତ୍ ସମସ୍ତ ଙ୍କୁ ମିଶେଇ କି। ମୋତେ ଭୋକ ଲାଗୁଛି ବ୍ୟଷ୍ଟି ର କଥା ଅଟେ।
ଘରେ ସମସ୍ତଙ୍କୁ ଭୋକ ଲାଗୁଛି, ଭୋଜନ ପ୍ରସ୍ତୁତ ହେଲା ନା ନାହିଁ ସମଷ୍ଟି ର କଥା ହେଇଗଲା। ସଂସାରରେ ସମସ୍ତ ଙ୍କୁ ଭୋକ ଲାଗେ। ଶ୍ରୀ ଭଗବାନ ସମସ୍ତଙ୍କ ବ୍ୟବସ୍ଥା କରନ୍ତି, ଏହା ସମଷ୍ଟି ର କଥା ଅଟେ। ଯେତେବେଳେ ସମୁହ ର କଥା ହେଲା ତ ସମଷ୍ଟି ହେଇଗଲା।

ଈଶାବାସ୍ୟ ଉପନିଷଦ ର ପ୍ରଥମ ଶ୍ଳୋକ ହେଲା -
ॐ पूर्णमदः पूर्णमिदं पूर्णात् पूर्णमुदच्यते।
पूर्णस्य पूर्णमादाय पूर्णमेवावशिष्यते॥
ଏହା ମଧ୍ୟ ପୂର୍ଣ୍ଣ, ତାହା ମଧ୍ୟ ପୂର୍ଣ୍ଣ। ଅର୍ଥାତ୍ ଯେପର୍ଯ୍ୟନ୍ତ ଆମର ଚିନ୍ତାଶକ୍ତି ଅଛି ତାହା ମଧ୍ୟ ପୂର୍ଣ୍ଣ ଅଟେ ଏବଂ ଯାହା ଆମର କ୍ଷମତା ଠାରୁ ଉର୍ଦ୍ଧ୍ବ ରେ ତାହା ମଧ୍ୟ ପୂର୍ଣ୍ଣ ଅଟେ। ଆମର କ୍ଷମତା ଠାରୁ ଉର୍ଦ୍ଧ୍ବ ରେ, ଉଦ୍ଦେଶ୍ୟ ହେଲା ଆମର ମନ ଏବଂ ବୁଦ୍ଧି ଯାହାକିଛି ଜାଣିଛି, ଯାହା କଳ୍ପନା କରିପାରିବ ତାଠାରୁ ମଧ୍ୟ ଉର୍ଦ୍ଧ୍ବ ରେ।
ଯେପରିକି ଅନନ୍ତ ଶବ୍ଦ ଅଛି ତାକୁ ଆମେ ସମସ୍ତେ ଜାଣିଛନ୍ତି ପରନ୍ତୁ ଏହାକୁ ବୁଝିବାର ଯୋଗ୍ୟତା ଆମ ବୁଦ୍ଧି ରଖିନାହିଁ। ଅନନ୍ତ ର ଅର୍ଥ ହେଲା ଯାହାର କୌଣସି ସୀମା ନାହିଁ। ଆମେ କହୁ ଯେ ଆମର ବ୍ରହ୍ମାଣ୍ଡ, କୋଟି କୋଟି ବ୍ରହ୍ମାଣ୍ଡ। ଏପର୍ଯ୍ୟନ୍ତ ଠିକ୍ ଅଛି ପରନ୍ତୁ ଅନନ୍ତ କୋଟି ବ୍ରହ୍ମାଣ୍ଡ ଏହାର କଣ ଅର୍ଥ ହେବ, କୋଟି କୋଟି ବ୍ରହ୍ମାଣ୍ଡ, ପୁଣି ନୀଳ,ନୀଳ ତା ଆଗରେ କଣ ହେବ ଏହା ଆମର ଚିନ୍ତା ଶକ୍ତି ର ଉର୍ଦ୍ଧ୍ବ ରେ। ଆମର ବୁଦ୍ଧି ର ଉର୍ଦ୍ଧ୍ବ ରେ। ଆମେ ସମସ୍ତେ ଅନନ୍ତ ଶବ୍ଦ କୁ ଜାଣିଛନ୍ତି କିନ୍ତୁ କେହି ଏହା ବିଷୟରେ କହିପାରିବା ନାହିଁ।
ଏହା ମଧ୍ୟ ପୂର୍ଣ୍ଣ ଅଟେ ଏବଂ ଯେଉଁଥିରୁ ବାହାରିଲି ତାହା ମଧ୍ୟ ପୂର୍ଣ୍ଣ ଅଟେ। ଏହା କିପରି ହେଇଥାଏ? ଉପନିଷଦ ମାନଙ୍କ ରେ ଏଥିପାଇଁ ଶବ୍ଦ ଆସିଲା, ମହାକାଶ,ମଠାକାଶ ଏବଂ ଘଟାକାଶ।
ମଠାକାଶ ମୋର ଘର ଭିତରର ଆକାଶ ଏବଂ ଘଟାକାଶ ହାଣ୍ଡି କିମ୍ବା ଏହି ଗ୍ଲାସ ଭିତରର ଆକାଶ ଏବଂ ମୋର ଘର ବାହାର ର ଆକାଶ ରେ ଗୋଟିଏ ଅଛି କିମ୍ବା ଅଲଗା ଅଲଗା ଅଛି ପରନ୍ତୁ ବାହାର ର ଆକାଶ ଠାରୁ ମୋ ଘର ଭିତରର ଆକାଶ ର ତାପମାତ୍ରା ଏକ ବା ଦୁଇ ଡିଗ୍ରୀ କମ୍ ଅଛି କିମ୍ବା ଯଦି ଏହି ଗ୍ଲାସ କୁ ଘୋଡେ଼ଇ ରଖି ଦିଆଯାଏ ତାହେଲେ ଏହା ଭିତରର ଆକାଶ ର ତାପମାତ୍ରା ଆହୁରି ଏକ କିମ୍ବା ଦୁଇ ଡିଗ୍ରୀ କମ୍ ହେଇଯିବ। ଗୋଟିଏ ଆକାଶ ଥିବା ସତ୍ତ୍ବେ ଆବରଣ ରେ ପାର୍ଥକ୍ୟ ଯୋଗୁଁ ତାହାର ଧାରଣା ରେ ଅନ୍ତର ହେଉଛି। ବାହାର ର ତାପମାତ୍ରା ଅଲଗା ହେଇଥାଏ। ବହୁତ ଗରମ ଲାଗୁଚି ନହେଲେ ବହୁତ ଥଣ୍ଡା ଲାଗୁଛି ବୋଲି କୁହାଯାଏ । ଗ୍ରୀଷ୍ମ ଋତୁରେ ଏହା ଅଧିକ ଗରମ ଏବଂ ଶୀତ ଋତୁରେ ଅଧିକ ଥଣ୍ଡା ଅନୁଭବ ହେବ।
ସେହିପରି ଗ୍ଲାସ ଭିତରର ଆକାଶ ର ତାପମାତ୍ରା କୋଠରୀର ତାପମାତ୍ରା ଠାରୁ ଅଲଗା ଥାଏ। କଳ୍ପନା କରନ୍ତୁ ଏହି ଗ୍ଲାସ କାଚ ଗ୍ଲାସ ଥିଲା ଏବଂ ଭାଙ୍ଗିଗଲା,ଏହାର ଭିତର ର ଆକାଶ ବାହାର ଆକାଶ ସହିତ ମିଶିଗଲା। ତାହେଲେ ତାହା କଣ ପୂର୍ବରୁ ଅଲଗା ଥିଲା ଯେ ଏବେ ମିଶିଗଲା? ନା ତାହା ପୂର୍ବରୁ ଭିନ୍ନ ଥିଲା ନା ଏବେ ମିଶିଛି। କେବଳ ମିଶିଗଲା ଭଳି ପ୍ରତୀତ ହେଉଛି।
ଏହିପରି ସ୍ଥିତ ଆମର ହେଇଥାଏ ଯେତେବେଳେ ଆମେ ମୋକ୍ଷ ପ୍ରାପ୍ତ କରିନେଲୁ ବୋଲି କହିଥାଉ, ନିର୍ବାଣ ପାଇଗଲୁ କୈବଲ୍ୟ ପାଇଗଲୁ ବୋଲି କହୁ। ଆମେ ଭଗବାନ ଙ୍କ ସହିତ ମିଶୁ କିମ୍ବା ମିଶୁ ନାହୁଁ ଏପରି ହୁଏନାହିଁ। ଆମର କର୍ମ ମାନଙ୍କର ବନ୍ଧନ ଛିଣ୍ଡିଯାଏ। ସେହି କର୍ମ ମାନଙ୍କ ବନ୍ଧନ କାରଣରୁ ଆମେ ବାରମ୍ବାର ଜନ୍ମଗ୍ରହଣ କରୁ।

ଆଦି ଶଙ୍କରାଚାର୍ଯ୍ୟ ଭଗବାନ କହନ୍ତି -
पुनरपि जननं पुनरपि मरणं,
पुनरपि जननी जठरे शयनम्।
पुनरपि जननी जठरे शयनम्।
କେତେବେଳେ ଦେବତା ହେଉ, କେତେବେଳେ ମନୁଷ୍ୟ, କେତେବେଳେ କୁକୁର, କେତେବେଳେ ବିଲେଇ। ଭଲ କର୍ମ କରିଲେ ଭଲ ଯୋନି, ଖରାପ କର୍ମ କରିଲେ ନୀଚ୍ଚ ଯୋନି। କୋଟିକୋଟି ଜନ୍ମରୁ ଏହାହିଁ କରୁଛୁ। ଏହି ଆବରଣ ରେ ବାନ୍ଧି ହେଇଚୁ। ପରମାତ୍ମା ଙ୍କ ସହିତ ଆମେ ମିଶି ନାହୁଁ, ଏପରି କଥା ନାହିଁ ଯେପରିକି ଗ୍ଲାସ ର ଭିତର ଏବଂ ବାହାର ର ଆକାଶ ଗୋଟିଏ। କେବଳ ଆବରଣ ରେ ବନ୍ଧା ହେବା କାରଣରୁ ପାର୍ଥକ୍ୟ ଜଣାଯିବା ଏବଂ ମିଶିଯିବା ଭଳି ଲାଗେ।
ଏହି କଥା କୁ ଯିଏ ତତ୍ତ୍ଵ ରୁ ଜାଣିନିଏ , ସେ କ୍ଷେତ୍ରଜ୍ଞ ହେଇଯାଏ,ଏହା ବୁଝେଇବା ପାଇଁ ସବୁକଥା କହୁଛି। ଏବେ ଏସବୁ ଶୁଣି ଆମକୁ ବୁଝିଗଲା ଭଳି ଅନୁଭବ ହେବ ପରନ୍ତୁ ଆମେ ଏ କଥା କୁ ଅନୁଭବ କରିନାହୁଁ ତାହେଲେ ନା ମୁଁ ବୁଝିପାରିଲି ନା ଆପଣ ମାନେ ବୁଝିପାରିବେ। ଆମେ ଜାଣିବା ପାଇଁ ପ୍ରୟାସ କରିଲୁ ପରନ୍ତୁ ସେହି କଥା ର ମାନ୍ୟତା ହୋଇନାହିଁ କାରଣ ମାନ୍ୟତା ହେଇଗଲେ ଆମ ଶରୀର ଠାରୁ ମୋହ ଛାଡିଯିବ ଏବଂ ଶରୀର ଠାରୁ ମୋହ ତ ଛାଡ଼ି ନାହିଁ। ଶରୀରର ସମ୍ବନ୍ଧ ମାନଙ୍କ ଠାରୁ ମୋହ ଛାଡ଼ି ନାହିଁ। ଏହାକୁ ଜଣେ ତତ୍ତ୍ଵ ରୂପରେ ବୂଝିଯିବ ଏହାର ଅର୍ଥ କଣ?

ପରମପୂଜ୍ୟ ସ୍ବାମୀ ଜୀ ଙ୍କ ପରି ଯେଉଁ ମହାତ୍ମା ମାନେ ଅଛନ୍ତି, ସେମାନଙ୍କୁ ନିଜର ଶରୀର ଏବଂ ଅନ୍ୟ ର ଶରୀର ମଧ୍ୟରେ ପ୍ରଭେଦ ଦେଖାଯାଏ ନାହିଁ। ସେମାନଙ୍କୁ ସ୍ତ୍ରୀ, ପୁରୁଷ, କୁକୁର, ଘୋଡ଼ା, ଗଧ ସମସ୍ତେ ପରମାତ୍ମାଙ୍କ ଅଂଶ ଭଳି ଦେଖାଯାଆନ୍ତି। ପରମାତ୍ମାଙ୍କ ଅଂଶ ଏହା ଆମେ ମଧ୍ୟ ମାନିଥାଉ ପରନ୍ତୁ ଆମର ମାନ୍ୟତା ରେ ଏସବୁ ଭିନ୍ନ ଅଟନ୍ତି। ଆମକୁ କିଛି ପାଇବାର ଅଛି, ଆମକୁ କିଛି ଜିତିବାର ଅଛି ଏପରି ଭାବନା ଲାଗି ରହୁଛି।
ଭଗବାନ କହନ୍ତି ଯେ ଯିଏ ଏହାକୁ ତତ୍ତ୍ଵ ରୂପରେ ଜାଣିଗଲା ସେ କ୍ଷେତ୍ରଜ୍ଞ ଅଟେ।
କ୍ଷେତ୍ରଜ୍ଞଂ(ଞ୍) ଚାପି ମାଂ(ମ୍) ବିଦ୍ଧି, ସର୍ବକ୍ଷେତ୍ରେଷୁ ଭାରତ।
କ୍ଷେତ୍ରକ୍ଷେତ୍ରଜ୍ଞୟୋର୍ଜ୍ଞାନଂ(ୟ୍ଁ), ୟତ୍ତଜ୍ଜ୍ଞାନଂ(ମ୍) ମତଂ(ମ୍) ମମ।।୨।।
ହେ ଭରତବଂଶଜ ଅର୍ଜୁନ ! ସମସ୍ତ କ୍ଷେତ୍ରରେ ତୁମେ ମୋତେ ହିଁ କ୍ଷେତ୍ରଜ୍ଞ ବୋଲି ଜାଣ, ଏବଂ କ୍ଷେତ୍ର-କ୍ଷେତ୍ରଜ୍ଞ ବିଷୟକ ଜ୍ଞାନ ହିଁ ମୋ ମତରେ ଜ୍ଞାନ ଅଟେ ।
ବିବେଚନ - ଶ୍ରୀ ଭଗବାନ କହୁଛନ୍ତି କି, ହେ ଅର୍ଜୁନ ! ମୋତେ କ୍ଷେତ୍ରଜ୍ଞ ବୋଲି ଜାଣ। ଯେପରି ଆମ ଘର ବାହାରେ ଆକାଶ, ଘର ଭିତରର ଆକାଶ ଏବଂ କାଚ ଭିତରେ ଦେଖାଯାଉଥିବା ଆକାଶ ଭିତରେ କୌଣସି ପାର୍ଥକ୍ୟ ନଥାଏ। ବାହାର ଆକାଶ ପରମାତ୍ମା ଅଟନ୍ତି, ଏହି ଗ୍ରହ ଇତ୍ୟାଦି ତାଙ୍କ ଦ୍ୱାରା ସୃଷ୍ଟି ଏବଂ ମୋର ଶରୀରସ୍ଥ ସବୁକିଛି ପରମାତ୍ମା ଙ୍କ ଭିତରେ ସମାହିତ। କିଛି ପୃଥକ ନୁହେଁ। ଜୀବାତ୍ମା ପରମାତ୍ମା ଙ୍କର ହିଁ ଅଂଶ ଅଟେ, ପୃଥକ ନୁହେଁ।
ଶ୍ରୀ ଭଗବାନ କୁହନ୍ତି ଯେ ମୁଁ ହେଉଛି ସମସ୍ତ କ୍ଷେତ୍ରର କ୍ଷେତ୍ରଜ୍ଞ। ଅନ୍ୟ କେହି ନାହାନ୍ତି। ଏବଂ ଯିଏ କ୍ଷେତ୍ର ଏବଂ କ୍ଷେତ୍ରଜ୍ଞ କୁ ବୁଝିପାରନ୍ତି, ତାହା ହେଉଛି ଜ୍ଞାନ, ଏହା ମୋର ମତ।
ଶ୍ରୀ ଭଗବାନ କୁହନ୍ତି ଯେ ମୁଁ ହେଉଛି ସମସ୍ତ କ୍ଷେତ୍ରର କ୍ଷେତ୍ରଜ୍ଞ। ଅନ୍ୟ କେହି ନାହାନ୍ତି। ଏବଂ ଯିଏ କ୍ଷେତ୍ର ଏବଂ କ୍ଷେତ୍ରଜ୍ଞ କୁ ବୁଝିପାରନ୍ତି, ତାହା ହେଉଛି ଜ୍ଞାନ, ଏହା ମୋର ମତ।
ତତ୍କ୍ଷେତ୍ରଂ(ମ୍) ୟଚ୍ଚ ୟାଦୃକ୍ଚ, ୟଦ୍ୱିକାରି ୟତଶ୍ଚ ୟତ୍।
ସ ଚ ୟୋ ୟତ୍ପ୍ରଭାବଶ୍ଚ, ତତ୍ସମାସେନ ମେ ଶୃଣୁ।।୩।।
ସେହି କ୍ଷେତ୍ର ଯାହା, ଯେପରି, ଯେଉଁ ବିକାରଯୁକ୍ତ ଓ ଯାହାଠାରୁ ସୃଷ୍ଟି ହୋଇଛି ତଥା ସେହି କ୍ଷେତ୍ରଜ୍ଞ ମଧ୍ୟ ଯିଏ ଏବଂ ଯେଉଁ ପ୍ରଭାବବିଶିଷ୍ଟ, ସେସବୁ ମୋ' ଠାରୁ ସଂକ୍ଷେପରେ ଶୁଣ ।
ବିବେଚନା -
ଶ୍ରୀ ଭଗବାନ କହିଛନ୍ତି ଯେ କ୍ଷେତ୍ର କିପରି ଅଟେ ଏବଂ କ୍ଷେତ୍ରଜ୍ଞ କିପରି ଅଟନ୍ତି। ଏହି ସୃଷ୍ଟି ର ଆରମ୍ଭରୁ, ଋଷିମାନେ କ୍ଷେତ୍ର ଏବଂ କ୍ଷେତ୍ରଜ୍ଞ ର କଳ୍ପନା କରିଥିଲେ। ଉପନିଷଦ ଏବଂ ବ୍ରହ୍ମସୂତ୍ରରେ ଏହାର ବ୍ୟାଖ୍ୟା କରାଯାଇଅଛି।
ଉପନିଷଦ, ବ୍ରହ୍ମସୂତ୍ର ଏବଂ ଭଗବଦ୍ ଗୀତାକୁ ପ୍ରସ୍ଥାନତ୍ରୟୀ କୁହାଯାଏ।
ଆଜିର ବ୍ୟବସ୍ଥାରେ, ସ୍କୁଲ, କଲେଜ ଯାଇ ଆଚାର୍ଯ୍ୟ ଉପାଧି ପାଇବା ସହଜ, କିନ୍ତୁ ଆମର ଗୁରୁ ପରମ୍ପରାରେ, ଯେଉଁମାନେ ପ୍ରସ୍ଥାନତ୍ରୟୀ ଉପରେ ଟୀକା ଲେଖିଥିଲେ ସେମାନଙ୍କୁ ହିଁ ଆଚାର୍ଯ୍ୟ ଉପାଧି ଦିଆଯାଇଥିଲା। ଲକ୍ଷ ଲକ୍ଷ ଏପରି ଆଚାର୍ଯ୍ୟ ଅଛନ୍ତି, ଯେଉଁମାନେ ଏଗୁଡ଼ିକ ଉପରେ ଟୀକା ଲେଖନ୍ତି ସେମାନଙ୍କୁ ବେଦାନ୍ତୀ କୁହାଯାଏ।

ଋଷିଭିର୍ବହୁଧା ଗୀତଂ(ଞ୍), ଛନ୍ଦୋଭିର୍ବିବିଧୈଃ(ଫ୍) ପୃଥକ୍।
ବ୍ରହ୍ମସୂତ୍ରପଦୈଶ୍ଚୈବ, ହେତୁମଦ୍ଭିର୍ବିନିଶ୍ଚିତୈଃ।।୪।।
ଏହି କ୍ଷେତ୍ର-କ୍ଷେତ୍ରଜ୍ଞର ତତ୍ତ୍ବ ଋଷିମାନଙ୍କଦ୍ବାରା ବିସ୍ତୃତଭାବେ କଥିତ ହୋଇଛି, ବେଦର ଋଚାମାନଙ୍କ ଦ୍ବାରା ବିବିଧ ପ୍ରକାରରେ ପୃଥକ୍ ପୃଥକ୍ ବର୍ଣ୍ଣିତ ହୋଇଛି ଏବଂ ଯୁକ୍ତିଯୁକ୍ତ ତଥା ନିର୍ଣ୍ଣୀତ ବ୍ରହ୍ମସୂତ୍ରର ପଦମାନଙ୍କ ଦ୍ବାରା ମଧ୍ୟ ବର୍ଣ୍ଣନା କରାଯାଇଛି ।
ବିବେଚନ -
ଶ୍ରୀ ଭଗବାନ କହିଛନ୍ତି ଯେ ମୁଁ ତୁମକୁ ପୁଣି ଥରେ ଋଷି, ବେଦ ଏବଂ ବ୍ରହ୍ମସୂତ୍ରର ପଦ ମାନଙ୍କରେ କୁହାଯାଉଥିବା ଜ୍ଞାନ ବିଷୟରେ କହୁଛି। ଏହି ଜ୍ଞାନ କୌଣସି ନୂତନ ଜ୍ଞାନ ନୁହେଁ।
ଶ୍ରୀ ଭଗବାନ କହିଛନ୍ତି ଯେ ମୁଁ ତୁମକୁ ପୁଣି ଥରେ ଋଷି, ବେଦ ଏବଂ ବ୍ରହ୍ମସୂତ୍ରର ପଦ ମାନଙ୍କରେ କୁହାଯାଉଥିବା ଜ୍ଞାନ ବିଷୟରେ କହୁଛି। ଏହି ଜ୍ଞାନ କୌଣସି ନୂତନ ଜ୍ଞାନ ନୁହେଁ।
ମହାଭୂତାନ୍ୟହଙ୍କାରୋ, ବୁଦ୍ଧିରବ୍ୟକ୍ତମେବ ଚ।
ଇନ୍ଦ୍ରିୟାଣି ଦଶୈକଂ(ଞ୍) ଚ, ପଞ୍ଚ ଚେନ୍ଦ୍ରିୟଗୋଚରାଃ।।୫।।
ମୂଳ ପ୍ରକୃତି, ସମଷ୍ଟି ବୁଦ୍ଧି (ମହତ୍ତତ୍ତ୍ବ), ସମଷ୍ଟି ଅହଂକାର, ପଞ୍ଚମହାଭୂତ, ଦଶ ଇନ୍ଦ୍ରିୟ, ମନ ତଥା ପାଞ୍ଚ ଇନ୍ଦ୍ରିୟର ପାଞ୍ଚଟି ବିଷୟ -- ଏହି ଚବିଶ ତତ୍ତ୍ବରେ କ୍ଷେତ୍ର ଗଠିତ ।
13.5 writeup
ଇଚ୍ଛା ଦ୍ୱେଷଃ(ସ୍) ସୁଖଂ(ନ୍) ଦୁଃଖଂ(ମ୍), ସଙ୍ଘାତଶ୍ଚେତନା ଧୃତିଃ।
ଏତତ୍କ୍ଷେତ୍ରଂ(ମ୍) ସମାସେନ, ସବିକାରମୁଦାହୃତମ୍।।୬।।
ଇଚ୍ଛା, ଦ୍ବେଷ, ସୁଖ, ଦୁଃଖ, ସଂଘାତ (ଶରୀର), ଚେତନା (ପ୍ରାଣଶକ୍ତି) ଓ ଧୃତି -- ଏସବୁ ବିକାରବିଶିଷ୍ଟ ଉକ୍ତ କ୍ଷେତ୍ର ବିଷୟରେ ସଂକ୍ଷେପରେ କୁହାଗଲା ।
ବିବେଚନ -
ପଞ୍ଚ ମହାଭୁତ ଅର୍ଥାତ, ଅଗ୍ନି, ଜଳ, ପୃଥିବୀ, ଆକାଶ ଓ ବାୟୁର ସୂକ୍ଷ୍ମ ରୂପ, ତା'ପରେ ପାଞ୍ଚଟି ଜ୍ଞାନେନ୍ଦ୍ରିୟ - ଆଖି, ନାକ, କାନ, ଚର୍ମ ଏବଂ ଜିଭ, ପାଞ୍ଚଟି କର୍ମେନ୍ଦ୍ରିୟ - ହାତ, ପାଦ, ମୁଖ , ଉପସ୍ଥ ଏବଂ ପାୟୁ ଏବଂ ପାଞ୍ଚଟି ଜ୍ଞାନେନ୍ଦ୍ରିୟ ର ବିଷୟ ଶବ୍ଦ, ରୂପ, ସ୍ପର୍ଶ, ଗନ୍ଧ ଓ ରସ, ଏହି ସବୁ ଦୁର୍ବଳତା ସହିତ କ୍ଷେତ୍ର ରୂପ କୁହାଯାଏ । ବିକାର ଶବ୍ଦ ଅସୁବିଧା ସୃଷ୍ଟି କରେ କାରଣ ଯଦି ଆମେ କାମ, କ୍ରୋଧ, ଲୋଭ, ମୋହ, ଲୋଭ, ଅହଂକାରକୁ ପଞ୍ଚ ବିକାର ବୋଲି କହିଥାଉ, ତେବେ ଆମେ ବିକାର କୁ ନକାରାତ୍ମକ ବୋଲି ବିବେଚନା କରିଥାଉ, କିନ୍ତୁ ଶାସ୍ତ୍ରରେ ବିକାର ର ଅର୍ଥ ପରିବର୍ତ୍ତନ ।

ଗୋଟିଏ ଆକୃତିରୁ ଅନ୍ୟ ଆକୃତିକୁ ଆକୃତିର ପରିବର୍ତ୍ତନ, ଯେଉଁଠାରେ କୌଣସି ପ୍ରକୃତି କିମ୍ବା ରୂପରେ ପରିବର୍ତ୍ତନ ହୁଏ, ଏହାକୁ ବିକାର କୁହାଯାଏ । ଏହା ଭଲ କିମ୍ବା ଖରାପ ହୋଇପାରେ । ଯଦି କ୍ଷୀର ଦହିରେ ପରିଣତ ହୁଏ, ତେବେ ଦହି କ୍ଷୀରର ବିକାର ପାଲଟିଯାଏ, ଦହି ଲହୁଣି ରେ ପରିଣତ ହୁଏ, ଏହା ଦହିର ଏକ ବିକାର ରେ ପରିଣତ ହୁଏ ଏବଂ ଯଦି ଲହୁଣି ଘିଅରେ ପରିଣତ ହୁଏ, ତେବେ ଘିଅ ଲହୁଣି ର ବିକାର ରେ ପରିଣତ ହୁଏ । ଗୋଟିଏ ହେଉଛି ତାର ପ୍ରକୃତି ଓ ଅନ୍ୟଟି ବିକୃତି।
କ୍ଷୀରରୁ ଦହି ତିଆରି ହେଲେ, କ୍ଷୀର ହେଉଛି ପ୍ରକୃତି ଏବଂ ଦହି ଏକ ବିକୃତି । ଯଦି ଦହିରୁ ଲହୁଣି ତିଆରି କରାଯାଏ, ତେବେ ଦହି ହେଉଛି ପ୍ରକୃତି ଏବଂ ଲହୁଣି ବିକୃତି । ଯଦି ଘିଅ ଲହୁଣି ରୁ ତିଆରି କରାଯାଏ ତେବେ ଲହୁଣି ହେଉଛି ପ୍ରକୃତି ଏବଂ ଘିଅ ବିକୃତି । ସେହିଭଳି ପ୍ରକୃତିରୁ ବିକୃତି ଓ ପୁନଃବିକୃତି ରୁ ପ୍ରକୃତି ମାଧ୍ୟମରେ ସମଗ୍ର ବ୍ରହ୍ମାଣ୍ଡ ସୃଷ୍ଟି ହୋଇଛି।

ଗୋଟିଏ ତତ୍ତ୍ୱରୁ ଦ୍ବିତୀୟ, ପୁଣି ତୃତୀୟ, ଚତୁର୍ଥ ଓ ପଞ୍ଚମ, ସେଗୁଡିକର ଅନୁପାତ ପରିବର୍ତ୍ତନ କରି ଏବଂ ସତ୍ତ୍ୱ, ରଜ, ତମର ପରିମାଣ ପରିବର୍ତ୍ତନ କରି ସଂପୂର୍ଣ୍ଣ ବ୍ରହ୍ମାଣ୍ଡ ସୃଷ୍ଟି ହୋଇଛି । ୮୪ଲକ୍ଷ ଯୋନି, କୋଟି କୋଟି ଜୀବ, ଅନନ୍ତ କୋଟି ଯୋନି, ଅନନ୍ତ କୋଟି ଜୀବ, ଅନନ୍ତ ଗ୍ରହ, ସମସ୍ତ ଦେବତା, ସମସ୍ତ ଋଷି ସମସ୍ତେ ଏହି ପ୍ରକୃତିର ବିକୃତି ଦ୍ୱାରା ସୃଷ୍ଟି ହୋଇଛନ୍ତି । ଯାହା କୌଣସି ଜିନିଷରୁ ନିର୍ମିତ ନୁହେଁ ତାଂକୁ ଭଗବାନ କୁହାଯାଏ ଏବଂ ଯାହା ଏଥିରେ ପ୍ରଥମ ବିକୃତି ଅଟେ ତାକୁ ମୂଳ ପ୍ରକୃତି କୁହାଯାଏ ।
ଆମେ ଏହାକୁ ମହତ୍ଵ କହୁଛୁ । ସେ ଅବ୍ୟକ୍ତ ଏବଂ ଭଗବାନ ମଧ୍ୟ ଅବ୍ୟକ୍ତ । ମୌଳିକ ପ୍ରକୃତି ଯେତେବେଳେ ଅବ୍ୟକ୍ତ ରୁ ବ୍ୟକ୍ତ ଆଡକୁ ଗତି କରେ, କଳ୍ପନା କରନ୍ତୁ ଗୋଟିଏ ଭଗବାନ ଅଛନ୍ତି ଏବଂ ଅନ୍ୟ କିଛି ନାହିଁ, ଆକାଶ ନାହିଁ, ବାକି ଜଳ, ପୃଥିବୀ, ଅଗ୍ନି କୁ ଛାଡି ଦିଅନ୍ତୁ । ଯାହା କାହାଠାରୁ ସୃଷ୍ଟି ହୋଇନଥିଲା ଏବଂ ସେଥିରୁ ବ୍ୟକ୍ତ ର ରଚନା ହୋଇଥିଲା । ସର୍ଗ ଓ ବିସର୍ଗ ମଧ୍ୟରେ ଥିବା ସ୍ଥିତିକୁ ପ୍ରକୃତି କୁହାଯାଏ ।
ତାହା ହେଉଛି ଅବ୍ୟକ୍ତ, ବ୍ୟକ୍ତ ହେବାର ଠିକ୍ ପୂର୍ବରୁ ଅବସ୍ଥା, ଯେ ପର୍ଯ୍ୟନ୍ତ ଏହା ବ୍ୟକ୍ତ ନ ହୋଇଥାଏ, ଅବ୍ୟକ୍ତ ମଧ୍ୟ ନ ହୁଏ, ମନେ ରଖନ୍ତୁ।
ମୁଁ କିଛି ନୂଆ କଥା କହୁଛି । ପ୍ରାରମ୍ଭରେ ଆମେ ଶୁଣିଥିଲୁ ଯେ ଏକ ଅଛି ତେଣୁ ଦୁଇ ମଧ୍ୟ ଅଛି, ଯଦି ଦୁଇ ନାହିଁ ତେବେ ଆମେ ଏକ ଅଛି ବୋଲି କହିପାରିବା ନାହିଁ। ଆପଣଙ୍କୁ କେବଳ ଅଛି କହିବାକୁ ପଡିବ। ଠିକ୍ ସେହିପରି, ଆପଣ ଅବ୍ୟକ୍ତ କଥା କହିବା ମାତ୍ରେ, ବ୍ୟକ୍ତର କଳ୍ପନା ହୋଇ ଯାଏ। ଯଦି ବ୍ୟକ୍ତ ନାହିଁ ଅବ୍ୟକ୍ତର ଅନୁମାନ କରାଯାଇପାରିବ ନାହିଁ, କେବଳ ଅଛି , ସେହି ଅଛି ରୁ ଯେବେ ଅବ୍ୟକ୍ତରୁ ଆସିଗଲା ଏବଂ ବ୍ୟକ୍ତ ହେବାକୁ ଯାଉଛି, ସେତେବେଳେ ଏହା ମଧ୍ୟରେ ଥିବା ଅବସ୍ଥାକୁ ପ୍ରକୃତି ବୋଲି କୁହାଯାଏ । ସେହି ଅପ୍ରକଟ ଏବେ ପ୍ରକଟ ହେବାକୁ ଯାଉଛି। ଜ୍ଞାନ ବିଜ୍ଞାନକୁ ଶ୍ରୀ ଭଗବାନ କ୍ରମ ରେ କହୁଛନ୍ତି, ପ୍ରଥମଟି ହେଉଛି ଅବ୍ୟକ୍ତ ଅବସ୍ଥା, ସେହି ଅବ୍ୟକ୍ତ ସ୍ଥିତି ରୁ ଅହଂକାର ସୃଷ୍ଟି ହୁଏ, ଅହଂକାରରୁ ସାମୂହିକ ବୁଦ୍ଧି ସୃଷ୍ଟି ହୁଏ, ସାମୂହିକ ବୁଦ୍ଧିରୁ ପଞ୍ଚ ମହା ଭୂତ ସୃଷ୍ଟି ହୁଏ ପଞ୍ଚ ମହା ଭୂତରୁ ଦଶ ଇନ୍ଦ୍ରିୟର ସୃଷ୍ଟି ହୁଏ, ଦଶଟି ଇନ୍ଦ୍ରିୟରୁ ଗୋଟିଏ ମନ ସୃଷ୍ଟି ହୁଏ। ତା'ପରେ ଏହି ଶବ୍ଦ, ରୂପ, ସ୍ପର୍ଶ, ଗନ୍ଧ ଓ ରସ ସୃଷ୍ଟି ହୁଏ । ଏସବୁକୁ ମିଶାଇ ଶ୍ରୀ ଭଗବାନ କହିଲେ ଯେ ଏସବୁ କ୍ଷେତ୍ର ଏବଂ ଏସବୁ ପଛର କାରଣ ହେଉଛି ମୁଁ, ମୁଁ ହେଉଛି କ୍ଷେତ୍ରଜ୍ଞ ।

ଯେଉଁ ମୁହୂର୍ତ୍ତରେ ଆମେ ଆମ ଶରୀରର କଳ୍ପନା କରିଥାଉ, ସେହି ସମ ରେ ଆମର ଆତ୍ମା ହେଉଛି କ୍ଷେତ୍ରଜ୍ଞ ଏବଂ ଆମ ଶରୀର ହେଉଛି କ୍ଷେତ୍ର । ଯେତେବେଳେ ଆମେ ନିଜକୁ ଏବଂ ପରମାତ୍ମାଙ୍କୁ କଳ୍ପନା କରିଥାଉ, ଆମେ ସମସ୍ତେ ହେଉଛୁ କ୍ଷେତ୍ର ଏବଂ ଭଗବାନ ହେଉଛନ୍ତି କ୍ଷେତ୍ରଜ୍ଞ । ଗୁରୁତ୍ଵପୂର୍ଣ୍ଣ କଥା ହେଲା, ମନୁଷ୍ୟ ଶରୀରକୁ କାହିଁକି ମହତ୍ଵ ପୂର୍ଣ୍ଣ ବୋଲି ବିବେଚନା କରାଗଲା, ଗୋସ୍ବାମୀଜୀ କହିଲେ:
बड़ें भाग मानुष तनु पावा। सुर दुर्लभ सब ग्रंथन्हि गावा।।
बड़ें भाग मानुष तनु पावा। सुर दुर्लभ सब ग्रंथन्हि गावा।।
ଏହି ସମସ୍ତ ଚବିଶଟି ତତ୍ତ୍ୱ କେବଳ ମନୁଷ୍ୟ ମଧ୍ୟ ରେ ଅଛି, ବାକି କିଛି ଅଛି, କିଛି ନାହିଁ । ଆପଣ ଶୁଣିଛନ୍ତି ଯେ ଦେବତାମାନଙ୍କର ଛାୟା ନାହିଁ, ମଳ- ମୂତ୍ର ହୁଏ ନାହିଁ, ଗନ୍ଧ ହୁଏ ନାହିଁ, କାହିଁକି ହୁଏ ନାହିଁ, କାରଣ ସେମାନଙ୍କ ପାଖରେ ପୃଥିବୀ ତତ୍ତ୍ୱ ନାହିଁ। ସେମାନଙ୍କର ଶକ୍ତି ଅଛି ଯେ ସେମାନେ ଚାହିଁଲେ ଅଳ୍ପ ସମୟ ପାଇଁ ପଞ୍ଚଭୂତରେ ଗଢା ଶରୀରକୁ ଆସିପାରିବେ, କିନ୍ତୁ ସେମାନଙ୍କର ମୂଳ ଶରୀର କେବଳ ପ୍ରକାଶ ତତ୍ତ୍ଵର ହୋଇ ଥାଏ । ଭୂତ-ପ୍ରେତ ଆଦି ଯୋନିରେ ରେ କେବଳ ବାୟୁ ତତ୍ତ୍ବ ଥାଏ । ମନୁଷ୍ୟ ହେଉଛି ଏକମାତ୍ର ଯୋନି ଯାହା ସମସ୍ତ ଚବିଶ ତତ୍ତ୍ଵର ମିଳନ ଏବଂ ଏହି ମିଳନ ରୁ ସୁଖ, ଦୁଃଖ, ଇଚ୍ଛା ର ସୃଷ୍ଟି, ଯଦି କୌଣସି କାରଣରୁ ଇଚ୍ଛା ପୂରଣ ନହୁଏ, ଦ୍ଵେଷ ଜାଗ୍ରତ ହୁଏ। ଯଦି ଇଚ୍ଛା ପୂରଣ ହୁଏ ତାହେଲେ ଲୋଭ ସୃଷ୍ଟି ହୁଏ । ଏହି ଦ୍ଵେଷ ଓ ଲୋଭ ରୁ ଆମେ ବାରମ୍ବାର ଜନ୍ମ ନେଇଥାଉ।
पुनरपि जननं पुनरपि मरणं, पुनरपि जननी जठरे शयनम्।
पुनरपि जननं पुनरपि मरणं, पुनरपि जननी जठरे शयनम्।
ଯେଉଁ ଧୃତି ଏହାକୁ ଧାରଣ କରେ, ଯେଉଁ ଚେତନା ଏହି ସମିଶ୍ରଣ ରେ ଅଛି, ସେ ହେଉଛନ୍ତି ପରମାତ୍ମା । ଯେ ପର୍ଯ୍ୟନ୍ତ ଚେତନା ଅଛି, ହୃଦୟ ର ସ୍ପନ୍ଦନ ଅଛି, ଆମେ ଏହି ଶରୀର ପ୍ରତି ବହୁତ ଚିନ୍ତା କରି, ଆମେ ରାମଦେବଜୀଙ୍କ ହଜାର ଟଙ୍କିଆ ବିୟୁଟି କ୍ରିମ୍ ଲଗାଇଥାଉ। ହୃଦ ସ୍ପନ୍ଦନ ବନ୍ଦ ହେବା ମାତ୍ରେ ଆମକୁ ଘରେ କେହି ରଖିବାକୁ ଚାହାଁନ୍ତି ନାହିଁ, ଆମକୁ ଶୀଘ୍ର ଅନ୍ତିମ ସଂସ୍କାର କରିଦିଅନ୍ତି । ଯେଉଁ ଶରୀର ର ଆମେ ଏତେ ଚିନ୍ତା କରି ଥାଉ , ସେହି ଶରୀରରୁ ଚେତନା ବାହାରିବା ମାତ୍ରେ ଏହା ମୃତ ହୋଇଯାଏ ଯାହାକୁ ମାଟି ବୋଲି କହନ୍ତି ।
ବିଦ୍ୟୁତ ବଲଵ୍ ଜଳୁଛି ଏବଂ ସେଥିରେ ଆସୁଥିବା ବିଜୁଳି କ୍ଷେତ୍ରଜ୍ଞ । ଯେତେବେଳେ ଆପଣ ସୁଇଚ୍ ଅନ୍ କରନ୍ତି ସେତେବେଳେ ଲାଇଟ୍ ଚାଲୁ ହୋଇଥାଏ ଏବଂ ଏହାକୁ ଅଫ୍ କରିବା ସମୟରେ ଏହା ବନ୍ଦ ହୋଇଯାଏ । ଆମେ ମରିଗଲେ ଆଖି, କାନ, ଚେହେରା, ପୂରା ଶରୀର ସମାନ ଭାବରେ ରହେ, କିଛି ପରିବର୍ତ୍ତନ ହୁଏ ନାହିଁ। ଯେତେବେଳେ ବଲଵ୍ ର ସୁଇଚ୍ ବନ୍ଦ ହୋଇଯାଏ, ବଲଵ୍ ରହିଯାଏ ମାତ୍ର ଆଲୋକ ବାହାରକୁ ଚାଲିଯାଏ । ସେହିପରି ଚେତନା ଚାଲିଯିବା ମାତ୍ରେ ଶରୀର ରହିଯାଏ କିନ୍ତୁ ଏହାର କୌଣସି ମୂଲ୍ୟ ନ ଥାଏ । ସେହି ଶରୀର ବା କ୍ଷେତ୍ର, ଏହି କ୍ଷେତ୍ରଜ୍ଞ ବିନା ଅସମ୍ପୂର୍ଣ୍ଣ ଅଟେ ।
ପିଲାଟି କହିଲା, "ଯଦି ଏହି ବଲ୍ବ ଜଳୁଛି , ତା'ହେଲେ ବିଜୁଳି ଦେଖାନ୍ତୁ। ବାପା କହିଲେ ତୁମେ ବିଜୁଳିକୁ ଦେଖି ପାରିବ ନାହିଁ, ଏହା କେବଳ ଅଛି । ପିଲାଟି କହିଲା, "ତଥାପି, ବୁଝାନ୍ତୁ” ବାପା କହିଲେ ବଡ ହୋଇଯା ବୁଝି ପାରିବୁ। ଏଥିପାଇଁ ପଦାର୍ଥ ବିଜ୍ଞାନ ପଢିବାକୁ ପଡିବ। ଏହି ସମସ୍ତ ଜ୍ଞାନ ପାଇଁ ଯୋଗ୍ୟତା ଆବଶ୍ୟକ। ଜ୍ଞାନର ଅଧିକାର ରହିବା ଦରକାର।
ଆମେ ସମସ୍ତେ ଶୁଣୁଥାଉ, କିନ୍ତୁ ଆଦି ଶଙ୍କରାଚାର୍ଯ୍ୟ କହିଲେ, "ଏଥିପାଇଁ ଜଣେ ଅଧିକାରୀ ରହିବା ଦରକାର। କିଏ ଜ୍ଞାନର ଅଧିକାରୀ ?
ଆମେ ସମସ୍ତେ ଶୁଣୁଥାଉ, କିନ୍ତୁ ଆଦି ଶଙ୍କରାଚାର୍ଯ୍ୟ କହିଲେ, "ଏଥିପାଇଁ ଜଣେ ଅଧିକାରୀ ରହିବା ଦରକାର। କିଏ ଜ୍ଞାନର ଅଧିକାରୀ ?
ଭଗବାନ ଆଦି ଶଙ୍କରାଚାର୍ଯ୍ୟ ବିବେକ ଚୂଡାମଣିରେ ଏଥିପାଇଁ ୪ଟି ଗୁଣ ବର୍ଣ୍ଣନା କରିଛନ୍ତି । ବିବେକ, ବୈରାଗ୍ୟ , ଷଟ୍- ସମ୍ପତ୍ତି ଓ ମୋକ୍ଷ।
ଷଡ- ସମ୍ପତ୍ତିର ଛଅଟି ଅଂଶ ଯଥା -
୧. ଶମ
୨.ଦମ
୩. ଶ୍ରଦ୍ଧା
୩. ଶ୍ରଦ୍ଧା
୪. ସମାଧାନ
୫. ଉପରତି
୫. ତିତିକ୍ଷା
ଯଦି ନିମ୍ନଲିଖିତ ଚାରିଟି ଗୁଣ ଅଛି, ତେବେ ଜଣେ ବ୍ୟକ୍ତି ଜ୍ଞାନର ଅଧିକାରୀ ହୋଇ ଥାଏ -
ପ୍ରଥମଟି ହେଉଛି ବିବେକ, ଦ୍ଵିତୀୟଟି ହେଉଛି ବୈରାଗ୍ୟ , ତୃତୀୟଟି ହେଉଛି ଷଟ୍- ସମ୍ପତ୍ତି ଅଥବା ଶମ, ଅର୍ଥାତ୍ ନିଜ ଇନ୍ଦ୍ରିୟ ଉପରେ ସଂଯମ, ଦମ ଅର୍ଥାତ ମନ ଉପରେ ସଂଯମ ରଖନ୍ତୁ, ଭଗବାନ ଓ ଶାସ୍ତ୍ର ପ୍ରତି ଶ୍ରଦ୍ଧା ରଖନ୍ତୁ।
ସମାଧାନ, ଶ୍ରଦ୍ଧା ରହିଲେ ସମାଧାନ ମିଳିଥାଏ। ଉପରତି ମାନେ କିଛି ବିଷୟ ରେ ମନ ଲାଗେ ନାହିଁ । ଲୋକମାନେ କୁହନ୍ତି ଯେ ଜିଲାପି ବହୁତ ଭଲ ଏବଂ ଯଦି ମୁଁ ଜିଲାପି ଖାଏ ତେବେ ମଧ୍ୟ କିଛି ଫରକ ପଡେ ନାହିଁ । ତିତିକ୍ଷା, ସହ୍ୟ କରିବାର କ୍ଷମତା। ଥଣ୍ଡା, ଗରମ, ସୁଖ, ଦୁଃଖ, ମାନ, ଅପମାନ ସହିବାର କ୍ଷମତା । ଅନୁକୂଳତା କିମ୍ବା ପ୍ରତିକୂଳତାରେ କୌଣସି ପାର୍ଥକ୍ୟ ନଥାଏ ।
ଆଦି ଶଙ୍କରାଚାର୍ଯ୍ୟ ଭଗବାନ କହିଛନ୍ତି ଯେ ପର୍ଯ୍ୟନ୍ତ ଏହି ଚାରିଟି ଗୁଣ ଆସେ, ସେ ପର୍ଯ୍ୟନ୍ତ ଜ୍ଞାନର ଅଧିକାର ନାହିଁ। ଆପଣ ଶୁଣିପାରିବେ, ପଢିପାରିବେ, ଏହାକୁ ବୁଦ୍ଧି ବିଳାସ କୁହାଯାଏ ।
ପରବର୍ତ୍ତୀ ପାଞ୍ଚଟି ଶ୍ଳୋକରେ ଶ୍ରୀ ଭଗବାନ ଜଣେ ଜ୍ଞାନୀର କୋଡିଏଟି ଗୁଣ ବର୍ଣ୍ଣନା କରିଛନ୍ତି। ଦ୍ୱାଦଶ ଅଧ୍ୟାୟରେ ଭକ୍ତଙ୍କର ୩୯ଟି ବୈଶିଷ୍ଟ୍ୟ ବର୍ଣ୍ଣନା କରିଥିଲେ ଏବଂ ତ୍ରୟୋଦଶ ଅଧ୍ୟାୟରେ କିଏ ଜ୍ଞାନ ହାସଲ କରିପାରିବେ, ସେହି ଜ୍ଞାନୀଙ୍କର ୨୦ଟି ବୈଶିଷ୍ଟ୍ୟ ବର୍ଣ୍ଣନା କରିଛନ୍ତି ।
ଅମାନିତ୍ୱମଦମ୍ଭିତ୍ୱମ୍, ଅହିଂସା କ୍ଷାନ୍ତିରାର୍ଜବମ୍।
ଆଚାର୍ୟୋପାସନଂ(ମ୍) ଶୌଚଂ(ମ୍), ସ୍ଥୈର୍ୟମାତ୍ମବିନିଗ୍ରହଃ।।୭।।
ମାନଶୂନ୍ୟତା, ଦମ୍ଭଶୂନ୍ୟତା, ଅହିଂସା, କ୍ଷମା, ସରଳତା, ଗୁରୁସେବା, ବାହ୍ୟ ଏବଂ ଅଭ୍ୟନ୍ତର ଶୁଦ୍ଧି, ସ୍ଥିରତା ଓ ମନୋନିଗ୍ରହ --
ବିବେଚନ -
ଅମାନିତ୍ଵମ୍ କୁ ଶ୍ରୀ ଭଗବାନ ଜ୍ଞାନୀଙ୍କ ପାଇଁ ବା ଜ୍ଞାନ ପ୍ରାପ୍ତି ପାଇଁ ସର୍ବ ପ୍ରଥମ ଗୁଣ ବୋଲି ବର୍ଣ୍ଣନା କରିଛନ୍ତି। ଯଦିଓ ସବୁ କିଛି କଷ୍ଟକର, ମୁଁ କହୁଛି ଯେ ସବୁଠାରୁ କଷ୍ଟକର ହେଉଛି ନିଜ ଭିତରେ ଶ୍ରେଷ୍ଠତାର ଭାବନା ରହିବା ଉଚିତ ନୁହେଁ ଏବଂ କୌଣସି ଗର୍ବ ରହିବା ଉଚିତ୍ ନୁହେଁ । ଭଗବାନ ଶ୍ରୀରାମ ଲକ୍ଷ୍ମଣଜୀ ଏବଂ ଭରତଜୀଙ୍କ ସହ ଅମାନିତ୍ଵମ୍ ବିଷୟରେ ଅନେକ ଥର କଥା ବାର୍ତ୍ତା କରନ୍ତି। ଲକ୍ଷ୍ମଣଜୀ ଏବଂ ରାମଜୀଙ୍କ ମଧ୍ୟରେ ଏକ ସଂଳାପ ଅଛି ଯାହାକୁ ଲକ୍ଷ୍ମଣ ଗୀତା କୁହାଯାଏ.
ପ୍ରଶ୍ନକର୍ତ୍ତା - ସୁମନ ରସ୍ତୋଗୀ ଦିଦି
ପ୍ରଶ୍ନ - ବର୍ତ୍ତମାନର ପରିସ୍ଥିତିକୁ ଦେଖିଲେ, ଚାରିପାଖରେ ଥିବା ଅସ୍ଥିରତାକୁ ଏଡାଇବା ପାଇଁ ଆମେ କ'ଣ କରିପାରିବା?

ଏହାର ପ୍ରଥମ ଚଉପଦୀ ହେଉଛି -
ग्यान मान जहँ एकउ नाहीं।।
ग्यान मान जहँ एकउ नाहीं।।
ଲକ୍ଷ୍ମଣ, ଯେ ପର୍ଯ୍ୟନ୍ତ ମାନ( ଅଭିମାନ) ଅଛି, ଜ୍ଞାନ ପ୍ରାପ୍ତ ହୋଇପାରିବ ନାହିଁ । ଦୁହେଁ ଏକାଠି ହୋଇପାରିବେ ନାହିଁ।
ଭଗବାନ ଶ୍ରୀରାମ ଭରତଜୀଙ୍କୁ କହିଲେ -
सवहि मानप्रद आपु अमानी।।
ତୁମର ମାନ ନାହିଁ, ଏହା ତୁମ ପାଇଁ କିଛି ଫରକ ପକାଇବ ନାହିଁ |
सवहि मानप्रद आपु अमानी।।
ତୁମର ମାନ ନାହିଁ, ଏହା ତୁମ ପାଇଁ କିଛି ଫରକ ପକାଇବ ନାହିଁ |
ଷୋଡ଼ଶ ଅଧ୍ୟାୟରେ ଶ୍ରୀ ଭଗବାନ ଦୈବୀ ସମ୍ପତ୍ତିର ସମସ୍ତ ଗୁଣ ବର୍ଣ୍ଣନା କରିଛନ୍ତି ଏବଂ ଶେଷ ଛବିଶ ତମ ଗୁଣକୁ ନାତିମାନିତା ବୋଲି ବର୍ଣ୍ଣନା କରିଛନ୍ତି।
ଯେତେବେଳେ ଆମେ ସୁରଦାସଙ୍କର ଲେଖା ପଢିଥାଉ, ମନେହୁଏ, ଆରେ! ଏମିତି ମହାପୁରୁଷ, ଯାହାଙ୍କର ନଖର ମଳି ସହିତ ଆମେ ସମାନ ହେଇ ପାରିବୁ ନାହିଁ, ଆମେ ଏତେ ଅହଂକାର ରେ ବୁଲୁଛୁ, ଏହି ମହାପୁରୁଷମାନେ ଆମଠାରୁ କୋଟି କୋଟି ଗୁଣ ବଡ଼, ସେମାନେ ଏତେ ଆଧ୍ୟାତ୍ମିକ ଅଭ୍ୟାସ କରିଛନ୍ତି ଯାହା ଆମେ କଳ୍ପନା ମଧ୍ୟ କରିପାରିବା ନାହିଁ, ସେମାନେ କୁହନ୍ତି -
मो सम कौन कुटिल खल कामी,

जेहिं सुन्दर तन दियौ ताही बिसरायौ एसौ नामकहरामी।।
ମୁଁ ତ ନମକହରାମୀ, ଆପଣ ମୋତେ ଏକ ସୁନ୍ଦର ଶରୀର ଦେଇଛନ୍ତି ଏବଂ ମୁଁ ଆପଣଙ୍କୁ ଭୁଲିଯାଉଛି। ଯେଉଁମାନେ ସାରା ଜୀବନ ଭଗବାନଙ୍କ ଭକ୍ତିରେ ବିତାଇଛନ୍ତି ସେମାନେ ଏପରି କହୁଛନ୍ତି। ଆମେ ପନ୍ଦରରୁ କୋଡିଏ ମିନିଟ୍ ପାଇଁ ପୂଜା କରିଥାଉ ଏବଂ ତା ମଧ୍ୟ ରେ ଚାହା, ରୋଷେଇ, ଅଫିସ ବିଷୟ ରେ ଚିନ୍ତା କରିଥାଉ ଏବଂ କହିଥାଉ ଯେ ଆମକୁ ଭଗବାନ ମିଳନ୍ତି ନାହିଁ, ପୂଜା କରିବାକୁ ମନ ଲାଗୁ ନାହିଁ ।
भर भर भर विषय उदर को दाहू, जैसे शूकर ग्रामी।
भर भर भर विषय उदर को दाहू, जैसे शूकर ग्रामी।
ମାନ କୁ କାକ ବିଷ୍ଠା କୁହାଯାଏ। କାକ ବିଷ୍ଠା ଅର୍ଥ କାଉର ବିଷ୍ଠା। କାଉ ର ବିଷ୍ଠା କାହିଁକି କହିଲେ?
କାଉର ବିଷ୍ଠାର ବିଶେଷତା ଅଛି, କାରଣ ଏହାର ଚମକ ଥାଏ। ଧଳା ଧଳା ଚମକୁ ଥାଏ । ଅନ୍ଧାରରେ କେହି କେହି ଏହାକୁ ରୂପା ଭଳି ଭାବି ଉଠାଇ ନେଇଥାନ୍ତି। ସେଥିପାଇଁ ମନ କୁ କାକ ବିଷ୍ଠା କୁହାଯାଇଥାଏ ଯେହେତୁ ଏହା ଚମକିଥାଏ ତେଣୁ ଆପଣମାନେ ସମସ୍ତେ ଏହା ପଛରେ ଦୌଡିଥାଆନ୍ତି ।
ଥରେ ଦୁଇ ଜଣ ସାଧୁ ଚାଲିଚାଲି ଯାଉଥିଲେ। ସେମାନେ ବୃଦ୍ଧ ସନ୍ନ୍ୟାସୀ ଥିଲେ। ବୟସ ପଚାଶ କିମ୍ବା ୬୦ ବର୍ଷ ହେବ । ଚାଲିବା ସମୟରେ ଗୋଟିଏ ସ୍ଥାନରେ ଜଣେ ସାଧୁ କହିଲେ , "ତୁମେ ଏହି ବଡ଼ ଘର ଦେଖୁଛ, ତିରିଶ ବର୍ଷ ପୂର୍ବେ ମୁଁ ଏହାକୁ ଲାତ ମାରିଛି, ଏହା ମୋ ଘର ଥିଲା, ମୁଁ ଏହାକୁ ଛାଡି ଦେଇଛି। କିଛି ଦୂରକୁ ଯାଇ ପୁଣି କହିଲେ, "ଦେଖିଲ, ଘର ଟି କେତେ ବଡ଼”। ଅନ୍ୟ ସାଧୁ ଜଣକ କହିଲେ, "ମୁଁ ଦେଖୁଛି, ତୁମେ ଲାତ ମାରିଛ, କିନ୍ତୁ ଠିକ୍ ଭାବେ ମାଡ଼ ମାରିନାହିଁ, ସେଥିପାଇଁ ଏବେ ବି ସେ ସେଠାରେ ଅଟକି ରହିଛି। ଯଦି ତୁମେ ଲାତ ମାରିଥିଲ, ତେବେ ତୁମେ ଏହାକୁ ଦେଖି ଏହାକୁ ଲାତ ମାରିଥିବା କଥା କାହିଁକି ମନେ ପଡ଼ୁଛି ?
ଏହି ଲୋଭ ବହୁତ ସୂକ୍ଷ୍ମ ଅଟେ। ମନେ ପଡେ ଜଣେ ଗୁରୁଜୀଙ୍କ କାହାଣୀ ।
ଏହି ଲୋଭ ବହୁତ ସୂକ୍ଷ୍ମ ଅଟେ। ମନେ ପଡେ ଜଣେ ଗୁରୁଜୀଙ୍କ କାହାଣୀ ।
ଜଣେ ଗୁରୁଜୀ ଥିଲେ, ସେ ଅତ୍ୟନ୍ତ ଜ୍ଞାନୀ ଏବଂ ତ୍ୟାଗୀ ଥିଲେ। ସେ କାହାଦ୍ଵାରା ପାଦ ଛୁଆଁଉନଥିଲେ ଏବଂ ସ୍ତୁତି କରାଉ ନଥିଲେ। ସେ ସମସ୍ତଙ୍କୁ ବାରଣ କରନ୍ତି । ଧୀରେ ଧୀରେ ତାଙ୍କ ଶିଷ୍ୟ ଗୋଷ୍ଠୀ ଗଠନ ହେଲା। ଶିଷ୍ୟମାନେ କହିଲେ, ଗୁରୁଜୀ, ଆପଣ କୁହନ୍ତୁ ନାହିଁ, ଆମେ ମନା କରିଦେବୁ।
ଗୁରୁଜୀ ଯିବା ପରେ ଶିଷ୍ୟ କହନ୍ତି, "ତୁମକୁ କେହି ପ୍ରଣାମ କରିବ ନାହିଁ କି ପ୍ରଶଂସା କରିବ ନାହିଁ। ଦିନେ ଏମିତି ଏକ ଘଟଣା ଘଟିଥିଲା। ଜଣେ ବୃଦ୍ଧ ଭକ୍ତ ଆସି ଗୁରୁଜୀଙ୍କ ସହ କଥା ହୋଇ ଚାଲିଗଲେ। ଗୁରୁଜୀ ଶିଷ୍ୟଙ୍କୁ ପଚାରିଲେ, "ତୁମେ ଆଜି କାହିଁକି ତାଙ୍କୁ ପ୍ରଣାମ ନ କରିବାକୁ କହିଲ ନାହିଁ? ଶିଷ୍ୟ କହିଲା ସେ କରିନାହାନ୍ତି। ଗୁରୁଜୀ କହିଲେ, ଯଦି ସେ କରିଥାଆନ୍ତା? ତେବେ ତୁମକୁ କହିଦେବା ଉଚିତ୍ ଥିଲା।
ଗୁରୁଜୀ ସିନା ପ୍ରଣାମ କରିବାର ଲୋଭ ତ୍ୟାଗ କରିଦେଲେ, କିନ୍ତୁ ତାଙ୍କ ମନରେ ଲୋଭ ଜାଗ୍ରତ ହେଲା ଯେ ସେ ପ୍ରଣାମ ନ କରିବା କଥା ଲୋକମାନେ ଜାଣିବା ଉଚିତ୍ । ଏହି ମୂଲ୍ୟ ଅତ୍ୟନ୍ତ ସୂକ୍ଷ୍ମ, କିନ୍ତୁ ଏହା ଧରିନିଏ ।
ଗୁରୁଜୀ ସିନା ପ୍ରଣାମ କରିବାର ଲୋଭ ତ୍ୟାଗ କରିଦେଲେ, କିନ୍ତୁ ତାଙ୍କ ମନରେ ଲୋଭ ଜାଗ୍ରତ ହେଲା ଯେ ସେ ପ୍ରଣାମ ନ କରିବା କଥା ଲୋକମାନେ ଜାଣିବା ଉଚିତ୍ । ଏହି ମୂଲ୍ୟ ଅତ୍ୟନ୍ତ ସୂକ୍ଷ୍ମ, କିନ୍ତୁ ଏହା ଧରିନିଏ ।
ଆମର ସମସ୍ତ କାର୍ଯ୍ୟ ମାନ (ସମ୍ମାନ) ପାଇଁ ଅଟେ । ଆମେ ରୁଟି ଖାଇବାର ବ୍ୟବସ୍ଥା କରିବା ପରେ, ଯାହା ବି କରୁ, ମାନ ପାଇଁ କରିଥାଉ । ଆମେ ପୋଷାକ ପିନ୍ଧିଥାଉ, କେଶ ବିନ୍ୟାସ କରିଥାଉ, କେଶ ଟିକିଏ ଧଳା ହେଲେ କଳା କରିଥାଉ, କଷ୍ଟ ହୁଏ, ସମୟ ଲାଗିଥାଏ, କିନ୍ତୁ ମାନ ପାଇଁ ଆମେ କାହିଁକି ଏପରି କରିଥାଉ? ଋଣ ରେ କାର୍ କିଣନ୍ତି ଏବଂ ବଡ଼ ଘର କିଣନ୍ତି । କିସ୍ତି ଦେବା ପାଇଁ ସାରା ଜୀବନ କଷ୍ଟ କରନ୍ତି କିନ୍ତୁ ଏହା କରନ୍ତି। କିଛି ଲୋକ ବିବାହ ପାଇଁ ଋଣ ନେଇ ଡେଷ୍ଟିନେସନ ୱେଡିଂ ମଧ୍ୟ କରୁଛନ୍ତି, ସେମାନେ କେତେ ମୂର୍ଖ।
कबीरा गर्व न कीजिए,काल गहे कर केस ना जाने कहाँ मारिसी, कै घर कै परदेस I
कबीरा गर्व न कीजिये , ऊँचा देख आवास। काल पड़ो भू लेटना , ऊपर जमही घास।
कबीरा गर्व न कीजिए,काल गहे कर केस ना जाने कहाँ मारिसी, कै घर कै परदेस I
कबीरा गर्व न कीजिये , ऊँचा देख आवास। काल पड़ो भू लेटना , ऊपर जमही घास।
ଆପଣ ଯେତେ ବଡ଼ କୋଠା ନିର୍ମାଣ କରନ୍ତୁ ନା କାହିଁକି। ମୃତ୍ୟୁ ପରେ ଯେଉଁଠି ତୁମକୁ ପୋତି ଦିଆଯିବ, ସେଠାରେ କେବଳ ଘାସ ଉଠିବ, କୋଠା ନିର୍ମାଣ ହେବ ନାହିଁ ।
ଥରେ ଜଣେ ସୁଫି ତାଙ୍କ ଗୁରୁଜୀଙ୍କୁ ପଚାରିଥିଲେ ଯେ ଯଦି ମୁଁ ଉପରକୁ ଯିବି, ତେବେ ମୁଁ ଉପରେ ଥିବା ବ୍ୟକ୍ତିଙ୍କ ପାଇଁ କ'ଣ ନେବି। ଗୁରୁଜୀ ମଧ୍ୟ ଜଣେ ଭଲ ଫକୀର ଥିଲେ, ତେଣୁ ସେ କହିଲେ, "ଦେଖ, ପୁଅ! ସେ କେବଳ ଦୁଇଟି ଜିନିଷ ପସନ୍ଦ କରନ୍ତି –
ଗୋଟିଏ ହେଉଛି ଦୀନତା। ସେଠାକୁ ବଡ଼ ହୋଇ ଯାଆନ୍ତୁ ନାହିଁ, ବିନମ୍ର ଭାବରେ ସେଠାକୁ ଯାଆନ୍ତୁ। ମୁଁ ଏତେ ଜପ କଲି ଏବଂ ଏତେ ତପସ୍ୟା କଲି, ଯଦି ଆପଣ ଏହା କୁହନ୍ତି, ତେବେ ସେ ଏହାକୁ ପସନ୍ଦ କରିବେ ନାହିଁ ।
ଦ୍ବିତୀୟତଃ, ସେ ପ୍ରେମକୁ ଭଲ ପାଆନ୍ତି। ଭଗବାନଙ୍କର କେବଳ ଦୁଇଟି ଜିନିଷ ପସନ୍ଦ ଆସେ - ନମ୍ରତା ଏବଂ ପ୍ରେମ।
ନିତ୍ୟଲୀଲାଲୀନ ଭାଇ ଜୀଙ୍କର ଏକ ସୁନ୍ଦର କଥା ହେଉଛି:
नाथ मैं थारो जी थारो।
चोखो, बुरो, कुटिल अरु कामी, जो कुछ हूँ सो थारो।
नाथ मैं थारो जी थारो, नाथ मैं थारो जी थारो।।
नाथ मैं थारो जी थारो।
चोखो, बुरो, कुटिल अरु कामी, जो कुछ हूँ सो थारो।
नाथ मैं थारो जी थारो, नाथ मैं थारो जी थारो।।
बिगड्यो हूँ तो थाँरो बिगड्यो, थे ही मनै सुधारो,
सुधर्यो तो प्रभु थाँरो सुधर्यो, थाँ सूँ कदे न न्यारो,
नाथ मैं थारो जी थारो….
ଭଗବାନ ଦୀନତାକୁ ପସନ୍ଦ କରନ୍ତି, ମୁଁ ଭଲ ବୋଲି କୁହନ୍ତୁ ନାହିଁ। ଏମିତି କୁହ ଯେ ମୁଁ ଯେମିତି, ସେମିତି ଆପଣଙ୍କର ମୁଁ ଜପ କରେ, ଗୀତା ପଢେ ଏବଂ ବହୁତ ସେବା କରେ। ଏ ସବୁ କୁହନ୍ତୁ ନାହିଁ। କେବଳ ଏତିକି କୁହନ୍ତୁ ମୁଁ ଯେମିତି ଅଟେ, ସେମିତି ତୁମର।
ଆମେ ଆସନ୍ତା ସପ୍ତାହରେ ବାକି ଗୁଣ ବିଷୟରେ ଆଲୋଚନା କରିବା। ଏହି ଘୋଷଣା ପରେ ହରିନାମ ସଂକୀର୍ତ୍ତନ ସହ ଆଲୋଚନା ଅଧିବେଶନ ଶେଷ ହୋଇ ପ୍ରଶ୍ନୋତ୍ତର ଅଧିବେଶନ ଆରମ୍ଭ ହୋଇଥିଲା।
॥ ପ୍ରଶ୍ନୋତ୍ତର ସତ୍ର ॥
ପ୍ରଶ୍ନକର୍ତ୍ତା - ସୁମନ ରସ୍ତୋଗୀ ଦିଦି
ପ୍ରଶ୍ନ - ବର୍ତ୍ତମାନର ପରିସ୍ଥିତିକୁ ଦେଖିଲେ, ଚାରିପାଖରେ ଥିବା ଅସ୍ଥିରତାକୁ ଏଡାଇବା ପାଇଁ ଆମେ କ'ଣ କରିପାରିବା?
ଉତ୍ତର - ପ୍ରଥମେ, ଆସନ୍ତୁ ବିଚାର କରିବା ଯେ କେଉଁ ସମୟରେ ଏପରି ଅସ୍ଥିର ପରିସ୍ଥିତି ନଥିଲା। ରାମାୟଣ କାଳ, ମହାଭାରତ କାଳ, ଯେକୌଣସି ସମୟ ବିଷୟରେ ଚିନ୍ତା କରନ୍ତୁ, ଏପରି ପରିସ୍ଥିତି ସର୍ବଦା ରହିଥିଲା କାରଣ ମୂଳତଃ ସତ୍ତ୍ୱ, ରଜ ଏବଂ ତମ ସମସ୍ତେ ରହିବେ। ହିରଣ୍ୟକଶ୍ୟପ ସତ୍ୟଯୁଗରେ, ରାବଣ ତ୍ରେତାରେ ଏବଂ କଂସ ଦ୍ୱାପର ଯୁଗରେ ଜନ୍ମ ହୋଇଥିଲେ। ଏସବୁ କିଛି ରହିବ। ଆମର ଜେଜେବାପା ଆମକୁ ଯେଉଁଥିପାଇଁ ଗାଳି ଦେଉଥିଲେ, ତାଙ୍କ ଜେଜେବାପା ମଧ୍ୟ ସମାନ କଥା ପାଇଁ ଗାଳି ଦେଉଥିଲେ। ସଂକ୍ଷେପରେ, ଯେପରି ଦୃଷ୍ଟି, ସେପରି ସୃଷ୍ଟି।
କୁହାଯାଏ - बुरा जो देखन मैं चला, बुरा ना मिलया कोय।
ଆମ ସମସ୍ତଙ୍କୁ ଆମର ସାତ୍ତ୍ୱିକତା ବୃଦ୍ଧି କରିବାକୁ ପଡିବ। ସଂସାରକୁ ବଦଳାଇବାର କୌଣସି ଆବଶ୍ୟକତା ନାହିଁ। ଯଦି ଆମେ ପରିବର୍ତ୍ତନ ହେବା, ତେବେ ସଂସାର ଆପେ ଆପେ ବଦଳିଯିବ।
ଆମ ସମସ୍ତଙ୍କୁ ଆମର ସାତ୍ତ୍ୱିକତା ବୃଦ୍ଧି କରିବାକୁ ପଡିବ। ସଂସାରକୁ ବଦଳାଇବାର କୌଣସି ଆବଶ୍ୟକତା ନାହିଁ। ଯଦି ଆମେ ପରିବର୍ତ୍ତନ ହେବା, ତେବେ ସଂସାର ଆପେ ଆପେ ବଦଳିଯିବ।
ପ୍ରଶ୍ନକର୍ତ୍ତା - ପୁଷ୍ପଲତା ଯୋଶୀ ଦିଦି
ପ୍ରଶ୍ନ - ଏହି ଶରୀର ଚେତନାରୁ କିପରି ମୁକ୍ତି ପାଇପାରିବେ? କାରଣ ଏହା ହିଁ ସମସ୍ତ ସମସ୍ୟାର ମୂଳ।
ଉତ୍ତର - ଏଥିପାଇଁ ଭଗବାନ ଆଦି ଶଙ୍କରାଚାର୍ଯ୍ୟ ବିବେକ ଚୂଡାମଣିରେ ଯାହା କହିଛନ୍ତି ତାହା ଉପରେ ଧ୍ୟାନ ଦେବା ଆବଶ୍ୟକ କାରଣ ଏହା ହିଁ ମୌଳିକ କଥା।
ସେ ଚାରିଗୋଟି କଥା କହିଥିଲେ - ବିବେକ, ବୈରାଗ୍ୟ, ଷଟ୍ ସମ୍ପତ୍ତି ଏବଂ ମୁମୁକ୍ଷୁତ୍ୱ। ବିବେକକୁ ଜାଗ୍ରତ କରିବା, ସାଂସାରିକ ବସ୍ତୁରୁ ବୈରାଗ୍ୟ ନେବା, ଷଟ୍ ସମ୍ପତ୍ତି ଗ୍ରହଣ କରିବା ଏବଂ ତା’ପରେ ମୁମୁକ୍ଷୁତ୍ବା ଆଡକୁ ଗତି କରିବା। ଏହି ଚାରୋଟି ଜିନିଷ ମିଶି ସାଧନ ଚତୁଷ୍ଟୟ (ସାଧନର ଚାରି ଅଂଙ୍ଗ) ଗଠନ କରେ, ଯାହା ଆତ୍ମ-ସାକ୍ଷାତ ଏବଂ ମୋକ୍ଷ ପ୍ରାପ୍ତି ପାଇଁ ଆବଶ୍ୟକ।
ପ୍ରଶ୍ନକର୍ତ୍ତା - ମାୟା ଦିଦି
ପ୍ରଶ୍ନ - ଆକାଶ ଏବଂ ଅନନ୍ତ କ’ଣ ସମାନ?
ଉତ୍ତର - ଆକାଶ ଏକ ତତ୍ତ୍ଵ ଏବଂ ଅନନ୍ତ ଏକ ଗୁଣ। ଆକାଶ ଅନନ୍ତ। ଅନନ୍ତ ଅନେକ ବସ୍ତୁରେ ମଧ୍ୟ ଉପସ୍ଥିତ ରହିପାରେ।
ପ୍ରଶ୍ନକର୍ତ୍ତା - ଜେଠା ଖୁରାନା ଭାଇୟା।
ପ୍ରଶ୍ନ - ଶ୍ରୀମଦ୍ ଭାଗବତରେ, ଭଗବାନ କପିଳ ସାଂଖ୍ୟଯୋଗ ର ବର୍ଣ୍ଣନା କରିବା ସମୟରେ ନିଜର ପୂଜା କରିବାକୁ କୁହନ୍ତି ଏବଂ ଶ୍ରୀମଦ୍ଭାଗବତ୍ ଗୀତାରେ, ଶ୍ରୀକୃଷ୍ଣ ମଧ୍ୟ ସମାନ କଥା କହୁଛନ୍ତି। ଦୟାକରି ଏହା ବିଷୟରେ ବ୍ୟାଖ୍ୟା କରନ୍ତୁ?
ଉତ୍ତର - ଶ୍ରୀମଦ୍ ଭାଗବତ ଏବଂ ଶ୍ରୀମଦ୍ଭଗବଦ୍ ଗୀତା ପଢିବା ସମୟରେ, ଆପଣଙ୍କୁ ମାମ୍ ଶବ୍ଦର ଅର୍ଥ ଭଲଭାବରେ ବୁଝିବାକୁ ପଡିବ। ମାମ୍ ଅର୍ଥ ଆଉ କେହି ନୁହେଁ ବରଂ ଆପଣ ନିଜେ ହିଁ ଅଟନ୍ତି। କାରଣ ଆପଣ ମଧ୍ୟ ଈଶ୍ୱରଙ୍କର ଏକ ଅଂଶ। ଶ୍ରୀ ଭଗବାନ ପୂଜା କରିବାକୁ କହିଛନ୍ତି। ପୂଜା କରିବା ଅର୍ଥ ମୂଳ ତତ୍ତ୍ୱ କୁ ପୂଜା କରିବା। ସମସ୍ତ ଜୀବ ମୋର ଅଂଶ।
ममैवांशो जीवलोके। - ସମସ୍ତ ଜୀବ ମୋର ଅଂଶ
ममैवांशो जीवलोके। - ସମସ୍ତ ଜୀବ ମୋର ଅଂଶ
ଶ୍ରୀ ଭଗବାନ ଆମକୁ ନଶ୍ଵର ପୂଜା କରିବାକୁ ପ୍ରେରଣା ଦିଅନ୍ତି। ଏହି ସଂସାରରେ ବାସ କରି ଆମେ ଶରୀରକୁ ପୂଜା କରୁ ଏବଂ ମାୟାକୁ ପୂଜା କରୁ ଏବଂ ଶ୍ରୀ ଭଗବାନ ଆମକୁ ମାୟାର ସୃଷ୍ଟି କର୍ତ୍ତାଙ୍କୁ ପୂଜା କରିବାକୁ ପ୍ରେରିତ କରନ୍ତି। ଶ୍ରୀ ଭଗବାନ ତାଙ୍କର ପୂଜା କରିବା ପାଇଁ କୁହନ୍ତି ନାହିଁ। ଶ୍ରୀ ଭଗବାନ ଆତ୍ମପୂଜା ଉପରେ ଗୁରୁତ୍ୱ ଦିଅନ୍ତି। ଆମେ କ୍ଷେତ୍ରରେ ଫସି ରହିଛୁ ଏବଂ ଶ୍ରୀ ଭଗବାନ ଆମକୁ କ୍ଷେତ୍ରର ଜ୍ଞାତାଙ୍କୁ ଜାଣିବା ପାଇଁ ପ୍ରେରଣା ଦିଅନ୍ତି। ଶ୍ରୀମଦ୍ ଭାଗବତ ଏବଂ ଶ୍ରୀମଦ୍ ଭଗବଦ୍ ଗୀତା guided studies (ନିର୍ଦ୍ଦେଶିତ ଅଧ୍ୟୟନ ବା ମାର୍ଗ ଦର୍ଶନ ଦ୍ଵାରା ଅଧ୍ୟୟନ ଅଟେ।) ଶ୍ରୀମଦ୍ ଭାଗବତକୁ ଭଲ ଭାବରେ ବୁଝିବା ପାଇଁ, ଯଦି ଆପଣ ଡୋଙ୍ଗରେ ଜୀ ମହାରାଜଙ୍କ ଟୀକା କିମ୍ବା ପରମ ପୂଜ୍ୟ ସ୍ୱାମୀ ଜୀଙ୍କ ବ୍ୟାଖ୍ୟା ଶୁଣନ୍ତି, ତେବେ ଆପଣ ଅଧିକ ସ୍ପଷ୍ଟତା ପାଇବେ।
ପ୍ରଶ୍ନକର୍ତ୍ତା - ବିକାଶ ଭାଇ
ପ୍ରଶ୍ନ - ଯଜ୍ଞରେ, ଯେତେବେଳେ ଭଣ୍ଡାରା ରେ ଖାଦ୍ୟ ଖିଆଯାଏ, ତେବେ ଏଥିପାଇଁ ମଧ୍ୟ ଋଣ ଅଛି କି?
ଉତ୍ତର - ହଁ, ଏହା ନିଶ୍ଚିତ ଭାବରେ ହୋଇଥାଏ ଏବଂ ଏଥିପାଇଁ ଆପଣଙ୍କୁ ଉପଯୁକ୍ତ ଦାନ କରିବା ଉଚିତ।
॥ ଓଁ ଶ୍ରୀକୃଷ୍ଣାର୍ପଣମସ୍ତୁ ॥