विवेचन सारांश
ଅଚିନ୍ତ୍ୟ ଆତ୍ମା
ଶ୍ରୀଭଗବାନ ବର୍ତ୍ତମାନ ଏହି ଗୂଢ଼ ଜ୍ଞାନକୁ ପ୍ରକଟ କରି କହିଛନ୍ତି ଯେ ସେ ଏହି ଗୁପ୍ତ ଜ୍ଞାନକୁ ସୂର୍ଯ୍ୟଙ୍କ ମାଧ୍ୟମରେ ଶୁଣାଇ ଥିଲେ, ପରନ୍ତୁ ଆଜି ତାହା ବିଲୁପ୍ତ ପ୍ରାୟ । ଏହି ସାଂଖ୍ୟ ଯୋଗକୁ ମହାତ୍ମା କପିଳ ମୁନି ତାଙ୍କର ମାତା ଦେବହୂତିଙ୍କୁ ଶୁଣାଇ ଥିଲେ । ସେହି ସାଂଖ୍ୟଯୋଗର ଅବତାରଣା ଶ୍ରୀଭଗବାନ ଏଠାରେ କରିଛନ୍ତି।
2.20
ନ ଜାୟତେ ମ୍ରିୟତେ ବା କଦାଚିନ୍,
ନାୟଂ(ମ୍) ଭୂତ୍ୱା ଭବିତା ବା ନ ଭୂୟଃ
ଅଜୋ ନିତ୍ୟଃ(ଶ୍) ଶାଶ୍ୱତୋଽୟଂ(ମ୍) ପୁରାଣୋ,
ନ ହନ୍ୟତେ ହନ୍ୟମାନେ ଶରୀରେ॥20॥
ଶ୍ରୀଭଗବାନ କହିଛନ୍ତି ଏହି ଆତ୍ମାକୁ କୌଣସି ପ୍ରକାରରେ ମାରି ପାରିବା ନାହିଁ । ଏହା ଶାଶ୍ୱତ ଅଟେ ।
ବେଦାବିନାଶିନଂ(ନ୍) ନିତ୍ୟଂ(ୟ୍ଁ), ୟ ଏନମଜମବ୍ୟୟମ୍।
କଥଂ(ମ୍) ସ ପୁରୁଷଃ(ଫ୍) ପାର୍ଥ, କଂ(ଙ୍) ଘାତୟତି ହନ୍ତି କମ୍॥2.21॥
ବାସାଂସି ଜୀର୍ଣାନି ୟଥା ବିହାୟ,
ନବାନି ଗୃହ୍ଣାତି ନରୋଽପରାଣି
ତଥା ଶରୀରାଣି ବିହାୟ ଜୀର୍ଣା-
ନ୍ୟନ୍ୟାନି ସଂୟାତି ନବାନି ଦେହୀ॥22॥
- ନାମ
- ବସ୍ତ୍ର (ବା ଚେହେରା)
- ଠିକଣା
ନୈନଂ(ଞ୍) ଛିନ୍ଦନ୍ତି ଶସ୍ତ୍ରାଣି, ନୈନଂ(ନ୍) ଦହତି ପାବକଃ
ନ ଚୈନଂ(ଙ୍) କ୍ଲେଦୟନ୍ତ୍ୟାପୋ, ନ ଶୋଷୟତି ମାରୁତଃ॥23॥
ପାଞ୍ଚଟି ଉପାଦାନ ବା ପଞ୍ଚତତ୍ତ୍ୱ ଏହି
ଜୀବାତ୍ମାକୁ ପ୍ରଭାବିତ କରିପାରିବେ ନାହିଁ।
ଯାହାକିଛି ଘଟୁଛି ତାହା ଶରୀର ସହିତ ଘଟୁଛି। ଶରୀରକୁ ଅସ୍ତ୍ର ଦ୍ୱାରା କାଟି ହେବ, ଅଗ୍ନି ଏହାକୁ ପୋଡ଼ି ପାରିବ, ଜଳ ଏହାକୁ ତରଳେଇ ପାରିବ ଏବଂ ବାୟୁ ଏହାକୁ ଶୁଖେଇ ପାରିବ।
ଆମେ ପ୍ରଶ୍ନ କରିପାରିବା ଯେ ଏଥିରେ ଚାରୋଟି ତତ୍ତ୍ୱ ବା ଉପାଦାନ ବର୍ଣ୍ଣନା କରାଯାଇଛି। ପଞ୍ଚମ ତତ୍ତ୍ୱ, ଯାହା କି ଆକାଶ, ଏଥିରେ ଏହା ବର୍ଣ୍ଣନା କରାଯାଇ ନାହିଁ।
ଅଚ୍ଛେଦ୍ୟୋଽୟମଦାହ୍ୟୋଽୟମ୍, ଅକ୍ଲେଦ୍ୟୋଽଶୋଷ୍ୟ ଏବ ଚ
ନିତ୍ୟଃ(ସ୍) ସର୍ବଗତଃ(ସ୍) ସ୍ଥାଣୁଃ(ର୍), ଅଚଲୋଽୟଂ(ମ୍) ସନାତନଃ॥24॥
ଅବ୍ୟକ୍ତୋଽୟମଚିନ୍ତ୍ୟୋଽୟମ୍, ଅବିକାର୍ୟୋଽୟମୁଚ୍ୟତେ।
ତସ୍ମାଦେବଂ(ୱ୍ଁ) ବିଦିତ୍ୱୈନଂ(ନ୍), ନାନୁଶୋଚିତୁମର୍ହସି॥2.25॥
କିନ୍ତୁ ଆତ୍ମାକୁ ଚିହ୍ନଟ କରିବା ପାଇଁ ଆମ ପାଖରେ କୌଣସି ଯନ୍ତ୍ର ବା ଉପକରଣ ନାହିଁ। ଆତ୍ମା ଅଚିନ୍ତ୍ୟ ଏବଂ ଅବ୍ୟକ୍ତ। ଆମେ ଏହା ବିଷୟରେ ଚିନ୍ତା ମଧ୍ୟ କରିପାରିବା ନାହିଁ।
ଅଥ ଚୈନଂ(ନ୍) ନିତ୍ୟଜାତଂ(ନ୍), ନିତ୍ୟଂ(ୱ୍ଁ) ବା ମନ୍ୟସେ ମୃତମ୍।
ତଥାପି ତ୍ୱଂ(ମ୍) ମହାବାହୋ, ନୈବଂ(ମ୍) ଶୋଚିତୁମର୍ହସି॥2.26॥
ଜାତସ୍ୟ ହି ଧ୍ରୁବୋ ମୃତ୍ୟୁଃ(ର୍), ଧ୍ରୁବଂ(ଞ୍) ଜନ୍ମ ମୃତସ୍ୟ ଚ
ତସ୍ମାଦପରିହାର୍ୟେଽର୍ଥେ, ନ ତ୍ୱଂ(ମ୍) ଶୋଚିତୁମର୍ହସି॥27॥
ଅବ୍ୟକ୍ତାଦୀନି ଭୂତାନି, ବ୍ୟକ୍ତମଧ୍ୟାନି ଭାରତ
ଅବ୍ୟକ୍ତନିଧନାନ୍ୟେବ, ତତ୍ର କା ପରିଦେବନା॥28॥
ଆଶ୍ଚର୍ୟବତ୍ପଶ୍ୟତି କଶ୍ଚିଦେନମ୍,
ଆଶ୍ଚର୍ୟବଦ୍ୱଦତି ତଥୈବ ଚାନ୍ୟଃ।
ଆଶ୍ଚର୍ୟବଚ୍ଚୈନମନ୍ୟଃ(ଶ୍) ଶୃଣୋତି,
ଶୃତ୍ୱାପ୍ୟେନଂ(ୱ୍ଁ) ବେଦ ନ ଚୈବ କଶ୍ଚିତ୍॥2.29॥
ସେହିପରି, ଅନ୍ୟ କେହି ବ୍ୟକ୍ତି ଏହାକୁ ଏକ ଆଶ୍ଚର୍ଯ୍ୟ ଭାବରେ ଚିନ୍ତା କରନ୍ତି।
ଅନ୍ୟ କେହି ବ୍ୟକ୍ତି ଏହାକୁ ଏକ ଆଶ୍ଚର୍ଯ୍ୟ ଭାବରେ ଶୁଣନ୍ତି ଏବଂ କିଛି ଏହାକୁ ଶୁଣିବା ପରେ ମଧ୍ୟ ବୁଝିପାରନ୍ତି ନାହିଁ।
ଲକ୍ଷ ଲକ୍ଷ ବର୍ଷ ଧରି, ଋଷିମାନେ ଉପନିଷଦ ରେ ଆଶ୍ଚର୍ଯ୍ୟ ସହିତ ପ୍ରଶ୍ନ ପଚାରୁଛନ୍ତି ଏବଂ ଗୁରୁମାନେ ସେଗୁଡ଼ିକର ସମାଧାନ କରି ଆସୁଛନ୍ତି। କେତେକ ଏହାକୁ ବୁଝୁଛନ୍ତି, ଅନ୍ୟ କେତେକ ଏହାକୁ ବୁଝିପାରୁ ନାହାନ୍ତି।
ଏହା ଏହିପରି ଚାଲି ଆସୁଛି କାରଣ ଏହି ଜିନିଷକୁ ହୃଦୟଙ୍ଗମ କରିବା ଆମ ବୁଦ୍ଧିମତ୍ତାର ବାହାରେ।
ଦେହୀ ନିତ୍ୟମବଧ୍ୟୋଽୟଂ(ନ୍), ଦେହେ ସର୍ବସ୍ୟ ଭାରତ
ତସ୍ମାତ୍ସର୍ବାଣି ଭୂତାନି, ନ ତ୍ୱଂ(ମ୍) ଶୋଚିତୁମର୍ହସି॥30॥
ଯେପରି କୁହନ୍ତି କି ଗାଈ ଅବଧ୍ୟ ବା ଗୋହତ୍ୟା ଉଚିତ୍ ନୁହେଁ। ବ୍ରାହ୍ମଣମାନେ ମଧ୍ୟ ଅବଧ୍ୟ, ଅର୍ଥାତ୍ ଏମାନଙ୍କୁ ମାରିବା ଉଚିତ ନୁହେଁ। ଏହା ଏକ ପ୍ରକାର ଅବଧ୍ୟ।
ଦ୍ୱିତୀୟ ପ୍ରକାର ଅବଧ୍ୟ ହେଉଛି ଯେ, ଯାହାକୁ ଆମେ ମାରି ପାରିବା ନାହିଁ, ଏହା ଆମର କ୍ଷମତା ଠାରୁ ଉର୍ଦ୍ଧ୍ୱରେ।
ଏଠାରେ ଅବଧ୍ୟର ଏହି ଦ୍ୱିତୀୟ ଅର୍ଥ ହେଉଛି, ଅର୍ଥାତ୍ ଏହାକୁ ହତ୍ୟା କରାଯାଇ ପାରିବ ନାହିଁ। କେହି ଏହି ଆତ୍ମାକୁ ହତ୍ୟା କରିବା ପାଇଁ ପ୍ରୟାସ କରିଲେ ମଧ୍ୟ ହତ୍ୟା କରିପାରିବେ ନାହିଁ।
ସ୍ୱଧର୍ମମପି ଚାବେକ୍ଷ୍ୟ , ନ ବିକମ୍ପିତୁମର୍ହସି
ଧର୍ମ୍ୟାଦ୍ଧି ୟୁଦ୍ଧାଚ୍ଛ୍ରେୟୋଽନ୍ୟତ୍, କ୍ଷତ୍ରିୟସ୍ୟ ନ ବିଦ୍ୟତେ॥31॥
ସେହିପରି ତୁମେ କ୍ଷତ୍ରିୟ କୁଳରେ ଜନ୍ମଗ୍ରହଣ କରିଛ। କ୍ଷତ୍ରିୟଙ୍କର ଯୁଦ୍ଧର ଅଭିଳାଷା ହୋଇଥାଏ, ପ୍ରତୀକ୍ଷା ରହିଥାଏ, ତୁମକୁ ଯେତେବେଳେ ଯୁଦ୍ଧ କରିବାର ଅବସର ପ୍ରାପ୍ତ ହୋଇଛି, ତୁମେ ଏହି କଲ୍ୟାଣକାରୀ କର୍ତ୍ତବ୍ୟକୁ ଭୟକରି ପଳେଇ ଯିବାପାଇଁ କାହିଁକି ଚାହୁଁଛ? କର୍ମ ପରିଚୟରେ, ଆମେ ଶୁଣିଥିଲେ ଯେ ଏହା କ୍ଷତ୍ରିୟଙ୍କ ପାଇଁ ବିଦେହ କର୍ମ।
ୟଦୃଚ୍ଛୟା ଚୋପପନ୍ନଂ(ମ୍), ସ୍ୱର୍ଗଦ୍ୱାରମପାବୃତମ୍
ସୁଖିନଃ କ୍ଷତ୍ରିୟାଃ(ଫ୍) ପାର୍ଥ, ଲଭନ୍ତେ ୟୁଦ୍ଧମୀଦୃଶମ୍॥32॥
ଅଥ ଚେତ୍ତ୍ୱମିମଂ(ନ୍) ଧର୍ମ୍ୟଂ(ମ୍), ସଙ୍ଗ୍ରାମଂ(ନ୍) ନ କରିଷ୍ୟସି
ତତଃ(ସ୍) ସ୍ୱଧର୍ମଂ(ଙ୍) କୀର୍ତିଂ(ଞ୍) ଚ, ହିତ୍ୱା ପାପମବାପ୍ସ୍ୟସି॥33॥
ତୁମେ ନିଷିଦ୍ଧ କର୍ମରେ ପ୍ରବୃତ୍ତ ହେବ। ତୁମେ ଇହଲୋକରେ ଯଶକୁ ହରେଇବ ଏବଂ ପରଲୋକରେ ସ୍ୱଧର୍ମକୁ ହରେଇବ। ତୁମକୁ ନର୍କକୁ ଯିବାକୁ ପଡିବ।
ଅକୀର୍ତିଂ(ଞ୍) ଚାପି ଭୂତାନି, କଥୟିଷ୍ୟନ୍ତି ତେଽବ୍ୟୟାମ୍
ସମ୍ଭାବିତସ୍ୟ ଚାକୀର୍ତିଃ(ର୍), ମରଣାଦତିରିଚ୍ୟତେ॥34॥
ଭୟାଦ୍ରଣାଦୁପରତଂ(ମ୍), ମଂସ୍ୟନ୍ତେ ତ୍ୱାଂ(ମ୍) ମହାରଥାଃ
ୟେଷାଂ(ଞ୍) ଚ ତ୍ୱଂ(ମ୍) ବହୁମତୋ, ଭୂତ୍ୱା ୟାସ୍ୟସି ଲାଘବମ୍॥35॥
ଆଜି ଯେଉଁମାନେ ତୁମର ବଡ଼ ଗୁଣଗାନ କରୁଛନ୍ତି, ଯୁଦ୍ଧ ନ’କରିଲେ ମଧ୍ୟ ସେମାନେ ସେହିପରି ହିଁ କରିବେ, ସେପରି ବିଶ୍ୱାସ ରଖନାହିଁ।
ଅବାଚ୍ୟବାଦାଂଶ୍ଚ ବହୂନ୍, ବଦିଷ୍ୟନ୍ତି ତବାହିତାଃ
ନିନ୍ଦନ୍ତସ୍ତବ ସାମର୍ଥ୍ୟଂ(ନ୍), ତତୋ ଦୁଃଖତରଂ(ନ୍) ନୁ କିମ୍॥36॥
ହତୋ ବା ପ୍ରାପ୍ସ୍ୟସି ସ୍ୱର୍ଗଂ(ଞ୍), ଜିତ୍ୱା ବା ଭୋକ୍ଷ୍ୟସେ ମହୀମ୍
ତସ୍ମାଦୁତ୍ତିଷ୍ଠ କୌନ୍ତେୟ, ୟୁଦ୍ଧାୟ କୃତନିଶ୍ଚୟଃ॥37॥
ତେଣୁ ତୁମେ ଯୁଦ୍ଧ କରିବାକୁ ନିଷ୍ପତ୍ତି ନେଇ, ପ୍ରସ୍ତୁତ ହୋଇଯିବା ଉଚିତ।
ଯଦିଓ ତୁମେ ଭୋଗ, ଆସକ୍ତିରେ ଆଗ୍ରହୀ, ତେବେ ଧର୍ମର ପଥ ପରିତ୍ୟାଗ କର ନାହିଁ। ଯଦି ତୁମେ ଭୋଗରେ ଆଗ୍ରହୀ ନୁହଁ, ତେବେ ମଧ୍ୟ ଧର୍ମର ପଥ ପରିତ୍ୟାଗ କରିବା ଉଚିତ୍ ନୁହେଁ।
ସୁଖଦୁଃଖେ ସମେ କୃତ୍ୱା, ଲାଭାଲାଭୌ ଜୟାଜୟୌ
ତତୋ ୟୁଦ୍ଧାୟ ୟୁଜ୍ୟସ୍ୱ, ନୈବଂ(ମ୍) ପାପମବାପ୍ସ୍ୟସି॥38॥
ଏଷା ତେଽଭିହିତା ସାଙ୍ଖ୍ୟେ, ବୁଦ୍ଧିର୍ୟୋଗେ ତ୍ୱିମାଂ(ମ୍) ଶୃଣୁ
ବୁଦ୍ଧ୍ୟା ୟୁକ୍ତୋ ୟଯା ପାର୍ଥ, କର୍ମବନ୍ଧଂ(ମ୍) ପ୍ରହାସ୍ୟସି॥39॥