विवेचन सारांश
ତ୍ୟାଗ ଓ ସନ୍ନ୍ୟାସ ଧର୍ମର ଶ୍ରେଷ୍ଠତା
ଉପକ୍ରମଣିକା :-
ଅଷ୍ଟାଦଶ ଅଧ୍ୟାୟର ପ୍ରଥମ ସତ୍ରାଂଶର ବିବେଚନ ଅଧିବେଶନ ଭାରତୀୟ ସଂସ୍କୃତିର ମହିମା ଗାନ, ଶ୍ରୀ ବଲ୍ଲଭାଚାର୍ଯ୍ୟଙ୍କ ଦ୍ୱାରା ରଚିତ ମଧୁରାଷ୍ଟକମ୍ ଓ ଶ୍ରୀହନୁମାନ ଚାଳିଶାର ସ୍ତୁତି ଏବଂ ଦୀପ ପ୍ରଜ୍ଜ୍ୱଳନ ସହିତ ଆରମ୍ଭ ହୋଇଥିଲା।
ଶ୍ରୀ ଭଗବାନଙ୍କ ଅତ୍ୟନ୍ତ ଶୁଭ କୃପାଦୃଷ୍ଟି ସହିତ, ଆମେ ସମସ୍ତେ ଏପରି ସୌଭାଗ୍ୟ ଲାଭ କରିଛୁ ଯେ ଆମେ ଏହି ମାନବ ଜୀବନକୁ ସଫଳ ଏବଂ ଅର୍ଥପୂର୍ଣ୍ଣ କରିବା ପାଇଁ, ଏହି ମାନବ ଜୀବନର ସର୍ବୋଚ୍ଚ ଲକ୍ଷ୍ୟ ହାସଲ କରିବା ପାଇଁ, ଆମର ଇହଲୋକ ଏବଂ ପରଲୋକର କଲ୍ୟାଣ କରିବା ନିମନ୍ତେ ଶ୍ରୀମଦ୍ ଭଗବଦ୍ ଗୀତାର ଯାତ୍ରାପଥରେ ଅଗ୍ରସର ହୋଇଛୁ। ଆମେ ଜାଣିନାହୁଁ ଯେ, ଏହା ଏହି ଜନ୍ମରେ ଆମର କିଛି ପୁଣ୍ଯ କାର୍ଯ୍ୟଫଳ କିମ୍ବା ଆମର ପୂର୍ବପୁରୁଷଙ୍କ କିଛି ଆଶୀର୍ବାଦ ଯୁକ୍ତ କାର୍ଯ୍ୟଫଳ କିମ୍ବା କୌଣସି ଜନ୍ମରେ କୌଣସି ସନ୍ଥ-ମହାପୁରୁଷଙ୍କ କିଛି ଶୁଭଦୃଷ୍ଟିର ଫଳାଫଳ ପାଇଁ ଆମେ ଏତେ ସୌଭାଗ୍ୟ ପ୍ରାପ୍ତ କରିଛୁ, ଯାହା ଯୋଗୁଁ ଆମକୁ ଶ୍ରୀମଦ୍ ଭଗବଦ୍ ଗୀତା ପଢିବାପାଇଁ ଚୟନ କରାଯାଇଛି। ସମସ୍ତଙ୍କ ନିକଟରେ ମୋର ବିନମ୍ର ଅନୁରୋଧ ଯେ, ଆମର ଭାବିବା ଉଚିତ ଯେ, ଆମେ ଗୀତାମାତାଙ୍କୁ ବାଛି ନାହୁଁ, ବରଂ ଗୀତାମାତା ଆମକୁ ଚୟନ କରିଛନ୍ତି।
ଗୀତାପଠନରେ ଅଗ୍ରସର ହୋଇ ଆମେ ଅଷ୍ଟାଦଶ ଅଧ୍ୟାୟରେ ପହଞ୍ଚିଯାଇଛୁ। ସମ୍ଭବତଃ ସମସ୍ତଙ୍କର ସମସ୍ତ ଅଧ୍ୟାୟ ସମାପ୍ତ ହୋଇଥିବ କିମ୍ବା ଗୋଟିଏ କିମ୍ବା ଦୁଇଟି ଅଧ୍ୟାୟ ବାକି ରହିଥିବ କାରଣ ବିଭିନ୍ନ ଶ୍ରେଣୀର ପଦ୍ଧତି ଭିନ୍ନ ଭିନ୍ନ ହୋଇଥାଏ କିନ୍ତୁ ଯଦି ଏହି ଅଧ୍ୟାୟ ସମସ୍ତ ଅଧ୍ୟାୟ ପରେ ଶେଷ ଅଧ୍ୟାୟ ହୋଇଥାଏ ଏବଂ ଆପଣ ମଝିରେ ଅନେକ ଅଧ୍ୟାୟର ବିବେଚନ ଶୁଣିବାରେ ଅସମର୍ଥ ହୋଇଥାନ୍ତି,ତେବେ ଶ୍ରୀ ଜ୍ଞାନେଶ୍ୱର ମହାରାଜ ଏହି ଅଧ୍ୟାୟକୁ 'ଏକାଧ୍ୟାୟୀ ଗୀତା' ବୋଲି କହିଛନ୍ତି। ଏହି ଅଷ୍ଟାଦଶ ଅଧ୍ୟାୟ ହେଉଛି ସମଗ୍ର ଶ୍ରୀମଦ୍ ଭଗବଦ୍ ଗୀତାଜ୍ଞାନର ସାର, ତେଣୁ ଏହାକୁ କେବଳ ପଢିବା ଦ୍ୱାରା 'ସମ୍ପୂର୍ଣ୍ଣ ଶ୍ରୀମଦ୍ ଭଗବଦ୍ ଗୀତାମାତାଙ୍କର ସାରାଂଶ କ'ଣ ଅଛି' ତାହାର ଧାରଣା ମିଳି ଯାଇଥାଏ।
ଅଷ୍ଟାଦଶ ଅଧ୍ୟାୟର ଗୁରୁତ୍ୱ ବୁଝିବା ପାଇଁ ଏକ ଆକର୍ଷଣୀୟ କାହାଣୀ ଅଛି।
ଥରେ ଜଣେ ଭଦ୍ରଲୋକ ସକାଳ ୫:୩୦ରେ ଟ୍ରେନ ଧରିବାର ଥିଲା। ସେ ତିନିଟାରେ ଉଠିବା ପାଇଁ ଆଲାର୍ମ ଲଗାଇଲେ। ସେ ସକାଳେ ଉଠି ପ୍ରସ୍ତୁତ ହୋଇ ପନ୍ଦର ମିନିଟର ଦୂରତାରେ ଥିବା ଷ୍ଟେସନ ଆଡକୁ ଗଲେ। ସେ ସକାଳ ଚାରିଟାରେ ଘରୁ ବାହାରିଗଲେ। ଯେତେବେଳେ ସେ ରିକ୍ସା ଚାଳକଙ୍କୁ ଷ୍ଟେସନ ଯିବା ପାଇଁ ଟ୍ରେନର ସମୟ କହିଲେ ରିକ୍ସା ଚାଳକ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ କହିଲେ ଯେ ତୁମର ଟ୍ରେନ ୪:୩୦ ରେ ଅଛି ଏବଂ ତୁମେ ୪:୧୫ ରେ ଘର ଛାଡ଼ୁଛ। ଭଦ୍ରଲୋକ କହିଲେ, "ମାତ୍ର ୪ଟା ବାଜିଛି।" କିନ୍ତୁ ରିକ୍ସା ଚାଳକର ଉତ୍ତର ଥିଲା, ଯେ ୪:୧୫ ବାଜିଛି। ଭଦ୍ରଲୋକ ଭାବିଲେ ଯେ ତାଙ୍କ ଘଣ୍ଟାର ବ୍ୟାଟେରୀ ବୋଧହୁଏ ସରିଯାଇଛି। ସେ ରିକ୍ସା ଚାଳକଙ୍କୁ ଦ୍ରୁତ ଗତିରେ ଚଳାଇବାକୁ ଅନୁରୋଧ କଲେ। ରିକ୍ସା ଚାଳକ ମଧ୍ୟ ରିକ୍ସା ଦ୍ରୁତ ଗତିରେ ଚଳାଇବା ଆରମ୍ଭ କଲେ। ଟ୍ରେନ୍ ଠିକ୍ ସମୟରେ ଥିଲା। ଭଦ୍ରଲୋକ ସେତୁ ଉପରୁ ଚାହିଁଲେ ଏବଂ ସେ ଟ୍ରେନ୍ ଆସୁଥିବାର ଦେଖିଲେ। ତାଙ୍କ ପାଇଁ ଯିବା ବହୁତ ଜରୁରୀ ଥିଲା, ତେଣୁ ସେ ଦୌଡ଼ି ଯାଇ ଟ୍ରେନର ଶେଷ ବଗିରେ ବସିଲେ ଏବଂ ହାତ ଯୋଡି କହିଲେ, "ପ୍ରଭୁ କୃପାରୁ ମୁଁ ଟ୍ରେନ ପାଇବାରେ ସଫଳ ହୋଇ ପାରିଲି। ଏଠାରେ ବୁଝିବା କଥା ହେଉଛି ଯେ ଶେଷ ବଗିରେ ଚଢ଼ିବା ଅର୍ଥ ଜଣେ ଟ୍ରେନ ଯାତ୍ରା କରିବାରେ ସମର୍ଥ ହୋଇପାରିବ। ସେହିପରି, କେବଳ ଅଷ୍ଟାଦଶ ଅଧ୍ୟାୟ ପଢିବା ଦ୍ୱାରା ସମ୍ପୂର୍ଣ୍ଣ ଶ୍ରୀମଦ୍ଭଗବତ ଗୀତା ବୁଝି ପାରିବାରେ ଜଣେ ସମର୍ଥ ହେବ।
ଅଠର ସଂଖ୍ୟା ଅତ୍ୟନ୍ତ ସ୍ୱତନ୍ତ୍ର। ଶ୍ରୀବେଦବ୍ୟାସ ଶ୍ରୀମଦ୍ଭଗବଦ୍ଗୀତାକୁ ଅଠର ଅଧ୍ୟାୟରେ ବିଭକ୍ତ କରିଛନ୍ତି। ଅଠର ପୁରାଣ, ମହାଭାରତରେ ଅଠର ପର୍ବ, ମହାଭାରତ ଯୁଦ୍ଧ ଅଠର ଦିନ ଧରି ଚାଲିଥିଲା, ଶ୍ରୀମଦ୍ଭଗବଦ୍ଗୀତାରେ ଅଠର ଅଧ୍ୟାୟ, ଏକ ଜପମାଳା ମଧ୍ୟରେ ୧୦୮ ମଣି, ଜଣେ ସନ୍ଥ-ମହାତ୍ମାଙ୍କ ଉପାଧି ପୂର୍ବରୁ 'ଶ୍ରୀ ଶ୍ରୀ ୧୦୦୮' ଲେଖିବା - ଏସବୁ କାହିଁକି ହୁଏ ?
ଏହାର କାରଣ (୧+୮=୯) ଏକ ପୂର୍ଣ୍ଣ ସଂଖ୍ୟା। ଗଣିତରେ ୯ ଏକ ଚମତ୍କାର ସଂଖ୍ୟା। ଏହାକୁ ପୂର୍ଣ୍ଣାଙ୍କ ସଂଖ୍ୟା କୁହାଯାଏ।
୯ ର ପଣିକିଆରେ,
୯ * ୧ = ୯
୯ * ୨ = ୧୮ (୧+୮=୯)
୯ * ୩ = ୨୭ (୨+୭=୯)
୯ * ୪ = ୩୬ (୩+୬=୯)
୯ * ୫ = ୪୫ (୪+୫=୯)
୯ * ୧୦ = ୯୦ (୯+୦=୯)
୯ * ୧୧ = ୯୯ (୯+୯=୧୮) (୧+୮ =୯)
୯ * ୧୨ = ୧୦୮ (୧ + ୦ + ୮ = ୯)
ଆମେ ଏହାକୁ ଯେତେ ବୃଦ୍ଧି କଲେ ମଧ୍ୟ, ଏହାର ଅନ୍ତିମ ଗଣନା ସର୍ବଦା ୯ ହେବ।
୯ ବ୍ୟତୀତ ଅନ୍ୟ କୌଣସି ସଂଖ୍ୟାରେ ଏହି ଶକ୍ତି ନାହିଁ, ତେଣୁ ଆମର ଭାରତୀୟ ସଂସ୍କୃତିରେ ନବଗ୍ରହ ପୂଜା କରାଯାଏ। ୯,୧୮,୧୦୮ ଶୁଭ।
ଅଷ୍ଟାଦଶ ଅଧ୍ୟାୟକୁ ଏକ ଉପସଂହାର ଭାବରେ ଦେଖାଯାଏ। ଏଠାରେ ଶ୍ରୀ ଭଗବାନ ଚାରୋଟିର ମହତ୍ତ୍ୱ ବ୍ୟାଖ୍ୟା କରିଛନ୍ତି - ଜ୍ଞାନ ଯୋଗ, କର୍ମ ଯୋଗ, ଧ୍ୟାନ ଯୋଗ ଏବଂ ଭକ୍ତି ଯୋଗ।
"ଯେତେବେଳେ ଆମେ ଦ୍ୱାଦଶ ଅଧ୍ୟାୟର ଚିନ୍ତନ ଦେଖିଲୁ, ଆମେ ଦେଖିଲୁ ଯେ ଅଧ୍ୟାୟଟି ଅର୍ଜୁନଙ୍କ ପ୍ରଶ୍ନରୁ ଆରମ୍ଭ ହୋଇଥିଲା, ଯାହାକି ଜ୍ଞାନ ଯୋଗ ଏବଂ ଭକ୍ତି ଯୋଗ ମଧ୍ୟରୁ କେଉଁଟି ସର୍ବୋତ୍ତମ ?
ଅର୍ଜୁନ ଏଠାରେ କହିବାକୁ ଚାହୁଁଥିଲେ ଯେ ସଗୁଣ ଭକ୍ତି କରିବା ଉଚିତ ନା ନିର୍ଗୁଣ ଭକ୍ତି ?
ଏହି ଦୁଇଟି କଥା ସହିତ, ଶ୍ରୀ ଭଗବାନ ଆହୁରି ଅନେକ କଥା ମଧ୍ୟ କହିଥିଲେ।
ଦ୍ୱାଦଶ ଅଧ୍ୟାୟର ଦ୍ୱାଦଶ ଶ୍ଳୋକରେ
श्रेयो हि ज्ञानमभ्यासात्, ज्ञानात् ध्यानम् विशिष्यते।
ध्यानात्कर्मफलत्यागस्,त्यागात्छान्तिरनन्तरम्।।
ଶ୍ରୀଭଗବାନ କହିଥିଲେ ଯେ ଜ୍ଞାନ ତୁଳନାରେ ଧ୍ୟାନ ଶ୍ରେଷ୍ଠ।, କର୍ମଫଳର ତ୍ୟାଗ ଧ୍ୟାନ ଅପେକ୍ଷା ଶ୍ରେଷ୍ଠ ଏବଂ ତ୍ୟାଗର ମହିମା ବର୍ଣ୍ଣନା କରିବା ସମୟରେ ସେ କହିଥିଲେ ଯେ ତ୍ୟାଗରେ ଅକସ୍ମାତ ଶାନ୍ତି ପ୍ରାପ୍ତ ହୋଇଥାଏ।
ଅର୍ଜୁନ ଅନୁଭବ କଲେ ଯେ ତାଙ୍କର ଯୁଦ୍ଧ ଛାଡିବାର ନିଷ୍ପତ୍ତି ସଠିକ ଥିଲା। ପ୍ରାରମ୍ଭରେ, ସେ ମଧ୍ୟ ସବୁକିଛି ତ୍ୟାଗ କରି ପଳାଇବାକୁ ଚାହୁଁଥିଲେ। ତା’ପରେ ଅର୍ଜୁନଙ୍କ ମନରେ ଏକ ପ୍ରଶ୍ନ ଉଠିଲା ଯେ ସେ ତ୍ୟାଗ ନା ସନ୍ନ୍ୟାସ ବିଷୟରେ କହୁଛନ୍ତି।
ଶ୍ରୀ ଭଗବାନ ଗୀତାରେ ଏହି ଦୁଇଟି ଶବ୍ଦ ପୁନରାବୃତ୍ତି କରୁଛନ୍ତି।
ସପ୍ତଦଶ ଅଧ୍ୟାୟ ପର୍ଯ୍ୟନ୍ତ, ଶ୍ରୀ ଭଗବାନ ନଅ ଥର ସନ୍ନ୍ୟାସ ଶବ୍ଦ ଏବଂ ସାତ ଥର ତ୍ୟାଗ ଶବ୍ଦ ବ୍ୟବହାର କରିଛନ୍ତି। ଅଷ୍ଟାଦଶ ଅଧ୍ୟାୟ ସୁଦ୍ଧା, ସନ୍ନ୍ୟାସ ଶବ୍ଦ ଚଉଦ ଥର ଏବଂ ତ୍ୟାଗ ଶବ୍ଦ କୋଡ଼ିଏ ଥର ଆସିଅଛି। ତେଣୁ, ଏହି ଦୁଇଟି ଶବ୍ଦ ତାଙ୍କ ମନରେ ଆନ୍ଦୋଳନ କରିବାକୁ ଲାଗିଥିଲା। ଅର୍ଜୁନ ଅନୁଭବ କଲେ ଯେ ଶ୍ରୀ ଭଗବାନ ଏହି ଦୁଇଟି ଶବ୍ଦକୁ ବାରମ୍ବାର ବ୍ୟବହାର କରୁଛନ୍ତି। କେତେବେଳେ ଶ୍ରୀ ଭଗବାନ ଧ୍ୟାନ ଯୋଗ କହୁଛନ୍ତି, କେତେବେଳେ ଜ୍ଞାନ ଯୋଗ, କେତେବେଳେ ଭକ୍ତି ଯୋଗ ଏବଂ ସପ୍ତଦଶ ଅଧ୍ୟାୟରେ ଭଗବାନ ଶ୍ରଦ୍ଧା ତ୍ରୟ ବିଭାଗ ଯୋଗ ମଧ୍ୟ କହିଛନ୍ତି କିନ୍ତୁ ଅର୍ଜୁନ ଏଠାରେ ଯୁଦ୍ଧରୁ ନିବୃତ ହେବାକୁ ଚାହାଁନ୍ତି, ତେଣୁ ତାଙ୍କ ମନରେ ପ୍ରଶ୍ନ ଉଠିଲା, 'ତ୍ୟାଗ ଏବଂ ସନ୍ନ୍ୟାସ ମଧ୍ୟରେ କେଉଁଟି ଶ୍ରେଷ୍ଠ ?' ଶ୍ରୀ ଭଗବାନ ତାଙ୍କର କଥା ସମାପ୍ତ କରିବାକୁ ଯାଉଛନ୍ତି ବୋଲି ବୁଝି ଅର୍ଜୁନ ତାଙ୍କୁ ତାଙ୍କର ଶେଷ ସନ୍ଦେହ ଦୂର କରିବାକୁ ଇଚ୍ଛା ପ୍ରକାଶ କରି କହିଛନ୍ତି, ତ୍ୟାଗ କ'ଣ ଏବଂ ସନ୍ନ୍ୟାସ କ'ଣ ? ଏହି ପ୍ରଶ୍ନ ସହିତ, ଅର୍ଜୁନଙ୍କ ମୁଖରୁ ଅଷ୍ଟାଦଶ ଅଧ୍ୟାୟର ପ୍ରଥମ ଶ୍ଳୋକ ବାହାରି ଆସିଥିଲା।
ଅର୍ଜୁନ ଏଠାରେ ଜଣେ ପ୍ରଶ୍ନକର୍ତ୍ତା। ତିନି ପ୍ରକାରର ପ୍ରଶ୍ନକର୍ତ୍ତା ଅଛନ୍ତି-- ପ୍ରଥମ ପ୍ରଶ୍ନକର୍ତ୍ତା ସେମାନେ, ଯେଉଁମାନେ ବକ୍ତାଙ୍କ ବୁଦ୍ଧିମତା ପରୀକ୍ଷା କରିବା ପାଇଁ ପ୍ରଶ୍ନ ପଚାରନ୍ତି । ଏପରିକି ଲୋକମାନେ ସ୍ୱାମୀଜୀଙ୍କୁ ପରୀକ୍ଷା କରିବା ପାଇଁ ପ୍ରଶ୍ନ ପଚାରନ୍ତି।
- ଦ୍ୱିତୀୟ ବର୍ଗରେ ସେହିମାନେ ଅନ୍ତର୍ଭୁକ୍ତ ଯେଉଁମାନେ ସେମାନଙ୍କର ଜ୍ଞାନ ବୃଦ୍ଧି କରିବା ପାଇଁ ପ୍ରଶ୍ନ ପଚାରନ୍ତି।
- ତୃତୀୟ ବର୍ଗର ପ୍ରଶ୍ନକର୍ତ୍ତା ସର୍ବୋତ୍ତମ। ଏହି ପ୍ରଶ୍ନକର୍ତ୍ତାମାନେ ସେମାନଙ୍କ ରାସ୍ତାରେ ଆସୁଥିବା ପ୍ରତିବନ୍ଧକ ଏବଂ ସନ୍ଦେହକୁ ଦୂର କରିବା ପାଇଁ ପ୍ରଶ୍ନ ପଚାରନ୍ତି।
ମୁଁ ଏହାକୁ ପ୍ରୟୋଗ କରିବାକୁ ଚାହୁଁଛି ଏବଂ ଯଦି ମୁଁ ପ୍ରୟୋଗ କରିବାକୁ ଚାହୁଁଛି ତେବେ ମୋତେ ମୋର ମନକୁ ସ୍ପଷ୍ଟ କରିବାକୁ ପଡିବ।
ଏହା ଏକ ସାଧାରଣ ସରଳ ବିଷୟ ନୁହେଁ। ଏହା ଏକ ଯୁଦ୍ଧକ୍ଷେତ୍ର ସ୍ଥଳ ଏବଂ ଦୁଇଟି ସେନା ପରସ୍ପରର ସାମ୍ନାସାମ୍ନି ଅଛନ୍ତି। ଅର୍ଜୁନ ତାଙ୍କର ଜ୍ଞାନ ବୃଦ୍ଧି କରିବା ପାଇଁ ନୁହେଁ ବରଂ ତାଙ୍କର ସନ୍ଦେହ ଶଙ୍କା ଦୂର କରିବା ପାଇଁ ଅଗଣିତ ପ୍ରଶ୍ନ ପଚାରୁଛନ୍ତି।
ଶ୍ରୀମଦ୍ ଭଗବଦ୍ ଗୀତାର ସଂଳାପ ପ୍ରାୟ ପଇଁଚାଳିଶ(୪୫) ମିନିଟ୍ ଧରି ଚାଲିଥିଲା ବୋଲି କୁହାଯାଏ ଏବଂ ଏହି ସମୟ ମଧ୍ୟରେ ଅର୍ଜୁନ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ଶ୍ରୀଭଗବାନ ପ୍ରସନ୍ନ ହୋଇ ଯାଇଥିଲେ।
ତୃତୀୟ ଅଧ୍ୟାୟର ତୃତୀୟ ଶ୍ଳୋକରେ, ଅର୍ଜୁନ ପଚାରିଥିଲେ:
लोकेऽस्मिन्द्विविधा निष्ठा पुरा प्रोक्ता मयानघ।
ज्ञानयोगेन सांख्यानां कर्मयोगेन योगिनाम्।।3.3।
ହେ ନିଷ୍ପାପ ଅର୍ଜୁନ; ମୁଁ ପୂର୍ବରୁ ଏହି ସଂସାରରେ ଦୁଇ ପ୍ରକାରର ନିଷ୍ଠା ଉଲ୍ଲେଖ କରିସାରିଛି।
ସାଂଖ୍ୟ ଯୋଗୀମାନଙ୍କ ପାଇଁ ଜ୍ଞାନ ଯୋଗ ଦ୍ୱାରା ଏବଂ ଯୋଗୀମାନଙ୍କ ପାଇଁ କର୍ମ ଯୋଗ ଦ୍ୱାରା ନିଷ୍ଠା ପାଳନ ହୋଇଥାଏ।
ସାଂଖ୍ୟ ଯୋଗ ଏବଂ କର୍ମ ଯୋଗରେ ଦୁଇ ପ୍ରକାରର ନିଷ୍ଠା ଅଛି। ସାଂଖ୍ୟ ଯୋଗ ଅର୍ଥ ସନ୍ନ୍ୟାସ ଏବଂ କର୍ମ ଯୋଗ ଅର୍ଥ ତ୍ୟାଗ। ସମଗ୍ର ଶ୍ରୀମଦ୍ ଭଗବଦ୍ ଗୀତାରେ, ଅର୍ଜୁନ ମୋଟ ଚଉରାଶି(୮୪) ଶ୍ଳୋକ କହିଛନ୍ତି, କିନ୍ତୁ ଏହି ଗୋଟିଏ ଶ୍ଳୋକରେ, ଅର୍ଜୁନ ପ୍ରଭୁଙ୍କୁ ତିନୋଟି ସମ୍ବୋଧନ କରିଛନ୍ତି।
18.1
ଅର୍ଜୁନ ଉବାଚ
ସନ୍ୟାସସ୍ୟ ମହାବାହୋ, ତତ୍ତ୍ୱମିଚ୍ଛାମି ବେଦିତୁମ୍
ତ୍ୟାଗସ୍ୟ ଚ ହୃଷୀକେଶ, ପୃଥକ୍କେଶିନିଷୂଦନ॥1॥
ବିବେଚନ :-
ଶ୍ରୀଭଗବାନ କେଶିନୀସୂଦନ ବୋଲି ଜନମାନସରେ ଲୋକପ୍ରିୟ, କାରଣ ମହାପ୍ରଭୁ କେଶୀ ନାମକ ଅସୁରକୁ ମର୍ଦ୍ଦନ କରିଥିଲେ ।
କେଶୀ ରାକ୍ଷସ ଶ୍ରୀଭଗବାନ ବାଲ୍ୟଲୀଳା କରୁଥିବା ସମୟରେ ଏକ ଘୋଡା ରୂପରେ ଆସିଥିଲା । ଶ୍ରୀଭଗବାନ ସ୍ୱହସ୍ତରେ ତାହାର ଦୁଇ ମାଢିକୁ ଧରି ଫାଡ଼ି ଦେଇଥିଲେ ।
ହେ ମହାବାହୁ ! ଆପଣଙ୍କ ହାତ କେତେ ବେଶି ଶକ୍ତି ର ଅଧିକାରୀ। ଗୋଟିଏ ଘୋଡାଠାରେ ଏତେ ବେଶି ଶକ୍ତି ଥାଏ ଯେ,ସେଥିପାଇଁ ମାପିବାର ମାନକକୁ ଅଶ୍ୱଶକ୍ତି( Horse Power ଵା HP) ପରିମାପକରେ ବର୍ଣ୍ଣିତ କରାଯାଇଛି।
ଋଷିକେଶର ସନ୍ଧି ବିଚ୍ଛେଦ କଲେ ହୁଏ ଋଷିକ+ ଇଶ । ଋଷିକ ଅର୍ଥାତ ମନ ଓ ଇଶର ଅର୍ଥ ହେଉଛି ସ୍ୱାମୀ । ଏହାର ସମ୍ପୂର୍ଣ୍ଣ ଅର୍ଥ ହେଉଛି ଯିଏ ମନର ସ୍ୱାମୀ । ଆହୁରି ମଧ୍ୟ ଯାହାର ତରଙ୍ଗାଇତ କେଶ, ସେ ଋଷିକେଶ । ଇନ୍ଦ୍ରିୟ ଓ ମନକୁ ଜିତି ଯାଇଥିବା ବ୍ୟକ୍ତିଙ୍କୁ ମଧ୍ୟ ଋଷିକେଶ ବୋଲି କୁହନ୍ତି । ଯିଏ ମନକୁ ଜିତି ପାରିଛି ସେ ଜଗତକୁ ମଧ୍ୟ ଜିତି ପାରିଛି ।
हमको मन की शक्ति देना
दूसरों की जय से पहले खुद को जय करें
ଯିଏ ନିଜର ମନର ସ୍ୱାମୀ ବା ନିୟନ୍ତ୍ରକ ହୋଇ ପାରିଛି ସେ ହିଁ ସବୁ କ୍ଷେତ୍ରରେ ବିଜୟୀ ହୁଏ। ଯାହାର ମନ ନିୟନ୍ତ୍ରଣରେ ନାହିଁ ତା’ର ନିୟନ୍ତ୍ରଣରେ କିଛି ଵି ରହେନାହିଁ । ଅର୍ଜୁନ କହୁଛନ୍ତି, ”ହେ ମହାବାହୁ, ହେ ଅନ୍ତର୍ଯ୍ୟାମୀ, ହେ କେଶିନୀସୂଦନ, ହେ ବାସୁଦେବ ! ମୁଁ ସନ୍ନ୍ୟାସ ଓ ତ୍ୟାଗର ତତ୍ତ୍ୱକୁ ପୃଥକ-ପୃଥକ ସ୍ପଷ୍ଟ ଭାବରେ ବୁଝିବାକୁ ଚାହୁଁଛି ।” ଶ୍ରୀଭଗବାନ ପ୍ରସନ୍ନ ହୋଇଗଲେ ଓ ସ୍ମିତ ହାସ୍ୟ ପ୍ରଦର୍ଶନ କଲେ । ସେ ଭାବିଥିଲେ ଯେ ଅର୍ଜୁନ ଧ୍ୟାନ ପୂର୍ବକ ଶୁଣୁଛନ୍ତି । ତୃତୀୟ ଅଧ୍ୟାୟର କଥା ଅର୍ଥାତ୍ - ସାଂଖ୍ୟ ଓ କର୍ମର ତତ୍ତ୍ୱକୁ ଅଲଗା ଅଲଗା ବୁଝିବାକୁ ଚାହୁଁଛନ୍ତି । ତେଣୁ ଶ୍ରୀଭଗବାନ ଉତ୍ତର ଦେଲେ ।
ଶ୍ରୀ ଭଗବାନୁବାଚ
କାମ୍ୟାନାଂ(ଙ୍) କର୍ମଣାଂ(ନ୍), ନ୍ୟାସଂ(ମ୍), ସନ୍ୟାସଂ(ଙ୍) କବୟୋ ବିଦୁଃ
ସର୍ବକର୍ମଫଲତ୍ୟାଗଂ(ମ୍), ପ୍ରାହୁସ୍ତ୍ୟାଗଂ(ମ୍) ବିଚକ୍ଷଣାଃ॥2॥
ବିବେଚନ :-
ଶ୍ରୀଭଗବାନ କହୁଛନ୍ତି “ପଣ୍ଡିତ ସଜ୍ଜନ “! ପଣ୍ଡିତ ର ଅର୍ଥ କେବଳ ବ୍ରାହ୍ମଣ ମାନଙ୍କୁ ବୁଝାଏ ନାହିଁ । ଜ୍ଞାନୀ ଲୋକଙ୍କୁ ଓ ଯେଉଁମାନେ ବହୁତ ଅଧିକ ଅଧ୍ୟୟନ କରିଛନ୍ତି, ସେମାନଙ୍କୁ ମଧ୍ୟ ପଣ୍ଡିତ କୁହାଯାଏ। କବି ଶବ୍ଦର ମୂଳ ଅର୍ଥ ବହୁତ ଅଧିକ ବିଦ୍ୱାନ ଵା ଜ୍ଞାନୀ ଏବଂ କବିତା ଲେଖିବା ଲୋକ ଵା ବୋଲିବା ଲୋକଙ୍କୁ ମଧ୍ୟ ଜ୍ଞାନୀ କୁହାଯାଏ।
ଶ୍ରୀଭଗବାନ ଏଠାରେ ଟିକେ ଗଭୀର କଥା କହିଛନ୍ତି ।
କର୍ମର ପରିଭାଷା କଣ ? କାମ୍ୟ କର୍ମ କାହାକୁ କୁହନ୍ତି ।
ବୈଦିକ ଦୃଷ୍ଟିକୋଣରୁ କର୍ମର ପ୍ରକାର ଭେଦ:-
ମୌଳିକ ଭାବେ କର୍ମ ଦୁଇ ପ୍ରକାରର ହୋଇଥାଏ ।
- ବିଦ୍ଧି କର୍ମ (do)
- ନିଷିଦ୍ଧ କର୍ମ (don't)
ବିଦ୍ଧି କର୍ମ ହେଉଛି ଯାହା କରିବା ଉଚିତ । ଏହା ମଧ୍ୟ ଦୁଇ ଭାଗରେ ବିଭକ୍ତ- ବିହିତ କର୍ମ ଓ ନିୟତ କର୍ମ ।
- ବିହିତ କର୍ମ - କଣ ହେବା ଉଚିତ ? ମତେ ନିଜକୁ ସୁସ୍ଥ ରଖିବାକୁ ହେବ ।ଏହା ହେଉଛି ବିହିତ କର୍ମ ।
- ନିୟତ କର୍ମ - ମୁଁ କଣ କରିବା କଥା । ମୁଁ ଠିକ ଠାକ ଭୋଜନ କରିବି, ବ୍ୟାୟାମ କରିବି । ଏହା ହେଉଛି ନିୟତ କର୍ମ । ବଡ଼ ଦୃଷ୍ଟିକୋଣରୁ ଯାହା ଦେଖାଯାଏ ତାହା ହେଉଛି ବିହିତ କର୍ମ ।
ବିଦ୍ଧି କର୍ମ ସମଷ୍ଟିଗତ ଏବଂ ନିଷେଧ କର୍ମ ବ୍ୟକ୍ତିଗତ। ବିଦ୍ଧି କର୍ମ ଅନ୍ତର୍ଗତରେ ବିହିତ କର୍ମ ଏବଂ ନିୟତ କର୍ମ ଆସେ।
ନିୟତ କର୍ମ ପାଞ୍ଚ ଭାଗରେ ବିଭକ୍ତ- ନିତ୍ୟକର୍ମ, ନୈମିତିକ କର୍ମ, କାମ୍ୟ କର୍ମ, ପ୍ରାୟଶ୍ଚିତ କର୍ମ ଏବଂ ଆବଶ୍ୟକ କର୍ମ ।
- ନିତ୍ୟ କର୍ମ - ଯେଉଁ କାର୍ଯ୍ୟ ପ୍ରତିଦିନ କରିବା ପାଇଁ ନିଶ୍ଚିତ କରିଛ ଯଥା ତିନିଥର ମାଳା ଜପିବ, ଗୀତା ପାଠ କରିବ, ପ୍ରତିଦିନ ବ୍ୟାୟାମ କରିବ ଆଦି ।
ଯଦି ଆମେ ନିତ୍ୟକର୍ମ କରି ନପାରିଲେ ତେବେ ପ୍ରାୟଶ୍ଚିତ କରିବା ଉଚିତ କାରଣ ଆମେ ସେସବୁ କାମ କରିଵା ପାଇଁ ନିଶ୍ଚିତ କରିଥିଲେ । ନିତ୍ୟ କର୍ମର ନିର୍ଣ୍ଣୟ ବଡ଼ ସାବଧାନତା ସହିତ କରିବା ଉଚିତ । ତାହା ସମୟ ସାଧ୍ୟ ହେଉ, ବଳ ସାଧ୍ୟ ହେଉ, କିନ୍ତୁ ଧନ ସାଧ୍ୟ ନହେଉ । ନିଜର ସମୟ ଏବଂ ବଳ ଛଡା ଅଧିକ ନିୟମ ଲାଗୁ କରିବା ଉଚିତ ନୁହେଁ, କାରଣ ତାହା ମାନି ଚଳିବା ଦୁଷ୍କର । ନିଜର ନିତ୍ୟ କର୍ମ ଦ୍ୱାରା ଆଉ କାହାକୁ ଅସୁବିଧା ନପହଞ୍ଚୁ । ନିତ୍ୟ ନିୟମର କଳେବର ଛୋଟ ହେବା ଉଚିତ । ଯେମିତି କି ମୋତେ ରୋଜ ତିନିଟି ଅଧ୍ୟାୟ ପାଠ କରିବା ଉଚିତ ତ ମୁଁ ଗୋଟିଏ ଅଧ୍ୟାୟ ପାଠ କରିବା ପାଇଁ ନିର୍ଣ୍ଣୟ ନେବି । ଛଅ ଅଧ୍ୟାୟ ପାଠ କରିବାର ନିୟମ ରଖି ବାର ଅଧ୍ୟାୟ ପାଠ କଲେ କୌଣସି ଦୋଷାବହ ନୁହେଁ। ନିର୍ଣ୍ଣାୟକ କମ କରି ପାଳନ ଅଧିକ କରିବା ଉଚିତ୍।
ଏଥିପାଇଁ ଆମର ଗୋଟିଏ କଥା ଅଛି ଯେ ପ୍ରାରମ୍ଭରେ ନିର୍ଣ୍ଣୟ ନିଅ ନାହିଁ । ପ୍ରଥମେ ତିନି ଦିନ, ପୁଣି ସାତ ଦିନ, ପୁଣି ପନ୍ଦର ଦିନ, ପୁଣି ମାସେ, ତାହାପରେ ଏକ ବର୍ଷର ଯୋଜନା ପାଇଁ ନିର୍ଣ୍ଣୟ ନେବା ଭଲ । ବର୍ଷକ ପାଇଁ ନିୟମ ପାଳନ କରି ପାରିଲେ ଆଜୀବନ ପାଳନ କରି ହେବ । ଆମ ପରମ୍ପରା ନିତ୍ୟ ନିୟମ ଦ୍ୱାରା ବନ୍ଧା ହୋଇଛି । ପ୍ରଥମ ରୁଟି ଗୋମାତା ପାଇଁ, ଶେଷ ରୁଟି କୁକୁର ପାଇଁ । ନିତ୍ୟ ନୈମିତିକ ଭାବେ ଗୁରୁ, ମାତାପିତା, ପତିଙ୍କୁ ପ୍ରଣାମ କରିବା ଉଚିତ ।
ଦିବାରମ୍ଭେ ଶଯ୍ୟା ତ୍ୟାଗ ପରେ ପ୍ରାତଃ ସ୍ମରଣୀୟ ବଚନ :
कराग्रे वसते लक्ष्मीः, करमध्ये सरस्वती ।
करमूले तु गोविन्दं, मङ्गलं करदर्शनम् ॥
समुद्र-वसने देवी पर्वत-स्तनमण्डले |
विष्णु-पत्नी नमस्तुभ्यं पाद-स्पर्शं क्षमस्व मे ||
ନୀତି ନିୟମ ବିନା ଜୀବନ ଉତ୍କୃଷ୍ଟ ହୋଇ ନଥାଏ । ନୀତି ନିୟମ ବ୍ୟତିରକେ ଆଧ୍ୟାତ୍ମିକ ଉନ୍ନତି ମଧ୍ୟ ଅସମ୍ଭବ । ଜୀବନରେ କିଛି ନା କିଛି ନୀତି ନିୟମ ରଖିବା ଉଚିତ । ନିୟମ ଛୋଟ ଓ ନିଷ୍ଠାପୂର୍ଣ୍ଣ ହେବା ଉଚିତ। ପାଳନ ନ’କରି ପାରିଲେ ପ୍ରାୟଶ୍ଚିତ କରିବା ବିଧେୟ।
- ନୈମିତିକ କର୍ମ - ଏଥିରେ ପର୍ବପର୍ବାଣି, ବିବାହ, ବ୍ରତ, ଉତ୍ସବ, ଜନ୍ମ, ମୃତ୍ୟୁକାଳ ଇତ୍ୟାଦି ଆସେ ।
ଗୋଟିଏ ବଡ଼ ସୁନ୍ଦର ପ୍ରସଙ୍ଗ ଅଛି। ଅଯୋଧ୍ୟାକାଣ୍ଡରେ ଯେତେବେଳେ ଶ୍ରୀଭଗବାନଙ୍କୁ ବନବାସ ସୂଚନା ପ୍ରାପ୍ତ ହେଲା ଲକ୍ଷ୍ମଣ ଭ୍ରାତା ଶ୍ରୀଭଗବାନଙ୍କ ପାଖକୁ ଆସି, ପ୍ରକାଶ କଲେ “ମୁଁ ଵି ସାଥିରେ ଯିବି।” ଶ୍ରୀଭଗବାନ କହିଲେ “ଲକ୍ଷ୍ମଣ ! ଏମିତି କଥା କୁହନାହିଁ। ବନବାସ କର୍ମ କିଛି ସହଜ କାମ ନୁହେଁ । ବିନା କଠଉ ଏବଂ ବକ୍କଳ ବସ୍ତ୍ରରେ ଜଙ୍ଗଲ ଭିତରେ ରହିବାକୁ ହେବ । କୌଣସି ସ୍ଥାନରେ ସ୍ଥିର ହୋଇ ରହିବାର ନାହିଁ । ଆଉ ଆମେ ଦୁହେଁ ଚାଲି ଯିବା ତ ମାତାଶ୍ରୀ ଓ ପିତାଶ୍ରୀଙ୍କର ଧ୍ୟାନ କିଏ ରଖିବ?
ଲକ୍ଷ୍ମଣ କହୁଛନ୍ତି:—
धरम नीति उपदेसिअ ताही। कीरति भूति सुगति प्रिय जाही॥
मन क्रम बचन चरन रत होई। कृपासिंधु परिहरिअ कि सोई॥
ଲକ୍ଷ୍ମଣ କହୁଛନ୍ତି-“ ହେ ଭଗବାନ ! ଧର୍ମ ଓ ନୀତି ଉପଦେଶ ତାଙ୍କୁ ଦେବା ଉଚିତ ଯାହାକୁ କୀର୍ତ୍ତି, ବିଭୁତି(ଐଶ୍ଵର୍ୟା) ଓ ସଦ୍ଗତି ଦରକାର । ପରନ୍ତୁ ଯିଏ ମନ, ବଚନ ଓ କର୍ମରେ ଆପଣଙ୍କ ଚରଣ କମଳରେ ପ୍ରେମ ରଖିଛି, ହେ କୃପାସିନ୍ଧୁ ! ସେ କଣ ଆପଣଙ୍କ ଦ୍ୱାରା ତ୍ୟାଗର ଯୋଗ୍ୟ ? ମତେ ଆପଣଙ୍କ ଚରଣ ବ୍ୟତୀତ ଆଉ କିଛି ଆବଶ୍ୟକ ନାହିଁ । ବହୁତ ବୁଝାଇବା ପରେ ମଧ୍ୟ ଭ୍ରାତା ଲକ୍ଷ୍ମଣ ଅମଙ୍ଗ ହେବାରୁ ଶ୍ରୀରାମ କହିଲେ:
मागहु बिदा मातु सन जाई। आवहु बेगि चलहु बन भाई॥
मुदित भए सुनि रघुबर बानी। भयउ लाभ बड़ गइ बड़ि हानी॥
ଆରମ୍ଭରେ ଲକ୍ଷ୍ମଣ କ୍ରୋଧାନ୍ୱିତ ହୋଇ ଭାଇଙ୍କ ପାଖକୁ ଆସିଥିଲେ ।”ମୁଁ ପିତାଜୀଙ୍କ କଥା ମାନିବି ନାହିଁ। ଭ୍ରାତା ଭରତ ବାଧ୍ୟ କଲେ ତାଙ୍କୁ ମଧ୍ୟ ହରାଇବା ପାଇଁ ପଛେଇବି ନାହିଁ । ଶ୍ରୀରାମଚନ୍ଦ୍ର ଏ ସବୁ ନ’କରିବାକୁ ମନା କରିବାରୁ , ସେ ମଧ୍ୟ ସାଥିରେ ଯିବାପାଇଁ ଜିଦ୍ଦି ଧରିଲେ। ଶ୍ରୀରାମ ଯିବାପାଇଁ ମନା କରିବାରୁ ଲକ୍ଷ୍ମଣ ହତୋତ୍ସାହିତ ହୋଇ ପଡିଲେ । ଭ୍ରାତା ଶ୍ରୀରାମ ଯେତେବେଳେ କହିଲେ, “ଲକ୍ଷ୍ମଣଭ୍ରାତା ! ଯାଅ, ମାତାଶ୍ରୀଙ୍କ ଠାରୁ ଅବିଳମ୍ବେ ବିଦାୟ ଆଣି ବନକୁ ଯାତ୍ରା କର,” ଲକ୍ଷ୍ମଣ ଆନନ୍ଦିତ ହୋଇଗଲେ । କାରଣ ଶ୍ରୀରାମ ସାଥିରେ ନ’ନେଇଥିଲେ ତାଙ୍କର ବହୁତ ବଡ଼ କ୍ଷତି ହୋଇ ଥାଆନ୍ତା । ଏବେ ତ ତାଙ୍କୁ ଶ୍ରେଷ୍ଠ ଲାଭ ମିଳିଗଲା ଓ ପ୍ରସନ୍ନ ଚିତ୍ତରେ ସେ ଧାବମାନ ଅବସ୍ଥାରେ ମାତାଶ୍ରୀଙ୍କ ଠାରୁ ଅନୁମତି ପ୍ରାପ୍ତ କରିବାକୁ ଗଲେ। ବନକୁ ଯାତ୍ରା କରୁଥିଲେ ମଧ୍ୟ ଶ୍ରୀଭଗବାନଙ୍କ ସାଥିରେ ଯାଉଛନ୍ତି, ଏହାଠାରୁ ଆନନ୍ଦର ବିଷୟ ଆଉ କଅଣ ଅଛି ? କି ପରମ ରସମୟ ଭାବନା !
हरषित हृदयँ मातु पहिं आए। मनहुँ अंध फिरि लोचन पाए॥
ଏଭଳି ପ୍ରସନ୍ନ ହୋଇଗଲେ ଲକ୍ଷ୍ମଣ, ଯେମିତି ନେତ୍ରହୀନକୁ ନେତ୍ର ମିଳିଗଲା ।
जाइ जननि पग नायउ माथा। मनु रघुनंदन जानकि साथा॥
पूँछे मातु मलिन मन देखी। लखन कही सब कथा बिसेषी।
ଏପର୍ଯ୍ୟନ୍ତ ସୁମିତ୍ରା ମାତାଙ୍କୁ କିଛି ଜଣା ନଥିଲା । ଲକ୍ଷ୍ମଣ ମାତାଶ୍ରୀଙ୍କୁ ପୁରା ଘଟଣା କହିଲେ କି କିପରି ଶ୍ରୀରାମଙ୍କୁ ବନବାସର ଆଦେଶ ମିଳିଥିଲା ।ସମସ୍ତ ଘଟଣା ସୁମିତ୍ରା ଶୁଣିବା କ୍ଷଣି ସ୍ତବ୍ଧ ହୋଇଗଲେ । ଏହା କିପରି ସମ୍ଭବ ? ଆମେ ସବୁ ଶ୍ରୀରାମଙ୍କର ରାଜତିଳକ ପାଇଁ ଆନନ୍ଦ ସହ ପ୍ରସ୍ତୁତ ହେଉଥିବା ବେଳେ ଏପରି ହୃଦୟ ବିଦାରକ ସୂଚନା !
गई सहमि सुनि बचन कठोरा। मृगी देखि दव जनु चहुँ ओरा॥
ମାତାଙ୍କୁ ଏଭଳି ବିଳାପ କରୁଥିବା ଦେଖି ଲକ୍ଷ୍ମଣ ଭାବିଲେ, ମାତା ତାଙ୍କୁ ବନଗମନ ପାଇଁ ବାରଣ କରିବେନି ତ !
लखन लखेउ भा अनरथ आजू। एहिं सनेह सब करब अकाजू॥
मागत बिदा सभय सकुचाहीं। जाइ संग बिधि कहिहि कि नाहीं॥
ଲକ୍ଷ୍ମଣ ଚିନ୍ତା କରୁଥିଲେ କି କୌଣସି ପ୍ରକାରେ ମା ତାଙ୍କୁ ମନା ନ କରନ୍ତୁ । ଏଠାରେ ସୁମିତ୍ରାଙ୍କ ଚରିତ୍ରର ବିଶାଳତାକୁ ଦେଖିବା ଉଚିତ । କିଛି ଚରିତ୍ର ମାନଙ୍କର ବର୍ଣ୍ଣନା ହୋଇ ନାହିଁ ଯେଉଁ ମାନଙ୍କ ମଧ୍ୟରେ ମୁଖ୍ୟ ଅଛନ୍ତି ସୁମିତ୍ରା ମାତା ଏବଂ ଉର୍ମିଳା ମାତା।
समुझि सुमित्राँ राम सिय रूपु सुसीलु सुभाउ।
नृप सनेहु लखि धुनेउ सिरु पापिनि दीन्ह कुदाउ॥
ସୁମିତ୍ରାଙ୍କୁ ଜଣା ଥିଲା ଯେ ଶ୍ରୀରାମ ଓ ସୀତାଙ୍କ ସୁଶୀଳ ସ୍ଵଭାଵ ପାଇଁ ରାଜା, ରାଣୀ ସମସ୍ତେ ସେମାନଙ୍କୁ ଅପାର ପ୍ରେମ କରୁଥିଲେ । ମନ୍ଦବୁଦ୍ଧି ପାପିନୀ କୈକେଇ କେତେ ଅନୈତିକ କାର୍ଯ୍ୟ କଲେ !
धीरजु धरेउ कुअवसर जानी। सहज सुहृद बोली मृदु बानी॥
तात तुम्हारि मातु बैदेही। पिता रामु सब भाँति सनेही॥
ସୁମିତ୍ରା ନିଜକୁ ସମ୍ଭାଳିଲେ ଓ କହିଲେ, ପୁତ୍ର ! ତୁମର ମାତା ପିତା ବୈଦେହୀ ଓ ଶ୍ରୀରାମ ଅଟନ୍ତି ।
अवध तहाँ जहँ राम निवासू। तहँइँ दिवसु जहँ भानु प्रकासू॥
ଯେମିତି ଯେଉଁଠି ସୂର୍ଯ୍ୟ ପ୍ରକାଶ କରନ୍ତି, ସେଇଠାରେ ହିଁ ଦିବସ ହୁଏ । ସେହିପରି ଯେଉଁଠି ଶ୍ରୀରାମ ସେଇଠି ଅଯୋଧ୍ୟା।
जौं पै सीय रामु बन जाहीं। अवध तुम्हार काजु कछु नाहीं॥
ଯଦି ଭ୍ରାତା ରାମଚନ୍ଦ୍ର ଓ ସୀତାମାତା ବନସ୍ତଙ୍କୁ ଯାଉଛନ୍ତି, ତେବେ ତୁମର ଏଠି କଣ କାମ ଅଛି ?
गुर पितु मातु बंधु सुर साईं। सेइअहिं सकल प्रान की नाईं॥
रामु प्रानप्रिय जीवन जी के। स्वारथ रहित सखा सबही के॥
ମାତା କହିଲେ ଗୁରୁ, ପିତା, ମାତା, ବନ୍ଧୁଙ୍କର ସେବା ପ୍ରନତୁଲ୍ୟ କରିବା ଉଚିତ ।
पूजनीय प्रिय परम जहाँ तें। सब मानिअहिं राम के नातें॥
अस जियँ जानि संग बन जाहू। लेहु तात जग जीवन लाहू॥
ତୁମେ ସେମାନଙ୍କ ସହିତ ବନସ୍ତଙ୍କୁ ପ୍ରସ୍ଥାନ କର ଓ ଜୀବନର ଲାଭ ଉଠାଅ ।
ଏଠାରେ ବିଚାର ଯୋଗ୍ୟ ହେଉଛି କି, ମାଆ କ’ଣ କେବେ ପୁତ୍ରକୁ ବନବାସ କରିବାକୁ ଛାଡିପାରିବେ? ସେ ଲକ୍ଷ୍ମଣଙ୍କୁ, ତାଙ୍କର ମାତାପିତା ଜାନକୀ ଓ ଶ୍ରୀରାମଚନ୍ଦ୍ର ବୋଲି ଦର୍ଶାଇଥିଲେ।ଏହା ଏକ ନୈସର୍ଗିକ କାର୍ଯ୍ୟରେ ଗଣାଯିବ। ଅବସର ପ୍ରାପ୍ତ ହେଲେ ଶ୍ରୀରାମଚନ୍ଦ୍ରଙ୍କ ସେବା କରିବାକୁ ଲକ୍ଷ୍ମଣଙ୍କୁ ମାତା ସୁମିତ୍ରା କହିଥିଲେ। ନିଜର ଚିନ୍ତା ତାଙ୍କୁ ହେଉନ’ଥିଲା।
ନୈମିତ୍ତିକ କର୍ମର ଅନ୍ୟ ଏକ ଉଦାହରଣ
ବାଲ୍ ଗଙ୍ଗାଧର ତିଳକଙ୍କ ଜୀବନର ଏକ ଘଟଣା । ସେ ଥାଆନ୍ତି କଂଗ୍ରେସର ଅଧ୍ୟକ୍ଷ । ଜଣେ ପତ୍ରକାର ତାଙ୍କର ସାକ୍ଷାତକାର ନେଉଥିଲେ। ତାଙ୍କୁ ପଚରା ଗଲା, ତିଳକଜୀ ! କାଲି ଯଦି ଭାରତକୁ ସ୍ୱତନ୍ତ୍ରତା ମିଳିଯାଏ, ଆପଣ କେଉଁ ପଦବୀ ନେବା ପସନ୍ଦ କରିବେ? ତିଳକ ଜୀ କହିଲେ ତୁମ ତୁଣ୍ଡ ସୁତୁଣ୍ଡ ହେଉ । ଆଗାମୀ କାଲି ଭାରତକୁ ସ୍ୱାଧୀନତା ପ୍ରାପ୍ତି ହେଲେ ପରଦିନ ମୁଁ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଗଣିତ ପଢ଼େଇବି।” ପତ୍ରକାର ଆଶ୍ଚର୍ଯ୍ୟ ହୋଇ କହିଲେ,” ଆପଣ ଏ କଣ କହୁଛନ୍ତି ? ଆପଣ କଂଗ୍ରେସ ଅଧ୍ୟକ୍ଷ ଅଛନ୍ତି। ଆପଣ ଗଭର୍ଣ୍ଣର ଜେନେରାଲ ପଦବୀ ନେଇ ପାରନ୍ତି। ଆପଣ ପ୍ରଧାନ ମନ୍ତ୍ରୀ ପଦ ଅଳଙ୍କୃତ କରି ପାରନ୍ତି । ଯେ କୌଣସି ପଦରେ ଆପଣ ଅଧିଷ୍ଠିତ ହୋଇ ପାରିବେ । ଆପଣ ଗଣିତ କାହିଁକି ପଢ଼େଇବେ ?”ତିଳକଜୀ ସ୍ମିତହାସ୍ୟ ଦେଇ କହିଲେ,”ରାଜନୀତି ମୋର ପସନ୍ଦର ବିଷୟ ନୁହେଁ । ଏହା ମୋ ପାଇଁ ନୈମିତିକ କର୍ମ ଅଟେ । ମୋର ଏହି କର୍ତ୍ତବ୍ୟ ପୂର୍ଣ୍ଣ ହେବା ମାତ୍ରେ ମୁଁ ମୋର ନିତ୍ୟକର୍ମ ଆଡକୁ ଫେରିଯିବି । ମୋର ନିତ୍ୟକର୍ମ ହେଉଛି ଗଣିତ ଶିକ୍ଷା ଦେବା ।
ତୃତୀୟରେ ହେଉଛି କାମ୍ୟ କର୍ମ । ଏହାର ଅର୍ଥ ହେଉଛି କାମନା ପୂର୍ତ୍ତି ପାଇଁ କରା ଯାଉଥିବା କର୍ମ । ଇଷ୍ଟ ପ୍ରାପ୍ତି ଓ ଅନିଷ୍ଟରୁ ନିବୃତ୍ତି ।
ରାମକଥାରେ ପ୍ରସଙ୍ଗ ଅଛି ଯେ, ଦଶରଥଙ୍କୁ ପୁତ୍ର ପ୍ରାପ୍ତି ହେଉ ନ’ଥିଲା। ତେଣୁ ସେ ପୁତ୍ର ପ୍ରାପ୍ତି ଆଶାରେ ପୁତ୍ରକାମେଷ୍ଟି ଯଜ୍ଞର ଆୟୋଜନ କରାଇଥିଲେ ।
एक बार भूपति मन माहीं। भै गलानि मोरें सुत नाहीं॥
गुर गृह गयउ तुरत महिपाला। चरन लागि करि बिनय बिसाला॥
ଦଶରଥ ବଶିଷ୍ଠ ମୁନିଙ୍କ ସମୀପକୁ ଯାଇ ପୁତ୍ର ପ୍ରାପ୍ତି ନିମନ୍ତେ ପ୍ରର୍ଥନା କଲେ ଓ ନିଜର ବୟସାଧିକ୍ୟ ବିଷୟରେ କହିଲେ । ବଶିଷ୍ଠ ମହର୍ଷି,ଏହାର ପ୍ରତିକାର ବେଦରେ ଅଛି ବୋଲି ପ୍ରକାଶ କଲେ । ସେ ଶୃଙ୍ଗୀ ଋଷିଙ୍କୁ ଆମନ୍ତ୍ରିତ କଲେ ଓ ପୁତ୍ର କାମେଷ୍ଟି ଯଜ୍ଞ କରାଇଥିଲେ । ଯଜ୍ଞ ସମାପନ ଉପରାନ୍ତେ ବଶିଷ୍ଠମୁନୀ ଖିରି ଦେଇ କହିଲେ ଏହାର ଅର୍ଦ୍ଧେକ ଭାଗ ବଡ ରାଣୀଙ୍କୁ ଦିଆଯାଉ । ଅବଶିଷ୍ଟ କ୍ଷୀରିକୁ ଦୁଇ ଭାଗ କରି ଏକ ଭାଗ ଦ୍ଵିତୀୟ ରାଣୀଙ୍କୁ ଦିଆଯାଉ । ତାହାପରେ ଦୁଇ ରାଣୀ ନିଜ ଭାଗରୁ କିଛି କିଛି ତୃତୀୟ ରାଣୀଙ୍କୁ ଦେବେ ।
ଆମର ବେଦ ତଥା ଶାସ୍ତ୍ରରେ କାମ୍ୟକର୍ମର ବ୍ୟବସ୍ଥା ଅଛି ।
ଚତୁର୍ଥ ହେଉଛି ପ୍ରାୟଶ୍ଚିତ କର୍ମ । ଆଜିକାଲି ଏହି ପ୍ରଥା ଦେଖା ଯାଉନାହିଁ । ମୌନବ୍ରତ, ଉପବାସ, ଜପ, ପାଠ, ଅନୁଷ୍ଠାନ ଇତ୍ୟାଦି ଏହାର ପ୍ରକାର ଭେଦ। ନିଜ କଥା ଯଦି କାହାକୁ କଷ୍ଟ ଦିଏ ତେବେ ଗୋଟିଏ ଘଣ୍ଟା ମୌନବ୍ରତ କରିବା ଉଚିତ।
ମହାତ୍ମାଗାନ୍ଧୀଙ୍କର ଗୋଟିଏ ପ୍ରସଙ୍ଗ ଉଦ୍ଧାର କରାଯାଉଛି । ସେ ଆହ୍ୱାନ କରିଥିଲେ କି ଆସନ୍ତା କାଲି ସବୁ ବିଦେଶୀ ବସ୍ତ୍ର ଜାଳି ଦିଆଯିବ । ପୁରା ଦେଶରେ ବିଦେଶୀ ବସ୍ତ୍ର ସବୁ ଜାଳି ଦିଆଗଲା । ତାହାପରେ ସେ ଅନୁଭବ କଲେ ଯେ, ସେ ବହୁତ ବଡ଼ ଭୂଲ ସେ କରିଛନ୍ତି । ଆମ ଦେଶ ଗୋଟିଏ ଗରିବ ଦେଶ । ଅନେକ ନିର୍ଦ୍ଧନ ବ୍ୟକ୍ତିଙ୍କ ପାଖରେ ଧନୀ ଲୋକମାନଙ୍କର ପରିତ୍ୟକ୍ତ ବସ୍ତ୍ର ରହିଛି । ତାଙ୍କ ଆହ୍ୱାନରେ ସେମାନେ ଏହାସବୁ ଜାଳି ଦେଇଥିବେ । ଗାନ୍ଧିଜୀ ସେହି କ୍ଷଣରୁ ତାଙ୍କ ପାଖରେ ଥିବା ସମସ୍ତ କପଡା ପୋଡି ଦେଇଥିଲେ ଓ ଅଧା ଆଣ୍ଠୁ ନ’ଲୁଚୁଥିବା ଧୋତିରେ ସାରା ଜୀବନ ବ୍ୟଥିତ କରିଦେଲେ । ଏହା ହେଉଛି ପ୍ରାୟଶ୍ଚିତ କର୍ମ। କେହି ଗାନ୍ଧିଜୀଙ୍କୁ ପଚାରିଥିଲେ,”ଆପଣଙ୍କର ଏଭଳି ତ୍ୟାଗ ଯୋଗୁ କେତେ ଲୋକଙ୍କୁ ବସ୍ତ୍ର ମିଳିବ ?”ସେ ଉତ୍ତରରେ କହିଲେ,” ବସ୍ତ୍ର ତ ଜଣଙ୍କୁ ଵି ମିଳି ପାରିବନି କିନ୍ତୁ ମୋର ପ୍ରାୟଶ୍ଚିତ ଯୋଗୁ ସେମାନଙ୍କର ଦୁଃଖ ଅବଶ୍ୟ କମ ହେବ ।”
ପଞ୍ଚମ କର୍ମ ହେଉଛି ଆବଶ୍ୟକ କର୍ମ । ଯେଉଁ କର୍ମ କରିବା ମୋର ଦାୟିତ୍ୱ, ତାହା କରିବା ଉଚିତ । ନିଜର କର୍ତ୍ତବ୍ୟ କର୍ମ ଠିକ ଭାବରେ କରିବା ଉଚିତ । ଏଭଳି ଭୋଜନ ପ୍ରସ୍ତୁତ କରାଯାଉ, ଯାହା ସମସ୍ତଙ୍କୁ ପସନ୍ଦ ଆସିବ ।
ଆବଶ୍ୟକ କର୍ମର ଅନିବାର୍ଯ୍ୟତାକୁ ବୁଝି ପାରୁଥିବା ଏକ ଅନନ୍ୟ ଉଦାହରଣ —
ଜଣେ ରାଜା ଥରେ ଅନ୍ୟ ଦେଶକୁ ଭ୍ରମଣରେ ଗଲେ । ସେହି ରାଜ୍ୟର ସମସ୍ତ ଭବନ ଅତ୍ୟନ୍ତ ସୁନ୍ଦର ଥିଲା । ଏହାର ରହସ୍ୟ ପଚାରିବାରୁ ରାଜା କହିଲେ ଯେ ଏସବୁ ହେଉଛି ତାଙ୍କ ଦେଶର ରାଜମିସ୍ତ୍ରୀଙ୍କର କରାମତି । ପୁଣି ରାଜା ମିତ୍ର ରାଜାଙ୍କୁ କହିଲେ କି ସେ ରାଜମିସ୍ତ୍ରୀଙ୍କୁ ତାଙ୍କ ଦେଶଜୁ କିଛି ଦିନ ପାଇଁ ପଠାଇବାକୁ। ରାଜାଙ୍କ କଥା ରକ୍ଷା କରି ରାଜମିସ୍ତ୍ରୀଙ୍କୁ ପଠାଇ ଦେଲେ । ରାଜମିସ୍ତ୍ରୀ କିଛି ଦିନ ପରେ ଘରକୁ ଫେରି ଯିବା ପାଇଁ ଅନୁମତି ମାଗିଲେ । ରାଜା କହିଲେ,”ତୁମେ ମୋର ଜଣେ ପ୍ରିୟ ବ୍ୟକ୍ତିଙ୍କର ଘରଟିଏ ତିଆରିକରି ଫେରି ଯାଇ ପାର।” ମିସ୍ତ୍ରୀ ଜଣକ ମନ ଉଣାରେ ଯେମିତି ସେମିତି ଘରଟି ତିଆରି କରିଦେଇ ରାଜାଙ୍କୁ ନିଜ ଦେଶକୁ ଫେରିଯିବା ପାଇଁ ଅନୁମତି ମାଗିଲେ । ରାଜା ସେହି ମିସ୍ତ୍ରୀଙ୍କୁ ନିଜର ପରିବାର ସହିତ ସେହି ଘରେ ରହିବାକୁ କହିଥିଲେ। କଷ୍ଟରେ ରାଜମିସ୍ତ୍ରୀଙ୍କର ନିଜ ମଥା ଘୁରିବାକୁ ଲାଗିଲା କାରଣ ଯଦି ତାଙ୍କୁ ଜଣା ଥାଆନ୍ତା କି ସେହି ଘରେ ତାଙ୍କୁ ରହିବାକୁ ଅଛି, ତେବେ ସେ ନିଜ ଉଦ୍ଦେଶ୍ୟରେ ଅତି ସୁନ୍ଦର ଘରଟିଏ ତିଆରି କରିଥାଆନ୍ତେ ।
ସେଥିପାଇଁ ଆମେ ସମସ୍ତ ଆବଶ୍ୟକ କର୍ମ ସର୍ବଦା ଭଲ ଭାବରେ କରିବା ଉଚିତ ।
ଶ୍ରୀଭଗବାନ କୁହନ୍ତି କି ସମସ୍ତ କର୍ମ ମଧ୍ୟରେ କାମ୍ୟ-କର୍ମର ତ୍ୟାଗକୁ ସନ୍ୟାସଧର୍ମ କୁହାଯାଏ ।
ତ୍ୟାଜ୍ୟଂ(ନ୍) ଦୋଷବଦିତ୍ୟେକେ, କର୍ମ ପ୍ରାହୁର୍ମନୀଷିଣଃ
ୟଜ୍ଞଦାନତପଃକର୍ମ, ନ ତ୍ୟାଜ୍ୟମିତି ଚାପରେ॥3॥
ବିବେଚନ:-
କେତେକ ବିଦ୍ୱାନ ଏପରି କହନ୍ତି ଯେ ସମସ୍ତ ପ୍ରକାରର ସକାମ କର୍ମ, ଦୋଷଯୁକ୍ତ ହେଇଥିବା କାରଣରୁ ତ୍ୟଜ୍ୟ ଅଟେ, କିନ୍ତୁ କିଛି ବିଦ୍ୱାନ ମାନେ କହିଛନ୍ତି ଯେ ଯଜ୍ଞ,ଦାନ ଏବଂ ତପ ଏହି ତିନୋଟି କଦାପି ତ୍ୟାଗ କରିବା ଉଚ୍ଚିତ ନୁହେଁ, ଅର୍ଥାତ୍ ସମସ୍ତ କର୍ମ ତ୍ୟାଗ କରିବା ଉଚିତ ହୋଇଥିଲେ ମଧ୍ୟ ଯଜ୍ଞ କର୍ମ ଅର୍ଥାତ୍ ନିଜର କର୍ତ୍ତବ୍ୟକୁ କେବେହେଲେ ତ୍ୟାଗ କରିବା ଉଚିତ ନୁହେଁ। ନିଜର ତପସ୍ୟାକୁ ତ୍ୟାଗ କରିବା ଉଚିତ ନୁହେଁ ଏବଂ ଦାନକୁ ମଧ୍ୟ ତ୍ୟାଗ କରିବା ଉଚିତ ନୁହେଁ।
ଶ୍ରୀ ଭଗବାନ ଚାରିଟି କଥା କହୁଛନ୍ତି -
- ପ୍ରଥମେ,କାମ୍ୟ କର୍ମ ମାନଙ୍କୁ ତ୍ୟାଗ କର।
- ଦ୍ବିତୀୟରେ, କର୍ମ ଦ୍ବାରା ପ୍ରାପ୍ତ ଫଳର ଇଚ୍ଛାକୁ ତ୍ୟାଗ କର।
- ତୃତୀୟରେ, ଦୂଷିତ ଏବଂ ସ୍ବାଭାବିକ ରୂପରେ ଦୋଷପୂର୍ଣ୍ଣ ବୋଲି ବିବେଚନା କରାଯାଉଥିବା କାର୍ଯ୍ୟ ମାନଙ୍କର ତ୍ୟାଗ - ଏହା ସନ୍ୟାସ ଧର୍ମର ଅନୁରୂପ ଅଟେ, ଯେଉଁଠି ବ୍ୟକ୍ତି ହାନିକାରକ କିମ୍ବା ବାଧ୍ୟତାମୂଳକ ବୋଲି ବିବେଚନା କରାଯାଉଥିବା କାର୍ଯ୍ୟ ମାନଙ୍କୁ ଛାଡିଦେଇଥାଏ।
- ଚତୁର୍ଥ, ଯଜ୍ଞ ,ଦାନ ଏବଂ ତପ ତ୍ୟାଗ କରିବା ଉଚ୍ଚିତ ନୁହେଁ।
ଦ୍ବିତୀୟ ଏବଂ ତୃତୀୟ ଶ୍ଳୋକରେ ଭଗବାନ ଏହି ଚାରିଟି କଥା କହିଛନ୍ତି।
ଆମେ ମନ୍ଦିର ଯିବାବେଳେ ଗୋଟିଏ ସୂଚୀ ତାଲିକା ମନରେ ନେଇକରି ଯାଉ ଯେ, ଭଗବାନଙ୍କୁ କଣ କଣ ସବୁ ମାଗିବାକୁ ଅଛି ।ମନ୍ଦିରକୁ କିନ୍ତୁ କେବଳ ଭଗବାନଙ୍କ ଦର୍ଶନ କରିବା ପାଇଁ ଯିବା ଉଚିତ।
ଏବେ ଗଣେଶ ଉତ୍ସବ ଚାଲିଛି। ଦର୍ଶନାର୍ଥୀ ମାନଙ୍କର ଲମ୍ବା ଧାଡ଼ି ଲାଗିରହିଛି। ଦକ୍ଷିଣ ଭାରତରେ ତ ଠିକ୍ ଠାକ୍ ଅଛି କିନ୍ତୁ ଉତ୍ତର ଭାରତରେ ଗଣପତି ମହୋତ୍ସବ ପାଳନ କରିବାର କାରଣ ଜଣାପଡୁନାହିଁ ।
ଗଣପତି ମହୋତ୍ସବ ପାଳନ କରିବାର କାରଣ ଏହା ଯେ ଶ୍ରୀ ଗଣେଶ ଉତ୍ତର ଭାରତରେ ନିବାସ କରୁଛନ୍ତି ଏବଂ ଦକ୍ଷିଣ ଭାରତରେ ସେ ନିଜର ଭାଇ କାର୍ତ୍ତିକେୟଙ୍କୁ ଦଶଦିନ ପାଇଁ ଭେଟିବାକୁ ଯାଆନ୍ତି।
ଏହି କାରଣରୁ ଦକ୍ଷିଣ ଭାରତରେ ତାଙ୍କୁ ଦଶଦିନ ପାଇଁ ସ୍ବାଗତ କରି ଦଶମ ଦିବସରେ ତାଙ୍କର ବିସର୍ଜନ କରିଦିଆଯାଏ। ଦକ୍ଷିଣ ଭାରତରେ ସେ ବାହାରୁ ଆସିଥାନ୍ତି କିନ୍ତୁ ଉତ୍ତର ଭାରତରେ ତ ସେ ସର୍ବଦା ବିରାଜମାନ, ଏଠାରେ ତାଙ୍କର ବିସର୍ଜନ କରିବା ଉଚିତ ନୁହେଁ, କିନ୍ତୁ ଏବେ ଏଠି ମଧ୍ୟ ଏହା ପ୍ରଚଳିତ ହେଇଯାଇଛି।
ଆଜିକାଲି ପ୍ରାୟତଃ ସବୁ କାମ ପ୍ରଚାର ପାଇଁ କରାଯାଉଛି। ଏପରିକି ଶ୍ରୀଗଣେଶଙ୍କ ପୂଜା ମଧ୍ୟ ବିଧିପୂର୍ବକ ହୋଇ ପାରୁ ନାହିଁ।
ଏହା ଅଶାସ୍ତ୍ରୀୟବାଦ ଅଟେ । କରିବା ପଛରେ କାରଣ ମଧ୍ୟ ନିଜର ଇଚ୍ଛା ମାନଙ୍କର ପୂର୍ତ୍ତି ଅଟେ। ଜୀବନକୁ ଦାବିଦାର କରନାହିଁ, ଶ୍ରୀଭଗବାନ ଆମକୁ ବହୁତ କିଛି ଦେଇଛନ୍ତି ।
ଭଗବାନଙ୍କ ନିକଟକୁ ଯାଇ କେବଳ ତାଙ୍କୁ ଦର୍ଶନ କରିବାର ଆନନ୍ଦ ନେବା ଉଚିତ, କିଛି ହେଲେ ମାଗିବା ଉଚିତ ନୁହେଁ।
ଏଠାରେ କିଛି” ମାଗି ପାରିବା ନାହିଁ” କଥାର ଗୁରୁତ୍ତ୍ୱ ନାହିଁ,କାରଣ ସେ ତ ପରମପିତା ଅଟନ୍ତି ଆମେ ସର୍ବଦା ତାଙ୍କୁ ମାଗି ପାରିବା କିନ୍ତୁ କିଏ ତାଙ୍କୁ ଅଧିକ ଭଲ ଲାଗିବ” ଯିଏ ସବୁବେଳେ କିଛି ନା କିଛି ମାଗି ଚାଲିଛି ନା ଯିଏ କେବେ-କେବେ ମାଗୁଛି?”ଏହା ଅନୁଧ୍ଯାନର ବିଷୟ।
ଯିଏ ନିତିଦିନ ମାଗୁଥାଏ, ତାକୁ ଆମେ ତ ସବୁଦିନ କିଛି ନା କିଛି ମାଗୁଛି ବୋଲି କହି ଅଶାନ୍ତି ହେଉ।
ଯେତେବେଳେ ସେ କେବେ କେମିତି କିଛି ମାଗନ୍ତି ତ ଆମେ ଖୁସିରେ ତାଙ୍କୁ ସେହି ବସ୍ତୁ ଆଣି ଦେଉ। ଏହିପରି କେବେ କେବେ ମାଗିବା ଭକ୍ତ ତ ଠିକ୍ ଅଛନ୍ତି, କିନ୍ତୁ ଯିଏ ପ୍ରତିଦିନ ମାଗେ, ଭଗବାନ ମଧ୍ୟ ଇଏତ ପ୍ରତିଦିନ କିଛି ନା କିଛି ମାଗୁଛି ବୋଲି ଭାବନ୍ତି ।
ଆବଶ୍ୟକତା ପଡିଲେ ଆମେ ଶ୍ରୀଭଗବାନଙ୍କୁ ମାଗି ପାରିବା। ସେ ଆମର ପରମ ପିତାମାତା ଅଟନ୍ତି, କିନ୍ତୁ ବିନା କାରଣରେ ମାଗି ଚାଲିବା ଠିକ୍ ନୁହେଁ।
ସର୍ବ କର୍ମଫଳ ତ୍ୟାଗର ଅର୍ଥ କର୍ମମାନଙ୍କୁ ପରିତ୍ୟାଗ କରିବା ନୁହେଁ। ଆମକୁ ସେହି କର୍ମ ଠାରୁ ମିଳୁଥିବା ଫଳାଫଳକୁ ତ୍ୟାଗ କରିବା ଉଚିତ ।
ଦୋଷଯୁକ୍ତ କର୍ମମାନଙ୍କୁ ତ୍ୟାଗ କରିଦେବା ଉଚିତ।
ଶ୍ରୀ ଭଗବାନ କହୁଛନ୍ତି ଯେ ପ୍ରଥମ ଏବଂ ତୃତୀୟ- ଏହା ସନ୍ୟାସ ଅଟେ ଏବଂ ଦ୍ୱିତୀଯ଼ ଓ ଚତୁର୍ଥ ତ୍ୟାଗ ଅଟେ।
ସନ୍ୟାସୀ ବ୍ୟକ୍ତି କାମ୍ୟ କର୍ମମାନଙ୍କୁ ଏବଂ ନ କରିବା ଭଳି କର୍ମମାନଙ୍କୁ ତ୍ୟାଗ କରିଥାନ୍ତି। ନା ସେମାନଙ୍କର କୌଣସି କାମନା ରହିଥାଏ ଆଉ ନା ସେ କୌଣସି ଅନୁଚିତ କାମ କରନ୍ତି।
ଫଳର ଇଚ୍ଛାକୁ ତ୍ୟାଗ ଏବଂ ଯଜ୍ଞ, ଦାନ ଏବଂ ତପ ସର୍ବଦା କରି ଚାଲିବା ହିଁ ତ୍ୟାଗୀ ବ୍ୟକ୍ତିଙ୍କର ଗୁଣ ଅଟେ।
ଅର୍ଜୁନ ପୁଣିଥରେ ଚିନ୍ତାରେ ପଡ଼ିଗଲେ ଏବଂ ଶ୍ରୀ ଭଗବାନଙ୍କୁ ତାଙ୍କ ପାଇଁ କଣ ଠିକ୍ ବୋଲି ପଚାରିଲେ।
ନିଶ୍ଚୟଂ(ମ୍) ଶ୍ରୁଣୁ ମେ ତତ୍ର, ତ୍ୟାଗେ ଭରତସତ୍ତମ
ତ୍ୟାଗୋ ହି ପୁରୁଷବ୍ୟାଘ୍ର, ତ୍ରିବିଧଃ(ସ୍) ସମ୍ପ୍ରକୀର୍ତିତଃ॥4॥
ହେ ପୁରୁଷ ଶ୍ରେଷ୍ଠ ଅର୍ଜୁନ! ସନ୍ୟାସ ଏବଂ ତ୍ୟାଗ ମଧ୍ୟରେ ମଧ୍ୟ ତୁମେ ପ୍ରଥମେ ତ୍ୟାଗ ବିଷୟରେ ଶୁଣ କାରଣ ତ୍ୟାଗ ମଧ୍ୟ ସାତ୍ତ୍ୱିକ, ରାଜସିକ ଏବଂ ତାମସିକ ତିନି ପ୍ରକାରର ଅଟେ। ଏଠାରେ ଶ୍ରୀ ଭଗବାନ ଅର୍ଜୁନଙ୍କୁ ପୁରୁଷବ୍ୟାଘ୍ର ନାମରେ ସମ୍ବୋଧନ ଦେଇଛନ୍ତି, ଅର୍ଥାତ୍ - ପୁରୁଷ ମାନଙ୍କ ମଧ୍ୟରେ ବ୍ୟାଘ୍ର, ପୁରୁଷ ମାନଙ୍କ ମଧ୍ୟରେ ଉତ୍ତମ, ପୁରୁଷ ମାନଙ୍କ ମଧ୍ୟରେ ଶ୍ରେଷ୍ଠ |
ୟଜ୍ଞଦାନତପଃକର୍ମ, ନ ତ୍ୟାଜ୍ୟଂ(ଙ୍) କାର୍ୟମେବ ତତ୍
ୟଜ୍ଞୋ ଦାନଂ(ନ୍) ତପଶ୍ଚୈବ, ପାବନାନି ମନୀଷିଣାମ୍॥5॥
ବିବେଚନ:-
ଚତୁର୍ଥ ଶ୍ଳୋକରେ, ଶ୍ରୀ ଭଗବାନ ଅର୍ଜୁନଙ୍କୁ ଦୁଇଟି ଉପାଧି ଦେଇଛନ୍ତି - ପ୍ରଥମ ପୁରୁଷବ୍ୟାଘ୍ର ଏବଂ ଦ୍ୱିତୀୟ ଭରତସତ୍ତମ।
ଆହୁରି ଶ୍ରୀ ଭଗବାନ କହିଛନ୍ତି ଯେ ତ୍ୟାଗ ସମ୍ବନ୍ଧିୟ କଥା ନ’ଶୁଣି, କ’ଣ କରିବାକୁ ପଡିବ ତାହା ଶୁଣିବା ଉଚିତ।
ଭଗବାନ ନିଜ ଅନ୍ତଃକରଣକୁ ଶୁଦ୍ଧ ପବିତ୍ର କରିବା ବିଷୟରେ କହିଛନ୍ତି। ଆମର ଯଜ୍ଞର ଅର୍ଥ ହେଉଛି ତ୍ୟାଗ।
ଉଦାହରଣ ସ୍ୱରୂପ, ଆମେ ନିଜର ଚିକିତ୍ସା ପାଇଁ ଡାକ୍ତରଙ୍କ ପାଖକୁ ଯାଇଛୁ। ସେଠାରେ ଉପସ୍ଥିତ ଆମେ ସମସ୍ତେ ଅସୁସ୍ଥ, ରୋଗୀ କିନ୍ତୁ ଯଦି ଜଣେ ଜରୁରୀକାଳୀନ ବିଶେଷ ରୋଗୀ ଆସି ପହଞ୍ଚିଯାଏ, ତେବେ ଆମ ବଦଳରେ ତାଙ୍କୁ ପ୍ରଥମେ ପରୀକ୍ଷା ପାଇଁ ଡାକ୍ତର ପାଖକୁ ଛାଡିଦେବା ଉଚିତ। ପ୍ରଥମେ ପରୀକ୍ଷା କରିବାର ଅଧିକାରକୁ ଆମେ ଛାଡିଦେବା ଉଚିତ,ଏହି ଭାବନା ନେଇ ଯେ,ସେହି ବ୍ୟକ୍ତିଙ୍କୁ ଆମ ଅପେକ୍ଷା ଅଧିକ ଆବଶ୍ୟକତା ଅଛି।ଏହି ପ୍ରକାର ଭାବନାକୁ ମଧ୍ୟ ଯଜ୍ଞ କୁହାଯାଏ।
ଯେମିତି ଆମେ ଆମ୍ବ ଭଳି ଫଳ ଆଣି କାହାକୁ କିଛି ନ କହି ଆମର ସାନ ଭାଇର ପିଲାମାନଙ୍କୁ ଦୁଇଟି ଦେଇଦେଉ। ଛୋଟ ଛୋଟ ଜିନିଷରେ ସ୍ୱାର୍ଥ ତ୍ୟାଗ କରିବାର ଅଭ୍ୟାସକୁ ମଧ୍ୟ ଯଜ୍ଞ କୁହାଯାଏ।
ଯଜ୍ଞ, ଦାନ ଏବଂ ତପସ୍ୟା, ଏହି ତିନୋଟି କର୍ତ୍ତବ୍ୟ ଜଣେ ବୁଦ୍ଧିମାନ ବ୍ୟକ୍ତିଙ୍କ ପାଇଁ ପବିତ୍ରତା ପ୍ରାପ୍ତିର କର୍ମ ମାର୍ଗ।
ଶ୍ରୀ ଭଗବାନ କହିଛନ୍ତି ଯେ ଏହାକୁ ଆମର ସ୍ୱଭାବ ବୋଲି ଭାବିବା ଉଚିତ ।
ଏହାକୁ ଆମେ କିଛି ଆମର ବିଶେଷ କାର୍ଯ୍ୟର ଅଂଶ ବୋଲି ଭାବିବା ଉଚିତ୍ ।
ଶ୍ରୀ ଗୁରୁ ନାନକ ଦେବ କହିଛନ୍ତି-
तीरथ जप और दान करे, मन में धरे गुमान।
नानक निष्फल जात है जो कुंजर स्नान।।
ଯେଉଁମାନେ ତୀର୍ଥ, ଜପ ଏବଂ ଦାନ କରନ୍ତି, ତାଙ୍କ ମନରେ ଗର୍ବ ଭାବ ଆସିଥାଏ। ନାନକଙ୍କ ଅନୁସାରେ କୁଞ୍ଜରସ୍ନାନ ପରି ବ୍ୟର୍ଥ ଯାଏ।
କୁଞ୍ଜର ଅର୍ଥାତ୍ ହାତୀ ସ୍ନାନ କରିବାକୁ ବହୁତ ଭଲ ପାଏ। ଗାଧୋଇବା ସମୟରେ ସେ ଘଣ୍ଟା ଘଣ୍ଟା ପାଣିରେ ଖେଳେ କିନ୍ତୁ ପାଣିରୁ ବାହାରି ଆସିବା ପରେ ସେ ନିଜ ଶୁଣ୍ଢ ସାହାଜ୍ୟ ରେ ନିଜ ଶରୀରରେ ଧୂଳି ଲଗାଏ। ଏହାର ପ୍ରତିଫଳ ହେଉଛି ଧୂଳି ଯୋଗୁଁ ପାଣିର ଆର୍ଦ୍ରତା ଦୀର୍ଘ ସମୟ ପର୍ଯ୍ୟନ୍ତ ହାତୀର ଶରୀରରେ ରହିଥାଏ। ଧୂଳି ଆର୍ଦ୍ରତା ବଜାୟ ରଖେ କିନ୍ତୁ ହାତୀର ଶରୀରକୁ ପୁଣି ଅଶୁଦ୍ଧ କରିଦିଏ। ସେହିପରି, ଯଦି ଦାନ, ଜପ ଏବଂ ତପସ୍ୟା କରୁଥିବା ବ୍ୟକ୍ତି ଗର୍ବୀ ହୋଇଯାଏ, ତେବେ ସେ ଅଶୁଦ୍ଧ, ଅପବିତ୍ର ହୋଇଯାଏ। ସବୁ ପୂର୍ଣ୍ୟ ବ୍ୟର୍ଥ ହୁଏ।
ଆଉ ଏକ କଥା ହେଉଛି,ବେଳେ ବେଳେ ଯେଉଁ ବ୍ୟକ୍ତି କର୍ତ୍ତା ହୁଏ, ତାଙ୍କର ମନରେ କୌଣସି ଅହଂକାର ନଥାଏ। ଯାହାର ସ୍ୱଭାବ ଏହିପରି ହୋଇଯାଏ, ତାଙ୍କର ମଧ୍ୟ କୌଣସି ଗର୍ବ ନଥାଏ । ଭଲ କାମ କରିବାରେ ଅଭ୍ୟସ୍ତ ହୋଇଯାଆନ୍ତି ଏବଂ ଯେଉଁଦନ ସେ ଭଲ କାମ କରି ନ’ପାରେ,ସେ ସମୟରେ ତା’ଙ୍କୁ ଖରାପ ଲାଗେ।
ଜଣେ ଯୁବକ ଥିଲେ ଯିଏ ସତ୍ସଙ୍ଗ କଥାକୁ ଯାଇ ଚେୟାରରେ ବସି ଯାଉଥିଲେ। କିଛି ଦିନ ପରେ ଧ୍ୟାନରେ ଆସିଲା ଯେ ଯେତେବେଳେ ଅନ୍ୟ କୌଣସି ଅସହାୟ ବ୍ୟକ୍ତି ଆସେ, ସେ ଉଠି ତାଙ୍କୁ ତାଙ୍କ ଚେୟାରରେ ବସାଇ ଦିଅନ୍ତି। ସେ କେବେ କାହାକୁ କିଛି କୁହନ୍ତି ନାହିଁ। ଯେତେବେଳେ ମୁଁ ତାଙ୍କ ପ୍ରତିକ୍ରିୟା ଦୁଇ-ତିନିଥର ଦେଖିଲି, ମୁଁ ଏହା ବୁଝିପାରିଲି ଯେ ସେ ଏପରି କାହିଁକି କରନ୍ତି। ତେଣୁ, ଆମକୁ ମଧ୍ୟ ତ୍ୟାଗର ଅଭ୍ୟାସ ବିକଶିତ କରିବା ଉଚିତ।
ଆମ ଘରେ, ଘରର ମହିଳାମାନେ ସମସ୍ତଙ୍କୁ ଖାଇବାକୁ ଦେବା ପରେ ହିଁ ଖାଆନ୍ତି। ବହୁତ ଜିଦ୍ କରିବା ପରେ ମଧ୍ୟ, ସେମାନେ ପ୍ରଥମେ ଖାଆନ୍ତି ନାହିଁ। ଘରର ସମସ୍ତ ସଦସ୍ୟ ଖାଇସାରିବା ପରେ ହିଁ ସେମାନେ ଖାଇବାକୁ ବସିଥାନ୍ତି। ଯଦି କୌଣସି ଖାଦ୍ୟ ସରିଯାଏ, ତେବେ କିଛି ଫରକ ପଡ଼େ ନାହିଁ, ସେ କାହାକୁ କିଛି କୁହନ୍ତି ନାହିଁ। ଯଦି ସଦ୍ୟ ପ୍ରସ୍ତୁତ ଭୋଜନ ସମାପ୍ତ ହୋଇଯାଏ, ତେବେ ସେ ପୂର୍ବ ଦିନର ବଞ୍ଚିଥିବା ଖାଦ୍ୟ ଗ୍ରହଣ କରି ନିଅନ୍ତି। ପରିବାରର ଅନ୍ୟ ସଦସ୍ୟମାନେ କିଛି ଜାଣିପାରନ୍ତି ନାହିଁ। ଏହା ତ୍ୟାଗର ପ୍ରକୃତି। ଏହା ଏକ ଉତ୍ତମ ସ୍ୱଭାବ।
ଜୀବନରେ ତ୍ୟାଗର ଅଭ୍ୟାସ ବିକଶିତ କରିବା ଉଚିତ। ପ୍ରତ୍ୟେକ ସ୍ଥାନକୁ ଯାଇ ସ୍ୱତନ୍ତ୍ର ରହିବା ଉଚିତ ନୁହେଁ, ବରଂ ଅନ୍ୟକୁ ନିଜର ସ୍ଥାନ ଦେବାର ପ୍ରବୃତ୍ତି ରଖିବା ଉଚିତ। ଆମେ ସର୍ବଦା ନିଜର ସଂସ୍କୃତିକୁ ଭୁଲିଯାଇ ଅଧିକାର ପାଇଁ ଲଢ଼ୁଛୁ। ଅଧିକାର ଦାବି କରିବାର ପରମ୍ପରା ଆମର ନୁହେଁ। ଏହା ପାଶ୍ଚାତ୍ୟ ସଭ୍ୟତାର ପରମ୍ପରା ଯଥା- ମାନବାଧିକାର, ନାଗରିକ ଅଧିକାର, ଶିଶୁ ଅଧିକାର, ମହିଳା ଅଧିକାର, ପଶୁ ଅଧିକାର ଇତ୍ୟାଦି । ସୁପ୍ରିମକୋର୍ଟରେ ପଶୁ ଅଧିକାର ଉପରେ ଆଲୋଚନା ହେଉଛି। ଆମ ଦେଶ କେବେ ଗୋ - ଭକ୍ତରୁ ପଶୁ- ଭକ୍ତ ହୋଇଗଲାଣି, ତାହା ଆମେ ଜାଣିପାରିଲୁ ନାହିଁ। ସ୍ୱାଧୀନତା ପରଠାରୁ, ଗୋ-ହତ୍ୟା ବନ୍ଦ କରିବା ପାଇଁ ନିରନ୍ତର ଦାବି ହୋଇଆସୁଛି। ଆଜି ପର୍ଯ୍ୟନ୍ତ କୌଣସି କୋର୍ଟ ଏହି ସପକ୍ଷରେ ନିଷ୍ପତ୍ତି ଦେଇପାରି ନାହାଁନ୍ତି, କିନ୍ତୁ ଅନ୍ୟ ପ୍ରାଣୀଙ୍କ ଅଧିକାର ପାଇଁ ତିନି ଜଣ ବିଚାରପତିଙ୍କ ଏକ ଗୋଷ୍ଠୀ ଦୁଇ ଦିନରେ ସେମାନଙ୍କର ନିଷ୍ପତ୍ତି ଦେଇ ଦେଇଛନ୍ତି। ଏହା ଏକ ବଡ଼ ବିଡ଼ମ୍ବନା ମାତ୍ର।
ଆମେ ସବୁବେଳେ ଆମର ପ୍ରଥମ ରୋଟି ଗୋମାତାକୁ ଏବଂ ଶେଷ ରୋଟି କୁକୁରକୁ ଦେଇ ଆସିଛୁ, କିନ୍ତୁ ଗୋମାତାକୁ ଅଣଦେଖା କରି କୁକୁରକୁ ସୁରକ୍ଷା ଦେବା ଅନପେକ୍ଷତ। ଏହି ଆନ୍ଦୋଳନଗୁଡ଼ିକରେ ସାମିଲ ଥିବା ଅଧିକାଂଶ ଲୋକ ମାଂସାହାରୀ, ସେମାନେ ନିଜେ ମାଂସାହାର କରନ୍ତି, କିନ୍ତୁ ପ୍ରାଣୀଙ୍କ ଅଧିକାର ପାଇଁ ଲଢ଼ନ୍ତି। ଏହା ଦେଖାଯାଉଛି ଯେ ଲୋକମାନେ ସେମାନଙ୍କର ବିବେକଜ୍ଞାନ ହରାଇ ବସିଛନ୍ତି। ଆଗକୁ ଶ୍ରୀ ଭଗବାନ ଆହୁରି କହିଛନ୍ତି ଯେ କ'ଣ କରିବେ ସେ ବିଷୟରେ ଚିନ୍ତା କର; କ'ଣ ତ୍ୟାଗ କରିବେ ସେ ବିଷୟରେ ବିଚାର କରନ୍ତୁ ନାହିଁ।
ଶ୍ରୀ ଭଗବାନ କାହାର ଚିନ୍ତାକୁ ପ୍ରତିରୋଧ ନ’କରି ନିଜ ଉକ୍ତି ଉପରେ ଗୁରୁତ୍ୱ ଦେଉଛନ୍ତି। ସେ ଜଣେ ମହାନ ବକ୍ତା। ଚତୁର ଶ୍ରୋତାମାନେ କ’ଣ ପଚାରିବେ, ତାହାର ଉତ୍ତର ଶ୍ରୀଭଗବାନ ପୂର୍ବରୁ କହି ଦେଉଛନ୍ତି।
ଏତାନ୍ୟପି ତୁ କର୍ମାଣି, ସଙ୍ଗଂ(ନ୍) ତ୍ୟକ୍ତ୍ୱା ଫଲାନି ଚ
କର୍ତ୍ତବ୍ୟାନୀତି ମେ ପାର୍ଥ, ନିଶ୍ଚିତଂ(ମ୍) ମତମୁତ୍ତମମ୍॥6॥
ବିବେଚନ:-
ଶ୍ରୀ ଭଗବାନ କୁହନ୍ତି, "ହେ ପାର୍ଥ ! ଏହି ଯଜ୍ଞ, ଦାନ ଏବଂ ତପସ୍ୟା ପ୍ରଭୃତି ସମସ୍ତ କର୍ତ୍ତବ୍ୟ କର୍ମର ଆସକ୍ତି ଏବଂ ଏହାର ଫଳାଫଳ କାମନା ତ୍ୟାଗ ପୂର୍ବକ ସମ୍ପାଦିତ ହେବା ଉଚିତ, ଏହା ହିଁ ମୋର ଦୃଢ଼ ମତ।"
ଶ୍ରୀ ଭଗବାନ ଏହା ଉପରେ ଗୁରୁତ୍ୱ ଦେଇ କହିଛନ୍ତି ଯେ "ଏହା ମୋର ସର୍ବୋତ୍ତମ ମତ" ଶ୍ରୀ ଭଗବାନ ଏଠାରେ ନିର୍ଦ୍ଧିଷ୍ଟ କର୍ମ ବିଷୟରେ କହୁଛନ୍ତି। କର୍ମର ଫଳକୁ ତ୍ୟାଗ କର, କର୍ମ ଫଳାଫଳରେ ଆସକ୍ତି ରହିଥାଏ।
ଗୀତା ପ୍ରେସର ପ୍ରତିଷ୍ଠାତା ପରମ ପୂଜ୍ୟ ଶ୍ରଦ୍ଧେୟ ସ୍ୱର୍ଗତ ଶ୍ରୀ ଜୟଦୟାଲ ଗୋୟଙ୍କାଜୀଙ୍କ ସତ୍ ସଙ୍ଗ ସେତେବେଳେ ଆଶ୍ଚର୍ଯ୍ୟଜନକ ହେଉଥିଲା। ସମସ୍ତ ମହାତ୍ମା ତାଙ୍କ ସତ୍ ସଙ୍ଗ ଶୁଣିବାକୁ ଆସୁଥିଲେ। ତାଙ୍କର ଜଣେ ନିକଟ ସମ୍ପର୍କୀୟ ପଚାରିଲେ, "ଯେତେବେଳେ ଲୋକମାନେ ତୁମର ସତ୍ ସଙ୍ଗକୁ ଏତେ ପ୍ରଶଂସା କରନ୍ତି, ତୁମ ମନରେ କ'ଣ ଅହଂକାର ଅନୁଭବ ଆସେନାହିଁ ? ତୁମେ ଏଥିରେ କିପରି ପ୍ରତିକ୍ରିୟା ପ୍ରକାଶ କର? ଆମେ ଜାଣୁ ଯେ ତୁମେ ଅହଂକାର ଅନୁଭବ କରନାହିଁ, କିନ୍ତୁ ତଥାପି ତୁମେ ଏହାକୁ କିପରି ଗ୍ରହଣ କର?" ସେଠଜୀ ସରଳତାରେ ଉତ୍ତର ଦେଇଥିଲେ, "ଏଥିରେ କିଛି ବଡ଼ କଥା ନାହିଁ । ମୁଁ ଅନୁଭବ କରେ ଯେ, ମୋ ସାମ୍ନାରେ ଥିବା ବ୍ୟକ୍ତି ଅଧିକ ଉଦାର ଯିଏ କି ମୋତେ ଏତେ ପ୍ରଶଂସା କରୁଛନ୍ତି।"
ଏହା ବହୁତ ସରଳ ଶୁଣାଯାଉଛି କିନ୍ତୁ ଯଦି କେହି ଆମର ପ୍ରଶଂସା କରୁଛନ୍ତି, ତେବେ ଏହା ଆମର ବିଶେଷତ୍ୱ ନୁହେଁ ବରଂ ପ୍ରଶଂସା କରୁଥିବା ବ୍ୟକ୍ତିଙ୍କ ଉଦାରତା।
ଶ୍ରୀ ଭଗବାନ କହୁଛନ୍ତି ଯେ, ଆସକ୍ତି ଏବଂ କର୍ମଫଳ ପ୍ରାପ୍ତିର ଇଚ୍ଛାକୁ ପରିତ୍ୟାଗ କରି ବ୍ୟକ୍ତିକୁ ନିଜର କର୍ତ୍ତବ୍ୟ ପାଳନ କରିବାକୁ ପଡିବ। "ମୁଁ କ'ଣ ପାଇବି?" ଭାବିବା ପରିବର୍ତ୍ତେ, "ମତେ ଏହା କରିବାକୁ ପଡିବ" ଭାବିବା ଉଚିତ। ଆମର ପରିସ୍ଥିତି ଏପରି ଯେ ଆମେ ଯେ କୌଣସି କାମ କରୁ, ପ୍ରଥମେ ଆମେ ଚିନ୍ତା କରୁ, "ଏହାର ପ୍ରତିବଦଳରେ ଆମକୁ କ'ଣ ମିଳିବ?"
ଅନେକ ଲୋକ ବିବେଚନ ସମୟରେ ପଚାରନ୍ତି ଯେ "ମୁଁ ତାଙ୍କ ସହିତ ଏତେ ଭଲ ବ୍ୟବହାର କଲି, କିନ୍ତୁ ପ୍ରତିବଦଳରେ ସେ ମୋ ପାଇଁ କିଛି କରନ୍ତି ନାହିଁ, ତେଣୁ ମୋର ମନ ଦୁଃଖିତ ହୋଇଯାଏ।" ଆମେ ଯାହା ବି କରୁ, ତାହାର ପରିଣାମ ସ୍ୱରୂପ, ଆମେ ଅନ୍ୟ ବ୍ୟକ୍ତିଠାରୁ ଏହିପରି ପ୍ରତିକ୍ରିୟା ଆଶା କରୁ,” ହେ ଭାଇ ! ଆମେ ଭଲ ହୋଇଥିବାରୁ ଭଲ କାମ କରୁ,”। ଅନ୍ୟ ବ୍ୟକ୍ତି କ’ଣ ଏହାର ପ୍ରତିକ୍ରିୟାରେ କହିବ କି, ଆମେ ଭଲ କାମ କରୁନାହୁଁ?
ଏହା ଜଣେ ଭଲ ବ୍ୟକ୍ତିଙ୍କ ଲକ୍ଷଣ ବା ପରିଚୟ ଯେ, "ମୁଁ ଭଲ କାମ କରେ କାରଣ ମୁଁ କେବଳ ଭଲ କାମ କରିପାରିବି। ଏହି କାରଣରୁ ମୁଁ ଜନ୍ମ ହୋଇଛି। ମୋର ସଂସ୍କାରରେ ଏହା ଅଛି, ଏଥିରେ ମୋର କୌଣସି ବିଶେଷତ୍ୱ ନାହିଁ।” କିଛି ଲୋକଙ୍କର ମିଠା କଥାବାର୍ତ୍ତା ଥାଏ। ସେମାନଙ୍କ କଥାରେ ସର୍ବଦା ମଧୁରତା ଥାଏ। ଏହା ସେମାନଙ୍କର ପୂର୍ବ ଜନ୍ମର ସଂସ୍କାର ଯୋଗୁଁ ହୋଇଥାଏ।
ଏହା ସହିତ, ହରି ନାମ ସଂକୀର୍ତ୍ତନ ସହ ଏହି ସତ୍ରର ସମାପନ ହେଲା ଏବଂ ପ୍ରଶ୍ନୋତ୍ତର ସତ୍ର ପ୍ରାରମ୍ଭ ହେଲା।
॥ ପ୍ରଶ୍ନୋତ୍ତର ସତ୍ର ॥
ପ୍ରଶ୍ନକର୍ତ୍ତା- ବିଶାଳ ଶାହା ଭାଇ
ପ୍ରଶ୍ନ- ବୈରାଗ୍ୟ କ'ଣ?
ଉତ୍ତର- ଯେଉଁ ମୁହୂର୍ତ୍ତରେ ଜଣେ ବ୍ୟକ୍ତିର ଭୌତିକ ଜିନିଷ ପ୍ରତି ଆସକ୍ତି ଶେଷ ହୁଏ, ସେହି ମୁହୂର୍ତ୍ତରେ ତାଙ୍କ ହୃଦୟରେ ତ୍ୟାଗର ଭାବନା ସୃଷ୍ଟି ହୁଏ। ଏକ ନିର୍ଦ୍ଦିଷ୍ଟ ଖାଦ୍ୟ, ପୋଷାକ ଇତ୍ୟାଦି ପ୍ରତି ଏକ ନିଷ୍କ୍ରିୟତାର ଭାବନା ସୃଷ୍ଟି ହୁଏ। ପୂର୍ବରୁ କୌଣସି ବିଶେଷ ଖାଦ୍ୟ, ପୋଷାକ ଇତ୍ୟାଦି ଜିନିଷକୁ ପ୍ରିୟ ମନେ କରୁଥିଲେ ମଧ୍ୟ, ତାହା ପ୍ରତି ଘୃଣା ଭାବ ଆସିଥାଏ । ଆଖି, କାନ, ଚର୍ମ, ଜିଭ ଇତ୍ୟାଦି ଇନ୍ଦ୍ରିୟଗତ ବସ୍ତୁଗୁଡ଼ିକ ପ୍ରତି ବିଚ୍ଛିନ୍ନତା ଅର୍ଥାତ୍ ସେହି ଭୌତିକ ବସ୍ତୁଗୁଡ଼ିକ ପ୍ରତି ଆଗ୍ରହ ସମାପ୍ତ କରି ଭଗବାନ ଶିବଙ୍କ ଚରଣ କମଳରେ ଆଶ୍ରୟ ନେବା ବାସ୍ତବରେ ବୈରାଗ୍ୟ।
ପ୍ରଶ୍ନ- ଜୀବନରେ ଖୁସି କ’ଣ?
ଉତ୍ତର- ଜଣେ ବ୍ୟକ୍ତିଙ୍କ ଜୀବନରେ ଦୁଇ ପ୍ରକାରର ଖୁସି ହୋଇପାରେ-
- ଭୋଗ ଦ୍ୱାରା ସୃଷ୍ଟି ହେଉଥିବା ସୁଖ- ଜଣେ ବ୍ୟକ୍ତି ଏହି ଖୁସିକୁ ଅନୁଭବ କରେ କିନ୍ତୁ ସେ ପ୍ରକୃତରେ ତାହା ପାଏ ନାହିଁ। ଯେମିତି ଆମେ ଭାବୁ କି କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତି କିମ୍ବା ଜିନିଷ କିମ୍ବା ପରିବେଶ ଇତ୍ୟାଦି ଆମ ଖୁସି ଅନୁକୂଳ ହୁଏ, ତେବେ ଆମେ ଖୁସି ପାଇବୁ।
ଯଦି ଏହା ଆମ ଇଚ୍ଛା ଅନୁସାରେ ଘଟେ, ଆମେ କେବଳ କିଛି ମୁହୂର୍ତ୍ତ ପାଇଁ ଖୁସି ହୋଇଥାଉ। କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ, ଜୀବର ଅନ୍ତଃକରଣ ଅନ୍ୟ ବସ୍ତୁ ପ୍ରାପ୍ତି ପାଇଁ ଆକାଂକ୍ଷାପ୍ରାପ୍ତ ହୋଇଯାଏ, ତା’ପରେ ଆମେ ଅନ୍ୟ ବସ୍ତୁକୁ ଭୋଗ କରି ସୁଖ ପାଇବାର ଇଚ୍ଛାରେ ଯୁକ୍ତ ହୋଇଯାଉ ଏବଂ ପୂର୍ବରୁ ପାଇଥିବା ବିଷୟ ପ୍ରାପ୍ତି ସୁଖକୁ ଆମ ମନରୁ ଦୂର କରିଦେଉ।
ଆମର କିଛି ଇଚ୍ଛା ଯେପରିକି ଆଇଫୋନ୍ ପାଇବା, ବିବାହ କରିବା, ଘର ତିଆରି କରିବା ଇତ୍ୟାଦି ଜଣେ ବ୍ୟକ୍ତିଙ୍କ ମନରେ ବହୁତ ଦିନ ଧରି ରହିଥାଏ, ତେଣୁ ସେ ସେଗୁଡ଼ିକୁ ପୂରଣ କରିବା ପାଇଁ କଠିନ ପରିଶ୍ରମ କରନ୍ତି, କିନ୍ତୁ ଯେତେବେଳେ ତାଙ୍କର ଇଚ୍ଛା ପୂରଣ ହେଇଯାଏ, ସେତେବେଳେ ଏଥିରୁ ମିଳୁଥିବା ଖୁସି ସେହି ବ୍ୟକ୍ତିଙ୍କ ଜୀବନରେ ଅଧିକ ସମୟ ପାଇଁ ରହେ ନାହିଁ। ଗୋଟିଏ ଇଚ୍ଛା ପୂରଣ ହେବା ପରେ, ସେହି ବ୍ୟକ୍ତିଙ୍କ ମନ ଅନ୍ୟ ଏକ ଇଚ୍ଛା ପୂରଣରେ ସୁଖ ପ୍ରାପ୍ତିର ଆଶା ରଖି ପୁନଶ୍ଚ ତାକୁ ପୁରଣ କରିବାକୁ ତତ୍ପର ହୋଇଯାଏ ।
ଅନ୍ୟ ଏକ ଉଦାହରଣ ସ୍ୱରୂପ, ଯେତେବେଳେ ଜଣେ ବ୍ୟକ୍ତି ଏକ ବାତାନୁକୂଳିତ ଯନ୍ତ୍ର(Air-conditioner) କିଣନ୍ତି, ସେ ତୁରନ୍ତ ଖୁସି ଅନୁଭବ କରନ୍ତି, କିନ୍ତୁ ଦଶ ବର୍ଷ ପରେ, ଏହା ସେହି ବ୍ୟକ୍ତିଙ୍କ ପାଇଁ ଆଉ ଖୁସିର ଉତ୍ସ ହୋଇ ରହେ ନାହିଁ, ବରଂ ଦୁଃଖର କାରଣ ହୋଇଯାଏ କାରଣ ଯେତେବେଳେ ବିଦ୍ୟୁତ୍ ପ୍ରବାହ ରହିତ ହୁଏ,ସେ ଏୟାର-କଣ୍ଡିସନର କାମ କରୁନଥିବାରୁ ଦୁଃଖ ଅନୁଭବ କରନ୍ତି, କାରଣ ସେ ସେହି ଭୌତିକ ଜିନିଷ ଭୋଗ ସୁଖ ସହ ଅଭ୍ୟସ୍ତ ହୋଇ ଯାଇଥାଆନ୍ତି।
ଏପରି ଆଉ ଏକ ଉଦାହରଣ ହେଉଛି ଜଣେ ବ୍ୟକ୍ତି ପ୍ରତିଦିନ ଦୁଇଥର ଖାଦ୍ୟ ପାଆନ୍ତି। ଯେତେବେଳେ ସେ ଖାଦ୍ୟ ଗ୍ରହଣ କରନ୍ତି, ସେତେବେଳେ ତା’ଙ୍କ ମନରେ ଏହି ଭାବନା ଆସେ ଯେ, ସେ ଉଭୟ ସମୟ ପାଇଁ ଖାଦ୍ୟ ପାଇ ଯାଉଛନ୍ତି । ଖାଦ୍ୟ ସମ୍ପର୍କରେ ଏପରି ଚିନ୍ତାଧାରା ସେହି ବ୍ୟକ୍ତିଙ୍କୁ ଆସେ, ଯାହାର ଦିନକୁ ଦୁଇଥର ଖାଦ୍ୟ ପାଇବାର କୌଣସି ଉପାୟ ନାହିଁ, ତେଣୁ ସେ ସର୍ବଦା ଏପରି ଏକ ଉପାୟ ଖୋଜିବାରେ ପ୍ରସ୍ତୁତ ଥାଏ ଯେ ଯଦି ସେ ଦିନକୁ ଦୁଇଥର ଖାଦ୍ୟ ପାଏ, ତେବେ ସେ ସମ୍ପୂର୍ଣ୍ଣ ଖୁସି ହେବ। କିନ୍ତୁ ଏହା କ’ଣ ସମ୍ଭବ ଯେ ଗୋଟିଏ ଇଚ୍ଛା ପୂରଣ ହେବା ପରେ, ମନ ଅନ୍ୟ ଏକ ଇଚ୍ଛା ପୂରଣ କରିବା ପାଇଁ ଅସ୍ଥିର ନ’ହେବ ? ଯଦି ଆମ ଅନ୍ତଃକରଣରେ ଉଠୁଥିବା ଇନ୍ଦ୍ରିୟଗତ ଆନନ୍ଦ ପ୍ରାପ୍ତି ସହିତ ଜଡିତ ଚିନ୍ତାଧାରାକୁ ଅବରୋଧ ନ’କରାଯାଏ, ତେବେ ସେଗୁଡ଼ିକର ଉତ୍ତୋରତ୍ତର ବୃଦ୍ଧି ଘଟିବାରେ ଲାଗିବ।
ଶାନ୍ତିଜନିତ ଖୁସି - ଯେଉଁଥିରେ ଜଣେ ସନ୍ତୁଷ୍ଟି ଅନୁଭବ କରେ।
ଆମେ କାହିଁକି ସୁଖ ଚାହୁଁ?
ଜୀବନସାରା, ଜଣେ ବ୍ୟକ୍ତି ନିଜ ହୃଦୟରେ ଏହି ଚିନ୍ତାଧାରା ରଖେ ଯେ ଯଦି ସେ ଜୀବନରେ ଖୁସି ପାଏ, ତେବେ ସ୍ୱୟଂଚାଳିତ ଭାବରେ ତା’ଙ୍କୁ ଶାନ୍ତି ପ୍ରାପ୍ତ ହେବ ଏବଂ ସେହି ଖୁସି ପାଇବା ପାଇଁ ସେ ନିଜର ନିଦ୍ରା, ସମ୍ପର୍କୀୟ, ଏପରିକି ନିଜର ଶାନ୍ତିକୁ ମଧ୍ୟ ବଳିଦାନ ଦେଇଥାଏ। ଏହି ବ୍ୟକ୍ତି ସେହି ସୁଖକୁ ପାଇବା ପାଇଁ ସର୍ବଦା ପ୍ରୟାସରତ ରହିଥାଏ, ଯାହା ମାଧ୍ୟମରେ ସେ ଶାନ୍ତି ପାଇ ପାରିବ। କିନ୍ତୁ ଏହା କେବେ ସମ୍ଭବ ନୁହେଁ। ଯଦି ଆମେ ଏହାର ବିପରୀତ ବିଷୟରେ ଚିନ୍ତା କରିବା, ତେବେ ଆମେ ଦେଖିବା ଯେ ଯଦି ଜଣେ ବ୍ୟକ୍ତି ନିଜ ହୃଦୟରେ ବିରାଜିତ ଶାନ୍ତିକୁ କୌଣସି ପ୍ରକାରେ ପ୍ରଭାବିତ ହେବାକୁ ନ’ଦିଏ, ତେବେ ସେହି ଶାନ୍ତି ସହିତ ଖୁସି ସର୍ବଦା ତାଙ୍କ ଅନ୍ତଃକରଣରେ ସ୍ଥିର ରହିବ। ଉଭୟ କେବେ ନଷ୍ଟ ହେବେ ନାହିଁ। ଏହି ସମ୍ପର୍କରେ, ଏକ ଇଟାଲୀୟ କାହାଣୀ ଅଛି, ଯାହା ଖୁସି ସହିତ ଶାନ୍ତିର ସର୍ବଦା ସ୍ଥିରତାର ଏକ ଉତ୍କୃଷ୍ଟ ଉଦାହରଣ-
କାହାଣୀର ଶୀର୍ଷକ ମଧ୍ୟ ବହୁତ ଆକର୍ଷଣୀୟ - “The Happy Man’s Shirt” ( ସୁଖି ମନୁଷ୍ୟର ପୋଷାକ)
ପୂର୍ବେ ଇଟାଲୀରେ ଜଣେ ରାଜା ରାଜତ୍ୱ କରୁଥିଲେ। ସେହି ରାଜା କୌଣସି କାରଣରୁ ବହୁତ ଦ୍ୱନ୍ଦ୍ୱରେ ପଡ଼ିଥିଲେ। ତା’ପରେ ସେ ତାଙ୍କ ଚିନ୍ତା ଦ୍ୱନ୍ଦ୍ୱର ସମାଧାନ ପାଇଁ ତାଙ୍କ ରାଜ୍ୟର ଜଣେ ପ୍ରସିଦ୍ଧ ଜ୍ୟୋତିଷଙ୍କୁ ଡାକିଲେ। ଜ୍ୟୋତିଷ ରାଜାଙ୍କୁ କହିଲେ ଯେ ତୁମର ଦୁଃଖ ଏବଂ ଏହାର କାରଣ ଯାହା ହେଉନା କାହିଁକି, ଏହା ତୁମର ନିଜ ରାଜ୍ୟର ସେହି ବ୍ୟକ୍ତିଙ୍କ ପୋଷାକ (ସାର୍ଟ) ପିନ୍ଧିଲେ ଶେଷ ହୋଇପାରିବ, ଯିଏ ତାଙ୍କ ଜୀବନରେ ବହୁତ ଖୁସି ପାଇଛନ୍ତି। ତାଙ୍କ ମନରେ କୌଣସି ଦୁଃଖ, ଯନ୍ତ୍ରଣା, କଷ୍ଟ ଏବଂ କ୍ରୋଧ ରହି ନ’ଥିବ।
ତା’ପରେ ରାଜା ତାଙ୍କ ସୈନ୍ୟମାନଙ୍କୁ ଏପରି ଜଣେ ବ୍ୟକ୍ତିଙ୍କୁ ଖୋଜିବା ପାଇଁ ପଠାଇ ଦିଅନ୍ତି, ଯିଏ ବିଶ୍ୱର ସବୁଠାରୁ ଖୁସି ବ୍ୟକ୍ତି ହେଇଥିବ।” ସୈନିକମାନେ ସମଗ୍ର ରାଜ୍ୟରେ ଏପରି ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଖୋଜି ପାଆନ୍ତି ନାହିଁ, ଚାହେଁ ସେ ଧନୀ, ଶକ୍ତିଶାଳୀ, ସାହସୀ, ଶୌର୍ଯ୍ୟବାନ ହୁଅନ୍ତୁ ପଛେ କିନ୍ତୁ ସବୁବେଳେ ସବୁଠାରୁ ବେଶୀ ପ୍ରସନ୍ନତାରେ ରିହିଥିବେ। ତା’ପରେ, ନିରାଶ ହୋଇ, ଗୋଟିଏ ଦିନ ସେମାନେ ରାଜପ୍ରାସାଦକୁ ଫେରୁଛନ୍ତି, ହଠାତ୍ ସେମାନଙ୍କର ନଜର କ୍ଷେତ ମଝିରେ ଏକ ଖଟିଆରେ ବିଶ୍ରାମ ନେଉଥିବା ଜଣେ ଚାଷୀ ଉପରେ ପଡ଼ିଗଲା, ଯିଏ କିଛି ଗୁଣୁଗୁଣୁ ହୋଇ ବହୁତ ଖୁସି ଅନୁଭବ କରୁଛି। ତାଙ୍କୁ ଯାଞ୍ଚ କରିବା ଉଦ୍ଦେଶ୍ୟରେ, ସୈନିକମାନେ ସେଠାରେ କିଛି ଦିନ ପାଇଁ ରହିଗଲେ।
ଅନେକ ନିରୀକ୍ଷଣ ପରେ, ସୈନିକମାନେ ଏହି ସିଦ୍ଧାନ୍ତରେ ପହଞ୍ଚନ୍ତି ଯେ କୃଷକଟି ପ୍ରକୃତରେ ରାଜ୍ୟର ସବୁଠାରୁ ଖୁସି ବ୍ୟକ୍ତି ଥିଲେ, ତେଣୁ ସେମାନେ ତାଙ୍କ ପାଖକୁ ଯାଇ ରାଜାଙ୍କ ସମସ୍ୟାର ସମାଧାନ କରିବାକୁ ଅନୁରୋଧ କରନ୍ତି ଯେ, ସେ ହିଁ ରାଜାଙ୍କୁ ଖୁସି କରାଇବାକୁ ସକ୍ଷମ, ସମର୍ଥ କାରଣ ସେ ରାଜ୍ୟର ସବୁଠାରୁ ଖୁସି ବ୍ୟକ୍ତି ଅଟନ୍ତି।
କୃଷକ ଜଣକ ସୈନିକମାନଙ୍କର ରାଜାଙ୍କୁ ସାହାଯ୍ୟ କରିବାର ଅନୁରୋଧକୁ ରକ୍ଷା କରିବାକୁ ଯାଇ ପଚାରିଲେ,”ମୋତେ କ'ଣ କରିବାକୁ ପଡିବ?” ତା'ପରେ ସୈନିକମାନେ ରାଜା ଏବଂ ଜ୍ୟୋତିଷଙ୍କ ମଧ୍ୟରେ ହୋଇଥିବା ସମ୍ପୂର୍ଣ୍ଣ କଥାବାର୍ତ୍ତା ତାଙ୍କ ସମ୍ମୁଖରେ ଉପସ୍ଥାପନ କରନ୍ତି ଏବଂ କୃଷକଙ୍କୁ ରାଜାଙ୍କୁ ତାଙ୍କର ସାର୍ଟ ଦେବାକୁ ଅନୁରୋଧ କରନ୍ତି। କିନ୍ତୁ ବ୍ୟକ୍ତିଟି ଏକ ମୃଦୁ ହସରେ କୁହନ୍ତି ଯେ, ତାଙ୍କର ଅଧିକାର କ୍ଷେତ୍ରରେ କୌଣସି ପୋଷାକ ନାହିଁ, ଅର୍ଥାତ୍ ସେ ସାର୍ଟ ପିନ୍ଧନ୍ତି ନାହିଁ, ତଥାପି ସେ ଖୁସି ଅଛନ୍ତି। ସୈନିକମାନେ ଆଶ୍ଚର୍ଯ୍ୟ ହୋଇଗଲେ। ତେଣୁ, ଏହି କାହାଣୀରୁ ସ୍ପଷ୍ଟ ଯେ ଏହି ଜଗତରେ କେବଳ ସେହି ବ୍ୟକ୍ତି ଖୁସି ଯିଏ ଭୌତିକ ଜିନିଷ ପ୍ରାପ୍ତିର ଆଶା ରଖନ୍ତି ନାହିଁ।
ଏହି ବିଷୟରେ ମୋର ମନକୁ ଏକ ଭଜନ ଆସିଲା-
जैसी विधि रखे राम, तैसी विधि रहिए।
सीता-राम, सीता-राम,सीता-राम कहिए।।
ଯେଉଁ ପ୍ରକାର ବିଧି ରାମ ପାଳନ କରନ୍ତି,
ସେହି ପ୍ରକାର ବିଧି ପାଳନ ମଧ୍ୟ କରନ୍ତୁ।
ସୀତା-ରାମ, ସୀତା-ରାମ, ସୀତା-ରାମ କୁହନ୍ତୁ।
ଶ୍ରୀମଦ୍ ଭଗବଦ୍ ଗୀତାର ଦ୍ୱାଦଶ ଅଧ୍ୟାୟରେ, ଶ୍ରୀଭଗବାନ ଉଚ୍ଚାରଣ କରିଛନ୍ତି:
तुल्यनिन्दास्तुतिर्मौनी सन्तुष्टो येनकेनचित्।
अनिकेतः स्थिरमतिर्भक्तमान्मे प्रियो नरः।।
ଅର୍ଥାତ୍ ଯିଏ ନିନ୍ଦା ଏବଂ ପ୍ରଶଂସା ଉଭୟରେ ସମାନ ସ୍ଥିତିରେ ରୁହେ, ଯିଏ ନୀରବ, ଯିଏ ସାମାନ୍ୟ କଥାରେ ମଧ୍ୟ ସନ୍ତୁଷ୍ଟ ହୋଇଯାଏ, ଯିଏ ବାସହୀନ,ସେହି ସ୍ଥିରବୁଦ୍ଧିର ଭକ୍ତ ପୁରୁଷ ମୋତେ ପ୍ରିୟ ଅଟନ୍ତି।
।।ଓଁ ଶ୍ରୀକୃଷ୍ଣାର୍ପଣ ମସ୍ତୁ।।