विवेचन सारांश
ଜୀବନରେ ଶ୍ରଦ୍ଧାର ମହତ୍ତ୍ୱ
ଉପକ୍ରମଣିକା -
ଭାରତମାତା ଗୀତ, ଗୀତାମାତା ଗୀତ, ସୁନ୍ଦର ଭଜନ, ଶ୍ରୀହନୁମାନ ଚାଳିଶା ପାଠ, ପାରମ୍ପରିକ ଦୀପ-ପ୍ରଜ୍ୱଳନ, ଶ୍ରୀଗୁରୁ ଚରଣ ବନ୍ଦନା ଏବଂ ଭଗବାନ ଶ୍ରୀକୃଷ୍ଣଙ୍କର ବନ୍ଦନା କରି, ସତ୍ରହତମ ଅଧ୍ୟାୟ ‘ଶ୍ରଦ୍ଧାତ୍ରୟବିଭାଗ ଯୋଗ’ର ପୂର୍ବାର୍ଦ୍ଧ ସତ୍ରର ବିବେଚନ ଆରମ୍ଭ ହେଲା।
ଶ୍ରୀଭଗବାନଙ୍କର ଅତ୍ୟନ୍ତ ମଙ୍ଗଳମୟ କୃପାରେ ଆମମାନଙ୍କର ଏପରି ସୌଭାଗ୍ୟ ଜାଗୃତ ହୋଇଛି ଯେ, ଆମେ ଏହି ମାନବ ଜୀବନକୁ ସାର୍ଥକ କରିବା, ସଫଳ କରିବା, ଏହାର ପରମ ଲକ୍ଷ୍ୟକୁ ପ୍ରାପ୍ତ କରିବା ଏବଂ ଆମର ଇହଲୋକ ଓ ପରଲୋକ ଉଭୟର କଲ୍ୟାଣ ପାଇଁ—ଶ୍ରୀମଦ୍ଭଗବଦ୍ଗୀତାଜୀଙ୍କର ଅଧ୍ୟୟନ, ଚିନ୍ତନ, ପଠନ-ପାଠନ, ସ୍ୱାଧ୍ୟାୟ ଓ କଣ୍ଠସ୍ଥ କରି ନିଜ ଜୀବନରେ ପ୍ରୟୋଗ କରିବା ପ୍ରତି ପ୍ରବୃତ୍ତ ହୋଇଛୁ।
ଜଣାନାହିଁ—ଆମର ଏହି ଜନ୍ମର କିଛି ପୁଣ୍ୟକର୍ମ,ବା ପୂର୍ବ ଜନ୍ମମାନଙ୍କର ପୁଣ୍ୟକର୍ମ କିମ୍ବା ଆମ ପୂର୍ବଜମାନଙ୍କର କିଛି ସୁକୃତ କିମ୍ବା କୌଣସି ଜନ୍ମରେ କୌଣସି ସନ୍ତ-ମହାପୁରୁଷଙ୍କର କୃପାଦୃଷ୍ଟି ଆମ ଉପରେ ପଡ଼ିଥିବା ଫଳରେ—ଆମେ ଶ୍ରୀମଦ୍ଭଗବଦ୍ଗୀତା ପଢ଼ିବା ପାଇଁ ଚୟନିତ ହୋଇଛୁ।
ଆମ ମନରେ ଏହି ପରମ ବିଶ୍ୱାସ ରହିବା ଉଚିତ୍ ଯେ, ଆମେ ଗୀତାଜୀଙ୍କୁ ପଢ଼ିବା ପାଇଁ ଚୟନ କରିନାହୁଁ; ବରଂ ଗୀତାଜୀଙ୍କୁ ପଢ଼ିବା ପାଇଁ ଆମେ ଚୟନିତ ହୋଇଛୁ। ଏହା ସମ୍ପୂର୍ଣ୍ଣ ଶ୍ରୀଭଗବାନଙ୍କର କୃପାର ଫଳ। ଯାହା ଉପରେ ଭଗବାନଙ୍କର କୃପା ନଥାଏ, ସେ ଗୀତାକୁ ପଢ଼ିବାର ଇଚ୍ଛା ମଧ୍ୟ କରେନାହିଁ, ଏବଂ ଚାହିଁଲେ ମଧ୍ୟ ଗୀତାଜୀରେ ପ୍ରବୃତ୍ତ ହୋଇପାରେନାହିଁ।
ଏହି ଶ୍ରଦ୍ଧାଭାବ ଯଦି ଆମ ମଧ୍ୟରେ ଆସିବ, ତେବେ ଆମର କଲ୍ୟାଣ ସମ୍ଭବ।
ସତରତମ ଅଧ୍ୟାୟ ‘ଶ୍ରଦ୍ଧାତ୍ରୟବିଭାଗ ଯୋଗ’ ଅତ୍ୟନ୍ତ ବିଲକ୍ଷଣ। ଏହା ତିନି ପ୍ରକାରର ଶ୍ରଦ୍ଧାକୁ ବ୍ୟାଖ୍ୟା କରେ।
ଷୋଳହତମ ଅଧ୍ୟାୟର ତେଇଶତମ ଓ ଚବିଶତମ ଶ୍ଲୋକରେ ହଠାତ୍ ଶ୍ରୀଭଗବାନ ଏକ ନୂତନ ବିଷୟ କହି ଶାସ୍ତ୍ରମାନଙ୍କର ମହିମାକୁ ପ୍ରାଧାନ୍ୟ ଦେଇଛନ୍ତି।
ଶ୍ରୀଭଗବାନ୍ କହିଲେ—
यः शास्त्रविधिमुत्सृज्य वर्तते कामकारतः।
न स सिद्धिमवाप्नोति न सुखं न परां गतिम्।। 16.23 ।।
तस्माच्छास्त्रं प्रमाणं ते कार्याकार्यव्यवस्थितौ ।
ज्ञात्वा शास्त्रविधानोक्तं कर्म कर्तुमिहार्हसि।। 16.24 ।।
ଶ୍ରୀଭଗବାନ୍ ଅର୍ଜୁନଙ୍କୁ କହୁଛନ୍ତି ଯେ, ଯଦି କେହି ଶାସ୍ତ୍ରବିଧିକୁ ତ୍ୟାଗ କରି ନିଜ ମନରେ ଆଚରଣ କରେ, ତେବେ ସେ କୌଣସି ପ୍ରକାରର ସିଦ୍ଧି ବା ସୁଖ ପ୍ରାପ୍ତ କରିପାରେ ନାହିଁ, ନାହିଁ କି ପରମଗତିକୁ ପହଞ୍ଚିପାରେ। ତାହାର ବିନାଶ ଅନିବାର୍ଯ୍ୟ।
ସମସ୍ତ କାର୍ଯ୍ୟର ସିଦ୍ଧି ପାଇଁ ଶାସ୍ତ୍ର ହିଁ ଏକ ପ୍ରମାଣ।
ଶ୍ରୀଭଗବାନ ଏହି ନୂତନ କଥା କହିବା ସହିତ ଅର୍ଜୁନଙ୍କ ମନରେ ଦ୍ୱନ୍ଦ୍ୱ ଉତ୍ପନ୍ନ ହେଲା, କାରଣ ଶ୍ରୀଭଗବାନ ତ ଶ୍ରଦ୍ଧାର କଥା କହୁଛନ୍ତି—
ତୃତୀୟ ଅଧ୍ୟାୟର ଏକତ୍ରିସତମ ଶ୍ଲୋକରେ ଶ୍ରୀଭଗବାନ୍ କହିଛନ୍ତି—
श्रद्धावन्तोऽनासूयन्तो मुच्यन्ते तेऽपि कर्मभिः ।। 3.31 ।।
ଚତୁର୍ଥ ଅଧ୍ୟାୟର ଅଣଚାଳିଶତମ ଶ୍ଲୋକରେ କହିଛନ୍ତି-
श्रद्धावाँल्लभते ज्ञानं तत्परः संयतेन्द्रियः।। 4.39 ।।
ଷଷ୍ଠ ଅଧ୍ୟାୟର ସତଚାଳିଶତମ ଶ୍ଲୋକରେ କହିଛନ୍ତି-
श्रद्धावान्भजते यो मां स मे युक्ततमो मत: ।। 6.47 ।।
ଦ୍ୱାଦଶ ଅଧ୍ୟାୟରେ 'ଶ୍ରଦ୍ଧା' ଶବ୍ଦ ଦୁଇଟି ସ୍ଥାନରେ ବ୍ୟବହାର କରାଯାଇଛି।
ଦ୍ୱାଦଶ ଅଧ୍ୟାୟର ଦ୍ୱିତୀୟ ଶ୍ଳୋକରେ କହିଛନ୍ତି-
श्रद्धया परयोपेतास्ते मे युक्तात्मा माता: ।। 12.2 ।।
ଦ୍ୱାଦଶ ଅଧ୍ୟାୟର ବିଂଶତମ ଶ୍ଲୋକରେ କହିଛନ୍ତି-
श्रद्दधाना मत्परमा भक्तास्तेऽतीव मे प्रिया:।। 12.20 ।।
ଏହିପରି ଭାବରେ, ଶ୍ରୀଭଗବାନ ପାଞ୍ଚଟି ସ୍ଥାନରେ ଶ୍ରଦ୍ଧାର ମହତ୍ତ୍ୱକୁ ବର୍ଣ୍ଣନା କରିଛନ୍ତି।
ଚତୁର୍ଥ ଅଧ୍ୟାୟର ଚାଳିଶତମ ଶ୍ଳୋକରେ, ଶ୍ରୀଭଗବାନ କହିଛନ୍ତି:
अज्ञश्चाश्रद्दधानश्च संशयात्मा विनश्यति ।। 4.40 ।।
जो श्रद्धा नहीं रखता उसका नाश निश्चित है।
ଶ୍ରୀଭଗବାନ ଶ୍ରଦ୍ଧା ଓ ଶାସ୍ତ୍ର—ଉଭୟର କଥା କହିଛନ୍ତି। ତେଣୁ ଅର୍ଜୁନଙ୍କ ମନରେ ଏହି ପ୍ରଶ୍ନ ଉଦ୍ଭବ ହେଲା ଯେ, ଯଦି କେହି ଶାସ୍ତ୍ରମାନଙ୍କର ପାଳନ କରେନାହିଁ, କିନ୍ତୁ ଶ୍ରଦ୍ଧାଶୀଳ ରହିଥାଏ, ତେବେ ତାହାର ସ୍ଥିତି କିପରି ହେବ?
17.1
ଅର୍ଜୁନ ଉବାଚ
ୟେ ଶାସ୍ତ୍ରବିଧିମୁତ୍ସୃଜ୍ୟ , ୟଜନ୍ତେ ଶ୍ରଦ୍ଧୟାନ୍ୱିତାଃ ।
ତେଷାଂ(ନ୍) ନିଷ୍ଠା ତୁ କା କୃଷ୍ଣ, ସତ୍ତ୍ୱମାହୋ ରଜସ୍ତମଃ ||1||
ବିବେଚନ -
ଅର୍ଜୁନ ଶ୍ରୀଭଗବାନଙ୍କୁ ପଚାରୁଛନ୍ତି - ଯେଉଁ ମନୁଷ୍ୟ ଶାସ୍ତ୍ରର ବିଚାର କରେ ନାହିଁ କିନ୍ତୁ ଶ୍ରଦ୍ଧାରେ ଯୁକ୍ତ ହୋଇଥାଏ ଏବଂ ସେ ଶାସ୍ତ୍ରବିଧିକୁ ତ୍ୟାଗ କରିଥିଲେ ମଧ୍ୟ ଶ୍ରଦ୍ଧାରେ ଯୁକ୍ତ ହୋଇ ଦେବାଦି ପୂଜନ କରନ୍ତି, ତେବେ ତାଙ୍କର ନିଷ୍ଠା କିପରି ହେବ! ତାହା ସାତ୍ତ୍ୱିକ ହେବ କି ରାଜସୀ ହେବ କିମ୍ବା ତାମସିକ ହେବ?
ପ୍ରାୟତଃ ଶ୍ରଦ୍ଧାକୁ ଆମେ ଅନ୍ଧବିଶ୍ୱାସ (BlindFaith) ବୋଲି ଭାବୁ।
श्रद्धा = श्रद् + धा
श्रद् अर्थात् सत्य, धा अर्थात् मार्ग
श्रद्धा का अर्थ है - सत्य की ओर जाने वाला मार्ग।
ଶ୍ରଦ୍ଧା= ଶ୍ରଦ୍+ଧା
ଶ୍ରଦ୍ ଅର୍ଥାତ୍ ସତ୍ୟ,ଧା ଅର୍ଥାତ୍ ମାର୍ଗ
ଶ୍ରଦ୍ଧାର ଅର୍ଥ ହେଉଛି- ସତ୍ୟ ଆଡ଼କୁ ଯିବାର ମାର୍ଗ ।
श्रद्धा का विलोम है शङ्का अर्थात् जो सत्य की ओर नहीं ले जाता।
ଶ୍ରଦ୍ଧାର ବିଲୋମ ଅଟେ ଶଙ୍କା ଅର୍ଥାତ୍ ଯାହା ସତ୍ୟମାର୍ଗକୁ ନିଏ ନାହିଁ ।
जहाँ श्रद्धा होगी वहाँ शङ्का नहीं होगी। जहाँ अश्रद्धा होगी वहाँ शङ्का होगी। ये दोनों एक साथ नहीं होते है।
ଯେଉଁଠି ଶ୍ରଦ୍ଧା ଥିବ ସେଠି ଶଙ୍କା ରହେ ନାହିଁ । କିନ୍ତୁ ଯେଉଁଠି ଅଶ୍ରଦ୍ଧା ଅଛି ସେଠି ଶଙ୍କା ନିଶ୍ଚିତ ଭାବେ ଅଛି।
ଉଭୟ କେବେହେଲେ ମଧ୍ୟ ଏକାଠି ରୁହନ୍ତି ନାହିଁ।
ରାମଚରିତ ମାନସରେ ସତୀ ପ୍ରସଙ୍ଗରେ ଉଲ୍ଲେଖ ଅଛି-
ତ୍ରେତୟା ଯୁଗରେ ଥରେ ଭଗବାନ ମହାଦେବ, ସତୀମାତାଙ୍କ ସହ ଅଗସ୍ତ୍ୟ ମୁନିଙ୍କ ଆଶ୍ରମରେ ବିରାଜିଲେ।
एक बार त्रेता जुग माहीं। संभु गए कुंभज रिषि पाहीं॥
संग सती जगजननि भवानी। पूजे रिषि अखिलेस्वर जानी॥
ଅଗସ୍ତ୍ୟ ଋଷି ଭଗବାନ ମହାଦେବ ଏବଂ ଦେବୀ ସତୀଙ୍କୁ ସହର୍ଷ ଶ୍ରଦ୍ଧାପୂର୍ବକ ସ୍ଵାଗତ କରି ବିଧିବିଧାନର ସହିତ ପୂଜନ ମଧ୍ୟ କଲେ।
ଭଗବାନ ଶିବଙ୍କୁ ଶ୍ରୀରାମଙ୍କ କଥା ଶୁଣିବା ପାଇଁ ଅତ୍ୟନ୍ତ ଭଲ ଲାଗେ। ଏପରିକି ଶ୍ରୋତା ମିଳିଗଲେ ସେ ବକ୍ତା ହୁଅନ୍ତି। ପୁଣି କେବେ ବକ୍ତା ମିଳିଗଲେ ସେ ନିଜେ ଶ୍ରୋତା ହୋଇ ଶ୍ରୀରାମ କଥା ଶୁଣିବା ପାଇଁ ପହଞ୍ଚିଯାନ୍ତି। ସେ ରାମକଥା ଶୁଣିବାପାଇଁ ଅଗସ୍ତ୍ୟ ଋଷିଙ୍କ ପାଖରେ ଆଗ୍ରହ ମଧ୍ୟ କରିଥିଲେ।
ଏହା ଶୁଣି ଅଗସ୍ତ୍ୟ ମୁନି କହିଲେ,”ସ୍ୱୟଂ ଭଗବାନ ଶମ୍ଭୁନାଥଙ୍କୁ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ କଥା ଶୁଣାଇବା” ଏହାଠୁ ବଡ ଆଉ କଣ ଉତ୍ତମ କଥା ଅଛି! ଏବଂ ସେ ଉଭୟଙ୍କୁ ଅନେକ ଦିନ ଧରି ଶ୍ରୀରାମ କଥା ଶୁଣାଇ ଥିଲେ ।
रामकथा मुनि बर्ज बखानी। सुनी महेश परम रुचि मानी।।
रिषि पूछी हरिभगति सुहाई। कही संभु अधिकारी पाई।।
कहत सुनत रघुपति गुन गाथा। कछु दिन तहाँ रहे गिरिनाथा॥
ଭଗବାନ ଶିବ ଅନେକ ଦିନ ଧରି ଆଶ୍ରମରେ ରହି ଶ୍ରୀରାମ କଥା ଶୁଣିଲେ କିନ୍ତୁ ଦେବୀ ସତୀଙ୍କୁ ରାମ କଥାରେ କୌଣସି ରୁଚି ନଥିଲା। ତାଙ୍କୁ ଲାଗିଲା,”ଆରେ, ମୋର ପତି ପରମେଶ୍ୱର ବହୁତ ଭୋଳା ବା ସରଳ ଅଟନ୍ତି ସେ ନିଜେ ସ୍ୱୟଂ ଇଶ୍ଵର ଅଟନ୍ତି ଏବଂ ଜଣେ ଋଷିଙ୍କ ପାଖକୁ ଆସିକି ଅନ୍ୟ କାହାର କଥା ଶୁଣୁଛନ୍ତି!
ଏବଂ ଦେବୀ ସତୀ ଶ୍ରୀରାମ କଥାରେ କୌଣସି ଶ୍ରଦ୍ଧା ରଖିଲେ ନାହିଁ। କଥା ସମାପନ ପରେ ଉଭୟ ଅଗସ୍ତ୍ୟ ମୁନିଙ୍କ ଠାରୁ ବିଦାୟ ନେଲେ।
मुनि सन बिदा मांगी त्रिपुरारी। चले भवन सँग दच्छकुमारी।।
ଆରମ୍ଭରେ ତୁଳସୀ ଦାସଜୀ ମାତା ସତୀଙ୍କୁ ସମ୍ମାନ ପୂର୍ବକ ଜଗତ ଜନନୀଙ୍କ ରୂପେ ସମ୍ବୋଧିତ କରିଥିଲେ କିନ୍ତୁ ପରେ ତାଙ୍କର ଶ୍ରଦ୍ଧା ନ ଥିବାରଦେଖି ତାଙ୍କୁ ଦକ୍ଷ କୁମାରୀ କହିଥିଲେ।
ଆସିବା ପୂର୍ବରୁ ସତୀଦେବୀଙ୍କୁ ଜନନୀ ଭବାନୀ ନାମରେ ସମ୍ବୋଧିତ କରିଛନ୍ତି, କିନ୍ତୁ ଯିବା ସମୟରେ ଦକ୍ଷକୁମାରୀ ବା ଦକ୍ଷଙ୍କ ପୁତ୍ରୀ କୁହାଯାଇଛି।
ଏପଟେ ଭଗବାନ ଶିବ ଶ୍ରୀରାମ ନାମ ମହିମାର ଗୁଣଗାନ କରି ଯାଉଛନ୍ତି କିନ୍ତୁ ସତୀ ଦେବୀଙ୍କୁ ଏହା ସବୁ ଅସାମାନ୍ୟ ଲାଗୁ ଥାଏ। ତାଙ୍କୁ ଲାଗୁଥାଏ, ତ୍ରିଲୋକର ଦେବ ସ୍ୱୟଂ ଦେବାଦି ଦେବ ମହାଦେବ ଶଙ୍କରଜୀ ରାମଙ୍କ ସ୍ତୁତି କାହିଁକି କରୁଛନ୍ତି।
ଯେଉଁ ସମୟରେ ଭଗବାନ ଶିବ ରାମକଥା ଶୁଣୁଥିଲେ ଠିକ୍ ସେହି ସମୟରେ ଶ୍ରୀଭଗବାନଙ୍କର ଧରା ପୃଷ୍ଠରେ ରାମ ଅବତାର ହୋଇଥିଲା ଏବଂ ମାତା ସୀତାଙ୍କର ଅପହରଣ ମଧ୍ୟ ହୋଇଥିଲା ଏବଂ ଶ୍ରୀରାମଚନ୍ଦ୍ର ଅନୁଜ ଲକ୍ଷ୍ମଣଙ୍କ ସହିତ ଘୋର ଜଙ୍ଗଲରେ ବ୍ୟାକୁଳ ହୋଇ ସୀତା ଦେବୀଙ୍କୁ ଖୋଜୁଥିଲେ।
ଆକାଶ ପଥରେ ଯେତେବେଳେ ମହାଦେବ ସତୀଙ୍କ ସହିତ କୈଳାସକୁ ଫେରୁଥିଲେ ସେହି ସମୟରେ ସେ ଶ୍ରୀରାମଚନ୍ଦ୍ରଙ୍କୁ ଆକାଶ ମାର୍ଗରୁ ଦେଖି , ଅତ୍ୟନ୍ତ ପ୍ରସନ୍ନ ହୋଇଗଲେ ଏବଂ ଭାବିଲେ ଶ୍ରୀରାମଙ୍କ ସହିତ କଥା ହେବାପାଇଁ କିନ୍ତୁ ତାଙ୍କୁ ଲାଗିଲା ସେହି ସମୟରେ ଶ୍ରୀଭଗବାନ ଲୀଳା କରୁଛନ୍ତି।
संभु समय तेहि रामहि देखा। उपजा हियँ अति हरषु बिसेषा॥
भरि लोचन छबिसिंधु निहारी। कुसमय जानि न कीन्हि चिन्हारी।।
ଏଥିପାଇଁ ସେ ସେହି ସମୟକୁ ଉଚିତ ନୁହେଁ ଭାବି କେବଳ ତାଙ୍କୁ ଜୟ ସଚ୍ଚିଦାନନ୍ଦ! ଜୟ ସଚ୍ଚିଦାନନ୍ଦ! ସମ୍ବୋଧିତ କରି ଦୂରରୁ ପ୍ରଣାମ କରି ଚାଲିଗଲେ।
जय सच्चिदानंद जग पावन। अस कहि चलेउ मनोज नसावन॥
ଦେବୀସତୀ ତ ପ୍ରଥମରୁ ହିଁ ସଂଶୟରେ ଥିଲେ। ପୁଣି ତାଙ୍କୁ ଲାଗିଲା ମୋର ସ୍ୱାମୀ ଜଣେ ସାଧାରଣ ମନୁଷ୍ୟଙ୍କୁ ଦେଖି ପ୍ରଣାମ କରିଲେ ଏବଂ କାହିଁକି ଜୟ ସଚ୍ଚିଦାନନ୍ଦ ବୋଲି ଜୟ ଗାନ କଲେ। ସେଠି ସେ ପତ୍ନୀଙ୍କ ବିୟୋଗରେ ଉଦାସୀନତାରେ ପତ୍ରକୁ, ଫୁଳକୁ, ଗଛଲତାକୁ, ପଶୁପକ୍ଷୀଙ୍କୁ ପଚାରୁଛନ୍ତି, ”କଣ ତୁମେ ସୀତାଙ୍କୁ ଦେଖିଛ କି?” ଏହା ଦେଖି ସତୀ ଦେବୀଙ୍କୁ କ୍ଷୋଭ ହେଲା ଏବଂ ସେ ଚୁପ ରହି ପାରିଲେ ନାହିଁ।
सतीं सो दसा संभु कै देखी। उर उपजा संदेहु बिसेषी॥
ଯେଉଁଠି ଶ୍ରଦ୍ଧା ଅଛି ସେଠି ଶଙ୍କା ହେବନାହିଁ। ଯେଉଁଠି ଅଶ୍ରଦ୍ଧା ଅଛି ସେଠି ନିଶ୍ଚିତ ଭାବେ ଶଙ୍କା ହେବ ଏବଂ ସତୀଙ୍କ ମନରେ ଶ୍ରଦ୍ଧାର କ୍ଷରଣ ହେଲା ଏବଂ ଆଶଙ୍କାର ଜାଗରଣ ହେଲା।
संकरु जगतबंद्य जगदीसा। सुर नर मुनि सब नावत सीसा॥
ସତୀ ଭଗବାନ ଶିବଙ୍କୁ କହିଲେ,”ସମସ୍ତ ଜଗତ ଆପଣଙ୍କର ଚରଣ ବନ୍ଦନା କରେ। ଏପରିକି ସୁର, ନର, ମୁନି ନିଜ ନିଜର ମଥା ନୁଆଁନ୍ତି ଆପଣ ସବୁଠାରୁ ସର୍ବୋଚ୍ଚ ଅଟନ୍ତି ଓ ଆପଣଙ୍କୁ ଲାଗୁଛି କି ସିଏ ଶ୍ରୀଭଗବାନଙ୍କ ଅବତାର ଏବଂ ଆପଣ ଜଣେ ସାଧାରଣ ରାଜପୁତ୍ରଙ୍କୁ ସଚ୍ଚିଦାନନ୍ଦ କହି ପ୍ରଣାମ କରୁଛନ୍ତି?
ମହାଦେବ କହିଲେ,”ହେ ସତୀ“ତୁମକୁ ଏପରି ଭାବିବା ଉଚିତ୍ ନୁହେଁ, ସେ ହେଉଛନ୍ତି ସ୍ଵୟଂ ସଚ୍ଚିଦାନନ୍ଦ ସ୍ୱରୂପ ପରମାତ୍ମା ଅଟନ୍ତି। ଆମେ ଯାହାଙ୍କର କଥା ଶୁଣିକରି ଆସିଲେ, ଇଏ ହିଁ ସେହି ପରମ ବ୍ରହ୍ମ ପରମାତ୍ମା ଅଟନ୍ତି।
सोइ मम इष्टदेव रघुबीरा। सेवत जाहि सदा मुनि धीरा।।
ଦେବାଧିଦେବ କହିଲେ ସିଏ ମୋର ଇଷ୍ଟ ଭଗବାନ ଶ୍ରୀରାମ ଅଟନ୍ତି ଦେବୀ ସତୀ ମାନିବାକୁ ନାରାଜ ଏବଂ ତର୍କ ବିତର୍କ କରି ଚାଲୁଥିଲେ। ତେଣୁ ଭଗବାନ ଶିବ କହିଲେ ଯଦି ତୁମକୁ ମୋର କଥା ଉପରେ ବିଶ୍ଵାସ ହେଉ ନାହିଁ ତେବେ ତୁମେ ତାଙ୍କର ପରୀକ୍ଷା ମଧ୍ୟ କର।
जौं तुम्हरें मन अति संदेहू। तौ किन जाइ परीछा लेहू॥
तब लगि बैठ अहउँ बटछाहीं। जब लगि तुम्ह ऐहहु मोहि पाहीं॥
जैसें जाइ मोह भ्रम भारी। करेहु सो जतनु बिबेक बिचारी॥
चलीं सती सिव आयसु पाई। करहिं बिचारु करौं का भाई॥
ଏହା ଶୁଣି ସତୀ ଦେବୀ କହିଲେ, ଠିକ୍ ଅଛି ମୁଁ ଏବେ ତୁରନ୍ତ ଯାଇ ପରୀକ୍ଷା କରି ଆସୁଛି।
ଶଙ୍କର ଭଗବାନ ସତୀଙ୍କୁ ସାବଧାନ କରି କହିଲେ,” ଦେଖ ଧ୍ୟାନର ସହିତ! ଏବଂ ନିଜର ବିବେକର ସହିତ କାମ କରିବ। କୌଣସି ଗଡ଼ବଡ଼ କରିବ ନାହିଁ।” ସେ ସାକ୍ଷାତ ପରଂବ୍ରହ୍ମ ପୁରୁଷୋତ୍ତମ ଅଟନ୍ତି। ଶିବ ମନେ ମନେ ଭାବିଲେ ଆଜି ସତୀଙ୍କ କଲ୍ୟାଣ ଆଉ ହେବ ନାହିଁ। ଏପରିକି ସେ କହିବାରୁ ମଧ୍ୟ ତାଙ୍କର ସଂଶୟ ଯାଉ ନାହିଁ, ଏବଂ ବିଧି ମଧ୍ୟ ଆଜି ସତୀଙ୍କର ଭାବନାର ବିପରୀତ ଅଛି।
ଏପଟେ ସତୀ ଭାବୁଛନ୍ତି କେଉଁ ପ୍ରକାର ପରୀକ୍ଷା ନିଆଯାଇ ପାରିବ! ସତୀ ବିଚାର କଲେ ଯେ, ସେ ସୀତାଙ୍କ ରୂପ ଧାରଣ କରି ଶ୍ରୀରାମଙ୍କ ସାମ୍ନାକୁ ଯିବେ। ଏପଟେ ଭଗବାନ ଶିବ ସତୀଙ୍କ ଏପରି ଭାବନାକୁ ଦେଖି ନିଜେ ଦୁଃଖୀ ହୋଇ ଧ୍ୟାନରେ ମଗ୍ନ ହୋଇ ଗଲେ।
ସେ ଜାଣିଗଲେ ଯେ ସତୀଙ୍କର ବିନାଶ ନିଶ୍ଚିତ ଅଟେ। ଯିଏ ଶ୍ରଦ୍ଧା ରଖେ ନାହିଁ ତାର ବିନାଶ ନିଶ୍ଚିତ ଅଟେ।
होइहि सोइ जो राम रचि राखा। को करि तर्क बढ़ावै साखा॥
अस कहि लगे जपन हरिनामा। गईं सती जहँ प्रभु सुखधामा।।
ପ୍ରଭୂଶିବ ଧ୍ୟାନରେ ଶ୍ରୀଭଗବାନଙ୍କୁ ସ୍ମରଣ କରିଲେ ଏବଂ ସତୀ ମାତା ଜାନକୀଙ୍କ ରୂପ ଧରି ରାମଚନ୍ଦ୍ରଙ୍କ ମାର୍ଗରେ ଆଗରେ ଚାଲିବାକୁ ଆରମ୍ଭ କଲେ। ଏହା ଦେଖି ଲକ୍ଷ୍ମଣ ଆଶ୍ଚର୍ଯ୍ୟ ହୋଇ ଭାବିଲେ,”ମାତା ସୀତାଙ୍କର ରୂପରେ ପୁଣି ଦେବୀ ସତୀ ଏଠି କଣ କରୁଛନ୍ତି।”
लछिमन दीख उमाकृत बेषा। चकित भए भ्रम हृदयँ बिसेषा॥
कहि न सकत कछु अति गंभीरा। प्रभु प्रभाउ जानत मतिधीरा।
ଦେବୀସତୀ ନିକଟତମ ହେବା କ୍ଷଣି ଭଗବାନ ଶ୍ରୀରାମ ଦେବୀସତୀଙ୍କୁ ଜାଣି ପାରି ପ୍ରଣାମ କଲେ। ନିଜର ଏବଂ ପିତାଙ୍କ ପରିଚୟ ଦେଇ ଶ୍ରୀରାମ ପଚାରିଲେ ବୃଷକେତୁ, ନନ୍ଦୀ ବାହନରେ ବିଚରଣ କରୁଥିବା ପ୍ରଭୂ ମହାଦେବ କେଉଁଠି ଅଛନ୍ତି ଏବଂ ମାତା! ଏହି ଘୋର ଅରଣ୍ୟରେ ଆପଣ ଏକୁଟିଆ କଣ କରୁଛନ୍ତି?
जोरि पानि प्रभु कीन्ह प्रनामू। पिता समेत लीन्ह निज नामू॥
कहेउ बहोरि कहाँ बृषकेतू। बिपिन अकेलि फिरहु केहि हेतु॥
ଦେବୀସତୀ ସ୍ତବ୍ଧ ହୋଇଗଲେ ଏବଂ ଭାବିବାକୁ ଲାଗିଲେ, ସେମାନେ ତାଙ୍କୁ କିପରି ଜାଣି ପାରିଲେ!
राम बचन मृदु गूढ़ सुनि, उपजा अति संकोचु।
सती सभीत महेस पहिं, चलीं हृदयँ बड़ सोचु॥
ଏବଂ ସେ ଲଜ୍ଜିତ ହୋଇ ଭଗବାନ ଶିବଙ୍କ ପାଖକୁ ଯିବା ପାଇଁ ବାହାରିଲେ ସେ ହିଁ ମୋତେ ରକ୍ଷା କରି ପାରିବେ।
मैं संकर कर कहा न माना। निज अग्यानु राम पर आना॥
जाइ उतरु अब देहउँ काहा। उर उपजा अति दारुन दाहा॥
जाना राम सतीं दुखु पावा। निज प्रभाउ कछु प्रगटि जनावा॥
सतीं दीख कौतुकु मग जाता। आगें रामु सहित श्री भ्राता॥
ଭଗବାନ ଶ୍ରୀରାମ ସତୀଙ୍କ ହୃଦୟ କଥା ଜାଣି ପାରିଲେ। ଆଛା ଆପଣ ତା ହେଲେ ପରୀକ୍ଷା କରିବାକୁ ଆସିଛନ୍ତି ଠିକ୍ ଅଛି ଯେତେବେଳେ ଆପଣ ଆସିଛନ୍ତି ତେବେ ଆମେ ଟିକିଏ ଲୀଳା କରିବା।
ଭଗବାନ ଶ୍ରୀରାମଙ୍କ ପ୍ରଭାବରୁ ଦେବୀ ସତୀଙ୍କୁ ଜଙ୍ଗଲର ଚାରି ଦିଗରେ କେବଳ ଆଉ କେବଳ ରାମ, ଲକ୍ଷ୍ମଣ ଓ ମାତା ଜାନକୀ ଦେଖା ଦେଲେ। ତା ସହିତ ଏହି ତିନି ଜଣଙ୍କର ସେବା ସମସ୍ତ ଦେବାଦେବୀ ସହିତ ସ୍ୱୟଂ ଶିବ ମଧ୍ୟ ସେବା କରୁଛନ୍ତି ଏବଂ ଚରଣ ବନ୍ଦନା କରୁଥିବାର ଦୃଶ୍ୟମାନ ହେଲା। ଦେବୀସତୀ ଏହା ଦେଖି ଅଚେତ୍ ହୋଇଗଲେ। ଚେତନା ଆସିଲା ପରେ ସେ ଦେଖିଲେ ସେଠି ଆଉ କିଛି ନାହିଁ ଏବଂ ସେ ଶ୍ରୀରାମଙ୍କ ପ୍ରଭାବକୁ ପ୍ରଣାମ କରି ଶିବଶଙ୍କରଙ୍କ ପାଖରେ ଆସି ପହଞ୍ଚିଲେ।
ଭୋଳାଶଙ୍କରଙ୍କ ନିକଟକୁ ଆସି ସତୀ ଦେବୀ ମିଛ କହିଲେ। ସେ କହିଲେ ଯେ, ”ମୁଁ ଆପଣଙ୍କ କଥାରେ ବିଶ୍ୱାସ କରି ଆଉ କିଛି ପରୀକ୍ଷା ନେଲି ନାହିଁ।” ଏପଟେ ଭଗବାନ ଶିବ ଧ୍ୟାନ କରି କହିଲେ ଶ୍ରୀରାମ ଭଗବାନ ମୋର ପରମପିତା ଅଟନ୍ତି ଏବଂ ଜାନକୀ ମୋର ମାତା ଅଟନ୍ତି। ତେଣୁ ତୁମେ ମୋର ମାଁ ଙ୍କ ରୂପ ଧାରଣ କରିଥିଲ ତେଣୁ ତୁମେ ମୋର ପତ୍ନୀ ହୋଇ ପାରିବନି।” ଏହା କହି ଭଗବାନ ଶିବ ସତୀ ଦେବୀଙ୍କୁ ପତ୍ନୀ ରୂପେ ଗ୍ରହଣ କରିବା ପାଇଁ ତ୍ୟାଗ କରିଦେଲେ। ଏହା ଦେଖି ସମସ୍ତ ଦେବତାଗଣ ଶ୍ରୀ ଶିବ ଭଗବାନଙ୍କ ଉପରେ ପୁଷ୍ପ ବର୍ଷା କଲେ।
କିଛି ସମୟ ପଶ୍ଚାତ୍ ସତୀଙ୍କର ପିତା ଦକ୍ଷ ନିଜର ବାସଭବନରେ ଏକ ଯଜ୍ଞ ଅନୁଷ୍ଠିତ କଲେ। ସତୀ ଦେଖିଲେ ସମସ୍ତ ଦେବଗଣ ଏହି ଯଜ୍ଞକୁ ଯାଉଛନ୍ତି। କିନ୍ତୁ ଅହଙ୍କାର ବଶୀଭୂତ ରାଜା ଦକ୍ଷ ନିଜକୁ ଭଗବାନ ଶିବଙ୍କ ଠାରୁ ଅତି ଶ୍ରେଷ୍ଠ ମାନୁଥିଲେ। ଏଥିପାଇଁ ନିଜର ଜ୍ଜାଇଁ ଏବଂ ପୁତ୍ରୀକୁ ଯଜ୍ଞରେ ଆମନ୍ତ୍ରଣ କଲେନିହିଁ।
ଭଗବାନ ଶିବ ମନା କରିବା ସତ୍ତ୍ୱେ ଯଜ୍ଞରେ ଭାଗ ନେବାକୁ ଦେବୀ ସତୀ ପହଞ୍ଚିଗଲେ ଏବଂ ସେ ସେଠାରେ ଦେଖିଲେ, ପିତା ଦକ୍ଷ ସମସ୍ତ ଦେବାଦେବୀଙ୍କୁ ପୂଜାର୍ଚ୍ଚନା ଓ ଆହୁତିରେ ଭାଗ ଦେଇଛନ୍ତି କିନ୍ତୁ ଶିବଙ୍କୁ ଅପମାନ ଦେବା ଉଦ୍ଦେଶ୍ୟରେ ତାଙ୍କପାଇଁ ସ୍ଥାନ ରଖିନାହାନ୍ତି। ଏହି ଅପମାନକୁ ସହି ନପାରି ଦେବୀ ସତୀ କ୍ରୋଧବଶତଃ ଯଜ୍ଞ କୁଣ୍ଡରେ ନିଜର ପ୍ରାଣର ଆହୁତି ଦେଇ ଦକ୍ଷଙ୍କ ଯଜ୍ଞକୁ ନଷ୍ଟ କରିଦେଲେ।
ଭୟଙ୍କର କ୍ରୋଧରେ ଜର୍ଜରିତ ହୋଇ ଭଗବାନ ଶିବ ଯଜ୍ଞସ୍ଥଳରେ ପହଞ୍ଚିଲେ ଏବଂ ମାତା ସତୀଙ୍କ ଶରୀରକୁ ଉଠାଇ ନେଲେ ଏବଂ ମାତା ସତୀଙ୍କ ଶରୀରର ଖଣ୍ଡିତଅଙ୍ଗ ଯେଉଁ ଯେଉଁ ସ୍ଥାନମାନଙ୍କରେ ପଡ଼ିଥିଲା, ତାହା ବର୍ତ୍ତମାନ ଶକ୍ତିପୀଠ ଭାବରେ ବିଦିତ।
ପରବର୍ତ୍ତୀ ଜନ୍ମରେ ରାଜା ହିମାଳୟଙ୍କ ଘରେ ସତୀଙ୍କର ପୁନଃ ଜନ୍ମ ହେଲା ପାର୍ବତୀ ରୂପରେ। ନାରଦ ମୁନି ପାର୍ବତୀଙ୍କୁ ଉପଦେଶ, ଜ୍ଞାନ ଦେଇ ତାଙ୍କର ପୂର୍ବଜନ୍ମର ସମସ୍ତ ସ୍ମୃତିକୁ ମନେ ପକାଇଦେଲେ ଏବଂ ତାଙ୍କର ପ୍ରଣ ବା ପ୍ରତିଜ୍ଞା ସ୍ମରଣ କରାଇଲେ।
ସତୀ ଦେବୀ ନାରଦଙ୍କୁ ଗୁରୁ ରୂପେ ସ୍ୱୀକାର କଲେ ଏବଂ ଭଗବାନ ଶିବଙ୍କୁ ପତି ରୂପେ ପ୍ରାପ୍ତ କରିବାପାଇଁ ସେ କଠୋର ତପସ୍ୟା କରିଲେ। ପ୍ରଥମେ ପ୍ରଥମେ ସେ କିଛି ପତ୍ର ଖାଇ ଖାଇ ତପସ୍ୟା କରୁଥିଲେ, ପରେ ପତ୍ର ଖାଇବା ମଧ୍ୟ ବନ୍ଦ କରିଦେଲେ ଏବଂ ଅପର୍ଣ୍ଣା ନାମରେ ନାମିତ ହେଲେ।
ପୁଣି ଛଅ ମାସ ଅନ୍ତରାଳରେ ବାୟୁକୁ ନିଜର ଖାଦ୍ୟ ଭାବରେ ଗ୍ରହଣ କରି ତପସ୍ୟା କଲେ। ଏପରି ନଖାଇ ନପିଇ ହଜାର ହଜାର ବର୍ଷ ଧରି ତପସ୍ୟା କଲା ପରେ ମାତା ପାର୍ବତୀ ଭଗବାନ ଶିବଙ୍କୁ ପତି ରୂପେ ପ୍ରାପ୍ତ କରିଥିଲେ।
ମାତା ପାର୍ବତୀ ଭଗବାନ ଶିବଙ୍କୁ କହିଲେ,” ମୁଁ ସନ୍ଦେହ କରିଥିବାରୁ ମୋର ନାଶ ହେଲା ଏବଂ ଆପଣଙ୍କ ଠାରୁ ମୁଁ ଦୂରେଇ ଗଲି କିନ୍ତୁ ଏବେ ଶ୍ରଦ୍ଧା ରଖିଲି ବୋଲି ପାର୍ବତୀ ରୂପେ ଆପଣଙ୍କୁ ପୁନର୍ବାର ପତି ପରମେଶ୍ୱର ଭାବେ ପ୍ରାପ୍ତ କଲି। ମୁଁ ଏବେ ଶ୍ରଦ୍ଧାଭାବରେ ଅଛି ତେଣୁ ମୋତେ ଆପଣ ଶ୍ରୀରାମ କଥା ଶୁଣାନ୍ତୁ।
ଭଗବାନ ଶିବ ପାର୍ବତୀଙ୍କ ଶ୍ରଦ୍ଧାଭାବ ଦେଖି ତାଙ୍କୁ ଶ୍ରୀରାମକଥା କହିଲେ ଏବଂ ସେହି ରାମକଥା ସ୍ୱାମୀ ଗୋସ୍ୱାମୀ ତୁଳସୀ ଦାସ ମହାରାଜ ରାମଚରିତ ମାନସ ରୂପରେ ଲେଖିଛନ୍ତି।
ମଙ୍ଗଳାଚରଣରେ ଗୋସ୍ୱାମୀ ତୁଳସୀ ଦାସ କହିଛନ୍ତି -
भवानीशङ्करौ वन्दे श्रद्धाविश्वासरूपिणौ।
याभ्यां विना न पश्यन्ति सिद्धाः स्वान्तः स्थमीश्वरम् ॥
श्रोता श्रद्धा और वक्ता विश्वास का प्रतीक है।
ଶ୍ରୋତା ଶ୍ରଦ୍ଧା ଏବଂ ବକ୍ତା ବିଶ୍ଵାସର ପ୍ରତୀକ ଅଟନ୍ତି।
गुरु विश्वास और शिष्य श्रद्धा का प्रतीक है। ऐसा होने पर ही जीवन फलता है।
ଗୁରୁ ବିଶ୍ଵାସ ଏବଂ ଶିଷ୍ୟ ଶ୍ରଦ୍ଧାର ପ୍ରତୀକ ଅଟନ୍ତି।ଏପରି ହେଲେ ହିଁ ଜୀବନ ଫଳପ୍ରଦ ହୋଇଥାଏ।
“ଗୁରୁଙ୍କ ଉପରେ ବିଶ୍ଵାସ ରହିବା ଦରକାର,ସେ ଯାହା କହିବେ ତାହା ଠିକ୍” ଏହିପରି ଶ୍ରଦ୍ଧା ଶିଷ୍ୟର ମନରେ ରହିବା ଦରକାର। ଶ୍ରଦ୍ଧା ଓ ବିଶ୍ଵାସର ସଂଯୋଗରେ ହିଁ ଗୁରୁ ଶିଷ୍ୟର ପରମ୍ପରା ସଫଳତା ପ୍ରାପ୍ତ ହୋଇଥାଏ।
ଆସନ୍ତୁ ଶ୍ରଦ୍ଧା ଏବଂ ବିଶ୍ଵାସ ମଧ୍ୟରେ ଅନ୍ତର ଜାଣିବା।
ଅନ୍ୟର କଥା ଉପରେ ବିଶ୍ୱାସ ରଖିକରି ମାନିବା, ତାହା ଭରଷା ଯୋଗ୍ୟ କଥାକୁ ମାନିବା ପରି ଅଟେ।
ଶାସ୍ତ୍ରରେ ପଢିବା, ଗୁରୁଙ୍କ ପାଖରୁ ଶୁଣୁଥିବା କଥାକୁ ବିଶ୍ୱାସପୂର୍ବକ ମାନିବା - ଏହା ହିଁ ଶ୍ରଦ୍ଧା ଅଟେ।
ଏହା ଯେତେବେଳେ ସ୍ୱୟଂର ଅନୁଭବରେ ଆସି ଯିବ ତେବେ ସେହି ,ଶ୍ରଦ୍ଧା ବିଶ୍ଵାସ ହୋଇଯିବ।
ଶ୍ରୀଭଗବାନ ଶିବ ଶମ୍ଭୁନାଥ କହୁଛନ୍ତି -
उमा कहउँ मैं अनुभव अपना। सत हरि भजनु जगत् सब सपना॥
ଶ୍ରଦ୍ଧାର କାରଣରୁ ହିଁ ସମସ୍ତ କାର୍ଯ୍ୟ ହୋଇଥାଏ।
ଶ୍ରୀ ଭଗବାନ ଉଵାଚ ତ୍ରିବିଧା ଭବତି ଶ୍ରଦ୍ଧା, ଦେହିନାଂ(ମ୍) ସା ସ୍ଵଭାଵଜା |
ସାତ୍ତ୍ୱିକୀ ରାଜସୀ ଚୈବ, ତାମସୀ ଚେତି ତାଂ(ମ୍) ଶୃଣୁ || 2 ||
ବିବେଚନ -
ଶ୍ରୀ ଭଗବାନ ଅର୍ଜୁନଙ୍କୁ କହିଥିଲେ ଯେ,”ମଣିଷର ଯେଉଁ ଶ୍ରଦ୍ଧା କେବଳ ସେମାନଙ୍କର ସ୍ୱଭାବରୁ ଜନ୍ମ ନେଇଥାଏ ଏବଂ ଶାସ୍ତ୍ରୀୟ ସଂସ୍କାରରୁ ମୁକ୍ତଥାଏ, ତାହା ତିନି ପ୍ରକାରର ହୋଇଥାଏ ଯଥା - ସାତ୍ତ୍ୱିକୀ, ରାଜସୀ ଏବଂ ତାମସୀ। ତାହା ତୁମେ ମୋଠାରୁ ଏହା ଶୁଣ।”
ଶ୍ରୀ ଭଗବାନ କହିଛନ୍ତି ଯେ ତିନି ପ୍ରକାରର ଶ୍ରଦ୍ଧା ଅଛି - ସ୍ୱଭାବଜା, ସଙ୍ଗଜା,ଏବଂ ଶାସ୍ତ୍ରଜା
୧. ସ୍ୱଭାବଜା ଶ୍ରଦ୍ଧା -
ମୁଁ ଯେଉଁ ଘରେ ଜନ୍ମ ହୋଇଛି, ଯେଉଁ ଜାତିରେ ମୁଁ ଜନ୍ମ ହୋଇଛି, ଯେଉଁ ସସ୍କାର ମୂଲ୍ୟବୋଧ ସହିତ ଜନ୍ମ ହୋଇଛି, ତାହା ବଂଶାନୁକ୍ରମିକ (ଜିନ୍ର ଉତ୍ତରାଧିକାରୀ) ହୋଇଯାଏ। ସେଗୁଡ଼ିକ ସ୍ୱଭାବିକ ଭାବରେ ମୋ ସ୍ୱଭାବରେ ଆସିଥାଏ। ଯେଉଁ ଘରେ ଆମେ ଜନ୍ମ ନେଉ, ସେହି ଘରର ପରମ୍ପରା ଅନୁସାରେ ଆମ ଭିତରେ ଶ୍ରଦ୍ଧା ଜାଗ୍ରତ ହୁଏ। ଏହା ହିଁ ସ୍ୱଭାବଜା ଶ୍ରଦ୍ଧା।
ଅନେକ ଲୋକ ନିରାମିଷଭୋଜୀ ଅଟନ୍ତି କାରଣ ସେମାନେ ଏପରି ଏକ ଘରେ ଜନ୍ମ ହୋଇଛନ୍ତି, ଯେଉଁଠାରେ କେବଳ ନିରାମିଷ ଖାଦ୍ୟ ଭୋଜନ ହୁଏ। ଏପରି ଲୋକମାନେ ମାଂସ ଖାଆନ୍ତି ନାହିଁ କିନ୍ତୁ ଅଣ୍ଡା ଥିବା କେକ୍ ଖାଆନ୍ତି। ସେମାନଙ୍କର ଶ୍ରଦ୍ଧା ସ୍ୱଭାବଜା।
ଯଦି ସେମାନଙ୍କୁ ମାଂସ ଦିଆଯାଏ, ତେବେ ସେମାନେ ତାହା ଖାଇପାରିବେ ନାହିଁ। କାରଣ ସେମାନେ ସ୍ୱଭାବତଃ ନିରାମିଷଭୋଜୀ ଅଟନ୍ତି।
୨. ସଙ୍ଗଜା ଶ୍ରଦ୍ଧା -
ଆମେ ଯେଉଁ ଲୋକଙ୍କ ସହିତ ରହୁ ସେମାନଙ୍କ ସଙ୍ଗ ଦ୍ୱାରା ସଙ୍ଗଜା ଶ୍ରଦ୍ଧା ସୃଷ୍ଟି ହୁଏ।
ଆମ ଜୀବନରେ ଅନେକ ପରିବର୍ତ୍ତନ ସେହିମାନଙ୍କ କାରଣରୁ ହୁଏ, ଯେଉଁମାନେ ଆମ ସଙ୍ଗରେ ରୁହନ୍ତି।
ଆମେ ଯେଉଁ ପରିବେଶରେ ରହୁ, ଆମେ ଯଉଁ ପ୍ରକାର ପୁସ୍ତକ ପଢୁ, ତାହା ଆମକୁ ସେହି ବିଷୟରେ ଶ୍ରଦ୍ଧା ଦିଏ।
ଲୋକମାନେ ମଧ୍ୟ ସଂଗତି ମାଧ୍ୟମରେ ପରିବର୍ତ୍ତିତ ହୁଅନ୍ତି।
ଖରାପ ଲୋକମାନେ ଭଲ ପରିବେଶରେ ଭଲ ହୋଇଯାଆନ୍ତି, ଏବଂ ଭଲ ଲୋକମାନେ ଖରାପ ପରିବେଶରେ ଖରାପ ହୋଇଯାଆନ୍ତି।
୩. ଶାସ୍ତ୍ରଜା ଶ୍ରଦ୍ଧା -
ଶାସ୍ତ୍ରକୁ ପଢି-ଶୁଣି ଉତ୍ପନ୍ନ ହେଉଥିବା ଶ୍ରଦ୍ଧା ହେଉଛି ଶାସ୍ତ୍ରଜା ଶ୍ରଦ୍ଧା। ଏହି ଶ୍ରଦ୍ଧା ଗୀତା, ରାମାୟଣ ଏବଂ ମହାଭାରତ ଆଦି ପଢ଼ିଲେ ବିକଶିତ ହୁଏ।
ଶାସ୍ତ୍ରବିଧିର ତ୍ୟାଗ ତିନୋଟି କାରଣ ଯୋଗୁଁ ହୁଏ: ୧. ଅଜ୍ଞତା ୨. ଉପେକ୍ଷା ୩. ବିରୋଧ
୧. ଅଜ୍ଞତା/ଅଜ୍ଞାନତା -
ଶାସ୍ତ୍ରରେ କ’ଣ ଲେଖାଯାଇଛି, ସେଥିରେ ଆମେ ଅନଭିଜ୍ଞ। ଆମକୁ କିଛି ଜଣା ନାହିଁ।
ପଣ୍ଡିତ ଆମକୁ ଯଜ୍ଞ ପାଇଁ ଆମ୍ବ କାଠ ଆଣିବାକୁ କହିଥିଲେ। ଅଜ୍ଞତା ଯୋଗୁଁ, ଆମେ ବଜାରକୁ ଯାଇ କାଠ ବିଷୟରେ କିଛି ନ ପଚାରି, ଯେ କୌଣସି କାଠ କିଣିଥାଉ - ଏହା ଅଜ୍ଞତା।
ଏହି ଅପରାଧ କ୍ଷମାଯୋଗ୍ୟ କାରଣ ଏହା ଅଜ୍ଞତା ଯୋଗୁଁ ହୋଇଥାଏ। ଅଜ୍ଞତାରୁ ଉତ୍ପନ୍ନ ଶାସ୍ତ୍ରବିଧି ପ୍ରତି ଉପେକ୍ଷା କ୍ଷମାଯୋଗ୍ୟ ଅଟେ।
୨. ଉପେକ୍ଷା –
ଆମେ ପ୍ରକ୍ରିୟା ଜାଣୁ, ତଥାପି ଆମର ଏହି ଭାବନା ରହେ ଯେ, "ଏହା କ'ଣ ପାର୍ଥକ୍ୟ ସୃଷ୍ଟି କରିବ?"
ପୁରୋହିତ କହିଲେ, "ଯଦି ତୁମେ ଯଜ୍ଞ କରିବାକୁ ଚାହୁଁଛ, ତେବେ ଆମ୍ବ କାଠ ଆଣ।" ଆମେ ବଜାରକୁ ଯାଇ ଅନ୍ୟ କିଛି କମ୍ ମୂଲ୍ୟର କାଠ କିଣିଆଣୁ, କାରଣ ଆମେ ଜାଣୁ ଆମ୍ବକାଠ ମହଙ୍ଗା।
ଶାସ୍ତ୍ର ପଦ୍ଧତି ପରିତ୍ୟାଗ କରିବାର କାରଣ ହେଉଛି ମନରେ ଉପେକ୍ଷାର ଭାବନା।
ଉପେକ୍ଷା ସହିତ କରା ଯାଉଥିବା ଶାସ୍ତ୍ର ପଦ୍ଧତିଗୁଡ଼ିକ ନିଷ୍ଫଳ ହୋଇଥାଏ।
୩. ବିରୋଧ -
ମୁଁ ଏହା କାହିଁକି କରିବି ? ମୋତେ ଏହା କାହିଁକି କରିବାକୁ ପଡିବ? ମୁଁ ଏହା କରିବି ନାହିଁ। ମୁଁ କାହିଁକି ଆମ୍ବ କାଠରେ ଯଜ୍ଞ କରିବି, ପଣସ କାଠରେ କାହିଁକି ନୁହେଁ? ଏହା କ’ଣ କ୍ଷତି କରିବ?
ମୁଁ ବହୁତ ଶିକ୍ଷିତ, କିନ୍ତୁ ମୁଁ ଶ୍ରାଦ୍ଧ କରେ ନାହିଁ; ଏହା ମୂର୍ଖଙ୍କର କାମ। ମୁଁ ଏହା କରିବି ନାହିଁ। ମୁଁ କୌଣସି ସମାଜସେବା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବି, ଅନାଥଙ୍କ ଯତ୍ନ ନେବି, ଗରିବଙ୍କୁ ଖାଦ୍ୟ ଦେବି, କିନ୍ତୁ ମୁଁ ଶ୍ରାଦ୍ଧ କରିବି ନାହିଁ। ଏହା ହିଁ ବିରୋଧ।
ଏହି ବିରୋଧ ଶାସ୍ତ୍ରବିଧିର ପ୍ରତ୍ୟାଖ୍ୟାନ ଅଟେ। ଏହା ଏକ ପାପ। ଏହା ବିନାଶ ଆଡ଼କୁ ନେଇଯିବ।
ବିରୋଧ ହେତୁ କରାଯାଇଥିବା ଶାସ୍ତ୍ରବିଧିର ପରିତ୍ୟାଗ ଏକ ଦଣ୍ଡନୀୟ ଅପରାଧ ଅଟେ।
ଶ୍ରୀ ଭଗବାନ କହିଛନ୍ତି ଯେ ଶ୍ରଦ୍ଧା-ବିଶ୍ୱାସ ମଧ୍ୟ ତିନି ପ୍ରକାରର - ସାତ୍ତ୍ୱିକୀ, ରାଜସୀ ଏବଂ ତାମସୀ
କୌଣସି ଜିନିଷ ସମ୍ପୂର୍ଣ୍ଣ ସାତ୍ତ୍ୱିକ କିମ୍ବା ତାମସିକ ହୋଇନ’ଥାଏ।
ଯେପରି ଆମେ କହୁଛୁ ଯେ ସକାଳ ହେଉଛି, ଅପରାହ୍ନ ହେଉଛି, ସନ୍ଧ୍ୟା ହେଉଛି, ରାତି ହେଉଛି। କେବଳ ସକାଳ, କେବଳ ଅପରାହ୍ନ, କେବଳ ସନ୍ଧ୍ୟା, ଆଉ କେବଳ ରାତି ହୁଏନାହିଁ।
- ସକାଳ ପାଞ୍ଚଟାର ସମୟ, ରାତିର ଶେଷ ପ୍ରହର ଏବଂ ଦିନର ପ୍ରଥମ ପ୍ରହରର ମିଳନରେ ହେଇଥାଏ।
- ଯାହାକୁ ମଧ୍ୟାହ୍ନ କୁହାଯାଏ,ତାହା ସକାଳର ଶେଷ ପ୍ରହର ଏବଂ ଅପରାହ୍ନର ପ୍ରଥମ ପ୍ରହରର ମିଶ୍ରଣ ହେଇଥାଏ।
- ଯାହାକୁ ସନ୍ଧ୍ୟା କୁହାଯାଏ,ତାହା ଅପରାହ୍ନର ଶେଷ ପ୍ରହର ଏବଂ ରାତିର ପ୍ରଥମ ପ୍ରହର ମିଶି ହେଇଥାଏ।
- ଯାହାକୁ ରାତି କୁହାଯାଏ, ସନ୍ଧ୍ୟାର ଶେଷ ପ୍ରହର ଏବଂ ସକାଳର ପ୍ରଥମ ପ୍ରହରର ମିଳନରେ ହୁଏ।।
କିଛି ବି ସମ୍ପୂର୍ଣ୍ଣ ନୁହେଁ; ଏହା ସର୍ବଦା ପୂର୍ବ ଏବଂ ପରବର୍ତ୍ତୀ ସହିତ ଜଡିତ ଥାଏ।
ସେହିପରି, କୌଣସି ଶତ ପ୍ରତିଶତ ସତ୍ୱ, ଶତ ପ୍ରତିଶତ ରଜ କିମ୍ବା ଶତ ପ୍ରତିଶତ ତମ ହୁଏନାହିଁ। ସମସ୍ତଙ୍କ ମଧ୍ୟରେ ଅନ୍ୟାନ୍ୟ ଉପାଦାନର ଅଂଶ ମିଶ୍ରିତ ଅଛି। ସତ୍ୱ ସହିତ ରଜ ମିଶ୍ରିତ ଦେଖାଯିବ। ତମ ସହିତ ରଜ ମିଶ୍ରିତ ଦେଖାଯିବ।
ସତ୍ୱର ପୂର୍ବରୁ ତ୍ରିଗୁଣାତୀତ, ଏବମ ପରେ ରଜୋଗୁଣ ଥାଏ। ରଜୋଗୁଣର ପୂର୍ବରେ ସତ୍ୱଗୁଣ,ଓ ପରେ ତମୋଗୁଣ ଥାଏ।
ତମୋଗୁଣର ପୂର୍ବରେ ରଜୋଗୁଣ, ଏବଂ ଉତ୍ତରରେ ତମୋଗୁଣ ରହିଅଛି।
କେହି ଜଣଙ୍କ ପାଖରେ ସମ୍ପୂର୍ଣ୍ଣ ସତ୍ତ୍ଵଗୁଣ ରହିବ ଏବଂ ତମଗୁଣ ସମ୍ପୂର୍ଣ୍ଣ ମୁକ୍ତ ରହିବ, ତାହା ସମ୍ଭବ ନୁହେଁ। କିଛି ବି ଶତପ୍ରତିଶତ (୧୦୦%) ନୁହେଁ, କିମ୍ବା କିଛି ବି ଶୂନ୍ୟ ନୁହେଁ। ପ୍ରତ୍ୟେକ ବ୍ୟକ୍ତି ବିଭିନ୍ନ ଅନୁପାତରେ ଏହି ତିନୋଟି ଗୁଣର ଅଧିକାରୀ।
ପ୍ରାଧାନ୍ୟତା ବିଚାର ଯୋଗ୍ୟ ଯେ, କେଉଁ ଗୁଣ ଅଧିକ ପ୍ରଭାବଶାଳୀ ଥାଏ।
ଆମେ ନିଜକୁ କିମ୍ବା ଅନ୍ୟ କାହାକୁ ସେତେବେଳେ ସାତ୍ତ୍ୱିକ, ରାଜସିକ କିମ୍ବା ତାମସିକ ବୋଲି କହିବା, ଯେତେବେଳେ ସେହି ନିର୍ଦ୍ଦିଷ୍ଟ ଗୁଣ ପ୍ରାଧାନ୍ୟ ପାଇବ।
ସତ୍ତ୍ୱାନୁରୂପା ସର୍ବସ୍ୟ, ଶ୍ରଦ୍ଧା ଭବତି ଭାରତ ।
ଶ୍ରଦ୍ଧାମୟୋଽୟଂ(ମ୍) ପୁରୁଷୋ, ୟୋ ୟଚ୍ଛ୍ରଦ୍ଧଃ(ସ୍) ସ ଏବ ସଃ ||3||
ବିବେଚନ—
ଶ୍ରୀଭଗବାନ୍ ଅର୍ଜୁନଙ୍କୁ କହୁଛନ୍ତି—ହେ ଭାରତ! ସମସ୍ତ ମନୁଷ୍ୟଙ୍କର ଶ୍ରଦ୍ଧା ତାଙ୍କର ଅନ୍ତଃକରଣର ଅନୁରୂପ ହୋଇଥାଏ। ଏହି ସମସ୍ତ ପୁରୁଷ ଶ୍ରଦ୍ଧାମୟ; ତେଣୁ ଯେମିତି ଯାହାର ଶ୍ରଦ୍ଧା ଥାଏ, ସେ ମନୁଷ୍ୟ ସେହିପରି ହୋଇଥାଏ।
ଶ୍ରୀଭଗବାନ୍ ଏଠାରେ ଏକ ନୂତନ ସିଦ୍ଧାନ୍ତ ପ୍ରସ୍ତୁତ କରୁଛନ୍ତି—
यो यच्छ्रद्धः स एव सः। ତୁମର ଶ୍ରଦ୍ଧା ଯେପରି, ତୁମେ ସେହିପରି ହୋଇଥାଅ।
ଯଦି କାହାର ବହୁତ ଅଧିକ ଚଳଚ୍ଚିତ୍ର ଦେଖିବାରେ ରୁଚି ଥାଏ, ତେବେ ଲୋକେ କହନ୍ତି ଯେ ସେ ବହୁତ “ପିକ୍ଚରବାଜ୍”।
କେହି ଖାଦ୍ୟ ପ୍ରତି ଅଧିକ ଆସକ୍ତ ହୁଏ, ତେବେ ଲୋକେ କହନ୍ତି ସେ ବହୁତ “ଖାଦ୍ୟପ୍ରିୟ”।
ଯଦି କେହି ମୋବାଇଲରେ ଖେଳିବାରେ ଅଧିକ ରୁଚି ରଖେ, ତେବେ ଲୋକେ ତାଙ୍କୁ “ମୋବାଇଲ ପୋକ” ବା “ଗେମର” ବୋଲି କହନ୍ତି।
ଏକଦା ଗୋଟିଏ ରାଜ୍ୟରେ ଏକ ଶ୍ରେଷ୍ଠ ମୂର୍ତ୍ତିକାର ଥିଲେ। ସେ ପଥର ସହ କଥା ହେଉଥିଲେ, ଏବଂ ପଥର ମଧ୍ୟ ତାଙ୍କ ସହ କଥା ହେଉଥିଲା ପରି ଲାଗୁଥିଲା। ପଥର ସହ କଥା କହି କହି ସେ ପଥରର ସ୍ୱଭାବକୁ ଭଲଭାବେ ବୁଝି ନେଇଥିଲେ।
ସେହି ରାଜ୍ୟର ରାଜା ଭାବିଲେ ଯେ, ଏହି ମୂର୍ତ୍ତିକାରଙ୍କ ଦ୍ୱାରା ରାଜ୍ୟରେ ଏପରି ଏକ ମନ୍ଦିର ତିଆରି କରାଯାଉ, ଯାହା ସମାନ ମନ୍ଦିର ଆଖପାଖର କୌଣସି ରାଜ୍ୟରେ ମଧ୍ୟ ନ’ଥିବ। ସେ ମୂର୍ତ୍ତିକାରଙ୍କୁ ଡାକିଲେ।
ରାଜା କହିଲେ—“ଦୈବ ପ୍ରେରଣାରେ ମୋ ମନରେ ଏହି ଭାବନା ଆସିଛି ଯେ, ଆମ ରାଜ୍ୟରେ ସବୁଠାରୁ ସୁନ୍ଦର ମନ୍ଦିର ନିର୍ମିତ ହେଉ, ଏବଂ ମୁଁ ଚାହୁଁଛି ଯେ ସେହି ମନ୍ଦିର ତୁମେ ତିଆରି କର।”
ମୂର୍ତ୍ତିକାର କହିଲେ—“ମୁଁ ତିଆରି କରିପାରିବି, କିନ୍ତୁ ଭଲ ପଥର ମିଳିବା ଆବଶ୍ୟକ।”
ରାଜା କହିଲେ—“ଚିନ୍ତା କରନି। ତୁମକୁ ଯେପରି ପଥର ଦରକାର, ମୋତେ କୁହ। ମୋର ସୈନିକମାନେ ଦୂର ଦୂରାନ୍ତ ଯାଇ ସେହିପରି ପଥର ଖୋଜି ଆଣିଦେବେ।”
ମୂର୍ତ୍ତିକାରଙ୍କ କଥାନୁସାରେ ସୈନିକମାନେ ଯେଉଁଠାରୁ-ଯେଉଁଠାରୁ ଶହଶହ ପଥର ଆଣିଲେ। ସେହି ପଥରମାନଙ୍କ ମଧ୍ୟରୁ ମୂର୍ତ୍ତିକାର ଚାରିଟି ପଥର ବାଛି ନିଜ କକ୍ଷରେ ରଖିଲେ।
ସେ ପ୍ରଥମ ପଥରକୁ ସ୍ପର୍ଶ କରି ପ୍ରଣାମ କଲେ ଏବଂ ତାହାର ଉପରେ ଛେଣି ଚାଳନା ଆରମ୍ଭ କଲେ। ପାଞ୍ଚ ମିନିଟ୍ ମଧ୍ୟରେ ଏକ ସ୍ୱର ଆସିଲା—
“ହେ ମୂର୍ତ୍ତିକାର! ମୋତେ ଛାଡ଼ି ଦିଅ। ମୁଁ ଏହି ଆଘାତ ସହିପାରିବି ନାହିଁ। ମୁଁ ତୁମର ମୂର୍ତ୍ତି ହୋଇପାରିବି ନାହିଁ। ଦୟାକରି ମୋତେ ଏଇ ଅବସ୍ଥାରେ ଛାଡ଼ି ଦିଅ।”
ମୂର୍ତ୍ତିକାର ସେହି ପଥରକୁ ପାଖକୁ ଘୁଞ୍ଚାଇ ଦେଲେ।
ତାପରେ ସେ ଦ୍ୱିତୀୟ ପଥର ଉଠାଇ ତାହାର ଉପରେ ଛେଣି ଲଗାଇବା ଆରମ୍ଭ କଲେ ଏବଂ ଦୁଇ ମାସ ଧରି ତାହାକୁ ଚିକ୍କଣ କରି ଆକାର ଦେଲେ। ଦୁଇ ମାସ ପରେ ସେହି ପଥରରୁ ମଧ୍ୟ ସ୍ୱର ଆସିଲା —
“ଏବେ ମତେ ରହିବାକୁ ଦିଅ। ମୋ ପାଇଁ ଏହା ସହି ହେଉନାହିଁ। ମୁଁ ତୁମର ମୂର୍ତ୍ତି ହେବାକୁ ଚାହୁଁନି। ମୋତେ ଛାଡ଼ି ଦିଅ।”
ମୂର୍ତ୍ତିକାର ସେହି ପଥରକୁ ମଧ୍ୟ ଅନ୍ୟ ପଟକୁ ରଖିଦେଲେ।
ତାପରେ ସେ ତୃତୀୟ ପଥରକୁ ଚିକ୍କଣ କରି ଆକାର ଦେବା ଆରମ୍ଭ କଲେ। ଛଅ ମାସ ପରେ ସେହି ପଥର ମଧ୍ୟ କହିଲା—
“ହେ ମୂର୍ତ୍ତିକାର! ମୁଁ ଭାବୁଥିଲି ଯେ, ତୁମେ ଯେପରି ଚାହିବ, ମୁଁ ସେପରି ହୋଇଯିବି; କିନ୍ତୁ ଏବେ ଏହି ଛେଣିର ଆଘାତ ଆଉ ସହି ହେଉନାହିଁ।”
ମୂର୍ତ୍ତିକାର ସେହି ପଥରକୁ ମଧ୍ୟ ଛାଡ଼ି ଦେଲେ।
ସେ ଯେତେବେଳେ ଚତୁର୍ଥ ପଥରକୁ ସ୍ପର୍ଶ କଲେ, ମୂର୍ତ୍ତିକାରଙ୍କୁ ଏକ ଅଦ୍ଭୁତ ଅନୁଭୂତି ହେଲା। ପଥରରୁ ସ୍ୱର ଆସିଲା—
“ହେ ମୂର୍ତ୍ତିକାର! ସବୁଠାରୁ ଶେଷରେ ତୁମେ ମୋତେ ସ୍ପର୍ଶ କଲ। ମୁଁ ତ ଆତୁର ହୋଇ ଅପେକ୍ଷା କରୁଥିଲି — ତୁମେ କେବେ ମୋତେ ସ୍ପର୍ଶ କରିବ? ମୁଁ ତୁମ କଳା ପାଇଁ ସମ୍ପୂର୍ଣ୍ଣ ଭାବେ ସମର୍ପିତ। ତୁମେ ମୋତେ ଯେପରି ଗଢ଼ିବାକୁ ଚାହୁଁଛ, ସେପରି ଗଢ଼। ମୁଁ ତୁମ ସେବାରେ ଉପସ୍ଥିତ। ତୁମେ ଯେଉଁ ରୂପ କରିବାକୁ ଚାହୁଁଛ, ମୋତେ ସେହି ରୂପ ଦିଅ।”
ମୂର୍ତ୍ତିକାର ଅତ୍ୟନ୍ତ ପ୍ରସନ୍ନ ହୋଇଗଲେ। ଦୁଇ ବର୍ଷ ଧରି ସେ ଦିନ-ରାତି ଏହି ପଥର ଉପରେ କାମ କରିଲେ। ଦୁଇ ବର୍ଷ ପରେ ସେହି ପଥରରେ ଶ୍ରୀଭଗବାନ ଦ୍ୱାରିକାଧୀଶଙ୍କର ଏକ ଅଦ୍ଭୁତ ଓ ବିଲକ୍ଷଣ ବିଗ୍ରହ ପ୍ରକଟ ହେଲା।
ମୂର୍ତ୍ତିକାର ସେହି ବିଗ୍ରହକୁ ପ୍ରଣାମ କଲେ। ପଥରରୁ ପୁନଃ ସ୍ୱର ଆସିଲା —
“ତୁମେ ମୋତେ କାହିଁକି ପ୍ରଣାମ କରୁଛ? ମୁଁ ତ ତୁମ ପାଇଁ ସମର୍ପିତ।”
ମୂର୍ତ୍ତିକାର କହିଲେ—
“ତୁମର ସମର୍ପଣ ହିଁ ତୁମକୁ ପଥରରୁ ଈଶ୍ୱର କରିଦେଇଛି।”
ରାଜା ମଧ୍ୟ ସେହି ମୂର୍ତ୍ତିକୁ ଦେଖି ଭାବବିହ୍ୱଳ ହୋଇ ଦଣ୍ଡବତ ପ୍ରଣାମ କଲେ।
ଏକ ଭବ୍ୟ ମନ୍ଦିରର ନିର୍ମାଣ ଆରମ୍ଭ ହେଲା। ଗର୍ଭଗୃହରେ ଭଗବାନଙ୍କର ପ୍ରତିଷ୍ଠା ହେଲା। ସମଗ୍ର ରାଜ୍ୟରେ ଉତ୍ସବ ପାଳନ କରାଗଲା। ଦୂର-ଦୂର ରାଜ୍ୟରୁ ଲୋକମାନେ ସେହି ମୂର୍ତ୍ତିର ଦର୍ଶନ ପାଇଁ ଆସୁଥିଲେ, ସୁନ୍ଦର ମାଳା, ସୁନ୍ଦର ଆଭୂଷଣ ଆଣୁଥିଲେ, ଛପ୍ପନ ଭୋଗ ଅର୍ପଣ କରୁଥିଲେ।
ଶ୍ରଦ୍ଧା ଯଦି ଏକ ସାଧାରଣ ପଥରରେ ମଧ୍ୟ ଈଶ୍ୱରଙ୍କୁ ପ୍ରକଟ କରିପାରେ, ତେବେ ମନୁଷ୍ୟଙ୍କ ବିଷୟରେ କହିବାକୁ ହିଁ କ’ଣ ରହିଲା!
ଯେଉଁ ପଥରଟି କହିଥିଲା—“ମୋତେ ସ୍ପର୍ଶ କରିବେନି,” ସେହି ପଥରଟିକୁ ଭାଙ୍ଗି-ଭାଙ୍ଗି ରାସ୍ତାରେ ଗୋଡ଼ି କରି ବିଛାଇ ଦିଆଗଲା।
ଯେଉଁ ପଥର ଉପରେ ଦୁଇ ମାସ କାମ କରି ଚିକ୍କଣ କରା ଯାଇଥିଲା, ସେହି ପଥରକୁ ମୂର୍ତ୍ତିକାରମାନେ ପାହାଚ କରିବାରେ ଲଗାଇଦେଲେ।
ଯେଉଁ ପଥରଟି ଉପରେ ଛଅ ମାସ କାମ ହୋଇଥିଲା, ସେହି ପଥରକୁ ମୂର୍ତ୍ତିକାରମାନେ ସିଂହ ଓ ହାତୀର ଆକାର ଦେଇ ମନ୍ଦିରର ସ୍ତମ୍ଭମାନଙ୍କରେ ସ୍ଥାପିତ କଲେ।
ଚତୁର୍ଥ ପଥରଟି ତାହାର ସମର୍ପଣ ଦ୍ୱାରା ଭଗବାନ ହୋଇଗଲା। ତାହାକୁ ନାନା ପ୍ରକାରର ଭୋଗ ଅର୍ପଣ କରାଯାଉଥିଲା, ଅମୂଲ୍ୟ ପୁଷ୍ପମାଳାରେ ଶୃଙ୍ଗାର କରାଯାଉଥିଲା। ଏବେ ସେ ସାଧାରଣ ପଥର ରହିଲା ନାହିଁ—ସେ ସାକ୍ଷାତ ଭଗବାନ ହୋଇଗଲା।
ଚାରିଟି ପଥର ମଧ୍ୟରୁ—ଗୋଟିଏ ଗୋଡ଼ି ହେଲା, ଗୋଟିଏ ପାହାଚ ହେଲା, ଗୋଟିଏ ସ୍ତମ୍ଭ ହେଲା ଏବଂ ଗୋଟିଏ ଈଶ୍ୱର ହେଲା।
ସମର୍ପଣର ଶ୍ରଦ୍ଧା ଏକ ସାଧାରଣ ପଥରକୁ ମଧ୍ୟ ଭଗବାନ କରିଦେଲା।
ଯାହାର ଯେପରି ସମର୍ପଣ ଭାବ, ତାହାର ସେହିପରି ଗତି ହୁଏ।
“ଯୋ ଯଚ୍ଛ୍ରଦ୍ଧଃ ସ ଏବ ସଃ।”
ଆମ ସମସ୍ତଙ୍କ ଜୀବନ ମଧ୍ୟ ଏହିପରି ଅଟେ। ”ଆମେ ଆମ ଜୀବନକୁ କେଉଁଠି ସମର୍ପଣ କରୁଛୁ”—ଏହା ଉପରେ ଗଭୀର ଧ୍ୟାନ ଦେବା ଆବଶ୍ୟକ। ଜୀବନ ଅତ୍ୟନ୍ତ ମୂଲ୍ୟବାନ।
ନିଜ ଜୀବନକୁ ସମର୍ପଣ କରି ମନୁଷ୍ୟ ପୂଜ୍ୟ ସ୍ୱାମୀ ଗୋବିନ୍ଦଦେବ ଗିରିଜୀଙ୍କ ପରି ଏକ ମହାତ୍ମା ମଧ୍ୟ ହୋଇପାରେ, ଏବଂ ପରମାତ୍ମା ସ୍ୱରୂପକୁ ମଧ୍ୟ ପ୍ରାପ୍ତ କରିପାରେ—ଯାହାଙ୍କୁ ସମଗ୍ର ବିଶ୍ୱ ପ୍ରଣାମ କରେ।
ଆମେ ଭାବ ଓ ତତ୍ତ୍ୱର କଥା କହୁଥିଲେ ମଧ୍ୟ, ଭୋଗର କାମନା କରୁଛୁ। କେହି ଏହି ଜନ୍ମର ଭୋଗ ଚାହୁଁଛନ୍ତି, ଆଉ କେହି ପରବର୍ତ୍ତୀ ଜନ୍ମର ଭୋଗ ଆଶା କରୁଛନ୍ତି।
ୟଜନ୍ତେ ସାତ୍ତ୍ୱିକା ଦେବାନ୍, ୟକ୍ଷରକ୍ଷାଂସି ରାଜସାଃ ।
ପ୍ରେତାନ୍ଭୂତଗଣାଂଶ୍ଚାନ୍ୟେ, ୟଜନ୍ତେ ତାମସା ଜନାଃ ||4||
ବିବେଚନ –
ଶ୍ରୀଭଗବାନ ଅର୍ଜୁନଙ୍କୁ କହୁଛନ୍ତି ଯେ,ସାତ୍ତିକ ପୁରୁଷମାନେ ଦେବତାମାନଙ୍କୁ ପୂଜା କରନ୍ତି, ରାଜସିକ ପୁରୁଷମାନେ ଯକ୍ଷ ଏବଂ ରାକ୍ଷସମାନଙ୍କୁ ପୂଜା କରନ୍ତି, ଏବଂ ତାମସିକ ପୁରୁଷମାନେ ଭୂତ ଏବଂ ଆତ୍ମାମାନଙ୍କୁ ପୂଜା କରନ୍ତି।
ସମସ୍ତଙ୍କର ଲକ୍ଷ୍ୟ ଏବଂ ଇଷ୍ଟ ଭିନ୍ନ ଭିନ୍ନ।
କେତେକ ସୋମବାର ଦିନ ଏକ ସୁନ୍ଦର ବରଦାନ ପାଇଁ ଉପବାସ ପାଳନ କରନ୍ତି।
ଶକ୍ତି ପାଇଁ, ସେମାନେ ମଙ୍ଗଳବାର ଦିନ ଏକ ଉପବାସ ପାଳନ କରନ୍ତି ଏବଂ ଭଗବାନ ହନୁମାନଙ୍କୁ ପୂଜା କରନ୍ତି। କେତେକ ଗୁରୁବାର ଦିନ ଧନ ପାଇଁ ପୂଜା କରନ୍ତି।
କେତେକ ସଙ୍କଟରୁ ମୁକ୍ତି ପାଇବା ପାଇଁ ଶନି ଦେବଙ୍କୁ ପୂଜା କରନ୍ତି।
ସମସ୍ତଙ୍କ ଭୌତିକ ଶରୀର ସମାନ, କିନ୍ତୁ ସମସ୍ତଙ୍କ ମନ ଭିନ୍ନ।
କେହିଜଣେ ପଚାରିଲେ,”ପାଣିରେ , ପାଣି, ତୋ ରଙ୍ଗ ଟା କିପରି?
ପାଣି ଉତ୍ତର ଦେଲା, "ତୁମେ ଯାହା ସହିତ ମୋର ମିଶ୍ରଣ କରିଦେବ, ମୁଁ ସେହିପରି ଦେଖାଯିବି"।
ପାଣିର କୌଣସି ରଙ୍ଗ ନାହିଁ; ଏହାକୁ ଯାହା ସହିତ ମିଶ୍ରଣ କରାଯିବ ବା ରଖାଯିବ, ତାହାର ରଙ୍ଗ ଏବଂ ଆକାର ଗ୍ରହଣ ସେହିପରି ହେବ। ଆମ ମନ ସେହିପରି ସମାନ।
ଏକ ସୁନ୍ଦର ଗୀତ ଅଛି - ‘ତୁମର ମନକୁ ଦର୍ପଣ କୁହାଯାଏ’ -
ଜଣେ ଯେପରି, ସେ ସେହିପରି ସ୍ତୁତିଭଜନ ପସନ୍ଦ କରିବେ। ସମସ୍ତଙ୍କୁ ସମାନ ପ୍ରକାରର ଭଜନ ପସନ୍ଦ ଆସିବ ନାହିଁ। ସମସ୍ତଙ୍କର ଭିନ୍ନ ଭିନ୍ନ ପ୍ରକାରର ପ୍ରିୟ ଭଜନ ଅଛି। କିଛି ଲୋକ "ମା ମୁରାଦେ ପୁରା କର ଦେ ହାଲୱା ବାଟୁଙ୍ଗୀ" କିମ୍ବା "ହାରେ କା ସାହାରା ବାବା ଶ୍ୟାମ ହମାରା" ଇତ୍ୟାଦି ଚମକଦାର, ଧଡକଦାର ସ୍ତୁତି ପସନ୍ଦ କରନ୍ତି। ଯେଉଁମାନେ ସ୍କାମ ବା କାମନା ସହ ଭକ୍ତି କରନ୍ତି ସେମାନେ ଏହି ପ୍ରକାରର ସ୍ତୁତି ପସନ୍ଦ କରନ୍ତି।
କେତେକ ଲୋକ କୁହନ୍ତି ଯେ ସେମାନେ ଈଶ୍ୱରଙ୍କଠାରୁ କିଛି ଚାହାଁନ୍ତି ନାହିଁ। ସେମାନେ କେବଳ ଶ୍ରୀ ଭଗବାନଙ୍କର ସେବା ଏବଂ ପ୍ରେମ କରିବାକୁ ଚାହାଁନ୍ତି। ସେମାନେ ବିଭିନ୍ନ ପ୍ରକାରର ସ୍ତୁତି, ବିଭିନ୍ନ ପ୍ରକାରର ଭକ୍ତି ଏବଂ ବିଭିନ୍ନ ପ୍ରକାରର ଦେବତା ଚାହାଁନ୍ତି। ଶ୍ରୀଭଗବାନ କୁହନ୍ତି ଯେ ପ୍ରତ୍ୟେକଙ୍କ ଦେବତା ସେମାନଙ୍କର ବିଶ୍ୱାସ ଅନୁସାରେ ପରିବର୍ତ୍ତିତ ହୁଅନ୍ତି। ଏହି ମନକୁ ଆମେ ଯେପରି ମନୋଭାବରେ ନିୟୋଜିତ କରିବା, ଆମର ସ୍ୱଭାବ ମଧ୍ୟ ସେହିପରି ହେଇଯିବ।
ଅଶାସ୍ତ୍ରବିହିତଂ(ଙ୍) ଘୋରଂ(ନ୍), ତପ୍ୟନ୍ତେ ୟେ ତପୋ ଜନାଃ ।
ଦମ୍ଭାହଙ୍କାରସଂୟୁକ୍ତାଃ(ଖ୍), କାମରାଗବଲାନ୍ୱିତାଃ ||5||
ବିବେଚନ-
ଶ୍ରୀଭଗବାନ ଅର୍ଜୁନଙ୍କୁ କହିଛନ୍ତି ଯେ, ଯେଉଁମାନେ ଶାସ୍ତ୍ରବିଧି ରହିତ ଏବଂ କେବଳ ନିଜ କଳ୍ପନା ଅନୁଯାୟୀ କଠୋର ତପସ୍ୟା କରନ୍ତି, ସେମାନେ ଦମ୍ଭ, ଅହଂକାରରେ ପରିପୂର୍ଣ୍ଣ ହୋଇଥାନ୍ତି ଏବଂ କାମନା, ଆସକ୍ତି ଏବଂ ଶକ୍ତିର ଅଭିମାନ କରନ୍ତି।
ଅନେକ ଲୋକ ଅଛନ୍ତି ଯେଉଁମାନେ ଶାସ୍ତ୍ର ଅନୁସରଣ କରନ୍ତି ନାହିଁ, ଶାସ୍ତ୍ର ବିଷୟରେ ଚିନ୍ତା କରନ୍ତି ନାହିଁ। ସେମାନେ ଭକ୍ତି ଅଭ୍ୟାସ କରନ୍ତି ଏବଂ ନିଜ କଳ୍ପନା ଅନୁସାରେ ତପସ୍ୟା କରନ୍ତି। ଯଦି ଆପଣ ସେମାନଙ୍କୁ ପଚାରନ୍ତି ଯେ ଏହା କେଉଁଠି ଲେଖାଯାଇଛି? ସେମାନଙ୍କୁ ଏହା କିଏ କହିଥିଲେ? ସେମାନେ କୁହନ୍ତି ଯେ ଈଶ୍ୱର ସ୍ୱୟଂ ସେମାନଙ୍କୁ କହିଥିଲେ।
ଏପରି ଲୋକମାନେ କାମନା, ଆସକ୍ତି ଏବଂ ଶକ୍ତିର ଗର୍ବରେ ପରିପୂର୍ଣ୍ଣ ହୋଇଥାନ୍ତି।
କର୍ଶୟନ୍ତଃ(ଶ୍) ଶରୀରସ୍ଥଂ(ମ୍), ଭୂତଗ୍ରାମମଚେତସଃ ।
ମାଂ(ଞ୍) ଚୈବାନ୍ତଃ(ଶ୍) ଶରୀରସ୍ଥଂ(ନ୍), ତାନ୍ୱିଦ୍ଧ୍ୟାସୁରନିଶ୍ଚୟାନ୍ ||6||
ବିବେଚନ –
ଶ୍ରୀଭଗବାନ ଅର୍ଜୁନଙ୍କୁ କହୁଛନ୍ତି:- ଯେଉଁ ଅବିବେକୀ ଲୋକମାନେ ଶରୀରରେ ଅବସ୍ଥିତ ଭୂତ ବା ଆତ୍ମାସମୂହକୁ ଏବଂ ଅନ୍ତଃକରଣରେ ଅବସ୍ଥିତ ‘ମୁ’ ପରମାତ୍ମାକୁ କଷ୍ଟ ଦେଇ ଶୋଷଣ କରନ୍ତି, ସେହି ଅଜ୍ଞାନୀମାନଙ୍କୁ ଆସୁରିକ ସ୍ୱଭାବର ମନୁଷ୍ୟ ବୋଲି ବିଚାର କରିବା ଉଚିତ।
ଶାସ୍ତ୍ରସମ୍ମତ ଓ ଶ୍ରଦ୍ଧାଯୁକ୍ତ ସହ କରାଯାଇଥିବା ତପ, ମନ ଓ ଶରୀର — ଉଭୟକୁ ପ୍ରସନ୍ନତା ପ୍ରଦାନ କରେ।
ଅପରପକ୍ଷରେ ଶାସ୍ତ୍ରବିହୀନ ଓ ଶ୍ରଦ୍ଧାବିହୀନ ତପ ଦ୍ୱାରା ମନ ଓ ଦେହ - ଉଭୟ ଯନ୍ତ୍ରଣା ପାଏ, ଏବଂ ସେମାନଙ୍କ ଆଖପାଖର ସମ୍ପର୍କ ମଧ୍ୟ ପ୍ରଭାବିତ ହୁଅନ୍ତି।
- ସେମାନଙ୍କର ପୂଜା-ଶାସ୍ତ୍ର ସହ କୌଣସି ସମ୍ପର୍କ ନଥାଏ।
- ମୂର୍ତ୍ତି ଭଡାରେ ଆଣି ଅସଂଯମିତ ଅନର୍ଗଳ ଭଜନ ବଜାନ୍ତି।
- ଚାନ୍ଦା ମାଗି ଧନ ସଂଗ୍ରହ କରନ୍ତି।
- ଅସଙ୍ଗତ, ଅସଭ୍ୟ ଗୀତ ବଜାଇ ଅଶ୍ଳୀଳ ନୃତ୍ୟ କରନ୍ତି।
ଆହାରସ୍ତ୍ୱପି ସର୍ବସ୍ୟ, ତ୍ରିବିଧୋ ଭବତି ପ୍ରିୟଃ ।
ୟଜ୍ଞସ୍ତପସ୍ତଥା ଦାନଂ(ନ୍), ତେଷାଂ(ମ୍) ଭେଦମିମଂ(ମ୍) ଶୃଣୁ ||7||
ବିବେଚନ –
ଶ୍ରୀଭଗବାନ କହୁଛନ୍ତି:-“ଯେପରି ଶ୍ରଦ୍ଧା ତିନି ପ୍ରକାରର, ସେହିପରି ପ୍ରତ୍ୟେକ ବ୍ୟକ୍ତିର ବୃତ୍ତି ବା ସ୍ୱଭାବ ଅନୁଯାୟୀ ଆହାର ମଧ୍ୟ ତିନି ପ୍ରକାରର ହୁଏ। ଏହିପରି ଯଜ୍ଞ, ତପ ଓ ଦାନ ମଧ୍ୟ ତିନି-ତିନି ପ୍ରକାରର ହୁଏ। ଏହିସବୁର ପ୍ରଭେଦକୁ ମୋ ପାଖରୁ ପୃଥକ୍ ପୃଥକ୍ ଭାବରେ ଶୁଣ।”
ଶ୍ରୀଭଗବାନ ବ୍ୟବହାରିକ ଓ ଶାସ୍ତ୍ରୀୟ ଶ୍ରଦ୍ଧାର ସମନ୍ୱୟ କରୁଛନ୍ତି।
ଶ୍ରୀଭଗବାନ କହୁଛନ୍ତି —“ ଅର୍ଜୁନ, ଆହାର ସମସ୍ତଙ୍କର ପ୍ରିୟ, ତେଣୁ ମୁଁ ସବୁଠାରୁ ପ୍ରଥମେ ଆହାର ବିଷୟରେ କହୁଛି।”
ଶ୍ରୀଭଗବାନ ପ୍ରଥମେ ଆହାର ବିଷୟରେ କହିଛନ୍ତି। ଆମ ମଧ୍ୟରୁ କେହି ମଧ୍ୟ ଏମିତି ନୁହଁନ୍ତି, ଯାହାକୁ କି ଖାଇବା-ପିଇବା ଭଲ ଲାଗେ ନାହିଁ।
ତା’ପରେ ସେ ଯଜ୍ଞ, ଦାନ ଓ ତପ ବିଷୟରେ କହୁଛନ୍ତି। କିଛି ଉଦାହରଣ ଦେଇ ଭଗବାନ ଆମକୁ ବୁଝାଇବାକୁ ଚାହୁଁଛନ୍ତି ଯେ, ଭଲ କଥାମାନଙ୍କ ମଧ୍ୟରେ ମଧ୍ୟ ସାତ୍ତ୍ୱିକ, ରାଜସିକ ଓ ତାମସିକ ଭେଦ ଥାଏ।
ଆୟୁଃ(ସ୍) ସତ୍ତ୍ୱବଲାରୋଗ୍ୟ, ସୁଖପ୍ରୀତିବିବର୍ଧନାଃ ।
ରସ୍ୟାଃ(ସ୍) ସ୍ନିଗ୍ଧାଃ(ସ୍) ସ୍ଥିରା ହୃଦ୍ୟା, ଆହାରାଃ(ସ୍) ସାତ୍ତ୍ୱିକପ୍ରିୟାଃ ||8||
ବିବେଚନ –
ସାତ୍ତ୍ୱିକ ଆହାର ବିଷୟରେ କହିବାକୁ ଯାଇ, ଶ୍ରୀଭଗବାନ କହୁଛନ୍ତି ଯେ, ଯେଉଁ ଆହାର ଆୟୁ, ବଳ, ବୁଦ୍ଧି ଓ ଆରୋଗ୍ୟକୁ ବୃଦ୍ଧି କରେ, ସୁଖ ଓ ପ୍ରୀତିକୁ ବଢ଼ାଏ — ସେଗୁଡ଼ିକ ସାତ୍ତ୍ୱିକ ଆହାର।
ଯେଉଁ ଆହାର ରସଯୁକ୍ତ, ସ୍ଥିର ସ୍ୱଭାବର- ଅର୍ଥାତ୍ ଦୀର୍ଘକାଳ ପର୍ଯ୍ୟନ୍ତ ପ୍ରଭାବ ରଖେ, ଏବଂ ସ୍ନିଗ୍ଧ (ତେଲିଆ/ମୃଦୁ) ହେଇଥାଏ — ସେଗୁଡ଼ିକ ହିଁ ସାତ୍ତ୍ୱିକ ଆହାର। ଏପରି ଆହାର ସାତ୍ତ୍ୱିକ ପୁରୁଷଙ୍କର ପ୍ରିୟ ହେଇଥାଏ।
ଶ୍ରୀଗୁରୁ ନାନକଦେବଜୀଙ୍କର ଏକ ଦୃଷ୍ଟାନ୍ତ —
ଗୁରୁ ନାନକଦେବଜୀଙ୍କର ଦୁଇଜଣ ଶିଷ୍ୟ ଥିଲେ- ବାଲା ଓ ମର୍ଦାନା।
ଗୁରୁ ନାନକଜୀଙ୍କର ନିୟମ ଥିଲା ଯେ, ସେ ଯେଉଁ ଗାଁକୁ ଯା’ନ୍ତି, ଗାଁ ଭିତରକୁ ପ୍ରବେଶ କରୁନଥିଲେ। ସେ ଗାଁର ବାହାରେ ରହୁଥିଲେ ଏବଂ ଏକ ରାତିରୁ ଅଧିକ ସମୟ ରହୁନଥିଲେ।
ଯଦି କେହି ଗାଁରୁ ଆସି ଖାଦ୍ୟ ଦେଇଯାଉଥିଲେ, ସେ ଗ୍ରହଣ କରୁଥିଲେ; ନହେଲେ ଭୋକିଲା ଅବସ୍ଥାରେ ଶୋଇଯାଉଥିଲେ। ସେ କେବେ ଗାଁକୁ ଯାଇ ଭିକ୍ଷା ମାଗୁନଥିଲେ।
ଚାରି ଦିନ ଧରି ଯେଉଁ-ଯେଉଁ ଗାଁକୁ ସେ ଗଲେ, କେହି ମଧ୍ୟ ଭିକ୍ଷା ଦେଇନଥିଲେ। ସେମାନେ ଭୋକିଲା ଶୋଇଯାଇଥିଲେ।
ଶେଷରେ ଯେତେବେଳେ ସେ ଗୋଟିଏ ଗାଁରେ ପହଞ୍ଚିଲେ, କେହି ଜଣେ ଜମିଦାରଙ୍କୁ ସୂଚନା ଦେଲା। ଜମିଦାର ଖୀର, ପୁରୀଆଦି ରାନ୍ଧା ଖାଦ୍ୟ ତିନୋଟି ଥାଳିରେ ଭୋଜନ ସଜାଇ ସେମାନଙ୍କ ପାଖକୁ ପଠାଇଲେ।
ଦୁଇ ଦିନରୁ ଭୋକରେ ରହିଥିବା ବାଲା ଓ ମର୍ଦାନା ରୁପାର ଥାଳିରେ ମିଠା ଓ ଗରମ ଖାଦ୍ୟ ଦେଖି ଖୁସି ହୋଇ କହିଲେ — “ଗୁରୁଜୀ, ଏବେ ଭୋଜନ କରିବା।”
ଗୁରୁଜୀ କହିଲେ — “ଅଳ୍ପ ସମୟ ଅପେକ୍ଷା କର।”
ପୁଣି ସେମାନେ କହିଲାରୁ, ଗୁରୁଜୀ କହିଲେ — “ଆଉ ଅଳ୍ପ ସମୟ ଅପେକ୍ଷା କର।”
କିଛି ସମୟ ମଧ୍ଯରେ ଗୋଟିଏ ଛୋଟ ଝିଅ ଦୌଡ଼ିଆସି କହିଲା —
“ମହାରାଜ! ମାଆ ରୁଟି ପଠାଇଛନ୍ତି। କହିଛନ୍ତି — ସାଧୁ ଆସିଛନ୍ତି, ରୁଟି ଦେଇଆସ। ମୁଁ ସେଇ ରୁଟି ନେଇଆସିଛି।”
ଗୁରୁ ନାନକଦେବଜୀ ସେଇ କନ୍ୟାକୁ ଦେଖି ବହୁତ ପ୍ରସନ୍ନ ହେଲେ ଏବଂ କହିଲେ — “ମାଆ ରୁଟି ପଠାଇଛନ୍ତି, ତେବେ ଦିଅ।”
ସେଇ କାଠୋରିଆର ଝିଅ ଓଢଣୀରେ ବନ୍ଧା ରୁଟି ଖୋଲି ଗୁରୁ ନାନକଦେବଜୀ, ବାଲା ଓ ମରଦାନଙ୍କ ହାତରେ ଦୁଇ-ଦୁଇଟି ରୁଟି ରଖିଦେଲା।
ଗୁରୁ ନାନକଦେବଜୀ କହିଲେ — “ମାଆଙ୍କୁ ଆଶୀର୍ବାଦ ଦେବ, ତୁମର କଳ୍ୟାଣ ହେଉ।”
ବାଲା ଓ ମରଦାନ ଆଶ୍ଚର୍ଯ୍ୟଚକିତ ହୋଇଗଲେ — ଖୀରୀ, ପୁରୀ, ରନ୍ଧା ଖାଦ୍ୟ ଛାଡ଼ି ଗୁରୁଜୀ କାହିଁକି ଶୁଷ୍କଶୁଖିଲା ରୁଟି ଖାଇବାକୁ କହୁଛନ୍ତି? ସେମାନେ ତା’ର କାରଣ ପଚାରିଲେ।
ଗୁରୁ ନାନକଜୀ ରୁପାର ଥାଳିରୁ ଗୋଟିଏ ରୁଟି ଏବଂ କାଠୋରିଆର ଝିଅ ଆଣିଥିବା ଗୋଟିଏ ରୁଟି ନେଇ, ଦୁହିଁକୁ ଜୋରରେ ଚିପୁଡ଼ି ଦେଲେ।
କାଠୁରିଆର ରୁଟିରୁ କ୍ଷୀର ବାହାରିଲା ଏବଂ ଜମିଦାରର ରୁଟିରୁ ରକ୍ତ ବହିଲା। ଦୁଇ ଶିଷ୍ୟ ବହୁତ ଭୟଭୀତ ହୋଇଗଲେ।
ଗୁରୁଜୀ କହିଲେ — “ଏହା ପାପର ରୁଟି। ଏହି କାରଣରୁ ମୁଁ ଏହା ଖାଇବାକୁ ମନା କରୁଥିଲି। ଜମିଦାର ଅତ୍ୟନ୍ତ ଅନ୍ୟାୟୀ, ପାପୀ।”
“ସାଧୁ-ମହାତ୍ମାଙ୍କ କୃପାରୁ ତାଙ୍କ ପାପ କଟିଯାଉ” — ଏହି ଆଶାରେ ସେ ଏହି ଭୋଜନ ଦେଇଛନ୍ତି। ଏହିପରି ଭୋଜନ ଆମେ ଗ୍ରହଣ କରିବା ଉଚିତ୍ ନୁହେଁ।”
ସେ ଗାଁର ଲୋକମାନଙ୍କ ଉପରେ ଅତ୍ୟାଚାର କରି ସେମାନଙ୍କ ଧନ ଲୁଟିଛନ୍ତି।
ଅନ୍ୟାୟରେ ଅର୍ଜିତ ଧନରୁ ତିଆରି ହୋଇଥିବା ଭୋଜନ ରକ୍ତ ପରି ବିଷାକ୍ତ।
କାଠୁରିଆର ରୁଟି ଶୁଦ୍ଧ ନ୍ୟାୟ ଅର୍ଜିତ ଧନରୁ ତିଆରି ହେଇଛି୍ୟ। ତେଣୁ ସେ ରୁଟି କ୍ଷୀର ପରି ପବିତ୍ର।
ଭାବଦୃଷ୍ଟି, ତତ୍ତ୍ୱଦୃଷ୍ଟି ଓ ସ୍ଥୂଳଦୃଷ୍ଟି — ଏଇ ତିନୋଟି ଦୃଷ୍ଟିକୋଣରୁ କାଠୁରିଆକ ରୁଟି ସଂପୂର୍ଣ୍ଣ ଶୁଦ୍ଧ ଅଟେ।
କଟ୍ୱମ୍ଳଲବଣାତ୍ୟୁଷ୍ଣ, ତୀକ୍ଷ୍ଣଋକ୍ଷବିଦାହୀନଃ ।
ଆହାରା ରାଜସସ୍ୟେଷ୍ଟା, ଦୁଃଖଶୋକାମୟପ୍ରଦାଃ ||9||
ବିବେଚନ—
ଶ୍ରୀଭଗବାନ୍ କହୁଛନ୍ତି ଯେ, ଅତ୍ୟଧିକ କଡା, ଖଟା, ଦାହକାରକ, ଲୁଣିଆ, ବହୁତ ଗରମ ଏବଂ ଅତି ରୁକ୍ଷ ଖାଦ୍ୟପଦାର୍ଥ ଗୁଡିକ କେବଳ ଦୁଃଖ, ଚିନ୍ତା ଓ ରୋଗକୁ ମାତ୍ର ବଢ଼ାଇଥାନ୍ତି।
ଶ୍ରୀଭଗବାନ୍ ପ୍ରଥମେ ସାତ୍ତ୍ୱିକ ଆହାରର ଫଳାଫଳ ବର୍ଣ୍ଣନା କରିଛନ୍ତି, ତାପରେ ସେହି ଆହାରର ପଦାର୍ଥଗୁଡ଼ିକର ବିବରଣୀ ଦେଇଛନ୍ତି।
ରାଜସିକ ଆହାର ବିଷୟରେ ଶ୍ରୀଭଗବାନ ପ୍ରଥମେ ଭୋଜନର ପ୍ରକାର କଥା କହିଛନ୍ତି, ତାପରେ ତାହାର ପରିଣାମକୁ ବ୍ୟାଖ୍ୟା କରିଛନ୍ତି।
ସାତ୍ତ୍ୱିକ ବୃତ୍ତିର ପୁରୁଷମାନେ ପ୍ରଥମେ ଫଳାଫଳର ବିଚାର କରନ୍ତି, ତାପରେ ଭୋଜନ କରନ୍ତି।
ରାଜସିକ ବୃତ୍ତିର ପୁରୁଷମାନେ ପ୍ରଥମେ ସ୍ୱାଦର ବିଚାର କରନ୍ତି, ତାପରେ ତାହାର ପରିଣାମକୁ ଚିନ୍ତା କରନ୍ତି।
ଯଦି ଖାଦ୍ୟ ରୁଚିକର ନୁହେଁ, ତେବେ ଆମେ ବାହାରୁ ମଗାଇ ନେଇଥାଉ। ଲୋକେ ଏହା ବିଚାର କରନ୍ତି ଯେ, ଖାଦ୍ୟରେ କ’ଣ ସ୍ୱାଦିଷ୍ଟ ଅଛି।
ୟାତୟାମଂ(ଙ୍) ଗତରସଂ(ମ୍), ପୂତି ପର୍ୟୁସିତଂ(ଞ୍) ଚ ୟତ୍ ।
ଉଚ୍ଛିଷ୍ଟମପି ଚାମେଧ୍ୟଂ(ମ୍), ଭୋଜନଂ(ନ୍) ତାମସପ୍ରିୟମ୍ ||10||
ବିବେଚନ-
ଶ୍ରୀଭଗବାନ କହିଛନ୍ତି ଯେ ଯେଉଁ ଖାଦ୍ୟ ଅଧା ରନ୍ଧା, ସ୍ୱାଦହୀନ, ଦୁର୍ଗନ୍ଧଯୁକ୍ତ, ବାସି, ବଳକା (ଉଚ୍ଛିଷ୍ଟ) ହୋଇଥାଏ ତାହା ଅଶୁଦ୍ଧ ଅଟେ। ସ୍ନାନ ବିନା ପ୍ରସ୍ତୁତ ଖାଦ୍ୟକୁ ତାମସିକ ଖାଦ୍ୟ ବୋଲି ବିବେଚନା କରାଯାଏ। ଏପରି ଖାଦ୍ୟ ତାମସିକ ପ୍ରକୃତିର ବ୍ୟକ୍ତିଙ୍କୁ ପସନ୍ଦ ଆସିଥାଏ।
ତାମସିକ ପ୍ରବୃତ୍ତି ଥିବା ବ୍ୟକ୍ତି ପରିଣାମର ଚିନ୍ତା କରନ୍ତି ନାହିଁ, ନା ଖାଇବା ପୂର୍ବରୁ, ନା ଖାଇବା ପରେ ମଧ୍ୟ।
ହରିଙ୍କ ନାମ ସଙ୍କୀର୍ତ୍ତନ ସହିତ ଏହି ସତ୍ରର ସମାପ୍ତି ହେଲା, ଏବଂ ପ୍ରଶ୍ନ-ଉତ୍ତର କାର୍ଯ୍ୟକ୍ରମ ଆରମ୍ଭ ହେଲା।
ହରି ଶରଣଂ! ହରି ଶରଣଂ! ହରି ଶରଣଂ!
॥ ପ୍ରଶ୍ନୋତ୍ତର ॥
ପ୍ରଶ୍ନକର୍ତ୍ତା: ଦର୍ଶନ ଭାଇ
ପ୍ରଶ୍ନ: ଏପରି କୌଣସି ଶ୍ଳୋକ ଅଛି କି ଯେଉଁଥିରେ ଦର୍ଶାଯାଇଛି ଯେ, ଆମେ ସବୁକିଛି ନିଜେ କରିବା ଉଚିତ, ସବୁକିଛି ପରମେଶ୍ୱରଙ୍କ ଉପରେ ଛାଡିଦେବା ଉଚିତ୍ ନୁହେଁ? ଆମେ କ'ଣ ପରମେଶ୍ୱରଙ୍କ ଉପରେ ନିର୍ଭର କରିବା ଉଚିତ୍ ନୁହେଁ? ଆମେ କ'ଣ ବିଶ୍ୱାସ କରିବା ଉଚିତ୍ ନୁହେଁ କି, ପରମେଶ୍ୱର ଆମକୁ ସବୁକିଛି ଯୋଗାଇଦେବେ? ଅନେକ ସମୟରେ ଆମେ ଦେଖୁ ଯେ ମନ୍ଦିର ଧ୍ୱଂସ ହେଉଛି କିମ୍ବା ହିନ୍ଦୁମାନଙ୍କୁ ନିର୍ଯାତନା ଦିଆଯାଉଛି, ତେବେ ଭଗବାନ ସେଠାରେ କିଛି କାହିଁକି କରନ୍ତି ନାହିଁ?
ଉତ୍ତର: ଭଗବଦ୍ ଗୀତାରେ ଏପରି କୌଣସି ଶ୍ଳୋକ ନାହିଁ; ଏହା ନୀତିସୂତ୍ରରେ ଅଛି। ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି:
"न हि कश्चित्क्षणमपि, जातु तिष्ठत्यकर्मकृत्।
कार्यते ह्यवशः(ख्) कर्म, सर्वः(फ्) प्रकृतिजैर्गुणैः॥३.५॥"
“ନ ହି କଶ୍ଚିତକ୍ଷଣମପି, ଜାତୁ ତିଷ୍ଠତ୍ୟକର୍ମକୃତ |
କାର୍ୟତେ ହ୍ୱ୍ୟାବସଃ (ଖ) କର୍ମ,ସର୍ବ(ଫ) ପ୍ରକୃତିଜୈର୍ଗୁଣୈଃ॥୩.୫ ॥"
ଜଣେ ମଣିଷ ଗୋଟିଏ ମୁହୂର୍ତ୍ତ ପାଇଁ ମଧ୍ୟ ବିନା କାର୍ଯ୍ୟରେ ରହିପାରିବ ନାହିଁ। ମଣିଷ ସର୍ବଦା କାର୍ଯ୍ୟରେ ଲିପ୍ତ ରହିବା ଉଚିତ।
ଈଶ୍ୱର କୌଣସି ସ୍ଥାନରେ କିଛି କରନ୍ତି ନାହିଁ। ଈଶ୍ୱର କର୍ମବିହୀନ ଅଟନ୍ତି। ଶ୍ରୀଭଗବାନ କୁହନ୍ତି, "ମୁଁ କୌଣସି ସ୍ଥାନରେ କିଛି କରେ ନାହିଁ। ମୁଁ କେବଳ ଅଧ୍ୟକ୍ଷତା କରେ।"
ଉଦାହରଣ ସ୍ୱରୂପ, ଯଦି ଆପଣଙ୍କ ସହରରେ କୌଣସି ଘଟଣା ଘଟେ, ସେଠାରେ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରନ୍ତି ନାହିଁ। ସେଠାରେ ଏକ ପୋଲିସ ଫୋର୍ସ ଏବଂ ଏକ ପ୍ରଶାସନିକ ବ୍ୟବସ୍ଥା ଅଛି, ସେମାନେ ତାହାର ତଦାରଖ କରିଥାନ୍ତି। ପ୍ରଧାନମନ୍ତ୍ରୀ ସବୁକିଛିରେ ହସ୍ତକ୍ଷେପ କରନ୍ତି ନାହିଁ।
ସେହିପରି, ଈଶ୍ୱର କିଛି କରନ୍ତି ନାହିଁ। ଅନେକ ଦିବ୍ୟ ଏବଂ ଆସୁରିକ ଶକ୍ତି ଅଛି ଯାହା ସବୁକିଛି ନିୟନ୍ତ୍ରଣ କରେ।
ଜଣେ ଯେଉଁ ପ୍ରକାରର କାର୍ଯ୍ୟ କରେ, ସେ ସେହି ଅନୁରୂପ ଫଳାଫଳ ପାଇବ।
ଆମକୁ ଆମର କର୍ତ୍ତବ୍ୟ ସଠିକ୍ ଭାବରେ ପାଳନ କରିବା ଉଚିତ। ସମାଜ ପ୍ରତି ମଧ୍ୟ ଆମର ଦାୟିତ୍ୱ ରହିଛି।
ପ୍ରଶ୍ନକର୍ତ୍ତା - ଭାବନା ଦିଦି
ପ୍ରଶ୍ନ - ଆପଣ କହିଥିଲେ ଯେ ବୃଦ୍ଧାଶ୍ରମ ଏବଂ ଅନାଥାଶ୍ରମକୁ ଶସ୍ୟ ଦାନ କରିବା ଉଚିତ୍ ନୁହେଁ। ଏହାର ଅର୍ଥ କ'ଣ?
ଉତ୍ତର - ମୁଁ କେବେ କହିନାହିଁ ଯେ ଅନାଥାଶ୍ରମ ଏବଂ ବୃଦ୍ଧାଶ୍ରମକୁ ଶସ୍ୟ ଦାନ କରିବା ଉଚିତ୍ ନୁହେଁ। ମୁଁ କେବଳ କହିଥିଲି ଯେ, ଶ୍ରାଦ୍ଧଦିବସ ନିମନ୍ତେ, ଶସ୍ୟ ଅନାଥାଶ୍ରମକୁ ଦାନ କରିବା ଶାସ୍ତ୍ର ବିରୋଧୀ।
ଆପଣ ଯେଉଁଠାରେ ଦାନ କରିବାକୁ ଚାହୁଁଛନ୍ତି, ଉଦାର ଭାବରେ ଦାନ କରନ୍ତୁ, କିନ୍ତୁ ଆପଣ ସେଠାରେ ଶ୍ରାଦ୍ଧଦିନ ଉଦ୍ଦେଶ୍ୟରେ ଶସ୍ୟ ଦାନ ରୂପରେ ବାଣ୍ଟିପାରିବେ ନାହିଁ। ଆପଣ ଯାହା ଦାନ କରିବାକୁ ଚାହୁଁଛନ୍ତି, ତାହା ପୃଥକ ଭାବରେ କରନ୍ତୁ। ସେଠାରେ ଶ୍ରାଦ୍ଧଦିନ ପାଇଁ ଶସ୍ୟ ଦାନ କରନ୍ତୁ ନାହିଁ।
ଯଦି ଆପଣ ଆପଣଙ୍କର ଜନ୍ମଦିନ କିମ୍ବା ବିବାହ ବାର୍ଷିକୀ ଇତ୍ୟାଦିରେ ସେଠାରେ ଖାଦ୍ୟ ଯୋଗାଇବେ ତେବେ ଏହା ବହୁତ ଭଲ କଥା।
ଯଦି ଆପଣ ଏହି ଦାନ ଏହି ଭାବନା ସହିତ କରନ୍ତି ଯେ ଏହା ମୋତେ ପ୍ରସିଦ୍ଧି ଦେବ କିମ୍ବା ସମସ୍ତେ ମୋତେ ଭଲ ଭାବିବେ, ତେବେ ଏହି ଦାନ ସାତ୍ତ୍ୱିକ ହୋଇ ନଥାଏ ବରଂ ଏହା ରାଜସିକ ହୋଇଯାଏ। ଆମେ ପରବର୍ତ୍ତୀ ଶ୍ଲୋକ ଗୁଡ଼ିକରେ ଏହି ବିଷୟରେ ଆଲୋଚନା କରିବା।
ପ୍ରଶ୍ନକର୍ତ୍ତା - ଗୌରୀ ସାହୁ ଦିଦି
ପ୍ରଶ୍ନ - ଆମେ କେବଳ ସ୍ନାନ ପରେ ଶ୍ରୀମଦ୍ ଭଗବଦ୍ ଗୀତା ପାଠ କରିବା ଉଚିତ କି? ସ୍ନାନ ବିନା ଏହାକୁ ପାଠ କରିବାରେ କ’ଣ କ୍ଷତି ଅଛି ?
ଉତ୍ତର - ଏହା ଆତ୍ମ-ଶୁଦ୍ଧିର ବିଷୟ। ସ୍ନାନ ବିନା ଏହାକୁ ପାଠ କରିବାରେ କୌଣସି କ୍ଷତି ନାହିଁ, କିନ୍ତୁ ସ୍ନାନ ପରେ ପାଠ କଲେ ଅଧିକ ଲାଭପ୍ରଦ ହୋଇଥାଏ।
ଏହା ପରେ, ଆଜିର ଏହି ସୁନ୍ଦର ବିବେଚନ ସତ୍ର ଶ୍ରୀ ହନୁମାନ ଚାଳିଶା ପାଠ ସହିତ ଶେଷ ହୋଇଥିଲା।
॥ ଓଁ ଶ୍ରୀକୃଷ୍ଣାର୍ପଣମସ୍ତୁ ॥